୩ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ
ସନତନଗର - ମୌଲା ଅଲ୍ଲୀ ରେଳ ଲାଇନ୍‌ର ଦୋହରୀକରଣ ଓ ବିଦ୍ୟୁତିକରଣ ସହ ୬ଟି ନୂଆ ଷ୍ଟେସନ କୋଠା ଉଦ୍‌ଘାଟିତ
ଘାଟକେଶର - ଲିଙ୍ଗମପଲ୍ଲୀ ଭାୟା ମୌଲା ଅଲ୍ଲୀ - ସନତନଗରରୁ ଉଦ୍‌ଘାଟନୀ ଏମଏମଟିଏସ୍ ଟ୍ରେନ୍ ସେବାର ଶୁଭାରମ୍ଭ
ଇଣ୍ଡିଆନ୍ ଅଏଲ୍ ପାରାଦୀପ - ହାଇଦ୍ରାବାଦ ପ୍ରଡକ୍ଟ ପାଇପ୍‌ଲାଇନ୍ ଉଦ୍‌ଘାଟିତ
ହାଇଦ୍ରାବାଦରେ ବେସାମରିକ ବିମାନ ଚଳାଚଳ ଗବେଷଣା ସଂସ୍ଥା (ସିଏଆର୍‌ଓ) କେନ୍ଦ୍ରର ଉଦଘାଟନ
"ମୁଁ ରାଜ୍ୟର ବିକାଶ ମାଧ୍ୟମରେ ରାଷ୍ଟ୍ର ବିକାଶର ମନ୍ତ୍ରରେ ବିଶ୍ୱାସ କରେ’
"ଆଜିର ପ୍ରକଳ୍ପଗୁଡିକ ବିକଶିତ ତେଲେଙ୍ଗାନା ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ"
ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରରେ ବେସାମରିକ ବିମାନ ଚଳାଚଳ ଗବେଷଣା ସଂସ୍ଥା (ସିଏଆର୍‌ଓ) କେନ୍ଦ୍ର ଏଭଳି ଆଧୁନିକ ମାନଦଣ୍ଡ ଉପରେ ଆଧାରିତ ପ୍ରଥମ କେନ୍ଦ୍ର

ତେଲେଙ୍ଗାନାର ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସାଥି ଜି. କିଶନ ରେଡ୍ଡୀଜୀ, ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀ, କୋଣ୍ଡା ସୁରେଖା ଜୀ ଏବଂ କେ ଭେଙ୍କଟ ରେଡ୍ଡୀ ଜୀ, ସଂସଦରେ ମୋର ସାଥି ଡକ୍ଟର କେ ଲକ୍ଷ୍ମଣ ଜୀ ଏବଂ ଅନ୍ୟ ସମସ୍ତ ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !

 

ସଙ୍ଗାରେଡ୍ଡୀବାସୀଙ୍କୁ ନମସ୍କାର !

ତେଲେଙ୍ଗାନାକୁ ବିକାଶର ନୂତନ ଶିଖରକୁ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଗତ ୧୦ ବର୍ଷ ଧରି ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଏହି ଅଭିଯାନର ଅନ୍ତର୍ଗତ, ଆଜି ମୁଁ କ୍ରମାଗତଭାବେ ଦ୍ୱିତୀୟ ଦିନରେ ମଧ୍ୟ ତେଲେଙ୍ଗାନାରେ ଆପଣମାନଙ୍କ ମଧ୍ୟରେ ଅଛି | ଗତକାଲି ମୁଁ ଆଦିଲାବାଦରୁ ତେଲେଙ୍ଗାନା ଏବଂ ଦେଶ ପାଇଁ ପ୍ରାୟ ୫୬ ହଜାର କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛି। ଆଜି ମୋତେ ସାଙ୍ଗାରେଡ୍ଡୀରେ ପ୍ରାୟ ୭ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର ସୁଯୋଗ ମିଳୁଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜପଥ, ରେଳବାଇ ଏବଂ ବିମାନବନ୍ଦର ସହ ଜଡ଼ିତ ଆଧୁନିକ ଭିତ୍ତିଭୂମି ମଧ୍ୟ ଅନ୍ତର୍ଭୁକ୍ତ। ଏଥିରେ ପେଟ୍ରୋଲିୟମ ସହ ଜଡିତ ମଧ୍ୟ ପ୍ରକଳ୍ପ ରହିଛି । ଗତକାଲି ତେଲେଙ୍ଗାନାକୁ ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଲାଭ ମିଳିଥିଲା ତାହା ଶକ୍ତି ଏବଂ ପରିବେଶଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ର ସହିତ ଜଡିତ ଥିଲା । ମୁଁ ଏହି ନୀତିରେ ଦୃଢ଼ ଭାବରେ ବିଶ୍ୱାସର ସହ ଚାଲୁଛି-  ରାଜ୍ୟର ବିକାଶ ଦେଶର ବିକାଶ ଦିଗରେ ସହାୟକ ହୋଇଥାଏ । ଏହା ହେଉଛି ଆମର କାର୍ଯ୍ୟ କରିବାର ଶୈଳୀ ଏବଂ ଏହି ସଂକଳ୍ପ ସହିତ କେନ୍ଦ୍ର ସରକାର ମଧ୍ୟ ତେଲେଙ୍ଗାନାର ସେବା କରୁଛନ୍ତି । ଏହି ଅବସରରେ ଆଜି ମୁଁ ଆପଣମାନଙ୍କୁ ଏବଂ ତେଲେଙ୍ଗାନାର ସମସ୍ତ ଜନସାଧାରଣଙ୍କୁ ଏହି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଉଛି ।

ସାଥିମାନେ,

ବିମାନ ଚଳାଚଳ କ୍ଷେତ୍ରରେ ଆଜି ତେଲେଙ୍ଗାନାକୁ ଏକ ବହୁତ ବଡ ଉପହାର ମିଳିଛି । ହାଇଦ୍ରାବାଦର ବେଗମପେଟ ବିମାନ ବନ୍ଦରରେ 'କାରୋ' ନାମରେ ପରିଚିତ ବେସାମରିକ ବିମାନ ଚଳାଚଳ ଗବେଷଣା ସଂଗଠନ ପ୍ରତିଷ୍ଠା କରାଯାଇଛି।  ଏହା ନିଜସ୍ଵ ଦେଶର ପ୍ରଥମ ବିମାନ ଚଳାଚଳ କେନ୍ଦ୍ର ହେବ, ଏହି କେନ୍ଦ୍ର ଯାହା ଆଧୁନିକ ମାନର ନିର୍ମିତ ଏହା ହେବ ହାଇଦ୍ରାବାଦ ଏବଂ ତେଲେଙ୍ଗାନାକୁ ଏକ ନୂତନ ପରିଚୟ ପ୍ରଦାନ ମିଳିବ। ଏହା ଦ୍ଵାରା ବିମାନ ଚଳାଚଳ କ୍ଷେତ୍ରରେ ଏହା ତେଲେଙ୍ଗାନାର ଯୁବକମାନଙ୍କ ପାଇଁ ନୂଆ ଦିଗନ୍ତ ଖୋଲିବ । ଏହା ଦ୍ୱାରା ଦେଶରେ ବିମାନ ଚଳାଚଳ ଷ୍ଟାର୍ଟ ଅପ୍ ପାଇଁ ଗବେଷଣା ଏବଂ ଦକ୍ଷତା ବିକାଶ ପାଇଁ ଏକ ପ୍ଲାଟଫର୍ମ ଉପଲବ୍ଧ ହେବ ଏବଂ ଏକ ମଜଭୁତ ଭିତ୍ତିଭୂମି ଉପଲବ୍ଧ ହେବ । ଆଜି ଭାରତରେ ବିମାନ ଚଳାଚଳ କ୍ଷେତ୍ର ଯେଭଳି ନୂଆ ରେକର୍ଡ ସୃଷ୍ଟି କରୁଛି, ଗତ ୧୦ବର୍ଷ ମଧ୍ୟରେ ଦେଶରେ ବିମାନ ବନ୍ଦର ସଂଖ୍ୟା ଯେପରି ଦ୍ୱିଗୁଣିତ ହୋଇଛି, ଏହି କ୍ଷେତ୍ରରେ ଯେପରି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି, ହାଇଦ୍ରାବାଦର ଏହି ଆଧୁନିକ ଅନୁଷ୍ଠାନ ଏହି ସମ୍ଭାବନାକୁ ବିସ୍ତାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

 

ସାଥିମାନେ,

ଆଜି ୧୪୦ କୋଟି ଦେଶବାସୀ‘ବିକଶିତ ଭାରତ' ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ। ଆଉ ବିକଶିତ ଭାରତ ପାଇଁ  ଆଧୁନିକ ଭିତ୍ତିଭୂମି ର ଆବଶ୍ୟକତା ମଧ୍ୟ ସେତିକି ଜରୁରୀ । ସେଥିପାଇଁ ଚଳିତ ବର୍ଷ ବଜେଟରେ ଭିତ୍ତିଭୂମି ପାଇଁ ୧୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛି । ତେଲେଙ୍ଗାନା ଯେପରି ଏଥିରୁ ଅଧିକ ଲାଭବାନ ହେବ ତାହାକୁ ସୁନିଶ୍ଚିତ କରିବାକୁ ଆମର ପ୍ରୟାସ ରହିଛି । ଆଜି ଇନ୍ଦୋର-ହାଇଦ୍ରାବାଦ ଅର୍ଥନୈତିକ କରିଡରର ମହତ୍ଵ ଏକ ଅଂଶ ଭାବରେ, ଜାତୀୟ ରାଜପଥର ସମ୍ପ୍ରସାରଣ ସମ୍ପୂର୍ଣ୍ଣ ହୋଇଛି, କଣ୍ଡି-ରାମସାନପାଲ୍ଲେ ସେକ୍ସନକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉତ୍ସର୍ଗ କରାଯାଇଛି। ସେହିପରି, ମିରିୟାଲାଗୁଡା କୋଡାଡ ସେକ୍ସନ ମଧ୍ୟ ଶେଷ ହୋଇଛି, ଯାହା ଦ୍ୱାରା ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯାତାୟାତର ସୁବିଧା ହେବ। ଏହା ଦ୍ୱାରା ସିମେଣ୍ଟ ଏବଂ କୃଷି ସମ୍ବନ୍ଧୀୟ ଶିଳ୍ପ ଉଦ୍ୟୋଗ ଗୁଡିକୁ ମଧ୍ୟ ଲାଭ ହେବ। ଆଜି ଏଠାରୁ ସାଙ୍ଗାରେଡ୍ଡୀରୁ ମଦିନାଗୁଡ଼ାକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଶିଳାନ୍ୟାସ କରାଯାଇଛି। ଏହା ସମ୍ପୂର୍ଣ୍ଣ ହେଲେ ତେଲେଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆସିବ। ୧୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ସମଗ୍ର ଅଞ୍ଚଳର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ।

ସାଥିମାନେ,

ତେଲେଙ୍ଗାନା ଦକ୍ଷିଣ ଭାରତର ପ୍ରବେଶ ଦ୍ୱାର ଭାବେ ପରିଚିତ । ତେଲେଙ୍ଗାନାରେ ରେଳ ସେବାରେ ଉନ୍ନତି ଆଣିବା ପାଇଁ ରେଳ ସୁବିଧାର ବିଦ୍ୟୁତୀକରଣ ଏବଂ ଦୋହରୀକରଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ସିକନ୍ଦରାବାଦ-ମୌଲା ଅଲ୍ଲୀ ମାର୍ଗରେ ଦୋହରୀକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୬ଟି ନୂଆ ଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି। ଆଜି ଏଠାରୁ ଘଟକେଶରରୁ ଲିଙ୍ଗମପଲ୍ଲୀ ମଧ୍ୟରେ ଏମଏମଟିଏସ ଟ୍ରେନସେବା କୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଏହା ଆରମ୍ଭ ହେବା ପରେ ଏବେ ହାଇଦ୍ରାବାଦ ଓ ସିକନ୍ଦରାବାଦର ଆହୁରି ଅନେକ ଅଞ୍ଚଳ ସଂଯୋଗ ହୋଇଯିବେ। ଏହାଦ୍ଵାରା ଉଭୟ ସହର ମଧ୍ୟରେ ଯାତ୍ରା କରୁଥିବା ଟ୍ରେନଯାତ୍ରୀମାନେ ବହୁତ ଉପକୃତ ହେବେ ।

 

ସାଥିମାନେ,

ଆଜି ମୋତେ ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବାର ସୌଭାଗ୍ୟ ମଧ୍ୟ ମିଳିଛି । ଏହି ପ୍ରକଳ୍ପ ଦ୍ୱାରା ପେଟ୍ରୋଲିୟମ ଦ୍ରବ୍ୟକୁ ଶସ୍ତା ଓ ସୁରକ୍ଷିତ ଭାବରେ ପରିବହନ କରିବାର ସୁବିଧା ମିଳିବ । ଏହା ପ୍ରକଳ୍ପ ନିରନ୍ତର ବିକାଶ ପାଇଁ ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ। ଆଗାମୀ ଭବିଷ୍ୟତରେ ଆମେ 'ବିକଶିତ ତେଲେଙ୍ଗାନା'ରୁ 'ବିକଶିତ ଭାରତ’, ଏହି ଅଭିଯାନକୁ ଆମେ ଆହୁରି  ତ୍ୱରାନ୍ୱିତ କରିବୁ।

ସାଥିମାନେ,

ଏଠାରେ ଏହି ଛୋଟିଆ ସରକାରୀ କାର୍ଯ୍ୟକ୍ରମ ଶେଷ ହେବାକୁ ଯାଉଛି। ମୁଁ ବର୍ତ୍ତମାନ ଏହି ନିକଟରେ ଲୋକମାନଙ୍କ ମଧ୍ୟରେ ଏକ ବାର୍ତ୍ତାଳାପ କରିବା ପାଇଁ ଯିବି, ଯେଉଁଠାରେ ସେମାନେ ମଧ୍ୟ ଏହି ବିଷୟଗୁଡିକ ସମ୍ପର୍କରେ ବହୁତ କିଛି ଶୁଣିବାକୁ ଚାହୁଁ ଛନ୍ତି ।  ମାତ୍ର ୧୦ମିନିଟ୍ ମଧ୍ୟରେ ସେଠାରେ ସାଧାରଣ ସଭାରେ କିଛି ପ୍ରସଙ୍ଗ ଉପରେ ମୁଁ ବିସ୍ତୃତ ବିବରଣୀ ଦେବି। କିନ୍ତୁ ବର୍ତ୍ତମାନ ପାଇଁ ଏତିକି,  ଆପଣ ସମସ୍ତଙ୍କୁ ମୋ  ତରଫରୁ ବହୁତ ବହୁତ ଶୁଭକାମନା । ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Best-ever July sales set stage for strong festive season

Media Coverage

Best-ever July sales set stage for strong festive season
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi shares Sanskrit Subhashitam recognizing Earth as the nurturing mother of all life
August 06, 2026

The Prime Minister, Shri Narendra Modi today shared Sanskrit Subhashitam emphasising that humanity may live in harmony with the Earth, as earth is the nurturing mother of all life and the moral order that sustains her should be respected.

The Prime Minister shared a Sanskrit verse-

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥

The Prime Minister posted on X:

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥