“7,500 sisters and daughters created history by spinning yarn on a spinning wheel together”
“Your hands, while spinning yarn on Charkha, are weaving the fabric of India”
“Like freedom struggle, Khadi can inspire in fulfilling the promise of a developed India and a self-reliant India”
“We added the pledge of Khadi for Transformation to the pledges of Khadi for Nation and Khadi for Fashion”
“Women power is a major contributor to the growing strength of India's Khadi industry”
“Khadi is an example of sustainable clothing, eco-friendly clothing and it has the least carbon footprint”
“Gift and promote Khadi in the upcoming festive season”
“Families should watch ‘Swaraj’ Serial on Doordarshan”

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ସଂସଦରେ ମୋର ସହଯୋଗୀ ଶ୍ରୀ ସି.ଆର ପାଟିଲ ମହାଶୟ, ଗୁଜରାଟ ସରକାରରେ ମନ୍ତ୍ରୀ ଭାଇ ଜଗଦିଶ ପାଂଚାଲ, ହର୍ଷ ସାଙ୍ଗଭୀ, ଅହମ୍ମଦାବାଦର ମେୟର କିରୀଟ ଭାଇ, କେଭିଆସିର ଅଧ୍ୟକ୍ଷ ମନୋଜ ମହାଶୟ, ଅନ୍ୟ ମହାନୁଭବ ଏବଂ ଗୁଜରାଟର କୋଣ- ଅନୁକୋଣରୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ସାବରମତୀର ଏହି କୂଳ ଆଜି ଧନ୍ୟ ହୋଇଯାଇଛି। ସ୍ୱାଧୀନତାର ‘ପଚସ୍ତରୀ ବର୍ଷ’ ପୁର୍ତି ଉପଲକ୍ଷେ ମୁଁ ‘ପଚସ୍ତରୀ ଶହ’ 7500 ଭଉଣୀ- ଝିଅମାନଙ୍କୁ ନେଇ ଏକ ସଙ୍ଗେ ଚରଖାରେ ସୂତା କାଟିବାର ନୂଆ ଇତିହାସ ସୃଷ୍ଟି କରିଛି । ଏହା ମୋର ସୌଭାଗ୍ୟ ଯେ ମୋତେ ମଧ୍ୟ କିଛି କ୍ଷଣ ପାଇଁ ଚରଖା ଚଲାଇବାର, ସୂତା କାଟିବାର ସୌଭାଗ୍ୟ ମିଳିଲା। ମୋ ପାଇଁ ଆଜିର ଏହି ଚରଖା ଚଳାଇବା କିଛି ଭାବାବେଗ ପୂର୍ଣ୍ଣ କ୍ଷଣ ଥିଲା, ମୋତେ ପିଲାଦିନ ଆଡକୁ ନେଇଗଲା, କାରଣ ଆମର ଛୋଟ ଘରଟିର, ଗୋଟିଏ କୋଣରେ ଏହି ସମସ୍ତ ଜିନିଷ ରହୁଥିଲା ଆଉ ଆମ ମାଆଙ୍କର ଆର୍ଥିକ ଉପାର୍ଜନକୁ ଧ୍ୟାନରେ ରଖି, ଯେତେବେଳେ ମଧ୍ୟ ସମୟ ମିଳୁଥିଲା ସେ ସୂତା କାଟିବା ପାଇଁ ବସି ଯାଉଥିଲେ। ଆଜି ସେହି ଚିତ୍ର ମଧ୍ୟ ମୋ ଧ୍ୟାନରେ ପୁଣି ଥରେ ପୁନଃସ୍ମରଣ ହୋଇ ଆସିଲା। ଆଉ ଯେତେବେଳେ ଏହି ସମସ୍ତ କଥାକୁ ମୁଁ ଦେଖୁଛି, ଯେଉଁ ପୂଜା ସାମଗ୍ରୀର ଉପଯୋଗ କରିଥାନ୍ତି, ଏପରି ଲାଗୁଛି ଯେ ସୂତା କାଟିବାର ପ୍ରକ୍ରିୟା ମଧ୍ୟ ଯେପରି ଈଶ୍ୱରଙ୍କ ଆରାଧନା ଠାରୁ କମ୍ ନୁହେଁ।

ଯେପରି ଚରଖା ସ୍ୱାଧୀନତା ଆନ୍ଦୋଳନରେ ଦେଶର ହୃଦ ସ୍ପନ୍ଦନ ପାଲଟି ଯାଇଥିଲା, ସେହିପରି ସ୍ପନ୍ଦନ ହିଁ ଆଜି ଏଠାରେ ସାବରମତୀର କୂଳରେ ମୁଁ ଅନୁଭବ କରୁଛି। ମୋର ବିଶ୍ୱାସ ଯେ ଏଠାରେ ଉପସ୍ଥିତ ସମସ୍ତ ଲୋକ, ଏହି ଆୟୋଜନକୁ ଦେଖୁଥିବା ସମସ୍ତ ଲୋକ, ଆଜି ଏଠାରେ ଖଦି ଉତ୍ସବର ଉର୍ଜ୍ଜାକୁ ଅନୁଭବ କରୁଥିବେ। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଦେଶ ଆଜି ଖଦି ମହୋତ୍ସବ କରି ନିଜ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବହୁତ ସୁନ୍ଦର ଉପହାର ଦେଇଛି। ଆଜି ହିଁ ଗୁଜରାଟ ରାଜ୍ୟ ଖଦି ଗ୍ରାମୋଦ୍ୟୋଗ ବୋର୍ଡର ନୂତନ ଭବନ ଏବଂ ସାବରମତୀ ନଦୀରେ ଭବ୍ୟ ଅଟଳ ସେତୁର ମଧ୍ୟ ଲୋକାର୍ପଣ ହୋଇଛି। ମୁଁ ଅହମ୍ମଦାବାଦର ଲୋକଙ୍କୁ, ଗୁଜରାଟର ଲୋକଙ୍କୁ, ଆଜି ଏହି ଏକ ନୂତନ ସୋପାନରେ ପହଂଚି ଯେତେବେଳେ ଆମେ ଆଗକୁ ବଢୁଛୁ, ସେତେବେଳେ ବହୁତ- ବହୁତ ଅଭିନନ୍ଦନ ଜଣାଉଛି, ବହୁତ ବହୁତ ଶୁଭକାମନା ଜଣାଉଛି।

ସାଥୀଗଣ,

ଅଟଳ ସେତୁ, ସାବରମତୀ ନଦୀର ଉଭୟ ତଟକୁ ପରସ୍ପର ମଧ୍ୟରେ ଯୋଡି ନାହିଁ ବରଂ ଏହି ଡିଜାଇନ ଏବଂ ନବସୃଜନରେ ମଧ୍ୟ ହେଉଛି ଅଦ୍ଭୁତପୂର୍ବ। ଏହାର ଡିଜାଇନରେ ଗୁଜରାଟର ପ୍ରସିଦ୍ଧ ଗୁଡ଼ି ମହେତ୍ସବକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ଗାନ୍ଧୀନଗର ଏବଂ ଗୁଜରାଟ ସଦା ସର୍ବଦା ଅଟଳ ମହାଶୟଙ୍କୁ ବହୁତ ସ୍ନେହ ଦେଇଥିଲା । 1996ରେ ଅଟଳ ମହାଶୟ ଗାନ୍ଧୀନଗରରୁ ରେକର୍ଡ ଭୋଟରେ ଲୋକସଭା ନିର୍ବାଚନ ଜିତିଥିଲେ। ଏହି ଅଟଳ ସେତୁ ହେଉଛି, ଏଠାକାର ଲୋକଙ୍କ ତରଫରୁ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ମଧ୍ୟ ।

ସାଥୀଗଣ,

କିଛି ଦିନ ପୂର୍ବେ ଗୁଜରାଟ ସହିତ ସମଗ୍ର ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତି ଅବସରରେ ବହୁତ ଉତ୍ସାହର ସହିତ ଅମୃତ ମହୋତ୍ସବ ପାଳନ କରିଛି। ଗୁଜରାଟରେ ମଧ୍ୟ ଯେଭଳି ଭାବେ ଗାଁ- ଗାଁ, ଗଳି- ଗଳି ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇ ଉତ୍ସାହ, ଉଦ୍ଦିପନା ଏବଂ ଚାରିଆଡେ ମନ ମଧ୍ୟ ତ୍ରିରଙ୍ଗା, ଶରୀର ମଧ୍ୟ ତ୍ରିରଙ୍ଗା, ଜନତା ମଧ୍ୟ ତ୍ରିରଙ୍ଗା, ଉତ୍ସାହ ମଧ୍ୟ ତ୍ରିରଙ୍ଗା, ତାହାର ଫଟୋ ଆମେ ସମସ୍ତେ ଦେଖିଛେ। ଏଠାରେ ଯେଉଁ ତ୍ରିରଙ୍ଗା ରାଲିମାନ ବାହରିଥିଲା, ପ୍ରଭାତ ଫେରି ବାହାରିଥିଲା, ସେଥିରେ ରାଷ୍ଟ୍ରଭକ୍ତିର ଜୁଆର ତ ଥିଲା, ତା ସହିତ ଅମୃତକାଳରେ ବିକଶିତ ଭାରତ ନିର୍ମାଣର ସଂକଳ୍ପ ମଧ୍ୟ ଥିଲା। ସେହି ସଂକଳ୍ପ ଆଜି ଏଠାରେ ଖଦି ଉତ୍ସବରେ ମଧ୍ୟ ଦେଖିବାକୁ ମିଳୁଛି । ଚରଖାରେ ସୂତା କାଟିବା ବାଲା ଆପଣଙ୍କର ହାତ ଭବିଷ୍ୟତ ଭାରତର ପ୍ରତିଛବିକୁ ଅଙ୍କିତ କରୁଛି ।

ସାଥୀଗଣ,

ଇତିହାସ ସାକ୍ଷୀ ରହିଛି ଯେ ଖଦିର ଏକ ସୂତା, ସ୍ୱାଧୀନତା ଆନ୍ଦୋଳନର ଶକ୍ତି ପାଲଟିଗଲା, ତାହା ପରାଧୀନତାର ଶୃଙ୍ଖଳକୁ ଭାଙ୍ଗି ଦେଲା। ଖଦିର ସେହି ସୂତା, ବିକଶିତ ଭାରତର ପ୍ରଣ ବା ଶପଥକୁ ପୂରଣ କରିବାର, ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବାର ପ୍ରେରଣା ସ୍ରୋତ ମଧ୍ୟ ହୋଇପାରେ। ଯେପରି ଗୋଟିଏ ଦୀପ, ସେ ଯେତେ ଛୋଟ ହେଉ ନା କାହିଁକି, ତାହା ଅନ୍ଧକାରକୁ ପରାସ୍ତ କରି ଦେଇଥାଏ, ସେହିପରି ଖଦି ଭଳି ଆମର ପରମ୍ପରାଗତ ଶକ୍ତି ଭାରତକୁ ନୂତନ ଶୀଖରକୁ ନେଇ ଯିବାର ପ୍ରେରଣା ମଧ୍ୟ ହୋଇପାରେ। ଆଉ ଏଥିପାଇଁ, ଏହି ଖଦି ଉତ୍ସବ, ସ୍ୱାଧୀନତା ଆନ୍ଦୋଳନର ଇତିହାସକୁ ପୁର୍ନଜୀବିତ କରିବାର ହେଉଛି ପ୍ରୟାସ। ଏହି ଖଦି ଉତ୍ସବ, ଭବିଷ୍ୟତର ଉଜ୍ଜ୍ୱଳ ଭାରତର ସଂକଳ୍ପକୁ ପୂରଣ କରିବା ପାଇଁ ହେଉଛି ପ୍ରେରଣା।

ସାଥୀଗଣ,

ଚଳିତ ଥର 15 ଅଗଷ୍ଟରେ ଲାଲକିଲ୍ଲାରୁ ହିଁ ମୁଁ ପାଂଚଟି ପ୍ରଣ ବା ଶପଥର କଥା କହିଥିଲି। ଆଜି ସାବରମତୀ ନଦୀ କୂଳରେ, ଏହି ପୂଣ୍ୟ ପ୍ରବାହ ସାମ୍ନାରେ, ଏହି ପବିତ୍ର ସ୍ଥାନରେ, ମୁଁ ପାଂଚ- ପ୍ରଣକୁ ପୁଣିଥରେ ଦୋହରାଇବାକୁ ଚାହୁଁଛି। ପ୍ରଥମ- ଦେଶ ସମ୍ମୁଖରେ ବିଶାଳ ଲକ୍ଷ୍ୟ, ବିକଶିତ ଭାରତ ନିର୍ମାଣ କରିବାର ଲକ୍ଷ୍ୟ। ଦ୍ୱିତୀୟ- ପରାଧୀନତାର ମାନସିକତାକୁ ସମ୍ପୂର୍ଣ୍ଣ ତ୍ୟାଗ, ତୃତୀୟ- ନିଜ ପରମ୍ପରା ଉପରେ ଗର୍ବ, ଚତୁର୍ଥ- ରାଷ୍ଟ୍ରର ଏକତା ବୃଦ୍ଧି ପାଇଁ ସମ୍ପୂର୍ଣ୍ଣ ପ୍ରୟାସ ଏବଂ ପଂଚମ- ପ୍ରତ୍ୟେକ ନାଗରିକଙ୍କ କର୍ତବ୍ୟ ।

ଆଜିର ଏହି ଖଦି ଉତ୍ସବ ହେଉଛି ପାଂଚ- ପ୍ରଣର ହେଉଛି ଏକ ସୁନ୍ଦର ପ୍ରତିବିମ୍ବ। ଏହି ଖଦି ଉତ୍ସବରେ ଏକ ବିରାଟ ଲକ୍ଷ୍ୟ, ନିଜ ପରମ୍ପରା ଉପରେ ଗର୍ବ କରିବା, ଜନ ଭାଗିଦାରୀ, ନିଜର କର୍ତବ୍ୟ, ସବୁକିଛି ସମାହିତ ହୋଇଛି, ସବୁକିଛିର ସମାଗମ ହୋଇଛି। ଆମର ଖଦି ମଧ୍ୟ ପରାଧୀନତାର ମାନସିକତାର ବହୁତ ବଡ଼ ଭୁକ୍ତଭୋଗୀ ରହିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଯେଉଁ ଖଦି ଆମକୁ ସ୍ୱଦେଶୀର ଅନୁଭବ କରାଇଥିଲା, ସ୍ୱାଧୀନତା ପରେ ସେହି ଖଦିକୁ ଅପମାନିତ ଦୃଷ୍ଟିରେ ଦେଖାଗଲା। ସ୍ୱାଧୀନତା ଆନ୍ଦୋଳନ ସମୟରେ ଯେଉଁ ଖଦିକୁ ଗାନ୍ଧିଜୀ ଦେଶର ସ୍ୱାଭିମାନ କରିଥିଲେ, ସେହି ଖଦିକୁ ସ୍ୱାଧୀନତା ପରେ ହୀନ ଭାବନାରେ ଭରି ଦିଆଗଲା। ଏହି କାରଣରୁ ଖଦି ଏବଂ ଖଦି ସହିତ ଜଡ଼ିତ ଗ୍ରାମୋଦ୍ୟୋଗ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଗଲା। ଖଦିର ଏହି ସ୍ଥିତି ବିଶେଷ ଭାବେ ଗୁଜରାଟ ପାଇଁ ବହୁତ ଯନ୍ତ୍ରଣାଦାୟକ ଥିଲା, କାରଣ ଗୁଜରାଟର ଖଦି ସହିତ ବହୁତ ସ୍ୱତନ୍ତ୍ର ସମ୍ପର୍କ ରହିଛି।

ସାଥୀଗଣ,

ମୁଁ ଖୁସି ଯେ ଖଦିକୁ ପୁଣିଥରେ ଜୀବନଦାନ ଦେବାର କାର୍ଯ୍ୟ ଗୁଜରାଟର ଏହି ମାଟି କରିଛି। ମୋର ସ୍ମରଣ ଅଛି, ଖଦିର ସ୍ଥିତି ସୁଧାରିବା ପାଇଁ 2003ରେ ଆମେ ଗାନ୍ଧିଜୀଙ୍କ ଜନ୍ମସ୍ଥାନ ପୋରବନ୍ଦରରୁ ବିଶେଷ ଅଭିଯାନ ଆରମ୍ଭ କରିଥିଲୁ। ସେତେବେଳେ ଆମେ ଦେଶ ପାଇଁ ଖଦି ସହିତ ଫେସନ୍ ପାଇଁ ଖଦିର ସଂକଳ୍ପ ନେଇଥିଲୁ। ଗୁଜରାଟରେ ଖଦିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ଫେସନ୍ ଶୋ କରାଗଲା, ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ଏହା ସହିତ ଯୋଡ଼ାଗଲା। ସେତେବେଳେ ଲୋକ ଆମକୁ ଥଟ୍ଟା ତାମସା କରି ଉଡ଼ାଇ ଦେଉଥିଲେ, ଆମକୁ ମଧ୍ୟ ଅପମାନିତ କରୁଥିଲେ। କିନ୍ତୁ ଖଦି ଏବଂ ଗ୍ରାମୋଦ୍ୟୋଗର ଅବହେଳାକୁ ଗୁଜରାଟ ସ୍ୱୀକାର କରି ନ ଥିଲା। ଗୁଜରାଟ ସମର୍ପିତ ଭାବରେ ଆଗକୁ ବଢ଼ି ଚାଲିଲା ଆଉ ତାହା ଦ୍ୱାରା ଖଦିକୁ ପୁଣିଥରେ ଜୀବନଦାନ ଦେଇ ଦେଖାଇ ଦେଲା।

2014ରେ ଯେତେବେଳେ ଆପଣମାନେ ମୋତେ ଦିଲ୍ଲୀ ଯିବାର ଆଦେଶ ଦେଲେ, ସେତେବେଳେ ଗୁଜରାଟରୁ ମିଳିଥିବା ପ୍ରେରଣାକୁ ମୁଁ ଆହୁରି ଆଗକୁ ବଢ଼ାଇଲି, ତାହାର ସମ୍ପ୍ରସାରଣ କଲି । ଆମେ ଫେସନ୍ ପାଇଁ ଖଦି, ଖଦି ପାଇଁ ଫେସନ୍ ଏଥିରେ ଖଦିର ପରିବର୍ତନର ସଂକଳ୍ପ ଯୋଡ଼ିଦେଲୁ । ଆମେ ଗୁଜରାଟର ସଫଳତାର ଅନୁଭବକୁ ସାରା ଦେଶରେ ସମ୍ପ୍ରସାରିତ କରିବା ଆରମ୍ଭ କଲୁ। ସାରା ଦେଶରେ ଖଦି ସହିତ ଜଡ଼ିତ ଯେଉଁ ସମସ୍ୟାମାନ ଥିଲା, ତାକୁ ଦୂର କଲୁ । ଆମେ ଦେଶବାସୀଙ୍କୁ ଖଦିର ଉତ୍ପାଦ କିଣିବା ପାଇଁ ପ୍ରୋତ୍ସାହିତ କଲୁ। ଆଉ ଏହାର ପରିଣାମ ଆଜି ସାରା ବିଶ୍ୱ ଦେଖୁଛି।

ଆଜି ଭାରତର ଟପ୍ ଫେସନ୍ ବ୍ରାଣ୍ଡ୍ସ, ଖଦି ସହିତ ଯୋଡ଼ି ହେବା ପାଇଁ ନିଜେ ଆଗକୁ ଆସୁଛନ୍ତି। ଆଜି ଭାରତରେ ଖଦିର ରେକର୍ଡ ସ୍ତରର ଉତ୍ପାଦନ ହେଉଛି, ରେକର୍ଡ ସ୍ତରରେ ବିକ୍ରି ହେଉଛି। ବିଗତ 8 ବର୍ଷରେ ଖଦିର ବିକ୍ରିରେ 4 ଗୁଣରୁ ଅଧିକ ବୃଦ୍ଧି ହୋଇଛି । ଆଜି ପ୍ରଥମ ଥର ପାଇଁ ଭାରତର ଖଦି ଏବଂ ଗ୍ରାମୋଦ୍ୟୋଗର କାରବାର 1 ଲକ୍ଷ କୋଟି ଟଙ୍କାରୁ ଉପରକୁ ଚାଲି ଯାଇଛି। ଖଦିର ଏହି ବିକ୍ରିରେ ବୃଦ୍ଧି ହେବା ଯୋଗୁଁ ସବୁଠାରୁ ଅଧିକ ଲାଭ ଆପଣଙ୍କୁ ହୋଇଛି, ମୋର ଗାଁରେ ରହୁଥିବା ଖଦି ସହିତ ଜଡ଼ିତ ଭାଇ ଭଉଣୀମାନଙ୍କୁ ହୋଇଛି।

ଖଦିର ବିକ୍ରି ବଢ଼ିବା କାରଣରୁ ଗାଁକୁ ଅଧିକ ଅର୍ଥ ଯାଇଛି, ଗାଁରେ ଅଧିକ ଲୋକଙ୍କୁ ରୋଜଗାର ମିଳିଛି। ବିଶେଷ ଭାବେ ଆମ ମାଆ- ଭଉଣୀମାନଙ୍କର ସଶକ୍ତିକରଣ ହୋଇଛି । ବିଗତ 8 ବର୍ଷରେ କେବଳ ଖଦି ଏବଂ ଗ୍ରାମୋଦ୍ୟୋଗରେ ଏକ କୋଟି ପଂଚସ୍ତରୀ ଲକ୍ଷ ନୂତନ ରୋଜଗାର ସୃଷ୍ଟି ହୋଇଛି । ଆଉ ସାଥୀଗଣ, ଗୁଜରାଟରେ ତ ଏବେ ସବୁଜ ଖଦିର ଅଭିଯାନ ମଧ୍ୟ ଚାଲିଛି। ଏବେ ଏଠାରେ ସୌର ଚରଖା ଦ୍ୱାରା ଖଦି ତିଆରି କରାଯାଉଛି, କାରିଗରମାନଙ୍କୁ ସୌର ଚରଖା ପ୍ରଦାନ କରାଯାଉଛି। ଅର୍ଥାତ ଗୁଜରାଟ ପୁଣିଥରେ ନୂତନ ପଥ ପ୍ରଦର୍ଶନ କରୁଛି।

ସାଥୀଗଣ,

ଭାରତର ଖଦି ଉଦ୍ୟୋଗର ବଢ଼ୁଥିବା ଶକ୍ତି ପଛରେ ମଧ୍ୟ ମହିଳା ଶକ୍ତିର ଏକ ବହୁତ ବଡ଼ ଯୋଗଦାନ ରହିଛି। ଉଦ୍ୟମିତାର ଭାବନା ଆମର ଭଉଣୀ-ଝିଅମାନଙ୍କ ଠାରେ ଭରି ପଡ଼ି ରହିଛି। ଏହାର ପ୍ରମାଣ ହେଉଛି ଗୁଜରାଟରେ ସଖୀ ମଡେଲର ସଂପ୍ରସାରଣ। ଏକ ଦଶକ ପୂର୍ବେ ଆମେ ଗୁଜରାଟରେ ଭଉଣୀମାନଙ୍କର ସଶକ୍ତୀକରଣ ପାଇଁ ମିଶନ ମଙ୍ଗଳମ୍ ଆରମ୍ଭ କରିଥିଲୁ। ଆଜି ଗୁଜରାଟରେ ଭଉଣୀମାନଙ୍କ ପାଇଁ 2 ଲକ୍ଷ 60 ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇ ସାରିଛି। ଏଥିରେ 26 ଲକ୍ଷରୁ ଅଧିକ ଗ୍ରାମୀଣ ଭଉଣୀ ସାମିଲ ହୋଇଛନ୍ତି। ଏହି ସଖୀ ମଡେଲକୁ ଡବଲ ଇଂଜିନ ସରକାର ମଧ୍ୟ ଦୁଇ ଗୁଣ ସହାୟତା ଯୋଗାଇ ଦେଉଛନ୍ତି।

ସାଥୀଗଣ,

ଭଉଣୀ- ଝିଅମାନଙ୍କର ଶକ୍ତି ହିଁ ଏହି ଅମୃତକାଳରେ ପ୍ରକୃତ ପ୍ରଭାବ ସୃଷ୍ଟି କରିବା ଭଳି। ଆମର ପ୍ରୟାସ ହେଉଛି ଯେ ଦେଶର ଝିଅମାନେ ଅଧିକରୁ ଅଧିକ ସଂଖ୍ୟାରେ ରୋଜଗାର ସହିତ ଯୋଡ଼ି ହୁଅନ୍ତୁ, ନିଜ ମନ ପସନ୍ଦ ଅନୁସାରେ କାର୍ଯ୍ୟ କରନ୍ତୁ । ଏଥିରେ ମୁଦ୍ରା ଯୋଜନା ବହୁତ ବଡ଼ ଭୂମିକା ତୁଲାଉଛି। ଗୋଟିଏ ସମୟ ଥିଲା, ଯେତେବେଳେ ଛୋଟ- ମୋଟ ଋଣ ନେବା ପାଇଁ ମଧ୍ୟ ଭଉଣୀମାନଙ୍କୁ ବିଭିନ୍ନ ସ୍ଥାନର ଚକ୍କର୍ କାଟିବାକୁ ପଡ଼ୁଥିଲା । ଆଜି ମୁଦ୍ରା ଯୋଜନା ମାଧ୍ୟମରେ 50 ହଜାରରୁ ନେଇ 10 ଲକ୍ଷ ପର୍ଯ୍ୟନ୍ତ ବିନା ଗ୍ୟାରେଂଟିରେ ଋଣ ଦିଆ ଯାଉଛି। ଦେଶରେ କୋଟି କୋଟି ଭଉଣୀ- ଝିଅମାନେ ମୁଦ୍ରା ଯୋଜନା ମାଧ୍ୟମରେ ଋଣ ନେଇ ପ୍ରଥମ ଥର ପାଇଁ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି । କେବଳ ଏତିକି ହିଁ ନୁହେଁ, ଜଣେ- ଦୁଇଜଣ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ବହୁତ ମହିଳା ଖଦି ଗ୍ରାମୋଦ୍ୟୋଗ ସହିତ ମଧ୍ୟ ଯୋଡ଼ି ହୋଇଛନ୍ତି ।

ସାଥୀଗଣ,

ଆଜି ଖଦି ଯେଉଁ ଶିଖରରେ ପହଂଚିଛି, ତାହାଠାରୁ ଆଗକୁ ଆମକୁ ଭବିଷ୍ୟତ ଆଡକୁ ଦେଖିବାର ଅଛି। ଆଜିକାଲି ଆମେ ପ୍ରତ୍ୟେକ ବୈଶ୍ୱିକ ମଂଚରେ ଗୋଟିଏ ଶବ୍ଦର ବହୁତ ଚର୍ଚ୍ଚା ଶୁଣୁଛୁ- ନିରନ୍ତରତା, କିଏ କହୁଛନ୍ତି ନିରନ୍ତର ବିକାଶ, କିଏ କହୁଛନ୍ତି ନିରନ୍ତର ଶକ୍ତି, କିଏ କହୁଛନ୍ତି ନିରନ୍ତର କୃଷି, କିଏ ନିରନ୍ତର ଉତ୍ପାଦର କଥା କହୁଛନ୍ତି। ସମଗ୍ର ବିଶ୍ୱ ଏହି ଦିଗରେ ପ୍ରୟାସ କରୁଛନ୍ତି ଯେ ମଣିଷର କାର୍ଯ୍ୟକଳାପରେ ଆମର ପୃଥିବୀ, ଆମର ଧରଣୀ ଉପରେ କମ୍ ବୋଝ ପଡୁ। ବିଶ୍ୱରେ ଆଜିକାଲି ବ୍ୟାକ୍ ଟୁ ବେସିକ୍ ବା ମୌଳିକତା ଆଡକୁ ଫେରନ୍ତୁ ଭଳି ନୂତନ ମନ୍ତ୍ର ଚାଲୁଛି। ପ୍ରକୃତିକ ସଂସାଧନର ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଭଳି ସ୍ଥିତିରେ ନିରନ୍ତର ଜୀବନଶୈଳୀର କଥା ମଧ୍ୟ କୁହାଯାଉଛି।

ଆମର ଉତ୍ପାଦ ପରିବେଶ ଅନୁକୂଳ ହେଉ, ପର୍ଯ୍ୟାବରଣରକୁ କ୍ଷତି ନ ପହଂଚୁ, ଏହା ହେଉଛି ବହୁତ ଆବଶ୍ୟକ। ଏଠାରେ ଖଦି ଉତ୍ସବକୁ ଆସିଥିବା ଆପଣ ସମସ୍ତେ ଭାବୁଥିବେ ଯେ, ମୁଁ ନିରନ୍ତର ହେବାର କଥା ଉପରେ କାହିଁକି ଏତେ ଗୁରୁତ୍ୱ ଦେଉଛି । ଏହାର କାରଣ , ଖଦି ହେଉଛି ନିରନ୍ତର ବସ୍ତ୍ରର ଉଦାହରଣ। ଖଦି ହେଉଛି ପରିବେଶ ଅନୁକୂଳ ବସ୍ତ୍ରର ଉଦାହରଣ। ଖଦି ଯୋଗୁଁ କାର୍ବନ ଫୁଟପ୍ରିଂଟ ଅତି କମ୍ ହୋଇଥାଏ। ଏଭଳି ବହୁତ ଦେଶ ଅଛି ଯେଉଁଠାରେ ଅଧିକ ତାପମାତ୍ରା ରହିଥାଏ, ସେଠାରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଖଦି ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆଉ ଏଥି ପାଇଁ, ଖଦି ହିଁ ଆଜି ବୈଶ୍ୱିକ ସ୍ତରରେ ବହୁତ ବଡ଼ ଭୂମିକା ତୁଲାଇ ପାରିବ। ବାସ୍ ଆମକୁ କେବଳ ଆମର ପରମ୍ପରା ଉପରେ ଗର୍ବ ହେବା ଉଚିତ।

ଖଦି ସହିତ ଜଡିତ ଆପଣ ସମସ୍ତଙ୍କ ପାଇଁ ଆଜି ଏକ ବହୁତ ବଡ଼ ବଜାର ପ୍ରସ୍ତୁତ ହୋଇ ଯାଇଛି। ଏହି ସୁଯୋଗକୁ ଆମେ ହାତଛଡା କରିବା ନାହିଁ। ମୁଁ ସେହି ଦିନ ଦେଖୁଛି ଯେତେବେଳେ ବିଶ୍ୱର ପ୍ରତ୍ୟେକ ବଡ଼ ସୁପର ମାର୍କେଟରେ, ବସ୍ତ୍ର ବଜାରରେ ଭାରତର ଖଦି ଭରପୁର ହୋଇ ରହିଥିବ। ଆପଣମାନଙ୍କର ପରିଶ୍ରମ, ଆପଣମାନଙ୍କର ସ୍ୱେଦ, ଏବେ ସାରା ବିଶ୍ୱରେ ବିଛାଇ ହେବାକୁ ଯାଉଛି। ଜଳବାୟୁ ପରିବର୍ତନ ମଧ୍ୟରେ ଏବେ ଖଦିର ଚାହିଦା ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଯାଉଛି। ଖଦିକୁ ଲୋକାଲରୁ ଗ୍ଲୋବାଲ ହେବାରେ ଏବେ କୌଣସି ଶକ୍ତି ଅଟକାଇ ପାରିବ ନାହିଁ।

ସାଥୀଗଣ,

ଆଜି ସାବରମତୀ କୂଳରୁ ମୁଁ ସାରାଦେଶର ଲୋକମାନଙ୍କୁ ଏକ ଅନୁରୋଧ କରିବାକୁ ଚାହୁଁଛି। ଆଗାମୀ ପର୍ବ ପର୍ବାଣୀରେ ଚଳିତ ଥର ଖଦି ଗ୍ରାମୋଦ୍ୟୋଗରେ ନିର୍ମିତ ଉତ୍ପାଦ ହିଁ ଉପହାର ଆକାରରେ ଦିଅନ୍ତୁ । ଆପଣଙ୍କ ପାଖରେ ଘରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର କପଡାର ବସ୍ତ୍ର ଥିବ, କିନ୍ତୁ ସେଥିରେ ଆପଣ ଖଦି ପାଇଁ ମଧ୍ୟ ଟିକେ ସ୍ଥାନ ଦେବେ, ସେତେବେଳେ ଭୋକାଲ ଫର ଲୋକାଲ ଅଭିଯାନକୁ ଗତି ଦେବେ, କୌଣସି ଗରିବର ଜୀବନକୁ ସୁଧାରିବାରେ ସହାୟତା ହେବ। ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ବିଦେଶରେ ରହୁଛନ୍ତି, ନିଜର କୌଣସି ବନ୍ଧୁଙ୍କ ପାଖକୁ ଯାଉଛନ୍ତି ତେବେ ଉପହାର ଆକାରରେ ଖଦିର ଏକ ଉତ୍ପାଦକୁ ସାଙ୍ଗରେ ନେଇ ଯାଆନ୍ତୁ। ଏହାଦ୍ୱାରା ଖଦିକୁ ପ୍ରୋତ୍ସାହନ ତ ମିଳିବ, ଏହା ସହିତ ଅନ୍ୟ ଦେଶର ନାଗରିକମାନଙ୍କ ମଧ୍ୟରେ ଖଦିକୁ ନେଇ ସଚେତନତା ମଧ୍ୟ ଆସିବ।

ସାଥୀଗଣ,

ଯେଉଁ ଦେଶ ନିଜର ଇତିହାସ ଭୂଲି ଯାଇଥାଏ ସେହି ଦେଶ ନୂତନ ଇତିହାସ ମଧ୍ୟ ସୃଷ୍ଟି କରି ପାରେ ନାହିଁ। ଖଦି ଆମ ଇତିହାସର, ଆମ ପରମ୍ପରାର ହେଉଛି ଅଭିନ୍ନ ଅଙ୍ଗ। ଯେତେବେଳେ ଆମେ ନିଜର ପରମ୍ପରା ଉପରେ ଗର୍ବ କରିଥାଉ, ସେତେବେଳେ ବିଶ୍ୱରେ ମଧ୍ୟ ତାକୁ ମାନ ଓ ସମ୍ମାନ ମିଳିଥାଏ। ଏହାର ଏକ ଉଦାହରଣ ମଧ୍ୟ ହେଉଛି ଭାରତର ଖେଳଣା ଉଦ୍ୟୋଗ। ଖେଳଣା, ଭାରତୀୟ ପରମ୍ପରା ଉପରେ ଖେଳଣା, ପ୍ରକୃତି ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ, ପିଲାମାନଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇ ନ ଥାଏ। କିନ୍ତୁ ବିଗତ ଦଶକରେ ବିଦେଶୀ ଖେଳଣାର ଭିଡରେ ଭାରତର ସମୃଦ୍ଧ ଖେଳଣା ଉଦ୍ୟୋଗ କ୍ଷତିଗ୍ରସ୍ତ ହେଉଥିଲା।

ସରକାରଙ୍କ ପ୍ରୟାସ ଦ୍ୱାରା, ଖେଳଣା ଉଦ୍ୟୋଗ ସହିତ ଜଡିତ ଆମର ଭାଇ- ଭଉଣୀଙ୍କ ପରିଶ୍ରମ ଦ୍ୱାରା ଏବେ ସ୍ଥିତି ବଦଳିବାରେ ଲାଗିଛି। ଏବେ ବିଦେଶରୁ ମଗାଯାଉଥିବା ଖେଳନା ସଂଖ୍ୟା ବହୁତ ହ୍ରାସ ପାଇଛି। ସେହିପରି ଭାରତୀୟ ଖେଳଣା ଅଧିକରୁ ଅଧିକ ସଂଖ୍ୟାରେ ବିଶ୍ୱ ବଜାରରେ ନିଜ ସ୍ଥାନ ସୃଷ୍ଟି କରିପାରିଛି। ଏହାର ବହୁତ ବଡ଼ ଲାଭ ଆମର ଛୋଟ ଉଦ୍ୟୋଗୀ ମାନଙ୍କୁ ହୋଇଛି, କାରିଗର ମାନଙ୍କୁ, ଶ୍ରମିକ ମାନଙ୍କୁ, ବିଶ୍ୱକର୍ମା ସମାଜର ଲୋକଙ୍କୁ ହୋଇଛି।

ସାଥୀଗଣ,

ସରକାରଙ୍କ ପ୍ରୟାସ ଯୋଗୁଁ ହସ୍ତଶିଳ୍ପର ରପ୍ତାନୀ, ହାତରେ ବୁଣା ଯାଇଥିବା ଗାଲିଚାର ରପ୍ତାନୀ ମଧ୍ୟ ନିରନ୍ତର ବୃଦ୍ଧି ପାଉଛି। ଆଜି 2 ଲକ୍ଷରୁ ଅଧିକ ବୁଣାକାର ଏବଂ ହସ୍ତଶିଳ୍ପ କାରିଗର ଜିଇଏମ୍ ପୋର୍ଟାଲ ସହିତ ସାମିଲ ହୋଇଛନ୍ତି ଏବଂ ସରକାରଙ୍କୁ ସହଜରେ ନିଜର ଜିନିଷ ବିକ୍ରି କରୁଛନ୍ତି।

ସାଥୀଗଣ,

କରୋନାର ଏହି ସଙ୍କଟ କାଳରେ ମଧ୍ୟ ଆମ ସରକାର ନିଜର ହସ୍ତଶିଳ୍ପ କାରିଗର, ବୁଣାକାର, କୁଟୀରଶିଳ୍ପ ସହିତ ଜଡ଼ିତ ଭାଇ ଭଉଣୀଙ୍କ ସହିତ ଠିଆ ହୋଇଛି। ଲଘୁ ଉଦ୍ୟୋଗକୁ ଏମଏସଏମଇକୁ ଆର୍ଥିକ ସହାୟତା ପ୍ରଦାନ କରି, ସରକାର କୋଟି- କୋଟି ରୋଜଗାରକୁ ବଂଚାଇ ପାରିଛନ୍ତି।

ଭାଇ ଓ ଭଉଣୀମାନେ,

ଅମୃତ ମହୋତ୍ସବର ଶୁଭାରମ୍ଭ ବିଗତ ବର୍ଷ ମାର୍ଚ୍ଚ ମାସରେ ଦାଣ୍ଡିଯାତ୍ରାର ବାର୍ଷିକ ଉତ୍ସବ ଅବସରରେ ସାବରମତୀ ଆଶ୍ରମରୁ ଆରମ୍ଭ ହୋଇଥିଲା। ଅମୃତ ମହୋତ୍ସବ ଆସନ୍ତା ବର୍ଷ ଅଗଷ୍ଟ 2023 ପର୍ଯ୍ୟନ୍ତ ଚାଲିବ। ମୁଁ ଖଦି ସହିତ ଜଡ଼ିତ ଆମର ଭାଇ ଭଉଣୀମାନଙ୍କୁ ଗୁଜରାଟ ସରକାରଙ୍କୁ, ଏହି ଭବ୍ୟ ଆୟୋଜନ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି। ଅମୃତ ମହୋତ୍ସବରେ ଆମେ ଏହିଭଳି ଆୟୋଜନ ମାଧ୍ୟମରେ ନୂତନ ପିଢ଼ୀଙ୍କୁ ସ୍ୱାଧୀନତା ଆନ୍ଦୋଳନ ସହିତ ପରିଚିତ କରାଇବାର ଅଛି।

ମୁଁ ଆପଣ ସମସ୍ତଙ୍କୁ ଏକ ଅନୁରୋଧ କରିବାକୁ ଚାହୁଁଛି, ଆପଣମାନେ ଦେଖିଥିବେ ଦୂରଦର୍ଶନରେ ଏକ ସ୍ୱରାଜ ଧାରାବାହିକ ଆରମ୍ଭ ହୋଇଛି। ଦେଶର ସ୍ୱାଧୀନତା ପାଇଁ, ଦେଶର ସ୍ୱାଭିମାନ ପାଇଁ, ଦେଶର କୋଣ- ଅନୁକୋଣରେ କିଭଳି ସଂଘର୍ଷ ହୋଇଥିଲା, କିଭଳି ବଳିଦାନ ହୋଇଥିଲା, ଏହି ଧାରାବାହିକରେ ସ୍ୱାଧୀନତା ଆନ୍ଦୋଳନ ସହିତ ଜଡ଼ିତ ଗାଥାଗୁଡ଼ିକର ବହୁତ ବିସ୍ତୃତ ଭାବରେ ପ୍ରଦର୍ଶନ କରାଢ଼ଯାଉଛି । ଆଜିର ଯୁବପିଢ଼ୀଙ୍କୁ ଦୂରଦର୍ଶନରେ ପ୍ରତି ରବିବାର ବୋଧହୁଏ ରାତି ନଅଟାରେ ଆସୁଛି, ଏହି ସ୍ୱରାଜ ଧାରାବାହିକ ସମ୍ପୂର୍ଣ୍ଣ ପରିବାର ଦେଖିବା ଉଚିତ। ଆମର ପୂର୍ବଜମାନେ ଆମ ପାଇଁ କ’ଣ କ’ଣ ସହ୍ୟ କରିଛନ୍ତି, ଏହାକୁ ଆମର ଆଗାମୀ ପିଢ଼ୀ ଜାଣିବା ଉଚିତ। ରାଷ୍ଟ୍ରଭକ୍ତି, ରାଷ୍ଟ୍ର ଚେତନା ଏବଂ ସ୍ୱାବଲମ୍ବନର ଏହି ଭାବ ଦେଶରେ ନିରନ୍ତର ବଢ଼ି ଚାଲୁ, ଏହି କାମନା ସହିତ ପୁଣିଥରେ ଆପଣ ସମସ୍ତଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି!

ମୁଁ ଆଜି ବିଶେଷ ଭାବେ ମୋର ଏହି ମାଆ- ଭଉଣୀମାନଙ୍କୁ ପ୍ରଣାମ କରିବାକୁ ଚାହୁଁଛି, କାରଣ ଚରଖା ଚଳାଇବା, ତାହା ମଧ୍ୟ ଏକ ପ୍ରକାରରେ ହେଉଛି ଏକ ସାଧନା। ସମ୍ପୂର୍ଣ୍ଣ ଏକାଗ୍ରତାର ସହିତ ଯୌଗିକ ଭାବ ସହିତ ଏହି ମାଆ ଭଉଣୀମାନେ ରାଷ୍ଟ୍ରର ବିକାଶରେ ଯୋଗଦାନ ଦେଉଛନ୍ତି। ଆଉ ଏତେ ବଡ଼ ସଂଖ୍ୟାରେ ଇତିହାସରେ ପ୍ରଥମ ଥର ଏହି ଘଟଣା ଘଟିଛି। ଇତିହାସରେ ପ୍ରଥମ ଥର।

ଯେଉଁ ଲୋକମାନେ ବର୍ଷ ବର୍ଷ ଧରି ଏହି ବିଚାର ସହିତ ଯୋଡ଼ି ହୋଇଛନ୍ତି, ଏହି ଆନ୍ଦୋଳନ ସହିତ ଯୋଡ଼ି ହୋଇଛନ୍ତି। ଏହି ସମସ୍ତ ବନ୍ଧୁମାନଙ୍କୁ ମୋର ବିନତୀ ଯେ ଏ ପର୍ଯ୍ୟନ୍ତ ଆପଣମାନେ ଯେଉଁ ପଦ୍ଧତିରେ କାର୍ଯ୍ୟ କରିଛନ୍ତି, ଯେଭଳି ଭାବରେ କାର୍ଯ୍ୟ କରିଛନ୍ତି, ଆଜି ଭାରତ ସରକାରଙ୍କ ଦ୍ୱାରା ମହାତ୍ମାଗାନ୍ଧିଙ୍କ ଏହି ମୂଲ୍ୟବୋଧକୁ ପୁଣିଥରେ ପ୍ରାଣବାନ କରିବାର ଯେଉଁ ପ୍ରୟାସ ଚାଲୁ ରହିଛି, ତାକୁ ବୁଝିବାର ପ୍ରୟାସ ହେଉ। ତାକୁ ସ୍ୱୀକାର କରି ଆଗକୁ ବଢ଼ିବାରେ ସହାୟତା ମିଳୁ। ଏଥିପାଇଁ ମୁଁ ଏଭଳି ସମସ୍ତ ସାଥୀମାନଙ୍କୁ ନିମନ୍ତ୍ରଣ କରୁଛି।

ଆସନ୍ତୁ, ଆମେ ସମସ୍ତେ ଏକାଠି ହୋଇ ସ୍ୱାଧୀନତାର ଅମୃତ ମହୋତ୍ସବରେ ପୂଜ୍ୟ ବାପୁ ଯେଉଁ ମହାନ ପରମ୍ପରା ସୃଷ୍ଟି କରିଛନ୍ତି। ଯେଉଁ ପରମ୍ପରା ଭାରତର ଉଜ୍ଜ୍ୱଳ ଭବିଷ୍ୟତର ଆଧାର ହୋଇ ପାରିବ। ତାହାପାଇଁ ସମ୍ପୂର୍ଣ୍ଣ ଶକ୍ତି ବିନିଯୋଗ କରିବା, ସାମର୍ଥ୍ୟ ଯୋଡ଼ିବା, କର୍ତବ୍ୟ ଭାବ ତୁଲାଇବା ଆଉ ପରମ୍ପରା ଉପରେ ଗର୍ବ କରି ଆଗକୁ ବଢ଼ିବା। ଏହି ଅନୁରୋଧ ସହିତ ପୁଣିଥରେ ଆପଣ ସମସ୍ତ ମାଆ- ଭଉଣୀମାନଙ୍କୁ ଆଦର ପୂର୍ବକ ପ୍ରଣାମ କରି ମୋର କଥା ସମ୍ପୂର୍ଣ୍ଣ କରୁଛି।

ଧନ୍ୟବାଦ! 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto sector reports strong sales momentum; SUVs and exports drive growth across industry

Media Coverage

Auto sector reports strong sales momentum; SUVs and exports drive growth across industry
NM on the go

Nm on the go

Always be the first to hear from the PM. Get the App Now!
...
First Deputy PM of Russia Denis Manturov calls on PM Modi
April 02, 2026
First Deputy PM Manturov briefs PM on progress in trade, fertilizers, connectivity and people-to-people ties
PM recalls the successful visit of President Putin to India in December 2025
PM expresses satisfaction at the sustained efforts towards implementation of the Summit outcomes
PM extends warm greetings to President Putin

The First Deputy Prime Minister of the Russian Federation, H.E. Denis Manturov, called on Prime Minister Shri Narendra Modi today.

First Deputy PM Manturov briefed PM on the progress in various areas of mutually beneficial cooperation, including trade and economic partnership, fertilizers, connectivity and people-to-people ties.

PM recalled the successful visit of President Putin to India in December 2025 for the 23rd India-Russia Annual Summit.

He expressed satisfaction at the sustained efforts being made by both sides towards implementation of the outcomes from the Annual Summit, aimed at further strengthening the India- Russia Special and Privileged Strategic Partnership.

PM extended warm greetings to President Putin and said that he looked forward to their continued exchanges.