ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଶୁଭାରମ୍ଭ କରାଯାଇଥିବା
ନୂତନ ଯୋଜନାଗୁଡ଼ିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ଏବଂ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଶ୍ବ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେବ : ପ୍ରଧାନମନ୍ତ୍ରୀ
ଆମେ ପରିବର୍ତ୍ତନର କାଳରେ ରହିଛୁ, ସୌଭାଗ୍ୟବଶତଃ, ଆମ ପାଖରେ ଆଧୁନିକ ଏବଂ ନୂତନ ଜାତୀୟ ଶିକ୍ଷା ନୀତି ରହିଛି : ପ୍ରଧାନମନ୍ତ୍ରୀ
ଜନ ଭାଗିଦାରୀ ପୁଣି ଥରେ ଭାରତର ଜାତୀୟ ସ୍ବଭାବ ପାଲଟିଛି : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ ପ୍ରତ୍ୟେକ ଅଲିମ୍ପିଆନ ଓ ପାରା ଅଲିମ୍ପିଆନ ୭୫ଟି ବିଦ୍ୟାଳୟ ପରିଦର୍ଶନ କରିବେ।
ଶିକ୍ଷା କ୍ଷେତ୍ରରେ ନୂତନ ପରିବର୍ତ୍ତନ କେବଳ ନୀତି ଆଧାରିତ ନୁହେଁ, ବରଂ ଜନଭାଗିଦାରୀ ଆଧାରିତ : ପ୍ରଧାନମନ୍ତ୍ରୀ
‘ବିଦ୍ୟାଞ୍ଜଳି ୨.୦’ ଦେଶର ସଂକଳ୍ପ ‘ସବକା ପ୍ରୟାସ’ ସହିତ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ବାସକୁ ଏକ ମଞ୍ଚ ଯୋଗାଇବ : ପ୍ରଧାନମନ୍ତ୍ରୀ
ଏନ-ଡିଅର ସମସ୍ତ ଶିକ୍ଷାଗତ କାର୍ଯ୍ୟରେ ଏକ ସୁପର କନେକ୍ଟ ଭାବେ କାମ କରିବ : ପ୍ରଧାନମନ୍ତ୍ରୀ
ନିଷ୍ଠା ୩.୦ ଦକ୍ଷତା ଆଧାରିତ ଶିକ୍ଷାଦାନ, କଳାର ସମନ୍ବୟ ଏବଂ ଜଟିଳ ଓ ସୃଜନଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ : ପ୍ରଧାନମନ୍ତ୍ରୀ

ନମସ୍କାର!

ଶିକ୍ଷକ ପର୍ବର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅବସରରେ ଆମ ସହିତ ସଂଯୁକ୍ତ ହୋଇଥିବା କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀ, ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଜୀ, ଡକ୍ଟର ସୁଭାଷ ସରକାରଜୀ, ଡକ୍ଟର ରାଜକୁମାର ରଂଜନ ସିଂହଜୀ, ଦେଶର ଭିନ୍ନ ଭିନ୍ନ ରାଜ୍ୟର ମାନନୀୟ ଶିକ୍ଷାମନ୍ତ୍ରୀଗଣ, ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ସ୍ୱରୂପ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କମିଟିର ଅଧ୍ୟକ୍ଷ ଡକ୍ଟର କସ୍ତୁରୀରଙ୍ଗନଜୀ, ତାଙ୍କର ଟିମ୍‌ର ସମସ୍ତ ମ।।ନନୀୟ ସମ୍ମାନିତ ସଦସ୍ୟଗଣ, ସମଗ୍ର ଦେଶରୁ ଆମ ସହିତ ଯୋଡ଼ି ହୋଇ ରହିଥିବା ସମସ୍ତ ବିଦ୍ୱାନ ପ୍ରାଚାର୍ଯ୍ୟଗଣ, ଶିକ୍ଷକଗଣ, ଏବଂ ପ୍ରିୟ ଶିକ୍ଷାର୍ଥୀଗଣ!

ମୁଁ ସର୍ବପ୍ରଥମେ, ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିବା ଆମର ଶିକ୍ଷକମାନଙ୍କ ମୁଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣମାନେ ସଭିଏଁ ଏଭଳି କଠିନ ସମୟରେ ଦେଶରେ ଶିକ୍ଷାଦାନ ନିମନ୍ତେ, ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ଗଠନ ନିମନ୍ତେ ଯେଉଁ ନିଷ୍ଠାର ସହିତ ପ୍ରୟାସ କରିଛନ୍ତି, ଯୋଗଦାନ ଦେଇଛନ୍ତି, ତାହା ଅତୁଳନୀୟ, ପ୍ରଶଂସନୀୟ । ଏହି କାର୍ଯ୍ୟକ୍ରମରେ ଆମର ଯେଉଁ ବିଦ୍ୟାର୍ଥୀମାନେ ଉପସ୍ଥିତ ଅଛନ୍ତି, ମୁଁ ସେମାନଙ୍କ ଚେହେରାକୁ ମଧ୍ୟ ସ୍କ୍ରିନରେ ଦେଖିପାରୁଛି । ଦେଢ଼- ଦୁଇ ବର୍ଷ ପରେ ପ୍ରଥମ ଥର ସେମାନଙ୍କ ମୁହଁରେ ଏଭଳି ଏକ ଭିନ୍ନ ଚମକ ଆପଣମାନଙ୍କ ଚେହେରାରୁ ସ୍ପଷ୍ଟ ଦୃଶ୍ୟ ହେଉଛି । ଏହି ଚମକ ସମ୍ଭବତଃ ସ୍କୁଲ ଖୋଲିବା ଯୋଗୁ ଆସିଛି। ଦୀର୍ଘ ସମୟର ବ୍ୟବଧାନ ପରେ ପୁଣି ଥରେ ସ୍କୁଲକୁ ଯିବା, ସାଙ୍ଗସାଥୀ ଓ ସହପାଠୀଙ୍କୁ ଭେଟିବା, କ୍ଲାସରେ ପଢ଼ାପଢ଼ି କରିବା, ଏହାର ଆନନ୍ଦ କିଛି ଭିନ୍ନ ହୋଇଥାଏ । କିନ୍ତୁ ଏଭଳି ଉତ୍ସାହ ସହିତ କରୋନାର ନିୟମର ପାଳନ ମଧ୍ୟ ଆମ ସମସ୍ତଙ୍କୁ, ଆପଣମାନଙ୍କୁ ଖୁବ୍ ନିଷ୍ଠାର ସହ ଓ କଡାକଡ଼ି ଭାବେ ଅନୁପାଳନ କରିବାକୁ ପଡ଼ିବ।

ସାଥୀଗଣ,

ଆଜି ଶିକ୍ଷକ ପର୍ମର ଏହି ଅବସରରେ ଅନେକ ନୂତନ ଯୋଜନାର ଶୁଭାରମ୍ଭ କରାଯାଇଛି । ଏବଂ ଏବେ ଆମେ ଗୋଟିଏ ଛୋଟ ଫିଲ୍ମ ମାଧ୍ୟମରେ ଏହିସବୁ ଯୋଜନାଗୁଡ଼ିକ ସମ୍ପର୍କରେ ଅବଗତ ହୋଇଛେ । ଏଭଳି ପ୍ରୟାସ ଏଇଥିପାଇଁ ମହତ୍ତ୍ୱପୂର୍ଣ୍ଣ , କାରଣ ଦେଶ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ (ଆଜାଦୀ କା ଅମୃତ ମହୋତ୍ସବ) ପାଳନ କରୁଛି । ସ୍ୱାଧୀନତାର ୧୦୦ ବର୍ଷ ହେବା ବେଳକୁ ଦେଶର କିଭଳି ଥିବ, ସେଥିପାଇଁ ଆଜି ଭାରତ ଏକ ନୂତନ ସଂକଳ୍ପ ଗ୍ରହଣ କରୁଛି । ଆଜି ଯେଉଁସବୁ ଯୋଜନାଗୁଡ଼ିକର ଶୁଭାରମ୍ଭ କରାଯାଇଛି, ସେଗୁଡ଼ିକ ଭବିଷ୍ୟତରେ ଭାରତକୁ ନିଜର ସ୍ୱରୂପ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆଜି ବିଦ୍ୟାଞ୍ଜଳୀ- ୨.୦, ନିଷ୍ଠା- ୩.୦, ଟକିଂ ବୁକ୍ସ ଏବଂ ୟୁଡ଼ିଏଲ ଆଧାରିତ ଆଇଏସଏଲ ଅଭିଧାନ ଭଳି ନୂତନ କାର୍ଯ୍ୟକ୍ରମମାନ ଏବଂ ବ୍ୟବସ୍ଥାଗୁଡ଼ିକର ଶୁଭାରମ୍ଭ କରାଯାଇଛି । ସ୍କୁଲ୍ କ୍ୱାଲିଟି ଆସେସମେଣ୍ଟ ଆଣ୍ଡ ଆସୁରାନ୍ସ ଫ୍ରେମ୍‌ୱାର୍କ (School Quality Assessment and Assurance Framework ) ଅର୍ଥାତ୍‌, ଏସକ୍ୟୁଏଏଏଫ (S.Q.A.A.F) ଭଳି ଆଧୁନିକ ବ୍ୟବସ୍ଥାର ଆରମ୍ଭ କରାଯାଇଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହା କେବଳ ଆମର ଶିକ୍ଷା ବ୍ୟବସ୍ଥାକୁ ବୈଶ୍ୱିକ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉପସ୍ଥାପନ କରିବନାହିଁ, ଅପରନ୍ତୁ ଆମର ଯୁବଗୋଷ୍ଠୀଙ୍କୁ ମଧ୍ୟ ଭବିଷ୍ୟତର ଚାହିଦା ପୂରଣ ନିମନ୍ତେ ପ୍ରସ୍ତୁତ କରିବାରେ ବେଶ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ସାଥୀଗଣ,

ଏହି କରୋନା କାଳରେ ମୁଁ ଏବଂ ଆପଣମାନେ ସମସ୍ତେ ଏହା ଦେଖିସାରିଛନ୍ତି ଯେ ଆମର ଶିକ୍ଷା ବ୍ୟବସ୍ଥାର ସାମର୍ଥ୍ୟ କେତେ ଅଧିକ । ଏଥିପାଇଁ ସମସ୍ୟା ଓ ପ୍ରତିବନ୍ଧକ ଅନେକ ଥିଲା, କିନ୍ତୁ ଆପଣମାନେ ସମସ୍ତେ ଏଭଳି ପ୍ରତିବନ୍ଧକକୁ ଖୁବ୍ କ୍ଷିପ୍ରତାର ସହ ସମାଧାନ ମଧ୍ୟ କରିପାରିଛନ୍ତି । ଅନଲାଇନ କ୍ଲାସ୍‌, ଗ୍ରୁପ୍ ଭିଡ଼ିଓ କଲ୍‌, ଅନଲାଇନ ପ୍ରୋଜେକ୍ଟସ୍‌, ଅନଲାଇନ ପରୀକ୍ଷା ଅନୁଷ୍ଠିତ କରାଇବା, ପୂର୍ବରୁ ଏଭଳି ଶବ୍ଦ ସୁଦ୍ଧା ଅନେକ ଲୋକ ଶୁଣି ନଥିଲେ । କିନ୍ତୁ ଆମର ଶିକ୍ଷକବର୍ଗ, ପିତାମାତା, ଆମର ଯୁବ ଛାତ୍ରଛାତ୍ରୀମାନେ ଏହାକୁ ଅତି ସ୍ୱାଭାବିକ ଭାବେ ନିଜ ନିଜର ଦୈନିକ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିନେଇଛନ୍ତି ।

ସାଥୀଗଣ,

ଏବେ ସମୟ ଆସିଛି ଯେ ଆମେ ନିଜର ଏହିସବୁ କ୍ଷମତାକୁ ଆଗକୁ ବଢ଼ାଇବାକୁ ପଡ଼ିବ । ଆମେ ଏହି ଜଟିଳ ସମୟରେ ଯାହା କିଛି ଶିକ୍ଷାଲାଭ କରିଛେ ସେସବୁକୁ ଏକ ନୂତନ ଦିଶ ନିର୍ଦ୍ଦେଶ କରିବାକୁ ପଡ଼ିବ । ସୌଭାଗ୍ୟକୁ, ଦେଶ ନିକଟରେ ଏଭଳି ଆଉ ଏକ ପରିବର୍ତ୍ତନର ବାତାବରଣ ରହିଛି ଯାହା ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଭଳି ଆଧୁନିକ ଏବଂ ଭବିଷ୍ୟଧର୍ମ ନୀତିକୁ ଆଗକୁ ଆଗେଇ ନେବାର ସାମର୍ଥ୍ୟ ମଧ୍ୟ ରହିଛି । ତେଣୁ ଗତ କିଛି ସମୟ ଧରି ଦେଶ ଲଗାତାର ଭାବେ ଶିକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ନୂତନ ନିର୍ଣ୍ଣୟ ନେଇ ଚାଲିଛି । ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ ଘଟୁଥିବାର ଲକ୍ଷ୍ୟ କରୁଛି । ଏବଂ ଏହା ପଛରେ ସବୁଠାରୁ ଯେଉଁ ବଡ଼ ଶକ୍ତିଟି ନିହିତ ରହିଛି, ଏବଂ ମୁଁ ଆପଣମାନଙ୍କୁ ସମସ୍ତ ବିଦ୍ୱାନଙ୍କ ଧ୍ୟାନ ଏ ସଂପର୍କରେ ଆକର୍ଷିତ କରିବାକୁ ଚାହେଁ । ଏହି ଅଭିଯାନ କେବ ନୀତି ଆଧାରିତ ନୁହେଁ, ବରଂ ଅଂଶଗ୍ରହଣ ଧର୍ମୀ । ଏନଇପିରେ ଫର୍ମୁଲେସନ ଠାରୁ ନେଇ ପ୍ରବର୍ତ୍ତନ ପର୍ଯ୍ୟନ୍ତ, ପ୍ରତ୍ୟେକ ସ୍ତରରେ ଶିକ୍ଷାବିଦ୍‌ମାନଙ୍କ, ବିଶେଷଜ୍ଞମାନଙ୍କ, ଶିକ୍ଷକମାନଙ୍କ, ସମସ୍ତଙ୍କର ଯୋଗଦାନ ରହିଛି । ଆପଣମାନେ ସମସ୍ତେ ଏଥିପାଇଁ ପ୍ରଶଂସାର ପାତ୍ର ।  ଏବେ ଏହି ଭାଗୀଦାରୀକୁ ଏକ ନୂତନ ସ୍ତର ପର୍ଯ୍ୟନ୍ତ ନେଇଯିବାକୁ ପଡ଼ିବ । ଆମକୁ ଏହାକୁ ସମାଜ ସହିତ ଯୋଡ଼ିବାକୁ ମଧ୍ୟ ପଡ଼ିବ ।

ସାଥୀଗଣ,

ଆମର ଏଠାରେ କୁହାଯାଏ-

ବ୍ୟୟେ କୃତେ ବର୍ଧତେ ଏବ ନିତ୍ୟମ୍ ବିଦ୍ୟାଧନମ୍ ସର୍ବଧନ ପ୍ରଧାନମ୍ । ।

ଅର୍ଥାତ୍‌, ବିଦ୍ୟା ସଂସାରର ସକଳ ସମ୍ପଦମାନଙ୍କ ମଧ୍ୟରେ, ସମସ୍ତ ସମ୍ପତ୍ତି ଠାରୁ ବଡ଼ ସଂପଦ ଅଟେ । କାରଣ ବିଦ୍ୟା ହିଁ ଏଭଳି ଏକ ଧନ ଯାହା ଅନ୍ୟକୁ ଯେତେ ଦେଲେ ସୁଦ୍ଧା, ଦାନ କଲେ ସୁଦ୍ଧା ତାହା ବଢ଼ି ଚାଲିଥାଏ । ବିଦ୍ୟାର ଦାନ, ଶିକ୍ଷାଲାଭ କରୁଥିବା ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ବିରାଟ ପରିବର୍ତ୍ତନ ଆଣିଥାଏ । ଏହି କାର୍ଯ୍ୟକ୍ରମ ସହିତ ସାମିଲ ହୋଇଥିବା ଆପଣମାନେ ସମସ୍ତ ଶିକ୍ଷକମାନେ  ମଧ୍ୟ ହୃଦୟର ସହିତ ଏହ ନିଶ୍ଚିତ ଭାବେ ଅନୁଭବ କରିପାରୁଥିବେ । କାହାକୁ କିଛି ନୂଆ ଶିକ୍ଷା ଦେବାରେ ଯେଉଁ ସୁଖ  ସନ୍ତୋଷ ଅନୁଭୂତ ହୋଇଥାଏ ତାହାର ଅନୁଭବ ଭିନ୍ନ । “ବିଦ୍ୟାଞ୍ଜଳି ୨.୦” ଏହି ପୁରାତନ ପରମ୍ପରାକୁ ଏବେ ଏକ ନୂତନ କଳେବରରେ ମଜଭୁତ କରିବ । ଦେଷର “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ”ର ସହିତ “ସବକା ପ୍ରୟାସ”ର ଯେଉଁ ସଂକଳ୍ପ ଗ୍ରହଣ କରାଯାଇଛି, “ବିଦ୍ୟାଞ୍ଜଳି ୨.୦” ସେଥିପାଇଁ ଏକ ବହୁତ ବଡ଼ ଜୀବନ୍ତ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ । ସକ୍ରିୟ ପ୍ଲାଟଫର୍ମ ସଦୃଶ । ଏହା ଦ୍ୱାରା ଆମର ସମାଜକୁ, ଆମର ଘରୋଇ ସେକ୍ଟରକୁ ଆଗକୁ ନେଇଯିବାକୁ ପଡ଼ିବ ଏବଂ ସରକାର ବିଦ୍ୟାଳୟମାନଙ୍କରେ ଶିକ୍ଷାର ଗୁଣବତ୍ତା ବୃଦ୍ଧିରେ ନିଜର ଯୋଗଦାନ କରିପାରିବେ ।

ସାଥୀଗଣ,

ଅନାଦି କାଳରୁ ଭାରତରେ ସମାଜର ସାମୂହିକ ଶକ୍ତି ଉପରେ ସଭିଏଁ ନିର୍ଭରଶୀଳ ରହିଆସିଛନ୍ତି । ଏହି ସ୍ତର ପର୍ଯ୍ୟନ୍ତ ଆମର ସାମାଜିକ ପରମ୍ପରା ସଦାବେଳେ ଏହାର ଅଂଶ ଭାବେ ରହିଆସିଛି । ଯେତେବେଳେ ସମାଜ ମିଳିମିଶି କିଛି କରିଥାଏ, ସେତେବେଳେ ଇପ୍ସିତ ପରିଣାମ ଅବଶ୍ୟ ପ୍ରାପ୍ତ ହୋଇଥାଏ । ଏବଂ ଆପଣମାନେ ଦେଖିଥିବେ, ଏବଂ ଦେଖିଛନ୍ତି ଯେ ବିଗତ କିଛି ବର୍ଷରେ ଜନ ଭାଗୀଦାରୀ ଏବେ ପୁଣି ଥରେ ଭାରତର ରାଷ୍ଟ୍ରୀୟ ଚରିତ୍ର ପାଲଟିବାକୁ ଯାଉଛି । ବିଗତ ୬- ୭ ବର୍ଷ ଭିତରେ ଜନ ଭାଗୀଦାରୀର ଶକ୍ତି ଦ୍ୱାର ଭାରତ ଏମିତି ସବୁ କାର୍ଯ୍ୟ କରିପାରିଛି, ଯାହା କେହି କେବେ କଳ୍ପନା ସୁଦ୍ଧା କରିପାରିବେନାହିଁ । ଚାହା ସ୍ୱଚ୍ଛତା ଆନ୍ଦୋଳନ ହୋଇଥାଉ, ଗିଭ୍ ଇଟ୍ ଅପ୍‌ର ମାନସିକତା ହୋଇଥାଉ । ଦେଶର ପ୍ରତ୍ୟେକ ଗରିବ ଲୋକଙ୍କ ଘରେ କିଭଳି ଗ୍ୟାସ ସଂଯୋଗ ପାଞ୍ôଚବ, ଗରିବମାନେ  କିପରି ଭାବେ ଡିଜିଟାଲ ମାଧ୍ୟମରେ କାରବାର କରିପାରିବେ ଓ ସେମାନେ ଏହା ଶିଖି ପାରିବେ, ପ୍ରତ୍ୟେ କ୍ଷେତ୍ରରେ ଗାରତର ପ୍ରଗତିରେ, ଜନ ଭାଗୀଦାରୀ ଦ୍ୱାରା ଏକ ନୂତନ ଶକ୍ତି ଓ ଆଲୋକ ପ୍ରାପ୍ତ ହୋଇଛି । ଏବେ “ବିଦ୍ୟାଞ୍ଜଳି” ମଧ୍ୟ ଏହି କାର୍ଯ୍ୟକ୍ରମରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ପରିଗଣିତ ହେବାକୁ ଯାଉଛି । “ବିଦ୍ୟାଞ୍ଜଳି” ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିମନ୍ତେ ଏକ ଆହ୍ୱାନ ଯେ ସେମାନେ ଏଥିରେ ସାମିଲ ହୁଅନ୍ତୁ, ଦେଶର ଭବିଷ୍ୟତକୁ ଗଢ଼ିବାରେ ନିଜର ସକ୍ରିୟ ଭୂମିକା ନିର୍ବାହ କରନ୍ତୁ । ଦୁଇ ପାହୁଣ୍ଡ ଆଗକୁ ଆସନ୍ତୁ । ଆପଣ ଜଣେ ଇଞ୍ଜିନିୟର ହୋଇଥାନ୍ତୁ କିମ୍ବା ଜଣେ ଡାକ୍ତର ହୋଇଥାନ୍ତୁ, ଅବା ଜଣେ ରିସର୍ଚ୍ଚ ସାଇଣ୍ଟିଷ୍ଟ ହୋଇଥାଇପାରନ୍ତି । ଆପଣ କେଉଁଠାରେ ଆଇଏଏସ ଅଧିକାରୀ ଭାବେ କଲେକ୍ଟର କୁର୍ସିରେ ବସି କାର୍ଯ୍ୟ କରୁଥାଇପାରନ୍ତି । ତଥାପି ଆପଣ କୌଣସି ସ୍କୁଲକୁ ଯାଇ ପିଲାମାନଙ୍କୁ ଅନେକ କିଛି ଶିକ୍ଷାଦାନ କରିପାରିବେ! ଆପଣମାନଙ୍କ ମାଧ୍ୟମର ସେହିସବୁ ପିଲାମାନଙ୍କୁ ଶିଖିବାର ଯେଉଁ ସୁଯୋଗ ମିଳିବ, ତଦ୍ୱାରା ସେମାନଙ୍କର ସ୍ୱପ୍ନକୁ ଏକ ନୂତନ ଦିଗନ୍ତ ପ୍ରାପ୍ତ ହେବ । ଆପଣ ଓ ଆମେ ସେଭଳି ଲୋକମାନଙ୍କ ବିଷୟରେ କେତେ ଜାଣିଛେ, ଯେଉଁମାନେ ଏଭଳି କରିପାରିବେ । କେହି ଜଣେ ବ୍ୟାଙ୍କର ଅବସରପ୍ରାପ୍ତ ମ୍ୟାନେଜର ଅଛନ୍ତି, କିନ୍ତୁ ଉତ୍ତରାଖଣ୍ଡର ଦୂରଦୂରାନ୍ତ ପାହାଡ଼ୀ କ୍ଷେତ୍ରର ସ୍କୁଲରେ ପିଲାମାନଙ୍କୁ ସେ ପଢ଼ାଉଛନ୍ତି ନିଜ ଚାକିରୀରୁ ଅବସର ଗ୍ରହଣ କରିବା ପରେ । କେହି ଜଣେ ମେଡ଼ିକାଲ ଫିଲ୍ଡ ସହିତ ସଂଶ୍ଳିଷ୍ଟ ବ୍ୟକ୍ତି ଅଛନ୍ତି । କିନ୍ତୁ ଗରିବ ପିଲାମାନଙ୍କୁ ଅନଲାଇନ କ୍ଲାସ ମାଧ୍ୟମରେ ସେ ପଢ଼ାଇ ଚାଲିଛନ୍ତି । ସେମାନଙ୍କୁ ଶିକ୍ଷା ସଂସାଧନ ଉପଲବ୍ଧ କରାଉଛନ୍ତି । ଅର୍ଥାତ, ଆପଣମାନେ ଚାହିଁଲେ ସମାଜରେ ଯେକୌଣସି ଭୂମିକା ନିର୍ବାହ କରିପାରିବେ । ସଫଳତାର ଯେକୌଣସି ସିଢ଼ି ଚଢ଼ିପାରିବେ । ଯୁବକଯୁବତୀମାନଙ୍କ ଭବିଷ୍ୟତ ନିର୍ମାଣରେ ଆପଣମାନଙ୍କର ଏଭଳି ସହଯୋଗ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ । ଏହା ହେଉଛି ଭାଗୀଦାରୀ । ଏବେ ନିକଟରେ ସମ୍ପନ୍ନ ହୋଇଥିବା ଟୋକିଓ ଅଲିମ୍ପିକ୍ସ ଏବଂ ପାରା ଅଲିମ୍ପିକ୍ସରେ ଆମର କ୍ରୀଡ଼ାବିତମାନେ କେତେ ଉନ୍ନତ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି । ଆମର ଯୁବଗୋଷ୍ଠୀ ଏହା ଦ୍ୱାର ପ୍ରଭାବିତ ହୋଇଛନ୍ତି । ମୁଁ ଆମର କ୍ରୀଡ଼ାବିତମାନଙ୍କୁ ଅନୁରୋଧ କରିଛି ଯେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ପ୍ରତ୍ୟେକ କ୍ରୀଡ଼ାବିତ୍ ଅତି କମ୍‌ରେ ଦେଶର ୭୫ଟି ବିଦ୍ୟାଳୟକୁ ଗସ୍ତ କରନ୍ତୁ । ମୁଁ ଖୁସି ଯେ ଏହିସବୁ କ୍ରୀଡ଼ାବିତ୍‌ମାନେ ମୋର ଏହି ଅନୁରୋଧକୁ ସ୍ୱୀକାର ପୂର୍ବକ ଗ୍ରହଣ କରିଛନ୍ତି । ଏବଂ ମୁଁ ଏବେ ସମସ୍ତ ମାନନୀୟ ଶିକ୍ଷକଗଣଙ୍କୁ କହିବି, ଆଚାର୍ଯ୍ୟଗଣଙ୍କୁ ଅନୁରୋଧ କରିବ ଯେ ଆପଣ ନିଜ ନିଜ କ୍ଷେତ୍ରରେ ଏହିସବୁ କ୍ରୀଡ଼ାବିତମାନଙ୍କ ସହିତ ସଂପର୍କ ସ୍ଥାପନ କରନ୍ତୁ । ସେମାନଙ୍କ ନିଜ ଶିକ୍ଷାୟତନକୁ ଆମନ୍ତ୍ରଣ କରନ୍ତୁ । ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ବାର୍ତ୍ତାଳାପ କରାନ୍ତୁ । ଦେଖନ୍ତ, ଏହା ଦ୍ୱାରା ଆମର ଶିକ୍ଷାବିତ୍‌ମାନେ କେତେ ମାତ୍ରାରେ ପ୍ରେରଣା ଓ ଉତ୍ସାହ ଲାଭ କରୁଛନ୍ତି । କେତେ ମାତ୍ରାରେ ପ୍ରଭାବିତ ହୋଇ ଛାତ୍ରଛାତ୍ରୀମାନେ ଖେଳକୁ ଆଗକୁ ନେଇଯିବା ନିମନ୍ତେ ମନୋବଳ ପ୍ରାପ୍ତ ହେଉଛନ୍ତି ।

ସାଥୀଗଣ,

ଆଜି ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଶୁଭାରମ୍ଭ ହୋଇଛି- ତାହା ହେଲା, School Quality Assessment and Assurance Framework ଅର୍ଥାତ୍  ଝ.ଛ.ଇ.ଇ.ୠ ମାଧ୍ୟମରେ ହିଁ ସବୁ କାର୍ଯ୍ୟ ସମ୍ପାଦନ କରାଯିବ । ଏପର୍ଯ୍ୟନ୍ତ ଦେଶରେ ଆମର ବିଦ୍ୟାଳୟମାନଙ୍କ ଲାଗି, ଶିକ୍ଷା ନିମନ୍ତେ କୌଣସି ଏକ ସମାନ ବୈଜ୍ଞାନିକ ଢ଼ାଂଚା (common scientific framework) ନଥିଲା । କମନ୍ ଫ୍ରେମୱାର୍କ ବିନା ଶିକ୍ଷାର ସମସ୍ତ ପ୍ରସଙ୍ଗ ଯଥା, ପାଠ୍ୟକ୍ରମ, ପେଡ଼ାଗୋଜି, ମୂଲ୍ୟାୟନ, ସଂସାଧନ ଓ ସମାବେଶୀ ଅଭ୍ୟାସ ତଥା ପରିଚାଳନା ପ୍ରକ୍ରିୟା (Curriculum, Pedagogy, Assessment, Infrastructure, Inclusive Practices Gaõ Governance Process)ଏସବୁ ନିମନ୍ତେ ଷ୍ଟାଣ୍ଡାର୍ଡ ପ୍ରସ୍ତୁତ କରିବା ଏକ କଠିନ କାର୍ଯ୍ୟ ବୋଲି ମନେ ହେଉଥିଲା । ଏହା ଦ୍ୱାରା ଦେଶର ଭିନ୍ନ ଭିନ୍ନ ଭାଗରେ , ଭିନ୍ନ ଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାରେ ଅସମାନତା ଥିଲା ଏବଂ ସେମାନେ ଏହାର ଶିକାର ହେଉଥିଲେ । କିନ୍ତୁ S.Q.A.A.F ଦ୍ୱାରା ଏବେ ଏହି ଦୁର୍ବଳତାକୁ ସବୁଦିନ ପାଇଁ ଶେଷ କରିଦିଆଯିବ । ଏହା ସବୁଠାରୁ ବଡ଼ ସାମର୍ଥ୍ୟଟି ହେଲା ଏହା ଯେ ଏହି ଢ଼ାଂଚା ନିଜର ଆବଶ୍ୟକତା ହିସାବରେ ପରିବର୍ତ୍ତନ ଆଣିବା ସହିତ ଏହାକୁ ନମନୀୟ କରିବା କ୍ଷମତା ମଧ୍ୟ ରାଜ୍ୟମାନଙ୍କ ନିକଟରେ ରହିବ । ବିଦ୍ୟାଳୟମାନେ ମଧ୍ୟ ଏହାରି ଆଧାରରେ ନିଜର ମୂଲ୍ୟାୟନ ନିଦେ କରିପାରିବେ। ଏହାରି ଆଧାରରେ ବିଦ୍ୟାଳୟମାନଙ୍କୁ ଏକ ସଂସ୍କାରଧର୍ମୀ ପରିବର୍ତ୍ତନ (Transformational Change) ନିମନ୍ତେ ପ୍ରୋତ୍ସାହିତ ମ ଧ୍ୟ କରାଯାଇପାରିବ ।

ସାଥୀଗଣ,

ଶିକ୍ଷା କ୍ଷେତ୍ରରେ ଥିବା ଅସମାନତାକୁ ଶେଷ କରିବା ସହିତ ଏହାକୁ ଆଧୁନିକ ବ୍ୟବସ୍ଥାରେ ପରିଣତ କରିବା ନିମନ୍ତେ ରାଷ୍ଟ୍ରୀୟ ଡିଜିଟାଲ ଶୈକ୍ଷିକ ଗଠନ (National Digital Educational Architecture) ଅର୍ଥାତ୍ ଘ-ଊଋଇଜର ମଧ୍ୟ ବିରାଟ ଭୂମିକା ହେବାକୁ ଯାଉଛି । ଯେପରିକି ୟୁପିଆଇ ଇଣ୍ଟରଫେସ୍ ଦ୍ୱାରା ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ବୈପ୍ଳାବତ୍ମକ ସ୍ୱରୂପ ପ୍ରଦାନ କରାଯାଇଛି, ସେହିଭଳି ଭାବେ ଏନ-ଡିଅର୍  ସମସ୍ତ ଶୈକ୍ଷିକ କାର୍ଯ୍ୟକଳାପ ମଧ୍ୟରେ ଏକ ସୁପର କନେକ୍ଟର ଭାବେ କାର୍ଯ୍ୟ କରିବ । ଗୋଟିଏ ସ୍କୁଲରୁ ଅନ୍ୟ ସ୍କୁଲକୁ ଯିବାକୁ ପିଲା ଚାହୁଁଥିଲେ କିମ୍ବା ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇବାବେଳେ ମଲ୍ଟିପଲ ଏଣ୍ଟ୍ରି-ଏକଜିଟ୍ (Multiple Entry-Exit)ର ବ୍ୟବସ୍ଥା ହୋଇଥାଉ, ଅବା ଆକାଡ଼େମିକ୍ କ୍ରେଡ଼ିଟ୍ ବ୍ୟାଙ୍କ ଏବଂ ଛାତ୍ରଛାତ୍ରୀମାନଙ୍କ କୌଶଳର ରେକର୍ଡ଼, ସବୁକିଛି ଏନ-ଡିଅର ମାଧ୍ୟମରେ ଏବେ ଖୁବ୍ ସହଜରେ ଉପଲବ୍ଧ କରାଯିବ । ଏହି ସମସ୍ତ ସଂସ୍କାରଧର୍ମୀ ପରିବର୍ତ୍ତନ ଆମର “ନୂତନ ଯୁଗର ଶିକ୍ଷା” (ନିଉ ଏଜ୍ ଇଜୁକେଶନ)ର ସ୍ୱରୂପ ନିର୍ମାଣ କରି ଏବଂ ଗୁଣାତ୍ମକ ଶିଡ଼ାରେ ଥିବା ସମସ୍ତ ପ୍ରକାର ଭେଦଭାବରେ ପୂର୍ଣର୍ଚ୍ଛେଦ ପକାଇବ ।

ସାଥୀଗଣ,

ଆପଣମାନେ ସମସ୍ତେ ଏହି କଥା ସହିତ ଭଲଭାବେ ପରିଚିତ ଯେ କୌଣସି ରାଷ୍ଟ୍ରର ପ୍ରଗତି ନିମନ୍ତେ ଶିକ୍ଷା କେବଳ ସମାବେଶୀ ହେବା ଆବଶ୍ୟକ ନୁହେଁ, ଅପରନ୍ତୁ ଏହା ସମାନ ମଧ୍ୟ ହେବା ଜରୁରି । ସେଥିପାଇଁ ଆଜି ଦେଶ ଟକିଂ ବୁକ୍ସ ଏବଂ ଅଡ଼ିଓ ବୁକ୍ସ ଭଳି ପ୍ରଯୁକ୍ତିକୁ ଶିକ୍ଷାର ଅଂଶ ବନାଇବାକୁ ଯାଉଛି । ସାର୍ବଜନୀନ ଶିକ୍ଷାଲାଭ ଡ଼ିଜାଇନ ((Universal Design of Learning) ଅର୍ଥାତ ୟୁଡ଼ିଏଲ ଉପରେ ଆଧାରିତ ୧୦ ହଜାର ଶବ୍ଦକୁ ଭାରତୀୟ ସାଇନ ଲାଙ୍ଗୁଏଜ ଡିକ୍ସନାରୀର ମଧ୍ୟ ବିକାଶ କରାଯାଇଛି । ଆସାମର ବିହୁ ଠାରୁ ଆରମ୍ଭ କରି ଭାରତ ନାଟ୍ୟମ୍ ପର୍ଯ୍ୟନ୍ତ, ସାଂକେତିକ ଭାଷା ଆମର ଏଠାରେ ଶତାବ୍ଦୀ ଶତାବ୍ଦୀ ଧରି କଳା ଏବଂ ସଂସ୍କୃତିର ଅଂଶବିଶେଷ ହୋଇ ରହିଆସିଛି । ଏବେ ଦେଶ ପ୍ରଥମ ଥର ପାଇଁ ସାଂକେତିକ ଭାଷାକୁ ଏକ ବିଷୟ ଭାବେ ପାଠ୍ୟକ୍ରମର ଅଂଶବିଶେଷ କରିଛି, ଯଦ୍ୱାରା ଯେଉଁ କୋମଳମତି ଶିଶୁକୁ ଏହାର ବିଶେଷ ଆବଶ୍ୟକତା ରହିଛି, ସେମାନେ କାହାଠାରୁ ଆଉ ପଛୁଆ ରହିବେନାହିଁ । ଏଭଳି ପ୍ରଯୁକ୍ତି ଦିବ୍ୟାଙ୍ଗ ଯୁବଗୋଷ୍ଠୀଙ୍କ ନିମନ୍ତେ ମଧ୍ୟ ଏକ ନୂତନ ଦୁନିଆ ଗଠନ କରିବ । ଏହିଭଳି ଭାବେ, ନିପୁଣ ଭାରତ ଅଭିଯାନ ମାଧ୍ୟମରେ ତିନି ବର୍ଷରୁ ଆଠବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ନିମନ୍ତେ ଢ଼ାଂଚାଗତ ସାକ୍ଷରତା ଏବଂ ସାଂଖ୍ୟିକ ଅଭିଯାନ (Foundational Literacy and Numeracy Mission)ର ଶୁଭାରମ୍ଭ କରାଯାଇଛି । ତିନି ବର୍ଷ ବୟସଠାରୁ ହିଁ ସମସ୍ତ ଶିଶୁ ବାଧ୍ୟତାମୂଳକ ଭାବେ ପ୍ରି- ସ୍କୁଲ ଶିକ୍ଷା ପ୍ରାପ୍ତ କରିପାରିବ, ଏହି ଦିଗରେ ଜରୁରି ପଦକ୍ଷେପ ଉଠାଯିବ । ଏହିସବୁ ପ୍ରୟାସମାନ ଦ୍ୱାରା ଆମେ ଆଗକୁ ଯିବାର ପର୍ଯ୍ୟାପ୍ତ ଅବସର ପାଇପାରିବା ଏବଂ ଏଥବରେ ଆପଣମାନେ, ବିଶେଷ କରି ଆମର ଶିକ୍ଷକ ମିତ୍ରମାନଙ୍କର ବହୁତ ବଡ଼ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

ସାଥୀଗଣ,

ଆମର ଏଠାରେ ଶାସ୍ତ୍ରରେ କୁହାଯାଇଛି –

“ଦୃଷ୍ଟାନ୍ତୋ ନୈବ ଦୃଷ୍ଟଃ ତ୍ରି-ଭୁବନ ଜଠରେ, ସଦଗୁରୋଃ ଜ୍ଞାନ ଦାତୁଃ”

ଅର୍ଥାତ୍‌, ସମଗ୍ର ବ୍ରହ୍ମାଣ୍ଡରେ ଗୁରୁଙ୍କର କୌଣସି ଉପମା ନଥାଏ , ତାଙ୍କର କୌଣସି ସମତୁଲ୍ୟ ଉପମା ମଧ୍ୟ ନାହିଁ। ଯେଉଁ କାମ ଗୁରୁ କରିପାରିବେ ତାହା ଆଉ କେହି ସଂପାଦନ କରିପାରିବେ ନାହିଁ । ସେଥିପାଇଁ , ଆଜି ଦେଶ ନିଜର ଯୁବଗୋଷ୍ଠୀଙ୍କ ନିମନ୍ତେ ଶିକ୍ଷା ସହିତ ଯୋଡ଼ିହେବାକୁ ଯିଏ ବି ପ୍ରୟାସ କରୁଛନ୍ତି, ସେମାନଙ୍କ ଭବିଷ୍ୟତ ଆମର ଶିକ୍ଷକ ଭାଇ ଭଉଣୀମାନଙ୍କ ହାତରେ ରହିଛି । କିନ୍ତୁ ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ଆମର ଶିକ୍ଷକମାନଙ୍କୁ କୌଣସି ବି ବ୍ୟବସ୍ଥା  ଓ ପ୍ରଯୁକ୍ତି ସଂପର୍କରେ ଶିକ୍ଷାଲାଭ କରିବା ଆଉ କଷ୍ଟସାଧ୍ୟ ହୋଇ ରହିନାହିଁ। “ନିଷ୍ଠା” ଟ୍ରେନିଂ ପ୍ରୋଗ୍ରାମ୍ସ ଦ୍ୱାରା ଏହି ତାଲିମ କାର୍ଯ୍ୟକ୍ରମର ଏକ ଉତ୍ତମ ନିଷ୍ଠା ଆପଣମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଇଛି । ଏହି ନିଷ୍ଠା ତାଲିମ କାର୍ଯ୍ୟକ୍ରମ  ମାଧ୍ୟମରେ ଦେଶ ନିଜର ଶିକ୍ଷକମାନଙ୍କୁ ଏହିସବୁ ପରିବର୍ତ୍ତନ ନିମନ୍ତେ ପ୍ରସ୍ତୁତ କରୁଛି । “ନିଷ୍ଠା- ୩.୦” ଏବେ ଏହି ଦିଗରେ ଆଉ ଏକ ଆଗୁଆ ପଦକ୍ଷେପ ହୋଇଛି ଏବଂ ମୁଁ ଏହାକୁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଶ୍ୱାସ କରେ । ଆମର ଶିକ୍ଷକମାନେ ଯେତେବେଳେ ଦକ୍ଷତା ଆଧାରିତ ଶିକ୍ଷାଦାନ, କଳା- ସମନ୍ୱୟ, ଉଚ୍ଚତର ମାନଯୁକ୍ତ ଚିନ୍ତନ ଏବଂ ସୃଜନଶୀଳ ଓ ଜଟିଳ ଚିନ୍ତାଧାରା ଭଳି ନୂତନ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ (Based Teaching, Art-Integration, high-Order Thinking, Gaõ Creative and Critical Thinking) ସହିତ ପରିଚିତ ହୋଇଯିବେ ସେତେବେଳେ ଭବିଷ୍ୟତ ନିମନ୍ତେ ଯୁବକମାନଙ୍କୁ ଆହୁରି ସକ୍ରିୟ ଭାବେ ସେମାନେ ଗଢ଼ିପାରିବେ ।

ସାଥୀଗଣ,

ଭାରତର ଶିକ୍ଷକମାନଙ୍କ ନିକଟରେ ଯେକୌଣସି ପ୍ରକାର ବୈଶ୍ୱିକ ମାନ ସହିତ ସମକକ୍ଷ ହେବାର କ୍ଷମତା ତ ସେମାନଙ୍କ ପାଖରେ ଉପଲବ୍ଧ, ଏଥି ସହିତ ସେମାନଙ୍କ ନିକଟରେ ଆଉ ଏକ ବିଶେଷ ପୁଂଜି ମଧ୍ୟ ରହିଛି । ସେମାନଙ୍କର ଏହି ବିଶେଷ ପୁଂଜି ଅବା ସାମର୍ଥ୍ୟ, ଏଭଳି ବିଶେଷ ଶକ୍ତି ରହିଛି ଯାହା ହେଉଛି ସେମାନଙ୍କର ଭାରତୀୟ ସଂସ୍କାର । ଏବଂ ମୁଁ ଆପଣମାନଙ୍କୁ ମୋର ଦୁଇଟି ଅନୁଭୂତି ବଖାଣିବାକୁ ଚାହୁଁଛି । ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଭୁଟାନ ଗସ୍ତରେ ଯାଇଥାଏ । ସେତେବେଳ ସେଠାକାର ରାଜ ପରିବାର ହୁଅନ୍ତୁ, ସେଠାକାର ଶାସକୀୟ ବ୍ୟବସ୍ଥା ସହି ସଂଶ୍ଳିଷ୍ଟ ଲୋକମାନେ ହୋଇଥାନ୍ତୁ, ବଡ଼ ଗର୍ବରେ ସେମାନେ କହୁଥିଲେ ଯେ ପ୍ରଥମେ ପ୍ରଥମେ ପାଖାପାଖି ସବୁ ଶିକ୍ଷକ ଆମର ଏଠାକୁ ଭାରତରୁ ଆସୁଥିଲେ ଏବଂ ଏଠାକାର ଦୂର ଦୂରାନ୍ତ  କ୍ଷେତ୍ରକୁ ପାଦରେ ଚାଲି ଚାଲି ଯାଇ ଶିକ୍ଷାଦାନ କରୁଥିଲେ । ସେଠାକାର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କ ସଂପର୍କରେ କହିଲାବେଳେ ସେମାନେ ମୋତେ ଏହି କଥା କହୁଥିଲେ । ପୁଣି ଭୁଟାନ ରାଜ ପରିବାର ହୁଅନ୍ତୁ ବା ସେଠାକାର ଶାସକ, ଏକଥା କହିଲାବେଳେ ସେମାନେ ଭାରି ଗର୍ବ ଅନୁଭବ କରୁଥିଲେ । ସେମାନଙ୍କ ଆଖିର ଚମକ ମୋତେ ସ୍ପଷ୍ଟ ଦୃଶ୍ୟ ହେଉଥିଲା । ସେମିତି ମୁଁ ଯେତେବେଳେ ସାଉଦୀ ଆରବ ଯାଇଥିଲି ଏବଂ ସମ୍ଭବତଃ ସାଉଦୀ ଆରବର ରାଜାଙ୍କ ସହିତ କଥାବାର୍ତ୍ତା କରୁଥିଲି ସେ ମୋତେ ଏତେ ଗର୍ବର ସହିତ ଏଇ ଭଳି କଥା ଉଲ୍ଲେଖ କରିଥିଲେ ଯେ ମୋତେ ଜଣେ ଭାରତୀୟ ଶିକ୍ଷକ ପଢ଼ାଇଛନ୍ତି । ମୋ ଶିକ୍ଷକ ଜଣେ ଭାରତୀୟ ଥିଲେ ।  ଏବେ ଦେଖନ୍ତୁ ଶିକ୍ଷକମାନଙ୍କ ପ୍ରତି କୌଣସି ବ୍ୟକ୍ତି କେଉଁଠାରେ ସୁଦ୍ଧା ପହଞ୍ଚନ୍ତୁ, ସେମାନଙ୍କ ମନରେ ଶିକ୍ଷକମାନଙ୍କ ପ୍ରତି କିପରି ଭାବନା ରହିଛି ।

ସାଥୀଗଣ,

ଆମର ଶିକ୍ଷକମାନେ ନିଜର କର୍ମକୁ କେବେ ସୁଦ୍ଧା ପେଶା ଭାବେ ଗ୍ରହଣ କରିନଥାନ୍ତି, ସେମାନଙ୍କ ପାଇଁ ଶିକ୍ଷାଦାନ ଏକ ମାନବୀୟ ସବେଦନା, ଏକ ପବିତ୍ର ଏବଂ ନୈତିକ କର୍ତ୍ତବ୍ୟ । ସେଇଥିପାଇଁ ଆମର ଏଠାରେ ଶିକ୍ଷକ ଏବଂ ଛାତ୍ରଙ୍କ ଭିତରେ କୌଣସି ପେଶାଦାରୀ ସଂପର୍କ ଗଢ଼ିଉଠେନାହିଁ, ବରଂ, ଏକ ପାରିବାରିକ ସଂପର୍କ ହିଁ ସ୍ଥାପିତ ହୋଇଥାଏ । ଏବଂ ସେହି ସମ୍ପର୍କ, ସେ ସଂପର୍କ ସାରା ଜୀବନ ପାଇଁ ରହିଥାଏ । ସେଇଥିପାଇଁ ଭାରତର ଶିକ୍ଷକ ବିଶ୍ୱରେ ଯେଉଁଠାକୁ ଯାଆନ୍ତୁ ନା କାହିଁକି, ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥାନ୍ତି । ଏହି କାରଣରୁ ଆଜି ଭାରତର ଯୁବପିଢ଼ିଙ୍କ ନିମନ୍ତେ ବିଶ୍ୱରେ ଅପାର ସମ୍ଭାବନା ମଧ୍ୟ ରହିଛି । ଆମକୁ ଆଧୁନିକ ଶିକ୍ଷା ଇକୋ- ସିଷ୍ଟମ୍‍ ଆଧାରରେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ଏହି ସମ୍ଭାବନାଗୁଡ଼ିକୁ ଅବସରରେ ପରିଣତ କରିବାକୁ ହେବ । ସେଥିପାଇଁ ଆମମାନଙ୍କୁ ନିରବଚ୍ଛିନ୍ନ ଭାବେ ନବସୃଜନର ସନ୍ଧାନ କରିବାକୁ ପଡ଼ିବ । ଆମକୁ ଶିକ୍ଷାଦାନ- ଶିକ୍ଷାଲାଭର ପଦ୍ଧତିକୁ ଲଗାତାର ଭାବେ ପୁନଃ ସଂଜ୍ଞା ନିରୂପଣ କରିବାକୁ ହେବ ଏବଂ ଏହାକୁ ରି-ଡିଜାଇନିଂ ମଧ୍ୟ କରିବାକୁ ପଡ଼ିବ । ଯେଉଁ ଆପଣମାନେ ଯେଉଁଭଳି ମନୋଭାବ ପ୍ରଦର୍ଶନ କରିଛନ୍ତି, ତାହାକୁ ଆମେ ଆହୁରି ଅଧିକ ଶୀର୍ଷରେ ପହଞ୍ଚାଇବାକୁ ପଡ଼ିବ ଏବଂ ସେଥିପାଇଁ ଆମକୁ ସାହସ ଓ ଧୈର୍ଯ୍ୟର ସହ କାର୍ଯ୍ୟ କରିବାକୁ ହେବ । ମୋତେ ସୂଚୀତ କରାଯାଇଛି ଯେ ଶିକ୍ଷକ ପର୍ବର ଏହି ଅବସରରେ ଆପଣମାନେ ଆଜିଠାରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ, ସେପ୍ଟେମ୍ବର ୧୭ ତାରିଖ  ଆମ ଦେଶରେ ବିଶ୍ୱକର୍ମା ଜୟନ୍ତୀ ଭାବେ ପାଳନ କରାଯାଇଥାଏ । ଶିକ୍ଷକରୂପୀ ବିଶ୍ୱକର୍ମା ମଧ୍ୟ ନିଜେ ଜଣେ ଜଣେ ନିର୍ମାତା, ସୃଜନଶୀଳ ଯିଏ ୭ ସେପ୍ଟେମ୍ବର ଠାରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବିଷୟରେ କର୍ମଶାଳା , ସମ୍ପାନମାନ ଆୟୋଜନ କରୁଛନ୍ତି।ସେମାନଙ୍କର ଏଭଳି କାର୍ଯ୍ୟ ଅବଶ୍ୟ ପ୍ରଶଂସନୀୟ । ଦେଶବ୍ୟାପୀ ଏତେ ଶିକ୍ଷକ, ବିଶେଷଜ୍ଞ ଏବଂ ନୀତିକାର ଯେତେବେଳେ ଏକତ୍ର ବସି ମାନସ ମନ୍ଥନ କରିବେ  ସେତେବେଳେ ଏଥିରୁ ଏବଂ ଆଜାଦୀ କା ଅମୃତ ମହୋତ୍ସବରୁ ଅମୃତ ଅବଶ୍ୟ ମିଳିବ । ଆପଣମାନଙ୍କ ଏହି ସାମୂହିକ ମନ୍ଥନ ଦ୍ୱାରା ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ସଫଳତାପୂର୍ବକ ପ୍ରବର୍ତ୍ତନ କରିବାରେ ମଧ୍ୟ ଯଥେଷ୍ଟ ସହାୟତା ମିଳିବ । ମୁଁ ଚାହିଁବି ଯେ ଏହିଭଳି ଭାବେ ଆପଣମାନେ ନିଜ ନିଜ ସହରରେ, ଗାଁମାନଙ୍କରେ ମଧ୍ୟ ସ୍ଥାନୀୟ ସ୍ତରର ପ୍ରୟାସ ଜାରି ରଖିବେ । ମୋର ବିଶ୍ୱାସ ଯେ ଏହି ଦିଗରେ ମୁଁ  ଭାବୁଛି ଯେ“ସବକା ପ୍ରୟାସ” ଦ୍ୱାରା ଦେଶର ସଂକଳ୍ପଗୁଡ଼ିକୁ ନୂତନ ଗତି ମିଳିପାରିବ । ଅମୃତ ମହୋତ୍ସବରେ ଦେଶ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି, ତାହା ଆମେ ମିଳିମିଶି ହାସଲ କରିବା । ଏହି ଶୁଭକାମନାର ସହିତ, ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ବହୁତ ବହୁତ ଶୁଭକାମନା ଜଣାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s 5G traffic surges 70% Y-o-Y: Nokia report

Media Coverage

India’s 5G traffic surges 70% Y-o-Y: Nokia report
NM on the go

Nm on the go

Always be the first to hear from the PM. Get the App Now!
...
PM chairs CCS Meeting to review measures being taken in the context of ongoing West Asia Conflict
April 01, 2026
Interventions across agriculture, fertilizers, shipping, aviation, logistics and MSMEs to mitigate emerging challenges discussed
Supply diversification for LPG and LNG, fuel duty reduction and power sector measures reviewed to ensure stability of essential supplies
Steps being taken to ensure stable prices of essential commodities and strict action against hoarding and black-marketing
Control Rooms set up for constant monitoring and interaction with States/UTs on prices and enforcement of Essential Commodities Act
Various efforts being taken to ensure fertilizer supply such as maintaining Urea Production and coordination with overseas suppliers for DAP/NPKS supplies
PM assesses availability of critical needs for the common man
PM discusses availability of fertilisers in the country and steps being taken to ensure its availability in the Kharif and Rabi seasons
PM directs that all efforts must be made to safeguard the citizens from the impact of this conflict
PM underlines the need for timely & smooth flow of authentic information to the public to prevent misinformation and rumour mongering
Enough coal stock exists which shall serve power needs adequately in coming months

Prime Minister Shri Narendra Modi a special of the Cabinet Committee on Security (CCS) to review measures taken by various Ministries/Departments and also discussed further initiatives to be taken in the context of the ongoing West Asia conflict, at 7 Lok Kalyan Marg today. This was the second special CCS meeting on this issue.

Cabinet Secretary briefed about the action taken to ensure supply of petroleum products, particularly LNG/LPG, and sufficient power availability. Sources are being diversified for procurement of LPG with new inflows from different countries. Similarly, Liquefied Natural Gas (LNG) is being sourced from different countries. He further briefed that LPG prices for domestic consumers have remained the same and Anti-diversion enforcement to curb hoarding and black marketing of LPG is being conducted regularly.

Initiatives have also been taken to expand Piped Natural Gas connections. Measures like exempting the gas-based power plants with a capacity of 7-8 GW from gas pooling mechanism and increasing of rake for positioning more coal at thermal power stations etc. have also been taken to ensure availability of power during the peak summer months.

Further, interventions proposed to be taken for emerging challenges in various other sectors such as agriculture, civil aviation, shipping and logistics were also discussed.

Various efforts like maintaining urea production to meet requirements, coordinating with overseas supplies for DAP/NPKS suppliers are being taken to ensure fertilizer supply. State governments are being requested to curb black marketing, hoarding, and diversion of fertilizers through daily monitoring, raids, and strict action.

The retail prices of food commodities have been stable over the past one month. Control Rooms have been set up for constant monitoring and interaction with States/UTs on prices and enforcement of Essential Commodities Act. The prices of agricultural products , vegetables and fruits are also being monitored.

Efforts to globally diversify our sources for energy, fertilizers and other supply chains, and international initiatives for securing safe passage of vessels through the strait of Hormuz and ongoing diplomatic efforts are being taken.

Enhanced coordination, real-time communication, and proactive measures across central, state, and district levels to drive effective information dissemination and public awareness amid the evolving crisis is being undertaken.

Prime Minister assessed the availability of critical needs for the common man. He discussed availability of fertilisers in the country and steps being taken to ensure its availability in the Kharif and Rabi seasons. He said that all efforts must be made to safeguard the citizens from the impact of this conflict. Prime Minister also emphasised smooth flow of authentic information to the public to prevent misinformation and rumour mongering.

Prime Minister directed all concerned departments to take all possible measures to ameliorate the problems of citizens and sectors affected by the ongoing global situation.