ଗୁଜରାଟର ଏକତା ନଗର ଠାରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସର୍ବଭାରତୀୟ ଆଇନ ମନ୍ତ୍ରୀ ଓ ଆଇନ ସଚିବ ସମ୍ମିଳନୀରେ ଅଭିଭାଷଣ
“ଯେତେବେଳେ ନ୍ୟାୟ ପାଇବା ଭଳି ଲାଗେ, ସେତେବେଳେ ଦେଶବାସୀଙ୍କ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଉପରେ ବିଶ୍ୱାସ ଦୃଢ଼ ହୁଏ ।”
“ଦେଶବାସୀ ସରକାରଙ୍କ ଅନୁପସ୍ଥିତତା ବା ଚାପ ନେଇ ଅନୁଭବ ରହିବା ଉଚିତ ।”
“ଗତ ଆଠବର୍ଷ ମଧ୍ୟରେ ଭାରତ ଦେଢ଼ ହଜାରରୁ ଅଧିକ ପୁରୁଣା ଓ ଅଦରକାରୀ ଆଇନକୁ ଉଠାଇ ଦେବା ସହ ୩୨ ହଜାରରୁ ଅଧିକ ମୂଳ ଦଲିଲ ହ୍ରାସ କରିଛନ୍ତି ।”
“ରାଜ୍ୟର ସ୍ଥାନୀୟ ସ୍ତରରେ ବିକଳ୍ପ ବିବାଦ ସମସ୍ୟା ପଦ୍ଧତିକୁ ଆଇନ ପରିଧି ମଧ୍ୟକୁ ଆଣିବାକୁ କିପରି ହେବ ତାହା ବୁଝିବାକୁ ପଡ଼ିବ ।”
“ଗରିବରୁ ଗରିବ ବ୍ୟକ୍ତି କିପରି ସହଜରେ ଆଇନ ବୁଝିପାରିବ ତା’ ଉପରେ ଆମ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ ।”
“ନ୍ୟାୟର ସୁବିଧା ଦୃଷ୍ଟିରୁ ସ୍ଥାନୀୟ ଭାଷା ଆମର ଆଇନ ପଦ୍ଧତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।”
“ରାଜ୍ୟ ସରକାରମାନେ ବିଚାରାଧୀନ କଏଦୀମାନଙ୍କ ପ୍ରତି ମାନବିକ ମନୋଭାବ ଦେଖାଇବା ଉଚିତ । ତା’ହେଲେ ମାନବିକ ଆଦର୍ଶ ରାସ୍ତାରେ ନ୍ୟାୟିକ ପଦ୍ଧତି ଗତି କରିବ ।”
“ଆମେ ଯଦି ସମ୍ବିଧାନର ଆତ୍ମା ପ୍ରତି ଦୃଷ୍ଟି ଦେଉ ତାହାହେଲେ ଦେଖିବା ନ୍ୟାୟପାଳିକା, ଆଇନ ପ୍ରଣୟନ ଓ ନ୍ୟାୟାଳୟ ମଧ୍ୟରେ ଅଲଗା ଅଲଗା କାର୍ଯ୍ୟ ସତ୍ତ୍ୱେ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ ।”

କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ମହାଶୟ, ରାଜ୍ୟମନ୍ତ୍ରୀ ଏସ.ପି ସିଂହ ବଘେଲ ମହାଶୟ, ବୈଠକରେ ସାମିଲ ସମସ୍ତ ରାଜ୍ୟର ଆଇନମନ୍ତ୍ରୀ, ସଚିବ, ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଉପସ୍ଥିତ ଅନ୍ୟ ମହାନୁଭବ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ,

ଦେଶର ଏବଂ ସମସ୍ତ ରାଜ୍ୟଗୁଡ଼ିକର ଆଇନମନ୍ତ୍ରୀ ଏବଂ ସଚିବମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ, ଷ୍ଟାଚ୍ୟୁ ଅଫ ୟୁନିଟିର ଭବ୍ୟତା ମଧ୍ୟରେ ହେଉଛି । ଆଜି ଯେତେବେଳେ ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଜନହିତକୁ ନେଇ ସର୍ଦ୍ଦାର ପଟେଲଙ୍କର ପ୍ରେରଣା, ଆମକୁ ସଠିକ ଦିଗରେ ମଧ୍ୟ ନେଇଯିବ ଆଉ ଆମକୁ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ପହଂଚାଇବ।

ସାଥୀଗଣ,

ପ୍ରତ୍ୟେକ ସମାଜରେ ସେହି ସମୟ ଅନୁକୂଳ ନ୍ୟାୟ ବ୍ୟବସ୍ଥା ଏବଂ ବିଭିନ୍ନ ପ୍ରକ୍ରିୟା- ପରମ୍ପରାମାନ ବିକଶିତ ହୋଇ ଚାଲିଥାଏ । ସୁସ୍ଥ ସମାଜ ପାଇଁ, ଆତ୍ମବିଶ୍ୱାସରେ ଭରା ସମାଜ ପାଇଁ, ଦେଶର ବିକାଶ ପାଇଁ ବିଶ୍ୱସ୍ତ ଏବଂ ତ୍ୱରିତ ନ୍ୟାୟ ବ୍ୟବସ୍ଥା ହେଉଛି ବହୁତ ଆବଶ୍ୟକ । ଯେତେବେଳେ ନ୍ୟାୟ ମିଳିବା ଭଳି ଦେଖାଯାଏ, ସେତେବେଳେ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ପ୍ରତି ଦେଶବାସୀ ମାନଙ୍କର ବିଶ୍ୱାସ ସୁଦୃଢ଼ ହୋଇଥାଏ । ଆଉ ଯେତେବେଳେ ନ୍ୟାୟ ମିଳିଥାଏ, ସେ​‌​‌ତେବେଳେ ଦେଶର ସାଧାରଣ ନାଗରିକଙ୍କ ଆତ୍ମବିଶ୍ୱାସ ମଧ୍ୟ ସେତିକି ହିଁ ବଢ଼ିଥାଏ । ତେଣୁ, ଦେଶର ଆଇନ ବ୍ୟବସ୍ଥାକୁ ନିରନ୍ତର ଉନ୍ନତ କରିବା ପାଇଁ ଏହି ପ୍ରକାରର ଆୟୋଜନ ହେଉଛି ଖୁବ ଗୁରୁତ୍ୱପୂର୍ଣ୍ଣ।

ସାଥୀଗଣ,

ଭାରତର ସମାଜର ବିକାଶ ଯାତ୍ରା ହେଉଛି ହଜାର- ହଜାର ବର୍ଷର । ଯାବତୀୟ ଆହ୍ୱାନ ଗୁଡ଼ିକ ପରେ ମଧ୍ୟ ଭାରତୀୟ ସମାଜ ନିରନ୍ତର ପ୍ରଗତି କରିଛି, ନିରନ୍ତରତା ବଜାୟ ରଖିଛି । ଆମ ସମାଜରେ ନୈତିକତା ପ୍ରତି ଆଗ୍ରହ ଏବଂ ସାଂସ୍କୃତିକ ପରମ୍ପରା ହେଉଛି ଖୁବ ସମୃଦ୍ଧ। ଆମ ସମାଜର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏହା ହେଉଛି ଯେ, ତାହା ପ୍ରଗତି ପଥରେ ବଢ଼ି, ନିଜ ମଧ୍ୟରେ ଆନ୍ତରିକ ପରିବର୍ତନ ମଧ୍ୟ କରି ଚାଲିଥାଆନ୍ତି । ଆମ ସମାଜ ଅପ୍ରାସଙ୍ଗିକ ହୋଇ ଯାଇଥିବା ଆଇନ- କାନୁନ, କୁରୀତି, ପରମ୍ପରା ସେଗୁଡ଼ିକୁ ହଟାଇ ଦେଇଥାଏ, ଫୋପାଡ଼ି ଦେଇଥାଏ । ନଚେତ ଆମେ ଏହା ମଧ୍ୟ ଦେଖିଛୁ ଯେ କୌଣସି ମଧ୍ୟ ପରମ୍ପରା ହେଉ, ଯେତେବେଳେ ତାହା କଠୋର ହୋଇ ଯାଇଥାଏ, ସେତେବେଳେ ସମାଜ ଉପରେ ଏକ ବୋଝ ହୋଇଯାଇଥାଏ, ଆଉ ସମାଜ ଏହି ବୋଝ ତଳେ ଦବି ଯାଇଥାଏ । ତେଣୁ ପ୍ରତ୍ୟେକ ବ୍ୟବସ୍ଥାରେ ନିରନ୍ତର ପରିବର୍ତନ ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇଥାଏ । ଆପଣମାନେ ଶୁଣିଥିବେ, ମୁଁ ଅଧିକାଂଶ ସମୟରେ କୁହେ ଯେ ଦେଶର ଲୋକମାନଙ୍କୁ ସରକାରଙ୍କର ଅଭାବ ମଧ୍ୟ ଅନୁଭବ ହେବା ଉଚିତ ନୁହେଁ, ଆଉ ଦେଶର ଲୋକମାନଙ୍କୁ ସରକାରଙ୍କର ପ୍ରଭାବ ବା ଚାପ ମଧ୍ୟ ଅନୁଭବ ହେବା ଉଚିତ ନୁହେଁ । ସରକାରଙ୍କର ଚାପ ଯେଉଁସବୁ କଥାଗୁଡ଼ିକ ଦ୍ୱାରା ହୋଇଥାଏ, ସେଥିରେ ଅନାବଶ୍ୟକ ଆଇନର ମଧ୍ୟ ବହୁତ ବଡ଼ ଭୂମିକା ରହିଥାଏ। ବିଗତ 8 ବର୍ଷ ମଧ୍ୟରେ ଭାରତର ନାଗରିକ ମାନଙ୍କୁ ସରକାରଙ୍କର ଚାପ ଦୂର କରିବା ଉପରେ ଆମର ବିଶେଷ ଗୁରୁତ୍ୱ ରହିଛି। ଆପଣ ମଧ୍ୟ ଜାଣନ୍ତି ଦେଶ ଦେଢ଼ ହଜାରରୁ ଅଧିକ ପୁରୁଣା ଏବଂ ଅପ୍ରାସଙ୍ଗିକ ଆଇନଗୁଡ଼ିକୁ ରଦ୍ଦ କରି ଦେଇଛନ୍ତି । ଏଗୁଡ଼ିକ ମଧ୍ୟରୁ ଅନେକଗୁଡ଼ିଏ ଆଇନ ତ ପରାଧୀନତା ସମୟରୁ ଚାଲି ଆସୁଥିଲା । ନବସୃଜନ ଏବଂ ସହଜରେ ସହାବସ୍ଥାନ ପଥରୁ ଆଇନଗତ ପ୍ରତିବନ୍ଧକ ଗୁଡ଼ିକୁ ଦୂର କରିବା ପାଇଁ 32 ହଜାରରୁ ଅଧିକ ଅଭିଯୋଗ ମଧ୍ୟ କମ୍ କରାଯାଇଛି । ଏହି ପରିବର୍ତନ ହେଉଛି ଜନତାଙ୍କର ସୁବିଧା ପାଇଁ, ଆଉ ସମୟ ହିସାବରେ ମଧ୍ୟ ବହୁତ ଜରୁରୀ । ଆମେ ଜାଣିଛୁ ଯେ ପରାଧୀନତାର ସମୟର କେତେକ ପୁରୁଣା ଆଇନ ଏବେ ମଧ୍ୟ ରାଜ୍ୟଗୁଡ଼ିକରେ ଚାଲୁ ରହିଛି ।  ସ୍ବାଧୀନତାର ଏହି ଅମୃତ କାଳରେ, ପରାଧୀନତାର ସମୟରୁ ଚାଲି ଆସୁଥିବା ଆଇନଗୁଡ଼ିକୁ ସମାପ୍ତ କରି ନୂତନ ଆଇନ ଆଜିକାର ତାରିଖ ହିସାବରେ ପ୍ରସ୍ତୁତ କରିବା ହେଉଛି ଜରୁରୀ। ମୋର ଆପଣମାନଙ୍କୁ ଅନୁରୋଧ ଯେ ଏହି ସମ୍ମିଳନୀରେ ଏହି ପ୍ରକାରର ଆଇନ କାନୁନ ଗୁଡ଼ିକର ସମାପ୍ତିର ପଥ ପରିସ୍କାର କରିବା ଉପରେ ନିଶ୍ଚିତ ଭାବେ ବିଚାର ହେବା ଜରୁରୀ । ଏହା ବ୍ୟତୀତ ରାଜ୍ୟଗୁଡ଼ିକର ଯେଉଁ ବର୍ତମାନର ଆଇନ ଚାଲୁ ରହିଛି, ସେଗୁଡ଼ିକର ସମୀକ୍ଷା ମଧ୍ୟ ଖୁବ ସାହାଯ୍ୟକାରୀ ପ୍ରମାଣିତ ହେବ । ଏହି ସମୀକ୍ଷାର କେନ୍ଦ୍ରବିନ୍ଦୁରେ ସହଜରେ ସହାବସ୍ଥାନ ମଧ୍ୟ ହେଉ ଏବଂ ସହଜରେ ନ୍ୟାୟ ମଧ୍ୟ ରହୁ।

ସାଥୀଗଣ,

ନ୍ୟାୟ ମିଳିବାରେ ବିଳମ୍ବ ହେଉଛି ଏଭଳି ଏକ ବିଷୟ, ଯାହା ଭାରତର ନାଗରିକମାନଙ୍କର ସବୁଠାରୁ ବଡ଼ ଆହ୍ୱାନଗୁଡ଼ିକ ମଧ୍ୟରୁ ଗୋଟିଏ । ଆମର ନ୍ୟାୟପାଳିକା ଏହି ଦେଶରେ ଖୁବ ଗମ୍ଭୀରତାର ସହିତ କାର୍ଯ୍ୟ କରୁଛନ୍ତି । ଏବେ ଅମୃତକାଳରେ ଆମକୁ ମିଳିମିଶି ଏହି ସମସ୍ୟାର ସମାଧାନ କରିବାକୁ ହେବ। ବହୁତଗୁଡ଼ିଏ ପ୍ରୟାସଗୁଡ଼ିକ ମଧ୍ୟରୁ, ଗୋଟିଏ ବିକଳ୍ପ ହେଉଛି ବିକଳ୍ପ ବିବାଦର ସମାଧାନ ପ୍ରକ୍ରିୟା ମଧ୍ୟ, ଯାହାକୁ ରାଜ୍ୟ ସରକାରଙ୍କ ସ୍ତରରେ ପ୍ରୋତ୍ସାହନ ଦିଆଯାଇ ପାରେ । ଭାରତର ଗାଁରେ ଏହି ପ୍ରକାରର ବ୍ୟବସ୍ଥା ବହୁତ ପୂର୍ବରୁ କାର୍ଯ୍ୟ କରି ଆସୁଛି । ତାହା ନିଜସ୍ୱ କାର୍ଯ୍ୟଶୈଳୀ ହେବ, ନିଜସ୍ୱ ବ୍ୟବସ୍ଥା ହେବ କିନ୍ତୁ ଚିନ୍ତାଧାରା ଏହା ହିଁ ହେବ । ଆମକୁ ରାଜ୍ୟରେ ସ୍ଥାନୀୟ ସ୍ତରରେ ଏହି ବ୍ୟବସ୍ଥାକୁ ବୁଝିବାକୁ ହେବ, ଏହାକୁ କିପରି ଆଇନଗତ ବ୍ୟବସ୍ଥାର ଅଂଶ କରି ପାରିବା, ଏହା ଉପରେ କାର୍ଯ୍ୟ କରିବାକୁ ହେବ । ମୋର ସ୍ମରଣ ଅଛି, ମୁଁ  ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଆମେ ସେଠାରେ ସାନ୍ଧ୍ୟ ଅଦାଲତର ଶୁଭାରମ୍ଭ କରିଥିଲୁ ଆଉ ଦେଶରେ ପ୍ରଥମ ଥର ଇଭିନିଙ୍ଗ କୋର୍ଟର ଶୁଭାରମ୍ଭ ହେଲା। ଇଭିନିଙ୍ଗ କୋର୍ଟରେ ଅଧିକାଂଶ ମାମଲା ଏଭଳି ଆସୁଥିଲା ଯେଉଁଗୁଡ଼ିକ ଧାରାଗୁଡ଼ିକ ଦୃଷ୍ଟିରୁ ବହୁତ ଗମ୍ଭୀର ହେଉଥିଲା । ଲୋକମାନେ ମଧ୍ୟ ଦିନ ସାରା ନିଜର କାର୍ଯ୍ୟ ସାରି, ଏହି କୋର୍ଟକୁ ଆସି ନ୍ୟାୟିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରୁଥିଲେ । ଏହାଦ୍ୱାରା ସେମାନଙ୍କର ସମୟ ମଧ୍ୟ ବଞ୍ଚୁଥିଲା ଆଉ ମାମଲାଗୁଡ଼ିକର ଶୁଣାଣୀ ମଧ୍ୟ ଦ୍ରୁତ ଗତିରେ ହେଉଥିଲା । ଇଭିନିଙ୍ଗ କୋର୍ଟ ଯୋଗୁଁ ଗୁଜରାଟରେ ବିଗତ ବର୍ଷମାନଙ୍କରେ 9 ଲକ୍ଷରୁ ଅଧିକ ମାମଲା ଗୁଡ଼ିକର ସମାଧାନ କରାଯାଇଛି। ଆମେ ଦେଖିଛୁ ଯେ ଦେଶରେ ତ୍ୱରିତ ନ୍ୟାୟର ଏକ ମାଧ୍ୟମ ଲୋକ ଅଦାଲତଗୁଡ଼ିକ ମଧ୍ୟ ହୋଇଛନ୍ତି । କେତେଗୁଡ଼ିଏ ରାଜ୍ୟରେ ଏହାକୁ ନେଇ ବହୁତ ଭଲ କାର୍ଯ୍ୟ ମଧ୍ୟ ହୋଇଛି । ଲୋକ ଅଦାଲତ ମାଧ୍ୟମରେ ଦେଶରେ ବିଗତ ବର୍ଷମାନଙ୍କରେ ଲକ୍ଷ- ଲକ୍ଷ ମାମଲା ଗୁଡ଼ିର ସମାଧାନ କରାଯାଇଛି । ଏହା ଫଳରେ ଅଦାଲତଗୁଡ଼ିକର ବୋଝ ମଧ୍ୟ କମ୍ ହୋଇଛି ଆଉ ବିଶେଷ ଭାବେ ଗାଁରେ ରହୁଥିବା ଲୋକମାନଙ୍କୁ, ଗରିବଙ୍କୁ ନ୍ୟାୟ ମିଳିବା ମଧ୍ୟ ବହୁତ ସହଜ ହୋଇଛି।

ସାଥୀଗଣ,

ଆପଣମାନଙ୍କ ପାଖରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ମଧ୍ୟ ଦାୟିତ୍ୱ ଥାଏ । ଅର୍ଥାତ ଆପଣ ସମସ୍ତେ ମଧ୍ୟ ଆଇନ ପ୍ରସ୍ତୁତ ହେବାର ପ୍ରକ୍ରିୟାର ଅତି ନିକଟ ଦେଇ ଗତି କରନ୍ତି । ଉଦ୍ଦେଶ୍ୟ ଯେତେ ଭଲ ହୋଇଥାଉ ନା କାହିଁକି, କିନ୍ତୁ ଯଦି ଆଇନରେ ଦ୍ୱନ୍ଦ୍ୱ ଥାଏ, ସ୍ପଷ୍ଟତାର ଅଭାବ ଥାଏ, ତେବେ ଭବିଷ୍ୟତରେ ଏହାର ବହୁତ ବଡ଼ ତ୍ରୁଟି ବା ଅସୁବିଧା​‌କୁ ସାଧାରଣ ନାଗରିକଙ୍କୁ ବହନ କରିବାକୁ ପଡିଥାଏ । ଆଇନରେ ଥିବା କ୍ଳିଷ୍ଟତା, ତାହାର ଭାଷା ଏପରି ହୋଇଥାଏ ଯେଉଁ କାରଣରୁ, ଜଟିଳତା ହେତୁ ସାଧାରଣ ନାଗରିକଙ୍କୁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ ଏବଂ ନ୍ୟାୟ ପାଇବା ପାଇଁ ଏଠାକୁ ସେଠାକୁ ଦୌଡିବାକୁ ପଡିଥାଏ । ତେଣୁ, ଯେତେବେଳେ ସାଧାରଣ ଲୋକ ଆଇନ ବୁଝିପାରିଥାଏ, ସେତେବେଳେ ଏହାର ପ୍ରଭାବ ଅନ୍ୟ କିଛି ହୋଇଥାଏ। ଏଥିପାଇଁ କେତେକ ଦେଶରେ ଯେତେବେଳେ ସଂସଦ କିମ୍ବା ବିଧାନସଭାରେ ଏକ ଆଇନ ପ୍ରସ୍ତୁତ ହୁଏ, ସେତେବେଳେ ଏହାକୁ ଦୁଇଟି ଉପାୟରେ ପ୍ରସ୍ତୁତ କରାଯାଏ । ଗୋଟିଏ ହେଉଛି ଆଇନର ପରିଭାଷାରେ ବୈଷୟିକ ଶବ୍ଦ ବ୍ୟବହାର କରି ଏହାକୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରିବା ଏବଂ ଅନ୍ୟଟି ହେଉଛି ସେହି ଭାଷାରେ ଆଇନ ଲେଖିବା ଏବଂ ଏହାକୁ ସର୍ବସାଧାରଣ ବା ଲୋକ ଭାଷାରେ ଲେଖିବା, ସେହି ରୂପରେ ଯାହା ସେହି ଦେଶର ସାଧାରଣ ମଣିଷକୁ ବୁଝା ପଡିବ, ଏହାକୁ ସେହି ରୂପରେ ଲେଖିବା, ମୂଳ ଆଇନର ଆତ୍ମାକୁ ଧ୍ୟାନରେ ରଖି ଲେଖିବା । ଏଥିପାଇଁ ଆଇନ ପ୍ରଣୟନ କରିବାବେଳେ, ଆମର ଧ୍ୟାନ ରହିବା ଉଚିତ ଯେ ଗରିବରୁ ଗରିବ ଲୋକ ମଧ୍ୟ ନୂତନ ଆଇନକୁ ଭଲ ଭାବରେ ବୁଝି ପାରିବେ । କେତେକ ଦେଶରେ ମଧ୍ୟ ଏପରି ବ୍ୟବସ୍ଥା ରହିଛି ଯେ ଆଇନ ପ୍ରଣୟନ ସମୟରେ ସେହି ଆଇନ କେତେ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ତାହା ସ୍ଥିର ହୋଇଥାଏ । ଅର୍ଥାତ  ଏକ ପ୍ରକାରରେ, ଆଇନ ପ୍ରଣୟନ ସମୟରେ ଏହାର ଅବଧି, ଏହାର ସମାପ୍ତି ତାରିଖ ସ୍ଥିର ହୋଇଥାଏ। ଏହି ନିୟମ 5 ବର୍ଷ ପାଇଁ, ଏହି ଆଇନ 10 ବର୍ଷ ପାଇଁ, ଏହା ସ୍ଥିର ହୋଇଥାଏ । ଯେତେବେଳେ ସେହି ତାରିଖ ଆସିଥାଏ, ସେହି ପରିସ୍ଥିତିରେ ନୂତନ ଆଇନର ସମୀକ୍ଷା କରାଯାଇଥାଏ । ଭାରତରେ ମଧ୍ୟ ଆମକୁ ଏହି ଭାବନା ​​ସହିତ ଆଗକୁ ବଢିବାକୁ ପଡିବ।  ନ୍ୟାୟିକ ସୁଗମତା ପାଇଁ ଆଇନ ବ୍ୟବସ୍ଥାରେ ସ୍ଥାନୀୟ ଭାଷାର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି। ମୁଁ ମଧ୍ୟ ଆମ ନ୍ୟାୟପାଳିକା ସମ୍ମୁଖରେ ଏହି ପ୍ରସଙ୍ଗକୁ କ୍ରମାଗତ ଭାବରେ ଉଠାଇ ଆସୁଛି । ଏହି ଦିଗରେ ଦେଶ ମଧ୍ୟ ଅନେକ ବଡ଼ ପ୍ରୟାସ କରୁଛି । କୌଣସି ମଧ୍ୟ ନାଗରିକଙ୍କ ପାଇଁ ଆଇନର ଭାଷା ପ୍ରତିବନ୍ଧକ ନ ହେଉ, ପ୍ରତ୍ୟେକ ରାଜ୍ୟ ମଧ୍ୟ ଏହା ପାଇଁ କାର୍ଯ୍ୟ କରନ୍ତୁ । ଏଥିପାଇଁ ଆମକୁ ଲଜିଷ୍ଟିକ୍ ଏବଂ ଭିତ୍ତିଭୂମିର ସହାୟତା ମଧ୍ୟ ଆବଶ୍ୟକ ହେବ ଏବଂ ଯୁବକମାନଙ୍କ ପାଇଁ ମାତୃଭାଷାରେ ଏକ ଶୈକ୍ଷିକ ଇକୋସିଷ୍ଟମ୍ ମଧ୍ୟ ସୃଷ୍ଟି କରିବାକୁ ହେବ । ଆଇନ ସହିତ ଜଡିତ ପାଠ୍ୟକ୍ରମ ମାତୃଭାଷାରେ ହେଉ, ଆମର ଆଇନ ଗୁଡ଼ିକ ସହଜ- ସରଳ ଭାଷାରେ ଲେଖାଯାଉ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଡିଜିଟାଲ୍ ଲାଇବ୍ରେରୀ ସ୍ଥାନୀୟ ଭାଷାରେ ହେଉ, ଏଥିପାଇଁ ଆମକୁ କାର୍ଯ୍ୟ କରିବାକୁ ହେବ । ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ, ଆଇନକୁ ନେଇ ସୂଚନା ବଢିବ ଏବଂ ଭାରୀ ତଥା କଷ୍ଟକର ଆଇନଗତ ଶବ୍ଦର ଭୟକୁ ମଧ୍ୟ ହ୍ରାସ କରିବ।

ସାଥୀଗଣ,

ଯେତେବେଳେ ନ୍ୟାୟ ବ୍ୟବସ୍ଥା ସମାଜ ସହିତ ବିସ୍ତାରିତ ହୁଏ, ଆଧୁନିକତାକୁ ଗ୍ରହଣ କରିବାର ଏକ ସ୍ବଭାବିକ ପ୍ରବୃତ୍ତି ସେଥିରେ ଥାଏ, ସେତେବେଳେ ସମାଜରେ ଯେଉଁ ପରିବର୍ତ୍ତନ ଆସିଥାଏ, ତାହା ନ୍ୟାୟ ବ୍ୟବସ୍ଥାରେ ମଧ୍ୟ ଦୃଶ୍ୟମାନ ହୁଏ । ଟେକ୍ନୋଲୋଜି ଆଜି କିପରି ନ୍ୟାୟ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି, ତାହା ଆମେ କରୋନା ସମୟରେ ମଧ୍ୟ ଦେଖିଛୁ । ଆଜି ଦେଶରେ ଇ-କୋର୍ଟ ମିଶନ ଦ୍ରୁତ ଗତିରେ ଅଗ୍ରଗତି କରୁଛି । 'ଭର୍ଚୁଆଲ୍ ଶୁଣାଣି' ଏବଂ ଭର୍ଚୁଆଲ୍ ହାଜିରା ଭଳି ବ୍ୟବସ୍ଥା ଗୁଡିକ ବର୍ତ୍ତମାନ ଆମର ଆଇନ ବ୍ୟବସ୍ଥାର ଏକ ଅଂଶ ହୋଇଯାଉଛି । ଏହା ବ୍ୟତୀତ ମାମଲାଗୁଡ଼ିକର ଇ-ଫାଇଲିଙ୍ଗକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । ବର୍ତ୍ତମାନ ଦେଶରେ 5Gର ଆଗମନ ସହିତ, ଏହି ବ୍ୟବସ୍ଥା ଗୁଡ଼ିକ ଆହୁରି ତ୍ୱରାନ୍ୱିତ ହେବ ଏବଂ ଏଥିପାଇଁ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି । ତେଣୁ ପ୍ରତ୍ୟେକ ରାଜ୍ୟ ଏହାକୁ ଧ୍ୟାନରେ ରଖି ନିଜ ବ୍ୟବସ୍ଥା ଗୁଡ଼ିକୁ ଅପଡେଟ୍ ଏବଂ ଅପଗ୍ରେଡ୍ କରିବାକୁ ପଡିବ। ଆମର ଆଇନ ଶିକ୍ଷାକୁ ଟେକ୍ନୋଲୋଜି ଅନୁଯାୟୀ ପ୍ରସ୍ତୁତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେବା ଉଚିତ୍।

ସାଥୀଗଣ,

ଏକ ସମର୍ଥ ରାଷ୍ଟ୍ର ଏବଂ ଏକ ସମନ୍ୱିତ ସମାଜ ପାଇଁ ସମ୍ବେଦନଶୀଳ ନ୍ୟାୟ ବ୍ୟବସ୍ଥା ହେଉଛି ଏକ ଜରୁରୀ ସର୍ତ୍ତ । ସେଥିପାଇଁ ମୁଁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ମିଳିତ ବୈଠକରେ ବିଚାରାଧିନ ମାମଲା ପ୍ରସଙ୍ଗ ଉଠାଇଥିଲି । ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ, ମାମଲା ଗୁଡିକର ଶୀଘ୍ର ବିଚାର ପାଇଁ ରାଜ୍ୟ ସରକାର ଯାହା କିଛି କରିପାରିବେ ତାହା ନିଶ୍ଚିତ କରନ୍ତୁ । ବିଚାରାଧିନ ବନ୍ଦୀମାନଙ୍କୁ ନେଇ ରାଜ୍ୟ ସରକାରମାନେ ମଧ୍ୟ ଏକ ମାନବୀୟ ଆଭିମୁଖ୍ୟ ସହିତ କାର୍ଯ୍ୟ କରନ୍ତୁ, ଯାହା ଦ୍ବାରା ଆମର ନ୍ୟାୟିକ ବ୍ୟବସ୍ଥା ଏକ ମାନବୀୟ ଆଦର୍ଶ ସହିତ ଆଗକୁ ବଢିବ।

ସାଥୀଗଣ,

ଆମ ଦେଶର ନ୍ୟାୟିକ ବ୍ୟବସ୍ଥା ପାଇଁ ସମ୍ବିଧାନ ହିଁ ହେଉଛି ସର୍ବୋଚ୍ଚ । ଏହି ସମ୍ବିଧାନର ଗର୍ଭରୁ ହିଁ ନ୍ୟାୟପାଳିକା, ବିଧାୟିକା ଏବଂ କାର୍ଯ୍ୟପାଳିକା ଜନ୍ମ ନେଇଛନ୍ତି । ସେ ସରକାର ହୁଅନ୍ତୁ, ସଂସଦ ହେଉ, ଆମର ଅଦାଲତ ହେଉ, ଏହି ତିନିଜଣ ଏକ ପ୍ରକାରରେରେ ହେଉଛନ୍ତି ସମ୍ବିଧାନ ରୂପୀ ମାତାର ସନ୍ତାନ । ତେଣୁ ଯଦିଓ କାର୍ଯ୍ୟଗୁଡ଼ିକ ଭିନ୍ନ ଭିନ୍ନ, କିନ୍ତୁ ଯଦି ଆମେ ସମ୍ବିଧାନର ଭାବନାକୁ ଦେଖିବା, ତେବେ ବାଦ- ବିବାଦ ପାଇଁ ଜଣେ ଅନ୍ୟ ଜଣଙ୍କୁ ନେଇ ବିତର୍କ କରିବାର କୌଣସି ସ୍ଥାନ ନାହିଁ । ଗୋଟିଏ ମାଆର ସନ୍ତାନଙ୍କ ଭଳି ଏହି ତିନିଜଣଙ୍କୁ ମଧ୍ୟ ମାଆ ଭାରତୀର ସେବା କରିବାର ଅଛି, ତିନିଜଣଙ୍କୁ ମିଳିମିଶି ଏକବିଂଶ ଶତାବ୍ଦୀରେ ଭାରତକୁ ନୂତନ ଶିଖରକୁ ନେଇ ଯିବାକୁ ହେବ। ମୋର ବିଶ୍ବାସ ଯେ, ଏହି ସମ୍ମିଳନୀରେ ଯେଉଁ ମନ୍ଥନ ହେବ, ନିଶ୍ଚିତ ଭାବରେ ଦେଶରେ ଆଇନଗତ ସଂସ୍କାର ପାଇଁ ଅମୃତ ବାହାରିବ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ସମୟ ବାହାର କରି ଷ୍ଟାଚ୍ୟୁ ଅଫ୍ ୟୁନିଟି ଏବଂ ଏହାର ସମ୍ପୁର୍ଣ୍ଣ ପରିସରରେ ଯେଉଁ ସମ୍ପ୍ରସାରଣ ଏବଂ ବିକାଶ ହୋଇଛି, ଆପଣ ତାହାକୁ ନିଶ୍ଚୟ ଦେଖନ୍ତୁ । ଦେଶ ବର୍ତ୍ତମାନ ବହୁତ ଦ୍ରୁତ ଗତିରେ ଆଗକୁ ବଢିବା ପାଇଁ ପ୍ରସ୍ତୁତ ଅଛି । ଆପଣମାନଙ୍କ ପାଖରେ ଯାହା କିଛି ଦାୟିତ୍ୱ ଅଛି, ତାହାକୁ ଖୁବ୍ ଭଲ ଭାବରେ ନିର୍ବାହ କରନ୍ତୁ । ଏହା ମୋର ଆପଣମାନଙ୍କ ପାଇଁ ହେଉଛି ଶୁଭକାମନା ।

ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'There could be no Netflix globally without India': Ted Sarandos on growth, cricket and AI

Media Coverage

'There could be no Netflix globally without India': Ted Sarandos on growth, cricket and AI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi shares Sanskrit Subhashitam recognizing Earth as the nurturing mother of all life
August 06, 2026

The Prime Minister, Shri Narendra Modi today shared Sanskrit Subhashitam emphasising that humanity may live in harmony with the Earth, as earth is the nurturing mother of all life and the moral order that sustains her should be respected.

The Prime Minister shared a Sanskrit verse-

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥

The Prime Minister posted on X:

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥