India is not only a fast-growing economy, but also a credible one: PM
Along with being a rising power, India is also a reliable power: PM
For India, Nation First is the highest guiding principle: PM
Maoist terror is breathing its last in India: PM
The shift in mindset from "this can never be done" to "this will be done" is India's greatest achievement: PM
The government is empowering the poor and middle-class: PM
The collective efforts of 140 crore Indians will realise the dream of a Viksit Bharat: PM

ସ୍ୱର ସାଧନା, ମନୋକାମନା, ଆରାଧନା - ଏପରି ଏକ ଶୁଭ ଆରମ୍ଭ ପରେ ଯଦି ଆପଣମାନଙ୍କ କାର୍ଯ୍ୟକ୍ରମ ଆଗକୁ ଚାଲିଥାନ୍ତା, ତେବେ ଅଧିକ ଭଲ ହୋଇଥାନ୍ତା। ଆପଣମାନଙ୍କୁ ମୋର ଶୁଭେଚ୍ଛା।

ରିପବ୍ଲିକ ଟିଭି ନେଟୱର୍କର ସମସ୍ତ ଦର୍ଶକଙ୍କୁ ମୋର ଅଭିନନ୍ଦନ, ଯାହା ଏବେ ଅନେକ ଭାଷାରେ ପ୍ରସାରିତ ହେଉଛି। ମୁଁ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ସମସ୍ତ ସାଥୀଙ୍କୁ ମଧ୍ୟ ସ୍ୱାଗତ ଜଣାଉଛି। ୨୪ ଘଣ୍ଟିଆ ସମ୍ବାଦ ଚ୍ୟାନେଲରେ ‘ବ୍ରେକିଂ ନ୍ୟୁଜ୍’ର ବିଶେଷ ଗୁରୁତ୍ୱ ଥାଏ। ଆଜି ଯଦି ସମଗ୍ର ବିଶ୍ୱକୁ ଦେଖାଯାଏ, ତେବେ ଲାଗେ ସାରା ଦୁନିଆ ଯେପରି ‘ବ୍ରେକିଂ ନ୍ୟୁଜ୍’ର ଅବସ୍ଥାରେ ଅଛି। ଏତେ ହଇଚଇ ମଧ୍ୟରେ, ତୁମେ ଏହି ଶିଖର ସମ୍ମିଳନୀର ଆୟୋଜନ ଏବଂ ଅଂଶଗ୍ରହଣ କରୁଛ, ତେଣୁ ତୁମେ ବିଶେଷ ଅଭିନନ୍ଦନ ପାଇବାକୁ ଯୋଗ୍ୟ। ଏଥର ଆପଣଙ୍କ ଆଲୋଚନାର ବିଷୟ ମଧ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ—“ମହାଶକ୍ତି ଭାରତ: ରାଷ୍ଟ୍ର ସର୍ବପ୍ରଥମ”।

ବନ୍ଧୁଗଣ,

ଆମର ଶାସ୍ତ୍ରଗୁଡ଼ିକ କୁହନ୍ତି: ଯତୋ ଧର୍ମସ୍ତତୋ ଜୟଃ! - ଅର୍ଥାତ୍, ବିଜୟ ଏବଂ ଶକ୍ତିର ମୂଳ ହେଉଛି ଧର୍ମ।ଧର୍ମର ଅର୍ଥ ହେଉଛି କର୍ତ୍ତବ୍ୟ, ଧର୍ମର ଅର୍ଥ ହେଉଛି ନ୍ୟାୟ, ଧର୍ମର ଅର୍ଥ ହେଉଛି ସମାନତା, ଧର୍ମର ଅର୍ଥ ହେଉଛି ଆଲୋଚନା, ଧର୍ମର ଅର୍ଥ ହେଉଛି କରୁଣା। ଏହି ଭାବନା “ରାଷ୍ଟ୍ର ସର୍ବପ୍ରଥମ”ର ଆତ୍ମାରେ ନିହିତ ଅଛି। ଭାରତ ନିଜର ଶକ୍ତିକୁ ଏହି ଦୃଷ୍ଟିକୋଣରେ ଦେଖେ ଏବଂ ଏହି ମାପକାଠିରେ ମାପେ।

ବନ୍ଧୁଗଣ,

ଭାରତର ଆଉ ଏକ ଅନନ୍ୟ ଗୁଣ ଅଛି, ଯାହାକୁ ବିଶ୍ୱ ଏବେ ସ୍ୱୀକାର କରିଛି। ଆମେ ଏପରି ଏକ ରାଷ୍ଟ୍ର ନୁହେଁ ଯାହା କ୍ଷଣିକ ଘଟଣାଗୁଡ଼ିକରେ ଶୀଘ୍ର ପ୍ରତିକ୍ରିୟା କରୁ । ଆମେ ଏପରି ଏକ ରାଷ୍ଟ୍ର ଯାହା ବିକାଶ ଏବଂ ବିନାଶ ଉଭୟ ଦେଖିଛୁ , ସେଗୁଡ଼ିକୁ ସହ୍ୟ ମଧ୍ୟ କରିଛୁ । ଆମେ ସେହି ଜାତି, ଯାହାର ଚେତନାରେ ଯୁଗ ଯୁଗାନ୍ତରର ସ୍ମୃତି ସଂଗ୍ରହ କରି ରଖିଛୁ ; ଆମେ ଯୁଗଯୁଗର ସ୍ମୃତିରେ ସମୃଦ୍ଧ ଏକ ରାଷ୍ଟ୍ର। ସେଥିପାଇଁ ଭାରତ ଆଜି ଯାହା କରୁଛି - ଏବଂ ଏହାକୁ ଅତ୍ୟନ୍ତ ଦାୟିତ୍ୱବୋଧ ସହ କହୁଛି - ଭାରତ ଆଜି ଯାହା କରୁଛି ତାହା ଆସନ୍ତା ହଜାର ବର୍ଷର ଭବିଷ୍ୟତ ଲେଖିବାକୁ ଯାଉଛି। ଏହାହିଁ ବିଶ୍ୱ ପାଇଁ ଭାରତର ସବୁଠାରୁ ବଡ଼ ଗ୍ୟାରେଣ୍ଟି। ଭାରତ କେବଳ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ନୁହେଁ, ଏହା ଏକ ବିଶ୍ୱସନୀୟ ଅର୍ଥନୀତି ମଧ୍ୟ। ଏକ ଉଦୀୟମାନ ଶକ୍ତି ହେବା ସହିତ - ଆପଣମାନେ ତ ଶବ୍ଦକୋଷର ସୀମାକୁ ମଧ୍ୟ ଅତିକ୍ରମ କରି ଏହାକୁ ‘ସୁପର ପାୱର’ ବୋଲି କହିଦେଲେ—କିନ୍ତୁ ମୁଁ ନିଶ୍ଚିତ ଭାବରେ କହିବି ଯେ ଭାରତ ଏକ ବିଶ୍ୱସନୀୟ ଶକ୍ତି ଅଟେ । କିଛି ଦିନ ପୂର୍ବରୁ, ମୁଁ G7 ଶିଖର ସମ୍ମିଳନୀରୁ ଫେରିଥିଲି, ଏବଂ ପ୍ରତ୍ୟେକ ନେତା, ପ୍ରତ୍ୟେକ ଦେଶ ଭଲ ଭାବରେ ବୁଝନ୍ତି ଯେ ଆଜିର ଭାରତ ପାଇଁ, " ରାଷ୍ଟ୍ର ସର୍ବପ୍ରଥମ” (Nation First), ହିଁ ସର୍ବୋଚ୍ଚ ନୀତି।

 

ବନ୍ଧୁଗଣ,

କିଛି ଦିନ ପୂର୍ବରୁ, ଆମ ସରକାର ୧୨ ବର୍ଷ ପୂରଣ କରିଥିଲା। ଅର୍ଣ୍ଣବ ତ ଏଥିପାଇଁ ଆପଣଙ୍କୁ ତାଳି ମାରିବାକୁ ମଧ୍ୟ ବାଧ୍ୟ କରିଥିଲେ। ଯଦି ଆପଣ ବିଗତ ବାର ବର୍ଷର ସଫଳତାକୁ ତୁଳନା କରନ୍ତି, ତେବେ ଆପଣ ଦେଖିବେ ଯେ ପ୍ରତ୍ୟେକ ନିଷ୍ପତ୍ତି, ପ୍ରତ୍ୟେକ ପଦକ୍ଷେପ, ପ୍ରତ୍ୟେକ ପ୍ରୟାସର ମୂଳରେ “ରାଷ୍ଟ୍ର ପ୍ରଥମ” (Nation First) ର ଭାବନା ନିହିତ ରହିଛି। ସ୍ୱଚ୍ଛ ଭାରତ ଅଭିଯାନ ଠାରୁ ଆରମ୍ଭ କରି ମେକ୍ ଇନ୍ ଇଣ୍ଡିଆ ପର୍ଯ୍ୟନ୍ତ, ଖଦିକୁ ଗୁରୁତ୍ୱ ଦେବା ଠାରୁ ଆରମ୍ଭ କରି ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ - ଏହି ସମସ୍ତ ପଦକ୍ଷେପ ସଫଳ ହୋଇଛି କାରଣ ଦେଶର ଲୋକମାନେ ରାଷ୍ଟ୍ରକୁ ସର୍ବୋପରି ରଖିଛନ୍ତି ଏବଂ ସେମାନଙ୍କର କର୍ତ୍ତବ୍ୟ ପାଳନ କରିଛନ୍ତି। ମୁଁ ଏହି ଦେଶର ନାଗରିକମାନଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି।

ବନ୍ଧୁଗଣ,

ଆମ ସହିତ ଆମର ସାଥୀ ଶ୍ରୀଧର ଭେମ୍ବୁ ଅଛନ୍ତି। ଯେତେବେଳେ ଆମର ଉଦ୍ୟୋଗୀମାନେ ପ୍ରଥମେ ରାଷ୍ଟ୍ରର ଭାବନା ସହିତ ଚାଲନ୍ତି, ଯେତେବେଳେ ସେମାନେ ଦେଶର ଆବଶ୍ୟକତାକୁ ବୁଝି ସେମାନଙ୍କର ଲକ୍ଷ୍ୟ ସ୍ଥିର କରନ୍ତି, ଯାହା ଦ୍ୱାରା ଅନୁଷ୍ଠାନଗୁଡ଼ିକ ନିର୍ମାଣ ହୁଏ ଏବଂ ଦେଶ ସମୃଦ୍ଧ ହୁଏ। ମୁଁ ଜାଣିନାହିଁ ଯେ ଶ୍ରୀ ଭେମ୍ବୁଙ୍କ କାର୍ଯ୍ୟ ବିଷୟରେ ଏଠାରେ କେତେ ଆଲୋଚନା ହୋଇଛି, କିନ୍ତୁ ବର୍ତ୍ତମାନ ମୁଁ ଫ୍ରାନ୍ସର ଭିଭାଟେକ୍ ଯାଇଥିଲି। ସେଠାରେ ପ୍ରାୟ ୧.୫ ରୁ ୨ ଲକ୍ଷ ଯୁବକ ଥିଲେ। ମୁଁ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଯୁବକମାନେ କ’ଣ ହାସଲ କରିଛନ୍ତି ତାହା ଦେଖିବା ପାଇଁ ବିଭିନ୍ନ ଷ୍ଟଲ ପରିଦର୍ଶନ କରୁଥିଲୁ। ତେଣୁ ଆମେ ଜୋହୋ ଷ୍ଟଲକୁ ଗଲୁ। ଏହି ନୂତନ ସୃଷ୍ଟି କ’ଣ ତାହା ବୁଝିବା ପାଇଁ ଆଗ୍ରହୀ ୟୁରୋପୀୟ ଯୁବକମାନଙ୍କର ଭିଡ଼ ଦେଖି ମୁଁ ଆଶ୍ଚର୍ଯ୍ୟ ଏବଂ ଗର୍ବିତ ହୋଇଥିଲି। ସମ୍ଭବତଃ ଭାରତରେ ଏହା ବିଷୟରେ ଏତେ ଆଲୋଚନା ହୁଏ ନାହିଁ,ଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ଥିଲା। ଏଥିପାଇଁ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ସରକାରୀ ନୀତି ଓ ନିଷ୍ପତ୍ତିରେ “ରାଷ୍ଟ୍ର ପ୍ରଥମ ” (Nation First) ଭାବନାର ପ୍ରଭାବ ଆମର ଆଦିବାସୀ ଅଞ୍ଚଳଗୁଡ଼ିକରେ ସ୍ପଷ୍ଟ ଭାବରେ ଦେଖାଯାଏ। ମୁଁ ଏଠାରେ କୌଣସି ଦାର୍ଶନିକ ଆଲୋଚନା କରିବାକୁ ଆସିନାହିଁ, କିନ୍ତୁ କାର୍ଯ୍ୟ କିପରି ହୁଏ ତାହା ବୁଝାଇବା ପାଇଁ କିଛି ସରଳ ଉଦାହରଣ ଦେବାକୁ ଚାହୁଁଛି। ମୁଁ ଆଦିବାସୀ ଅଞ୍ଚଳ ବିଷୟରେ କହୁଛି -ଏହା ହେଉଛି ୧୦ କୋଟିରୁ ଅଧିକ ଲୋକଙ୍କର ସମାଜ। ଆମେ ସମସ୍ତେ ଜାଣୁ ଯେ ସେଠାରେ ଦଶନ୍ଧି ଧରି ମାଓ ଆତଙ୍କବାଦ ପ୍ରତିଷ୍ଠା ହୋଇଥିଲା। ୨୧ ଶତାବ୍ଦୀରେ ମଧ୍ୟ, ଏହି ଆତଙ୍କବାଦୀମାନେ ସେହି ଅଞ୍ଚଳଗୁଡ଼ିକ ଦେଇ ଗୋଟିଏ ମଧ୍ୟ ସୁବିଧା ପହଞ୍ଚିବାକୁ ଦେଇ ନଥିଲେ।ରକାରୀ ଯାନବାହାନ ମଧ୍ୟ ଦେଇ ଯାଇପାରିଲା ନାହିଁ। ଲୋକଙ୍କୁ ଗୁଳି କରାଯାଇଥିଲା। ଅନେକ ସରକାର ଆସିଲେ ଏବଂ ଗଲେ, ପିଢ଼ି ବିତିଗଲା, ଏବଂ ଏହା ମନେ ହେଉଥିଲା ଯେ ହିଂସାର ଏହି ଦୁର୍ଭାଗ୍ୟ ସବୁଦିନ ପାଇଁ ରହିବ। ଆପଣ କଳ୍ପନା କରିପାରିବେ -୨୦୦୪ ରୁ ୧୦୧୪ ମଧ୍ୟରେ, ସେହି ଦଶ ବର୍ଷ ମଧ୍ୟରେ, ମାଓ ଆତଙ୍କ ଯୋଗୁଁ ୧୭୦୦୦ ରୁ ଅଧିକ ହିଂସାତ୍ମକ ଘଟଣା ଘଟିଥିଲା ଏବଂ ପ୍ରାୟ ୭୦୦୦ ଜୀବନ ହରାଇଥିଲେ।

ବନ୍ଧୁଗଣ,

ଆପଣଙ୍କ ପାଇଁ, ଆଜିର ମୁଖ୍ୟ ଖବର କିମ୍ବା ଅଧ ଘଣ୍ଟାର ଟିଭି ବିତର୍କ ହୋଇପାରେ ଯେ ଯେ ମାଓବାଦୀ ଆତଙ୍କବାଦର ଅନ୍ତ ହୋଇଯାଇଛି। କିନ୍ତୁ ଏପରି ପରିବର୍ତ୍ତନ ହଠାତ୍ ହୁଏନାହିଁ। ଏଥିପାଇଁ ଅପାର ପରିଶ୍ରମ ଓ ସଂକଳ୍ପ ଆବଶ୍ୟକ ହୁଏ, ଏବଂ ସେଥିପାଇଁ ମୁଁ ଏହାକୁ ବୁଝାଇବାକୁ ଚାହୁଁଛି। ଆଜିକାଲି କେତେକ ଲୋକ ସବୁବେଳେ ସମ୍ବିଧାନର କଥା କହୁଛନ୍ତି, କିନ୍ତୁ ସେମାନେ ଯେତେବେଳେ ସରକାରରେ ଥିଲେ, ସେତେବେଳେ ନକ୍ସଲ ପ୍ରଭାବିତ ଅଞ୍ଚଳରେ “ସମ୍ବିଧାନ” ଶବ୍ଦ ଉଚ୍ଚାରଣ କରିବା ମଧ୍ୟ ଜୀବନ ପାଇଁ ବିପଦପୂର୍ଣ୍ଣ ଥିଲା। ସେତେବେଳେ ସେମାନେ ନୀରବ ରହିଥିଲେ। ସେମାନଙ୍କ ହାତ କମ୍ପିଯାଉଥିଲା ଏବଂ ସମ୍ବିଧାନକୁ ଉଚ୍ଚାରଣ କରିବାର ମଧ୍ୟ ସାହସ ନ ଥିଲା ।ସେହି ଯନ୍ତ୍ରଣାଦାୟକ ପରିସ୍ଥିତି କଂଗ୍ରେସକୁ ବିଶେଷ ପ୍ରଭାବିତ କରିନଥିଲା।

 

ବନ୍ଧୁଗଣ,

୨୦୧୪ ପରେ ଆମେ “ରାଷ୍ଟ୍ର ପ୍ରଥମ” ଭାବନା ସହିତ ଏହି ପରିସ୍ଥିତିକୁ ବଦଳାଇବା ପାଇଁ ଆଗକୁ ବଢ଼ିଲୁ। ଆମେ କେବଳ କଥା କହିନୁହେଁ, କେବଳ ଘୋଷଣା କରିନାହୁଁ —ଆମେ କାର୍ଯ୍ୟ କରିଛୁ।ଆମେ ନକ୍ସଲବାଦ ଓ ମାଓବାଦକୁ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ କରିବାର ସଂକଳ୍ପ ନେଇଥିଲୁ, ଏବଂ ଆଜି ସମଗ୍ର ଦେଶ ତାହାର ଫଳାଫଳ ଦେଖୁଛି। ଭାରତରେ ମାଓବାଦୀ ଆତଙ୍କବାଦ ଏବେ ତାହାର ଶେଷ ନିଶ୍ୱାସ ଗଣୁଛି।

ବନ୍ଧୁଗଣ,

ଅନେକ ସମୟରେ ଅନ୍ତିମ ଫଳାଫଳ ଏତେ ବିଶାଳ ଓ ଗୁରୁତ୍ୱପୂର୍ଣ୍ଣ ହୁଏ ଯେ ତାହା ପଛରେ ଥିବା କଠିନ ପରିଶ୍ରମ ଲୋକଙ୍କ ନଜରକୁ ଆସେନାହିଁ। ମୁଁ ବିଶେଷ ଭାବରେ ରିପବ୍ଲିକ ଟିଭିର ଦର୍ଶକମାନଙ୍କୁ ଏହି କଥା କହିବାକୁ ଚାହୁଁଛି।

ବନ୍ଧୁଗଣ,

ନକ୍ସଲ ପ୍ରଭାବିତ ଅଞ୍ଚଳରେ, ଦିନରେ ମଧ୍ୟ, ସାଧାରଣ ଲୋକମାନେ ସେଠାକୁ ଯିବାକୁ ଭୟ କରୁଥିଲେ। ସେମାନେ ଅପହରଣକୁ ଭୟ କରୁଥିଲେ, କେତେବେଳେ ଚାନ୍ଦା ଆଦାୟକୁ ଭୟ କରୁଥିଲେ, କେତେବେଳେ ଭୟ କରୁଥିଲେ ଯେ ସେମାନେ ଯାହା ବହନ କରନ୍ତି ତାହା ଚୋରି ହୋଇଯିବ। ଯେଉଁଠାରେ ବିକାଶ ଅସମ୍ଭବ, ସେଠାରେ କିଛି ସାଙ୍ଗରେ ନେଇଯାଇପାରିବ ନାହିଁ, ସବୁକିଛି ଅସମ୍ଭବ। ଏପରି ଅଞ୍ଚଳରେ, ଆମେ ବିକାଶ ପାଇଁ ଏକ ସଂକଳ୍ପ ନେଇ ଆଗକୁ ବଢ଼ିଲୁ। ଗତ ୧୨ ବର୍ଷ ମଧ୍ୟରେ, ଆମ ସରକାର ୧୨,୦୦୦କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରିଛି । ଅନେକ ଥର, ଆମେ ଆମର ରାସ୍ତା ନିର୍ମାଣ ଉପକରଣ ପୋଡ଼ି ଯାଉଥିବା ଦେଖିଛୁ। ଠିକାଦାରମାନଙ୍କୁ ଘଉଡ଼ାଇ ଦିଆଯାଇଥିଲା। ଯଦି ୨୫ଜଣ ଲୋକ ଏକ ରାସ୍ତାରେ କାମ କରୁଥିଲେ, ତେବେ କାମ ଜାରି ରଖିବା ପାଇଁ ୨୦୦ ଜଣ ପୁଲିସ କର୍ମଚାରୀ ସୁରକ୍ଷାରେ ନିଯୁକ୍ତ ରହୁଥିଲେ। ଆମେ ଆମେ ଏସବୁ କାର୍ଯ୍ୟ କରିଥିଲୁ କାରଣ ଆମେ ଏହା କରିବାକୁ ଦୃଢ଼ ସଂକଳ୍ପବଦ୍ଧ ଥିଲୁ।

ବନ୍ଧୁଗଣ,

ଆମେ ୯,୫୦୦ରୁ ଅଧିକ ମୋବାଇଲ ଟାୱାର ସ୍ଥାପନ କରିଛୁ। ପୂର୍ବରୁ ଗୋଟିଏ ଟାୱାର ମଧ୍ୟ ସ୍ଥାପନ କରିବା ସମ୍ଭବ ନଥିଲା, ଏବଂ ଯଦି ସ୍ଥାପନ କରାଯାଉଥିଲା, ତାହାକୁ ଧ୍ୱଂସ କରି ଦିଆଯାଉଥିଲା। କାରଣ ସେମାନେ ସଦାସର୍ବଦା ଅସନ୍ତୋଷ ଓ କ୍ରୋଧକୁ ଉସକାଇ ରଖିବାକୁ ଚାହୁଁଥିଲେ।ଆମେ ପ୍ରାୟ ୪୫ ହଜାର ଗ୍ରାମକୁ ମୋବାଇଲ ସଂଯୋଗ ସୁବିଧା ପହଞ୍ଚାଇଛୁ। ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୧,୮୦୦ରୁ ଅଧିକ ବ୍ୟାଙ୍କ ଶାଖା ଖୋଲାଯାଇଛି। ପ୍ରାୟ ୭୫ ହଜାର ବ୍ୟାଙ୍କିଂ କରେସ୍ପଣ୍ଡେଣ୍ଟ ନିଯୁକ୍ତ କରାଯାଇଛନ୍ତି ଏବଂ ୬,୦୦୦ରୁ ଅଧିକ ନୂତନ ଡାକଘର ସ୍ଥାପିତ କରାଯାଇଛି।ବନ୍ଧୁଗଣ,ଆମେ କେବଳ ବୋମା, ବନ୍ଧୁକ ଏବଂ ଗୁଳି ଉପରେ ନିର୍ଭର କରିନଥିଲୁ; ବରଂ ଲୋକଙ୍କ ହୃଦୟ ଜିତିବା ପାଇଁ ଭଗବାନ ଦେଇଥିବା ଆମର ସମସ୍ତ ଶକ୍ତିକୁ ନିବେଶ କରିଥିଲୁ।

ବନ୍ଧୁଗଣ,

ଆମେ ସାଧାରଣ ଲୋକଙ୍କ ଆଶା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ଦୃଢ଼ ସଂକଳ୍ପ ନେଇ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ଯାଉଥିଲୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ଜଣାଶୁଣା ନକ୍ସଲବାଦୀଙ୍କ ଉପରେ କୋଟି କୋଟି ଟଙ୍କାର ପୁରସ୍କାର ଥିଲା। ତାଙ୍କ ମା’ ପ୍ରଥମ ଥର ପାଇଁ ଆମ ସରକାରଙ୍କ ଠାରୁ ଏକ ରାସନ କାର୍ଡ ପାଇଥିଲେ। ତାଙ୍କ ପୁଅ କେବେ ତାଙ୍କୁ ରାସନ କାର୍ଡ ପାଇବାକୁ ଦେଇନଥିଲା, କାରଣ ସେ ନିଜର ଆତଙ୍କର ଶାସନ ଚଳାଇବାକୁ ଚାହୁଁଥିଲା। ଏହା ଦେଖି ମୁଁ ନିଜେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଥିଲି। କିନ୍ତୁ ସେହି ସମୟର ସରକାର ନୀରବ ରହିଥିଲା, ଯେପରି ସମ୍ବିଧାନ ପ୍ରତି ଅନ୍ଧ ହୋଇଯାଇଥିଲା। କିନ୍ତୁ ଏହି ସମସ୍ତ ପ୍ରୟାସର ପରିଣାମ ସ୍ୱରୂପ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସର ଏକ ନୂତନ ଯୁଗ ସୃଷ୍ଟି ହୋଇଥିଲା। ଆଜି ବସ୍ତରକୁ ଦେଖନ୍ତୁ - ବୋମା ଏବଂ ବନ୍ଧୁକ ବଦଳରେ, ବସ୍ତର ଅଲିମ୍ପିକ୍ସ ବହୁତ ଉତ୍ସାହର ସହିତ ପାଳନ କରାଯାଉଛି। ଏହାର ଦୁଇଟି ସଂସ୍କରଣ ସଫଳତାର ସହ ଆୟୋଜିତ ହୋଇସାରିଛି। ପ୍ରଥମ ସଂସ୍କରଣରେ ଦେଢ଼ ଲକ୍ଷରୁ ଅଧିକ ଯୁବକ-ଯୁବତୀ ଅଂଶଗ୍ରହଣ କରିଥିଲେ ଏବଂ ଦ୍ୱିତୀୟ ସଂସ୍କରଣରେ ପ୍ରାୟ ଚାରି ଲକ୍ଷ ଯୁବକ-ଯୁବତୀ ଯୋଗ ଦେଇଥିଲେ।। ଏହାର ଅର୍ଥ ହେଉଛି ଯେଉଁଠାରେ ପୂର୍ବରୁ ଆତଙ୍କ ଥିଲା, ସେଠାରେ ପ୍ରତିଭା ସୁଯୋଗ ଖୋଜୁଛି, ଏବଂ କ୍ରୀଡା ପ୍ରଫୁଲ୍ଲିତ ହେଉଛି।

 

ବନ୍ଧୁଗଣ,

ଗତ ୧୨ ବର୍ଷର ସେବାଯାତ୍ରାର ସବୁଠାରୁ ବଡ଼ ସଫଳତାମାନଙ୍କ ମଧ୍ୟରୁ ଗୋଟିଏ ହେଉଛି, ନିରାଶାରୁ ବାହାରି ଆଶା ଓ ଆକାଂକ୍ଷାରେ ପରିପୂର୍ଣ୍ଣ ଏକ ନୂତନ ଭାରତର ନିର୍ମାଣ।

ବନ୍ଧୁଗଣ,

ନକ୍ସଲବାଦ ହୋଇପାରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ଥିଲା, କିନ୍ତୁ ତାହାର ଯନ୍ତ୍ରଣା ସମଗ୍ର ଭାରତର ପ୍ରତ୍ୟେକ କୋଣରେ ଅନୁଭବ କରାଯାଉଥିଲା। ଏବଂ ଯେତେବେଳେ ଏହି ଖବର ପ୍ରଚାରିତ ହେବାକୁ ଲାଗିଲା ଯେ ନକ୍ସଲବାଦର ଅନ୍ତ ଘଟୁଛି, ସେତେବେଳେ ବିଶ୍ୱାସର ଏହି ଭାବନା କେବଳ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସୀମିତ ରହିଲା ନାହିଁ; ଏହା ସମଗ୍ର ଦେଶରେ ବ୍ୟାପିଗଲା। ୨୦୧୪ ପୂର୍ବରୁ କଂଗ୍ରେସ ସରକାରର ଦଶ ବର୍ଷର ଶାସନକାଳରେ ଲୋକଙ୍କ ଅସନ୍ତୋଷ କେବଳ ଶାସନ ବ୍ୟବସ୍ଥାକୁ ନେଇ ନଥିଲା। ନିରାଶା ତାହାଠାରୁ ଅଧିକ ଗଭୀର ଥିଲା। ଦେଶ ନିଜର ଆଶା ହରାଇ ବସିଥିଲା। ଲୋକମାନଙ୍କୁ ଲାଗୁଥିଲା ଯେ କିଛି ବଦଳିପାରିବ ନାହିଁ, କିଛି ସୁଧାରି ହୋଇପାରିବ ନାହିଁ।

ବନ୍ଧୁଗଣ,

ଗତ ୧୨ ବର୍ଷ ମଧ୍ୟରେ ଭାରତ ନିରାଶାକୁ ଆଶାରେ ପରିଣତ କରିଛି, ଏବଂ ଏହା ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥିଲା । ଆଜି ପ୍ରତ୍ୟେକ ଭାରତବାସୀ ଅନୁଭବ କରୁଛନ୍ତି ଯେ ଆଉ ଟିକେ ଅଧିକ ପ୍ରୟାସ କଲେ ସଫଳତା ନିଶ୍ଚୟ ହାସଲ କରାଯାଇପାରିବ। ସେହି ଦିନଗୁଡ଼ିକ ଚାଲିଗଲା, ଯେତେବେଳେ ସବୁଠାରେ କେବଳ ଗୋଟିଏ କଥା ଶୁଣିବାକୁ ମିଳୁଥିଲା—“ଏହା ହୋଇପାରିବ ନାହିଁ, ଏହା ହୋଇପାରିବ ନାହିଁ।” ସେହି ଯୁଗ ଏବେ ଅତୀତ ହୋଇଯାଇଛି। ଆଜିର ଭାବନା ହେଉଛି—“ଏହା ହେବ, ନିଶ୍ଚୟ ହେବ।”ଏହି ନୂତନ ଆତ୍ମବିଶ୍ୱାସ ହିଁ ଭାରତର ପ୍ରକୃତ ସଫଳତା, ଏବଂ ଏହାହିଁ ଭାରତର ପ୍ରକୃତ ଶକ୍ତି।ଆହ୍ୱାନ ଓ ଚ୍ୟାଲେଞ୍ଜ ଆଜି ମଧ୍ୟ ଅଛି, ଆଗାମୀ ଦିନରେ ମଧ୍ୟ ରହିବ। ଚ୍ୟାଲେଞ୍ଜଗୁଡ଼ିକ ସଦା ନିଜ ରୂପ ପରିବର୍ତ୍ତନ କରିଥାଏ, ନୂତନ ନୂତନ ଆକାରରେ ଆସିଥାଏ। କିନ୍ତୁ ସେମାନେ ଯେକୌଣସି ରୂପରେ ଆସୁନାହିଁ କାହିଁକି, ଆମେ ସେମାନଙ୍କ ସହ ଲଢ଼ିବୁ ଏବଂ ବିଜୟୀ ହେବୁ। ଯେତେବେଳେ ସମଗ୍ର ଜାତି ଏହି ବିଶ୍ୱାସ ସହ ଆଗକୁ ବଢ଼େ ଯେ “ଏହା ସମ୍ଭବ ଏବଂ ଆମେ ଏହାକୁ କରି ଦେଖାଇବୁ,” ସେତେବେଳେ ସ୍ୱପ୍ନଗୁଡ଼ିକ ସାକାର ହୁଏ।

ବନ୍ଧୁଗଣ,

ମୁଁ ଏଠାରେ ଭାରତର ୧୦୦ ରୁ ଅଧିକ ଜିଲ୍ଲା ଏବଂ ୫୦୦ ରୁ ଅଧିକ ବ୍ଲକ ବିଷୟରେ କହିବାକୁ ଚାହୁଁଛି। ବିକାଶର ପ୍ରତ୍ୟେକ ପାରାମିଟରରେ ଏଗୁଡ଼ିକୁ ପଛରେ ପକାଇ ଦିଆଯାଇଥିଲା, ଏବଂ ପୂର୍ବ ସରକାରଗୁଡ଼ିକ ସେମାନଙ୍କୁ "ପଛୁଆ ଜିଲ୍ଲା" ଏବଂ "ପଛୁଆ ଅଞ୍ଚଳ" ଭାବରେ ନାମିତ କରିଥିଲେ। ଆମେ ଏହି ବିଶାଳ ଅଞ୍ଚଳଗୁଡ଼ିକୁ ପଛୁଆପଣର ନିରାଶାରୁ ବାହାର କରି ବିକାଶ ପାଇଁ ଆକାଂକ୍ଷା ଜାଗ୍ରତ କରିଛୁ। ପ୍ରଥମେ, ଆମେ ସେମାନଙ୍କର ପରିଚୟ ବଦଳାଇଲୁ। ଆମେ କହିଲୁ ଯେ ଏଗୁଡ଼ିକ "ଆକାଂକ୍ଷା ଜିଲ୍ଲା", ଏଗୁଡ଼ିକ "ଆକାଂକ୍ଷା ବ୍ଲକ"। ଆମେ ଆକାଂକ୍ଷା ଜିଲ୍ଲା ଏବଂ ଆକାଂକ୍ଷା ବ୍ଲକ ପାଇଁ କାର୍ଯ୍ୟକ୍ରମ ସୃଷ୍ଟି କରିଥିଲୁ, ଏବଂ ସରକାର ବିକାଶର ପ୍ରତ୍ୟେକ ପାରାମିଟର ଉପରେ ସତର୍କତାର ସହିତ କାମ କରିବା ଆରମ୍ଭ କରିଥିଲୁ। ପ୍ରତ୍ୟେକ ଜିଲ୍ଲାରେ, ଆମେ ଦୂର କରିବା ପାଇଁ ତିନୋଟି ଦିଗକୁ ଚିହ୍ନଟ କରିଥିଲୁ, ଅନ୍ୟଗୁଡ଼ିକରେ ଛଅଟି ଦିଗକୁ ଚିହ୍ନଟ କରିଥିଲୁ, ଏବଂ କେନ୍ଦ୍ରିତ ପ୍ରୟାସ ଆରମ୍ଭ ହୋଇଥିଲା। ଆଜି, ଏହି ଆକାଂକ୍ଷା ଜିଲ୍ଲା ଏବଂ ବ୍ଲକଗୁଡ଼ିକ ରାଜ୍ୟଗୁଡ଼ିକର ସାମଗ୍ରିକ ଅଭିବୃଦ୍ଧିକୁ ଚାଳିତ କରୁଛନ୍ତି। ପୂର୍ବରୁ, ସେମାନେ ଅଭିବୃଦ୍ଧିକୁ ପଛକୁ ଟାଣି ନେଇଥିଲେ। ଏହି ଜିଲ୍ଲାଗୁଡ଼ିକରେ ଦାରିଦ୍ର୍ୟ ଏବଂ ଅଭାବରେ ବହୁ ଜନସଂଖ୍ୟା ରହୁଥିଲା। ସାମ୍ପ୍ରତିକ ବର୍ଷଗୁଡ଼ିକରେ ୨୫୦ ନିୟୁତ ଗରିବ ଲୋକ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି, ଏବଂ ଆକାଂକ୍ଷା ଜିଲ୍ଲାଗୁଡ଼ିକ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

 

ବନ୍ଧୁଗଣ,

ଆମେ ଦେଖୁଛୁ ଯେ ଯେତେବେଳେ ଜଣେ ବ୍ୟକ୍ତି ରୋଗମୁକ୍ତ ହୁଅନ୍ତି, ସେତେବେଳେ କେବଳ ସେହି ବ୍ୟକ୍ତି ନୁହେଁ, ସମଗ୍ର ପରିବାର ସ୍ୱସ୍ତି ଅନୁଭବ କରେ। ସେହିପରି, ଯେତେବେଳେ ଜଣେ ପୁଅ କିମ୍ବା ଝିଅ କିଛି ସଫଳତା ହାସଲ କରନ୍ତି, ଏହା କେବଳ ସେମାନଙ୍କର ସଫଳତା ନୁହେଁ, ବରଂ ସମଗ୍ର ପରିବାର ଗର୍ବ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଯାଏ। ସେହିପରି, ଯେତେବେଳେ ଜଣେ ଦାରିଦ୍ର୍ୟରୁ ବାହାରି ଆସିଥାନ୍ତି, ସେତେବେଳେ ସମଗ୍ର ସମାଜ ଲାଭ ପାଏ, ଦେଶ ଲାଭ ପାଏ। ଯେତେବେଳେ ୨୫୦ ନିୟୁତ ଲୋକ ଦାରିଦ୍ର୍ୟରୁ ବାହାରି ନବ୍ୟ-ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରନ୍ତି, ସେତେବେଳେ ଲାଭ କେବଳ ସେହି ପରିବାରଗୁଡ଼ିକ ପାଇଁ ସୀମିତ ନୁହେଁ। ମଧ୍ୟବିତ୍ତ ବର୍ଗ ମଧ୍ୟ ଲାଭ ପାଏ, କାରଣ ଏମାନେ ନୂତନ ଗ୍ରାହକ ଯେଉଁମାନେ ଅର୍ଥନୀତିକୁ ଚଳାନ୍ତି, ଶେଷରେ ମଧ୍ୟବିତ୍ତ ବର୍ଗ ପାଇଁ ନୂତନ ସୁଯୋଗ ସୃଷ୍ଟି କରନ୍ତି। ତେଣୁ, ଦାରିଦ୍ର୍ୟ ହ୍ରାସ କେବଳ କଲ୍ୟାଣର ବିଷୟ ନୁହେଁ - ଏହା ସୁଯୋଗ ବିସ୍ତାର କରିବାର ଏକ କାହାଣୀ, ନୂତନ ଆକାଂକ୍ଷାର ଉତ୍ସ।

ବନ୍ଧୁଗଣ,

ଗତ ୧୨ ବର୍ଷ ମଧ୍ୟରେ ଦେଶରେ ଯେଉଁ ବିଶାଳ ମଧ୍ୟବିତ୍ତ ଶ୍ରେଣୀର ଉଦୟ ହୋଇଛି ତାହା ସରକାରଙ୍କ ପାଇଁ ଏକ ପ୍ରମୁଖ ପ୍ରାଥମିକତା ହୋଇଛି। ମଧ୍ୟବିତ୍ତଙ୍କ ସହଜ ଜୀବନଯାପନ (Ease of Living) ପାଇଁ ସରକାର ପ୍ରତ୍ୟେକ ସ୍ତରରେ କାମ କରିଛି। ଘର ମାଲିକ ହେବାର ସ୍ୱପ୍ନକୁ ଦେଖନ୍ତୁ । ପ୍ରତ୍ୟେକ ମଧ୍ୟବିତ୍ତ ପରିବାର ନିଜର ଘର ରଖିବାକୁ ଚାହାଁନ୍ତି। ୨୦୧୪ ରେ, ଯଦି କୌଣସି ପରିବାର ଘର କିଣିବାକୁ ଚାହୁଁଥିଲା, ତେବେ ଗୃହ ଋଣ ଦୁଇ ଅଙ୍କ ସୁଧ ହାରରେ ଆସୁଥିଲା। ଆଜି, ବ୍ୟାଙ୍କଗୁଡ଼ିକରୁ ୭-୮ ପ୍ରତିଶତ ସୁଧରେ ଋଣ ଉପଲବ୍ଧ ହେଉଛି। ପୂର୍ବରୁ, ଋଣ ପାଇବା ଯୁଦ୍ଧ ଜିତିବା ଭଳି ଥିଲା, ଏଥିପାଇଁ ଅପାର ପରିଶ୍ରମ କରିବାକୁ ପଡୁଥିଲା। ଆଜି, ଏହା ନିଜ ଘରର ଆରାମରୁ ସମ୍ଭବ। ଏଠାରେ ଦିଲ୍ଲୀ-ଏନସିଆରରେ, ଲୋକମାନେ ଜାଣନ୍ତି ଯେ ହଜାର ହଜାର ସହରାଞ୍ଚଳ ମଧ୍ୟବିତ୍ତ ପରିବାର ଘର କିପରି ଅସମ୍ପୂର୍ଣ୍ଣ ଭାବରେ ଅଟକି ରହିଥିଲା। ପରିବାରମାନେ ବିଲ୍ଡରମାନଙ୍କୁ ସେମାନଙ୍କର ଜୀବନ ସଞ୍ଚୟ ଦେଇଥିଲେ, ଯେଉଁମାନେ ଚକଚକିଆ ପତ୍ରିକା ଏବଂ ସ୍ୱପ୍ନ ଦେଖାଇଥିଲେ, କିନ୍ତୁ ଘର କେବେ ବି ଯୋଗାଇ ଦିଆଯାଇ ନଥିଲା। ପରିବାରଗୁଡ଼ିକୁ ସେମାନଙ୍କର ଘର ପାଇଁ ଅସୀମ ଅପେକ୍ଷା କରି ଭଡା ଦେବାକୁ ପଡିଥିଲା। ଏହା ଏକ ଭୟଙ୍କର ପରିସ୍ଥିତି ଥିଲା। ଏହି ଅଟକି ରହିଥିବା ପ୍ରକଳ୍ପଗୁଡ଼ିକୁ ସମାପ୍ତ କରିବା ପାଇଁ, ଆମେ ୨୫,000 କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରିଥିଲୁ। ଆପଣ ଜାଣି ଖୁସି ହେବେ ଯେ ସାରା ଦେଶରେ ପ୍ରାୟ ୬୦,୦୦୦ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଘର ଏବେ ପହଞ୍ଚାଯାଇଛି।

ବନ୍ଧୁଗଣ,

ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ଆଉ ଏକ ଦିଗ ହେଉଛି ସଂଯୋଗୀକରଣ ଏବଂ ପରିବହନ। ଆଜି, ଯଦି ଆପଣ ସୋସିଆଲ ମିଡିଆକୁ ଦେଖନ୍ତି, ତେବେ ସାରା ବିଶ୍ୱର ପର୍ଯ୍ୟଟକମାନେ ଆମର ମେଟ୍ରୋ ସିଷ୍ଟମ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ବନ୍ଧୁଗଣ,

୨୦୧୪ ମସିହାରେ, ପ୍ରାୟ ୨.୮ ନିୟୁତ ଲୋକ ପ୍ରତିଦିନ ମେଟ୍ରୋରେ ଯାତ୍ରା କରୁଥିଲେ। ଆଜି, ପ୍ରାୟ ୧୨.୮ ନିୟୁତ ଲୋକ ପ୍ରତିଦିନ ମେଟ୍ରୋରେ ଯାତ୍ରା କରନ୍ତି। ବର୍ତ୍ତମାନ, ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଭଳି ହାଇ-ସ୍ପିଡ୍ ଟ୍ରେନଗୁଡ଼ିକ ଦେଶକୁ ସଂଯୋଗ କରୁଛନ୍ତି। ଉନ୍ନତ ରାସ୍ତା ଏବଂ ରାଜପଥ ସହିତ, କେବଳ ସମୟ ସଞ୍ଚୟ ହୁଏ ନାହିଁ, ଯାନବାହାନ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଏହା ଅନେକ ଛୋଟ ସହରଗୁଡ଼ିକରେ ମଧ୍ୟବିତ୍ତ ବର୍ଗକୁ ପ୍ରଥମ ଥର ପାଇଁ ବିମାନ ଯାତ୍ରା କରିବାର ସୁଯୋଗ ଦେଇଛି।

 

ବନ୍ଧୁଗଣ,

ଗତ ୧୨ ବର୍ଷ ମଧ୍ୟରେ, ଭାରତ କେବଳ ମଧ୍ୟବିତ୍ତ ବର୍ଗର ରୋଜଗାର ବୃଦ୍ଧି କରିନାହିଁ ବରଂ ସେମାନଙ୍କ ସଞ୍ଚୟ ମଧ୍ୟ ବୃଦ୍ଧି କରିଛି। ୨୦୧୩-୧୪ ରେ, ପ୍ରାୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରଯୋଗ୍ୟ ଥିଲା, ଏବଂ ମଧ୍ୟବିତ୍ତ ବର୍ଗ ସେହି ବୋଝ ବହନ କରୁଥିଲେ। ଆଜି, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରମୁକ୍ତ। ଅନ୍ୟ ଶବ୍ଦରେ, କରମୁକ୍ତ ଆୟ ଅନେକ ଗୁଣ ବୃଦ୍ଧି ପାଇଛି।

ବନ୍ଧୁଗଣ,

GST ସଂସ୍କାର ମଧ୍ୟବିତ୍ତ ବର୍ଗ ପାଇଁ ବହୁତ ସୁବିଧା ଆଣିଛି। ଟିକସ ଦାଖଲ କରିବା ସହଜ ହୋଇଛି, ସମୟ ଏବଂ ଟଙ୍କା ଉଭୟ ସଞ୍ଚୟ ହୋଇଛି। ଆୟକର ରିଟର୍ଣ୍ଣ ଏବେ ଘରୁ ଫାଇଲ୍ କରାଯାଇପାରିବ, ଏବଂ ସମାଧାନ ସମସ୍ୟାଗୁଡ଼ିକୁ ମଧ୍ୟ ଏକ ଅଦୃଶ୍ୟ ଉପାୟରେ ପରିଚାଳନା କରାଯାଏ।

ବନ୍ଧୁଗଣ,

ମଧ୍ୟବିତ୍ତ ପରିବାର ପାଇଁ ଏକ ପ୍ରମୁଖ ଖର୍ଚ୍ଚ ହେଉଛି ମଧୁମେହ ଏବଂ ଅନ୍ୟାନ୍ୟ ଜୀବନଶୈଳୀ ସମ୍ବନ୍ଧୀୟ ରୋଗର ଚିକିତ୍ସା। ଜନ ଔଷଧି କେନ୍ଦ୍ରଗୁଡ଼ିକରେ, ଏପରି ଔଷଧ ୮୦ ପ୍ରତିଶତ ରିହାତିରେ ଉପଲବ୍ଧ। ଯଦି ଆପଣ ପୂର୍ବରୁ ୧,୦୦୦ ଟଙ୍କା ଖର୍ଚ୍ଚ କରୁଥିଲେ, ଆଜି ଆପଣ କେବଳ ୨୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହା ୮୦୦ ଟଙ୍କା ସଞ୍ଚୟ କରୁଛି। ବର୍ଷ ବର୍ଷ ଧରି, ଏହା ଅଗଣିତ ପରିବାର ପାଇଁ ପ୍ରାୟ ୪୦,୦୦୦ କୋଟି ଟଙ୍କା ସଞ୍ଚୟ କରିଛି। ମଧ୍ୟବିତ୍ତ ବଜେଟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୃଦ୍ଧଙ୍କ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ ହୁଏ। ଆଜି, ୭୦ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ନାଗରିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବାକୁ ହକଦାର।

ବନ୍ଧୁଗଣ,

ମନୁଷ୍ୟର ସ୍ୱଭାବ ହେଉଛି ଯେ, ସୁବିଧାଗୁଡ଼ିକ ଦୈନନ୍ଦିନ ଜୀବନର ଅଂଶ ହୋଇଗଲେ ସେ ପୂର୍ବର କଷ୍ଟଗୁଡ଼ିକୁ ଭୁଲିଯାଏ। ପୂର୍ବରୁ ଆପଣମାନେ ୨ ଲକ୍ଷ ଟଙ୍କା ଆୟ ଉପରେ କର ଦେଉଥିଲେ; ଆଜି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରମୁକ୍ତ। ତଥାପି, ଏହା ମନେ ପକାଇ ଦେଲେ ହିଁ ତାଳି ବାଜେ। ଅନ୍ୟପକ୍ଷରେ, ବସ୍ କିମ୍ବା ଟ୍ରେନ୍ ସାମାନ୍ୟ ବିଳମ୍ବ ହେଲେ ଅଭିଯୋଗର ବର୍ଷା ଆରମ୍ଭ ହୋଇଯାଏ। ଏହା ହେଉଛି ସବୁଠାରୁ ଅଧିକ ସ୍ୱର ଉଠାଉଥିବା ବର୍ଗ।

ବନ୍ଧୁଗଣ,

ମୁଁ ଯେପରି କହିଲି, ଲୋକମାନେ ପୁରୁଣା କଷ୍ଟଗୁଡ଼ିକୁ ଭୁଲିଯାଆନ୍ତି। ଡ୍ରାଇଭିଂ ଲାଇସେନ୍ସ କିମ୍ବା ପାସପୋର୍ଟ ପାଇବା ପାଇଁ ଆଗରୁ କେତେ ଅସୁବିଧା ହେଉଥିଲା, ସେ କଥା ହୁଏତ ଆପଣମାନେ ମଧ୍ୟ ମନେ ରଖିନଥିବେ। ପୂର୍ବରୁ ଏହା ଏକ ବଡ଼ ସଂଘର୍ଷ ଥିଲା। ଆଜି ଡ୍ରାଇଭିଂ ଲାଇସେନ୍ସ ପାଇବା ସହଜ ହୋଇଛି ଏବଂ ସାଧାରଣତଃ ତିନି ଦିନ ମଧ୍ୟରେ ପାସପୋର୍ଟ ମିଳି ଯାଉଛି ।

ବନ୍ଧୁଗଣ,

ମୁଁ ଜାଣେ, ଆମ ସରକାରଙ୍କ କାର୍ଯ୍ୟପ୍ରଣାଳୀ ଲୋକଙ୍କ ଆକାଂକ୍ଷାକୁ ବଢ଼ାଇଛି। ଗୋଟିଏ ଦାବି ପୂରଣ ହେଲେ, ଲୋକମାନେ ତୁରନ୍ତ ଆଉ ଭଲ, ଆଉ ଉନ୍ନତ କିଛି ଚାହିଁଥାନ୍ତି।ପୂର୍ବରୁ ଯଦି ଏକ ନୂଆ ରାସ୍ତା ପାଇଁ ଦାବି ଥିଲା, ରାସ୍ତା ହୋଇଗଲା ପରେ ପରବର୍ତ୍ତୀ ପ୍ରଶ୍ନ ହୁଏ—“ଏଠାରେ ମେଟ୍ରୋ କେବେ ଆସିବ?” ପୂର୍ବରୁ ଆଶା ଥିଲା ଯେ ଟ୍ରେନ୍ ଠିକ୍ ସମୟରେ ଆସିବ ଏବଂ ବସିବା ପାଇଁ ସଫା ଆସନ ମିଳିବ। ଆଜି ଦାବି ହେଉଛି—“ଆମ ରୁଟ୍‌ରେ ବନ୍ଦେ ଭାରତ କାହିଁକି ଚାଲୁ ହେଉନାହିଁ?”

 

ବନ୍ଧୁଗଣ,

କେହି କେହି ଏହାକୁ ଅସନ୍ତୋଷ ବୋଲି ଭାବନ୍ତି, କିନ୍ତୁ ଏହା ପ୍ରକୃତରେ ଆକାଂକ୍ଷା। ବାସ୍ତବରେ କଂଗ୍ରେସ ଦଳ ମଧ୍ୟ ନିରନ୍ତର କହୁଛି—“ମୋଦୀଜୀ, ଏହା କରନ୍ତୁ, ସେହିଟା କରନ୍ତୁ।” ସେମାନଙ୍କର ମଧ୍ୟ ବିଶ୍ୱାସ ଅଛି ଯେ ଯଦି କେହି ଏହାକୁ କରିପାରିବେ, ତେବେ ଏହି ସରକାର ହିଁ କରିପାରିବ।

ବନ୍ଧୁଗଣ,

ଆକାଂକ୍ଷା କେବଳ ସେହିଠାରେ ଜନ୍ମ ହୁଏ ଯେଉଁଠାରେ ଲୋକମାନେ ବିଶ୍ୱାସ କରନ୍ତି ଯେ ସ୍ୱପ୍ନ ପୂରଣ ହୋଇପାରିବ। ଏହା ହେଉଛି ଭାରତର ଯୁବପିଢ଼ି, ଗରିବ ଏବଂ ମଧ୍ୟବିତ୍ତ ବର୍ଗର ଆକାଂକ୍ଷା। ଆଜି, ଏହା ବିଜେପି-ଏନଡିଏ ସରକାରଙ୍କ ପ୍ରେରଣାଦାୟକ ଶକ୍ତି।

ବନ୍ଧୁଗଣ,

ଗୋଟିଏ ପଟେ, ଦେଶର ଏକ ବଡ଼ ବର୍ଗ ଆକାଂକ୍ଷାବାଦୀ। ଅନ୍ୟପଟେ, ଏକ ରାଜନୈତିକ ଗୋଷ୍ଠୀ ଅଛି ଯାହାର ଜୀବନ ମନ୍ତ୍ର "ସବୁବେଳେ ବିରୋଧ" ହୋଇଗଲାଣି। ଏହି ଗୋଷ୍ଠୀ ଦୀର୍ଘକାଳୀନ ଅସନ୍ତୋଷରେ ପରିପୂର୍ଣ୍ଣ। ମୁଁ କିଛି ଲକ୍ଷଣ ବାଣ୍ଟିବାକୁ ଚାହେଁ ଯାହା ଦ୍ୱାରା ରିପବ୍ଲିକ୍ ଟିଭି ଦର୍ଶକମାନେ ସେମାନଙ୍କୁ ଚିହ୍ନିପାରିବେ। ସେମାନେ କହିବେ, "ଏହି ସ୍ଥାନରେ ୨୪ ଘଣ୍ଟା ବିଦ୍ୟୁତ୍ କାହିଁକି ନାହିଁ?" କିନ୍ତୁ ପରଦିନ, ସେମାନେ ଡ୍ୟାମ୍, ସୌର ପାର୍କ, ଥର୍ମାଲ୍ ପ୍ଲାଣ୍ଟ କିମ୍ବା ପରମାଣୁ ପ୍ରକଳ୍ପ ବିରୋଧରେ ପ୍ରତିବାଦ କରନ୍ତି। ଗୋଟିଏ ଦିନ ସେମାନେ ପଚାରନ୍ତି ଯେ କାହିଁକି ବିଦ୍ୟୁତ୍ ନାହିଁ, ପରଦିନ ସେମାନେ ବିଦ୍ୟୁତ୍ ଉତ୍ପାଦନକୁ ବିରୋଧ କରନ୍ତି। ଏମାନେ ସେହି ଲୋକ ଯେଉଁମାନେ ଥରେ ଖଣିଜ ସଂରକ୍ଷଣ ଏବଂ ଯୋଗାଣ ଶୃଙ୍ଖଳକୁ ବିରୋଧ କରୁଥିଲେ, କିନ୍ତୁ ଆଜି ପଚାରୁଛନ୍ତି ଭାରତରେ ଅନ୍ୟ ଦେଶମାନଙ୍କ ପରି କାହିଁକି ଏକ EV ଇକୋସିଷ୍ଟମ୍ ନାହିଁ। ସେମାନେ ଏକଦା “ଡାଟା ବନାମ ଆଟା” ବିତର୍କ କରୁଥିଲେ, ଆଜି ପଚାରୁଛନ୍ତି ଯେ ଭାରତ AI କ୍ଷେତ୍ରରେ କ’ଣ କରିଛି। ଗୋଟିଏ ନିଶ୍ୱାସରେ ସେମାନେ କୁହନ୍ତି ଯେ AI ଆହୁରି ଆଗକୁ ବଢ଼ିବା ଉଚିତ ଥିଲା, ଏବଂ ପରବର୍ତ୍ତୀ ସମୟରେ, ସେମାନେ ଡାଟା ସେଣ୍ଟର ଏବଂ ସେମିକଣ୍ଡକ୍ଟର ପ୍ଲାଣ୍ଟଗୁଡ଼ିକୁ ବିରୋଧ କରନ୍ତି, ସୋସିଆଲ ମିଡିଆ, ଟିଭି ବିତର୍କ ଏବଂ ଖବରକାଗଜରେ ଅସୀମ ତ୍ରୁଟିଗୁଡ଼ିକୁ ତାଲିକାଭୁକ୍ତ କରନ୍ତି।

ବନ୍ଧୁଗଣ,

ଏହି ଲୋକମାନେ ବିଶ୍ୱର ବିଭିନ୍ନ ଦୁର୍ନୀତି ସୂଚକାଙ୍କ (Corruption Indices) ଉଠାଇ ଭାରତକୁ କାଠଗଡ଼ାରେ ଠିଆ କରିବାକୁ ଚେଷ୍ଟା କରନ୍ତି | ସେମାନଙ୍କର ଇକୋସିଷ୍ଟମର ମିଡିଆ ଏହାକୁ୨୪/୭ ବୃଦ୍ଧି କରିଥାଏ | କିନ୍ତୁ ଯେତେବେଳେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ସେମାନେ ପ୍ରଥମେ ଦୁର୍ବୃତ୍ତ କାନ୍ଦନ୍ତି, ଆକ୍ରମଣ ଏବଂ ଅନୁସନ୍ଧାନ ହଇରାଣ ବୋଲି ଦାବି କରନ୍ତି | । ସେମାନେ ପଚାରନ୍ତି—ଏବେ କାହିଁକି କାର୍ଯ୍ୟାନୁଷ୍ଠାନ? ସେତେବେଳେ କାହିଁକି ନୁହେଁ ? ‘A’ ବିରୋଧରେ କାହିଁକି? ‘B’ ବିରୋଧରେ କାହିଁକି ନୁହେଁ ? ଏହା ହେଉଛି ସେମାନଙ୍କର ଖେଳ।

ବନ୍ଧୁଗଣ,

ଦେଶ ପାଇଁ ଏହି ଲୋକମାନଙ୍କର ଚରିତ୍ରକୁ ବୁଝିବା ଅତ୍ୟନ୍ତ ଜରୁରୀ। ବିଶେଷକରି ଆମର ଯୁବପିଢ଼ି, ଏବଂ ବିଶେଷତଃ Gen Z ପିଢ଼ି, ସେମାନଙ୍କୁ ଶୀଘ୍ର ଚିହ୍ନିବା ଆବଶ୍ୟକ। ନଚେତ୍‌, ଯେପରି ମୁଁ କହେ, “ସୂର୍ଯ୍ୟବଂଶୀ ଆସିଯାଇଛି,” ଏବଂ ସେ ଏହାକୁ ଶୀଘ୍ର ବୁଝାଇ ଦିଅନ୍ତି।

ବନ୍ଧୁଗଣ,

ଏହି ଲୋକମାନେ କହନ୍ତି ଯେ ସଶସ୍ତ୍ର ବାହିନୀ ପାଖରେ ପର୍ଯ୍ୟାପ୍ତ ସ୍ୱାଧୀନତା ନାହିଁ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ରର ଅଭାବ ରହିଛି। କିନ୍ତୁ ସରକାର ଯେତେବେଳେ କୌଣସି ପ୍ରତିରକ୍ଷା ଚୁକ୍ତି କରେ କିମ୍ବା ଆଧୁନିକ ଅସ୍ତ୍ର କିଣେ, ସେତେବେଳେ ପ୍ରଥମେ ସେମାନେ ହିଁ ପ୍ରଶ୍ନ ଉଠାନ୍ତି—କାହିଁକି କିଣାଗଲା?ସେମାନେ ବିଶ୍ୱ ମଞ୍ଚରେ ଭାରତର କୂଟନୀତିକୁ ପ୍ରଶ୍ନ କରନ୍ତି, କିନ୍ତୁ ଯେତେବେଳେ ଭାରତ କୂଟନୀତି ଓ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରେ, ସେତେବେଳେ ମଧ୍ୟ ସେମାନେ ଜୋରଦାର ବିରୋଧ କରନ୍ତି।

 

ବନ୍ଧୁଗଣ,

ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ, ଭାରତକୁ ଏପରି ଲୋକଙ୍କୁ ଚିହ୍ନଟ କରିବାକୁ ପଡିବ, ସେମାନଙ୍କର ତ୍ରୁଟିପୂର୍ଣ୍ଣ ଯୁକ୍ତିକୁ ବୁଝିବାକୁ ପଡିବ ଏବଂ ସତର୍କ ରହିବାକୁ ପଡିବ। ଦୁର୍ଭାଗ୍ୟବଶତଃ, ଆଜି ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଏପରି ଉପାଦାନମାନେ କବଜା କରିନେଇଛନ୍ତି। ଗାନ୍ଧୀଜୀଙ୍କ ସମୟରେ କଂଗ୍ରେସ ଯେପରି ଦେଶ ପ୍ରଥମେ କହୁଥିଲା, ତାହା କଳ୍ପନା କରିବା ଏବେ ଏକ ମିଥ୍ୟା ସ୍ୱପ୍ନ।

 

ବନ୍ଧୁଗଣ,

ଆଜି ବିଶ୍ୱ ପୁରୁଣା ଧାରଣା ଓ ପ୍ରଚଳିତ ବ୍ୟବସ୍ଥାଗୁଡ଼ିକୁ ଚ୍ୟାଲେଞ୍ଜ କରୁଛି। ପରିବର୍ତ୍ତନ ଏବଂ ବିଘ୍ନ ପରିମାଣ ବହୁତ ବଡ଼ ହୋଇଯାଇଛି। କିନ୍ତୁ ଏହାର ଆଉ ଏକ ପକ୍ଷ ମଧ୍ୟ ଅଛି। ଏହି ଚ୍ୟାଲେଞ୍ଜଗୁଡ଼ିକ ସହିତ ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି।। ଭାରତର ପ୍ରତ୍ୟେକ ଯୁବକ, ଉଦ୍ୟୋଗୀ, ଉଦ୍ଭାବକ ଏବଂ ଷ୍ଟାର୍ଟଅପ୍ ଏହି ସୁଯୋଗଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ। ସରକାର, ପ୍ରଥମେ ରାଷ୍ଟ୍ର ‘Nation First'ର ମନୋଭାବ ସହିତ, ଲୋକଙ୍କ ସହିତ ସମ୍ପୂର୍ଣ୍ଣ ଭାବରେ ଠିଆ ହୋଇଛନ୍ତି। ଭାରତ ଏବେ ସଂସ୍କାର ଏକ୍ସପ୍ରେସରେ ଯାତ୍ରା କରୁଛି। ଏହି ଗତି କେବଳ ତ୍ୱରାନ୍ୱିତ ହେବ। ଏହି ରିପବ୍ଲିକ୍ ଟିଭି ପ୍ଲାଟଫର୍ମରୁ, ମୁଁ ପୁଣି କହୁଛି: ଆମର ସ୍ୱପ୍ନ ବିଶାଳ, ଏବଂ ଆମର ପ୍ରୟାସ ସମାନ ଭାବରେ ବିଶାଳ ହେବ। ୧.୪ ବିଲିୟନ ଭାରତୀୟଙ୍କ ସାମୂହିକ ପ୍ରୟାସ ଏକ ବିକଶିତ ଭାରତ ନିର୍ମାଣ କରିବ। ମୁଁ ଦୃଢ଼ ବିଶ୍ୱାସର ସହିତ କହୁଛି ଯେ, ଆପଣମାନେ ସମସ୍ତେ ନିଜ ଆଖିରେ ସେହି ବିକଶିତ ଭାରତକୁ ଦେଖିବେ। ମୁଁ ଏପରି ଭାବରେ କାମ କରେନାହିଁ ଯେ ଏହା ପାଇଁ ଆଗାମୀ ପିଢ଼ିକୁ ଅପେକ୍ଷା କରିବାକୁ ପଡ଼ିବ। ଆପଣମାନେ ନିଜେ ନିଜ ଆଖିରେ ଏହାକୁ ଦେଖିବେ।

ଏହି ବିଶ୍ୱାସ ଓ ଆତ୍ମବିଶ୍ୱାସ ସହିତ, ମୁଁ ପୁଣିଥରେ ରିପବ୍ଲିକ ଟିଭି, ଏହାର ଦର୍ଶକବୃନ୍ଦ ଏବଂ ଆପଣମାନଙ୍କ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଜଣାଉଛି।

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.