ଆଜି, ପୋଙ୍ଗଲ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି : ପ୍ରଧାନମନ୍ତ୍ରୀ
ତାମିଲ ସଂସ୍କୃତି ସମଗ୍ର ଦେଶର ଏକ ସହଭାଗୀ ଐତିହ୍ୟ : ପ୍ରଧାନମନ୍ତ୍ରୀ
ତାମିଲ ସଂସ୍କୃତିରେ, ଚାଷୀଙ୍କୁ ଜୀବନର ଆଧାର ଭାବରେ ବିବେଚନା କରାଯାଏ ; ଥିରୁକ୍କୁରାଲ କୃଷି ଏବଂ କୃଷକଙ୍କ ଗୁରୁତ୍ୱ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରେ : ପ୍ରଧାନମନ୍ତ୍ରୀ
ପୋଙ୍ଗଲ ପ୍ରକୃତି ପ୍ରତି ସମ୍ମାନକୁ ଆମ ଜୀବନର ଏକ ଅଂଶ କରିବାକୁ ପ୍ରେରଣା ଦିଏ : ପ୍ରଧାନମନ୍ତ୍ରୀ
ଭାରତ ସ୍ପନ୍ଦନଶୀଳ ତାମିଲ ସଂସ୍କୃତିକୁ ନେଇ ବହୁତ ଗର୍ବ କରେ : ପ୍ରଧାନମନ୍ତ୍ରୀ

ଭାନକ୍କମ୍!

 

ଇନିଆ ପୋଙ୍ଗଲ୍ ନାଲଭାଲଟ୍ଟୁକ୍କାଲ! ପୋଙ୍ଗଲର ଏହି ଆନନ୍ଦ ଉତ୍ସବରେ ଶୁଭେଚ୍ଛା!

 

ଆଜି, ପୋଙ୍ଗଲ ବାସ୍ତବରେ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି । ସମଗ୍ର ବିଶ୍ୱରେ ତାମିଲ ସମ୍ପ୍ରଦାୟ ଏବଂ ତାମିଲ ସଂସ୍କୃତିକୁ ପାଳନ କରୁଥିବା ଲୋକମାନେ ଏହାକୁ ବହୁତ ଉତ୍ସାହର ସହ ପାଳନ କରନ୍ତି ଏବଂ ମୁଁ ସେମାନଙ୍କ ମଧ୍ୟରୁ ଜଣେ । ଏହା ମୋର ସୌଭାଗ୍ୟ ଯେ ଏହି ବିଶେଷ ପର୍ବ ପାଳନ କରିବା ପାଇଁ ମୁଁ ଆପଣଙ୍କ ସହ ଯୋଗ ଦେଇଛି । ତାମିଲ ଜୀବନରେ, ପୋଙ୍ଗଲ ଏକ ଆନନ୍ଦଦାୟକ ଅନୁଭୂତି, ଯାହା ଆମର କୃଷକ, ପୃଥିବୀ ଏବଂ ସୂର୍ଯ୍ୟଙ୍କ ପ୍ରତି ଏକ କୃତଜ୍ଞତାର ଭାବନା । ଏହା ଆମକୁ ପ୍ରକୃତି, ପରିବାର ଏବଂ ସମାଜ ସହ ସମନ୍ୱୟର ଗୁରୁତ୍ୱ ଶିଖାଇଥାଏ । ଏହି ସମୟରେ, ଭାରତର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟ ଉତ୍ସବରେ ବୁଡ଼ି ରହିଛନ୍ତି - ଲୋହରୀ, ମକର ସଂକ୍ରାନ୍ତି, ମାଘ ବିହୁ ଏବଂ ଏମିତି ଅନେକ ପର୍ବ । ମୁଁ ପୋଙ୍ଗଲ ଏବଂ ଏହି ସମସ୍ତ ପର୍ବରେ ଭାରତ ଏବଂ ବିଶ୍ୱର ସମସ୍ତ ତାମିଲ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

 

ବନ୍ଧୁଗଣ,

ଏହା ମୋ ପାଇଁ ବହୁତ ଆନନ୍ଦର ବିଷୟ ଯେ ଗତବର୍ଷ ମୋତେ ତାମିଲ ସଂସ୍କୃତି ସହ ଜଡ଼ିତ ଅନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିଥିଲା । ମୁଁ ତାମିଲନାଡ଼ୁର ହଜାର ବର୍ଷର ପୁରୁଣା ଗଙ୍ଗେଇକୋଣ୍ଡା ଚୋଳପୁରମ୍ ମନ୍ଦିରରେ ପ୍ରାର୍ଥନା କରିଥିଲି । ବାରଣାସୀର କାଶୀ ତାମିଲ ସଙ୍ଗମ ସମୟରେ ମୁଁ ସେଠାରେ ଥିବା ପ୍ରତ୍ୟେକ ମୁହୂର୍ତ୍ତରେ ସାଂସ୍କୃତିକ ଏକତାର ସ୍ପନ୍ଦନଶୀଳ ଶକ୍ତି ଅନୁଭବ କରିଥିଲି । ଯେତେବେଳେ ମୁଁ ପାମ୍ବନ ସେତୁର ଉଦଘାଟନ ପାଇଁ ରାମେଶ୍ୱରମ୍ ଗସ୍ତ କରିଥିଲି, ମୁଁ ପୁଣି ଥରେ ତାମିଲ ଇତିହାସର ମହିମା ଦେଖିଲି । ତାମିଲ ସଂସ୍କୃତି କେବଳ ଭାରତର ସହଭାଗୀ ଐତିହ୍ୟ ନୁହେଁ, ବରଂ ମାନବତାର ସହଭାଗୀ ଐତିହ୍ୟ ମଧ୍ୟ । ପୋଙ୍ଗଲ ଭଳି ପର୍ବ ଏକ ଭାରତ ଶ୍ରେଷ୍ଠ ଭାରତର ଆତ୍ମାରେ ଶକ୍ତି ଭରିଥାଏ ।

 

ବନ୍ଧୁଗଣ,

ବିଶ୍ୱର ପ୍ରାୟ ପ୍ରତ୍ୟେକ ସଭ୍ୟତା ଫସଲ ଅମଳ ସହ ଜଡ଼ିତ ଏକ ପର୍ବ ପାଳନ କରିଥାଏ । ତାମିଲ ସଂସ୍କୃତିରେ ଚାଷୀକୁ ଜୀବନର ମୂଳଦୁଆ ଭାବେ ବିବେଚନା କରାଯାଏ । ଥିରୁକ୍କୁରାଲ କୃଷି ଓ କୃଷକମାନଙ୍କ ବାବଦରେ ବିସ୍ତୃତ ଭାବେ ଅନେକ କଥା କହିଥାଏ । ଆମର କୃଷକମାନେ ରାଷ୍ଟ୍ର ନିର୍ମାଣରେ ଦୃଢ଼ ଅଂଶୀଦାର, ଏବଂ ସେମାନଙ୍କର ପ୍ରୟାସ ଆତ୍ମନିର୍ଭର ଭାରତ  ମିଶନକୁ ଅପାର ଶକ୍ତି ପ୍ରଦାନ କରୁଛି । କେନ୍ଦ୍ର ସରକାର ମଧ୍ୟ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଏବଂ ଏହି ଦିଗରେ ନିରନ୍ତର କାର୍ଯ୍ୟ କରୁଛି ।

 

ବନ୍ଧୁଗଣ,

ପୋଙ୍ଗଲ ପର୍ବ ଆମକୁ ଏହି ପ୍ରେରଣା ଦେଇଥାଏ  ଯେ ପ୍ରକୃତି ପ୍ରତି କୃତଜ୍ଞତା କେବଳ ଶବ୍ଦରେ ସୀମିତ ନ ରହି ଜୀବନଯାପନର ଏକଉପାୟ ହୋଇରହୁ  । ଯେତେବେଳେ ପୃଥିବୀ ଆମକୁ ଏତେ ଅଧିକ କିଛି ଦେଇଥାଏ,ଏହାକୁ ସଂରକ୍ଷଣ କରି ରଖିବା ଆମର ଦାୟିତ୍ୱ । ପରବର୍ତ୍ତୀ ପିଢ଼ି ପାଇଁ, ମାଟିକୁ ସୁସ୍ଥ ରଖିବା, ଜଳ ସଂରକ୍ଷଣ କରିବା, ଏବଂ ଜ୍ଞାନର ସହିତ ସମ୍ବଳ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମିଶନ ଲାଇଫ, ଏକ ପେଡ୍ ମା କେ ନାମ୍ ଏବଂ ଅମୃତ ସରୋବର ଭଳି ପଦକ୍ଷେପ ଏହି ଭାବନାକୁ ମୂର୍ତ୍ତିମନ୍ତ କରିଥାଏ । ଆମେ କୃଷିକୁ ଅଧିକ ସ୍ଥାୟୀ ଏବଂ ପରିବେଶ ଅନୁକୂଳ କରିବା ପାଇଁ କାମ କରୁଛୁ । ଆଗାମୀ ବର୍ଷ ଗୁଡ଼ିକରେ, ସ୍ଥାୟୀ କୃଷି ପଦ୍ଧତି, ଜଳ ପରିଚାଳନା - ଯେପରି ମୁଁ ବେଳେବେଳେ କହିଥାଏ ପ୍ରତି ବୁନ୍ଦା  ଅଧିକ ଫସଲ, ପ୍ରାକୃତିକ କୃଷି, କୃଷି - ପ୍ରଯୁକ୍ତିବିଦ୍ୟା ଏବଂ ମୂଲ୍ୟବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆମର ଯୁବପିଢ଼ି ନୂତନ ଚିନ୍ତାଧାରା ସହିତ ଏହି ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି । କିଛି ମାସ ପୂର୍ବରୁ ମୁଁ ତାମିଲନାଡ଼ୁରେ ପ୍ରାକୃତିକ କୃଷି ଉପରେ ଏକ ସମ୍ମିଳନୀରେ ଯୋଗ ଦେଇଥିଲି, ଯେଉଁଠାରେ ମୁଁ ଦେଖିଲି ଯେ ତାମିଲ ଯୁବକମାନେ ନିଜକୁ ଚାଷ କ୍ଷେତ୍ର ପ୍ରତି ଉତ୍ସର୍ଗ କରିବା ପାଇଁ ବଡ଼ ବୃତ୍ତିଗତ ପ୍ରୟାସ ଛାଡ଼ି କେତେ ଆଶ୍ଚର୍ଯ୍ୟଜନକ ଭାବେ କାମ କରୁଛନ୍ତି । ମୁଁ କୃଷିରେ ନିୟୋଜିତ ମୋର ଯୁବ ତାମିଲ ବନ୍ଧୁମାନଙ୍କୁ ସ୍ଥାୟୀ କୃଷିରେ ଏକ ବିପ୍ଲବ ପାଇଁ ଏହି ଆନ୍ଦୋଳନକୁ  ବିସ୍ତାର କରିବାକୁ ଅନୁରୋଧ କରୁଛି । ଆମର ଲକ୍ଷ୍ୟ ହେବା ଉଚିତ ଯେ ଆମର ପ୍ଲେଟ ସଦା  ପୂର୍ଣ୍ଣ ରହୁ, ଆମର ପକେଟ ପୂର୍ଣ୍ଣ ରହୁ ଏବଂ ଆମର ପୃଥିବୀ  ସୁରକ୍ଷିତ ରହୁ ।

 

ବନ୍ଧୁଗଣ,

ତାମିଲ ସଂସ୍କୃତି ବିଶ୍ୱର ସବୁଠାରୁ ପ୍ରାଚୀନ ଜୀବନ୍ତ ସଭ୍ୟତା ମଧ୍ୟରୁ ଗୋଟିଏ । ଏହା ଶତାବ୍ଦୀ ଗୁଡ଼ିକୁ ପରସ୍ପର ସହ ଯୋଡ଼େ, ଇତିହାସରୁ ଶିକ୍ଷା ନେଇ ଏବଂ ବର୍ତ୍ତମାନକୁ ଭବିଷ୍ୟତ ଆଡ଼କୁ ମାର୍ଗଦର୍ଶନ କରେ । ଏହାଦ୍ୱାରା ପ୍ରେରିତ ହୋଇ, ଆଜିର ଭାରତ ଏହାର ମୂଳରୁ ଶକ୍ତି ଆଣୁଛି ଏବଂ ନୂତନ ସମ୍ଭାବନା ଆଡ଼କୁ ଆଗକୁ ବଢ଼ୁଛି । ପୋଙ୍ଗଲର ଏହି ପବିତ୍ର ଅବସରରେ, ଆମେ ସେହି ଆସ୍ଥାକୁ  ଅନୁଭବ କରୁଛୁ ଯାହା ଭାରତକୁ ଏଭଳି ଏକ ରାଷ୍ଟ୍ର ଭାବେ ଆଗକୁ ନେଇ ଯାଉଛି  ଯେଉଁ ରାଷ୍ଟ୍ର  ନିଜ ସଂସ୍କୃତି ସହ  ଗଭୀର ଭାବେ ଜଡ଼ିତ, ନିଜ  ଭୂମି ପ୍ରତି ସମ୍ମାନ ଜଣାଏ  ଏବଂ ନିଜ  ଉଜ୍ଜଳ ଭବିଷ୍ୟତ ପ୍ରତି ଦୃଢ ବିଶ୍ଵାସ ରଖେ  ।

ଇନିୟା ପୋଙ୍ଗଲ୍ ନାଲଭାଲଟ୍ଟୁକ୍କାଲ ! ଭଲଗା ତାମିଲ,ଭଲଗା ଭାରତମ୍! ପୁଣିଥରେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ପୋଙ୍ଗଲରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

ଭାନକ୍କମ୍ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's $13 billion semiconductor mission: Boosting domestic chip manufacturing and design

Media Coverage

India's $13 billion semiconductor mission: Boosting domestic chip manufacturing and design
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi