ତାମିଲ ନାଡ଼ୁର ରାଜ୍ୟପାଳ ଶ୍ରୀ ବନୱାରୀଲାଲ ପୁରୋହିତ ଜୀ, ତାମିଲ ନାଡ଼ୁର ମୁଖ୍ୟମନ୍ତ୍ରୀ ଶ୍ରୀ ପାଲାନିସ୍ୱାମୀ ଜୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଓ ପି ଏସ ଜୀ, ମୋର ସହଯୋଗୀ ପ୍ରହଲ୍ଲାଦ ଯୋଶୀଜୀ, ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀ ଶ୍ରୀ ଭେଲୁମଣି ଜୀ, ଅନ୍ୟ ପ୍ରତିନିଧିବୃନ୍ଦ ଓ ସଜ୍ଜନମଣ୍ଡଳୀ ।

ୱଣକ୍କମ୍‍ ।

ମୁଁ ଆଜି କୋଏମ୍ବାଟୁର ଆସି ବେଶ୍‍ ଖୁସି ଅନୁଭବ କରୁଛି । ଏହା ଏକ ଶିଳ୍ପ ତଥା ଅଭିନବତ୍ୱର ନଗରୀ। ଆଜି ଆମେ ଏଠାରେ ଅନେକ ଗୁଡ଼ିଏ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛୁ ଯାହା କୋଏମ୍ବାଟୁର ତଥା ସମଗ୍ର ତାମିଲ ନାଡ଼ୁବାସୀଙ୍କ ପାଇଁ ଉପକାରସିଦ୍ଧ ହେବ ।

ବନ୍ଧୁଗଣ,

ଆଜି ଭବାନୀସାଗର ବନ୍ଧର ଆଧୁନିକୀକରଣ ନିମନ୍ତେ ଆଧାରଶିଳା ସ୍ଥାପନ କରାଯାଇଛି । ଏହା ଦୁଇ ଲକ୍ଷ ଏକରରୁ ଅଧିକ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ପାରିବ । ଏହି ପ୍ରକଳ୍ପ ଦ୍ୱାରା ଇରୋଡ଼, ଥିରୁପୁର ଓ କାରୁର ବିଶେଷ ଭାବେ ଉପକୃତ ହେବେ । ଏହି ପ୍ରକଳ୍ପ ଆମର କୃଷକ ଭାଇମାନଙ୍କୁ ସବୁଠାରୁ ଅଧିକ ଲାଭବାନ କରିବ । ଏହି ଅବସରରେ ମୋର ଥିରୁଭଲ୍ଲୁଭରଙ୍କର କେତୋଟି ଶବ୍ଦ ପଙକ୍ତି ମନେ ପଡ଼ୁଛି । ସେ କହିଥିଲେ:

உழுதுண்டு வாழ்வாரே வாழ்வார்மற் றெல்லாம்

தொழுதுண்டு பின்செல் பவர்.

 

ଏହାର ଅର୍ଥ ହେଲା: ‘କୃଷକମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ବାସ୍ତବ ଜୀବନ ବଞ୍ôଚଥାନ୍ତି ଏବଂ ସେମାନଙ୍କ ପାଇଁ ହିଁ ଅନ୍ୟମାନେ ଜୀବନ ବଞ୍ଚନ୍ତି, ତେଣୁ ସେମାନେ ଉପାସ୍ୟ ।’

ବନ୍ଧୁଗଣ,

ତାମିଲନାଡ଼ୁର ଭାରତର ଶିଳ୍ପ ବିକାଶ କ୍ଷେତ୍ରକୁ ପ୍ରମୁଖ ଅବଦାନ ରହିଛି । ଶିଳ୍ପସଂସ୍ଥାମାନଙ୍କ ବିକାଶ ନିମନ୍ତେ ଯେଉଁ ମୌଳିକ ଆବଶ୍ୟକତାଟି ରହିଛି ତାହା ହେଲା ନିରନ୍ତର ବିଜୁଳି ଶକ୍ତି ଯୋଗାଣ । ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଦୁଇଟି ପ୍ରମୁଖ ଶକ୍ତି ପ୍ରକଳ୍ପକୁ ସମର୍ପିତ କରିବା ଅବସରରେ ମୁଁ ବିଶେଷ ଖୁସି ଅନୁଭବ କରୁଛି ଏବଂ ଏହି ଅବସରରେ ଆଉ ଗୋଟିଏ ଶକ୍ତି ପ୍ରକଳ୍ପର ଆଧାରଶିଳା ମଧ୍ୟ ସ୍ଥାପନ କରାଯାଇଛି । ତିରୁନେଲଭେଲି, ଥୁଥୁକୁଡ଼ି, ରାମନାଥପୁରମ୍‍ ଏବଂ ଭିରୁଧୁନଗର ଜିଲ୍ଲାରେ ନେଭେଲି ଲିଗନାଇଟ୍‍ କର୍ପୋରେସନ ଅଫ୍‍ ଇଣ୍ଡିଆ ପକ୍ଷରୁ ୭୦୯ ମେଗାୱାଟ କ୍ଷମତାସମ୍ପନ୍ନ ସୌର ଶକ୍ତି ପ୍ରକଳ୍ପର ବିକାଶ ଘଟାଯାଉଛି । ଏହି ପ୍ରକଳ୍ପଗୁଡ଼ିକର ସାମଗ୍ରିକ ମୂଲ୍ୟ ତିନି ହଜାର କୋଟି ଟଙ୍କାରୁ ଅଧିକ । ସେହିଭଳି ଏନଏଲସି ପକ୍ଷରୁ ୧୦୦୦ ମେଗାୱାଟ କ୍ଷମତାସମ୍ପନ୍ନ ଆଉ ଗୋଟିଏ ଥର୍ମାଲ ଶକ୍ତି ପ୍ରକଳ୍ପର ମଧ୍ୟ ବିକାଶ ଘଟାଯାଉଛି । ଯାହାର ମୋଟ ମୂଲ୍ୟ ପ୍ରାୟ ସାତ ହଜାର ଆଠଶହ କୋଟି ଟଙ୍କାରୁ ଅଧିକ ଏବଂ ସେସବୁ ତାମିଲ ନାଡ଼ୁ ପାଇଁ ବ୍ୟାପକ ମାତ୍ରାରେ ଉପକାରସିଦ୍ଧ ହେବାକୁ ଯାଉଛି । ଏହିସବୁ ପ୍ରକଳ୍ପଗୁଡ଼ିକରୁ ଉତ୍ପାଦିତ ମୋଟ ବିଜୁଳି ଶକ୍ତିର ପଞ୍ଚଷଠି ପ୍ରତିଶତ କେବଳ ତାମିଲ ନାଡ଼ୁକୁ ହିଁ ପ୍ରଦାନ କରାଯିବ ।

ବନ୍ଧୁଗଣ,

ତାମିଲ ନାଡ଼ୁର ସାମୁଦ୍ରିକ ବାଣିଜ୍ୟର ଏକ ଗୌରବୋଜ୍ଜ୍ୱଳ ଇତିହାସ ରହିଛି ଏବଂ ବନ୍ଦରଭିତ୍ତିକ ବିକାଶର ମଧ୍ୟ ବିପୁଳ ସମ୍ଭାର ରହିଛି । ତେଣୁ ଥୁଥୁକୁଡ଼ିର ଭି ଓ ଚିଦାମ୍ବରମ୍‍ ବନ୍ଦର ସଂପର୍କୀତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୋତେ ବେଶ୍‍ ଖୁସି ଅନୁଭୂତ ହେଉଛି । ମହାନ୍‍ ସ୍ୱାଧୀନତା ସଂଗ୍ରାମୀ ଭି ଓ ସିଙ୍କର ଅବଦାନକୁ ଆମେ ଏହି ଅବସରରେ ସ୍ମରଣ କରିପାରିବା । ଦେଶରେ ଏକ ସକ୍ରିୟ ଜାହାଜ ଚଳାଚଳ ଶିଳ୍ୱର ବିକାଶ ଏବଂ ସାମୁଦ୍ରିକ ବିକାଶକୁ ସେ ସଦାବେଳେ ଗୁରୁତ୍ୱ ଆରୋପ କରୁଥିଲେ । ଆଜି ଯେଉଁସବୁ ପ୍ରକଳ୍ପ ଉଦ୍ଘାଟିତ ହେଉଛି ତାହା ଏହି ବନ୍ଦରର ମାଲ ପରିବହନ ଓ କାରବାର କ୍ଷମତାକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବ । ଏହା ମଧ୍ୟ ସବୁଜ ବନ୍ଦର ପ୍ରୟାସକୁ ସହାୟତା ପ୍ରଦାନ କରିବ । ଏହା ବ୍ୟତୀତ, ଆମେ ମଧ୍ୟ ପୂର୍ବ ତଟର ଟ୍ରାନ୍ସ ସିପ୍‍ମେଣ୍ଟ୍‍ ବନ୍ଦର ଭାବେ ଏହାକୁ ଏକ ବିରାଟ ବନ୍ଦରରେ ପରିଣତ କରିବା ନିମନ୍ତେ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବୁ । ଯେତେବେଳେ ଆମର ବନ୍ଦରଗୁଡ଼ିକ ଅଧିକ ସକ୍ରିୟ ହେବେ ତାହା ଭାରତକୁ ଆତ୍ମନିର୍ଭର ହେବା ଦିଗରେ ଏବଂ ବିଶ୍ୱର ଏକ ବାଣିଜ୍ୟ ପେଣ୍ଠସ୍ଥଳୀ ତଥା ଲଜିଷ୍ଟିକ୍ସ କ୍ଷେତ୍ରରେ ପରିଣତ ହେବା ପ୍ରୟାସଯେ ସହାୟକ ହୋଇପାରିବ ।

ବନ୍ଦର ଭିତ୍ତିକ ବିକାଶ ନିମନ୍ତେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ସାଗରମାଳା ପରିଯୋଜନା ମାଧ୍ୟମରେ ଯେକେହି ଲକ୍ଷ୍ୟ କରିପାରିବେ । ଏହି ପ୍ରକଳ୍ପ ଅଧୀନରେ ମୋଟ ୫୭୫ଟି ପ୍ରକଳ୍ପ ଯାହାର ମୋଟ ମୂଲ୍ୟ ପ୍ରାୟ ଛଅ ଲକ୍ଷ କୋଟି ଟଙ୍କା ତାହାକୁ ୨୦୧୫-୨୦୨୫ ମଧ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ଚିହ୍ନଟ କରାଯାଇଛି । ଏହିସବୁ କାର୍ଯ୍ୟ ମଧ୍ୟରେ : ବନ୍ଦରମାନଙ୍କର ଆଧୁନିକୀକରଣ, ନୂତନ ବନ୍ଦରର ବିକାଶ, ବନ୍ଦର ସଂଯୋଗୀକରଣର ସମ୍ପ୍ରସାରଣ, ବନ୍ଦର ଆଧାରିତ ଶିଳ୍ପାୟନ ଏବଂ ତଟୀୟ ଗୋଷ୍ଠୀଙ୍କ ବିକାଶ ଆସି ସାମିଲ ।

ମୁଁ ଅତ୍ୟନ୍ତ ଆନନ୍ଦର ସହିତ ସୂଚୀତ କରିବାକୁ ଚାହେଁ ଯେ ନୂତନ ବିବିଧ ମଡେଲର ଲଜିଷ୍ଟିକ୍ସ ପାର୍କ ଚେନ୍ନାଇ ନିକଟବର୍ତ୍ତୀ ଶ୍ରୀପେରୁମ୍ବୁଦୁରର ମାପ୍ପେଡୁ ଠାରେ ଖୁବ୍‍ ଶୀଘ୍ର ଶୁଭାରମ୍ଭ ହେବାକୁ ଯାଉଛି । କୋରମପାଲ୍ଲି ବ୍ରିଜ୍‍ର ଆଠ ଲେନିଂ ଏବଂ ରେଳ ଓଭରବ୍ରିଜ୍‍କୁ ମଧ୍ୟ ‘ସାଗରମାଳା ପ୍ରକଳ୍ପ’ ଭିତରେ ସାମିଲ କରାଯାଇଛି । ଏହି ପ୍ରକଳ୍ପ ବନ୍ଦରକୁ ଓ ବନ୍ଦର ଠାରୁ ଅନ୍ୟ ସ୍ଥାନକୁ ନିରବଚ୍ଛିନ୍ନ ଭାବେ ଯୋଗାଯୋଗ ସୁବିଧାକରଣ ଏବଂ ଟ୍ରାଫିକ୍‍ ଜାମ ସମସ୍ୟାର ସମାଧାନ କରିପାରିବ । ଏହା ମଧ୍ୟ ଟର୍ଣ୍ଣ ଆରାଉଣ୍ଡ ସମୟ ତଥା ମାଲ ପରିବହନକାରୀ ଟ୍ରକମାନଙ୍କ ଯାତାୟାତ ସମୟକୁ ଆହୁରି କମାଇବ ।

ବନ୍ଧୁଗଣ,

ବିକାଶ ଏବଂ ପରିବେଶର ସୁରକ୍ଷା ପରସ୍ପର ସହ ଘନିଷ୍ଠ ଭାବେ ସଂପର୍କୀତ । ଭି ଓ ସି ବନ୍ଦର ଏବେସୁଦ୍ଧା ୫୦୦ କିଲୋୱାଟ ରୁଫ୍‍ ଟପ୍‍ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିସାରିଛି । ଆଉ ୧୪୦ କିଲୋୱାଟ ରୁଫ ଟପ୍‍ ସୌର ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଏବେ ପ୍ରଗତି ପଥରେ ରହିଛି । ଏହା ଜାଣି ମୁଁ ଅତ୍ୟନ୍ତ ଖୁସି ଯେ ଭି ଓ ସି ବନ୍ଦର ୫ ମେଗାୱାଟ କ୍ଷମତାସମ୍ପନ୍ନ ଭୂପୃଷ୍ଠ ଆଧାରିତ ସୌର ଶକ୍ତି କେନ୍ଦ୍ରର ଗ୍ରୀଡ଼ ସଂଯୋଗ କାର୍ଯ୍ୟ ହାତକୁ ନେଇଛି ଯାହାର ମୂଲ୍ୟ ପ୍ରାୟ କୋଡ଼ିଏ କୋଟି ଟଙ୍କା । ଏହି ପ୍ରକଳ୍ପ ବନ୍ଦରର ମୋଟ ଶକ୍ତି ଚାହିଦାର ପ୍ରାୟ ୬୦ ପ୍ରତିଶତ ପୂରଣ କରିପାରିବ । ଏହା ବାସ୍ତବ ପକ୍ଷେ ଉର୍ଜ୍ଜା ଆତ୍ମନିର୍ଭରର ଏକ ଉଦାହରଣ ।

ପ୍ରିୟ ବନ୍ଧୁଗଣ,

ପ୍ରତ୍ୟେକ ବ୍ୟକ୍ତିର ଗାରିମାର ସୁରକ୍ଷା ହେଉଛି ବିକାଶର ମୂଳ ଆଧାର । ଏହି ଗାରିମାର ସୁନିଶ୍ଚିତକରଣର ଗୋଟିଏ ଉପାୟ ହେଉଛି ପ୍ରତ୍ୟେକଙ୍କ ପାଇଁ ବାସଗୃହ ଯୋଗାଣ । ଲୋକମାନଙ୍କ ଆଶା ଆକା„ାକୁ ପକ୍ଷ ପ୍ରଦାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରାଯାଇଛି ।

ବନ୍ଧୁଗଣ,

ଏହା ମୋର ପରମ ସୌଭାଗ୍ୟ ଯେ ମୁଁ ଆଜି ଚାରି ହଜାର ଏକ ଶହ ଚଉରାଳିଶ ବାସଗୃହର ଶୁଭ ଉଦ୍ଘାଟନ କରୁଛି । ସେସବୁ ଥିରୁପୁର, ମଦୁରାଇ ଏବଂ ତିରୁଚିରାପାଲ୍ଲୀ ଜିଲାରେ ନିର୍ମିତ ହୋଇଛି । ସେଥିପାଇଁ ମୋଟ ୩୩୨ କୋଟି ଟଙ୍କା ବ୍ୟୟ କରାଯାଇଛି । ସେହିସବୁ ବାସଗୃହ ସେଇମାନଙ୍କୁ ହସ୍ତାନ୍ତର କରାଯାଇଛି ଯେଉଁମାନଙ୍କର କୌଣସି ନିଜସ୍ୱ ବାସଗୃହ ନଥିଲା ଯାହାକି ସ୍ୱାଧୀନତାର ୭୦ ବର୍ଷ ପରେ ସୁଦ୍ଧା ଏକ ସ୍ୱପ୍ନ ଥିଲା।

ବନ୍ଧୁଗଣ,

ତାମିଲନାଡ଼ୁ ଏକ ସହରାଞ୍ଚଳ ରାଜ୍ୟ । ଭାରତ ସରକାର ଏବଂ ତାମିଲ ନାଡ଼ୁ ସରକାର ରାଜ୍ୟର ସମସ୍ତ ସହରାଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ମୁଁ ଆଜି ତାମିଲନାଡ଼ୁର ବିଭିନ୍ନ ସହର ପାଇଁ ସମନ୍ୱିତ କମାଣ୍ଡ ଏବଂ କଣ୍ଟ୍ରୋଲ ଉଦ୍ଘାଟନ କରି ଅତ୍ୟନ୍ତ ଖୁସି । ତାହା ଇଣ୍ଟେଲିଜେଣ୍ଟ ଏବଂ ସମନ୍ୱିତ ଆଇଟି ସଲ୍ୟୁସନ ଯୋଗାଣ ଏବଂ ଅନ୍ୟାନ୍ୟ ବିଭିନ୍ନ ସେବା ଯୋଗାଣ ନିମନ୍ତେ ସହାୟକ ହେବ ।

 

ବନ୍ଧୁଗଣ,

ମୁଁ ସୁନିଶ୍ଚିତ ଯେ ଏହିସବୁ ପ୍ରକଳ୍ପ ଯାହାକି ଆଜି ଉଦ୍ଘାଟିତ ହେଲା ତାହା ତାମିଲନାଡ଼ୁର ଲୋକମାନଙ୍କ ଜୀବନ ଓ ଜୀବନଜୀବିକାରେ ସହାୟକ ହେବ । ତେଣୁ ଯେଉଁମାନେ ସେମାନଙ୍କର ନୂତନ ଗୃହ ଆଜି ପାଇଛନ୍ତି ସେମାନଙ୍କୁ ମୁଁ ବଧେଇ ଜଣାଉଛି । ଆମେ ଲୋକମାନଙ୍କ ଆତ୍ମନିଭର ଭାରତ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଏହିଭଳି ପ୍ରୟାସ ଜାରି ରଖିବୁ ।

ଆପଣମାନଙ୍କୁ ଧନ୍ୟବାଦ ।

ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

ୱଣକ୍କମ୍‍!!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FTAs boost global demand for Indian talent, expand mobility options

Media Coverage

FTAs boost global demand for Indian talent, expand mobility options
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the true resolve of a representative
April 29, 2026

Prime Minister Shri Narendra Modi shared a Sanskrit Subhashitam today highlighting the true resolve of a representative.

The Prime Minister remarked that as vigilant citizens of the country, it is our duty to ensure record voting to make democracy even stronger.

The Prime Minister wrote on X:

"देश के एक सजग नागरिक के रूप में हमारा कर्तव्य है कि हम लोकतंत्र को और अधिक सशक्त बनाने के लिए रिकॉर्ड मतदान सुनिश्चित करें। इस तरह हम न केवल भारतवर्ष के नवनिर्माण में अपनी सक्रिय भागीदारी निभा सकते हैं, बल्कि एक समर्थ और समृद्ध राष्ट्र की नींव को और मजबूत कर सकते हैं।

राज्ञो हि व्रतमुत्थानं यज्ञः कार्यानुशासनम्।

दक्षिणा वृत्तिसाम्यं च दीक्षितस्याभिषेचनम्॥"

From the perspective of the welfare of the people, continuously uplifting them, faithfully performing duties as a sacred responsibility, ensuring fair judgment, giving generously, treating everyone with equality, and keeping oneself pure, disciplined and dedicated with a consecrated spirit, this is the true resolve of a representative.