ଗୀତା ଆମକୁ ଚିନ୍ତା କରିବାକୁ ସୁଯୋଗ ଦିଏ, ପ୍ରଶ୍ନ ପଚାରିବାକୁ ପ୍ରେରଣା ଦିଏ ଏବଂ ବିତର୍କ ପାଇଁ ପ୍ରୋତ୍ସାହିତ କରେ ଓ ମନକୁ ମୁକ୍ତ ରଖେ: ପ୍ରଧାନମନ୍ତ୍ରୀ

ସମ୍ମାନିତ ଅତିଥିବୃନ୍ଦ,

ବନ୍ଧୁଗଣ!

ୱଣକ୍କମ୍‌!

ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ । ସ୍ୱାମୀ ଚିଦ୍‌ଭବାନନ୍ଦ ମହୋଦୟଙ୍କ ଲିଖିତ ବିବରଣୀ ସନ୍ନିବେଶିତ ଥିବା ଇ-ପୁସ୍ତକର ଶୁଭ ଉନ୍ମୋଚନ ଶୁଭ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ପ୍ରଶଂସା କରୁଛି । ଏହି ଉଦ୍ୟମକୁ ଧନ୍ୟବାଦ, ଯାହା ପରମ୍ପରା ଓ ପ୍ରଯୁକ୍ତିକୁ ଏକାଠି କରିପାରିଛି । ଇ-ପୁସ୍ତକଗୁଡିକ ବିଶେଷକରି ଯୁବପିଢୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି । ଏଣୁ, ଏହି ପ୍ରୟାସ ଗୀତାର ମହତ୍ ଭାବନା ସହିତ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ସଂଯୁକ୍ତ କରିବ ।

ବନ୍ଧୁଗଣ,

ଏହି ଇ-ପୁସ୍ତକ ଅନନ୍ତ ଗୀତା ଓ ଗୌରବମୟ ତାମିଲ ସଂସ୍କୃତି ସହ ସମ୍ପର୍କକୁ ଆହୁରି ଗଭୀର କରିବ । ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ତାମିଲ୍ ସମୁଦାୟ ଏହାକୁ ସହଜରେ ପଠନ କରିପାରିବେ । ତାମିଲ୍ ସମୁଦାୟ ଅନେକ କ୍ଷେତ୍ରରେ ସଫଳତାର ନୂତନ ଶିଖର ଛୁଇଁ ପାରିଛନ୍ତି । ତଥାପି ସେମାନେ ନିଜର ସଂସ୍କୃତିର ମୂଳଦୁଆକୁ ନେଇ ଗର୍ବ କରନ୍ତି । ସେମାନେ ଯୁଆଡେ ମଧ୍ୟ ଯାଆନ୍ତି, ନିଜ ସହ ତାମିଲ ସଂସ୍କୃତିର ମହାନତାକୁ ସାଙ୍ଗରେ ନେଇଥାଆନ୍ତି ।

ବନ୍ଧୁଗଣ,

ମୁଁ ସ୍ୱାମୀ ଚିଦ୍‌ଭବାନନ୍ଦ ମହୋଦୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି । ମନ, ଶରୀର, ହୃଦୟ ଏବଂ ଆତ୍ମା ସ୍ତରରେ ସେ ନିଜର ଜୀବନକୁ ଭାରତର ପୁନଃଜାଗରଣ ପାଇଁ ଉତ୍ସର୍ଗ କରିଦେଇଥିଲେ । ସେ ବିଦେଶରେ ପାଠ ପଢିବାକୁ ବିଚାର କରିଥିଲେ କିନ୍ତୁ ତାଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖାଥିଲା । ରାସ୍ତାକଡ ବହିଦୋକାନୀ ନିକଟରେ ସେ “ସ୍ୱାମୀ ବିବେକାନନ୍ଦଙ୍କ ମାଡ୍ରାସ ଲେକଚର୍‌” ବହି ଦେଖିଥିଲେ, ଯାହା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ରାଷ୍ଟ୍ରକୁ ସର୍ବୋପରି ଭାବିବା ସହିତ ଜନସାଧାରଣଙ୍କ ସେବା କରିବା ପାଇଁ ଏହା ତାଙ୍କୁ ପ୍ରେରଣା ଦେଇଥିଲା । ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି:

ୟଦୟ ୟଦୟ ଆଚରତି ଶ୍ରେଷ୍ଠଃ ତତ ତତ ଏବ ଇତରେ ଜନଃ ।

ସୟତ୍ ପ୍ରମାଣମ କୁରୁତେ ଲୋକଃ ତଦା ।

ଏହାର ଅର୍ଥ, ମହାପୁରୁଷମାନେ ଯାହା ବି କରନ୍ତି, ତାହାଦ୍ୱାରା ଅନେକ ଲୋକ ଅନୁପ୍ରେରିତ ହୋଇ ସେମାନଙ୍କ ପଦାଙ୍କ ଅନୁସରଣ କରନ୍ତି । ଗୋଟିଏ ପଟେ ସ୍ୱାମୀ ଚିଦ୍‌ଭବାନନ୍ଦ ମହୋଦୟ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇଥିଲେ । ଅନ୍ୟ ପକ୍ଷରେ ସେ ନିଜର ମହତ୍ କାର୍ଯ୍ୟ ଦ୍ୱାରା ବିଶ୍ୱକୁ ପ୍ରେରଣା ଦେବା ପାଇଁ ଅଗ୍ରସର ହୋଇଥିଲେ । ଶ୍ରୀ ରାମକୃଷ୍ଣ ତପୋବନମ ଆଶ୍ରମ ସ୍ୱାମୀ ଚିଦ୍‌ଭବାନନ୍ଦ ମହୋଦୟଙ୍କ ମହତ୍ କାର୍ଯ୍ୟକୁ ଆଗେଇ ନେଉଛି । ସେମାନେ ସମାଜ ସେବା, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ମୁଁ ଶ୍ରୀ ରାମକୃଷ୍ଣ ତପୋବନମ ଆଶ୍ରମକୁ ସାଧୁବାଦ ଜଣାଇବା ସହିତ ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ଗୀତାର ସୌନ୍ଦର୍ଯ୍ୟ ଏହାର ଗଭୀରତା, ବିବିଧତା ଏବଂ ନମନୀୟତା ମଧ୍ୟରେ ନିହିତ ରହିଛି । ଆଚାର୍ଯ୍ୟ ବିନୋବା ଭାବେ ଗୀତାକୁ ଜଣେ ମାଆ ଭାବରେ ବର୍ଣ୍ଣନା କରିଛନ୍ତି ଯିଏ ନିଜର ସନ୍ତାନ ଝୁଂଟି ପଡିବାବେଳେ ତାକୁ କୋଳେଇ ନେଇଥାଏ । ମହାତ୍ମା ଗାନ୍ଧୀ, ଲୋକମାନ୍ୟ ତିଲକ୍‌, ମହାକବି ସୁବ୍ରମଣ୍ୟ ଭାରତୀଙ୍କ ପରି ମହାନ୍ ବ୍ୟକ୍ତିମାନେ ଗୀତା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଗୀତା ଆମକୁ ଚିନ୍ତା କରିବାକୁ ଶକ୍ତି ଦେଇଥାଏ । ଏହା ଆମକୁ ପ୍ରଶ୍ନ ପଚାରିବାକୁ ଅନୁପ୍ରାଣିତ କରେ । ଏହା ତର୍କକୁ ପ୍ରୋତ୍ସାହିତ କରେ । ଗୀତା ଆମ ମନକୁ ଉନ୍ମୁକ୍ତ ରଖେ । ଯେଉଁ ବ୍ୟକ୍ତି ଗୀତା ଦ୍ୱାରା ଅନୁପ୍ରାଣୀତ ହୋଇଥାଆନ୍ତି ସେମାନେ ନିଶ୍ଚିତଭାବେ ସବୁବେଳେ ଦୟାଳୁ ସ୍ୱଭାବର ଏବଂ ଗଣତାନ୍ତ୍ରିକ ବିଚାରଧାରାର ହୋଇ ରହିବେ ।

ବନ୍ଧୁଗଣ,

ଏହା ଭାବିବା ସ୍ୱାଭାବିକ ଯେ – ଗୀତାଭଳି ଏକ ଜିନଷ ନିଶ୍ଚିତଭାବେ ଶାନ୍ତିପୂର୍ଣ୍ଣ ଏବଂ ମନୋରମ ପରିବେଶ ମଧ୍ୟରେ ବିରାଜମାନ ହୋଇଥିବ । କିନ୍ତୁ, ଆପଣମାନେ ଜାଣନ୍ତି ଯେ, ବିଦ୍ୱେଷର ବାତାବରଣ ମଧ୍ୟରେ ବିଶ୍ୱ ଭଗବଦ ଗୀତା ଆକାରରେ ସର୍ବଶ୍ରେଷ୍ଠ ଜୀବନ ଶିକ୍ଷା ଲାଭ କରିଥିଲା ।

ଆମେ ଆଶା କରୁଥିବା ପ୍ରତ୍ୟେକଟି ଜିନିଷ ସମ୍ପର୍କରେ ଜ୍ଞାନର ସର୍ବୋତ୍କୃଷ୍ଟ ଉତ୍ସ ହେଉଛି ଗୀତା । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କେଉଁ କାରଣରୁ ଶ୍ରୀକୃଷ୍ଣଙ୍କ କଥା ମାଧ୍ୟମରେ ଏହି ଜ୍ଞାନ ନିଃସୃତ ହେଉଛି? ଏହା ହେଉଛି ବିଷାଦ ବା ଦୁଃଖ । ଭଗବଦ୍ ଗୀତା ହେଉଛି ସେହି ବିଚାରଧାରାର ଭଣ୍ଡାର ଯାହା ବିଷାଦରୁ ବିଜୟର ଯାତ୍ରାକୁ ପ୍ରତିଫଳିତ କରିଥାଏ । ଯେତେବେଳେ ଭଗବଦ୍ ଗୀତା ସୃଷ୍ଟି ହୋଇଥିଲା, ସେତେବେଳେ ସବୁଆଡେ ବିବାଦ ଥିଲା, ବିଷାଦ ଥିଲା । ଅନେକ ଅନୁଭବ କରନ୍ତି ମାନବ ସମାଜ ଆଜି ସେହିଭଳି ବିଦ୍ୱେଷ ଏବଂ ଆହ୍ୱାନ ଦେଇ ଗତି କରୁଛି । ବିଶ୍ୱ ଜୀବଦ୍ଦଶାରେ ଥରେମାତ୍ର ଦେଖାଦେଇଥିବା ମହାମାରୀ ବିରୁଦ୍ଧରେ ଜୋରଦାର ଲଢେଇ କରୁଛି । ଏହାର ଆର୍ଥିକ ଓ ସାମାଜିକ ପ୍ରଭାବ ମଧ୍ୟ ସୁଦୂରପ୍ରସାରୀ । ଏଭଳି ସମୟରେ, ଶ୍ରୀମଦ ଭଗବଦ୍ ଗୀତାରେ ପ୍ରଦର୍ଶିତ ମାର୍ଗ ସଦା ପ୍ରାସଙ୍ଗିକ ମନେ ହୁଏ । ମାନବ ଜାତି ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକରୁ ପୁଣିଥରେ ବିଜୟୀ ହେବା ପାଇଁ ଏହା ଶକ୍ତି ଓ ଦିଶା ପ୍ରଦାନ କରିପାରିବ । ଭାରତରେ ଆମେ ଏହାର ଅନେକ ଉଦାହରଣ ଦେଖିଛୁ । କୋଭିଡ ୧୯ ବିରୋଧରେ ଆମର ଲୋକଶକ୍ତିଯୁକ୍ତ ଲଢେଇ, ଲୋକମାନଙ୍କର ଅଦମ୍ୟ ଭାବନା, ଆମ ନାଗରିକମାନଙ୍କର ସାହସ, ଏସବୁ ପଛରେ ଗୀତା ଯେଉଁସବୁ କଥାକୁ ପ୍ରମୁଖ ଭାବେ ଉଲ୍ଲେଖ କରିଛି ସେସବୁର ଝଲକ ରହିଛି ବୋଲି କୁହାଯାଇପାରେ । ଏହା ମଧ୍ୟ ନିଃସ୍ୱାର୍ଥପରତାର ଏକ ଭାବନା । ଆମେ ବହୁବାର ଏହା ଦେଖିଲୁ ଯେ ଆମ ଲୋକମାନେ ପରସ୍ପରକୁ ନିଜର ସାମର୍ଥ୍ୟଠାରୁ ଅଧିକ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ।

ବନ୍ଧୁଗଣ,

ଗତବର୍ଷ, ୟୁରୋପିଅନ୍ ହାର୍ଟ ଜର୍ଣ୍ଣାଲରେ ଏକ ଚିତାକର୍ଷକ ପ୍ରବନ୍ଧ ପ୍ରକାଶ ପାଇଥିଲା । ଏହା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ସମୀକ୍ଷା କରାଯାଇଥିବା ହୃଦ୍‌ରୋଗ ସମ୍ବନ୍ଧୀୟ ଏକ ପତ୍ରିକା । ଅନ୍ୟାନ୍ୟ ବିଷୟ ସହିତ, କୋଭିଡ୍ ସମୟରେ ଗୀତା କିପରି ସବୁଠାରୁ ଅଧିକ ପ୍ରାସଙ୍ଗିକ ଥିଲା ସେ ସମ୍ପର୍କରେ ଏହି ପ୍ରବନ୍ଧରେ ଉଲ୍ଲେଖ ଥିଲା । ଏକ ପରିପୂର୍ଣ୍ଣ ଜୀବନଯାପନ ନିମନ୍ତେ ଏଠାରେ ଭଗବଦ୍ ଗୀତାକୁ ସଠିକ୍ ମାର୍ଗଦର୍ଶକ ଭାବେ ବର୍ଣ୍ଣନା କରାଯାଇଛି । ଏହି ପ୍ରବନ୍ଧରେ ଅର୍ଜୁନଙ୍କୁ ସ୍ୱାସ୍ଥ୍ୟସେବା କର୍ମଚାରୀ ଭାବେ ଏବଂ ହସପିଟାଲଗୁଡିକୁ ଭୂତାଣୁ ବିରୋଧରେ ସଂଗ୍ରାମ କରିବା ପାଇଁ ଯୁଦ୍ଧକ୍ଷେତ୍ର ଭାବେ ବର୍ଣ୍ଣନା କରାଯାଇଛି । କୌଣସି ଭୟ ଏବଂ ଆହ୍ୱାନକୁ ଅତିକ୍ରମ କରି ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ସେମାନଙ୍କ କର୍ତବ୍ୟ ପାଳନ କରିଥିବାରୁ ଏହି ପ୍ରବନ୍ଧ ସେମାନଙ୍କୁ ପ୍ରଶଂସା କରିଛି ।

ବନ୍ଧୁଗଣ,

ଭଗବଦ୍ ଗୀତାର ଗୁଢ ତତ୍ୱ ହେଉଛି କର୍ମ । ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି:

ନିୟତଂ କୁରୁ କର୍ମ ତ୍ୱଂ

କର୍ମ ଜ୍ୟାୟୋ ହ୍ୟକର୍ମଣଃ ।

ଶରୀର ୟାତ୍ରାପି ଚ ତେ

ନ ପ୍ରସିଦଧ୍ୟେ ଦକର୍ମଣଃ ।

ସେ ଆମକୁ କର୍ମରେ ନିମଗ୍ନ ଦେବାକୁ କହୁଛନ୍ତି କାରଣ ନିଷ୍କ୍ରିୟତାଠାରୁ ଏହା ଶତ ଗୁଣରେ ଉତମ । ସେ କୁହନ୍ତି, କର୍ମ ବିନା ଆମେ ଆମ ଶରୀରର ମଧ୍ୟ ଯତ୍ନ ନେଇପାରିବା ନାହିଁ । ଆଜି, ଭାରତର ୧୩୦ କୋଟି ଲୋକ ସେମାନଙ୍କ କାର୍ଯ୍ୟପନ୍ଥା ସ୍ଥିର କରିସାରିଛନ୍ତି । ସେମାନେ ଭାରତକୁ ଆତ୍ମନିର୍ଭର କରିବାକୁ ଯାଉଛନ୍ତି । ଭବିଷ୍ୟତ ଦୃଷ୍ଟିକୋଣରୁ କେବଳ ଏକ ଆତ୍ମନିର୍ଭର ଭାରତ ସମସ୍ତଙ୍କ ସ୍ୱାର୍ଥର ଅନୁପନ୍ଥୀ । ଆତ୍ମନିର୍ଭର ଭାରତର ଗୁଢ ତତ୍ୱ ହେଉଛି କେବଳ ଆମମାନଙ୍କ ପାଇଁ ନୁହେଁ ବରଂ ଏକ ବୃହତର ମାନବ ସମାଜ ପାଇଁ ସମ୍ପଦ ଓ ମୂଲ୍ୟବୋଧ ସୃଷ୍ଟି କରିବା । ଆମେ ବିଶ୍ୱାସ କରୁ ଯେ ଏକ ଆତ୍ମନିର୍ଭର ଭାରତ ସାରା ବିଶ୍ୱ ପାଇଁ ମଙ୍ଗଳକାରୀ । ନିକଟ ଅତୀତରେ, ଯେତେବେଳେ ବିଶ୍ୱ ଔଷଧପତ୍ର ଆବଶ୍ୟକ କରୁଥିଲା, ସେତେବେଳେ ଭାରତ ସେମାନଙ୍କୁ ଏହା ଯୋଗାଇଦେବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲା । ଆମ ବୈଜ୍ଞାନିକମାନେ କଠିନ ପରିଶ୍ରମ କରି ଖୁବ୍ ଅଳ୍ପ ସମୟ ମଧ୍ୟରେ ପ୍ରତିଷେଧକ ବିକଶିତ କରିପାରିଥିଲେ । ଏବଂ ବର୍ତମାନ, ଭାରତରେ ପ୍ରସ୍ତୁତ ଟିକା ବିଶ୍ୱର ସବୁସ୍ଥାନରେ ପହଂଚାଇ ଭାରତ ନିଜକୁ ବିନୀତ ମନେ କରୁଛି । ଆମେ ମାନବ ଜାତିର ଉପଶମ ଓ ସହାୟତା ଚାହୁଁ । ଗୀତା ଆମକୁ ଏହାହିଁ ଶିକ୍ଷା ଦିଏ ।

ବନ୍ଧୁଗଣ,

ମୁଁ ମୋ ଯୁବ ବନ୍ଧୁମାନଙ୍କୁ ଭଗବଦ୍ ଗୀତା ଦେଖିବା ପାଇଁ ବିଶେଷ ଅନୁରୋଧ କରିବି । ଏଥିରେ ଥିବା ଶିକ୍ଷା ଅତ୍ୟନ୍ତ ବ୍ୟାବହାରିକ ଓ ସଂଯୋଗୀକରଣୀୟ । ଦୃତ ଗତିଶୀଳ ଜୀବନରେ, ଗୀତା ଶାନ୍ତି ଏବଂ ସ୍ଥିରତାର ମରୁଝର ସଦୃଶ କାର୍ଯ୍ୟ କରିବ । ଏହା ଜୀବନର ବିଭିନ୍ନ ଦିଗ ପାଇଁ ଏକ ବ୍ୟାବହାରିକ ପଥ ପ୍ରଦର୍ଶକ । ଏହି ପ୍ରସିଦ୍ଧ ପଙ୍‌କ୍ତିକୁ କେବେ ମଧ୍ୟ ଭୁଲ ନାହିଁ –

କର୍ମଣ୍ୟେ ବାଧିକାରସ୍ତେ ମା ଫଳେସୁ କଦାଚନ ।

ଏହା ଆମ ମନକୁ ବିଫଳତାର ଭୟରୁ ମୁକ୍ତ କରିବ ଏବଂ କର୍ମରେ ମନୋନିବେଶ କରିବା ପାଇଁ ଆମର ଧ୍ୟାନ କେନ୍ଦ୍ରିତ କରିବ । ଜ୍ଞାନ ଯୋଗ ଉପରେ ଥିବା ଅଧ୍ୟାୟ ସତ୍ ଜ୍ଞାନର ମହତ୍ୱ ଉପରେ ଆଲୋକପାତ କରେ । ଭକ୍ତି ଯୋଗ ଆମକୁ ଭକ୍ତିର ମହତ୍ୱ ସମ୍ପର୍କରେ ଶିକ୍ଷା ଦେଇଥାଏ, ସେ ସମ୍ପର୍କରେ ଅନ୍ୟ ଏକ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି । ସବୁ ଅଧ୍ୟାୟରେ କିଛି କିଛି ନା କିଛି ରହିଛି ଯାହା ଆମ ମନରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ । ସର୍ବୋପରି, ଗୀତା ଆମ ମଧ୍ୟରେ ଏହି ଭାବନା ଭରିଦିଏ ଯେ ଆମେ ସମସ୍ତେ ସେହି ସର୍ବଶକ୍ତିମାନ ଇଶ୍ୱରଙ୍କର ଅଂଶ ।

ସ୍ୱାମୀ ବିବେକାନନ୍ଦ ମଧ୍ୟ ଏହା ଉପରେ ଆଲୋକପାତ ଦେଇଥିଲେ । ମୋ ଯୁବ ବନ୍ଧୁମାନଙ୍କୁ ବହୁ କଠୋର ନିଷ୍ପତିର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଥିବ । ଏଭଳି ସମୟରେ, ସବୁବେଳେ ନିଜକୁ ପଚାର, ଯଦି ମୁଁ ଅର୍ଜୁନଙ୍କ ସ୍ଥାନରେ ଥାଆନ୍ତି, ଏହି ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଥାଆନ୍ତି, ଶ୍ରୀକୃଷ୍ଣ ମତେ କ’ଣ କରିବା ପାଇଁ କହିଥାଆନ୍ତେ? ଏହା ଚମତ୍କାର ଭାବରେ କାର୍ଯ୍ୟ କରେ, କାରଣ ଆପଣ ହଠାତ୍ ନିଜର ପସନ୍ଦ ଓ ନାପସନ୍ଦକୁ ପରିସ୍ଥିତିଠାରୁ ଅଲଗା କରିବା ଆରମ୍ଭ କରିଦିଅନ୍ତି । ଗୀତାର ଅନନ୍ତ ବିଚାରଧାରାର ଦୃଷ୍ଟିକୋଣରୁ ଆପଣ ଏହାକୁ ଦେଖିବା ଆରମ୍ଭ କରନ୍ତି ।

ଏବଂ ଏହା ଆପଣଙ୍କୁ ସବୁବେଳେ ସଠିକ୍ ସ୍ଥାନକୁ ନେଇଯିବ ଏବଂ କଠୋର ନିଷ୍ପତି ନେବାରେ ସାହାଯ୍ୟ କରିବ । ସ୍ୱାମୀ ଚିଦ୍‌ଭବାନନ୍ଦ ମହୋଦୟଙ୍କ ଦ୍ୱାରା ଲିଖିତ ବିବରଣୀ ସନ୍ନିବେଶିତ ଥିବା ଇ-ପୁସ୍ତକର ଶୁଭ ଉନ୍ମୋଚନ ନିମନ୍ତେ ମୁଁ ପୁଣିଥରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।

ଧନ୍ୟବାଦ ।

ୱଣକ୍କମ୍‌

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA