ଆଜିଠାରୁ, ଭାରତର ବିମାନ ଚଳାଚଳ କ୍ଷେତ୍ର ଏକ ନୂତନ ଉଡ଼ାଣ ଆରମ୍ଭ କରିବାକୁ ଯାଉଛି, ସଫରାନର ନୂତନ ସୁବିଧା ଭାରତକୁ ଏକ ବିଶ୍ୱସ୍ତରୀୟ ଏମଆରଓ ହବ୍ ଭାବରେ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ: ପ୍ରଧାନମନ୍ତ୍ରୀ
ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଭାରତର ବିମାନ ଚଳାଚଳ କ୍ଷେତ୍ର ଅଭୂତପୂର୍ବ ଗତିରେ ଅଗ୍ରଗତି କରିଛି, ଆଜି, ଭାରତ ବିଶ୍ୱର ଦ୍ରୁତତମ ବୃଦ୍ଧି ପାଉଥିବା ଘରୋଇ ବିମାନ ପରିବହନ ବଜାର ମଧ୍ୟରେ ସ୍ଥାନିତ ହୋଇଛି: ପ୍ରଧାନମନ୍ତ୍ରୀ
ଆମେ ବଡ଼ ସ୍ୱପ୍ନ ଦେଖୁଛୁ, ବଡ଼ କାମ କରୁଛୁ ଏବଂ ସର୍ବୋତ୍ତମ ପ୍ରଦାନ କରୁଛୁ: ପ୍ରଧାନମନ୍ତ୍ରୀ
ଭାରତରେ, ଯେଉଁମାନେ କେବଳ ନିବେଶକ ଭାବରେ ନିବେଶ କରନ୍ତି ନାହିଁ, ବରଂ ଏକ ବିକଶିତ ରାଷ୍ଟ୍ର ଆଡକୁ ଆମର ଯାତ୍ରାରେ ସହ-ସୃଜନକାରୀ - ଅଂଶୀଦାର ଭାବରେ ରହିଛନ୍ତି : ପ୍ରଧାନମନ୍ତ୍ରୀ

ଭାରତର ବେସାମିରକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଜୀ, ସଫ୍ରାନ ଗ୍ରୁପ ସହ ସମ୍ପୃକ୍ତ ସମସ୍ତ ପଦାଧିକାରୀ, ଭଦ୍ର ମହିଳା ଓ ପୁରୁଷବୃନ୍ଦ ।

ମୋ ପାଖରେ ସମୟ କମ ରହିଛି କାରଣ ମୋତେ ସଂସଦରେ ପହଞ୍ଚିବାକୁ ପଡିବ । ସେଠାରେ ରାଷ୍ଟ୍ରପତିଙ୍କ ସହ ଏକ ବୈଠକ ରହିଛି । ସେଥିପାଇଁ ଭାଷଣକୁ ଲମ୍ବା ନକରି କେବଳ କିଛି ବିନ୍ଦୁ ଉପରେ ମୁଁ ମୋ କଥାକୁ ସମାପନ କରିବି । ଆଜିଠାରୁ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଉନ୍ନତି ହେବ । ସଫ୍ରାନର ଏହି ନୂଆ ଉଦ୍ୟମ ଭାରତକୁ ଏକ ବୈଶ୍ୱିକ ଏମଆରଓ ହବରେ ପରିଣତ କରିପାରିଛି । ବିଶ୍ୱର ଏରୋସ୍ପେଶ ସେକ୍ଟରରେ ଏହି ଏମଆରଓ ସୁବିଧା ଯୁବକମାନଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିବ । ୨୪ ନଭେମ୍ବର ୨୦୨୫ରେ ମୁଁ ସଫ୍ରାନ ବୋର୍ଡ ଓ ପରିଚାଳନା କମିଟିକୁ ସାକ୍ଷାତ କରିଥିଲି । ପୂର୍ବରୁ ବି ସାକ୍ଷାତ କରିଥିଲି । ପ୍ରତି ସାକ୍ଷାତରେ ଭାରତକୁ ନେଇ ସେମାନଙ୍କର ଆଶା ଓ ବିଶ୍ୱାସ ରହିଛି ବୋଲି ମୁଁ ଅନୁଭବ କଲି । ମୋର ବିଶ୍ୱାସ ରହିଛି ଯେ ଭାରତବର୍ଷରେ ସାଫ୍ରନର ପୁଞ୍ଜି ନିବେଶ ଆଗକୁ ବି ଜାରି ରହିବ । ଏହି ସୁବିଧା ପାଇଁ ଟିମ ସଫ୍ରାନକୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।

ବନ୍ଧୁବର୍ଗ,

ଆପଣମାନେ ଜାଣିଛନ୍ତି ଯେ, ଭାରତବର୍ଷର ବିମାନ ଚଳାଚଳ ସେକ୍ଟର ଏହି କିଛି ବର୍ଷ ହେଲା ଅଭୂତପୂର୍ବ ଅଗ୍ରଗତି କରିଛି । ଆଜି ସାରା ବିଶ୍ୱରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଅଗ୍ରସର ହୋଇଛି । ସାରା ବିଶ୍ୱରେ ଆମେ ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛେ । ଭାରତବର୍ଷର ଲୋକମାନଙ୍କର ଆଶା ଓ ଆକାଂକ୍ଷା ନୂଆ ଶିଖରରେ ପହଂଚିଛି । ଏହି ପରିପ୍ରେକ୍ଷୀରେ ଭାରତବର୍ଷରେ ବିମାନ ଯାତ୍ରା ସେବା ଚାହିଦା ଦ୍ରୁତ ଗତିରେ ଅଗ୍ରସର ହୋଇପାରିଛି । ତେଣୁ ଆମ ଏୟାରଲାଇନ୍ସଗୁଡିକ ସେମାନଙ୍କର ସକ୍ରିୟ ଫ୍ଲିଟ ସେବା ବିସ୍ତାରିତ କରୁଛନ୍ତି । ଦେଢ ହଜାରରୁ ଊର୍ଦ୍ଧ୍ୱ ଏୟାରକ୍ରାଫ୍ଟ ପାଇଁ ଭାରତୀୟ ଏୟାରଲାଇନ୍ସ କମ୍ପାନୀ ଏବେ ଅର୍ଡର ଦେଇସାରିଛନ୍ତି ।

 

ବନ୍ଧୁବର୍ଗ,

ଭାରତର ବିମାନ ଚଳାଚଳ କ୍ଷେତ୍ର ଦ୍ରୁତ ଗତିରେ ବିକଶିତ ହେଉଥିବା ବେଳେ ରକ୍ଷଣାବେକ୍ଷଣ (ମେଂଟେନାନ୍ସ), ମରାମତି (ରିପାଏର) ଓ ଟିକିନିଖି ପରୀକ୍ଷା (ଓଭରହଲ) ସୁବିଧାର ବି ବୃଦ୍ଧି ଘଟିଛି । ଆଗରୁ ୮୫ ପ୍ରତିଶତ ଏମଆରଓ କାମ ବାହାରେ ହେଉଥିଲା । ଅଧିକ ଖର୍ଚ୍ଚ ସହ ଏହା ସମୟ ସାକ୍ଷେପ ଓ ବେଶୀ ଦିନ ଭୂମି ଉପରେ ହିଁ ରହୁଥିଲା । ତେଣୁ ଭାରତର ପରି ଏକ ବୃହତ ବିମାନ ଚଳାଚଳ ଚାହିଦା ଥିବା ବଜାର ଲାଗି ଏହା ଉପଯୋଗୀ ନଥିଲା । ସାରା ବିଶ୍ୱରେ ଭାରତକୁ ଏକ ବୃହତ ଏମଆରଓ ହବରେ ପରିଣତ ହେବାକୁ ଏବେ ଉଦ୍ୟମ କରାଯାଉଛି । ଦେଶରେ ପ୍ରଥମକରି ଏନେଇ ଉନ୍ନତମାନର ସେବା ଯୋଗାଇବା ଲାଗି ଏକ ବୈଶ୍ୱିକ ଓଇଏମ ଏନେଇ ଉଦ୍ୟମ କରୁଛି ।

ବନ୍ଧୁଗଣ,

ସଫ୍ରାନର ବୈଶ୍ୱିକ ତାଲିମ, ଜ୍ଞାନ ସ୍ଥାନାନ୍ତରଣ, ଭାରତୀୟ ଭାରତୀୟ ଅନୁଷ୍ଠାନ ସହ ସହଭାଗିତା ସାରା ଦେଶରେ ଏକ ୱାର୍କଫୋର୍ସ ସୃଷ୍ଟି କରିବ ଯାହା ଆଗାମୀ ବର୍ଷରେ ଏମଆରଓ ସେକ୍ଟରରେ ଏକ ବୈପ୍ଲବିକ ପରିବର୍ତନ ଆଣିବ । ଦକ୍ଷିଣ ଭାରତର ଯୁବକମାନଙ୍କ ଲାଗି ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବିମାନ ଚଳାଚଳ ଏମଆରଓ ଭିତରେ ଆମେ କେବଳ ସୀମିତ ହୋଇ ରହିବାକୁ ଚାହୁଁ ନାହୁଁ ବରଂ ସିପିଂ କ୍ଷେତ୍ରରେ ବି ଆମେ ଏମଆରଓ ଲାଗି ଭିତିଭୂମି ବିକଶିତ କରୁଛୁ ।

ବନ୍ଧୁଗଣ,

ବିଭିନ୍ନ ସେକ୍ଟରରେ ଡିଜାଇନକୁ ଭାରତ ଏବେ ପ୍ରୋତ୍ସାହିତ କରୁଛି । ଏୟାର କ୍ରାଫ୍ଟ ଇଞ୍ଜିନ ଓ କମ୍ପୋନେଂଟ ଡିଜାଇନ ଭାରତରେ କରିବା ସମ୍ଭାବନାକୁ ଆବିଷ୍କାର କରିବା ଲାଗି ସାଫ୍ରନ ଟିମକୁ ମୁଁ ଏହି ଅବସରରେ ଅନୁରୋଧ କରିବି । ଏନେଇ ଏମଏସଏମଇ ଓ ଯୁବକମାନଙ୍କ ଦକ୍ଷତା ବିଶେଷ କାମରେ ଆସିବ । ଏରୋସ୍ପେଶ ପ୍ରୋପଲସନ ସିଷ୍ଟମ କ୍ଷେତ୍ରରେ ସଫ୍ରାନ ବିଶେଷ ଭାବେ କାମ କରିଥାଏ । ଭାରତର ଦକ୍ଷତା ଓ ସୁଯୋଗକୁ ଆଧାର କରି ଏଠାରେ ହିଁ ପ୍ରୋପଲସନ ଡିଜାଇନ ଓ ତିଆରି କରିବାକୁ ଉଦ୍ୟମ କରାଯାଉ ।

 

ବନ୍ଧୁଗଣ,

ଆଜି ଭାରତ କେବଳ ବଡ ସ୍ୱପ୍ନ ଦେଖୁନି । ଭାରତ ବଡ ନିଷ୍ପତି ନେଉଛି ଓ ବଡ ସଫଳତା ବି ପାଉଛି । ଆମେ ବଡ ସ୍ୱପ୍ନ ଦେଖୁଛୁ, ବଡ କାମ କରୁଛୁ, ସବୁଠାରୁ ଭଲ ପ୍ରଦର୍ଶନ କରୁଛୁ । ଇଜ ଅଫ ଡୁଇଙ୍ଗ ବିଜିନେସ ଉପରେ ଭାରତ ପୂରା ଫୋକସ କରୁଛି ।

ବନ୍ଧୁଗଣ,

ବୈଶ୍ୱିକ ପୁଞ୍ଜି ନିବେଶ ସହ ଶିଳ୍ପ ପ୍ରତିଷ୍ଠା ଲାଗି ଆମେ ସ୍ୱାଧୀନ ଭାରତବର୍ଷରେ ଆମେ କିଛି ସଂସ୍କାର କରିଛୁ । ପ୍ରଥମେ ଅର୍ଥନୀତିକୁ ଆମେ ଖୋଲା ରଖିଲୁ । ଦ୍ୱିତୀୟରେ ମୌଳିକ ସୁବିଧାକୁ ପକ୍କା କଲୁ । ତୃତୀୟରେ ବ୍ୟବସାୟକୁ ସହଜ କରିଦେଲୁ ।

ବନ୍ଧୁଗଣ,

ଆଜି ଅଧିକାଂଶ କ୍ଷେତ୍ରରେ ସ୍ୱୟଂକ୍ରିୟ ଭାବରେ ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦିଆଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ବି ବେସରକାରୀ ସଂସ୍ଥାକୁ ଅନୁମତି ନଥିବା ବେଳେ ଆମେ ୭୪ ପ୍ରତିଶତ ଏଫଡିଆଇକୁ ଅନୁମତି ଦିଆଯାଇଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ବି ଶକ୍ତ ପଦକ୍ଷେପ ନିଆଯାଇଛି । ପୁଞ୍ଜି ନିବେଶ ଓ ଆବିଷ୍କାର କ୍ଷେତ୍ରକୁ ଭାରତ ସ୍ୱାଗତ କରୁଛି ବୋଲି ଏହା ବାର୍ତା ଦେଉଛି । ବୈଶ୍ୱିକ ନିର୍ମାତାମାନଙ୍କୁ ଭାରତରେ ତିଆରି କରିବାକୁ ବି ସୁଯୋଗ ସୃଷ୍ଟି କରିପାରିଛି । ଗତ ୧୧ ବର୍ଷ ଭିତରେ ଆମେ ୪୦ ହଜାରୁ ଊର୍ଦ୍ଧ୍ୱ କମ୍ପ୍ଲିୟାନ୍ସର ଆବଶ୍ୟକତାକୁ ଆମେ କମେଇପାରିଛୁ । ବ୍ୟବସାୟ ସମ୍ବନ୍ଧିତ ସମସ୍ତ ନିୟମକୁ ଭାରତ ଅପରାଧମୁକ୍ତ କରିପାରିଛି । ଏକକ ପ୍ଲାଟର୍ଫମକୁ ନେସନାଲ ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ ଅନେକ ଅନୁମୋଦନକୁ ଏକୀକୃତ କରାଯାଇ ପାରିଛି । ଜିଏସଟି ସଂସ୍କାର, ଆସେସମେଂଟ, ନୂଆ ଶ୍ରମ କୋଡ, ଆଇବିସି ପରି ମାଧ୍ୟମରେ ପ୍ରଶାସନିକ ବ୍ୟବସ୍ଥା ଆହୁରି ସହଜ ହୋଇ ସ୍ୱଚ୍ଛତା ବଜାୟ ରଖିପାରିଛି । ଏସବୁ ଉଦ୍ୟମ ପାଇଁ ସାରା ବିଶ୍ୱରେ ଭାରତ ଏକ ବିଶ୍ୱାସ ଯୋଗ୍ୟ ସହଭାଗୀ, ବୃହତ ବଜାର, ଉଦୀୟମାନ ମାନୁଫାକ୍‌ଚରିଂ ହବରେ ପରିଣତ ହୋଇପାରିଛି ।

 

ବନ୍ଧୁଗଣ,

ଭାରତର ଦ୍ରୁତ ଅଭିବୃଦ୍ଧି, ସ୍ଥିର ସରକାର, ସଂସ୍କାରଧର୍ମୀ ମାନସିକତା, ବିଶାଳ ଯୁବ ପିଢି, ଘରୋଇ ବଜାର ରହିଥିବା ବେଳେ ଏଠାରେ ଯିଏ ପୁଞ୍ଜି ନିବେଶ କରୁଛନ୍ତି ତାଙ୍କୁ ଆମେ ସହ ପୁଞ୍ଜି ନିବେଶକାରୀ ଭାବେ ବିବେଚନା କରୁନାହୁଁ ବରଂ ତାଙ୍କୁ ସହ ନିର୍ମାତା ଭାବେ ଅଭିହିତ କରୁଛୁ । ବିକଶିତ ଭାରତର ଯାତ୍ରାରେ ତାଙ୍କୁ ଆମେ ଷ୍ଟେକ ହୋଲଡର ବା ଅଂଶୀଦାର ଭାବେ ବିଚାର କରିଥାଉ । ଚଳିତ ଶତାବ୍ଦୀରେ ଭାରତରେ ବେଟିଂ କରିବା ହିଁ ସବୁଠାରୁ ବଡ ସ୍ମାର୍ଟେଷ୍ଟ ବ୍ୟବସାୟ । ଆଉଥରେ ଏହି ଆଧୁନିକ ଏମଆରଓ ସୁବିଧା ଲାଗି ଆପଣ ସମସ୍ତଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ବହୁତ ଧନ୍ୟବାଦ । ମୋ ପାଖରେ ସମୟ କମ ରହିଛି । ବିଦାୟ ନେବାକୁ ଆପଣଙ୍କଠାରୁ ଅନୁମତି ଚାହୁଁଛି । ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features

Media Coverage

In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 3, 2026
September 03, 2026

A- Rating to Third-Largest Wind Producer: How Modi’s Policies Are Rewriting India’s Global Rank