ଚେନ୍ନାଇ ଠାରେ ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
“ଭାରତ ପ୍ରକୃତି ଓ ଏହାର ବ୍ୟବହାର ଶିଖିବାର ନିୟମିତ ଉତ୍ସ ପାଲଟିଛି”
“ଜଳବାୟୁଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଶ୍ଚିତଭାବେ ଅନ୍ତ୍ୟୋଦୟକୁ ଅନୁସରଣ କରିବା ଆବଶ୍ୟକ ଯାହାର ଅର୍ଥ ହେଲା ସମାଜର ସର୍ବଶେଷ ବ୍ୟକ୍ତି ନିକଟରେ ବିକାଶର ଲାଭ ପହଞ୍ଚାଇବା ସୁନିଶ୍ଚିତ କରିବା”
“ ଭାରତ ୨୦୭୦ ସୁଦ୍ଧା “ନେଟ ଜିରୋ” ହାସଲ ଲକ୍ଷ୍ୟ ରଖିଛି”
“ବ୍ୟାଘ୍ର ପ୍ରକଳ୍ପ ଯୋଗୁଁ ଆଜି ବିଶ୍ୱର ଶତକଡା ୭୦ଭାଗ ବାଘ ଭାରତରେ ଅଛନ୍ତି”
“ବୈଶ୍ୱିକ ଜନ ଆନ୍ଦୋଳନ ଭାବେ ମିଶନ ଲାଇଫ ବ୍ୟକ୍ତିଙ୍କୁ ପ୍ରେରିତ କରିବ, ମିଳିତଭାବେ ପରିବେଶର ସୁରକ୍ଷା କରିବା ପାଇଁ”
“ପ୍ରକୃତି ମାତା ବସୁଧୈବ କୁଟୁମ୍ବକମ୍‌’-ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ”

ମହାନୁଭବଗଣ,

ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ,

ନମସ୍କାର!

ୱଣକମ !

ମୁଁ ଇତିହାସ ଏବଂ ସଂସ୍କୃତିରେ ସମୃଦ୍ଧ ସହର ଚେନ୍ନଇକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି! ମୁଁ ଆଶ କରୁଛି ଯେ ଆପଣମାନେ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଲାଭ କରିଥିବା ମାମଲ୍ଲପୁରମ୍ କୁ ଦେଖିବା ପାଇଁ ନିଶ୍ଚୟ କିଛି ସମୟ ବାହାର କରିବେ । ଉନ୍ନତମାନର ପ୍ରସ୍ତର କାରୁକାର୍ଯ୍ୟର ଅଦ୍ଭୁତ ସୁନ୍ଦରତା ସହିତ ଏହା ହେଉଛି ଏକ ‘ଦର୍ଶନୀୟ’ ଗନ୍ତବ୍ୟ ସ୍ଥଳ ।

ବନ୍ଧୁଗଣ,

ମୁଁ ଆଜି ନିଜ ସମ୍ବୋଧନର ଶୁଭାରମ୍ଭ ପାଖାପାଖି ଦୁଇ ହଜାର ବର୍ଷ ପୂର୍ବେ ଲିଖିତ ତିରୁକ୍କୁରଲଙ୍କ ଉଦାହରଣ ସହିତ କରିବାକୁ ଚାହୁଁଛି । ମହାନ ସନ୍ଥ ତିରୁବଲ୍ଲୁବରଙ୍କର କଥନ ହେଉଛି- ‘ନେଣ୍ଡୁକଡଲୁମ ତନ୍ନୀର ରେ କୁଣ୍ଡୁମ ତଡିନ୍ନେଡିଲୀ ତାନ ନଲ୍ଗା ତାଗି ବିଡିନ’ । ଏହାର ଅଭିପ୍ରାୟ ହେଉଛି, ‘ଯଦି ମେଘ ଧରଣୀରୁ ଗ୍ରହଣ କରିଥିବା ଜଳକୁ ବର୍ଷା ରୂପରେ ଫେରାଇ ନପାରେ ତେବେ ମହାସାଗର ମଧ୍ୟ ସୁଖିଯିବ ।’ ଭାରତରେ ପ୍ରକୃତି ଏବଂ ତାହାର ବ୍ୟବସ୍ଥାରୁ ନିୟମିତ ଶିକ୍ଷା ମିଳିଥାଏ । ଏହାର ଉଲ୍ଲେଖ କେତେକ ଧର୍ମଗ୍ରନ୍ଥରେ ସହିତ ମୌଖିକ ପରମ୍ପରାରେ ମଧ୍ୟ ମିଳିଥାଏ। ଆମେ ଅନୁଭବ କରିଛୁ : ପିବନ୍ତି ନଦ୍ୟଃ ସ୍ୱୟମେବ ନାମ୍ଭଃ, ସ୍ୱୟଂ ନ ଖାଦନ୍ତି ଫଳାନି ବୃକ୍ଷାଃ । ନଦନ୍ତି ଶସ୍ୟଂ ଖଳୁ ବାରିବାହାଃ, ପରୋପକାରାୟ ସତାଂ ବିଭୂତୟଃ । ।

ଅର୍ଥାତ ‘ନା କେବଳ ନଦୀମାନେ ନିଜର ଜଳକୁ ସ୍ୱୟଂ ଗ୍ରହଣ କରନ୍ତି ଆଉ ନା ହିଁ ବୃକ୍ଷ ନିଜର ଫଳକୁ ସ୍ୱୟଂ ଖାଆନ୍ତି ।’ ପ୍ରକୃତି ଆମକୁ କେବଳ ପ୍ରଦାନ କରିଥାଏ । ଏଥିପାଇଁ ଆମକୁ ପ୍ରକୃତି ପ୍ରତି ମଧ୍ୟ ଆମର ଉତର ଦାୟିତ୍ୱକୁ ବୁଝିବା ଦରକାର । ଧରଣୀ ମାଆର ସୁରକ୍ଷା ଏବଂ ରକ୍ଷଣାବକ୍ଷେଣ ହେଉଛି ଆମର ମୌଳିକ ଦାୟିତ୍ୱ । ଆଜି ‘ଜଳବାୟୁ ପରିବର୍ତନ’ ରୂପରେ ପ୍ରକୃତି ନିଜର କାର୍ଯ୍ୟାନୁଷ୍ଠାନ କରିବା ଆରମ୍ଭ କରି ଦେଇଛି କାରଣ ଏହି କର୍ତବ୍ୟକୁ ଦୀର୍ଘ ସମୟ ଧରି ଲୋକମାନଙ୍କ ଦ୍ୱାରା ଉପେକ୍ଷା କରାଯାଇ ଆସୁଥିଲା । ଭାରତର ପାରମ୍ପରିକ ଜ୍ଞାନ ଆଧାରରେ, ମୁଁ ଏହି କଥା ଉପରେ ଗୁରୁତ୍ୱ ଦେବାକୁ ଚାହିଁବି ଯେ ଜଳବାୟୁ କାର୍ଯ୍ୟକ୍ରମକୁ ‘ଅନ୍ତ୍ୟୋଦୟ’ର ପାଳନ କରିବା ଦରକାର ଅର୍ଥାତ ଆମକୁ ସମାଜର ଅନ୍ତିମ ବ୍ୟକ୍ତିର ଉତଥାନ ଏବଂ ବିକାଶକୁ ସୁନିଶ୍ଚିତ କରିବାକୁ ହେବ । ବିଶେଷ ଭାବେ ଗ୍ଲୋବାଲ ସାଉଥର ଦେଶ ଜଳବାୟୁ ପରିବର୍ତନ ଏବଂ ପର୍ଯ୍ୟାବରଣୀୟ ପ୍ରସଙ୍ଗ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଆମକୁ ‘ମିଳିତ ଜାତିସଂଘ ଜଳବାୟୁ ସମ୍ମେଳନ’ ଏବଂ ‘ପ୍ୟାରିସ ବୁଝାମଣା’ ଅନ୍ତର୍ଗତ ନିର୍ଦ୍ଧାରିତ ପ୍ରତିବଦ୍ଧତାଗୁଡ଼ିକ ଅନୁରୂପ କାର୍ଯ୍ୟାନ୍ୱୟନର ଆବଶ୍ୟକତା ରହିଛି । ଏହି ଗ୍ଲୋବାଲ ସାଉଥକୁ ଜଳବାୟୁ ଅନୁକୂଳ ଉପାୟରେ ନିଜର ବିକାଶାତ୍ମକ ଆକାଂକ୍ଷାଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ସହାୟତା କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ ।

ବନ୍ଧୁଗଣ,

ଏହା କହି ମୋତେ ଗର୍ବ ଅନୁଭବ ହେଉଛି ଯେ ଭାରତ ନିଜର ମହତ୍ୱାକାଂକ୍ଷୀ ‘ରାଷ୍ଟ୍ରୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନ’ ମାଧ୍ୟମରେ ଆଗକୁ ବଢ଼ୁଛି । ଭାରତ 2030 ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟରୁ ନଅ ବର୍ଷ ପୂର୍ବରୁ ହିଁ ଅଣ-ଜୀବାସ୍ମ ଇନ୍ଧନ ସ୍ରୋତରୁ ନିଜ ସ୍ଥାପିତ ବିଦ୍ୟୁତ କ୍ଷମତା ପ୍ରାପ୍ତ କରି ନେଇଛି ଆଉ ଆମେ ଆମର ଅଦ୍ୟତନ ଲକ୍ଷ୍ୟଗୁଡ଼ିକ ମାଧ୍ୟମରେ ମାନକଗୁଡ଼ିକୁ ଆହୁରି ମଧ୍ୟ ଉଚ୍ଚ ସ୍ତରରେ ସ୍ଥାପିତ କରିଛୁ । ଆଜି ସ୍ଥାପିତ ନବୀକରଣୀୟ ଉର୍ଜ୍ଜା କ୍ଷମତା ମାମଲାରେ ଭାରତ ବିଶ୍ୱର ସର୍ବୋଚ୍ଚ 5 ଟି ଦେଶ ମଧ୍ୟରୁ ହେଉଛି ଗୋଟିଏ । ଆମେ 2070 ପର୍ଯ୍ୟନ୍ତ ଅଙ୍ଗାରକ ଉତ୍ସର୍ଜନର ‘ନେଟ ଜିରୋ’ ସ୍ତରକୁ ପ୍ରାପ୍ତ କରିବାର ଲକ୍ଷ୍ୟକୁ ମଧ୍ୟ ନିର୍ଦ୍ଧାରିତ କରିଛୁ । ଆମର ଅନ୍ତରାଷ୍ଟ୍ରୀୟ ସୌର ମେଂଟ, ସିଡିଆରଆଇ ଏବଂ ‘ଉଦ୍ୟୋଗ ପରିବର୍ତନ ପାଇଁ ନେତୃତ୍ୱ ସମୂହ’ ସହିତ ମେଂଟ ମାଧ୍ୟମରେ ନିଜର ସହଯୋଗୀମାନଙ୍କ ସହିତ ସହଯୋଗ ଜାରି ରହିଛି ।

ବନ୍ଧୁଗଣ,

ଭାରତ ହେଉଛି ଏକ ବିଶାଳ ବିବିଧତାରେ ଭରି ରହିଥିବା ଦେଶ । ଆମେ ଜୈବ ବିବିଧତା ସଂରକ୍ଷଣ, ସୁରକ୍ଷା, ପୁନଃସ୍ଥାପନ ଏବଂ ସମ୍ବର୍ଦ୍ଧନ ଉପରେ କାର୍ଯ୍ୟାନ୍ୱୟନ କରିବାରେ ନିରନ୍ତର ଅଗ୍ରଣୀ ରହିଛୁ । ମୁଁ ଖୁସି ଯେ ‘ଗାନ୍ଧିନଗର କାର୍ଯ୍ୟାନ୍ୱୟନ ସ୍ୱରୁପ ଏବଂ ପ୍ଲାଟଫର୍ମ’ ମାଧ୍ୟମରେ, ଆମେ ଜଙ୍ଗଲରେ ଲାଗୁଥିବା ନିଆଁ ଏବଂ ଖନନ ଫଳରେ ପ୍ରଭାବିତ ହେବାକୁ ଥିବା ପ୍ରାଥମିକ ପରିଦୃଶ୍ୟରେ ସୁଧାରର ଉପାୟର ପରିଚୟ କରୁଛନ୍ତି । ଭାରତ ଏଇ ନିକଟରେ ଆମ ପୃଥିବୀର ସାତୋଟି ବୃହତ କ୍ୟାଟ(ବାଘ)ର ସଂରକ୍ଷଣ ପାଇଁ ‘ଅନ୍ତରାଷ୍ଟ୍ରୀୟ ବୃହତ କ୍ୟାଟ(ବାଘ) ମେଂଟ’ର ଶୁଭାରମ୍ଭ କରିଛି । ଏହା ହେଉଛି ଏକ ଅଗ୍ରଣୀ ସଂରକ୍ଷଣର ଶୁଭାରମ୍ଭ ଆଉ ଏହି ପ୍ରକଳ୍ପ ବାଘଙ୍କ ଠାରୁ ମିଳିଥିବା ଆମର ଅନୁଭବ ଉପରେ ହେଉଛି ଆଧାରିତ । ବ୍ୟାଘ୍ର ପ୍ରକଳ୍ପର ପରିଣାମ ସ୍ୱରୂପ, ଆଜି ବିଶ୍ୱର 70 ପ୍ରତିଶତ ବାଘ ଭାରତରେ ଅଛନ୍ତି । ଆମେ ବ୍ୟାଘ୍ର ପ୍ରକଳ୍ପ ଏବଂ ପ୍ରକଳ୍ପ ଡଲଫିନ ଉପରେ ମଧ୍ୟ କାର୍ଯ୍ୟ କରୁଛୁ ।

ବନ୍ଧୁଗଣ,

ଭାରତର ଶୁଭାରମ୍ଭ ଲୋକମାନଙ୍କର ଭାଗିଦାରୀରୁ ସଂଚାଳିତ ହେଉଛି । ‘ମିଶନ ଅମୃତ ସରୋବର’ ହେଉଛି ଏକ ଅନନ୍ୟ ଜଳ ସଂରକ୍ଷଣର ଶୁଭାରମ୍ଭ । ଏହି ମିଶନ ଅନ୍ତର୍ଗତ ପ୍ରାୟ ଏକ ବର୍ଷରେ ମଧ୍ୟରେ ହିଁ ତେଷଠି ହଜାରରୁ ଅଧିକ ଜଳସ୍ରୋତଗୁଡ଼ିକର ବିକାଶ କରାଯାଇ ସାରିଛି । ଏହି ମିଶନ ସମ୍ପୂର୍ଣ୍ଣ ଭାବେ ସାମୁଦାୟିକ ଭାଗିଦାରୀର ମାଧ୍ୟମ ଏବଂ ପ୍ରଦ୍ୟୋଗିକିର ସହାୟତା ଦ୍ୱାରା କାର୍ଯ୍ୟାନ୍ୱୟନ କରାଯାଇଛି । ଆମର ‘କ୍ୟାଚ ଦି ରେନ’ (ବର୍ଷାକୁ ଧରି ରଖ) ଅଭିଯାନର ମଧ୍ୟ ଉତ୍କୃଷ୍ଟ ପରିଣାମ ଆସିଛି । ଏହି ଅଭିଯାନ ମାଧ୍ୟମରେ ଜଳ ସଂରକ୍ଷଣ ପାଇଁ ଦୁଇ ଲକ୍ଷ ଅଶୀ ହଜାରରୁ ଅଧିକ ଜଳ ସଂରକ୍ଷଣ ସରୋବର ଗୁଡ଼ିକର ନିର୍ମାଣ ହୋଇଛି । ଏହା ବ୍ୟତୀତ, ପ୍ରାୟ ଅଢ଼େଇ ହଜାର ପୁନଃ ଉପଯୋଗ ଏବଂ ପୁନଃଭରଣ ସରୋବର ଗୁଡ଼ିକର ମଧ୍ୟ ନିର୍ମାଣ କରାଯାଇଛି । ଏହାସବୁ ଲୋକମାନଙ୍କର ଭାଗିଦାରୀ ଏବଂ ସ୍ଥାନୀୟ ମାଟି ଏବଂ ଜଳର ସ୍ଥିତିକୁ ଧ୍ୟାନରେ ରଖି କରାଯାଇଥିଲା । ଆମେ ଗଙ୍ଗା ନଦୀର ସ୍ୱଚ୍ଛତା ପାଇଁ ‘ନମାମୀ ଗଙ୍ଗେ ମିଶନ’ରେ ସାମୁଦାୟିକ ଭାଗିଦାରୀର ମଧ୍ୟ ପ୍ରଭାବ ସମୂର୍ଣ୍ଣ ରୂପରେ ମଧ୍ୟ ଉପଯୋଗ କରିଛୁ । ଏହାଦ୍ୱାରା ନଦୀର ଅନେକ ଭାଗରେ ଗଙ୍ଗା ଡଲଫିନ ପୁଣିଥରେ ପ୍ରକଟ ହେବାର ଉପଲବଧି ମଧ୍ୟ ହାସଲ ହୋଇଛି । ଆର୍ଦ୍ରଭୂମି ସଂରକ୍ଷଣରେ ଆମର ପ୍ରୟାସ ମଧ୍ୟ ସଫଳ ହୋଇଛି । ରାମସର ସ୍ଥଳଗୁଡ଼ିକ ରୂପରେ ନାମିତ ସନ୍ତସନ୍ତିଆ ଆର୍ଦ୍ରଭୂମିଗୁଡ଼ିକ ସହିତ, ଏସିଆରେ ଭାରତ ହେଉଛି ରାମସର ସ୍ଥଳଗୁଡ଼ିକର ସବୁଠାରୁ ବଡ଼ ନେଟୱର୍କ ।

ବନ୍ଧୁଗଣ,

ଆମର ମହାସାଗର ସାରା ବିଶ୍ୱରେ ତିନି ଶହ କୋଟିରୁ ଅଧିକ ଲୋକମାନଙ୍କୁ ଆଜୀବିକା ପ୍ରଦାନ କରନ୍ତି । ବିଶେଷ ରୂପରେ ‘ଛୋଟ ଛୋଟ ଦ୍ୱୀପ ରାଷ୍ଟ୍ରଗୁଡ଼ିକ’ ପାଇଁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସଂସାଧନ, ଯାହାକୁ ମୁଁ ‘ବୃହତ ମହାସାଗରୀୟ ରାଷ୍ଟ୍ର’ କହୁଛି । ସେଗୁଡ଼ିକ ହେଉଛି ବ୍ୟାପକ ଜୈବ ବିବିଧତାର ମଧ୍ୟ ଘର । ଏଥିପାଇଁ, ସାମୁଦ୍ରିକ ସଂସାଧନଗୁଡ଼ିକର ଦାୟିତ୍ୱପୂର୍ଣ୍ଣ ଉପଯୋଗ ଏବଂ ମହାସାଗର -ଆଧାରିତ ଅର୍ଥବ୍ୟବସ୍ଥା ପାଇଁ G-20 ଉଚ୍ଚ ସ୍ତରୀୟ ସିଦ୍ଧାନ୍ତ ଗୁଡ଼ିକୁ’ ଆପଣାଇବା ପାଇଁ ଆଶାନ୍ୱିତ ରହିଛି । ଏହି ସନ୍ଦର୍ଭରେ, ମୁଁ G-20 ରୁ ଆହ୍ୱାନ କରୁଛି ଯେ ପ୍ଲାଷ୍ଟିକ ପ୍ରଦୂଷଣକୁ ସମାପ୍ତ କରିବା ପାଇଁ ଏକ ପ୍ରଭାବୀ ଅନ୍ତରାଷ୍ଟ୍ରୀୟ ଆଇନ- ବାଧ୍ୟକାରୀ ସାଧନ ଉପରେ ମଧ୍ୟ କାର୍ଯ୍ୟ କରିବା ।

ବନ୍ଧୁଗଣ,

ଗତ ବର୍ଷ, ମିଳିତ ଜାତିସଂଘ ମହାସଚିବଙ୍କ ସହିତ, ମୁଁ ମିଶନ ଲାଇଫ- ପର୍ଯ୍ୟାବରଣ ପାଇଁ ଜୀବନ ଶୈଳର ଶୁଭାରମ୍ଭ କରିଥିଲି । ମିଶନ ଲାଇଫ, ଏକ ବୈଶ୍ୱିକ ଜନ ଆନ୍ଦୋଳନ ରୂପରେ, ପର୍ଯ୍ୟାବରଣର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ବ୍ୟକ୍ତିଗତ ଏବଂ ସାମୁହିକ କାର୍ଯ୍ୟାନ୍ୱୟନକୁ ପ୍ରେରଣା ଦେବ । ଭାରତରେ, କୌଣସି ମଧ୍ୟ ବ୍ୟକ୍ତି, କମ୍ପାନୀ ଅବା ସ୍ଥାନୀୟ ସଂସ୍ଥା ଦ୍ୱାରା କରାଯାଉଥିବା ପର୍ଯ୍ୟାବରଣ- ଅନୁକୂଳ କାର୍ଯ୍ୟ ଉପରେ  ଅନୁଧ୍ୟାନ ବା ନୀରିକ୍ଷଣକୁ ନେଇ ସଂମ୍ପୂର୍ଣ୍ଣ ସଚେତନ ଅଛନ୍ତି । ସେମାନେ ଏବେ ନିକଟରେ ଘୋଷିତ ‘ଗ୍ରୀନ କ୍ରେଡିଟ କାର୍ଯ୍ୟକ୍ରମ’ ଅଧୀନରେ ଗ୍ରୀନ କ୍ରେଡିଟ ଅର୍ଜନ କରି ପାରିବେ । ଏହାର ଅଭିପ୍ରାୟ ଏହା ରହିବ ଯେ ବୃକ୍ଷ ଚାରା ରୋପଣ, ଜଳ ସଂରକ୍ଷଣ ଏବଂ ଦୀର୍ଘକାଳୀନ କୃଷି ଭଳି କାର୍ଯ୍ୟକଳାପ ଏବେ ବ୍ୟକ୍ତିମାନଙ୍କର, ସ୍ଥାନୀୟ ସଂସ୍ଥା ଏବଂ ଅନ୍ୟ  ଲୋକ ମାନଙ୍କ ପାଇଁ ରାଜସ୍ୱ ବୃଦ୍ଧି କରିପାରିବ ।

ବନ୍ଧୁଗଣ,

ନିଜ ସମ୍ବୋଧନ ସମାପ୍ତ କରିବାକୁ ଯାଇ ମୁଁ ଦୋହରାଇବାକୁ ଚାହୁଁଛି ଯେ, ଆମେ ପ୍ରକୃତି ପ୍ରତି ନିଜର କର୍ତବ୍ୟକୁ ଭୁଲିବା ଉଚିତ ନୁହେଁ । ପ୍ରକୃତି ପ୍ରତି ସାର୍ଥକ ଦୃଷ୍ଟିକାଣ ଆପଣାଇବା ଉଚିତ । ତାହା ‘ବସୁଧୈବ କୁଟୁମ୍ବକମ୍‌’ ଅର୍ଥାତ ଏକ ପୃଥିବୀ, ଏକ ପରିବାର, ଏକ ଭିବଷ୍ୟତକୁ ପ୍ରାଥମିକତା ଦେଇଥାଏ । ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ସାର୍ଥକ ଏବଂ ସଫଳ ବୈଠକର କାମନା କରୁଛି । ଧନ୍ୟବାଦ ।

ନମସ୍କାର! 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 8 PM Announcements To Midnight Reels: Prime Minister Modi Leads Algorithmic Pivot To Connect With Gen Z

Media Coverage

From 8 PM Announcements To Midnight Reels: Prime Minister Modi Leads Algorithmic Pivot To Connect With Gen Z
NM on the go

Nm on the go

Always be the first to hear from the PM. Get the App Now!
...
Share your ideas for PM Modi's Independence Day speech
July 25, 2026

Prime Minister Narendra Modi has invited citizens to share their ideas and suggestions for his Independence Day address.

Share your thoughts and suggestions. Some of the ideas received may be mentioned by the Prime Minister during his Independence Day address from the Red Fort.