“ଗୁଜୁରାଟର ଶିକ୍ଷକମାନଙ୍କ ସହ ମୋର ଅଭିଜ୍ଞତା ଜାତୀୟ ସ୍ତରରେ ମଧ୍ୟ ନୀତି ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିଛି”
“ଅନେକ ବିଶ୍ୱ ନେତା ସେମାନଙ୍କର ଭାରତୀୟ ଶିକ୍ଷକଙ୍କୁ ଉଚ୍ଚ ସମ୍ମାନର ସହିତ ସ୍ମରଣ କରନ୍ତି”
“ମୁଁ ଜଣେ ଶାଶ୍ୱତ ଛାତ୍ର ଏବଂ ସମାଜରେ ଯାହା କିଛି ଘଟେ, ତାହାକୁ ଅତି ସୂକ୍ଷ୍ମ ଭାବରେ ନିରୀକ୍ଷଣ କରିବା ଶିଖିଛି”
“ଆଜିର ଆତ୍ମବିଶ୍ୱାସୀ ଏବଂ ଭୟହୀନ ଛାତ୍ର ଶିକ୍ଷକମାନଙ୍କୁ ପାରମ୍ପାରିକ ଶିକ୍ଷାଦାନରୁ ବାହାରକୁ ଆସିବା ପାଇଁ ଆହ୍ୱାନ ଦେଉଛନ୍ତି”
“ଜିଜ୍ଞାସୁ ଛାତ୍ରମାନଙ୍କ ଆହ୍ୱାନଗୁଡିକ ଶିକ୍ଷକମାନେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅଭିବୃଦ୍ଧିର ସୁଯୋଗ ଭାବରେ ଦେଖିବା ଉଚିତ ଯେହେତୁ ସେମାନେ ଆମକୁ ଶିଖିବା, ଅଣଶିକ୍ଷା ଏବଂ ପୁନଃଶିକ୍ଷା କରିବାର ସୁଯୋଗ ଦିଅନ୍ତି”
“ପ୍ରଯୁକ୍ତିବିଦ୍ୟା ସୂଚନା ପ୍ରଦାନ କରିପାରିବ କିନ୍ତୁ ଏକ ଦୃଷ୍ଟିକୋଣ ନୁହେଁ”
“ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ଆଜି ଭାରତ ନୂତନ ବ୍ୟବସ୍ଥା ସୃଷ୍ଟି କରୁଛି ଏବଂ ଏହାକୁ ଦୃଷ୍ଟିରେ ରଖି ଏକ ନୂତନ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରାଯାଇଛି”
“ଆଞ୍ଚଳିକ ଭାଷାରେ ଶିକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ଯାହା ଶିକ୍ଷକମାନଙ୍କ ଜୀବନରେ ମଧ୍ୟ ଉନ୍ନତି ଆଣିବ”
“ବିଦ୍ୟାଳୟର ଜନ୍ମଦିନ ପାଳନ କରିବା ଦ୍ୱାରା ବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ ପାଇବ”
“ଶିକ୍ଷକମାନଙ୍କ ଦ୍ୱାରା ଛ

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ମନ୍ତ୍ରି ପରିଷଦର ମୋର ସାଥୀ ଏବଂ ଯେଉଁମାନେ ପୂରା ଜୀବନବ୍ୟାପୀ ନିଜକୁ ନିଜେ ଶିକ୍ଷକ ଭାବରେ ହିଁ ପରିଚିତ ହୋଇଥାନ୍ତି, ଏଭଳି ପୁରୁଷୋତ୍ତମ ରୁପାଲା ଜୀ, ଗତ ନିର୍ବାଚନରେ ଭାରତର ସଂସଦରେ, ଦେଶରେ, ସମଗ୍ର ଦେଶରେ ସବୁଠାରୁ ଅଧିକ ଭୋଟ ପାଇ ଜିତିଥିବା ଶ୍ରୀମାନ ସି.ଆର. ପାଟିଲ ଜୀ, ଗୁଜରାଟ ସରକାରଙ୍କ ମନ୍ତ୍ରୀଗଣ, ଅଖିଳ ଭାରତୀୟ ପ୍ରାଇମେରୀ ଶିକ୍ଷକ ସଂଘର ସମସ୍ତ ସଦସ୍ୟଗଣ, ଦେଶର କୋଣ-ଅନୁକୋଣରୁ ଆସିଥିବା ସମ୍ମାନିତ ଶିକ୍ଷକଗଣ, ମହିଳା ଏବଂ ଭଦ୍ର ଲୋକମାନେ!

ଆପଣମାନେ ଏତେ ଆଦରର ସହିତ ମୋତେ ଅଖିଳ ଭାରତୀୟ ପ୍ରାଇମେରୀ ଶିକ୍ଷକ ସଂଘର ରାଷ୍ଟ୍ରୀୟ ଅଧିବେଶନକୁ ନିମନ୍ତ୍ରଣ କରିଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ସ୍ୱାଧୀନତାର ଅମୃତ କାଳରେ, ଯେତେବେଳେ ଭାରତ ବିକଶିତ ହେବାକୁ ସଂକଳ୍ପର ସହିତ ଆଗକୁ ବଢୁଛି, ସେତେବେଳେ ଆପଣ ସମସ୍ତ ଶିକ୍ଷକମାନଙ୍କର ଭୂମିକା ବହୁତ ବଡ଼ ରହିଛି । ଗୁଜରାଟରେ ରହିବା ସତ୍ତ୍ୱେ, ମୋର ପ୍ରାଥମିକ ଶିକ୍ଷକମାନଙ୍କ ସହିତ ମିଶି ରାଜ୍ୟର ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାର ଅଭିଜ୍ଞତା ରହିଛି । ଗୁଜରାଟରେ ଡ୍ରପ୍ ଆଉଟ୍ ହାର ଯେମିତି ମୁଖ୍ୟମନ୍ତ୍ରୀ କହୁଥିଲେ ପ୍ରାୟ ୪୦ ଶତକଡ଼ା ପାଖାପାଖି ରହୁଥିଲା । ଏବଂ ଆଜି ଏହା ୩ ପ୍ରତିଶତରୁ କମ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେବଳ ଗୁଜରାଟର ଶିକ୍ଷକମାନଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି । ଗୁଜରାଟରେ ଶିକ୍ଷକମାନଙ୍କ ସହିତ ମୋର ଅନୁଭୂତି ରହିଛି, ତାହା ଆମକୁ ଜାତୀୟ ସ୍ତରରେ ମଧ୍ୟ ନୀତି ପ୍ରସ୍ତୁତ କରିବାରେ, ନୀତିଗତ ଢାଞ୍ଚା ପ୍ରସ୍ତୁତ କରିବାରେ ଆଗକୁ ବହୁତ ସାହାଯ୍ୟ କରିଛି । ବର୍ତ୍ତମାନ, ଯେମିତି ରୁପାଲୀ ଜୀ କହୁଥିଲେ, ବିଦ୍ୟାଳୟରେ ଶୌଚାଳୟ ଉପଲବ୍ଧ ନ ଥିବାରୁ ବହୁ ସଂଖ୍ୟାରେ ଝିଅମାନେ ବିଦ୍ୟାଳୟ ଆସିବା ଛାଡ଼ି ଦେଉଥିଲେ । ସେଥିପାଇଁ ଆମେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରି ସ୍କୁଲମାନଙ୍କରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ନିର୍ମାଣ କଲୁ । ଏଠାରେ ଗୁଜରାଟରେ, ଏକଦା ସମଗ୍ର ଆଦିବାସୀ ଅଞ୍ଚଳରେ, ଗୁଜରାଟର ପୂର୍ବାଞ୍ଚଳ ଆମର ଆଦିବାସୀ ବନ୍ଧୁମାନଙ୍କର ବାସସ୍ଥାନ ଅଟେ, ଏକ ପ୍ରକାରରେ, ସେହି ସମଗ୍ର ଅଞ୍ଚଳରେ ଉମର ଗ୍ରାମ ଠାରୁ ଅମ୍ବାଜୀ ବିଜ୍ଞାନ ଷ୍ଟ୍ରିମର ଶିକ୍ଷା ଦିଆଯାଉ ନ ଥିଲା । ଆଜି ଶିକ୍ଷକମାନେ କେବଳ ସେଠାରେ ବିଜ୍ଞାନ ଶିକ୍ଷା ଦେଉନାହାନ୍ତି, ବରଂ ମୋର ଆଦିବାସୀ ଯୁବବନ୍ଧୁ ପୁଅ-ଝିଅମାନେ ମଧ୍ୟ ଡାକ୍ତର ଏବଂ ଇଞ୍ଜିନିୟର ହେଉଛନ୍ତି । ମୁଁ ଅନେକ ଥର ପ୍ରଧାନମନ୍ତ୍ରୀଙ୍କ ପରେ ଯେତେବେଳେ ମଧ୍ୟ ମୋତେ ବିଦେଶ ଯିବାର ଏକ ଦାୟିତ୍ୱ ରହିଥାଏ, ଯେତେବେଳେ ମଧ୍ୟ ଯାଇଥାଏ, ବିଦେଶରେ ଏହି ନେତାମାନଙ୍କ ସହିତ ମୋର ଯେତେବେଳେ ସାକ୍ଷାତ ହୋଇଥାଏ ଏବଂ ସେମାନେ ଯେଉଁ କଥା କହିଥାନ୍ତି । ଏଠାରେ ବସିଥିବା ଏବଂ ଏହି କଥାକୁ ଶୁଣୁଥିବା ପ୍ରତ୍ୟେକ ଶିକ୍ଷକ ଗର୍ବ ଅନୁଭବ କରିବ । ମୁଁ ଆପଣମାନଙ୍କୁ ମୋର ଅନୁଭୂତି କହୁଛି । ବିଶେଷ ଭାବରେ ଯେତେବେଳେ ବିଦେଶରେ ନେତାମାନଙ୍କୁ ଭେଟିଥାଏ ସେତେବେଳେ ସେମାନଙ୍କ ଜୀବନରେ ଭାରତୀୟ ଶିକ୍ଷକମାନଙ୍କର କେତେ ବଡ଼ ଯୋଗଦାନ ରହିଛି, ବହୁତ ଗର୍ବର ସହିତ ସେମାନେ ବର୍ଣ୍ଣନା କରୁଥିଲେ । ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ମୋର ପ୍ରଥମ ବିଦେଶ ଯାତ୍ରା ଭୂଟାନକୁ ହୋଇଥିଲା ଏବଂ ଭୁଟାନର ରାଜ ପରିବାର ସହିତ ଯେତେବେଳେ ମୁଁ ବସିଥିଲି, ସେତେବେଳେ ସେମାନେ ଗର୍ବର ସହିତ କହୁଥିଲେ, ଯିଏ ତାଙ୍କର ବରିଷ୍ଠ ରାଜା ଅଛନ୍ତି ସେ କହୁଥିଲେ ଯେ ମୋ ପିଢ଼ିର ଯେତିକି ଲୋକ ଭୁଟାନରେ ଅଛନ୍ତି, ସେମାନଙ୍କୁ କେହି ନା କେହି ହିନ୍ଦୁସ୍ଥାନର ଶିକ୍ଷକ ପଢ଼ାଇଛନ୍ତି । ଏବଂ ସେ ବଡ଼ ଗର୍ବର ସହିତ କହୁଥିଲେ । ଏମିତି ହିଁ ମୁଁ ଯେବେ ସାଉଦି ଆରବ ଯାଇଥିଲି, ସେଠିକାର ରାଜା ବହୁତ ବରିଷ୍ଠ ଏବଂ ସମ୍ମାନନୀୟ ମହାପୁରୁଷ ଅଟନ୍ତି । ମୋ ଉପରେ ତାଙ୍କର ଭଲପାଇବା ମଧ୍ୟ ବହୁତ ଥିଲା । କିନ୍ତୁ ଯେତେବେଳେ ତାଙ୍କ ସହିତ ମୁଁ ବସିଲି ସେତେବେଳେ ସେ ମୋତେ କହିଲେ ମୁଁ ତୁମକୁ ବହୁତ ଭଲ ପାଉଛି । ପୁଣି ସେ ମୋତେ ପଚାରିଲେ କାହିଁକି ଜାଣିଛ? ମୁଁୂ କହିଲି- ଆପଣ କୁହନ୍ତ, ଏହା ଆପଣଙ୍କର କୃପା ଅଟେ । ସେ କହିଲେ ଦେଖ ଭାଇ ମୁଁ ହେଉଛି ରାଜା, ଯାହା ବି ଅଛି, କିନ୍ତୁ ପିଲାବେଳେ ମୋର ଶିକ୍ଷକ ତୁମ ଦେଶରେ ଥିଲେ ଏବଂ ତୁମର ଗୁଜରାଟର ଥିଲେ ଏବଂ ସେ ମୋତେ ପଢ଼ାଇଥିଲେ । ଅର୍ଥାତ ଏତେ ବଡ଼ ସମୃଦ୍ଧ ଦେଶର ଭାରତର ପ୍ରଧାନମନ୍ତ୍ରୀ ସହ କଥାବାର୍ତ୍ତା କହୁଥିବା ବେଳେ ଶିକ୍ଷକଙ୍କ ଅବଦାନର କଥା କହିବା, ଏହା ଗୌରବ ଅନୁଭବ କରେ ।

ବିଗତ ଦିନରେ କୋଭିଡରେ ଆପଣ ଡବ୍ଲୁଏଚଓ ସମ୍ପର୍କରେ ଟିଭିରେ ବହୁତ କିଛି ଦେଖିଥିବେ । ଆପଣ ଡବ୍ଲୁଏଚଓର ଯିଏ ମୁଖ୍ୟ ଥିଲେ, ଶ୍ରୀ ଟେଡ୍ ରାଂସ, ତାଙ୍କୁ ଅନେକ ଥର ଟିଭିରେ ଆପଣ ତାଙ୍କର ବିବୃତି ଦେଖିଥିବେ । ମୋର ତାଙ୍କ ସହିତ ଭଲ ବନ୍ଧୁତା ଅଛି ଏବଂ ସେ ସର୍ବଦା ଗର୍ବର ସହିତ କହୁଥିଲେ । ଅତୀତରେ ଜାମନଗରକୁ ଆସିଥିଲେ, ତଥାପି ସେ ପୁଣି ସେହି ଗର୍ବର ସହିତ ପୁଣିଥରେ ଉଲ୍ଲେଖ କରିଥିଲେ । ସେ କହିଥିଲେ, ସେ ପିଲାଦିନରୁ ମୋ ଜୀବନର ପ୍ରତ୍ୟେକ କ୍ଷଣ ସହିତ କେହି ନା କେହି ଭାରତୀୟ ଶିକ୍ଷକଙ୍କର ଯୋଗଦାନ ରହିଛି । ମୋର ଜୀବନକୁ ତିଆରି କରିବାରେ ଭାରତର ଶିକ୍ଷକଙ୍କର ଯୋଗଦାନ ରହିଛି । ଏବଂ ତା’ପରେ ପୁଣି ସେ ମୋତେ ଏହା ମଧ୍ୟ କହିଥିଲେ ଯେ ଆଜି ଭାରତ ଆସିଛି, ଭାରତର ଶିକ୍ଷକମାନେ ମୋତେ ତିଆରି କରିଛନ୍ତି, ଆପଣ ମୋତେ ଗୋଟିଏ ବ୍ରାଣ୍ଡ୍ ଉପହାର ଦେଇପାରିବେ କି? ମୁଁ କହିଲି କ’ଣ? ସେ କହିଲେ, ଆପଣଙ୍କୁ ଦେବାକୁ ପଡ଼ିବ ଏବଂ ସାର୍ବଜନିନ ଭାବରେ ଦେବାକୁ ପଡ଼ିବ, ମୁଁ କହିଲି- ନିଶ୍ଚିତ ଦେବି, ଆପଣ କୁହନ୍ତୁ । କହିଲେ, ଆଜି ତୁମେ ମୋର ନାମ ହିନ୍ଦୁସ୍ଥାନୀ ନାମ ସହିତ ତିଆରି କରିନିଅନ୍ତୁ ଏବଂ ମୁଁ ସର୍ବସାଧାରଣ ଭାବରେ ଶ୍ରୀ ଟେଡ୍ ରାଂସକୁ ଶ୍ରୀମାନ ତୁଳସୀ ଭାବରେ ନାମିତ କଲି । ତାହା ହେଉଛି, ଯେଉଁଠାରେ ସେମାନେ ଭାରତର ଶିକ୍ଷକମାନଙ୍କ ନିକଟକୁ ଯାଇଛନ୍ତି, ସେମାନେ ଦୁନିଆରେ ଏମିତି ଏକ ଅବିସ୍ମରଣୀୟ ଚିହ୍ନ ଛାଡ଼ିଛନ୍ତି, ଲୋକମାନେ ପିଢ଼ି ପରେ ପିଢ଼ି ମଧ୍ୟ ସେମାନଙ୍କୁ ସ୍ମରଣ କରୁଛନ୍ତି ।

 

ସାଥୀମାନେ,

ଯେମିତି ରୁପାଲା ଜୀ ଗର୍ବର ସହିତ କହୁିପାରୁଛନ୍ତି ଯେ ସେ ଜଣେ ଆଜୀବନ ଶିକ୍ଷକ ଅଟନ୍ତି । ମୁଁ ନିଜେ ଜଣେ ଶିକ୍ଷକ ନୁହେଁ, କିନ୍ତୁ ମୁଁ ଗର୍ବର ସହିତ କହୁଛି ଯେ ମୁଁ ଏକ ଆଜୀବନ ବିଦ୍ୟାର୍ଥୀ ଅଟେ । ମୁଁ ଆପଣ ସମସ୍ତଙ୍କୁ, ସମାଜରେ ଯାହା କିଛି ମଧ୍ୟ ହୋଇଥାଏ, ତାକୁ ଅତି ନିକଟରୁ ନୀରିକ୍ଷଣ କରିବା ଶିଖିଛି । ଆଜି ପ୍ରାଥମିକ ଶିକ୍ଷକମାନଙ୍କର ଏହି ଅଧିବେଶନରେ ଆପଣଙ୍କର ଏହି ଅନୁଭୂତିକୁ ମୁଁ ଆଜି ଟିକିଏ ମନଭରି ଆପଣଙ୍କ ସମ୍ମୁଖରେ କିଛି କହିବାକୁ ଚାହୁଁଛି । ଏକବିଂଶ ଶତାବ୍ଦୀ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ଏହି ସମୟରେ ଭାରତର ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ ହେଉଛି, ଶିକ୍ଷକ ବଦଳୁଛନ୍ତି, ଛାତ୍ରମାନେ ମଧ୍ୟ ବଦଳୁଛନ୍ତି । ଏମିତିରେ ଏହି ପରିବର୍ତ୍ତନଶୀଳ ପରସ୍ଥିତିରେ ମୁଁ ଆମେ କେମିତି ଆଗକୁ ବଢ଼ିବା, ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଥାଏ । ଯେମିତି ଆମେ ଦେଖିଲୁ, ପୂର୍ବର ଶିକ୍ଷକମାନଙ୍କ ସମ୍ମୁଖରେ ସମ୍ବଳର ଅଭାବ, ଭିତ୍ତିଭୂମି ଅଭାବ ଭଳି ଅନେକ ଆହ୍ୱାନର ସମ୍ମୁଖୀନ ହେଉଥିଲେ । ଏବଂ ତା’ପରେ ଛାତ୍ରମାନଙ୍କ ନିକଟରୁ ସେଭଳି କୌଣସି ବିଶେଷ ଆହ୍ୱାନ ନ ଥିଲା । ଆଜି ଶିକ୍ଷକମାନଙ୍କ ସମ୍ମୁଖରେ ସମ୍ବଳ ଏବଂ ସୁବିଧାର ଯେଉଁ ଭାବ ଥିଲା, ଯାହା କିଛି ସମସ୍ୟା ଥିଲା, ତାହା ଧୀରେ ଧୀରେ ଦୂର ହୋଇଯାଉଛି । କିନ୍ତୁ, ଆଜିର ପିଢ଼ିର ପିଲାମାନେ ଛାତ୍ରମାନଙ୍କର ଯେଉଁ ଜିଜ୍ଞାସା ଅଛି, ତାଙ୍କ ମଧ୍ୟରେ ଯେଉଁ କୌତୂହଳ ଅଛି, ସେମାନେ ମା’-ବାପାଙ୍କ ସହିତ ଶିକ୍ଷକମାନଙ୍କ ପାଇଁ ମଧ୍ୟ ଏକ ବହୁତ ବଡ଼ ଆହ୍ୱାନ ନେଇ ଆସିଛି। ସେହି ଛାତ୍ରମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ଭରି ରହିଛି, ସେହି ଛାତ୍ର ନିର୍ଭୟ ଅଛନ୍ତି ଏବଂ ସେମାନଙ୍କର ସ୍ୱଭାବ ୮ ବର୍ଷର, ୯ ବର୍ଷର ଛାତ୍ର ମଧ୍ୟ ଶିକ୍ଷକଙ୍କୁ ଆହ୍ୱାନ ଦେଇଥାଏ । ସେହି ଶିକ୍ଷାର ପାରମ୍ପରିକ କାର୍ଯ୍ୟଶୈଳୀ ସହିତ କିଛି ନୂତନ ଜିନିଷ ସେମାନଙ୍କୁ ପଚାରିଥାଏ, କଥାବାର୍ତ୍ତା କରିଥାଏ । ସେମାନଙ୍କର ଜିଜ୍ଞାସା ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥାଏ ଏବଂ ପାଠ୍ୟକ୍ରମ ଏବଂ ବିଷୟରୁ ବାହାରକୁ ଯାଇ ସେମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ । ଏଠାରେ ବସିଥିବା ବର୍ତ୍ତମାନ ଶିକ୍ଷକ, ବର୍ତ୍ତମାନ ପିଲାମାନେ ସେମାନେ ପ୍ରତିଦିନ ଅନୁଭବ କରିପାରୁଥିବେ । ସେମାନେ ଏମିତି ପ୍ରଶ୍ନ ନେଇ ଆସୁଥିବେ, ଆପଣଙ୍କୁ ମଧ୍ୟ ବହୁତ କଷ୍ଟ ହୋଇ ପଡୁଥିବ । ଛାତ୍ରମାନଙ୍କ ନିକଟରେ ସୂଚନାର ଅଲଗା ଅଲଗା ସ୍ରୋତ ରହିଛି । ସେମାନେ ମଧ୍ୟ ଶିକ୍ଷକଙ୍କ ସମ୍ମୁଖରେ ନିଜକୁ ଅପଡେଟ ରଖଛନ୍ତି ବୋଲି ଆହ୍ୱାନ କରିଥାନ୍ତି । ଏହି ଆହ୍ୱାନକୁ ଜଣେ ଶିକ୍ଷକ କେମିତି ସମାଧାନ କରିବ, ଏହା ଉପରେ ଆମର ଶିକ୍ଷା ବ୍ୟବସ୍ଥାରେ ନିର୍ଭର କରିଥାଏ । ଏବଂ ସବୁଠାରୁ ଭଲ ଉପାୟ ହେଉଛି ଯେ ଏହି ଆହ୍ୱାନଗୁଡ଼ିକୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ବୃଦ୍ଧି ଅବସର ମାଧ୍ୟମରେ ଦେଖାଯାଏ । ଏହି ଆହ୍ୱାନ ଆମକୁ ଶିଖିବା, ଶିଖିବା ନାହିଁ ଏବଂ ପୁନଃ ଶିଖିବାର ସୁଯୋଗ ମଧ୍ୟ ଦେଇଥାଏ । ଏହାକୁ ସମାଧାନ କରିବାର ଗୋଟିଏ ଉପାୟ ହେଉଛି ଯେ ଶିକ୍ଷା ସହିତ ନିଜକୁ ଛାତ୍ରଙ୍କ ଗାଇଡ୍ ଏବଂ ମେଣ୍ଟର ମଧ୍ୟ କରନ୍ତୁ । ଆପଣ ମଧ୍ୟ ଜାଣିଛନ୍ତି ଯେ, ଗୁଗଲରୁ ଡାଟା ମିଳିପାରିବ, କିନ୍ତୁ ନିଷ୍ପତ୍ତି ନିଜକୁ ହିଁ ନେବାକୁ ପଡ଼ିଥାଏ । ଜଣେ ଗୁରୁ ହିଁ ଛାତ୍ରଙ୍କୁ ଗାଇଡ କରିପାରିବେ । ତାହା ନିଜସ୍ୱ ସୂଚନାର ପ୍ରକୃତ ଉପଯୋଗ କିପରି କରିବେ । ଟେକ୍ନୋଲୋଜୀ ଦ୍ୱାରା ସୂଚନା ମିଳିପାରିବ, କିନ୍ତୁ ପ୍ରକୃତ ଦୃଷ୍ଟିକୋଣ ଶିକ୍ଷକ ହିଁ ଦେଇପାରିବେ । କେବଳ ଏକ ଗୁରୁ ହିଁ ପିଲାମାନଙ୍କୁ ଏହା ବୁଝାଇବାରେ ସାହାଯ୍ୟ କରିପାରିବେ ଯେ କେଉଁ ସୂଚନା ଉପଯୋଗୀ ଅଟେ ଏବଂ କେଉଁଟା ନୁହେଁ । କୌଣସି ମଧ୍ୟ ଟେକ୍ନୋଲୋଜୀ କୌଣସି ବିଦ୍ୟାର୍ଥୀଙ୍କ ପାରିବାରିକ ସ୍ଥିତିକୁ ବୁଝିପାରିବ ନାହିଁ । ଜଣେ ଗୁରୁ ହିଁ ତାଙ୍କର ଅବସ୍ଥାକୁ ବୁଝି ତାଙ୍କୁ ସମସ୍ତ ସମସ୍ୟାରୁ ବାହାର କରିବାରେ ପ୍ରେରଣା ଦେଇପାରିବେ । ଏହିଭଳି ଭାବରେ, ଦୁନିଆର କୌଣସି ମଧ୍ୟ ଟେକ୍ନୋଲୋଜୀ ଏହି ଶିକ୍ଷା ଦେଇପାରିବ ନାହିଁ ଯେ କୌଣସି ବିଷୟର ଗଭୀରତାକୁ ଯାଇ ତାହାକୁ କେମିତି ବୁଝିବା, ଗଭୀର ଶିକ୍ଷା କେମିତି କରିବା ।

ଯେତେବେଳେ ସୂଚନା ବହୁମାତ୍ରାରେ ଥିବ, ସୂଚନା ଯେତେବେଳେ ପାହାଡ଼ ଭଳି ଛାତ୍ରମାନଙ୍କ ସମ୍ମୁଖରେ ଠିଆହୋଇଥାଏ, ସେତେବେଳେ ଗୁରୁତ୍ୱପୂର୍ଣ୍ଣ ଏହା ହୋଇ ଯାଇଥାଏ ଯେ ସେମାନେ କେମିତି ଗୋଟିଏ ଜିନିଷ ଉପରେ ନିଜର ଧ୍ୟାନ କେନ୍ଦିି୍ରତ କରିବେ । ଗଭୀର ଶିକ୍ଷା ଏବଂ ତାହାକୁ ଯୁକ୍ତିଯୁକ୍ତ ସମାଧାନ ପର୍ଯ୍ୟନ୍ତ ପହଂଚିବା ବହୁତ ମହତ୍ୱପୂର୍ଣ୍ଣ ହୋଇ ଯାଇଥାଏ । ସେଥିପାଇଁ, ଆଜି ଏକବିଂଶ ଶତାବ୍ଦୀର ଛାତ୍ରମାନଙ୍କ ଜୀବନରେ ଶିକ୍ଷକମାନଙ୍କର ଭୂମିକା ଆହୁରି ଅଧିକ ହୋଇଯାଇଛି । ଏବଂ ମୁଁ ଆପଣମାନଙ୍କୁ ମଧ୍ୟ କହିବାକୁ ଚାହିିଁବି, ମୁଁ ଆପଣଙ୍କୁ କୌଣସି ଉପଦେଶ ଦେବାକୁ ଆସିନାହିଁ, ନା ମୁଁ ଆପଣଙ୍କୁ ଉପଦେଶ ଦେଇପାରିବି । କିନ୍ତୁ ଆପଣ କ୍ଷଣକ ପାଇଁ ଏହା ଭୁଲିଯାଆନ୍ତୁ ଯେ ଆପଣ ଜଣେ ଶିକ୍ଷକ । କ୍ଷଣକ ପାଇଁ ଚିନ୍ତା କରନ୍ତୁ ଯେ ଆପଣ କୌଣସି ସନ୍ତାନର ମାତା ଅଟନ୍ତି, କୌଣସି ସନ୍ତାନର ପିତା ଅଟନ୍ତି । ଆପଣ ନିଜ ପିଲାମାନଙ୍କୁ କେମିତି ଚାହୁଁଛନ୍ତି । ଆପଣଙ୍କ ପିଲାମାନଙ୍କ ପାଇଁ ଆପଣ କ’ଣ ଚାହୁଁଛନ୍ତି । ପ୍ରଥମ ଉତ୍ତର ମିଳିବ ସାଥୀମାନେ, ଏଠେରେ କେହି ଅସ୍ୱୀକାର କରିପାରିବେ ନାହିଁ। ପ୍ରଥମ ଉତ୍ତର ମିଳିବ, ମୁଁ ଜଣେ ଶିକ୍ଷକ, ଆମ ମାତା-ପିତା ଉଭୟ ଭଲ ଶିକ୍ଷକ ଅଟୁ, କିନ୍ତୁ ଆମର ପିଲାମାନଙ୍କୁ ଭଲ ଶିକ୍ଷକ ମିଳନ୍ତୁ, ଭଲ ଶିକ୍ଷା ମିଳୁ, ଆପଣଙ୍କ ହୃଦୟରେ ମଧ୍ୟ ପିଲାମାନଙ୍କ ପାଇଁ ପ୍ରଥମ କାମନା ରହିବ, ଆପଣଙ୍କ ପିଲାମାନଙ୍କୁ ଭଲ ଶିକ୍ଷକ, ଭଲ ଶିକ୍ଷା ମିଳୁ । ଯେଉଁ କାମନା ଆପଣଙ୍କ ହୃଦୟରେ ଅଛି, ସେହି କାମନା ଭାରତରବର୍ଷର କୋଟି କୋଟି ମାତା-ପିତାଙ୍କ ହୃଦୟରେ ମଧ୍ୟ ରହିଛି । ଯାହା ଆପଣ ନିଜ ପିଲାମାନଙ୍କ ପାଇଁ ଚାହୁଁଛନ୍ତି, ତାହା ଭାରତବର୍ଷର ପ୍ରତ୍ୟେକ ମାଆ-ବାପା ନିଜ ପିଲାମାନଙ୍କ ପାଇଁ ଚାହୁଁଛନ୍ତି ଏବଂ ସେମାନେ ଆପଣଙ୍କ ଉପରେ ଆଶା ରଖିଛନ୍ତି ।

ସାଥୀମାନେ,

ଏହି କଥାକୁ ସବୁବେଳେ ଧ୍ୟାନରେ ରଖନ୍ତୁ ଯେ ବିଦ୍ୟାର୍ଥୀ ଆପଣଙ୍କ ଠାରୁ, ଆପଣଙ୍କ ଚିନ୍ତାଧାରାରୁ, ଆପଣଙ୍କ ଦୈନନ୍ଦୀନ ବ୍ୟବହାରରୁ, ଆପଣଙ୍କ ଚାଲିଚଳନରୁ, ଆପଣଙ୍କ ବସିବା ଉଠିବା ପ୍ରକୃତିରୁ ସେମାନେ ବହୁତ କିଛି ଶିକ୍ଷା ଗ୍ରହଣ କରିଥାନ୍ତି । ଆପଣ ଯାହା ପଢ଼ାଉଛନ୍ତି ଏବଂ ଛାତ୍ରମାନେ ଯାହା ଆପଣଙ୍କ ଠାରୁ ଶିଖୁଛନ୍ତି, ସେଥିରେ ମଧ୍ୟ ବେଳେବେଳେ ବହୁତ ତଫାତ ରହିଥାଏ । ଆପଣ ଚିନ୍ତା କରୁଥିବେ ଯେ ଆପଣ ଗଣିତ, ବିଜ୍ଞାନ, ଇତିହାସ କିମ୍ବା କୌଣସି ଅନ୍ୟ ବିଷୟ ପଢ଼ାଉଛନ୍ତି, କିନ୍ତୁ ଛାତ୍ରମାନେ ଆପଣଙ୍କ ଠାରୁ କେବଳ ସେହି ବିଷୟ ଶିଖୁନାହାନ୍ତି । ସେମାନେ ଏହା ମଧ୍ୟ ଶିଖୁଛନ୍ତି ଯେ ନିଜ କଥାକୁ କେମିତି ରଖିବାକୁ ହେବ । ସେମାନେ ଆପଣଙ୍କ ଠାରୁ ଧୈର୍ଯ୍ୟ ରଖିବାକୁ, ଅନ୍ୟମାନଙ୍କ ସାହାଯ୍ୟ କରିବା ଭଳି ଗୁଣ ମଧ୍ୟ ଶିଖୁଛନ୍ତି । ଆପଣଙ୍କୁ ଦେଖି ସେମାନେ ଶିଖିଥାଆନ୍ତି ଯେ କଠୋର ପ୍ରତିଛବି ରଖିବା ଦ୍ୱାରା ମଧ୍ୟ କିପରି ପ୍ରକାଶ କରାଯାଇ ପାରିବ । ନିରପେକ୍ଷ ରହିବାର ଗୁଣ ମଧ୍ୟ ସେହି ଶିକ୍ଷକମାନଙ୍କ ଠାରୁ ମିଳିଥାଏ । ସେଥିପାଇଁ, ପ୍ରାଥମିକ ଶିକ୍ଷାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଛୋଟ ପିଲାମାନଙ୍କ ପାଇଁ ଶିକ୍ଷକ, ପରିବାର ଠାରୁ ବାହାରେ ଥିବା ପ୍ରଥମ ବ୍ୟକ୍ତି ହୋଇଥାଏ, ଯାହା ସହିତ ସବୁଠାରୁ ସେମାନେ ଅଧିକ ସମୟ ବିତାଇଥାନ୍ତି । ଏଥିପାଇଁ ଆପଣ ସମସ୍ତଙ୍କ ମଧ୍ୟରେ ଏହି ଦାୟିତ୍ୱର ଅନୁଭୂତି, ଭାରତର ଆଗାମୀ ପିଢ଼ିମାନଙ୍କୁ ବହୁତ ମଜବୁତ କରିବ ।

ସାଥୀମାନେ,

ବର୍ତ୍ତମାନ ଆପଣ ଯେଉଁ ସ୍କୁଲରେ କାର୍ଯ୍ୟରତ ଅଛନ୍ତି, ସେଠାରେ ନୂତନ ଜାତୀୟ ଶିକ୍ଷାନୀତି ଲାଗୁ ହୋଇ ଯାଇଥିବ କିମ୍ବା ପୁଣି ଲାଗୁ ହେବାକୁ ଯାଉଥିବ । ଏବଂ ମୋତେ ଗର୍ବର ସହିତ ଏଥର ଯେଉଁ ଜାତୀୟ ଶିକ୍ଷାନୀତି ତିଆରି ହୋଇଛି, ଦେଶର ଲକ୍ଷ ଲକ୍ଷ ଶିକ୍ଷକମାନେ ତାହାକୁ ତିଆରି କରିବାରେ ଯୋଗଦାନ ଦେଇଛନ୍ତି । ଶିକ୍ଷକମାନଙ୍କର ପରିଶ୍ରମ ସହିତ ଏହି ସମସ୍ତ ଶିକ୍ଷାନୀତି ତିଆରି ହୋଇପାରିଛି । ଏବଂ ଏହି କାରଣରୁ ସବୁ ସ୍ଥାନରେ ତାହାକୁ ସ୍ୱାଗତ କରା ଯାଇଥିଲା । ଆଜି ଭାରତ, ଏକବିଂଶ ଶତାବ୍ଦୀର ଆଧୁନିକ ଆବଶ୍ୟକତା ମୁତାବକ ନୂତନ ବ୍ୟବସ୍ଥାଗୁଡ଼ିକର ନିର୍ମାଣ କରାଯାଉଛି । ଏହି ନୂତନ ଜାତୀୟ ଶିକ୍ଷାନୀତି ଏହାକୁ ଧ୍ୟାନରେ ରଖି କରାଯାଇଛି ।

 

ଆମେ ଏତେ ବର୍ଷରୁ ସ୍କୁଲରେ ପାଠପଢ଼ା ନାମରେ ନିଜ ପିଲାମାନଙ୍କୁ କେବଳ ବହିର ଜ୍ଞାନ ଦେଇଥାଉ । ନୂତନ ଜାତୀୟ ଶିକ୍ଷାନୀତି ସେହି ପୁରୁଣା ଅପ୍ରାସଙ୍ଗିକ ବ୍ୟବସ୍ଥାକୁ ପରିବର୍ତ୍ତିତ କରୁଛି । ଜାତୀୟ ଶିକ୍ଷାନୀତି ବ୍ୟାବହାରିକ ଉପରେ ଆଧାରିତ ଅଟେ । ବର୍ତ୍ତମାନ ଯେମିତି ଆପଣଙ୍କୁ ଏବଂ ଟିଚିଂ ଏବଂ ଲର୍ଣ୍ଣିଂ ଏବଂ ବର୍ତ୍ତମାନ କୁହାଯାଉଛି ଯେ ଟିଚିଂର ଅବଧି ପୂରା ହୋଇଗଲା । ବର୍ତ୍ତମାନ ଲର୍ଣ୍ଣିଂ ମାଧ୍ୟମରେ ଶିକ୍ଷାକୁ ଆଗକୁ ବଢ଼ାଇବାକୁ ହେବ । ବର୍ତ୍ତମାନ ଯେମିତି ଆପଣଙ୍କୁ ମୃତ୍ତିକା ସମ୍ପର୍କରେ କିଛି କହିବାକୁ ଯାଉଛି, ଚକ ବିଷୟରେ କିଛି ଶିଖିବାକୁ ଅଛି, ଯଦି ଆପଣଙ୍କ ପିଲାମାନଙ୍କୁ ନେଇ କୁମ୍ଭାର ଘରକୁ ଯାଇପାରିବେ । ଆପଣ କୁମ୍ଭାର ଘରକୁ ଯିବେ, ତାଙ୍କ ପାଖରେ ବହୁତ ଗୁଡ଼ିଏ ଜିନିଷ ଦେଖିବାକୁ ମିଳିବ । କେଉଁ ପରିସ୍ଥିତିରେ କୁମ୍ଭାର ରହିଥାନ୍ତି, କେତେ ପରିଶ୍ରମ କରିଥାନ୍ତି । ଜଣେ ବ୍ୟକ୍ତି ଗରିବୀରୁ ମୁକ୍ତି ପାଇବା ପାଇଁ କେତେ ପ୍ରୟାସ କରୁଛି । ଏବଂ ତାହା ଦ୍ୱାରା ପିଲାମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ସୃଷ୍ଟି ହେବ । ମାଟିରୁ କେମିତି ସୁରେଇ ତିଆରି ହେଉଛି, ମାଠିଆ ତିଆରି ହେଉଛି, ପାତ୍ର ତିଆରି ହେଉଛି, ପିଲାମାନେ ଏହା ସବୁ ଦେଖିବେ । ଭିନ୍ନ ଭିନ୍ନ ଭାବରେ ମାଟି କେମିତି ହୋଇଥାଏ, ଏହି ସମସ୍ତ ଜିନିଷ ପ୍ରତ୍ୟକ୍ଷ ଭାବରେ ଦେଖିବାକୁ ମିଳିବ । ଏହିପରି ବ୍ୟାବହାରିକ ଉପାୟ ହେଉଛି ଜାତୀୟ ଶିକ୍ଷାନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ।

ସାଥୀମାନେ,

ଆଜିକାଲି ଶିକ୍ଷାଦାନ ଏବଂ ଶିକ୍ଷା ଉପରେ ଅନନ୍ୟ ପରୀକ୍ଷା ଏବଂ ବିତର୍କ ଶୁଣିବାକୁ ମିଳୁଛି । କିନ୍ତୁ ମୁଁ ମୋର ପିଲାଦିନର ଗୋଟିଏ ଘଟଣା ଆପଣଙ୍କୁ କହୁଛି । ମୋତେ ମୋର ନିଜର ଶିକ୍ଷକ ଆଜି ମଳିନ ପଡୁଛନ୍ତି । ମୋର ପ୍ରାଥମିକ ଶିକ୍ଷକ, ସେ ସନ୍ଧ୍ୟାରେ ଯେତେବେଳେ ସ୍କୁଲରୁ ଘରକୁ ଯିବାକୁ ପଡୁଥିଲା । ସେତେବେଳେ ପିଲାମାନଙ୍କୁ କିଛି ନା କିଛି କାମ ଦେଉଥିଲେ । ତାହା ହୋମୱାର୍କ ନୁହେଁ, ଅନ୍ୟ କିଛି କାମ ଦେଉଥିଲେ । ଯେମିତି ସେ କହୁଥିଲେ ଆଚ୍ଛା ଭାଇ ତୁମେ ଏମିତି କର ଆସନ୍ତାକାଲି ଦଶ ଚାଉଳ ନେଇ ଆସିବ । ଦ୍ୱିତୀୟ ଦିନ କହୁଥିଲେ ତୁମେ ୧୦ ମୁଗର ଦାନ ନେଇ ଆସିବ, ତୃତୀୟ ଦିନ କହୁଥିଲେ ହରଡ଼ ଡାଲି ୧୦ ନେଇକି ଆସିବ । ଚତୁର୍ଥ ଦିନ କହୁଥିଲେ ୧୦ ଚଣା ନେଇକି ଆସିବ । ପ୍ରତ୍ୟେକଙ୍କୁ କିଛି ନା କିଛି ଏମିତି ୧୦-୧୦ କରି ମଗାଇ ନେଉଥିଲେ । ତେବେ ପିଲାଟି ଘରେ ଯାଇକି ମନେ ରଖୁଥିଲା; ମୋତେ ୧୦ ଆଣିବାକୁ ଅଛି, ୧୦ ଆଣିବାକୁ ହେବ । ୧୦ ନମ୍ବର ଫୋକସରେ ରହି ଯାଉଥିଲା ପୁଣି ମୋତେ ଗହମ ଆଣିବାକୁ ଅଛି, ଚାଉଳ ଆଣିବାକୁ ଅଛି ତାଙ୍କ ମସ୍ତିଷ୍କରେ ଚାଉଳ ୧୦, ଚାଉଳ ଏବଂ ୧୦ ଏହା ସ୍ଥିର ରହିଥାଏ । କିନ୍ତୁ କ୍ଲାସରେ ଯେତେବେଳେ ଆମେ ଯାଉଥିଲୁ ସେତେବେଳେ ଆମର ଶିକ୍ଷକ ସେହି ସମସ୍ତଙ୍କୁ ଉକ୍ରଣ୍ଠା ପ୍ରକାଶ କରୁଥିଲେ । ଏବଂ ପୁଣି ସମସ୍ତଙ୍କୁ କହୁଥିଲେ ଭିନ୍ନ-ଭିନ୍ନ ଲୋକଙ୍କୁ, ଆଚ୍ଛା ଭାଇ ତୁମେ ଏମିତି କରି ଏଥିରୁ ୫ ମୁଗ ବାହାର କର, ଅନ୍ୟ କହୁଥିଲେ ତୁମେ ୩ ଚଣା ବାହାର କରି, ତୃତୀୟ ଜଣକୁ କହୁଥିଲେ, ଅର୍ଥାତ ସେ ମୁଗକୁ ଚିହ୍ନୁଥିଲା, ତା’ ନମ୍ବର ମନେରହୁ । ଅର୍ଥାତ ଅନେକ ଏମିତି ଅନେକ ପ୍ରାକ୍ଟିକାଲ ବ୍ୟବସ୍ଥା ଥିଲା । ଆମ ପାଇଁ ମଧ୍ୟ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା । କିନ୍ତୁ ତାଙ୍କୁ ଶିଖାଇବାର ତାଙ୍କର ବ୍ୟବସ୍ଥା ଅନ୍ୟ ଥିଲା । ଯେତେ ଆମେ ୧ ବର୍ଷ ହେବ ପୂରା ହୋଇଗଲା ଆସନ୍ତା ବର୍ଷ ହେଲା, ତାହା ମଧ୍ୟ ସେହି ଶିକ୍ଷକ ଥିଲେ, ତା’ପରେ ସେ ପୁଣିଥରେ ସେହି କଥା କହିଲେ ମୁଁ ଟିକିଏ ପ୍ରଶ୍ନ ପଚାରିବାରେ ଅଭ୍ୟସ୍ତ ଥିଲି, ତେବେ ମୁଁ କହିଲି ସାହବ ଗତ ବର୍ଷ ଆପଣ ଏହା କରାଉଥିଲେ, ପୁନର୍ବାର କାହିଁକି କରୁଛ । କହିଲେ ଚୁପ ରୁହ, ତୁମେ ତୁମର କାମ କର । ଠିକ ଅଛି, ଯାହା କହିଲ ତାହା ନେଇକି ଆସିଗଲି । କିନ୍ତୁ ତା’ ପରବର୍ଷ ସେ ପରିବର୍ତ୍ତନ କଲେ । ସେ ପ୍ରତ୍ୟେକଙ୍କ ଆଖିରେ ପଟି ବାନ୍ଧି ଦେଲେ । ଏବଂ ସେ କହିଲେ ସ୍ପର୍ଶ ଦ୍ୱାରା ତୁମେ କୁହ କେଉଁଟା ମୁଗ, ଚଣା କେଉଁଟା ଏବଂ ସ୍ପର୍ଶର୍ ଇନ୍ଦ୍ରିୟର କ’ଣ ସାମର୍ଥ୍ୟ ରହିଛି ତାହାର ଶିକ୍ଷା ସେ ଅତି ସରଳତାର ସହିତ ଦେଉଥିଲେ ସାଥୀମାନେ । ଜଣେ ଶିକ୍ଷକ ଯେତେବେଳେ ଆପଣଙ୍କ ଭିତରେ ଜଡ଼ିତ ହୋଇ ଯାଇଥାଏ ସେତେବେଳେ କେମିତି ଲାଗିଥାଏ ସେ ଅନୁଭୂତି ମୁଁ ଆପଣଙ୍କୁ କହୁଛି । ଆପଣ କଳ୍ପନା କରିପାରୁଥିବେ, ଏପରି ଏକ କାର୍ଯ୍ୟଶୈଳୀ ଯୋଗୁ ଆମକୁ ଅନେକ ଲାଭ ହେଉଥିଲା । ଆମକୁ ଗଣିତ ବାବଦରେ ଜଣା ପଡ଼ିଲା, ଆମକୁ ଡାଲି ସମ୍ପର୍କରେ ଜଣା ପଡ଼ିଲା, ଆମକୁ ରଙ୍ଗ ସମ୍ପର୍କରେ ଜଣା ପଡ଼ିଲା । ତେବେ ସେ ଏହିପରି ଭାବରେ ପ୍ରାକ୍ଟିକାଲ ଜ୍ଞାନ ସହିତ ପାଠପଢ଼ା କରାଉଥିଲେ । ପ୍ରାକ୍ଟିକାଲ ସହିତ ପାଠପଢ଼ା, ଜାତୀୟ ଶିକ୍ଷାନୀତିର ମୂଳ ଭାବନା ଅଟେ, ଏବଂ ଏହାକୁ ସାଧାରଣରେ ଆଣିବାର ଦାୟିତ୍ୱ ଆପଣ ସମସ୍ତଙ୍କୁ ନିର୍ବାହ କରିବାକୁ ହେବ ।

ସାଥୀମାନେ,

ଜାତୀୟ ଶିକ୍ଷାନୀତିରେ ଦିଆଯାଇଥିବା ବଡ଼ ବ୍ୟବସ୍ଥା ଆମ ଗାଁ ଏବଂ ଛୋଟ ସହରର ଶିକ୍ଷକମାନଙ୍କୁ ବହୁତ ସାହାଯ୍ୟ କରିବ । ଏହି ବ୍ୟବସ୍ଥା ହେଉଛି- ମାତୃଭାଷାରେ ଶିକ୍ଷାର ବ୍ୟବସ୍ଥା । ବି୍ରିଟିଶମାନେ ଆମ ଦେଶକୁ ଅଢ଼େଇ ଶହ ବର୍ଷ ଶାସନ କରିଥିଲେ, ତଥାପି ଇଂରାଜୀ ଭାଷା ଗୋଟିଏ ଶ୍ରେଣୀରେ ସୀମିତ ରହିଥିଲା । ଦୁର୍ଭାଗ୍ୟବଶତଃ, ସ୍ୱାଧୀନତା ପରେ ଏମିତି ଏକ ବ୍ୟବସ୍ଥା କରାଯାଇଥିଲା ଯେ ଇଂରାଜୀ ଭାଷାରେ ଶିକ୍ଷା ପ୍ରାଥମିକତା ପାଇବା ଆରମ୍ଭ କଲା । ଅଭିଭାବକମାନେ ମଧ୍ୟ ପିଲାମାନଙ୍କୁ ଇଂରାଜୀ ଭାଷାରେ ଶିକ୍ଷା ଦେବା ପାଇଁ ପ୍ରେରଣା ପାଇବା ଆରମ୍ଭ କଲେ । ମୋର ଶିକ୍ଷକ ସଂଘ ଏହାର ଅସୁବିଧା ବିଷୟରେ କେବେ ଚିନ୍ତା କରିଛି କି ନାହିଁ ମୁଁ ଜାଣେ ନାହିଁ । ଆଜି ମୁଁ ଆପଣଙ୍କୁ କହୁଛି, ଯେଉଁ ସମୟରେ ଆପଣ ଭାବିବେ ଏହି ବିଷୟ ଉପରେ ଏହି ସରକାରଙ୍କୁ ଯେତିକି ପ୍ରଶଂସା କରିବେ ସେତିକି କମ ହେବ । କ’ଣ ହେଲା, ଯେତେବେଳେ ଏହା ଇଂରାଜୀରେ କାମ କରିବା ଆରମ୍ଭ କଲା, ସେତେବେଳେ ଆମ ଗାଁର ଲକ୍ଷ ଲକ୍ଷ ଶିକ୍ଷକ ଏବଂ ଗରୀବ ପରିବାର ଯେଉଁମାନେ ମାତୃଭାଷାରେ ଅଧ୍ୟୟନ କରିବା ପରେ ବାହାରୁ ଥିଲେ, ସେମାନେ ଯେତେ ଭଲ ଶିକ୍ଷକ ହୋଇଥିଲେ ମଧ୍ୟ ସେମାନେ ଇଂରାଜୀ ଶିଖିବାର ସୁଯୋଗ ପାଇଲେ ନାହିଁ । ବର୍ତ୍ତମାନ ତାଙ୍କ ପାଇଁ ଚାକିରିର ସମସ୍ୟା ବଢ଼ିବାକୁ ଲାଗିଲା । କାରଣ ଇଂରାଜୀର ପରିବେଶ ଚାଲିଗଲା । ଆପଣଙ୍କ ଚାକିରି ଏବଂ ଆପଣଙ୍କ ଭଳି ସାଥୀମାନଙ୍କ ଭବିଷ୍ୟତ ପାଇଁ ମଧ୍ୟ ଚାକିରି ସୁନିଶ୍ଚିତ କରିବାକୁ ଆମେ ମାତୃଭାଷାରେ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛୁ । ଯାହା ମୋ ଶଇକ୍ଷକଙ୍କ ଜୀବନ ବଂଚାଇବାକୁ ଯାଉଛି । ଦଶନ୍ଧି ଧରି ଆମ ଦେଶରେ ଏହା ଚାଲିଥିଲା । କିନ୍ତୁ ବର୍ତ୍ତମାନ ଜାତୀୟ ଶିକ୍ଷା ନୀତି ମାତୃଭାଷାରେ ଶିକ୍ଷାନୀତିକୁ ପ୍ରୋତ୍ସାହିତ କରୁଛି । ଆପଣ ଏଥିରୁୂ ବହୁତ ଲାଭ ପାଇବେ । ଆମ ଗାଁରୁ ଆସୁଥିବା ଯୁବକମାନେ, ଗରୀବ ପରିବାରରୁ ଆସୁଥିବା ଲୋକମାନେ ଏହାର ବହୁତ ଲାଭ ପାଇବେ, ଶିକ୍ଷକମାନେ ଏହାକୁ ପାଇବେ, ଚାକିରି ପାଇଁ ସୁଯୋଗ ସୃଷ୍ଟି ହେବ ।

ସାଥୀମାନେ,

ଶିକ୍ଷକମାନଙ୍କ ସହିତ ଜଡ଼ିତ ଆହ୍ୱାନ ମଧ୍ୟରେ, ଆଜି ଆମକୁ ସମାଜରେ ଏପରି ପରିବେଶ ସୃଷ୍ଟି କରିବାକୁ ପଡ଼ିବ ଯେଉଁଠାରେ ଲୋକମାନେ ଶିକ୍ଷକ ହେବା ପାଇଁ ସ୍ୱେଚ୍ଛାକୃତ ଭାବରେ ଆଗକୁ ଆସିବେ । ସାମ୍ପ୍ରତିକ ପରିସ୍ଥିତିରେ, ଆମେ ଦେଖୁଛୁ ଯେ ଲୋକମାନେ ଡାକ୍ତର ହେବା ପାଇଁ କଥା ହେଉଛନ୍ତି, ଇଞ୍ଜିନିୟର ହେବା ପାଇଁ କଥା ହେଉଛନ୍ତି, ଏମବିଏ କରିବା ପାଇଁ କଥା ହେଉଛନ୍ତି, ଟେକ୍ନୋଲୋଜୀ ବିଷୟରେ ଜାଣିବା ପାଇଁ କଥାବାର୍ତ୍ତା ହେଉଛନ୍ତି, ଏ ସମସ୍ତ କଥା କରିଥାନ୍ତି, କିନ୍ତୁ ବୋଧେ କମ ଦେଖିବାକୁ ମିଳିଥାଏ ଯେ କେହି ଆସି କହୁଛନ୍ତି ଯେ ମୁଁ ଶିକ୍ଷକ ହେବାକୁ ଚାହୁଁଛି, ମୁଁ ପିଲାମାନଙ୍କୁ ପଢ଼ାଇବାକୁ ଚାହୁଁଛି । ଏଭଳି ପରିସ୍ଥିତି ଯେକୌଣସି ସମାଜ ପାଇଁ ଏକ ବହୁତ ବଡ଼ ଆହ୍ୱାନ । ଏହି ପ୍ରଶ୍ନ ଉଠାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆମେ ପିଲାମାନଙ୍କୁ ଚାକିରି କରିବା ପାଇଁ ଶିକ୍ଷା ଦେଉଛୁ, ଆମେ ଦରମା ମଧ୍ୟ ପାଉଛୁ, କିନ୍ତୁ ଆମେ ହୃଦୟରୁ ଶିକ୍ଷକ ଅଟୁ କି? ଆମେ ଜୀବନବ୍ୟାପୀ ଶିକ୍ଷକ କି? କ’ଣ ଶୋଇବା, ଜାଗ୍ରତ ରହିବା, ଉଠିବା ବସିବା ସମୟରେ ଆମ ମନରେ ଏହି ଭାବନା ରହିଛି କି ମୋତେ ଦେଶର ଆଗାମୀ ଭବିଷ୍ୟତକୁ ଗଢ଼ିବାକୁ ହେବ, ପିଲାମାନଙ୍କୁ ପ୍ରତ୍ୟେକ ଦିନ କିଛି ନୂଆ ଶିଖାଇବାକୁ ହେବ? ମୁଁ ମାନୁଛି ଯେ ସମାଜକୁ ଗଢ଼ିବାରେ ଶିକ୍ଷକମାନଙ୍କର ବହୁତ ବଡ଼ ଭୂମିକା ରହିଥାଏ, କିନ୍ତୁ ଅନେକ ଥର କିଛି ପରିସ୍ଥିତି ଦେଖି ମୋତେ କଷ୍ଟ ମଧ୍ୟ ହୋଇଥାଏ। ମୁଁ ଆପଣଙ୍କୁ କହିବି, ଆପଣ ମଧ୍ୟ ମୋର କଷ୍ଟ ବୁଝିପାରିବେ । ମୁଁ ବେଳେବେଳେ କାରଣ ମୋର ମନରେ ଯେବେ ବର୍ତ୍ତମାନ ରୁପାଲୀ ଜୀ ବର୍ଣ୍ଣନା କରିଥିଲେ । ମୁଁ ମୁଖ୍ୟମନ୍ତ୍ରୀ ହେଲି, ତେବେ ମୋର ଦୁଇଟି ଇଚ୍ଛା ଥିଲା, ବ୍ୟକ୍ତିଗତ ଦୁଇଟି ଇଚ୍ଛା । ପିଲାବେଳେ ଯିଏ ମୋ ସହିତ ସ୍କୁଲରେ ଯେଉଁ ସାଙ୍ଗ ପଢୁଥିଲେ ତାଙ୍କୁ ମୁଁ ପିଏମଙ୍କ ଘରକୁ ଠାକିଥଲି । କାରଣ ମୁଁ ଜଣେ ପରିବ୍ରାଜକ ଥିଲି । ମୋର ସମ୍ପର୍କ ସମସ୍ତଙ୍କ ସହିତ ଛିନ୍ନ ହୋଇ ଯାଇଥିଲା । ତିନି ତିନି ଦଶକ ମଧ୍ୟ ଏହା ଭିତରେ ବିତି ଯାଇଥିଲା, ସେତେବେଳେ ମୋର ମନ ହେଉଥିଲା ଯେ ମୋର ପୁରୁଣା ସାଥୀମାନଙ୍କୁ ସ୍ମରଣ କରିବା ଏବଂ ଦ୍ୱିତୀୟରେ ମୋର ଇଚ୍ଛା ଥିଲା ଯେ ମୋର ସମସ୍ତ ଶିକ୍ଷକଙ୍କୁ ମୁଁ ମୋର ନିଜ ଘରକୁ ଡାକିବି ଏବଂ ତାଙ୍କୁ ସମ୍ମାନିତ କରିବି । ଏବଂ ମୋତେ ଖୁସି ଯେ ସେହି ସମୟରେ ଯେତେବେଳେ ମୁଁ ମୋର ଶିକ୍ଷକମାନଙ୍କୁ ଡାକିଲି, ଜଣେ ଶିକ୍ଷକଙ୍କର ବୟସ ୯୩ ଥିଲା ଏବଂ ଆପଣଙ୍କୁ ସାଥୀମାନେ ଗର୍ବ ହେବ ଯେ ମୁଁ ଏଭଳି ଏକ ବିଦ୍ୟାର୍ଥୀ ଅଟେ । ଆଜି ମଧ୍ୟ ମୋର ଯେତେ ଶିକ୍ଷକ ଜୀବିକା ଅଛନ୍ତି ମୁଁ ସେମାନଙ୍କ ସହିତ ସମ୍ପର୍କରେ ରହିଛି, ଆଜି ମଧ୍ୟ । କିନ୍ତୁ ଆଜିକାଲି ମୁଁ କ’ଣ ଦେଖୁଛି, ଯଦି କେହି ମୋତେ ବାହାଘରର ନିମନ୍ତ୍ରଣ ଦେବାକୁ ଆସୁଥାଏ କିମ୍ବା କୌଣସି ବାହାଘରକୁ ଯାଇଥାଏ, ସେତେବେଳେ ମୁଁ ତାଙ୍କୁ ପଚାରିଥାଏ- ସେ କେତେବଡ଼ ଲୋକ ହେବେ । ମୁଁ ତାଙ୍କୁ ପଚାରିଥାଏ । ଆଚ୍ଛା ଭାଇ ତୁମର ବାହାଘର ହେଉଛି, ତୁୂମ ଜୀବନର ବଡ଼ ମହତ୍ୱପୂର୍ଣ୍ଣ ଅବସର ଅଟେ, ତୁମେ କ’ଣ ନିଜେ କୌଣସି ଶିକ୍ଷକଙ୍କୁ ବାହାଘରରେ ନିମନ୍ତ୍ରଣ ଦେଇଛନ୍ତି କି? ୧୦୦ରୁ ୯୦ ଶତକଡ଼ା କେହି ମୋଟେ କହିବେ ନାହିଁ ଯେ ମୁଁ ଶିକ୍ଷକଙ୍କୁ ଡାକିଛି । ଏବଂ ଯେତେବେଳେ ମୁଁ ଏହି ପ୍ରଶ୍ନ ପଚାରିଥାଏ ଲୋକମାନଙ୍କୁ ସେତେବେଳେ ସେମାନେ ଏପଟ ସେପଟ ଦେଖିବାକୁ ଲାଗି ପଡ଼ିଥାନ୍ତି । ଆରେ ତୁମ ଜୀବନକୁ ଗଢ଼ିବାରେ ଯିଏ ଶୁଭାରମ୍ଭ କରିଥିଲେ ଏବଂ ତୁମ ଜୀବନରେ ଏକ ବହୁତ ବଡ଼ ଗୁରୁତ୍ୱ ବହନ କରିଥିଲେ କିନ୍ତୁ ଆଜି ଯେତେବେଳେ ତୁମେ ବାହା ହେବାକୁ ଯାଉଛ ସେତେବେଳେ ତୁମକୁ ତୁମର ଶିକ୍ଷକ ମନେ ପଡ଼ିଲେ ନାହିଁ । ଏହା ସମାଜର ଏକ ଏପରି ସତ୍ୟ ଏବଂ ଏହା କାହିଁକି ଏମିତି ହେଉଛି? ଏହା ଆମ ସମସ୍ତଙ୍କୁ ଚିନ୍ତା କରିବା ଦରକାର । ଏବଂ ଏହି ସତ୍ୟତାର ଆଉଏକ ଦିଗ ରହିଛି । ଯେତେବେଳେ ମୁଁ ଏମିତି ଲୋକମାନଙ୍କୁ ପଚାରିଥାଏ, ବିଦ୍ୟାର୍ଥୀମାନଙ୍କ ସମ୍ପର୍କର ସେତେବେଳେ ମୁଁ ଶିକ୍ଷକଙ୍କୁ ମଧ୍ୟ ପଚାରିଥାଏ । ମୁଁ ବହୁତ ଶିକ୍ଷକମାନଙ୍କର କାର୍ଯ୍ୟକ୍ରମରେ ଯିବାକୁ ପସନ୍ଦ କରିଥାଏ । ବହୁତ ବର୍ଷ ଧରି ଯାଉଛି, ସେତେବେଳେ ମୁଁ ସେମାନଙ୍କୁ ନିଶ୍ଚିତ ଭାବରେ ଭେଟ ପଡୁଛି, ସେତେବେଳେ ପଚାରଉଛି, ମୁଁ ଛୋଟ ଛୋଟ ସ୍କୁଲର କାର୍ଯ୍ୟକ୍ରମରେ ମଧ୍ୟ ଯାଉଛି ଏବଂ ଶିକ୍ଷକଙ୍କ ପ୍ରକୋଷ୍ଠରେ ବସି ସେମାନଙ୍କୁ ପଚାରୁଛି । ମୁଁ ପଚାରୁଛି, ଭାଇ ଆପଣ ୨୦ ବର୍ଷ ଧରି ଶିକ୍ଷକ ଅଛନ୍ତି, କେହି ୨୫ ବର୍ଷ ଧରି ଶିକ୍ଷକ ଅଛନ୍ତି, କେହି ୧୨ ବର୍ଷ ଧରି ଶିକ୍ଷକ ଅଛନ୍ତି । ଆପଣ ମୋତେ ୧୦ ଜଣ ବିଦ୍ୟାର୍ଥୀଙ୍କ ନାମ କୁହନ୍ତି । ଆପଣ ଜୀବନ କାଳରେ ୧୦ ବିଦ୍ୟାର୍ଥୀଙ୍କ ନାମ କୁହନ୍ତୁ,- ଯେଉଁମାନେ ଆଜି ଜୀବନରେ ବହୁ ଉନ୍ନତି ପ୍ରାପ୍ତ କରିଛନ୍ତି ଯେ ଆପଣ ଗର୍ବିତ ଅଛନ୍ତି, ସେ ଆପଣଙ୍କର ବିଦ୍ୟାର୍ଥୀ ଥିଲା ଏବଂ ତାହାର ଜୀବନ ସଫଳ ହେଲା । ମୋର ଦୁର୍ଭାଗ୍ୟ ଯେ କହୁଛି ବହୁତ ଶିକ୍ଷକ ଅଛନ୍ତି, ଯେଉଁମାନେ ମୋତେ ଉତ୍ତର ଦେଇପାରନ୍ତି ନାହିଁ ଯେ ମୁଁ ୨୦ ବର୍ଷ ଶିକ୍ଷକତା କରିଥିଲି, ପ୍ରତ୍ୟେକ ଦିନ ପିଲାମାନେ ଆସୁଛନ୍ତି, ମୋ ସହିତ ରହୁଥିଲେ କିନ୍ତୁ କେଉଁ ୧୦ ଜଣ ବିଦ୍ୟାର୍ଥୀ ନିଜ ଜୀବନକୁ ଗଢ଼ିପାରିଲେ ଏବଂ ତାହା ମୋର ମନେ ଅଛି କି ନାହିଁ, ସେମାନଙ୍କ ମୋର କିଛି ସମ୍ପର୍କ ରହିଥିଲା କି ନାହିଁ । ସେତେବେଳେ ଜିରୋ ରେଜଲ୍ଟ ଆସିଥାଏ ସାଥୀମାନେ । ଅର୍ଥାତ ଉଭୟ ପକ୍ଷରୁ ବିଚ୍ଛିନ୍ନ ହୋଇଥାଏ । ଏହା ବିଦ୍ୟାର୍ଥୀ ଏବଂ ଶିକ୍ଷକ ଉଭୟଙ୍କ ପକ୍ଷରୁ ହୋଇଥାଏ ।

ଏବଂ ସାଥୀମାନେ,

ଏହା ନୁହେଁ ଯେ ସବୁକିଛି ନଷ୍ଟ ହୋଇଯାଇଛି । ଆପଣଙ୍କ ଅବସ୍ଥା ସମ୍ପୂର୍ଣ୍ଣ ଭିନ୍ନ ଆମେ ଦେଖୁ ଯେ ଯଦି କୌଣସି ଜଣେ ଖେଳାଳି ପଦକ ସହିତ ଆସିଥାନ୍ତି, ତେବେ ସେ ସର୍ବପ୍ରଥମେ ନିଜ ଗୁରୁ, ନିଜ ପ୍ରଶିକ୍ଷକଙ୍କୁ ପ୍ରଣାମ କରିଥାନ୍ତି । ସେ ଅଲିମ୍ପିକ୍ସ ଜିତିକି ଆସିଛନ୍ତି । ୧୫-୨୦ ବର୍ଷର ଏକ ବ୍ୟବଧାନ ନିଶ୍ଚୟ ଅତିକ୍ରମ କରିଛି, ଯିଏ ତାଙ୍କୁ ପିଲାଦିନରେ ଖେଳ ଶିଖାଇଥିଲା, ତଥାପି ଯେତେବେଳେ ସେ ପଦକ ଗ୍ରହଣ କରନ୍ତି, ସେତେବେଳେ ସେ ସେହି ଶିକ୍ଷକଙ୍କୁ ପ୍ରଣାମ ଜଣାଇଥାନ୍ତି । ଗୁରୁଙ୍କ ପ୍ରତି ଏହି ସମ୍ମାନର ଭାବନା ତାଙ୍କର ଜୀବନବ୍ୟାପୀ ମନରେ ରହିଥାଏ । ଏହା ଘଟେ । କାରଣ ଗୁରୁ କିମ୍ବା ପ୍ରଶିକ୍ଷକ ବ୍ୟକ୍ତିଗତ ଭାବରେ ସେହି ଖେଳାଳିଙ୍କ ଉପରେ ଧ୍ୟାନ ଦିଅନ୍ତି, ତାଙ୍କ ଜୀବନ ସହିତ ଜଡ଼ିତ ହୁଅନ୍ତି ଏବଂ ତାଙ୍କୁ ପ୍ରସ୍ତୁତ କରିଥାନ୍ତି । ଏହା ଉପରେ କଠିନ ପରିଶ୍ରମ କରିଥାନ୍ତି । ଖେଳପଡ଼ିଆ ସହିତ, ଶିକ୍ଷକମାନଙ୍କ ସାଧାରଣ ଦୁନିଆରେ ଆମେ କ୍ୱଚିତ୍ ଦେଖୁ ଯେ ଜଣେ ଛାତ୍ର ତାଙ୍କ ସେମାନଙ୍କୁ ଜୀବନ ସାରା ମନେ ରଖଥାଏ, ସେମାନଙ୍କ ସହିତ ସମ୍ପର୍କରେ ରହିଥାଏ । ଏହା କାହିଁକି ଘଟେ, ଏହା ସମ୍ପର୍କରେ ଆମେ ଚିନ୍ତା କରିବା ଜରୁରୀ ।

 

ସାଥୀମାନେ,

ସମୟ ସହିତ, ଛାତ୍ର ଏବଂ ବିଦ୍ୟାଳୟ ମଧ୍ୟରେ ବିଚ୍ଛିନ୍ନତା ବୃଦ୍ଧି ପାଉଛି । ସେଠାରୁ ପଢ଼ି ବାହାରିଲା ପରେ ପିଲାମାନେ ସ୍କୁଲକୁ ସେତେବେଳେ ମନେ ପକାଇଥାନ୍ତି, ଯେତେବେଳେ ତାଙ୍କୁ କୌଣସି ଫର୍ମ ଧରିବାକୁ ପଡ଼ିଥାଏ ଏବଂ ସେଠାରୁ ସେ କୌଣସି ଆଡମିଶନ ନେବାକୁ ପଡ଼ିଥାଏ । ମୁଁ ବହୁତ ଥର ଲୋକମାନଙ୍କୁ ପଚାରିଛି ଯେ ଆପଣ କ’ଣ ଜାଣିଛନ୍ତି ଯେ ଆପଣଙ୍କ ସ୍କୁଲର ସ୍ଥାପନା ଦିବସ କିମ୍ବା ଆପଣଙ୍କ ସ୍କୁଲର ଜନ୍ମଦିନ କେବେ ହୋଇଥାଏ? ଜନ୍ମଦିନ ଅର୍ଥାତ ତାହା କେଉଁ ଦିନ ଥିଲା, ଯେତେବେଳେ ଆପଣଙ୍କ ସ୍କୁଲ ସେହି ଗାଁରେ ଆରମ୍ଭ ହୋଇଥିଲା । ଏବଂ ମୋର ଅଭିଜ୍ଞତା ହେଉଛି ଯେ ପିଲାମାନେ କିମ୍ବା ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷ କିମ୍ବା ଶିକ୍ଷକମାନେ ଜାଣନ୍ତି ନାହିଁ ଯେ ସେମାନେ ଯେଉଁ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି କିମ୍ବା ସେମାନେ ଅଧ୍ୟୟନ କରୁଥିବା ବିଦ୍ୟାଳୟ କେବେ ଆରମ୍ଭ ହୋଇଛି । ଏହି ସୂଚନା ଭାଇ ଉପଲବ୍ଧ ନାହିଁ । ବିଦ୍ୟାଳୟ ଏବଂ ଛାତ୍ରଙ୍କ ମଧ୍ୟରେ ବିିଚ୍ଛିନ୍ନତା ଦୂର କରିବା ପାଇଁ ଏହି ପରମ୍ପରା ଆରମ୍ଭ କରାଯାଇ ପାରିବ ଯେ ଆମେ ବିଦ୍ୟାଳୟର ଜନ୍ମ ଦିନ ପାଳନ କରିବୁ ଏବଂ ଏହାକୁ ବଡ଼ ଉତ୍ସବରେ ପାଳନ କରିବୁ, ସମଗ୍ର ଗାଁ ଏହାକୁ ଏକତ୍ର ପାଳନ କରିବେ ଏବଂ ସେହି ବାହାନାରେ ଆପଣ ସେହି ସ୍କୁଲରେ ପାଠ ପଢ଼ି ଯାଇଥିବା ସମସ୍ତ ପୁରାତନ ଲୋକମାନଙ୍କୁ ଏକତ୍ରିତ କରନ୍ତୁ, ପୁରୁଣା ସମସ୍ତ ଶିକ୍ଷକମାନଙ୍କୁ ଏକତ୍ରିତ କରନ୍ତୁ, ଆପଣ ଦେଖନ୍ତୁ ଏକ ପୂରା ପରିବେଶ ବଦଳିଯିବ, ଆପଣାପଣର ନୂତନ ଶୁଭାରମ୍ଭ ହୋଇଯିବ । ଏହାଦ୍ୱାରା ସମ୍ପର୍କ ସୃଷ୍ଟି ହେବ, ସମାଜ ଯୋଡ଼ି ହେବ ଏବଂ ଆପଣଙ୍କୁ ମଧ୍ୟ ଜଣା ପଡ଼ିବ ଯେ ଆମର ଏହିଠାରେ ପଢ଼ିଥିବା ପିଲାମାନେ ଆଜି କେଉଁଠି କେଉଁଠି ପହଂଚିଛନ୍ତି । ଆପଣ ଗର୍ବିତ ହେବେ । ମୁଁ ଏହା ମଧ୍ୟ ଦେଖୁଛି ଯେ ସ୍କୁଲର ଠିକଣା ନଥାଏ ଯେ ସେମାନେ ପଢ଼ାଇଥିବା ପିଲାମାନେ କେଉଁଠି ପହଂଚିଛନ୍ତି, କେତେ ଶିଖରକୁ ଯାଇ ପାରିଛନ୍ତି । କେହି କୌଣସି କମ୍ପାନୀର ସିଇଓ ଅଛନ୍ତି, କେହି ଡାକ୍ତର ଅଛନ୍ତି, କେହି ଇଞ୍ଜିନିୟର ଅଛନ୍ତି, କେହି ସିଭିଲ ସର୍ଭିସରେ ଆସି ଯାଇଛନ୍ତି । ସେମାନଙ୍କ ସମ୍ପର୍କରେ ସମସ୍ତେ ଜାଣିଥାନ୍ତି, କିନ୍ତୁ ସେ ଯେଉଁ ସ୍କୁଲରେ ପଢ଼ିଥିଲେ, ସେହି ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିନଥାନ୍ତି । ଏହା ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ କେହି କେତେ ବଡ଼ ବ୍ୟକ୍ତି ମଧ୍ୟ ହେଉ ନା କାହିଁକି, କୌଣସି ପଦ ପଦବୀରେ ସେ ରୁହନ୍ତୁ ନା କାହିଁକି, ଯଦି ତାଙ୍କୁ ତାଙ୍କୁ ତାଙ୍କର ପୁରୁଣା ସ୍କୁଲରୁ ନିମନ୍ତ୍ରଣ ଆସିବ ତେବେ ସେ କିଛି ମଧ୍ୟ କରି, ଖୁସି-ଖୁସି ସେହି ସ୍କୁଲ ନିଶ୍ଚିତ ଯିବେ । ସେଥିପାଇଁ ପ୍ରତ୍ୟେକ ସ୍କୁଲକୁ ନିଜ ସ୍କୁଲର ଜନ୍ମ ଦିନ ଅବଶ୍ୟ ପାଳନ କରିବା ଦରକାର ।

ସାଥୀମାନେ,

ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଫିଟନେସ ଏବଂ ସ୍ୱାସ୍ଥ୍ୟ ସହିତ ସ୍ୱଚ୍ଛତା ମଧ୍ୟ ରହିଛି । ଏ ସମସ୍ତ ବିଷୟ ପରସ୍ପର ସହ ଜଡ଼ିତ । ଅନେକ ଥର ମୁଁ ଦେଖିଛି ଯେ ପିଲାମାନଙ୍କର ଜୀବନ ଏତେ ଆରାମଦାୟକ ହୋଇଛି ଯେ କୌଣସି ଶାରୀରିକ କାର୍ଯ୍ୟକଳାପ ବିନା ଦିନଟି ଅତିବାହିତ ହୋଇଥାଏ । କିମ୍ବା ସେ ଡିଜିଟାଲି ମୋବାଇଲରେ ବସିଥାଉ କିମ୍ବା ଟିଭି ସାମ୍ନାରେ ବସିଥାଉ । ମୁଁ ବେଳେବେଳେ ଯେତେବେଳେ ବିଦ୍ୟାଳୟକୁ ଯାଉଥିଲି, ମୁଁ ପିଲାମାନଙ୍କୁ ପଚାରିଥିଲି, ସେଠାରେ କେତେ ପିଲା ଅଛନ୍ତି ଯେଉଁମାନେ ଦିନକୁ ୪ ଥର ଝାଳ ବୋହିଥାଏ କୁହ । ବହୁତ ପିଲାମାନଙ୍କୁ ଜଣା ହିଁ ନ ଥିଲା ଯେ ଝାଳ କ’ଣ ହୋଇଥାଏ? ପିଲାମାନଙ୍କୁ ଝାଳ ଆସି ନଥାଏ, କାରଣ ସେମାନଙ୍କ ପାଖରେ ଖେଳିବାର କୌଣସି ରୁଟିନ ନାହିଁ । ଏମିତିରେ ସେମାନଙ୍କର ସର୍ବାଙ୍ଗୀନ ବିକାଶ କେମିତି ହେବ? ଆପଣ ସମସ୍ତେ ଜାଣିଛନ୍ତି, ସରକାର ପିଲାମାନଙ୍କ ପୋଷଣ ଉପରେ କେତେ ଗୁରୁତ୍ୱ ଦେଉଛନ୍ତି । ସରକାର, ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରୁଛନ୍ତି, ଯଦି ଭାବନା ଏହା ହେବ ଯେ କୌଣସି ଭାବରେ ଖାଦ୍ୟ ଯୋଗାଣ କରିବାକୁ ହେବ, କାଗଜପତ୍ରରେ ସବୁକିଛି ଠିକ ରହିବ, ତେବେ ପୋଷଣକୁ ନେଇ ଆହ୍ୱାନ ଆସିବା ଜାରି ରହିଥିବ । ମୁଁ ତାହାକୁ ଅନ୍ୟ ପ୍ରକାରରେ ଦେଖୁଛି ସାଥୀମାନେ । ବଜେଟ ସରକାର ଦେଉଛନ୍ତି, କିନ୍ତୁ ଆମେ ସେହି ଦେଶର ଲୋକ ଅଟୁ, ଯେଉଁଠି କେହି ମଧ୍ୟ ଯଦି ଛୋଟିଆ ଅନ୍ନକ୍ଷେତ୍ର ଚଳାଇଥାଏ ଏବଂ ସେଠାରେ କେହି ମଧ୍ୟ ବ୍ୟକ୍ତି ଆସିଥାଏ, ତେବେ ତାହାକୁ ଖାଦ୍ୟ ମିଳି ଯାଇଥାଏ । ସମାଜ ତାହାକୁ ବଡ଼ ଗର୍ବର ସହିତ ଦେଖିଥାଏ, ବଡ଼ ଶ୍ରଦ୍ଧାର ସହିତ ଦେଖିଥାଏ । ଆଜି ଆମେ ଲଙ୍ଗର ବିଷୟରେ ଆଲୋଚନା କରିବା । ଆଜି ଲଙ୍ଗରକୁ ବହୁତ ସମ୍ମାନର ସହିତ, ଶ୍ରଦ୍ଧାର ସହିତ ଦେଖାଯାଉଛି । ଆଜି ଆମେ ଦେଖିବା ଯେ ଏମିତି ଏକ ଭଣ୍ଡାର ଅଛି ଯେଉଁଠି ଲୋକମାନଙ୍କୁ ବହୁତ ଶ୍ରଦ୍ଧାର ସହିତ ଖାଇବାକୁ ଦିଆଯାଉଛି । ଆମ ସ୍କୁଲରେ ଭଣ୍ଡାର ପ୍ରତିଦିନ ଚାଲିଛି ବୋଲି ଆମେ ଅନୁଭବ କରୁନାହୁଁ । ସେହି ପିଲାମାନଙ୍କୁ ଖାଇବାକୁ ଦେବାର ଆନନ୍ଦ, ତାଙ୍କ ମନକୁ ସଂସ୍କାରିତ କରିବାର ଆନନ୍ଦ ଏବଂ ଏକ ପବିତ୍ର ଭାବନା କେବଳ ତାଙ୍କ ପେଟରେ କିଛି ଖାଦ୍ୟ ଯାଇଥାଏ, ସେତିକି ପର୍ଯ୍ୟାପ୍ତ ନୁହେଁ ସାଥୀମାନେ । ଆମକୁ ଅନୁଭବ ହେବା ଦରକାର ଯେ ଦେଖନ୍ତୁ ଏହି ପୂରା ସମାଜ ଯେପରି ଭୋକରେ ନ ରହୁ, ଏଥିପାଇଁ କେତେ କ’ଣ କରାଯାଉଛି, ସେହି ପିଲାମାନଙ୍କ ଜୀବନ ସହିତ ଏବଂ ମୁଁ ମାନୁଛି ଯେ ପ୍ରତ୍ୟେକ ଦିନ ଗାଁର ଦୁଇଜଣ ବରିଷ୍ଠ ଲୋକଙ୍କୁ ଡାକିବା ଦରକାର ଯେ ଆଜି ଦି’ପହରର ମଧ୍ୟାହ୍ନ ଭୋଜନରେ ଆସନ୍ତୁ, ଆମର ପିଲାମାନଙ୍କୁ ପରଷନ୍ତୁ ଏବଂ ଆପଣ ମଧ୍ୟ ସାଥୀରେ ଖାଦ୍ୟ ଖାଆନ୍ତୁ । ଦେଖନ୍ତୁ ପୂରା ମାହୋଲ ପରିବର୍ତ୍ତନ ହୋଇଯିବ, ଏହି ମଧ୍ୟାହ୍ନ ଭୋଜନ ଏକ ବହୁତ ବଡ଼ ସଂସ୍କାରର କାରଣ ହୋଇଯିବ । ଏବଂ ତାହା ଦ୍ୱାରା ପିଲାମାନଙ୍କୁ କେମିତି ଖାଇବା, କେତେ ସ୍ୱଚ୍ଛତାରେ ଖାଇବା, କିଛି ଖାଦ୍ୟ ଖରାପ ନ କରିବା, କିଛି ନ ଫୋପାଡ଼ିବା, ସମସ୍ତ ସଂସ୍କାର ସେମାନଙ୍କ ସହିତ ଯୋଡ଼ି ହୋଇଯିବ । ଶିକ୍ଷକ ଭାବରେ ଯେତେବେଳେ ଆମେ ନିଜେ ଉଦାହରଣ ପ୍ରସ୍ତୁତ କରିଥାଉ, ସେତେବେଳେ ତାହାର ପରିଣାମ ବହୁତ ଉନ୍ନତ ହୋଇଥାଏ । ମୋର ମନେ ଅଛି, ପୁଣିଥରେ ମୁଁ ମୁଖ୍ୟମନ୍ତ୍ରୀ ଥିବାବେଳେ ଏଠାରେ ଗୁଜରାଟର ଏକ ଆଦିବାସୀ ବହୁଳ ଜିଲ୍ଲାର ଏକ ସ୍କୁଲକୁ ଯାଇଥିଲି, ଯେତେବେଳେ ମୁଁ ସେଠାକୁ ଗଲି, ମୁଁ ଦେଖିଲି ଯେ ଯେଉଁ ପିଲାମାନେ ଥିଲେ, ବହୁତ ସଫାସୁତରା ଥିଲେ ଏବଂ ପ୍ରତ୍ୟେକଙ୍କ ଉପରେ ଯେଉଁ ଛୋଟ ପିଲା ଥିଲେ ତାଙ୍କ ଉପରେ ଗୋଟେ ପିନରେ ଗୋଟେ ରୁମାଲ ଝୁଲା ଯାଇଥିଲା । ତେବେ ସେହି ପିଲାମାନଙ୍କୁ ଶିକ୍ଷା ଦିଆଯାଇଥିଲା ଯେ ତାହାକୁ ହାତ ସଫା କରିବ ନାହିଁ, ନାକ ସଫା କରିବ ନାହିଁ ଏବଂ ସେମାନେ କରୁଥିଲେ ଏବଂ ଯେତେବେଳେ ସ୍କୁଲ ପୂରା ହେଉଥିଲା ସେତେବେଳେ ଯେଉଁ ଟିଚର ଥିଲେ ସେ ସବୁ ସେମାନଙ୍କ ଠାରୁ କାଢ଼ି ନେଉଥିଲେ, ଘରେ ନେଇ ତାକୁ ଧୋଇ ତା’ ପରଦିନ ଆଣି ପୁଣି ଲଗାଇ ଦେଉଥିଲେ । ଏବଂ ମୁଁ ଯେତେବେଳେ ଏହା ଜାଣିବାକୁ ପାଇଲି ଆମର ଏଠାରେ ଆପଣମାନେ ଜାଣିଥିବେ ଯେ ଗୁଜରାଟରେ ବିଶେଷ ଭାବରେ ପୁରୁଣା କପଡ଼ା ବିକ୍ରି କରି ବାସନ ନେଇଥାନ୍ତି, କିଣିଥାନ୍ତି ବାସନ । ସେହି ମହିଳା ଗରୀବ ଥିଲେ, କିନ୍ତୁ ନିଜ ଶାଢ଼ୀ ବିକ୍ରି କରୁ ନ ଥିଲେ । ସେ ଶାଢ଼ୀକୁ କାଟି ଛୋଟ ଛୋଟ ରୁମାଲ ପ୍ରସ୍ତୁତ କରୁଥିଲେ ଏବଂ ପିଲାମାନଙ୍କୁ ଲଗାଉଥିଲେ । ବର୍ତ୍ତମାନ ଦେଖନ୍ତୁ ଜଣେ ଶିକ୍ଷୟିତ୍ରୀ ନିଜର ପୁରୁଣା ଶାଢ଼ୀର ଛୋଟ ଖଣ୍ଡରୁ ସେହି ପିଲାମାନଙ୍କୁ କେତେ ସଂସ୍କାର ଦେଉଥିଲେ, ଯାହା ତାଙ୍କର କର୍ତ୍ତବ୍ୟର ଅଂଶ ନ ଥିଲା । ସେ ସ୍ୱଚ୍ଛତା ଭାବନା ଥିଲା ଯେ ସେହି ଆଦିବାସୀ ଅଞ୍ଚଳରେ ମା’ଙ୍କ ବିଷୟରେ ମୁଁ କହୁଛି ।

ଭାଇ ଓ ଭଉଣୀମାନେ,

ସ୍ୱଚ୍ଛତା ଏବଂ ମୁଁ ଏମିତି ଏକ ସ୍କୁଲର କଥା କହୁଛି । ମୁଁ ଏକ ସ୍କୁଲକୁ ଯାଇଥିଲି, ସେତେବେଳେ ସ୍କୁଲଟି ଏକ କୁଟୀର ପରି ଥିଲା । ଏହା ଏକ ବଡ଼ ବିଦ୍ୟାଳୟ ନ ଥିଲା, ଏହା ଏକ ଆଦିବାସୀ ଅଞ୍ଚଳ ଥିଲା, ସେଠାରେ ଗୋଟିଏ କାଚ ଲଗା ଯାଇଥିଲା, ଦର୍ପଣ ଲାଗିଥିଲା, ଆଇନା ୨/୨ର ଆଇନା ହେବ । ସେହି ଶିକ୍ଷକ ଏକ ନିୟମ କରିଥିଲେ, ଯିଏ ବିଦ୍ୟାଳୟକୁ ଆସିବ ପ୍ରଥମେ ସେ ଦର୍ପଣ ସମ୍ମୁଖରେ ୫ ସେକେଣ୍ଡ ଛିଡ଼ା ହେବ, ନିଜକୁ ଦେଖିବ ପୁଣି ଶ୍ରେଣୀକୁ ଯିବ । ସେହି ଏକକ ପରୀକ୍ଷଣ ସହିିତ ଯେକୌଣସି ଶିଶୁ ଆସୁଥିଲା ସେ ତୁରନ୍ତ ଦର୍ପଣ ସମ୍ମୁଖରେ ଠିଆ ହୋଇ ସଜାଡ଼ି ହୋଇ ଆସୁଥିଲେ । ତାହା ଦ୍ୱାରା ତାଙ୍କର ଆତ୍ମସମ୍ମାନ ଜାଗ୍ରତ ହେଉଥିଲା । ତାଙ୍କୁ ଲାଗୁଥିଲା ଯେ ମୋତେ ଏମିତି ରହିବାକୁ ହେବ । ପରିବର୍ତ୍ତନ ଆଣିବାର କାର୍ଯ୍ୟ ଶିକ୍ଷକ କେତେ ଅଦ୍ଭୁତ ଭାବରେ କରୁଥିଲେ । ଏମିତି ଶହ ଶହ ଉଦାହରଣ ଆମ ସମ୍ମୁଖରେ ଅଛି ।

ସାଥୀମାନେ,

ଆପଣ କଳ୍ପନା କରିପାରୁଥିବେ, ଆପଣଙ୍କର ଏକ ଛୋଟ ପ୍ରୟାସ କେତେ ବଡ଼ ପରିବର୍ତ୍ତନ ଆଣିପାରେ । ମୁଁ ଆପଣଙ୍କୁ ଅନେକ ଉଦାହରଣ ଦେଇପାରିବି, ଯାହା ମୁଁ ନିଜେ ମଧ୍ୟ ଆପଣ ଶିକ୍ଷକମାନଙ୍କ ମଧ୍ୟରେ ରହି ଦେଖିଛି, ଜାଣିଛି, ଶିଖିଛି। କିନ୍ତୁ ସମୟର ଅଭାବ ଯୋଗୁ ଏଥିପାଇଁ ମୁଁ ଆପଣଙ୍କ କଥାକୁ ଲମ୍ବା କରୁନାହିଁ । ମୁଁ ମୋର କଥାକୁ ବିଶ୍ରାମ ଦେଉଛି । ମୋତେ ବିଶ୍ୱାସ ଅଛି, ଆମର ପରମ୍ପରାରେ ଗୁରୁମାନଙ୍କୁ ଯେଉଁ ସ୍ଥାନ ଦିଆଯାଇଛି, ଆପଣ ସମସ୍ତେ ସେହି ଗରିମାକୁ, ସେହି ଗୌରବକୁ, ସେହି ମହାନ ପରମ୍ପରାକୁ ଆଗକୁ ବଢ଼ାଇବେ, ନୂତନ ଭାରତର ସ୍ୱପ୍ନକୁ ପୂରଣ କରିବେ। ଏହି ବିଶ୍ୱାସର ସହିତ, ଆପଣ ସମସ୍ତଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଏବଂ ବହୁତ ବହୁତ ଶୁଭକାମନା ଜଣାଉଛି ।

ନମସ୍କାର!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Economy Grows 7.7% in FY26, 7.8% in Q4; Beats Estimates Despite Global Turmoil

Media Coverage

India's Economy Grows 7.7% in FY26, 7.8% in Q4; Beats Estimates Despite Global Turmoil
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi congratulates people of Assam on commendable environmental feat
June 05, 2026

Prime Minister Shri Narendra Modi today extended his heartiest congratulations to the people of Assam, especially the state’s Nari Shakti, for achieving a commendable feat in environmental conservation. The Prime Minister remarked that the state's Nari Shakti has taken a lead in this significant effort, which is aimed at building a sustainable planet.

The Prime Minister posted on X:

"Commendable feat. Congratulations to the people of Assam, especially the state’s Nari Shakti for taking the lead in this effort aimed at building a sustainable planet"