Lays foundation stone of 1406 projects worth more than Rs 80,000 crores
“Only our democratic India has the power to meet the parameters of a trustworthy partner that the world is looking for today”
“Today the world is looking at India's potential as well as appreciating its performance”
“We have laid emphasis on policy stability, coordination and ease of doing business in the last 8 years”
“For faster growth of Uttar Pradesh, our double engine government is working together on infrastructure, investment and manufacturing”
“As a MP from the state, I have felt the capability and potential in the administration and government of the state that the country expects from them”
“We are with development by policy, decisions and intention”

ଉତ୍ତର ପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, ଲକ୍ଷ୍ନୌର ସାଂସଦ ଏବଂ ଭାରତ ସରକାରଙ୍କ ଆମର ବରିଷ୍ଠ ସାଥୀ ଶ୍ରୀ ରାଜନାଥ ସିଂହ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ଅନ୍ୟ ସହଯୋଗୀଗଣ, ୟୁପିର ଉପ-ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ବିଧାନସଭା ଓ ବିଧାନ ପରିଷଦର ବାଚସ୍ପତି ମହୋଦୟ, ଏଠାରେ ଉପସ୍ଥିତ ଉଦ୍ୟୋଗ ଜଗତର ସମସ୍ତ ବନ୍ଧୁ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ!

ସର୍ବପ୍ରଥମେ ମୁଁ ଉତ୍ତର ପ୍ରଦେଶର ସାଂସଦ ଭାବରେ, କାଶୀର ସାଂସଦ ଭାବରେ ମୁଁ ନିବେଶକମାନଙ୍କୁ ସ୍ୱାଗତ କରୁଛି ଏବଂ ନିବେଶକମାନଙ୍କୁ ଏଥିପାଇଁ ଧନ୍ୟବାଦ ଦେଉଛି, କାରଣ ସେମାନେ ଉତ୍ତର ପ୍ରଦେଶର ଯୁବଶକ୍ତି ଉପରେ ବିଶ୍ୱାସ ରଖିଛନ୍ତି । ଉତ୍ତର ପ୍ରଦେଶର ଯୁବଶକ୍ତିରେ ସେହି ସାମର୍ଥ୍ୟ ଅଛି କି ସେମାନେ ଆପଣଙ୍କ ସ୍ୱପ୍ନକୁ ଏବଂ ସଂକଳ୍ପକୁ ନୂତନ ଉଡ଼ାନ, ନୂତନ ଶିଖରକୁ ନେବାରେ ସେହି ସାମର୍ଥ୍ୟ ଉତ୍ତର ପ୍ରଦେଶର ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ରହିଛି ଏବଂ ଆପଣ ଯେଉଁ ସଂକଳ୍ପକୁ ନେଇ ଆସିଛନ୍ତି, ଉତ୍ତର ପ୍ରଦେଶର ଯୁବଗୋଷ୍ଠୀଙ୍କ ପରିଶ୍ରମ, ସେମାନଙ୍କ ପୁରୁଷାର୍ଥ, ସେମାନଙ୍କ ସାମର୍ଥ୍ୟ, ସେମାନଙ୍କର ବୁଝିବାର ଶକ୍ତି, ସେମାନଙ୍କର ସମର୍ପଣ ଆପଣ ସମସ୍ତଙ୍କର ସ୍ୱପ୍ନ ଏବଂ ସଂକଳ୍ପକୁ ପୂରଣ କରିବ, ଏହା ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି ।

କାଶୀର ସାଂସଦ ଥିବା ଯୋଗୁ ଏକ ସାଂସଦ ଭାବରେ ମୁଁ ଏହି ଲୋଭ ଛାଡ଼ିପାରିବି ନାହିଁ, ମୋହ ଛାଡ଼ିପାରିବି ନାହିଁ ଯେ ମୁଁ ଏତିକି ତ ଚାହିଁବି ଯେ ଆପଣମାନେ ବହୁତ ବ୍ୟସ୍ତ ହେଉଛନ୍ତି, କିନ୍ତୁ କେତେବେଳେ ସମୟ ବାହାର କରି ମୋର କାଶୀକୁ ଦେଖିକରି ଆସନ୍ତୁ । କାଶୀ ବହୁତ ବଦଳି ଯାଇଛି, କାଶୀ ବହୁତ ବଦଳି ଯାଇଛି । ବିଶ୍ୱର ଏପରି ନଗରୀ ପୁରାତନ ସାମର୍ଥ୍ୟ ସହିତ ନୂତନ ରଙ୍ଗ-ରୂପରେ ସଜ୍ଜିତ ହୋଇଯାଇଛି, ଏହା ଉତ୍ତର ପ୍ରଦେଶର ଶକ୍ତିର ଏକ ଜୀବନ୍ତ ଉଦାହରଣ ଅଟେ ।

ସାଥୀମାନେ,

ୟୁପିରେ ୮୦ ହଜାର କୋଟି ଟଙ୍କାରୁ ଅଧିକ ଭାବରେ ନିବେଶ ସମ୍ବନ୍ଧିତ ବୁଝାମଣା ଏଠାରେ ହୋଇଛି । ଏହି ରାଶି ନିବେଶ ଦ୍ୱାରା ୟୁପିରେ ରୋଜଗାରର ହଜାର ହଜାର ନୂଆ ଅବସର ସୃଷ୍ଟି ହେବ । ଏହା ଭାରତ ସହିତ ଉତ୍ତର ପ୍ରଦେଶର ବୃଦ୍ଧି ବିଷୟରେ ବଢୁଥିବା ବିଶ୍ୱାସ ପ୍ରଦର୍ଶନ କରିଥାଏ । ଆଜିର ଏହି ଆୟୋଜନ ପାଇଁ ମୁଁ ୟୁପିର ଯୁବଗୋଷ୍ଠୀମାନଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି । କାରଣ ଏହାର ସବୁଠାରୁ ବଡ଼ ଲାଭ ୟୁପିର ଯୁବକମାନଙ୍କୁ, ଯୁବତୀମାନଙ୍କୁ, ଆମର ନୂତନ ପିଢ଼ିଙ୍କ ପାଇଁ ହେବ ।

ସାଥୀମାନେ,

ଏହି ସମୟରେ ଆମେ ଆମର ଆଜାଦୀର ୭୫ତମ ବର୍ଷର ପର୍ବ ପାଳନ କରୁଛୁ, ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛୁ । ଏହି ସମୟ ଆଗାମୀ ୨୫ ବର୍ଷ ପାଇଁ ଅମୃତ କାଳ, ନୂଆ ସଂକଳ୍ପର କାଳ, ନୂଆ ଲକ୍ଷ୍ୟର କାଳରେ ଏବଂ ନୂଆ ଲକ୍ଷ୍ୟଗୁଡ଼ିକୁ ପ୍ରାପ୍ତ କରିବା ପାଇଁ ସବକା ପ୍ରୟାସର ମନକୁ ନେଇ ପରିଶ୍ରମର ପରାକାଷ୍ଠା କରିବାର ଅମୃତ କାଳ ଅଟେ। ଆଜି ବିଶ୍ୱରେ ଯେଉଁ ବୈଶ୍ୱିକ ପରିସ୍ଥିତିମାନ ସୃଷ୍ଟି ହୋଇଛି, ତାହା ଆମ ପାଇଁ ବଡ଼ ଅବସର ମଧ୍ୟ ନେଇ ଆସିଛି । ବିଶ୍ୱ ଆଜି ଯେଉଁ ବିଶ୍ୱାସର ସାଥିର ତଲାସ କରୁଛି, ତାହା ଉପରେ ସଫଳତାର ସାମର୍ଥ୍ୟ କେବଳ ଆମର ଲୋକତାନ୍ତ୍ରିକ ଭାରତ ନିକଟରେ ଅଛି । ବିଶ୍ୱ ଆଜି ଭାରତର ସାମର୍ଥ୍ୟକୁ ମଧ୍ୟ ଦେଖୁଛି ଏବଂ ଭାରତର ସମ୍ଭାବନାକୁ ମଧ୍ୟ ଦେଖୁଛି ଏବଂ ଭାରତର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରୁଛି ।

କରୋନା କାଳରେ ମଧ୍ୟ ଭାରତ ଅଟକି ନାହିଁ, ବରଂ ନିଜର ରିଫର୍ମସର ଗତିକୁ ଆହୁରି ବଢ଼ାଇ ଦେଇଛି, ଏହାର ପରିଣାମ ଆଜି ଆମେ ସମସ୍ତେ ଦେଖୁଛୁ । ଆମେ ଜି-୨୦ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ସବୁଠାରୁ ଶୀଘ୍ର ବୃଦ୍ଧି ପାଉଛୁ । ଆଜି ଭାରତ ଗ୍ଲୋବାଲ ରିଟେଲ ଇଣ୍ଡେକ୍ସରେ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ, ବିଶ୍ୱର ତୃତୀୟ ସବୁଠାରୁ ବଡ଼ ଏନର୍ଜି କଞ୍ଜୁମର ଦେଶ ଅଟେ । ପୂର୍ବ ବର୍ଷ ବିଶ୍ୱ ୧୦୦ରୁ ଅଧିକ ଦେଶରେ, ୮୪ ବିଲିଅନ ଡଲାରର ଗଣନାରେ ଏଫଡିଆଇ ଆସିଛି । ଭାରତ ଗତ ବିତ୍ତୀୟ ବର୍ଷରେ ୪୧୭ ବିଲିଅନ ଡଲାର ଅର୍ଥାତ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମଙ୍କେଡାଇଜ ଏକ୍ସପୋର୍ଟ କରି ନୂତନ ରେକର୍ଡ କରିଛି ।

ସାଥୀମାନେ,

ଏକ ରାଷ୍ଟ୍ର ଭାବରେ ବର୍ତ୍ତମାନ ଏହି ସମୟରେ ନିଜର ଭାଗିଦାରୀର ପ୍ରୟାସକୁ ବହୁଗୁଣା ଅଧିକ ବଢ଼ାଇବାକୁ ହେବ । ଏହା ଏପରି ଏକ ସମୟ, ଯେତେବେଳେ ଆମେ ଆମର ନିଷ୍ପତ୍ତିକୁ କେବଳ ଗୋଟିଏ ବର୍ଷ କିମ୍ବା ୫ ବର୍ଷ ପାଇଁ ଦେଖିବାର ସୀମୀତ ରଖିପାରିବା ନାହିଁ, ଭାରତର ଏକ ମଜବୁତ ମାନୁଫାକଚରିଂ ଇକୋ ସିଷ୍ଟମ, ଏକ ମଜବୁତ ଏବଂ ଡାଇୱର୍ସ ଭାଲୁ୍ୟ ଏବଂ ସପ୍ଳାଇ ଚେନ ବିକଶିତ କରିବା ପାଇଁ ପ୍ରତ୍ୟେକଙ୍କର ଯୋଗଦାନ ଆବଶ୍ୟକ ଅଟେ, ସରକାର ନିଜ ପକ୍ଷରୁ ନିରନ୍ତର ନୀତି ମାନ ତିଆରି କରୁଛନ୍ତି, ପୁରାତନ ନୀତିରେ ସୁଧାର ଆଣୁଛନ୍ତି, ଏବେ ନିକଟରେ କେନ୍ଦ୍ରରେ ଏନଡିଏ ସରକାର ନିଜର ୮ ବର୍ଷ ପୂରଣ କଲେ । ଏହି ବର୍ଷଗୁଡ଼ିକରେ ଆମ ଭଳି ଏବେ ଯୋଗୀ ଜୀ କହୁଥିଲେ, ରିଫର୍ମ- ପରଫର୍ମ- ଟ୍ରାନ୍ସଫର୍ମର ମନ ସହିତ ଆଗକୁ ବଢନ୍ତୁ । ଆମେ ପଲିସୀ ଷ୍ଟାବିଲିଟୀ ଉପରେ ଜୋର ଦେଇଛୁ, କୋଅର୍ଡିନେନ୍ସ ଉପରେ ଜୋର ଦେଇଛୁ, ଇଜ ଅଫ ଡୁଇଂ ବିଜନେସ ଉପରେ ଜୋର ଦେଇଛୁ । ପୂର୍ବ ସମୟରେ ଆମେ ହଜାର ହଜାର ଅଭିଯୋଗ ଶେଷ କରିଛୁ, ପୁରୁଣା ଆଇନକୁ ଶେଷ କରିଛୁ । ଆମେ ଆମର ରିଫର୍ମସରୁ ଏକ ରାଷ୍ଟ୍ର ଭାବରେ ଭାରତକୁ ମଜବୁତ କରିବା ପାଇଁ କାର୍ଯ୍ୟ କରୁଛୁ । ୱାନ ନେସନ ୱାନ ଟ୍ୟାକ୍ସ ଜିଏସଟି ହେଉ, ୱାନ ନେସନ ୱାନ ଗ୍ରିଡ ହେଉ, ୱାନ ନେସନ ୱାନ ମୋବିଲିଟି କାର୍ଡ ହେଉ, ୱାନ ନେସନ ୱାନ ରାସନ କାର୍ଡ ହେଉ, ଏହି ସମସ୍ତ ପ୍ରୟାସ, ଆମର ଦୃଢ଼ ଏବଂ ସ୍ପଷ୍ଟ ନୀତିର ପ୍ରତିବିମ୍ବ ଅଟେ ।

ଯେବେଠାରୁ ୟୁପିରେ ଡବଲ ଇଞ୍ଜିନ ସରକାର ଆସିଛି, ସେବେଠାରୁ ୟୁପିରେ ଏହି ଦିଗରେ ଶୀଘ୍ର କାମ ହେଉଛି । ବିଶେଷ କରି ୟୁପିରେ ଯେଭଳି ଭାବରେ ଆଇନ ବ୍ୟବସ୍ଥାର ସ୍ଥିତି ସୁଧୁରୁଛି, ତାହାଦ୍ୱାରା ବେପାରିମାନଙ୍କ ଭରସା ଫେରିଛି, ବିଜନେସ ପାଇଁ ଉତ୍ତମ ପରିବେଶ ସୃଷ୍ଟି ହୋଇଛି । ପୂର୍ବ ବର୍ଷଗୁଡ଼ିକରେ ମୁଁ ଏଠିକାର ପ୍ରଶାସନିକ କ୍ଷମତା ଏବଂ ଗଭର୍ଣ୍ଣାନ୍ସରେ ମଧ୍ୟ ସୁଧାର ଆସିଛି । ଏଥିପାଇଁ ଆଜି ଜନତାଙ୍କର ବିଶ୍ୱାସ ଯୋଗୀ ଜୀଙ୍କ ସରକାର ଉପରେ ଅଛି। ଏବଂ ଯେଭଳି ଉଦ୍ୟୋଗ ଜଗତର ସାଥୀ ନିଜର ଅନୁଭବର ଆଧାର ଉପରେ ବର୍ତ୍ତମାନ ଉତ୍ତର ପ୍ରଦେଶର ପ୍ରଶଂସା କରୁଥିଲେ ।

ମୁଁ ସାଂସଦ ଭାବରେ ନିଜର ଅନୁଭବ କହୁଛି । କେବେ ଉତ୍ତର ପ୍ରଦେଶର ଆଡମିନିଷ୍ଟ୍ରେସନକୁ ନିକଟରୁ ଦେଖି ନ ଥିଲି। କେବେ ମୁଖ୍ୟମନ୍ତ୍ରୀମାନଙ୍କର ମିଟିଂରେ ଲୋକମାନେ ଆସୁଥିଲେ ସେତେବେଳେ ସେଠିକାର ଏଜେଣ୍ଡା କିଛି ଅଲଗା ହେଉଥିଲା । କିନ୍ତୁ ଗୋଟିଏ ସାଂସଦ ଭାବରେ ଯେତେବେଳେ ମୁଁ ଏଠାରେ କାମ କରିବାକୁ ଲାଗିଲି ମୋର ବିଶ୍ୱାସ ଅନେକ ଗୁଣ ବଢ଼ିଗଲା କି ଉତ୍ତର ପ୍ରଦେଶର ବୁ୍ୟରୋକ୍ରାସି, ଉତ୍ତର ପ୍ରଦେଶର ଆଡମିନିଷ୍ଟ୍ରେସନରେ ଏଭଳି ଶକ୍ତି ଅଛି ଯାହାକୁ ଦେଶ ଆଜି ଚାହୁଁଛି ।

ଯେଉଁ କଥା ଉଦ୍ୟୋଗ ଜଗତର ଲୋକମାନେ କହୁଥିଲେ, ଜଣେ ସାଂସଦ ଭାବରେ ମୁଁ ନିଜେ ଏହି ସାମର୍ଥ୍ୟକୁ ଅନୁଭବ କରିଛି ଏବଂ ଏଥିପାଇଁ ମୁଁ ଏଠିକାର ସରକାରଙ୍କ ସମସତ ବୁ୍ୟରୋକ୍ରାଟସଙ୍କୁ, ସରକାରଙ୍କ ଛୋଟ ଛୋଟ ପ୍ରତ୍ୟେକ ବ୍ୟକ୍ତିଙ୍କର ଏହି ଯେଉଁ ମାନସିକତା ତାଙ୍କର ହୋଇଛି, ସେଥିପାଇଁ ଅଭିନନ୍ଦନ ଜଣାଉଛି, ସେମାନଙ୍କ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ଉତ୍ତର ପ୍ରଦେଶରେ ଭାରତର ପଞ୍ଚମ-ଷଷ୍ଠ ଅଂଶରେ ଆଜାଦୀ ରହିଥାଏ । ଅର୍ଥାତ ୟୁପିର ଜଣେ ବ୍ୟକ୍ତିଙ୍କର ଉନ୍ନତ ଭାରତର ପ୍ରତ୍ୟେକ ଷଷ୍ଠ ବ୍ୟକ୍ତିଙ୍କର ଉନ୍ନତି ହେବ । ମୋର ବିଶ୍ୱାସ ଅଛି ଯେ ଏହା ୟୁପି ହିଁ ଅଟେ, ଯିଏ ଏକବିଂଶ ଶତାବ୍ଦୀରେ ଭାରତର ଗ୍ରୋଥ ଷ୍ଟୋରୀକୁ ମୋମେଣ୍ଟମ ଦେବ ଏବଂ ଏହି ଦଶ ବର୍ଷକୁ ଆପଣ ଦେଖନ୍ତୁ, ଗୋଟିଏ ଉତ୍ତର ପ୍ରଦେଶ ହିନ୍ଦୁସ୍ଥାନର ବହୁତ ବଡ଼ ଡ୍ରାଇଭିଂ ଫୋର୍ସ ହେବାକୁ ଯାଉଛି, ଏହି ୧୦ ବର୍ଷରେ ଆପଣମାନଙ୍କୁ ଦେଖାଯିବ ।

ଯେଉଁଠି ପରିଶ୍ରମର ପରାକାଷ୍ଠା କରିବାବାଲା ଲୋକମାନେ ଥିବେ, ଯେଉଁ ପ୍ରଦେଶରେ ଦେଶର ମୋଟ ଜନସଂଖ୍ୟା ୧୬ ପ୍ରତିଶତରୁ ଅଧିକ ଉପଭୋକ୍ତା ବସବାସ କରୁଥିବେ, ଯେଉଁଠାରେ ୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏକ ଡର୍ଜନରୁ ଅଧିକ ସହର ଥିବ, ଯେଉଁଠି ପ୍ରତ୍ୟେକ ଜିଲ୍ଲାର ନିଜର କୌଣସି ନା କୌଣସି ନିର୍ଦ୍ଦିଷ୍ଟ ପ୍ରଡକ୍ଟ ଥିବ, ଯେଉଁଠି ଏତେବଡ଼ ସଂଖ୍ୟାରେ ଏମଏସଏମଇ ଥିବ, ଲଘୁ ଉଦ୍ୟୋଗ ଥିବ, ଯେଉଁଠି ଅଲଗା ଅଲଗା ଋତୁରେ ଅଲଗା ଅଲଗା କୃଷି ଉତ୍ପାଦନ ଶସ୍ୟ, ଫଳ, ପନିପରିବା ବାହାରୁ ଥିବ, ଯେଉଁ ପ୍ରଦେଶକୁ ଗଙ୍ଗା, ଯମୁନା, ସରୟୁ ସମେତ ଅନେକ ନଦୀମାନଙ୍କର ଆଶୀର୍ବାଦ ଥିବ, ଏମିତି ୟୁପିକୁ ଦ୍ରୁତ ବିକାଶରୁ କିଏ ରୋକି ପାରିବ?

ସାଥୀମାନେ,

ବର୍ତ୍ତମାନ ଏହି ବଜେଟରେ ଆମେ ଗଙ୍ଗାର ଦୁଇଟି କୂଳରେ, ଭାରତ ସରକାରଙ୍କ ବଜେଟର କଥା କହୁଛି, ୫-୫ କିଲୋମିଟର ମଧ୍ୟରେ ମେଡିକାଲର ପ୍ରାକୃତିକ ଚାପର କରିଡର ତିଆରି କରିବାର ଘୋଷଣା କରିଛି । ଡିଫେନ୍ସ କରିଡ଼ରର ଚର୍ଚ୍ଚା ହେଉଛି, କିନ୍ତୁ ଏହି ଏକ କରିଡରର କୌଣସି ଚର୍ଚ୍ଚା ହୋଇ ନ ଥାଏ । ୟୁପିରେ ଗଙ୍ଗା ୧୧ଠଠ କିଲୋମିଟରରୁ ଅଧିକ ଲମ୍ବିଛି ଏବଂ ଏଠିକାର ୨୫ରୁ ୩୦ ଜିଲ୍ଲା ହୋଇଯାଉଛି । ଆପଣ କଳ୍ପନା କରିପାରିବେ ନାହିଁ ଯେ ଜୈବିକ ଚାଷର କେତେ ବଡ଼ ସମ୍ଭାବନା ୟୁପିରେ ହେବାକୁ ଯାଉଛି । ୟୁପି ସରକାର କିଛି ବର୍ଷ ପୂର୍ବରୁ ନିଜର ଫୁଡ ପ୍ରୋସେସିଂ ନୀତି ମଧ୍ୟ ଘୋଷଣା କରିଛନ୍ତି । ମୁଁ ବୁଝିପାରୁଛି, କର୍ପୋରେଟ ୱର୍ଲ୍ଡ ପାଇଁ ଏବଂ ଏଠିକାର ଯେଉଁ ଉଦ୍ୟୋଗ ଜଗତର ଲୋକମାନେ ଅଛନ୍ତି ସେମାନଙ୍କୁ ମୁଁ ଆଗ୍ରହପୂର୍ବକ ଏହି ବିଷୟ ଉପରେ କହିବାକୁ ଚାହିଁବି । କର୍ପୋରେଟ ୱାର୍ଲ୍ଡ ପାଇଁ ଏହି ସମୟରେ କୃଷି କ୍ଷେତ୍ରରେ ବିନିଯୋଗ କରିବାକ ଏହା ସୁବର୍ଣ୍ଣ ସୁଯୋଗ ଅଟେ ।

ସାଥୀମାନେ,

ଦ୍ରୁତ ବିକାଶ ପାଇଁ, ଆମର ଡବଲ ଇଞ୍ଜିନ ସରକାର ଇନଫ୍ରାଷ୍ଟ୍ରକଚର, ଇନଭେଷ୍ଟମେଣ୍ଟ ଏବଂ ମାନୁଫାକଚରିଂ ତିନୋଟି ଉପରେ ଏକ ସାଥୀରେ କାର୍ଯ୍ୟ କରୁଛି, ଚଳିତ ବର୍ଷ ବଜେଟରେ ସାଢ଼େ ୭ ଲକ୍ଷ କୋଟି ଟଙ୍କାର ଅଦ୍ଭୁତପୂର୍ବ କ୍ୟାପିଟାଲ ଏକ୍ସପେଣ୍ଡିଚରର ଆଲୋକେସନ ଏହି ଦିଗରେ ଉଠାଇଥିବା ପଦକ୍ଷେପ ଅଟେ । ମାନୁଫାକଚରିଂକୁ ବଢ଼ାଇବା ପାଇଁ ପିଏଲଆଇ ସ୍କିମ ଘୋଷଣା କରାଯାଇଛି, ଯାହାର ଲାଭ ଆପଣଙ୍କର ଏଠାରେ ୟୁପିରେ ମଧ୍ୟ ମିଳିବ ।

ୟୁପିରେ ନିର୍ମିତ ହେଉଥିବା ଡିଫେନ୍ସ କରିଡର ମଧ୍ୟ ଆପଣମାନଙ୍କ ପାଇଁ ଉତ୍ତମ ସମ୍ଭାବନା ନେଇ ଆସିବ । ଭାରତରେ ଆଜି ଡିଫେନ୍ସ ମାନୁଫାକଚରିଂ ଉପରେ ଯେତିକି ଜୋର ଦିଆଯାଉଛି, ସେତିକି ପୂର୍ବରୁ କେବେ ଦିଆଯାଇ ନ ଥିଲା । ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଆମେ ବଡ଼ ଦୃଢ଼ତାର ସହିତ ସମାଧାନ କରିଛୁ, ଆମେ ୩୦୦ ଜିନିଷ ଏମିତି ଆଇଡେଣ୍ଟି କରିଛୁ ଏବଂ ଆମେ ନିର୍ଣ୍ଣୟ କରିଛୁ ଯେ ଏହି ୩୦୦ ଜିନିଷଗୁଡ଼ିକ ବର୍ତ୍ତମାନ ବିଦେଶରେ ଆସିବ ନାହିଁ । ଅର୍ଥାତ ମିଲିଟାରୀ ଇକୁପମେଣ୍ଟ ସହିତ ଜଡ଼ିତ ଏହି ୩୦୦ ଜିନିଷ ଥିବ, ଅର୍ଥାତ ଡିପେନ୍ସ କ୍ଷେତ୍ରରେ ଯେଉଁ ମାନୁଫାକଚରିଂରେ ଆସିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ୩୦୦ ପ୍ରଡକ୍ଟ ପାଇଁ ଏହା ଆସୁ୍ୟରଡ ମାର୍କେଟ ଆଭେଲେବଲ ଥିବ । ଏହାର ମଧ୍ୟ ଆପଣମାନଙ୍କୁ ବହୁତ ଅଧିକ ଲାଭ ମିଳିବ ।

ସାଥୀମାନେ,

ଆମେ ମାନୁଫାକଚରିଂ ଏବଂ ଟ୍ରାନ୍ସପୋର୍ଟ ଭଳି ପାରମ୍ପରିକ ବ୍ୟବସାୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଫିଜିକାଲ ଇନଫ୍ରାଷ୍ଟ୍ରକଚରକୁ ଆଧୁନିକ କରୁଛି । ଏଠାରେ ୟୁପିରେ ମଧ୍ୟ ଆଧୁନିକ ପାୱାର ଗ୍ରିଡ ଥିବ, ଗ୍ୟାସ ପାଇପର ନେଟୱର୍କ ହେଉ କିମ୍ବା ପୁଣି ମଲ୍ଟିମୋଡାଲ ସଂଯୋଗୀକରଣ, ସବୁଠାରେ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ କାର୍ଯ୍ୟ ହେଉଛି । ଆଜି ୟୁପି ଠାରେ ଯେତିକି କିଲୋମିଟର ଏକ୍ସପ୍ରେସ ୱେ ଉପରେ କାର୍ଯ୍ୟ ଜାରି ରହିଛି, ସେ ନିଜେ ହିଁ ଏକ ରେକର୍ଡ ଅଟେ । ଆଧୁନିକ ଏକ୍ସପ୍ରେସ ୱେର ସଶକ୍ତ ନେଟୱର୍କ ଉତ୍ତର ପ୍ରଦେଶର ସମସ୍ତ ଇକୋନମିକ ଜୋନକୁ ଉଭୟଙ୍କୁ ମଧ୍ୟ ସଂଯୋଗ କରିବ ।

ଯଥାଶୀଘ୍ର ୟୁପିର ପରିଚୟ ଆଧୁନିକ ରେଲୱେ ଇନଫ୍ରାଷ୍ଟ୍ରକଚରର ସଂଗମ ଭାବରେ ମଧ୍ୟ ହେବ । ଇଷ୍ଟର୍ଣ୍ଣ ଏବଂ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର ଏଠାରେ ୟୁପିରେ ହିଁ ଉଭୟ ଜଣେ ଅନ୍ୟଜଣଙ୍କ ସହିତ ଯୋଡ଼ି ହେବେ । ଜେୱର ସମେତ ୟୁପିର ୫ ଇଣ୍ଟରନ୍ୟାସନାଲ ଏୟାରପୋର୍ଟସ,ଏଠିକାର ଇଣ୍ଟରାକ୍ସନ କନେକ୍ଟିଭିଟିକୁ ଆହୁରି ମଜବୁତ କରିବ । ଗ୍ରେଟର ନୋଏଡାର କ୍ଷେତ୍ର ହେଉ କିମ୍ବା ବାରଣାସୀ, ଏଠାରେ ଦୁଇଟି ମଲ୍ଟିମୋଡାଲ ଲଜିଷ୍ଟିକ୍ସ ଟ୍ରାନ୍ସପୋର୍ଟ ହବର ନିର୍ମାଣ ମଧ୍ୟ ହେଉଛି । ଇଣ୍ଡଷ୍ଟ୍ରିଆଲ ଷ୍ଟ୍ରାଟେଜୀ ହିସାବରେ, ଲଜିଷ୍ଟିକ ହିସାବରେ ୟୁପି ଦେଶର ସବୁଠାରୁ ଆଧୁନିକ ଇନଫ୍ରାଷ୍ଟ୍ରକଚର ଥିବା ରାଜ୍ୟ ମଧ୍ୟରେ ସାମିଲ ହେଉଛି । ୟୁପିରେ ବଢୁଥିବା କନେକ୍ଟିଭିଟି ଏବଂ ବଢୁଥିବା ଇନଭେଷ୍ଟମେଣ୍ଟ, ୟୁପିର ଯୁବଗୋଷ୍ଠୀଙ୍କ ପାଇଁ ଅନେକ ନୂତନ ଅବସର ନେଇ ଆସିବ ।

ସାଥୀମାନେ,

ଆଧୁନିକ ଇନଫ୍ରାଷ୍ଟ୍ରକଚରର ନିର୍ମାଣରେ ବେଗ ଆସିବ, ଏଥିପାଇଁ ଆମ ସରକାର ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ କରାଯାଇଛି । ଏହା କେନ୍ଦ୍ର ସରକାର, ରାଜ୍ୟ ସରକାର, ଅଲଗା ଅଲଗା ବିଭାଗ, ଅଲଗା ଅଲଗା ଏଜେନ୍ସିମାନ, ଏତିକି ନୁହେଁ ସ୍ଥାନୀୟ ସମାଜର ସଂସ୍ଥାଗୁଡ଼ିକୁ, ସମସ୍ତଙ୍କୁ ଏକ ସହିତ ଯୋଡ଼ିବା, ସେହି ପ୍ରକାରରେ ପ୍ରାଇଭେଟ ସେକ୍ଟ, ବିଜେନସ ସହିତ ଜଡ଼ିତ ସଂସ୍ଥାନଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା କାର୍ଯ୍ୟ ଏହି ପିଏମ ଗତିଶକ୍ତି ଯୋଜନା ଦ୍ୱାରା ହେଉଛି । ଏହି ପ୍ଲାଟଫର୍ମ ମାଧ୍ୟମରେ କୌଣସି ମଧ୍ୟ ପ୍ରୋଜେକ୍ଟ ସହିତ ଜଡ଼ିତ ପ୍ରତ୍ୟେକ ଷ୍ଟେକ ହୋଲ୍ଡରର୍ସଙ୍କୁ ପ୍ରକୃତ ସମୟର ସୂଚନା ମିଳିବ, ନିଜ ନିଜ ବିଭାଗର କାମ ତାଙ୍କୁ କେବେ ପର୍ଯ୍ୟନ୍ତ ପୂରଣ କରିବାକୁ ହେବ, ଏହାର ପ୍ଳାନିଂ ସେହି ସମୟ ଅନୁସାରେ କରିପାରିବ । ଗତ ୮ ବର୍ଷରେ ପ୍ରୋଜେକ୍ଟକୁ ସମୟାନୁସାରେ ପୁରା କରିବାର ଯେଉଁ ନୂତନ କଲଚର ଦେଶରେ ବିକଶିତ ହୋଇଛି, ତାଙ୍କୁ ଏହା ନୂତନ ବିସ୍ତାର ହେବ ।

ସାଥୀମାନେ,

ବିଗତ ବର୍ଷମାନଙ୍କରେ ଭାରତ ଯେଉଁ ଗତିରେ କାମ କରୁଛି ତାହାର ଏକ ଉଦାହରଣ ଆମର ଡିଜିଟାଲ କ୍ରାନ୍ତି ଅଟେ । ୨୦୧୪ରେ ଆମ ଦେଶରେ ମାତ୍ର ସାଢ଼େ ୬ କୋଟି ବ୍ରାଇବେଣ୍ଡ ସବସ୍କ୍ରାଇବର୍ସ ଥିଲେ । ଆଜି ଏହାର ସଂଖ୍ୟା ୭୮ କୋଟିରୁ ଅଧିକ ହୋଇଯାଇଛି । ୨୦୧୪ରେ ଏକ ଜିବି ଡାଟା ପାଖା-ପାଖି ୨ଠଠ ଟଙ୍କାର ପଡୁଥିଲା । ଆଜି ଏହାର ମୂଲ୍ୟ ହ୍ରାସ ପାଇ ୧୧-୧୨ ଟଙ୍କା ହୋଇଛି । ଭାରତ ବିଶ୍ୱରେ ସେହି ଦେଶମାନଙ୍କ ମଧ୍ୟରେ ଅଛି ଯେଉଁଠାରେ ଏତେ ଶସ୍ତା ଡାଟା ଅଛି, ୨୦୧୪ରେ ଦେଶରେ ୧୧ ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ଥିଲା । ବର୍ତ୍ତମାନ ଦେଶରେ ବିଛାଯାଇଥିବା ଅପ୍ଟିକାଲ ଫାଇବରର ଲମ୍ବା ୨୮ ଲକ୍ଷ କିଲୋମିଟରକୁ ଅତିକ୍ରମ କରିସାରିଛି ।

୨୦୧୪ରେ ଦେଶରେ ୧୦୦ରୁ ମଧ୍ୟ କମ ଗ୍ରାମ ପଞ୍ଚାୟତଗୁଡ଼ିକରେ ଅପ୍ଟିକାଲ ଫାଇବର ପହଞ୍ଚô ଥିଲା । ଆଜି ଅପ୍ଟିକାଲ ଫାଇବର ସହିତ ଜଡ଼ିତ ଗ୍ରାମ ପଞ୍ଚାୟତର ସଂଖ୍ୟା ମଧ୍ୟ ୨ ଲକ୍ଷ ୨୫ ହଜାର ଅତିକ୍ରମ କରିସାରିଛି । ୨୦୧୪ରେ ଦେଶରେ ୯୦ ହଜାର ପାଖା-ପାଖି କମନ ସର୍ଭିସ ସେଣ୍ଟର୍ସ ଥିଲା । ଆଜି ଦେଶରେ କମନ ସର୍ଭିସ ସେଣ୍ଟର୍ସର ସଂଖ୍ୟା ମଧ୍ୟ ୪ ଲକ୍ଷରୁ ଅଧିକ ହୋଇଯାଇଛି । ଆଜି ଦୁନିଆର ଡିଜିଟାଲ ନେଣଦେଣର ପାଖା-ପାଖି ୪୦ ପ୍ରତିଶତ ଭାରତରେ ହେଉଛି, ଦୁନିଆର ୪୦ ପ୍ରତିଶତ । କୌଣସି ମଧ୍ୟ ହିନ୍ଦୁସ୍ଥାନୀକୁ ଗର୍ବ ହେବ, ଯେଉଁ ଭାରତର ଲୋକମାନେ ଅନପଢ଼ କହୁଥିଲେ, ସେଇ ଭାରତ ଏହି କମାଲ କରୁଛି ।

ଆମେ ଗତ ୮ ବର୍ଷରେ ଡିଜିଟାଲ କ୍ରାନ୍ତି ପାଇଁ ଯେଉଁ ଫାଉଣ୍ଡେସନକୁ ମଜବୁତ କରିଛୁ, ତାହାର ଫଳ ଏହା ଯେ ଆଜି ଅଲଗା ଅଲଗା କ୍ଷେତ୍ର ପାଇଁ ଏତେଗୁଡ଼ିଏ ସମ୍ଭାବନା ସୃଷ୍ଟି ହୋଇପାରୁଛି । ଏହାର ବହୁତ ବଡ଼ ଲାଭ ଆମର ଯୁବଗୋଷ୍ଠୀଙ୍କୁ ମିଳିଛି । ୨୦୧୪ ପୂର୍ବରୁ ଆମର ଏଠାରେ କିଛି ୧୦୦ ହିଁ ଥିଲା । କିନ୍ତୁ ଆଜି ଦେଶରେ ପଞ୍ଜୀକୃତ ଷ୍ଟାଟଅପ୍ସର ସଂଖ୍ୟା ୭୦ ହଜାର ପାଖା-ପାଖି ପହଂଚିପାରିଛି । ଏବେ ନିକଟରେ ଭାରତ ୧୦୦ ୟୁନିକର୍ଣ୍ଣର ରେକର୍ଡ ମଧ୍ୟ କରିଛି । ଆମର ନୂତନ ଇକୋନମୀର ଚାହିଦାକୁ ପୂରଣ କରିବା ପାଇଁ, ଡିଜିଟାଲ ଇନଫ୍ରାଷ୍ଟ୍ରକଚରର ମଜବୁତକୁ ବହୁତ ଲାଭ ଆପଣମାନଙ୍କୁ ମିଳିବ ।

ସାଥୀମାନେ,

ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି କି ୟୁପିର ବିକାଶ ପାଇଁ, ଆତ୍ମନିର୍ଭର ଭାରତର ନିର୍ମାଣ ପାଇଁ ଯେ କୌଣସି ମଧ୍ୟ କ୍ଷେତରେ, ଯେ କୌଣସି ରିଫର୍ମ ଆବଶ୍ୟକ ହେବ, ସେହି ରିଫର୍ମ ନିରନ୍ତର ଭାବେ କରାଯିବ । ଆମେ ନୀତିରେ ମଧ୍ୟ ବିକାଶ ସହିତ ଅଛୁ, ନିର୍ଣ୍ଣୟରେ ମଧ୍ୟ ବିକାଶ ସହିତ ଅଛୁ, ନିୟତିରେ ମଧ୍ୟ ବିକାଶ ସହିତ ଅଛୁ, ସ୍ୱଭାବରେ ମଧ୍ୟ ବିକାଶ ସହିତ ଅଛୁ ।

ଆମେ ସମସ୍ତେ ଆପଣଙ୍କର ପ୍ରତ୍ୟେକ ପ୍ରୟାସ ସହିତ ଆପଣଙ୍କ ସହିତ ରହିବୁ ଏବଂ ପ୍ରତ୍ୟେକ ପାଦରେ ଆପଣଙ୍କ ସାଥ ଦେବୁ । ଆପଣ ପୁରା ଉତ୍ସାହର ସହିତ ଉତ୍ତର ପ୍ରଦେଶର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ, ଉତ୍ତର ପ୍ରଦେଶର ଭବିଷ୍ୟତର ନିର୍ମାଣ ଆପଣଙ୍କ ଭବିଷ୍ୟତକୁ ମଧ୍ୟ ଉଜ୍ୱଳ କରାଇବ । ଏହି ୱିନ-ୱିନ ସିଚୁଏସନ ହେଉ, ଏହି ନିବେଶ ସମସ୍ତଙ୍କ ପାଇଁ ଶୁଭ ହେଉ, ସମସ୍ତଙ୍କୁ ଲାଭ ଦେବ । ଏହି ସହିତ ଇତି ଶୁଭମ କହିବା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା!

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Amrit Bharat Station Scheme: Railways upgrades 10 stations at Rs 424 crore

Media Coverage

Amrit Bharat Station Scheme: Railways upgrades 10 stations at Rs 424 crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”