PM launches Pradhan Mantri Gram Sadak Yojana (PMGSY) - III
“The next 25 years are very crucial for 130 crore Indians”
“Himachal today realizes the strength of the double-engine government which has doubled the pace of development in the state”
“A Maha Yagya of rapid development is going on in the hilly areas, in the inaccessible areas”
“Your (people’s) order is supreme for me. You are my high command”
“Such works of development take place only when the service spirit is strong”
“Only the double-engine government recognizes the power of spirituality and tourism”

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଶିବ ମହାରାଜ, ଏହି ପବିତ୍ର ଧରିତ୍ରୀରେ ଆପଣ, ଏକ ହଜାର ବର୍ଷରୁ, ପ୍ରାଚୀନ ରୀତିନୀତି, ଚମ୍ବାକୁ ଦେଖାଉଥିବା ତିକ୍ତତା, ଚମ୍ବାର ସୁନ୍ଦରତା, ସମସ୍ତଙ୍କ ମଧ୍ୟକୁ ଆସି ବଡ଼ ଖୁସି ଅନୁଭବ କରୁଛି ।

ସର୍ବପ୍ରଥମେ ମୁଁ ଚମ୍ବାବାସୀଙ୍କୁ କ୍ଷମା ମାଗୁଛି କାରଣ ଏଥର ମୋତେ ଏଠାକୁ ଆସିବାରେ ବହୁତ ବିଳମ୍ବ ହୋଇଗଲା, କିଛି ବର୍ଷ ଏହା ମଧ୍ୟ ବତିଯାଇଛି । କିନ୍ତୁ ମୋର ସୌଭାଗ୍ୟ ଯେ ପୁଣି ଆଜି ସମସ୍ତଙ୍କ ମଧ୍ୟକୁ ଆସି ଆପଣ ସମସ୍ତଙ୍କର ଦର୍ଶନ କରିବାର, ଆପଣଙ୍କର ଆଶୀର୍ବାଦ ପ୍ରାପ୍ତ କରିବାର ମୋତେ ଅବସର ମିଳିଲା ।

ଦୁଇଦିନ ପୂର୍ବରୁ ମୁଁ ଉଜ୍ଜୈନ ଠାରେ ମହାକାଳର ନଗରୀରେ ଥିଲି ଏବଂ ଆଜି ମଣିମହେଶଙ୍କ ସାନ୍ନିଧ୍ୟରେ ଆସିଛି । ଆଜି ଯେତେବେଳେ ଏହି ଐତିହାସିକ ସ୍ଥଳୀକୁ ସ୍ଥାନକୁ ଆସିଛି, ତେଣୁ ପୁରୁଣା କଥା ମନରେ ଆସିବା ବହୁତ ସ୍ୱାଭାବିକ ଅଟେ । ଏଠିକାର ଆମର ସାଥୀମାନଙ୍କ ସହିତ କାଟିଥିବା ସମୟ ଏବଂ ରାଜମାହର ମଦରା, ସତରେ ଏକ ଅଦ୍ଭୁତ ଅନୁଭବ ରହିଛି ।

ଚମ୍ବା ମୋତେ ବହୁତ ଭଲ ପାଇବା ଦେଇଛି, ବହୁତ ଆଶୀର୍ବାଦ ଦେଇଛନ୍ତି । ସେଥିପାଇଁ କିଛି ମାସ ପୂର୍ବରୁ ମିଂଜର ମେଳା ସମୟରେ ଏଠିକାର ଜଣେ ଶିକ୍ଷକ ସାଥୀ ଚିଠି ଲେଖି ଚମ୍ବେ ସହିତ ଜଡ଼ିତ ଅନେକ କଥା ମୋ ସହିତ ଭାବ ବିନିମୟ କରିଥିଲେ । ଯେମିତି ମୁଁ ମନ କି ବାତରେ ଦେଶ ଏବଂ ଦୁନିଆ ସହିତ ମଧ୍ୟ ସେୟାର କରିଥିଲି । ଏଥିପାଇଁ ଆଜି ଏଠାରୁ ଚମ୍ବା ସହିତ, ହିମାଚଳ ପ୍ରଦେଶର ଦୁର୍ଗମ ଗ୍ରାମାଞ୍ଚଳ ପାଇଁ ସଡ଼କ ଏବଂ ରୋଜଗାର ଦେବା ପାଇଁ ବିଜୁଳି ପ୍ରକଳ୍ପର ଉପହାର ଦେବା ମୋ ପାଇଁ ଅତ୍ୟନ୍ତ ଖୁସିର ବିଷୟ ଅଟେ ।

ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟରେ ଏଠାରେ ରହୁଥିଲି ସେତେବେଳେ କହୁଥିଲି ଯେ ଆମକୁ କେବେ ନା କେବେ ସେହି କଥାକୁ ବିଲୋପ କରିବାକୁ ହେବ ଯେଉଁଥିରେ କୁହାଯାଇଛି ଯେ ପାହାଡ଼ର ପାଣି ଏବଂ ପାହାଡ଼ର ଯୁବକ ଅବସ୍ଥା କେବେହେଲେ ପାହାଡ଼ର କାମରେ ଆସି ନ ଥାଏ । ଆଜି ଆମେ ସେହି ତକଥାକୁ ପରିବର୍ତ୍ତନ କରିଦେଇଛୁ । ଏବେ ଏଠିକାର ପାଣି ମଧ୍ୟ ଆପଣଙ୍କ ପାଇଁ ଉପଯୋଗୀ ହେବ ଏବଂ ଏଠିକାର ଯୁବଗୋଷ୍ଠୀ ମଧ୍ୟ ମନପ୍ରାଣ ଦେଇ ବିକାଶର ଏହି ଯାତ୍ରାକୁ ଆଗକୁ ବଢ଼ାଇବେ । ଆପଣଙ୍କ ଜୀବନକୁ ସହଜ କରାଇବାକୁ ଥିବା ଏହି ସମସ୍ତ ପ୍ରକଳ୍ପ ପାଇଁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ।

ଭାଇ ଏବଂ ଭଉଣୀମାନେ,

କିଛି ସମୟ ପୂର୍ବରୁ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ଏହି ସମୟରେ ଆମେ ଯେଉଁ ଗୁରୁତ୍ୱର ସହ ଛିଡ଼ା ହୋଇଛୁ, ଏହି ସ୍ଥାନ ବିକାଶର ଦୃଷ୍ଟିକୋଣରୁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । କାରଣ ଏଠାରୁ ଏମିତି ଏକ ଲମ୍ଫ ଦେବାକୁ ପଡ଼ିବ, ଯାହା ବୋଧହୁଏ କେହି କଳ୍ପନା କରି ନ ଥିବେ । ଭାରତର ସ୍ୱାଧୀନତାର ଅମୃତ କାଳ ଆରମ୍ଭ ହୋଇସାରିଛି, ଯେଉଁଥିରେ ଆମକୁ ଏକ ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବାକୁ ପଡ଼ିବ । ପ୍ରତ୍ୟେକ ଭାରତୀୟଙ୍କ ସଂକଳ୍ପ ବର୍ତ୍ତନ ପୂରଣ କରିବାକୁ ହେବ । ଆଗାମୀ କିଛି ମାସ ମଧ୍ୟରେ ହିମାଚଳ ପ୍ରତିଷ୍ଠାର ମଧ୍ୟ ୭୫ ବର୍ଷ ପୂରଣ ହେବାକୁ ଯାଉଛି । ତାହା ହେଉଛି ଯେତେବେଳେ ଦେଶ ସ୍ୱାଧୀନତାର ୧ଠଠ ବର୍ଷ ହେବ ସେତେବେଳେ ହିମାଚଳ ମଧ୍ୟ ନିଜର ସ୍ଥାପନାର ୧ଠଠ ବର୍ଷ ପୂରଣ କରୁଥିବ । ଏଥିପାଇଁ ଆଗାମୀ ୨୫ ବର୍ଷର ଗୋଟିଏ ଗୋଟିଏ ଦିନ, ଗୋଟିଏ ଗୋଟିଏ କ୍ଷଣ ଆମ ସମସ୍ତଙ୍କ ପାଇଁ, ସମସ୍ତ ଦେଶବାସୀଙ୍କ ପାଇଁ ଏବଂ ହିମାଚଳର ଲୋକମାନଙ୍କ ପାଇଁ ବିଶେଷ ଭାବରେ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ।

ସାଥୀମାନେ,

ଆଜି ଯେତେବେଳେ ଆମେ ଦଶନ୍ଧିକୁ ପଛକୁ ଚାହିଁ ଦେଖିବା, ଆମର ଅଭିଜ୍ଞତା କ’ଣ କହୁଛି? ଆମେ ଏଠାରେ ଶାନ୍ତା ଜୀ, ଧୁମଲ ଜୀଙ୍କୁ ତାଙ୍କ ଜୀବନକୁ ଉପଯୋଗ କରିବାର ଦେଖିଛୁ । ତାଙ୍କର ମୁଖ୍ୟମନ୍ତ୍ରୀ କାଳରେ ସେହି ଦିନ ଥିଲା, ଯେତେବେଳେ ହିମାଚଳ ପାଇଁ ପ୍ରତ୍ୟେକ ଛୋଟ ଛୋଟ ଜିନିଷ ପାଇଁ, ହିମାଚଳର ଅଧିକାର ପାଇଁ ଭାରତୀୟ ଜନତା ଦଳର ନେତାମାନଙ୍କୁ, କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଦିଲ୍ଲୀ ଯାଇ ସେଠାରେ ଗୁହାରି କରିବାକୁ ପଡୁଥିଲା, ଆଂଦୋଳନ କରିବାକୁ ପଡୁଥିଲା । କେତେବେଳେ ବିଦୁତ୍ ପାଇଁ ଅଧିକାର, କେତେବେଳେ ପାଣି ପାଇଁ ଅଧିକାର, କେବେ ବିକାଶ ପାଇଁ ଅଧିକାର ମିଳୁ, ଭାଗିଦାରୀ ମିଳୁ; କିନ୍ତୁ ସେତେବେଳେ ଦିଲ୍ଲୀରେ ଶୁଣାଣି ହେଉ ନ ଥିଲା, ହିମାଚଳର ଦାବି, ହିମାଚଳର ଫାଇଲଗୁଡ଼ିକ ବୁଲୁଥିଲା । ଏଥିପାଇଁ ଚମ୍ବା ଭଳି ପ୍ରାକୃତିକ, ସାଂସ୍କୃତିକ ଏବଂ ବିଶ୍ୱାସର ଏପରି ସମୃଦ୍ଧ କ୍ଷେତ୍ର ବିକାଶର ଦୌଡ଼ରେ ପଛରେ ରହିଗଲା । ୭୫ ବର୍ଷ ପରେ ମୋତେ ଗୋଟିଏ ଆଶାକର୍ମୀ ଜିଲ୍ଲା ଭାବରେ ତା’ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଲା କାରଣ ମୁଁ ଏହାର ସାମର୍ଥ୍ୟ ସହିତ ପରିଚିତ ଥିଲି ସାଥୀମାନେ ।

ସୁବିଧା ଅଭାବରୁ ଏଠାରେ ରହୁଥିବା ଆପଣମାନଙ୍କ ଲୋକମାନଙ୍କର ଜୀବନ ବହୁତ କଷ୍ଟସାଧ୍ୟ ଥିଲା । ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ କିପରି ପହଂଚିପାରିବେ? ଏବଂ ଆମର ଏଠାରେ ଚମ୍ବର ଗୀତକୁ ଏବେ ଜୟରାମ ଜୀ ମନେ ପକାଉଥିଲେ-

ଜମ୍ମୁ ଏ ଦୀ ରାହେଁ, ଚମ୍ବା କିତନା ଅକ୍ ଦୂର,

ସେହି ପରିସ୍ଥିତିକୁ ଜଣାଇବା ପାଇଁ ଏହା ଯଥେଷ୍ଟ । ତାହା ହେଉଛି, ଏଠାକୁ ଆସିବାକୁ ବହୁତ ଆଗ୍ରହ ଥିଲା, କିନ୍ତୁ ଏଠାରେ ପହଂଚିବା ଏତେ ସହଜ ନ ଥିଲା । ଏବଂ ଯେତେବେଳେ ଜୟରାମ ଜୀ କେରଳର ଝିଅ ଦିବ୍ୟା ବିଷୟରେ, ଦେବୀଙ୍କା କିଭଳି କେମେିତି ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନ କିପରି ପୂରଣ ହୋଇଥାଏ । ଚମ୍ବାର ଲୋକଗୀତ କେରଳର ମାଟିରେ, ଯେଉଁ ଝିଅ କେବେ ହିମଚଳକୁ ଦେଖିନାହିଁ, ଯିଏ କେବେ ହିନ୍ଦୀ ଭାଷା ସହିତ ଜଡ଼ିତ ନୁହନ୍ତି, ସେହି ଝିଅଟି ସମ୍ପୂର୍ଣ୍ଣ ଭକ୍ତିର ସହ ଯେତେବେଳେ ଚମ୍ବା ଗୀତ ଗାଇଥାଏ, ସେତେବେଳେ ଆମେ ଚମ୍ବାର ସାମର୍ଥ୍ୟର ପ୍ରମାଣ ପାଇଥାଉ । ତାହାର ଆମକୁ ପ୍ରମାଣ ମିଳିଯାଇଥାଏ ସାଥୀମାନେ । ଏବଂ ମୁଁ ଚମ୍ବା ପ୍ରତି କୃତଜ୍ଞ ଅଟେ, ସେ ତାଙ୍କ ଝିଅ ଦେବିକାଙ୍କୁ ଏତେ ପ୍ରଶଂସା କରିଥିଲେ ଯେ ଏତେ ପ୍ରଶଂସା କରିଥିଲେ ଯେ ଏକ ଭାରତ, ଶ୍ରେଷ୍ଠ ଭାରତର ବାର୍ତ୍ତା ସାରା ଦେଶକୁ ଯାଇଥିଲା । ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରତି ଚମ୍ବାର ଲୋକମାନଙ୍କ ମଧ୍ୟରେ ଥିବା ଏହି ଭାବନାକୁ ଦେଖି, ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲି ।

ସାଥୀମାନେ,

ଆଜି ହିମାଚଳ ନିକଟରେ ଡବଲ ଇଞ୍ଜିନର ସରକାରଙ୍କ ଶକ୍ତି ଅଛି । ଏହି ଡବଲ ଇଞ୍ଜିନର ଶକ୍ତି ହିମାଚଳର ବିକାଶକୁ ଦ୍ୱିଗୁଣିତ କରି ଶକ୍ତିର ସହ ଆଗକୁ ବଢ଼ାଇଛି । ପୂର୍ବ ସରକାରମାନେ ସୁବିଧା ସେହିଠାରେ ଦେଉଥିଲେ, ଯେଉଁଠାରେ କାମ ସହଜ ହେଉଥିଲା । ଯେଉଁଠାରେ ଶ୍ରମ ମଧ୍ୟ କମ ହେଉଥିଲା ଏବଂ ରାଜନୈତିକ ଲାଭ ଅଧିକ ମିଳି ଯାଉଥିଲା। ତେଣୁ ଯେଉଁ ଦୁର୍ଗମ ଅଞ୍ଚଳ, ଆଦିବାସୀ ଅଞ୍ଚଳ, ସେଠାରେ ସୁବିଧାଗୁଡ଼ିକ ଶେଷରେ ପହଂଚିଥିଲା, ଯାହାକି ସବୁଠାରୁ ଅଧିକ ଆବଶ୍ୟକତା ସେହି କ୍ଷେତ୍ରରେ ଥିଲା ଏବଂ ତାହାଦ୍ୱାରା କ’ଣ ହେଲା? ସଡ଼କ ହେଉ, ବିଦୁତ ହେଉ, ପାଣି ହେଉ, ଏହିପରି ପ୍ରତ୍ୟେକ ସୁବିଧା ପାଇଁ ପାହାଡ଼ିଆ ଅଞ୍ଚଳ, ଆଦିବାସୀ ଅଞ୍ଚଳ ଶେଷରେ ଆସୁଥିଲା । କିନ୍ତୁ ଡବଲ ଇଞ୍ଜିନ ସରକାରଙ୍କ କାର୍ଯ୍ୟ, ଆମର କାର୍ଯ୍ୟ କରିବାର ପଦ୍ଧତି ଅଲଗା । ଆମର ପ୍ରାଥମିକତା ହେଉଛି ଲୋକଙ୍କ ଜୀବନକୁ ସହଜ କରିବା । ସେଥିପାଇଁ ଆମେ ଆଦିବାସୀ ଅଞ୍ଚଳ, ପାହାଡ଼ିଆ ଅଞ୍ଚଳ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛୁ ।

ସାଥୀମାନେ,

ପୂର୍ବରୁ ପାହାଡ଼ ଅଞ୍ଚଳରେ ଗ୍ୟାସ ସଂଯୋଗ ଅଳ୍ପ କିଛି ଲୋକଙ୍କ ଉପଲବ୍ଧ ଥିଲା । ମୋର ମନେ ଅଛି ଆମର ଧୁମଲ ଜୀ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ରାତିସାରା ଚିନ୍ତା କରୁଥିଲେ ଯେ ଘରେ କିପରି ବିଦୁତ ଚୁଲା ଲୋକେ ପାଇପାରିବେ । ଯୋଜନା ପ୍ରସ୍ତୁତ କରୁଥିଲେ । ସେହି ସମସ୍ୟାର ସମାଧାନ ଆମେ ଆସି କରିଦେଲୁ ସାଥୀମାନେ । କିନ୍ତୁ ଡବଲ ଇଞ୍ଜିନ ସରକାର ଏହାକୁ ପ୍ରତ୍ୟେକ ଘରେ ପହଂଚାଇଦେଲେ ।

ପାଣି ଟ୍ୟାପ ଯେଉଁମାନଙ୍କ ଘରେ ରହୁଥିଲା, ତାଙ୍କ ପାଇଁ ଏହା ମନାଯାଉଥିଲା ଯେ ବଡ଼ ଧନୀ ଲୋକ ହୋଇଥିବେ, ତାଙ୍କର ରାଜନୈତିକ ହାତ ଥିବ, ପଇସା ମଧ୍ୟ ବହୁତ ଥିବ, ଏଥିପାଇଁ ଘର ପର୍ଯ୍ୟନ୍ତ ନଳ ଆସିଛି- ସେହି ଯୁଗ ଥିଲା । କିନ୍ତୁ ଆଜି ଦେଖନ୍ତୁ, ହର୍ ଘର୍ ଜଲ୍ ଅଭିଯାନ ଅନ୍ତର୍ଗତ ହିମାଚଳରେ ସର୍ବପ୍ରଥମେ ଚମ୍ବା, ଲାହୋଲ ସ୍ମିତି ଏବଂ କିନ୍ନୋର ଠାରେ ହିଁ ଶତ ପ୍ରତିଶତ ନଳରୁ ଜଳ କଭରେଜ କରାଯାଇଛି ।

ଏହି ଜଲ୍ଲାମାନଙ୍କ ପାଇଁ ପୂର୍ବ ସରକାରମାନେ କହୁଥିଲେ ଯେ ଏହା ଦୁର୍ଗମ ଅଟେ, ଏଥିପାଇଁ ବିକାଶ ହୋଇପାରିବ ନାହିଁ । ଏମାନେ କେବଳ ପାଣି ଯୋଗାଇ ଦେଲେ, ଭଉଣୀମାନଙ୍କୁ ସୁବିଧା ମିଳିଲା, ଏତିକି ମଧ୍ୟରେ ସୀମିତ ନୁହେଁ । ବରଂ ଶୁଦ୍ଧ ପାନୀୟ ଜଳରୁ ନବଜାତ ଶିଶୁମାନଙ୍କର ଜୀବନ ମଧ୍ୟ ରକ୍ଷା କରାଯାଉଛି । ସେହିଭଳି ଭାବରେ ଗର୍ଭବତୀ ଭଉଣୀ ହୁଅନ୍ତୁ କିମ୍ବା ଛୋଟ ଛୋଟ ପିଲା, ଏମାନଙ୍କ ଟିକାକରଣ ପାଇଁ ପୂର୍ବରୁ କେତେ ଅସୁବିଧା ଥିଲା । ଆଜି ଗାଁର ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପ୍ରକାରର ଟିକା ଉପଲବ୍ଧ ହେଉଛି । ଆଶା ଏବଂ ଅଙ୍ଗନବାଡ଼ି ସହ ଜଡ଼ିତ ଭଉଣୀମାନେ ଘରକୁ ଘର ଯାଇ ସୁବିଧା ଦେଉଛନ୍ତି । ଗର୍ଭବତୀ ମା’ମାନଙ୍କୁ ମାତୃ ବନ୍ଦନା ଯୋଜନା ଅନ୍ତର୍ଗତ ହଜାରେ ଟଙ୍କା ମଧ୍ୟ ଦିଆଯାଉଛି ।

ଆଜି ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ଦିଆଯାଉଛି । ଏହି ଯୋଜନାର ସବୁଠାରୁ ବଡ଼ ହିତାଧିକାରୀମାନେ ମଧ୍ୟ ସେହି ଲୋକ ଅଟନ୍ତି, ଯେଉଁ ବ୍ୟକ୍ତି ଡାକ୍ତରଖାନା ପର୍ଯ୍ୟନ୍ତ ଯାଇପାରିବେ ନାହିଁ ଏବଂ ଆମର ମା’ ଏବଂ ଭଉଣୀମାନଙ୍କୁ ଯେତେବଡ଼ ଗମ୍ଭୀର ରୋଗ ହୋଇଥାଉ, କେତେ କଷ୍ଟ ହେଉଥିଲେ ମଧ୍ୟ ଘରେ କାହାକୁ ଜଣାଇବେ ନାହିଁ ଯେ ତାଙ୍କ ଦେହ ଖରାପ ଅଛି । ସେ ଘରର ସମସ୍ତଙ୍କ ପାଇଁ ଯଥାସମ୍ଭବ ନିରନ୍ତର ଭାବେ ସେବା କରୁଥିଲେ, ତାଙ୍କ ମନରେ ଗୋଟିଏ ବୋଝ ଥିଲା । ଯେ ଯଦି ପିଲାମାନେ ଜାଣନ୍ତି ଯେ ମୋତେ ରୋଗ ହୋଇଛି, ସେମାନେ ମୋତେ ଡାକ୍ତରଖାନା ନେଇଯିବେ । ଡାକ୍ତରଖାନା ମହଙ୍ଗା ହୋଇଥାଏ, ଖର୍ଚ୍ଚ ବହୁତ ହୋଇଥାଏ, ଆମର ପିଲାମାନେ କରଜରେ ବୁଡ଼ିଯିବେ ଏବଂ ସେମାନେ ଭାବୁଥିଲେ ଯେ ମୁଁ କଷ୍ଟ ସହିନେବି କିନ୍ତୁ ପିଲାମାନଙ୍କୁ ଋଣରେ ବୁଡ଼ିବାକୁ ଦେବି ନାହିଁ ଏବଂ ସେ ସହି ନେଉଥିଲେ । ମା’ମାନେ- ଭଉଣୀମାନେ, ଆପଣମାନଙ୍କର ଏହି କଷ୍ଟ, ଏହି ପୀଡ଼ା ଯଦି ଆପଣଙ୍କର ଏହି ପୁଅ ବୁଝିବ ନାହିଁ ତେବେ କିଏ ବୁଝିବ? ଏବଂ ଏଥିପାଇଁ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପରିବାରକୁ ମାଗଣା ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ମିଳିବ, ଏହାର ବ୍ୟବସ୍ଥା କରିଦେଲି ଭାଇମାନେ ।

ସାଥୀମାନେ,

ରାସ୍ତା ଅଭାବରୁ ଏହି କ୍ଷେତ୍ରରେ ଅଧ୍ୟୟନ କରିବା ମଧ୍ୟ କଷ୍ଟସାଧ୍ୟ ଥିଲା । ବହୁତ ଝିଅମାନଙ୍କୁ ସ୍କୁଲ ପାଇଁ ବହୁ ଦୂରକୁ ଯିବାକୁ ପଡୁଥିବାରୁ ଏଥିପାଇଁ ସେମାନଙ୍କୁ ସ୍କୁଲ୍ ଛଡ଼ାଇ ଦିଆଯାଉଥିଲା । କାରଣ ବହୁ ଦୂର ପର୍ଯ୍ୟନ୍ତ ପଦରେ ଯିବାକୁ ପଡୁଥିଲା । ସେଥିପାଇଁ ଆଜି ଗୋଟିଏ ପଟେ ଆମେ ଗାଁ ନିକଟରେ ଭଲ ଡିସପେନସାରୀ ତିଆରି କରୁଛୁ, ସୁସ୍ଥତା କେନ୍ଦ୍ର ତିଆରି କରୁଛୁ, ସେହି ପାଶ୍ୱର୍ରେ ଆମେ ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ ମଧ୍ୟ ଖୋଲୁଛୁ, ସାଥୀମାନେ।

ଯେତେବେଳେ ଆମେ ଟିକାକରଣ ଅଭିଯାନ ଚଳାଉଥିଲୁ, ମୋ ମନରେ ଗୋଟିଏ କଥା ସ୍ପଷ୍ଟ ଥିଲା ଯେ ହିମାଚଳ ପ୍ରଦେଶରେ ପର୍ଯ୍ୟଟନର କୌଣସି ପ୍ରତିବନ୍ଧକ ନ ହେବା ଉଚିତ । ତେଣୁ ସର୍ବପ୍ରଥମେ ହିମାଚଳର ଟିକାକରଣ କାର୍ଯ୍ୟ ଶୀଘ୍ର ବୃଦ୍ଧି କରାଯିବା ଉଚିତ ଏବଂ ଅନ୍ୟ ରାଜ୍ୟମାନେ ପରେ କଲେ, ହିମାଚଳ ସର୍ବପ୍ରଥମେ ଟିକାକରଣ କାର୍ଯ୍ୟ ଶେଷ କରିଥିଲେ । ଏବଂ ମୁଁ ଜୟରାମ ଜୀ ଏବଂ ତାଙ୍କ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି ଯେ ଆପଣମାନଙ୍କ ଜୀବନ ପାଇଁ ସେ ରାତି ଦିନ ବହୁତ ପରିଶ୍ରମ କରିଛନ୍ତି ଭାଇମାନେ ।

ଆଜି ଡବଲ ଇଞ୍ଜିନ ସରକାରଙ୍କ ଉଦ୍ୟମ ହେଉଛି ଯେ ପକ୍କା ରାସ୍ତା ପ୍ରତ୍ୟେକ ଗାଁକୁ ଶୀଘ୍ର ପହଞ୍ଚô । ଆପଣ ଚିନ୍ତା କରନ୍ତୁ, ୨୦୧୪ ପୂର୍ବରୁ ୮ ବର୍ଷ ମଧରେ, ହିମାଚଳରେ ୭ ହଜାର କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଥିଲା, ଆପଣ କୁହନ୍ତୁ, ମୁଁ କହିବି, ଆପଣ ମନେ ରଖିବେ । ସାତ ହଜାର କିଲୋମିଟର ରାସ୍ତା, କେତେ? ସାତ ହଜାର ଏବଂ ସେହି ସମୟରେ କେତେ ଖର୍ଚ୍ଚ ହୋଇଥିଲା ୧୮ ଶହ କୋଟି । ବର୍ତ୍ତମାନ ଦେଖନ୍ତୁ ସାତ ହଜାର ଏବଂ ଏଠାରେ ଦେଖନ୍ତୁ ଆମେ ୮ ବର୍ଷରେ, ଏହା ମୁଁ ସ୍ୱାଧୀନତା ପରେ କହୁଛି ସାତ ହଜାର, ଆମେ ଆଠ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ହଜାର କିଲୋମିଟର ଲମ୍ବା ଗାଁର ସଡ଼କ ତିଆରି କରିଛୁ । ଏବଂ ୫ ହଜାର କୋଟି ଟଙ୍କା ବ୍ୟୟରେ ଆପଣଙ୍କ ଜୀବନକୁ ବଦଳାଇବା ପାଇଁ ଜୀବନ ଖଟାଇ ବହୁତ ଚେଷ୍ଟା କରିଛି, ଭାଇମାନେ । ଅର୍ଥାତ ର୍ପୂବ ଅପେକ୍ଷା ଦୁଇଗୁଣା ରାସ୍ତା ନିର୍ମାଣ କରାଯାଇଛି, ଦୁଇଗୁଣରୁ ମଧ୍ୟ ଅଧିକ ହିମାଚଳର ସଡ଼କ ଉପରେ ପଞ୍ଜି ବିନିଯୋଗ କରାଯାଇଛି ।

ହିମାଚଳର ଶହ ଶହ ଗାଁ ପ୍ରଥମ ଥର ପାଇଁ ରାସ୍ତା ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ଆଜି ଯେଉଁ ଯୋଜନା ଆରମ୍ଭ ହୋଇଛି, ଏଥିରେ ମଧ୍ୟ ୩ ହଜାର କିଲୋମିଟରର ସଡ଼କ ଗାଁରେ ନୂଆ ହେବ । ଏହାର ସବୁଠାରୁ ଅଧିକ ଲାଭ ଚମ୍ବା ଏବଂ ଅନ୍ୟ ଜନଜାତୀୟ କ୍ଷେତ୍ରରେ ଗାଁକୁ ହେବ । ଚମ୍ବାର ଅନେକ କ୍ଷେତ୍ରକୁ ଅଟଳ ଟନେଲର ମଧ୍ୟ ବହୁତ ଅଧିକ ଲାଭ ମିଳିପାରୁଛି । ଏହାଦ୍ୱାରା ଏହି କ୍ଷେତ୍ର ବର୍ଷ ସାରା ଦେଶର ଅନ୍ୟାନ୍ୟ ଦେଶ ସହିତ ସଂଯୋଗ ହେବ, ଏହିଭଳି ଭାବରେ କେନ୍ଦ୍ର ସରକାରଙ୍କ ବିଶେଷ ପର୍ବତମାଳା ଯୋଜନା, ଆମ ବଜେଟରେ ଘୋଷଣା କରାଯାଇଥିଲା, ଦେଖିଥିବେ । ଏହା ଅଧିନରେ ଚମ୍ବା ସହିତ, କାଂଗଡ଼ା, ବିଳାସପୁର, ସିରମୋର, କୁଲ୍ଲୁ ଜିଲ୍ଲାରେ ରୋପ ୱେର ନେଟୱର୍କ ମଧ୍ୟ ନିର୍ମାଣ ହେଉଛି । ଏହାଦ୍ୱାରା ସ୍ଥାନୀୟ ଲୋକମାନଙ୍କୁ ଏବଂ ପର୍ଯ୍ୟଟକଙ୍କୁ ଉଭୟଙ୍କୁ ବହୁତ ଲାଭ ମିଳିବ, ବହୁତ ସୁବିଧା ହେବ ।

ଭାଇ ଏବଂ ଭଉଣୀମାନେ,

ଗତ ଆଠ ବର୍ଷରେ ଆପଣ ମୋତେ ଯେଉଁ ସେବା କରିବାର ସୁଯୋଗ ଦେଇଛନ୍ତି, ଆପଣଙ୍କର ଜଣେ ସେବକ ଭାବରେ ହିମାଚଳକୁ ଅନେକ ପ୍ରକଳ୍ପ ଦେବାର ସୌଭାଗ୍ୟ ମିଳିଛି ଏବଂ ମୁଁ ଜୀବନରେ ଏକ ସନ୍ତୁଷ୍ଟି ଅନୁଭବ କରୁଛି । ଏବେ ଜୟରାମ ଜୀ, ଦିଲ୍ଲୀ ଆସୁଛନ୍ତି, ପୂର୍ବରୁ ଯାଉଥିଲେ ଲୋକମାନେ କାହିଁକି ଯାଉଥିଲେ, ଆବେଦନ ନେଇ ଯାଉଥିଲେ, ଟିକେ କିଛି କରନ୍ତୁ, କିଛି ଦେଇ ଦିଅନ୍ତୁ, ଭଗବାନ ଆପଣଙ୍କର ଭଲ କରିବେ, ଏଭଳି ପରିସ୍ଥିତିରେ କରି ଦେଇଥିଲେ ଦିଲ୍ଲୀବାସୀ । ଆଜି, ଆଜି ଯଦି ହିମାଚଳର ମୁଖ୍ୟମନ୍ତ୍ରୀ ମୋ ନିକଟକୁ ଆସୁଛନ୍ତି ତେବେ ସେ ବହୁତ ଖୁସିର ସହିତ କେବେ ଚମ୍ବାର ରୁମାଲ ନେଇ ଆସିଥାନ୍ତି, କେବେ ଚମ୍ବାର ଥାଳର ଉପହାର ନେଇ ଆସିଥାନ୍ତି ଏବଂ ତା’ ସହିତ ଏହା ସୂଚନା ଦେଉଛି ଯେ ମୋଦୀଜୀ ଆଜି ମୁଁ ଖୁସି ଖବର ନେଇ ଆସିଛି, ସେ ପ୍ରକଳ୍ପ ଆମେ ପୁରା କରିଦେଲୁ । ନୂଆ ସେଇ ପ୍ରକଳ୍ପ ଉପରେ ଆମେ କାମ କରିବା ଆରମ୍ଭ କରିଦେଇଛୁ ।

ବର୍ତ୍ତମାନ ହିମାଚଳବାସୀ ଅଧିକାର ପାଇଁ ନିବେଦନ କରୁନାହାନ୍ତି, ବର୍ତ୍ତମାନ ଦିଲ୍ଲୀ ସେମାନେ ଅଧିକାର ଦାବି କରୁଛନ୍ତି ଏବଂ ଆମକୁ ନିଦେ୍ର୍ଦଶ ମଧ୍ୟ ଦେଉଛନ୍ତି ଏବଂ ଆପଣ ସମସ୍ତ ଜନତା-ଜନାର୍ଦ୍ଦନଙ୍କ ଆଦେଶ, ଆପଣଙ୍କ ଆଦେଶ ଏବଂ ଆପଣ ହିଁ ମୋର ହାଇକମାଣ୍ଡ । ଆପଣଙ୍କ ଆଦେଶକୁ ମୁଁ ମୋର ସୌଭାଗ୍ୟ ବୋଲଇ ଭାବୁଛି ଭାଇ-ଭଉଣୀମାନେ । ଏଥିପାଇଁ ଆପଣ ସମସ୍ତଙ୍କର ସେବା କରିବାର ଯେଉଁ ଆନନ୍ଦ ତାହା ମଧ୍ୟ ଆଉ କିଛି ଲାଗିଥାଏ, ଶକ୍ତି ମଧ୍ୟ ଆହୁରି କିଛି ହୋଇଥାଏ ।

ସାଥୀମାନେ,

ଆଜି ବିକାଶର କାର୍ଯ୍ୟର ଉପହାର ହିମାଚଳକୁ ଗୋଟିଏ ଥରରେ ମିଳିଥାଏ, ସେତିକି ପୂର୍ବ ସରକାରଙ୍କ ସମୟରେ କେହି ଭାବି ମଧ୍ୟ ପାରିବ ନାହିଁ । ଗତ ୮ ବର୍ଷରେ ପୁରା ଦେଶର ପାହାଡ଼ ଅଞ୍ଚଳରେ, ଦୁର୍ଗମ ଅଞ୍ଚଳରେ, ଆଦିବାସୀ ଅଞ୍ଚଳରେ ଦ୍ରୁତ ବିକାଶର ଏକ ମହାଯଜ୍ଞ ଚାଲିଛି । ଏହାର ଲାଭ ହିମାଚଳ ଚମ୍ବାକୁ ମିଳୁଛି, ପାଙ୍ଗି-ଭରମୋରକୁ ମିଳୁଛି, ଛୋଟ ବଡ଼ ଭଂଗାଲ, ଗରୀବ କିନ୍ନୌର ଏବଂ ଲାହୋଲ ସ୍ଫିତି ଭଳି କ୍ଷେତ୍ରଗୁଡ଼ିକୁ ସୁବିଧା ମିଳୁଛି ।

ଗତବର୍ଷ ବିକାଶରେ ଉନ୍ନତି ଦୃଷ୍ଟିରୁ ଦେଶର ୧ଠଠରୁ ଅଧିକ ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ଚମ୍ବା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ମୁଁ ଚମ୍ବାକୁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି, ଏଠିକାର ସରକାରୀ କର୍ମଚାରୀଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ସେମାନେ ଦେଶ ସାମ୍ନାରେ ଏତେ ବଡ଼ କାମ କରି ଦେଖାଇଛନ୍ତି । କିଛି ସମୟ ପୂର୍ବରୁ ଆମ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସିରମୋରର ଗିରିପାର ଅଞ୍ଚଳରେ ହାଟି ସମୁଦାୟଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବାର ନିଷ୍ପତ୍ତି ଏହା ଦର୍ଶାଇଥାଏ ଯେ ଆମ ସରକାର ଆଦିବାସୀ ଲୋକମାନଙ୍କର ବିକାଶ ପାଇଁ ତାଙ୍କୁ କେତେ ପ୍ରାଥମିକତା ଦେଉଛି ।

ସାଥୀମାନେ,

ଦୀର୍ଘ ସମୟ ଧରି ଯେଉଁମାନେ ଦିଲ୍ଲୀ ଏବଂ ହିମାଚଳରେ ସରକାର ଚଳାଉଥିଲେ, ସେମାନଙ୍କୁ ଆମର ଏହି ଦୁର୍ଗମ ଅଞ୍ଚଳ ମନେ ସେତେବେଳେ ପଡୁଥିଲା, ଯେତେବେଳେ ନିର୍ବାଚନ ଆସୁଥିଲା । କିନ୍ତୁ ଡବଲ ଇଞ୍ଜିନ ସରକାର ଦିନ ରାତି, ୨୪ ଘଣ୍ଟା, ସାତ ଦିନ, ଆପଣଙ୍କ ସେବାରେ ନିୟୋଜିତ ଥିଲେ । କରୋନାର କଷ୍ଟକର ସମୟ ଆସିଲା, ସେତେବେଳେ ଆପଣଙ୍କୁ କୌଣସି ଅସୁବିଧା ନହେବା ପାଇଁ ଏଥିପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲୁ ।

ଆଜି ଗ୍ରାମୀଣ ପରିବାର, ଗରୀବ ପରିବାରମାନଙ୍କୁ ମାଗଣା ରାସନ ଦିଆଯାଉଛି, ଯେତେବେଳେ ବିଶ୍ୱର ଲୋକମାନେ ଶୁଣନ୍ତି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ ଯେ ୮ଠ କୋଟି ଲୋକ ବର୍ଷେ ଦେଢ଼ବର୍ଷରୁ, ଭାରତ ସରକାର କାହାରି ଘରର ଚୁଲିକୁ ଲିଭିବାକୁ ଦେଇନାହିଁ, ସମସ୍ତଙ୍କର ଘରେ ଚୁଲ୍ଲା ଜଳୁଛି, ତେଣୁ ଆପଣଙ୍କୁ କୌଣସି ସମସ୍ୟା ନ’ହେଉ ସେଥିପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିଛୁ ।

ଭାଇ ଏବଂ ଭଉଣୀମାନେ,

ସମସ୍ତଙ୍କୁ ଠିକ ସମୟରେ ଟିକାକରଣ ହେଲା, ଏହାର ମଧ୍ୟ ଶୀଘ୍ର ବ୍ୟବସ୍ଥା କରାଯାଇଥିଲା । ହିମାଚଳ ପ୍ରଦେଶକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି ଏବଂ ଏଥିପାଇଁ ମୁଁ ଅଙ୍ଗନବାଡ଼ି ଭଉଣୀ, ଆଶା ଭଉଣୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ଜୟରାମ ଜୀଙ୍କ ନେତୃତ୍ୱରେ ଆପଣ ହିମାଚଳକୁ କୋଭିଡ୍ ଟିକାକରଣରେ, ସେହି କ୍ଷେତ୍ରରେ ଦେଶରେ ଅଗ୍ରଣୀ ରହିଛନ୍ତି ।

ସାଥୀମାନେ,

ବିକାଶର ଏମିତି କାର୍ଯ୍ୟ ସେତେବେଳେ ହୋଇଥାଏ, ଯେତେବେଳେ ସେବା ଭାବ ସ୍ୱଭାବ ହୋଇଯାଇଥାଏ, ଯେତେବେଳେ ସେବା ଭାବ ସାଧନା ହୋଇଯାଇଥାଏ, ସେତେବେଳେ ଯାଇ ସମସ୍ତ କାର୍ଯ୍ୟ ହୋଇଥାଏ । ପାହାଡ଼ିଆ ଏବଂ ଆଦିବାସୀ ଅଞ୍ଚଳରେ ରୋଜଗାର ଅନ୍ୟ ଏକ ପ୍ରମୁଖ ଆହ୍ୱାନ । ଏଥିପାଇଁ ଏଠିକାର ଯେଉଁ ଶକ୍ତି ଅଛି, ତାହାକୁ ଜନସାଧାରଣଙ୍କ ଶକ୍ତି କରିବାକୁ ପ୍ରୟାସ କରୁଛୁ । ଆଦିବାସୀ ଅଞ୍ଚଳରେ ଜଳ ଏବଂ ଜଙ୍ଗଲ ସମ୍ପଦ ଅମୂଲ୍ୟ ଅଟେ । ଚମ୍ବା ଦେଶର ସେହି ଅଞ୍ଚଳରେ ଯେଉଁଠାରେ ଜଳ-ବିଦୁତର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଆଜି ଯେଉଁ ପ୍ରକଳ୍ପର ଶିଳାନ୍ୟାସ ହୋଇଛି, ଏହାଦ୍ୱାରା ବିଦୁତ ଉତ୍ପାଦନ କ୍ଷେତ୍ରରେ ଚମ୍ବାର, ହିମାଚଳର ଅଂଶଗ୍ରହଣ ଆହୁରି ଅଧିକ ବଢ଼ିବ । ଏଠାରେ ଯେଉଁ ବିଦୁତ ଉତ୍ପାଦନ ହେବ; ଏହାଦ୍ୱାରା ଚମ୍ବାକୁ, ହିମାଚଳକୁ ଶହ ଶହ କୋଟି କୋଟି ଟଙ୍କା ରୋଜଗାର ହେବ । ଏହି ସ୍ଥାନର ଯୁବକମାନେ ରୋଜଗାର ପାଇଁ ସୁଯୋଗ ପାଇବେ । ଗତବର୍ଷ ମଧ୍ୟ ୪ଟି ଜଳ-ବିଦୁତ ପ୍ରକଳ୍ପ ଲୋକାର୍ପଣ କରିବାର ସୁଯୋଗ ପାଇଲି । କିଛି ଦିନ ପୂର୍ବରୁ ବିଳାସପୁରରେ ଯେଉଁ ହାଇଡ୍ରୋ ଇଞ୍ଜିନିୟରିଂ କଲେଜ ଆରମ୍ଭ ହୋଇଛି, ତାହା ଦ୍ୱାରା ମଧ୍ୟ ହିମାଚଳର ଯୁବକମାନଙ୍କୁ ଲାଭ ହେବ ।

ସାଥୀମାନେ,

ଏଠାରେ ଆଉ ଏକ ଶକ୍ତି ଅଛି । ବାଗବାନି ଅଛି, କଳା ଅଛି, ଶିଳ୍ପ ଅଛି, ଚମ୍ବାର ଫୁଲ, ଚମ୍ବାର ଚୁଖ, ରାଜମାହର ମଦରା, ଚମ୍ବା ଥାଳ ଏବଂ ପାଂଗିର ଠାଙ୍ଗି ଏମିତି ଅନେକ ଉତ୍ପାଦ, ଏହା ଆମର ଐତିହ୍ୟ ଅଟେ । ମୁଁ ସ୍ୱୟଂ ସହାକୟ ଗୋଷ୍ଠୀର ଭଉଣୀମାନଙ୍କୁ ମଧ୍ୟ ପ୍ରଶଂସା କରିବି । କାରଣ ସେମାନେ ଏହି ଉତ୍ପାଦଗୁଡ଼ିକର ପ୍ରଚାର ପାଇଁ ସରକାରଙ୍କ ପ୍ରୟାସକୁ ଉତ୍ସାହିତ କରୁଛନ୍ତି, ଅର୍ଥାତ ଲୋକାଲ ପାଇଁ ଭୋକାଲ । ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ସ୍କିମ ଅଧିନରେ ଏହିପରି ଉତ୍ପାଦକୁ ପ୍ରୋତ୍ସାହିତ କରାଯାଉଛି । ବିଦେଶୀ ଅତିଥିମାନଙ୍କ ନିକଟରେ ଏହି ଜିନିଷଗୁଡ଼ିକ ଉପସ୍ଥାପନ କରିବା ମଧ୍ୟ ମୋର ପ୍ରୟାସ, ଯାହା ଦ୍ୱାରା ସମଗ୍ର ବିଶ୍ୱରେ ହିମାଚଳର ନାମ ବଢ଼ିଥାଏ, ହିମାଚଳର ଉତ୍ପାଦ ବିଷୟରେ ବିଶ୍ୱରେ ଅଧିକ ଲୋକ ଜାଣନ୍ତୁ । ମୁଁ ଏପରି ଜିନିଷ ନେଇ ଯାଉଛି ଯାହାର ସ୍ମୃତି ଚିହ୍ନ ଦେବାକୁ ହେବ ତେବେ ମୁଁ ମୋର ହିମାଚଳର ଗାଁରୁ ତିଆରି ହୋଇଥିବା ଜିନିଷ ଦେବି ।

ଭାଇ ଏବଂ ଭଉଣୀମାନେ,

ଡବଲ ଇଞ୍ଜିନ ସରକାର ନିଜର ସଂସ୍କୃତି, ଐତିହ୍ୟ ଏବଂ ବିଶ୍ୱାସକୁ ସମ୍ମାନ ଦେଉଥିବା ସରକାର ଅଟେ । ଚମ୍ବା ସମେତ ସମଗ୍ର ହିମାଚଳର ବିଶ୍ୱାସ ଏବଂ ଦେବଭୂମିର ଧରିତ୍ରୀ ଅଟେ । ଗୋଟିଏ ପଟେ ଯେଉଁଠାରେ ପବିତ୍ର ମଣିମହେଶ ଧାମ ରହିଛି, ସେହିଠାରେ ଚୌରାସୀ ମନ୍ଦିର ସ୍ଥାନ ଭରମୋର ଠାରେ ଅଛି, ମଣିମହେଶ ଯାତ୍ରା ହେଉ କିମ୍ବା ପୁଣି ଶିମଲା, କିନ୍ନୌର, କୁଲ୍ଲୁ ଦେଇ ଯିବାର ଶ୍ରୀଖଣ୍ଡ ମହାଦେବଙ୍କ ଯାତ୍ରା ହେଉ, ବିଶ୍ୱରେ ଭୋଳାନାଥଙ୍କ ଭକ୍ତଙ୍କ ପାଇଁ ଏହା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏବେ ଜୟରାମ ଜୀ କହୁଥିଲେ, ଏବେ ଦଶହରା ଦିନରେ ମୋତେ କୁଲ୍ଲୁରେ ଅନ୍ତରାଷ୍ଟ୍ରୀୟ ଦଶହରା ଉତ୍ସବରେ ରାଗ ନେବାର ସୁଯୋଗ ମିଳିଲା । କିଛିଦିନ ପୂର୍ବରୁ ଦଶହରା ମେଳାରେ ଥିଲି ଏବଂ ଆଜି ମିଂଜର ମେଳାରେ ଆସିବାକୁ ସୌମାଗ୍ୟ ମିଳିଲା ।

ଗୋଟିଏ ପାଶ୍ୱର୍ରେ ଏହି ଐତିହ୍ୟ ଅଛି, ଅନ୍ୟ ପାଶ୍ୱର୍ରେ ଡାଲହୋଜି, ଖଜିୟାର ପରି ଅନେକ ପର୍ଯ୍ୟଟନ ସ୍ଥାନ ଅଛି । ଏହା ବିକଶିତ ହିମାଚଳର ଶକ୍ତି ହେବାକୁ ଯାଉଛି । ଏହି ଶକ୍ତିକୁ କେବଳ ଡବଲ ଇଞ୍ଜିନ ସରକାର ଚିହ୍ନି ପାରିଛି । ଏଥିପାଇଁ ଏଥର ହିମାଚଳ ନିଜର ନିଷ୍ପତ୍ତି ନେଇଛନ୍ତି । ହିମାଚଳ ଏଥର ପୁରୁଣା ପ୍ରଥାକୁ ବଦଳାଇବେ, ହିମାଚଳ ଏଥର ଏକ ନୂତନ ପରମ୍ପରା ସୃଷ୍ଟି କରିବେ ।

ସାଥୀମାନେ,

ଯେତେବେଳେ ମୁଁ ପଡ଼ିଆରେ ପହଂଚିଲେ, ମୁଁ ସବୁକିଛି ଦେଖୁଥିଲି । ମୁଁ ଜାଣିଛି ହିମାଚଳରେ ଏତେ, ପ୍ରତ୍ୟେକ ଗଳି ସ୍ଥାନକୁ ଜାଣିଛି । ସମଗ୍ର ରାଜ୍ୟରେ କୌଣସି ରାଲିର ଆୟୋଜନ କରିବାକୁ ପଡୁଥିଲା, ସେତେବେଳେ ତମର ଆଖି ଜଳଜଳ ହୋଇ ଯାଉଥିଲା, ତେଣୁ ମୁଁ ଏହା ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲି ଯେ ସମଗ୍ର ରାଜ୍ୟ ପାଇଁ ରାଲି ହେଉଛି କି? ସେ କହିଲେ ନା, ଏହି ଲୋକମାନେ ଚମ୍ବା ଜିଲ୍ଲାରୁ ଆସିଛନ୍ତି ।

ସାଥୀମାନେ,

ଏହା ଏକ ରାଲି ନୁହେଁ, ଏହା ହିମାଚଳର ଏବଂ ଉଜ୍ଜ୍ୱଳ ଭବିଷ୍ୟତର ସଂକଳ୍ପ ମୁଁ ଦେଖୁଛି । ମୁଁ ଆଜି ଏଠାରେ ଏକ ରାଲି ନୁହେଁ, ହିମାଚଳର ଉଜ୍ଜ୍ୱଳ ଭବିଷ୍ୟତର ସମ୍ଭାବନା ଦେଖୁଛି ଏବଂ ମୁଁ ଆପଣମାନଙ୍କର ଏହି ଦକ୍ଷତାର ପୂଜାରୀ ଅଟେ । ମୁଁ ଆପଣଙ୍କର ଏହି ସଂକଳ୍ପର ପଛେ କାନ୍ଥ ପରି ଠିଆ ହେବି, ଏହି ବିଶ୍ୱାସ ମୁଁ ଦେବାକୁ ଆସିଛି ବନ୍ଧୁମାନେ । ଶକ୍ତି ହୋଇ ସାଥୀରେ ରହିବି, ଏହି ଭରସା ଦେବାକୁ ଆସିଛି । ଏତେ ବିଶାଳ କାର୍ଯ୍ୟକ୍ରମ କରିବା ପାଇଁ ଏବଂ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ଏବଂ ପର୍ବର ଦିନ ଦିନ ଅଛି । ଏମିତି ପର୍ବପର୍ବାଣୀ ଦିନରେ ମା’ ଏବଂ ଭଉଣୀମାନଙ୍କ ପାଇଁ ବାହାରିବା କଠିନ ହୋଇଥାଏ । ତଥାପି, ଏତେ ସଂଖ୍ୟକ ମା’ ଏବଂ ଭଉଣୀମାନେ ମୋତେ ଆଶୀର୍ବାଦ ଦେବାକୁ ଆସିଛନ୍ତି, ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବାକୁ ଆସିଛନ୍ତି, ଏହାଠାରୁ ଜୀବନର ବଡ଼ ସୌଭାଗ୍ୟ କ’ଣ ହୋଇପାରେ ।

ଏହି ବିକାଶମୂଳକ ପ୍ରକଳ୍ପ ପାଇଁ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ବର୍ତ୍ତମାନ ବନେ୍ଦ ଭାରତ ଟ୍ରେନ ଦିଲ୍ଲୀ ପର୍ଯ୍ୟନ୍ତ ଦ୍ରୁତ ଗତିରେ ଚାଲୁଛି, ତେବେ ମୁଁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି ।

ଦୁଇ ହାତ ଉପରକୁ କରି ମୋ ସହିତ କୁହନ୍ତୁ-

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
PM Modi’s interaction with BJP booth Karyakartas from Assam ahead of Assembly Elections
March 30, 2026
‘Seva, Sangathan, and Samarpan’, PM Modi says Assam’s BJP karyakartas embody the true spirit of the organisation
When every booth becomes strong, victory becomes certain, and Assam’s future becomes brighter: PM Modi lauding the efforts of BJP karyakartas
The importance of protecting Assam’s identity and tackling issues like illegal infiltration is not just a political issue but one of security, culture and justice: PM Modi
Over a dozen key peace agreements have brought lasting stability, especially in regions like Bodoland: PM Modi

PM Modi interacted with BJP booth karyakartas across Assam as a part of the ‘Mera Booth, Sabse Mazboot’ programme via NaMo App. He energised booth-level members and reaffirmed that every booth remains the foundation of the party’s strength and electoral success. He hailed the true spirit of Assam, calling it a powerful force driving BJP’s growth in the Northeast.

Opening the interaction, PM Modi described himself as a karyakarta first, expressing pride in working alongside the grassroots cadre. He lauded booth karyakartas for their tireless dedication, emphasising that their connect with every household is the BJP’s greatest strength. “Booth jeetoge toh chunav jeetoge,” he reiterated.

Highlighting Assam’s transformation over the past decade, PM Modi underlined the shift from instability and violence to peace, progress, and prosperity under the double engine government. He noted that over a dozen key peace agreements have brought lasting stability, especially in regions like Bodoland.

He stressed the importance of educating first-time voters about Assam’s past challenges, urging karyakartas to actively communicate the contrast between earlier regimes marked by unrest and the current era of stability. He encouraged innovative booth-level engagements to emotionally connect with voters while showcasing developmental achievements.

PM Modi also called for focused outreach to beneficiaries of key welfare schemes such as PM Awas Yojana, PM-Kisan, Ujjwala, and others, urging workers to compile beneficiary lists and strengthen direct engagement. He emphasised turning polling day into a Jan Utsav, with collective participation ensuring maximum voter turnout.
Encouraging youth and women’s participation, PM Modi praised Assam’s Nari Shakti and highlighted initiatives empowering women economically and socially. He urged workers to leverage platforms like the NaMo App and social media to share real-life stories.

Addressing key regional concerns, PM Modi underscored the importance of protecting Assam’s identity and tackling issues like illegal infiltration, calling it not just a political issue but one of security, culture, and justice. He urged karyakartas to raise awareness at the grassroots and support efforts ensuring the rights and dignity of indigenous communities.

He also highlighted the empowerment of tea garden workers through land rights and welfare schemes, calling it a historic step towards dignity and long-term security for lakhs of families.

Reaffirming the guiding principles of ‘Seva, Sangathan, and Samarpan’, PM Modi said that Assam’s BJP karyakartas embody the true spirit of the organisation.

He concluded with a powerful call to action:“When every booth becomes strong, victory becomes certain, and Assam’s future becomes brighter.”