ଆଜି ଭାରତ ନିଜର ଜ୍ଞାନ, ପରମ୍ପରା ଏବଂ ପୁରୁଣା ଶିକ୍ଷା ଆଧାରରେ ଆଗେଇ ଚାଲିଛି: ପ୍ରଧାନମନ୍ତ୍ରୀ
ଆମେ ବିକଶିତ ଭାରତର ଦୃଢ଼ ସଂକଳ୍ପ ନେଇ ଅମୃତ କାଳର ଏକ ନୂତନ ଯାତ୍ରା ଆରମ୍ଭ କରିଛୁ, ଆମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ହେବ: ପ୍ରଧାନମନ୍ତ୍ରୀ
ରାଷ୍ଟ୍ର ନିର୍ମାଣର ସମସ୍ତ କ୍ଷେତ୍ରରେ ନେତୃତ୍ୱ ପାଇଁ ଆମକୁ ଆଜି ଆମର ଯୁବକମାନଙ୍କୁ ପ୍ରସ୍ତୁତ କରିବାକୁ ପଡିବ, ଆମର ଯୁବଗୋଷ୍ଠୀ ରାଜନୀତିରେ ମଧ୍ୟ ଦେଶର ନେତୃତ୍ୱ ନେବା ଉଚିତ: ପ୍ରଧାନମନ୍ତ୍ରୀ
ଆମର ସଂକଳ୍ପ ହେଉଛି ରାଜନୀତିରେ ଏକ ଲକ୍ଷ ମେଧାବୀ ଏବଂ ଶକ୍ତିଶାଳୀ ଯୁବକଙ୍କୁ ଆଣିବା, ଯିଏ ଏକବିଂଶ ଶତାବ୍ଦୀର ଭାରତୀୟ ରାଜନୀତିର ତଥା ଦେଶର ଭବିଷ୍ୟତର ନୂଆ ଚେହେରା ହେବେ: ପ୍ରଧାନମନ୍ତ୍ରୀ
ଆଧ୍ୟାତ୍ମିକତା ଏବଂ ନିରନ୍ତର ବିକାଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଧାରଣାକୁ ମନେ ରଖିବା ଜରୁରୀ, ଏହି ଦୁଇଟି ଧାରଣାକୁ ସମନ୍ୱିତ କରି ଆମେ ଏକ ଉତ୍ତମ ଭବିଷ୍ୟତ ସୃଷ୍ଟି କରିପାରିବା: ପ୍ରଧାନମନ୍ତ୍ରୀ

ପରମଶ୍ରଦ୍ଧେୟ ଶ୍ରୀମତ୍ ସ୍ୱାମୀ ଗୌତମାନନ୍ଦ ଜୀ ମହାରାଜ, ଭାରତ ତଥା ଦେଶ-ବିଦେଶରୁ ଆସିଥିବା ରାମକୃଷ୍ଣ ମଠ ଓ ମିଶନର ପୂଜ୍ୟ ସନ୍ଥଗଣ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, ଏହି କାର୍ଯ୍ୟକ୍ରମ ସହିତ ଜଡିତ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତିମାନେ, ନମସ୍କାର!

ଗୁଜରାଟର ଜଣେ ପୁତ୍ର ହିସାବରେ ମୁଁ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଛି, ଅଭିନନଦନ ଜଣାଉଛି । ମୁଁ ମା ଶାରଦା, ଗୁରୁଦେବ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଜୀଙ୍କୁ, ସେମାନଙ୍କ ଚରଣରେ ପ୍ରଣାମ କରୁଛି । ଶ୍ରୀମତ୍ ସ୍ୱାମୀ ପ୍ରେମାନନ୍ଦ ମହାରାଜଙ୍କ ଜୟନ୍ତୀ ଅବସରରେ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ମୁଁ ତାଙ୍କ ଚରଣରେ ପ୍ରଣାମ ମଧ୍ୟ କରୁଛି।

ସାଥୀମାନେ

ମହାନ ବ୍ୟକ୍ତିତ୍ୱଙ୍କର ଶକ୍ତି ଅନେକ ଶତାବ୍ଦୀ ଧରି ବିଶ୍ୱରେ ସକାରାତ୍ମକ ସୃଷ୍ଟିକୁ ବିସ୍ତାର କରିଚାଲିଛି । ସେଥିପାଇଁ, ଆଜି ସ୍ୱାମୀ ପ୍ରେମାନନ୍ଦ ମହାରାଜଙ୍କ ଜୟନ୍ତୀଅବସରରେ ଏଭଳି ଏକ ପବିତ୍ର କାର୍ଯ୍ୟର ସାକ୍ଷୀ ହୋଇଛି। ଲେଖାମ୍ବାରେ ନବନିର୍ମିତ ପ୍ରାର୍ଥନା ଗୃହ ଓ ସାଧୁ ଆବାସ ନିର୍ମାଣ, ଏହା ଭାରତର ସନ୍ଥ ପରମ୍ପରାକୁ ପ୍ରୋତ୍ସାହିତ କରିବ। ଏଠାରୁ ସେବା ଓ ଶିକ୍ଷାର ଯାତ୍ରା ଆରମ୍ଭ ହେଉଛି, ଯାହା ଆଗାମୀ ପିଢ଼ିପାଇଁ ଲାଭଦାୟକ ହେବ। ଶ୍ରୀରାମକୃଷ୍ଣ ଦେବଙ୍କ ମନ୍ଦିର, ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ, ଧନ୍ଦାମୂଳକ ତାଲିମ କେନ୍ଦ୍ର, ଡାକ୍ତରଖାନା ଓ ଯାତ୍ରୀ ନିବାସ ଏହି କାର୍ଯ୍ୟ ଆଧ୍ୟାତ୍ମିକତାର ପ୍ରସାର ଓ ମାନବସେବାର ମାଧ୍ୟମ ପାଲଟିବ। ଏବଂ ଏକ ପ୍ରକାରରେ, ମୋତେ ଗୁଜୁରାଟରେ ଏକ ଦ୍ୱିତୀୟ ଘର ମିଳିଥିଲା । ସେ ଯାହା ହେଉ ନା କାହିଁକି, ସାଧୁମାନଙ୍କ ମଧ୍ୟରେ, ଆଧ୍ୟାତ୍ମିକ ବାତାବରଣରେ ମୋ ମନ ବହୁତ ମଗ୍ନ ମଧ୍ୟ ହୋଇଗଲା । ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି.... ମୋର ଶୁଭକାମନା ଅର୍ପଣ କରୁଛି।

 

ସାଥୀମାନେ

ସାନନ୍ଦଙ୍କ ଏହି ଅଞ୍ଚଳ ସହ ମୋର ଅନେକ ସ୍ମୃତି ମଧ୍ୟ ଜଡ଼ିତ ହୋଇ ରହିଛି। ଏହି କାର୍ଯ୍ୟକ୍ରମରେ ମୋର ଅନେକ ପୁରୁଣା ବନ୍ଧୁ ଏବଂ ଆଧ୍ୟାତ୍ମିକ ବନ୍ଧୁମାନେ ମଧ୍ୟ ଅଛନ୍ତି । ଆପଣମାନଙ୍କ ମଧ୍ୟରୁ ଅନେକ ବନ୍ଧୁଙ୍କ ସହ ମୁଁ ମୋ ଜୀବନର ଏତେ ସମୟ ବିତାଇଛି, ମୁଁ ଅନେକଙ୍କ ଘରେ ରହିଛି, ମୁଁ ଅନେକ ପରିବାରର ମା' ଭଉଣୀଙ୍କ ହାତରୁ ଖାଦ୍ୟ ଖାଇଛି, ମୁଁ ସେମାନଙ୍କ ସୁଖ ଦୁଃଖର ଏକ ଅଂଶ ହୋଇଛି । ମୋର ସେହି ବନ୍ଧୁମାନେ ଜାଣିଥିବେ, ଯେ ଆମେ ଏହି ଅଞ୍ଚଳର ଏବଂ ଏଠିକାର ଲୋକଙ୍କ ସଂଘର୍ଷ ଦେଖିଛୁ । ଏହି ଅଞ୍ଚଳର ଯେଉଁ ଅର୍ଥନୈତିକ ବିକାଶ ର ଆବଶ୍ୟକତା ଥିଲା, ତାହା ଆଜି ଆମେ ଦେଖୁଛୁ । ମୋର ପୁରୁଣା କଥା ମନେ ଅଛି ଯଦି ଆପଣ ବସ୍ ରେ ଯିବାକୁ ଚାହୁଁଥିବେ, ତେବେ ଗୋଟିଏ ସକାଳେ ବସ୍ ଆସୁଥିଲା ଏବଂ ସନ୍ଧ୍ୟାରେ ବସ୍ ଆସୁଥିଲା । ସେଥିପାଇଁ ଅଧିକାଂଶ ଲୋକ ସାଇକେଲରେ ଯିବାକୁ ପସନ୍ଦ କରୁଥିଲେ। ସେଥିପାଇଁ ମୁଁ ଏହି କ୍ଷେତ୍ରକୁ ଭଲ ଭାବରେ ଜାଣିଛି । ଏମିତି ଲାଗୁଛି ଯେମିତି ମୁଁ ଏହାର ପ୍ରତ୍ୟେକ କୋଣ ଅନୁକୋଣ ସହ ଯୋଡ଼ି ହୋଇ ରହିଛି । ମୋର ବିଶ୍ୱାସ ଯେ ଆମର ପ୍ରୟାସ ଏବଂ ନୀତି ସହିତ ଆପଣ ସାଧୁସନ୍ଥମାନଙ୍କର ଆଶୀର୍ବାଦ ମଧ୍ୟ ଏଥିରେ ଏକ ବଡ ଭୂମିକା ଗ୍ରହଣ କରିଛି। ଏବେ ସମୟ ବଦଳିବା ସହ ସମାଜର ଆବଶ୍ୟକତା ମଧ୍ୟ ବଦଳିଯାଇଛି। ବର୍ତ୍ତମାନ ମୁଁ ଚାହେଁ ଆମ ଅଞ୍ଚଳ ଅର୍ଥନୈତିକ ବିକାଶ ସହିତ ଆଧ୍ୟାତ୍ମିକ ବିକାଶର କେନ୍ଦ୍ର ରେ ପରିଣତ ହେଉ । କାରଣ ସନ୍ତୁଳିତ ଜୀବନ ପାଇଁ ଅର୍ଥ ସହିତ ଆଧ୍ୟାତ୍ମିକତା ରହିବା ମଧ୍ୟ ସେତିକି ଜରୁରୀ । ଏବଂ ମୁଁ ଖୁସି ଯେ ଆମର ସାଧୁ ସନ୍ଥଙ୍କର ମାର୍ଗଦର୍ଶନରେ ସାନନ୍ଦ ଏବଂ ଗୁଜରାଟ ଏହି ଦିଗରେ ଅଗ୍ରସର ହେଉଛନ୍ତି ।

ସାଥୀମାନେ

କୌଣସି ଏକ ଗଛର ଫଳ, ଏହାର ଶକ୍ତି, କେତ ଏହାର ମଞ୍ଜି ଦ୍ୱାରା ଚିହ୍ନଟ ହୋଇଥାଏ । ରାମକୃଷ୍ଣ ମଠ ଏମିତି ଏକ ବୃକ୍ଷ ଯାହାର ମଞ୍ଜିରେ ସ୍ୱାମୀ ବିବେକାନନ୍ଦଙ୍କ ଭଳି ଜଣେ ମହାନ ସନ୍ନ୍ୟାସୀଙ୍କ ଅସୀମ ଶକ୍ତି ସମାହିତ ରହିଛିି । ସେଥିପାଇଁ ଏହାର କ୍ରମାଗତ ବିସ୍ତାର, ଏହା ମାନବିକତାକୁ ଦେଉଥିବା ଛାୟା ଅନନ୍ତ, ଅସୀମ ଅଟେ। ରାମକୃଷ୍ଣ ମଠର ମୂଳରେ ଥିବା ଧାରଣା ଜାଣିବା ପାଇଁ ସ୍ୱାମୀ ବିବେକାନନ୍ଦଙ୍କୁ ଜାଣିବା ଅତ୍ୟନ୍ତ ଜରୁରୀ, କେବଳ ସେତିକି ନୁହେଁ, ତାଙ୍କ ଚିନ୍ତାଧାରାକୁ ବଞ୍ଚାଇବାକୁ ପଡ଼ିବ। ଏବଂ ଯେତେବେଳେ ଆପଣ ସେହି ଚିନ୍ତାଧାରାଗୁଡ଼ିକୁ ନେଇ ବଞ୍ôଚବା ଶିଖିଯିବା, ସେତେବେଳେ, ଏକ ଭିନ୍ନ ଆଲୋକ ତୁମକୁ କିପରି ମାର୍ଗଦର୍ଶନ କରିବ, ମୁଁ ନିଜେ ଏହା ଅନୁଭବ କରିଛି । ରାମକୃଷ୍ଣ ମିଶନ, ରାମକୃଷ୍ଣ ମିଶନର ସନ୍ଥ ଓ ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ମୋ ଜୀବନକୁ କିପରି ଦିଗଦର୍ଶନ ଦେଇଛି ତାହା ପୁରୁଣା ସାଧୁମାନେ ଜାଣନ୍ତି । ତେଣୁ ମୋତେ ଯେତେବେଳେ ବି ସୁଯୋଗ ମିଳେ, ମୁଁ ଆପଣଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରେ ଏବଂ ମୁଁ ମୋର ଏହି ମୋ ପରିବାର ମଧ୍ୟରେ ଆସିବାକୁ ଚେଷ୍ଟା କରେ ଏବଂ ମୁଁ ମୋର ଏହି ସାଧୁସନ୍ଥମାନଙ୍କ ଆଶୀର୍ବାଦରେ ମୁଁ ଅନେକ ମିଶନ ସମ୍ବନ୍ଧୀୟ କାର୍ଯ୍ୟରେ ମଧ୍ୟ ସହାୟକ ହୋଇପାରିଛି । ୨୦୦୫ମସିହାରେ ବଦୋଦରାର ଦିଲାରାମ ବଙ୍ଗଳାକୁ ରାମକୃଷ୍ଣ ମିଶନକୁ ହସ୍ତାନ୍ତର କରିବାର ସୌଭାଗ୍ୟ ପାଇଥିଲି। ସ୍ୱାମୀ ବିବେକାନନ୍ଦ ଏଠାରେ କିଛି ସମୟ ବିତାଇଥିଲେ। ଏବଂ ମୁଁ ଭାଗ୍ୟବାନ ଯେ ପୂଜ୍ୟ ସ୍ୱାମୀ ଆତ୍ମାସ୍ଥାନନ୍ଦାଜୀ ନିଜେ ଉପସ୍ଥିତ ଥିଲେ କାରଣ ମୋତେ ତାଙ୍କ ଆଙ୍ଗୁଠି ଧରି ଚାଲିବା ଏବଂ ଶିଖିବାର ସୁଯୋଗ ମିଳିଥିଲା ଏବଂ ମୋର ଆଧ୍ୟାତ୍ମିକ ଯାତ୍ରାରେ ମୋତେ ସମର୍ଥନ ମିଳିଥିଲା । ଏବଂ ଏହା ମୋର ସୌଭାଗ୍ୟ ଥିଲା ଯେ ସେହି ଦସ୍ତାବିଜଗୁଡ଼ିକୁ ସେମାନଙ୍କ ହାତରେ ହସ୍ତାନ୍ତର କରିପାରିଲି । ସେହି ସମୟରେ ମଧ୍ୟ ମୁଁ ସ୍ୱାମୀ ଆତ୍ମାସ୍ଥାନନ୍ଦଜୀଙ୍କଠାରୁ ନିରନ୍ତର ସ୍ନେହ ପାଉଛି, ମୋ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କର ଭଲପାଇବା ଏବଂ ଆଶୀର୍ବାଦ ମୋ ଜୀବନର ଏକ ବଡ ସମ୍ପତ୍ତି ।

ସାଥୀମାନେ

ସମୟ-ସମୟରେ ମିଶନର କାର୍ଯ୍ୟକ୍ରମ ଓ କାର୍ଯ୍ୟକ୍ରମରେ ସାମିଲ ହେବାର ସୌଭାଗ୍ୟ ମୋତେ ମିଳିଛି। ଆଜି ସମଗ୍ର ବିଶ୍ୱରେ ରାମକୃଷ୍ଣ ମିଶନର ୨୮୦ରୁ ଅଧିକ ଶାଖା କେନ୍ଦ୍ର ଥିବା ବେଳେ ଭାରତରେ ରାମକୃଷ୍ଣ ଭାବଧାରା ସହ ଜଡିତ ପ୍ରାୟ ୧୨୦୦ ଆଶ୍ରମ କେନ୍ଦ୍ର ରହିଛି । ଏହି ଆଶ୍ରମ ମାନବ ସେବାର ସଂକଳ୍ପର ମୂଳଦୁଆ ଭାବେ କାର୍ଯ୍ୟ କରୁଛି। ଏବଂ ଗୁଜରାଟ ଦୀର୍ଘ ଦିନ ଧରି ରାମକୃଷ୍ଣ ମିଶନର ସେବାର ସାକ୍ଷୀ ହୋଇ ଆସିଛି । ବୋଧହୁଏ, ଗତ କିଛି ଦଶନ୍ଧି ମଧ୍ୟରେ ଗୁଜୁରାଟରେ ଯେତେ ସଙ୍କଟ ସୃଷ୍ଟି ହୋଇଛି, ଆପଣ ଙ୍କୁ ସବୁବେଳେ ରାମକୃଷ୍ଣ ମିଶନ ଠିଆ ହୋଇ କାମ କରୁଥିବା ଦେଖିବାକୁ ମିଳିବ । ଯଦି ମୁଁ ସବୁ କଥା ମନେ ପକେଇବି, ତେବେ ବହୁତ ସମୟ ବିତିଯିବ । କିନ୍ତୁ ସୁରତରେ ବନ୍ୟା ସମୟ, ମୋରବିରେ ଡ୍ୟାମ୍ ଭୁଶୁଡ଼ିବା ପରେ ଘଟିଥିବା ଘଟଣା କିମ୍ବା ଭୁଜରେ ଭୂମିକମ୍ପର ପରଦିନ, ଦୁର୍ଭିକ୍ଷ ସମୟ, ଅତ୍ୟଧିକ ବର୍ଷାର ସମୟ ଆପଣଙ୍କୁ ମନେ ଅଛି କି? ଗୁଜୁରାଟରେ ଯେତେବେଳେ ବି ବିପର୍ଯ୍ୟୟ ଘଟିଛି, ରାମକୃଷ୍ଣ ମିଶନ ସହ ଜଡ଼ିତ ଲୋକମାନେ ଆଗେଇ ଆସି ପୀଡ଼ିତଙ୍କ ସହ ହାତ ମିଳାଇଛନ୍ତି। ଭୂମିକମ୍ପରେ ନଷ୍ଟ ହୋଇଥିବା ୮୦ରୁ ଅଧିକ ସ୍କୁଲର ପୁନଃନିର୍ମାଣରେ ରାମକୃଷ୍ଣ ମିଶନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଗୁଜରାଟବାସୀ ଆଜି ବି ସେହି ସେବାକୁ ମନେ ପକାଉଛନ୍ତି ଏବଂ ଏଥିରୁ ପ୍ରେରଣା ମଧ୍ୟ ନେଉଛନ୍ତି ।ନଇଥାନ୍ତି ।

ସାଥୀମାନେ

ସ୍ୱାମୀ ବିବେକାନନ୍ଦଜୀଙ୍କ ଗୁଜରାଟ ସହିତ ଏକ ଭିନ୍ନ ଅନ୍ତରଙ୍ଗ ସମ୍ପର୍କ ରହିଛି, ଗୁଜରାଟ ତାଙ୍କ ଜୀବନ ଯାତ୍ରାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି । ସ୍ୱାମୀ ବିବେକାନନ୍ଦ ଜୀ ଗୁଜରାଟର ଅନେକ ସ୍ଥାନ ବୁଲି ଦେଖିଥିଲେ । ଗୁଜରାଟରେ ହିଁ ସ୍ୱାମୀଜୀ ପ୍ରଥମେ ଚିକାଗୋ ବିଶ୍ୱ ଧର୍ମ ସମାବେଶ ବିଷୟରେ ଜାଣିବାକୁ ପାଇଥିଲେ । ଏଠାରେ ସେ ଅନେକ ଶାସ୍ତ୍ରର ଗଭୀର ଅଧ୍ୟୟନ କରି ବେଦାନ୍ତର ପ୍ରଚାର ପ୍ରସାର କରିବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ୧୮୯୧ ମସିହାରେ ସ୍ୱାମୀଜୀ ପୋରବନ୍ଦରର ଭୋଜେଶ୍ୱର ଭବନରେ ଅନେକ ମାସ ରହିଥିଲେ । ଏକ ସ୍ମାରକୀ ମନ୍ଦିର ନିର୍ମାଣ ପାଇଁ ଗୁଜୁରାଟ ସରକାର ମଧ୍ୟ ଏହି କୋଠାକୁ ରାମକୃଷ୍ଣ ମିଶନକୁ ହସ୍ତାନ୍ତର କରିଥିଲେ । ଆପଣଙ୍କୁ ମନେ ଥିବ ଯେ ଗୁଜରାଟ ସରକାର ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିଲେ। ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରରେ ସମାପନ ଉତ୍ସବ ବେଶ୍ ଉତ୍ସାହର ସହ ପାଳିତ ହୋଇଥିଲା। ଏଥିରେ େଦେଶ ଓ ବିଦେଶରୁ ହଜାର ହଜାର ପ୍ରତିଯୋଗୀ ଯୋଗ ଦେଇଥିଲେ। ମୁଁ ସନ୍ତୁଷ୍ଟ ଯେ ଗୁଜରାଟ ସରକାର ବର୍ତ୍ତମାନ ଗୁଜରାଟ ସହିତ ସ୍ୱାମୀଜୀଙ୍କ ସମ୍ପର୍କକୁ ସ୍ମରଣ କରି ସ୍ୱାମୀ ବିବେକାନନ୍ଦ ପର୍ଯ୍ୟଟନ ସର୍କିଟ୍ ନିର୍ମାଣ ପାଇଁ ରୂପରେଖ ପ୍ରସ୍ତୁତ କରୁଛନ୍ତି ।

 

ଭାଇ ଓ ଭଉଣୀମାନେ,

ସ୍ୱାମୀ ବିବେକାନନ୍ଦ ଆଧୁନିକ ବିଜ୍ଞାନର ଜଣେ ବହୁତ ବଡ ସମର୍ଥକ ଥିଲେ । ସ୍ୱାମୀଜୀ କହୁଥିଲେ ଯେ-ବିଜ୍ଞାନର ମହତ୍ତ୍ୱ କେବଳ ଜିନିଷ ବା ଘଟଣାର ବର୍ଣ୍ଣନା ପର୍ଯ୍ୟନ୍ତ ନୁହେଁ, ବରଂ ବିଜ୍ଞାନର ମହତ୍ତ୍ୱ ଆମକୁ ଅଗ୍ରଗତି କରିବାରେ ପ୍ରେରଣା ଦେଇଥାଏ । ଆଜି ଆଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତର ବଢୁଥିବା ବିପଦ, ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାବେ ଭାରତର ନୂତନ ପରିଚୟ, ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ପଦକ୍ଷେପ, ଭିତ୍ତିଭୂମି କ୍ଷେତ୍ରରେ ଆଧୁନିକ ନିର୍ମାଣ କ୍ଷେତ୍ରରେ, ଭାରତ ଦ୍ୱାରା ଦିଆଯାଉଥିବା ବୈଶ୍ୱିକ ଆହ୍ୱାନର ସମାଧାନ, ଆଜିର ଭାରତ, ଏହାର ଜ୍ଞାନ ପରମ୍ପରା ଆଧାରରେ, ଏହାର ଶତାବ୍ଦୀ ପୁରୁଣା ଶିକ୍ଷା ଆଧାରରେ ଆଜି ଆମ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି । ସ୍ୱାମୀ ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ଯୁବଶକ୍ତି ହେଉଛି ରାଷ୍ଟ୍ରର ମେରୁଦଣ୍ଡ । ଦେଶ ଉଦ୍ଦେଶ୍ୟରେ ସ୍ୱାମୀଜୀଙ୍କ ଆହ୍ୱାନ ସ୍ମରଣ କରାଇ ଦେଇଥିଲା ଯେ ସ୍ୱାମୀଜୀ କହିଥିଲେ, "ମୋତେ ଆତ୍ମବିଶ୍ୱାସ ଏବଂ ଶକ୍ତିରେ ପରିପୂର୍ଣ୍ଣ ୧୦୦ ଜଣ ଯୁବକଙ୍କୁ ଦିଅ, ମୁଁ ଭାରତକୁ ପରିବର୍ତ୍ତନ କରିବି"। ଏବେ ଆମ ପାଇଁ ସେହି ସଂକଳ୍ପ ନେବାର ସମୟ ଆସିଛି। ଆଜି ଆମେ ଅମୃତ କାଳର ଏକ ନୂଆ ଯାତ୍ରା ଆରମ୍ଭ କରିଛୁ । ବିକଶିତ ଭାରତ ଗଠନ ପାଇଁ ଆମେ ଅତୁଟ ସଂକଳ୍ପ ନେଇଛୁ। ଆମକୁ ଏହାକୁ ସମ୍ପୂର୍ଣ୍ଣ କରିବାକୁ ହେବ ଏବଂ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହାକୁ ଶେଷ କରିବାକୁ ପଡିବ । ଆଜି ଭାରତ ହେଉଛି ବିଶ୍ୱର ସବୁଠାରୁ ଯୁବ ରାଷ୍ଟ୍ର । ଆଜି ଭାରତର ଯୁବପିଢ଼ି ବିଶ୍ୱରେ ନିଜର ସାମର୍ଥ୍ୟ ଓ ସାମର୍ଥ୍ୟର ପ୍ରମାଣ ଦେଇଛନ୍ତି ।

ଭାରତର ଯୁବଶକ୍ତି ହିଁ ଆଜି ବିଶ୍ୱର ବଡ ବଡ କମ୍ପାନୀର ନେତୃତ୍ୱ ନେଉଛି । ଭାରତର ଯୁବ ଶକ୍ତି ହିଁ ଭାରତର ବିକାଶର ଦାୟିତ୍ୱ ନେଇଛି । ଆଜି ଦେଶ ପାଖରେ ସମୟ, ସୌଭାଗ୍ୟ, ସ୍ୱପ୍ନ ଓ ସଂକଳ୍ପ ରହିଛି ଏବଂ ଅତୁଳନୀୟ ପ୍ରୟାସ ମାଧ୍ୟମରେ ପ୍ରାପ୍ତିର ଯାତ୍ରା ମଧ୍ୟ ରହିଛି । ତେଣୁ ଦେଶ ନିର୍ମାଣର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ପାଇଁ ଯୁବଗୋଷ୍ଠୀଙ୍କୁ ପ୍ରସ୍ତୁତ କରିବା ର ଆବଶ୍ୟକତା ରହିଛି। ଆଜି ଟେକ୍ନୋଲୋଜି ଓ ଅନ୍ୟାନ୍ୟ କ୍ଷେତ୍ର ଭଳି ଆମ ଯୁବପିଢ଼ି ମଧ୍ୟ ରାଜନୀତିରେ ଦେଶର ନେତୃତ୍ୱ ନେବା ଜରୁରୀ। ବର୍ତ୍ତମାନ ଆମେ ରାଜନୀତିକୁ କେବଳ ପରିବାର ସଦସ୍ୟଙ୍କ ଉପରେ ଛାଡି ପାରିବୁ ନାହିଁ, ଯେଉଁମାନେ ଏହାକୁ ଆମର ପାରିବାରିକ ରାଜ ବୋଲି ଭାବୁଛନ୍ତି ସେମାନଙ୍କୁ ଆମେ ରାଜନୀତି ହସ୍ତାନ୍ତର କରିପାରିବୁ ନାହିଁ, ତେଣୁ ଆମେ ୨୦୨୫ରେ ନୂଆ ବର୍ଷରେ ଏକ ନୂତନ ଆରମ୍ଭ କରିବାକୁ ଯାଉଛୁ । ୧୨ ଜାନୁଆରୀ ୨୦୨୫ରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀରେ ଯୁବ ନେତା ସଂଳାପ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିରେ ଦେଶରୁ ଚୟନ ହୋଇଥିବା ୨ହଜାର ଯୁବକଙ୍କୁ ନିମନ୍ତ୍ରଣ କରାଯିବ, ଦେଶର ଅନ୍ୟ କୋଟି କୋଟି ଯୁବକ ଏଥିରେ ଟେକ୍ନୋଲୋଜି ସହ ଯୋଡ଼ି ହେବେ। ଯୁବଗୋଷ୍ଠୀଙ୍କ ଦୃଷ୍ଟିକୋଣରୁ ବିକଶିତ ଭାରତର ସଂକଳ୍ପ ଉପରେ ଆଲୋଚନା ହେବ। ଯୁବପିଢ଼ିଙ୍କୁ ରାଜନୀତି ସହ ଯୋଡ଼ିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଆଗାମୀ ଦିନରେ ଆମେ ଏକ ଲକ୍ଷ ପ୍ରତିଭାବାନ ଏବଂ ଶକ୍ତିଶାଳୀ ଯୁବକଙ୍କୁ ରାଜନୀତିକୁ ଆଣିବୁ ବୋଲି ଆମର ସଂକଳ୍ପ ରହିଛି । ଆଉ ଏହି ଯୁବକମାନେ ଏକବିଂଶ ଶତାବ୍ଦୀର ଭାରତ ରାଜନୀତିର ନୂଆ ଚେହେରା ହେବେ, ସେମାନେ ଦେଶର ଭବିଷ୍ୟତ ହେବେ ।

 ସାଥୀମାନେ

ଆଜିର ଏହି ପବିତ୍ର ଅବସରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଧାରଣାକୁ ମନେ ପକାଇବା ମଧ୍ୟ ଜରୁରୀ ଯାହା ପୃଥିବୀରେ ଉନ୍ନତି ଆଣିବ । ଆଧ୍ୟାତ୍ମିକତା ଓ ନିରନ୍ତର ବିକାଶ । ଏହି ଦୁଇଟି ଧାରଣାକୁ ସମନ୍ୱିତ କରି ଆମେ ଏକ ଉନ୍ନତ ଭବିଷ୍ୟତ ନିର୍ମାଣ କରିପାରିବା । ସ୍ୱାମୀ ବିବେକାନନ୍ଦ ଆଧ୍ୟାତ୍ମିକତାର ବ୍ୟବହାରିକ ଦିଗ ଉପରେ ଗୁରୁତ୍ୱ ।ରୋପ କରିଥିଲେ । ସେ ଏକ ଆଧ୍ୟାତ୍ମିକତା ଚାହୁଁଥିଲେ ଯାହା ସମାଜର ଆବଶ୍ୟକତାକୁ ପୂରଣ କରିପାରିବ । ଚିନ୍ତାଧାରାର ଶୁଦ୍ଧିକରଣ ସହ ନିଜ ଆଖପାଖରେ ସ୍ୱଚ୍ଛତା ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅର୍ଥନୈତିକ ବିକାଶ, ସାମାଜିକ କଲ୍ୟାଣ ଏବଂ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି ନିରନ୍ତର ବିକାଶର ଲକ୍ଷ୍ୟ ହାସଲ କରାଯାଇପାରିବ । ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଆମକୁ ଏହି ଲକ୍ଷ୍ୟରେ ପହଞ୍ଚିବାରେ ମାର୍ଗଦର୍ଶନ କରିବ । ଆମେ ଜାଣୁ ଯେ ଉଭୟ ଆଧ୍ୟାତ୍ମିକତା ଏବଂ ସ୍ଥାୟୀତାରେ ସନ୍ତୁଳନ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ମନ ଭିତରେ ସନ୍ତୁଳନ ସୃଷ୍ଟି କରେ, ଅନ୍ୟଟି ଆମକୁ ପ୍ରକୃତି ସହ ସନ୍ତୁଳନ ରକ୍ଷା କରିବାକୁ ଶିଖାଏ । ତେଣୁ ରାମକୃଷ୍ଣ ମିଶନ ଭଳି ଅନୁଷ୍ଠାନ ଆମ ଅଭିଯାନକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ମୋର ବିଶ୍ୱାସ । ମିଶନ ଲାଇଫ୍ ହେଉ, ଏକ ପେଡ ମା କେ ନାମ ଭଳି ଅଭିଯାନ ହେଉ, ରାମକୃଷ୍ଣ ମିଶନ ମାଧ୍ୟମରେ ଏହାକୁ ଆହୁରି ବିସ୍ତାର କରାଯାଇପାରିବ ।

ସାଥୀମାନେ

ସ୍ୱାମୀ ବିବେକାନନ୍ଦ ଭାରତକୁ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ଦେଶ ଭାବରେ ଦେଖିବାକୁ ଚାହୁଁଥିଲେ । ତାଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶ ଏବେ ଆଗେଇ ଚାଲିଛି। ପ୍ରତ୍ୟେକ ଦେଶବାସୀଙ୍କୁ ଗୁରୁଦେବ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଜୀଙ୍କ ଚିନ୍ତାଧାରାକୁ ଗ୍ରହଣ କରିବାକୁ ପଡିବ, ଯାହାଦ୍ୱାରା ଏହି ସ୍ୱପ୍ନ ଯଥାଶୀଘ୍ର ପୂରଣ ହେବ, ଏକ ଶକ୍ତିଶାଳୀ ଏବଂ ଦକ୍ଷ ଭାରତ ପୁଣି ଥରେ ମାନବିକତାକୁ ଦିଗଦର୍ଶନ ଦେବା ଉଚିତ । ସାଧୁସନ୍ଥଙ୍କ ଏଭଳି କାର୍ଯ୍ୟକ୍ରମ ଓ ପ୍ରୟାସ ଏଥିପାଇଁ ଏକ ବଡ଼ ମାଧ୍ୟମ। ଆଜିର କାର୍ଯ୍ୟକ୍ରମ ପାଇଁ ମୁଁ ପୁଣି ଥରେ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ସ୍ୱାମୀ ବିବେକାନନ୍ଦଙ୍କ ସ୍ୱପ୍ନକୁ ସାକାର କରିବାରେ ଆଜିର ଏହି ନୂତନ ଆରମ୍ଭ ଓ ନୂଆ ଶକ୍ତି ସୃଷ୍ଟି ହେବ । ଏହି ବିଶ୍ୱାସ ସହିତ ମୁଁ ସମସ୍ତ ଶ୍ରଦ୍ଧାଳୁ ସନ୍ଥଙ୍କୁ ଶ୍ରଦ୍ଧାର ସହ ପ୍ରଣାମ କରୁଛି ଏବଂ ଆପଣମାନଙ୍କୁ ବହୁତ ଧନ୍ୟବାଦ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tricolour to be hoisted for first time since 1947 in 92 Bastar villages on Independence Day

Media Coverage

Tricolour to be hoisted for first time since 1947 in 92 Bastar villages on Independence Day
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."