“ଉତ୍ତର ପୂର୍ବାଂଚଳର ବିକାଶ ପଥରେ ଆସୁଥିବା ସମସ୍ତ ବାଧା ଗୁଡିକୁ ସରକାର ଲାଲ୍ କାର୍ଡ ଦେଖାଇଛନ୍ତି ”
“ସେହି ଦିନ ବେଶି ଦୂର ନୁହେଁ, ଯେତେବେଳେ ଭାରତ ଏଭଳି ବିଶ୍ୱକପ ଟୁର୍ନାମେଂଟ ଆୟୋଜନ କରିବ ଏବଂ ପ୍ରତ୍ୟେକ ଭାରତୀୟ ମଧ୍ୟ ଆମ ଦଳର ଉତ୍ସାହକୁ ବୃଦ୍ଧି କରିବେ”
“ବିକାଶ କେବଳ ବଜେଟ୍‌, ଟେଣ୍ଡର, ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦ୍‌ଘାଟନ ମଧ୍ୟରେ ସୀମିତ ନୁହେଁ ”
“ଆଜି ଆମେ ଯେଉଁ ପରିବର୍ତ୍ତନ ଦେଖୁଛୁ, ତାହା ଆମର ଉଦ୍ଦେଶ୍ୟ, ସଂକଳ୍ପ, ପ୍ରାଥମିକତା ଏବଂ ଆମର କାର୍ଯ୍ୟ ସଂସ୍କୃତିର ପରିବର୍ତ୍ତନର ଫଳାଫଳ ଅଟେ”
“କେନ୍ଦ୍ର ସରକାର ଚଳିତ ବର୍ଷ କେବଳ ଭିତ୍ତିଭୂମି ପାଇଁ ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ୮ ବର୍ଷ ପୂର୍ବେ ଏହି ଖର୍ଚ୍ଚର ପରିମାଣ ୨ ଲକ୍ଷ କୋଟି ଟଙ୍କାରୁ ମଧ୍ୟ କମ୍ ଥିଲା ବୋଲି ସେ କହିଛନ୍ତି”
ପିଏମ୍ – ଡିଭାଇନ୍ ଅଧୀନରେ ଆସନ୍ତା ୩ ରୁ ୪ ବର୍ଷ ପାଇଁ ୬,୦୦୦ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରା ଯାଇଛି ”
“ଆଦିବାସୀ ସମାଜର ପରମ୍ପରା, ଭାଷା ଏବଂ ସଂସ୍କୃତିକୁ ବଜାୟ ରଖିବା ସହିତ ଆଦିବାସୀ କ୍ଷେତ୍ରର ବିକାଶ ସରକାରଙ୍କ ପ୍ରାଥମିକତା ଅଟେ
“ଉତ୍ତର ପୂର୍ବାଂଚଳ ପାଇଁ ପୂର୍ବ ସରକାରଙ୍କର ଏକ ବିଭେଦ ଆଭିମୁଖ୍ୟ ଥିଲା, କିନ୍ତୁ ଆମ ସରକାର ‘ଐଶ୍ୱରୀୟ ଉଦ୍ଦେଶ୍ୟ’ ନେଇ ଆସିଛି”

ମେଘାଳୟର ରାଜ୍ୟପାଳ ବ୍ରିଗେଡିୟର ବି.ଡି ମିଶ୍ରା ମହୋଦୟ, ମେଘାଳୟର ମୁଖ୍ୟମନ୍ତ୍ରୀ ସାଙ୍ଗମା ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଅମିତ ଭାଇ ଶାହା, ସର୍ବାନନ୍ଦ ସୋନେୱାଲ, କିରଣ ରିଜିଜୁ ମହାଶୟ, ଜି. କିଶନ ରେଡ୍ଡୀ ମହାଶୟ, ମଣିପୁର, ମିଜୋରାମ, ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଏବଂ ସିକ୍କିମର ସମସ୍ତ ମୁଖ୍ୟମନ୍ତ୍ରୀ ଗଣ ଏବଂ ମେଘାଳୟର ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ଖୁବଲେଈ ଶିବୋନ ! (ଖାସି ଏବଂ ଜୟନ୍ତିୟାରେ ନମସ୍ତେ) ନମେଙ୍ଗ ଅମା !(ଗାରୋରେ ନମସ୍ତେ) । ମେଘାଳୟ ହେଉଛି ପ୍ରକୃତି ଏବଂ ସଂସ୍କୃତିରେ ସମୃଦ୍ଧ ପ୍ରଦେଶ । ଏହି ସମୃଦ୍ଧି ଆପଣମାନଙ୍କର ସ୍ୱାଗତ- ସତ୍କାରରେ ମଧ୍ୟ ଝଲସି ଉଠୁଛି । ଆଜି ପୁଣି ଥରେ ମେଘାଳୟର ବିକାଶ ଉତ୍ସବରେ ସହଭାଗୀ ହେବା ପାଇଁ ଆମକୁ ସୁଯୋଗ ମିଳିଛି । ମେଘାଳୟର ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଯୋଗାଯୋଗ ଅବା ସଂଯୋଗୀକରଣ, ଶିକ୍ଷା, ଦକ୍ଷତା, ରୋଜଗାରର ଡଜନ- ଡଜନ ପ୍ରକଳ୍ପ ପାଇଁ ବହୁତ- ବହୁତ ଅଭିନନ୍ଦନ ।

ଭାଇ ଓ ଭଉଣୀମାନେ,

ଏହା ହେଉଛି ସଂଯୋଗ ଯେ, ଆଜି ଯେତେବେଳେ ବିଶ୍ୱକପ୍ ଫୁଟବଲର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଛି, ସେତେବେଳେ ମୁଁ ଏଠାରେ ଫୁଟବଲ୍ ମୈଦାନରେ ହିଁ ଫୁଟବଲ ପ୍ରେମୀଙ୍କ ଗହଣରେ ଅଛି । ସେଠାରେ ଫୁଟବଲର ପ୍ରତିଯୋଗିତା ଚାଲିଛି ଆଉ ଆମେ ଫୁଟବଲ୍ ମୈଦାନରେ ବିକାଶର ପ୍ରତିଯୋଗିତା କରୁଛେ । ମୁଁ ଅନୁଭବ କରୁଛି ଯେ ମ୍ୟାଚ କତାରରେ ହେଉଛି, କିନ୍ତୁ ଉତ୍ସାହ ଏବଂ ଉଦ୍ଦିପନା ଏଠାରେ ମଧ୍ୟ କିଛି କମ୍ ନାହିଁ । ଆଉ ସାଥୀଗଣ ଯେତେବେଳେ ମୁଁ ଫୁଟବଲ୍ ମୈଦାନରେ ଅଛି ଏବଂ ଫୁଟବଲ୍ ଫିଭର ଚାରିଆଡେ ଅଛି, ସେତେବେଳେ ଆମେ କାହିଁକି ଫୁଟବଲର ପରିଭାଷାରେ କଥା ନହେବା, ଫୁଟବଲର ଉଦାହରଣ ଦେଇ କଥା ହେବା। ଆମ ସମସ୍ତଙ୍କୁ ଜଣାଅଛି ଯେ, ଫୁଟବଲ ଖେଳରେ ଯଦି କେହି ଖେଳ ଭାବନା ବିରୋଧରେ, କ୍ରୀଡାମନୋଭାବର ଉତ୍ସାହ ବିରୋଧରେ ଯଦି କିଛି ମଧ୍ୟ ବ୍ୟବହାର କରିଥାଏ । ସେତେବେଳେ ତାକୁ ନାଲି କାର୍ଡ ଦେଖାଇ ବାହାର କରି ଦିଆଯାଇଥାଏ । ସେହିଭଳି ବିଗତ 8 ବର୍ଷରେ ଆମେ ଉତ୍ତର-ପୂର୍ବାଞ୍ଚଳର ବିକାଶ ସହିତ ଜଡିତ ଅନେକ ପ୍ରତିବନ୍ଧକକୁ ନାଲି କାର୍ଡ ଦେଖାଇ ଦେଇଛୁ । ଭ୍ରଷ୍ଟାଚାର, ଭେଦଭାବ, ଭାଇ-ପୁତୁରାବାଦ, ହିଂସା, ପ୍ରକଳ୍ପ ଗୁଡିକୁ ଅଟକାଇ- ଝୁଲାଇ ରଖିବା. ଭୋଟ ବ୍ୟାଙ୍କର ରାଜନୀତିରୁ ବାହାର କରିବା ପାଇଁ ଆମେ ସଚ୍ଚୋଟତାର ସହ ପ୍ରୟାସ କରୁଛୁ । କିନ୍ତୁ ଆପଣମାନେ ମଧ୍ୟ ଜାଣିଛନ୍ତି, ଦେଶ ମଧ୍ୟ ଜାଣିଛି । ଏହି ମନ୍ଦ ଉଦ୍ଦେଶ୍ୟର, ରୋଗର ମୂଳ ହେଉଛି ବହୁତ ଗଭୀର, ଏଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି ତାକୁ ଦୂର କରି ରହିବାର ଅଛି । ଆମେ ବିକାଶର କାର୍ଯ୍ୟକୁ ଅଧିକ ଗତି ଦେବା ଏବଂ ଅଧିକ ପ୍ରଭାବଶାଳୀ କରିବାର ପ୍ରୟାସର ଭଲ ପରିଣାମ ମଧ୍ୟ ଦୃଷ୍ଟି ଗୋଚର ହେଉଛି । କେବଳ ଏତିକି ନୁହେଁ, କ୍ରୀଡାକୁ ନେଇ ମଧ୍ୟ କେନ୍ଦ୍ର ସରକାର ଆଜି ଏକ ନୂତନ ଅଭିବ୍ୟକ୍ତିର ସହିତ ଆଗକୁ ଅଗ୍ରସର ହେଉଛନ୍ତି। ଏହାର ଲାଭ ଉତ୍ତର-ପୂର୍ବାଞ୍ଚଳକୁ ହୋଇଛି, ପୂର୍ବୋତ୍ତରର ମୋର ଯବାନମାନଙ୍କୁ, ଆମର ପୁଅ- ଝିଅମାନଙ୍କୁ ହୋଇଛି । ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଅଛି । ଆଜି ଉତ୍ତର-ପୂର୍ବାଞ୍ଚଳରେ ମଲ୍ଟିପ ର୍ପଜ ହଲ, ଫୁଟବଲ ମୈଦାନ, ଆଥଲେଟିକ ଟ୍ରାକ, ଏଭଳି 90 ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲୁ ରହିଛି । ଆଜି ଶିଲଂରୁ ମୁଁ ଏହା କହିପାରୁଛି ଯେ, ଯଦିଓ ଆଜି ଆମର ଦୃଷ୍ଟି କତରରେ ଚାଲୁଥିବା ଖେଳ ଉପରେ ଅଛି, ମୈଦାନରେ ବିଦେଶୀ ଦଳ ଅଛନ୍ତି ସେମାନଙ୍କ ଉପରେ ଅଛି, କିନ୍ତୁ ମୋତେ ମୋ ଦେଶର ଯୁବ ଶକ୍ତି ଉପରେ ଭରସା ଅଛି । ଏଥିପାଇଁ ମୁଁ ବିଶ୍ୱାସର ସହିତ କହୁଛି ଯେ, ଏବେ ଆଉ ସେହିଦିନ ଦୂର ନୁହେଁ ଯେତେବେଳେ ଭାରତରେ ହିଁ ଏଭଳି ଉତ୍ସବ ପାଳନ କରାଯିବ ଏବଂ ତ୍ରିରଙ୍ଗା ପାଇଁ ଚିୟର ବା ଜୟ ଜୟକାର କରିବା ।

ଭାଇ ଓ ଭଉଣୀମାନେ,

ବିକାଶ କେବଳ ବଜେଟ, ଟେଣ୍ଡର, ଶିଳାନ୍ୟାସ, ଉଦଘାଟନ, ଏହି ରୀତିନୀତି ମଧ୍ୟରେ ସୀମିତ ନୁହେଁ । ଏହା ତ’ ବର୍ଷ 2014 ପୂର୍ବରୁ ମଧ୍ୟ ହୋଇ ଚାଲିଥିଲା । ଫିତା କାଟିଲାବାଲା ପହଞ୍ଚି ଯାଉଥିଲେ । ନେତାମନେ ଫୁଲମାଳମାନ ପିନ୍ଧି ଦେଉଥିଲେ, ଜିନ୍ଦାବାଦର ନାରା ମଧ୍ୟ କରାଯାଉଥିଲା । ତେବେ ଆଜି ପୁଣି କ’ଣ ପରିବର୍ତନ ହୋଇଛି ? ଆଜି ଯେଉଁ ପରିବର୍ତ୍ତନ ଆସିଛି, ତାହା ଆମର ଉଦ୍ଦେଶ୍ୟରେ ଆସିଛି । ଆମର ସଂକଳ୍ପରେ ଆସିଛି, ଆମର ପ୍ରାଥମିକତାରେ ଆସିଛି, ଆମର କାର୍ଯ୍ୟ ସଂସ୍କୃତିରେ ଆସିଛି, ପରିବର୍ତ୍ତିତ ପ୍ରକ୍ରିୟା ଏବଂ ପରିଣାମରେ ଆସିଛି । ସଂକଳ୍ପ, ଆଧୁନିକ ଭିତ୍ତିଭୂମି, ଆଧୁନିକ ଯୋଗାଯୋଗ ଦ୍ୱାରା ବିକଶିତ ଭାରତର ନିର୍ମାଣର । ଉଦ୍ଦେଶ୍ୟ, ଭାରତର ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ବର୍ଗକୁ ଦ୍ରୁତ ବିକାଶର ମିଶନ ସହିତ ଯୋଡ଼ିବାର, ସମସ୍ତଙ୍କ ପ୍ରୟାସ ଦ୍ୱାରା ଭାରତର ବିକାଶ । ପ୍ରାଥମିକତା, ହେଉଛି ଅଭାବକୁ ଦୂର କରିବା ପାଇଁ, ଦୂରତାକୁ କମ୍ କରିବା ପାଇଁ, ଦକ୍ଷତା ବୃଦ୍ଧି କରିବା ପାଇଁ, ହେଉଛି ଯୁବକମାନଙ୍କୁ ଅଧିକ ସୁଯୋଗ ପ୍ରଦାନ କରିବା ପାଇଁ । କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଅର୍ଥାତ ପ୍ରତ୍ୟେକ ପ୍ରକଳ୍ପ, ପ୍ରତ୍ୟେକ କାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରାଯାଉ ।

ସାଥୀଗଣ,

ଯେତେବେଳେ ଆମେ କେନ୍ଦ୍ର ସରକାରଙ୍କର ପ୍ରାଥମିକତାଗୁଡ଼ିକୁ ପରିବର୍ତ୍ତନ କଲୁ, ଗୁରୁତ୍ୱକୁ ବଦଳାଇଲୁ, ସେତେବେଳେ ସମଗ୍ର ଦେଶରେ ଏହାର ସକରାତ୍ମକ ପ୍ରଭାବ ମଧ୍ୟ ଦେଖା ଯାଉଛି । ଚଳିତ ବର୍ଷ ଦେଶରେ 7 ଲକ୍ଷ କୋଟି ଟଙ୍କା, ଏହି ପରିସଂଖ୍ୟାନ ମେଘାଳୟର ଭାଇ ଭଉଣୀମାନେ ମନେ ରଖିବେ, ଉତ୍ତର-ପୂର୍ବାଞ୍ଚଳର ମୋର ଭାଇ ଭଉଣୀମାନେ ମନେ ରଖିବେ । କେବଳ ଭିତିଭୂମି ପାଇଁ କେନ୍ଦ୍ର ସରକାର 7 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଯେତେବେଳେ କି 8 ବର୍ଷ ତଳେ ଏହି ଖର୍ଚ୍ଚ 2 ଲକ୍ଷ କୋଟି ଟଙ୍କାରୁ ମଧ୍ୟ କମ୍ ଥିଲା । ଅର୍ଥାତ ସ୍ୱାଧୀନତାର 7 ଦଶକ ପରେ ମଧ୍ୟ କେବଳ 2 ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା ଆଉ 8 ବର୍ଷ ମଧ୍ୟରେ ପ୍ରାୟ 4 ଗୁଣା କ୍ଷମତା ଆମେ ବଢ଼ାଇଛୁ । ଆଜି ଭିତ୍ତିଭୂମିକୁ ନେଇ ମଧ୍ୟ ଅନେକ ରାଜ୍ୟ, ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହେଉଛି, ସ୍ପର୍ଦ୍ଧା ହେଉଛି, ବିକାଶର ପ୍ରତିଯୋଗିତା ହେଉଛି । ଦେଶରେ ଏ ଯେଉଁ ପରିବର୍ତ୍ତନ ଆସିଛି ଆଜି ତାହାର ସବୁଠାରୁ ବଡ଼ ହିତାଧିକାରୀ ମଧ୍ୟ ହେଉଛି ମୋର ଏହି ଉତ୍ତର-ପୂର୍ବାଞ୍ଚଳ । ଶିଲଂ ସମେତ ଉତ୍ତର-ପୂର୍ବାଞ୍ଚଳର ସମସ୍ତ ରାଜଧାନୀଗୁଡ଼ିକ ରେଳ- ସେବା ସହିତ ଯୋଡ଼ି ହୁଅନ୍ତୁ, ଏଥିପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ବର୍ଷ 2014 ପୂର୍ବରୁ ଯେଉଁଠାରେ ପ୍ରତ୍ୟେକ ସପ୍ତାହରେ 900 ଉଡାଣ ସମ୍ଭବପର ହୋଇ ପାରୁଥିଲା, ଆଜି ସେଗୁଡ଼ିକର ସଂଖ୍ୟା ପ୍ରାୟତଃ ଏକ ହଜାର ନଅ ଶହ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । କେବେ 900 ହେଉଥିଲା, ଏବେ 1900 ହେଉଛି । ଆଜି ମେଘାଳୟରେ ଉଡାଣ ଯୋଜନା ମାଧ୍ୟମରେ 16ଟି ରୁଟ୍ ରେ ବିମାନ ସେବା ଚାଲୁ ରହିଛି । ଏହାଦ୍ୱାରା ମେଘାଳୟବାସୀ ମାନଙ୍କୁ ଶସ୍ତା ବିମାନ ସେବାର ଲାଭ ମିଳୁଛି । ଉନ୍ନତ ବିମାନ ଯୋଗାଯୋଗ ଦ୍ୱାରା ମେଘାଳୟ ଏବଂ ଉତ୍ତର-ପୂର୍ବାଞ୍ଚଳର କୃଷକମାନଙ୍କୁ ଲାଭ ହୋଇ ପାରୁଛି । କେନ୍ଦ୍ର ସରକାରଙ୍କର କୃଷି ଉଡାଣ ଯୋଜନା ଦ୍ୱାରା ଏଠାକାର ଫଳ-ପନିପରିବା ଦେଶ ଏବଂ ବିଦେଶର ବଜାର ପର୍ଯ୍ୟନ୍ତ ସହଜରେ ପହଞ୍ଚି ପାରୁଛି ।

ସାଥୀଗଣ,

ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି, ତାହାଦ୍ୱାରା ମେଘାଳୟର ଯୋଗାଯୋଗ ଆହୁରି ସଶକ୍ତ ହେବାକୁ ଯାଉଛି । ବିଗତ 8 ବର୍ଷ ମଧ୍ୟରେ ମେଘାଳୟରେ ଜାତୀୟ ରାଜପଥ ନିର୍ମାଣରେ 5 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବିଗତ 8 ବର୍ଷରେ ଯେତିକି ଗ୍ରାମୀଣ ସଡ଼କ ମେଘାଳୟରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ନିର୍ମାଣ କରାଯାଇଛି, ତାହା ତା’ପୂର୍ବରୁ 20 ବର୍ଷ ମଧ୍ୟରେ ନିର୍ମାଣ କରାଯାଇଥିବା ସଡ଼କ ଠାରୁ ହେଉଛି 7ଗୁଣ ଅଧିକ ।

ଭାଇ ଓ ଭଉଣୀମାନେ,

ଉତ୍ତର-ପୂର୍ବାଞ୍ଚଳର ଯୁବଶକ୍ତିଙ୍କ ପାଇଁ ଡିଜିଟାଲ ସଂଯୋଗ ଦ୍ୱାରା ନୂତନ ସୁଯୋଗମାନ ସୃଷ୍ଟି କରାଯାଉଛି । ଡିଜିଟାଲ ସଂଯୋଗ ଦ୍ୱାରା କେବଳ କଥାବାର୍ତ୍ତା, ଯୋଗାଯୋଗ ନୁହେଁ, ସେତିକି ଲାଭ ମିଳିଥାଏ କେବଳ ତାହା ନୁହେଁ । ବରଂ ଏହାଦ୍ୱାରା ପର୍ଯ୍ୟଟନ ଠାରୁ ନେଇ ଟେକ୍ନୋଲୋଜି ପର୍ଯ୍ୟନ୍ତ, ଶିକ୍ଷାରୁ ନେଇ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସୁବିଧାମାନ ବୃଦ୍ଧି ହୋଇଥାଏ, ସୁଯୋଗ ବଢ଼ିଥାଏ । ଏହା ସହିତ ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଡିଜିଟାଲ ଅର୍ଥବ୍ୟବସ୍ଥାର ସାମର୍ଥ୍ୟ ମଧ୍ୟ ଏହାଦ୍ୱାରା ବୃଦ୍ଧି ପାଇଥାଏ । 2014 ତୁଳନାରେ ଉତ୍ତର-ପୂର୍ବାଞ୍ଚଳରେ ଅପ୍ଟିକାଲ ଫାଇବରର ବ୍ୟାପକତା ପ୍ରାୟତଃ 4 ଗୁଣା ବୃଦ୍ଧି ପାଇଛି । ସେଠାରେ ମେଘାଳୟରେ ଏହି ବୃଦ୍ଧି ହେଉଛି 5 ଗୁଣରୁ ମଧ୍ୟ ଅଧିକ । ଉତର-ପୂର୍ବାଞ୍ଚଳର କୋଣ ଅନୁକୋଣ ପର୍ଯ୍ୟନ୍ତ ଉନ୍ନତ ମୋବାଇଲ ସଂଯୋଗ ପହଞ୍ଚିପାରୁ, ଏଥିପାଇଁ 6 ହଜାର ମୋବାଇଲ ଟାୱାର ସ୍ଥାପନ କରାଯାଉଛି। ଏହା ଉପରେ 5 ହଜାର କୋଟିରୁ ମଧ୍ୟ ଅଧିକ ଖର୍ଚ୍ଚ କରାଯାଉଛି । ଆଜି ମେଘାଳୟରେ ଅନେକ 4-ଜି ମୋବାଇଲ ଟାୱାରର ଲୋକାର୍ପଣ ଏହି ପ୍ରୟାସ ଗୁଡ଼ିକୁ ଗତି ପ୍ରଦାନ କରିବ । ଏହି ଭିତ୍ତିଭୂମି ଏଠାକାର ଯୁବକମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବ । ମେଘାଳୟରେ ଆଇଆଇଏମର ଲୋକାର୍ପଣ ଏବଂ ଟେକ୍ନୋଲୋଜି ପାର୍କର ଶିଳାନ୍ୟାସ ମଧ୍ୟ ପାଠ ପଢ଼ିବା ଏବଂ ରୋଜଗାରର ସୁଯୋଗକୁ ମଧ୍ୟ ବିସ୍ତାର କରିବ । ଆଜି ଉତ୍ତର-ପୂର୍ବାଞ୍ଚଳର ଆଦିବାସୀ ଅଞ୍ଚଳ ଗୁଡ଼ିକରେ ଦେଢ଼ ଶହରୁ ଅଧିକ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ କରାଯାଉଛି, ଏଗୁଡ଼ିକ ମଧ୍ୟରୁ 39ଟି ମେଘାଳୟରେ ରହିଛି । ଅନ୍ୟପଟେ ଆଇଆଇଏମ ଭଳି ବୃତ୍ତିଗତ ଶିକ୍ଷା ସଂସ୍ଥାନ ଗୁଡ଼ିକରୁ ଯୁବକମାନଙ୍କୁ ଏହିଠାରେ ବୃତ୍ତିଗତ ଶିକ୍ଷାର ମଧ୍ୟ ଲାଭ ମିଳିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ଭାଜପାର, ଏନଡିଏର ସରକାର ସମ୍ପୂର୍ଣ୍ଣ ବିଶ୍ୱସନୀୟତାର ସହିତ କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ ହିଁ 3 ନୂତନ ଯୋଜନାମାନ ଆରମ୍ଭ କରାଯାଇଛି, ଯାହା ତ’ ହେଉଛି ସିଧାସଳଖ ଉତ୍ତର-ପୂର୍ବାଞ୍ଚଳ ପାଇଁ କିମ୍ବା ସେଗୁଡ଼ିକ ଦ୍ୱାରା ଉତ୍ତର-ପୂର୍ବାଞ୍ଚଳକୁ ସବୁଠାରୁ ଅଧିକ ଲାଭ ହେବାକୁ ଯାଉଛି। ପର୍ବତମାଳା ଯୋଜନା ମାଧ୍ୟମରେ ରୋପ-ୱେର ନେଟୱର୍କ ନିର୍ମାଣ କରାଯାଉଛି । ଏହାଦ୍ୱାରା ଉତ୍ତର-ପୂର୍ବାଞ୍ଚଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନଗୁଡ଼ିକରେ ସୁବିଧା ବୃଦ୍ଧି ହେବ ଏବଂ ପର୍ଯ୍ୟଟନର ବିକାଶ ମଧ୍ୟ ହେବ । ପିଏମ ଡିଭାଇନ୍ ଯୋଜନା ତ’ ଉତ୍ତର-ପୂର୍ବାଞ୍ଚଳର ବିକାଶକୁ ନୂତନ ଗତି ପ୍ରଦାନ କରିବାକୁ ଯାଉଛି। ଏହି ଯୋଜନା ଦ୍ୱାରା ଉତ୍ତର-ପୂର୍ବାଞ୍ଚଳ ପାଇଁ ବଡ଼- ବଡ଼ ବିକାଶଶୀଳ ପ୍ରକଳ୍ପମାନ ଅଧିକ ସହଜରେ ମଞ୍ଜୁର ହୋଇ ପାରିବ । ଏଠାରେ ମହିଳା ଏବଂ ଯୁବକମାନଙ୍କର ଆଜୀବୀକାର ସାଧନମାନ ବିକଶିତ ହେବ। ପିଏମ ଡିଭାଇନ୍ ମାଧ୍ୟମରେ ଆଗାମୀ 3-4 ବର୍ଷ ପାଇଁ 6 ହଜାର କୋଟି ଟଙ୍କାର ବଜେଟ ସ୍ଥିର କରାଯାଇ ସାରିଛି ।

ଭାଇ ଓ ଭଉଣୀମାନେ,

ଦୀର୍ଘ ସମୟ ପର୍ଯ୍ୟନ୍ତ ଯେଉଁ ଦଳଗୁଡ଼ିକ ସରକାରରେ ରହିଛନ୍ତି, ସେମାନଙ୍କର ଉତ୍ତର-ପୂର୍ବାଞ୍ଚଳ ପାଇଁ ଚିନ୍ତାଧାରା ରହିଥିଲା ବିଭାଜନ (ଡିଭାଇଡ଼) ଆଉ ଆମେ ଡିଭାଇନର ଲକ୍ଷ୍ୟ ନେଇ ଆସିଛୁ । ଭିନ୍ନ- ଭିନ୍ନ ସମୁଦାୟ ହୁଅନ୍ତୁ, କିମ୍ବା ଭିନ୍ନ- ଭିନ୍ନ କ୍ଷେତ୍ର, ଆମେ ପ୍ରତ୍ୟେକ ପ୍ରକାରର ବିଭାଜନକୁ ଦୂର କରୁଛୁ। ଆଜି ଉତ୍ତର-ପୂର୍ବାଞ୍ଚଳରେ ଆମେ ବିବାଦର ସୀମା ନୁହେଁ, ବରଂ ବିକାଶର କରିଡର ନିର୍ମାଣ କରୁଛୁ ତାହା ଉପରେ ଗୁରୁତ୍ୱ ପ୍ରଦାନ କରୁଛୁ। ବିଗତ 8 ବର୍ଷ ମଧ୍ୟରେ ଅନେକ ସଂଗଠନଗୁଡ଼ିକ ହିଂସାର ରାସ୍ତାକୁ ଛାଡ଼ିଛନ୍ତି, ସ୍ଥାୟୀ ଶାନ୍ତିର ରାସ୍ତାକୁ ଧରି ରଖିଛନ୍ତି। ଉତ୍ତର-ପୂର୍ବାଞ୍ଚଳରେ ଏଏଫଏସପିଏର ଆବଶ୍ୟକତା ନ ପଡ଼ୁ, ଏଥିପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଏକାଠି ହୋଇ ମିଳିମିଶି ପରିସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି । କେବଳ ଏତିକି ନୁହେଁ, ରାଜ୍ୟଗୁଡ଼ିକ ମଧ୍ୟରେ ସୀମାକୁ ନେଇ ମଧ୍ୟ ଦଶକ- ଦଶକ ଧରି ଯେଉଁ ବିବାଦ ଚାଲୁ ରହିଥିଲା, ସେଗୁଡ଼ିକର ସମାଧାନ କରାଯାଉଛି ।

ସାଥୀଗଣ,

ଆମ ପାଇଁ ଉତ୍ତର-ପୂର୍ବାଞ୍ଚଳ, ଆମର ସୀମାନ୍ତ ଅଞ୍ଚଳ, ଶେଷ ସୀମା ନୁହେଁ ବରଂ ହେଉଛି ସୁରକ୍ଷା ଏବଂ ସମୃଦ୍ଧିର ପ୍ରବେଶ ପଥ (ଗେଟ-ୱେ) । ରାଷ୍ଟ୍ରର ସୁରକ୍ଷା ମଧ୍ୟ ଏହିଠାରୁ ସୁନିଶ୍ଚିତ ହେଉଛି ଏବଂ ଅନ୍ୟାନ୍ୟ ଦେଶ ସହିତ ବ୍ୟବସାୟ- ବାଣିଜ୍ୟ ମଧ୍ୟ ଏହିଠାରୁ ହେଉଛି । ଏଥିପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ରହିଛି, ଯାହାର ଲାଭ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକୁ ହେବାକୁ ଯାଉଛି । ଏହି ଯୋଜନା ହେଉଛି ଭାଇବ୍ରେଣ୍ଟ ବର୍ଡର ଭିଲେଜ ନିର୍ମାଣ କରିବା । ଏହା ମାଧ୍ୟମରେ ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକରେ ଉନ୍ନତ ସୁବିଧାମାନ ବିକଶିତ କରାଯିବ। ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶରେ ଏହି ଚିନ୍ତାଧାରା ରହି ଆସିଛି ଯେ ସୀମାବନ୍ତର୍ତ୍ତୀ ଅଞ୍ଚଳରେ ବିକାଶ ହେବ, ଯୋଗାଯୋଗ ବୃଦ୍ଧି ହେବ ତେବେ ଶତ୍ରୁକୁ ଲାଭ ମିଳିବ । ଏହା ଚିନ୍ତା କରାଯାଉଥିଲା, ମୁଁ ତ କଳ୍ପନା ମଧ୍ୟ କରି ପାରୁ ନାହିଁ । କ’ଣ ଏମିତି ବି କେବେ ଚିନ୍ତା କରାଯାଇ ପାରେ ? ପୂର୍ବର ସରକାରମାନଙ୍କର ଏହି ଚିନ୍ତାଧାରା କାରଣରୁ ଉତ୍ତର-ପୂର୍ବାଞ୍ଚଳ ସମେତ ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଯୋଗାଯୋଗ ଉନ୍ନତ ହୋଇ ପାରିନାହିଁ । କିନ୍ତୁ ଆଜି ଯୁଦ୍ଧକାଳୀନ ଭିତ୍ତିରେ ସୀମାନ୍ତରେ ନୂତନ ସଡ଼କ, ନୂତନ ଟନେଲ, ନୂତନ ପୋଲ, ନୂତନ ରେଳ ଲାଇନ, ନୂତନ ଏୟାର ଷ୍ଟ୍ରିପ୍, ଯାହା କିଛିର ମଧ୍ୟ ଆବଶ୍ୟକତା ରହିଛି ଗୋଟିଏ ପରେ ଗୋଟିଏ ତାହାର ନିର୍ମାଣର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଯେଉଁ ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକ ଏକ ସମୟରେ ଜନଶୂନ୍ୟ ରହୁଥିଲା, ଆମେ ତାହାକୁ ଜୀବନ୍ତ (ଭାଇବ୍ରେଂଟ) କରିବାରେ ଲାଗି ପଡ଼ିଛୁ । ଯେଉଁ ଗତି ଆମ ସହର ଗୁଡ଼ିକ ପାଇଁ ହେଉଛି ଗୁରୁତ୍ୱପୂର୍ଣ୍ଣ, ଆମର ସୀମାନ୍ତବର୍ତ୍ତୀ ଅଞ୍ଚଳ ପାଇଁ ମଧ୍ୟ ସେହି ଗତି ରହିବା ଆବଶ୍ୟକ। ଏହାଦ୍ୱାରା ଏଠାରେ ପର୍ଯ୍ୟଟନ ମଧ୍ୟ ବୃଦ୍ଧି ହେବ ଆଉ ଯେଉଁ ଲୋକମାନେ ଗାଁକୁ ଛାଡ଼ି ଚାଲି ଯାଇଛନ୍ତି, ସେମାନେ ମଧ୍ୟ ପୁଣି ଫେରି ଆସିବେ ।

ସାଥୀଗଣ,

ଗତ ବର୍ଷ ମୋତେ ଭାଟିକାନ ସିଟି ଯିବାର ସୁଯୋଗ ମିଳିଥିଲା, ଯେଉଁଠାରେ ମୋର ମହାମହିମ ଦି ପୋପଙ୍କ ସହିତ ସାକ୍ଷାତ ହେଲା। ମୁଁ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଛି। ଏହି ସାକ୍ଷାତକାର ମୋ ମନରେ ଗଭୀର ରେଖାପାତ କରିଛି। ଆମେ ଦୁଇଜଣ ସେହିସବୁ ଆହ୍ୱାନଗୁଡ଼ିକ ଉପରେ ଚର୍ଚ୍ଚା କଲୁ, ଯେଉଁଗୁଡ଼ିକ ସହିତ ଆଜି ସମଗ୍ର ମାନବଜାତି ଲଢ଼େଇ କରୁଛି। ଏକତା ଏବଂ ସମରସତାର ଭାବନା ସହିତ କିଭଳି ସମସ୍ତଙ୍କର କଲ୍ୟାଣ ହୋଇ ପାରିବ, ଏହା ଉପରେ ମିଳିତ ପ୍ରୟାସ ପାଇଁ ସହମତି ସୃଷ୍ଟି ହୋଇଛି । ଏହି ଭାବନାକୁ ଆମକୁ ସଶକ୍ତ କରିବାକୁ ହେବ ।

ସାଥୀଗଣ,

ଶାନ୍ତି ଏବଂ ବିକାଶର ରାଜନୀତିର ସବୁଠାରୁ ଅଧିକ ଲାଭ ଆମର ଜନଜାତୀୟ ସମାଜକୁ ହୋଇଛି। ଆଦିବାସୀ ସମାଜର ପରମ୍ପରା, ଭାଷାଭୂଷା, ସଂସ୍କୃତିକୁ ଅପରିବର୍ତ୍ତିତ ରଖି ଆଦିବାସୀ ଅଞ୍ଚଳ ଗୁଡ଼ିକର ବିକାଶ ହେଉଛି ସରକାରଙ୍କର ପ୍ରାଥମିକତା। ଏଥିପାଇଁ ବାଉଁଶ କାଟିବା ଉପରେ ଯେଉଁ ପ୍ରତିବନ୍ଧକ ଥିଲା, ଆମେ ତାହାକୁ ହଟାଇ ଦେଇଛୁ। ଏହାଦ୍ୱାରା ବାଉଁଶ ସହିତ ଜଡ଼ିତ ଆଦିବାସୀ ଉତ୍ପାଦ ଗୁଡ଼ିକର ନିର୍ମାଣକୁ ଶକ୍ତି ମିଳିଲା । ବନରୁ ପ୍ରାପ୍ତ ଉତ୍ପାଦ ଗୁଡ଼ିକୁ ମୂଲ୍ୟଯୁକ୍ତ କରିବା ପାଇଁ ଉତ୍ତର-ପୂର୍ବାଞ୍ଚଳରେ ସାଢ଼େ 8 ଶହ ବନଧନ କେନ୍ଦ୍ର ସ୍ଥାପିତ କରାଯାଇ ସାରିଛି । ଏଗୁଡ଼ିକ ସହିତ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଜଡ଼ିତ ହୋଇଛନ୍ତି, ଯେଉଁଥିରୁ ଅନେକ ଗୁଡ଼ିକରେ ଆମର ମାଆ ଭଉଣୀମାନେ କାର୍ଯ୍ୟ କରୁଛନ୍ତି । କେବଳ ଏତିକି ନୁହେଁ, ଘର, ପାଣି, ବିଜୁଳି, ଗ୍ୟାସ ଭଳି ସାମାଜିକ ଭିତ୍ତିଭୂମିର ମଧ୍ୟ ସବୁଠାରୁ ଅଧିକ ଲାଭ ଉତ୍ତର-ପୂର୍ବାଞ୍ଚଳକୁ ହୋଇଛି । ବିଗତ ବର୍ଷମାନଙ୍କରେ ମେଘାଳୟରେ 2 ଲକ୍ଷ ଘର ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ବିଜୁଳି ପହଞ୍ଚିଛି । ଗରିବମାନଙ୍କ ପାଇଁ ପ୍ରାୟ 70 ହଜାର ଘର ମଞ୍ଜୁର ହୋଇଛି । ପ୍ରାୟତଃ ତିନି ଲକ୍ଷ ପରିବାରଗୁଡ଼ିକୁ ପ୍ରଥମ ଥର ପାଇଁ ପାଇପ୍ ମାଧ୍ୟମରେ ଜଳର ସୁବିଧା ମିଳି ପାରିଛି । ଏହିଭଳି ସୁବିଧା ଗୁଡ଼ିକର ସବୁଠାରୁ ବଡ଼ ହିତାଧିକାରୀ ହେଉଛନ୍ତି ଆମର ଆଦିବାସୀ ଭାଇ- ଭଉଣୀମାନେ।

ସାଥୀଗଣ,

ଉତ୍ତର-ପୂର୍ବାଞ୍ଚଳରେ ଦ୍ରୁତ ବିକାଶର ଏହି ଧାରା ଏହିଭଳି ଭାବେ ପ୍ରବାହିତ ହୋଇ ଚାଲିଥାଉ, ଏଥିପାଇଁ ଆପଣମାନଙ୍କର ଆଶୀର୍ବାଦ ହେଉଛି ଆମର ଉର୍ଜ୍ଜା । ଏବେ କିଛି ଦିନ ପରେ ହିଁ ବଡ଼ଦିନ ପର୍ବ ଆସୁଛି, ଏହି ପର୍ବ ଆସୁଛି । ଆଜି ମୁଁ ଯେତେବେଳେ ଆପଣମାନଙ୍କ ପାଖକୁ ଉତ୍ତର-ପୂର୍ବାଞ୍ଚଳକୁ ଆସିଛି ତେବେ ଏହି ମାଟିରୁ ସମସ୍ତ ଦେଶବାସୀଙ୍କୁ, ଉତ୍ତର-ପୂର୍ବାଞ୍ଚଳର ମୋର ସମସ୍ତ ଭାଇ ଭଉଣୀମାନଙ୍କୁ ଆଗାମୀ ବଡ଼ଦିନର ପର୍ବ ପାଇଁ ଅନେକ- ଅନେକ ଶୁଭକାମନା ଜଣାଉଛି । ଆଉ ଥରେ ପୁଣି ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା । ଖୁବଲେଈ ଶିବୋନ! (ଖାସୀ ଏବଂ ଜୟନ୍ତିୟାରେ ଧନ୍ୟବାଦ) ମିତେଲା ! (ଗାରୋରେ ଧନ୍ୟବାଦ)

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”