ନାଗପୁର - ବିଜୟୱାଡ଼ା ଅର୍ଥନୈତିକ କରିଡର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି
ଭାରତମାଳା ପରିଯୋଜନା ଅଧୀନରେ ବିକଶିତ ହାଇଦ୍ରାବାଦ - ବିଶାଖାପାଟଣା କରିଡର ସମ୍ବନ୍ଧୀୟ ସଡ଼କ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ
ପ୍ରମୁଖ ତୈଳ ଓ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଓ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
ହାଇଦ୍ରାବାଦ (କାଚେଗୁଡା) - ରାଇଚୁର - ହାଇଦ୍ରାବାଦ (କାଚେଗୁଡା) ଉଦ୍‌ଘାଟନୀ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ
ତେଲେଙ୍ଗାନାର ହଳଦୀ ଚାଷୀ ମାନଙ୍କୁ ଲାଭାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ହଳଦୀ ବୋର୍ଡ ଗଠନ କରିବାକୁ ଘୋଷଣା କରିଛନ୍ତି
ଅର୍ଥନୈତିକ କରିଡର ହନାମକୋଣ୍ଡା, ମହବୁବାବାଦ, ୱାରାଙ୍ଗଲ ଏବଂ ଖମ୍ମାମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଅନେକ ମାର୍ଗ ଉନ୍ମୁକ୍ତ କରିବ
ନୂଆ ସାମ୍ମାକ୍କା - ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ ୯୦୦ କୋଟି ଟଙ୍କା

ତେଲଙ୍ଗାନାର ରାଜ୍ୟପାଳ ତମିଲସାଇ ସୌନ୍ଦରାରାଜନ ମହୋଦୟା, କେନ୍ଦ୍ର ସରକାରରେ ମୋର ସହଯୋଗୀ ମନ୍ତ୍ରୀ, ଜି. କିଶନ ରେଡ୍ଡୀ ମହାଶୟ, ସଂସଦରେ ମୋର ସାଥୀ ଶ୍ରୀମାନ ସଂଜୟ କୁମାର ବଣ୍ଡୀ ମହାଶୟ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ, ନମସ୍କାର !

 

ଦେଶରେ ଉତ୍ସବର ଋତୁ ଆରମ୍ଭ ହୋଇଯାଇଛି । ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ କରାଇ ଆମେ ନବରାତ୍ରୀ ପୂର୍ବରୁ ହିଁ ଶକ୍ତି ପୂଜାର ଭାବକୁ ସ୍ଥାପିତ କରି ଦେଇଛୁ । ଆଜି, ତେଲଙ୍ଗାନାରେ ଅନେକ ଗୁରୁତ୍ୱପୁର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହେଲା, ଏହାଦ୍ୱାରା ଏଠାରେ ଉତ୍ସବର ରଙ୍ଗ ଆହୁରି ବଢି ଯାଇଛି । ମୁଁ ତେଲଙ୍ଗାନାର ଲୋକଙ୍କୁ 13 ହଜାର 500କୋଟି ଟଙ୍କାର ଯୋଜନା ଗୁଡିକର, ଭିନ୍ନ- ଭିନ୍ନ ପ୍ରକଳ୍ପ ଗୁଡିକ, ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ନା କୁଟୁମ୍ଭ ସଭ୍ୟୁଳ୍ଲାରା ।

ମୁଁ ଖୁସି ଯେ, ଆଜି ମୁଁ ଅନେକ ଏଭଳି ସଡ଼କ ଯୋଗାଯୋଗ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛି, ଯାହାଦ୍ୱାରା ଏଠାକାର ଲୋକମାନଙ୍କର ଜୀବନରେ ବହୁତ ବଡ଼ ପରିବର୍ତନ ଆସିବ । ନାଗପୁର-ବିଜୟୱାଡା କରିଡର ଜରିଆରେ ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଏବଂ ମହାରାଷ୍ଟ୍ରରେ ଯାତାୟାତ ବହୁତ ସହଜ ହେବାକୁ ଯାଉଛି । ଏହା ଦ୍ୱାରା ଏହି ତିନୋଟି ରାଜ୍ୟରେ ବାଣିଜ୍ୟ, ପର୍ଯ୍ୟଟନ ଏବଂ ଉଦ୍ୟୋଗକୁ ବହୁତ ପ୍ରୋତ୍ସାହନ ମିଳିବ । ଏହି କରିଡରରେ କିଛି ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ହବ୍ସ ବା କେନ୍ଦ୍ରମାନ ଏହାର ଚିହ୍ନଟ କରାଯାଇଛି । ଏଥିରେ ଆଠଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ, 5ଟି ମେଗା ଫୁଡ଼ ପାର୍କ, ଚାରୋଟି ମତ୍ସ୍ୟ ସାମୁଦ୍ରିକ ଖାଦ୍ୟ କ୍ଲଷ୍ଟର୍ସ, ତିନୋଟି ଫାର୍ମା ଏବଂ ଔଷଧ କ୍ଲଷ୍ଟର୍ସ ଏବଂ ଗୋଟିଏ ବୟନଶିଳ୍ପ କ୍ଲଷ୍ଟର ମଧ୍ୟ ହେବ । ଏହି କାରଣରୁ ହନମକୋଣ୍ଡା, ୱାରଙ୍ଗଲ, ମହବୁବାବାଦ ଏବଂ ଖମମ୍ ଜିଲ୍ଲାଗୁଡ଼ିକର ଯୁବକମାନଙ୍କ ପାଇଁ ରୋଜଗାରର ଅନେକ ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଜିଲ୍ଲାଗୁଡ଼ିକରେ କୃଷକମାନଙ୍କର ଫସଲ ଗୁଡ଼ିକର ମଧ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଯୋଗୁଁ ମୂଲ୍ୟଯୁକ୍ତ ହୋଇ ପାରିବ । ନା କୁଟୁମ୍ଭ ସଭ୍ୟୁଳ୍ଲାରା ।

 

ତେଲଙ୍ଗାନା ଭଳି ଭୂମିହୀନ ରାଜ୍ୟ ପାଇଁ ଏଭଳି ସଡ଼କ ଏବଂ ରେଳ ଯୋଗାଯୋଗର ବହୁତ ଆବଶ୍ୟକତା ଅଛି, ଯାହା ଏଠାରେ ଉତ୍ପାଦିତ ସାମଗ୍ରୀ ଗୁଡ଼ିକୁ ସମୁଦ୍ର କୂଳ ପର୍ଯ୍ୟନ୍ତ ପହଂଚାଇ ପାରିବ ଆଉ ଏହାର ରପ୍ତାନୀକୁ ପ୍ରୋତ୍ସାହନ ଦେବ । ବିଶ୍ୱ ବଜାରକୁ ମୋର ତେଲଙ୍ଗାନାର ଲୋକ ଦଖଲ(କବଜା) କରନ୍ତୁ । ଏହି କାରଣରୁ ଦେଶର ଅନେକ ପ୍ରମୁଖ ଅର୍ଥନୈତିକ କରିଡର ତେଲଙ୍ଗାନା ଦେଇ ଗତି କରୁଛି । ଏହା ସମସ୍ତ ରାଜ୍ୟକୁ ପୂର୍ବ ଏବଂ ପଶ୍ଚିମ ଉପକୂଳ ସହିତ ଯୋଡ଼ିବାର ମାଧ୍ୟମ ପାଲଟିବ । ହାଇଦ୍ରାବାଦ- ବିଶାଖାପଟ୍ଟନମ୍ କରିଡରର ସୂର୍ଯ୍ୟପେଟ- ଖମ୍ମମ ସେକ୍ସନ ମଧ୍ୟ ଏଥିରେ ବହୁତ ସହାୟତା କରିବା ଭଳି ହୋଇଛି । ଏହି କାରଣରୁ ଇଷ୍ଟ- କୋଷ୍ଟ ପର୍ଯ୍ୟନ୍ତ ପହଂଚିବାରେ ସହାୟତା ମିଳିବ । ଏହା ସହିତ ଉଦ୍ୟୋଗ ଏବଂ ବ୍ୟବସାୟର ଲଜିଷ୍ଟିକ ଖର୍ଚ୍ଚ ବହୁତ କମ୍ ଆସିବ । ଜକଲେର ଏବଂ କୃଷ୍ଣା ସେକ୍ସନ ମଧ୍ୟରେ ନିର୍ମାଣ ହେଉଥିବା ରେଳ ଲାଇନ ମଧ୍ୟ ଏଠାକାର ଲୋକମାନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ । ନା କୁଟୁମ୍ଭ ସଭ୍ୟୁଳ୍ଲାରା ।

 

ଭାରତ ହେଉଛି ହଳଦୀର, ହଳଦୀର ପ୍ରମୁଖ ଉତ୍ପାଦକ, ଉପଭୋକ୍ତା ଏବଂ ରପ୍ତାନୀକାରୀ ଦେଶ । ତେଲଙ୍ଗାନାରେ ଏଠାକାର କୃଷକମାନେ ମଧ୍ୟ ବ୍ୟାପକ ମାତ୍ରାରେ ହଳଦୀ ଉତ୍ପାଦନ କରନ୍ତି । କରୋନା ପରେ ହଳଦୀକୁ ନେଇ ସଚେତନତା ମଧ୍ୟ ବୃଦ୍ଧି ପାଇଛି ଏବଂ ସାରା ବିଶ୍ୱରେ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଆଜି ଏହା ଆବଶ୍ୟକ ଯେ, ହଳଦୀର ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳରେ ଉତ୍ପାଦନଠାରୁ ରପ୍ତାନି ଏବଂ ଗବେଷଣା ପର୍ଯ୍ୟନ୍ତ ଆହୁରି ଅଧିକ ପେଶାଦାର ଢଙ୍ଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହା ସହିତ ଜଡିତ ଏକ ବଡ଼ ନିଷ୍ପତି ସଂପର୍କରେ ଆଜି ମୁଁ ତେଲଙ୍ଗାନା ମାଟିରୁ ଘୋଷଣା କରୁଛି । କେନ୍ଦ୍ର ସରକାର ହଳଦୀ ଚାଷୀଙ୍କ ହିତ ପାଇଁ ଆଉ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଭବିଷ୍ୟତର ଯେଉଁ ସମ୍ଭାବନାମାନ ଅଛି, ତାହାକୁ ଦୃଷ୍ଟିରେ ରଖି ‘ଜାତୀୟ ହଳଦୀ ବୋର୍ଡ’ ଗଠନର ନିଷ୍ପତି ନେଇଛନ୍ତି । ‘ଜାତୀୟ ହଳଦୀ ବୋର୍ଡ’, ଯୋଗାଣ ଶୃଙ୍ଖଳରେ ମୂଲ୍ୟଯୁକ୍ତ ଠାରୁ ନେଇ ଭିତିଭୂମିର କାର୍ଯ୍ୟ ପର୍ଯ୍ୟନ୍ତ କୃଷକମାନଙ୍କୁ ସହାୟତା କରିବ । ମୁଁ ତେଲଙ୍ଗାନା ଏବଂ ଦେଶର ସମସ୍ତ ହଳଦୀ ଚାଷ କରୁଥିବା କୃଷକମାନଙ୍କୁ ‘ଜାତୀୟ ହଳଦୀ ବୋର୍ଡ’ର ଗଠନ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ନା କୁଟୁମ୍ଭ ସଭ୍ୟୁଳ୍ଲାରା ।

 

ଆଜି ସାରା ବିଶ୍ୱରେ ଶକ୍ତି ଏବଂ ଶକ୍ତି ନିରାପତା ଏହା ଉପରେ ମଧ୍ୟ ବହୁତ ଚର୍ଚ୍ଚା ହେଉଛି । ଭାରତ ନା କେବଳ ନିଜ ଉଦ୍ୟୋଗଗୁଡ଼ିକୁ ବରଂ ଘରୋଇ ଲୋକମାନଙ୍କ ପାଇଁ ମଧ୍ୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିଛି । ଦେଶରେ ଏଲପିଜି ସଂଯୋଗ ସଂଖ୍ୟା ଯାହା 2014ରେ 14 କୋଟିର ଆଖପାଖରେ ଥିଲା, ତାହା 2023 ରେ 32 କୋଟିରୁ ଅଧିକ ହୋଇ ଯାଇଛି । ନିକଟରେ ହିଁ ଆମେ ଗ୍ୟାସ ସିଲିଣ୍ଡର ମୂଲ୍ୟ ମଧ୍ୟ କମ୍ କରିଛୁ । ଭାରତ ସରକାର, ଏଲପିଜି ଉପଲବ୍ଧତାକୁ ବୃଦ୍ଧି କରିବା ସହିତ ଏହାର ବିତରଣ ନେଟୱର୍କର ମଧ୍ୟ ସମ୍ପ୍ରସାରଣ କରିବା ଜରୁରୀ ଭାବିଛନ୍ତି । ହାସନ- ଚେରଲାପଲ୍ଲୀ ଏଲପିଜି ପାଇପ ଲାଇନ ଏବେ ଏହି ଅଂଚଳର ଲୋକଙ୍କୁ ଶକ୍ତି ନିରାପତା ଦେବାରେ ବହୁତ ବଡ଼ ସହାୟତା କରିବ । ଏଠାରେ କୃଷ୍ଣପଟ୍ଟନମରୁ ହାଇଦ୍ରାବାଦ ମଧ୍ୟରେ ବହୁମୁଖୀ ଉତ୍ପାଦ ପାଇପ ଲାଇନର ମଧ୍ୟ ଶିଳାନ୍ୟାସ ହୋଇଛି । ଏଥିଯୋଗୁଁ ତେଲଙ୍ଗାନାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ହଜାର- ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ନା କୁଟୁମ୍ଭ ସଭ୍ୟୁଳ୍ଲାରା ।

 

ମୁଁ ଆଜି ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଭବନ ଗୁଡ଼ିକର ଉଦଘାଟନ   କଲି । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟକୁ ଭାଜପା ସରକାର ଉତ୍କୃଷ୍ଟ ପ୍ରତିଷ୍ଠାନର ମାନ୍ୟତା ଦେଇଛନ୍ତି ଏବଂ ବିଶେଷ ପାଣ୍ଠି ଉପଲବ୍ଧ କରାଇଛନ୍ତି । ଆଜି ମୁଁ ଆପଣମାନଙ୍କ ଗହଣରେ ଆଉ ଏକ ବଡ଼ ଘୋଷଣା କରିବାକୁ ଯାଉଛି । ଭାରତ ସରକାର, ମୁଲୁଗୁ ଜିଲ୍ଲାରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଆଉ ଏହି ବିଶ୍ୱବିଦ୍ୟାଳୟର ନାମ ପୂଜନୀୟ ଆଦିବାସୀ ଦେବୀଗଣ ସମ୍ମକ୍କା- ସାରକ୍କାଙ୍କ ନାମରେ ରଖାଯିବ । ସମ୍ମକ୍କା- ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପାଇଁ 900 କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଁ ତେଲଙ୍ଗାନାର ଲୋକଙ୍କୁ ଏହି କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ପୁଣିଥରେ ତେଲଙ୍ଗାନାର ଲୋକଙ୍କୁ ସେମାନଙ୍କର ଭଲ ପାଇବା ଆଉ ସ୍ନେହ ପାଇଁ ମୁଁ ବହୁତ- ବହୁତ ଧନ୍ୟବାଦ ଜଣାଉଛି । ଏବେ ତ’ ମୁଁ ଏହି ସରକାରୀ କାର୍ଯ୍ୟକ୍ରମରେ ଅଛି । ତେଣୁ ମୁଁ ନିଜକୁ ନିଜେ ଏଠାରେ ସୀମିତ ରଖିଛି । ଏବେ 10 ମିନିଟ ପରେ ମୁଁ ଟିକେ ଖୋଲା ମୈଦାନକୁ ଯିବି ତେଣୁ ସେଠାରେ ଟିକେ ଖୋଲା ମନରେ କଥା ହେବି, ଆଉ ମୁଁ ଏହି ପ୍ରତିଶୃତି ଦେଉଛି ମୁଁ ଯାହା ମଧ୍ୟ କହିବି, ତାହା ତେଲଙ୍ଗାନାର ହୃଦୟର କଥା କହିବି । ଏଠାକାର ଲୋକଙ୍କ ହୃଦୟର କଥା କହିବି ।

ବହୁତ- ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New Smart Drug RK-251 Developed as Replacement for Chemotherapy

Media Coverage

New Smart Drug RK-251 Developed as Replacement for Chemotherapy
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 21, 2026
August 21, 2026

Ease of Living Meets Strategic Strength: How India Is Building the Future in Real Time Under the Leadership of PM Modi