ଆଜିର ଏହି ଐତିହାସିକ କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶର ଦୃଷ୍ଟି ନିବିଦ୍ଧ ରହିଛି, ସମସ୍ତ ଦେଶବାସୀ ଏବେ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଛନ୍ତି । ଏହି ଐତିହାସିକ ମୁହୂର୍ତର ସାକ୍ଷୀ ପାଲଟୁଥିବା ସମସ୍ତ ଦେଶବାସୀଙ୍କୁ ମୁଁ ହୃଦୟରୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଏହି ଐତିହାସିକ ମୁହୂର୍ତରେ ମୋ ସହ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ହରଦୀପ ପୁରୀ ଜୀ, ଶ୍ରୀ ଜୀ କିଶନ ରେଡ୍ଡୀ ଜୀ, ଶ୍ରୀ ଅର୍ଜୁନ ରାମ ମେଘୱାଲ ଜୀ, ଶ୍ରୀମତି ମିନାକ୍ଷୀ ଲେଖି ଜୀ, ଶ୍ରୀ କୌଶଲ କିଶୋର ଜୀ, ଆଜି ମୋ ସହ ମଧ୍ୟ ମଂଚ ଉପରେ ଉପସ୍ଥିତ ଅଛନ୍ତି । ଦେଶର ଅନେକ ମାନ୍ୟଗଣ୍ୟ ଅତିଥି ଗଣ, ସେମାନେ ମଧ୍ୟ ଆଜି ଏଠାରେ ଉପସ୍ଥିତ ଅଛନ୍ତି ।
ବନ୍ଧୁଗଣ,
ସ୍ୱାଧୀନତାର ଅମୃତ ମହୋତ୍ସବରେ, ଦେଶକୁ ଆଜି ଏକ ନୂତନ ପ୍ରେରଣା ମିଳିଛି, ନୂତନ ଉର୍ଜା ପ୍ରାପ୍ତ ହୋଇଛି । ଆଜି ଆମେ ବିଗତ ଦିନକୁ ଛାଡି ଆଗାମୀ କାଲିର ଛବିରେ ନୂତନ ରଙ୍ଗ ଭରୁଛୁ । ଆଜି ଚତୁର୍ଦିଗରେ ଏଇ ଯେଉଁ ନୂତନ ଆଭା ଦୃଶ୍ୟମାନ ହେଉଛି, ତାହା ନବ ଭାରତର ଆତ୍ମବିଶ୍ୱାସର ଆଭା ଅଟେ । ଦାସତ୍ୱର ପ୍ରତୀକ କିଙ୍ଗସ୍ ୱେ ଅର୍ଥାତ୍ ରାଜପଥ, ଆଜିଠାରୁ ଇତିହାସର ବିଷୟ ପାଲଟି ଯାଇଛି, ଏହା ସବୁଦିନ ପାଇଁ ଲିଭି ଯାଇଛି । ଆଜି କର୍ତବ୍ୟ ପଥ ରୂପରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି । ମୁଁ ସମସ୍ତ ଦେଶବାସୀଙ୍କୁ ସ୍ୱାଧୀନତାର ଏହି ଅମୃତ କାଳରେ, ଦାସତ୍ୱର ଆଉ ଏକ ପ୍ରତୀକରୁ ମୁକ୍ତି ପାଇଁ ଅନେକ ଅନେକ ଧନ୍ୟବାଦ ଜଣାଉଛି ।
ବନ୍ଧୁଗଣ,
ଆଜି ଇଣ୍ଡିଆ ଗେଟ ନିକଟରେ ଆମର ରାଷ୍ଟ୍ରନାୟକ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ବିରାଟ ପ୍ରତିମୂର୍ତି ମଧ୍ୟ ସ୍ଥାପିତ ହୋଇଛି । ଦାସତ୍ୱ କାଳରେ ଏଠାରେ ବ୍ରିଟିଶ ଶାସନର ପ୍ରତିନିଧିଙ୍କ ପ୍ରତିମୂର୍ତି ରହିଥିଲା । ଆଜି ଦେଶ ସେହି ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତି ସ୍ଥାପନା କରି ଆଧୁନିକ ଏବଂ ସଶକ୍ତ ଭାରତର ପ୍ରାଣ ପ୍ରତିଷ୍ଠା ମଧ୍ୟ କରିଦେଇଛି । ପ୍ରକୃତରେ ଏହି ମୂହୁର୍ତ ଐତିହାସିକ ଅଟେ, ଏହି ସମୟ ଅଭୂତପୂର୍ବ ଅଟେ । ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଆମେ ଆଜିର ଏହି ଦିନ ଦେଖୁଛୁ, ଏହି ଦିନର ସାକ୍ଷୀ ପାଲଟୁଛୁ ।
ବନ୍ଧୁଗଣ,
ସୁଭାଷ ଚନ୍ଦ୍ର ବୋଷ ଏଭଳି ମହାମାନବ ଥିଲେ, ଯିଏ ପଦ ଏବଂ ସମ୍ବଳର ଆହ୍ୱାନରୁ ଉର୍ଦ୍ଧ୍ୱରେ ଥିଲେ । ତାଙ୍କର ଗ୍ରହଣୀୟତା ଏଭଳି ଥିଲା ଯେ, ସମଗ୍ର ବିଶ୍ୱ ତାଙ୍କୁ ନେତା ଭାବରେ ସ୍ୱୀକାର କରୁଥିଲା । ତାଙ୍କ ଭିତରେ ସାହସ ଥିଲା, ସ୍ୱାଭିମାନ ଥିଲା । ତାଙ୍କ ନିକଟରେ ବିଚାର ଥିଲା, ଦୂରଦୃଷ୍ଟି ଥିଲା । ତାଙ୍କ ନେତୃତ୍ୱର କ୍ଷମତା ଥିଲା, ନୀତି ଥିଲା । ନେତାଜୀ ସୁଭାଷ କହୁଥିଲେ - ଭାରତ ଏଭଳି ଦେଶ ନୁହେଁ ଯିଏ ନିଜ ଗୌରବମୟ ଇତିହାସକୁ ଭୁଲିଯିବ । ଭାରତର ଗୌରବମୟ ଇତିହାସ ପ୍ରତି ଭାରତୀୟଙ୍କ ରକ୍ତରେ ରହିଛି, ସେମାନଙ୍କ ପରମ୍ପରାରେ ରହିଛି । ନେତାଜୀ ସୁଭାଷ ଭାରତର ଐତିହ୍ୟକୁ ନେଇ ଗର୍ବ କରୁଥିଲେ ଏବଂ ଭାରତକୁ ଯଥାଶୀଘ୍ର ଆଧୁନିକ ମଧ୍ୟ କରିବାକୁ ଚାହୁଁଥିଲେ । ଯଦି ସ୍ୱାଧୀନତା ପରେ ଆମ ଭାରତ ସୁଭାଷ ବୋଷଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଚାଲିଥାଆନ୍ତା ତାହା ହେଲେ ଆଜି ଦେଶ କେତେ ଯେ ଶୀର୍ଷରେ ଥାଆନ୍ତା! କିନ୍ତୁ ଦୁର୍ଭାଗ୍ୟ ଯେ ସ୍ୱାଧୀନତା ପରେ ଆମର ଏହି ମହାନାୟକଙ୍କୁ ପାଶୋରି ଦିଆଗଲା । ତାଙ୍କ ବିଚାରଧାରାକୁ, ତାଙ୍କ ସହ ଜଡିତ ପ୍ରତୀକଗୁଡିକ ପର୍ଯ୍ୟନ୍ତ ଅଣଦେଖା କରାଗଲା । ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀର ଆୟୋଜନ ଅବସରରେ ମତେ କୋଲକାତାରେ ଥିବା ତାଙ୍କ ଘରକୁ ଯିବାର ସୌଭାଗ୍ୟ ମିିଳିଥିଲା । ନେତାଜୀଙ୍କ ସହିତ ଯୋଡି ହୋଇଥିବା ସେହି ସ୍ଥାନରେ ତାଙ୍କର ଯେଉଁ ଅସୀମ ଉର୍ଜା ଥିଲା, ମୁଁ ତାହା ଅନୁଭବ କରିଥିଲି । ଆଜି ଦେଶର ଏହା ପ୍ରୟାସ ହେଉଛି ଯେ ନେତାଜୀଙ୍କର ସେହି ଉର୍ଜା ଦେଶର ପଥ ପ୍ରଦର୍ଶନ କରୁ । କର୍ତବ୍ୟ ପଥରେ ନେତାଜୀଙ୍କ ପ୍ରତିମୂର୍ତି ଏହାର ମାଧ୍ୟମ ହେବ । ଦେଶର ନୀତି ଏବଂ ନିଷ୍ପତିରେ ସୁଭାଷ ବୋଷଙ୍କ ଛାପ ରହୁ, ଏହି ପ୍ରତିମୂର୍ତି ଏଥିପାଇଁ ପ୍ରେରଣାର ଉତ୍ସ ହେବ ।
ଭାଇ ଓ ଭଉଣୀମାନେ,
ଗତ ଆଠ ବର୍ଷ ମଧ୍ୟରେ ଆମେ ଗୋଟିଏ ପରେ ଗୋଟିଏ ଏଭଳି କେତେ ଯେ ନିଷ୍ପତି ନେଇଛୁ, ଯେଉଁଥିରେ ନେତାଜୀଙ୍କର ବହୁ ଆଦର୍ଶ ଏବଂ ଅନେକ ସ୍ୱପ୍ନର ଛାପ ରହିଛି । ନେତାଜୀ ସୁଭାଷ, ଅଖଣ୍ଡ ଭାରତର ପ୍ରଥମ ନେତା ଥିଲେ ଯିଏ କି ୧୯୪୭ ପୂର୍ବରୁ ମଧ୍ୟ ଆଣ୍ଡାମାନକୁ ସ୍ୱାଧୀନ କରି ତ୍ରିରଙ୍ଗା ଉଡାଇଥିଲେ । ସେ ସମୟରେ ସେ କଳ୍ପନା କରିଥିଲେ ଯେ ଲାଲ କିଲ୍ଲାର ପ୍ରାଚୀର ଉପରୁ ତ୍ରିରଙ୍ଗା ଉଡାଇବାର ଅନୂଭୁତି କିଭଳି ହେବ? ସେହି ଅନୁଭୂତିକୁ ମୁଁ ନିଜେ ସାକ୍ଷାତରେ ଅନୁଭବ କରିଛି, ଯେତେବେଳେ ଆଜାଦ ହିନ୍ଦ ସରକାରଙ୍କ ୭୫ ବର୍ଷ ପୂର୍ତି ଅବସରରେ ମତେ ଲାଲ କିଲ୍ଲାର ପ୍ରାଚୀର ଉପରୁ ତ୍ରିରଙ୍ଗା ଲହରାଇବାର ସୌଭାଗ୍ୟ ମିଳିିଲା । ଆମ ସରକାରଙ୍କ ପ୍ରୟାସରୁ ହିଁ ଲାଲକିଲ୍ଲାରେ ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜ ସହ ଜଡିତ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି ।
ବନ୍ଧୁଗଣ,
ମୁଁ ସେହି ଦିନକୁ ଭୁଲିପାରିବି ନାହିଁ ଯେତେବେଳେ ୨୦୧୯ ମସିହାରେ ସାଧାରଣତନ୍ତ୍ର ଦିବସ ପରେଡରେ ଆଜାଦ ହିନ୍ଦ ଫୌଜର ସୈନିକମାନେ ଭାଗ ମଧ୍ୟ ନେଇଥିଲେ । ବହୁ ଦଶନ୍ଧି ଧରି ସେମାନଙ୍କୁ ଏହି ସମ୍ମାନର ଅପେକ୍ଷା ଥିଲା । ଆଣ୍ଡାମାନରେ ଯେଉଁ ସ୍ଥାନରେ ନେତାଜୀ ତ୍ରିରଙ୍ଗା ଉଡାଇଥିଲେ ମତେ ସେଠାକୁ ମଧ୍ୟ ଯିବାର ସୁଯୋଗ ମିଳିଲା, ତ୍ରିରଙ୍ଗା ଉଡାଇବାର ସୌଭାଗ୍ୟ ପ୍ରାପ୍ତ ହେଲା । ସେହି ମୁହୂର୍ତ ପ୍ରତି ଦେଶବାସୀଙ୍କ ପାଇଁ ଗର୍ବର ମୁହୂର୍ତ ଥିଲା ।
ଭାଇ ଓ ଭଉଣୀମାନେ,
ଆଣ୍ଡାମାନର ସେହି ଦ୍ୱୀପ, ଯାହାକୁ ନେତାଜୀ ସର୍ବପ୍ରଥମେ ସ୍ୱାଧୀନ କରାଇଥିଲେ, ତାହା ମଧ୍ୟ କିଛି ସମୟ ପୂର୍ବ ପର୍ଯ୍ୟନ୍ତ ଦାସତ୍ୱର ଚିହ୍ନଗୁଡିକୁ ବହନ କରିବାକୁ ବାଧ୍ୟ ଥିଲା! ସ୍ୱାଧୀନ ଭାରତରେ ମଧ୍ୟ ସେହିସବୁ ଦ୍ୱୀପଗୁଡିକର ନାମ ଇଂରାଜୀ ଶାସକମାନଙ୍କ ନାମରେ ନାମିତ ଥିଲା । ଆମେ ଦାସତ୍ୱର ସେହି ଚିହ୍ନଗୁଡିକୁ ଲିଭାଇ ଏହି ଦ୍ୱୀପପୁଞ୍ଜଗୁଡିକୁ ନେତାଜୀ ସୁଭାଷଙ୍କ ସହ ଯୋଡି ଭାରତୀୟ ନାମ ଦେଲୁ, ଭାରତୀୟ ପରିଚୟ ଦେଲୁ ।
ବନ୍ଧୁଗଣ,
ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶ ନିଜ ପାଇଁ ‘ପଂଚ ପଣ’ର ଲକ୍ଷ୍ୟ ସ୍ଥିର କରିଛି । ଏହି ପଂଚ ପଣରେ ବିକାଶର ବଡ ବଡ ଲକ୍ଷ୍ୟର ସଙ୍କଳ୍ପ ରହିଛି, କର୍ତବ୍ୟ ପାଇଁ ପ୍ରେରଣା ରହିଛି । ଏଥିରେ ଦାସତ୍ୱର ମାନସିକତା ତ୍ୟାଗ କରିବାର ଆହ୍ୱାନ ରହିଛି । ନିଜ ଐତିହ୍ୟକୁ ନେଇ ଗର୍ବବୋଧ ରହିଛି । ଆଜି ଭାରତର ଆଦର୍ଶ ଏହାର ନିଜର ଅଟେ, ଏହାର ପଦକ୍ଷେପ ଏହାର ନିଜସ୍ୱ ଅଟେ । ଆଜି ଭାରତର ସଙ୍କଳ୍ପ ନିଜସ୍ୱ ଅଟେ, ଲକ୍ଷ୍ୟ ନିଜସ୍ୱ ଅଟେ । ଆଜି ଆମର ପଥ ଆମ ନିଜର, ପ୍ରତୀକ ଆମ ନିଜର । ଏବଂ ବନ୍ଧୁଗଣ, ଆଜି ଯଦି ରାଜପଥର ଅସ୍ତିତ୍ୱ ସମାପ୍ତ ହୋଇ କର୍ତବ୍ୟ ପଥରେ ପରିଣତ ହୋଇଛି, ଆଜି ଯଦି ଜର୍ଜ ପଂଚମଙ୍କ ପ୍ରତିମୂର୍ତୀର ଚିହ୍ନ ହଟାଇ ଦିଆଯାଇ ନେତାଜୀଙ୍କ ପ୍ରତିମୂର୍ତୀ ସ୍ଥାପନ କରାଯାଇଛି, ତାହାହେଲେ ଏହା ଦାସତ୍ୱର ମାନସିକତା ପରିତ୍ୟାଗ କରିବାର ପ୍ରଥମ ଉଦାହରଣ ନୁହେଁ କି? ଏହା ଆରମ୍ଭ ନୁହେଁ କିମ୍ବା ଶେଷ ନୁହେଁ । ଏହା ମନ ଏବଂ ମାନସର ସ୍ୱାଧୀନତାର ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ, ନିରନ୍ତର ଜାରି ସଙ୍କଳ୍ପ ଯାତ୍ରା ଅଟେ । ଦେଶର ପ୍ରଧାନମନ୍ତ୍ରୀ ଯେଉଁଠାରେ ରହିଆସୁଛନ୍ତି, ସେହି ସ୍ଥାନର ନାମକୁ ରେସ କୋର୍ସ ରୋଡରୁ ପରିବର୍ତନ କରାଯାଇ ଲୋକ କଲ୍ୟାଣ ମାର୍ଗ ରଖାଯାଇ ସାରିଛି । ଆମ ସାଧାରଣତନ୍ତ୍ର ଦିବସ ସମାରୋହରେ ଏବେ ଭାରତୀୟ ବାଦ୍ୟଯନ୍ତ୍ରର ଧ୍ୱନି ଶୁଭିବା ଆରମ୍ଭ ହୋଇଛି । ଧ୍ୱଜା ଅବତରଣ ସମାରୋହରେ ଏବେ ଦେଶଭକ୍ତିରେ ଭରା ଗୀତଗୁଡିକୁ ଶୁଣି ପ୍ରତି ଭାରତୀୟ ଆନନ୍ଦରେ ବିଭୋର ହୋଇ ଉଠୁଛି । ଏବେ ନିକଟରେ ହିଁ ଭାରତୀୟ ନୌସେନା ମଧ୍ୟ ଦାସତ୍ୱର ପ୍ରତୀକକୁ ପରିତ୍ୟାଗ କରି, ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତୀକକୁ ଧାରଣ କରିଛି । ଜାତୀୟ ଯୁଦ୍ଧ ସ୍ମାରକୀ ତିଆରି କରି ଦେଶ ସମସ୍ତ ଦେଶବାସୀଙ୍କ ଦୀର୍ଘ ଦିନର ଅଭିଳାଷାକୁ ମଧ୍ୟ ପୂରଣ କରିଛି ।
ବନ୍ଧୁଗଣ,
ଏହି ପରିବର୍ତନ କେବଳ ପ୍ରତୀକଗୁଡିକ ମଧ୍ୟରେ ସିମୀତ ନାହିଁ, ଏହି ପରିବର୍ତନ ଦେଶର ନୀତିଗୁଡିକର ମଧ୍ୟ ଅଂଶ ପାଲଟିଯାଇଛି । ଆଜି ଦେଶ ଇଂରେଜ ଅମଳରୁ ଚାଲି ଆସୁଥିବା ଶହ ଶହ ଆଇନ କାନୁନଗୁଡିକୁ ମଧ୍ୟ ବଦଳାଇ ଦେଇଛି । ଭାରତୀୟ ବଜେଟ, ଯାହା ଏତେ ଦଶନ୍ଧି ଧରି ବ୍ରିଟିଶ ସଂସଦର ସମୟକୁ ଅନୁସରଣ କରୁଥିଲା, ତାହାର ସମୟ ଏବଂ ତାରିଖକୁ ମଧ୍ୟ ବଦଳାଇ ଦିଆଯାଇଛି । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଏବେ ବିଦେଶୀ ଭାଷାର ବାଧ୍ୟବାଧକତାରୁ ମଧ୍ୟ ଦେଶର ଯୁବପିଢୀକୁ ମୁକ୍ତ କରାଯାଉଛି । ଅର୍ଥାତ୍, ଆଜି ଦେଶର ବିଚାରଧାରା ଏବଂ ଦେଶର ବ୍ୟବହାର ଉଭୟ ଦାସତ୍ୱର ମାନସିତାରୁ ମୁକ୍ତ ହେଉଛି । ଏହି ମୁକ୍ତି ଆମକୁ ବିକଶିତ ଭାରତର ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ଆଗେଇ ନେବ ।
ବନ୍ଧୁଗଣ,
ମହାକବି ଭାରତୀୟାର ଭାରତର ମହାନତାକୁ ନେଇ ତାମିଲ ଭାଷାରେ ଅତି ସୁନ୍ଦର କବିତା ଲେଖିଥିଲେ । ଏହି କବିତାର ଶୀର୍ଷକ ହେଉଛି - ପାରୁକୁଲ୍ଲେ ନଲ୍ଲ ନାଉଅ- ୟିଙ୍ଗଲ, ଭାରତ ନାଡ -ଅ, ମହାକବି ଭାରତୀୟାରଙ୍କ ଏହି କବିତା ପ୍ରତି ଭାରତୀୟକୁ ଗର୍ବରେ ପରିପୂର୍ଣ୍ଣ କରାଇଥାଏ । ତାଙ୍କ କବିତାର ଅର୍ଥ ହେଉଛି, ଆମ ଦେଶ ଭାରତ, ସମଗ୍ର ବିଶ୍ୱରେ ସବୁଠାରୁ ମହାନ ଅଟେ । ଜ୍ଞାନରେ, ଆଧ୍ୟାତ୍ମରେ, ଗରିମାରେ, ଅନ୍ନ ଦାନ ରେ, ସଙ୍ଗୀତରେ, ଶାଶ୍ୱତ କବିତାଗୁଡିକରେ, ଆମ ଦେଶ ଭାରତ, ସମଗ୍ର ବିଶ୍ୱରେ ସବୁଠାରୁ ମହାନ ଅଟେ । ବୀରତାରେ, ସୈନିକମାନଙ୍କ ଶୌର୍ଯ୍ୟରେ, କରୁଣାରେ, ଅନ୍ୟର ସେବାରେ, ଜୀବନର ସତ୍ୟ ଅନୁସନ୍ଧାନ କରିବାରେ, ବେଜ୍ଞାନିକ ଅନୁସନ୍ଧାନରେ, ଆମ ଦେଶ ଭାରତ ସମଗ୍ର ବିଶ୍ୱରେ ସବୁଠାରୁ ମହାନ ଅଟେ । ଏହି ତାମିଲ କବି ଭରତୀୟାରଙ୍କ, ତାଙ୍କ କବିତାର ପ୍ରତିଟି ଶଦ୍ଦକୁ, ଏହାର ପ୍ରତିଟି ଭାବକୁ ଅନୁଭବ କରନ୍ତୁ ।
ଦାସତ୍ୱର ସେହି କାଳଖଣ୍ଡରେ, ଏହା ସମଗ୍ର ବିଶ୍ୱକୁ ଭାରତର ହୁଙ୍କାର ଥିଲା । ଏହା ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆହ୍ୱାନ ଥିଲା । ଯେଉଁ ଭାରତର ବର୍ଣ୍ଣନା ଭରତୀୟାର ନିଜ କବିତାରେ କରିଥିଲେ, ଆମକୁ ସେହି ସର୍ବଶ୍ରେଷ୍ଠ ଭାରତର ନିର୍ମାଣ ସମ୍ପୁର୍ଣ୍ଣ କରିବାର ଅଛି । ଏବଂ ଏହାର ମାର୍ଗ ଏହି କର୍ତବ୍ୟ ପଥ ଦେଇ ହିଁ ଯାଇ ଥାଏ ।
ବନ୍ଧୁଗଣ,
କର୍ତବ୍ୟ ପଥ କେବଳ ଇଟା ପଥରର ମାର୍ଗ ନୁହେଁ । ଏହା ଭାରତର ଗଣତାନ୍ତ୍ରିକ ଅତୀତ ଏବଂ ସର୍ବକାଳୀନ ଆଦର୍ଶର ଜୀବନ୍ତ ମାର୍ଗ ଅଟେ । ଏଠାକୁ ଯେତେବେଳେ ଦେଶର ଲୋକମାନେ ଆସିବେ, ସେତେବେଳେ ନେତାଜୀଙ୍କ ପ୍ରତିମୂର୍ତୀ, ଜାତୀୟ ଯୁଦ୍ଧ ସ୍ମାରକୀ, ଏସବୁ ସେମାନଙ୍କୁ କେତେ ବଡ ପ୍ରେରଣା ଦେବ, ସେମାନଙ୍କୁ କର୍ତବ୍ୟବୋଧ ସହ ଓତଃପ୍ରୋତ ଭାବେ ଜଡିତ କରିବ! ଏହି ସ୍ଥାନରେ ଦେଶର ସରକାର କାର୍ଯ୍ୟ କରୁଛି । ଆପଣମାନେ କଳ୍ପନା କରନ୍ତୁ, ଦେଶ ଯେଉଁମାନଙ୍କୁ ଜନତାର ସେବା କରିବାର ଦାୟିତ୍ୱ ଅର୍ପଣ କରିଛି, ସେମାନଙ୍କୁ ରାଜପଥରେ, ଜନତାଙ୍କ ସେବକ ହେବାର ଅନୁଭବ କିଭଳି ହେବ? ଯଦି ପଥ ହିଁ ରାଜପଥ ହୋଇଥିବ ତେବେ ଯାତ୍ରା ଜନତାଙ୍କ ଆଡକୁ କିଭଳି ହେବ? ରାଜପଥ ବ୍ରିଟିଶ ଶାସନ ପାଇଁ ଥିଲା, ଯେଉଁମାନଙ୍କ ପାଇଁ ଭାରତର ଲୋକମାନେ ଦାସ ଥିଲେ । ରାଜପଥର ଭାବନା ମଧ୍ୟ ଦାସତ୍ୱର ପ୍ରତୀକ ଥିଲା, ଏହାର ସୃଷ୍ଟି ମଧ୍ୟ ଦାସତ୍ୱର ପ୍ରତୀକ ଥିଲା । ଆଜି ଏହାର ସ୍ଥାପତ୍ୟ ମଧ୍ୟ ବଦଳିଛି, ଏବଂ ଏହାର ଆତ୍ମା ମଧ୍ୟ ବଦଳିଛି । ଏବେ ଦେଶର ସାଂସଦ, ମନ୍ତ୍ରୀ, ଅଧିକାରୀ ଯେତେବେଳେ ଏହି ମାର୍ଗରେ ଅଗ୍ରସର ହେବେ, ସେତେବେଳେ ସେମାନଙ୍କୁ କର୍ତବ୍ୟ ପଥ ଉପରୁ ଦେଶ ପ୍ରତି କର୍ତବ୍ୟବୋଧ ଜାଗ୍ରତ ହେବ, ସେଥିପାଇଁ ନୂତନ ଉର୍ଜା ମିଳିବ, ପ୍ରେରଣା ମିଳିବ । ଜାତୀୟ ଯୁଦ୍ଧ ସ୍ମାରକୀରୁ ନେଇ କର୍ତବ୍ୟ ପଥ ଦେଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏ ସମଗ୍ର ଅଂଚଳ ସେମାନଙ୍କ ମଧ୍ୟରେ ନେସନ ଫାଷ୍ଟ, ରାଷ୍ଟ୍ର ହିଁ ପ୍ରଥମ, ପ୍ରତି ମୁହୂର୍ତରେ ଏହି ଭାବନାର ସ୍ରୋତ ପ୍ରବାହିତ କରିବ ।
ବନ୍ଧୁଗଣ,
ଆଜିର ଏହି ଅବସରରେ ମୁଁ ସେହି ଶ୍ରମିକ ବନ୍ଧୁମାନଙ୍କୁ ବିଶେଷ କୃତଜ୍ଞତା ଜଣାଉଛି, ଯେଉଁମାନେ କେବଳ କର୍ତବ୍ୟ ପଥକୁ ନିର୍ମାଣ କରିନାହାନ୍ତି ବରଂ ନିଜ ଶ୍ରମର ପରାକାଷ୍ଠାରେ ଦେଶକୁ କର୍ତବ୍ୟ ପଥ ମଧ୍ୟ ଦେଖାଇଛନ୍ତି । ଏବେ ସେହି ଶ୍ରମିକମାନଙ୍କୁ ଭେଟିବାର ଅବସର ମତେ ମିଳିଲା । ସେମାନଙ୍କ ସହ କଥା ହେଲାବେଳେ ମୁଁ ଅନୁଭବ କରୁଥିଲି ଯେ, ଦେଶର ଗରିବ, ଶ୍ରମିକ ଏବଂ ସାଧାରଣ ମଣିଷ ମଧ୍ୟରେ ଭାରତର କେତେ ଭବ୍ୟ ସ୍ୱପ୍ନ ବସା ବାନ୍ଧି ରହିଛି! ନିଜର ସ୍ୱେଦ ନିଗାଡିବା ସମୟରେ ସେମାନେ ସେହି ସ୍ୱପ୍ନକୁ ଜୀବନ୍ତ କରି ଦିଅନ୍ତି ଏବଂ ଆଜି ଏହି ଅବସରରେ ମୁଁ ଦେଶ ତରଫରୁ ସମସ୍ତ ଗରିବ ଶ୍ରମିକମାନଙ୍କୁ ଧନ୍ୟବାଦ ଜଣାଉଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁ ଶ୍ରମିକ ଭାଇମାନେ ଦେଶର ଅଭୂତପୂର୍ବ ବିକାଶକୁ ଗତି ପ୍ରଦାନ କରୁଛନ୍ତି । ଏବଂ ଯେତେବେଳେ ମୁଁ ଆଜି ଏହି ଶ୍ରମିକ ଭାଇ ଭଉଣୀମାନଙ୍କୁ ଭେଟିଲି ମୁଁ ସେମାନଙ୍କୁ କହିଲି ଯେ ଏଠାରେ ଯେଉଁ ଶ୍ରମିକମାନେ କାର୍ଯ୍ୟ କରିଛନ୍ତି, ଏଥର ଜାନୁଆରୀ ୨୬ ତାରିଖ କାର୍ଯ୍ୟକ୍ରମରେ ସେମାନେ ନିଜ ପରିବାର ସହ ମୋର ବିଶେଷ ଅତିଥି ହେବେ । ମୁଁ ଖୁସି ଯେ ନବ ଭାରତରେ ଆଜି ଶ୍ରମ ଏବଂ ଶ୍ରମିକମାନଙ୍କୁ ସମ୍ମାନ ଜଣାଇବାର ଏକ ସଂସ୍କୃତି ସୃଷ୍ଟି ହେଉଛି, ଏକ ପରମ୍ପରା ପୁନର୍ଜୀବିତ ହେଉଛି । ଏବଂ ବନ୍ଧୁଗଣ, ଯେତେବେଳେ ନୀତିଗୁଡିକରେ ସମ୍ବେଦନଶୀଳତା ଆସେ, ସେତେବେଳେ ନିଷ୍ପତି ମଧ୍ୟ ସେତିକି ସମ୍ବେଦନଶୀଳ ହୋଇ ଚାଲିଥାଏ । ଏଥିପାଇଁ, ଦେଶ ଏବେ ନିଜ ଶ୍ରମ ଶକ୍ତି ଉପରେ ଗର୍ବ କରୁଛି । ‘ଶ୍ରମ ଏବ ଜୟତେ’ ଏବେ ଦେଶର ମନ୍ତ୍ର ହେଉଛି । ଏଥିପାଇଁ, ଯେତେବେଳେ ବାରଣାସୀରେ, କାଶୀରେ, ବିଶ୍ୱନାଥ ଧାମର ଲୋକାର୍ପଣ କାର୍ଯ୍ୟର ଅଲୌକିକ ମୁହୂର୍ତ ହୋଇଥାଏ, ସେତେବେଳେ ଶ୍ରମିଜୀବୀମାନଙ୍କ ସମ୍ମାନାର୍ଥେ ମଧ୍ୟ ପୁଷ୍ପବର୍ଷା କରାଯାଇଥାଏ । ଯେତେବେଳେ ପ୍ରୟାଗରାଜରେ କୁମ୍ଭର ପବିତ୍ର ପର୍ବ ଅନୁଷ୍ଠିତ ହୋଇଥାଏ, ଶ୍ରମିକ ଓ ସ୍ୱଚ୍ଛତା କର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥାଏ । ଏବେ କିଛି ଦିନ ପୂର୍ବରୁ ହିଁ ଦେଶକୁ ସ୍ୱଦେଶୀ ବିମାନ ବାହୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତ ମିଳିଛି । ମତେ ସେତେବେଳେ ମଧ୍ୟ ଆଇଏନଏସ ବିକ୍ରାନ୍ତ ନିର୍ମାଣରେ ଦିନ ରାତି କାର୍ଯ୍ୟ କରୁଥିବା ଶ୍ରମିକ ଭାଇ ଭଉଣୀ ଏବଂ ସେମାନଙ୍କ ପରିବାରକୁ ଭେଟିବାର ସୁଯୋଗ ମିଳିଥିଲା । ମୁଁ ସେମାନଙ୍କୁ ଭେଟି କୃତଜ୍ଞତା ଜଣାଇଥିଲି । ଶ୍ରମକୁ ସମ୍ମାନ କରିବାର ଏହି ପରମ୍ପରା ଦେଶର ସଂସ୍କାରର ଅଭିନ୍ନ ଅଂଶ ପାଲଟୁଛି । ଆପଣମାନେ ଜାଣି ଖୁସି ହେବେ ଯେ ନୂତନ ସଂସଦ ଭବନର ନିର୍ମାଣ ପରେ ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ଏକ ସ୍ୱତନ୍ତ୍ର ଗ୍ୟାଲେରୀରେ ସ୍ଥାନ ଦିଆଯିବ । ଏହି ଗ୍ୟାଲେରୀ ଆଗାମୀ ପିଢୀକୁ ମଧ୍ୟ ଏହା ସ୍ମରଣ କରାଇ ଦେବ ଯେ ଗଣତନ୍ତ୍ରର ମୂଳଦୂଆରେ ଗୋଟିଏ ପଟେ ସମ୍ବିଧାନ ରହିଛି, ଏବଂ ଅନ୍ୟ ପଟେ ଶ୍ରମିକମାନଙ୍କର ଯୋଗଦାନ ମଧ୍ୟ ରହିଛି । ଏହି ପ୍ରେରଣା ପ୍ରତ୍ୟେକ ଦେଶବାସୀଙ୍କୁ ଏହି କର୍ତବ୍ୟ ପଥ ମଧ୍ୟ ଭେଟି ଦେବ । ଏହି ପ୍ରେରଣା ଶ୍ରମରୁ ସଫଳତାର ମାର୍ଗକୁ ମଧ୍ୟ ପ୍ରଶସ୍ତ କରିବ ।
ବନ୍ଧୁଗଣ,
ଆମ ବ୍ୟବହାରରେ, ଆମର ମାଧ୍ୟରେ, ଆମର ସମ୍ବଳରେ, ଆମର ଭିତିଭୂମୀରେ ଆଧୁନିକତା ଆଣିବା ହେଉଛି ଏହି ଅମୃତକାଳର ପ୍ରମୁଖ ଲକ୍ଷ୍ୟ । ଏବଂ ବନ୍ଧୁଗଣ, ଯେତେବେଳେ ଆମେ ଭିତିଭୂମୀ ବିଷୟରେ କହୁ ତ ସେତେବେଳେ ଅଧିକାଂଶ ଲୋକ ପ୍ରଥମେ ସଡକ ବା ଫ୍ଲାଇ ଓଭର ବିଷୟରେ ଭାବି ଥାଆନ୍ତି । କିନ୍ତୁ ଆଧୁନିକ ଭାରତରେ ଭିତିଭୂମୀର ପରିସର ତାହାଠାରୁ ମଧ୍ୟ ବହୁତ ବଡ ଅଟେ, ତାହାର ଅନେକ ଦିଗ ରହିଛି । ଆଜି ଭାରତ ସାମାଜିକ ଭିତିଭୂମୀ, ପରିବହନ ଭିତିଭୂମୀ, ଡିଜିଟାଲ ଭିତିଭୂମୀ ସହିତ ହିଁ ସାଂସ୍କୃତିକ ଭିତିଭୂମୀ ଉପରେ ସେତିକି ବେଗରେ କାର୍ଯ୍ୟ କରୁଛି । ମୁଁ ଆପଣମାନଙ୍କୁ ସାମାଜିକ ଭିତିଭୂମୀର ଉଦାହରଣ ଦେଉଛି । ଆଜି ଦେଶରେ ଏମ୍ସ ସଂଖ୍ୟା ପୂର୍ବ ତୁଳନାରେ ତିନି ଗୁଣା ବୃଦ୍ଧି ପାଇ ସାରିଛି । ମେଡିକାଲ କଲେଜଗୁଡିକର ସଂଖ୍ୟାରେ ମଧ୍ୟ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ଏହା ଦର୍ଶାଉଛି ଯେ ଭାରତ ଆଜି ନିଜ ନାଗରିକମାନଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପାଇଁ, ସେମାନଙ୍କୁ ମେଡିକାଲର ଆଧୁନିକ ସୁବିଧା ପହଂଚାଇବା ପାଇଁ କେଉଁଭଳି ଭାବରେ କାର୍ଯ୍ୟ କରୁଛି । ଆଜି ଦେଶରେ ନୂତନ ଆଇଆଇଟି, ଟ୍ରିପଲ ଆଇଟି, ବୈଜ୍ଞାନିକ ସଂସ୍ଥାର ଆଧୁନିକ ନେଟୱର୍କ ଲଗାତାର ଭାବରେ ବୃଦ୍ଧି କରାଯାଉଛି, ପ୍ରସ୍ତୁତ କରାଯାଉଛି । ଗତ ତିନି ବର୍ଷ ମଧ୍ୟରେ ସାଢେ ୬ କୋଟିରୁ ଅଧିକ ଗ୍ରାମୀଣ ବାସଗୃହକୁ ପାଇପ ଯୋଗେ ଜଳ ଯୋଗାଣ ସୁନିଶ୍ଚିତ କରାଯାଇଛି । ଆଜି ଦେଶର ପ୍ରତି ଜିଲ୍ଲାରେ ୭୫ ଅମୃତ ସରୋବର ନିର୍ମାଣ କରିବାର ମହା ଅଭିଯାନ ମଧ୍ୟ ଜାରି ରହିଛି । ଭାରତର ଏହି ସାମାଜିକ ଭିତିଭୂମୀ, ସାମାଜିକ ନ୍ୟାୟକୁ ଆହୁରି ସମୃଦ୍ଧ କରୁଛି ।
ବନ୍ଧୁଗଣ,
ପରିବହନ ଭିତିଭୂମୀ ବିକାଶକୁ ନେଇ ଭାରତ ଆଜି ଯେତେ କାର୍ଯ୍ୟ କରୁଛି ତାହା ପୂର୍ବରୁ କେବେ ମଧ୍ୟ ହୋଇ ନଥିଲା । ଆଜି ଗୋଟିଏ ପଟେ ସମଗ୍ର ଦେଶରେ ଗ୍ରାମୀଣ ସଡକର ରେକର୍ଡ ପରିମାଣର ନିର୍ମାଣ କରାଯାଉଥିବାବେଳେ ରେକର୍ଡ ସଂଖ୍ୟକ ଆଧୁନିକ ଏକ୍ସପ୍ରେସ ୱେ ମଧ୍ୟ ନିର୍ମାଣ କରାଯାଉଛି । ଆଜି ଦେଶରେ ଦୃତ ଗତିରେ ରେଳବାଇର ବିଦ୍ୟୁତିକରଣ କରାଯାଉଥିବାରୁ ବିଭିନ୍ନ ସହରରେ ମେଟ୍ରୋ ସେବା ମଧ୍ୟ ସମାନ ବେଗରେ ବିସ୍ତାର କରୁଛି । ଆଜି ଦେଶରେ ଅନେକ ନୂତନ ବିମାନବନ୍ଦର ନିର୍ମାଣ କରାଯାଉଛି । ଜଳମାର୍ଗ ସଂଖ୍ୟାରେ ମଧ୍ୟ ଅଭୂତପୂର୍ବ ବୃଦ୍ଧି ଘଟିଛି । ଡିଜିଟାଲ ଭିତିଭୂମୀ ନିର୍ମାଣରେ ତ ଆଜି ଭାରତ ସମଗ୍ର ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସ୍ଥାନ ହାସଲ କରି ସାରିଛି । ଦେଢ ଲକ୍ଷରୁ ଅଧିକ ପଂଚାୟତକୁ ଅପ୍ଟିକାଲ ଫାଇବର ପହଂଚାଇବା କଥା ହେଉ, ଡିଜିଟାଲ ଦେୟର ନୂତନ ରେକର୍ଡ ହେଉ, ସାରା ବିଶ୍ୱରେ ଭାରତର ଡିଜିଟାଲ ପ୍ରଗତିର ଚର୍ଚ୍ଚା ହେବାରେ ଲାଗିଛି ।
ଭାଇ ଓ ଭଉଣୀମାନେ,
ଭିତିଭୂମୀର ଏହି କାମ ମଧ୍ୟରେ, ଭାରତରେ ସାଂସ୍କୃତିକ ଭିତିଭୂମୀ ଉପରେ ଯେଉଁ କାର୍ଯ୍ୟ କରାଯାଇଛି, ସେ ବିଷୟରେ ଏତେ ଚର୍ଚ୍ଚା ହୋଇପାରି ନାହିଁ । ପ୍ରସାଦ ଯୋଜନା ଅଧିନରେ ଦେଶର ଅନେକ ତୀର୍ଥସ୍ଥାନଗୁଡିକର ପୁନରୁଦ୍ଧାର କରାଯାଉଛି । କାଶୀ- କେଦାରନାଥ- ସୋମନାଥରୁ ନେଇ କରତାରପୁର ସାହିବ କରିଡର ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ ହୋଇଛି, ତାହା ଅଭୂତପୂର୍ବ ଅଟେ । ଏବଂ ବନ୍ଧୁଗଣ, ଯେତେବେଳେ ଆମେ ସାଂସ୍କୃତିକ ଭିତିଭୂମୀ ବିଷୟରେ କହୁଛୁ ଏହାର ଅର୍ଥ କେବଳ ଆସ୍ଥା ସହ ଜଡିତ ଭିତିଭୂମୀ ନୁହେଁ । ଭିତିଭୂମୀ, ଯାହା ଆମ ଇତିହାସ ସହ ଯୋଡି ହୋଇଛି, ଯାହା ଆମର ରାଷ୍ଟ୍ର ନାୟକ ଓ ରାଷ୍ଟ୍ର ନାୟିକାମାନଙ୍କ ସହ ଯୋଡି ହୋଇଛି, ଯାହା ଆମ ଐତିହ୍ୟ ସହ ଯୋଡି ହୋଇଛି, ସେସବୁର ମଧ୍ୟ ସେତିକି ତତ୍ପରତାର ସହ ନିର୍ମାଣ କରାଯାଉଛି । ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ ୟୁନିଟି ହେଉ ଅବା ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ସମର୍ପିତ ସଂଗ୍ରହାଳୟ, ପିଏମ ସଂଗ୍ରହାଳୟ ହେଉ ଅଥବା ବାବା ସାହେବ ଆମ୍ବେଦକର ସ୍ମାରକୀ, ଜାତୀୟ ଯୁଦ୍ଧ ସ୍ମାରକୀ ହେଉ ଅବା ପୁଲିସ ସ୍ମାରକୀ, ଏସବୁ ସାଂସ୍କୃତିକ ଭିତିଭୂମୀର ଉଦାହରଣ ଅଟେ । ଏସବୁ ପରିଭାଷିତ କରୁଛି ଯେ ଗୋଟିଏ ରାଷ୍ଟ୍ର ଭାବରେ ଆମର ସଂସ୍କୃତି କ’ଣ, ଆମର ମୂଲ୍ୟ କ’ଣ ଏବଂ ଆମେମାନେ କିଭଳି ଏସବୁକୁ ସାଇତି ରଖୁଛୁ । ଗୋଟିଏ ଆକାଂକ୍ଷୀ ଭାରତ, ସାମାଜିକ ଭିତିଭୂମୀ, ପରିବହନ ଭିତିଭୂମୀ, ଡିଜିଟାଲ ଭିତିଭୂମୀ ସହିତ ହିଁ ସାଂସ୍କୃତିକ ଭିତିଭୂମୀକୁ ଗତି ପ୍ରଦାନ କରି ଦୃତ ପ୍ରଗତି କରି ପାରିବ । ମୁଁ ଖୁସି ଯେ ଆଜି କର୍ତବ୍ୟ ପଥ ରୂପରେ ଦେଶକୁ ସାଂସ୍କୃତିକ ଭିତିଭୂମୀର ଆଉ ଏକ ଉନ୍ନତ ଉଦାହରଣ ମିଳୁଛି । ସ୍ଥାପତ୍ୟରୁ ନେଇ ଆଦର୍ଶ ପର୍ଯ୍ୟନ୍ତ, ଆପଣମାନଙ୍କୁ ଏଠାରେ ଭାରତୀୟ ସଂସ୍କୃତିର ଦର୍ଶନ ମଧ୍ୟ ହେବ, ଏବଂ ଅନେକ କିଛି ଶିଖିବାକୁ ମଧ୍ୟ ମିଳିବ । ମୁଁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆହ୍ୱାନ କରୁଛି, ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି, ଆସନ୍ତୁ ଏହି ନବନିର୍ମିତ କର୍ତବ୍ୟ ପଥକୁ ଦେଖନ୍ତୁ । ଏହି ନିର୍ମାଣରେ ଆପଣମାନଙ୍କୁ ଭବିଷ୍ୟତର ଭାରତ ଦୃଶ୍ୟମାନ ହେବ । ଏଠାକାର ଉର୍ଜା ଆପଣମାନଙ୍କୁ ଆମର ବିଶାଳ ଦେଶ ପାଇଁ ଏକ ନୂତନ ଲକ୍ଷ୍ୟ ଦେବ, ଏକ ନୂତନ ବିଶ୍ୱାସ ଦେବ ଏବଂ କାଲିଠାରୁ ନେଇ ଆଗାମୀ ତିନି ଦିନ ଅର୍ଥାତ୍ ଶୁକ୍ର, ଶନି ଏବଂ ରବିବାର, ସଂଧ୍ୟାରେ ଏଠାରେ ତିନିଦିନ ଧରି ନେତାଜୀ ସୁଭାଷଙ୍କ ଜୀବନୀ ଉପରେ ଆଧାରିତ ଡ୍ରୋନ୍ ଶୋ ମଧ୍ୟ ଆୟୋଜିତ ହେବ । ଆପଣମାନେ ଏଠାକୁ ଆସନ୍ତୁ, ନିଜର ଏବଂ ନିଜ ପରିବାରର ଫଟୋ ଉଠାନ୍ତୁ, ସେଲ୍ଫି ନିଅନ୍ତୁ । ସେସବୁକୁ ହାସଟ୍ୟାଗ କର୍ତବ୍ୟ ପଥ ସହ ସାମାଜିକ ଗଣମାଧ୍ୟମରେ ଅପଲୋଡ ମଧ୍ୟ କରନ୍ତୁ । ମୁଁ ଜାଣିଛି, ଏ ସମଗ୍ର କ୍ଷେତ୍ର ଦିଲ୍ଲୀର ଲୋକମାନଙ୍କ ହୃତସ୍ପନ୍ଦନ ଅଟେ, ଏଠାକୁ ସଂଧ୍ୟା ସମୟରେ ବହୁ ସଂଖ୍ୟାରେ ଲୋକ ନିଜ ପରିବାର ସହ ଆସନ୍ତି, ସମୟ ବିତାନ୍ତି । କର୍ତବ୍ୟ ପଥର ଯୋଜନା, ଡିଜାଇନ୍, ଏବଂ ଆଲୋକୀକରଣ ମଧ୍ୟ ଏସବୁକୁ ଧ୍ୟାନରେ ରଖି କରାଯାଇଛି । ମୋର ବିଶ୍ୱାସ, କର୍ତବ୍ୟ ପଥର ଏହି ପ୍ରେରଣା ଦେଶରେ କର୍ତବ୍ୟବୋଧର ଯେଉଁ ପ୍ରବାହ ସୃଷ୍ଟି କରିବ, ଏହି ପ୍ରବାହ ହିଁ ଆମକୁ ନୂତନ ଏବଂ ବିକଶିତ ଭାରତର ସଙ୍କଳ୍ପର ସିଦ୍ଧି ପର୍ଯ୍ୟନ୍ତ ନେଇ ଯିବ ।
ଏହି ବିଶ୍ୱାସ ସହ ଆପଣ ସମସ୍ତଙ୍କୁ ମୁଁ ପୁଣି ଥରେ ଧନ୍ୟବାଦ ଜଣାଉଛି! ମୋ ସହ କହିବେ, ମୁଁ କହିବି ନେତାଜୀ, ଆପଣମାନେ କହିବେ ଅମର ରହେ! ଅମର ରହେ!
ନେତାଜୀ ଅମର ରହେ!
ନେତାଜୀ ଅମର ରହେ!
ନେତାଜୀ ଅମର ରହେ!
ଭାରତ ମାତା କି ଜୟ!
ଭାରତ ମାତା କି ଜୟ!
ବନ୍ଦେ ମାତରମ!
ବନ୍ଦେ ମାତରମ!
ବନ୍ଦେ ମାତରମ!
ଅନେକ ଅନେକ ଧନ୍ୟବାଦ!
The Prime Minister, Shri Narendra Modi has extended warm birthday greetings to the President of India, Smt. Droupadi Murmu.
The Prime Minister said that her journey, marked by courage, simplicity, humility and unwavering commitment to public service, continues to inspire people across the country.
Shri Modi noted that through her many years in public life, the President has served the nation in an outstanding manner and has been especially passionate about the wellbeing of the underprivileged and marginalised.
The Prime Minister stated that her steadfast dedication to India’s development is very motivating.
Shri Modi prayed for her long and healthy life in the service of the nation and said that he looks forward to meeting her later in the day at a programme in Odisha.
The Prime Minister wrote on X;
“Warm birthday greetings to the President of India, Smt. Droupadi Murmu Ji. Her journey, marked by courage, simplicity, humility and unwavering commitment to public service, continues to inspire people across the country.
Through her many years in public life, she has served the nation in an outstanding manner, especially passionate about the wellbeing of the underprivileged and marginalised. Her steadfast dedication to India’s development is very motivating.
May she be blessed with a long and healthy life in the service of the nation. I look forward to meeting her later today at the programme in Odisha.
@rashtrapatibhvn”
Warm birthday greetings to the President of India, Smt. Droupadi Murmu Ji. Her journey, marked by courage, simplicity, humility and unwavering commitment to public service, continues to inspire people across the country.
— Narendra Modi (@narendramodi) June 20, 2026
Through her many years in public life, she has served the…


