ସୋମନାଥଙ୍କ ଭୂମି ଗୁଜରାଟରେ ଜନ୍ମ ନେଇ, ବାବା ବିଶ୍ୱନାଥଙ୍କ ଭୂମି କାଶୀରେ ସେବା କରି ଏବଂ ଆଜି ଶ୍ରୀଶୈଳମଙ୍କ ଆଶୀର୍ବାଦ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି: ପ୍ରଧାନମନ୍ତ୍ରୀ
ଶ୍ରୀ ଶିବାଜୀ ସ୍ପୂର୍ତ୍ତି କେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମୋତେ ମିଳିଛି ଏବଂ ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କୁ ପ୍ରଣାମ କରୁଛି: ପ୍ରଧାନମନ୍ତ୍ରୀ
ଆନ୍ଧ୍ର ପ୍ରଦେଶ ‘ସ୍ୱାଭିମାନ’ ଏବଂ ‘ସଂସ୍କୃତି’ର ଭୂମି, ଏହା ବିଜ୍ଞାନ ଏବଂ ନବସୃଜନର ଏକ କେନ୍ଦ୍ର ମଧ୍ୟ: ପ୍ରଧାନମନ୍ତ୍ରୀ
ଆଜି, ସ୍ୱଚ୍ଛ ଶକ୍ତି ଠାରୁ ଆରମ୍ଭ କରି ସାମଗ୍ରିକ ଶକ୍ତି ଉତ୍ପାଦନ ପର୍ଯ୍ୟନ୍ତ, ଭାରତ ପ୍ରତ୍ୟେକ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରୁଛି: ପ୍ରଧାନମନ୍ତ୍ରୀ
ସାରା ଦେଶରେ ବହୁମୁଖୀ ଭିତ୍ତିଭୂମି ଦ୍ରୁତ ଗତିରେ ବିକାଶ ହେଉଛି ଏବଂ ଆମେ ଗ୍ରାମରୁ ସହର ଏବଂ ସହରରୁ ବନ୍ଦର ପର୍ଯ୍ୟନ୍ତ ସଂଯୋଗୀକରଣ ଉପରେ ଦୃଢ଼ ଧ୍ୟାନ ଦେଉଛୁ: ପ୍ରଧାନମନ୍ତ୍ରୀ
ଆଜି ଭାରତ ଏବଂ ଆନ୍ଧ୍ରପ୍ରଦେଶ ଉଭୟର ଦ୍ରୁତ ଏବଂ ବ୍ୟାପକ ବିକାଶ ବିଶ୍ୱ ଦେଖିପାରୁଛି; ଗୁଗୁଲ୍ ଆନ୍ଧ୍ରପ୍ରଦେଶରେ ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ହବ୍ ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ
ଆଜି, ବିଶ୍ୱ ଭାରତକୁ ଏକବିଂଶ ଶତାବ୍ଦୀର ନୂତନ ଉତ୍ପାଦନ କେନ୍ଦ୍ର ଭାବରେ ଦେଖୁଛି: ପ୍ରଧାନମନ୍ତ୍ରୀ
ଆମ ସରକାରଙ୍କ ସଂକଳ୍ପ ହେଉଛି ନାଗରିକ-କୈନ୍ଦ୍ରିକ ବିକାଶ, ନିରନ୍ତର ସଂସ୍କାର ମାଧ୍ୟମରେ ଆମେ ଲୋକଙ୍କ ଜୀବନକୁ ସହଜ କରୁଛୁ: ପ୍ରଧାନମନ୍ତ୍ରୀ

ଭାଇ ଓ ଉଭଣୀମାନେ, ଆପଣ ସମସ୍ତଙ୍କୁ ଅଭିବାଦନ ।

ଆନ୍ଧ୍ର ପ୍ରଦେଶର ମହାମହିମ ରାଜ୍ୟପାଳ ଏସ. ଅବଦୁଲ ନଜିରଜୀ, ଲୋକପ୍ରିୟ ଓ କର୍ମଠ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରମନ୍ତ୍ରୀ କେ. ରାମମୋହନ ନାଇଡୁଜୀ, ଚନ୍ଦ୍ରଶେଖର ପ୍ରେମାସାନିଜୀ, ଭୂପତିରାଜୁ ଶ୍ରୀନିବାସ ବର୍ମାଜୀ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଜୀ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ନାରା ଲୋକେଶଜୀ, ସମସ୍ତ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ପି.ଭି.ଏନ ମାଧବଜୀ, ସମସ୍ତ ସାଂସଦ, ବିଧାୟକଗଣ ଓ ଏଠାରେ ଆମକୁ ଆଶୀର୍ବାଦ କରିବାକୁ ଆସିଥିବା ମୋର ସମସ୍ତ ପ୍ରିୟ ଭାଇ ଓ ଉଭଣୀମାନେ ।

ପ୍ରଥମତଃ ଆହୋବିଲାମର ପ୍ରଭୁ ନରସିଂହ ସ୍ୱାମୀ ଓ ମହାନନ୍ଦୀର ପ୍ରଭୁ ମହାନନ୍ଦୀଶ୍ୱରଜୀଙ୍କୁ ମୁଁ ପ୍ରଣାମ କରୁଛି । ଆମ ସମସ୍ତଙ୍କ ପାଇଁ ମନ୍ତ୍ରାଳୟମର ଗୁରୁ ଶ୍ରୀରାଘବେନ୍ଦ୍ର ସ୍ୱାମୀଙ୍କ ଆଶୀର୍ବାଦ କାମନା କରୁଛି ।

ବନ୍ଧୁଗଣ,

ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ତୋତ୍ରମରେ ଗୋଟିଏ କଥା ଉଲ୍ଲେଖ ରହିଛି ଯେ, ସୌରାଷ୍ଟ୍ରେ ସୋମନାଥଂ ଚ ଶ୍ରୀଶୈଳେ ମଲ୍ଲିକାର୍ଜୁନମ । ତେବେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଭିତରୁ ପ୍ରଥମେ ସୋମନାଥ ଓ ଦ୍ୱିତୀୟରେ ମଲ୍ଲିକାର୍ଜୁନ ରହିଛନ୍ତି । ମୋର ସୌଭାଗ୍ୟ ଯେ, ସୋମନାଥଙ୍କ ମାଟି ଗୁଜୁରାଟରେ ମୁଁ ଜନ୍ମ ଲାଭ କରିଛି । ବାବା ବିଶ୍ୱନାଥଙ୍କ ମାଟି କାଶୀରେ ବି ସେବା କରିବାର ସୁଯୋଗ ପାଇଛି । ଏବେ ଏବେ ଶ୍ରୀଶୈଲମଙ୍କ ଆଶୀର୍ବାଦ ଲାଭ କରିଛି ।

 

ବନ୍ଧୁଗଣ,

ଶ୍ରୀଶୈଲମ ପରିଦର୍ଶନ କରିବା ପରେ ମୁଁ ଶିବ ସ୍ଫୁର୍ତି କେନ୍ଦ୍ରକୁ ବି ଯାଇଥିଲି । ଏହି ମଚରୁ ଛତ୍ରପତି ଶିବାଜୀ ମହାରାଜଙ୍କୁ ମୁଁ ପ୍ରଣାମ କଲି । ଅଲ୍ଲମା ପ୍ରଭୁ ଓ ଆକ୍କାମହାଦେବୀଙ୍କ ପରି ଶିବ ଭକ୍ତମାନଙ୍କୁ ମୁଁ ପ୍ରଣାମ ଜଣାଇଲି । ଉୟାଲ୍ଲାୱାଦା ନରସିଂହା ରେଡ୍ଡି ଗାରୁ ଓ ହରି ସର୍ବୋତମ ରାଓଙ୍କ ପରି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବି ମୁଁ ପ୍ରଣାମ ଜଣାଇଲି ।

ବନ୍ଧୁଗଣ,

ଗର୍ବ ଓ ସଂସ୍କୃତିର ରାଜ୍ୟ ହେଉଛି ଆନ୍ଧ୍ର ପ୍ରଦେଶ । ଏହାଛଡା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଏହି ରାଜ୍ୟ ହେଉଛି ଅନ୍ୟତମ କେନ୍ଦ୍ର । ଅସରନ୍ତି ଦକ୍ଷତା ଓ ଅପରିମାପ ଯୁବ ଶକ୍ତିର ଏହା ହେଉଛି ଏକ ରାଜ୍ୟ । ସଠିକ ଦୃଷ୍ଟିକୋଣ ସହ ମାର୍ଗଦର୍ଶନ ହିଁ ଏହି ରାଜ୍ୟ ଆବଶ୍ୟକ କରୁଛି । ଆଜି ଚନ୍ଦ୍ର ବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ମାଧ୍ୟମରେ ଏହି ରାଜ୍ୟ ସେପରି କ୍ରାନ୍ତିକାରୀ ନତୃତ୍ୱ ପାଇଛି, ଯାହାକୁ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଛି ।

ବନ୍ଧୁଗଣ,

ଗତ ୧୬ ମାସ ଭିତରେ ଆନ୍ଧ୍ର ପ୍ରଦେଶରେ ବିକାଶର ଖୁବ ଅଗ୍ରଗତି ହୋଇଛି । ଡବଲ ଇଞ୍ଜିନ ସରକାରଙ୍କ ଅମଳରେ ଅଶ୍ରୁତପୂର୍ବ ବିକାଶ ସାଧିତ ହେଉଛି । ଆଜି ଦିଲ୍ଲୀ ଓ ଅମରାବତୀ ସେହି ସମାନ ଗତିରେ ବିକଶିତ ହେବାରେ ଲାଗିଛନ୍ତି । ତେବେ ଏପ୍ରକାର ଦ୍ରୁତ ବିକାଶ ପାଇଁ ୨୦୪୭ ମସିହା ବେଳକୁ ବିକଶିତ ଭାରତ ବାସ୍ତବ ରୂପ ପାଇଥିବ । ଯେପରି ପ୍ରଚୁର ଭାବାବେଗ ସହ ଏବେ ଚନ୍ଦ୍ରବାବୁ କହିଲେ ସେହିପରି ପ୍ରଚୁର ବିଶ୍ୱାସର ସହ ମୁଁ କହିପାରେ ଯେ ଏକବିଂଶ ଶତାବ୍ଦୀ ହେଉଛି ଭାରତବର୍ଷର । ଏହି ଶତାବ୍ଦୀ ୧୪୦ କୋଟି ଲୋକ ବସବାସ କରୁଥିବା ଦେଶର ।

 

ବନ୍ଧୁଗଣ,

ଆଜି ବି ରେଳ, ସଡକ, ହାଇୱେ, ବିଜୁଳି, ବାଣିଜ୍ୟ ସମ୍ବନ୍ଧିତ ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଛି କିମ୍ବା ଶିଳାନ୍ୟାସ କରାଯାଇଛି । ଏସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଯୋଗାଯୋଗ ବଢିବ । ଶିଳ୍ପ ବି ବଢିବା ସହ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତନ ଆସିବ । କୁର୍ଣ୍ଣୁଲ ଓ ଆଖପାଖ ଅଂଚଳ ଏହାଦ୍ୱାରା ପ୍ରଭାବିତ ହୋଇ ଫାଇଦା ପାଇବେ । ଏସବୁ ପ୍ରକଳ୍ପ ଲାଗି ମୁଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

ବନ୍ଧୁଗଣ,

କୌଣସି ରାଜ୍ୟ କିମ୍ବା ଦେଶର ବିକାଶ ଲାଗି ଶକ୍ତି କ୍ଷେତ୍ରରେ ନିରାପତା ଆବଶ୍ୟକ । ଶକ୍ତି କ୍ଷେତ୍ରରେ ୩ ହଜାର କୋଟି ଟଙ୍କାର ଏକ ଟ୍ରାନ୍ସମିଶନ ପ୍ରକଳ୍ପ ଉଦଘାଟିତ ହୋଇଛି । ଏହା ବି ଦେଶର ଶକ୍ତି କ୍ଷେତ୍ରକୁ ଦି ପାଦ ଆଗକୁ ନେବ ।

ବନ୍ଧୁଗଣ,

ଦ୍ରୁତ ବିକାଶ କାଳରେ ଆମେ ବି ଅତୀତକୁ ଭୁଲିବା ଉଚିତ ନୁହେଁ । ଏଗାର ବର୍ଷ ପୂର୍ବେ ଦେଶରେ ଯେବେ କଂଗ୍ରେସ ଶାସନ କରୁଥିଲା ସେବେ ଦେଶରେ ମୁଣ୍ଡପିଛା ଏକ ହଜାର ୟୁନିଟ ତଳକୁ ଖାଉଟି ବିଜୁଳି ଉପଭୋଗ କରୁଥିଲେ । ବେଳେ ବେଳେ ଦେଶରେ ବ୍ଲାକ ଆଉଟ ହୋଇ ଯାଉଥିଲା । ଅଧିକାଂଶ ଗାଁରେ ବିଜୁଳି ସୁବିଧା ନଥିଲା । ସ୍ୱଚ୍ଛ ଊର୍ଜ୍ଜା ଉତ୍ପାଦନଠାରୁ ଅନ୍ୟ ଊର୍ଜ୍ଜା ଉତ୍ପାଦନ ପର୍ଯ୍ୟନ୍ତ ଭାରତ ବିଭିନ୍ନ କ୍ଷେତ୍ରରେ ରେକର୍ଡ କରୁଛି । ଦେଶର ଗ୍ରାମାଂଚଳରେ ବି ଆଜିକାଲି ବିଜୁଳି ପହଂଚିଲାଣି । ୧୪ ଶହ ୟୁନିଟକୁ ମୁଣ୍ଡପିଛା ବିଜୁଳି ଖର୍ଚ୍ଚ ବଢିଛି । ଉଭୟ ଶିଳ୍ପ ଓ ଆବାସିକ ବୋର୍ଡ ଲାଗି ପ୍ରଚୁର ବିଜୁଳି ମହଜୁଦ ରହିଛି ।

 

ବନ୍ଧୁଗଣ,

ଊର୍ଜ୍ଜା କ୍ଷେତ୍ରରେ ଏ ପ୍ରକାର ବିପ୍ଲବ ଆଣିବାରେ ଆନ୍ଧ୍ର ପ୍ରଦେଶ ହେଉଛି ଏକ ପ୍ରମୁଖ କେନ୍ଦ୍ର । ଶ୍ରୀକାକୁଲମରୁ ଅନୁଗୁଳ ଯାଏ ପ୍ରାକୃୃତିକ ଗ୍ୟାସ ପାଇପ ଲାଇନ ପକାଇବା କାମ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଆଜିଠାରୁ ଆରମ୍ଭ କରାଗଲା । ଏହି ପାଇପ ଲାଇନ ମାଧ୍ୟମରେ ପ୍ରାୟ ୧୫ ଲକ୍ଷ ଘରକୁ ଗ୍ୟାସ ଯୋଗାଇ ଦିଆଯିବ । ଦୈନିକ ୨୦ ହଜାର ସିଲିଣ୍ଡରରେ ଗ୍ୟାସ ଭରିପାରୁଥିବା ଏକ ଏଲପିଜି ବଟଲିଂ ପ୍ଲାଂଟ ବି ଚିତୋରରେ ଉଦଘାଟିତ ହୋଇଛି । ସ୍ଥାନୀୟ ପରିବହନ ଓ ଷ୍ଟୋରେଜ ସେକ୍ଟରରେ ଯୁବକମାନଙ୍କ ଲାଗି ଏହା ନିଯୁକ୍ତି ସୁଯୋଗ ବି ସୃଷ୍ଟି କରିବ ।

ବନ୍ଧୁଗଣ,

ବିକଶିତ ଭାରତ ନିର୍ମାଣ କ୍ଷେତ୍ରରେ ମଲଟି ମୋଡାଲ ଭିତିଭୂମିର ବିକାଶ ଜରୁରୀ । ଗାଁରୁ ସହର, ସହରରୁ ବନ୍ଦର ଯାଏ ଆମେ ଯୋଗାଯୋଗର କଥା କହୁଛେ । ସବ୍ୱାଭରମ ଓ ଶୀଲାନଗର ଭିତରେ ତିଆରି କରାଯାଇଥିବା ନୂଆ ହାଇୱେ ବି ଅନେକ ସମସ୍ୟା କମେଇ ଦେବ । ରେଳବାଇ କ୍ଷେତ୍ରରେ ବି ନୂଆ ଯୁଗ ଆରମ୍ଭ ହୋଇଛି । ନୂଆ ରେଳବାଇ ଲାଇନ, ରେଳ ଫ୍ଲାଏ ଓବର ନିର୍ମାଣ କରି ଦୂରତା କମାଯାଇପାରିଛି । ଆଉ ଏହି ଅଂଚଳ ପାଖାପାଖି ଶିଳ୍ପ ଗଢି ଉଠିଲେ ଆହୁରି ଉନ୍ନତି ହୋଇପାରିବ ।

ବନ୍ଧୁଗଣ,

୨୦୨୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ଆମେ ଆଗେଇ ଚାଲିଛୁ । ଏହି ଜାତୀୟ ମିଶନ ସ୍ୱର୍ଣ୍ଣ ଆନ୍ଧ୍ର ଯୋଜନା ଦ୍ୱାରା ବହୁଳ ମାତ୍ରାରେ ଶକ୍ତି ଗୋଟାଇ ପାରିଛି । ଆମେ ସମସ୍ତେ ଜାଣୁ ଯେ ଯେବେ ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା କଥା ଉଠେ ସେବେ ଆନ୍ଧ୍ର ଓ ଏହାର ଯୁବ ପିଢି ଆଗରେ ରୁହନ୍ତି । ଏହାଛଡା ଆମେ ଡବଲ ଇଂଜିନ ସରକାରରେ ଆନ୍ଧ୍ର ପ୍ରଦେଶରେ ବହୁତ କାମ କରିବାକୁ ଲକ୍ଷ୍ୟ ରଖିଛୁ ।

 

ବନ୍ଧୁଗଣ,

ଉଭୟ ଭାରତବର୍ଷ ଓ ଆନ୍ଧ୍ର ପ୍ରଦେଶର ଦ୍ରୁତ ବିକାଶ କଥା ସାରା ବିଶ୍ୱ ଜାଣିଛି । ଦୁଇ ଦିନ ପୂର୍ବରୁ ଗୁଗୁଲ ବି ଆନ୍ଧ୍ର ପ୍ରଦେଶରେ ପୁଞ୍ଜି ନିବେଶ କଥା କହିଥିଲା । ଆନ୍ଧ୍ରରେ ଦେଶର ପ୍ରଥମ କୃତ୍ରିମ ବୁଦ୍ଧମତା ହବକୁ ଗୁଗୁଲ ନିର୍ମାଣ କରିବାକୁ ଯାଉଛି । ଆଉ ଯେବେ ଗୁଗୁଲ ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କ ସହ ମୁଁ କଥା ହୋଇଥିଲି ସେବେ ସେ କହିଥିଲେ ଯେ, ଆମେରିକା ବାହାରେ ବହୁ ସ୍ଥାନରେ ଆମେ ପୁଞ୍ଜି ନିବେଶ କରିଛୁ । ହେଲେ ଭାରତର ଆନ୍ଧ୍ର ପ୍ରଦେଶରେ ଆମର ବହୁଳ ପୁଞ୍ଜି ନିବେଶ ହେବାକୁ ଯାଉଛି । ଏହି ନୂଆ ହବରେ ଶକ୍ତିଶାଳୀ ଏଆଇ ଭିତିଭୂମି, ଡାଟା ସେଂଟର, ଦୀର୍ଘସୂତ୍ରୀ ଊର୍ଜ୍ଜା କ୍ଷେତ୍ର, ବିସ୍ତାରିତ ଫାଇବର ଅପଟିକ ନେଟୱାର୍କ ରହିବ ।

ବନ୍ଧୁଗଣ,

ଗୁଗୁଲର ଏଆଇ ପୁଞ୍ଜି ନିବେଶ ଅଧୀନରେ ଏକ ନୂଆ ଆନ୍ତର୍ଜାତୀୟ ସାମୁଦ୍ରିକ ଗେଟ ୱେ ବି ନିର୍ମାଣ କରାଯିବ । ଏଥିରେ ବହୁମୁଖୀ ଆନ୍ତର୍ଜାତିକ ସି କେବୁଲ ରହିବ ଯାହା ସିଧା ବିଶାପାଟଣାକୁ ପୂର୍ବ ଭାରତ ଉପକୂଳ ସହ ଯୋଡିବ ।

ବନ୍ଧୁଗଣ,

ଏହି ପ୍ରକଳ୍ପ ଦ୍ୱାରା ବିଶାଖାପାଟଣା ଏକ ବୈଶ୍ୱିକ ଏଆଇ ହବରେ ପରିଣତ ହୋଇପାରିବ । ଏହା କେବଳ ଭାରତ ନୁହେଁ ସାରା ବିଶ୍ୱର କାମରେ ଲାଗିପାରିବ । ମୁଁ ହୃଦୟରୁ ଆନ୍ଧ୍ର ପ୍ରଦେଶ ଜନତାଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଚନ୍ଦ୍ରବାବୁ ନାଇଡୁଙ୍କ ଦୂରଦୃଷ୍ଟିକୁ ସାଧୁବାଦ ଜଣାଉଛି ।

 

ବନ୍ଧୁଗଣ,

 ଭାରତର ବିକାଶ ଲାଗି ଆନ୍ଧ୍ର ପ୍ରଦେଶର ବିକାଶ ଅତ୍ୟନ୍ତ ଜରୁରୀ । ରାୟଲସୀମାର ବିକାଶ ବି ସମ ପରିମାଣରେ ଜରୁରୀ ବୋଲି ବି ମୁଁ ଗଭୀର ବିଶ୍ୱାସ କରେ । କୁର୍ଣ୍ଣୁଲରେ ଆଜି ଆରମ୍ଭ କରାଯାଇଥିବା ପ୍ରକଳ୍ପ ସବୁ ଆଗାମୀ ଦିନରେ ରାୟଲସୀମାର ପ୍ରତି ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସମଗ୍ର ଅଂଚଳରେ ଏସବୁ ପ୍ରକଳ୍ପ ଦ୍ୱାରା ଶିଳ୍ପର ବିକାଶ ହୋଇପାରିବ ।

ବନ୍ଧୁଗଣ,

ଆନ୍ଧ୍ର ପ୍ରଦେଶର ବିକାଶ ଲାଗି ଆମେ ନୂଆ ଶିଳ୍ପଜନିତ କରିଡର ତିଆରି କରିବା ଆବଶ୍ୟକ । ଏହି କ୍ରମରେ ଅର୍ବାକାଲ ଓ କୋପାର୍ଥୀ ପରି ସ୍ଥାନରେ ସରକାର ନୂଆ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି । ଏହି ଦୁଇଟି ସ୍ଥାନରେ ଅଧିକା ପୁଞ୍ଜି ନିବେଶ ହେଲେ ଅଧିକା ଆତ୍ମ ନିଯୁକ୍ତି ସୃଷ୍ଟି ହୋଇପାରିବ ।

ବନ୍ଧୁଗଣ,

ଭାରତକୁ ଆଜି ସାରା ବିଶ୍ୱ ଏକବିଂଶ ଶତାବ୍ଦୀର ମାନୁଫାକ୍‌ଚରିଂ କେନ୍ଦ୍ର ଭାବେ ବିବେଚନା କରୁଛି । ଆତ୍ମ ନିର୍ଭର ଭାରତ ଯୋଜନା ଏ କ୍ଷେତ୍ରରେ ଏକ ମାଇଲଖୁଂଟ । ଆମ ଆନ୍ଧ୍ର ପ୍ରଦେଶ ଆତ୍ମ ନିର୍ଭର ଭାରତ ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବରେ ପରିଣତ ହେବାକୁ ଯାଉଛି ।

 

ବନ୍ଧୁଗଣ,

ଆନ୍ଧ୍ର ପ୍ରଦେଶର ମୂଳ ଦକ୍ଷତାକୁ ପଛରେ ପକାଇ କଂଗ୍ରେସ ସରକାର କେବଳ ଏହି ରାଜ୍ୟର କ୍ଷତି କରିନାହାନ୍ତି ବରଂ ସାରା ଦେଶର କ୍ଷତି କରିଛନ୍ତି । ଦେଶର ବିକାଶରେ ଲାଗି ପାରୁଥିବା ରାଜ୍ୟ ନିଜର ଉନ୍ନତି ଲାଗି ଏବେ ସଂଘର୍ଷ କରୁଛି । ମୁଁ ଖୁସି ଯେ ଏନଡିଏ ଶାସନ କାଳରେ ରାଜ୍ୟର ବିକାଶ ସମ୍ଭବ ହୋଇପାରିଛି । ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରତ୍ୟକ୍ଷ ଚେଷ୍ଟାରେ ଆନ୍ଧ୍ର ପ୍ରଦେଶ ବିକଶିତ ହୋଇ ଆତ୍ମ ନିର୍ଭର ଭାରତର ଏକ ପ୍ରମୁଖ କେନ୍ଦ୍ର ଭାବରେ ପ୍ରତିଷ୍ଠିତ ହେବାରେ ଲାଗିଛି । ମାନୁଫାକ୍‌ଚରିଂ କ୍ଷେତ୍ରରେ ଆନ୍ଧ୍ର ବିକଶିତ ହେବାରେ ଲାଗିଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭର ହେବା ଲାଗି ନିମ୍ମାଲୁରୁରେ ଆଡଭାନ୍ସଡ ନାଇଟ ଭିଜନ ଫ୍ୟାକ୍ଟ୍ରିର ସ୍ଥାପନା ଏକ ଉଲ୍ଲେଖନୀୟ ପଦକ୍ଷେପ । ନାଇଟ ଭିଜନ ଯନ୍ତ୍ରାଂଶ, ମିସାଇଲ ସେନସର, ଡ୍ରୋନ ଗାର୍ଡ ସିଷ୍ଟମ ପରି ବିଭିନ୍ନ ଉତ୍ପାଦ ନିର୍ମାଣ କ୍ଷେତ୍ରରେ ଏହି ଫ୍ୟାକ୍ଟ୍ରି ଭାରତର ଦକ୍ଷତା ବୃଦ୍ଧି କରିପାରିବ । ଯେଉଁ ଉତ୍ପାଦ ଏଇଠି ତିଆରି କରିହେବ ତାହା ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୂତ କରିବ । ଅପରେସନ ସିନ୍ଦୂରରେ ସ୍ୱଦେଶୀ ଜ୍ଞାନ କୈଶଳରେ ନିର୍ମିତ ଯୁଦ୍ଧାସ୍ତ୍ରର କରିସ୍ମା ଆମେ ଦେଖିସାରିଛୁ ।

ବନ୍ଧୁଗଣ,

ମୁଁ ଖୁସି ଯେ କୁର୍ଣ୍ଣୁଲକୁ ସରକାର ଦେଶର ଡ୍ରୋନ ହବରେ ପରିଣତ କରିବାକୁ ଚାହୁଁଛନ୍ତି । ଡ୍ରୋନ ଶିଳ୍ପ ମାଧ୍ୟମରେ କୁର୍ଣ୍ଣୁଲ ଓ ଆନ୍ଧ୍ରର ଅନ୍ୟାନ୍ୟ ଅଂଚଳରେ ଅନ୍ୟାନ୍ୟ ଯାନ୍ତ୍ରିକ ସେକ୍ଟର ବି ଖୋଲିବ । ଅପରେସନ ସିନ୍ଦୂରରେ ଡ୍ରୋନର ଅଭୂତପୂର୍ବ କ୍ଷମତା ପ୍ରଦର୍ଶନ କରାଯାଇଥିଲା । ଆଗାମୀ ଦିନରେ ଡ୍ରୋନ ନିର୍ମାଣ କ୍ଷେତ୍ରରେ କୁର୍ଣ୍ଣୁଲ ସାରା ଭାରତରେ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ ହେବ ।

ବନ୍ଧୁଗଣ,

ନାଗରିକ କୈନ୍ଦ୍ରିକ ବିକାଶ ଆମ ସରକାରଙ୍କ ଲକ୍ଷ୍ୟ । ଲୋକମାନଙ୍କ ଜୀବନଧାରଣ ସରଳ ହେବା ଲାଗି ଆମ ସରକାର ବି ଏ ଦିଗରେ ବହୁ ସଂସ୍କାର ଆଣୁଛନ୍ତି । ଆଜି ଦେଶରେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟ୍ୟାକ୍ସମୁକ୍ତ କରାଯାଇ ପାରିଛି । ଔଷଧ କିଣିବାରେ ସୁଲଭତା, କମ ଖର୍ଚ୍ଚରେ ସ୍ୱାସ୍ଥ୍ୟ ସେବା, ବରିଷ୍ଠ ନାଗରିକଙ୍କ ଲାଗି ଆୟୁଷ୍ମାନ କାର୍ଡ ପରି ସୁବିଧା ଏବେ ଜୀବନଧାରଣ ଶୈଳୀକୁ ସହଜ କରିଦେଇଛି ।

 

ବନ୍ଧୁଗଣ,

ନବରାତ୍ରର ପ୍ରଥମ ଦିନରୁ ହିଁ ଜିଏସଟି କ୍ଷେତ୍ରରେ ସରଳୀକରଣ କରାଯାଇଛି । ମୁଁ ଖୁସି ଯେ, ନାରା ଲୋକେଶ ଗାରୁଙ୍କ ନେତୃତ୍ୱରେ ଏଠିକାର ଲୋକମାନେ ଜିଏସଟି ବଚତ ଉତ୍ସବ ପାଳନ କରିଛନ୍ତି । ଆପଣମାନେ ମଧ୍ୟ ସଫଳତାର ସହ ସୁପର ଜିଏସଟି- ସୁପର ସେଭିଙ୍ଗସ ଅଭିଯାନ ଆରମ୍ଭ କରିଛନ୍ତି । ଜିଏସଟି ସଂସ୍କାର ଫଳରେ ଆନ୍ଧ୍ର ପ୍ରଦେଶର ଜନତା ୮ ହଜାର କୋଟି ଟଙ୍କା ସଂଚୟ କରିପାରିବେ ବୋଲି ମୁଁ ଜାଣିପାରିଛି । ଏପ୍ରକାର ସଂଚୟ ଚଳିତ ପୂଜା ସମୟରେ ଆନନ୍ଦର ଲହରି ଖେଳାଇଛି । ମୋର ବି ଗୋଟିଏ ଅନୁରୋଧ ରହିଛି । ଚାଲନ୍ତୁ ଜିଏସଟି ବଚତ ଉତ୍ସବ ସହ ଆମେ ଭୋକାଲ ଫର ଲୋକାଲ ଅଭିଯାନକୁ ସଫଳ କରିବା ।

ବନ୍ଧୁଗଣ,

ବିକଶିତ ଆନ୍ଧ୍ର ହିଁ ବିକଶିତ ଭାରତ ସୃଷ୍ଟି କରିପାରିବ । ସମସ୍ତ ପ୍ରକଳ୍ପ ଓ ଅଭିଯାନ ଲାଗି ମୁଁ ଆଉଥରେ ଆନ୍ଧ୍ର ପ୍ରଦେଶର ସମସ୍ତ ନାଗରିକଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି । ଭାରତ ମାତାଙ୍କର ଜୟ ହେଉ ଏକଥା ଆପଣମାନେ ମୋତ ସହ କୁହନ୍ତୁ । କିଛି ସମୟ ଲାଗି ସେହି ଦୁଇ ଶିଶୁ ଚିତ୍ର ଧରି ଛିଡା ହୋଇଛନ୍ତି । ଏସପିଜି ଟିମକୁ ଅନୁରୋଧ କରୁଛି ଯେ, ଏମାନଙ୍କଠାରୁ ଚିତ୍ର ସଂଗ୍ରହ କରିବେ । ଏବେ ମୋ ସହ କୁହନ୍ତୁ ଭାରତ ମାତାଙ୍କର ଜୟ । ଭାରତ ମାତାଙ୍କର ଜୟ । ଭାରତ ମାତାଙ୍କର ଜୟ ।

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"