"ଦେଶରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ଆଗ୍ରହୀ ଅଟେ। 2036 ମସିହାରେ ଅଲିମ୍ପିକ୍ସର ସଫଳ ଆୟୋଜନ ପାଇଁ ଭାରତ ସମସ୍ତ ପ୍ରକାର ଚେଷ୍ଟା କରିବ। ଏହା ହେଉଛି 140 କୋଟି ଭାରତୀୟଙ୍କ ସ୍ୱପ୍ନ।"
2029 ମସିହାରେ ହେବାକୁ ଥିବା ଯୁବ ଅଲିମ୍ପିକ୍ସ ଆୟୋଜନ କରିବାକୁ ମଧ୍ୟ ଭାରତ ଆଗ୍ରହୀ
ଭାରତୀୟମାନେ କେବଳ କ୍ରୀଡାପ୍ରେମୀ ନୁହଁନ୍ତି, ବରଂ ଏହା ସହିତ କ୍ରୀଡ଼ାର ଭାବନା ମଧ୍ୟ ରଖିଥାନ୍ତି
“ଭାରତର କ୍ରୀଡ଼ା ପରମ୍ପରା ସମଗ୍ର ବିଶ୍ୱର ଅଟେ”
“କ୍ରୀଡ଼ାରେ କେହି ହାରି ନଥାନ୍ତି, କେବଳ ବିଜେତା ଏବଂ ଶିକ୍ଷାର୍ଥୀ ହୋଇଥାନ୍ତି”
“ଆମେ ଭାରତରେ କ୍ରୀଡ଼ାର ଅନ୍ତର୍ଭୂକ୍ତତା ଏବଂ ବିବିଧତା ଉପରେ ଧ୍ୟାନ ଦେଉଛୁ”
ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ୍ କରିବାକୁ ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ସୁପାରିଶ କରିଛି ଏବଂ ଆମେ ଶୀଘ୍ର ସକାରାତ୍ମକ ଖବର ଶୁଣିବାକୁ ଆଶା କରୁଛୁ ”

ଆଇଓସିର ସଭାପତି ଶ୍ରୀ ଥୋମାସ ବାଚ୍‌, ଆଇଓସିର ସମ୍ମାନିତସଦସ୍ୟ, ସମସ୍ତ ଆନ୍ତର୍ଜାତୀୟ କ୍ରୀଡା ମହାସଂଘ, ଭାରତରଜାତୀୟ ମହାସଂଘର ସମସ୍ତ ପ୍ରତିନିଧିଗଣ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିଗଣ !

140 କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଏହିବିଶେଷ ଆୟୋଜନରେ ମୁଁ ସ୍ୱାଗତ କରୁଛି, ଅଭିନନ୍ଦନଜଣାଉଛି । ଆନ୍ତର୍ଜାତୀୟ ଅଲିମ୍ପିକ ସଂଘର ଏହି 141ତମଅଧିବେଶନ ଭାରତରେ ହେବା ହେଉଛି ବେଶ୍ ସ୍ୱତନ୍ତ୍ର । 40ବର୍ଷ ପରେ ଭାରତରେ ଆଇଓସିର ଅଧିବେଶନ ହେବା, ଆମପାଇଁ ହେଉଛି ବହୁତ ଗୌରବର କଥା ।

ବନ୍ଧୁଗଣ,

ଏବେ କିଛି ମିନିଟ ପୂର୍ବରୁ ହିଁ ଭାରତ ଅହମ୍ମଦାବାଦରେ ବିଶ୍ୱରସର୍ବ ବୃହତ ଷ୍ଟାଡିୟମରେ ବହୁତ ଚମତ୍କାର ବିଜୟ ହାସଲକରିଛି । ମୁଁ ଭାରତୀୟ ଦଳକୁ, ସମସ୍ତ ଭାରତବାସୀଙ୍କୁ ଏହିଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

କ୍ରୀଡା, ଭାରତରେ ଆମ ସଂସ୍କୃତିର, ଆମ ଜୀବନ ଶୈଳୀର, ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ରହିଆସିଛି । ଆପଣ ଯଦିଭାରତର ଗୋଆକୁ ଯିବେ, ତେବେ ଜାଣିବାକୁ ପାଇବେ ବିନାକ୍ରୀଡାରେ ଆମର ପ୍ରତ୍ୟେକ ଉତ୍ସବ ହେଉଛି ଅଧୁରା । ପ୍ରତ୍ୟେକଭାରତୀୟ କେବଳ କ୍ରୀଡା ପ୍ରେମୀ ନୁହନ୍ତି, ବରଂ ଆମେ ହେଉଛୁକ୍ରୀଡା ସହିତ ବଂଚୁଥିବା ଲୋକ । ଆଉ ଏହା ହଜାର- ହଜାରବର୍ଷ ଧରି ଆମ ଇତିହାସରେ ପ୍ରତିବିମ୍ବିତ ହେଉଛି । ସିନ୍ଧୁଉପତ୍ୟାକା ସଭ୍ୟତା ହେଉ,  ହଜାର ହଜାର ବର୍ଷ ପୁରୁଣାବୈଦିକ କାଳ ହେଉ,  ଅବା ତା’ପରର କାଳଖଣ୍ଡ ହେଉ, ପ୍ରତ୍ୟେକ ସମୟରେ କ୍ରୀଡାକୁ ନେଇ ଭାରତର ପରମ୍ପରା ବହୁତସମୃଦ୍ଧ ରହି ଆସିଛି । ଆମର ଏଠାରେ ହଜାର- ହଜାର ବର୍ଷପୂର୍ବରୁ ଲେଖା ଯାଇଥିବା ଗ୍ରନ୍ଥଗୁଡିକରେ 64 ବିଦ୍ୟାରେପାରଙ୍ଗମ ହେବାର କଥା କୁହାଯାଇଥାଏ । ଏହା ମଧ୍ୟରୁ ଅନେକବିଦ୍ୟା କ୍ରୀଡା ସହିତ ଜଡିତ ହୋଇଥିଲା, ଯେପରିକି ଘୋଡାଚଢିବା, ତୀରନ୍ଦାଜ, ପହଂରିବା, କୁସ୍ତି ଭଳି  ଅନେକ କଳାଶିଖିବା ଉପରେ ଗୁରୁତ୍ୱ ଦିଆଯାଉଥିଲା । ତୀରନ୍ଦାଜ ଅବାଧନୁର୍ବିଦ୍ୟାକୁ ଶିଖିବା ପାଇଁ ତ’ ସମ୍ପୁର୍ଣ୍ଣ ଧନୁର୍ବେଦ ସଂହିତା ହିଁଲେଖାଯାଇଥିଲା । ଏହି ସଂହିତାରେ ଗୋଟିଏ ସ୍ଥାନରେକୁହାଯାଇଛି -

 

ଧନୁଶ ଚକରଂଚ୍ କୁନ୍ତଂଚ ଖଡଗଂଚ କ୍ଷୁରିକା ଗଦା ।

ସପ୍ତମମ୍ ବାହୁ ଯୁଦ୍ଧମ୍‌,ସ୍ୱା-ଦେବମ୍‌, ଯୁଦ୍ଧାନୀ ସପ୍ତଧା ।

ଅର୍ଥାତ- ଧନୁର୍ବିଦ୍ୟା ସହିତ ଜଡିତ 7 ପ୍ରକାରର ଦକ୍ଷତା ଆସିବାଉଚିତ । ଯେଉଁଥିରେ ଧନୁଷ- ବାଣ, ଚକ୍ର, ଭାଲା ଅର୍ଥାତ ଆଜିରଜାଭେଲିନ ଥ୍ରୋ, ଖଣ୍ଡାଯୁଦ୍ଧ ବା ତଲୱାରବାଜୀ, ଡ୍ରେଗର, ଗଦାଏବଂ କୁସ୍ତି ସାମିଲ ଅଛି ।

ସାଥୀଗଣ,

କ୍ରୀଡାରେ ଆମର ଏହି ହଜାର- ହଜାର ବର୍ଷର ପରମ୍ପରାରଅନେକ ବୈଜ୍ଞାନିକ ପ୍ରମାଣ ରହିଛି । ଯେଉଁଠାରେ ମୁମ୍ବାଇରେଆମେ ଏବେ ଅଛେ, ଏଠାରୁ ପ୍ରାୟ 900 କିଲୋମିଟର ଦୂରକଚ୍ଛରେ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ହେଉଛି- ଧୋଲାବିରା । ଧୋଲାବିରା, 5 ହଜାର ବର୍ଷ ପୂର୍ବରୁ ମଧ୍ୟ ଏକବହୁତ ବଡ଼ ଏବଂ ସମୃଦ୍ଧ ବନ୍ଦର ନଗରୀ ଭାବେ ସୁନାମ ଅର୍ଜନକରିଥିଲା । ଏହି ପ୍ରାଚୀନ ନଗରୀରେ ସହରାଂଚଳ ଯୋଜନାସହିତ କ୍ରୀଡା ଭିତିଭୂମିର ମଧ୍ୟ ଏକ ଚମତ୍କାର ମଡେଲ ମିଳିଛି ।ଖନନ ସମୟରେ ଏଠାରେ ଏଠରେ 2ଟି ଷ୍ଟାଡିୟମ ସାମନାକୁଆସିଲା । ଏଥି ମଧ୍ୟରୁ ଗୋଟିଏ ତ’ ହେଉଛି ବିଶ୍ୱର ସର୍ବପୁରାତନ ଏବଂ ହେଉଛି ସେହି ସମୟର ବିଶ୍ୱର ସବୁଠାରୁ ବଡ଼ଷ୍ଟାଡିୟମ । 5 ହଜାର ବର୍ଷ ପୁରୁଣା ଭାରତର ଏହି ଷ୍ଟାଡିୟମରେଏକା ସାଙ୍ଗରେ 10 ହଜାର ଲୋକମାନଙ୍କର ବସିବା ପାଇଁବ୍ୟବସ୍ଥା ରହିଥିଲା । ଭାରତର ଆଉ ଏକ ପୁରାତନ ସ୍ଥଳୀ, ରାଖୀଗଢ଼ୀରେ ମଧ୍ୟ କ୍ରୀଡ଼ା ସହିତ ଜଡ଼ିତ ଷ୍ଟ୍ରକଚର୍ସର ଚିହ୍ନଟକରାଯାଇଛି । ଭାରତର ଏହି ପରମ୍ପରା, ହେଉଛି ସମଗ୍ର ବିଶ୍ୱରପରମ୍ପରା ।

ବନ୍ଧୁଗଣ,

କ୍ରୀଡ଼ାରେ କେହି ହାରି ନ ଥାନ୍ତି, କ୍ରୀଡ଼ାରେ କେବଳ ବିଜୟୀଏବଂ ଶିକ୍ଷାର୍ଥୀ ରହି ଥାଆନ୍ତି । କ୍ରୀଡ଼ାର ଭାଷା ହେଉଛିସାର୍ବଜନୀନ , ସ୍ପିରିଟ ମଧ୍ୟ ହେଉଛି ସାର୍ବଜନୀନ । କ୍ରୀଡ଼ାକେବଳ ପ୍ରତିଯୋଗିତା ହୋଇ ନ ଥାଏ । କ୍ରୀଡ଼ା ମାନବିକତାକୁନିଜସ୍ୱ ବିସ୍ତାର ପାଇଁ ସୁଯୋଗ ପ୍ରଦାନ କରିଥାଏ । କେହି ମଧ୍ୟରେକର୍ଡ ଭଙ୍ଗ କରନ୍ତୁ, ସମଗ୍ର ବିଶ୍ୱ ତାହାର ସ୍ୱାଗତ କରିଥାଏ। କ୍ରୀଡ଼ା, ଆମର ବସୁଧୈବ କୁଟୁମ୍ବକମ୍ ଅର୍ଥାତ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ଭାବକୁ ମଧ୍ୟ ସଶକ୍ତ କରିଥାଏ। ଏଥିପାଇଁ ଆମ ସରକାର ପ୍ରତ୍ୟେକ ସ୍ତରରେ କ୍ରୀଡ଼ାକୁପ୍ରୋତ୍ସାହନ ଦେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧତାର ସହିତକାର୍ଯ୍ୟ କରୁଛନ୍ତି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା, ଖେଲୋ ଇଣ୍ଡିଆ ଯୁବ କ୍ରୀଡା, ଖେଲୋ ଇଣ୍ଡିଆ ଶୀତକାଳୀନକ୍ରୀଡା,  ସାଂସଦ କ୍ରୀଡା ପ୍ରତିଯୋଗିତା, ଆଉ ଶୀଘ୍ର ଆୟୋଜିତହୋଇଥିବା ଖେଲୋ ଇଣ୍ଡିଆ ପାରା ଗେମ୍ସ ହେଉଛି ଏହାରଉଦାହରଣ । ଆମେ ଭାରତରେ ଖେଳ ସବୁର ବିକାଶ କରିବାପାଇଁ ଅନ୍ତର୍ଭୁକ୍ତିକରଣ ଏବଂ ବିବିଧତା ଉପରେ ମଧ୍ୟ କ୍ରମାଗତଭାବେ ଫୋକସ କରୁଛନ୍ତି ।

 

ବନ୍ଧୁଗଣ,

କ୍ରୀଡ଼ାକୁ ନେଇ ଭାରତର ଏହି ଫୋକସ କାରଣରୁ ଆଜି ଭାରତଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରୁଛି ।ବିଗତ ଅଲମ୍ପିକ୍ସରେ କେତେକ ଭାରତୀୟ ଆଥଲେଟମାନେଉନ୍ନତ ମାନର ପ୍ରଦର୍ଶନ କଲେ । ନିକଟରେ ଅନୁଷ୍ଠିତହୋଇଥିବା ଏସିଆନ ଗେମ୍ସରେ ଭାରତ ଐତିହାସିକ ପ୍ରଦର୍ଶନକରିଛନ୍ତି । ତା’ପୂର୍ବରୁ ହୋଇଥିବା ବିଶ୍ୱ ବିଶ୍ୱବିଦ୍ୟାଳୟକ୍ରୀଡାରେ ମଧ୍ୟ ଆମର ଯୁବ କ୍ରୀଡ଼ାବିତମାନେ ନୂତନ ରେକର୍ଡସ୍ଥାପନ କରିଛନ୍ତି । ଏହା ହେଉଛି ଭାରତର ବଦଳୁଥିବା ଏବଂଦ୍ରୁତ ଗତିରେ ବିକଶିତ ହେଉଥିବା କ୍ରୀଡ଼ା ଦୃଶ୍ୟପଟ୍ଟର ସଂକେତ।

ସାଥୀଗଣ,

ବିଗତ ବର୍ଷମାନଙ୍କରେ ଭାରତ ପ୍ରତ୍ୟେକ ପ୍ରକାରର ବିଶ୍ୱସ୍ତରୀୟକ୍ରୀଡ଼ା ଟୁର୍ଣ୍ଣାମେଂଟ ଆୟୋଜିତ କରିବାର ନିଜର ସାମର୍ଥ୍ୟକୁପ୍ରମାଣିତ କରିଛି । ନିକଟରେ ଆମେ ଚେସ ଅଲମ୍ପିଆଡ଼ରଆୟୋଜନ କଲୁ, ଯେଉଁଥିରେ ବିଶ୍ୱର 186 ଦେଶ ସାମିଲହୋଇଥିଲେ । ଆମେ ଫୁଟବଲ ଅଣ୍ଡର- 17, ମହିଳା ବିଶ୍ୱକପ୍‌, ପୁରୁଷ ହକି ବିଶ୍ୱ କପ୍‌, ମହିଳା ବିଶ୍ୱ ବକ୍ସିଙ୍ଗଚମ୍ପିୟାନସିପ, ଏବଂ ବନ୍ଧୁକଚାଳନା ବିଶ୍ୱ କପରେ ମଧ୍ୟଅଧ୍ୟକ୍ଷତା କଲୁ । ଭାରତ ପ୍ରତିବର୍ଷ ବିଶ୍ୱର ସବୁଠାରୁ ବଡ଼କ୍ରିକେଟ ଲିଗର ମଧ୍ୟ ଗୋଟିଏର ଆୟୋଜନ କରିଥାଏ ।ସଂପ୍ରତି ଭାରତରେ କ୍ରିକେଟ ବିଶ୍ୱ କପ୍ ମଧ୍ୟ ଚାଲୁଅଛି ।ଉତ୍ସାହର ଏହି ପରିବେଶ ମଧ୍ୟରେ ସବୁ ଲୋକମାନେ ଏହା ଶୁଣିମଧ୍ୟ ଖୁସି ଅଛନ୍ତି ଯେ ଆଇଓସିର ଏକଜିକ୍ୟୁଟିଭ ବୋର୍ଡକ୍ରିକେଟକୁ ଅଲମ୍ପିକ୍ସରେ ସାମିଲ କରିବା ପାଇଁ ସୁପାରିଶକରିଛନ୍ତି । ଆମର ଆଶା ରହିଛି ଏହି ବିଷୟରେ ଖୁବ ଶୀଘ୍ର ହିଁଆମକୁ ସକରାତ୍ମକ ଖବର ଶୁଣିବାକୁ ମିଳିବ ।

 

ସାଥୀଗଣ,

ଗ୍ଲୋବାଲ ପ୍ରତିଯୋଗିତାର ଆୟୋଜନ, ଆମ ପାଇଁ ସାରା ବିଶ୍ୱରଦେଶଗୁଡ଼ିକୁ ସ୍ୱାଗତ କରିବା ପାଇଁ ସୁଯୋଗ ହୋଇଥାଏ । ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅର୍ଥନୀତି ଏବଂ ଆମର ସୁ- ବିକଶିତଭିତିଭୂମି କାରଣରୁ ବଡ଼ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁଭାରତ ପ୍ରସ୍ତୁତ ରହିଛି । ଏହି ବିଶ୍ୱ, ଭାରତର G-20 ଅଧ୍ୟକ୍ଷତାସମୟରେ ମଧ୍ୟ ଦେଖିଛି । ସାରା ଦେଶର 60ରୁ ଅଧିକସହରଗୁଡ଼ିକରେ ଆମେ କାର୍ଯ୍ୟକ୍ରମ ଆୟୋଜନ କରିଛୁ । ଏହାଲଜିଷ୍ଟିକ୍ସରୁ ନେଇ ପ୍ରତ୍ୟେକ ପ୍ରକାରର ଆମର ଆୟୋଜନଦକ୍ଷତାର ହେଉଛି ପ୍ରମାଣ । ଏଥିପାଇଁ ଆଜି ମୁଁ ଆପଣ ସମସ୍ତଙ୍କସମ୍ମୁଖରେ 140 କୋଟି ଭାରତବାସୀଙ୍କର ଭାବନାକୁ ନିଶ୍ଚିତଭାବେ ରଖିବାକୁ ଚାହିଁବି । ଭାରତ ନିଜ ମାଟିରେ ଅଲମ୍ପିକ୍ସରଆୟୋଜନ କରିବା ପାଇଁ ବହୁତ ଉତ୍ସାହିତ ରହିଛି ।

ବର୍ଷ 2036ରେ ଭାରତରେ ଅଲମ୍ପିକ୍ସର ସଫଳ ଆୟୋଜନକରିବା କଥା ହେଉ, ଏଥିପାଇଁ ଭାରତ, ନିଜର ପ୍ରୟାସଗୁଡ଼ିକରେ କୌଣସି ଅଭାବ ରଖିବ ନାହିଁ । ଏହା ହେଉଛି 140କୋଟି ଭାରତବାସୀଙ୍କ ବର୍ଷ ବର୍ଷ ତଳର ପୁରୁଣା ସ୍ୱପ୍ନ, ହେଉଛିତାଙ୍କର ଆକାଂକ୍ଷା । ଏହି ସ୍ୱପ୍ନକୁ ଏବେ ଆମେ ଆପଣମାନଙ୍କସହଯୋଗ ଦ୍ୱାରା ପୂରଣ କରିବାକୁ ଚାହୁଁଛୁ । ଆଉ 2036ଅଲମ୍ପିକ୍ସ ପୂର୍ବରୁ ମଧ୍ୟ, ଭାରତ ବର୍ଷ 2029ରେ ହେବାକୁ ଥିବାଯେଉଁ ଯୁବ ଅଲମ୍ପିକ୍ସର ଆୟୋଜନ କରିବା ପାଇଁ ମଧ୍ୟ ଇଚ୍ଛୁକରହିଛି । ମୋର ବିଶ୍ୱାସ ରହିଛି, ଭାରତକୁ ଆଇଓସିର ନିରନ୍ତରସହଯୋଗ ମିଳି ଚାଲିବ ।

ବନ୍ଧୁଗଣ,

କ୍ରୀଡ଼ା, କେବଳ ମେଡାଲ ଜିତିବା ପାଇଁ ନୁହେଁ ବରଂ ହେଉଛିହୃଦୟକୁ ଜିତିବାର ମାଧ୍ୟମ । କ୍ରୀଡ଼ା ହେଉଛି ସମସ୍ତଙ୍କର, ସମସ୍ତଙ୍କ ପାଇଁ । କ୍ରୀଡ଼ା କେବଳ ଚମ୍ପିୟାନ୍ସ ପ୍ରସ୍ତୁତ କରେ ନାହିଁ, ବରଂ, ଶାନ୍ତି, ପ୍ରଗତି ଏବଂ ସୁସ୍ଥତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। ତେଣୁ କ୍ରୀଡ଼ା, ବିଶ୍ୱକୁ ଯୋଡ଼ିବାର ହେଉଛି ଆଉ ଏକ ସଶକ୍ତମାଧ୍ୟମ । ମୁଁ ଅଲମ୍ପିକ୍ସର ଲକ୍ଷ୍ୟକୁ ପୁଣି ଥରେ ଆପଣମାନଙ୍କସମ୍ମୁଖରେ ଦୋହରାଇବି- ଦ୍ରୁତତମ, ଉଚ୍ଚତର, ଶକ୍ତିଶାଳୀ, ଏକାଠି । ଆଇଓସିର 141ତମ ଅଧିବେଶନକୁ ଆସିଥିବା ସମସ୍ତଅତିଥିଙ୍କୁ, ଅଧ୍ୟକ୍ଷ ଥୋମାସ ବାଚଙ୍କୁ, ଆଉ ସମସ୍ତ ପ୍ରତିନିଧିଙ୍କୁ ମୁଁପୁଣିଥରେ ହୃଦୟର ସହିତ ଧନ୍ୟବାଦ ଜଣାଉଛି । ଆଗାମୀକିଛି ଘଂଟା ମଧ୍ୟରେ ଆପଣମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିଗ୍ରହଣ କରିବାକୁ ହେବ । ମୁଁ ବର୍ତମାନ ଘୋଷଣା କରୁଛିଅଧିବେଶନର ଶୁଭାରମ୍ଭ କରାଗଲା!

 

साल 2036 में भारत में ओलंपिक्स का सफल आयोजन हो, इसके लिए भारत, अपने प्रयासों में कोई कमी नहीं रखेगा। ये 140 करोड़ भारतीयों का बरसों पुराना सपना है, उनकी आकांक्षा है। इस सपने को अब हम आप सबके सहयोग से पूरा करना चाहते हैं। और 2036 ओलंपिक्स से भी पहले, भारत साल 2029 में होने जा रहे यूथ ओलंपिक्स की मेजबानी करने का भी इच्छुक है। मुझे विश्वास है, भारत को IOC का निरंतर सहयोग मिलता रहेगा।

Friends,

स्पोर्ट्स, सिर्फ medal जीतने का नहीं बल्कि दिलों को जीतने का माध्यम है। स्पोर्ट्स सबका है, सबके लिए है। स्पोर्ट्स सिर्फ चैंपियन्स ही तैयार नहीं करता बल्कि, peace, progress और wellness को भी प्रमोट करता है। इसलिए स्पोर्ट्स, दुनिया को जोड़ने का एक और सशक्त माध्यम है। मैं ओलंपिक्स के मोटो को फिर आपके सामने दोहराऊंगा- Faster, Higher, Stronger, Together. IOC के 141वें Session में आए सभी अतिथियों का, अध्यक्ष थॉमस बाख का और सभी Delegates का मैं फिर से हृदय से धन्यवाद करता हूं। आने वाले कुछ घंटों में आपको अनेक महत्वपूर्ण फैसले लेने हैं। I now declare this session open !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
PM chairs 53rd PRAGATI Meeting
August 25, 2026
PM reviews six key infrastructure projects across the Railway, Road and Power sectors
Projects reviewed span across 9 States with cumulative investment of more than ₹30,000 crore
PM says Infrastructure projects should be viewed as an integrated whole, rather than as individual sections or packages
PM calls for continuous reforms across all stages of project implementation and a proactive work culture across Ministries and States
PM says Speed must go hand-in-hand with quality
While reviewing AgriStack, PM emphasises the need to leverage the latest digital technologies including AI to derive greater value from agricultural data
On cyber fraud and ‘digital arrest’, PM stresses training, public awareness, cyber-safety education and coordinated action

Prime Minister Shri Narendra Modi chaired the 53rd meeting of PRAGATI, the ICT-enabled, multi-modal platform for Pro-Active Governance and Timely Implementation, at Seva Teerth earlier today.

During the meeting, Prime Minister reviewed six key infrastructure projects across the Railway, Road and Power sectors, spanning nine States with a cumulative cost of more than ₹30,000 crore. The projects, significant for strengthening connectivity, supporting industrial and economic activity and improving public services, were reviewed with particular emphasis on adherence to timelines, inter-agency coordination, resolution of pending issues and expeditious completion.

Prime Minister emphasised that delays in infrastructure projects have consequences beyond cost escalation, as they also postpone the benefits intended for citizens, businesses and the economy. He said that infrastructure projects should be viewed and monitored as an integrated whole, rather than as isolated sections, stretches or packages. He noted that progress in individual packages should ultimately translate into timely completion and operationalisation of the entire project. Ministries and States were therefore asked to adopt an end-to-end approach, and address critical gaps that could delay the overall commissioning and delivery of benefits. He called for fostering a proactive work culture across Ministries and State Governments, with greater ownership at every level of project implementation.

Prime Minister stressed the need to explore common utility corridors for infrastructure services, wherever feasible, particularly while planning major transport and infrastructure projects. He called upon Ministries and States to examine such integrated approaches at the planning stage itself, keeping in view their technical and economic feasibility.

Prime Minister said that speed of execution must be accompanied by uncompromising quality. He called upon Ministries, States and implementing agencies to adopt modern technologies and strengthen quality assurance and supervision at every stage.

While reviewing AgriStack under the Digital Agriculture Mission, Prime Minister emphasised the need to leverage the latest digital technologies, including Artificial Intelligence, to derive greater value from agricultural data. He stressed that the data ecosystem should be effectively utilised across the agricultural value chain, from input planning to processing, enabling more informed interventions, better targeting and data-driven decision-making. He appreciated the efforts of the States and the Central Government in building the AgriStack ecosystem and called for further strengthening its use for delivering better outcomes for farmers.

During the review of cyber fraud cases, including incidents of digital arrest, Prime Minister said that prevention must be strengthened through a sustained focus on training, awareness and education. He stressed the need for continuous and targeted public-awareness campaigns, particularly for senior citizens, youth and other vulnerable sections, to familiarise them with common fraud techniques, warning signs and safe digital practices. He also called for regular capacity-building of personnel involved so that emerging modes of cyber fraud are identified and acted upon swiftly.