“ଏହା ହେଉଛି ଭାରତର ମୁହୂର୍ତ୍ତ”
ଏକବିଂଶ ଶତାବ୍ଦୀର ଏହି ଦଶନ୍ଧିରେ ଭାରତରେ ଯେଉଁ ସମୟ ଆସିଛି ତାହା ବାସ୍ତବରେ ଅତୁଳନୀୟ ଅଟେ ”
2023 ର ପ୍ରଥମ 75 ଦିନର ସଫଳତା ହେଉଛି ଭାରତ ମୁହୂର୍ତ୍ତର ପ୍ରତିଫଳନ ”
ଭାରତୀୟ ସଂସ୍କୃତି ଏବଂ ସଫ୍‌ଟ ପାୱାର ପାଇଁ ବିଶ୍ୱରେ ଏକ ଅତୁଳନୀୟ ଆକର୍ଷଣ ରହିଛି ”
ଯଦି ଦେଶକୁ ଆଗକୁ ବଢ଼ିବାକୁ ହେବ, ତେବେ ସର୍ବଦା ଗତିଶୀଳତା ଏବଂ ସାହସିକ ନିଷ୍ପତ୍ତି ନେବା ପାଇଁ ଶକ୍ତି ରହିବା ଉଚିତ ବୋଲି ସେ କହିଛନ୍ତି
ଆଜି ଦେଶବାସୀ ବିଶ୍ୱାସ କରିଛନ୍ତି ଯେ ସରକାର ସେମାନଙ୍କ ପାଇଁ ଯତ୍ନବାନ ରହିଛନ୍ତି
ଆମେ ଶାସନକୁ ମାନବୀୟ ସ୍ପର୍ଶ ପ୍ରଦାନ କରିଛୁ
ଆଜି ଭାରତ ଯାହା ହାସଲ କରିଛି ତାହା ଆମର ଗଣତନ୍ତ୍ରର ଶକ୍ତି, ଆମ ଅନୁଷ୍ଠାନର ଶକ୍ତି ହେତୁ ହୋଇଛି ବୋଲି ସେ କହିଛନ୍ତି
ସଭିଙ୍କ ପ୍ରୟାସ ସହିତ ଆମେ ଭାରତକୁ ମଜବୁତ କରିବା ଏବଂ ଆଜାଦି କା ଅମୃତ ମହୋତ୍ସବରେ ଏକ ବିକଶିତ ଭାରତର ଯାତ୍ରାକୁ ସଶକ୍ତ କରିବା ଆବଶ୍ୟକ

ଇଣ୍ଡିଆ ଟୁଡେ କନକ୍ଲେଭ୍ ସହିତ ସଂଶ୍ଳିଷ୍ଟ ସମସ୍ତ ମହାନୁଭବମାନଙ୍କୁ ମୋର ନମସ୍କାର । ଦେଶ- ବିଦେଶରୁ ଯେଉଁ ଦର୍ଶକ- ପାଠକ, ଡିଜିଟାଲ ମାଧ୍ୟମ ଆମ ସହିତ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଅଭିନନ୍ଦନ । ମୋତେ ଏହା ଦେଖି ଅତ୍ୟନ୍ତ ଖୁସି ଲାଗୁଛି ଯେ ଏହି କନକ୍ଲେଭ୍ ଯାହା ରଖାଯାଇଛି - ଦି ଇଣ୍ଡିଆ ମୁମେଣ୍ଟ୍ - ଅର୍ଥାତ୍ ଆଜି ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞ, ବିଶ୍ଳେଷକ, ଚିନ୍ତକ ସମସ୍ତେ ଏଇ କଥା କହୁଛନ୍ତି ଏବଂ ସମ ସ୍ୱରରେ କହୁଛନ୍ତି “ଏହା ହେଉଛି ଭାରତର ସମୟ”। କିନ୍ତୁ ଯେତେବେଳେ ଇଣ୍ଡିଆ ଟୁଡେ ଗ୍ରୁପ୍ ଏହି ସକାରାତ୍ମକ ମାନସିକତା ଦେଖାଉଛନ୍ତି, ସେତେବେଳେ ଏହାର କିଛି ଅଧିକ ବିଶେଷତା ରହିଛି । ଏମିତିରେ ତ ମୁଁ ୨୦ ମାସ ପୂର୍ବରୁ ଲାଲକିଲ୍ଲାର ମଞ୍ଚ ଉପଯୁ କହିଥିଲା- ଏହା ହେଉଛି ଉପଯୁକ୍ତ ଅବସର, ଏହା ହେଉଛି ପ୍ରକୃଷ୍ଟ ସମୟ । କିନ୍ତୁ ସେହି ବାର୍ତ୍ତା ଏଠାରେ ପହଞ୍ଚôବାକୁ ୨୦ ମାସ ସମୟ ଲାଗିଗଲା । ସେଇ ଏକା ଭାବନା ଥିଲା – ଦିସ୍ ଇଜ୍ ଇଣ୍ଡିଆସ୍ ମୁମେଣ୍ଟ୍ । 

ସାଥୀଗଣ,

ଯେକୌଣସି ରାଷ୍ଟ୍ରର ବିକାଶ ଯାତ୍ରାରେ ଅନେକ ଉତ୍ଥାନ ପତନ ଆସିଥାଏ, ଅନେକ ମାର୍ଗ ଅତିକ୍ରମ କରିବାକୁ ପଡ଼ିଥାଏ। ଆଜି ଏକବିଂଶ ଶତାବ୍ଦୀର ଏହି ଦଶକରେ ଭାରତ ସମ୍ମୁଖରେ ଯେଉଁ ସମୟ ଅବଧି ଆସିଛି, ତାହା ଅଭୂତପୂର୍ବ । ଆଜିଠାରୁ କିଛି ଦଶକ ପୂର୍ବରୁ ଯେଉଁ ଦେଶ ଆଗକୁ ବଢ଼ିଛନ୍ତି, ଅନେକ ଦେଶ ଆଗକୁ ବଢ଼ିଛନ୍ତି, ବିକଶତ ହୋଇଛନ୍ତି, କିନ୍ତୁ ସେମାନଙ୍କ ସମ୍ମୁଖରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏକ ପ୍ରକାର କହିଲେ ସେମାନଙ୍କୁ ନିଜ ସହ ମୁକାବିଲା କରିବାକୁ ପଡ଼ିଥିଲା । ସେମାନଙ୍କ ସମ୍ମୁଖରେ ସେତେ ସଂଖ୍ୟକ ପ୍ରତିସ୍ପର୍ଦ୍ଧୀ ନଥିଲେ । କିନ୍ତୁ ଆଜି ଯେଉଁ ପରିସ୍ଥିତି ଭିତରେ ଦେଇ ଭାରତ ଆଗକୁ ବଢ଼ି ଚାଲିଛି, ସେସବୁ ଚାଲେଞ୍ଜ ସମ୍ପୂର୍ଣ୍ଣ ଭିନ୍ନ, ପୃଥକ୍ । ବହୁତ ବ୍ୟାପକ, ବିବିଧତାରେ ଭରି ରହିଛି । ଆଜି ଏତେସବୁ ବୈଶ୍ୱିକ ଚାଲେଞ୍ଜ୍ ଆମ ସମ୍ମୁଖରେ ଅଛି । ଏବେ ଦେଖନ୍ତୁ, ୧୦୦ ବର୍ଷରେ ଥରେ ଭଳି ଆସିଥିବା ବୈଶ୍ୱିକ ମହାମାରୀ, ସବୁଠାରୁ ବଡ଼ ସଂକଟ ଭାବେ ଆମ ସମ୍ମୁଖରେ ଥିଲା । ଦୁଇଟି ରାଷ୍ଟ୍ର ପରସ୍ପର ମଧ୍ୟରେ ମାସ ମାସ ଧରି ଯୁଦ୍ଧ କରି ଚାଲିଛନ୍ତି । ସମଗ୍ର ବିଶ୍ୱର ଯୋଗାଣ ଚେନ୍ ଅସ୍ତ ବ୍ୟସ୍ତ ହୋଇପଡ଼ିଛି । ଏଭଳି ସ୍ଥିତିରେ, ଏଭଳି ପୃଷ୍ଠଭୂମିରେ ଥରେ ଚିନ୍ତାକରି ଦେଖନ୍ତୁ, ଏଭଳି ସ୍ଥିତିରେ ଭାରତର ସମୟ ପ୍ରସଙ୍ଗରେ ଆଲୋଚନା କରିବା କିଛି ସାମାନ୍ୟ କଥା ନୁହେଁ । 

ଏହା ଏକ ନୂତନ ଇତିହାସ ସୃଷ୍ଟି କରୁଛି ଯାହାର ଆମେ ସଭିଏଁ ହେଉଛେ ସାକ୍ଷୀ । ଆଜି ସମଗ୍ର ବିଶ୍ୱ ଭାରତକୁ ନେଇ ଏକ ବିଶ୍ୱାସରେ ଭରି ରହିଛନ୍ତି । ଆଜି ଭାରତ ବିଶ୍ୱରେ ସବୁଠାରୁ କ୍ଷିପ୍ର ଗତିରେ ଆଗକୁ ଗତି କରୁଥିବା ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଆଜି ଭାରତ ବିଶ୍ୱରେ ଏକ ନମ୍ବର ସ୍ମାର୍ଟଫୋନ୍ ଡାଟା ଉପଭୋକ୍ତା ହୋଇଛି । ଆଜି ଭାରତ ବୈଶ୍ୱିକ ଫିନ୍ଟେକ୍ ଆଡପସନ ହାରରେ ମଧ୍ୟ ଏକ ନମ୍ବର ହୋଇସାରିଛି । ଆଜି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନକାରୀ ରାଷ୍ଟ୍ର ହୋଇଛି । ଆଜି ଭାରତରେ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ସୃଷ୍ଟି ହୋଇଛି ।

ଏଭଳି ଅନେକ ପ୍ରସଙ୍ଗ ଉପରେ ଚର୍ଚ୍ଚା ଜାରି ରହିଛି । କିନ୍ତୁ ଚାଲନ୍ତୁ, ପୁରୁଣା କଥା କେତେବେଳେ ଯଦି କାହାର ଦରକାର ପଡ଼ିବ ତ ସେ ନିଜେ ତାହା ଖୋଜି ବାହାର କରିବ । କିନ୍ତୁ ମୁଁ ଏବେ ଏବେର ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ଚାହେଁ ଏବଂ ତାହା ବି ୨୦୨୩ ମସିହାର କଥା । ୨୦୨୩ ମସିହାର ୭୫ ଦିନ ମାତ୍ର ହୋଇଛି । ମୁଁ ଏହି ୭୫ ଦିନର ହିଁ କଥା ଆଜି ଏଠାରେ କରିବାକୁ ଚାହେଁ । ଏହି ୭୫ ଦିନରେ ଦେଶର ଐତିହାସିକ ଗ୍ରୀନ ବଜେଟ ଉପସ୍ଥାପତି ହୋଇଛି । ଏହି ୭୫ ଦିନ ଭିତରେ କର୍ଣ୍ଣାଟକର ଶିବମୋଗାରେ ବିମାନ ବନ୍ଦରର ଲୋକାର୍ପଣ କରାଯାଇଛି । ଏହି ୭୫ ଦିଗ ଭିତରେ ମୁମ୍ବାଇରେ ମେଟ୍ରୋ ରେଳର ଆଗାମୀ ଫେଜ୍ ଆରମ୍ଭ ହୋଇଛି । ଏହି ୭୫ ଦିନ ଭିତରେ ଦେଶରେ ବିଶ୍ୱର ସବୁଠାରୁ ଲମ୍ବା ରିଭର୍ କ୍ରୁଜ୍ ଚାଲିଛି । ବେଙ୍ଗାଲୁରୁ ମହୀଶୂର ଏକ୍ସପ୍ରେସ୍ର ଶୁଭାରମ୍ଭ କରାଯାଇଛି । ଆଇଆଇଟି ଧରୱାଡର ସ୍ଥାୟୀ କ୍ୟାମ୍ପସ୍ର ଲୋକାର୍ପଣ କରାଯାଇଛି । ଭାରତ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହର ୨୧ଗୋଟି ଦ୍ୱୀପକୁ ପରମବୀର ଚକ୍ର ବିଜେତାମାନଙ୍କ ନାମରେ ନାମକରଣ କରିଛି ।

ସାଥୀଗଣ,

ଏହି ୭୫ ଦିନ ଭିତରେ ହିଁ ଭାରତ ପେଟ୍ରୋଲ୍ରେ ୨୦ ପ୍ରତିଶତ ଇଥାନୋଲ ବ୍ଲେଣ୍ଡିଂ କରି ଇ୨୦ ଇନ୍ଧନର ଶୁଭାରମ୍ଭ କରିଛି । ଏହି ୭୫ ଦିଗ ଭିତରେ ହିଁ ତୁମରୁକ ଠାରେ ଏସିଆର ସର୍ବ ବୃହତ୍ ଆଧୁନିକ ହେଲିକପ୍ଟର ଫ୍ୟାକ୍ଟ୍ରିର ଲୋକାର୍ପଣ କରାଯାଇଛି । ଏୟାର ଇଣ୍ଡିଆ ବିଶ୍ୱର ସର୍ବଠରୁ ବଡ଼ ବିମାନ ଅର୍ଡର ଦେଇଛି । ଏହି ୭୫ ଦିନ ଭିତରେ ଭାରତ ଇ-ସଞ୍ଜିବନୀ ମାଧ୍ୟମରେ ୧୦ କୋଟି ଟେଲି- କନସଲଟେସନ୍ର ଲକ୍ଷ୍ୟ ହାସଲ କରିଛି । ଏହି ୭୫ ଦିନ ଭିତରେ ହିଁ ଭାରତ ୮ କୋଟି ନୂତନ ଟ୍ୟାପ୍ ଜଳ ସଂଯୋଗ ଯୋଗାଇବାର ଲକ୍ଷ୍ୟ ହାସଲ କରିଛି । ଏହି ୭୫ ଦିନ ଭିତରେ ହିଁ ଉତ୍ତର ପ୍ରଦେଶ- ଉତ୍ତରାଖଣ୍ଡରେ ରେଳ ନେଟୱାର୍କର ୧୦୦ ପ୍ରତିଶତ ବିଜୁଳିକୁଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ସାଥୀଗଣ,

ଏହି ୭୫ ଦିନ ମଧ୍ୟରେ କୁନେ ରାଷ୍ଟ୍ରୀୟ ପାର୍କରେ ୧୨ଟି ଚିତାଙ୍କର ଏକ ନୂଆ ଦଫା ଛଡ଼ାଯାଇଛି । ଭାରତୀୟ ମହିଳା ଟିମ୍ ଅଣ୍ଡର- ୧୯ କ୍ରିକେଟ୍ ଟି-୨୦ ବିଶ୍ୱ କପ୍ ଜିଣିଛନ୍ତି । ଏହି ୭୫ ଦିଗ ଭିତରେ ଦେଶକୁ ୨ଟି ଓସ୍କାର ପୁରସ୍କାର ମିଳିବାର ଆନନ୍ଦ ପ୍ରାପ୍ତ ହୋଇଛି ।

ସାଥୀଗଣ,

ଏହି ୭୫ ଦିନ ଭିତରେ ହଜାର ହଜାର ବିଦେଶୀ କୂଟନୈତିକ ଏବଂ ବିଭିନ୍ନ ସଂସ୍ଥାମାନଙ୍କର ପ୍ରତିନିଧିମାନେ ଜି-୨୦ର ବୈଠକରେ ଯୋଗ ଦେବା ନିମନ୍ତେ ଭାରତ ଆସିଛନ୍ତି । ଏହି ୭୫ ଦିନ ଭିତରେ ଜି-୨୦ର ୨୮ ଗୋଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ଅର୍ଥାତ୍ ପ୍ରତି ତିନିଦିନରେ ଗୋଟିଏ ଲେଖାଏଁ ବୈଠକ । ଏହି ଅବଧି ମଧ୍ୟରେ ଶକ୍ତି ସମ୍ମିଳନୀ, ଆଜି ହିଁ ବୈଶ୍ୱିକ ମିଲେଟ୍ସ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଆମେ ଦେଖିଛୁ, ବେଙ୍ଗାଲୁରୁରେ ଅନୁଷ୍ଠିତ ଏରୋ- ଇଣ୍ଡିଆରେ ସାମିଲ ହେବା ନିମନ୍ତେ ୧୦୦ରୁ ଅଧିକ ଦେଶ ଭାରତ ଆସିଥିଲେ । ଏହି ୭୫ ଦିନ ଭିତରେ ହିଁ ସିଙ୍ଗାପୁର ସହିତ ୟୁପିଆଇ ସଂଯୋଗର ଶୁଭାରମ୍ଭ ହୋଇଛି । ଏହି ୭୫ ଦିନରେ ହିଁ ତୁର୍କିଏର ସହାୟତା କରିବା ନିମନ୍ତେ ଭାରତ “ଅପରେସନ୍ ଦୋସ୍ତ” ଚଳାଇଥିଲା । ବର୍ତ୍ତମାନ ଠାରୁ ମାତ୍ର କିଛି ଘଣ୍ଟା ପୂର୍ବରୁ ଭାରତ- ବାଂଲାଦେଶ ଗ୍ୟାସ୍ ପାଇପ୍ ଲାଇନ୍ର ଲୋକାର୍ପଣ କରାଯାଇଛି । ଏହି ୭୫ ଦିନ ଭିତରେ ସଂପାଦିତ କାର୍ଯ୍ୟର ତାଲିକା ଏତେ ଲମ୍ବା ଯେ ତାହା କହିଲା ବେଳେ ସମୟ କମ୍ ପଡ଼ିଯିବ । ଏବଂ ମୁଁ ୭୫ ଦିନର କିଛି କଥା ଏଇଥିପାଇଁ ଦେଖାଉଛି ଯାହା ଫଳରେ ଇଣ୍ଡିଆ ମୁମେଣ୍ଟ୍କୁ ହିଁ ତାହା ପ୍ରତିଫଳନ କରୁଛି ।

ସାଥୀଗଣ,

ଆଜି ଦେଶ ଗୋଟିଏ ପଟେ ସଡ଼କ- ରେଳବାଇ, ବନ୍ଦର- ବିମାନ ବନ୍ଦର ଭଳି ଫିଜିକାଲ୍ ଇନଫ୍ରାଷ୍ଟ୍ରକଚର ପ୍ରସ୍ତୁତ କରୁଛି । ଅନ୍ୟ ପକ୍ଷରେ ଭାରତୀୟ ସଂସ୍କୃତି ଏବଂ ସଫ୍ଟ ପାୱାର ନିମନ୍ତେ ମଧ୍ୟ ବିଶ୍ୱରେ ଅଭୂତପୂର୍ବ ଆକର୍ଷଣ ସୃଷ୍ଟି ହୋଇଛି । ଆଜି ଯୋଗ ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇସାରିଛି । ଆଜି ଆୟୁର୍ବେଦକୁ ନେଇ ଉତ୍ସାହ ବୃଦ୍ଧି ପାଇଛି, ଭାରତର ଖାଦ୍ୟପେୟକୁ ନେଇ ଉତ୍ସାହ ବଢ଼ିଛି । ଆଜି ଭାରତୀୟ ଚଳଚ୍ଚିତ୍ର, ଭାରତୀୟ ସଙ୍ଗୀତ, ନୂତନ ଶକ୍ତିର ସହିତ ଲୋକମାନଙ୍କୁ ଅଧିକ ଉତ୍ସାହିତ କରୁଛି । ଆମର ମିଲେଟ୍ସ – ଶ୍ରୀଅନ୍ନ ସମଗ୍ର ବିା୍ବରେ ପହଞ୍ଚôବାରେ ଲାଗିଛି । ପ୍ରସଙ୍ଗ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନର ହୋଇଥାଉ କିମ୍ବା ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ସଂଗଠନର ହୋଇଥାଉ, ଆଜି ଏହି କଥାକୁ ସମସ୍ତେ ଉପଲବ୍ଧô କରୁଛନ୍ତି ଯେ ଭାରତର ଚିନ୍ତାଧାର ଏବଂ ଭାରତର ସାମର୍ଥ୍ୟ, ବୈଶ୍ୱିକ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ । ସେଇଥିପାଇଁ ଆଜି ବିଶ୍ୱ କହୁଛି – ଏହା ହେଉଛି ଭାରତର ମୁହୂର୍ତ୍ତ ।

ଏବଂ ଆପଣମାନେ ସମସ୍ତେ ଏବେ ଆଉ ଗୋଟିଏ କଥା ମଧ୍ୟ ଶୁଣିବାକୁ ପାଉଥିବେ । ଏହା ସମସ୍ତଙ୍କ ମନରେ ମଲ୍ଟିପ୍ଲାୟର ଇଫେକ୍ଟ ହେଉଛି । ଗୋଟିଏ ଛୋଟ କଥା ପ୍ରତି ମୁଁ ଆପଣମାନଙ୍କ ଧ୍ୟାନ ଆକର୍ଷିତ କରିବାକୁ ଚାହୁଁଛି । ଆଜିକାଲି ଅଧିକତର ଦେଶବାସୀଙ୍କ ସହିତ ଯେତେବେଳେ ମୋର ସାକ୍ଷାତ ହେଉଛି, ଆପଣମାନେ ଗୋଟିଏ କଥା ଅବଶ୍ୟ ଲକ୍ଷ୍ୟ କରିଥିବେ ଯେତେବେଳେ କୌଣସି ବିଦେଶର ଲୋକ ମୋତେ ଭେଟୁଛନ୍ତି କିମ୍ବା ସେମାନେ ଭାରତ ଆସୁଛନ୍ତି କିମ୍ବା ଭାରତର କୌଣସି ବ୍ୟକ୍ତି ଅନ୍ୟ କୌଣସି ଦେଶକୁ ଯାଉଛନ୍ତି, ଆପଣମାନେ ଏକଥା ଅବଶ୍ୟ ଲକ୍ଷ୍ୟ କରିଥିବେ ସେଠାରେ ଭାରତରୁ ଚୋରୀ କରି ନିଆଯାଇଥିବା ପ୍ରାଚୀନ ମୂର୍ତ୍ତିମାନ ରହିଛି । ସେମାନେ ଆପେ ସେସବୁକୁ ଆମକୁ ହସ୍ତାନ୍ତର କରୁଛନ୍ତି । ନେଇ ଯାଆନ୍ତୁ । କାରଣ, ଏବେ ସେମାନଙ୍କର ଭରସା ହୋଇଛି ଯେ ସେସବୁର ସମ୍ମାନ ଏଠାରେ ସମ୍ଭବପର । ଏହାକୁ ତ କହନ୍ତି ଭାରତର ସମୟ ।

ଏବଂ ବନ୍ଧୁଗଣ, ଏସବୁ କଥା ଏମିତିରେ ହେଉନାହିଁ । ଆଜିର ଇଣ୍ଡିଆ ମୁମେଣ୍ଟ୍ର ସବୁଠାରୁ ବିଶେଷ କଥା ଏହା ଯେ ଆଜି ଆମେ ପ୍ରତିବଦ୍ଧତାର ସହିତ ଏହାକୁ କାର୍ଯ୍ୟରେ ସାକାର କରିବା ପାଇଁ ମଧ୍ୟ ଲାଗିପଡ଼ିଛୁ । ଏଠାରେ ଏତେସବୁ ବରିଷ୍ଠ ଜନ ବିରାଜମାନ କରିଛନ୍ତି । ଆପଣମାନେ ୨୦୧୪ ମସିହା ପୂର୍ବରୁ ତ ହେଡଲାଇନ୍ସ ଅବଶ୍ୟ ଲେଖିଥିବେ, ପଢ଼ିଥିବେ । ରିପୋର୍ଟ କରିଥିବେ । ଏବଂ ସେତେବେଳେ ମୋ ଭଳି ଦୋକାନ ଚଳାଉଥିବା କେହି ନଥିଲେ । ପୂର୍ବରୁ କି ପ୍ରକାର ହେଡଲାଇନ୍ସ ଲେଖା ଯାଉଥିଲା? ଏ କ୍ଷେତ୍ରରେ ଏଥ ଲକ୍ଷ କୋଟି ଟଙ୍କାର ହେରଫେର । ଭ୍ରଷ୍ଟାଚାର ବିରୁଦ୍ଧରେ ଜନତା ରାଜରାସ୍ତାକୁ ଓହ୍ଲାଇ ଆସୁଥିଲେ । ଆଜି କି ପ୍ରକାର ହେଡଲାଇନ ହେଉଛି? ଭ୍ରଷ୍ଟାଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାରଣରୁ ଭୟଭୀତ ଭ୍ରଷ୍ଟାଚାରୀ ତାତିଲେ, ସଡ଼କକୁ ଓହ୍ଲାଇଲେ । ଆପଣମାନେ ତ ଘୋଟାଲା ଖବରମାନଙ୍କୁ ଦେଖାଇ ଦେଖାଇ ଏତେ ଟିଆରପି ସଂଗ୍ରହ କରିଛନ୍ତି । ଏବେ ଆପଣମାନଙ୍କ ପାଖରେ ଗୋଟିଏ ସୁଯୋଗ ଅଛି, ଭ୍ରଷ୍ଟାଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଦେଖାଇ ଟିଆରପି ବଢ଼ାନ୍ତୁ । କାହାରି ଚାପରେ ଆସନ୍ତୁନାହିଁ, ବାଲାନ୍ସିଂ ଚକ୍କରରେ ଏଭଳି ମଉକାକୁ ହାତଛଡ଼ା କରନ୍ତୁନାହିଁ । 

ସାଥୀଗଣ,

ପୂର୍ବରୁ ସହରମାନଙ୍କରେ ବୋମାମାଡ଼ର ହେଡଲାଇନମାନ ହେଉଥିଲା, ନକ୍ସଲୀ କାଣ୍ଡର ହେଡଲାଇନ ହେଉଥିଲା । ଆଜି ଶାନ୍ତି ଏବଂ ସମୃଦ୍ଧିର ଖବର ଅଧିକ ମାତ୍ରାରେ ଅୋସୁଛି । ପୂର୍ବରୁ ପରିବେଶ ନାମରେ ବଡ଼ ବଡ଼ ଭିତ୍ତିଭୂମି ପ୍ରକଳ୍ପମାନ ରୋକିଯିବାର ଖବରମାନ ଆସୁଥିଲା । ଆଜି ପର୍ଯ୍ୟାବରଣ ସହିତ ଜଡ଼ିତ ସକାରାତ୍ମକ ଖବର ସହିତ ନୂତନ ରାଜମାର୍ଗ, ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବାର ଖବର ଆସୁଛି । ପୂର୍ବରୁ ଟ୍ରେନ୍ଗୁଡ଼ିକର ଦୁଃଖଦ ଦୁର୍ଘଟଣା ଖବର ସାଧାରଣ ଘଟଣାରେ ପରିଣତ ହୋଇଥିଲା । ଆଜି ଅତ୍ୟାଧୁନିକ ଟ୍ରେନ୍ମାନଙ୍କର ଶୁଭାରମ୍ଭ ହେଡ଼ଲାଇନ ହୋଇପାରିଛି । ପୂର୍ବରୁ ଏୟାର ଇଣ୍ଡିଆର ଦୁର୍ନୀତିର, ଦୁର୍ଦ୍ଦଶାର ଆଲୋଚନା କରାଯାଉଥିଲା । ଆଜି ବିଶ୍ୱର ସବୁଠାରୁ ବଡ଼ ଏୟାରକ୍ରାଫ୍ଟ ଡିଲ୍ର ଖବର ସାରା ବିଶ୍ୱରେ ହେଡଲାଇନ୍ ହୋଇଛି । ପ୍ରମିଜ୍ ଏବଂ ପରଫର୍ମାନ୍ସର ଏହି ପରିବର୍ତ୍ତନ ତ ଇଣ୍ଡିଆ ମୁମେଣ୍ଟକୁ ନେଇ ଆସିଛି ।

ଏମିତିରେ ତ ସାଥୀଗଣ, ଯେତେବେଳେ ଦେଶ ଆତ୍ମ ବିଶ୍ୱାସରେ ଭରି ଉଠିଛି- ସଂକଳ୍ପରେ ଭରି ଉଠିଛି, ବିଦେଶରେ ମଧ୍ୟ, ବିଶ୍ୱବ୍ୟାପୀ ବିଦ୍ୱାନ୍ଗଣ ମଧ୍ୟ ଭାରତକୁ ନେଇ ଆଶାବାନ ହୋଇଛନ୍ତି । ପୁଣି ଅନେକଙ୍କ ତୁଣ୍ଡରୁ ନିରାଶାର ବାଣୀ, ହତାଶାର ବାଣୀ, ଭାରତକୁ ନୀଚ ଦେଖାଇବାର ଭାବନା, ଭାରତର ମନୋବଳକୁ ଭାଙ୍ଗିବାର କଥା ମଧ୍ୟ ଶୁଣିବାକୁ ମିଳୁଛି । ଆମେ ଜାଣୁ ଯେ କାହାରି କଥାରେ କାହାର କାହାର ଶୁଭ ମଧ୍ୟ ହୋଇନଥାଏ କିମ୍ବା କପାଳରେ କଳାଟିକା ଲଗାଇବାର ପରମ୍ପରା ରହିଥାଏ । ତେଣୁ ଆଜି ଯେତେବେଳେ ଏତେସବୁ କଥା ଶୁଭ ହୋଇଚାଲିଛି, ଏତେ ଏତେ ଶୁଭ ହୋଇଚାଲିଛି ସେତେବେଳେ କିଛି ଲୋକ ମୁହଁରେ କଳାଟିକା ନେବାର ଦାୟିତ୍ୱ ନେଇଛନ୍ତି ଏବଂ ତାହା ଏଇଥିପାଇଁ ଯେ କାହାରି ଦୃଷ୍ଟି ଯେପରି ଲାଗି ନଯାଏ । 

ସାଥୀଗଣ,

ଦାସତ୍ୱର ଦୀର୍ଘ କାଳଖଣ୍ଡକୁ ଅତିକ୍ରମ କରି କରି ଆମେ ଦାରିଦ୍ର୍ୟର ଏକ ଦୀର୍ଘ କାଳ ମଧ୍ୟ ଅତିକ୍ରମ କରିଛେ । ଏହି କାଳଖଣ୍ଡ ଯେତେ ଦୀର୍ଘ ହୋଇଥାଉ ପଛେ, ଗୋଟିଏ କଥା ସଦାବେଳେ ଶାଶ୍ୱତ ରହିଆସିଛି । ଭାରତର ଗରିବ, ଖୁବ୍ ଶୀଘ୍ର ଦାରିଦ୍ର୍ୟରୁ ମୁକ୍ତ ହେବାକୁ ଚାହାନ୍ତି । ଆଜି ସୁଦ୍ଧା ସେମାନେ ସାରା ଦିନ କଠିନ ପରିଶ୍ରମ କରୁଛନ୍ତି । ସେମାନେ ଏହା ଚାହାନ୍ତି ଯେ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସୁ, ସେମାନଙ୍କର ଆଗାମୀ ପିଢ଼ିମାନଙ୍କ ଜୀବନ ବଦଳୁ । ସେମାନେ କେବଳ ଦି’ବେଳା ଖାଦ୍ୟ ଯୋଗାଡ଼ କରିବା ଭିତରେ ସୀମିତ ରହି ନଯାଆନ୍ତୁ, ସେକଥା ସେମାନେ ଚାହାନ୍ତି ନାହିଁ ।

ବିଗତ ଦଶନ୍ଧିମାନଙ୍କରେ ଯେଉଁସବୁ ସରକାର ରହିଥିଲେ, ସେମାନେ ନିଜ ନିଜ ସାମର୍ଥ୍ୟ ଏବଂ ଚିନ୍ତାଧାରା ଅନୁସାରେ ଏହି ଦିଗରେ ପ୍ରୟାସ ମଧ୍ୟ କରିଛନ୍ତି । ସେମାନଙ୍କର ପ୍ରୟାସ ହିସାବରେ ସେହିସବୁ ସରକାରମାନଙ୍କୁ ପରିଣାମ ମଧ୍ୟ ମିଳିଛି । ଆମେ ନୂଆ ପରିଣାମ ଚାହିଁଥିଲୁ । ତେଣୁ ଆମେ ନିଜର ବେଗ ବଢ଼ାଇଥିଲୁ ଏବଂ ସ୍କେଲ୍ ମଧ୍ୟ ବଢ଼ାଇଲୁ । ଏବେ ଯେମିତି ଶୌଚାଳୟ ତ ପୂର୍ବରୁ ମଧ୍ୟ ନିର୍ମାଣ କରାଯାଉଥିଲା । କିନ୍ତୁ ଆମେ ରେକର୍ଡ ସ୍ପିଡ୍ରେ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କଲୁ । ବ୍ୟାଙ୍କ୍ ତ ଦେଶରେ ପୂର୍ବରୁ ଥିଲା ଏବଂ ଗରିବ ଲୋକମାନଙ୍କ ନାମରେ ହିଁ ତ ବ୍ୟାଙ୍କ୍ଗୁଡ଼ିକର ରାଷ୍ଟ୍ରୀୟକରଣ ମଧ୍ୟ କରାଯାଇଥିଲା । କିନ୍ତୁ ଆମେ ଏବଂ ଏବେ ଅରୁଣଜୀ ବିସ୍ତାରିତ ଭାବେ ଏହି କଥା କହୁଥିଲେ, ଆମେ ଦ୍ରୁତ ଗତିରେ ୪୮ କୋଟି ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହିତ ଯୋଡ଼ିଲୁ । ଗରିବ ଲୋକମାନଙ୍କ ଲାଗି ବାସଗୃହ ଯୋଜନା ମଧ୍ୟ ପୂର୍ବରୁ ଥିଲା । ସେହିସବୁ ଯୋଜନାଗୁଡ଼ିକର ସ୍ଥିତି କ’ଣ ଥିଲା, ସେକଥା ଆପଣମାନଙ୍କୁ ଭଲଭାବେ ଜଣା ଅଛି । ଆମ ସରକାର ତାହାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବଦଳାଇଦେଲା । ଏବେ ଗରିବ ଲୋକମାନଙ୍କ ଘରକୁ ସିଧା ସଳଖ ସେମାନଙ୍କ ବ୍ୟାଙ୍କ୍ ଜମାଖାତା ଜରିଆରେ ପଠାଯାଉଛି । ଏବେ ବାସଗୃହ ନିର୍ମାଣର ସମଗ୍ର ପ୍ରକ୍ରିୟାକୁ ନିରବଚ୍ଛିନ୍ନ ଭାବେ ମନିଟରିଂ କରାଯାଉଛି । ଏବଂ ମାଲିକାନା ପରିଚାଳିତ ଯୋଜନାକୁ ନେଇ ଆମେ ଆଗକୁ ଅଗ୍ରସର ହେଉଛୁ । ଏବଂ ଯେତେବେଳେ ତାହା ମାଲିକାନା ପରିଚାଳିତ ହେଉଛି ତ ସେଥିରେ ଘୋଟାଲା ହେଉନାହିଁ, ସେତେବେଳେ ଉତ୍ତମ ମାନର ବାସଗୃହ ନିର୍ମାଣ ପାଇଁ ହିତାଧିକାରୀ ଚାହୁଁଛି ।

ଆମେ ବିଗତ ୯ ବର୍ଷ ଭିତରେ ୩ କୋଟିରୁ ଅଧିକ ବାସଗୃହ ନିର୍ମାଣ କରି ଗରିବ ଲୋକମାନଙ୍କୁ ହସ୍ତାନ୍ତର କରିଛୁ । ଅର୍ଥାତ୍, ବିଶ୍ୱରେ ଏଭଳି ଅନେକ ଦେଶ ଅଛନ୍ତି, ଯାହା ସହ ତୁଳନା କଲେ ଯେପରି ଆମେ ସାରା ଦେଶରେ ନୂଆ ବାସଗୃହ ନିର୍ମାଣ କରିଛୁ । ଆମର ଏଠାରେ ଅଧିକାଂଶ ସମୟରେ ମହିଳାମାନଙ୍କରେ ସମ୍ପତ୍ତି କରାଯାଉ ନଥିଲା । ଦୋକାନ କିଣାଯାଉଥିଲା ପୁରୁଷଙ୍କ ନାମରେ । ଗାଡ଼ି କିଣାଯାଉଥିଲା ପୁରୁଷଙ୍କ ନାମରେ । ଜମି କିଣାଯାଉଥିଲା, ପୁରୁଷଙ୍କ ନାମରେ । କିନ୍ତୁ ଆମ ସରକାର ଯେଉଁସବୁ ବାସଗୃହ ନିର୍ମାଣ କରି ଗରିବ ଲୋକମାନଙ୍କୁ ପ୍ରଦାନ କରିଛି, ସେଥିରୁ ପାଖାପାଖି ଅଢ଼େଇ କୋଟି ଘର, ଯୁଗ୍ମ ମାଲିକାନାରେ ରହିଛି । ସେଥିରୁ ମହିଳାମାନଙ୍କର ମଧ୍ୟ ମାଲିକାନା ରହିଛି । ଏବେ ଆପଣମାନେ ଚିନ୍ତାକରି ଦେଖନ୍ତୁ, ଗରିବ ମହିଳାମାନେ ଯେତେବେଳେ ନିଜକୁ ସଶକ୍ତ ଅନୁଭବ କରିବେ, ସେତେବେଳେ ଭାରତର ସମୟ ଆସିବ କି ନାହିଁ? 

ଦେଶରେ ଏହିଭଳି କେତେ କେତେ ପରିବର୍ତ୍ତନ ଘଟିଛି ଯାହା ଇଣ୍ଡିଆ ମୁମେଣ୍ଟକୁ ଆଣିଛି । ସେଥି ମଧ୍ୟରୁ କିଛି ପରିବର୍ତ୍ତନ ଉପରେ ଆଲୋଚନା ତ ଗଣମାଧ୍ୟମ ସୁଦ୍ଧା କରୁନାହିଁ । ଆପଣମାନଙ୍କୁ କ’ଣ ଏକଥା ଜଣାଅଛି ଯେ ସମଗ୍ର ବିଶ୍ୱର ସବୁଠାରୁ ଗୋଟିଏ ବିରାଟ ଚାଲେଞ୍ଜ ସମ୍ପତ୍ତି ଅଧିକାରକୁ ନେଇ ରହିଛି । ବିଶ୍ୱ ବ୍ୟାଙ୍କ୍ର ରିପୋର୍ଟ ଅନୁସାରେ ବିଶ୍ୱରେ କେବଳ ୩୦ ପ୍ରତିଶତ ଲୋକଙ୍କ ନିକଟରେ ସେମାନଙ୍କର ସମ୍ପତ୍ତିର ଆଇନଗତ ପଂଜୀକୃତ ଟାଇଟଲ ରହିଛି । ଅର୍ଥାତ୍, ପୃଥିବୀରେ ୭୦ ପ୍ରତିଶତ ଲୋକଙ୍କ ପାଖରେ ସେମାନଙ୍କର ସମ୍ପତ୍ତିର ଆଇନଗତ ନଥି ନାହିଁ ।

ସମ୍ପତ୍ତିର ଅଧିକାର ନ ହେବା, ବୈଶ୍ୱିକ ବିକାଶ ଆଗରେ ବହୁତ ବଡ଼ ଅବରୋଧ ବୋଲି ବିବେଚନା କରାଯାଉଛି । ବିଶ୍ୱର ଅନେକ ବିକଶିତ ଦେଶରେ ସୁଦ୍ଧା ଏହି ଚାଲେଞ୍ଜ ରହିଛି ଏବଂ ସେମାନେ ତାହା ସହ ଲଢ଼ୁଛନ୍ତି । କିନ୍ତୁ ଆଜିର ଭାରତ, ଏଥିରେ ମଧ୍ୟ ଅଗ୍ରଣୀ ରହିଛି, ନେତୃତ୍ୱ ନେଉଛି । ଗତ ଦୁଇ- ଅଢ଼େଇ ବର୍ଷ ଭିତରେ ଭାରତରେ ପିଏମ – ସ୍ୱାମୀତ୍ୱ ଯୋଜନା କାର୍ଯ୍ୟକାରୀ ହେଉଛି । ଟେକ୍ନୋଲୋଜିର ଭରପୂର ଉପଯୋଗ ହେଉଛି । ଭାରତର ଗ୍ରାମଗୁଡ଼ିକରେ, ଡ୍ରୋନ୍ ଟେକ୍ନୋଲୋଜି ସହାୟତାରେ ଭୂମିର ମ୍ୟାପିଂ କରାଯାଉଛି । ଏପର୍ଯ୍ୟନ୍ତ ଭାରତର ଦୁଇ ଲକ୍ଷ ଚଉତିରିଶ ହଜାର ଗା୍ରମରେ ଡ୍ରୋନ୍ ସର୍ଭେ କାର୍ଯର୍୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଏକ କୋଟି ବାଇଶ ଲକ୍ଷ ଲୋକଙ୍କୁ ପ୍ରପର୍ଟି କାର୍ଡ ବଣ୍ଟା ଯାଇସାରିଛି । ଏହି ସମଗ୍ର ପ୍ରକ୍ରିୟାରୁ ଗୋଟିଏ ବଡ଼ ସୁଫଳ ମଧ୍ୟ ମିଳିଛି । ଗାଁ ଲୋକମାନଙ୍କ ମନରେ ଥିବା ଏହି ଭୟ ମଧ୍ୟ ଅନେକ ମାତ୍ରାରେ ହ୍ରାସ ପାଇଛି ଯେ ଯଦି ଗାଁରୁ ସେମାନେ କେତେବେଳେ ବାହାରକୁ ଯାଉଛନ୍ତି ତ ସେମାନଙ୍କର ଘର କି ଜମିଜମା ଉପରେ ଅନ୍ୟ କେହି କବ୍ଚା କରିନେବ!

ଏଭଳି କେତେ କେତେ ନିରବ ବିପ୍ଳବ ଆଜି ଭାରତରେ ଜାରି ରହିଛି ଏବଂ ଏହା ଇଣ୍ଡିଆ ମୁମେଣ୍ଟ୍ର ଆଧାରଶିଳାରେ ପରିଣତ ହୋଇସାରିଛି । ଆଉ ଗୋଟିଏ ଉଦାହରଣ ଦେଶର କୃଷକମାନଙ୍କୁ ମିଳୁଥିବା ସହାୟତାକୁ ନେଇ ମଧ୍ୟ । ପୂର୍ବରୁ ନିର୍ବାଚନକୁ ଦେଖି କୃଷକମାନଙ୍କୁ ଋଣ ଛାଡ଼ର ଘୋଷଣା କରାଯାଉଥିଲା । କିନ୍ତୁ କୋଟି କୋଟି କୃଷକଙ୍କ ପାଖରେ ସେତେବେଳେ ବ୍ୟାଙ୍କ୍ ଜମାଖାତା ନଥିଲା । ସେମାନେ ତ ଅନ୍ୟ ଉତ୍ସରୁ ଉଧାର କରଜ କରୁଥିଲେ । ସେମାନଙ୍କୁ ତ ଏଭଳି ଋଣ ଛାଡ଼ରୁ କିଛି ଫାଇଦା ମିଳୁନଥିଲା । ଆମେ ସେଭଳି ପରିସ୍ଥିତିକୁ ମଧ୍ୟ ବଦଳାଇ ଦେଇଛୁ । ପିଏମ କିଷାନ ସମ୍ମାନ ନିଧି ଦ୍ୱାରା ଏପର୍ଯ୍ୟନ୍ତ ପାଖାପାଖି ଅଢ଼େଇ ଲକ୍ଷ କୋଟି ଟଙ୍କା ସିଧା କୃଷକମାନଙ୍କ ବ୍ୟାଙ୍କ୍ ଜମାଖାତାକୁ ପଠାଯାଇ ସାରିଛି । ଏହାର ସୁଫଳ ଦେଶର ସେଇ ୧୧ କୋଟି ଛୋଟ ଛୋଟ କୃଷକମାନଙ୍କୁ ହୋଇଛି, ଯେଉଁମାନଙ୍କୁ ପୂର୍ବରୁ କେହି ପଚାରୁ ନଥିଲେ ।

ସାଥୀଗଣ,

ଯେକୌଣସି ଦେଶର ପ୍ରଗତିରେ, ନୀତି ନିର୍ଣ୍ଣୟରେ ସ୍ଥାଣୁତା, ଷ୍ଟାଗ୍ନେସନ, ଷ୍ଟାଟସ୍ କୋ ଗୋଟିଏ ବହୁତ ବଡ଼ ବାଧା ଭାବେ ବିବେଚିତ ହୋଇଥାଏ । ଆମ ଦେଶରେ ମଧ୍ୟ ସେହିଭଳି ପୁରୁଣା ଚିନ୍ତାଧାରା ଓ କାର୍ଯ୍ୟପନ୍ଥା କାରଣରୁ କିଛି ପରିବାରଙ୍କ ସୀମିତ ଓ ସଂକୁଚିତ ଚିନ୍ତାଧାରା କାରଣରୁ, ଦୀର୍ଘ ସମୟ ଧରି ଏଭଳି ସ୍ଥାଣୁତା ଲାଗି ରହିଥିଲା । ଦେଶକୁ ଆଗକୁ ବଢ଼ାଇବାକୁ ପଡ଼ିବ ତ ସେଥିପାଇଁ ଦେଶକୁ ସଦାବେଳେ ଗତିଶୀଳ ରଖିବା ଜରୁରି । ଏଥିପାଇଁ ସାହସିକ ସିଦ୍ଧାନ୍ତ ଗ୍ରହଣ କରିବାର ଶକ୍ତି ପ୍ରଦର୍ଶନ କରିବା ଆବଶ୍ୟକ । ଦେଶକୁ ଆଗକୁ ବଢ଼ାଇବାକୁ ହେଲେ ଏଥିପାଇଁ ନୂତନତ୍ୱକୁ ସ୍ୱୀକାର କରିବାର ସାମର୍ଥ୍ୟ ରହିଥିବା ବାଂଛନୀୟ । ସେଥିରେ ପ୍ରଗତିଶୀଳ ମାନସିକତା ହେବା ଦରକାର । ଦେଶକୁ ଆଗକୁ ବଢ଼ାଇ ନେବାକୁ ହେଲେ ନିଜ ଦେଶବାସୀଙ୍କ କ୍ଷମତା ଉପରେ, ସେମାନଙ୍କର ପ୍ରତିଭା ଉପରେ ଭରସା କରିବା ଆବଶ୍ୟକ । ଏବଂ ସେସବୁ ଠାରୁ ବଡ଼ କଥାଟି ହେଲା, ଦେଶର ସଂକଳ୍ପ ଏବଂ ସ୍ୱପ୍ନ ଉପରେ ଦେଶର ଜନତାଙ୍କ ଆଶୀର୍ବାଦ ରହିଥିବା ଦରକାର, ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଜନତାଙ୍କ ସହଭାଗୀତା ରହିଥିବା ଜରୁରି । କେବଳ ସରକାର ଏବଂ କ୍ଷମତା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ଖୋଜିବାର ମାର୍ଗ, ଖୁବ୍ ସୀମିତ ଫଳ ପ୍ରଦାନ କରିଥାଏ । କିନ୍ତୁ ଯେତେବେଳେ ୧୩୦ କୋଟି ଦେଶବାସୀଙ୍କ ସାମର୍ଥ୍ୟ ଏହା ପଛରେ ଜୁଟିଯିବ, ଯେତେବେଳେ ସମସ୍ତଙ୍କ ପ୍ରୟାସକୁ ଉପଯୋଗ କରାଯିବ, ସେତେବେଳେ ପୁଣି ଦେଶ ସମ୍ମୁଖରେ ସମସ୍ୟା ବଡ଼ ହୋଇ ରହିବନାହିଁ । ସେଥିପାଇଁ ଦେଶର ଲୋକମାନଙ୍କୁ ସରକାର ଉପରେ ଭରସା ରଖିବା ସେତିକି ଜରୁରି ହୋଇପଡ଼ିବ । ମୁଁ ଖୁସି ଯେ ଆଜି ଦେଶବାସୀଙ୍କ ମନରେ ସେଭଳି ବିଶ୍ୱାସ ଜାଗ୍ରତ ହୋଇଛି ଯେ ସରକାର ସେମାନଙ୍କ ପ୍ରତି ସଚେତନ ଅଛନ୍ତି ।

ଏହାର ଆଉ ଗୋଟିଏ କାରଣ ମଧ୍ୟ ଅଛି ଯାହା ମୁଁ ଆପଣମାନଙ୍କୁ ସୂଚାଇବାକୁ ଚାହିଁବି । ଏବଂ ତାହା ହେଲା ଶାସନ ବ୍ୟବସ୍ଥାରେ ମାନବୀୟ ସ୍ପର୍ଶ, ସୁଶାସନରେ ସମ୍ବେଦନଶୀଳତା । ଆମେ ଶାସନକୁ ମାନବୀୟ ସ୍ପର୍ଶ ପ୍ରଦାନ କରୁଛି, ସେତେବେଳେ ଯାଇ ସେଥିରୁ ଏତେ ବଡ଼ ପ୍ରଭାବ ଦୃଶ୍ୟମାନ ହେଉଛି । ଆଜି ଯେପରି ଭାଇବ୍ରେଟ୍ ଭିଲେଜ୍ ଯୋଜନା । ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ଦେଶର ସୀମାବର୍ତ୍ତୀ କ୍ଷେତ୍ରରେ ଥିବା ଆମର ଗାଁମାନଙ୍କୁ କେବଳ ସୀମାନ୍ତ ଗାଁ ବୋଲି ବିବେଚନା କରାଯାଉଥିଲା । ଆମେ ସେମାନଙ୍କୁ ବିଶ୍ୱାସ ଦେଲୁ ଯେ ସେଗୁଡ଼ିକ ହେଉଛି ଦେଶର ପ୍ରଥମ ଗ୍ରାମ । ଆମେ ସେସବୁର ବିକାଶ ଉପରେ ପ୍ରାଥମିକତା ପ୍ରଦାନ କଲୁ । ଆଜି ସରକାରୀ ଅଧିକାରୀ, ମନ୍ତ୍ରୀ ସେହିସବୁ ଗାଁମାନଙ୍କୁ ଯାଉଛନ୍ତି । ସେଠାକାର ଲୋକମାନଙ୍କୁ ଭେଟୁଛନ୍ତି, ସେଠାରେ ଦୀର୍ଘ ସମୟ ମଧ୍ୟ ବିତାଉଛନ୍ତି ।

ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ଲୋକମାନଙ୍କୁ ମଧ୍ୟ ପୂର୍ବରୁ ମନରେ ଏବଂ ଦିଲ୍ଲୀଠାରୁ ଦୂରରେ ରଖାଯାଇଥିଲା । ଅେମେ ସେଠାକାର ଶାସନ ବ୍ୟବସ୍ଥାକୁ ମାନବୀୟ ସ୍ପର୍ଶ ପ୍ରଦାନ କଲୁ । ଏବେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ... ଯେପରିକି ଅରୁଣଜୀ ଅତି ବିସ୍ତାରିତ ଭାବେ ଏହାର ସୂଚନା ଦେଉଥିଲେ, ନିୟମିତ ଭାବେ ସେ ଉତ୍ତର ପୂର୍ବାଞ୍ଚଳ ଗସ୍ତ କରୁଛନ୍ତି । ଏବଂ ତାହା ପୁଣି କେବଳ ରାଜ୍ୟଗୁଡ଼ିକର ରାଜଧାନୀକୁ ନୁହେଁ, ଆଭ୍ୟନ୍ତରୀଣ ଅଞ୍ଚଳକୁ ଯାଉଛନ୍ତି । ମୁଁ ମଧ୍ୟ ଉତ୍ତର ପୂର୍ବାଞ୍ଚଳ ଗସ୍ତ କରିବାର ଅର୍ଦ୍ଧ ଶତକ ପୂରଣ କରିସାରିଛି ।

ସାଥୀଗଣ,

ଏଭଳି ସମ୍ବେଦନଶୀଳତା କେବଳ ଉତ୍ତର ପୂର୍ବାଞ୍ଚଳର ଦୂରତ୍ୱକୁ ହ୍ରାସ କରିଛି ଅପରନ୍ତୁ ସେଠାରେ ଶାନ୍ତି ସ୍ଥାପନ କରିବାରେ ମଧ୍ୟ ବିଶେଷ ସହାୟକ ହୋଇଛି । ଆପଣ ୟୁକ୍ରେନ୍ ସଂକଟ ଅବସରରେ ସରକାରଙ୍କ କାର୍ଯ୍ୟ ସଂସ୍କୃତିକୁ ମଧ୍ୟ ସ୍ମରଣ କରିବା ଉଚିତ । ଦେଶର ହଜାର ହଜାର ପରିବାର ଘୋର ଚିନ୍ତାରେ ଥିଲେ । ଆମେ ପାଖାପାଖି ୧୪ ହଜାର ପରିବାରଙ୍କ ସହିତ ସଂଯୋଗ ସ୍ଥାପନ କରିଥିଲୁ, ପ୍ରତି ଘରକୁ ଜଣେ ଜଣେ ସରକାରୀ ପ୍ରତିନିଧିଙ୍କୁ ପଠାଇଲୁ । ସେହିସବୁ ପରିବାରର ସଦସ୍ୟମାନଙ୍କ ସହିତ ସେମାନଙ୍କ ଘରେ ବସିଲୁ, ସରକାରୀ ପ୍ରତିନିଧି ହିସାବରେ ବସିଲୁ । ଆମେ ସେମାନଙ୍କର ଏଭଳି ସଂକଟର ଘଡ଼ିରେ ସେମାନଙ୍କୁ ବିଶ୍ୱାସ ପ୍ରଦାନ କଲୁ ଯେ ସରକାର ସେମାନଙ୍କ ସହିତ ଅଛନ୍ତି । ଆପଣମାନଙ୍କର ସ୍ମରଣ ଥିବ, ବେଳେବେଳେ ଏଭଳି ଘଟଣାକୁ ଏତେ ବଡ଼ କରିଦିଆଯାଏ ଯେ ଯେଉଁଠାରେ କାର୍ଯ୍ୟ କରିବାର ଅଛି ସେଠାରେ ସୁଦ୍ଧା ବାଟ ବନ୍ଦ୍ ହୋଇଯାଇଥାଏ । ଏବଂ ସେଇଥିପାଇଁ ଆମେ ପ୍ରଥମ କାମ ଭାବେ ଭାବିଲୁ ପ୍ରଥମେ ଯାଇ ସେହିସବୁ ପରିବାରଙ୍କ ପାଖରେ ବସିବୁ । ସେମାନଙ୍କ ସହିତ ନିୟମିତ ଭାବେ ସଂଯୋଗରେ ରହିବୁ । ଏବଂ ଏହି କାରଣରୁ ଦେଶରେ ସମସ୍ତେ ଆଶ୍ୱସ୍ତ ହୋଇଗଲେ । ଲୋକମାନଙ୍କ ମନରେ ବିଶ୍ୱାସ ଆସିଲାଯେ ସେମାନଙ୍କ ପିଲା ସେଠାରେ ଫସିରହିଛି, କିନ୍ତୁ ଏଭଳି ସ୍ଥିତିରେ ଆଜି ନୁହେଁ ତ କାଲି ଆସି ଘରେ ନିରାପଦରେ ପହଞ୍ଚôବ, କାଲି ନହେଲ ତା’ପର ଦିନ । ଆମେ ଏଭଳି ସ୍ଥିତି ସୃଷ୍ଟି କରିଥିଲୁ ।

ମାନବୀୟ ସଂବେଦନାରେ ଭରପୂର ଏଭଳି ଗଭର୍ଣ୍ଣାନ୍ସ ଦ୍ୱାରା ଇଣ୍ଡିଆ ମୁମେଣ୍ଟ୍କୁ ମଧ୍ୟ ଶକ୍ତି ମିଳୁଛି । ଆପଣ ଏଭଳି ଚିନ୍ତା କରିପାରନ୍ତି । ଯଦି ଗଭର୍ଣ୍ଣାନ୍ସରେ ଏହା ମାନବୀୟ ସ୍ପର୍ଶ ନଥାଆନ୍ତା, ତେମେ ଆମେ କରୋନା ବିରୁଦ୍ଧରେ ଏତେ ବଡ଼ ସଂଗ୍ରାମରେ କଦାପି ବିଜୟୀ ହୋଇପାରି ନଥାନ୍ତୁ ।

ସାଥୀଗଣ,

ଆଜି ଭାରତ ଯାହା କିଛି ହାସଲ କରିଚାଲିଛି ତାହା ପଛରେ ଆମର ଗଣତନ୍ତ୍ରର ଶକ୍ତି ରହିଛି, ଆମର ଅନୁଷ୍ଠାନର ଶକ୍ତି ରହିଛି । ବିଶ୍ୱ ଆତି ଦେଖୁଛି ଯେ ଆଜି ଭାରତରେ ଲୋକତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର, ନିର୍ଣ୍ଣାୟକ ସିଦ୍ଧାନ୍ତ ଗ୍ରହଣ କରୁଛି । ଏବା ଭାରତ ବିଶ୍ୱକୁ ପ୍ରଦର୍ଶିତ କରିଛି ଯେ ଗଣତନ୍ତ୍ର ହିଁ ଇପ୍ସିତ ସୁଫଳ ପ୍ରଦାନ କରିବ । ବିଗତ ବର୍ଷମାନଙ୍କରେ ଭାରତ ଅନେକ ନୂତନ ଅନୁଷ୍ଠାନ ସ୍ଥାପନ କରିଛି । ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଭାରତ ନେତୃତ୍ୱରେ ପ୍ରତିଷ୍ଠା କରାଯାଇଥିଲା । ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ସହଯୋଗ- ସିଡିଆରଆଇର ଗଠନ, ଭାରତ ନେତୃତ୍ୱରେ ହିଁ କରାଯାଇଥିଲା । ନୀତି ଆୟୋଗ ଆଜି ଭାରତର ଭବିଷ୍ୟତର ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି । ରାଷ୍ଟ୍ରୀୟ କମ୍ପାନୀ ଆଇନ ପ୍ରାଧିକରଣ (ଏନସିଏଲଟି) ଦେଶରେ କର୍ପୋରେଟ୍ ଗଭର୍ଣ୍ଣାନ୍ସକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜିଏସଟି ପରିଷଦ ଯୋଗୁ ଦେଶରେ ଆଧୁନିକ ଟିକସ ବ୍ୟବସ୍ଥା ପ୍ରଚଳନ କରାଯାଇପାରିଛି ।

ବିଶ୍ୱ ଆଜି ଦେଖୁଛି ଯେ ଭାରତ କିଭଳି ଭାବେ ଅଧିକରୁ ଅଧିକ ଲୋକଙ୍କୁ ଲୋକତାନ୍ତ୍ରିକ ଭାଗିଦାରୀରେ ସାମିଲ କରି ଆଗକୁ ଅଗ୍ରସର ହୋଇପାରୁଛି । ଦେଶରେ କରୋନା ସମୟରେ ଅନେକ ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେଲା, ସଫଳତା ପୂର୍ବକ ସେହି କାର୍ଯ୍ୟ ସଂପାଦନ କରାଯାଇପାରିଲା, ଏହା ଆମର ଆନୁଷ୍ଠାନିକ ଶକ୍ତିର ପରିଚୟ ପ୍ରଦାନ କରେ । ବୈଶ୍ୱିକ ସଂକଟ ସତ୍ତ୍ୱେ ଆଜି ଭାରତର ଅର୍ଥତନ୍ତ୍ର ମଜଭୁତ ରହିଛି, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ମଜଭୁତ ରହିଛି । ଏହା ଆମର ଆନୁଷ୍ଠାନିକ ଶକ୍ତିକୁ ସୂଚୀତ କରେ । ଆମେ ଦୂର ଦୂରାନ୍ତ ପର୍ଯ୍ୟନ୍ତ କରୋନାର ଟିକା ପହଞ୍ଚାଇପାରିଥିଲୁ, ୨୨୦ କୋଟିରୁ ଅଧିକ ଡୋଜ୍ ଟିକା ମଧ୍ୟ ପ୍ରଦାନ କରିଛୁ, ଏହାକୁ ମଧ୍ୟ ଆନୁଷ୍ଠାନିକ ଶକ୍ତି ବୋଲି ବିବେଚନା କରାଯାଇପାରେ । ମୋର ବିଶ୍ୱାସ ଯେ ଆମର ଗଣତନ୍ତ୍ର ଏବଂ ଆମର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଏହି କାରଣରୁ ଇପ୍ସିତ ସଫଳତା ମିଳିପାରୁଛି ଏବଂ ତାହା କିଛି ଲୋକଙ୍କୁ ବାଧୁଛି ଏବଂ ସେଥିପାଇଁ ସେମାନେ ଏହାକୁ ସମାଲୋଚନା ବି କରୁଛନ୍ତି । କିନ୍ତୁ ମୋର ବିଶ୍ୱାସ ଯେ ଏଭଳି ସମାଲୋଚନା ଭିତରେ ସୁଦ୍ଧା ଭାରତ, ନିଜର ଲକ୍ଷ୍ୟ ପଥରେ କ୍ଷିପ୍ର ଗତିରେ ଆଗକୁ ବଢ଼ିବ, ନିଜର ଲକ୍ଷ୍ୟକୁ ପ୍ରାପ୍ତ କରିବ ।

ସାଥୀଗଣ,

ଭାରତର ଭୂମିକା ଯେତେବେଳେ ବୈଶ୍ୱିକ ରୂପ ଧାରଣ କରୁଛି, ସେତେବେଳେ ଭାରତର ଗଣମାଧ୍ୟମକୁ ମଧ୍ୟ ନିଜର ଭୂମିକାକୁ ବୈଶ୍ୱିକ କରିବାକୁ ପଡ଼ିବ । ‘ସବକକା ପ୍ରୟାସ’ରୁ ହିଁ ‘ଇଣ୍ଡିଆ ମୁମେଣ୍ଟ୍’କୁ ଆମେ ସଶକ୍ତ କରିବାକୁ ପଡ଼ିବ । ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତର ଯାତ୍ରାକୁ ସଶକ୍ତ କରିବାକୁ ପଡ଼ିବ । ମୁଁ ପୁଣି ଥରେ ଅରୁଣଜୀଙ୍କୁ, ଇଣ୍ଡିଆ ଟୁଡେ ଗ୍ରୁପ୍କୁ, ମୋତେ ଏଠାକୁ ଆସିବାର ଅବସର ପ୍ରଦାନ କରିଥିବାରୁ, କହିବାର ସୁଯୋଗ ଦେଇଥିବାରୁ, ଏଥିପାଇଁ ଧନ୍ୟବାଦ ଅର୍ପଣ କରୁଛି । ଏବଂ ୨୦୨୪ର ନିମନ୍ତ୍ରଣର ଯେଉଁ ସାହସ ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ବିଶେଷ ଧନ୍ୟବାଦ ।

ଆପଣମାନଙ୍କୁ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire mishap in Delhi’s Shahdara district
May 03, 2026
PM announces ex-gratia from PMNRF

Prime Minister Shri Narendra Modi has expressed deep grief over the loss of lives due to a fire mishap in Delhi’s Shahdara district.

The Prime Minister extended his condolences to those who have lost their loved ones in this tragic mishap and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each of those who lost their lives, and the injured would be given Rs. 50,000.

The Prime Minister posted on X:

"The loss of lives due to a fire mishap in Delhi’s Shahdara district is extremely distressing. Condolences to those who have lost their loved ones. Praying for the speedy recovery of the injured.
An ex-gratia of Rs. 2 lakh from PMNRF would be given to the next of kin of each of those who lost their lives. The injured would be given Rs. 50,000: PM"