ଭାରତ ଜ୍ଞାନ ଏବଂ ଦକ୍ଷତାର ଦେଶ; ଏହି ବୌଦ୍ଧିକ ଶକ୍ତି ଆମର ସର୍ବଶ୍ରେଷ୍ଠ ଶକ୍ତି: ପ୍ରଧାନମନ୍ତ୍ରୀ
ଆଇଟିଆଇଗୁଡ଼ିକ କେବଳ ଶିଳ୍ପ ଶିକ୍ଷାର ପ୍ରମୁଖ ପ୍ରତିଷ୍ଠାନ ନୁହେଁ, ବରଂ ଏକ ଆତ୍ମନିର୍ଭରଶୀଳ ଭାରତର କର୍ମଶାଳା ମଧ୍ୟ: ପ୍ରଧାନମନ୍ତ୍ରୀ
ପିଏମ୍-ସେତୁ ଯୋଜନା ଭାରତର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ଚାହିଦା ସହିତ ଯୋଡ଼ିବ: ପ୍ରଧାନମନ୍ତ୍ରୀ
ଭାରତ ରତ୍ନ କର୍ପୁରୀ ଠାକୁରଜୀ ତାଙ୍କର ସମଗ୍ର ଜୀବନ ସମାଜସେବା ଏବଂ ଶିକ୍ଷାର ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କ ନାମରେ ପ୍ରତିଷ୍ଠିତ ହେଉଥିବା ଦକ୍ଷତା ବିଶ୍ୱବିଦ୍ୟାଳୟ ସେହି ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେବ: ପ୍ରଧାନମନ୍ତ୍ରୀ
ଯୁବପିଢ଼ିଙ୍କ ସାମର୍ଥ୍ୟ ବୃଦ୍ଧି କରିବା ଦ୍ୱାରା ଦେଶ ମଜବୁତ ହୁଏ: ପ୍ରଧାନମନ୍ତ୍ରୀ

ମୋ କ୍ୟାବିନେଟ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଜୀ, ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପ୍ରେମାସାନିଜୀ, ବିଭିନ୍ନ ରାଜ୍ୟର ପ୍ରତିନିଧିଗଣ, ବିଦେଶାଗତ ଅତିଥି, ଟେଲିକମ ସେକ୍ଟର ସହ ଜଡିତ ସମସ୍ତ ମାନ୍ୟ ଗଣ୍ୟଗଣ, ବିଭିନ୍ନ କଲେଜରୁ ଆସିଥିବା ଯୁବ ବନ୍ଧୁଗଣ, ଭଦ୍ର ମହିଳା ଓ ଅନ୍ୟମାନେ ।

ମୋବାଇଲ କଂଗ୍ରେସ ଅବସରରେ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି । ବହୁ ପ୍ରସଙ୍ଗ ଉପରେ ଆମ ନୂଆ ଷ୍ଟାର୍ଟ ଅପ ନିଜ ରିପ୍ରେଜେଂଟେସନ ପ୍ରସ୍ତୁତ କରିଛନ୍ତି । ଅର୍ଥ ଠକେଇ ପ୍ରତିରୋଧ, କ୍ୱାଂଟମ କମ୍ୟୁନିକେସନ, ୬ଜି, ଅପ୍ଟିକାଲ କମ୍ୟୁନିକେସନ, ସେମି କଣ୍ଡକ୍ଟର ଓ ଅନ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ମୁଁ ସୁନିନିଶ୍ଚିତ ଯେ ଭାରତର ଭବିଷ୍ୟ ପ୍ରଯୁକ୍ତିଗତ ବୁଦ୍ଧିମତା ଉପଯୁକ୍ତ ମେଧା ପାଖରେ ନିରାପଦ ରହିବ । ଏହି କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭାଭିବାଦନ ଜ୍ଞାପନ କରୁଛି ।

 

ବନ୍ଧୁଗଣ,

ଆଇଏମସିର ଏହି କାର୍ଯ୍ୟକ୍ରମ କେବଳ ମୋବାଇଲ କିମ୍ବା ଟେଲିକମ କ୍ଷେତ୍ର ଭିତରେ ସୀମିତ ହୋଇ ରହି ନାହିଁ । କିଛି ବର୍ଷ ଭିତରେ ଏହି ଆଇଏମସି ଫୋରମ ଏସିଆ ମହାଦେଶର ବୃହତମ ଡିଜିଟାଲ ପ୍ରଯୁକ୍ତିଗତ ଫୋରମରେ ପରିଣତ ହୋଇପାରିଛି ।

ବନ୍ଧୁଗଣ,

ଆଇଏମସିର ଏହି ସଫଳ କାହାଣୀ କିପରି ଲେଖାଗଲା । କିଏ ଏହାକୁ ଅନୁପ୍ରେରିତ କଲା ।

ବନ୍ଧୁଗଣ,

ଏହି ସଫଳ କାହାଣୀକୁ ଭାରତର ପ୍ରଯୁକ୍ତି ବିଦ୍ୟା ବିଶାରଦମାନେ ଲେଖିଛନ୍ତି । ଆମ ଯୁବକମାନେ ଏହାର ନେତୃତ୍ୱ ନେଇଛନ୍ତି । ଆମ ଷ୍ଟାର୍ଟ ଅପ ଓ ଇନୋଭେଟରମାନଙ୍କ ଦ୍ୱାରା ଏହାକୁ ପ୍ରୋତ୍ସାହିତ କରାଯାଇଛି । ଭାରତର ଟାଲେଂଟ ଓ ଦକ୍ଷତା ପଛରେ ସରକାର ଦୃଢ ଭାବରେ ଛିଡା ହୋଇଥିବାରୁ ଏହା ସମ୍ଭବପର ହୋଇପାରିଛି । ଟେଲିକମ ଟେକ୍ନୋଲଜି ଡେଭଲେପମେଂଟ ଫଣ୍ଡ ଓ ଡିଜିଟାଲ କମ୍ୟୁନିକେସନ୍ସ ଇନୋଭେସନ ସ୍କୋୟାର୍ସ ଦ୍ୱାରା ଆମେ ଷ୍ଟାର୍ଟ ଅପଗୁଡିକୁ ଫଣ୍ଡିଂ କରୁଛୁ । ୫ଜି, ୬ଜି, ଆଡଭାନ୍ସଡ ଅପ୍ଟିକାଲ କମ୍ୟୁନିକେସନ, ତେରା ହର୍ଜ ପରି କ୍ଷେତ୍ରରେ ଆମେ ଆର୍ଥିକ ପ୍ରୋତ୍ସାହିତ କରୁଛୁ । ଦେଶରେ ଷ୍ଟାର୍ଟ ଅପ ଓ ଅଗ୍ରଣୀ ଗବେଷଣା ପ୍ରତିଷ୍ଠାନ ଭିତରେ ଆମେ ପାର୍ଟନରସିପ ଲାଗି ସୁଯୋଗ ସୃଷ୍ଟି କରୁଛୁ । ସରକାରୀ ସାହାଯ୍ୟ ଓ ସହଯୋଗରେ ଭାରତର ଶିଳ୍ପ, ଷ୍ଟାର୍ଟ ଅପ, ଶିକ୍ଷାନୁଷ୍ଠାନଗୁଡିକ ବିଭିନ୍ନ କ୍ଷେତ୍ରରେ ମିଳିତ କାମ କରୁଛନ୍ତି । ସ୍ୱଦେଶୀ ଜ୍ଞାନ କୌଶଳର ବିକାଶ ହେଉ ଅବା ଆର ଆଣ୍ଡ ଡି ମାଧ୍ୟମରେ ବୁଦ୍ଧିମତା ସୃଷ୍ଟି କିମ୍ବା ବୈଶ୍ୱିକ ମାପଦଣ୍ଡ ପାଇଁ ଅଭିବୃଦ୍ଧି ଭାରତ ସବୁ କ୍ଷେତ୍ରରେ ଦି ପାଦ ଆଗରେ ରହିଛି । ଏସବୁ କାରଣରୁ ଭାରତ ଆଜି ଏକ ନିର୍ଭରଯୋଗ୍ୟ ପ୍ଲାଟଫର୍ମରେ ପରିଣତ ହୋଇପାରିଛି ।

 

ବନ୍ଧୁଗଣ,

ଇଣ୍ଡିଆ ମୋବାଇଲ କଂଗ୍ରେସ ଓ ଭାରତର ଟେଲିକମ କ୍ଷେତ୍ରରେ ଅଗ୍ରଗତି ଦେଶର ଆତ୍ମ ନିର୍ଭର ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦିଏ । ଆପଣମାନଙ୍କର ମନେଥିବ ଯେବେ ମୁଁ ମେକ ଇନ ଇଣ୍ଡିଆ କଥା କହୁଥିଲି ସେବେ ଲୋକେ ତାତ୍ସଲ୍ୟ କରୁଥିଲେ । ଦ୍ୱନ୍ଦ୍ୱ ଭିତରେ ରହିଥିବା ଲୋକେ ଭାରତର ପ୍ରଯୁକ୍ତି ବିଦ୍ୟାଗତ ଅଗ୍ରଗତି ନେଇ ସନ୍ଦିହାନ ରହିଥିଲେ । କାରଣ ସେମାନଙ୍କ ସମୟରେ ଏହା ହେବାକୁ ବହୁ ବର୍ଷ ଲାଗୁଥିଲା । ଯେତେବେଳେ ୨ଜି ପାଇଁ ଦେଶ ଡହଳବିକଳ ହେଉଥିଲା ସେବେ ସାରା ଦେଶରେ ୫ଜି ଉପଲବ୍ଧ ହେବାକୁ ଲାଗିଲା । ୨୦୧୪ ତୁଳନାରେ ଆମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ଛଅ ଗୁଣା ବଢିଯାଇଛି । ମୋବାଇଲ ତିଆରି କରିବା ପ୍ରାୟ ୨୮ ଗୁଣା ବଢିଯାଇଛି । ସେହିପରି ରପ୍ତାନୀ ବି ୧୨୭ ଗୁଣା ବଢିଛି । ଗତ ଶତାବ୍ଦୀରେ ମୋବାଇଲ ତିଆରି କମ୍ପାନୀଗୁଡିକ ଅଂସଖ୍ୟ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି । ଆଜି ଗୋଟିଏ ବଡ କମ୍ପାନୀ ସହ ପ୍ରାୟ ୪୫ଟି ଛୋଟ କମ୍ପାନୀ ଅନୁବନ୍ଧିତ ହୋଇ ରହୁଛନ୍ତି । ଏହାଫଳରେ ଦେଶରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି । କେବଳ ଏତିକି ନୁହେଁ ଆଜି ବି ଦେଶର ଅନ୍ୟ ବଡ କମ୍ପାନୀଗୁଡିକ ଅଧିକ ସଂଖ୍ୟାରେ ମୋବାଇଲ ନିର୍ମାଣ କରୁଛନ୍ତି । ଏହାଛଡା ଅନ୍ୟ କିଛି ପରୋକ୍ଷ ସୁଯୋଗ କଥା କହିଲେ ଅନେକ ଅଂସଖ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି ।

ବନ୍ଧୁଗଣ,

କିଛି ଦିନ ପୂର୍ବରୁ ଭାରତ ଏହାର ମେଡ ଇନ ଇଣ୍ଡିଆ ୪ଜି ଷ୍ଟାକ ଲଂଚ କଲା । ଏହା ଭାରତର ପ୍ରମୁଖ ସ୍ୱଦେଶୀ ସଫଳତା । ଏପ୍ରକାର ସୁବିଧା ସୁଯୋଗ ଥିବା ସାରା ବିଶ୍ୱର ପାଂଚଟି ଦେଶ ଭିତରେ ଭାରତ ଏବେ ନିଜ ନାଁ ଲେଖାଇ ପାରିଲା । ଡିଜିଟାଲ ଆତ୍ମ ନିର୍ଭରଶୀଳତା, ପ୍ରଯୁକ୍ତିଗତ ସ୍ୱାଧୀନତା ପରି କ୍ଷେତ୍ରରେ ଏହା ଏକ ଶୁଭ ସଂକେତ । ସ୍ୱଦେଶୀ ୪ଜି ଓ ୫ଜି ଷ୍ଟାକ ପାଇଁ ଆମେ କେବଳ ସିମ ବିହୀନ ଯୋଗାଯୋଗ ନୁହେଁ ବରଂ ଦ୍ରୁତ ଇଂଟରନେଟ ସହ ଅନ୍ୟାନ୍ୟ ସେବା ବି ଦେଶବାସୀଙ୍କୁ ଯୋଗାଇ ପାରିବୁ । ଖାସ ଏଇଥିପାଇଁ ସାରା ଦେଶରେ ପ୍ରାୟ ଏକ ଲକ୍ଷ ୪ଜି ଟାୱାରକୁ ସକ୍ରିୟ କରାଯାଇଛି । କିଛି ଦେଶ ବି ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସାରା ଦେଶରେ ଚାଲୁଥିବା ଡିଜିଟାଲ ଆନ୍ଦୋଳନରେ ୨ କୋଟିରୁ ଅଧିକା ଲୋକଙ୍କ ସମ୍ପୃକ୍ତିକୁ ଏହା ସୂଚୀତ କରୁଛି । ଡିଜିଟାଲ ଯୋଗାଯୋଗରୁ ଅନେକ ସ୍ଥାନ ବିଚ୍ଛିନ୍ନ ରହିଥିବା ବେଳେ ଏଥିପାଇଁ ଏବେ ସେମାନେ ଭଲ ଇଂଟରନେଟ ସେବା ପାଇପାରୁଛନ୍ତି ।

 

ବନ୍ଧୁଗଣ,

ଭାରତର ସ୍ୱଦେଶୀ ୪ଜି ଷ୍ଟାକର ଆଉ ଏକ ବିଶେଷତ୍ୱ ରହିଛି । ଆମର ୪ଜି ଷ୍ଟାକ ବି ଏବେ ଏକ୍ସପର୍ଟ ହେବା ଉପରେ । ଏହା ଭାରତର ବ୍ୟବସାୟର ସମ୍ପ୍ରସାରଣକୁ ସୂଚାଉଛି । ଇଣ୍ଡିଆ ୬ଜି ଭିଜନ କିମ୍ବା ଇଣ୍ଡିଆ ୨୦୩୦କୁ ପାଇବାରେ ଏହା ବିଶେଷ ସହାୟକ ହେବ ।

 ବନ୍ଧୁଗଣ,

ଗତ ଦଶବର୍ଷ ଭିତରେ ଭାରତର ପ୍ରଯୁକ୍ତିଗତ ଅଗ୍ରଗତି ଘଟିଛି । ଏହାକୁ ଆଖିରେ ରଖି ଏକ ସଶକ୍ତ ଆଇନ ଓ ଆଧୁନିକ ଯୋଜନା ପ୍ରଣୟନ ହେବା ଉପରେ ଗୁରୁତ୍ୱ କେବେଠାରୁ ଅନୁଭୂତ ହେଉଛି । ଟେଲି କମ୍ୟୁନିକେସନ ନିୟମ ଲାଗୁ କରି ଆମେ ଏହା ପାଇବାକୁ ଉଦ୍ୟମ କରିଛୁ । ଏହି ଏକମାତ୍ର ଆଇନ ବଳରେ ଭାରତୀୟ ଟେଲିଗ୍ରାଫ ଆକ୍ଟ ଓ ଭାରତୀୟ ୱାୟାରଲେସ ଟେଲିଗ୍ରାଫ ଆକ୍ଟ ଉଚ୍ଛେଦ ହେଲା । ଆମମାନଙ୍କର ଜନ୍ମ ହେବା ପୂର୍ବରୁ ଏପ୍ରକାର ଆଇନ ରହିଥିଲା । ଏକବିଂଶ ଶତାବ୍ଦୀର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଏହାର ପରିବର୍ତନ ଜରୁରୀ ଥିଲା । ଏହି ନୂଆ ନିୟମ ନିୟାମକ ଭାବେ ନୁହେଁ ବରଂ ମାର୍ଗ ଦର୍ଶନ ଭାବେ ପ୍ରତୀତ ହେଲା । ଆପ୍ରୁଭାଲ ସହଜସାଧ୍ୟ ହୋଇଗଲା । ଫାଇବର ଓ ଟାୱାର ନେଟୱାର୍କ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଏହା ବ୍ୟବସାୟ କରିବାକୁ ସୁବିଧା କରେଇବା ସହ ପୁଞ୍ଜି ନିବେଶକୁ ଉତ୍ସାହିତ କରାଗଲା । ଦୀର୍ଘସୂତ୍ରୀ ଯୋଜନାରେ ବିଭିନ୍ନ ଶିଳ୍ପର ରୂପରେଖ ପରିକଳ୍ପନା କରାଗଲା ।

 

ବନ୍ଧୁଗଣ,

ଆମେ ଆଜିକାଲି ସାଇବର ନିରାପତାକୁ ବି ଗୁରୁତ୍ୱ ଦେଉଛୁ । ସାଇବର ଫ୍ରଡମାନଙ୍କ ବିରୁଦ୍ଧରେ ରହିଥିବା ନିୟମକୁ କଡାକଡି କରାଯାଇଛି । ଅଭିଯୋଗ ହ୍ରାସ ଲାଗି ବି ମେକାନିଜିମ ବିକଶିତ କରାଯାଇଛି । ଉଭୟ ଶିଳ୍ପ ଓ ଗ୍ରାହକମାନେ ଏଥିରୁ ପ୍ରଚୁର ଲାଭ ପାଉଛନ୍ତି ।

ବନ୍ଧୁଗଣ,

ଆଜି ସାରା ବିଶ୍ୱ ଭାରତୀୟ ଦକ୍ଷତାର ପରିଚୟ ପାଇଛି । ସାରା ବିଶ୍ୱରେ ଆମେ ଦ୍ୱିତୀୟ ବୃହତମ ଟେଲିକମ ବଜାର । ଦ୍ୱିତୀୟ ବୃହତମ ୫ଜି ବଜାର ହିଁ ଏଇଠି ରହିଛି । ଉପଯୁକ୍ତ ବଜାର ସହ ଆମର ମାନବ ସମ୍ବଳ, ବୁଦ୍ଧିମତା ରହିଛି । ମାନବ ସମ୍ବଳ କଥା କହିଲେ ଆମ ଦେଶରେଏହା ଭରପୂର ଭାବେ ରହିଛି । ସାରା ବିଶ୍ୱର ସବୁଠାରୁ ବଡ ଯୁବ ଗୋଷ୍ଠୀ ଆମ ଦେଶରେ ହିଁ ରହିଛି । ଆଜି ସାରା ବିଶ୍ୱରେ ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବି ବଢିବାରେ ଲାଗିଛି ।

ବନ୍ଧୁଗଣ,   

ଆଜି ଭାରତରେ ଗୋଟିଏ ଚା କପର ମୂଲ୍ୟଠାରୁ ଗୋଟିଏ ଜିବି ୱୟାରଲେସ ଡାଟାର ମୂଲ୍ୟ କମ ରହିଛି । ଚା’ର ଉଦାହରଣ ଦେବା ମୋର ଏକ ପୁରୁଣା ଅଭ୍ୟାସ । ଆମେ ସାରା ବିଶ୍ୱର ଦ୍ରୁତ ଗତିରେ ଡାଟା ବ୍ୟବହାର କରୁଥିବା ଏକ ଦେଶ । ଡିଜିଟାଲ ସଂଯୋଗୀକରଣ ଆଉ ଏକ ସଉକ ହୋଇ ରହିନି ବରଂ ଏହା ସାଧାରଣ ଲୋକଙ୍କ ଜୀବନଶୈଳୀ ସହ ଅଙ୍ଗାଙ୍ଗି ଭାବେ ଜଡିତ ହୋଇଛି ।

 

ବନ୍ଧୁଗଣ,

ଶିଳ୍ପ ଓ ପୁଞ୍ଜି ନିବେଶ ପାଇଁ ଭାରତର ଆଗ୍ରହ ରହିଛି । ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା, ବିଭିନ୍ନ ଯୋଜନା ପ୍ରଣୟନ ଲାଗି ଇଜ ଅଫ ଡୁଇଙ୍ଗ ବ୍ୟବସ୍ଥା ପୁଞ୍ଜି ନିବେଶ ବ୍ୟବସ୍ଥାକୁ ସହଜ କରି ଦେବା ସହ ଭାରତକୁ ଖୁବ ଲୋକାଦୃତ କରିପାରିଛି । ଦେଶର ଡିଜିଟାଲ ପବ୍ଲିକ ଭିତିଭୂମି ଏନେଇ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚିତ କରୁଛି । ସେଥିପାଇଁ ମୁଁ ସବୁ ବେଳେ କହିଆସିଛି ଯେ, ଭାରତରେ ପୁଞ୍ଜି ନିବେଶ, ନୂତନ ତଥ୍ୟର ଆବିଷ୍କାର ଓ ସ୍ୱଦେଶରେ ନିର୍ମାଣ ଲାଗି ଏହା ସବୁଠାରୁ ଭଲ ସମୟ । ମାନୁଫାକଚରିଂଠାରୁ ସେମିକଣ୍ଡକ୍ଟର, ମୋବାଇଲଠାରୁ ଇଲେକ୍ଟ୍ରୋନିକ୍ସ ଓ ଷ୍ଟାର୍ଟଅପ ସବୁ କ୍ଷେତ୍ରରେ ଭାରତ ପାଖରେ ଅସାଧାରଣ ଦକ୍ଷତା ରହିଛି ।

ବନ୍ଧୁଗଣ,

କିଛି ସପ୍ତାହ ପୂର୍ବରୁ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ମୁଁ ଉଦଘୋଷଣା କରିଥିଲି ଯେ ଚଳିତବର୍ଷ ବହୁପ୍ରକାର ପରିବର୍ତନ ଓ ସଂସ୍କାରର ବର୍ଷ ହେବ । ସେଥିପାଇଁ ଶିଳ୍ପ ଓ ପୁଞ୍ଜି ନିବେଶକାରୀମାନଙ୍କ ଦାୟିତ୍ୱ ବଢିବାର ସମ୍ଭାବନା ବି ରହିଛି । ଆମ ଷ୍ଟାର୍ଟ ଅପ ଓ ନିବେଶକାରୀମାନଙ୍କର ବି ଗୁରୁ ଦାୟିତ୍ୱ ରହିଛି । ସେମାନଙ୍କର ସୁପରିଚାଳନା ଦାୟିତ୍ୱ ଲାଗି ଷ୍ଟାର୍ଟ ଅପଗୁଡିକ ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛନ୍ତି । ତେଣୁ ସେଥିପାଇଁ ମୁଁ ଖୁସି ପ୍ରକଟ କରୁଛି ଯେ ଚଳିତବର୍ଷ ଆଇଏମସି ୫୦୦ରୁ ଅଧିକ ଷ୍ଟାର୍ଟ ଅପକୁ ଆମନ୍ତ୍ରଣ କରିଛି । ଫଳରେ ସେମାନେ ପୁଞ୍ଜି ନିବେଶକାରୀଙ୍କ ସମେତ ବୈଶ୍ୱିକ ମାର୍ଗଦର୍ଶକଙ୍କ ସହ ନିଜକୁ ଯୋଡି ପାରିବେ ।

 

ବନ୍ଧୁଗଣ, 

ଏହି ସେକ୍ଟରର ବିକାଶରେ ନିତ୍ୟ ନୈମିତିକ ପୁଞ୍ଜି ନିବେଶକାରୀଙ୍କ ଭୂମିକା ଦିନକୁ ଦିନ ବଢିବାରେ ଲାଗିଛି । ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଏମାନଙ୍କର ଅଗ୍ରଣୀ ଭୂମିକା ଅବିସମ୍ବାଦିତ । ସେମାନଙ୍କର ଗବେଷଣା ଓ ବିକାଶମୂଳକ ଦକ୍ଷତା ରହିଛି । ଫଳରେ ଆମେ ବିଭିନ୍ନ ଷ୍ଟାର୍ଟ ଅପ ଓ ନିବେଶକାରୀଙ୍କ ଦ୍ୱାରା ସଶକ୍ତ ହୋଇପାରିବା ।

ବନ୍ଧୁଗଣ,

ଶିଳ୍ପ ସହ ଜଡିତ ଏମିତି ଅନେକ ପ୍ରସଙ୍ଗ ରହିଛି ଯାହା ନୂଆ ଷ୍ଟାର୍ଟ ଅପ ସହ ଗବେଷଣା ପ୍ରତିଷ୍ଠାନ, ସରକାରୀ ଯୋଜନା ପ୍ରଣୟନକାରୀଙ୍କ ସହଯୋଗ ଆବଶ୍ୟକ କରେ । ଯଦି ଆଇଏମସି ପରି ସଂସ୍ଥା ଦ୍ୱାରା ଡାଇଲଗ ଲାଗି ଏକ କ୍ଷେତ୍ର ପ୍ରସ୍ତୁତ ହୋଇପାରୁଛି ତେବେ ଅନେକ ଫାଇଦା ହୋଇପାରେ ।

 

ବନ୍ଧୁଗଣ,ଲେ

ଗ୍ଲୋବାଲ ସପ୍ଲାଏ ଚେନରେ କେଉଁଠି ସମସ୍ୟା ରହିଛି ତାହା ଆମକୁ ନଜର ଦେବାକୁ ପଡିବ । ମୋବାଇଲ, ଟେଲିକମ, ଇଲେକ୍ଟ୍ରୋନିକ୍ସ, ପ୍ରଯୁକ୍ତି ଇକୋ ସିଷ୍ଟମରେ ରହିଥିବା ସମସ୍ୟା ଲାଗି ଭାରତ ପାଖରେ ମହୌଷଧି ରହିଛି । ଉଦାହରଣ ସ୍ୱରୂପ ସେମିକଣ୍ଡକ୍ଟର ନିର୍ମାଣ ନେଇ ଆମେ ପୂର୍ବରୁ କମ ସଂଖ୍ୟକ ଦେଶ ଉପରେ ସୀମିତ ଥିଲୁ । ସମଗ୍ର ବିଶ୍ୱ ବାଟ ଖୋଜୁଥିଲା । ଏବେ ଆମ ଦେଶରେ ହିଁ ୧୦ଟି ସେମିକଣ୍ଡକ୍ଟର ୟୁନିଟ ନିର୍ମାଣାଧୀନ ରହିଛି ।

ବନ୍ଧୁଗଣ,

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ବୈଶ୍ୱିକ କମ୍ପାନୀଗୁଡିକ ବିଶ୍ୱସନୀୟ ଅଂଶୀଦାରଙ୍କୁ ଖୋଜୁଛନ୍ତି । ଟେଲିକମ ନେଟୱାର୍କ ଉତ୍ପାଦ ନିର୍ମାଣ ଲାଗି ବି ବିଶ୍ୱର ବିଭିନ୍ନ ସଂସ୍ଥା ବିଶ୍ୱସନୀୟ ପାର୍ଟନର ସନ୍ଧାନରେ ରହିଛନ୍ତି । ସ୍ୱଦେଶୀ କମ୍ପାନୀଗୁଡିକ କଣ ଏନେଇ କାମ କରିପାରିବେ ନାହିଁ ।

ବନ୍ଧୁଗଣ,

ଚିପସେଟ, ବ୍ୟାଟେରୀଠାରୁ ଆରମ୍ଭ କରି ଡିସପ୍ଲେ, ସେନସର ପର୍ଯ୍ୟନ୍ତ ସବୁକିଛି ଆମ ଦେଶ ଭିତରେ ନିର୍ମାଣ ହେବା ଆବଶ୍ୟକ । ଆଗ ଅପେକ୍ଷା ଏବେ ବିଶ୍ୱରେ ଅଧିକା ଡାଟା ସୃଷ୍ଟି ହେଉଛି । ସେଥିପାଇଁ ଷ୍ଟୋରେଜ, ନିରାପତା, ସାର୍ବଭୌମତା ଦିନକୁ ଦିନ ଅପରିହାର୍ଯ୍ୟ ହୋଇପଡୁଛି । ଡାଟା ସେଂଟର, କ୍ଲାଉଡ ଇନଫ୍ରାଷ୍ଟ୍ରକଚର ଉପରେ ଅଧିକ କାର୍ଯ୍ୟ ସମ୍ପାଦନ କରି ଭାରତ ଏକ ବୈଶ୍ୱିକ ଡାଟା ହବରେ ପରିଣତ ହୋଇପାରିବ ।

ବନ୍ଧୁଗଣ,

ଏହି ଆଭିମୁଖ୍ୟ ଓ ଲକ୍ଷ୍ୟ ନେଇ ଆମେ ଅଗ୍ରସର ହେବା । ଏହି ଆଇଏମସି କାର୍ଯ୍ୟକ୍ରମ ଲାଗି ଆଉଥରେ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Agricultural Transformation: How India’s Agri sector transformed over the last decade

Media Coverage

India’s Agricultural Transformation: How India’s Agri sector transformed over the last decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister attends the Defence Investiture Ceremony 2026 (Phase-1)
June 08, 2026

Prime Minister Shri Narendra Modi today attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel.

The Prime Minister expressed pride in their extraordinary courage, commitment and selfless service to the nation.

The Prime Minister posted on X:

"Attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel. We are proud of their extraordinary courage, commitment and selfless service to the nation."