କେନ୍ଦ୍ର କ୍ୟାବିନେଟ୍‌ରେ ମୋର ସହକର୍ମୀ ସ୍ମୃତି ଇରାନୀ ଜୀ, ଡଃ ମହେନ୍ଦ୍ର ଭାଇ, ସମସ୍ତ ଅଧିକାରୀ, ସମସ୍ତ ପିତାମାତା ଏବଂ ଶିକ୍ଷକ ଓ ଭାରତର ଭବିଷ୍ୟତ, ମୋର ସମସ୍ତ ଯୁବବନ୍ଧୁ !

ଆପଣ ସମସ୍ତଙ୍କ ସହ କଥାବାର୍ତା କରି ବହୁତ ଭଲ ଲାଗିଲା । ଆପଣ ମାନଙ୍କର ଅନୁଭୂତି ସମ୍ପର୍କରେ ମଧ୍ୟ ଆପଣଙ୍କ ଠାରୁ ଜାଣିବାକୁ ମିଳିଲା । ବିଭିନ୍ନ କ୍ଷେତ୍ରରେ ଆପଣଙ୍କର ଅସାଧାରଣ ସଫଳତା ପାଇଁ କଳା ସଂସ୍କୃତିଠାରୁ  ଆରମ୍ଭ କରି ବୀରତା, ଶିକ୍ଷାଠାରୁ ଆରମ୍ଭ କରି ନବସୃଜନ ପର୍ଯ୍ୟନ୍ତ, ସମାଜ ସେବା ଏବଂ କ୍ରୀଡା ପାଇଁ ଆପଣମାନଙ୍କୁ ପୁରସ୍କାର ମିଳିଛି । ଏବଂ ଏକ ବିରାଟ ପ୍ରତିଯୋଗିତା ପରେ ଆପଣମାନେ ଏହି ପୁରସ୍କାର ପାଇଛନ୍ତି । ଦେଶର କୋଣ ଅନୁକୋଣରୁ ପିଲାମାନେ ଆଗକୁ ଆସିଛନ୍ତି । ଆପଣ ମାନଙ୍କର ନମ୍ବର ଏଥିରେ ଅଛି । ଏହାର ଅର୍ଥ ଯଦିଓ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସଂଖ୍ୟା କମ୍ ଅଟେ, କିନ୍ତୁ ଆମ ଦେଶରେ ଏହିିପରି ଦକ୍ଷ ପିଲା ମାନଙ୍କର ସଂଖ୍ୟା ବହୁତ ଅଧିକ ।

ଏହି ପୁରସ୍କାର ପାଇଁ ଆପଣ ସମସ୍ତଙ୍କୁ ପୁଣି ଥରେ ଅନେକ ଅନେକ ଅଭିନନ୍ଦନ । ଆଜି ମଧ୍ୟ ଜାତୀୟ ବାଳିକା ଶିଶୁ ଦିବସ । ମୁଁ ଦେଶର ସମସ୍ତ ଝିଅମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି, ମୁଁ ମୋର ଶୁଭକାମନା ଜଣାଉଛି ।

ବନ୍ଧୁଗଣ,

ଆପଣମାନଙ୍କ ସହିତ ମୁଁ ମଧ୍ୟ ଆପଣଙ୍କର ପିତାମାତା ଏବଂ ଶିକ୍ଷକମାନଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଦେବାକୁ ଚାହୁଁଛି । ଆଜି ଅପଣ ଏହି ସ୍ଥାନରେ ପହଂଚିଛନ୍ତି । ଏହା ପଛରେ, ସେମାନଙ୍କର ମଧ୍ୟ ଏକ ବଡ ଅବଦାନ ରହିଛି । ସେଥିପାଇଁ ଆପଣ ମାନଙ୍କର ପ୍ରତ୍ୟେକ ସଫଳତା ମଧ୍ୟ ଆପଣଙ୍କର ପ୍ରିୟଜନଙ୍କର ସଫଳତା । ଏଥିରେ ଆପଣଙ୍କର ପ୍ରିୟଜନଙ୍କ ଉଦ୍ୟମ ଏବଂ ସେମାନଙ୍କ ଭାବନା ଅନ୍ତର୍ଭୁକ୍ତ ।

ମୋର ଯୁବ ବନ୍ଧୁଗଣ,

ଆପଣମାନଙ୍କୁ ଆଜି ଯେଉଁ ଏହି ପୁରସ୍କାର ମିଳିଲା, ତାହା ଆଉ ଏକ କାରଣରୁ ବହୁତ ସ୍ୱତନ୍ତ୍ର ଅଟେ । କାରଣ ହେଉଛି – ଏହି ପୁରସ୍କାର ପାଇବାର ଅବସର! ଦେଶ ଏହି ସମୟରେ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରୁଛି । ଆପଣଙ୍କୁ ଏହି ପୁରସ୍କାର ଏହି ମହତ୍ୱପୂର୍ଣ୍ଣ ସମୟ ମଧ୍ୟରେ ମିଳିଛି । ଆପଣ ସାରା ଜୀବନ, ଗର୍ବରେ ଏହା କହିପାରିବେ ଯେ, ଯେତେେବେଳେ ମୋ ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଥିଲା, ସେତେବେଳେ ମୋତେ ଏହି ପୁରସ୍କାର ମିଳିଥିଲା । ଏହି ପୁରସ୍କାର ସହିତ ଆପଣଙ୍କୁ ବହୁତ ବଡ ଦାୟିତ୍ୱ ମଧ୍ୟ ମିଳିଛି । ଏବେ ସାଙ୍ଗସାଥୀ, ପରିବାର, ସମାଜ, ପ୍ରତ୍ୟେକଙ୍କର ଆପଣଙ୍କ ଠାରୁ ଆଶା ଅଧିକ ହୋଇ ଯାଇଛି । ଆପଣଙ୍କୁ ଏହି ଆଶାକୁ ନେଇ କୌଣସି ଚାପ ନେବାର ନାହିଁ, ସେଥିରୁ ପ୍ରେରଣା ନିଅ ।

ଯୁବ ବନ୍ଧୁଗଣ,

ଆମ ଦେଶର ଛୋଟ ଛୋଟ ପିଲାମାନେ, ପୁଅ ଝିଅମାନେ ପ୍ରତ୍ୟେକ ଯୁଗରେ ଇତିହାସ ଲେଖି ଯାଇଛନ୍ତି । ଆମର ସ୍ୱାଧୀନତାର ଲଢ଼େଇରେ ବୀରବାଳା କନକ ଲତା ବରୁଆ, ଖୁଦିରାମ ବୋଷ, ରାଣୀ ଗାଇଡିନିଲ୍ୟୁଙ୍କ ଭଳି ବୀର ମାନଙ୍କର ଏଭଳି ଇତିହାସ ରହିଛି, ଯାହା ଆମକୁ ଗର୍ବରେ ପରିପୂର୍ଣ୍ଣ କରି ଦେଇଥାଏ । ଏହି ବୀର ସଂଗ୍ରାମୀମାନେ ଖୁବ୍ କମ୍ ବୟସରେ ସ୍ୱାଧୀନତାକୁ ସେମାନଙ୍କର ଜୀବନର ଲକ୍ଷ୍ୟ ବୋଲି ଧରି ନେଇଥିଲେ , ସେଥିପାଇଁ ନିଜକୁ ମଧ୍ୟ ସମର୍ପିତ କରି ଦେଇଥିଲେ । 

ଆପଣ ଟିଭିରେ ଦେଖିଥିବେ । ମୁଁ ଗତ ବର୍ଷ ଦୀପାବଳୀରେ ଜାମ୍ମୁ କାଶ୍ମୀରର ନୌସେରା ସେକ୍ଟରକୁ ଗସ୍ତ କାର୍ଯ୍ୟକ୍ରମରେ ଯାଇଥିଲି । ସେଠାରେ ମୋର ଶ୍ରୀ ବଳଦେବ ସିଂହ ଏବଂ ଶ୍ରୀ ବସନ୍ଦ ସିଂହଙ୍କ ଭଳି ବୀରମାନଙ୍କ ସହିତ ଦେଖା ହୋଇଥିଲା, ଯେଉଁମାନେ ସ୍ୱାଧୀନତା ପରେ ପରେ କାଶ୍ମୀର ମାଟିରେ ଯେଉଁ ଯୁଦ୍ଧ ହୋଇଥିଲା, ସେଥିରେ ବାଳ ସୈନିକର ଭୂମିକା ନିର୍ବାହ କରିଥିଲେ । ଏବଂ ଆମ ସୈନ୍ୟବାହିନୀରେ ପ୍ରଥମ ଥର ପାଇଁ ବାଳ ସୈନିକ ଭାବରେ ସେମାନଙ୍କର ପରିଚୟ କରା ଯାଇଥିଲା । ସେମାନେ ସେମାନଙ୍କର ପ୍ରାଣ ସମ୍ପର୍କରେ ଚିନ୍ତା ନକରି ଏତେ ଛୋଟ ବୟସରୁ ସେନାର ସହାୟତା

କରିଥିଲେ ।

ଏହିଭଳି ଆମ ଭାରତର ଅନ୍ୟ ଏକ ଉଦାହରଣ ହେଉଛି ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ପୁତ୍ର ମାନଙ୍କର ବୀରତ୍ୱ ଏବଂ ବଳିଦାନ! ସାହିବଜାଦା (ଯୁବରାଜ) ମାନେ ବହୁତ ଛୋଟ ଥିଲେ, ଯେତେବେଳେ ସେମାନେ ଅତ୍ୟଧିକ ବୀରତ୍ୱ, ଧୈର୍ଯ୍ୟ, ସାହସ ସହିତ ଏବଂ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବନା ସହ ବଳିଦାନ ଦେଇଥିଲେ, ସେତେବେଳେ ସେମାନଙ୍କର ବୟସ ବହୁତ କମ୍ ଥିଲା । ଭାରତୀୟ ସଭ୍ୟତା, ସଂସ୍କୃତି, ବିଶ୍ୱାସ, ଆସ୍ଥା ଏବଂ ଧର୍ମ ପାଇଁ ତାଙ୍କର ଅବଦାନ ଅତୁଳନୀୟ ଅଟେ । ସାହିବଜାଦା (ଯୁବରାଜ) ମାନଙ୍କର ବଳିଦାନ ସ୍ମୃତିରେ ଦେଶ ୨୬ ଡିସେମ୍ବରରେ ‘ବୀର ବାଲ୍ ଦିବସ’ ମଧ୍ୟ ଆରମ୍ଭ କରିଛି । ମୁଁ ଚାହୁଁଛି ଯେ, ଆପଣମାନେ ଏବଂ ଦେଶର ସମସ୍ତ ଯୁବକ ବୀର ସାହିବଜାଦା (ଯୁବରାଜ) ମାନଙ୍କ ବିଷୟରେ ନିଶ୍ଚିତ ରୂପରେ ପଢ଼ନ୍ତୁ ।

ଆପଣ ନିଶ୍ଚିତ ଭାବରେ ଏହା ମଧ୍ୟ ଦେଖିଥିବେ, ଗତକାଲି ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ଡିଜିଟାଲ୍ ପ୍ରତିମୂର୍ତି ମଧ୍ୟ ସ୍ଥାପନ କରା ଯାଇଛି ।  ନେତାଜୀଙ୍କ ଠାରୁ ଆମେ କର୍ତବ୍ୟର ସର୍ବ ପ୍ରଥମେ ଦେଶର ବୃହତ୍ ପ୍ରେରଣା ପାଇଥାଉ । ନେତାଜୀଙ୍କଠାରୁ ପ୍ରେରଣା ଗ୍ରହଣ କରି ଆମେ ସମସ୍ତେ ଏବଂ ବିଶେଷ ଭାବରେ ଯୁବପିଢ଼ିକୁ ଦେଶ ପାଇଁ ନିଜର କର୍ତବ୍ୟପଥରେ ଆଗକୁ ବଢ଼ିବାକୁ ପଡିବ ।

ବନ୍ଧୁଗଣ,

ଆମର ସ୍ୱାଧୀନତାର ବର୍ଷ ଏଥିପାଇଁ ମହତ୍ୱପୂର୍ଣ୍ଣ ଅଟେ, କାରଣ ଆଜି ଆମ ଆଗରେ ଅତୀତକୁ ନେଇ ଗର୍ବ କରିବାର, ସେଥିରୁ ଶକ୍ତି ଗ୍ରହଣ କରିବାର ସମୟ ଅଟେ ।

ଏହି ସମୟ ବର୍ତମାନର ସଙ୍କଳ୍ପଗୁଡିକୁ ପୂରଣ କରିବାର ସମୟ ଅଟେ । ଏହି ସମୟ ଭବିଷ୍ୟତ ନିମନ୍ତେ ନୂତନ ସ୍ୱପ୍ନ ଦେଖିବାର ସମୟ ଅଟେ, ନୂତନ ଲକ୍ଷ୍ୟ ନିର୍ଦ୍ଧାରିତ କରି ତାହାକୁ ନେଇ ଆଗକୁ ବଢ଼ିବାର ସମୟ ଅଟେ । ଏହି ଲକ୍ଷ୍ୟ ଆଗାମୀ ୨୫ ବର୍ଷ ନିମନ୍ତେ ଅଟେ, ଯେତେେବେଳେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ । ଏବେ ଆପଣ କଳ୍ପନା କରନ୍ତୁ, ଆଜି ଆପଣଙ୍କ ମଧ୍ୟରୁ ଅଧିକାଂଶ ୧୦ ଏବଂ ୨୦ ବର୍ଷ ବୟସର ଅଟନ୍ତି । ଯେତେବେଳେ ସ୍ୱାଧୀନତାର ଶହେ ବର୍ଷ ପୂର୍ତି ହେବ ଆପଣ ଜୀବନର ସେହି ସମୟରେ ଥିବେ, ଯେତେବେଳେ ଏହି ଦେଶ କେତେ ଭବ୍ୟ, ଦିବ୍ୟ, ପ୍ରଗତିଶୀଳ ହୋଇଥିବ, ଶିଖରରେ ପହଂଚିଥିବ, ଆପଣ ମାନଙ୍କର ଜୀବନ କେତେ ସୁଖଶାନ୍ତିରେ ପରିପୂର୍ଣ୍ଣ ହୋଇଥିବ । ଆଗାମୀ ୨୫ ବର୍ଷ ମଧ୍ୟରେ ଦେଶ ଯେଉଁ ଶିଖରରେ ଥିବ, ଦେଶର ଯେଉଁ ସାମର୍ଥ୍ୟ ବୃଦ୍ଧି ପାଇବ, ସେଥିରେ ବହୁତ ବଡ ଭୂମିକା ଆମ ଯୁବପିଢିଙ୍କର ହେବ । 

ବନ୍ଧୁଗଣ,

ଆମର ପୂର୍ବ ପୁରୁଷମାନେ ଯେଉଁ ବୀଜ ରୋପଣ କରିଥିଲେ, ଯେଉଁ ତପସ୍ୟା କରିଥିଲେ, ତାହାର ଫଳ ଆମ ସମସ୍ତଙ୍କୁ ମିଳିଛି । କିନ୍ତୁ ଆପଣ ମାନେ ହେଉଛନ୍ତି ସେହି ବ୍ୟକ୍ତି ବିଶେଷ, ଆପଣ ଏମିତି ସମୟରେ ପହଂଚିଛନ୍ତି, ଦେଶ ଆଜି ସେହି ସ୍ଥାନରେ ପହଂଚିଛି, ଆଜି ଆପଣମାନେ ଯେଉଁ ବୀଜ ବପନ କରିବେ, ତାହାର ଫଳ ଆପଣଙ୍କୁ ଖାଇବାକୁ ମିଳିବ । ବହୁତ ଜଳଦି ସେଥିରେ ପରିବର୍ତନ ହେବାର ଅଛି । ଏଥିପାଇଁ, ଆପଣ ଦେଖିଥିବେ, ଆଜି ଦେଶରେ ଯେଉଁ ନୀତି ପ୍ରସ୍ତୁତ କରାଯାଉଛି, ଯେଉଁ ଚେଷ୍ଟା କରାଯାଉଛି, ସେସବୁର ମୂଳ କେନ୍ଦ୍ର ହେଉଛି ଆମର ଯୁବପିଢ଼ି, ଆପଣମାନେ ।

ଆପଣ କେଉଁ ବି କ୍ଷେତ୍ରକୁ ଆଖି ଆଗରେ ରଖନ୍ତୁ, ଆଜି ଦେଶ ଆଗରେ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଲକ୍ଷ୍ୟ ରହିଛି, ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଚାଲୁଛି, ଡିଜିଟାଲ୍ ଇଣ୍ଡିଆର ଏତେ ବଡ ଅଭିଯାନ ଆମ ଆଗରେ ରହିଛି, ମେକ୍ ଇନ୍ ଇଣ୍ଡିଆକୁ ତ୍ୱରାନ୍ୱିତ କରାଯାଉଛି, ଆତ୍ମନିର୍ଭର ଭାରତର ଜନଆନ୍ଦୋଳନ ଦେଶରେ ଆରମ୍ଭ କରାଯାଇଛି, ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଦ୍ରୁତ ଗତିରେ ଆଧୁନିକ ଭିତିଭୂମି ବିସ୍ତାର ଲାଭ କରିବାରେ ଲାଗିଛି, ହାଇୱେ ତିଆରି କରାଯାଉଛି, ହାଇସ୍ପିଡ୍ ଏକ୍ସପ୍ରେସୱେ ତିଆରି କରାଯାଉଛି । ଏହି ପ୍ରଗତି, ଏହି ଗତି କାହାର ସ୍ପିଡ୍ ସହିତ ମେଳ ଖାଉଛି?

ଆପଣମାନେ ହେଉଛନ୍ତି ସେହି ବ୍ୟକ୍ତି ବିଶେଷ, ଯେଉଁମାନେ ସମସ୍ତ ପରିବର୍ତନ ସହିତ ନିଜକୁ ସଂଯୁକ୍ତ କରୁଛନ୍ତି, ଏସବୁ ପାଇଁ ଏତେ ଉତ୍ସାହିତ ରହୁଛନ୍ତି । ଆପଣ ମାନଙ୍କର ପିଢ଼ି, କେଳବ ଭାରତ ନୁହେଁ, ଭାରତ ବାହାରେ ମଧ୍ୟ ଏହି ନୂତନ ସମୟର ପ୍ରତିନିଧିତ୍ୱ କରୁଛି ।

ଆଜି ଆମକୁ ଗର୍ବ ଅନୁଭୂତ ହୋଇଥାଏ, ଯେତେବେଳେ ଆମେ ଦେଖୁ ଯେ, ବିଶ୍ୱର ସମସ୍ତ ବଡ ବଡ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), ପ୍ରତ୍ୟେକ ବ୍ୟକ୍ତି ତାଙ୍କ ବିଷୟରେ ଚର୍ଚ୍ଚା କରନ୍ତି, ଏହି ସିଇଓ କିଏ ଅଟନ୍ତି, ସେ ଆମ ଦେଶର ହିଁ ସନ୍ତାନ ଅଟନ୍ତି । ଏହି ଦେଶର ଯୁବ ପିଢ଼ି ଆଜି ବିଶ୍ୱର କୋଣ ଅନୁକୋଣରେ ଛାଇ ଯାଇଛନ୍ତି । ଆଜି ଆମକୁ ଗର୍ବ ହୋଇଥାଏ ଯେତେେବେଳ ଆମେ ଦେଖୁ, ଭାରତର ଯୁବ ଷ୍ଟାର୍ଟଅପ୍ ଦୁନିଆରେ ନିଜର ଛାପ ଛାଡିବାରେ ଲାଗିଛନ୍ତି । ଆଜି ଆମକୁ ଗର୍ବ ଅନୁଭବ ହୋଇଥାଏ, ଯେତେେବେଳ ଆମେ ଦେଖୁ ଯେ ଭାରତର ଯୁବଗୋଷ୍ଠୀ ନୂଆ କିଛି ଉଦ୍‌ଭାବନ କରୁଛନ୍ତି, ଦେଶକୁ ଆଗକୁ ନେଉଛନ୍ତି । ଏବେଠାରୁ କିଛି ଦିନ ପରେ, ଭାରତ ନିଜର ସାମର୍ଥ୍ୟ ବଳରେ, ପ୍ରଥମ ଥର ପାଇଁ ଅନ୍ତରୀକ୍ଷକୁ ଭାରତୀୟମାନଙ୍କୁ ପଠାଇବାକୁ ଯାଉଛି ।  ଏହି ଗଗନଯାନ ଲକ୍ଷ୍ୟର ଦାୟିତ୍ୱ ମଧ୍ୟ ଆମ ଯୁବକମାନଙ୍କ ଉପରେ ରହିଛି । ଏହି ମିଶନ ପାଇଁ ମନୋନୀତ ହୋଇଥିବା ଯୁବକମାନେ ମଧ୍ୟ ଏହି ସମୟରେ କଠିନ ପରିଶ୍ରମ କରୁଛନ୍ତି ।

ବନ୍ଧୁଗଣ,

ଆଜି ଆପଣମାନେ ପାଇଥିବା ଏହି ପୁରସ୍କାରଗୁଡିକ ମଧ୍ୟ ଆମର ଯୁବପିଢ଼ିର ସାହସ ଏବଂ ବୀରତ୍ୱକୁ ପ୍ରଦର୍ଶନ କରିଥାଏ । ଏହି ସାହସ ଏବଂ ବୀରତ୍ୱ ଆଜି ନୂତନ ଭାରତର ପରିଚୟ । ଆମେ କରୋନା ବିରୁଦ୍ଧରେ ଆମର ସଂଗ୍ରାମକୁ ଦେଖିଛୁ, ଆମର ବୈଜ୍ଞାନିକମାନେ, ଆମର ଭ୍ୟାକ୍ସ୍ସିନ୍‌/ ଟିକା ଉତ୍ପାଦନକାରୀମାନେ ସାରା ଦୁନିଆରେ ଅଗ୍ରଣୀ ହାସଲ କରି ଦେଶକୁ ଟିକା ଦେଇଥିଲେ । ଆମର ସ୍ୱାସ୍ଥ୍ୟକର୍ମୀମାନେ ଅତି କଠିନ ସମୟରେ ବିନା କୌଣସି ଭୟରେ ନିରନ୍ତର ଦେଶବାସୀଙ୍କର ସେବା କରିଥିଲେ, ଆମର ନର୍ସମାନେ ଗାଁ ଗାଁ ବୁଲି ଅଗମ୍ୟ ସ୍ଥାନକୁ ଯାଇ ଲୋକମାନଙ୍କୁ ଟିକା ଦେଉଛନ୍ତି । ଏକ ଦେଶ ଭାବରେ ସାହସ ଏବଂ ଦୃଢ଼ତାର ଏହା ଏକ ବଡ ଉଦାହରଣ ଅଟେ ।

ଏହିଭଳି ଭାବରେ, ସୀମାରେ ଦୃଢ଼ଭାବେ ଦଣ୍ଡାୟମାନ ସୈନିକ ମାନଙ୍କର ବୀରତାକୁ ଦେଖନ୍ତୁ । ଦେଶର ସୁରକ୍ଷା ନିମନ୍ତେ ସେମାନଙ୍କର ବୀରତା ଆମର ପରିଚୟ ହୋଇଯାଇଛି ।

ଆମର ଖେଳାଳି ମାନେ ମଧ୍ୟ ଆଜି ସଫଳତାର ପାହାଚ ଚଢ଼ୁଛନ୍ତି, ଯାହା ଭାରତ ନିମନ୍ତେ କେବେ ସମ୍ଭବ ହୋଇପାରିବ ବୋଲି କଳ୍ପନାର ବାହାରେ ଥିଲା । ଏହି ଭଳି ଭାବେ, ଯେଉଁ କ୍ଷେତ୍ର ଗୁଡିକରେ ଝିଅ ମାନଙ୍କର ପ୍ରବେଶକୁ ପୂର୍ବରୁ ଅନୁମତି ନଥିଲା, ଆଜି ସେମାନେ ସେହି କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଏହା ସେହି ନୂଆ ଭାରତ ଅଟେ, ଯାହା ନୂଆ କିଛି କରିବା କ୍ଷେତ୍ରରେ ପଛୁଆ ହୋଇ ରହି ନାହିଁ, ସାହସ ଆଜି ଭାରତର ପରିଚୟ ଅଟେ ।

ବନ୍ଧୁଗଣ,

ଆଜି ଭାରତ, ନିଜର ବର୍ତମାନ ଏବଂ ଆଗାମୀ ପିଢିର ଭବିଷ୍ୟତକୁ ସୁଦୃଢ଼ କରିବା ନିମନ୍ତେ ନିରନ୍ତର ପଦକ୍ଷେପ ନେବାରେ ଲାଗିଛି । ନୂତନ ଜାତୀୟ ଶିକ୍ଷା ନୀତିରେ ସ୍ଥାନୀୟ ଭାଷାରେ ପଢ଼ିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିରେ ଆପଣଙ୍କୁ ପଢ଼ିବା, ଶିଖିବା ଆହୁରି ସହଜ ହେବ । ଆପଣ ନିଜର ପସନ୍ଦର ବିଷୟ ଅଧ୍ୟୟନ କରି ପାରିବେ, ଏଥି ପାଇଁ ଶିକ୍ଷା ନୀତିରେ ବିଶେଷ ପ୍ରାବଧାନ କରାଯାଇଛି । ସମଗ୍ର ଦେଶରେ ହଜାର ହଜାର ବିଦ୍ୟାଳୟରେ ତିଆରି ହେଉଥିବା ଅଟଳ ଟିଙ୍କରିଂ ଲ୍ୟାବ୍ସ, ଅଧ୍ୟୟନର ପ୍ରାଥମିକ ଦିନ ଗୁଡିକରେ ଶିଶୁ ମାନଙ୍କର ନବସୃଜନର ସାମର୍ଥ୍ୟ ବୃଦ୍ଧି କରୁଛି । 

ବନ୍ଧୁଗଣ,

ଭାରତର ପିଲାମନେ, ଯୁବପିଢ଼ି ସଦାସର୍ବଦା ଏହା ପ୍ରମାଣିତ କରିଛନ୍ତି ଯେ, ସେମାନେ ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ନୂତନ ଶିଖରକୁ ନେଇ ଯିବା ପାଇଁ ସାମର୍ଥ୍ୟରେ ପରିପୂର୍ଣ୍ଣ ଅଟନ୍ତି । ମୋର ମନେ ଅଛି, ଚନ୍ଦ୍ରାୟଣ ସମୟରେ, ମୁଁ ସାରା ଦେଶର ପିଲାମାନଙ୍କୁ ଡାକିଥିଲି । ସେମାନଙ୍କର ଉତ୍ସାହ, ସେମାନଙ୍କର, ଆଗ୍ରହ ମୁଁ କେବେ ବି ଭୁଲି ପାରିବିନି । ଭାରତର ପିଲାମାନେ, ଏବେ ଟିକାକରଣ ଯୋଜନାରେ ମଧ୍ୟ ନିଜର ଆଧୁନିକତା ଏବଂ ବୈଜ୍ଞାନିକ ଚିନ୍ତାଧାରାର ପରିଚୟ ଦେଇଛନ୍ତି । ୩ ଜାନୁଆରୀ ପରେ କେବଳ ୨୦ ଦିନରେ ହିଁ ୪ କୋଟିରୁ ଅଧିକ ପିଲାମାନେ କରୋନା ଟିକା ନେଇଛନ୍ତି ।  ପିଲାମାନେ କେତେ ସଚେତନ ଅଟନ୍ତି ତାହା ଏହା ପ୍ରଦର୍ଶିତ କରୁଛି, ସେମାନଙ୍କୁ ନିଜର ଦାୟିତ୍ୱକୁ ନେଇ କେତେ ସଚେତନ ତାହା ଦର୍ଶାଉଛି ।

ବନ୍ଧୁଗଣ,

 ସ୍ୱଚ୍ଛ ଭାରତ ଅଭିଯାନର ସଫଳତାର ବହୁତ ବଡ ଶ୍ରେୟ ମୁଁ ମଧ୍ୟ ଭାରତର ପିଲାମାନଙ୍କୁ ଦେଉଛି । ଆପଣମାନେ ସମସ୍ତେ ଘରେ ଘରେ ବାଳ ସୈନିକ ହୋଇ, ସ୍ୱେଚ୍ଛାଗ୍ରହୀ ଭାବେ ନିଜର ପରିବାରକୁ ସ୍ୱଚ୍ଛତା ଅଭିଯାନ ନିମନ୍ତେ ପ୍ରେରିତ କରିଥିଲେ । ଘରର ଲୋକମାନେ, ସ୍ୱଚ୍ଛତା ବଜାୟ ରଖିବା, ଘର ଭିତରେ ଏବଂ ବାହାରେ ଅପରିଷ୍କାର ହେବାକୁ ନଦେବା, ତାହାର ଦାୟିତ୍ୱ            ନିଜେ ପିଲାମାନେ ହିଁ ଉଠାଇ ନେଇଥିଲେ । ଆଜି ମୁଁ ଦେଶର ପିଲାମାନଙ୍କୁ ଅନ୍ୟ ଏକ କଥାରେ ସହଯୋଗ ମାଗୁଛି । ଏବଂ ପିଲାମାନେ ମୋର ସହୟତା କଲେ, ପରିବାରରେ ପରିବର୍ତନ ଆସିବ । ଏବଂ ମୋର ବିଶ୍ୱାସ ଅଛି ଯେ, ମୋର ଏହି ଛୋଟ ଛୋଟ ପ୍ରିୟ ସାଥୀମାନେ, ମୋର ଏହି ବାଳ ସେନାମାନେ ମୋତେ ଏହି କାମରେ ବହୁତ ସହାୟତା ପ୍ରଦାନ କରିବେ ।

ଯେଉଁଭଳି ଆପଣମାନେ ସ୍ୱଚ୍ଛତା ଅଭିଯାନ ନିମନ୍ତେ ଆଗକୁ ଆସିଥିଲେ, ସେହିପରି ଭାବେ ଆପଣ ଭୋକାଲ ଏବଂ ଲୋକଲ ଅଭିଯାନ ନିମନ୍ତେ ଆଗକୁ ଆସନ୍ତୁ । ଆପଣମାନେ ଘରେ ବସି, ସବୁ ଭାଇ ଭଉଣୀ ଏକ ବୈଠକ କରି ଏକ ତାଲିକା କରନ୍ତୁ, ଗଣନ୍ତୁ, କାଗଜ ନେଇ ଲେଖନ୍ତୁ, ସକାଳଠାରୁ ରାତି ପର୍ଯ୍ୟନ୍ତ ଆପଣମାନେ ଯେଉଁ ଜିନିଷର ଉପଯୋଗ କରୁଛନ୍ତି, ଘରେ ଯେଉଁ ଜିନିଷ ଅଛି, ଏମିତି କେତେ ଜିନିଷ ଅଛି, ଯାହା ଭାରତରେ ତିଆରି ହୁଏ ନାହିଁ, ବିଦେଶରେ ତିଆରି ହୋଇଥାଏ । ତାହା ପରେ ଘରର ଲୋକମାନଙ୍କୁ ଏହା କୁହନ୍ତୁ ଯେ ଭବିଷ୍ୟତରେ ଆମେ ଯେଉଁ ସାମଗ୍ରୀ କିଣିବା ତାହା ଭାରତରେ ହିଁ ତିଆରି ହୋଇଥିବ । ସେଥିରେ ଭାରତର ମାଟିର ବାସ୍ନା ଥାଉ, ଯେଉଁଥିରେ ଭାରତର ଯୁବକ ମାନଙ୍କର ଝାଳର ବାସ୍ନା ଥାଉ । ଯେତେବେଳେ ଆପଣ ଭାରତରେ ତିଆରି ଜିନିଷ କ୍ରୟ କରିବେ, ତେବେ କ’ଣ ହେବ ।  ଆମର ଉତ୍ପାଦନ ଅଧିକ ହୋଇଯିବ । ପ୍ରତ୍ୟେକ ଜିନିଷର ଉତ୍ପାଦନ ବୃଦ୍ଧି ପାଇବ । ଏବଂ ଯେତେବେଳେ ଉତ୍ପାଦନ ବୃଦ୍ଧି ପାଇବ, ସେତେବେଳେ ରୋଜଗାରର ନୂତନ ଅବସର ସୃଷ୍ଟି ହେବ ।

ଯେତେବେଳେ ରୋଜଗାର ବୃଦ୍ଧି ପାଇବ ସେତେବେଳେ ଆପଣଙ୍କ ଜୀବନ ମଧ୍ୟ ଆତ୍ମନିର୍ଭରଶୀଳ ହେବ । ଏଥିପାଇଁ ଆତ୍ମନିର୍ଭର ଭାରତର ଅଭିଯାନ, ଆମର ଯୁବା ପିଢ଼ି ସହିତ, ଆପଣ ସମସ୍ତଙ୍କ ସହିତ ଯୋଡି ହୋଇଛି ।

ବନ୍ଧୁଗଣ,

ଆଜି ଠାରୁ ଦୁଇ ଦିନ ପରେ ଦେଶ ନିଜର ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଆମକୁ ଗଣତନ୍ତ୍ର ଦିବସ ଅବସରରେ ନିଜ ଦେଶ ପାଇଁ କିଛି ନୂତନ ସଙ୍କଳ୍ପ ନେବାର ଅଛି । ଆର ଏହି ସଙ୍କଳ୍ପ ସମାଜ ନିମନ୍ତେ, ଏବଂ ସମଗ୍ର ବିଶ୍ୱର ଭବିଷ୍ୟତ ନିମନ୍ତେ ହୋଇ ପାରିବ । ଯେମିତିକି ପର୍ଯ୍ୟାବରଣର ଉଦାହରଣ ଆମ ଆଗରେ ରହିଛି । ଭାରତ ପର୍ଯ୍ୟାବରଣ କ୍ଷେତ୍ରରେ ଆଜି ଅନେକ କିଛି କରୁଛି, ଏବଂ ଏହାର ଲାଭ ସମଗ୍ର ବିଶ୍ୱକୁ ମିଳିବ ।

ମୁଁ ଚାହୁଁଛି ଯେ ଆପଣ ସଙ୍କଳ୍ପ ଗୁଡିକ ସମ୍ପର୍କରେ ଚିନ୍ତା କରନ୍ତୁ, ଯାହା ଭାରତର ପରିଚିତି ସହିତ ଯୋଡି ହୋଇଛି, ଯାହା ଭାରତକୁ ଆଧୁନିକ ଏବଂ ବିକଶିତ କରିବା ନିମନ୍ତେ ସାହାଯ୍ୟ କରିଥାଏ । ମୋର ସମ୍ପୂର୍ଣ୍ଣ ଭରସା ରହିଛି, ଆପଣଙ୍କର ସ୍ୱପ୍ନ ଦେଶର ସଙ୍କଳ୍ପ ଗୁଡିକ ସହିତ ଯୋଡିହେବ, ଏବଂ ଆପଣ ଆଗାମୀ ସମୟରେ ଦେଶ ନିମନ୍ତେ ଅ୍ରଗଣିତ କୀର୍ତିମାନ ସ୍ଥାପନ କରିବେ ।

ଏହି ବିଶ୍ୱାସ ସହିତ ଆପଣ ସମସ୍ତଙ୍କୁ ପୁଣି ଥରେ ବହୁତ ବହୁତ ଶୁଭେଚ୍ଛା, ମୋର ସମସ୍ତ ବାଳ ମିତ୍ରମାନଙ୍କୁ ମୋର ବହୁତ ବହୁତ ଭଲ ପାଇବା, ବହୁତ ବହୁତ ଶୁଭେଚ୍ଛା, ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives due to a mishap in Badaun, Uttar Pradesh
June 17, 2026

The Prime Minister, Shri Narendra Modi has expressed deep grief over the loss of lives due to a mishap in Badaun, Uttar Pradesh. Shri Modi also wished speedy recovery for those injured in the mishap.

The Prime Minister’s Office posted on X;

“The loss of lives due to a mishap in Badaun, Uttar Pradesh, is deeply painful. I extend my condolences to the bereaved families. Praying for the speedy recovery of the injured: PM @narendramodi”