“ଅମୃତ କାଳରେ ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ଭାରତର ସ୍ୱପ୍ନ ଏବଂ ଆକାଂକ୍ଷାକୁ ସାକାର କରିବାରେ ଭାରତର ଶ୍ରମଶକ୍ତିର ଏକ ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଛନ୍ତି”
“ଭାରତକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଦେଶ ଭାବରେ ପରିଣତ କରିବା ପାଇଁ ଅନେକ ଶ୍ରେୟ ଆମ ଶ୍ରମିକଙ୍କ ନିକଟକୁ ଯାଇଛି”
“ଗତ ଆଠ ବର୍ଷ ମଧ୍ୟରେ ସରକାର ଦାସତ୍ୱ ଏବଂ ଦାସତ୍ୱ କାଳର ମାନସିକତାକୁ ପ୍ରତିଫଳିତ କରୁଥିବା ଆଇନକୁ ରଦ୍ଦ କରିବା ପାଇଁ ପଦକ୍ଷେପ ନେଇଛନ୍ତି”
“ଶ୍ରମ ମନ୍ତ୍ରଣାଳୟ ଅମୃତ କାଳରେ ୨୦୪୭ ବର୍ଷ ପାଇଁ ଏହାର ଭିଜନ ପ୍ରସ୍ତୁତ କରୁଛି”
“ସହଜ କାର୍ଯ୍ୟକ୍ଷେତ୍ର, ଘରେ ରହି କାର୍ଯ୍ୟ କରିବାର ବ୍ୟବସ୍ଥା ଏବଂ ସହଜ ଭାବେ କାର୍ଯ୍ୟ କରିବାର ସମୟ ହେଉଛି ଭବିଷ୍ୟତର ଆବଶ୍ୟକତା”
“ମହିଳା ଶ୍ରମଶକ୍ତିର ଅଂଶଗ୍ରହଣ ପାଇଁ ସୁଯୋଗ ଭାବରେ ଆମେ ସରଳ କାର୍ଯ୍ୟକ୍ଷେତ୍ର ପରି ବ୍ୟବସ୍ଥାର ବ୍ୟବହାର କରିପାରିବା”
“ର୍ନିମାଣ ଏବଂ ର୍ନିମାଣ ଶ୍ରମିକମାନଙ୍କ ପାଇଁ "ସେସ୍‍” ର ସମ୍ପୂର୍ଣ୍ଣ ଉପଯୋଗ ଏକ ଜରୁରୀ ଅଟେ । ରାଜ୍ୟଗୁଡିକ ୩୮୦୦୦ କୋଟିରୁ ଅଧିକ ଟଙ୍କା ବ୍ୟବହାର କରିନାହାଁନ୍ତି”

ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ଶ୍ରମ ମନ୍ତ୍ରୀମାନଙ୍କର ରାଷ୍ଟ୍ରୀୟ ଶ୍ରମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

  

ନମସ୍କାର,

ଚଣ୍ଡିଗଡ଼ର ପ୍ରଶାସକ ଶ୍ରୀମାନ ବନୱାରୀ ଲାଲ ପୁରୋହିତ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଭୁପେନ୍ଦ୍ର ଯାଦବ ମହାଶୟ, ଶ୍ରୀ ରାମେଶ୍ୱର ତେଲୀ ମହାଶୟ, ସବୁ ରାଜ୍ୟର ଆଦରଣୀୟ ଶ୍ରମ ମନ୍ତ୍ରୀଗଣ, ଶ୍ରମ ସଚିବଗଣ, ଅନ୍ୟ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ସର୍ବପ୍ରଥମେ ମୁଁ ଭଗବାନ ତିରୁପତି ବାଲାଜୀଙ୍କ ଚରଣରେ ପ୍ରଣାମ ଜଣାଉଛି। ଯେଉଁ ପବିତ୍ର ସ୍ଥାନରେ ଆପଣମାନେ ସମସ୍ତେ ଉପସ୍ଥିତ ଅଛନ୍ତି, ତାହା ହେଉଛି ଭାରତର ଶ୍ରମ ଏବଂ ସାମର୍ଥ୍ୟର ସାକ୍ଷୀ। ମୋର ବିଶ୍ୱାସ ରହିଛି ଯେ, ଏହି କନଫରେନ୍ସ ସମ୍ମିଳନୀରୁ ବାହାରିଥିବା ବିଚାରଧାରା ଦେଶର ଶ୍ରମ- ସାମର୍ଥ୍ୟକୁ ସୁଦୃଢ଼ କରିବ। ମୁଁ ଆପଣ ସମସ୍ତଙ୍କୁ, ଆଉ ବିଶେଷ ରୂପେ ଶ୍ରମ ମନ୍ତ୍ରଣାଳୟକୁ ଏହି ଆୟୋଜନ ପାଇଁ ଶୁଭେଚ୍ଛା ଜଣାଉଛି।

ସାଥୀଗଣ,

ଚଳିତ 15 ଅଗଷ୍ଟରେ ଦେଶ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରିଛି, ଆଜାଦୀର ଅମୃତକାଳରେ ପ୍ରବେଶ କରିଛି। ଅମୃତକାଳରେ ବିକଶିତ ଭାରତର ନିର୍ମାଣ ପାଇଁ ଆମର ଯେଉଁ ସ୍ୱପ୍ନ ରହିଛି, ଯେଉଁ ଆକାଂକ୍ଷାମାନ ରହିଛି, ସେଗୁଡ଼ିକୁ ସାକର କରିବା ପାଇଁ ଭାରତର ଶ୍ରମଶକ୍ତିର ବହୁତ ବଡ଼ ଭୂମିକା ରହିଛି। ଏହି ଚିନ୍ତାଧାରା ସହିତ ଦେଶ ସଂଗଠିତ ଏବଂ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୋଟି- କୋଟି ଶ୍ରମିକ ସାଥୀଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରମ- ଯୋଗୀ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଭଳି ଅନେକ ପ୍ରୟାସ ଶ୍ରମିକମାନଙ୍କୁ ଏକ ପ୍ରକାରରେ ସୁରକ୍ଷା କବଚ ପ୍ରଦାନ କରିଛି। ଏଭଳି ଯୋଜନାଗୁଡ଼ିକ କାରଣରୁ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ମନରେ ଏହି ଭାବନା ଜାଗ୍ରତ କରିଛି ଯେ ଦେଶ ସେମାନଙ୍କର ଶ୍ରମ ପ୍ରତି ମଧ୍ୟ ସେତିକି ସମ୍ମାନ କରିଥାଏ। ଆମକୁ କେନ୍ଦ୍ର ଏବଂ ରାଜ୍ୟର ଏଭଳି ସମସ୍ତ ପ୍ରୟାସଗୁଡ଼ିକୁ ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ ଏକାଠି ଆଣିବାର ଅଛି, ଫଳରେ ଶ୍ରମିକମାନଙ୍କୁ ସେମାନଙ୍କୁ ଅଧିକରୁ ଅଧିକ ଲାଭ ମିଳି ପାରିବ।

ସାଥୀଗଣ,

ଦେଶର ଏହିସବୁ ପ୍ରୟାସଗୁଡ଼ିକ ଆମ ଅର୍ଥବ୍ୟବସ୍ଥା ଉପରେ କେତେ ପ୍ରଭାବ ପକାଇଛି, ଆମେ କରୋନାକାଳରେ ନିଜେ ମଧ୍ୟ ଏହାର ସାକ୍ଷୀ ରହିଛେ। ‘ଜରୁରୀ କାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଂଟି ସ୍କିମ’ ଏହି କାରଣରୁ ଲକ୍ଷ ଲକ୍ଷ ଛୋଟ ଉଦ୍ୟୋଗ ଗୁଡ଼ିକୁ ସାହାଯ୍ୟ ମିଳି ପାରିଛି। ଏକ ଅନୁଧ୍ୟାନ ଅନୁସାରେ, ଏହି ଯୋଜନା କାରଣରୁ ପ୍ରାୟ ଦେଢ଼ କୋଟି ଲୋକଙ୍କର ରୋଜଗାର ଯିବାକୁ ଥିଲା, ତାହା ଗଲା ନାହିଁ, ସେମାନଙ୍କର ସେହି ରୋଜଗାର ବଂଚିଗଲା। କରୋନାର ସମୟ ମଧ୍ୟରେ ଇପିଏଫଓରୁ ମଧ୍ୟ ସମସ୍ତ କର୍ମଚାରୀମାନଙ୍କୁ ସାହାଯ୍ୟ ମିଳିଲା, ହଜାର- ହଜାର କୋଟି ଟଙ୍କା କର୍ମଚାରୀମାନଙ୍କୁ ଅଗ୍ରୀମ ଭାବେ ଦିଆଗଲା। ଆଉ ସାଥୀଗଣ, ଆଜି ଆମେ ଦେଖୁଛୁ ଯେ ଏଭଳି ଆବଶ୍ୟକତା ସମୟରେ ଦେଶ ନିଜର ଶ୍ରମିକମାନଙ୍କର ସହିତ ଠିଆ ହେଲା, ସେହିଭଳି ଏହି ମହାମାରୀରୁ ବାହାରିବା ପାଇଁ ଶ୍ରମିକମାନେ ମଧ୍ୟ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିଲେ। ଆଜି ପୁଣିଥରେ ଭାରତ ଦୁନିଆର ସବୁଠାରୁ ବଡ଼ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା ହୋଇଛି, ତେବେ ଏହାର ବହୁତ ବଡ଼ ଶ୍ରେୟ ଆମର ଶ୍ରମିକମାନଙ୍କୁ ହିଁ ଯାଉଛି।

ସାଥୀଗଣ,

ଦେଶର ପ୍ରତ୍ୟେକ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପରିସର ମଧ୍ୟକୁ ଆଣିବା ପାଇଁ, କେଉଁଭଳି ଭାବେ କାର୍ଯ୍ୟ ହେଉଛି, ତାହାର ଏକ ଉଦାହରଣ ହେଉଛି ମଧ୍ୟ ‘ଇ- ଶ୍ରମ ପୋର୍ଟାଲ’। ଏହି ପୋର୍ଟାଲ ଗତ ବର୍ଷ ଆରମ୍ଭ କରାଯାଇଥିଲା, ଫଳରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଆଧାର ସହିତ ଜଡ଼ିତ ଜାତୀୟ ଡାଟାବେସ୍ ପ୍ରସ୍ତୁତ ହୋଇ ପାରିବ। ମୁଁ ଖୁସି ଯେ ଏହି ଗୋଟିଏ ବର୍ଷରେ ହିଁ, ଏହି ପୋର୍ଟାଲ ଦ୍ୱାରା 400 ଭିନ୍ନ- ଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ 28 କୋଟି ଶ୍ରମିକ ସାମିଲ ହୋଇ ସାରିଛନ୍ତି। ବିଶେଷ ରୂପେ ଏହାର ଲାଭ ନିର୍ମାଣ ଶ୍ରମିକଙ୍କୁ, ପ୍ରବାସୀ ଶ୍ରମିକଙ୍କୁ, ଆଉ ଘରୋଇ ଶ୍ରମିକମାନଙ୍କୁ ମିଳୁଛି। ଏବେ ଏହି ଲୋକମାନଙ୍କୁ ମଧ୍ୟ ୟୁନିଭର୍ସାଲ ଆକାଂଉଟ ନମ୍ବର ଭଳି ସୁବିଧାଗୁଡ଼ିକର ଲାଭ ମିଳି ପାରୁଛି। ଶ୍ରମିକମାନଙ୍କ ମଧ୍ୟରେ ରୋଜଗାରର ସୁଯୋଗ ବୃଦ୍ଧି କରିବା ପାଇଁ, ‘ଇ- ଶ୍ରମ ପୋର୍ଟାଲ’କୁ ଜାତୀୟ କ୍ୟାରିୟର ସର୍ଭିସ, ଅସୀମ ପୋର୍ଟାଲ ଏବଂ ଉଦ୍ୟମ ପୋର୍ଟାଲ ସହିତ ମଧ୍ୟ ଯୋଡ଼ା ଯାଉଛି। ଏହି ସମ୍ମିଳନୀରେ ଉପସ୍ଥିତ ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ଜାତୀୟ ପୋର୍ଟାଲର ସମନ୍ୱୟ ସହିତ ଆମେ ରାଜ୍ୟ ପୋର୍ଟାଲକୁ ମଧ୍ୟ ଏହା ସହିତ ସମନ୍ୱିତ କରିବା ଉପରେ ନିଶ୍ଚିତ ଭାବେ କାର୍ଯ୍ୟ କରିବୁ। ଏହାଦ୍ୱାରା ଦେଶର ସମସ୍ତ ଶ୍ରମିକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ, ସବୁ ରାଜ୍ୟଗୁଡ଼ିକୁ ଦେଶର ଶ୍ରମଶକ୍ତିର ଆହୁରି ପ୍ରଭାବଶାଳୀ ଲାଭ ମିଳି ପାରିବ।

ସାଥୀଗଣ,

ଆପଣମାନେ ସମସ୍ତେ ଭଲ ଭାବେ ଜାଣିଛନ୍ତି ଯେ ଆମ ଦେଶରେ ଏଭଳି କେତେ ଶ୍ରମ ଆଇନ ରହିଛି ଯାହାକି ଇଂରେଜ ମାନଙ୍କ ସମୟରୁ ଚାଲି ଆସୁଥିଲା। ବିଗତ ଆଠ ବର୍ଷରେ ଆମେ ଦେଶରେ ପରାଧୀନତା ସମୟର, ଆଉ ପରାଧୀନତାର ମାନସିକତା ରହିଥିବା ଆଇନଗୁଡ଼ିକୁ ଶେଷ କରିବାର ଦାୟିତ୍ୱ ନେଇଛୁ। ଦେଶ ଏବେ ଏଭଳି ଶ୍ରମ ଆଇନଗୁଡ଼ିକୁ ପରିବର୍ତିତ କରୁଛି, ସଂସ୍କାର ଆଣୁଛି, ସେଗୁଡ଼ିକୁ ସରଳ କରୁଛି। ଏହି ଚିନ୍ତାଧାରା ସହିତ 29 ଶ୍ରମ ଆଇନକୁ 4 ସରଳ ଶ୍ରମ କୋଡରେ ପରିବର୍ତିତ କରାଯାଇଛି। ଏହାଦ୍ୱାରା ଆମର ଶ୍ରମିକ ଭାଇ- ଭଉଣୀ ସର୍ବନିମ୍ନ ଦରମା, ରୋଜଗାରର ସୁରକ୍ଷା, ସାମାଜିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ବିଷୟଗୁଡ଼ିକ ଉପରେ ଆହୁରି ସଶକ୍ତ ହେବେ। ନୂତନ ଶ୍ରମ କୋଡରେ ଆନ୍ତଃ-ରାଜ୍ୟ ପ୍ରବାସୀ ଶ୍ରମିକର ପରିଭାଷାକୁ ମଧ୍ୟ ସୁଧାର କରାଯାଇଛି। ଆମର ପ୍ରବାସୀ ଶ୍ରମିକ ଭାଇ- ଭଉଣୀମାନଙ୍କୁ ‘ଏକ ଦେଶ, ଏକ ରେସନ୍ କାର୍ଡ’ ଭଳି ଯୋଜନା ଦ୍ୱାରା ମଧ୍ୟ ବହୁତ ସାହାଯ୍ୟ ମିଳିଛି।

ସାଥୀଗଣ,

ଆମକୁ ଆଉ ଗୋଟିଏ କଥା ମନେ ରଖିବାକୁ ହେବ। ବିଶ୍ୱ ଦ୍ରୁତ ଗତିରେ ବଦଳୁଛି। ଯଦି ଆମେ ନିଜକୁ ଦ୍ରୁତଗତିରେ ପ୍ରସ୍ତୁତ କରିବା ନାହିଁ ତେବେ ପୁଣି ପଛେଇ ଯିବାର ବିପଦ ରହିବ। ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶିଳ୍ପ ବିପ୍ଳବର ଲାଭ ଉଠାଇବାରେ ଭାରତ ପଛରେ ରହିଯାଇଥିଲା। ଏବେ ଚତୁର୍ଥ ଶିଳ୍ପ ବିପ୍ଳବ ସମୟରେ ଭାରତକୁ ଦ୍ରୁତ ଗତିରେ ନିଷ୍ପତି ମଧ୍ୟ ନେବାର ଅଛି ଏବଂ ତାହାକୁ ଦ୍ରୁତ ଗତିରେ ମଧ୍ୟ ଲାଗୁ କରିବାକୁ ପଡିବ। ପରିବର୍ତିତ ସମୟ ସହିତ, ଯେଭଳି ନିଯୁକ୍ତିର ପ୍ରକୃତି ବଦଳୁଛି, ତାହା ମଧ୍ୟ ଆପଣ ଦେଖୁଛନ୍ତି।

ଆଜି ବିଶ୍ୱ ଡିଜିଟାଲ ଯୁଗରେ ପ୍ରବେଶ କରୁଛି, ସମଗ୍ର ବୈଶ୍ୱିକ ପରିବେଶ ଦ୍ରୁତ ଗତିରେ ବଦଳୁଛି। ଆଜି ଆମେ ସମସ୍ତେ ଜିଆଜି ଏବଂ ପ୍ଲାଟଫର୍ମ ଅର୍ଥନୀତି ଭାବେ ଏକ ନୂତନ ବ୍ୟବସ୍ଥାର ସାକ୍ଷୀ ପାଲଟୁଛେ। ଅନଲାଇନ୍ ସାମଗ୍ରୀ କ୍ରୟ ହେଉ, ଅନଲାଇନ୍ ସ୍ୱାସ୍ଥ୍ୟ ସେବା ହେଉ, ଅନଲାଇନ୍ ଟ୍ୟାକ୍ସି ଏବଂ ଖାଦ୍ୟ ଯୋଗାଣ ହେଉ, ଏହା ଆଜି ସହରୀ ଜୀବନର ଏକ ଅଂଶ ପାଲଟି ଯାଇଛି। ଲକ୍ଷ ଲକ୍ଷ ଯୁବକ ଏହି ସେବା ଗୁଡିକୁ, ଏହି ନୂତନ ବଜାରକୁ ସୁଦୃଢ କରୁଛନ୍ତି। ଏହି ନୂତନ ସମ୍ଭାବନା ଗୁଡିକ ପାଇଁ ଆମର ସଠିକ ନୀତି ଗୁଡିକ ଏବଂ ସଠିକ ପ୍ରୟାସ, ଏହି କ୍ଷେତ୍ରରେ ଭାରତକୁ ବିଶ୍ୱର ନେତୃତ୍ୱ ନେବାରେ ସହାୟତା କରିବ।

ସାଥୀଗଣ,

ଦେଶର ଶ୍ରମ ମନ୍ତ୍ରଣାଳୟ ଅମୃତକାଳରେ ବର୍ଷ 2047 ପାଇଁ ନିଜର ଦୃଷ୍ଟିଭଙ୍ଗୀ ପ୍ରସ୍ତୁତ କରୁଛି। ଭବିଷ୍ୟତର ଆବଶ୍ୟକତା ହେଉଛି- ନମନୀୟ କାର୍ଯ୍ୟ ସ୍ଥଳୀ, ଘରୁ କାର୍ଯ୍ୟ କରିବାର ଇକୋସିଷ୍ଟମ। ଭବିଷ୍ୟତର ଆବଶ୍ୟକତା ହେଉଛି- ନମନୀୟ କାର୍ଯ୍ୟ ସମୟ। ଆମେ ନମନୀୟ କାର୍ଯ୍ୟସ୍ଥଳୀ ଭଳି ବ୍ୟବସ୍ଥାମାନ ମହିଳା ସଶକ୍ତିକରଣର ସହଭାଗୀତା ପାଇଁ ସୁଯୋଗ ଭାବେ ବ୍ୟବହାର କରି ପାରିବା।

ଚଳିତ ଅଗଷ୍ଟ 15ରେ ଲାଲକିଲାରୁ ମୁଁ  ଦେଶର ନାରୀ ଶକ୍ତିର ସଂମ୍ପୂର୍ଣ୍ଣ ଭାଗିଦାରୀର ଆହ୍ୱାନ କରିଛି। ନାରୀ ଶକ୍ତିର ସଠିକ ଉପଯୋଗ କରି ଭାରତ ନିଜର ଲକ୍ଷ୍ୟକୁ ଆହୁରି ଦ୍ରୁତ ଗତିରେ ପ୍ରାପ୍ତ କରି ପାରିବ। ଦେଶରେ ନୂତନ ଭାବେ ବିକଶିତ ହେଉଥିବା କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଆଉ କ’ଣ କିଛି କରିପାରିବା, ଆମକୁ ଏହି ଦିଗରେ ମଧ୍ୟ ଚିନ୍ତା କରିବାକୁ ପଡିବ।

ସାଥୀଗଣ,

ଏକବିଂଶ ଶତାବ୍ଦୀରେ ଭାରତର ସଫଳତା ଏହି କଥା ଉପରେ ମଧ୍ୟ ନିର୍ଭର କରିବ ଯେ ନିଜର ଜନସାଂଖିକ ଅନୁପାତକୁ କେତେ ସଫଳତାର ସହିତ ଉପଯୋଗ କରୁଛେ। ଆମେ ଉଚ୍ଚମାନର ଦକ୍ଷ ମାନବ ସମ୍ବଳ ବା କାର୍ଯ୍ୟବଳ ସୃଷ୍ଟି କରି ବୈଶ୍ୱିକ ସୁଯୋଗର ଲାଭ ନେଇ ପାରିବା। ଭାରତ ବିଶ୍ୱର ଅନେକ ଦେଶ ସହିତ ସ୍ଥାନାନ୍ତର ଏବଂ ମୋବିଲିଟି  ଗତିଶୀଳତା ଭାଗିଦାରୀ ବୁଝାମଣା ମଧ୍ୟ ସ୍ୱାକ୍ଷର କରୁଛି। ଦେଶର ସମସ୍ତ ରାଜ୍ୟକୁ ଏହି ସୁଯୋଗର ଲାଭ ମିଳୁ, ଏଥିପାଇଁ ଆମକୁ ପ୍ରୟାସ ବୃଦ୍ଧି କରିବାକୁ ହେବ, ଜଣକୁ ଅନ୍ୟ ଜଣଙ୍କଠାରୁ ଶିଖିବାକୁ ହେବ।

ସାଥୀଗଣ,

ଆଜି ଯେତେବେଳେ ଏତେ ବଡ଼ ଅବସରରେ ଆମେ ଏକାଠି ହୋଇଛେ ସେତେବେଳେ ମୁଁ ସମସ୍ତ ରାଜ୍ୟକୁ, ଆପଣମାନଙ୍କୁ ଆଉ କିଛି ମଧ୍ୟ ଅନୁରୋଧ କରିବାକୁ ଚାହୁଁଛି। ଆପଣ ସମସ୍ତେ ପରିଚିତ ଯେ ଆମର କୋଠାବାଡି ଏବଂ ନିର୍ମାଣ କାର୍ଯ୍ୟବଳ ଆମର କାର୍ଯ୍ୟବଳର ହେଉଛି ଏକ ଅଭିନ୍ନ ଅଙ୍ଗ। ସେଥିପାଇଁ ଯେଉଁ ‘ସେସ୍’ର ବ୍ୟବସ୍ଥା କରାଯାଇଛି, ତାହାର ସମ୍ପୂର୍ଣ୍ଣ ଭାବେ ବ୍ୟବହାର ହେବା ଜରୁରୀ।

ମୋତେ ଅବଗତ କରାଯାଇଛି ଯେ ଏହି ସେସରୁ ପ୍ରାୟ 38 ହଜାର କୋଟି ଟଙ୍କା ଏବେ ମଧ୍ୟ ରାଜ୍ୟମାନଙ୍କ ଦ୍ୱାରା ବ୍ୟବହାର ହୋଇ ପାରୁ ନାହିଁ। ଇଏସଆଇସି, ଆୟୂଷ୍ମାନ ଭାରତ ଯୋଜନା ସହିତ ମିଶି କିପରି ଅଧିକରୁ ଅଧିକ ଶ୍ରମିକଙ୍କୁ ଲାଭ ପହଂଚାଇ ପାରିବ, ଏହି ଦିଗରେ ମଧ୍ୟ ଆମକୁ ଧ୍ୟାନ ଦେବାକୁ ହେବ। 

ମୋର ବିଶ୍ୱାସ ଯେ ଆମର ଏହି ସାମୁହିକ ପ୍ରୟାସ ଦେଶର ବାସ୍ତବିକ ସାମର୍ଥ୍ୟକୁ ସାମ୍ନାକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। ଏହି ବିଶ୍ୱାସ ସହିତ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ! ଆଉ ମୋର ବିଶ୍ୱାସ ଯେ ଏହି ଦୁଇ ଦିବସୀୟ ଚର୍ଚ୍ଚାରେ ଆପଣ ନୂତନ ସଂକଳ୍ପର ସହିତ, ନୂତନ ବିଶ୍ୱାସର ସହିତ ଦେଶର ଶ୍ରମଶକ୍ତିର ସାମର୍ଥ୍ୟକୁ ବଢ଼ାଇବାରେ ସଫଳ ହେବେ।

ବହୁତ- ବହୁତ ଧନ୍ୟବାଦ!  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
99.92% villages in India covered with banking outlets within 5 km radius: Govt

Media Coverage

99.92% villages in India covered with banking outlets within 5 km radius: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets Acharya Shri Padmasagar Surishwar Ji
March 31, 2026

Prime Minister Shri Narendra Modi, today, met Acharya Shri Padmasagar Surishwar Ji Maharaj Sahib and sought his blessings.

The Prime Minister posted on X;

“Met Acharya Shri Padmasagar Surishwar Ji Maharaj Sahib and sought his blessings.”