ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀ ଏବଂ ଇନଭେଷ୍ଟ୍ ୟୁପି ୨.୦ ଶୁଭାରମ୍ଭ କରିଛନ୍ତି
ଶିଳ୍ପପତିମାନେ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ଅଭିବୃଦ୍ଧିର ସୁଯୋଗକୁ ପ୍ରଶଂସା କରିଛନ୍ତି
“ବର୍ତ୍ତମାନ ଉତ୍ତରପ୍ରଦେଶ ଉତ୍ତମ ଶାସନ, ଉତ୍ତମ ଆଇନ ଶୃଙ୍ଖଳା ପରିସ୍ଥିତି, ଶାନ୍ତି ଏବଂ ସ୍ଥିରତା ପାଇଁ ଜଣାଶୁଣା”
“ଆଜି ଉତ୍ତରପ୍ରଦେଶ ଆଶା ଏବଂ ପ୍ରେରଣାର ଉତ୍ସ ହୋଇପାରିଛି”
“ଦେଶର ପ୍ରତ୍ୟେକ ନାଗରିକ ବିକାଶର ପଥ ଅତିକ୍ରମ କରିବାକୁ ଚାହାଁନ୍ତି ଏବଂ ଏକ ବିକଶିତ ଭାରତର ସାକ୍ଷୀ ହେବାକୁ ଇଚ୍ଛାବ୍ୟକ୍ତ କରନ୍ତି”
“ଆଜି ଭାରତ ବାଧ୍ୟତାମୂଳକରେ ନୁହେଁ ବରଂ ବିଶ୍ୱାସରେ ସଂସ୍କାର ଆଣିଛି”
“ଏକ ନୂତନ ମୂଲ୍ୟ ଏବଂ ଯୋଗାଣ ଶୃଙ୍ଖଳ ବିକାଶ ପାଇଁ ଉତ୍ତରପ୍ରଦେଶ ଏକ ଚାମ୍ପିଅନ୍ ଭାବରେ ଉଭା ହୋଇଛି”
“ଡବଲ୍ ଇଞ୍ଜିନ୍ ସରକାରଙ୍କ ସଂକଳ୍ପ ଏବଂ ଉତ୍ତରପ୍ରଦେଶର ସମ୍ଭାବନା, ଏହାଠାରୁ ଭଲ ଭାଗିଦାରୀ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି”

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମହାଶୟ, ବ୍ରଜେଶ ପାଠକ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ବରିଷ୍ଠ ସହଯୋଗୀ ଏବଂ ଏହି ଲକ୍ଷ୍ନୌର ପ୍ରତିନିଧି ଶ୍ରୀମାନ ରାଜନାଥ ସିଂହ ମହାଶୟ, ବିଭିନ୍ନ ଦେଶରୁ ଆସିଥିବା ସମସ୍ତ ବରିଷ୍ଠ ମହାନୁଭବ, ୟୁପିର ସମସ୍ତ ମନ୍ତ୍ରୀଗଣ ଏବଂ ବୈଶ୍ୱିକ ନିବେଶକ ସମ୍ମିଳନୀକୁ ଆସିଥିବା ଉଦ୍ୟୋଗ ଜଗତର ସମ୍ମାନୀୟ ସଦସ୍ୟ, ବୈଶ୍ୱିକ ନିବେଶ ଜଗତର ସମୁଦାୟ, ନୀତି ନିର୍ଦ୍ଧାରକ, କର୍ପୋରେଟ ନେତୃବୃନ୍ଦ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ!

ଆପଣ ସମସ୍ତଙ୍କୁ ବୈଶ୍ୱିକ ନିବେଶକ ସମ୍ମିଳନୀକୁ ବହୁତ- ବହୁତ ସ୍ୱାଗତ । ଆପଣମାନେ ଚିନ୍ତା କରୁଥିବେ ଯେ ମୁଁ ମୁଖ୍ୟ ଅତିଥି ହେବା ପରେ ମଧ୍ୟ ଏହି ସ୍ୱାଗତ କରିବାର ଦାୟିତ୍ୱକୁ କାହିଁକି ତୁଲାଉଅଛି, ଏହା ଏଇଥିପାଇଁ କାରଣ ମୋର ଆଉ ଏକ ଭୂମିକା ମଧ୍ୟ ରହିଛି । ଆପଣମାନେ ସମସ୍ତେ ମୋତେ ଭାରତର ପ୍ରଧାନମନ୍ତ୍ରୀ କରିବା ସହିତ ଉତ୍ତର ପ୍ରଦେଶର ସାଂସଦ ମଧ୍ୟ କରିଛନ୍ତି। ଉତ୍ତର ପ୍ରଦେଶ ପ୍ରତି ମୋର ଏକ ବିଶେଷ ସ୍ନେହ ରହିଛି ଏବଂ ୟୁପିର ଲୋକମାନଙ୍କ ପ୍ରତି ମୋର ଏକ ବିଶେଷ ଦାୟିତ୍ୱ ମଧ୍ୟ ରହିଛି । ମୁଁ ଆଜି ମୋରେ ସେହି ଦାୟିତ୍ୱକୁ ମଧ୍ୟ ତୁଲାଇବା ପାଇଁ ଆଜିକାର ଏହି ସମ୍ମିଳନୀର ଗୋଟିଏ ଅଂଶ ହୋଇଛି । ଆଉ ଏଥିପାଇଁ ମୁଁ ଦେଶ- ବିଦେଶରୁ ୟୁପି ଆସିଥିବା ଆପଣ ସମସ୍ତ ନିବେଶକମାନଙ୍କୁ ଅଭିନନ୍ଦନ ଜଣାଉଛି, ସ୍ୱାଗତ କରୁଛି ।

ସାଥୀଗଣ,

ଉତ୍ତର ପ୍ରଦେଶର ମାଟି ନିଜର ସାଂସ୍କୃତିକ ବୈଭବ, ଗୌରବଶାଳୀ ଇତିହାସ ଏବଂ ସମୃଦ୍ଧ ପରମ୍ପରା ପାଇଁ ଜଣାଶୁଣା । ଏତେ ମାତ୍ରାରେ ସାମର୍ଥ୍ୟ ରହିବା ପରେ ମଧ୍ୟ, ୟୁପି ସହିତ କିଛି କଥା ଯୋଡ଼ି ହୋଇ ଯାଇଥିଲା । ଲୋକମାନେ କହୁଥିଲେ, ୟୁପିର ବିକାଶ ହେବା କଷ୍ଟକର । ଲୋକମାନେ କହୁଥିଲେ, ଏଠାରେ ଆଇନ କାନୁନ ବ୍ୟବସ୍ଥା ସୁଧାରିବା ହେଉଛି ଅସମ୍ଭବ । ୟୁପି ରୋଗୀଣା ରାଜ୍ୟ ଭାବେ ପରିଗଣିତ ହେଉଥିଲା, ଏଠାରେ ପ୍ରତ୍ୟେକ ଦିନ ହଜାର- ହଜାର କୋଟି କୋଟି ଟଙ୍କାର ଭ୍ରଷ୍ଟାଚାର ହେଉଥିଲା । ସମସ୍ତେ ୟୁପି ଉପରୁ ନିଜର ଆଶା ଛାଡ଼ି ଦେଇଥିଲେ । କିନ୍ତୁ କେବଳ 5-6 ବର୍ଷ ଭିତରେ ୟୁପି ନିଜର ଏକ ନୂତନ ପରିଚୟ ସ୍ଥାପିତ କରି ପାରିଛି ଆଉ ଦୃଢ଼ତାର ସହିତ କରି ପାରିଛି । ଏବେ ୟୁପିକୁ ସୁଶାସନ ଦ୍ୱାରା, ଗୁଡ଼ ଗଭର୍ଣ୍ଣାସ ଦ୍ୱାରା ଚିହ୍ନା ଯାଉଛି । ଏବେ ୟୁପିର ପରିଚୟ ଉନ୍ନତ ଆଇନ କାନୁନ ବ୍ୟବସ୍ଥା, ଶାନ୍ତି ଏବଂ ସ୍ଥିରତା ପାଇଁ ରହିଛି । ଏବେ ଏଠାରେ ସମ୍ପତି ସୃଷ୍ଟିକାରୀଙ୍କ ପାଇଁ ନିତ୍ୟ ନୂତନ ସୁଯୋଗ ସୃଷ୍ଟି ହେଉଛି । ବିଗତ କିଛି ବର୍ଷ ମଧ୍ୟରେ ଆଧୁନିକ ଭିତିଭୂମିର ଯେଉଁ ପଦକ୍ଷେପ ରହିଛି, ତାହାର ପରିଣାମ ଦୃଷ୍ଟିଗୋଚର ହେଉଛି । ବିଜୁଳିରୁ ନେଇ ଯୋଗାଯୋଗ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତନ ଆସିଛି । ଖୁବ୍ ଶୀଘ୍ର ୟୁପି ଦେଶର ସେହି ଏକମାତ୍ର ରାଜ୍ୟ ହିସାବରେ ମଧ୍ୟ ଜଣାଯିବ, ଯେଉଁଠାରେ ୫ଟି ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ରହିଛି । ଉତ୍ସର୍ଗୀକୃତ ଫ୍ରେଟ କରିଡର ଦ୍ୱାରା ୟୁପି ସିଧାସଳଖ ସମୁଦ୍ର ସହିତ ଯୋଡ଼ି ହେଉଛି, ଗୁଜରାଟ ଏବଂ ମହାରାଷ୍ଟ୍ରର ବନ୍ଦରଗୁଡ଼ିକ ସହିତ ସଂଯୋଗ ହୋଇ ଚାଲୁଛି । ଭିତିଭୂମି ସହିତ ୟୁପିରେ ସରକାରୀ ଚିନ୍ତାଧାରା ଏବଂ ଅଭିବ୍ୟକ୍ତିରେ ବ୍ୟବସାୟ ସୁଗମତା ପାଇଁ ସାର୍ଥକ ପରିବର୍ତନ ଆସିଛି ।

ସାଥୀଗଣ,

ଆଜି ୟୁପି ଏକ ଆଶା, ଏକ ଆକାଂକ୍ଷା ହୋଇ ଯାଇଛି । ଭାରତ ଯଦି ଆଜି ବିଶ୍ୱ ପାଇଁ ହେଉଛି ଉଜ୍ଜ୍ୱଳ ଚିହ୍ନ, ତେବେ ୟୁପି ଭାରତର ବିକାଶକୁ ଆଗେଇ ନେବା ଭଳି ଏକ ପ୍ରମୁଖ ନେତୃତ୍ୱ ଦେଉଛି ।

ସାଥୀଗଣ,

ଆପଣମାନେ ସମସ୍ତେ ଏଠାରେ ଉଦ୍ୟୋଗ ଜଗତର ପ୍ରତିଷ୍ଠିତ ବ୍ୟକ୍ତିମାନେ ଅଛନ୍ତି । ଆପଣମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଏକ ଦୀର୍ଘ ଅନୁଭବ ରହିଛି । ବିଶ୍ୱର ବର୍ତମାନ ସ୍ଥିତି ମଧ୍ୟ ଆପଣମାନଙ୍କ ଠାରୁ ଲୁଚା ଛପା ହୋଇ ରହି ନାହିଁ । ଆପଣ ଭାରତର ଅର୍ଥନୀତିର ଆଜିକାର ସାମର୍ଥ୍ୟ ଆଉ ଏଠାକାର ମାକ୍ରୋ ଏବଂ ଅଣୁ ଅର୍ଥନୀତି ମୌଳିକତାକୁ ମଧ୍ୟ ବହୁତ ତୀକ୍ଷ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଶେଷରେ ମହାମାରୀ ଏବଂ ଯୁଦ୍ଧର ଝଟକାରୁ ବାହାରକୁ ବାହାରି ଭାରତ ଦ୍ରୁତତମ ବିକଶିତ ଅର୍ଥନୀତି କିପରି ହୋଇ ପାରିଛି? ଆଜି ବିଶ୍ୱର ସମସ୍ତ ବିଶ୍ୱସନୀୟ ସ୍ୱର ଏହା ସ୍ୱୀକାର କରିଛି ଯେ ଭାରତର ଅର୍ଥବ୍ୟବସ୍ଥା ଏହିଭଳି ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିବ । ତେବେ ଏମିତି କ’ଣ ହେଲା ଯାହା ଫଳରେ ବୈଶ୍ୱିକ ସଙ୍କଟର ଏହି ସମୟରେ ଭାରତ ନା କେବଳ ନମନୀୟତା ଦେଖାଇଛି, ବରଂ ସେହି ପରିସ୍ଥିତିରୁ ଦ୍ରୁତ ଗତିରେ ବାହାରି ପୁନଃ ପ୍ରତିଷ୍ଠା କରି ପାରିଛି ।

ସାଥୀଗଣ,

ଏହା ପଛରେ ସବୁଠାରୁ ବଡ଼ କାରଣ ରହିଛି ଭାରତୀୟମାନଙ୍କର ନିଜ ଉପରେ ବୃଦ୍ଧି ପାଉଥିବା ବିଶ୍ୱାସ, ନିଜ ଉପରେ ରହିଥିବା ଆତ୍ମବିଶ୍ୱାସ । ଆଜି ଭାରତର ଯୁବକଙ୍କର ଚିନ୍ତାଧାରାରେ, ଭାରତୀୟ ସମାଜର ଚିନ୍ତାଧାରା ଏବଂ ଆକାଂକ୍ଷାରେ ଏକ ବଡ଼ ପରିବର୍ତନ ଦେଖିବାକୁ ମିଳୁଛି । ଆଜି ଭାରତର ପ୍ରତ୍ୟେକ ନାଗରିକ, ଅଧିକରୁ ଅଧିକ ବିକାଶ ହେଉଥିବାର ଦେଖିବାକୁ ଚାହୁଁଛନ୍ତି । ସେ ଏବେ ଭାରତକୁ ଶ୍ରୀଘ୍ରରୁ ଅତି ଶୀଘ୍ର ବିକଶିତ ହେଉଥିବାର ଦେଖିବାକୁ ଚାହୁଁଛନ୍ତି । ଭାରତୀୟ ସମାଜର ଆକାଂକ୍ଷାଗୁଡ଼ିକ, ଆଜି ସରକାରଙ୍କୁ ମଧ୍ୟ ଉଠାଇବାକୁ ଚେଷ୍ଟା କରୁଛି ଆଉ ଏହି ଆକାଂକ୍ଷାଗୁଡ଼ିକ ବିକାଶର କାର୍ଯ୍ୟଗୁଡ଼ିକରେ ଗତି ଆଣୁଛି ।

ଆଉ ସାଥୀଗଣ,

ଭୁଲନ୍ତୁ ନାହିଁ ଯେ ଆଜି ଆପଣ ଯେଉଁ ରାଜ୍ୟରେ ବସିଛନ୍ତି, ତାହାର ଜନସଂଖ୍ୟା ହେଉଛି ପ୍ରାୟତଃ 25 କୋଟି । ବିଶ୍ୱର ବଡ଼ ବଡ଼ ଦେଶ ଠାରୁ ମଧ୍ୟ ଅଧିକ ସାମର୍ଥ୍ୟ, କେବଳ ଉତ୍ତର ପ୍ରଦେଶର ରହିଛି । ସମଗ୍ର ଭାରତ ଭଳି ଆଜି ୟୁପିରେ ଏକ ବହୁତ ବଡ଼ ଆକାଂକ୍ଷୀ ସମାଜ ଆପଣଙ୍କର ପ୍ରତୀକ୍ଷା କରୁଛି ।

ସାଥୀଗଣ,

ଆଜି ଭାରତରେ ସାମାଜିକ, ଭୌତିକ ଏବଂ ଡିଜିଟାଲ ଭିତିଭୂମି ଉପରେ ଯେଉଁ କାର୍ଯ୍ୟ ହେଉଛି, ତାହାର ବହୁତ ବଡ଼ ଲାଭ ୟୁପିକୁ ମଧ୍ୟ ମିଳୁଛି । ଏହି କାରଣରୁ ଆଜି ଏଠାରେ ସାମାଜିକ ଭାବେ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ବହୁତ ଅଧିକ ନିବେଶନ ହୋଇ ସାରିଛି, ଜଡ଼ିତ ହୋଇ ସାରିଛି । ଏକ ବଜାର ରୂପେ ଭାରତ ଏବେ ନିରବିହୀନ ହୋଇ ପାରିଛି, ସରକାରୀ ପ୍ରକ୍ରିୟାଗୁଡ଼ିକ ମଧ୍ୟ ସରଳ ହେଉଛି । ମୁଁ ଅଧିକାଂଶ ସମୟରେ କହୁଛି ଯେ ଆଜି ଭାରତ ବାଧ୍ୟବାଧକତାରେ ନୁହେଁ ବରଂ ସିଦ୍ଧ କରିବା ପାଇଁ ସଂସ୍କାର କରୁଛି । ଏହା ହେଉଛି କାରଣ ଯେ ଆଜି ଭାରତ 40 ହଜାରରୁ ଅଧିଳ ଅଭିଯୋଗ ଗୁଡ଼ିକୁ ଶେଷ କରି ସାରିଛି, ଡଜନ- ଡଜନ ପୁରୁଣା ଆଇନ ଗୁଡ଼ିକୁ ଶେଷ କରି ସାରିଛି ।

ସାଥୀଗଣ,

ଆଜି ଭାରତ ପ୍ରକୃତ ଅର୍ଥରେ ଗତି ଏବଂ ମାତ୍ରାର ପଥରେ ଚାଲିବା ଆରମ୍ଭ କରି ଦେଇଛି । ଏକ ବହୁତ ବଡ଼ ବର୍ଗର ମୌଳିକ ଆବଶ୍ୟକତାଗୁଡ଼ିକୁ ଆମେ ପୂରଣ କରି ନେଇଛୁ, ଏଥିପାଇଁ ସେମାନେ ଗୋଟିଏ ସ୍ତର ଉପରକୁ ଯାଇ ଚିନ୍ତା କରିବାକୁ ଲାଗିଛି, ଆଗକୁ ଚିନ୍ତା କରିବାକୁ ଲାଗିଛି। ଏହା ଭାରତ ଉପରେ ବିଶ୍ୱାସର ହେଉଛି ସବୁଠାରୁ ବଡ଼ କାରଣ ।

ସାଥୀଗଣ,

କିଛି ଦିନ ପୂର୍ବରୁ ଭାରତ ସରକାରଙ୍କର ଯେଉଁ ବଜେଟ ଆସିଛି, ସେଥିରେ ମଧ୍ୟ ଆପଣଙ୍କୁ ଏହି ପ୍ରତିଶ୍ରୁତି ସ୍ପଷ୍ଟ ଭାବେ ଦେଖାଯିବ । ଆଜି ସରକାର ଭିତିଭୂମି ଉପରେ ରେକର୍ଡ ଖର୍ଚ୍ଚ କରୁଛନ୍ତି ଆଉ ପ୍ରତ୍ୟେକ ବର୍ଷ ଏହାକୁ ଆମେ ବଢ଼ାଉଛୁ । ଏଥିପାଇଁ ଆଜି ଆପଣଙ୍କ ପାଇଁ ଭିତିଭୂମିରେ ନିବେଶର ନୂତନ ସୁଯୋଗ ସୃଷ୍ଟି ହେଉଛି । ସବୁଜ ଅଗ୍ରଗତିର ଯେଉଁ ପଥରେ ଭାରତ ଚାଲିବାକୁ ଆରମ୍ଭ କରିଛି, ସେଥିରେ ତ ମୁଁ ଆପଣମାନଙ୍କୁ ବିଶେଷ ଭାବେ ଆମନ୍ତ୍ରିତ କରୁଛୁ । ଚଳିତ ବର୍ଷର ବଜେଟରେ35ହଜାର କୋଟି ଟଙ୍କା ଆମେ କେବଳ ଶକ୍ତି ପରିବର୍ତନ ପାଇଁ ରଖିଛୁ, ଏହା ଦେଖାଇଥାଏ ଯେ ଆମର ଉଦ୍ଦେଶ୍ୟ ହେଉଛି କ’ଣ । ମିଶନ ଗ୍ରୀନ ହାଇଡ୍ରୋଜେନ ଆମର ଏହି ଉଦ୍ଦେଶ୍ୟକୁ ସୁଦୃଢ଼ କରୁଛି । ଏହି ବଜେଟରେ ଏହା ସହିତ ଜଡ଼ିତ ହୋଇଥିବା ସମ୍ପୂର୍ଣ୍ଣ ଇକୋ ସିଷ୍ଟମ ବିକଶିତ କରିବା ପାଇଁ ଅନେକ ପଦକ୍ଷେପ ଉଠାଯାଇଛି । ଇଲେକ୍ଟ୍ରିକ୍ ମୋବିଲିଟିର ପରିବର୍ତନ ପାଇଁ ଏକ ନୂତନ ଯୋଗାଣ ଏବଂ ମୂଲ୍ୟ ଶୃଙ୍ଖଳ ଆମେ ବିକଶିତ କରୁଛୁ ।

ସାଥୀଗଣ,

ମୁଁ ଖୁସି ଅନୁଭବ କରୁଛି ଯେ ନୂତନ ମୂଲ୍ୟବୋଧ ଏବଂ ଯୋଗାଣ ଶୃଙ୍ଖଳ ବିକଶିତ କରିବା ପାଇଁ ୟୁପି ଆଜି ଏକ ନୂତନ ଚମ୍ପିୟାନ ହୋଇ ବାହାରିଛି । ପରମ୍ପରା ଏବଂ ଆଧୁନିକତା ସହିତ ଜଡ଼ିତ ଉଦ୍ୟୋଗ ଗୁଡ଼ିକର, ଏମଏସଏମଇର ବହୁତ ହିଁ ସଶକ୍ତ ନେଟୱର୍କ ଆଜି ଉତ୍ତର ପ୍ରଦେଶରେ ଜୀବନ୍ତ ହୋଇ ଉଠିଛି । ଏଠରେ ଭଦୋହୀର ଗାଲିଚା ଏବଂ ବନାରସୀ ସିଲକ୍ ଅଛି । ଭଦୋହୀ କାର୍ପେଟ କ୍ଲଷ୍ଟର ଏବଂ ବାରାଣସୀ ସିଲକ୍ କ୍ଲଷ୍ଟର ଯୋଗୁଁ ମଧ୍ୟ ଏବଂ ସେହି ଯୋଗୁଁ ୟୁପି ହେଉଛି ଭାରତର ଟେକ୍ସଟାଇଲ  ହବ୍ ବା କେନ୍ଦ୍ର । ଆଜି ଭାରତର ମୋଟ ମୋବାଇଲ ଉତ୍ପାଦନର 60 ପ୍ରତିଶତରୁ ଅଧିକ ମୋବାଇଲ କେବଳ ଉତ୍ତର ପ୍ରଦେଶରେ ହିଁ ହେଉଛି । ମୋବାଇଲ ଉପକରଣର ସବୁଠାରୁ ଅଧିକ ଉତ୍ପାଦନ ମଧ୍ୟ ୟୁପିରେ ହିଁ ହେଉଛି । ଏବେ ଦେଶର  ଦୁଇଟି ପ୍ରତିରକ୍ଷା କରିଡର ମଧ୍ୟରୁ ଗୋଟିଏ ୟୁପିରେ ହିଁ ନିର୍ମାଣ ହେଉଛି । ୟୁପି ପ୍ରତିରକ୍ଷା କରିଡର ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି । ଆଜି ମେଡ ଇନ୍ ଇଣ୍ଡିଆ ପ୍ରତିରକ୍ଷା ସରଞ୍ଜାମର ଚାହିଦା ନିରନ୍ତର ବୃଦ୍ଧି ପାଉଛି । ଭାରତୀୟ ସେନାକୁ ମଧ୍ୟ ଆମେ ଅଧିକରୁ ଅଧିକରୁ ଅଧିକ ମେଡ ଇନ୍ ଇଣ୍ଡିଆ ପ୍ରତିରକ୍ଷା ବ୍ୟବସ୍ଥା, ପ୍ରତିରକ୍ଷା ପ୍ଲାଟଫର୍ମ ଦେବା ପାଇଁ ପ୍ରତିବଦ୍ଧ ଅଛୁ । ଆଉ ଏହି ମହାନ କାର୍ଯ୍ୟର ନେତୃତ୍ୱ ଏହି ଲକ୍ଷ୍ନୌ ମାଟିର ଆମର କର୍ମବୀର ରାଜନାଥ ସିଂହ ମହାଶୟ ତୁଲାଉଛନ୍ତି । ଏଭଳି ସମୟରେ ଯେତେବେଳେ ଭାରତ ଏକ ଜୀବନ୍ତ ପ୍ରତିରକ୍ଷା  ଉଦ୍ୟୋଗର ବିକାଶ କରୁଛି, ତେଣୁ ପ୍ରଥମ ଗତିର ସୁବିଧା ଆପଣମାନଙ୍କୁ ନିଶ୍ଚୟ ନେବା ଉଚିତ ।

ସାଥୀଗଣ,

ଉତ୍ତର ପ୍ରଦେଶରେ ଡାଏରୀ ବା ଦୁଗ୍ଧ, ମତ୍ସ୍ୟ ଚାଷ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟା କରଣ କ୍ଷେତ୍ରରେ ଅନେକ ସମ୍ଭାବନାମାନ ରହିଛି । ଫଳ ଏବଂ ପନିପରିବା ଠାରୁ ନେଇ ଉତ୍ତର ପ୍ରଦେଶରେ ବହୁତ ବିବିଧତା ରହିଛି । ଏହା ହେଉଛି ଏପରି ଏକ କ୍ଷେତ୍ର, ଯେଉଁଥିରେ ଏବେ ମଧ୍ୟ ଘରୋଇ କ୍ଷେତ୍ରର ଭାଗିଦାରୀ ହେଉଛି ବହୁତ ସୀମିତ । ଆପଣମାନଙ୍କୁ ଜଣାଥିବ ଯେ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଆମେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ନେଇ ଆସିଛୁ । ଏହାର ଲାଭ ଆପଣମାନେ ନିଶ୍ଚୟ ଉଠାଇବା ଉଚିତ ।

ସାଥୀଗଣ,

ଆଜି ସରକାରଙ୍କର ଏହି ପ୍ରୟାସ ରହିଛି ଯେ ଇନପୁଟରୁ ନେଇ କରି ଅମଳ ପରବର୍ତୀ ପରିଚାଳନା ପର୍ଯ୍ୟନ୍ତ, ଏକ ଆଧୁନିକ ବ୍ୟବସ୍ଥା କୃଷକମାନଙ୍କ ପାଇଁ ସୃଷ୍ଟି ହେଉ । ଛୋଟ ନିବେଶକ, ଏଗ୍ରି ଇନଫ୍ରା ଫଣ୍ଡର ଉପଯୋଗ କରି ପାରିବେ । ଏହିଭଳି ସମଗ୍ର ଦେଶରେ ଏକ ବହୁତ ବଡ଼ ଭଣ୍ଡାରଣ ଦକ୍ଷତା ବିକଶିତ କରିବା ପାଇଁ ବଜେଟରେ ଆମେ ବ୍ୟବସ୍ଥା ରଖିଛୁ । ଏହା ମଧ୍ୟ କ୍ଷୁଦ୍ର ନିବେଶକମାନଙ୍କ ପାଇଁ ହେଉଛି ଏକ ବହୁତ ଭଲ ସୁଯୋଗ ।

ସାଥୀଗଣ,

ଆଜି ଭାରତରେ ଆମର ବହୁତ ଅଧିକ ଧ୍ୟାନ ଫସଲ ବିବିଧକରଣ ଉପରେ ରହିଛି, କ୍ଷୁଦ୍ର ଚାଷୀଙ୍କୁ ଅଧିକ ସାଧନ ଦେବା ଏବଂ ଚାଷ ପାଇଁ ସେମାନଙ୍କର ଖର୍ଚ୍ଚ ହ୍ରାସ କରିବାର ଅଛି । ଏଥିପାଇଁ ପ୍ରାକୃତିକ କୃଷି ଦିଗକୁ ଆମେ ଦ୍ରୁତ ଗତିରେ ଅଗ୍ରସର ହେଉଛୁ । ଏଠାରେ ୟୁପିରେ ଗଙ୍ଗା ନଦୀର ଉଭୟ କୂଳରେ ୫ କିଲୋମିଟର କ୍ଷେତରେ ପ୍ରାକୃତିକ କୃଷି ଆରମ୍ଭ ହୋଇ ଯାଇଛି । ଏବେ ଚଳିତ ବର୍ଷ ବଜେଟରେ ଆମେ କୃଷକମାନଙ୍କ ସହାୟତା ପାଇଁ 10 ହଜାର ଜୈବ ଇନପୁଟ୍ ସମ୍ବଳ କେନ୍ଦ୍ର ନିର୍ମାଣ କରିବା ପାଇଁ ଘୋଷଣା କରିଛୁ । ଜୈବିକ କୃଷିକୁ ଏହା ଆହୁରି ଅଧିକ ପ୍ରୋତ୍ସାହିତ କରିବ । ଏଥିରେ ମଧ୍ୟ ଘରୋଇ ଉଦ୍ୟୋଗଙ୍କ ପାଇଁ ନିବେଶର ଅନେକ ସମ୍ଭାବନା ରହିଛି ।

ସାଥୀଗଣ,

ଭାରତରେ ଆଉ ଏକ ନୂତନ ଅଭିଯାନ ଆମ ମିଲେଟ୍ସକୁ ନେଇ ଆରମ୍ଭ ହୋଇଛି । ଭାରତର ଏହି ମିଲେଟ୍ସକୁ ସାଧାରଣ ଭାବେ ଲୋକଙ୍କ ଭାଷାରେ ମୋଟା ବା ବଗଡ଼ା ଶସ୍ୟ କୁହାଯାଏ । ଏବେ ଏହାର ଅନେକ କିସମ ରହିଛି, ବିଶ୍ୱ ବଜାରରେ ଏହାର ଏକ ପରିଚୟ ସୃଷ୍ଟି ହେଉ, ଏଥିପାଇଁ ବଜେଟରେ ଆପଣମାନେ ଶୁଣିଥିବେ ଆମେ ଏହି ମିଲେଟ୍ସକୁ ମୋଟା ଶସ୍ୟକୁ ଏକ ନୂତନ ନାମ ଦେଇଛୁ- ଶ୍ରୀ ଅନ୍ନ, ଏହି ଶ୍ରୀ ଅନ୍ନ ଯେଉଁଥିରେ ପୌଷ୍ଟିକ ଗୁଣ ବହୁତ ଅଧିକ ରହିଛି, ଏହା ହେଉଛି ସୁପର୍ ଫୁଡ଼୍ । ଯେପରି ଭାବେ ଶ୍ରୀ ଫଳର ମାହାତ୍ମ୍ୟ ରହିଛି, ସେହିପରି ଭାବେ ଶ୍ରୀ ଅନ୍ନର ମଧ୍ୟ ମହାତ୍ମ୍ୟ ସୃଷ୍ଟି ହେବାକୁ ଯାଉଛି । ଆମର ଏହି ପ୍ରୟାସ ରହିଛି ଯେ ଭାରତର ଶ୍ରୀ ଅନ୍ନ ବୈଶ୍ୱିକ ପୌଷ୍ଟିକ ନିରାପତାର ସମାଧାନ କରୁ । ବିଶ୍ୱ ଚଳିତ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍ସ ବର୍ଷ ଭାବେ ପାଳନ କରୁଛି । ଏଥିପାଇଁ ଗୋଟିଏ ପଟେ ଆମେ କୃଷକମାନଙ୍କୁ ଶ୍ରୀ ଅନ୍ନର ଉତ୍ପାଦନ ପାଇଁ ପ୍ରବର୍ତାଉଛୁ, ଅନ୍ୟ ପକ୍ଷରେ ଏଥିପାଇଁ ବୈଶ୍ୱିକ ବଜାରର ମଧ୍ୟ ବିସ୍ତାର କରୁଛୁ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ସହିତ ଜଡ଼ିତ ସାଥୀ, ଖାଇବା ପାଇଁ ପ୍ରସ୍ତୁତ (ରେଡି ଟୁ ଇଟ୍‌) ଏବଂ ରୋଷେଇ ପାଇଁ ପ୍ରସ୍ତୁତ (ରେଡି ଟୁ କୁକ୍‌) ଶ୍ରୀ ଅନ୍ନର ଉତ୍ପାଦରେ ସମ୍ଭାବନାମାନ ଖୋଝୁଛି । ଆଉ ମାନବ ଜାତିର ବହୁତ ବଡ଼ ସେବା ମଧ୍ୟ କରି ପାରିବେ ।

ସାଥୀଗଣ,

ଉତ୍ତର ପ୍ରଦେଶରେ ଆଉ ଏକ ବିଷୟରେ ବହୁତ ପ୍ରଶଂସନୀୟ କାର୍ଯ୍ୟ ହୋଇଛି । ଏହି କାର୍ଯ୍ୟ ଶିକ୍ଷା ଏବଂ ଦକ୍ଷତା ବିକାଶ ସହିତ ଜଡ଼ିତ । ମହାଯୋଗୀ ଗୁରୁ ଗୋରେଖନାଥ ଆୟୂଷ ବିଶ୍ୱବିଦ୍ୟାଳୟ, ଅଟଳ ବିହାରୀ ବାଜପେୟୀ ସ୍ୱାସ୍ଥ୍ୟ ବିଶ୍ୱ ବିଦ୍ୟାଳୟ, ରାଜା ରାଜେନ୍ଦ୍ର ପ୍ରସାଦ ସିଂହ ବିଶ୍ୱ ବିଦ୍ୟାଳୟ, ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱ ବିଦ୍ୟାଳୟ, ଏଭଳି ଅନେକ ସଂସ୍ଥାନ ଭିନ୍ନ ଭିନ୍ନ ଦକ୍ଷତା ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରିବେ । ମୋତେ ଅବଗତ କରାଯାଇଛି ଯେ ଦକ୍ଷତା ବିକାଶ ମିଶନ ଅଧୀନରେ ଏ ପର୍ଯ୍ୟନ୍ତ ୟୁପିରେ 16 ଲକ୍ଷରୁ ଅଧିକ ଯୁବକମାନଙ୍କୁ ଭିନ୍ନ ଭିନ୍ନ ଦକ୍ଷତାରେ ପ୍ରଶିକ୍ଷଣ ଦିଆ ଯାଇଛି । ୟୁପି ସରକାର ପିଜିଆଇ ଲକ୍ଷ୍ନୌ, ଆଇଆଇଟି କାନପୁରରେ କୃତ୍ରିମ ବୌଦ୍ଧିକତା ସହିତ ଜଡ଼ିତ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି । ଆଉ ମୁଁ ଯେତେବେଳେ ମଧ୍ୟ ଆସୁଥିଲି, ତେଣୁ ଶିକ୍ଷା ଯେଉଁମାନଙ୍କର ଦାୟିତ୍ୱରେ ଥାଏ, ଆମର ରାଜ୍ୟପାଳ ମହାଶୟା କୁଳାଧିପତି ଭାବେ ସେହି କାର୍ଯ୍ୟ ଦେଖୁଛନ୍ତି ସେ ମୋତେ କହିଛନ୍ତି ଯେ ଉତ୍ତର ପ୍ରଦେଶ ପାଇଁ ବଡ଼ ଗର୍ବର କଥା ହେଉଛି ଯେ ନେଟ୍‌- ଅନୁବନ୍ଧିତରେ ଚଳିତ ଥର ଉତର ପ୍ରଦେଶର ଚାରୋଟି ବିଶ୍ୱ ବିଦ୍ୟାଳୟ ହିନ୍ଦୁସ୍ତାନକୁ ନିଜର ପାରଙ୍ଗମତା ଦେଖାଇଛନ୍ତି । ମୁଁ ଶିକ୍ଷା ଜଗତ ସହିତ ଜଡ଼ିତ ଲୋକଙ୍କୁ ଆଉ କୁଳାଧିପତି ମହାଶୟାଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ଦେଶରେ ଷ୍ଟାର୍ଟ ଅପ୍ ବିପ୍ଳବରେ ମଧ୍ୟ ୟୁପିର ଭୂମିକା କ୍ରମାଗତ ବୃଦ୍ଧି ପାଉଛି । ଆଗାମୀ କିଛି ବର୍ଷରେ 100 ନବୋନ୍ମେଷ ଏବଂ ତିନୋଟି ରାଜ୍ୟ- ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବାର ଲକ୍ଷ୍ୟ ୟୁପି ସରକାର ରଖିଛନ୍ତି । ଅର୍ଥାତ ଏଠାକୁ ଆସିବାକୁ ଥିବା ନିବେଶକଙ୍କୁ ଦକ୍ଷ ଏବଂ କୁଶଳୀ ଯୁବକଙ୍କର ଏକ ବହୁତ ବଡ଼ ପୁଲ୍ ମଧ୍ୟ ମିଳିବାକୁ ଯାଉଛି ।

ସାଥୀଗଣ,

ଗୋଟିଏ ପଟେ ଡବଲ ଇଂଜିନ ସରକାରଙ୍କର ଲକ୍ଷ୍ୟ, ଅନ୍ୟ ପକ୍ଷରେ ସମ୍ଭାବନାରେ ଭରପୂର ଉତ୍ତର ପ୍ରଦେଶ, ଏହାଠାରୁ ଆଉ ଉନ୍ନତ ଭାଗିଦାରୀ ହୋଇ ନ ପାରେ । ଏ ଯେଉଁ ସମୟ ଚାଲିଛି, ଏହାକୁ ଆମେ ହାତଛଡ଼ା କରିବା ଉଚିତ ନୁହେଁ । ଭାରତର ସମୃଦ୍ଧିରେ ବିଶ୍ୱର ସମୃଦ୍ଧି ନିହିତ ରହିଛି । ଭାରତର ଉଜ୍ଜ୍ୱଳ ଭବିଷ୍ୟତରେ ବିଶ୍ୱର ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଂଟି ନିହିତ ରହିଛି । ସମୃଦ୍ଧିର ଏହି ଯାତ୍ରାରେ ଆପଣ ସମସ୍ତଙ୍କ ଭାଗିଦାରୀ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ନିବେଶ ସମସ୍ତଙ୍କ ପାଇଁ ଶୁଭ ହେଉ, ମଙ୍ଗଳ ହେଉ । ଏହି କାମନା ସହିତ ନିବେଶ ପାଇଁ ଆଗକୁ ଆସିଥିବା ଦେଶ ଏବଂ ବିଦେଶର ସମସ୍ତ ନିବେଶକଙ୍କୁ ମୁଁ ଅନେକ-ଅନେକ ଶୁଭକାମନା ଜଣାଉଛି ଏବଂ ଉତର ପ୍ରଦେଶର ସାଂସଦ ଭାବେ ମୁଁ ଆପଣମାନଙ୍କୁ ଭରସା ଦେଉଛି ଯେ ଉତର ପ୍ରଦେଶର ଆଜିର ସରକାର, ଉତର ପ୍ରଦେଶର ଆଜିର ଅମଲାତନ୍ତ୍ର ପ୍ରଗତି ପଥରେ ଦୃଢ଼ ସଂକଳ୍ପ ହୋଇ ଚାଲୁଛନ୍ତି, ସେମାନେ ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ, ଆପଣଙ୍କ ସଂକଳ୍ପକୁ ସିଦ୍ଧ କରିବା ପାଇଁ ସମ୍ପୁର୍ଣ୍ଣ ସାମର୍ଥ୍ୟର ସହିତ ଅଗ୍ରଦୂତ ହୋଇ ଆପଣଙ୍କ ସାଙ୍ଗରେ ଠିଆ ହେବେ, ଏହି ବିଶ୍ୱାସର ସହିତ ମୁଁ ପୁଣିଥରେ ଦେଶ ଏବଂ ବିଶ୍ୱର ନିବେଶକଙ୍କୁ ଆମର ଉତର ପ୍ରଦେଶର ମାଟିରୁ ନିମନ୍ତ୍ରଣ କରୁଛି, ସ୍ୱାଗତ କରୁଛି ।

ବହୁତବହୁତ ଧନ୍ୟବାଦ 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi