ଆଜି ଦେଶକୁ ପ୍ରେରଣା ଦେବାଭଳି ଏଭଳି ସାତଜଣ ମହାନୁଭବଙ୍କୁ ମୁଁ ବିଶେଷ ଭାବେ ଆଭାର ବ୍ୟକ୍ତ କରୁଛି , କାରଣ ସେମାନେ ନିଜ ନିଜର କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ସମୟ ବାହାର କରିଛନ୍ତି ଏବଂ ସେମାନଙ୍କର ନିଜର ଅନୁଭବ ସଂପର୍କର ସମସ୍ତଙ୍କୁ ଅବଗତ କରାଇଛନ୍ତି । ଆପଣମାନେ ନିଜ ନିଜର ଫିଟନେସ ସଂପର୍କରେ ଯେଉଁ ଅନୁଭବମାନ ଆମମାନଙ୍କୁ ବାଣ୍ଟିଛନ୍ତି ତାହା ନିଶ୍ଚିତ ଭାବେ ଦେଶର ପ୍ରତ୍ୟେକ ପିଢ଼ିଙ୍କ ସକାଶେ ବେଶ୍ ଉପକାରୀ ହୋଇପାରିବ ବୋଲି ମୁଁ ଅନୁଭବ କରେ । ଆଜିର ଏହି ଆଲୋଚନା ପ୍ରତ୍ୟେକ ବର୍ଗଙ୍କ ପାଇଁ ଏବଂ ଭିନ୍ନ ଭିନ୍ନ ରୁଚି ରଖୁଥିବା ଲୋକମାନଙ୍କ ସକାଶେ ଢ଼େର୍ ଉପଯୋଗୀ ହୋଇପାରିବ । ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।

ଏହି ଏକ ବର୍ଷ ଭିତରେ ଏହି ଫିଟନେସ ଆନ୍ଦୋଳନ, ଜନ ଆନ୍ଦୋଳନରେ ପରିଣତ ହୋଇସାରିଛି ଏବଂ ଏକ ସକାରାତ୍ମକ ଆନ୍ଦୋଳନର ରୂପ ଧାରଣ କରିସାରିଛି । ଦେଶରେ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ନେଇ ନିରନ୍ତର ସଚେତନତା ବୃଦ୍ଧି ପାଇବାରେ ଲାଗିଛି ଓ ଲୋକମାନଙ୍କ ସକ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି । ମୁଁ ଏକଥା ଜାଣି ଖୁସିଯେ ଯୋଗ, ଆସନ, ବ୍ୟାୟାମ, ଚାଲିବା, ଦୌଡ଼ିବା, ସନ୍ତରଣ କରିବା, ସୁଷମ ଖାଦ୍ୟ ଖାଇବାର ଅଭ୍ୟାସ, ସୁସ୍ଥକର ଜୀବନ ଶୈଳୀ ଏବେ ଆମର ସ୍ୱାଭାବିକ ସଚେତନତାର ଏକ ଅଂଶବିଶେଷରେ ପରିଣତ ହୋଇସାରିଛି ।

ବନ୍ଧୁଗଣ,

ଫିଟ୍ ଇଣ୍ଡିଆ ଆନ୍ଦୋଳନ ନିଜର ଏକ ବର୍ଷ ଏଭଳି ଏକ ସମୟରେ ପୂରଣ କରିଛି ଯେଉଁଥିରେ ପାଖାପାଖି 6 ମାସ ଅନେକ ପ୍ରକାର କଟକଣା ଭିତରେ ଆମମାନଙ୍କୁ ବିତାଇବାକୁ ପଡ଼ିଛି । କିନ୍ତୁ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ନିଜର ପ୍ରଭାବ ଏବଂ ପ୍ରାସଙ୍ଗିକତାକୁ ଏହି କରୋନା ମହାମାରୀ କାଳରେ ପ୍ରମାଣସିଦ୍ଧ କରି ଦେଖାଇ ପାରିଛି । ବାସ୍ତବିକ, ଫିଟ୍ ରହିବା ସେତେଟା ମୁସ୍କିଲ୍ କାମ ନୁହେଁ ଯାହାକି କିଛି ଲୋକ ଆପେ ଆପେ ଭାବିଥାନ୍ତି । ସାମାନ୍ୟ କିଛି ନିୟମ ପାଳନ ଦ୍ୱାରା, ଏବଂ କିଛି ମାତ୍ରାରେ ପରିଶ୍ରମ କରି ଆପଣମାନେ ସଦାସର୍ବଦା ନିଜକୁ ସୁସ୍ଥ ରଖିପାରିବେ । “ଫିଟନେସର ଡୋଜ୍, ଅଧ ଘଣ୍ଟାଏ ରୋଜ୍” ଏହି ମନ୍ତ୍ର ଭିତରେ ସମସ୍ତଙ୍କ ସ୍ୱାସ୍ଥ୍ୟ, ସମସ୍ତଙ୍କ ସୁଖ ନିହିତ ରହିଛି । ପୁଣି ତାହା ଯୋଗ ହୋଇଥାଉ, କିମ୍ବା ବ୍ୟାଡ଼ମିଣ୍ଟନ ଖେଳ, କି ଟେନିସ୍ ଖେଳ, ଅବା ଫୁଟବଲ୍, କରାଟେ ବା କବାଡ଼ି, ଆପଣମାନଙ୍କର ଯାହାର ଯାହା ପସନ୍ଦ ଆସିବ, କମ୍ ସେ କମ୍ 30 ମିନିଟ ପର୍ଯ୍ୟନ୍ତ ପ୍ରତିଦିନ ଅଭ୍ୟାସ କରନ୍ତୁ । ଏବେ ଆମେ ଦେଖିଲୁ, ଯୁବ ବ୍ୟାପାର ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉଭ,ୟ ମିଶି ଫିଟନେସ୍ ପ୍ରୋଟୋକଲ ମଧ୍ୟ ଜାରି କରିଛନ୍ତି ।

ସାଥୀଗଣ,

ଆଜି ସାରା ବିଶ୍ୱରେ ଫିଟନେସକୁ ନେଇ ସଚେତନତା ଜାଗ୍ରତ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ– ଡବ୍ଲୁଏଚଓ ପକ୍ଷରୁ  ସୁଷମ ଖାଦ୍ୟ, ଶାରୀରିକ କାର୍ଯ୍ୟ ଓ ସ୍ୱାସ୍ଥ୍ୟ ସଂପର୍କରେ ବୈଶ୍ୱିକ ରଣନୀତି ପ୍ରସ୍ତୁତ କରିଛନ୍ତି । ଶାରୀରିକ ପରିଶ୍ରମ ଉପରେ ବୈଶ୍ୱିକ ସୁପାରିଶ ମଧ୍ୟ ଜାରି କରାଯାଇଛି । ଆଜି ବିଶ୍ୱରେ ଅନେକ ରାଷ୍ଟ୍ର ଫିଟନେସକୁ ନେଇ ନୂତନ ଲକ୍ଷ୍ୟମାନ ପ୍ରସ୍ତୁତ କରିଛନ୍ତି ଏବଂ ତାହା ଉପରେ ଅନେକ ମାର୍ଗରେ ମଧ୍ୟ କାର୍ଯ୍ୟ ଜାରି ରହିଛି । ଅନେକ ପ୍ରକାର କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯାଉଛି । ଅଷ୍ଟ୍ରେଲିଆ, ଜର୍ମାନୀ, ବ୍ରିଟେନ, ଆମେରିକା ଭଳି ଅନେକ ରାଷ୍ଟ୍ରରେ ଏବେ ଅଧିକରୁ ଅଧିକ ମାତ୍ରାରେ ଫିଟନେସ ଅଭିଯାନମାନ ଆରମ୍ଭ କରାଯାଇଛି । ଏବଂ ତାହାର ଉଦ୍ଦେଶ୍ୟ ହେଲା ଜନସାଧାରଣ କିଭଳି ଅଧିକରୁ ଅଧିକ ଶାରୀରିକ ବ୍ୟାୟାମ କରିବେ ଏବଂ ଶାରୀରିକ କାର୍ଯ୍ୟକଳାପକୁ ରୁଟିନ୍ ଭାବେ ସଂପାଦନ କରିବେ ଓ ସେଥି ସହ ସଂଶ୍ଳିଷ୍ଟ ରହିବେ ।

ସାଥୀଗଣ, ଆମର ଆୟୁର୍ବିଜ୍ଞାନ ଶାସ୍ତ୍ରରେ କହାଯାଇଛି–

ସର୍ବ ପ୍ରାଣୀ ଭୃତାମ୍ ନିତ୍ୟମ୍

ଆୟୁଃ ଯୁକ୍ତିମ୍ ଅପେକ୍ଷତେ 

ଦୈବେ ପୁରୁଷା କାରେ 

ସ୍ଥିତମ୍ ହି ଅସଞ ବଳା ବଳମ୍ 

ଅର୍ଥାତ୍, ସଂସାରରେ ଶ୍ରମ, ସଫଳତା, ଭାଗ୍ୟ, ସବୁ କିଛି ଆରୋଗ୍ୟ ରହିବା ଉପରେ, ସ୍ୱାସ୍ଥ୍ୟ ଉପରେ ନିର୍ଭର କରିଥାଏ । ଯଦି ସ୍ୱାସ୍ଥ୍ୟ ଅଛି, ତେବେ ଭାଗ୍ୟ ଅଛି, ତେବେ ସଫଳତା ରହିଛି । ଯେତେବେଳେ ଆମେମାନେ ନିୟମିତ ଭାବେ ବ୍ୟାୟାମ କରିବା, ନିଜକୁ ଫିଟ୍ ଏବଂ ମଜଭୁତ ରଖିପାରିବା । ଗୋଟିଏ ଚିନ୍ତାଧାରା ସଦାବେଳେ ମନରେ ଜାଗ୍ରତ ହୋଇଥାଏ ଯେ ହଁ, ଆମେ ସ୍ୱୟଂକୁ ହିଁ ନିର୍ମାଣ କରିଥାଉ । ଏକ ଆତ୍ମବିଶ୍ୱାସ ମନକୁ ଆସିଥାଏ । ବ୍ୟକ୍ତିର ଏହି ଆତ୍ମବିଶ୍ୱାସ ତାକୁ ଜୀବନରେ ଭିନ୍ନ ଭିନ୍ନ କ୍ଷେତ୍ରରେ ମଧ୍ୟ ସଫଳତା ପ୍ରଦାନ କରିଥାଏ । ଏହି କଥା ପରିବାର, ସମାଜ ଏବଂ ଦେଶ ଉପରେ ମଧ୍ୟ ଲାଗୁ କରାଯାଇ ପାରିବ । ଗୋଟିଏ ପରିବାର ଯାହା ଏକାସଙ୍ଗେ ହସଖୁସିରେ ଖେଳକୁଦ କରିଥାଏ ଏକ ସାଥିରେ ଫିଟ୍ ମଧ୍ୟ ରହିଥାଏ ।

A family that plays together, stays together.

ଏହି ମହାମାରୀ ସମୟରେ ଅନେକ ପରିବାର ମଧ୍ୟ ଏହାକୁ ପରୀକ୍ଷାମୂଳକ ଭାବେ କରି ଦେଖାଇଛନ୍ତି । ଏକା ସଙ୍ଗେ ଖେଳିବା, ଏକତ୍ର ହୋଇ ଯୋଗ ପ୍ରାଣାୟାମ କରିବା, ଶାରୀରିକ ବ୍ୟାୟାମ କରିବା, ଏକାସଙ୍ଗେ ଝାଳବୁହା ପରିଶ୍ରମ କରିବା ଇତ୍ୟାଦି । ସେଥିରୁ ଏହି ଅନୁଭବ ଆସିଛି ଯେ ଶାରୀରିକ ଦୃଷ୍ଟିରୁ ଯିଏ ଫିଟ୍ ସେ ନିଶ୍ଚିତ ଭାବେ ନିଜ ପାଇଁ ଏବଂ ସମାଜ ପାଇଁ ଅଧିକ ଉପଯୋଗୀ । କିନ୍ତୁ ଏହାର ମଧ୍ୟ ଆହୁରି ଏକ ବାଇ ପ୍ରଡ଼କ୍ଟ ଭାବେ ଆବେଗିକ ସୁସଂପର୍କ, ଉତ୍ତର ବୁଝାମଣା, ପାରସ୍ପରିକ ସହଯୋଗ ଭଳି ଅନେକ କଥା ମଧ୍ୟ ପରିବାରର ଏକ ବଡ଼ ଶକ୍ତି ଭାବେ ସୃଷ୍ଟି ହୋଇପାରିଛି । ସେଥିରୁ ସହଜତା ମଧ୍ୟ ଆପେ ଆପେ ବାହାରି ଆସିଛି । ସାଧାରଣତଃ ଏକଥା ଦେଖିବାକୁ ମିଳିଛି ଯେ ଯେକୌଣସି ଭଲ ଅଭ୍ୟାସ ହୋଇଥାଉ, ତାହା ଆମକୁ ଆମର ମାତା ପିତା ହିଁ ଶିକ୍ଷା ଦେଇଥାନ୍ତି । କିନ୍ତୁ ଫିଟନେସ ପ୍ରସଙ୍ଗରେ ମୁଁ ଏବେ ଠିକ୍ ଓଲଟା କଥା କହୁଛି । ଏବେ ଯୁବ ପିଢ଼ି ହିଁ ଏହାର ନେତୃତ୍ୱ ନେଉଛନ୍ତି ଏବଂ ଆମର ମାତା– ପିତାଙ୍କୁ ମଧ୍ୟ ବ୍ୟାୟାମ କରିବା, ଖେଳିବା ପାଇଁ ଅନୁପ୍ରାଣୀତ କରୁଛନ୍ତି ।

ସାଥୀଗଣ, ଆମ ଦେଶରେ କୁହାଯାଇଛି–

ମନ ପବିତ୍ର ଥିଲେ ଗାଡ଼ିଆ ମଧ୍ୟ ଗଙ୍ଗା ବନି ଯାଇଥାଏ ।

मन चंगा तो कठौती में गंगा।

ଏହି ବାର୍ତ୍ତାର ଆଧ୍ୟାତ୍ମିକ ଏବଂ ସାମାଜିକ ମହତ୍ତ୍ୱ ରହିଛି । କିନ୍ତୁ ଏହାକୁ ଆହୁରି ଗଭୀର ଭାବେ ମଧ୍ୟ ଆମକୁ ଦେଖିବାକୁ ପଡ଼ିବ ଯାହା ଆମମାନଙ୍କର ଦୈନନ୍ଦିନ ଜୀବନ ପାଇଁ ଏକାନ୍ତ ଜରୁରି ।ଏହାର ଆଉ ଏକ ଉଦେ୍ଦଶ୍ୟ ହେଲା ଆମର ମାନସିକ ସ୍ୱାସ୍ଥ୍ୟ ଉତ୍ତମ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅର୍ଥାତ୍, ସୁସ୍ଥ ମନ ହିଁ ହେଉଛି ସୁସ୍ଥ ଶରୀରର ପରିଚୟ  (sound mind is in a sound body) । ଏହାକୁ ଓଲଟା ବୁଝିବା ମଧ୍ୟ ସେତିକି ତାତ୍ପର୍ଯ୍ୟପୂର୍ଣ୍ଣ । ଯେତେବେଳେ ଆମର ମନ ସ୍ୱଚ୍ଛ ରହିବ, ସୁସ୍ଥ ରହିବ, ସେତେବେଳେ ଆମର ଶରୀର ମଧ୍ୟ ସୁସ୍ଥ ରହିବ । ଏବଂ ଏବେ ତ ଚର୍ଚ୍ଚା କରାଯାଉଛି ଯେ ମନକୁ ସୁସ୍ଥ ରଖିା ସକାଶେ ଏକ ଆଭିମୁଖ୍ୟ– ଆପ୍ରୋଚର ଆବଶ୍ୟକତା ରହିଛି । ଏହା ମନକୁ ବିସ୍ତାରିତ କରିଥାଏ । ସଂକୁଚିତ “ମୁଁ” ଠାରୁ ଆଗକୁ ବଢ଼ି ଯେତେବେଳେ ବ୍ୟକ୍ତି ପରିବାର, ସମାଜ ଏବଂ ଦେଶକୁ ନିଜର ବୋଲି ଭାବିବ ସେତେବେଳେ ତା’ର ମନ ବିସ୍ତାରିତ ହୋଇଛି ବୋଲି ବୁଝିବାକୁ ହେବ । ସେଥିପାଇଁ ତାକୁ କାର୍ଯ୍ୟ କରିବାକୁ ପଡ଼ିବ । ତଦ୍ୱାରା ତା’ର ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ମାନସିକ ସ୍ତରରେ ସେ ସୁଦୃଢ଼ ହୋଇପାରିବ । ଏବଂ ସେଥିପାଇଁ ଫିଟନେସ ସବୁଠାରୁ ବଡ଼ ଜଡ଼ି ମନ୍ତ୍ର ଭାବେ କାର୍ଯ୍ୟ କରିଥାଏ । ହେବା ବି ସ୍ୱାଭାବିକ । ଏବଂ ସେଥିପାଇଁ ସ୍ୱାମୀ ବିବେକାନନ୍ଦ କହିଛନ୍ତି– ସାମର୍ଥ୍ୟ ହେଉଛି ଜୀବନ, ଦୁର୍ବଳତା ହେଉଛି ମୃତ୍ୟୁ । ନିଜ ମନର ସଂପ୍ରସାରଣ ହେଉଛି ଜୀବନ, ସଂକୁଚିତ ମନ ହେଉଛି ("Strength is Life, Weakness is Death. Expansion is Life, Contraction is Death.") ।

ଆଜିକାଲି ଲୋକମାନଙ୍କ ସହିତ, ସମାଜ ସହିତ, ଦେଶ ସହିତ ଯୋଡ଼ିହୋଇ ରହିବା ଏବଂ ଯୋଡ଼ି ହୋଇ ରହିବାର ଉପାୟର ମାଧ୍ୟମମାନଙ୍କର ତ ଅଭାବ ଅଛି ବୋଲି କଦାପି କୁହାଯିବ ନାହିଁ । ବରଂ ଏହାର ଭରପୂର ଅବସର ରହିଛି । ଏବଂ ପ୍ରେରଣା ପାଇଁ ଆମର ଆଖ ପାଖରେ ଅନେକ ଉଦାହରଣ ମିଳିଯିବ । ଆଜି ଯେଉଁ ସାତ ମହାନୁଭବମାନଙ୍କୁ ଆମେମାନେ ଶୁଣିଲେ, ତାହା ଠାରୁ ବଳି ବଡ଼ ପ୍ରେରଣା ଆଉ କ’ଣ ହୋଇପାରେ? ଆମକୁ ମାତ୍ର ଏତିକି କରିବାକୁ ହେବ ଯେ ନିଜର ରୁଚି, ନିଜର ପସନ୍ଦ ଅନୁସାରେ କିଛି କଥାକୁ ଆମମାନଙ୍କୁ ଚୟନ କରିବାକୁ ହେବ ଏବଂ ସେସବୁକୁ ନିୟମିତ ଭାବେ ଅଭ୍ୟାସ କରିବାକୁ ପଡ଼ିବ । ମୁଁ ଦେଶମାସୀମାନଙ୍କୁ ଅନୁରୋଧ କରିବି, ପ୍ରତ୍ୟେକ ପିଢ଼ିର ମହାନୁଭବମାନଙ୍କୁ ନିବେଦନ କରିବି ଯେ ସେମାନେ ସ୍ଥିର କରନ୍ତୁ ଯେ ଆପଣମାନେ ଅନ୍ୟମାନଙ୍କୁ କିପରି ଭାବେ ସାହାଯ୍ୟ କରିପାରିବେ? ଆପଣମାନେ କ’ଣ ଦେଇପାରିବେ– ନିଜର ସମୟ, ନିଜର ଜ୍ଞାନ, ନିଜର କୌଶଳ, ଶାରୀରିକ ସାହାଯ୍ୟ– ସେ ଯାହା କିଛି ହୋଇଥାଉ, କିନ୍ତୁ ନିଶ୍ଚୟ କିଛି ନା କିଛି ସାହାଯ୍ୟ କରନ୍ତୁ ।

ସାଥୀଗଣ, ମୋର ବିଶ୍ୱାସ ରହିଛି ଯେ ଦେଶବାସୀ ଫିଟ୍ ଇଣ୍ଡିଆ ଆନ୍ଦୋଳନ ସହ ଅଧିକରୁ ଅଧିକ ସଂଖ୍ୟାରେ ଯୋଡ଼ି ହୁଅନ୍ତୁ ଏବଂ ଆମେ ସମସ୍ତେ ହିଁ ମିଳିମିଲି ଲୋକଙ୍କ ସହ ଯୋଡ଼ି ହେବା । “ଫିଟ୍ ଇଣ୍ଡିଆ ଆନ୍ଦୋଳନ” ବାସ୍ତବିକ୍ “ହିଟ୍ ଇଣ୍ଡିଆ ଆନ୍ଦୋଳନ” । ସେଥିପାଇଁ ଭାରତ ଯେତିକି ଫିଟ୍ ହେବ, ଭାରତ ସେତିକି ହିଟ୍ ହୋଇପାରିବ । ସେଥିରେ ଆପଣମାନଙ୍କର ସମସ୍ତଙ୍କର ପ୍ରୟାସ ସଦାବେଳ ପରି ଦେଶକୁ ଢ଼େର୍ ମାତ୍ରାରେ ସହଯୋଗ କରିବ ।

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନାର ସହିତ, ଏବଂ ଆପଣମାନଙ୍କୁ ସମସ୍ତଙ୍କ ନିକଟରେ ହୃଦୟର ସହ କୃତଜ୍ଞତା ବ୍ୟକ୍ତ କରୁଛି ଏବଂ ଆଜି ଫିଟ୍ ଇଣ୍ଡିଆ ଆନ୍ଦୋଳନକୁ ଏକ ନୂତନ ମିଳିବ, ନୂତନ ସଂକଳ୍ପର ସହିତ ତାହା ଆହୁରି ଆଗକୁ ବଢ଼ିବ, ଫିଟ୍ ଇଣ୍ଡିଆ ବ୍ୟକ୍ତି– ସମଷ୍ଟିର ଏକ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଭାବେ ଆଗକୁ ଚାଲୁ ବୋଲି ଆଶା ପୋଷଣ କରୁଛି । ଏହି ଗୋଟିଏ ଭାବନାର ସହିତ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government e-Marketplace Generates Rs 1.76 Lakh Crore In Net Social Savings Over Three Years: IIT Delhi Study

Media Coverage

Government e-Marketplace Generates Rs 1.76 Lakh Crore In Net Social Savings Over Three Years: IIT Delhi Study
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to brave participants of the Quit India Movement
August 09, 2026

Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.

The Prime Minister posted on X:

Remembering all those who participated in the historic Quit India Movement. Their courage will always remain an inspiration for every Indian. Inspired by the leadership of Mahatma Gandhi Ji, the clarion call of Quit India infused new energy into our freedom struggle and reflected the unwavering determination of our people to break free from colonial rule.