PM launches the UN International Year of Cooperatives 2025
PM launches a commemorative postal stamp, symbolising India’s commitment to the cooperative movement
For India, Co-operatives are the basis of culture, a way of life: PM Modi
Co-operatives in India have travelled from idea to movement, from movement to revolution and from revolution to empowerment: PM Modi
We are following the mantra of prosperity through cooperation: PM Modi
India sees a huge role of co-operatives in its future growth: PM Modi
The role of Women in the co-operative sector is huge: PM Modi
India believes that co-operatives can give new energy to global cooperation: PM Modi

ଭୁଟାନର ପ୍ରଧାନମନ୍ତ୍ରୀ, ମୋର ସାନ ଭାଇ, ଫିଜିର ଉପପ୍ରଧାନମନ୍ତ୍ରୀ, ଭାରତର ସମବାୟ ମନ୍ତ୍ରୀ ଅମିତ ଶାହା, ଅନ୍ତର୍ଜାତୀୟ ସମବାୟ ମେଣ୍ଟର ସଭାପତି, ଜାତିସଂଘର ସମସ୍ତ ପ୍ରତିନିଧିଗଣ, ବିଶ୍ଵରୁ ଏଠାକୁ  ଆସିଥିବା ସମବାୟ ବିଶ୍ୱ ସହ ଜଡିତ ସମସ୍ତ ସହଯୋଗୀ, ସମଗ୍ର ବିଶ୍ୱର ମହିଳା ଏବଂ ଭଦ୍ରବ୍ୟକ୍ତିମାନେ।

ଆଜି, ଯେତେବେଳେ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି, ମୁଁ ଆପଣଙ୍କୁ ଏକୁଟିଆ ସ୍ୱାଗତ କରୁ ନାହିଁ, କିମ୍ବା ମୁଁ ଏହାକୁ ଏକାକୀ କରିପାରିବି ନାହିଁ,  ଭାରତର କୋଟି କୋଟି କୃଷକ, ଭାରତର କୋଟି କୋଟି ଗୋପାଳକ, ଭାରତର ଗୋପାଳକ, ମତ୍ସ୍ୟଜୀବୀ, ଭାରତର ଆଠ ଲକ୍ଷରୁ ଅଧିକ ସମବାୟ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ୧୦ କୋଟି ମହିଳା ଏବଂ ସମବାୟକୁ ପ୍ରଯୁକ୍ତି ବିଦ୍ୟା ସହିତ ଯୋଡ଼ିଥିବା ଭାରତର ଯୁବକମାନଙ୍କ ତରଫରୁ ମୁଁ ଆପଣଙ୍କୁ ଭାରତକୁ ସ୍ୱାଗତ କରୁଛି ।

ଭାରତରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ସମବାୟ ମେଣ୍ଟର ଗ୍ଲୋବାଲ କନଫରେନ୍ସ ଅନୁଷ୍ଠିତ ହେଉଛି । ବର୍ତ୍ତମାନ ଆମେ ଭାରତରେ ସମବାୟ ଆନ୍ଦୋଳନକୁ ବିସ୍ତାର କରୁଛୁ । ମୋର ବିଶ୍ୱାସ ଯେ ଏହି ସମ୍ମିଳନୀ ମାଧ୍ୟମରେ ଭାରତର ଭବିଷ୍ୟତ ସମବାୟ ଯାତ୍ରା ପାଇଁ ଆବଶ୍ୟକ ବୁଝାମଣା ଉପଲବ୍ଧ ହେବ ଏବଂ ଏହା ସହିତ ବିଶ୍ୱ ସମବାୟ ଆନ୍ଦୋଳନ ମଧ୍ୟ ଭାରତର ଅଭିଜ୍ଞତାରୁ ନୂତନ ଉପକରଣ ଏବଂ ନୂତନ ଭାବନା ପାଇବ । ୨୦୨୫ ମସିହାକୁ ଅନ୍ତର୍ଜାତୀୟ ସମବାୟ ବର୍ଷ ଭାବେ ଘୋଷଣା କରିଥିବାରୁ ମୁଁ ଜାତିସଂଘକୁ ଅଭିନନ୍ଦନ ଜଣାଉଛି ।

 

ସାଥୀମାନେ

ସମବାୟ ହେଉଛି ବିଶ୍ୱ ପାଇଁ ଏକ ମଡେଲ, କିନ୍ତୁ ଭାରତ ପାଇଁ ସମବାୟ ହେଉଛି ସଂସ୍କୃତି, ଜୀବନଶୈଳୀର ଆଧାର । ଆମ ବେଦରେ କୁହାଯାଇଛି, ଆସନ୍ତୁ ଆମେ ସମସ୍ତେ ମିଳିମିଶି ଚାଲିବା, ସମାନ କଥା କହିବା। ଆମ ଉପନିଷଦ ସେ କୁହାଯାଇଛି, "ସର୍ବେ’ ଭବନ୍ତୁ ଶୁଖିନଃ: ଅର୍ଥାତ୍ ସମସ୍ତେ ଖୁସି ରୁହନ୍ତୁ । ଏପରିକି ଆମ ପ୍ରାର୍ଥନାରେ ମଧ୍ୟ ଏହି ଅସ୍ତିତ୍ୱ ରହିଛି। ଏଗୁଡ଼ିକ ହେଉଛି ଭାରତୀୟ ଜୀବନର ମୂଳ ତତ୍ଵ। ଏହା ମଧ୍ୟ ଆମ ପରିବାର ବ୍ୟବସ୍ଥାର ଆଧାର। ଏବଂ ଏହା ହେଉଛି ସମବାୟର ମୂଳ କଥା । ସହଯୋଗର ଏହି ଭାବନା ଦ୍ୱାରା ହିଁ ଭାରତୀୟ ସଭ୍ୟତା ବିକଶିତ ହୋଇଛି ।

ସାଥୀମାନେ

ସମବାୟ ମଧ୍ୟ ଆମ ର ସ୍ୱାଧୀନତା ଆନ୍ଦୋଳନକୁ ପ୍ରେରଣା ଦେଇଛି । ଏହା ଅର୍ଥନୈତିକ ସଶକ୍ତୀକରଣରେ ସହାୟକ ହେବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି ହେବାରେ ମଧ୍ୟ ସାହାଯ୍ୟ କରିଥିଲା । ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ସମ୍ପ୍ରଦାୟର ଅଂଶଗ୍ରହଣକୁ ପୁନର୍ବାର ଆକର୍ଷିତ କରିଥିଲା । ଖଦି ଓ ଗ୍ରାମୋଦ୍ୟୋଗ ଭଳି ଅଞ୍ଚଳରେ ସମବାୟ ମାଧ୍ୟମରେ ସେ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିଥିଲେ। ଏବଂ ଆଜି ଆମର ସମବାୟ  ଅର୍ଥାତ, ଖାଦି ଏବଂ ଗ୍ରାମୀଣ ଶିଳ୍ପକୁ ବଡ ବଡ ବ୍ରାଣ୍ଡଠାରୁ ଆଗେଇ ନେଇଛନ୍ତି । ସ୍ୱାଧୀନତାର ଏହି ସମୟରେ ସର୍ଦ୍ଦାର ପଟେଲ ମଧ୍ୟ କୃଷକମାନଙ୍କୁ ଏକାଠି କରି ଦୁଗ୍ଧ ସମବାୟ ମାଧ୍ୟମରେ ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲେ । ସ୍ୱାଧୀନତା ବିପ୍ଳବରୁ ଜନ୍ମ ଗ୍ରହଣ କରିଥିବା ଅମୁଲ ଆଜି ର ଶ୍ରେଷ୍ଠ ବିଶ୍ୱ ଖାଦ୍ୟ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ । ଆମେ କହିପାରିବା, ଭାରତରେ ସମବାୟ... ଆଦର୍ଶରୁ ଆନ୍ଦୋଳନ, ଆନ୍ଦୋଳନରୁ ବିପ୍ଳବ ଏବଂ ବିପ୍ଳବରୁ ସଶକ୍ତୀକରଣ ପର୍ଯ୍ୟନ୍ତ ଆମେ ଯାତ୍ରା କରିଛୁ ।

 

ସାଥୀମାନେ

ଆଜି ଭାରତରେ ଆମେ ସରକାରଙ୍କ ଶକ୍ତି ଏବଂ ସହଯୋଗର ମିଶ୍ରଣ କରି ଭାରତର ବିକାଶ ଦିଗରେ ନିୟୋଜିତ ହୋଇଛୁ । ସହଯୋଗ ମାଧ୍ୟମରେ ଆମେ ସମୃଦ୍ଧିର ମନ୍ତ୍ର ଅନୁସରଣ କରୁଛୁ । ଆଜି ଭାରତରେ ୮ ଲକ୍ଷ ବା ୮ ଶହ ହଜାର ସମବାୟ ସମିତି ରହିଛି। ଅର୍ଥାତ୍ ବିଶ୍ୱର ପ୍ରତ୍ୟେକ ଚତୁର୍ଥ ସମବାୟ ସଂସ୍ଥା ଆଜି ଭାରତରେ ଅଛି । କେବଳ ସଂଖ୍ୟା ନୁହେଁ, ଏହାର ପରିସୀମା ମଧ୍ୟ ବିବିଧ, ଯେତିକି ବ୍ୟାପକ। ସମବାୟ ଗୁଡ଼ିକ ଗ୍ରାମୀଣ ଭାରତର ପ୍ରାୟ ୯୮ ପ୍ରତିଶତ ଅନ୍ତର୍ଭୁକ୍ତ । ପାଖାପାଖି ୩୦ କୋଟି -୩ଶହ ନିୟୁତ ଲୋକ... ଅର୍ଥାତ୍ ବିଶ୍ୱରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ଏବଂ ଭାରତରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ସମବାୟ କ୍ଷେତ୍ର ସହିତ ଜଡିତ । ଚିନି ହେଉ, ସାର ହେଉ, ମତ୍ସ୍ୟ ଚାଷ ହେଉ, ଦୁଗ୍ଧ ଉତ୍ପାଦନ ହେଉ... ଏଭଳି ଅନେକ କ୍ଷେତ୍ରରେ ମଧ୍ୟରେ ସମବାୟ ସମିତିର ଏକ ବଡ଼ ଭୂମିକା ରହିଛି।

ଗତ ଦଶନ୍ଧି ମଧ୍ୟରେ ଭାରତରେ ସହରାଞ୍ଚଳ ସମବାୟ ବ୍ୟାଙ୍କିଂ ଏବଂ ଗୃହ ନିର୍ମାଣ ସମବାୟ ସମିତି ମଧ୍ୟ ବହୁତ ବିସ୍ତାର କରିଛି । ବର୍ତ୍ତମାନ ଭାରତରେ ପାଖାପାଖି ୨୦୦ ହଜାର ଅର୍ଥାତ ୨ ଲକ୍ଷ  ଗୃହ ସମବାୟ ସମିତି ରହିଛି । ଗତ କିଛି ବର୍ଷ ମଧ୍ୟରେ ଆମେ ସମବାୟ ବ୍ୟାଙ୍କିଂ କ୍ଷେତ୍ରକୁ ସୁଦୃଢ଼ କରିବା ସହ ଏଥିରେ ସଂସ୍କାର ଆଣିଛୁ। ଆଜି ଦେଶରେ ପାଖାପାଖି ୧୨ ଟ୍ରିଲିୟନକୁ  ଲକ୍ଷ କୋଟି ଟଙ୍କା... ସମବାୟ ବ୍ୟାଙ୍କରେ ୧୨ ଲକ୍ଷ କୋଟି ଟଙ୍କା ଜମା ହୋଇଛି। ସମବାୟ ବ୍ୟାଙ୍କଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଏବଂ ସେମାନଙ୍କ ବିଶ୍ୱାସ ବୃଦ୍ଧି ପାଇଁ ଆମ ସରକାର ଅନେକ ସଂସ୍କାର କରିଛନ୍ତି। ପୂର୍ବରୁ ଏହି ବ୍ୟାଙ୍କଗୁଡିକ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅଧୀନରେ ଥିଲେ, ଆମେ ସେମାନଙ୍କୁ ଆରବିଆଇ ଅଧୀନରେ ଆଣିଥିଲୁ । ଆମେ ଏହି ବ୍ୟାଙ୍କଗୁଡିକରେ ଜମା ଉପରେ ବୀମା ସୁରକ୍ଷା କୁ ଜମାକାରୀ ପିଛା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛୁ । ସମବାୟ ବ୍ୟାଙ୍କଗୁଡ଼ିକରେ ମଧ୍ୟ ଡିଜିଟାଲ ବ୍ୟାଙ୍କିଙ୍ଗର ସମ୍ପ୍ରସାରଣ କରାଯାଇଥିଲା। ଏହି ପ୍ରୟାସ ଦ୍ୱାରା ଭାରତୀୟ ସମବାୟ ବ୍ୟାଙ୍କଗୁଡିକ ପୂର୍ବ ଅପେକ୍ଷା ଅଧିକ ପ୍ରତିଯୋଗିତାମୂଳକ ଏବଂ ସ୍ୱଚ୍ଛ ହୋଇପାରିଛନ୍ତି ।

ସାଥୀମାନେ

ଭାରତ ଏହାର ଭବିଷ୍ୟତ ଅଭିବୃଦ୍ଧିରେ ସମବାୟର ଏକ ବିରାଟ ଭୂମିକା ଦେଖୁଛି । ତେଣୁ ବିଗତ ବର୍ଷଗୁଡ଼ିକରେ ଆମେ ସମବାୟ ସହ ଜଡ଼ିତ ସମଗ୍ର ଇକୋସିଷ୍ଟମକୁ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟ କରିଛୁ ଏବଂ ଭାରତ ଅନେକ ସଂସ୍କାର କରିଛି । ସମବାୟ ସମିତିଗୁଡ଼ିକୁ ବହୁମୁଖୀ କରିବା ପାଇଁ ଆମର ପ୍ରୟାସ । ଏହି ଲକ୍ଷ୍ୟ ନେଇ ଭାରତ ସରକାର ଏକ ସ୍ଵତନ୍ତ୍ର ସମବାୟ ମନ୍ତ୍ରଣାଳୟ ଗଠନ କରିଛନ୍ତି। ସମବାୟକୁ ବହୁମୁଖୀ କରିବା ପାଇଁ ମଡେଲ ବାଇଲଜ୍ ସୃଷ୍ଟି କରାଯାଇଥିଲା। ଆମେ ଆଇଟି ସକ୍ଷମ ଇକୋ ସିଷ୍ଟମ ସହିତ ସମବାୟସଂସ୍ଥାଗୁଡ଼ିକୁ ସଂଯୋଗ କରିଛୁ । ସେମାନେ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସମବାୟ ବ୍ୟାଙ୍କିଂ ଅନୁଷ୍ଠାନ ସହିତ ସଂଯୁକ୍ତ ଅଛନ୍ତି । ଆଜି ଏହି କମିଟିଗୁଡ଼ିକ ଭାରତର କୃଷକମାନଙ୍କୁ ସ୍ଥାନୀୟ ସମାଧାନ ପ୍ରଦାନ କରିବା ପାଇଁ କେନ୍ଦ୍ର ଚଳାଉଛନ୍ତି। ଏହି ସମବାୟ ସମିତିଗୁଡ଼ିକ ପେଟ୍ରୋଲ ଓ ଡିଜେଲର ଖୁଚୁରା ବିକ୍ରୟ କେନ୍ଦ୍ର ଚଳାଉଛନ୍ତି। ଅନେକ ଗ୍ରାମରେ ଏହି ସମବାୟ ସମିତିଗୁଡ଼ିକ ଜଳ ପରିଚାଳନା କାର୍ଯ୍ୟ ମଧ୍ୟ ଦେଖୁଛନ୍ତି। ଅନେକ ଗ୍ରାମରେ ସମବାୟ ସମିତି ସୋଲାର ପ୍ୟାନେଲ ଲଗାଇବା ପାଇଁ କାର୍ଯ୍ୟ କରୁଛନ୍ତି। 'ବର୍ଜ୍ୟବସ୍ତୁରୁ ଶକ୍ତି' ମନ୍ତ୍ର ନେଇ ଆଜି ସମବାୟ ସମିତି ଗୁଡ଼ିକ ମଧ୍ୟ ଗୋବର୍ଦ୍ଧନ ଯୋଜନାରେ ସହଯୋଗ କରୁଛନ୍ତି। ଖାଲି ସେତିକି ନୁହେଁ ସମବାୟ ସମିତି ଗୁଡ଼ିକ ଏବେ ଗ୍ରାମାଞ୍ଚଳରେ ସାଧାରଣ ସେବା କେନ୍ଦ୍ର ଭାବେ ଡିଜିଟାଲ ସେବା ଯୋଗାଇ ଦେଉଛନ୍ତି। ସମବାୟ ସମିତିଗୁଡ଼ିକୁ ଅଧିକ ଶକ୍ତିଶାଳୀ କରିବା ଏବଂ ସେମାନଙ୍କ ସଦସ୍ୟଙ୍କ ଆୟ ମଧ୍ୟ ବୃଦ୍ଧି କରିବାକୁ ଆମର ପ୍ରୟାସ ରହିଛି।

 

ସାଥୀମାନେ

ବର୍ତ୍ତମାନ ଆମେ ୨ ଲକ୍ଷ ଗାଁରେ ବହୁମୁଖୀ ସମବାୟ ସମିତି ପ୍ରତିଷ୍ଠା କରୁଛୁ ଯେଉଁଠାରେ ଏପର୍ଯ୍ୟନ୍ତ କୌଣସି ସୋସାଇଟି ନାହିଁ । ଆମେ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ସହଯୋଗ ବିସ୍ତାର କରୁଛୁ । ଭାରତ ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ଉପରେ କାର୍ଯ୍ୟ କରୁଛି । ଏହି ଯୋଜନାକୁ ଆମ ସମବାୟ ସମିତି ମାନେ ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି । ଏହା ଅଧୀନରେ ସମଗ୍ର ଭାରତରେ ଗୋଦାମ ଗୃହ ନିର୍ମାଣ କରାଯାଉଛି ଯେଉଁଠାରେ କୃଷକମାନେ ସେମାନଙ୍କ ଫସଲ ରଖିପାରିବେ । ଏହାଦ୍ୱାରା ସବୁଠାରୁ ବଡ କ୍ଷୁଦ୍ର ଚାଷୀ ମଧ୍ୟ ଉପକୃତ ହେବେ ।

ସାଥୀମାନେ

ଆମେ ଆମର କ୍ଷୁଦ୍ର କୃଷକମାନଙ୍କୁ ଏଫପିଓ କିମ୍ବା କୃଷକ ଉତ୍ପାଦକ ସଂଗଠନ ଭାବରେ ସଂଗଠିତ କରୁଛୁ । କ୍ଷୁଦ୍ର କୃଷକଙ୍କ ଏହି ଏଫପିଓମାନଙ୍କୁ ମଧ୍ୟ ସରକାର ଆବଶ୍ୟକ ପରିମାଣରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ପାଖାପାଖି ୯ ହଜାର ଏଫପିଓ କାମ ଆରମ୍ଭ କରିସାରିଲେଣି। ଫାର୍ମ ସିଲେକ୍ଟରଠାରୁ ଆରମ୍ଭ କରି ଫାର୍ମ କିଚେନ୍, ଫାର୍ମ ସିଲେକ୍ଟର ମାର୍କେଟ ପର୍ଯ୍ୟନ୍ତ ଆମ ସମବାୟ ସମିତି ପାଇଁ ଏକ ଦୃଢ଼ ଯୋଗାଣ ଏବଂ ମୂଲ୍ୟ ଶୃଙ୍ଖଳା ସୃଷ୍ଟି କରିବା ଆମର ପ୍ରୟାସ । ଏଥିପାଇଁ ଆମେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରୁଛୁ। ଓପନ୍ ନେଟୱାର୍କ ଫର୍ ଡିଜିଟାଲ କମର୍ସ (ଓଏନଡିସି) ଭଳି ସାର୍ବଜନୀନ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଆମେ ସମବାୟମାନଙ୍କୁ ଆମର ଉତ୍ପାଦ ବିକ୍ରି ମାଧ୍ୟମରେ ପ୍ରଦାନ କରୁଛୁ । ଏହା ଜରିଆରେ ଆମ ସମବାୟ ସମିତିଗୁଡ଼ିକ ସିଧାସଳଖ ଉପଭୋକ୍ତାଙ୍କୁ ସର୍ବନିମ୍ନ ମୂଲ୍ୟରେ ଉତ୍ପାଦ ପହଞ୍ଚାଇଥାନ୍ତି। ସରକାର ଯେଉଁ ଜିଇଏମ ଅର୍ଥାତ ସରକାରୀ ଇ-ମାର୍କେଟପ୍ଲେସ୍ ଜିମି ନାମକ ଏକ ଡିଜିଟାଲ ପ୍ଲାଟଫର୍ମ ତିଆରି କରିଛନ୍ତି.... ଏହା ମଧ୍ୟ ସମବାୟ ସମିତିଗୁଡ଼ିକୁ ବହୁତ ସାହାଯ୍ୟ ମିଳିପାରିବ ।

ସାଥୀମାନେ

ଚଳିତ ଶତାବ୍ଦୀରେ ବିଶ୍ୱ ଅଭିବୃଦ୍ଧିର ସବୁଠାରୁ ବଡ କାରଣ ହେଉଛି ମହିଳାଙ୍କ ଅଂଶଗ୍ରହଣ । ଗୋଟିଏ ଦେଶ ଯେତେ ଅଧିକ ମହିଳାଙ୍କ ପ୍ରତିନିଧିତ୍ୱ କରିବ, ସେତେ ଅଧିକ ସମାଜର ବିକାଶ ହେବ। ଆଜି ଭାରତରେ ମହିଳାଙ୍କ ନେତୃତ୍ଵାଧୀନ ବିକାଶର ଯୁଗ, ଆମେ ଏହା ଉପରେ ବହୁତ ଧ୍ୟାନ ଦେଉଛୁ ଏବଂ ସମବାୟ କ୍ଷେତ୍ରରେ ମହିଳାମାନଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି । ବର୍ତ୍ତମାନ ଭାରତରେ ସମବାୟ କ୍ଷେତ୍ରର ୬୦ ପ୍ରତିଶତରୁ ଅଧିକ ହେଉଛନ୍ତି ମହିଳା । ମହିଳାଙ୍କ ଅନେକ ସମବାୟ ସମିତି ଆଜି ଏହି କ୍ଷେତ୍ରର ଶକ୍ତି ।

 

ସାଥୀମାନେ

ସମବାୟ ପରିଚାଳନାରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବା ଆମର ପ୍ରୟାସ । ଏଥିପାଇଁ ଆମେ ମଲ୍ଟିଷ୍ଟେଟ୍ କୋ-ଅପରେଟିଭ୍ ସୋସାଇଟି ଆକ୍ଟରେ ସଂଶୋଧନ କରିଛୁ। ଏବେ ମଲ୍ଟିଷ୍ଟେଟ୍ କୋ-ଅପରେଟିଭ୍ ସୋସାଇଟିର ବୋର୍ଡରେ ମହିଳା ନିର୍ଦ୍ଦେଶକ ରହିବା ବାଧ୍ୟତାମୂଳକ କରାଯାଇଛି। ଖାଲି ସେତିକି ନୁହେଁ, ସମାଜକୁ ଅଧିକ ସମାବେଶୀ କରିବା ପାଇଁ ବଞ୍ଚିତ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।

ସାଥୀମାନେ

ସ୍ୱୟଂ ସହାୟକ ଗୋଷ୍ଠୀ ଆକାରରେ ଭାରତରେ ଏକ ବହୁତ ବଡ ଆନ୍ଦୋଳନ ବିଷୟରେ ଆପଣ ଶୁଣିଥିବେ। ମହିଳା ସଶକ୍ତୀକରଣ ଏକ ବଡ଼ ଆନ୍ଦୋଳନ। ଆଜି ଭାରତରେ ୧୦କୋଟି ଅର୍ଥାତ ୧୦୦ ନିୟୁତ ମହିଳା... ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ। ଗତ ଦଶନ୍ଧି ମଧ୍ୟରେ ସରକାର ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୯ ଲକ୍ଷ କୋଟି ଟଙ୍କା ଅର୍ଥାତ୍ ୯ ଟ୍ରିଲିୟନ ଟଙ୍କା ଦେଇଛନ୍ତି। ଏହାଦ୍ୱାରା ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଗାଁରେ ବିପୁଳ ସମ୍ପତ୍ତି ସୃଷ୍ଟି କରିଛନ୍ତି । ଆଜି ବିଶ୍ୱର ଅନେକ ଦେଶ ପାଇଁ ଏହା ମହିଳା ସଶକ୍ତୀକରଣର ଏକ ମହାନ ମଡେଲ ରେ ପରିଣତ ହୋଇପାରିବ ।

ସାଥୀମାନେ

ଏକବିଂଶ ଶତାବ୍ଦୀରେ ଆମେ ସମସ୍ତେ ବିଶ୍ୱ ସମବାୟ ଆନ୍ଦୋଳନର ଦିଗ ନିର୍ଦ୍ଧାରଣ କରିବାର ସମୟ ଆସିଛି । ଆମକୁ ଏକ ସହଯୋଗୀ ଆର୍ଥିକ ମଡେଲ୍ ବିଷୟରେ ଚିନ୍ତା କରିବା ର ଆବଶ୍ୟକତା ଅଛି ଯାହା ସମବାୟଗୁଡ଼ିକର ଆର୍ଥିକ ସହାୟତାକୁ ସହଜ ଏବଂ ସ୍ୱଚ୍ଛ କରିବ | କ୍ଷୁଦ୍ର ଓ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ସମବାୟ ସମିତି ଗଠନ ପାଇଁ ଆର୍ଥିକ ସମ୍ବଳର ଏକତ୍ରୀକରଣ ଅତ୍ୟନ୍ତ ଜରୁରୀ । ଋଣ ପ୍ରଦାନ କରୁଥିବା ବୃହତ ପ୍ରକଳ୍ପ ଏବଂ ସମବାୟ ପାଇଁ ପାଣ୍ଠି ଯୋଗାଣ ପାଇଁ ଏଭଳି ଅଂଶୀଦାର ଆର୍ଥିକ ପ୍ଲାଟଫର୍ମ ଏକ ମାଧ୍ୟମ ହୋଇପାରିବ । ଆମ ସମବାୟ ସମିତି ଗୁଡ଼ିକ କ୍ରୟ, ଉତ୍ପାଦନ ଏବଂ ବିତରଣରେ ଅଂଶଗ୍ରହଣ କରି ଯୋଗାଣ ଶୃଙ୍ଖଳାରେ ଉନ୍ନତି ଆଣିପାରିବେ ।

 

ସାଥୀମାନେ

ଆଜି ଆଉ ଏକ ବିଷୟ ଉପରେ ଆଲୋଚନା ହେବା ର ଆବଶ୍ୟକତା ରହିଛି । ଆମେ ବିଶ୍ୱସ୍ତରରେ ଏକ ବୃହତ ଆର୍ଥିକ ଅନୁଷ୍ଠାନ ସୃଷ୍ଟି କରିପାରିବା କି ? ଯାହା ସମଗ୍ର ବିଶ୍ୱରେ ସମବାୟ ସମିତିଗୁଡ଼ିକୁ ଅର୍ଥ ପ୍ରଦାନ କରିପାରିବ ଭବିଷ୍ୟତରେ ଆଇସିଏ ନିଜର କାମ ଭଲ ଭାବେ କରୁଛି, କିନ୍ତୁ ଏହାଠାରୁ ଆଗକୁ ବଢ଼ିବା ଜରୁରୀ। ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ସମବାୟ ଆନ୍ଦୋଳନ ପାଇଁ ଏକ ବଡ଼ ସୁଯୋଗ ହୋଇପାରେ । ସମବାୟକୁ ମଧ୍ୟ ବିଶ୍ୱରେ ସଚ୍ଚୋଟତା ଏବଂ ପାରସ୍ପରିକ ସମ୍ମାନର ପତାକାବାହକ ହେବାକୁ ପଡ଼ିବ। ଏଥିପାଇଁ ଆମକୁ ଆମର ନୀତିରେ ନୂତନତା ଓ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ସମବାୟ ସମିତିଗୁଡ଼ିକୁ ଜଳବାୟୁ ସହନଶୀଳ କରିବା ପାଇଁ ସର୍କୁଲାର ଅର୍ଥନୀତି ସହିତ ଯୋଡ଼ାଯିବା ଉଚିତ୍ । ସମବାୟ କ୍ଷେତ୍ରରେ ଷ୍ଟାର୍ଟଅପ୍ କୁ କିପରି ପ୍ରୋତ୍ସାହିତ କରିପାରିବା ସେ ନେଇ ଆଲୋଚନା ର ଆବଶ୍ୟକତା ରହିଛି।

ସାଥୀମାନେ

ଭାରତ ବିଶ୍ୱାସ କରେ ଯେ ସମବାୟ ବୈଶ୍ୱିକ ସହଯୋଗ ଦ୍ଵାରା ହିଁ ଏକ ନୂତନ ଶକ୍ତି ପାଇପାରିବ । ବିଶେଷକରି ଗ୍ଲୋବାଲ ସାଉଥରେ ଥିବା ଦେଶଗୁଡ଼ିକ ଯେଉଁ ଭଳି ଅଭିବୃଦ୍ଧି ଆବଶ୍ୟକ କରନ୍ତି, ସେଥିରେ ସମବାୟ ସହାୟକ ହୋଇପାରିବ। ତେଣୁ ଆଜି ଆମକୁ ସମବାୟ ସମିତିର ଅନ୍ତର୍ଜାତୀୟ ସହଯୋଗ ପାଇଁ ନୂତନ ମାର୍ଗ ଓ ଉଦ୍ଭାବନ ସୃଷ୍ଟି କରିବାକୁ ପଡ଼ିବ। ଏବଂ ମୁଁ ଏହି ସମ୍ମିଳନୀରେ ବହୁତ ବଡ ଭୂମିକା ଦେଖୁଛି|

ସାଥୀମାନେ

ଆଜି ଭାରତ ହେଉଛି ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଆମର ଲକ୍ଷ୍ୟ ହେଉଛି ଉଚ୍ଚ ଜିଡିପି ଅଭିବୃଦ୍ଧି ସୁନିଶ୍ଚିତ କରିବା ଏବଂ ଏହାର ଲାଭ ଯେପରି ଗରିବରୁ ଗରିବ ଲୋକଙ୍କ ପାଖରେ ପହଞ୍ଚିପାରିବ ତାହା ସୁନିଶ୍ଚିତ କରିବା । ବିକାଶକୁ ମାନବ-କେନ୍ଦ୍ରୀତ ଦୃଷ୍ଟିକୋଣରୁ ଦେଖିବା ମଧ୍ୟ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦେଶ ହେଉ କି ବିଶ୍ୱସ୍ତରରେ, ଆମେ ଯାହା ବି କରୁଛୁ, ସେଥିରେ ମାନବ କେନ୍ଦ୍ରୀତ ଭାବନାକୁ ଅଧିକ ଶକ୍ତିଶାଳୀ କରିବା ଭାରତର ଲକ୍ଷ୍ୟ। ସମଗ୍ର ମାନବ ଜାତି ଉପରେ ଏକ ବଡ଼ ସଙ୍କଟ ସୃଷ୍ଟି ହୋଇଥିବା ଆମେ ଦେଖିଥିଲୁ। ତା'ପରେ ଆମେ ବିଶ୍ୱର ଲୋକମାନଙ୍କ ସହିତ ଠିଆ ହୋଇଥିଲୁ, ସେହି ଦେଶମାନଙ୍କ ସହିତ ଯେଉଁମାନଙ୍କ ପାଖରେ ସମ୍ବଳ ନ ଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ଗ୍ଲୋବାଲ ସାଉଥର ଥିଲା, ଯାହା ସହିତ ଭାରତ ଔଷଧ ଏବଂ ଟିକା ବାଣ୍ଟିଥିଲା । ସେତେବେଳେ ଅର୍ଥନୈତିକ ଜ୍ଞାନ କହୁଥିଲା ପରିସ୍ଥିତିର ଫାଇଦା ଉଠାଇବା ଉଚିତ। କିନ୍ତୁ ମାନବିକତାର ଭାବନା କହୁଥିଲା... ନାହିଁ । ସେହି ରାସ୍ତା ଠିକ୍ ନୁହେଁ। ସେବାର ମାର୍ଗ ରହିବା ଦରକାର। ଏବଂ ଆମେ ଲାଭ ନୁହେଁ ମାନବିକତାର ମାର୍ଗ ବାଛିଥିଲୁ ।

 

ସାଥୀମାନେ

ସମବାୟ ସମିତିର ଗୁରୁତ୍ୱ କେବଳ ଢାଞ୍ଚା, ନିୟମ ଓ ନିୟମ ଦୃଷ୍ଟିରୁ ନୁହେଁ। ସେମାନେ ଅନୁଷ୍ଠାନ, ଆଇନ, ନିୟମ, ଢାଞ୍ଚା, ଅନୁଷ୍ଠାନ ସୃଷ୍ଟି କରିପାରିବେ, ସେମାନେ ବିକଶିତ ଏବଂ ସମ୍ପ୍ରସାରଣ ମଧ୍ୟ କରିପାରିବେ । କିନ୍ତୁ ସମବାୟ ଭାବନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ସମବାୟର ଆତ୍ମା, ଆନ୍ଦୋଳନର ଜୀବନ। ଏହା ସହଯୋଗର ସଂସ୍କୃତିରୁ ଆସିଛି । ମହାତ୍ମା ଗାନ୍ଧୀ କହୁଥିଲେ ଯେ ସମବାୟ ସମିତିର ସଫଳତା ସେମାନଙ୍କ ସଂଖ୍ୟାରେ ନୁହେଁ, ବରଂ ସେମାନଙ୍କ ସଦସ୍ୟଙ୍କ ନୈତିକ ବିକାଶରେ ରହିଛି। ନୈତିକତା ଥିଲେ ମାନବିକତାର ହିତ ପାଇଁ ନିଷ୍ପତ୍ତି ନିଆଯିବ। ଅନ୍ତର୍ଜାତୀୟ ସମବାୟ ବର୍ଷରେ ଆମେ ଏହି ଭାବନାକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ ଜାରି ରଖିବୁ ବୋଲି ମୋର ବିଶ୍ୱାସ ରହିଛି । ପୁଣି ଥରେ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି । ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀରେ ଅନେକ ବିଷୟ ଉପରେ ଆଲୋଚନା ହେବ ଏବଂ ଏହି ବିଚାରବିମର୍ଶ ସମାଜର ପ୍ରତ୍ୟେକ ବର୍ଗ ଏବଂ ବିଶ୍ୱର ପ୍ରତ୍ୟେକ ଦେଶକୁ ସମବାୟ ଭାବନା ସହିତ ଆଗକୁ ବଢ଼ିବା ପାଇଁ ସଶକ୍ତ କରିବ ଏବଂ ସମୃଦ୍ଧି ପ୍ରଦାନ କରିବ । ଏହି ଭାବନା ସହିତ ମୁଁ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
Russia’s Foreign Minister calls on Prime Minister Shri Narendra Modi
May 14, 2026
FM Lavrov briefs PM on the progress achieved in bilateral cooperation since the meeting of the two leaders in December 2025.
FM Lavrov and PM discuss regional and global issues of mutual interest, including the situation in Ukraine and West Asia.
PM reiterates India’s consistent stand in favour of dialogue and diplomacy.
PM conveys his warm greetings to President Putin.

The Foreign Minister of the Russian Federation, H.E. Mr. Sergei Lavrov, called on Prime Minister Shri Narendra Modi today.

Foreign Minister Lavrov briefed the Prime Minister on the progress achieved in bilateral cooperation since the meeting of the two leaders in December 2025 for the 23rd India-Russia Annual Summit.

Foreign Minister Lavrov and PM exchanged views on various regional and global issues of mutual interest, including the situation in Ukraine and West Asia.

Prime Minister reiterated India’s consistent stand in of dialogue and diplomacy as the best way forward.

Prime Minister requested Foreign Minister Lavrov to convey his warm greetings to President Putin.