ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଲୁରୀ ସୀତାରାମ ରାଜୁଙ୍କ ୩ଠ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ
“ସ୍ୱାଧୀନତା ସଂଗ୍ରାମ କେବଳ ମାତ୍ର କିଛି ବର୍ଷ, କିଛି ଅଞ୍ଚଳ ଓ କିଛି ବ୍ୟକ୍ତିଙ୍କ ଇତିହାସ ନୁହେଁ”
“ଆଲୁରୀ ସୀତାରାମ ରାଜୁ ଭାରତୀୟ ସଂସ୍କତି, ଆଦିବାସୀଙ୍କ ସାହସ, ଧୈର୍ଯ୍ୟ, ଆଦର୍ଶ ଓ ମୂଲ୍ୟବୋଧର ପ୍ରତୀକ”
ଆମର ନବୀନ ଭାରତ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନର ଭାରତ ହେବା ଉଚିତ, ଏକ ଭାରତ ଯେଉଁଠି ଗରିବ, ଚାଷୀ, ଶ୍ରମିକ, ଅନଗ୍ରସର, ଆଦିବାସୀ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଥିବ
“ଆଜି ଅଛି ନବ ଭାରତର ସୁଯୋଗ, ମାର୍ଗ, ଚିନ୍ତାଧାରା ଓ ସମ୍ଭାବନା ଓ ଆମର ଯୁବ ସମାଜ ଏହି ସମ୍ଭାବନାଗୁଡ଼ିକୁ ସାକାର କରିବାର ଦାୟିତ୍ୱ ନେଉଛନ୍ତି”
“ଆନ୍ଧ୍ର ପ୍ରଦେଶ ହେଉଛି ବୀର ଓ ଦେଶପ୍ରେମୀଙ୍କ ମାଟି”
“୧୩ଠ କୋଟି ଭାରତୀୟ ପ୍ରତ୍ୟେକ ଆହ୍ୱାନର ସମ୍ମୁଖୀନ ହୋଇ କହୁଛନ୍ତି ‘ଦମ ହେ ତୋ ହମେ ରୋକ ଲୋ’ ଯଦି ପାରୁଛ ଆମକୁ ଅଟକାଅ”

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ମଣ୍ୟମ୍‌ ବୀରୁଡ଼ୁ, ତେଲୁଗୁ ଜାତି ଯୁଗପୁରୁଷୁଡ଼ୁ, ‘ତେଲୁଗୁ ବୀର ଲେବାରା, ଦୀକ୍ଷ ବୁନୀ ସାଗରା’ ସ୍ୱତନ୍ତ୍ର ସଂଗ୍ରାମମଲୋ, ଯାବତ୍‌ ଭାରତା- ବନିକେ, ସ୍ପୂର୍ତ୍ତିଧାୟ-କଂଗା, ନିଲିଚିନ- ଅ,ମନା ନାୟକୁଡ଼ୁ, ଅଲ୍ଲୁରୀ ସୀତାରାମ ରାଜୁ, ପୁଟ୍ଟୀ-ନ ଇ ନେଲ ମୀଦା, ମନ ମନ୍ଦରମ୍‌, କଳୁସୁକୋବଡ଼ମ୍‌, ମନ ଅଦୁ୍ରଷ୍ଟମ୍‌ ।

ଏହି ଐତିହାସିକ କାର୍ଯ୍ୟକ୍ରମରେ ଆମ ସହ ଉପସ୍ଥିତ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ ମୋହନ ରେଡ୍ଡୀଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀଗଣ, ମଞ୍ଚ ଉପରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବଗଣ ଏବଂ ଆନ୍ଧ୍ର ପ୍ରଦେଶର ମୋର ପ୍ରିୟ ଭାଇ ଏବଂ ଭଉଣୀଗଣ,

 

ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାରମ୍‌ ।

ଯେଉଁ ଭୂମିର ଐତିହ୍ୟ ଏତେ ମହାନ ଆଜି ମୁଁ ସେହି ମାଟିକୁ ନମସ୍କାର କରି ନିଜକୁ ବେଶ୍‌ ଭାଗ୍ୟଶାଳୀ ଅନୁଭବ କରୁଛି । ଆଜି ଗୋଟିଏ ପଟେ ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଛି ଏବଂ ଏଥି ସହିତ ଅଲ୍ଲୁରୀ ସୀତାରାମ ରାଜୁ ଗାରୁଙ୍କ ୧୨୫ତମ ଜୟନ୍ତୀ ପାଳନ କରିବାର ଅବସର ମଧ୍ୟ ଆମକୁ ମିଳିଛି । ସଂଯୋଗ କ୍ରମେ, ଏହି ସମୟ ଦେଶର ସ୍ୱାଧୀନତା ପ୍ରାପ୍ତି ନିମନ୍ତେ ହୋଇଥିବା ‘ରମ୍ପା କ୍ରାନ୍ତି’ର ୧୦୦ତମ ବର୍ଷ ମଧ୍ୟ ପୂରଣ କରିବାକୁ ଯାଉଛି । ଏହି ଐତିହାସିକ ଅବସରରେ ‘ମଣ୍ୟମ୍‌ ବୀରୁଡୁ’ ଅଲ୍ଲୁରୀ ସୀତାରାମ ରାଜୁଙ୍କ ଚରଣରେ ନମସ୍କାର କରିବା ସହିତ ସମଗ୍ର ଦେଶ ପକ୍ଷରୁ ତାଙ୍କୁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆଜି ତାଙ୍କର ପରିଜନବର୍ଗ ମଧ୍ୟ ଆମମାନଙ୍କୁ ଆଶୀର୍ବାଦ ଦେବାଲାଗି ଏଠାରେ ଉପସ୍ଥିତ ଅଛନ୍ତି, ଏହା ଆମମାନଙ୍କ ନିମନ୍ତେ ପରମ ସୌଭାଗ୍ୟର କଥା । ଏହି ମହାନ ପରମ୍ପରାକୁ ରକ୍ଷା କରିଥିବା ପରିବାରଙ୍କ ଚରଣରଜ ନେବାର ସୌଭାଗ୍ୟ ମଧ୍ୟ ଆମମାନଙ୍କୁ ପ୍ରାପ୍ତ ହୋଇଛି । ମୁଁ ଆନ୍ଧ୍ରର ଏହି ଧରଣୀର ମହାନ୍‌ ଆଦିବାସୀ ପରମ୍ପରାକୁ, ଏହି ପରମ୍ପରାରେ ଜନ୍ମଲାଭ କରିଥିବା ସମସ୍ତ ମହାନ୍‌ କ୍ରାନ୍ତିକାରୀଗଣଙ୍କୁ ଏବଂ ଦେଶ ମାତୃକା ନିମନ୍ତେ ସେମାନଙ୍କ ବଳିଦାନକୁ ମଧ୍ୟ ଆଦରପୂର୍ବକ ନମସ୍କାର କରୁଛି ।

ସାଥୀଗଣ,

ଅଲ୍ଲୁରୀ ସୀତାରାମ ରାଜୁ ଗାରୁଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଏବଂ ରମ୍ପା ଆନ୍ଦୋଳନର ୧୦୦ତମ ବର୍ଷପୂର୍ତ୍ତିକୁ ସାରା ବର୍ଷ ପାଳନ କରାଯାଉଛି । ପଣ୍ଡରଙ୍ଗୀ ଠାରେ ତାଙ୍କର ଜନ୍ମସ୍ଥାନର ଜୀର୍ଣ୍ଣୋଦ୍ଧାର, ଚିନ୍ତାପଲ୍ଲୀ ଥାନାର ଜୀର୍ଣ୍ଣୋଦ୍ଧାର, ମୋଗଲ୍ଲୁରେ ଅଲ୍ଲୁରୀଙ୍କ ଧ୍ୟାନ ମନ୍ଦିରର ନିର୍ମାଣ କରାଯିବାକୁ ଆମର ପ୍ରୟାସ ଆମର ଅମୃତ ଭାବନାର ପ୍ରତୀକ । ମୁଁ ଏହିସବୁ ପ୍ରୟାସ ନିମନ୍ତେ ଏବଂ ଏହି ବାର୍ଷିକ ଉତ୍ସ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ବଧେଇ ଦେବାକୁ ଚାହେଁ । ବିଶେଷ ଭାବେ ମୁଁ ସେହି ସମସ୍ତ ସାଥୀଗଣଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହେଁ, ଯେଉଁମାନେ ଆମର ଏହି ମହାନ ଗୌରବକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସକାଶେ କାର୍ଯ୍ୟ କରୁଛନ୍ତି । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଆମେ ସଭିଏଁ ସଂକଳ୍ପ ନେଇଥିଲେ ଯେ ଦେଶ ନିଜ ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ଏହାର ପ୍ରେରଣା ସଂପର୍କରେ ସମସ୍ତେ ସୁପରିଚିତ ହୁଅନ୍ତୁ । ଆଜିର ଏହି କାର୍ଯ୍ୟକ୍ରମ ଏହାକୁ ପ୍ରତିବିମ୍ବିତ କରୁଛି ।

ସାଥୀଗଣ,

ସ୍ୱାଧୀନତା ସଂଗ୍ରାମ କେବଳ କିଛି ବର୍ଷର, କିଛି କ୍ଷେତ୍ରର କିମ୍ବା କିଛି ଲୋକଙ୍କ ଇତିହାସ ନୁହେଁ । ଏହି ଇତିହାସ ଭାରତର କୋଣ ଅନୁକୋଣ ଏବଂ କୋଟି କୋଟି ଲୋକଙ୍କ ତ୍ୟାଗ, ବଳିଦାନର ଇତିହାସ । ଆମର ସ୍ୱାଧୀନତା ସଂଗ୍ରାମର ଇତିହାସ, ଆମର ବିବିଧତାର ଶକ୍ତିର, ଆମର ସାଂସ୍କୃତିକ ଶକ୍ତିର, ଗୋଟିଏ ରାଷ୍ଟ୍ର ଭାବେ ଆମର ଐକ୍ୟବଦ୍ଧତାର ପ୍ରତୀକ । ଅଲ୍ଲୁରୀ ସୀତାରାମ ରାଜୁ ଗାରୁ ଭାରତର ସାଂସ୍କୃତିକ ଏବଂ ଆଦିବାସୀ ସଂସ୍କୃତିର ପରିଚୟ, ଭାରତର ଶୌର୍ଯ୍ୟ, ଭାରତର ଆଦର୍ଶ ଏବଂ ମୂଲ୍ୟବୋଧର ପ୍ରତୀକ । ସୀତାରାମ ରାଜୁ ଗାରୁ ଏକ ଭାରତ, ଶ୍ରେଷ୍ଠ ଭାରତର ଆଦର୍ଶର ଏହି ବିଚାରଧାରାର ପ୍ରତୀକ ଯାହା ଶହ ଶହ ବର୍ଷ ଧରି ଏହି ଦେଶକୁ ଏକତା ସୂତ୍ରରେ ଯୋଡ଼ି ରଖିଆସିଛି । ସୀତରାମ ରାଜୁ ଗାରୁ ଜନ୍ମ ଠାରୁ ନେଇ ତାଙ୍କର ବଳିଦାନ ପର୍ଯ୍ୟନ୍ତ, ତାଙ୍କର ଜୀବନ ଯାତ୍ରା ଆମ ସମସ୍ତଙ୍କ ନିମନ୍ତେ ପ୍ରେରଣାର ଉତ୍ସ । ସେ ନିଜର ଜୀବନ ଆଦିବାସୀ ସମାଜର ଅଧିକାର ନିମନ୍ତେ, ସେମାନଙ୍କର ସୁଖ-ଦୁଃଖ ନିମନ୍ତେ ଏବଂ ଦେଶର ସ୍ୱାଧୀନତା ନିମନ୍ତେ ସମର୍ପିତ କରିଥିଲେ । ସୀତାରାମ ରାଜୁ ଗାରୁ ଯେତେବେଳେ ଆନ୍ଦୋଳନର ସ୍ୱର ଉତ୍ତୋଳନ କରିଥିଲେ, ସେତେବେଳେ ତ ତାଙ୍କର ଜୟଘୋଷ ଥିଲ – ମନଦେ ରାଜ୍ୟମ୍‌ ଅର୍ଥାତ୍‌ ଆମର ରାଷ୍ଟ୍ର । ବନ୍ଦେ ମାତରମ୍‌ର ଭାବନା ଦ୍ୱାରା ଓତଃପ୍ରୋତ ଏକ ରାଷ୍ଟ୍ର ଭାବେ ଆମର ପ୍ରୟାସର ଏହା ଏକ ବିରାଟ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ।

ଭାରତର ଆଧ୍ୟାତ୍ମ୍ୟ ସୀତାରାମ ରାଜୁ ଗାରୁଙ୍କୁ କରୁଣା ଏବଂ ସତ୍ୟର ବୋଧ ପ୍ରଦାନ କରିଥିଲା, ଆଦିବାସୀ ସମାଜ ନିମନ୍ତେ ସମଭାବ ଏବଂ ମମଭାବ ପ୍ରଦାନ କରିଥିଲା, ତ୍ୟାଗ ଏବଂ ସାହସ ପ୍ରଦାନ କରିଥିଲା । ସୀତାରାମ ରାଜୁ ଗାରୁ ଯେତେବେଳେ ବିଦେଶୀ ଶାସନର ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କୁ ମାତ୍ର ୨୪-୨୫ ବୟସ ହୋଇଥିଲା । ୨୭ ବର୍ଷର କମ ଆୟୁରେ ସେ ଭାରତ ମାତାଙ୍କ ନିମନ୍ତେ ସହୀଦ ହୋଇଥିଲେ ।  ରମ୍ପା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା କେତେ କେତେ ଯୁବକ ଏପରି ଯୁବାବସ୍ଥାରେ ହିଁ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଲଢ଼ିନଥିଲେ । ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଏହି ଯୁବ ବୀର-ବୀରାଙ୍ଗନାମାନେ ଆଜି ଅମୃତକାଳରେ ଆମମାନଙ୍କ ନିମନ୍ତେ ପ୍ରେରଣାର ଆଲୋକବର୍ତ୍ତିକାର ସ୍ରୋତ ସାଜିଛନ୍ତି । ସ୍ୱାଧୀନତା ଆନ୍ଦୋଳନରେ ଦେଶମାତୃକାର ମୁକ୍ତି ନିମନ୍ତେ ଯୁବବର୍ଗ ଆନକୁ ଆସି ନେତୃତ୍ୱ ଗ୍ରହଣ କରିଥିଲେ । ଆଜି ନୂତନ ଭାରତର ସ୍ୱପ୍ନ ପୂରଣ କରିବା ନିମନ୍ତେ ଆଜିର ଯୁବଗୋଷ୍ଠୀଙ୍କୁ ଆଗକୁ ଆସିବାର ଏହା ହେଉଛି ସର୍ବୋତ୍ତମ ଅବସର । ଆଜି ଦେଶରେ ନୂତନ ଅବସର ସୃଷ୍ଟି ହୋଇଛି, ନୂଆ ନୂଆ ମାର୍ଗ ଉନ୍ମୋଚିତ ହେବାରେ ଲାଗିଛି । ନୂତନ ଚିନ୍ତାଧାରାମାନ ରହିଛି, ନୂତନ ସମ୍ଭାବନା ସୃଷ୍ଟି ହୋଇଛି । ଏହିସବୁ ସମ୍ଭାବନାଗୁଡ଼ିକୁ ସାକାର କରିବା ନିମନ୍ତେ ବ୍ୟାପକ ସଂଖ୍ୟାରେ ଆମର ଯୁବଗୋଷ୍ଠୀ ଏହିସବୁ ଦାୟିତ୍ୱକୁ ନିଜ କାନ୍ଧରେ ଉଠାଇ ଦେଶକୁ ଆଗକୁ ଆଗେଇ ନେଇଯିବାକୁ ଆଗଭର ହୋଇଛନ୍ତି । ଆନ୍ଧ୍ର ପ୍ରଦେଶ ହେଉଛି ବୀର ଏବଂ ଦେଶଭକ୍ତମାନଙ୍କ ଭୂମି । ଏଠାରେ ପିଙ୍ଗଲି ଭେଙ୍କେୟାଙ୍କ ଭଳି ମହାନ୍‌ ସ୍ୱାଧୀନତା ସଂଗ୍ରାମୀ ଜନ୍ମ ନେଇଥିଲେ ଯିଏ ଦେଶ ପାଇଁ ଜାତୀୟ ପତାକା ପ୍ରସ୍ତୁତ କରିଥିଲେ । ଏଠାରେ କନ୍ନଗଣ୍ଟି ହନୁମନ୍ତୁ, କନ୍ଦୁକୁରୀ ବୀରସଲିଙ୍ଗମ୍‌ ପାନ୍ତୁଲୁ ଏବଂ ପୋଟ୍ଟୀ ଶ୍ରୀରାମୁଲୁଙ୍କ ଭଳି ନାୟକମାନେ ଜନ୍ମଗ୍ରହଣ କରିଛନ୍ତି । ଏଠାରେ ଉୟା-ଲାବାଡ଼ା ନରସିଂହା ରେଡ୍ଡୀଙ୍କ ଭଳି ବୀର ଇଂରେଜ ସରକାରଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଆଜି ଅମୃତ କାଳରେ ଏହି ସମସ୍ତ ସେନାନୀଙ୍କ ସ୍ୱପ୍ନକୁ ପୂରଣ କରିବାର ଦାୟିତ୍ୱ ଆମ ସମସ୍ତ ଦେଶବାସୀଙ୍କ ଉପରେ ନ୍ୟସ୍ତ । ୧୩୦ କୋଟି ଦେଶବାସୀଙ୍କର ଏହା ଦାୟିତ୍ୱ । ଆମର ନୂତନ ଭାରତ ସେମାନଙ୍କର ସ୍ୱପ୍ନର ଭାରତ ହେବା ଉଚିତ । ତାହା ଏଭଳି ଏକ ଭାରତ ହେବ ଯେଉଁଥିରେ ଗରିବ, କୃଷକ, ଶ୍ରମିକ, ପଛୁଆବର୍ଗ, ଆଦିବାସୀ ସମସ୍ତଙ୍କ ନିମନ୍ତେ ସମାନ ଅବସର ପ୍ରାପ୍ତ ହେବ । ବିଗତ ଆଠବର୍ଷ ମଧ୍ୟରେ ଦେଶ ଏହି ସଂକଳ୍ପକୁ ପୂରଣ କରିବା ନିମନ୍ତେ ଅନେକ ନୀତି ନିୟମ ପ୍ରସ୍ତୁତ କରାଯାଇଛି ଏବଂ ସଂପୂର୍ଣ୍ଣ ନିଷ୍ଠାର ସହିତ ଏଥିପାଇଁ କାର୍ଯ୍ୟ ମଧ୍ୟ କରାଯାଉଛି । ବିଶେଷ ଭାବେ, ଦେଶ ଶ୍ରୀ ଅଲ୍ଲୁରୀ ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଆଦର୍ଶର ମାର୍ଗରେ ପରିଚାଳିତ ହୋଇ ଆଦିବାସୀ ଭାଇ ଭଉଣୀମାନଙ୍କ ନିମନ୍ତେ, ସେମାନଙ୍କର କଲ୍ୟାଣ ନିମନ୍ତେ , ସେମାନଙ୍କର ବିକାଶ ନିମନ୍ତେ ଦିନ ରାତି କାର୍ଯ୍ୟ କରିଆସୁଛି ।

ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ସମାଜର ଅପ୍ରତିମ ଯୋଗଦାନର ବାର୍ତ୍ତାକୁ ଦେଶର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବା ନିମନ୍ତେ ଅମୃତ ମହୋତ୍ସବ ମାଧ୍ୟମରେ ଅସଂଖ୍ୟ ପ୍ରୟାସ କରାଯାଉଛି । ସ୍ୱାଧୀନତା ପ୍ରାପ୍ତି ପରେ ପ୍ରଥମ ଥର ପାଇଁ ଦେଶରେ ଆଦିବାସୀ ଗୌରବ ଏବଂ ବୈଭବକୁ ପ୍ରଦର୍ଶନ କରିବା ନିମନ୍ତେ ଆଦିବାସୀ ସଂଗ୍ରହାଳୟ ନିର୍ମାଣ କରାଯାଉଛି । ଆନ୍ଧ୍ର ପ୍ରଦେଶର ଲମ୍ବସିଙ୍ଗୀଠାରେ ‘ଅଲ୍ଲୁରୀ ସୀତାରାମ ରାଜୁ ମେମୋରିଆଲ୍‌ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ’ ମଧ୍ୟ ନିର୍ମାଣ କରାଯାଉଛି । ଗତ ବର୍ଷ ନଭେମ୍ବର ୧୫ ତାରିଖ ଦିନ ଭଗବାନ ବୀରସା ମୁଣ୍ଡା ଜୟନ୍ତୀକୁ ‘ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବିଦେଶୀ ଶାସନ ଆମର ଆଦିବାସୀ ବର୍ଗଙ୍କ ଉପରେ ସବୁଠାରୁ ଅଧିକ ଅତ୍ୟାଚାର କରିଥିଲେ, ସେମାନଙ୍କ ସଂସ୍କୃତିକୁ ନଷ୍ଟ କରିବାର ପ୍ରୟାସ କରିଥିଲେ । ଏହି ପ୍ରୟାସ ସେହି ବଳିଦାନର ଅତୀତକୁ ଜୀବନ୍ତ କରିବ । ଆଗାମୀ ପିଢ଼ିମାନଙ୍କୁ ପ୍ରେରଣା ଯୋଗାଇବ । ସୀତାରାମ ରାଜୁ ଗାରୁଙ୍କ ଆଦର୍ଶ ଆଧାରରେ ଚାଲିବା ଆଜି ଦେଶର ଆଦିବାସୀ ଯୁବବର୍ଗଙ୍କ ନିମନ୍ତେ ନୂଆ ନୂଆ ଅବସର ପ୍ରଦାନ କରୁଛି । ଆମର ବନ ସମ୍ପଦ ଆଦିବାସୀ ଯୁବସମାଜ ନିମନ୍ତେ ରୋଜଗାରର ଅବସର ଏବଂ ମାଧ୍ୟମ ପାଲଟିଛି, ସେଥିପାଇଁ ଅନେକ ପ୍ରକାର ପ୍ରୟାସ ଓ କାର୍ଯକ୍ରମମାନ ପ୍ରସ୍ତୁତ କରାଯାଇଛି ।

ସ୍କିଲ୍‌ ଇଣ୍ଡିଆ ମିଶନ ମାଧ୍ୟମରେ ଆଜି ଆଦିବାସୀ କଳା କୌଶଳକୁ ନୂତନ ପରିଚୟ ମିଳିପାରିଛି । “ଭୋକାଲ୍‌ ଫର୍‌ ଲୋକାଲ” ଆଦିବାସୀ କଳା କୌଶଳକୁ ଉପାର୍ଜନର ଏକ ସାଧନ ଭାବେ ଉପସ୍ଥାପନ କରିଛି । ଦଶନ୍ଧି ଦଶନ୍ଧି ଧରି ପ୍ରଚଳିତ ପୁରାତନ ଆଇନ ଯାହାକି ଆଦିବାସୀ ବର୍ଗର ଲୋକମାନଙ୍କୁ ବାଉଁଶ ଭଳି ବନଜାତକୁ କାଟିବା ଉପରେ ରୋକ ଲଗାଇ ବସିଥିଲା, ସେମାନଙ୍କୁ ସେଥିରୁ ବଂଚିତ କରି ରଖିଥିଲା, ଆମେ ତାହାକୁ ବଦଳାଇ ବନ ଉପଜ ଉପରେ ସେମାନଙ୍କୁ ଏହି ଅଧିକାର ପ୍ରଦାନ କରିଛୁ । ଆଜି ବନଜାତ ଉତ୍ପାଦକୁ ପ୍ରଚାର ପ୍ରସାର କରିବା ନିମନ୍ତେ ସରକାର ଅନେକ ପ୍ରକାର ନୂଆ ନୂଆ ଉପାୟମାନ ଆପଣାଇଛନ୍ତି । ଆଠବର୍ଷ ପୂର୍ବ ପର୍ଯ୍ୟନ୍ତ କେବଳ ୧୨ ବନଜାତ ଉତ୍ପାଦ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସହିତ ସେସବୁ କ୍ରୟ କରାଯାଉଥିଲା । ଆଜି ଏମଏସପି କ୍ରୟ ତାଲିକାରେ ପାଖାପାଖି ୯୦ ଉତ୍ପାଦ, ବଜ-ଉପଜ ଭାବେ ସାମିଲ କରାଯାଇଛି । ବନ ଧନ ଯୋଜନା ମାଧ୍ୟମରେ ବନ ସମ୍ପଦକୁ ଆଧୁନିକ ଅବସର ସହିତ ଯୋଡ଼ିବା ନିମନ୍ତେ କାର୍ଯ୍ୟକ୍ରମମାନ ଆରମ୍ଭ କରାଯାଇଛି । ଦେଶରେ ୩ ହଜାରରୁ ଅଧିକ ବନ ଧନ ବିକାଶ କେନ୍ଦ୍ର ସ୍ଥାପନ ସହିତ ୫୦ ହଜାରରୁ ଅଧିକ ବନ ଧନ ସେଲ୍ଫ ହେଲ୍ପ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଜନଜାତି ଗବେଷଣା ପ୍ରତିଷ୍ଠାନ ମଧ୍ୟ ସ୍ଥାପନ କରାଯାଇଛି । ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବିକାଶ ନିମନ୍ତେ ଯେଉଁ ଅଭିଯାନ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଉଛି, ସେଥିରୁ ସର୍ବାଧିକ ଫାଇଦା ଆଦିବାସୀ ଅଧ୍ୟୁସିତ କ୍ଷେତ୍ରକୁ ହିଁ ମିଳିପାରୁଛି । ଆଦିବାସୀ ଯୁବଗୋଷ୍ଠୀଙ୍କ ଶିକ୍ଷା ନିମନ୍ତେ ୭୫୦ ଏକଲବ୍ୟ ମଡେଲ ବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯାଇଛି । ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷା ମାଧ୍ୟମରେ ଶିକ୍ଷା ଉପରେ ଯେଉଁ ଗୁରୁତ୍ୱ ଦିଆଯାଇଛି, ସେଥିରେ ଆଦିବାସୀ ବର୍ଗର ପିଲାମାନଙ୍କୁ ଶିକ୍ଷାଲାଭ କରିବାରେ ଢେର୍‌ ସହାୟତା ମିଳିପାରିବ ।

“ମଣ୍ୟମ୍‌ ବୀରୁଡ” ଅଲ୍ଲୁରୀ ସୀତାରାମ ରାଜୁ ଇଂରେଜ ସରକାର ବିରୁଦ୍ଧରେ ନିଜର ସଂଘର୍ଷ କାଳରେ ସମସ୍ତଙ୍କୁ ଦେଖାଇ ଦେଇଥିଲେ –‘ଯଦି ସାହସ ଅଛି ତେବେ ମୋତେ ରୋକ’ । ଆଜି ଦେଶ ବି ନିଜ ସମ୍ମୁଖରେ ଉଭା ହୋଇଥିବା ଚାଲେଞ୍ଜଗୁଡ଼ିକ, ସମସ୍ୟାଗୁଡ଼ିକୁ ଏହି ସାହସର ସହିତ ୧୩୦ କୋଟି ଦେଶବାସୀଙ୍କ ଏକତା ମାଧ୍ୟମରେ ସାମର୍ଥ୍ୟର ସହିତ ସାମ୍ନା କରୁଛି । ‘ଯଦି ସାହସ ଅଛି ତ ଆମକୁ ରୋକ’ । ଦେଶର ନେତୃତ୍ୱ ଯେତେବେଳେ ଆମର ଯୁବଗୋଷ୍ଠୀ, ଆଦିବାସୀ, ଆମର ମହିଳା, ଦଳିତ- ପୀଡ଼ିତ- ଶୋଷିତ- ବଞ୍ଚିତମାନେ ଗ୍ରହଣ କରିବେ ସେତେବେଳେ ଏକ ନୂତନ ଭାରତ ନିର୍ମିତ ହେବାରେ ଆମକୁ କେହି ସୁଦ୍ଧା ରୋକିପାରିବେନାହିଁ । ମୋର ପୂର୍ଣ୍ଣ ବିଶ୍ୱାସ, ସୀତାରାମ ରାଜୁ ଗାରୁଙ୍କ ପ୍ରେରଣା ଆମକୁ ଏକ ରାଷ୍ଟ୍ର ଭାବେ ଅନନ୍ତ ଉଚ୍ଚତା ପର୍ଯ୍ୟନ୍ତ ନେଇଯାଇପାରିବ । ଏହି ଭାବନାର ସହିତ, ଆନ୍ଧ୍ର ଧରଣୀର ମହାନ ସ୍ୱାଧୀନତା ସେନାନୀମାନଙ୍କ ଚରଣରେ ମୁଁ ପୁଣି ଥରେ ନମସ୍କାର କରୁଛି ଏବଂ ଆଜିର ଏହି ଦୃଶ୍ୟ, ଏହି ଆକାଂକ୍ଷା, ଏହି ଉତ୍ସାହ, ଏହି ଜନସମାଗମ ବିଶ୍ୱକୁ ସୂଚୀତ କରିବାକୁ ଚାହେଁ, ଦେଶବାସୀଙ୍କୁ ସୂଚୀତ କରିବାକୁ ଚାହେଁଯେ ଆମେ ଆମର ସ୍ୱାଧୀନତାର ନାୟକମାନଙ୍କୁ ନା ଭୁଲିଛୁ, ନା ଭୁଲିବୁ । ସେମାନଙ୍କଠାରୁ ପ୍ରେରଣା ଲାଭ କରି ଆମେ ଆଗକୁ ଅଗ୍ରସର ହେବୁ । ମୁଁ ପୁଣି ଥରେ ଏତେ ସଂଖ୍ୟାରେ ଲୋକ ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସକାଶେ ଏଠାକୁ ଆସିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହିତ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ବନ୍ଦେ ମାତାରମ୍‌ !

ବନ୍ଦେ ମାତରରମ୍‌ !

ବନ୍ଦେ ମାତରମ୍‌ !

ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FIIs pour over $1 billion into Indian stocks, biggest weekly buying since June 2025

Media Coverage

FIIs pour over $1 billion into Indian stocks, biggest weekly buying since June 2025
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”