ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଥିଲେ
ଉତ୍ତରପୂର୍ବ ହେଉଛି ଭାରତର ଅଷ୍ଟଲକ୍ଷ୍ମୀ: ପ୍ରଧାନମନ୍ତ୍ରୀ
ଅଷ୍ଟଲକ୍ଷ୍ମୀ ମହୋତ୍ସବ ହେଉଛି ଉତ୍ତର-ପୂର୍ବର ଉଜ୍ଜ୍ୱଳ ଭବିଷ୍ୟତର ଉତ୍ସବ। ଏହା ବିକାଶର ଏକ ନୂତନ ସକାଳର ପର୍ବ, ଯାହା ଏକ ବିକଶିତ ଭାରତର ଅଭିଯାନକୁ ଆଗକୁ ବଢ଼ାଇବ: ପ୍ରଧାନମନ୍ତ୍ରୀ
ଆମେ ଉତ୍ତର-ପୂର୍ବାଞ୍ଚଳକୁ ଭାବନା, ଅର୍ଥନୀତି ଏବଂ ପରିବେଶର ତ୍ରିମୂର୍ତ୍ତି ସହିତ ଯୋଡ଼ିଛୁ: ପ୍ରଧାନମନ୍ତ୍ରୀ

ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱା ଶର୍ମା ଜୀ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଜୀ, ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସୁକାନ୍ତ ମଜୁମଦାର ଜୀ, ଅରୁଣାଚଳ ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ, ମିଜୋରାମ ଏବଂ ନାଗାଲାଣ୍ଡ ସରକାରଙ୍କ ମନ୍ତ୍ରୀଗଣ, ଅନ୍ୟ ଜନପ୍ରତିନିଧି, ଉତ୍ତର ପୂର୍ବର ସମସ୍ତ ଭାଇ ଭଉଣୀମାନେ। ଭଦ୍ର ମହିଳା ଓ ପୁରୁଷ ମାନେ।

ସାଥୀମାନେ

ଆଜି ହେଉଛି ସମ୍ବିଧାନର ନିର୍ମାତା ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ । ସମ୍ବିଧାନ ବାବା ସାହେବଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ଏବଂ ସମ୍ବିଧାନରେ ୭୫ ବର୍ଷର ଅନୁଭବ.....। ଏହା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏକ ବଡ଼ ପ୍ରେରଣା। ସମସ୍ତ ଦେଶବାସୀଙ୍କ ତରଫରୁ ମୁଁ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ତାଙ୍କୁ ପ୍ରଣାମ କରୁଛି ।

 

 

ସାଥୀମାନେ

ଆମର ଏହି ଭାରତ ମଣ୍ଡପମ୍ ଗତ ୨ ବର୍ଷ ମଧ୍ୟରେ ଅନେକ ଜାତୀୟ, ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସାକ୍ଷୀ ରହିଛି । ଏଠାରେ ଆମେ ଜି-୨୦ର ଏତେ ବଡ଼ ଏବଂ ସଫଳ ଆୟୋଜନ ଦେଖିବାକୁ ପାଇଲୁ । କିନ୍ତୁ ଆଜିର ଆୟୋଜନ ଆହୁରି ମଧ୍ୟ ବିଶେଷ ରହିଛି । ଆଜି ଦିଲ୍ଲୀ ପୂର୍ବୋତ୍ତର ମୟରେ ପରିଣତ ହୋଇଛି। ପୂର୍ବୋତ୍ତରର ବିବିଧତାୋର ଭରି ରହିଥିବା ରଙ୍ଗ ଆଜି ରାଜଧାନୀରେ ଏକ ସୁନ୍ଦର ଇନ୍ଦ୍ରଧନୁ ସୃଷ୍ଟି କରୁଛି। ଆଜି ଆମେ ଏଠାରେ ପ୍ରଥମ ଅଷ୍ଟଲକ୍ଷ୍ମୀ ପର୍ବ ପାଳନ କରିବା ପାଇଁ ଏକାଠି ହୋଇଛୁ । ଆଗାମୀ ୩ ଦିନ ପର୍ଯ୍ୟନ୍ତ, ଏହି ମହୋତ୍ସବ ସମଗ୍ର ଦେଶ ଓ ବିଶ୍ୱକୁ ଉତ୍ତର-ପୂର୍ବର ସାମର୍ଥ୍ୟ ପ୍ରଦର୍ଶନ କରିବ। ଏଠାରେ ବାଣିଜ୍ୟ ଓ ବ୍ୟବସାୟ ସହ ଜଡିତ ବୁଝାମଣା ହେବ, ଉତ୍ତର ପୂର୍ବର ଉତ୍ପାଦ ଦ୍ୱାରା ବିଶ୍ୱ ପରିିଚିତ ହେବ, ଉତ୍ତର ପୂର୍ବର ସଂସ୍କୃତି ଏବଂ ସେଠାକାର ଖାଦ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ଉତ୍ତର-ପୂର୍ବାଞ୍ଚଳର ଯେଉଁ ଆମର ସଫଳତା ହାସଲକାରୀମାନେ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ପଦ୍ମ ପୁରସ୍କାର ବିଜେତା, ଏଠାରେ ଉପସ୍ଥିତ ଅଛନ୍ତି.... ଏସବୁର ପ୍ରେରଣାର ରଙ୍ଗ ବିଛିନ୍ନ ହୋଇ ରହିବ। ଏହା ପ୍ରଥମ ଏବଂ ବିଶେଷ ଆୟୋଜନ ଅଟେ, ଯେତେବେଳେ ଏତେ ବଡ଼ ସ୍ତରରେ ଉତ୍ତର-ପୂର୍ବାଞ୍ଚଳରେ ପୁଞ୍ଜିନିବେଶର ଦ୍ୱାର ଖୋଲିବାରେ ଲାଗିଛି । ଏହା ଉତ୍ତର-ପୂର୍ବର କୃଷକ, କାରିଗର, ଶିଳ୍ପକାରମାନଙ୍କ ସହିତ ସମଗ୍ର ବିଶ୍ୱର ନିବେଶକଙ୍କ ପାଇଁ ମଧ୍ୟ ଏହା ଏକ ବଡ଼ ସୁଯୋଗ। ଉତ୍ତର ପୂର୍ବର ସମ୍ଭାବନା କ'ଣ, ଏଠାରେ ଆମର ଯେଉଁ ପ୍ରଦର୍ଶନୀ ଲାଗିଛି, ଏଠାରେ ଯେଉଁ ହାଟ-ବଜାରକୁ ମଧ୍ୟ ଯଦି ଯିବ ତେବେ ଆମେ ଏହାର ବିବିଧତା, ତାହାର ସାମର୍ଥ୍ୟକୁ ଅନୁଭବ କରିପାରିବା । ମୁଁ ଅଷ୍ଟଲକ୍ଷ୍ମୀ ମହୋତ୍ସବର ଆୟୋଜକ, ଉତ୍ତର ପୂର୍ବର ସମସ୍ତ ରାଜ୍ୟର ବାସିନ୍ଦାଙ୍କୁ , ଏଠାକୁ ଆସିଥିବା ସମସ୍ତ ନିବେଶକଙ୍କୁ, ଏଠାକୁ ଆସୁଥିବା ସମସ୍ତ ଅତିଥିମାନଙ୍କୁ ଶୁଭେଚ୍ଛା ଜଣାଉଛି, ମୁଁ ମୋର ଶୁଭକାମନା ଜଣାଉଛି ।

ସାଥୀମାନେ

ଦେଖନ୍ତୁ ଗତ ଶହେ କି ଦୁଇଶହ ବର୍ଷର ସମଚୁ ଦେଖିବା... ସେତେବେଳେ ଆମେ ପାଶ୍ଚାତ୍ୟ ଜଗତର, ପାଶ୍ଚାତ୍ୟ ଦୁନିଆର ଉତଥାନ ଦେଖିଛୁ । ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ସବୁ ସ୍ତରରେ ପଶ୍ଚିମାଞ୍ଚଳ ବିଶ୍ୱରେ ପଶ୍ଚିମାଞ୍ଚଳର ଛାପ ରହି ଆସିଛି । ଏବଂ ସଂଯୋଗବଶତଃ, ଭାରତରେ ମଧ୍ୟ ଆମେ ଦେଖିଛୁ ଯେ ଯଦି ଆମେ ଆମ ଦେଶର ମାନଚିତ୍ରକୁ ଦେଖୁ, ତେବେ ଭାରତର ବିକାଶ କାହାଣୀରେ ପଶ୍ଚିମାଞ୍ଚଳର ଏକ ବଡ଼ ଭୂମିକା ରହିଛି । ଏହି ପଶ୍ଚିମ-କେନ୍ଦ୍ରୀତ ସମୟ ପରେ ଏବେ ଏକବିଂଶ ଶତାବ୍ଦୀ ପୂର୍ବ, ଏସିଆ, ପୂର୍ବ ଓ ଭାରତର ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ମୁଁ ଦୃଢ଼ ଭାବରେ ବିଶ୍ୱାସ କରୁଛି ଯେ ଭାରତର ଭବିଷ୍ୟତ ମଧ୍ୟ ପୂର୍ବ ଭାରତ, ଆମ ଉତ୍ତର-ପୂର୍ବର। ଦଶନ୍ଧି ଧରି ଆମେ ମୁମ୍ବାଇ, ଅହମ୍ମଦାବାଦ, ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ .... । ଏଭଳି ବଡ଼ ବଡ଼ ସହର ଉଭା ହୋଇଥିବା ମୁଁ ଦେଖିଛି। ଆଗାମୀ ଦଶନ୍ଧିରେ ଆମେ ଗୁଆହାଟୀ, ଅଗରତାଲା, ଇମ୍ଫାଲ, ଇଟାନଗର, ଗ୍ୟାଙ୍ଗଟକ, କୋହିମା, ଶିଲଙ୍ଗ ଏବଂ ଆଇଜୋଲ ଭଳି ସହରର ନୂତନ ସମ୍ଭାବନା ଦେଖିବାକୁ ଯାଉଛୁ । ଆଉ ଏଥିରେ ଅଷ୍ଟଲକ୍ଷ୍ମୀଙ୍କ ଭଳି କାର୍ଯ୍ୟକ୍ରମ ବହୁତ ବଡ ଭୂମିକା ଗ୍ରହଣ କରିବ ।

 

ସାଥୀମାନେ

ଆମ ପରମ୍ପରାରେ ମା' ଲକ୍ଷ୍ମୀଙ୍କୁ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ଦେବୀ ବୋଲି କୁହାଯାଏ। ଯେତେବେଳେ ବି ମା' ଲକ୍ଷ୍ମୀଙ୍କ ପୂଜା କରାଯାଏ, ଆମେ ତାଙ୍କର ଆଠଟି ରୂପକୁ ପୂଜା କରିଥାଉ। ଆଦିଲକ୍ଷ୍ମୀ, ଧନଲକ୍ଷ୍ମୀ, ଧାନ୍ୟଲକ୍ଷ୍ମୀ, ଗଜଲକ୍ଷ୍ମୀ, ସନ୍ତାଲକ୍ଷ୍ମୀ, ବୀରଲକ୍ଷ୍ମୀ, ବିଜୟଲକ୍ଷ୍ମୀ ଓ ବିଦ୍ୟାଲକ୍ଷ୍ମୀ ଏହିଭଳି ଭାବରେ ଭାରତର ଉତ୍ତର-ପୂର୍ବରେ ଥିବା ଆଠଟି ରାଜ୍ୟରେ ଅଷ୍ଟଲକ୍ଷ୍ମୀ ବିରାଜମାନ ଅଛନ୍ତି.... । ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ସିକିମ। ଉତ୍ତର-ପୂର୍ବର ଏହି ୮ଟି ରାଜ୍ୟରେ ଅଷ୍ଟଲକ୍ଷ୍ମୀଙ୍କୁ ଦେଖିବାକୁ ମିଳେ । ଯେମିତି ଏହାର ପ୍ରଥମ ରୂପ ହେଉଛି ଆଦି ଲକ୍ଷ୍ମୀ। ଆମ ଉତ୍ତର-ପୂର୍ବର ପ୍ରତ୍ୟେକ ରାଜ୍ୟରେ ଆଦି ସଂସ୍କୃତିର ଦୃଢ଼ ପ୍ରସାର ହୋଇଛି। ଉତ୍ତର-ପୂର୍ବର ପ୍ରତ୍ୟେକ ରାଜ୍ୟରେ ନିଜର ପରମ୍ପରା, ସଂସ୍କୃତିକୁ ପାଳନ କରାଯାଇଥାଏ । ମେଘାଳୟର ଚେରି ବ୍ଲୋସମ ଫେଷ୍ଟିଭାଲ, ନାଗାଲାଣ୍ଡର ହର୍ଣ୍ଣବିଲ ଫେଷ୍ଟିଭାଲ, ଅରୁଣାଚଳର ଅରେଞ୍ଜ ଫେଷ୍ଟିଭାଲ, ମିଜୋରାମର ଚପଚାର କୁଟ ଫେଷ୍ଟିଭାଲ, ଆସାମର ବିହୁ, ମଣିପୁରୀ ନୃତ୍ୟ... ବହୁତ କିଛି ଏହି ଉତ୍ତର-ପୂର୍ବରେ ଅଚି ।

ସାଥୀମାନେ

ଦ୍ୱିତୀୟ ଲକ୍ଷ୍ମୀ... ଧନ ଲକ୍ଷ୍ମୀ ଅର୍ଥାତ୍ ପ୍ରାକୃତିକ ସମ୍ପଦର ମଧ୍ୟ ଉତ୍ତର-ପୂର୍ବରେ ବହୁତ ଆଶୀର୍ବାଦ ରହିଛି। ଆପଣ ମଧ୍ୟ ଜାଣନ୍ତି... ଉତ୍ତର-ପୂର୍ବରେ ଖଣିଜ ପଦାର୍ଥ, ତୈଳ, ଚା' ବଗିଚା ଏବଂ ଜୈବ ବିବିଧତାର ଏକ ଚମତ୍କାର ସମାଗମ ରହିଛି । ସେଠାରେ ଅକ୍ଷୟ ଶକ୍ତିର ବିପୁଳ ସମ୍ଭାବନା ରହିଛି। "ଧନ ଲକ୍ଷ୍ମୀ"ଙ୍କ ଏହି ଆଶୀର୍ବାଦ ସମଗ୍ର ଉତ୍ତର-ପୂର୍ବ ପାଇଁ ବରଦାନ ।

 

ସାଥୀମାନେ

ତୃତୀୟ ଲକ୍ଷ୍ମୀ... ଉତ୍ତର-ପୂର୍ବରେ ଧାନ୍ୟା ଲକ୍ଷ୍ମୀଙ୍କର ମଧ୍ୟ ବହୁତ କୃପା ରହିଛି। ପ୍ରାକୃତିକ ଚାଷ, ଜୈବିକ ଚାଷ ଏବଂ ବାଜରା ପାଇଁ ଆମ ଉତ୍ତର ପୂର୍ବ ପ୍ରସିଦ୍ଧ । ଆମେ ଗର୍ବିତ ଯେ ସିକିମ ହେଉଛି ଭାରତର ପ୍ରଥମ ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ । ଉତ୍ତର-ପୂର୍ବରେ ଚାଷ କରାଯାଉଥିବା ଚାଉଳ, ବାଉଁଶ, ମସଲା ଓ ଔଷଧୀୟ ଗଛ... ସେମାନେ ସେଠାରେ କୃଷିର ଶକ୍ତି ପ୍ରଦର୍ଶନ କରୁଛନ୍ତି। ଆଜିର ଭାରତ ସୁସ୍ଥ ଜୀବନଶୈଳୀ ସହିତ ଯୋଡି ହୋଇଛି , ପୋଷଣକୁ ପ୍ରୋତ୍ସାହନ ଦେଇ ବିଶ୍ୱକୁ ଯେଉଁ ସମାଧାନ ପ୍ରଦାନ କରିବାକୁ ଚାହୁଁଛି.... ସେଥିରେ ଉତ୍ତର-ପୂର୍ବର ବଡ଼ ଭୂମିକା ରହିଛି।

ସାଥୀମାନେ

ଅଷ୍ଟଲକ୍ଷ୍ମୀଙ୍କର ଚତୁର୍ଥ ଲକ୍ଷ୍ମୀ୍ ହେଉଛନ୍ତି ଗଜ ଲକ୍ଷ୍ମୀ । ଗଜ ଲକ୍ଷ୍ମୀ ପଦ୍ମ ଉପରେ ବିରାଜମାନ ଅଛନ୍ତି, ଏବଂ ତାଙ୍କ ଚାରିପାଖରେ ହାତୀ ଅଛନ୍ତି । ଆମ ଉତ୍ତର ପୂର୍ବରେ ବିଶାଳ ଜଙ୍ଗଲ, କାଜିରଙ୍ଗା, ମାନସ-ମେହାଓ ଭଳି ଜାତୀୟ ଉଦ୍ୟାନ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଛି, ଏଠାରେ ଚମତ୍କାର ଗୁମ୍ଫାମାନ ରହିଛି, ଆକର୍ଷଣୀୟ ହ୍ରଦ ଅଛି । ଗଜଲକ୍ଷ୍ମୀଙ୍କ ଆଶୀର୍ବାଦରେ ଉତ୍ତର-ପୂର୍ବକୁ ବିଶ୍ୱର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାର ସମ୍ଭାବନା ରହିଛି ।

 

ସାଥୀମାନେ

ପଞ୍ଚମ ଜଣକ ହେଉଛନ୍ତି ଲକ୍ଷ୍ମୀ। ସନ୍ତାନ ଲକ୍ଷ୍ମୀ ଅର୍ଥ ଉତ୍ପାଦକତା ଏବଂ ସୃଜନଶୀଳତାର ପ୍ରତୀକ । ଉତ୍ତର-ପୂର୍ବ ସୃଜନଶୀଳତା ଦକ୍ଷତା ପାଇଁ ଜଣାଶୁଣା । ଯେଉଁମାନେ ଏଠାରେ ପ୍ରଦର୍ଶନୀକୁ ଯିବେ, ସେମାନେ ହାଟ ବଜାରକୁ ଯିବେ..., ସେମାନେ ଉତ୍ତର ପୂର୍ବର ସୃଜନଶୀଳତାକୁ ଦେଖିବେ। ହସ୍ତତନ୍ତ, ହସ୍ତଶିଳ୍ପର ଏହି କୌଶଳ ସମସ୍ତଙ୍କ ହୃଦୟ ଜିତିଥାଏ। ଆସାମର ମୁଗା ସିଲ୍କ, ମଣିପୁରର ମୋଇରାଙ୍ଗ ଫି, ନାଗାଲାଣ୍ଡର ୱାଂଖେଇ ଫି, ନାଗାଲାଣ୍ଡର ଚାଖେଶାଙ୍ଗ ଶାଲ... ଏପରି ଡର୍ଜନାଧିକ ଜିଆଇ ଟ୍ୟାଗ୍ ଉତ୍ପାଦ ଅଛି, ଯାହା ଉତ୍ତର ପୂର୍ବର କାରିଗରୀ ଏବଂ ସୃଜନଶୀଳତାକୁ ଦର୍ଶାଇଥାଏ ।

ସାଥୀମାନେ

ଅଷ୍ଟଲକ୍ଷ୍ମୀଙ୍କର ଷଷ୍ଠ ଲକ୍ଷ୍ମୀ ଅଟନ୍ତି ....ବୀର ଲକ୍ଷ୍ମୀ । ବୀର ଲକ୍ଷ୍ମୀ ଅର୍ଥ ସାହସ ଓ ଶକ୍ତିର ମିଶ୍ରଣ । ଉତ୍ତର-ପୂର୍ବ ନାରୀ ଶକ୍ତିର ପ୍ରତୀକ । ମଣିପୁରରେ ନୁପି ଲାନ ଆନ୍ଦୋଳନ ନାରୀ ଶକ୍ତିର ଏକ ଉଦାହରଣ । ଉତ୍ତର-ପୂର୍ବର ମହିଳାମାନେ କିପରି ଦାସତ୍ୱ ବିରୋଧରେ ବିଗୁଲ୍ ଉଠାଇଥିଲେ ତାହା ଭାରତର ଇତିହାସରେ ସର୍ବଦା ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବ । ରାଣୀ ଗାଇଦିନ୍ଲୁ, କନକଲତା ବରୁଆ, ରାଣୀ ଇନ୍ଦିରା ଦେବୀ, ଲାଲନୁ ରୋପିଲିଆନୀ ଲୋକକଥାଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ... ଉତ୍ତର-ପୂର୍ବର ନାରୀ ଶକ୍ତି ସମଗ୍ର ଦେଶକୁ ପ୍ରେରଣା ଦେଇଛି। ଆଜି ବି ଉତ୍ତର-ପୂର୍ବର ଆମ ଝିଅମାନେ ଏହି ପରମ୍ପରାକୁ ସମୃଦ୍ଧ କରୁଛନ୍ତି। ମୁଁ ଏଠାକୁ ଆସିବା ପୂର୍ବରୁ ପରିଦର୍ଶନ କରିଥିବା ଅଧିକାଂଶ ଷ୍ଟଲରେ ମହିଳା ଥିଲେ । ଉତ୍ତର-ପୂର୍ବାଞ୍ଚଳର ମହିଳାଙ୍କ ଏହି ଉଦ୍ୟୋଗ ସମଗ୍ର ଉତ୍ତର-ପୂର୍ବକୁ ଏଭଳି ଶକ୍ତି ପ୍ରଦାନ କରୁଛି, ଯାହା ଅତୁଳନୀୟ।

 

ସାଥୀମାନେ

ଅଷ୍ଟଲକ୍ଷ୍ମୀଙ୍କ ସପ୍ତମ ଦେବୀ ଅଟନ୍ତି .....‌ଜୟ ଲକ୍ଷ୍ମୀ । ଅର୍ଥାତ୍ ଏମାନେ ହିଁ ପ୍ରସିଦ୍ଧି ଓ ଖ୍ୟାତି ପ୍ରଦାନ କରିଥାନ୍ତି। ଆଜି ଭାରତ ପ୍ରତି ଯେଉଁ ବିଶ୍ୱାସ ରହିଛି, ସେଥିରେ ସମଗ୍ର ବିଶ୍ୱର ଆମ ଉତ୍ତର ପୂର୍ବର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଜି ଯେତେବେଳେ ଭାରତ ନିଜ ସଂସ୍କୃତି, ବାଣିଜ୍ୟରକୁ ନେଇ ବିଶ୍ୱ ସଂଯୋଗ ଉପରେ ଗୁରୁତ୍ୱ ଦେଉଛି... ସେତେବେଳେ ଉତ୍ତର-ପୂର୍ବ ଭାରତକୁ ଦକ୍ଷିଣ ଏସିଆ ଓ ପୂର୍ବ ଏସିଆର ବିପୁଳ ସୁଯୋଗ ସହିତ ଯୋଡ଼ିଛି।

ସାଥୀମାନେ

ଅଷ୍ଟଲକ୍ଷ୍ମୀଙ୍କ ଅଷ୍ଟମ ଦେବୀ ଅଟନ୍ତି ବିଦ୍ୟା ଲକ୍ଷ୍ମୀ.... । ବିଦ୍ୟା ଲକ୍ଷ୍ମୀଙ୍କ ଅର୍ଥ ହେଉଛି ଜ୍ଞାନ ଓ ଶିକ୍ଷା । ଆଧୁନିକ ଭାରତ ଗଠନରେ ଶିକ୍ଷାର ଅନେକ ପ୍ରମୁଖ କେନ୍ଦ୍ର ଉତ୍ତର-ପୂର୍ବରେ ରହିଛି । ଆଇଆଇଟି ଗୁଆହାଟୀ, ଏନଆଇଟି ସିଲଚର, ଏନଆଇଟି ମେଘାଳୟ, ଏନଆଇଟି ଅଗରତାଲା ଏବଂ ଆଇଆଇଏମ ଶିଲଙ୍ଗ... ଉତ୍ତର-ପୂର୍ବରେ ଏଭଳି ଅନେକ ବଡ଼ ବଡ଼ ଶିକ୍ଷାକେନ୍ଦ୍ର ରହିଛି। ଉତ୍ତର-ପୂର୍ବକୁ ପ୍ରଥମ ଏମ୍ସ ମିଳିଛି । ମଣିପୁର ହେଉଛି ଦେଶର ପ୍ରଥମ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ । ମେରି କମ୍‌, ବାଇଚୁଙ୍ଗ ଭୁଟିଆ, ମୀରାବାଇ ଚାନୁ, ଲଭଲିନା, ସରିତା ଦେବୀ... ଏଭଳି ଅନେକ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ଉତ୍ତର-ପୂର୍ବ ଦେଶକୁ ଦେଇଛି। ବୈଷୟିକ ଜ୍ଞାନକୌଶଳ ସହ ଜଡ଼ିତ ଷ୍ଟାର୍ଟଅପ୍‌, ସର୍ଭିସ୍ ସେଣ୍ଟର ଓ ସେମିକଣ୍ଡକ୍ଟର ଭଳି ଶିଳ୍ପକ୍ଷେତ୍ରରେ ମଧ୍ୟ ଆଜି ଉତ୍ତର-ପୂର୍ବ ଆଗେଇ ଆସୁଛି। ଏଥିରେ ହଜାର ହଜାର ଯୁବକ ଯୁବତୀ କାମ କରୁଛନ୍ତି। ଅର୍ଥାତ୍ "ବିଦ୍ୟା ଲକ୍ଷ୍ମୀ" ରୂପରେ ଏହି ଅଞ୍ଚଳ ଯୁବପିଢ଼ିଙ୍କ ପାଇଁ ଶିକ୍ଷା ଓ ଦକ୍ଷତାର ଏକ ବଡ଼ କେନ୍ଦ୍ର ପାଲଟିଛି।

 

ସାଥୀମାନେ

ଅଷ୍ଟଲକ୍ଷ୍ମୀ ମହୋତ୍ସବ.. ଉତ୍ତର-ପୂର୍ବର ଉନ୍ନତ ଭବିଷ୍ୟତର ଉତ୍ସବ। ଏହା ହେଉଛି ବିକାଶର ନୂଆ ସୂର୍ଯ୍ୟୋଦୟର ଉତ୍ସବ... ଯାହା କି ବିକଶିତ ଭାରତର ଅଭିଯାନକୁ ତ୍ୱରାନ୍ୱିତ କରିବ । ଆଜି ଉତ୍ତର-ପୂର୍ବରେ ପୁଞ୍ଜିନିବେଶ ପାଇଁ ବହୁତ ଉତ୍ସାହ ରହିଛି। ଗତ ଏକ ଦଶନ୍ଧି ମଧ୍ୟରେ ଆମେ ସମସ୍ତେ ଉତ୍ତର ପୂର୍ବାଞ୍ଚଳର ବିକାଶର ଏକ ଚମତ୍କାର ଯାତ୍ରା ଦେଖିଛୁ । ସେଠାରେ ପହଞ୍ଚିବା ସହଜ ନଥିଲା। ଭାରତର ଅଭିବୃଦ୍ଧି କାହାଣୀ ସହିତ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକୁ ଯୋଡ଼ିବା ପାଇଁ ଆମେ ସମସ୍ତ ସମ୍ଭବ ପଦକ୍ଷେପ ନେଇଛୁ। ଦୀର୍ଘ ଦିନ ଧରି ଆମେ ଦେଖୁଛୁ ଯେ କିପରି ଭୋଟ ସଂଖ୍ୟା ରେ ବିକାଶକୁ ମଧ୍ୟ ତୁଳନା କରାଯାଇଥିଲା । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ କମ୍ ଭୋଟ୍ ଥିଲା, କମ୍ ଆସନ ଥିଲା। ତେଣୁ ପୂର୍ବ ସରକାରମାନେ ବିକାଶ ପ୍ରତି ଧ୍ୟାନ ଦେଇନଥିଲେ। ଅଟଳଜୀଙ୍କ ସରକାର ହିଁ ପ୍ରଥମ ଥର ପାଇଁ ଉତ୍ତର-ପୂର୍ବର ବିକାଶ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିଥିଲେ।

ସାଥୀମାନେ

ଗତ ଏକ ଦଶନ୍ଧି ମଧ୍ୟରେ ଆମେ ହୃଦୟରୁ ପ୍ରୟାସ କରିଥିଲୁ ଯେ ଦିଲ୍ଲୀ ଏବଂ ହୃଦୟ ଏହାଠାରୁ ଦୂରତା ବଜାୟ ରଖିବାର ଯେଉଁ ଭାବନା.... । ଏହା କମ୍ ହେବା ଉଚିତ୍‌। କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ୭୦୦ରୁ ଅଧିକ ଥର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗସ୍ତ କରିଛନ୍ତି, ସେଠାକାର ଲୋକଙ୍କ ସହ ଦୀର୍ଘ ସମୟ ବିତାଇଛନ୍ତି। ଏହା ମଧ୍ୟ ଉତ୍ତର-ପୂର୍ବ ଏବଂ ଏହାର ବିକାଶ ସହିତ ସରକାରଙ୍କ ଏକ ଭାବପ୍ରବଣ ସମ୍ପର୍କ ସୃଷ୍ଟି କରିଛି । ଏହା ସେଠାକାର ବିକାଶକୁ ଆଶ୍ଚର୍ଯ୍ୟଜନକ ପ୍ରୋତ୍ସାହନ ଦେଇଛି। ମୋତେ ଏକ ସଂଖ୍ୟା ଦେବାକୁ ଦିଅନ୍ତୁ । ଉତ୍ତର-ପୂର୍ବାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୯୦ ଦଶକରେ ଏକ ନୀତି ପ୍ରଣୟନ କରାଯାଇଥିଲା । ଏହା ଅଧୀନରେ କେନ୍ଦ୍ର ସରକାରଙ୍କ ୫୦ରୁ ଅଧିକ ମନ୍ତ୍ରଣାଳୟକୁ ସେମାନଙ୍କ ବଜେଟର ୧୦ ପ୍ରତିଶତ ଉତ୍ତର-ପୂର୍ବରେ ବିନିଯୋଗ କରିବାକୁ ପଡ଼ିଥିଲା। ଏହି ନୀତି ପ୍ରଣୟନ ହେବା ପରଠାରୁ ୨୦୧୪ ପର୍ଯ୍ୟନ୍ତ ଉତ୍ତର-ପୂର୍ବାଞ୍ଚଳକୁ ଯେଉଁ ବଜେଟ୍ ମିଳିଛି... ଗତ ୧୦ ବର୍ଷ ମଧ୍ୟରେ ଆମେ ଏହାଠାରୁ ଅଧିକ କିଛି ଦେଇଛୁ। ଗତ ଏକ ଦଶନ୍ଧି ମଧ୍ୟରେ ଏହି ଗୋଟିଏ ଯୋଜନାରେ ଉତ୍ତର-ପୂର୍ବରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏହା ଉତ୍ତର-ପୂର୍ବ ପ୍ରତି ବର୍ତ୍ତମାନର ସରକାରଙ୍କ ପ୍ରାଥମିକତାକୁ ଦର୍ଶାଉଛି।

 

ସାଥୀମାନେ

ଏହି ଯୋଜନା ବ୍ୟତୀତ ଆମେ ଉତ୍ତର-ପୂର୍ବାଞ୍ଚଳ ପାଇଁ ଅନେକ ବଡ଼ ବଡ଼ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛୁ। ପ୍ରଧାନମନ୍ତ୍ରୀ-ଡିଭାଇନ୍‌, ସ୍ୱତନ୍ତ୍ର ଭିତ୍ତିଭୂମି ବିକାଶ ଯୋଜନା ଏବଂ ଉତ୍ତର ପୂର୍ବ ଉଦ୍ୟୋଗ ପାଣ୍ଠି... ଏହି ଯୋଜନାଗୁଡ଼ିକ ଅନେକ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି । ଉତ୍ତର-ପୂର୍ବାଞ୍ଚଳର ଶିଳ୍ପ ସମ୍ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଉନ୍ନତି ଯୋଜନା ମଧ୍ୟ ଆରମ୍ଭ କରିଛୁ । ନୂଆ ଶିଳ୍ପ ପାଇଁ ଉତ୍ତମ ବାତାବରଣ ସୃଷ୍ଟି ହେଲେ ନୂତନ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ। ଏବେ ସେମିକଣ୍ଡକ୍ଟର ସେକ୍ଟର ମଧ୍ୟ ଭାରତ ପାଇଁ ନୂଆ। ଏହି ନୂତନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ଉତ୍ତର ପୂର୍ବ ଏବଂ ଆସାମକୁ ବାଛିଛୁ । ଯେତେବେଳେ ଉତ୍ତର-ପୂର୍ବରେ ଏଭଳି ଏକ ନୂତନ ଶିଳ୍ପ ପ୍ରତିଷ୍ଠା ହେବ, ସେତେବେଳେ ଦେଶ ତଥା ବିଶ୍ୱର ନିବେଶକମାନେ ସେଠାରେ ନୂତନ ସମ୍ଭାବନାର ଅନୁସନ୍ଧାନ କରିବେ।

ସାଥୀମାନେ

ଆମେ ଉତ୍ତର-ପୂର୍ବାଞ୍ଚଳକୁ ଭାବନା, ଅର୍ଥନୀତି ଏବଂ ପରିବେଶର ତ୍ରିମୂର୍ତ୍ତି ସହିତ ଯୋଡ଼ିଛୁ । ଉତ୍ତର-ପୂର୍ବରେ ଆମେ କେବଳ ଭିତ୍ତିଭୂମି ନିର୍ମାଣ କରୁନାହୁଁ ବରଂ ଭବିଷ୍ୟତ ପାଇଁ ଏକ ମଜବୁତ ଭିତ୍ତିଭୂମି ମଧ୍ୟ ନିର୍ମାଣ କରୁଛୁ। ବିଗତ ଦଶନ୍ଧି ମଧ୍ୟରେ ଉତ୍ତର-ପୂର୍ବ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି.... କନେକ୍ଟିଭିଟିଥ । ଦୂର ଦୂରାନ୍ତର ସହରରେ ପହଞ୍ଚିବା ପାଇଁ ଅନେକ ଦିନ ଓ ସପ୍ତାହ ଲାଗିଯାଉଥିଲା । ଅବସ୍ଥା ଏମିତି ଥିଲା ଯେ ଅନେକ ରାଜ୍ୟରେ ଟ୍ରେନ୍ ସୁବିଧା ନଥିଲା। ତେଣୁ ୨୦୧୪ ପରେ ଆମ ସରକାର ଭୌତିକ ଭିତ୍ତିଭୂମି ଏବଂ ସାମାଜିକ ଭିତ୍ତିଭୂମି ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ଏହା ଦ୍ୱାରା ଉତ୍ତର ପୂର୍ବାଞ୍ଚଳର ଭିତ୍ତିଭୂମିର ଗୁଣବତ୍ତା ଏବଂ ଲୋକଙ୍କ ଜୀବନଧାରଣମାନରେ ଉନ୍ନତି.... । ଉଭୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି... ଆମେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିଛୁ । ବହୁ ବର୍ଷ ଧରି ଚାଲିଥିବା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହୋଇଛି। ଆପଣ ବଗି-ବିଲ ବ୍ରିଜର ମାମଲା କୁ ନିଅନ୍ତୁ । ବହୁ ବର୍ଷ ଧରି ଅଟକି ରହିଥିବା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଧେମାଜିରୁ ଡିବ୍ରୁଗଡ଼ ଯାତ୍ରା ପାଇଁ ପୂରା ଦିନ ଲାଗିଯାଉଥିଲା। ଆଜିକାଲି ଏହି ଯାତ୍ରା ଘଣ୍ଟାଏ ମଧ୍ୟରେ ଶେଷ ହୋଇଯାଉଛି। ମୁଁ ଏଭଳି ଅନେକ ଉଦାହରଣ ଦେଇପାରିବି ।

 

ସାଥୀମାନେ

ଗତ ୧୦ ବର୍ଷ ମଧ୍ୟରେ ପାଖାପାଖି ୫ ହଜାର କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଅରୁଣାଚଳ ପ୍ରଦେଶର ସେଲା ଟନେଲ ହେଉ, ଭାରତ-ମିଆଁମାର-ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥ ହେଉ, ନାଗାଲାଣ୍ଡ, ମଣିପୁର ଓ ମିଜୋରାମର ସୀମାନ୍ତ ରାସ୍ତା... ଏହା ଏକ ଦୃଢ଼ ସଡ଼କ ଯୋଗାଯୋଗକୁ ବିସ୍ତାର କରୁଛି। ଗତବର୍ଷ ଜି-୨୦ ସମୟରେ ଭାରତ ଆଇ-ମ୍ୟାକ୍ ର ଭିଜନକୁ ବିଶ୍ୱ ଆଗରେ ରଖିଥିଲା। ଆଇ-ମାକ୍ ଅର୍ଥାତ୍ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ଭାରତର ଉତ୍ତର ପୂର୍ବକୁ ବିଶ୍ୱ ସହ ସଂଯୋଗ କରିବ।

ସାଥୀମାନେ

ଉତ୍ତର-ପୂର୍ବାଞ୍ଚଳରେ ରେଳ ଯୋଗାଯୋଗ ଅନେକ ଗୁଣରେ ବୃଦ୍ଧି ପାଇଛି। ଏବେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ସମସ୍ତ ରାଜଧାନୀକୁ ରେଳ ସହ ସଂଯୋଗ କରିବା କାର୍ଯ୍ୟ ଶେଷ ହେବାକୁ ଯାଉଛି। ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ଉତ୍ତର-ପୂର୍ବରେ ଚଳାଚଳ ଆରମ୍ଭ କରିଛି। ଗତ ୧୦ ବର୍ଷ ମଧ୍ୟରେ ଉତ୍ତର-ପୂର୍ବରେ ବିମାନବନ୍ଦର ଏବଂ ବିମାନ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି। ବ୍ରହ୍ମପୁତ୍ର ଓ ବରାକ ନଦୀରେ ଜଳପଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସାବରୁମ୍ ଲ୍ୟାଣ୍ଡପୋର୍ଟରୁ ଜଳ ସଂଯୋଗ ମଧ୍ୟ ଉନ୍ନତ ହେଉଛି।

ସାଥୀମାନେ

ମୋବାଇଲ ଏବଂ ଗ୍ୟାସ୍ ପାଇପ୍‌-ଲାଇନ୍ ସଂଯୋଗ ପାଇଁ ମଧ୍ୟ ଦ୍ରୁତ ଗତିରେ କାମ ଚାଲିଛି। ଉତ୍ତର-ପୂର୍ବର ପ୍ରତ୍ୟେକ ରାଜ୍ୟକୁ ଉତ୍ତର-ପୂର୍ବ ଗ୍ୟାସ୍ ଗ୍ରିଡ୍ ସହ ସଂଯୋଗ କରାଯାଉଛି। ସେଠାରେ ୧୬୦୦ କିଲୋମିଟରରୁ ଅଧିକ ଗ୍ୟାସ୍ ପାଇପ୍ ଲାଇନ୍ ବିଛାଯାଉଛି। ଇଣ୍ଟରନେଟ୍ ସଂଯୋଗ ଉପରେ ମଧ୍ୟ ଆମର ଗୁରୁତ୍ୱ ରହିଛି। ଉତ୍ତର-ପୂର୍ବରାଜ୍ୟରେ ୨୬୦୦ରୁ ଅଧିକ ମୋବାଇଲ ଟାୱାର ସ୍ଥାପନ କରାଯାଉଛି। ଉତ୍ତର-ପୂର୍ବରେ ୧୩ହଜାର କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇବର ବିଛାଯାଇଛି । ମୁଁ ଖୁସି ଯେ ଉତ୍ତର-ପୂର୍ବର ସମସ୍ତ ରାଜ୍ୟରେ ୫ଜି ସଂଯୋଗ ପହଞ୍ଚି ସାରିଛି।

 

ସାଥୀମାନେ

ଉତ୍ତର-ପୂର୍ବାଞ୍ଚଳରେ ସାମାଜିକ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମେଡିକାଲ କଲେଜଗୁଡ଼ିକ ଯଥେଷ୍ଟ ବିସ୍ତାରିତ ହୋଇଛି। କର୍କଟ ଭଳି ରୋଗର ଚିକିତ୍ସା ପାଇଁ ସେଠାରେ ଅତ୍ୟାଧୁନିକ ସୁବିଧା ମଧ୍ୟ ନିର୍ମାଣ କରାଯାଉଛି। ଆୟୁଷ୍ମାନ ଭାରତ ଯୋଜନାରେ ଉତ୍ତର-ପୂର୍ବାଞ୍ଚଳର ଲକ୍ଷ ଲକ୍ଷ ରୋଗୀମାଗଣା ଚିକିତ୍ସାର ସୁବିଧା ପାଇଛନ୍ତି। ନିର୍ବାଚନ ସମୟରେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଇଥିଲି ଯେ ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ମାଗଣା ଚିକିତ୍ସା ମିଳିବ। ଆୟୁଷ୍ମାନ ବାୟା ବନ୍ଦନା କାର୍ଡ ସହିତ ସରକାର ମଧ୍ୟ ଏହି ଗ୍ୟାରେଣ୍ଟି ପୂରଣ କରିଛନ୍ତି।

ସାଥୀମାନେ

ଉତ୍ତର-ପୂର୍ବାଞ୍ଚଳର ଯୋଗାଯୋଗ ବ୍ୟତୀତ ସେଠାରେ ପରମ୍ପରା, ବୟନ ଶିଳ୍ପ ଏବଂ ପର୍ଯ୍ୟଟନ ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଇଛୁ। ଏହାର ଲାଭ ହେଉଛି ଦେଶବାସୀ ଏବେ ଉତ୍ତର-ପୂର୍ବ ଅନୁସନ୍ଧାନ ପାଇଁ ବହୁ ସଂଖ୍ୟାରେ ଆଗେଇ ଆସୁଛନ୍ତି। ଗତ ଦଶନ୍ଧି ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ପ୍ରାୟ ଦ୍ୱିଗୁଣିତ ହୋଇଛି। ପୁଞ୍ଜିନିବେଶ ଓ ପର୍ଯ୍ୟଟନ ବୃଦ୍ଧି ସହିତ ସେଠାରେ ନୂଆ ବ୍ୟବସାୟ ସୃଷ୍ଟି ହୋଇଛି, ନୂଆ ସୁଯୋଗ ସୃଷ୍ଟି ହୋଇଛି। ଭିତ୍ତିଭୂମିଠାରୁ ଆରମ୍ଭ କରି ଏକୀକରଣ, ଯୋଗାଯୋଗରୁ ଘନିଷ୍ଠତା, ଅର୍ଥନୈତିକରୁ ଭାବପ୍ରବଣ... ଏହି ପୂରା ଯାତ୍ରା ଉତ୍ତର-ପୂର୍ବର ବିକାଶ ଓ ଅଷ୍ଟଲକ୍ଷ୍ମୀଙ୍କ ବିକାଶକୁ ନୂତନ ଶିଖରରେ ପହଞ୍ଚାଇଛି।

 

ସାଥୀମାନେ

ଆଜି ଭାରତ ସରକାରଙ୍କ ର ସବୁଠାରୁ ବଡ ପ୍ରାଥମିକତା ହେଉଛି ଅଷ୍ଟଲକ୍ଷ୍ମୀ ରାଜ୍ୟର ଯୁବପିଢ଼ି । ଉତ୍ତର-ପୂର୍ବାଞ୍ଚଳର ଯୁବକମାନେ ସବୁବେଳେ ବିକାଶ ଚାହୁଁଛନ୍ତି। ଗତ ୧୦ ବର୍ଷ ଧରି ଉତ୍ତର-ପୂର୍ବର ପ୍ରତ୍ୟେକ ରାଜ୍ୟରେ ସ୍ଥାୟୀ ଶାନ୍ତି ପାଇଁ ଅଭୂତପୂର୍ବ ଜନସମର୍ଥନ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସ ଯୋଗୁଁ ହଜାର ହଜାର ଯୁବକ ହିଂସାର ବାଟ ଛାଡିଛନ୍ତି । ଏବଂ ବିକାଶର ଏକ ନୂଆ ମାର୍ଗ ଆପଣାଇଛନ୍ତି । ଗତ ଦଶନ୍ଧି ମଧ୍ୟରେ ଉତ୍ତର-ପୂର୍ବରେ ଅନେକ ଐତିହାସିକ ଶାନ୍ତି ଚୁକ୍ତି ହୋଇଛି। ଏପରିକି ଉଭୟ ରାଜ୍ୟ ମଧ୍ୟରେ ସୀମା ବିବାଦ ମଧ୍ୟ ଆପୋଷ ବୁଝାମଣାରେ ଆଗକୁ ବଢ଼ିଛି। ଏହା ଫଳରେ ଉତ୍ତର-ପୂର୍ବାଞ୍ଚଳରେ ହିଂସା କାଣ୍ଡ ଯଥେଷ୍ଟ ହ୍ରାସ ପାଇଛି। ଅନେକ ଜିଲ୍ଲାରୁ ଆଫସ୍ପା ପ୍ରତ୍ୟାହାର କରାଯାଇଛି। ଆମକୁ ଅଷ୍ଟଲକ୍ଷ୍ମୀଙ୍କ ପାଇଁ ଏକ ନୂତନ ଭବିଷ୍ୟତ ଲେଖିବାକୁ ହେବ ଏବଂ ସରକାର ଏଥିପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ।

ସାଥୀମାନେ

ଉତ୍ତର-ପୂର୍ବର ଉତ୍ପାଦ ପୃଥିବୀର ପ୍ରତ୍ୟେକ ବଜାରରେ ପହଞ୍ଚିବା ଆମ ସମସ୍ତଙ୍କର ଆଶ ଏବଂ ଆକାଂକ୍ଷା। ତେଣୁ 'ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ' ଅଭିଯାନ ଅଧୀନରେ ପ୍ରତ୍ୟେକ ଜିଲ୍ଲାର ଉତ୍ପାଦକୁ ପ୍ରୋତ୍ସାହିତ କରାଯାଉଛି। ଏଠାରେ ଆୟୋଜିତ ପ୍ରଦର୍ଶନୀରେ, ଗ୍ରାମୀଣ ହାଟ ବଜାରରେ ଆମେ ଉତ୍ତର ପୂର୍ବର ଅନେକ ଉତ୍ପାଦ ଦେଖିପାରିବା ଏବଂ କ୍ରୟ କରିପାରିବା । ମୁଁ ଉତ୍ତର-ପୂର୍ବର ଉତ୍ପାଦ ଗୁଡ଼ିକ ପାଇଁ 'ଭୋକାଲ୍ ଫର୍ ଲୋକାଲ'ର ମନ୍ତ୍ରକୁ ପ୍ରୋତ୍ସାହିତ କରୁଛି। ସେଠାରେ ଥିବା ଉତ୍ପାଦଗୁଡ଼ିକୁ ମୋର ବିଦେଶୀ ଅତିଥିମାନଙ୍କକୁ ଉପହାର ସ୍ୱରୂପ ସେମାନଙ୍କୁ ଦେବାକୁ ରହିଥାଏ ।ଏହା ଦ୍ୱାରା ଆପଣଙ୍କର ଏହି ଚମତ୍କାର କଳାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳୁଛି। ମୁଁ ଦେଶବାସୀ, ଦିଲ୍ଲୀବାସୀଙ୍କୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ଉତ୍ତର ପୂର୍ବର ଉତ୍ପାଦଗୁଡ଼ିକୁ ସେମାନଙ୍କ ଜୀବନଶୈଳୀର ଏକ ଅଂଶ କରନ୍ତୁ ।

 

ସାଥୀମାନେ

ଆଜି ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଉତ୍ତର ପୂର୍ବର ଆମ ର ଭାଇ ଭଉଣୀମାନେ କିଛି ବର୍ଷ ଧରି ଲଗାତାର ସେଠାକୁ ଯାଉଛନ୍ତି । ଆପଣ ଜାଣନ୍ତି ଯେ ଗୁଜୁରାଟର ପୋରବନ୍ଦରରେ, ପୋରବନ୍ଦର ନିକଟ ମାଧବପୁରରେ ଏକ ମେଳା ଅନୁଷ୍ଠିତ ହୋଇଥାଏ । ମୁଁ ସେହି ମାଧବପୁର ମେଳାକୁ ଆଗୁଆ ନିମନ୍ତ୍ରଣ ଦେଉଛି । ମାଧବପୁର ମେଳା ହେଉଛି ଭଗବାନ କୃଷ୍ଣ ଏବଂ ଦେବୀ ରୁକ୍ମିଣୀଙ୍କ ବିବାହର ଏକ ଉତ୍ସବ । ଏବଂ ଦେବୀ ରୁକ୍ମିଣୀ ହେଉଛନ୍ତି ଉତ୍ତର ପୂର୍ବର କନ୍ୟା । ମୁଁ ଉତ୍ତର-ପୂର୍ବର ମୋର ସମସ୍ତ ପରିବାର ସଦସ୍ୟଙ୍କୁ ଅନୁରୋଧ କରିବି ଯେ ସେମାନେ ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ରାମ ନବମୀ ମେଳାରେ ଅଂଶଗ୍ରହଣ କରନ୍ତୁ । ଏବଂ ମୁଁ ଚାହୁଁଛି ଯେ ସେହି ସମୟରେ ଗୁଜରାଟରେ ମଧ୍ୟ ଏକ ସମାନ ହାଟ ପ୍ରତିଷ୍ଠା କରାଯାଉ ଯାହା ଦ୍ୱାରା ସେଠାରେ ମଧ୍ୟ ଏକ ବିଶାଳ ବଜାର ସୃଷ୍ଟି ହେବ, ଏବଂ ଉତ୍ତର ପୂର୍ବର ଆମର ଭାଇ ଭଉଣୀମାନେ ଯେଉଁମାନେ ଜିନିଷ ତିଆରି କରୁଛନ୍ତି ସେମାନେ ମଧ୍ୟ ଟଙ୍କା ରୋଜଗାର କରିପାରିବେ । ଭଗବାନ କୃଷ୍ଣ ଓ ଅଷ୍ଟଲକ୍ଷ୍ମୀଙ୍କ ଆଶୀର୍ବାଦରେ ଆମେ ନିଶ୍ଚିତ ଭାବରେ ଏକବିଂଶ ଶତାବ୍ଦୀରେ ଉତ୍ତର-ପୂର୍ବ ବିକାଶର ଏକ ନୂତନ ଉଦାହରଣ ପ୍ରତିଷ୍ଠା କରିବୁ । ଏହି କାମନା ସହିତ ମୁାଁ ମୋର କଥା ଶେଷ କରୁଛି । ମୁଁ ଏହାକୁ ବଡ ସଫଳତା ପାଇଁ ଶୁଭାକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.