“ଆଗାମୀ ବଂଶଧରଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରି ସେମାନଙ୍କ ଆକାଂକ୍ଷା ପୂରଣ ସହ ଆମେ ଗରିବ ଓ ଅବହେଳିତଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଅଙ୍ଗୀକାରବଦ୍ଧ”
“ଜନସାଧାରଣ ସବୁବେଳେ ଯେକୌଣସି ଭିତ୍ତିଭୂମି ବିକାଶର କେନ୍ଦ୍ରରେ ନିଶ୍ଚୟ ରହିବେ; ଆମେ ଭାରତରେ ତାହାହିଁ କରୁଛୁ”
“ଆମେ ଯଦି ନମନୀୟ ଭିତ୍ତିଭୂମି ପ୍ରସ୍ତୁତ କରୁ ଆମେ କେବଳ ଆମ ପାଇଁ ବିପର୍ଯ୍ୟୟ ଏଡାଇବା ନାହିଁ, ବରଂ ଏହା ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ମଧ୍ୟ ପ୍ରଜୁର୍ଯ୍ୟ”

ମହାମହିମ, ବିଶେଷଜ୍ଞ, ଶିକ୍ଷାଶାସ୍ତ୍ରୀ, ବ୍ୟବସାୟ ଓ ଉଦ୍ୟୋଗ ଜଗତର ନେତୃମଣ୍ଡଳୀ, ନୀତି ନିର୍ମାତା ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରର ମୋର ଶ୍ରଦ୍ଧେୟ ବନ୍ଧୁଗଣ ।

ସମସ୍ତଙ୍କୁ ନମସ୍କାର!

ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥିତିସ୍ଥାପକ ଭିତ୍ତିଭୂମି ନିର୍ମାଣ ସଂକ୍ରାନ୍ତ ଚତୁର୍ଥ ଆନ୍ତର୍ଜାତିକ ସମ୍ମିଳନୀରେ ଆପଣମାନଙ୍କ ସହିତ ଯୋଗଦେଇ ମୁଁ ବିଶେଷ ଆନନ୍ଦିତ । ପ୍ରାରମ୍ଭରେ ଆମମାନଙ୍କୁ ସମସ୍ତଙ୍କୁ ସ୍ମରଣ କରିବାକୁ ପଡିବ ଯେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଆମେ ଯେଉଁ ସଂକଳ୍ପ ନେଇଥିଲେ ତାହାର ପ୍ରଥମ କଥା ହେଲା, “କେହି ଯେପରି ପଛରେ ପଡି ନ ଯାଆନ୍ତି ।” ସେଥିପାଇଁ ଆମେ ଦରିଦ୍ରତମ ଉପେକ୍ଷିତ, ଅବହେଳିତ ଓ ସବୁଠୁ ଦୁର୍ବଳ ବ୍ୟକ୍ତିର ଆବଶ୍ୟକତା ପୂରଣ ପାଇଁ ଅଙ୍ଗୀକୃତ ହୋଇଥିଲେ ଓ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ପରବର୍ତ୍ତୀ ପିଢିର ଭିତ୍ତିଭୂମି ନିର୍ମାଣ କରିବାକୁ ସଂକଳ୍ପ ନେଇଥିଲେ । ଆହୁରି ମଧ୍ୟ ଭିତ୍ତିଭୂମି କେବଳ ପୁ୍‌ଞ୍ଜିଗତ ସମ୍ପତ୍ତି ନିର୍ମାଣ ଏବଂ ନିବେଶ ମାଧ୍ୟମରେ ଦୀର୍ଘ ମିଆଦି ଆୟ ବ୍ୟବସ୍ଥା ତିଆରି କରିବା ଏକମାତ୍ର ଲକ୍ଷ୍ୟ ନୁହେଁ । ଏହା ମଧ୍ୟ କେବଳ ସଂଖ୍ୟା କିମ୍ବା ଟଙ୍କାର କଥାରେ ମଧ୍ୟ ସୀମିତ ନୁହେଁ, ବରଂ ଏହା ସାମଗ୍ରିକ ଭାବେ ଜନତାଙ୍କ ସ୍ୱାର୍ଥ ସହିତ ଜଡିତ । ଏହା ମୂଳତଃ ଲୋକଙ୍କ କଥା । ଏଥିରେ ଲୋକଙ୍କୁ  ଉତ୍ତମ ମାନର ଭରସାଯୋଗ୍ୟ ଓ ନିରନ୍ତର ସେବା ସମସ୍ତଙ୍କୁ ସମାନଭାବେ ଯୋଗାଇ ଦେବା ଗୁରୁତ୍ୱ ରଖେ । ଯେ କୌଣସି ଭିତ୍ତିଭୂମି ବିକାଶ କାହାଣୀର କେନ୍ଦ୍ରରେ ଲୋକେ ସର୍ବଦା ରହିବା ଉଚିତ । ଆମେ ଠିକ୍ ସେହି କଥା ଭାରତରେ କରୁଛୁ । ତଦନୁସାରେ ଆମେ ଭାରତରେ ମୌଳିକ ସେବା ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଆସୁଛୁ । ସ୍ୱାସ୍ଥ୍ୟ ଓ ଶିକ୍ଷା ଠାରୁ ଆରମ୍ଭ କରି ପାନୀୟଜଳ, ଖାଦ୍ୟ, ପରିଚ୍ଛନ୍ନତା, ବିଜୁଳି ଯୋଗାଣ, ପରିବହନ ସେବା ଆଦି ବିିଭିନ୍ନ କ୍ଷେତ୍ରରେ ଆମର ପ୍ରୟାସ ଜାରି ରହି ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପୂର୍ବକ ସେମାନଙ୍କ ଜୀବନକୁ ସହଜ  ସୁନ୍ଦର କରିବାକୁ ଉଦ୍ୟମ ଚଳାଇଛୁ । ଆମେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିହତ କରିବାକୁ ସିଧାସଳଖ ଉଦ୍ୟମ କରୁଛୁ । ସେଥିପାଇଁ ଜଳବାୟୁ ପରିବର୍ତ୍ତନର  ଉପଯୁକ୍ତ ମୁକାବିଲା କରିବାକୁ ସବୁମନ୍ତେ କା କରିବାକୁ ଆମେ ‘କୋପ୍‌-୨୬’ରେ ଆମ ଅଙ୍ଗୀକାର ଘୋଷଣା କରିଛୁ । ଏହି ଘୋଷଣା ଅନୁସାରେ ୨୦୭୦ ସୁଦ୍ଧା “ନେଟ୍ ଜିରୋ” ବା ଶୂନ୍ୟ କାର୍ବନ ନିର୍ଗମନର ପ୍ରତିଶ୍ରୁତି ଦେଇ ଆମ ବିକାଶ ପ୍ରକ୍ରିୟାକୁ ଜାରି ରଖିବାକୁ ଅଙ୍ଗୀକୃତ ହୋଇଛୁ ।

 ବନ୍ଧୁଗଣ,

ଭିତ୍ତିଭୂମିର ବିକାଶ ଦ୍ୱାରା ମାନବୀୟ ଦକ୍ଷତା ଓ ସାମର୍ଥ୍ୟର ଉଲ୍ଲେଖନୀୟ ପରିପ୍ରକାଶ ଘଟିଥାଏ । ତେବେ ସେଥିପାଇଁ କେବଳ ଭିତ୍ତିଭୂମିକୁ ମାନିନେଲେ ଚଳିବ ନାହିଁ । ଏହି ବ୍ୟବସ୍ଥାରେ ଉଭୟ ଜଣା  ଓ ଅଜଣା ଆହ୍ୱାନ ରହିଛି ଏବଂ ସେଥିରେ ଜଳବାୟୁ ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଆମେ ୨୦୧୯ରେ ଯେତେବେଳେ ବୈଶ୍ୱିକସ୍ତରରେ ସିଡିଆର୍‌ଆଇ ଆରମ୍ଭ କଲୁ, ସେତେବେଳେ ଏହା ଆମର ନିଜସ୍ୱ ଅଭିଜ୍ଞତା ଓ ଅନୁଭୂତ  ଆବଶ୍ୟକତାକୁ ବିଚାରକୁ ନେଇ କରାଯାଉଥିଲା । ବନ୍ୟାରେ ଯେତେବେଳେ ଏକ ସେତୁ  ଧୋଇଯାଏ,  ବାତ୍ୟାରେ ଯେତେବେଳେ ବିଦ୍ୟୁତ ଲାଇନ ଭାଙ୍ଗି କ୍ଷତିଗ୍ରସ୍ତ ହୁଏ, ବନାଗ୍ନି ଯୋଗୁଁ ଯେତେବେଳେ ଯୋଗାଯୋଗ ଟାୱାର ନଷ୍ଟ ହୁଏ-ସେତେବେଳେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଓ ଜୀବିକା ସିଧାସଳଖ ପ୍ରଭାବିତ ହୋଇଥାଏ । ଏସବୁ ଭିତ୍ତିଭୂମି କ୍ଷତିର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ଅନୁଭୂତ ହୁଏ ଓ କୋଟି କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ତେଣୁ ଆମ ଆଗରେ ଥିବା ଆହ୍ୱାନ ଅତ୍ୟନ୍ତ ସ୍ପଷ୍ଟ । ଆମ ପାଖରେ ଉପଲବ୍ଧ ଆଧୁନିକ ଟେକ୍‌ନୋଲୋଜି ଓ ଜ୍ଞାନ ସହାୟତାରେ ଆମେ କ’ଣ ଏକ ଉପଯୁକ୍ତ ସ୍ଥିତିସ୍ଥାପକ ଭିତ୍ତଭୂମି ନିର୍ମାଣ କରିପାରିବା ନାହିଁ;  ଯାହା ଦୀର୍ଘକାଳ ତିଷ୍ଠି ପାରିବ ? ଏହି ଆହ୍ୱାନକୁ ଠିକ୍‌ଭାବେ ଚିହ୍ନଟ କରିବା ପରେ ଆମେ ସିଡିଆର୍‌ଆଇ ସୃଷ୍ଟି କଲୁ । ସତକଥା ହେଲା ଏହି ମିଳିତ ସହଯୋଗ ବ୍ୟବସ୍ଥା ଅଳ୍ପ ସମୟରେ ବ୍ୟାପକ ସମର୍ଥନ ହାସଲ କରି ତାହା  ସମଗ୍ର ବିଶ୍ୱରେ କାୟା ବିସ୍ତାର କଲା । ଏଥିରୁ ସ୍ପଷ୍ଟ ସୂଚନା ମିଳେ ଯେ ସମସ୍ତେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ମିଳିତ ପ୍ରୟାସର ବାତାବରଣ ସୃଷ୍ଟି ହୁଏ ।

ବନ୍ଧୁଗଣ,

ମାତ୍ର ଅଢେଇବର୍ଷର ସ୍ୱଳ୍ପ ସମୟ ମଧ୍ୟରେ ସିଡିଆର୍‌ଆଇ ବହୁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଆରମ୍ଭ କରିଛି ଏବଂ ଏହାର ଅବଦାନ ମଧ୍ୟ ବେଶ୍ ଭଲ ରହିଛି । ଦ୍ୱୀପ ରାଷ୍ଟ୍ରଗୁଡିକର ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ନିର୍ମାଣ ପ୍ରୟାସ ଆରମ୍ଭ କରିବାକୁ କୋପ୍‌-୨୬ରେ ଗତବର୍ଷ ନିଷ୍ପତ୍ତି ନିଆଯାଇଥିଲା । ଛୋଟ ଛୋଟ ଦ୍ୱୀପ ରାଷ୍ଟ୍ରମାନଙ୍କ ସୁରକ୍ଷା ପାଇଁ ମିଳିତ ଭାବେ କାମ କରିବାର ଆଗ୍ରହ ଓ ପ୍ରଚେଷ୍ଟାକୁ ଏହା ପ୍ରମାଣିତ କରୁଛି । ସିଡିଆର୍‌ଆଇର ଉଦ୍ୟମରେ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ  ବିଦ୍ୟୁତ୍ ଯୋଗାଣ ଭିତ୍ତିଭୂମି ନିର୍ମାଣ ସୁଦୃଢ ହୋଇଛି । ଏହାଫଳରେ ବାତ୍ୟା ଓ ସାମୁଦ୍ରିକ ପ୍ଲାବନ ଯୋଗୁଁ ଶକ୍ତି ଯୋଗାଣ ବିଶେଷ ପ୍ରଭାବିତ ହେଉନାହିଁ । ଏହି କାର୍ଯ୍ୟର ସଫତଳାକୁ ଅନ୍ୟତ୍ର ପହଂଚାଇବାକୁ ପଡିବ ଏବଂ ପ୍ରତିବର୍ଷ କ୍ରାନ୍ତିମଣ୍ଡଳୀୟ ବାତ୍ୟା ଯୋଗୁଁ ପ୍ରଭାବିତ ହେଉଥିବା ବିଶ୍ୱର ୧୩୦ ନିୟୁତ ଲୋକଙ୍କ ପାଇଁ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ କରିବାକୁ ହେବ । ସିଡିଆର୍‌ଆଇ ମଧ୍ୟ ବିଶ୍ୱର ୧୫୦ ବିମାନ ବନ୍ଦରକୁ ସ୍ଥିତିସ୍ଥାପକ ଓ ବିପର୍ଯ୍ୟୟ ପ୍ରତିରୋଧ ବୃଦ୍ଧି କରିବାକୁ ଉଦ୍ୟମ ଆରମ୍ଭ କରିଛି । ଦୃଢ ଭିତ୍ତିଭୂମି ନିର୍ମାଣ କରି  ପ୍ରତିକୂଳ ସ୍ଥିତିରେ ବିଶ୍ୱର ଯୋଗାଯୋଗ ବ୍ୟବସ୍ଥାକୁ ନିରାପଦ ରଖିôବାକୁ ଏହି ପ୍ରୟାସ ସମର୍ଥ ହୋଇପାରିବ । ଏଥିପାଇଁ ଯେଉଁ ଜ୍ଞାନ ଓ ଟେକ୍‌ନୋଲୋଜିର ଆବଶ୍ୟକତା ରହିଛି ତାହା ସମଗ୍ର ବିଶ୍ୱ ମିଳିତ ଭାବେ ଯୋଗାଇଦେବା ଆବଶ୍ୟକ । ସିଡିଆର୍‌ଆଇର ସବୁ ରାଷ୍ଟ୍ର ସ୍ଥିତିସ୍ଥାପକ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପ୍ରଶଂସନୀୟ ସହଯୋଗ ଯୋଗାଉଛନ୍ତି । ଏଥିପାଇଁ ବୈଶ୍ୱିକସ୍ତରରେ ପେସାଦାରୀ ଢଙ୍ଗରେ କାମ ଚାଲିଛି । ଏକ ନିରାପଦ ଓ ବିପର୍ଯ୍ୟୟ ପ୍ରତିରୋଧ ବ୍ୟବସ୍ଥା ନିର୍ମାଣ ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ଆମ ଭବିଷ୍ୟତକୁ ସ୍ଥିତିସ୍ଥାପକ ଓ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ଆମକୁ ସମ୍ମିଳିତ ଭାବେ କାମ କରିବାକୁ ପଡିବ । ସେଥିରେ ପ୍ରଥମ ଆବଶ୍ୟକତା ହେଲା ଏକ ସ୍ଥିତିସ୍ଥାପକ ଭିତ୍ତିଭୂମି ପରିବର୍ତ୍ତନ ବ୍ୟବସ୍ଥା  ନିର୍ମାଣ କରିବାକୁ ହେବ । ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ହେଲା ସେ ବିଷୟରେ ଅର୍ଥାତ୍ ଏକ ରେଜିଲେଣ୍ଟ ଇନ୍‌ଫ୍ରାଷ୍ଟ୍ରକଚର ଟ୍ରାଂଜିସନ ତିଆରି ପାଇଁ ବାଟ ବାହାର କରିବା । ଆମର ବୃହତର ଅଭିଯୋଜନା ଓ ଉଦ୍ୟମରେ ମଧ୍ୟ ସ୍ଥିତିସ୍ଥାପକ ଭିତ୍ତିଭୂମିକୁ ବିପର୍ଯ୍ୟୟ ସମ୍ଭାଳିବା ଭଳି ଦୃଢ ଓ ସ୍ଥିତ୍‌ିସ୍ଥାପକ କରିପାରିଲେ ଆମେ ବିପତ୍ତିରୁ ନିଜକୁ କେବଳ ରକ୍ଷା କରିବା ନାହିଁ, ପିଢି ପରେ ପିଢି ଆମର ଭବିଷ୍ୟତର ବଂଶଧର ମଧ୍ୟ ଏହା ଦ୍ୱାରା ଉପକୃତ ହେବେ । ଏହା ଏକ ମିଳିତ ସ୍ୱପ୍ନ, ଭାଗିଦାରୀ ଲକ୍ଷ୍ୟ । ଯାହାକୁ ଆମେ ପୂରଣ କରିପାରିବା ଏବଂ ଏହାକୁ ଅବଶ୍ୟ କାର୍ଯ୍ୟରେ ରୂପାୟିତ କରିବାକୁ ପଡିବ । ମୁଁ ମୋର ବକ୍ତବ୍ୟ ଶେଷ କରିବା ପୂର୍ବରୁ ଏହି ସମ୍ମିଳନୀ ମିଳିତଭାବେ ଆୟୋଜନ କରିଥିବାରୁ  ସିଡିଆର୍‌ଆଇ ଏବଂ ଆମେରିକା ସରକାରଙ୍କୁ ଅଭିନନ୍ଦନ ଜଣାଉଛି ।

ମୁଁ ମଧ୍ୟ ଏହି କାର୍ଯ୍ୟକ୍ରମରେ  ସହଯୋଗ କରିଥିବା ସବୁ ଅଂଶୀଦାରଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି । ଏହି ସମ୍ମିଳନୀରେ ଫଳପ୍ରଦ ଆଲୋଚନା ସହିତ ଉତ୍ତମ ନିଷ୍କର୍ଷ ବାହାରିବା ଘେନି ମୁଁ ଦୃଢ ଆଶାବାଦୀ ।

ଆପଣମାନଙ୍କୁ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”