ମୋ କ୍ୟାବିନେଟ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଜୀ, ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପ୍ରେମାସାନିଜୀ, ବିଭିନ୍ନ ରାଜ୍ୟର ପ୍ରତିନିଧିଗଣ, ବିଦେଶାଗତ ଅତିଥି, ଟେଲିକମ ସେକ୍ଟର ସହ ଜଡିତ ସମସ୍ତ ମାନ୍ୟ ଗଣ୍ୟଗଣ, ବିଭିନ୍ନ କଲେଜରୁ ଆସିଥିବା ଯୁବ ବନ୍ଧୁଗଣ, ଭଦ୍ର ମହିଳା ଓ ଅନ୍ୟମାନେ ।
ମୋବାଇଲ କଂଗ୍ରେସ ଅବସରରେ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି । ବହୁ ପ୍ରସଙ୍ଗ ଉପରେ ଆମ ନୂଆ ଷ୍ଟାର୍ଟ ଅପ ନିଜ ରିପ୍ରେଜେଂଟେସନ ପ୍ରସ୍ତୁତ କରିଛନ୍ତି । ଅର୍ଥ ଠକେଇ ପ୍ରତିରୋଧ, କ୍ୱାଂଟମ କମ୍ୟୁନିକେସନ, ୬ଜି, ଅପ୍ଟିକାଲ କମ୍ୟୁନିକେସନ, ସେମି କଣ୍ଡକ୍ଟର ଓ ଅନ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ମୁଁ ସୁନିନିଶ୍ଚିତ ଯେ ଭାରତର ଭବିଷ୍ୟ ପ୍ରଯୁକ୍ତିଗତ ବୁଦ୍ଧିମତା ଉପଯୁକ୍ତ ମେଧା ପାଖରେ ନିରାପଦ ରହିବ । ଏହି କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭାଭିବାଦନ ଜ୍ଞାପନ କରୁଛି ।

ବନ୍ଧୁଗଣ,
ଆଇଏମସିର ଏହି କାର୍ଯ୍ୟକ୍ରମ କେବଳ ମୋବାଇଲ କିମ୍ବା ଟେଲିକମ କ୍ଷେତ୍ର ଭିତରେ ସୀମିତ ହୋଇ ରହି ନାହିଁ । କିଛି ବର୍ଷ ଭିତରେ ଏହି ଆଇଏମସି ଫୋରମ ଏସିଆ ମହାଦେଶର ବୃହତମ ଡିଜିଟାଲ ପ୍ରଯୁକ୍ତିଗତ ଫୋରମରେ ପରିଣତ ହୋଇପାରିଛି ।
ବନ୍ଧୁଗଣ,
ଆଇଏମସିର ଏହି ସଫଳ କାହାଣୀ କିପରି ଲେଖାଗଲା । କିଏ ଏହାକୁ ଅନୁପ୍ରେରିତ କଲା ।
ବନ୍ଧୁଗଣ,
ଏହି ସଫଳ କାହାଣୀକୁ ଭାରତର ପ୍ରଯୁକ୍ତି ବିଦ୍ୟା ବିଶାରଦମାନେ ଲେଖିଛନ୍ତି । ଆମ ଯୁବକମାନେ ଏହାର ନେତୃତ୍ୱ ନେଇଛନ୍ତି । ଆମ ଷ୍ଟାର୍ଟ ଅପ ଓ ଇନୋଭେଟରମାନଙ୍କ ଦ୍ୱାରା ଏହାକୁ ପ୍ରୋତ୍ସାହିତ କରାଯାଇଛି । ଭାରତର ଟାଲେଂଟ ଓ ଦକ୍ଷତା ପଛରେ ସରକାର ଦୃଢ ଭାବରେ ଛିଡା ହୋଇଥିବାରୁ ଏହା ସମ୍ଭବପର ହୋଇପାରିଛି । ଟେଲିକମ ଟେକ୍ନୋଲଜି ଡେଭଲେପମେଂଟ ଫଣ୍ଡ ଓ ଡିଜିଟାଲ କମ୍ୟୁନିକେସନ୍ସ ଇନୋଭେସନ ସ୍କୋୟାର୍ସ ଦ୍ୱାରା ଆମେ ଷ୍ଟାର୍ଟ ଅପଗୁଡିକୁ ଫଣ୍ଡିଂ କରୁଛୁ । ୫ଜି, ୬ଜି, ଆଡଭାନ୍ସଡ ଅପ୍ଟିକାଲ କମ୍ୟୁନିକେସନ, ତେରା ହର୍ଜ ପରି କ୍ଷେତ୍ରରେ ଆମେ ଆର୍ଥିକ ପ୍ରୋତ୍ସାହିତ କରୁଛୁ । ଦେଶରେ ଷ୍ଟାର୍ଟ ଅପ ଓ ଅଗ୍ରଣୀ ଗବେଷଣା ପ୍ରତିଷ୍ଠାନ ଭିତରେ ଆମେ ପାର୍ଟନରସିପ ଲାଗି ସୁଯୋଗ ସୃଷ୍ଟି କରୁଛୁ । ସରକାରୀ ସାହାଯ୍ୟ ଓ ସହଯୋଗରେ ଭାରତର ଶିଳ୍ପ, ଷ୍ଟାର୍ଟ ଅପ, ଶିକ୍ଷାନୁଷ୍ଠାନଗୁଡିକ ବିଭିନ୍ନ କ୍ଷେତ୍ରରେ ମିଳିତ କାମ କରୁଛନ୍ତି । ସ୍ୱଦେଶୀ ଜ୍ଞାନ କୌଶଳର ବିକାଶ ହେଉ ଅବା ଆର ଆଣ୍ଡ ଡି ମାଧ୍ୟମରେ ବୁଦ୍ଧିମତା ସୃଷ୍ଟି କିମ୍ବା ବୈଶ୍ୱିକ ମାପଦଣ୍ଡ ପାଇଁ ଅଭିବୃଦ୍ଧି ଭାରତ ସବୁ କ୍ଷେତ୍ରରେ ଦି ପାଦ ଆଗରେ ରହିଛି । ଏସବୁ କାରଣରୁ ଭାରତ ଆଜି ଏକ ନିର୍ଭରଯୋଗ୍ୟ ପ୍ଲାଟଫର୍ମରେ ପରିଣତ ହୋଇପାରିଛି ।

ବନ୍ଧୁଗଣ,
ଇଣ୍ଡିଆ ମୋବାଇଲ କଂଗ୍ରେସ ଓ ଭାରତର ଟେଲିକମ କ୍ଷେତ୍ରରେ ଅଗ୍ରଗତି ଦେଶର ଆତ୍ମ ନିର୍ଭର ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦିଏ । ଆପଣମାନଙ୍କର ମନେଥିବ ଯେବେ ମୁଁ ମେକ ଇନ ଇଣ୍ଡିଆ କଥା କହୁଥିଲି ସେବେ ଲୋକେ ତାତ୍ସଲ୍ୟ କରୁଥିଲେ । ଦ୍ୱନ୍ଦ୍ୱ ଭିତରେ ରହିଥିବା ଲୋକେ ଭାରତର ପ୍ରଯୁକ୍ତି ବିଦ୍ୟାଗତ ଅଗ୍ରଗତି ନେଇ ସନ୍ଦିହାନ ରହିଥିଲେ । କାରଣ ସେମାନଙ୍କ ସମୟରେ ଏହା ହେବାକୁ ବହୁ ବର୍ଷ ଲାଗୁଥିଲା । ଯେତେବେଳେ ୨ଜି ପାଇଁ ଦେଶ ଡହଳବିକଳ ହେଉଥିଲା ସେବେ ସାରା ଦେଶରେ ୫ଜି ଉପଲବ୍ଧ ହେବାକୁ ଲାଗିଲା । ୨୦୧୪ ତୁଳନାରେ ଆମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ଛଅ ଗୁଣା ବଢିଯାଇଛି । ମୋବାଇଲ ତିଆରି କରିବା ପ୍ରାୟ ୨୮ ଗୁଣା ବଢିଯାଇଛି । ସେହିପରି ରପ୍ତାନୀ ବି ୧୨୭ ଗୁଣା ବଢିଛି । ଗତ ଶତାବ୍ଦୀରେ ମୋବାଇଲ ତିଆରି କମ୍ପାନୀଗୁଡିକ ଅଂସଖ୍ୟ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି । ଆଜି ଗୋଟିଏ ବଡ କମ୍ପାନୀ ସହ ପ୍ରାୟ ୪୫ଟି ଛୋଟ କମ୍ପାନୀ ଅନୁବନ୍ଧିତ ହୋଇ ରହୁଛନ୍ତି । ଏହାଫଳରେ ଦେଶରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି । କେବଳ ଏତିକି ନୁହେଁ ଆଜି ବି ଦେଶର ଅନ୍ୟ ବଡ କମ୍ପାନୀଗୁଡିକ ଅଧିକ ସଂଖ୍ୟାରେ ମୋବାଇଲ ନିର୍ମାଣ କରୁଛନ୍ତି । ଏହାଛଡା ଅନ୍ୟ କିଛି ପରୋକ୍ଷ ସୁଯୋଗ କଥା କହିଲେ ଅନେକ ଅଂସଖ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି ।
ବନ୍ଧୁଗଣ,
କିଛି ଦିନ ପୂର୍ବରୁ ଭାରତ ଏହାର ମେଡ ଇନ ଇଣ୍ଡିଆ ୪ଜି ଷ୍ଟାକ ଲଂଚ କଲା । ଏହା ଭାରତର ପ୍ରମୁଖ ସ୍ୱଦେଶୀ ସଫଳତା । ଏପ୍ରକାର ସୁବିଧା ସୁଯୋଗ ଥିବା ସାରା ବିଶ୍ୱର ପାଂଚଟି ଦେଶ ଭିତରେ ଭାରତ ଏବେ ନିଜ ନାଁ ଲେଖାଇ ପାରିଲା । ଡିଜିଟାଲ ଆତ୍ମ ନିର୍ଭରଶୀଳତା, ପ୍ରଯୁକ୍ତିଗତ ସ୍ୱାଧୀନତା ପରି କ୍ଷେତ୍ରରେ ଏହା ଏକ ଶୁଭ ସଂକେତ । ସ୍ୱଦେଶୀ ୪ଜି ଓ ୫ଜି ଷ୍ଟାକ ପାଇଁ ଆମେ କେବଳ ସିମ ବିହୀନ ଯୋଗାଯୋଗ ନୁହେଁ ବରଂ ଦ୍ରୁତ ଇଂଟରନେଟ ସହ ଅନ୍ୟାନ୍ୟ ସେବା ବି ଦେଶବାସୀଙ୍କୁ ଯୋଗାଇ ପାରିବୁ । ଖାସ ଏଇଥିପାଇଁ ସାରା ଦେଶରେ ପ୍ରାୟ ଏକ ଲକ୍ଷ ୪ଜି ଟାୱାରକୁ ସକ୍ରିୟ କରାଯାଇଛି । କିଛି ଦେଶ ବି ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସାରା ଦେଶରେ ଚାଲୁଥିବା ଡିଜିଟାଲ ଆନ୍ଦୋଳନରେ ୨ କୋଟିରୁ ଅଧିକା ଲୋକଙ୍କ ସମ୍ପୃକ୍ତିକୁ ଏହା ସୂଚୀତ କରୁଛି । ଡିଜିଟାଲ ଯୋଗାଯୋଗରୁ ଅନେକ ସ୍ଥାନ ବିଚ୍ଛିନ୍ନ ରହିଥିବା ବେଳେ ଏଥିପାଇଁ ଏବେ ସେମାନେ ଭଲ ଇଂଟରନେଟ ସେବା ପାଇପାରୁଛନ୍ତି ।

ବନ୍ଧୁଗଣ,
ଭାରତର ସ୍ୱଦେଶୀ ୪ଜି ଷ୍ଟାକର ଆଉ ଏକ ବିଶେଷତ୍ୱ ରହିଛି । ଆମର ୪ଜି ଷ୍ଟାକ ବି ଏବେ ଏକ୍ସପର୍ଟ ହେବା ଉପରେ । ଏହା ଭାରତର ବ୍ୟବସାୟର ସମ୍ପ୍ରସାରଣକୁ ସୂଚାଉଛି । ଇଣ୍ଡିଆ ୬ଜି ଭିଜନ କିମ୍ବା ଇଣ୍ଡିଆ ୨୦୩୦କୁ ପାଇବାରେ ଏହା ବିଶେଷ ସହାୟକ ହେବ ।
ବନ୍ଧୁଗଣ,
ଗତ ଦଶବର୍ଷ ଭିତରେ ଭାରତର ପ୍ରଯୁକ୍ତିଗତ ଅଗ୍ରଗତି ଘଟିଛି । ଏହାକୁ ଆଖିରେ ରଖି ଏକ ସଶକ୍ତ ଆଇନ ଓ ଆଧୁନିକ ଯୋଜନା ପ୍ରଣୟନ ହେବା ଉପରେ ଗୁରୁତ୍ୱ କେବେଠାରୁ ଅନୁଭୂତ ହେଉଛି । ଟେଲି କମ୍ୟୁନିକେସନ ନିୟମ ଲାଗୁ କରି ଆମେ ଏହା ପାଇବାକୁ ଉଦ୍ୟମ କରିଛୁ । ଏହି ଏକମାତ୍ର ଆଇନ ବଳରେ ଭାରତୀୟ ଟେଲିଗ୍ରାଫ ଆକ୍ଟ ଓ ଭାରତୀୟ ୱାୟାରଲେସ ଟେଲିଗ୍ରାଫ ଆକ୍ଟ ଉଚ୍ଛେଦ ହେଲା । ଆମମାନଙ୍କର ଜନ୍ମ ହେବା ପୂର୍ବରୁ ଏପ୍ରକାର ଆଇନ ରହିଥିଲା । ଏକବିଂଶ ଶତାବ୍ଦୀର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଏହାର ପରିବର୍ତନ ଜରୁରୀ ଥିଲା । ଏହି ନୂଆ ନିୟମ ନିୟାମକ ଭାବେ ନୁହେଁ ବରଂ ମାର୍ଗ ଦର୍ଶନ ଭାବେ ପ୍ରତୀତ ହେଲା । ଆପ୍ରୁଭାଲ ସହଜସାଧ୍ୟ ହୋଇଗଲା । ଫାଇବର ଓ ଟାୱାର ନେଟୱାର୍କ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଏହା ବ୍ୟବସାୟ କରିବାକୁ ସୁବିଧା କରେଇବା ସହ ପୁଞ୍ଜି ନିବେଶକୁ ଉତ୍ସାହିତ କରାଗଲା । ଦୀର୍ଘସୂତ୍ରୀ ଯୋଜନାରେ ବିଭିନ୍ନ ଶିଳ୍ପର ରୂପରେଖ ପରିକଳ୍ପନା କରାଗଲା ।

ବନ୍ଧୁଗଣ,
ଆମେ ଆଜିକାଲି ସାଇବର ନିରାପତାକୁ ବି ଗୁରୁତ୍ୱ ଦେଉଛୁ । ସାଇବର ଫ୍ରଡମାନଙ୍କ ବିରୁଦ୍ଧରେ ରହିଥିବା ନିୟମକୁ କଡାକଡି କରାଯାଇଛି । ଅଭିଯୋଗ ହ୍ରାସ ଲାଗି ବି ମେକାନିଜିମ ବିକଶିତ କରାଯାଇଛି । ଉଭୟ ଶିଳ୍ପ ଓ ଗ୍ରାହକମାନେ ଏଥିରୁ ପ୍ରଚୁର ଲାଭ ପାଉଛନ୍ତି ।
ବନ୍ଧୁଗଣ,
ଆଜି ସାରା ବିଶ୍ୱ ଭାରତୀୟ ଦକ୍ଷତାର ପରିଚୟ ପାଇଛି । ସାରା ବିଶ୍ୱରେ ଆମେ ଦ୍ୱିତୀୟ ବୃହତମ ଟେଲିକମ ବଜାର । ଦ୍ୱିତୀୟ ବୃହତମ ୫ଜି ବଜାର ହିଁ ଏଇଠି ରହିଛି । ଉପଯୁକ୍ତ ବଜାର ସହ ଆମର ମାନବ ସମ୍ବଳ, ବୁଦ୍ଧିମତା ରହିଛି । ମାନବ ସମ୍ବଳ କଥା କହିଲେ ଆମ ଦେଶରେଏହା ଭରପୂର ଭାବେ ରହିଛି । ସାରା ବିଶ୍ୱର ସବୁଠାରୁ ବଡ ଯୁବ ଗୋଷ୍ଠୀ ଆମ ଦେଶରେ ହିଁ ରହିଛି । ଆଜି ସାରା ବିଶ୍ୱରେ ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବି ବଢିବାରେ ଲାଗିଛି ।
ବନ୍ଧୁଗଣ,
ଆଜି ଭାରତରେ ଗୋଟିଏ ଚା କପର ମୂଲ୍ୟଠାରୁ ଗୋଟିଏ ଜିବି ୱୟାରଲେସ ଡାଟାର ମୂଲ୍ୟ କମ ରହିଛି । ଚା’ର ଉଦାହରଣ ଦେବା ମୋର ଏକ ପୁରୁଣା ଅଭ୍ୟାସ । ଆମେ ସାରା ବିଶ୍ୱର ଦ୍ରୁତ ଗତିରେ ଡାଟା ବ୍ୟବହାର କରୁଥିବା ଏକ ଦେଶ । ଡିଜିଟାଲ ସଂଯୋଗୀକରଣ ଆଉ ଏକ ସଉକ ହୋଇ ରହିନି ବରଂ ଏହା ସାଧାରଣ ଲୋକଙ୍କ ଜୀବନଶୈଳୀ ସହ ଅଙ୍ଗାଙ୍ଗି ଭାବେ ଜଡିତ ହୋଇଛି ।

ବନ୍ଧୁଗଣ,
ଶିଳ୍ପ ଓ ପୁଞ୍ଜି ନିବେଶ ପାଇଁ ଭାରତର ଆଗ୍ରହ ରହିଛି । ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା, ବିଭିନ୍ନ ଯୋଜନା ପ୍ରଣୟନ ଲାଗି ଇଜ ଅଫ ଡୁଇଙ୍ଗ ବ୍ୟବସ୍ଥା ପୁଞ୍ଜି ନିବେଶ ବ୍ୟବସ୍ଥାକୁ ସହଜ କରି ଦେବା ସହ ଭାରତକୁ ଖୁବ ଲୋକାଦୃତ କରିପାରିଛି । ଦେଶର ଡିଜିଟାଲ ପବ୍ଲିକ ଭିତିଭୂମି ଏନେଇ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚିତ କରୁଛି । ସେଥିପାଇଁ ମୁଁ ସବୁ ବେଳେ କହିଆସିଛି ଯେ, ଭାରତରେ ପୁଞ୍ଜି ନିବେଶ, ନୂତନ ତଥ୍ୟର ଆବିଷ୍କାର ଓ ସ୍ୱଦେଶରେ ନିର୍ମାଣ ଲାଗି ଏହା ସବୁଠାରୁ ଭଲ ସମୟ । ମାନୁଫାକଚରିଂଠାରୁ ସେମିକଣ୍ଡକ୍ଟର, ମୋବାଇଲଠାରୁ ଇଲେକ୍ଟ୍ରୋନିକ୍ସ ଓ ଷ୍ଟାର୍ଟଅପ ସବୁ କ୍ଷେତ୍ରରେ ଭାରତ ପାଖରେ ଅସାଧାରଣ ଦକ୍ଷତା ରହିଛି ।
ବନ୍ଧୁଗଣ,
କିଛି ସପ୍ତାହ ପୂର୍ବରୁ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ମୁଁ ଉଦଘୋଷଣା କରିଥିଲି ଯେ ଚଳିତବର୍ଷ ବହୁପ୍ରକାର ପରିବର୍ତନ ଓ ସଂସ୍କାରର ବର୍ଷ ହେବ । ସେଥିପାଇଁ ଶିଳ୍ପ ଓ ପୁଞ୍ଜି ନିବେଶକାରୀମାନଙ୍କ ଦାୟିତ୍ୱ ବଢିବାର ସମ୍ଭାବନା ବି ରହିଛି । ଆମ ଷ୍ଟାର୍ଟ ଅପ ଓ ନିବେଶକାରୀମାନଙ୍କର ବି ଗୁରୁ ଦାୟିତ୍ୱ ରହିଛି । ସେମାନଙ୍କର ସୁପରିଚାଳନା ଦାୟିତ୍ୱ ଲାଗି ଷ୍ଟାର୍ଟ ଅପଗୁଡିକ ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛନ୍ତି । ତେଣୁ ସେଥିପାଇଁ ମୁଁ ଖୁସି ପ୍ରକଟ କରୁଛି ଯେ ଚଳିତବର୍ଷ ଆଇଏମସି ୫୦୦ରୁ ଅଧିକ ଷ୍ଟାର୍ଟ ଅପକୁ ଆମନ୍ତ୍ରଣ କରିଛି । ଫଳରେ ସେମାନେ ପୁଞ୍ଜି ନିବେଶକାରୀଙ୍କ ସମେତ ବୈଶ୍ୱିକ ମାର୍ଗଦର୍ଶକଙ୍କ ସହ ନିଜକୁ ଯୋଡି ପାରିବେ ।

ବନ୍ଧୁଗଣ,
ଏହି ସେକ୍ଟରର ବିକାଶରେ ନିତ୍ୟ ନୈମିତିକ ପୁଞ୍ଜି ନିବେଶକାରୀଙ୍କ ଭୂମିକା ଦିନକୁ ଦିନ ବଢିବାରେ ଲାଗିଛି । ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଏମାନଙ୍କର ଅଗ୍ରଣୀ ଭୂମିକା ଅବିସମ୍ବାଦିତ । ସେମାନଙ୍କର ଗବେଷଣା ଓ ବିକାଶମୂଳକ ଦକ୍ଷତା ରହିଛି । ଫଳରେ ଆମେ ବିଭିନ୍ନ ଷ୍ଟାର୍ଟ ଅପ ଓ ନିବେଶକାରୀଙ୍କ ଦ୍ୱାରା ସଶକ୍ତ ହୋଇପାରିବା ।
ବନ୍ଧୁଗଣ,
ଶିଳ୍ପ ସହ ଜଡିତ ଏମିତି ଅନେକ ପ୍ରସଙ୍ଗ ରହିଛି ଯାହା ନୂଆ ଷ୍ଟାର୍ଟ ଅପ ସହ ଗବେଷଣା ପ୍ରତିଷ୍ଠାନ, ସରକାରୀ ଯୋଜନା ପ୍ରଣୟନକାରୀଙ୍କ ସହଯୋଗ ଆବଶ୍ୟକ କରେ । ଯଦି ଆଇଏମସି ପରି ସଂସ୍ଥା ଦ୍ୱାରା ଡାଇଲଗ ଲାଗି ଏକ କ୍ଷେତ୍ର ପ୍ରସ୍ତୁତ ହୋଇପାରୁଛି ତେବେ ଅନେକ ଫାଇଦା ହୋଇପାରେ ।

ବନ୍ଧୁଗଣ,ଲେ
ଗ୍ଲୋବାଲ ସପ୍ଲାଏ ଚେନରେ କେଉଁଠି ସମସ୍ୟା ରହିଛି ତାହା ଆମକୁ ନଜର ଦେବାକୁ ପଡିବ । ମୋବାଇଲ, ଟେଲିକମ, ଇଲେକ୍ଟ୍ରୋନିକ୍ସ, ପ୍ରଯୁକ୍ତି ଇକୋ ସିଷ୍ଟମରେ ରହିଥିବା ସମସ୍ୟା ଲାଗି ଭାରତ ପାଖରେ ମହୌଷଧି ରହିଛି । ଉଦାହରଣ ସ୍ୱରୂପ ସେମିକଣ୍ଡକ୍ଟର ନିର୍ମାଣ ନେଇ ଆମେ ପୂର୍ବରୁ କମ ସଂଖ୍ୟକ ଦେଶ ଉପରେ ସୀମିତ ଥିଲୁ । ସମଗ୍ର ବିଶ୍ୱ ବାଟ ଖୋଜୁଥିଲା । ଏବେ ଆମ ଦେଶରେ ହିଁ ୧୦ଟି ସେମିକଣ୍ଡକ୍ଟର ୟୁନିଟ ନିର୍ମାଣାଧୀନ ରହିଛି ।
ବନ୍ଧୁଗଣ,
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ବୈଶ୍ୱିକ କମ୍ପାନୀଗୁଡିକ ବିଶ୍ୱସନୀୟ ଅଂଶୀଦାରଙ୍କୁ ଖୋଜୁଛନ୍ତି । ଟେଲିକମ ନେଟୱାର୍କ ଉତ୍ପାଦ ନିର୍ମାଣ ଲାଗି ବି ବିଶ୍ୱର ବିଭିନ୍ନ ସଂସ୍ଥା ବିଶ୍ୱସନୀୟ ପାର୍ଟନର ସନ୍ଧାନରେ ରହିଛନ୍ତି । ସ୍ୱଦେଶୀ କମ୍ପାନୀଗୁଡିକ କଣ ଏନେଇ କାମ କରିପାରିବେ ନାହିଁ ।
ବନ୍ଧୁଗଣ,
ଚିପସେଟ, ବ୍ୟାଟେରୀଠାରୁ ଆରମ୍ଭ କରି ଡିସପ୍ଲେ, ସେନସର ପର୍ଯ୍ୟନ୍ତ ସବୁକିଛି ଆମ ଦେଶ ଭିତରେ ନିର୍ମାଣ ହେବା ଆବଶ୍ୟକ । ଆଗ ଅପେକ୍ଷା ଏବେ ବିଶ୍ୱରେ ଅଧିକା ଡାଟା ସୃଷ୍ଟି ହେଉଛି । ସେଥିପାଇଁ ଷ୍ଟୋରେଜ, ନିରାପତା, ସାର୍ବଭୌମତା ଦିନକୁ ଦିନ ଅପରିହାର୍ଯ୍ୟ ହୋଇପଡୁଛି । ଡାଟା ସେଂଟର, କ୍ଲାଉଡ ଇନଫ୍ରାଷ୍ଟ୍ରକଚର ଉପରେ ଅଧିକ କାର୍ଯ୍ୟ ସମ୍ପାଦନ କରି ଭାରତ ଏକ ବୈଶ୍ୱିକ ଡାଟା ହବରେ ପରିଣତ ହୋଇପାରିବ ।
ବନ୍ଧୁଗଣ,
ଏହି ଆଭିମୁଖ୍ୟ ଓ ଲକ୍ଷ୍ୟ ନେଇ ଆମେ ଅଗ୍ରସର ହେବା । ଏହି ଆଇଏମସି କାର୍ଯ୍ୟକ୍ରମ ଲାଗି ଆଉଥରେ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ବହୁତ ବହୁତ ଧନ୍ୟବାଦ ।


