ସ୍ୱଚ୍ଛ ଭାରତ ଅଭିଯାନ-ସହରାଞ୍ଚଳ ୨.୦’ର ଲକ୍ଷ୍ୟ ହେଉଛି ସହରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଆବର୍ଜନା ମୁକ୍ତ କରିବା : ପ୍ରଧାନମନ୍ତ୍ରୀ“ମିଶନ ଅମୃତ ପରବର୍ତ୍ତୀ ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ଦେଶରେ ବର୍ଜ୍ୟ ଏବଂ ପ୍ରଦୂଷିତ ଜଳ ପରିଚାଳନାରେ ସୁଧାର ଆଣିବା ଏବଂ ଆମ ସହରଗୁଡ଼ିକୁ ଜଳ-ସୁରକ୍ଷିତ ସହରରେ ପରିଣତ କରିବା ସହିତ ଆମ ନଦୀଗୁଡ଼ିକୁ ବର୍ଜ୍ୟ ଜଳମୁକ୍ତ କରିବା”
“ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ଯାତ୍ରାରେ ଏକ ଦେଶର ଲକ୍ଷ୍ୟ, ସମ୍ମାନ, ଗରିମା ଏବଂ ଆକାଂକ୍ଷା ରହିଛି; ଏଥିସହିତ ମାତୃଭୂମି ପାଇଁ ଅତୁଳନୀୟ ଭଲ ପାଇବା ରହିଛି”
“ବାବା ସାହେବ ଆମ୍ବେଦକର ଅସମାନତା ଦୂର କରିବାର ଏକ ଶ୍ରେଷ୍ଠ ମାଧ୍ୟମ ଭାବେ ସହରାଞ୍ଚଳ ବିକାଶରେ ବିଶ୍ୱାସ କରୁଥିଲେ... ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ପରବର୍ତ୍ତୀ ପର୍ଯ୍ୟାୟ ବାବା ସାହେବଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ”
“ସ୍ୱଚ୍ଛତା ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଦିନ, ପ୍ରତ୍ୟେକ ପକ୍ଷ, ପ୍ରତ୍ୟେକ ବର୍ଷ, ପିଢ଼ି ପରେ ପିଢ଼ି, ସମସ୍ତଙ୍କ ପାଇଁ ଏକ ମହତ ଅଭିଯାନ, ସ୍ୱଚ୍ଛତା ଏକ ଜୀବନଶୈଳୀ, ସ୍ୱଚ୍ଛତା ଏକ ଜୀବନ ମନ୍ତ୍ର”
“୨୦୧୪ରେ, ୨୦ ପ୍ରତିଶତରୁ କମ ବର୍ଜ୍ୟ ପରିଚାଳନା କରାଯାଉଥିଲା । ଆଜି ଆମେ ଦୈନିକ ବର୍ଜ୍ୟର ପ୍ରାୟ ୭୦ ପ୍ରତିଶତ ପରିଚାଳନା କରୁଛୁ । ଏବେ ଆମକୁ ଏହା ୧୦୦ ପ୍ରତିଶତ ପର୍ଯ୍ୟନ୍ତ ନେବାକୁ ହେବ”
ସ୍ୱଚ୍ଛ ଭାରତ ଅଭିଯାନ-ସହରାଞ୍ଚଳ ୨.୦’ର ଲକ୍ଷ୍ୟ ହେଉଛି ସହରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଆବର୍ଜନା ମୁକ୍ତ କରିବା : ପ୍ରଧାନମନ୍ତ୍ରୀ

ନମସ୍କାର!

କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହପୁରୀ ଜୀ, ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ୍ ଜୀ, ଶ୍ରୀ ପ୍ରହ୍ଲାଦ ସିଂହ ପଟେଲ ଜୀ, ଶ୍ରୀ କୌଶଲ କୁମାର ଜୀ, ଶ୍ରୀ ବିଶେଶ୍ୱର ଜୀ, ବିଭିନ୍ନ ରାଜ୍ୟରେ ଉପସ୍ଥିତ ମନ୍ତ୍ରୀଗଣ, ମହାନଗର ନିଗମ, ପୌରପାଳିକାର ମେୟର ଓ କମିଶନର, ସ୍ୱଚ୍ଛଭାରତ ମିଶନ ଓ ଅମୃତ ଯୋଜନାର ସମସ୍ତ ସାରଥୀ, ଭାଇ ଓ ଭଉଣୀମାନେ।

ମୁଁ ଦେଶର ସ୍ୱଚ୍ଚ ଭାରତ ଅଭିଯାନ ଏବଂ ଅମୃତ ମିଶନର ଆଉ ଗୋଟିଏ ଚରଣରେ ପ୍ରବେଶ କରିବା ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ୨୦୧୪ରେ ଦେଶକୁ ଖୋଲା ଶୌଚମୁକ୍ତ କରିବା ଲାଗି ଦେଶବାସୀ ସଂକଳ୍ପ ନେଇଥିଲେ । ୧୦କୋଟି ଶୌଚାଳୟ ନିର୍ମାଣ କରି ଆଜି ଦେଶ ଏହି ସଂକଳ୍ପକୁ ପୂରଣ କରିଛି । ବର୍ତ୍ତମାନ ‘ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ-୨.୦’ର ଲକ୍ଷ୍ୟ ହେଉଛି ଆବର୍ଜନାମୟ ସହରଗୁଡିକ ଆବର୍ଜନାମୁକ୍ତ ସହର କରିବା । ଅମୃତ ମିଶନ ଏଥିରେ ଦେଶବାସୀଙ୍କୁ ସାହାଯ୍ୟ କରିବ । ସହରରେ ଶତ-ପ୍ରତିଶତ ଲୋକମାନଙ୍କୁ ସ୍ୱଚ୍ଛ ପାଣି ପହଞ୍ଚାଇବା,ସହରରେ ସ୍ୱରେଜ ଉଚ୍ଚମାନର ବ୍ୟବସ୍ଥା କରିବା ଦିଗରେ ଆମେ ଆଗକୁ ବଢୁଛୁ । ମିଶନ ଅମୃତର ପରବର୍ତ୍ତୀ ଚରଣରେ ଦେଶର ଲକ୍ଷ୍ୟ ହେଉଛି ଦେଶର ବର୍ଜ୍ୟ ଏବଂ ପ୍ରଦୂଷିତ ଜଳ ପରିଚାଳନାରେ ସୁଧାର ଆଣିବା, ଆମ ସହରଗୁଡିକୁ ଜଳ-ସୁରକ୍ଷିତ ସହରରେ ପରିଣତ କରିବା ଏବଂ ଆମ ନଦୀଗୁଡିକୁ ବର୍ଜ୍ୟ-ଜଳମୁକ୍ତ କରିବା । ଆମ ନଦୀଗୁଡିକରେ ଯେପରି ଆଦୌ ବର୍ଜ୍ୟଜଳ ପ୍ରବେଶ କରିବ ନାହିଁ ତାହା ସୁନିଶ୍ଚିତ କରିବା ଏହି ଅଭିଯାନର ଲକ୍ଷ୍ୟ ।

ବନ୍ଧୁଗଣ,

ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ବର୍ତ୍ତମାନ ପର୍ଯ୍ୟନ୍ତ କରିଥିବା ଯାତ୍ରା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ଯାତ୍ରାର ଲକ୍ଷ୍ୟ ରହିଛି ଦେଶର ସମ୍ମାନ, ମର୍ଯ୍ୟାଦା ଏବଂ ମହତ୍ଵକାଂକ୍ଷା ଏବଂ ମାତୃଭୂମିକୁ  ଅତୁଳନୀୟ ଭଲ ପାଇବା । ଦେଶ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଯାହା କିଛି ହାସଲ କରିଛି, ତାହା ଆମକୁ ସ୍ପଷ୍ଟ କରିଥାଏ ଯେ, ପ୍ରତ୍ୟେକ ଭାରତବାସୀ ନିଜ କର୍ତ୍ତବ୍ୟ କ୍ଷେ଼ତ୍ରରେ କେତେ ସମ୍ବେଦନଶୀଳ ଅଟନ୍ତି, କେତେ ସତର୍କ ଅଛନ୍ତି । ଏହି ସଫଳତା ପଛରେ ଭାରତର ପ୍ରତ୍ୟେକ ନାଗରିକଙ୍କର ଯୋଗଦାନ ରହିଛି ଏବଂ ସମସ୍ତଙ୍କର ପରିଶ୍ରମ ରହିଛି । ଆମର ସ୍ୱଚ୍ଛତା କର୍ମୀ, ମଇଳା ସଫା କରୁଥିବା ସାଥୀ, ପ୍ରତ୍ୟେକ ଦିନ ସଡକରେ ଝାଡୁ କରୁଥିବା ଆମ ଭାଇଭଉଣୀ, ଆବର୍ଜନାର ଗନ୍ଧକୁ ସହ୍ୟ କରୁଥିବା ଆମର ସାଥୀ ଏମାନେ ହିଁ ପ୍ରକୃତଭାବେ ଅଭିଯାନର ମୁଖ୍ୟ ନାୟକ ଅଟନ୍ତି । କରୋନା ଭଳି କଠିନ ସମୟରେ ଏମାନଙ୍କର ଯୋଗଦାନକୁ ଦେଶ ଅତି ନିକଟରୁ ଦେଖିଛି ଓ ଅନୁଭବ କରିଛି ।

ମୁଁ ଦେଶର ଏହି ଉପଲବ୍‌ଧି ପାଇଁ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ, ‘ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ଟୁ ପଏଣ୍ଟ ଓ’ ଏବଂ ଅମୃତ ଟୁ ପଏଣ୍ଟ ଓ’ ପାଇଁ ଶୁଭକାମନା ଜଣାଉଛି ।

ଏହାଠାରୁ ଖୁସି ଆଉ କ’ଣ ହୋଇପାରେ ଯେ  ଏହି ନୂତନ ଆରମ୍ଭ ଗାନ୍ଧୀ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଆଜି ଆରମ୍ଭ ହେଉଛି । ଏହି ଅଭିଯାନ ପୂଜ୍ୟ ବାପୁଜୀଙ୍କ ପ୍ରେରଣାର ହିଁ ପରିଣାମ ଅଟେ । ଏବଂ ବାପୁଙ୍କ ଆଦର୍ଶରୁ ହିଁ ସିଦ୍ଧି ଆଡକୁ ଅଗ୍ରସର ହେଉଛି । ଆପଣ କଳ୍ପନା କରନ୍ତୁ, ସ୍ୱଚ୍ଛତା ସହିତ ଏଥିରେ ଆମର ମା-ଭଉଣୀମାନଙ୍କ ପାଇଁ କେତେ ସୁବିଧା ହୋଇଛି ! ପୂର୍ବେ କେତେ ମହିଳାମାନେ ଘରୁ ବାହାରକୁ ବାହାରି ପାରୁ ନ ଥିଲେ । କାମକୁ ଯାଇପାରୁ ନ ଥିଲେ । କାରଣ ବାହାରେ ଶୌଚାଳୟର ସୁବିଧା ରହୁ ନ ଥିଲା । କେତେ ଝିଅମାନଙ୍କୁ ସ୍କୁଲରେ ଶୌଚାଳୟ ନ ଥିବାରୁ ପାଠ ଛାଡିବାକୁ ପଡୁଥିଲା । ଏବେ ଏଥିରେ ପରବର୍ତ୍ତନ ଆସିଯାଇଛି । ସ୍ୱାଧୀନତାର ୭୫ବର୍ଷରେ ଦେଶର ଏହି ସଫଳତାକୁ, ଆଜିର ନୂଆ ସଂକଳ୍ପକୁ, ପୂଜ୍ୟ ବାପୁଙ୍କ ଚରଣରେ ଅର୍ପଣ କରୁଛି ଏବଂ ପ୍ରଣାମ ଜଣାଉଛି ।

ବନ୍ଧୁଗଣ,

ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆଜିର କାର୍ଯ୍ୟକ୍ରମ ବାବା ସାହେବଙ୍କୁ ସମର୍ପିତ କରି ଏହି ଇଣ୍ଟର ନ୍ୟାସନାଲ ସେଣ୍ଟରଠାରେ ଆୟୋଜିତ କରାଯାଉଛି । ବାବା ସାହେବ, ଅସମାନତା ଦୂର କରିବାରେ ଏକ ଶ୍ରେଷ୍ଠ ମାଧ୍ୟମ । ସହରର ବିକାଶକୁ ମାନ୍ୟତା ଦେଉଥିଲେ । ଏକ ଉନ୍ନତ ଜୀବନର ଆଶା ନେଇ ଗାଁରୁ ବହୁ ସଂଖ୍ୟକ ଲୋକେ ସହରରକୁ ଚାଲିଆସିଥାନ୍ତି । ମୁଁ ଜାଣିଛି ଯେ ସେମାନେ ନିଯୁକ୍ତି ପାଇଥାନ୍ତି, କିନ୍ତୁ ଗାଁ ଅପେକ୍ଷା ଅତି କଷ୍ଟକର ସ୍ଥିତିରେ ସେମାନଙ୍କ ଜୀବନ ଧାରଣ କରିଥାନ୍ତି । ଏହା ସେମାନଙ୍କୁ ଦ୍ୱୈତ ସମସ୍ୟାରେ ପକାଇଥାଏ । ଗୋଟିଏ ପଟେ ସେମାନେ ଘରଠାରୁ ଦୂରରେ ରହିଥାନ୍ତି ଏବଂ ଅନ୍ୟପଟେ ସହରରେ କଷ୍ଟ କରି ଖରାପ ପରିସ୍ଥିତିରେ ରହିବାକୁ ପଡିଥାଏ । ଅସମାନତା ଦୂରକରି ଏଠାରେ ପରିସ୍ଥିତି ବଦଳାଇବା ଲାଗି ବାବା ସାହେବ ଗୁରୁତ୍ୱାରୋପ କରୁଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅମୃତ ମିଶନର ପରବର୍ତ୍ତୀ ପର୍ଯ୍ୟାୟ ବାବା ସାହେବଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ବନ୍ଧୁଗଣ,

ସ୍ୱାଧୀନତା ୭୫ବର୍ଷରେ ଦେଶକୁ ‘ସବ୍‌କା ସାଥ, ସବକା ବିକାଶ ଏବଂ ସବ୍‌କା ପ୍ରୟାସ’ ଅତ୍ୟନ୍ତ ଜରୁରୀ । ସମସ୍ତଙ୍କ ପାଇଁ ପ୍ରୟାସର ଏହି ଭାବନା, ସ୍ୱଚ୍ଛତା ପାଇଁ ସେତିକି ଜରୁରୀ ଅଟେ । ଆପଣମାନଙ୍କ ମଧ୍ୟରୁ କେହି କେହି ଦୂର-ଦୂରାନ୍ତରରେ ଥିବା ଗ୍ରାମୀଣ ଅଞ୍ଚଳକୁ ବୁଲିବାକୁ ଯାଇଥିବେ । ଆଦିବାସୀ ସମାଜର ପାରମ୍ପରିକ ଘରଗୁଡିକୁ ମଧ୍ୟ ନିଶ୍ଚିତ ଦେଖିଥିବେ । କମ୍ ସଂଶାଧନ ସତ୍ତ୍ୱେ ସେମାନଙ୍କ ଘରେ ସ୍ୱଚ୍ଛତା ଏବଂ ସୌନ୍ଦର୍ଯ୍ୟକୁ ଦେଖି ଯେ କେହି ମଧ୍ୟ ଆକର୍ଷିତ ହୋଇଯିବ । ଏମିତି ବି ଆପଣ ଉତ୍ତର-ପୂର୍ବାଞ୍ଚଳ ଗଲେ ହିମାଚଳ କିମ୍ବା ଉତ୍ତରାଖଣ୍ଡର ପାହାଡ ଉପରକୁ ଗଲେ ଦେଖିବେ ପାହାଡ ଉପରେ ଥିବା ଛୋଟଛୋଟ ଘରେ ମଧ୍ୟ ସଫା-ସୁତୁରା ଯୋଗୁଁ ଏକ ଅଲଗା ସକାରାତ୍ମକ ଊର୍ଜ୍ଜା ପ୍ରବାହିତ ହେଉଛି । ଏହି ସାଥୀମାନଙ୍କ ସହ ରହି ଆମେ ଶିଖିପାରିବା ଯେ ସ୍ୱଚ୍ଛତା ଏବଂ ଖୁସି ମଧ୍ୟରେ କେତେ ନିବିଡିତା ରହିଛି ।

ଯେତେବେଳେ ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେଲି ଏବଂ ପ୍ରଗତି ପାଇଁ ପର୍ଯ୍ୟଟନର ସମ୍ଭାବନାକୁ ଆହୁରି ଶ୍ରାଣିତ କରିବାର ପ୍ରୟାସ କଲି, ସେତେବେଳେ ସବୁଠାରୁ ବଡ ଫୋକସ୍ ରହିଥିଲା ସମସ୍ତଙ୍କୁ ସ୍ୱଚ୍ଛତା ଏବଂ ତା’ର ପ୍ରୟାସ ସହିତ ଯୋଡିବା । ନିର୍ମାଣ ଗୁଜୁରାଟ ଅଭିଯାନ, ଯେତେବେଳେ ଜନ ଆନ୍ଦୋଳନରେ ପରିଣତ ହେଲା, ତାହା ବହୁତ ଭଲ ପରିଣାମ ମଧ୍ୟ ମିଳିଲା । ଏଥିରେ ଗୁଜୁରାଟକୁ ନୂଆ ପରିଚୟ ମିଳିଲା, ରାଜ୍ୟରେ ପର୍ଯ୍ୟଟନରେ ବୃଦ୍ଧି ମଧ୍ୟ ଘଟିଲା ।

ଭାଇ ଓ ଭଉଣୀମାନେ,

ଜନ ଆନ୍ଦୋଳନର ଏହି ଭାବନା ସ୍ୱଚ୍ଛ ଭାରତ ଅଭିଯାନର ସଫଳତାର ଆଧାର ଅଟେ ।  ପୂର୍ବରୁ ସହରରେ ଅଳିଆ ସଡକ ଉପରେ ରହୁଥିଲା, ଗଳିରେ ପଡୁଥିଲା, କିନ୍ତୁ ଏବେ କେବଳ ଘରୁ ନୁହେଁ, ଅଳିଆ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଛି, … ଆବର୍ଜନା ପୃଥକୀକରଣ ଉପରେ ଜୋର ଦିଆଯାଉଛି । ବହୁତ ଘରେ ଏବେ ଆମେ ଦେଖୁଛୁ କି ଲୋକମାନେ ଓଦା ଏବଂ ସୁଖିଲା ଅଳିଆ ପାଇଁ ଅଲଗା ଅଲଗା ଅଳିଆ ଡବା ରଖୁଛନ୍ତି । ଘର ବାହାରେ ଯଦି କୌଣସି ଆବର୍ଜନା ଦେଖୁଛନ୍ତି ସେତେବେଳେ ଲୋକମାନେ ସ୍ୱଚ୍ଛତା ଆପ୍‌ରେ ରିପୋର୍ଟ କରୁଛନ୍ତି। ଅନ୍ୟମାନଙ୍କୁ ସଚେତନ ମଧ୍ୟ କରାଉଛନ୍ତି । ମୁଁ ଏହି କଥା ଉପରେ ବହୁତ ଖୁସି ଯେ, ବର୍ତ୍ତମାନର ପିଢି ସ୍ୱଚ୍ଛତା ଅଭିଯାନକୁ ସୁଦୃଢ କରିବା ଲାଗି ଆଗେଇ ଆସିଛି । ପିଲାମାନେ ଆଉ ଟଫି ରାପରକୁ ତଳେ ଫିଙ୍ଗି ନ ଦେଇ ପକେଟରେ ରଖୁଛନ୍ତି । ଛୋଟ ଛୋଟ ପିଲାମାନେ ଏବେ ବଡ ମାନଙ୍କୁ ଆବର୍ଜନା ସୃଷ୍ଟି ନ କରିବା ଲାଗି କହୁଛନ୍ତି । ଜେଜେବାପା, ଅଜା, ଆଈଙ୍କୁ କହୁଛନ୍ତି, ଏମିତି ଅପରିସ୍କାର କରନ୍ତୁ ନାହିଁ । ସହରରେ ଯୁବପିଢି ବିଭିନ୍ନ ପ୍ରକାରର ସ୍ୱଚ୍ଛତା ଅଭିଯାନରେ ସାହାଯ୍ୟ କରୁଛନ୍ତି । କିଏ ଆବର୍ଜନାରୁ ସମ୍ବଳ ସୃଷ୍ଟି କରୁଛି ତ କିଏ ସଚେତନତା ବୃଦ୍ଧି କରିବାରେ ଲାଗି ପଡିଛି । ଲୋକମାନଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ‌ଏକ ପ୍ରତିଯୋଗିତା ରହିଛି କି ସ୍ୱଚ୍ଛ ଭାରତର ରାଙ୍କିଙ୍ଗରେ ତାଙ୍କ ସହର ଆଗକୁ ଆସିବା ଦରକାର । ଯଦି ପଛରେ ରହିଯାଉଛି ତେବେ ଗାଁରେ ପ୍ରଶ୍ନ ଉଠିଥାଏ କି, ଭାଇ କ’ଣ ହେଲା । ସେ ସହର ଆଗକୁ ବଢିଲା ଆଉ ଆମେ କାହିଁକି ପଛରେ ରହିଗଲେ ? ଆମର କ’ଣ କମ୍ ରହିଯାଇଛି କି ? ଗଣମାଧ୍ୟମ ମଧ୍ୟ ଏହି ସହରର ଚର୍ଚ୍ଚା କରିଥାନ୍ତି ।  ଦେଖନ୍ତୁ ସେ ସହର ଆଗକୁ ବଢିଗଲା ଆଉ ତୁମେ  ରହିଗଲ । ଏଠାରେ ଚାପ ସୃଷ୍ଟି ହୁଏ । ଏମିତି ଏକ ମାହୋଲ ସୃଷ୍ଟି ହୋଇଥାଏ ଯେମିତି ସେ ସହର ସ୍ୱଚ୍ଛତା ରାଙ୍କିଙ୍ଗରେ ଆଗରେ ରହିବ । ତାଙ୍କ  ସହରର ପରିଚୟ ଆବର୍ଜନା ପୂର୍ଣ୍ଣ ସହର ନ ରହୁ । ଯେଉଁ ସାଥୀ ଇନ୍ଦୋର ସହିତ ଯୋଡି ହୋଇଛନ୍ତି କିମ୍ବା ଟିଭିରେ ଦେଖିଥିବେ ସେମାନେ ମୋ କଥା ସହିତ ସହମତ ଥିବେ । ଆଜି ସମସ୍ତେ ଜାଣିଛନ୍ତି ଯେ ଇନ୍ଦୋରର ପାଣି ସ୍ୱଚ୍ଛତାରେ ଟପ୍ପର ସହର; ଏହା ଇନ୍ଦୋର ବାସୀଙ୍କ ପାଇଁ ଅସାଧାରଣ ଉପଲବ୍‌ଧି ଅଟେ । ବର୍ତ୍ତମାନ ଏହି ଉପଲବ୍‌ଧିକୁ ଆମେ ଦେଶର ସମସ୍ତ ସହର  ସହିତ ଯୋଡିବାକୁ ହେବ ।

ମୁଁ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ, ସ୍ଥାନୀୟ ପ୍ରଶାସନକୁ, ସହରର ମେୟରମାନଙ୍କୁ ଅନୁରୋଧ କରୁଛି କି ସ୍ୱଚ୍ଛତା ଏହି ମହା‌ଅଭିଯାନରେ ପୁଣି ଥରେ ଏକଜୁଟ୍ ହେବ । କରୋନା ସମୟରେ ଆମ ମଧ୍ୟରେ କିଛିଟା ଢିଲାପଣ ଆସିଛି । କିନ୍ତୁ ବର୍ତ୍ତମାନ ନୂତନ ଶକ୍ତି ସହିତ ଆମକୁ ଆଗକୁ ବଢିବାକୁ ହେବ । ଆମକୁ ମନେ ରଖିବାକୁ ହେବ ଯେ ସ୍ୱଚ୍ଛତା କେବଳ ଗୋଟିଏ ଦିନ, ଗୋଟିଏ ପକ୍ଷ, ଗୋଟିଏ ବର୍ଷ କିମ୍ବା କିଛି ଲୋକଙ୍କ ହିଁ କାମ, ଏମିତି ନୁହେଁ ସ୍ୱଚ୍ଛତା ସମସ୍ତଙ୍କ ପାଇଁ ପ୍ରତ୍ୟେକ ଦିନ, ପ୍ରତ୍ୟେକ ପକ୍ଷ, ପ୍ରତ୍ୟେକ ବର୍ଷ ପିଢି ପରେ ପିଢି ଚାଲିବାକୁ ଥିବା ଏକ ମହାଅଭିଯାନ ଅଟେ । ସ୍ୱଚ୍ଛତା ଏକ ଜୀବନ ଶୈଳୀ ଅଟେ, ସ୍ୱଚ୍ଛତା ଏକ ଜୀବନ ମନ୍ତ୍ର ଅଟେ ।

ଯେମିତି ସକାଳୁ ଉଠିବା ମାତ୍ରେ ଦାନ୍ତ ସଫା କରିବାର ଅଭ୍ୟାସ ରହିଥାଏ, ସେହିପରି ସଫାସୁତୁରାକୁ ଜୀବନର ଏକ ଅଂଶଭାବେ ଗ୍ରହଣ କରିବାକୁ ହେବ ।  ଏବଂ ମୁଁ ଏହା କେବଳ ନିଜସ୍ୱ ହାଇଜିନ୍‌ର କଥା କହୁନାହିଁ । ଆପଣ ଚିନ୍ତା କରନ୍ତୁ , ରେଳଡବାରେ ସଫା କରିବା, ରେଲୱେ ପ୍ଳାଟଫର୍ମ ସଫା କରିବା କୌଣସି କଷ୍ଟକାମ ନ ଥିଲା  । କିଛି ପ୍ରୟାସ ସରକାର କରିଥିଲେ, କିଛି ସହଯୋଗ ଲୋକମାନେ କଲେ  । ଏବେ ରେଲୱେର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି ।

ବନ୍ଧୁଗଣ,

ସହରରେ ରହୁଥିବା ମଧ୍ୟମ ବର୍ଗ, ସହରାଞ୍ଚଳ ଗରିବମାନଙ୍କ ଜୀବନଧାରଣର ସୁଗମତା ବୃଦ୍ଧି କରିବା ପାଇଁ ଆମ ସରକାର ରେକର୍ଡ ପରିମାଣରେ ପୁଞ୍ଜିନିବେଶ କରୁଛନ୍ତି । ଯଦି ୨୦୧୪ ପୂର୍ବ ସାତବର୍ଷର କଥା କହିବା, ତାହାହେଲେ ସହରୀବିକାଶ ମନ୍ତ୍ରଣାଳୟ ପାଇଁ ୧.୨୫ଲକ୍ଷ କୋଟି ପାଖାପାଖି ବଜେଟ ଆବଣ୍ଟନ କରାଯାଇଥିଲା । ଅନ୍ୟପକ୍ଷରେ ଆମ ସରକାରଙ୍କ ଦ୍ୱାରା ୭ବର୍ଷରେ ସହରୀବିକାଶ ମନ୍ତ୍ରଣାଳୟକୁ ପାଖାପାଖି ୪ଲକ୍ଷ କୋଟି ଟଙ୍କାର ବଜେଟ ଆବଣ୍ଟନ କରାଯାଇଛି । ସେହି ପୁଞ୍ଜିନିବେଶ, ସହରକୁ ସଫାକରିବା, ବର୍ଜ୍ୟବସ୍ତୁ ପରିଚାଳନା, ନୂତନ ସିୱେଜ୍ ଟ୍ରିଟ୍‌ମେଣ୍ଟ ନିର୍ମାଣ କରିବା ଲାଗି ଉଦ୍ଦିଷ୍ଟ । ଏହି ଅର୍ଥରେ ସହରୀ ଗରିବଙ୍କ ପାଇଁ ଘର, ନୂତନ ମେଟ୍ରୋ ଲାଇନ ଏବଂ ସ୍ମାର୍ଟସିଟି ସହିତ  ଜଡିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ଆମେ ଭାରତବାସୀ  ନିଜ ଲକ୍ଷ୍ୟ ପ୍ରାପ୍ତ କରି ପାରିବା ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ରହିଛି । ସ୍ୱଚ୍ଛ ଭାରତ ମିଶନ ଏବଂ ମିଶନ ଅମୃତର କାର୍ଯ୍ୟାନ୍ୱୟନରେ ଗତି ଏବଂ ବ୍ୟାପକତା ଏହି ଉଭୟ ଆମର ବିଶ୍ୱାସକୁ ଆହୁରି ଦୃଢୀଭୂତ କରିଥାଏ ।

ଆଜି ଭାରତ ପ୍ରତ୍ୟେକ ଦିନ ପ୍ରାୟ ୧ଲକ୍ଷ ଟନ୍ ଆବର୍ଜନା ପ୍ରକ୍ରିୟାକରଣ କରୁଛି । ୨୦୧୪ରେ ଯେତେବେଳେ ଦେଶରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ସେତେବେଳେ ଦେଶରେ ପ୍ରତିଦିନ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁର ମାତ୍ର ୨୦ପ୍ରତିଶତରୁ ମଧ୍ୟ କମ୍ ଅଂଶ ପ୍ରକ୍ରିୟାକରଣ କରାଯାଉଥିଲା । ଆଜି ଆମେ ପାଖାପାଖି ୭୦ପ୍ରତିଶତ ଦୈନିକ ବର୍ଜ୍ୟର ପ୍ରକ୍ରିୟାକରଣ କରୁଛୁ । ୨୦ରୁ ୭୦ପର୍ଯ୍ୟନ୍ତ ପହଞ୍ଚିପାରିଛୁ । ଆମକୁ ଏହା ୧୦୦ ପ୍ରତିଶତ ପର୍ଯ୍ୟନ୍ତ ନେବାକୁ ହେବ । ଆଉ ଏହି କାମ କେବଳ ବର୍ଜ୍ୟବସ୍ତୁ ବିସର୍ଜନ ମାଧ୍ୟମରେ ହେବ ନାହିଁ, ବରଂ ବର୍ଜ୍ୟରୁ ସମ୍ବଳ ସୃଷ୍ଟି ଦ୍ୱାରା ହିଁ ହୋଇପାରିବ । ଏଥିପାଇଁ ଦେଶର ପ୍ରତ୍ୟେକ ସହରରେ ୧୦୦ ପ୍ରତିଶତ ବର୍ଜ୍ୟ ପୃଥକୀକରଣ ସହିତ ଏଥିସହ ସମ୍ପୃକ୍ତ  ଆଧୁନିକ ମେଟେରିଆଲ ରିକଭରି ଫେସିଲିଟିଜ୍ ତିଆରି କରିବାର ଲକ୍ଷ୍ୟ ରଖାଯାଇଛି । ଏହି ଆଧୁନିକ ଫେସିଲିଟିଜ୍ ଦ୍ୱାରା ବର୍ଜ୍ୟର ବର୍ଗୀକରଣ କରାଯିବ, ରିସାଇକ୍ଲେଲିଂ ହୋଇପାରୁଥିବା ବିଭିନ୍ନ ପଦାର୍ଥର ପ୍ରକ୍ରିୟାକରଣ କରାଯିବ ଏବଂ ସେଗୁଡିକ ପୃଥ୍‌କ୍ କରାଯିବ । ଏହା ସହିତ ସହରରେ ସୃଷ୍ଟି ହେଉଥିବା ବର୍ଜ୍ୟର ‌ପାହାଡଗୁଡିକୁ ପ୍ରକ୍ରିୟାକରଣ କରି ସମ୍ପୂର୍ଣ୍ଣରୂପେ ସମାପ୍ତ କରାଯିବ । ହରଦୀପ ଜୀ, ଯେତେବେଳେ ମୁଁ ବର୍ଜ୍ୟର ଏଭଳି ବଡ ବଡ ପାହାଡ ସଫା କରିବାର କଥା କହୁଛି, ଏଠି ଦିଲ୍ଲୀରେ ମଧ୍ୟ ଏଭଳି ଏକ ପାହାଡ ବର୍ଷ ବର୍ଷ ଧରି ରହିଆସିଛି । ସେହି ପାହାଡକୁ ମଧ୍ୟ ହଟାଯିବା ଦରକାର ।

ଆଜିକାଲି ବିଶ୍ୱରେ ସବୁଜ ନିଯୁକ୍ତିର ସମ୍ଭାବନା ସମ୍ପର୍କରେ ଆଲୋଚନା ହେଉଛି । ଭାରତରେ ଆରମ୍ଭ ହେବାକୁ ଯାଉଥିବା ଏହି ଅଭିଯାନରେ ଏଭଳି ଅନେକ ସବୁଜ ନିଯୁକ୍ତି ସୃଷ୍ଟି କରିବ । ଦେଶରେ ସହରଗୁଡିକର ବିକାଶ ପାଇଁ ଆଧୁନିକ ପ୍ରଯୁକ୍ତି ବ୍ୟବହାର ମଧ୍ୟ ଲଗାତାର ଭାବେ ବୃଦ୍ଧି ପାଉଛି । ଗତ ଅଗଷ୍ଟ ମାସରେ ହିଁ ଦେଶରେ ଜାତୀୟ ଅଟୋମୋବାଇଲ ସ୍କ୍ରାପେଜ୍ ପଲିସ୍  ଆରମ୍ଭ ହୋଇଛି । ଏହି ନୂତନ ପଲିସ୍ ସ୍କ୍ରାପିଙ୍ଗ୍ ପଲିସି, ବର୍ଜ୍ୟରୁ ସମ୍ବଳ ସୃଷ୍ଟିର ଅଭିଯାନକୁ ବୃତ୍ତାକାର ଅର୍ଥନୀତିକୁ ଆହୁରି ଅଧିକ ମଜବୁତ କରିବ । ଏହି ପଲିସ ସହରଗୁଡିକୁ ପ୍ରଦୁଷଣ ମୁକ୍ତ କରିବାରେ ମଧ୍ୟ ଏକ ବଡ ଭୂମିକା ନିର୍ବାହ କରିବ ।  ଏହାର ସିଦ୍ଧାନ୍ତ ହେଉଛି, ପୁନଃ ବ୍ୟବହାର, ପୁନଃ ପ୍ରକ୍ରିୟାକରଣ ଏବଂ ରିକଭରି । ସରକାର ଆଉ ମଧ୍ୟ ସଡକ ନିର୍ମାଣରେ ବର୍ଜ୍ୟବସ୍ତୁର ଉପଯୋଗ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ଯେଉଁ ସରକାରୀ ଭବନଗୁଡିକ ତିଆରି ହେଉଛି, ସରକାରୀ ଆବାସ ଯୋଜନା ଦ୍ୱାରା ଯେଉଁ ଘରଗୁଡିକ ତିଆରି ହେଉଛି । ସେଥିରେ ମଧ୍ୟ ରିସାଇକେଲିଂକୁ ମଧ୍ୟ ପ୍ରେତ୍ସାହିତ କରାଯାଉଛି ।

ସ୍ୱଚ୍ଛ ଭାରତ ଏବଂ ସନ୍ତୁଳିତ ସହରୀକରଣକୁ ଏକ ନୂତନ ଦିଗ ଦେବାରେ ରାଜ୍ୟଗୁଡିକର ବହୁତ ବଡ ଭାଗିଦାରୀ ରହିଛି । ବର୍ତ୍ତମାନ ମୁଁ କେତେକ ମୁଖ୍ୟମନ୍ତ୍ରୀମାନଙ୍କର ବାର୍ତ୍ତା ଶୁଣିବାକୁ ପାଇଲି । ମୁଁ ଦେଶର  ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଆଜି ବିଶେଷଭାବେ ଆଭାର ବ୍ୟକ୍ତ କରୁଛି । ସମସ୍ତ ରାଜ୍ୟ ନିଜ ସହରର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି, ଜଳଯୋଗାଣ ଠାରୁ ଆରମ୍ଭ କରି ପରିମଳ ଯୋଜନା ପର୍ଯ୍ୟନ୍ତ କରୁଛନ୍ତି । ଅମୃତ ମିଶନ ଅନ୍ତର୍ଗତ ୮୦ହଜାର କୋଟିରୁ ଅଧିକ ପ୍ରକଳ୍ପ ଉପରେ କାମ ଚାଲୁଛି । ଏଥିରେ ସହରର ଉନ୍ନତ ଭବିଷ୍ୟତ ସହିତ ଯୁବଗୋଷ୍ଠୀକୁ ନୂଆ ଅବସର ମଧ୍ୟ ମିଳିପାରୁଛି । ପାଣିର କନକେସନ ହେଉ, ସ୍ୱରେଜ ଲାଇନର ସୁବିଧା ହେଉ ଏବେ ଆମେ ଏହି ସୁବିଧାଗୁଡିକର ଲାଭ ମଧ୍ୟ ସହରରେ ରହୁଥିବା ଶତ-ପ୍ରତିଶତ ପରିବାରଗୁଡିକୁ ପହଞ୍ଚାଇବା। ଆମ ସହରଗୁଡିକର ନାଳନର୍ଦ୍ଦମା ପାଣିର ପ୍ରକ୍ରିୟାକରଣ କରାଯାଇପାରିବ । ତାହାହେଲେ ସହରଗୁଡିକର ଜଳ ସମ୍ବଳ ସ୍ୱଚ୍ଛ ହେବ, ଆମ ନଦୀଗୁଡିକ ମଧ୍ୟ ସଫା ରହିବ । ଆମେ ଏହି ସଂକଳ୍ପ ସହିତ ଆଗକୁ ବଢିବାକୁ ହେବ କି, ଦେଶର କୌଣସି ନଦୀରେ ଟିକିଏ ମଧ୍ୟ ପାଣି ପ୍ରକ୍ରିୟାକରଣ ବିନା ଯେପରି ନ ପଡେ, କୌଣସି ମଇଳା ପାଣି ନଦୀରେ ଯେପରି ନ ପଡେ ।

ବନ୍ଧୁଗଣ,

ଆଜି ସହରର ବିକାଶ ସହିତ ଯୋଡିହୋଇଥିବା ଏହି କାର୍ଯ୍ୟକ୍ରମରେ କୌଣସି ବି ସହରର ସାଥୀମାନଙ୍କ ମଧ୍ୟରୁ ଜଣଙ୍କ ସମ୍ପର୍କରେ ଆଜି ଏଠାରେ ଆଲୋଚନା କରିବାକୁ ଚାହୁଛି । ଏହି ସାଥୀ ହେଉଛନ୍ତି ଆମର ରାସ୍ତା କଡରେ ଥିବା ଉଠାଦୋକାନୀ ଏବଂ ବୁଲାବିକାଳୀ । ଏମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା ଏକ ଆଶାର ନୂଆ କିରଣ ହୋଇଆସିଛି । ସ୍ୱାଧୀନତାର ବହୁବର୍ଷପରେ ଆମର ଏହି ସାଥୀମାନଙ୍କୁ ଅବହେଳା କରାଯାଇଛି । ଅଳ୍ପଟିକିଏ ପଇସା ପାଇଁ ସେମାନଙ୍କୁ କାହାଠାରୁ ବହୁ ଅଧିକ ସୁଧରେ ଋଣ ନେବାକୁ ପଡୁଥିଲା । ସେ କରଜରେ ବୁଡି ରହୁଥିଲେ । ଦିନସାରା କାମ କରି ରୋଜଗାର କରିଥାଆନ୍ତି, ପରିବାର ପାଇଁ ଯେତିକି ଦେଇଥାଆନ୍ତି ତାହାଠାରୁ ଅଧିକ ସୁଧ ଦେବାକୁ ପଡୁଥିଲା । ଯେତେବବେଳେ ଦେଣ-ନେଣର କୌଣସି ଇତିହାସ ନାହିଁ, କୌଣସି କାଗଜପତ୍ର ନାହିଁ ସେତେବେଳେ କୌଣସି ବ୍ୟାଙ୍କଠାରୁ ସେମାନେ ସାହାଯ୍ୟ ପାଇବା ମଧ୍ୟ ଅସମ୍ଭବ ଥିଲା ।ଏହି ଅସମ୍ଭବକୁ ସମ୍ଭବ କରିଲା ପି.ଏମ୍ ସ୍ୱନିଧି ଯୋଜନା

ଆଜି ଦେଶର ୪୬ଲକ୍ଷରୁ ଅଧିକ ଉଠାଦୋକାନୀ ଏବଂ ବୁଲା ବିକାଳୀମାନେ ଏହି ଯୋଜନାରୁ ଲାଭ ନେବାକୁ ଆଗେଇ ଆସିଲେ । ଏଥିରେ ୨୫ଲକ୍ଷରୁ ଅଧିକ ଲୋକ ପାଖାପାଖି ୨.୫ହଜାର କୋଟି ଟଙ୍କା ପାଇଛନ୍ତି । ଏହି ଦୋକାନୀମାନଙ୍କ ପାଖରେ ଯେତେବେଳେ ୨.୫ହଜାର କୋଟି ଟଙ୍କା ପହଞ୍ଚିପାରିଛି, ଏହା କୌଣସି ଛୋଟ କଥା ନୁହେଁ । ସେମାନେ ଏବେ ଡିଜିଟାଲ କାରବାର କରୁଛନ୍ତି । ଯାହା ଋଣ  ନେଉଛନ୍ତି ତାହା ମଧ୍ୟ ପରିଶୋଧ କରୁଛନ୍ତି । ଯେଉଁ ଉଠାଦୋକାନୀ ସମୟ ଅନୁସାରେ ଲୋନ ଭରିଥାଏ ସେମାନଙ୍କୁ ସୁଧରେ ମଧ୍ୟ ରିହାତି ମିଳିଥାଏ । ବହୁତ କମ୍ ସମୟ ମଧ୍ୟରେ ଏହି ଲୋକମାନେ ୭କୋଟିରୁ ଅଧିକ କାରବାର କରିଛନ୍ତି । ବେଳେ ବେଳେ ଆମ ଦେଶରେ ଥିବା ବୁଦ୍ଧିମାନ ଲୋକ କହିଥାଆନ୍ତି ଯେ ଗରିବ ଲୋକଙ୍କୁ ଏସବୁ କେମିତି ଆସିବ, ଏମାନେ ସେହି ଲୋକ ଯେଉଁମାନେ ଏହା କରି ଦେଖାଇଛନ୍ତି । ମାନେ ପଇସା ଦେବାନେବାରେ ୭କୋଟି ଥର କୌଣସି ନା କୌଣସି ଡିଜିଟାଲ ଉପାୟ ଆପଣାଇଛନ୍ତି । ଲୋକମାନେ କ’ଣ କରିଥାଆନ୍ତି, ହୋଲସେଲ ବିକ୍ରେତାଙ୍କଠାରୁ ଯେଉଁମାନେ ଜିନିଷ କିଣି ଥାଆନ୍ତି, ତାଙ୍କର ପେମେଣ୍ଟ ମଧ୍ୟ ନିଜ ମୋବାଇଲ ଫୋନରୁ ଡିଜିଟାଲ ମାଧ୍ୟମରେ କରିବାକୁ ଲାଗିଲେ ଏବଂ ଯାହାଦ୍ୱାରା ସେମାନେ ଜିନିଷ ବିକ୍ରି କରିପାରିଲେ । ତାହାର ପଇସା ମଧ୍ୟ ନାଗରିକମାନଙ୍କଠାରୁ ଡିଜିଟାଲ ଭାବରେ ନେବା ଆରମ୍ଭ କଲେ । ଏହାର ଏକ ବଡ ଲାଭ ହେଲା ଯେ ତାଙ୍କ ନେଣଦେଣର ଡିଜିଟାଲ ହିଷ୍ଟ୍ରି ମଧ୍ୟ ତିଆରି ହୋଇଯାଇଛି ଏବଂ ଡିଜିଟାଲ ହିଷ୍ଟ୍ରି ପାଇଁ ବ୍ୟାଙ୍କଗୁଡିକୁ ଜଣାପଡିଥାଏ ଯେ ଏହାଙ୍କର କାରବାର ଏମିତି ଅଟେ ଏବଂ ଏହିଭଳି ଭାବରେ ଚାଲୁଛି । ତେଣୁ ବ୍ୟାଙ୍କ ଦ୍ୱାରା ସେମାନଙ୍କୁ ପରବର୍ତ୍ତୀ ଲୋନ ଦେବା ପାଇଁ ସୁବିଧା ହେଉଛି ।

ବନ୍ଧୁଗଣ,

ପିଏମ୍ ସ୍ୱ-ନିଧି ଯୋଜନାରେ ୧୦ହଜାର ଟଙ୍କାର ପ୍ରଥମ ଲୋନ ସୁଝିବା ପରେ ୨୦ହଜାର ଦ୍ୱିତୀୟ ଲୋନ ଏବଂ ଦ୍ୱିତୀୟ ଲୋନ ସୁଝିବା ପରେ ୫୦ହଜାର ତୃତୀୟ ଲୋନ ଉଠାଦେକାନୀମାନଙ୍କୁ ଦିଆଯାଇଥାଏ । ଆଜି ବହୁତ ବୁଲାବିକାଳୀ ବ୍ୟାଙ୍କରୁ ତୃତୀୟ ଲୋନ ନେବାକୁ ପ୍ରସ୍ତୁତ ହେଉଛନ୍ତି । ମୁଁ ଏମିତି ସମସ୍ତ ସାଥୀଙ୍କୁ, ବ୍ୟାଙ୍କରୁ ବାହାର ଯାଇ ଅଧିକ ସୁଧରେ କରଜ ନେବାର କୁଚକ୍ରରୁ ମୁକ୍ତି ଦେବାକୁ ଚାହୁଁଛି । ଆଜି ସମଗ୍ର ଦେଶର ମେୟରମାନେ ମୋ ସହିତ ଯୋଡି ହୋଇଛନ୍ତି । ନଗରଗୁଡିକର ଅଧ୍ୟକ୍ଷମାନେ ମଧ୍ୟ ଯୋଡି ହୋଇଛନ୍ତି । ପ୍ରକୃତ ଅର୍ଥରେ ଏହା ଗରିବଙ୍କ ପାଇଁ ସେବାର କାର୍ଯ୍ୟ ଅଟେ । ଗରିବରୁ ଗରିବ ବ୍ୟକ୍ତିଙ୍କୁ ସଶକ୍ତିକରଣର କାମ ଅଟେ। ଏହା ପ୍ରକୃତ ଅର୍ଥରେ ଗରିବ ଲୋକଙ୍କୁ ସୁଧର କୁଚକ୍ରରୁ ମୁକ୍ତି ଦେବାର କାମ ଅଟେ । ମୋ ଦେଶର କୌଣସି ବି ମେୟର, କର୍ପୋରେଟର ଏବଂ କାଉନସିଲର ଯାହାଙ୍କ ହୃଦୟରେ ଏହି ସମ୍ବେଦନଶୀଳତା ନାହିଁ ଏବଂ ସେ ଏହି ପି.ଏମ ସ୍ୱନିଧିକୁ ସଫଳ କରିବା ପାଇଁ କୌଣସି ନା କୌଣସି ପ୍ରୟାସ ନ କରିଛନ୍ତି ।  ଯଦି ଆପଣମାନେ ସମସ୍ତେ ଏକତ୍ରିକ ହେବେ ତାହାହେଲେ ଏହି ଦେଶର ଆମର ଏ ଗରିବ ଲୋକମାନେ .... ଏବଂ ଆମେ କରୋନା ଦେଖିଥିଲେ ଆମ ନିକଟରେ ଯଦି ପରିବାବାଲା ପହଛି ନ ଥାନ୍ତା ତାହାହେଲେ ଆମକୁ କେତେ କଷ୍ଟରେ ଗତି କରିବାକୁ ପଡିଥାନ୍ତା । କ୍ଷୀରବାଲା ଆସୁ ନ ଥିଲା, ଆମକୁ  କେତେ ହଇରାଣ ହେବାକୁ ପଡୁଥିଲା । କରୋନା କାଳରେ ଆମେ ଦେଖିଥିଲେ ଯେ ସମାଜର ଗୋଟିଏ ଗୋଟିଏ ବ୍ୟକ୍ତିଙ୍କର ଆମ ପାଖରେ କେତେ ମହତ୍ୱ ଥିଲା । ଯେତେବେଳେ ଆମେ ଏହା ଅନୁଭବ କଲେ କ’ଣ ଏହା ଆମର ଦାୟିତ୍ୱ ନୁହେଁ କି ? ଏତେ ବଢିଆ ସ୍କିମ୍ ପାଖରେ ରହିଛି । ତାହା ସୁଧରେ ସାହାଯ୍ୟ ମିଳୁଛି, ନିଜର ବ୍ୟବସାୟ ବଢାଇବା ପାଇଁ ପଇସା ଲଗାତାର ଭାବେ ମିଳୁଛି । କ’ଣ ଆପଣ ଏହି ଡିଜିଟାଲ ଦେଣନେଣର ଟ୍ରେନିଂ ନେଇପାରିବେ ନାହିଁ ? କ’ଣ ଆପଣ ସହରରେ ହଜାର, ୨ହଜାର, ୨୦ହଜାର, ୨୫ହଜାର ଏମିତି ଆମର ସାଥୀ ଅଛନ୍ତି, କ’ଣ ତାଙ୍କ ଜୀବନରେ ପରିବର୍ତ୍ତନ ପାଇଁ ଆମେ କ’ଣ କିଛି ପଦକ୍ଷେପ ନେଇପାରିବା ନାହିଁ ?

ମୁଁ ଏକଦମ୍ ସତ କହୁଛି ସାଥୀମାନେ, ଯାହା ବି ଏହି ପ୍ରକଳ୍ପ ଭାରତ ସରକାରଙ୍କର,  ପିଏମ୍ ସ୍ୱନିଧି ହେଉ, ଯଦି ଆପଣମାନେ ଏହା କରିବେ ତାହା ହେଲେ ସେ ଗରିବର ହୃଦୟରେ ଆପଣଙ୍କ ପାଇଁ ଜାଗାଟିଏ ତିଆରି ହୋଇପାରିବ । ସେ ଜୟ-ଜୟ କାର ସେ ସହରର ମେୟର କରିବ । ଜୟ-ଜୟ କାର ସେ ସହର କର୍ପୋରେଟର କରିବ । ଯିଏ ତାଙ୍କ ପାଇଁ ସାହାଯ୍ୟର ହାତ ବଢାଇଥିଲେ ତାଙ୍କର ଜୟ-ଜୟ କାର କରିବ । ମୁଁ ଚାହୁଁଛି କି ଜୟ-ଜୟ କାର ଆପଣଙ୍କର ହେଉ । କାରଣ ଯେଉଁ ଗରିବ ଠେଲା ବିକାଳି ଏବଂ ସଡକ ପଥରେ ବିକ୍ରି କରୁଥିବା ବିକାଳି ବସିଛନ୍ତି ସେମାନେ ମଧ୍ୟ ଆମଭଳି ସମ୍ମାନର ସହ ବଞ୍ଚନ୍ତୁ । ସେ ମଧ୍ୟ ନିଜ ପିଲାମାନଙ୍କୁ ଉନ୍ନତ ଶିକ୍ଷା ଦେବା ପାଇଁ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇପାରନ୍ତୁ ।

ବହୁତ ସହଜରେ ଏହା କରାଯାଇପାରିବ ସାଥୀମାନେ, କିନ୍ତୁ ଏହି କାମରେ ଆମ ସମସ୍ତଙ୍କର ଯୋଗଦାନ ଏବଂ ମୁଁ ମଧ୍ୟ କମିଶନରଙ୍କୁ କହିବାକୁ ଚାହୁଁଛି ଯେ ଏହା ମାନବତାର କାର୍ଯ୍ୟ ଅଟେ । ଏହା ତୃଣମୂଳସ୍ତରରେ ଆର୍ଥିକ ସ୍ୱଚ୍ଛଳତାର କାମ ଅଟେ । ଏକ ସ୍ୱାଭିମାନ ଜାଗ୍ରତ କରିବାର କାର୍ଯ୍ୟ ଅଟେ । ଦେଶ ଆପଣଙ୍କୁ ଏତେ ପ୍ରତିଷ୍ଠିତ ପଦବୀରେ ବସାଇଛି । ଆପଣ ହୃଦୟରୁ ଏହି ପିଏମ୍ ସ୍ୱନିଧି କାର୍ଯ୍ୟକ୍ରମକୁ ନିଜର କରନ୍ତୁ । ନିଜର ବଳପୂର୍ବକ ଯୋଗଦାନ ଦେଇ ତାହା ସହିତ ମିଶିଯାଆନ୍ତୁ, ଦେଖୁ ଦେଖୁ ଆପଣଙ୍କ ଗାଁର ପ୍ରତ୍ୟେକ ପରିବାର ଡିଜିଟାଲ ପେମେଣ୍ଟରେ ପରିବା, କ୍ଷୀର ଆଦି କିଣିପାରିବେ ।  ଏକ ବିପ୍ଳବ ଆସିବ । ଏହି ଛୋଟସଂଖ୍ୟାର ଲୋକମାନେ ସାତକୋଟି କାରବାର କରିପାରିଲେ । ଯଦି ଆପଣ ସମସ୍ତେ ତାଙ୍କୁ ସାହାଯ୍ୟ କରିବା ପାଇଁ ପହଞ୍ଚିଯିବେ ତାହାହେଲେ ଆମେ କେଉଁଠୁ କେଉଁଠିକୁ ପହଞ୍ଚିପାରିବା ।

ମୋର ଆଜି ଏହି କାର୍ଯ୍ୟକ୍ରମରେ ସହରୀ ବିକାଶ ସହିତ  ଜଡିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ ଯେ ଆପଣମାନେ ସମସ୍ତେ ଏହି କାର୍ଯ୍ୟରୁ ପଛରେ ରୁହନ୍ତୁ ନାହିଁ । ଏବଂ ବାବା ସାହେବ ଆମ୍ବେଦକରଙ୍କ ନାମ ସହ ଯୋଡି ହୋଇଥିବା ଏହି ଭବନରୁ ମୁଁ ଯେତେବେଳେ କହୁଛି, ସେତେବେଳେ ଗରିବଙ୍କ ପାଇଁ କିଛି କରିବା ଆମର ଦାୟିତ୍ୱ ହୋଇଯାଏ ।

ବନ୍ଧୁଗଣ

ମୁଁ ଖୁସି ଯେ, ଦେଶର ଦୁଇଟି ବଡ ରାଜ୍ୟ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ, ଏହି ଦୁଇଟି ରାଜ୍ୟରେ ସବୁଠାରୁ ଅଧିକ ବୁଲାବିକାଳୀମାନଙ୍କୁ ବ୍ୟାଙ୍କରୁ ଲୋନ ଦିଆଯାଇଛି । କିନ୍ତୁ ମୁଁ ସବୁ ରାଜ୍ୟଗୁଡିକୁ ଅନୁରୋଧ କରିବି ଯେ ଏଥିରେ ମଧ୍ୟ ପ୍ରତିଯୋଗିତା ହେଉ, କେଉଁ ରାଜ୍ୟ ଆଗକୁ ବଢିପାରିବ, କେଉଁ ରାଜ୍ୟ ସବୁଠାରୁ ଅଧିକ ଡିଜିଟାଲ କାରବାର କରୁଛି । କେଉଁ ରାଜ୍ୟ ସବୁଠୁ ଅଧିକ ତୃତୀୟ ଲୋନ ନେବା ପାଇଁ ଆଗ୍ରହ ରହିଛି । ୫୦ହଜାର ଟଙ୍କା ତାଙ୍କ ହାତରେ ଆସିଛି । ଏମିତି କେଉଁ ରାଜ୍ୟ କରିପାରିଛି, କେଉଁ ରାଜ୍ୟ ସବୁଠୁ ଅଧିକ କରିଛି ।  ମୁଁ ଚାହିଁବି ଯେ ଗରିବମାନଙ୍କର କଲ୍ୟାଣ କରିବା ପାଇଁ ମଧ୍ୟ ଏକ ପ୍ରତିଯୋଗିତାର ଆୟୋଜନ ଏବଂ ପ୍ରତ୍ୟେକ ଛଅମାସରେ, ତିନିମାସରେ ସେଥିପାଇଁ ସେହି ରାଜ୍ୟଗୁଡିକୁ ପୁରସ୍କୃତ କରାଯାଉ ।  ଏକ ସୁସ୍ଥ ପ୍ରତିଯୋଗିତା ଯାହା ଗରିବଙ୍କ କଲ୍ୟାଣ ପାଇଁ, ଗରିବଙ୍କ ଭଲ ପାଇଁ ଏବଂ ଗରିବଙ୍କୁ ସଶକ୍ତ କରିବା ପାଇଁ । ଆସନ୍ତୁ, ଆମେ ଏହି ପ୍ରତିଯୋଗିତାରେ ଯୋଡି ହେବ । ସମସ୍ତ କର୍ପୋରେଟର ଏବଂ କାଉନସିଲର ମଧ୍ୟ ଯୋଡି ହୁଅନ୍ତୁ ।

ବନ୍ଧୁଗଣ,

ଆମ ଶାସ୍ତ୍ରରେ କୁହାଯାଇଛି ଯେ,

ଆସ୍ତେ ଭଗ ଆସିନଃ ଉର୍ଦ୍ଧ୍ୱଂ ତିଷ୍ଠତି ତିଷ୍ଠତଃ ।

ଶେତେ ନିପଦ୍ୟ ମାନସ୍ୟ ଚରାତି ଚୋରୋତ ଭଗଃ ଚରୈବେତି ।।

ଅର୍ଥାତ୍‌

କର୍ମସ୍ଥଳୀରେ ଚାଲୁଥିବାବେଳେ ଯଦି ଆପଣ ବସିଯିବେ, ତେବେ ଆପଣଙ୍କ ସଫଳତା ମଧ୍ୟ ଅଟକିଯିବ । ଯଦି ଆପଣ ଶୋଇପଡିବେ, ତାହାହେଲେ ସଫଳତା ମଧ୍ୟ ଶୋଇପଡିବ । ଯଦି ଆପଣ ଛିଡାହୋଇଯିବେ, ତେବେ ସଫଳତା ମଧ୍ୟ ଉଠି ଛିଡାହେବ । ଯଦି ଆପଣ ଆଗେଇବେ ତାହା ହେଲେ ସଫଳତା ମଧ୍ୟ ଆପଣଙ୍କ ସହ ଆଗେଇବ ଏବଂ ଏଥିପାଇଁ ଆମକୁ ନିରନ୍ତର, ଅଗ୍ରସର ହେବାକୁ ହେବ ।

ଚରୈବେତି ଚରୈବେତି। ଏହି ଚରୈବେତି ଚରୈବେତି ମନ୍ତ୍ରକୁ ନେଇ ଆପଣ ଚାଲନ୍ତୁ ଏବଂ ଆପଣଙ୍କ ସହରକୁ ଏହି ସମସ୍ତ ସମସ୍ୟାରୁ ମୁକ୍ତି ଦେବାକୁ ଦାୟିତ୍ୱ ନିଅନ୍ତୁ । ଆମକୁ ଏମିତି ଏକ ଭାରତ ଗଢିବାକୁ ହେବ ଯାହା ସ୍ୱଚ୍ଛ ଥିବ, ସମୃଦ୍ଧ ଥିବ ଏବଂ ଦୁନିଆଁକୁ ଧାରଣକ୍ଷମ ଜୀବନ ପାଇଁ ଦିଗ୍‌ଦର୍ଶନ ଦେଉଥିବ ।

ମୋର ପୂର୍ଣ୍ଣବିଶ୍ୱାସ ଅଛି, ଆମ ସମସ୍ତ ଦେଶବାସୀଙ୍କ ପ୍ରୟାସ ଯୋଗୁଁ ଦେଶ ନିଜର ସଂକଳ୍ପକୁ ନିଶ୍ଚିତ ପୂରଣ କରିବ । ଏହି ଶୁଭକାମନା ସହ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ !

ବହୁତ - ବହୁତ ଶୁଭକାମନା

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.