ସ୍ବାଧୀନତାର 75ତମ ବର୍ଷପୂର୍ତ୍ତି ପର୍ବ ତଥା ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରିବା ସହିତ ଭବିଷ୍ୟତର ଭାରତ ନିର୍ମାଣ ପାଇଁ ସ୍ପଷ୍ଟ ଦୂରଦୃଷ୍ଟି ଓ ରୋଡମ୍ୟାପ ପ୍ରସ୍ତୁତ କରିବାର ସୁଯୋଗ ଆସିଛି : ପ୍ରଧାନମନ୍ତ୍ରୀ
ଭୌତିକ, ପ୍ରଯୁକ୍ତିଭିତ୍ତିକ ଏବଂ ଆର୍ଥିକ ଯୋଗାଯୋଗ କାରଣରୁ ବିଶ୍ବର ପରିସୀମା ସଙ୍କୁଚିତ ହେଉଛି, ଆମର ରପ୍ତାନି ବୃଦ୍ଧି ନିମନ୍ତେ ସାରା ବିଶ୍ବରେ ନୂତନ ସୁଯୋଗ ସୃଷ୍ଟି ହେଉଛି : ପ୍ରଧାନମନ୍ତ୍ରୀ
ଆମ ଅର୍ଥବ୍ୟବସ୍ଥା ଓ ସମ୍ଭାବନା, ଆମ ଉତ୍ପାଦନ ଓ ସେବା ଉଦ୍ୟୋଗର ଆଧାରକୁ ବିଚାର କଲେ, ରପ୍ତାନି ବୃଦ୍ଧି ନିମନ୍ତେ ଅପାର ସମ୍ଭାବନା ରହିଛି : ପ୍ରଧାନମନ୍ତ୍ରୀ
ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା କେବଳ ଆମ ଉତ୍ପାଦନର ଆକାର ବୃଦ୍ଧିରେ ସହାୟକ ହେବ ନାହିଁ ବରଂ ବିଶ୍ବସ୍ତରୀୟ ଗୁଣବତ୍ତା ଓ ଦକ୍ଷତାର ସ୍ତରରେ ବୃଦ୍ଧି ଘଟାଇବ : ପ୍ରଧାନମନ୍ତ୍ରୀ
ଅତୀତର ଜଟିଳ ଟିକସ ବ୍ୟବସ୍ଥା ଉଚ୍ଛେଦ ପାଇଁ ଭାରତ ନେଇଥିବା ନିଷ୍ପତ୍ତି କେବଳ ଆମର ପ୍ରତିବଦ୍ଧତାକୁ ବ୍ୟକ୍ତ କରୁନାହିଁ, ଆମ ନୀତିରେ ସ୍ଥିରତାକୁ ଦର୍ଶାଉଛି ଏବଂ ସମସ୍ତ ନିବେଶକମାନଙ୍କୁ ଏହି ବାର୍ତ୍ତା ଦେଉଛି ଯେ ଭାରତ ନୂତନ
ସମ୍ଭାବନା ପାଇଁ କେବଳ ମାର୍ଗ ପ୍ରଶସ୍ତ କରୁନାହିଁ ବରଂ ଭାରତର ନିର୍ଣ୍ଣାୟକ ସରକାରଙ୍କ ନିକଟରେ ନିଜ ପ୍ରତିଶ୍ରୁତି ପୂରଣ କରିବାର ଇଚ୍ଛାଶକ୍ତି ରହିଛି : ପ୍ରଧାନମନ୍ତ୍ରୀ
ନିୟାମକ ବୋଝକୁ ହ୍ରାସ କରିବା ଲାଗି କେନ୍ଦ୍ର
ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା କେବଳ ଆମ ଉତ୍ପାଦନର ଆକାର ବୃଦ୍ଧିରେ ସହାୟକ ହେବ ନାହିଁ ବରଂ ବିଶ୍ବସ୍ତରୀୟ ଗୁଣବତ୍ତା ଓ ଦକ୍ଷତାର ସ୍ତରରେ ବୃଦ୍ଧି ଘଟାଇବ : ପ୍ରଧାନମନ୍ତ୍ରୀ

ନମସ୍କାର,

କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ସମସ୍ତ ସହଯୋଗୀଗଣ । ସାରା ବିଶ୍ୱରେ ସେବା ପ୍ରଦାନ କରୁଥିବା ରାଷ୍ଟ୍ରଦୂତ, ଉଚ୍ଚାୟୁକ୍ତ, କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ସମସ୍ତ ଅଧିକାରୀଗଣ । ଭିନ୍ନ ଭିନ୍ନ ଏକ୍ସପୋର୍ଟ କାଉନସିଲ ଏବଂ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସମସ୍ତ ନେତାଗଣ । ମହୋଦୟ ଓ ମହୋଦୟା! ଏହି ସମୟ ସ୍ୱାଧୀନତାର ଅମୃତ ମହୋତ୍ସବର ଅଟେ । ଏହି ସମୟ ସ୍ୱାଧୀନତାର ୭୫ ବର୍ଷରେ ନିଜର ସ୍ୱାଧୀନତାକୁ ପାଳନ କରିବାର, ଭବିଷ୍ୟତର ଭାରତ ପାଇଁ ଏକ ସ୍ପଷ୍ଟ ଲକ୍ଷ୍ୟ ଏବଂ ରୋଡମ୍ୟାପ ନିର୍ମାଣର ସୁଯୋଗ ମଧ୍ୟ ଅଟେ । ଏଥିରେ ଆମର ରପ୍ତାନୀର ଲକ୍ଷ୍ୟ ଏବଂ ସେଥିରେ ଆପଣ ସମସ୍ତ ବନ୍ଧୁମାନଙ୍କର ସମ୍ପୃକ୍ତି ଏବଂ ପଦକ୍ଷେପ, ଆପଣମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଜି ଯାହା ବିଶ୍ୱସ୍ତରରେ ହୋଇଚାଲିଛି, ମୁଁ ବୁଝିପାରୁଛି ଯେ ଆମେ ସମସ୍ତେ ଏବଂ ଏଠି ମୋ ସମ୍ମୁଖରେ ଯେଉଁ ସମସ୍ତ ଲୋକମାନେ ଅଛନ୍ତି ସେମାନେ ଏହିସବୁ ବିଷୟ ସହିତ ଅଧିକ ପରିଚିତ । ଆଜି ବାସ୍ତବିକ, ବୈଷୟିକ ଏବଂ ଆର୍ଥିକ ସଂଯୋଗ କାରଣରୁ ବିଶ୍ୱ ପ୍ରତ୍ୟହ ଆହୁରି କ୍ଷୁଦ୍ର ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଆମର ରପ୍ତାନୀର ବିସ୍ତାର ନିମନ୍ତେ ସମଗ୍ର ବିଶ୍ୱରେ ନୂଆ ନୂଆ ସୁଯୋଗ ସୃଷ୍ଟି ହେବାରେ ଲାଗିଛି । ଏବଂ ମୁଁ ବୁଝିପାରୁଛି ଯେ ଆପଣମାନେ ସମସ୍ତେ ଏହା ଉପରେ ଅଧିକ ଅଭିଜ୍ଞ ଏବଂ ଏହାକୁ ଭଲ ଭାବରେ ପରଖିଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଆଜିର ଏହି ପଦକ୍ଷେପ ପାଇଁ ଏବଂ ଏହିଭଳି ଉଭୟ ପକ୍ଷର ବିଷୟ ଉପସ୍ଥାପନ କରିବା ପାଇଁ ମତେ ଯେଉଁ ସୁଯୋଗ ମିଳିଛି, ମୁଁ ସେଥିପାଇଁ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତେ ରପ୍ତାନୀକୁ ନେଇ ଆମର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଗୁଡିକୁ ହାସଲ କରିବା ନିମନ୍ତେ ଯେଉଁ ଉତ୍ସୁକତା, ଆଶାବାଦ ଏବଂ ପ୍ରତିଶୃତିବଦ୍ଧତା ପ୍ରଦର୍ଶନ କରିଛନ୍ତି, ତାହା ମଧ୍ୟ ପ୍ରଶଂସନୀୟ ଅଟେ ।

ବନ୍ଧୁଗଣ,

ଯେତେବେଳେ ବିଶ୍ୱ ଅର୍ଥନୀତିରେ ଆମର ଭାଗିଦାରୀ ସବୁଠାରୁ ଅଧିକ ଥିଲା ଏବଂ ସେହି ସମୟ ଥିଲା ଆମ ଦେଶର, ତାର ଏକ ବଡ କାରଣ ଥିଲା ଭାରତର ଶକ୍ତିଶାଳୀ ବାଣିଜ୍ୟ ଏବଂ ରପ୍ତାନୀ । ଆମର ବିଶ୍ୱର ପ୍ରାୟ ସବୁ ଭାଗ ସହିତ ବାଣିଜ୍ୟିକ ସଂଯୋଗ ରହିଥିଲା ଏବଂ ବାଣିଜ୍ୟିକ ମାର୍ଗ ମଧ୍ୟ ଥିଲା । ଆଜି ଯେତେବେଳେ ଆମେ ବିଶ୍ୱ ଅର୍ଥନୀତିରେ ନିଜର ସେହି ପୁରୁଣା ସମ୍ପର୍କକୁ ଫେରି ପାଇବା ପାଇଁ ପ୍ରୟାସ କରୁଛୁ ସେତେବେଳେ ମଧ୍ୟ ଆମର ରପ୍ତାନୀର ଭୂମିକା ଖୁବ୍ ମହତ୍ୱପୂର୍ଣ୍ଣ ଅଟେ । କୋଭିଡ ପରବର୍ତୀ ବିଶ୍ୱରେ ଯେତେବେଳେ ବୈଶ୍ୱିକ ଯୋଗାଣ ଶୃଙ୍ଖଳକୁ ନେଇ ଆଜି ଏକ ବ୍ୟାପକ ଆଲୋଚନା ଚାଲିଛି, ସେତେବେଳେ ଆମକୁ ନୂଆ ସୁଯୋଗଗୁଡିକର ସୁଫଳ ହାସଲ କରିବା ପାଇଁ ସମସ୍ତ ଶକ୍ତିର ବିନିଯୋଗ କରିବାକୁ ପଡିବ । ଆପଣମାନେ ସମସ୍ତେ ଜାଣନ୍ତି ଯେ ଏବେ ଆମର ରପ୍ତାନୀ, ଜିଡିପିର ପ୍ରାୟ ୨୦ ଶତାଂଶ ଅଟେ । ଆମର ଅର୍ଥ ବ୍ୟବସ୍ଥାକୁ ଆକାର, ଆମର ସାମର୍ଥ୍ୟ, ଆମର ନିର୍ମାଣ ଏବଂ ସେବା ଉଦ୍ୟୋଗର ଆଧାରକୁ ଦେଖିଲେ ଏଥିରେ ଅଭିବୃଦ୍ଧିର ସମ୍ଭାବନା ରହିଥିବାର ଜଣାପଡେ । ଏଭଳି ପରିସ୍ଥିତିରେ ଆଜି ଯେତେବେଳେ ଦେଶ ଆତ୍ମନିର୍ଭର ଭାରତ ଅଭିଯାନରେ ଆଗେଇ ଚାଲିଛି, ତାହାହେଲେ ରପ୍ତାନୀରେ, ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତର ଭାଗିଦାରୀକୁ ବହୁଗୁଣିତ କରିବା ମଧ୍ୟ ଏହାର ଲକ୍ଷ୍ୟ । ଏବଂ ଏଥିପାଇଁ ଆଜି ଆମକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ ଆନ୍ତର୍ଜାତୀୟ ଚାହିଦା ଅନୁସାରେ ଆମକୁ ସୁବିଧା ମିଳୁ ଯାହାଫଳରେ ଆମର ବ୍ୟବସାୟ ନିଜର ଉନ୍ନତି ଓ ଅଭିବୃଦ୍ଧି ଘଟାଇ ପାରିବ । ଆମର ଶିଳ୍ପକୁ ମଧ୍ୟ ସର୍ବୋତମ ଟେକ୍ନୋଲୋଜି ଆଡକୁ ଯିବାକୁ ପଡିବ, ନବସୃଜନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ମଧ୍ୟ ଭାଗିଦାରୀ ବୃଦ୍ଧି କରିବାକୁ ହିଁ ପଡିବ । ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଆମର ଭାଗିଦାରୀ ଏହି ମାର୍ଗରେ ଅଗ୍ରସର ହୋଇ ହିଁ ବୃଦ୍ଧି ପାଇବ । ପ୍ରତିଯୋଗୀତା ଓ ଉତ୍କର୍ଷକୁ ପ୍ରୋତ୍ସାହିତ କରି ଆମକୁ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱ ଚାମ୍ପିଅନ୍ ପ୍ରସ୍ତୁତ କରିବାକୁ ହିଁ ପଡିବ ।

ବନ୍ଧୁଗଣ,

ରପ୍ତାନି ବୃଦ୍ଧି ପାଇଁ ଚାରିଟି ବିଷୟ ବେଶ ମହତ୍ୱପୂର୍ଣ୍ଣ ଅଟେ । ପ୍ରଥମ – ଦେଶରେ ନିର୍ମାଣ ବହୁଗୁଣା ବୃଦ୍ଧି ଘଟୁ । ଏବଂ ଗୁଣାତ୍ମକ ଭାବେ ପ୍ରତିଯୋଗୀତାମୂଳକ ହେବା ଆବଶ୍ୟକ । ଏବଂ ଯେଉଁଭଳି ବନ୍ଧୁମାନେ କହିଲେ ଯେ ଆଜି ବିଶ୍ୱରେ ଏଭଳି ଏକ ବର୍ଗ ସୃଷ୍ଟି ହୋଇଛି ଯେ, ଯେଉଁମାନେ ମୂଲ୍ୟ ଅପକ୍ଷୋ ମାନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏବଂ ଆମକୁ ଏହି ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ । ଦ୍ୱିତୀୟ – ପରିବହନର ଆନୁଷଙ୍ଗିକ ଆବଶ୍ୟକତା ସମସ୍ୟା ଦୂର ହେଉ । ଏଥିରେ ରାଜ୍ୟ ସରକାରମାନଙ୍କର ମଧ୍ୟ, କେନ୍ଦ୍ର ସରକାରଙ୍କର ମଧ୍ୟ ଏବଂ ଅନ୍ୟ ଯେଉଁ ଘରୋଇ ସଂସ୍ଥା ଏଥିରେ ଜଡିତ ଅଛନ୍ତି, ଏହି ସମସ୍ତଙ୍କୁ ନିଜ ନିଜର ଭୂମିକା ନିର୍ବାହନ କରିବାକୁ ପଡିବ । ତୃତୀୟ – ରପ୍ତାନୀ ସହିତ ସରକାରମାନଙ୍କୁ କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ ପଡିବ । କୌଣସି ରାଜ୍ୟ ସରକାର ଯଦି ଏଥିସହିତ ସାମିଲ ନାହାନ୍ତି, ରାଜ୍ୟରେ ଯେଉଁଭଳି ରପ୍ତାନୀ ପରିଷଦ ରହିଛି, ସେସବୁ ଯଦି ସଂଶ୍ଳିଷ୍ଟ ନାହାନ୍ତି ଏବଂ କେହି ଜଣେ ବ୍ୟବସାୟୀ ନିଜ ଶୈଳୀରେ ଏକାନ୍ତ ଭାବେ ରପ୍ତାନୀ କରି ଚାଲିଥାଏ, ତାହାହେଲେ ଆମକୁ ଯେଉଁ ପରିଣାମ ମିଳିବା କଥା ତାହା ମିଳିବ ନାହିଁ । ଆମ ସମସ୍ତଙ୍କୁ ଏକଜୁଟ ହୋଇ ପ୍ରୟାସ କରିବାକୁ ହିଁ ହେବ । ଏବଂ ଚତୁର୍ଥ ଉପାଦାନ, ଯାହା ଆଜିର ଏହି ଆୟୋଜନ ସହିତ ଯୋଡି ହୋଇଛି ତାହା ହେଉଛି – ଭାରତୀୟ ଉତ୍ପାଦଗୁଡିକ ପାଇଁ ଆନ୍ତର୍ଜାତୀୟ ବଜାର । ଏହି ଚାରିଟିଯାକ ଉପାଦାନ ଏକତ୍ରିତ ହେଲେ ହିଁ ଭାରତର ସ୍ଥାନୀୟ ଉତ୍ପାଦ ବିଶ୍ୱସ୍ତରୀୟ ହୋଇପାରିବ, ତାହାହେଲେ ଯାଇଁ ବିଶ୍ୱ ପାଇଁ ମେକ୍ ଇନ୍ ଇଣ୍ଡିଆ ଲକ୍ଷ୍ୟକୁ ଆମେ ଅଧିକ ଉତମ ଭାବେ ହାସଲ କରିପାରିବା ।

ବନ୍ଧୁଗଣ,

ଆଜି ଦେଶରେ ଯେଉଁ ସରକାର ଅଛନ୍ତି, ରାଜ୍ୟଗୁଡିକରେ ଯେଉଁ ସରକାର ଅଛନ୍ତି, ସେମାନେ ବ୍ୟବସାୟ ଜଗତର ଆବଶ୍ୟକତାଗୁଡିକୁ ହୃଦୟଙ୍ଗମ କରି ଆଗକୁ ବଢିବାର ପ୍ରୟାସ କରି ଚାଲିଛନ୍ତି । ଆତ୍ମନିର୍ଭର ଭାରତ, ଏହି ଅଭିଯାନ ଅଧିନରେ ଅନୁପାଳନକୁ ଅନେକ ମାତ୍ରାରେ କୋହଳ କରାଯାଇଛି । ଏହାଦ୍ୱାରା ଆର୍ଥିକ କାର୍ଯ୍ୟକଳାପର ସୁଚାରୂ ରୂପରେ ପରିଚାଳନା ସହଜ ହୋଇଛି । ୩ ଲକ୍ଷ କୋଟି ଟଙ୍କାର ଜରୁରୀ ଋଣ ସହାୟତା ଗ୍ୟାରେଂଟି ଯୋଜନା ଦ୍ୱାରା ଏମଏସଏମଇ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରଗୁଡିକୁ ଆଶ୍ୱସ୍ତି ମିଳିଛି । ପୁନରୁଦ୍ଧାର ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ନିକଟରେ ଆଉ ଦେଢ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ବନ୍ଧୁଗଣ,

ଉତ୍ପାଦନଭିତିକ ପ୍ରୋତ୍ସାହନ ଯୋଜନା ଦ୍ୱାରା କେବଳ ଆମର ନିର୍ମାଣର ଆକାର ନୁହେଁ, ବରଂ ବିଶ୍ୱସ୍ତରୀୟ ଗୁଣବତା ଏବଂ ପାରଦର୍ଶୀତା ସ୍ତର ବୃଦ୍ଧି କରାଇବାରେ ଅନେକ ସହାୟତା ମିଳିପାରିବ । ଏହାଦ୍ୱାରା ଆତ୍ମନିର୍ଭର ଭାରତର ମେଡ ଇନ୍ ଇଣ୍ଡିଆର ନୂଆ ବାତାବରଣ ବିକଶିତ କରାଇବାରେ ଅନେକ ସୁବିଧା ହେବ । ଏବଂ ଏହା ଆହୁରି ବିକଶିତ ହୋଇପାରିବ । ଦେଶର ନିର୍ମାଣ ଏବଂ ରପ୍ତାନୀକୁ ନୂତନ ବିଶ୍ୱସ୍ତରୀୟ ଚାମ୍ପିଅନ ମିଳିଯିବେ । ମୋବାଇଲ୍ ଫୋନ୍ କ୍ଷେତ୍ରରେ ତ ଆମେ ଏହାର ପ୍ରଭାବ ଅନୁଭବ ମଧ୍ୟ କରୁଛୁ । ୭ ବର୍ଷ ପୂର୍ବେ ଆମେ ପ୍ରାୟ ୮ ବିଲିଅନ୍ ଡଲାରର ମୋବାଇଲ୍ ଫୋନ୍ ଆମଦାନୀ କରୁଥିଲୁ ଏବଂ ବିଦେଶରୁ ମଗାଉଥିଲୁ । ଏବେ ଏହା ହ୍ରାସ ପାଇ ୨ ବିଲିଅନ୍ ଡଲାରକୁ ହ୍ରାସ ପାଇଛି । ୮ ବିଲିଅନରୁ ୨ ବିଲିଅନକୁ ଆସିଯାଇଛି । ୭ ବର୍ଷ ପୂର୍ବେ ଭାରତ କେବଳ ୦ .୩ ବିଲିଅନ୍ ଡଲାରର ମୋବାଇଲ ଫୋନ୍ ରପ୍ତାନୀ କରୁଥିଲା । ଏବେ ଏହା ବୃଦ୍ଧି ପାଇ ୩ ବିଲିଅନ୍ ଡଲାରରୁ ବି ଅଧିକ ହୋଇଯାଇଛି ।

ବନ୍ଧୁଗଣ,

ନିର୍ମାଣ ଏବଂ ରପ୍ତାନୀ ସହ ସଂଶ୍ଳିଷ୍ଟ ଆହୁରି ଏକ ସମସ୍ୟାର ସମାଧାନ ପ୍ରତି ସରକାରଙ୍କ ଧ୍ୟାନ ରହିଛି । ଦେଶରେ ଲଜିଷ୍ଟିକ୍ସର ସମୟ ଓ ମୂଲ୍ୟ ହ୍ରାସ କରିବା । ଏହା କେନ୍ଦ୍ର ଓ ରାଜ୍ୟ ଉଭୟ ସରକାରଙ୍କ ପ୍ରାଥମିକତା ଭାବେ ରହି ଆସିଛି ଏବଂ ରହିବା ମଧ୍ୟ ଉଚିତ୍ । ଏଥିପାଇଁ ନୀତିଗତ ନିଷ୍ପତି ହେଉ କିମ୍ବା ଭିତିଭୂମୀର ନିର୍ମାଣ ହେଉ, ପ୍ରତ୍ୟେକ ସ୍ତରରେ ଆମକୁ ଆହୁରି ଦୃତ ଗତିରେ ଆଗକୁ ବଢିବାକୁ ପଡିବ । ଆଜି ଆମେ ବହୁବିଧ ଯୋଗାଯୋଗ ଆଡକୁ ଦୃତ ଗତିରେ ଅଗ୍ରସର ହେଉଛୁ ।

ବନ୍ଧୁଗଣ,

ଏବେ ଆମେ ଅଭିଜ୍ଞତାରୁ ଜାଣିଲୁ ଯେ ରେଳପଥ ଦ୍ୱାରା ବାଂଲାଦେଶକୁ ବିଭିନ୍ନ ସାମଗ୍ରୀ ରପ୍ତାନୀ କରାଯାଉଛି ଫଳରେ ଏହି ରପ୍ତାନୀ କାରବାର ବୃଦ୍ଧି ପାଇବା ଆରମ୍ଭ ହୋଇଛି । ବନ୍ଧୁଗଣ, ସରକାରଙ୍କ ତରଫରୁ ଏ ଦିଗରେ ନିରନ୍ତର ପ୍ରୟାସ କରାଯାଉଛି ଯେ କିପରି ମହାମାରୀର ପ୍ରଭାବକୁ ନିୟନ୍ତ୍ରଣରେ ରଖାଯାଇପାରିବ, କିପରି ନିମ୍ନ ସ୍ତରରେ ରଖାଯାଇପାରିବ । ଆମର ଏହା ପୂର୍ଣ୍ଣ ପ୍ରୟାସ ଯେ କିପରି ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣରେ ରହିବ । ଦେଶରେ ଆଜି ଟିକାକରଣ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି । ଦେଶବାସୀ ଏବଂ ଉଦ୍ୟୋଗ ଜଗତର ପ୍ରତିଟି ଆବଶ୍ୟକତା, ପ୍ରତିଟି ଅସୁବିଧା ଦୂର କରିବା ନିମନ୍ତେ ଯଥା ସମ୍ଭବ ପଦକ୍ଷେପ ନିଆଯାଇଛି । ବିଗତ ଦିନରେ ହୋଇଥିବା ପ୍ରୟାସଗୁଡିକର ଫଳାଫଳ ଆଜି ଆପଣମାନେ ମଧ୍ୟ ଅନୁଭବ କରୁଛନ୍ତି । ଆମର ଉଦ୍ୟୋଗ କ୍ଷେତ୍ର, ଆମର ବ୍ୟବସାୟ କ୍ଷେତ୍ର ମଧ୍ୟ ଏହି ସମୟରେ ଅଭିନବତା ମାଧ୍ୟମରେ ନୂଆ ନୂଆ ଆହ୍ୱାନଗୁଡିକ ଅନୁଯାୟୀ ନିଜକୁ ଖାପ ଖୁଆଇ ନେଇଛନ୍ତି । ଉଦ୍ୟୋଗ କ୍ଷେତ୍ର ଦେଶକୁ ଜରୁରୀକାଳିନ ଚିକିତ୍ସା ପରିସ୍ଥିତିର ମୁକାବିଲାରେ ମଧ୍ୟ ସାହାଯ୍ୟ କରିଛି ଏବଂ ବିକାଶର ପୁନରୁଦ୍ଧାର କରିବାରେ ମଧ୍ୟ ନିଜର ଭୂମିକା ନିର୍ବାହନ କରିଛି । ଏଥିପାଇଁ ଆଜି ଔଷଧପତ୍ର ଏବଂ ଭେଷଜ ସହିତ କୃଷି ଭଳି କ୍ଷେତ୍ରରେ ମଧ୍ୟ ଆମର ରପ୍ତାନୀ ନୂଆ ସ୍ତରରେ ପହଂଚିଛି । ଆଜି ଆମେ କେବଳ ଅର୍ଥ ବ୍ୟବସ୍ଥାରେ ପୁନରୁଦ୍ଧାର ନୁହେଁ ବରଂ ଉଚ୍ଚ ଅଭିବୃଦ୍ଧିକୁ ନେଇ ମଧ୍ୟ ସକରାତ୍ମକ ସଙ୍କେତ ଦେଖିପାରୁଛୁ । ଦୁନିଆର ଅନେକ ବୃହତ ଅର୍ଥନୀତି ମଧ୍ୟ ଦୃତଗତିରେ ପୁନରୁଦ୍ଧାର ହେବାର ସଙ୍କେତ ମିଳୁଛି । ତେଣୁ ରପ୍ତାନୀକୁ ନେଇ ବୃହତ ଲକ୍ଷ୍ୟ ରଖିବା ଏବଂ ସେଗୁଡିକୁ ହାସଲ କରିବା ପାଇଁ ମୋ ମତରେ ଏହା ପ୍ରତ୍କୃଷ୍ଟ ସମୟ । ଏଥିପାଇଁ ମଧ୍ୟ ସରକାର ପ୍ରତ୍ୟେକ ସ୍ତରରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ନିକଟରେ ହିଁ ସରକାର ରପ୍ତାନୀକାରିଙ୍କୁ ନେଇ ଏକ ବଡ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ଦ୍ୱାରା ଆମର ରପ୍ତାନୀକାରୀମାନଙ୍କୁ ବୀମାଭୁକ୍ତ କରିବା ବାବଦରେ ପ୍ରାୟ ୮୮ ହଜାର କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଏହିଭଳି ରପ୍ତାନୀ ପ୍ରୋତ୍ସାହନକୁ ଯୁକ୍ତିସଙ୍ଗତ କରିବା ଦ୍ୱାରା ଏବଂ ଡବ୍ଲୁଟିଓ ଏହାର ଅନୁବର୍ତୀ ହେଲେ ଆମର ରପ୍ତାନୀକୁ ମଧ୍ୟ ପ୍ରୋତ୍ସାହନ ମିଳିବ ।

ବନ୍ଧୁଗଣ,

ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ବ୍ୟବସାୟ କରୁଥିବା ଆମ ରପ୍ତାନିକାରୀମାନେ ଭଲ ଭାବରେ ଜାଣନ୍ତି ଯେ ସ୍ଥିରତାର କେତେ ଅଧିକ ପ୍ରଭାବ ରହିଛି । ଭାରତ ପିଛିଲା ଭାବେ ଲାଗୁ ହେଉଥିବା ଟିକସ ବ୍ୟବସ୍ଥାରୁ ମୁକ୍ତିର ଯେଉଁ ନିଷ୍ପତି ନେଇଛି ତାହା ନୀତି ନିର୍ଦ୍ଧାରଣରେ ଆମର ପ୍ରତିଶୃତିବଦ୍ଧତା ଓ ନିରନ୍ତରତାକୁ ଦର୍ଶାଉଛିି । ଏହା ସମସ୍ତ ନିବେଶକଙ୍କୁ ଏକ ସ୍ପଷ୍ଟ ବାର୍ତା ଦେଉଛି ଯେ ଆଗକୁ ବଢୁଥିବା ଭାରତ କେବଳ ନୂତନ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରୁନାହିଁ ବରଂ ଭାରତର ନିର୍ଣ୍ଣାୟକ ସରକାର ନିଜର ପ୍ରତିଶୃତି ମଧ୍ୟ ପୂରଣ କରିବାର ଇଚ୍ଛାଶକ୍ତି ରଖିଛନ୍ତି ।

ବନ୍ଧୁଗଣ,

ରପ୍ତାନୀ ସହ ଜଡିତ ଆମର ଯାହାସବୁ ଲକ୍ଷ୍ୟ ରହିଛି, ଆମର ଯେଉଁସବୁ ସଂସ୍କାର ରହିଛି, ସେଥିରେ ଦେଶର ପ୍ରତ୍ୟେକ ରାଜ୍ୟର ବହୁତ ବଡ ଭାଗିଦାରୀ ରହିଛି । ପୁଞ୍ଜିନିବେଶ ହେଉ, ସହଜରେ ବ୍ୟବସାୟ କରିବା ହେଉ, ଅନ୍ତିମ ଲୋକ ପର୍ଯ୍ୟନ୍ତ ଭିତିଭୂମୀ ପହଂଚାଇବା ହେଉ ଏଥିରେ ରାଜ୍ୟଗୁଡିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ରପ୍ତାନୀ ହେଉ କିମ୍ବା ପୁଞ୍ଜିନିବେଶ ଏସବୁ ବୃଦ୍ଧି କରିବା ପାଇଁ କିପରି ନିୟାମକ ବୋଝ ହ୍ରାସ ପାଇବ ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । ରାଜ୍ୟଗୁଡିକରେ ରପ୍ତାନୀ ପେଣ୍ଠ ପ୍ରସ୍ତୁତ ହେଉ ଏଥିପାଇଁ ଏକ ସୁସ୍ଥ ପ୍ରତିଯୋଗୀତାକୁ  ପ୍ରୋତ୍ସାହିତ କରାଯାଉଛି । ପ୍ରତି ଜିଲ୍ଲାରେ କୌଣସି ଏକ ଉତ୍ପାଦ ଉପରେ ଧ୍ୟାନକେନ୍ଦ୍ରିତ ଦେବା ପାଇଁ ରାଜ୍ୟଗୁଡିକୁ ପ୍ରୋତ୍ସାହିତ କରାଯାଉଛି ।

ବନ୍ଧୁଗଣ,

ରପ୍ତାନୀକୁ ନେଇ ଆମର ମହାତ୍ୱାଙ୍କାକ୍ଷୀ ଲକ୍ଷ୍ୟ ଏକ ସାମଗ୍ରିକ ଏବଂ ବିସ୍ତୃତ କାର୍ଯ୍ୟଖସଡା ଦ୍ୱାରା ହିଁ ହାସଲ ହୋଇପାରିବ । ଆମକୁ ଆମର ବର୍ତମାନର ରପ୍ତାନୀକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ ହେବ ଏବଂ ନୂତନ ଉତ୍ପାଦଗୁଡିକ ପାଇଁ ବଜାର, ନୂଆ ଲକ୍ଷ୍ୟସ୍ଥଳୀ ପ୍ରସ୍ତୁତ କରିବା ଦିଗରେ ମଧ୍ୟ କାର୍ଯ୍ୟ କରିବାକୁ ହେବ । ଏବଂ ମୁଁ ଆପଣମାନଙ୍କୁ ମଧ୍ୟ କିିଛି ପରାମର୍ଶ ଦେବାକୁ ଚାହୁଁଛି । ବିଦେଶରେ ଆମର  ମିଶନଗୁଡିକ ନିର୍ଣ୍ଣୟ ନେଇପାରିବେ, ଉଦାହରଣ ସ୍ୱରୂପ, ଯଦି ଆମେ ବିଶ୍ୱର ତିନିଟି ଠିକଣାକୁ ଆମର ଉତ୍ପାଦ ରପ୍ତାନୀ କରୁଛୁ, ସ୍ୱାଧୀନତାର ୭୫ ବର୍ଷ ଅବସରରେ ଆମେ କ’ଣ ଏଥିରେ ଆଉ ୫ଟି ନୂଆ ଠିକଣା ଯୋଡି ପାରିବା ନାହିଁ । ମୁଁ ଭାବୁଛି ଆମେ ଏହା କରିପାରିବା । କ’ଣ ଆମର ମିଶନଗୁଡିକ ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ଅବସରରେ ଏହା ସ୍ଥିର କରିପାରିବେ ଯେ ଭାରତରୁ ସେହି ଦେଶଗୁଡିକୁ ଏବେ ଯେଉଁସବୁ ସାମଗ୍ରୀ ଆମଦାନୀ ହେଉଛି ସେସବୁ ବାଦ୍ ଆଉ ୭୫ଟି ଉତ୍ପାଦ ଯେଉଁ ଦେଶଗୁଡିକରେ ଆମେ ମିଶନ ଅଧିନରେ କାର୍ଯ୍ୟ କରୁଛୁ ସେହିସବୁ ଦେଶକୁ ପଠାଇପାରିବୁ । ସେହିଭଳି ଗତ ୭ ବର୍ଷ ମଧ୍ୟରେ ଆମେ ଦେଖିଛେ ସେସବୁ ଦେଶରେ ଭାରତୀୟ ସମୁଦାୟ ଖୁବ୍ ତତ୍ପର ହୋଇଉଠିଛି । ଗୋଟିଏ ପ୍ରକାରରେ ଆପଣମାନଙ୍କ ପ୍ରଚେଷ୍ଟାରେ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରିବା ପାଇଁ ସେହି ସମୁଦାୟ ଆଗେଇ ଆସିଛି । ଆମେ ରାଜ୍ୟୱାରୀ ବିଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବମାନଙ୍କର ଛୋଟ ଛୋଟ ଗୋଷ୍ଠୀ ଗଠନ କରିବା ଏବଂ ସ୍ୱାଧୀନତାର ଏହି ୭୫ତମ ବର୍ଷରେ ସମ୍ପୃକ୍ତ ରାଜ୍ୟଗୁଡିକ ସହ ଏହି ରପ୍ତାନୀ ବିଷୟ ଉପରେ ଆଧାରିତ ଏକ ଭର୍ଚୁଆଲ ବୈଠକ କରିପାରିବା । ଯେମିତିକି ଧରନ୍ତୁ, ବିହାର ସରକାର ଆୟୋଜନ କରୁଛନ୍ତି । ଏଥିରେ ଭାରତ ସରକାର ଏବଂ ବିହାରରୁ ଯେଉଁସବୁ ଉତ୍ପାଦ ରପ୍ତାନୀ ହେଉଛି ସେସବୁର ରପ୍ତାନୀକାରୀ ମଧ୍ୟ ସାମିଲ ହେବେ ଏବଂ ସେହି ଦେଶରେ ରହୁଥିବା ବିହାରବାସୀ ରହୁଛନ୍ତି ସେମାନେ ତା ସହିତ ଯୋଡି ହୋଇଯିବେ ଏବଂ ବିହାରର ତାହା କେଉଁ ସାମଗ୍ରୀ ଅଟେ ଯାହାକୁ ସେହି ସମ୍ପୃକ୍ତ ଦେଶରେ ପହଂଚିବା ଦରକାର । ମୁଁ ଭାବୁଛି ବିଦେଶରେ ରହୁଥିବା ବିହାରବାସୀ ତା ସହିତ ଆବେଗାତ୍ମକ ଭାବେ ଯୋଡି ହେବେ । ସେହି ସମୁଦାୟ ଏହାର ବିପଣନରେ, ବ୍ରାଣ୍ଡିଂରେ ବହୁତ ବଡ ସହାୟତା କରିପାରିବ । ଏବଂ ଆମର ସମାଗ୍ରୀଗୁଡିକ ଅତି ଦୃତଗତିରେ ବ୍ୟାପୀ ଯାଇପାରିବ । ସେହିଭଳି ରାଜ୍ୟ ସରକାରଗୁଡିକ କ’ଣ ଏ କଥା ସ୍ଥିର କରିପାରିବେ ଯେ ଆମେ ଆମ ରାଜ୍ୟର ଏଭଳି ୫ ବା ୧୦ଟି ଶ୍ରେଷ୍ଠ ପ୍ରାଥମିକତାର ସାମଗ୍ରୀ ଚୟନ କରିପାରିବା ଯେଉଁଗୁଡିକୁ ଆମକୁ ରାପ୍ତାନୀ କରିବାର ଅଛି । ଏବଂ ବିଶ୍ୱର ଅନ୍ୟୁନ୍ୟ ୭୫ ଦେଶରେ ମୋ ରାଜ୍ୟରୁ କିଛି ନା କିଛି ସାମଗ୍ରୀ ଯିବା ଦରକାର । ଏହା ରାଜ୍ୟଗୁଡିକର ଲକ୍ଷ୍ୟ ହୋଇପାରିବ । ଅର୍ଥାତ୍ ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ବିଶ୍ୱରେ ପହଂଚିବା ପାଇଁ ନୂଆ ନୂଆ ଉପାୟମାନ ଅବଲମ୍ବନ କରି ତତ୍ପରତାର ସହ ପ୍ରୟାସ କରିପାରିବା । ଆମର କୌଣସି ଉତ୍ପାଦ ଏହିଭଳି ହେବ ଯାହା ସମ୍ପର୍କରେ ବିଶ୍ୱର କୌଣସି ଧାରଣା ନଥିବ । ଏବେ ଧରନ୍ତୁ ଯେପରି ଆମର ଏଲଇଡି ବଲ୍‌ବ, ଭାରତ ଏତେ ଶସ୍ତାରେ ଏଲଇଡି ବଲବ ପ୍ରସ୍ତୁତ କଲା । ସାରା ଦୁିନଆ ବିଶ୍ୱ ତାପମାତ୍ରା ବୃଦ୍ଧି ବିଷୟରେ ଚିନ୍ତା କରୁଛି । ଶକ୍ତି ସଂଚୟର ଚର୍ଚ୍ଚା କରୁଛି । ଏହି ବିଷୟକୁ ନେଇ ହିଁ ଆମେ ସମଗ୍ର ବିଶ୍ୱରେ ସୁଲଭ ମୂଲ୍ୟରେ ଏଲଇଡି ବଲବ ପହଂଚାଇଛୁ । ଆମେ ବିଶ୍ୱ ତାପମାତ୍ରା ବୃଦ୍ଧିରୁ ସମଗ୍ର ଦୁନିଆରେ ମାନବିକତାର ଏକ କାର୍ଯ୍ୟ ମଧ୍ୟ କରିବା ଏବଂ ଭାରତକୁ ବହୁତ ବଡ ବଜାର ମଧ୍ୟ ମିଳିଯିବ । ଏଭଳି ଅନେକ ଜିନିଷ ରହିଛି । ମୁଁ ଏଭଳି ଉଦାହରଣ ଛଳରେ ଉଲ୍ଲେଖ କରିଛି । ଆମେ ଅନେକ ଜିନିଷ କରିପାରିବା । ଏବେ ଆମର ପ୍ରାୟ ଅଧା ରପ୍ତାନୀ କେବଳ ୪ଟି ବଡ ଲକ୍ଷ୍ୟସ୍ଥଳୀ ପାଇଁ ଉଦ୍ଦିଷ୍ଟ । ଏହିଭଳି ଆମର ପ୍ରାୟ ୬୦ ପ୍ରତିଶତ ରପ୍ତାନୀ, ଇଞ୍ଜିନିୟରିଂ ସାମଗ୍ରୀ, ମୂଲ୍ୟବାନ ପଥର ଓ ଅଳଙ୍କାର, ପେଟ୍ରୋଲିଅମ ଏବଂ ରାସାୟନିକ ଉତ୍ପାଦ ତଥା ଭେଷଜ କ୍ଷେତ୍ର ସହ ଜଡିତ । ମୁଁ ଭାବୁଛି ଯେ ଏତେ ବିଶାଳ ଦେଶ, ଏତେ ବିବିଧତାପୂର୍ଣ୍ଣ ଦେଶ, ଏତେ ବଡ ଅନ୍ୟନ୍ୟ ଉତ୍ପାଦ ପ୍ରସ୍ତୁତକାରୀ ଦେଶ, ସେହି ଦେଶ ଯଦି ବିଶ୍ୱରେ ନପହଂଚେ ତାହାହେଲେ ଆମକୁ ଆତ୍ମମନ୍ଥନ କରିବାକୁ ପଡିବ । ଆମର ଯେଉଁସବୁ ଦୋଷତୃଟି ରହିଛି, ସେସବୁକୁ ଦୂର କରିବାକୁ ହେବ ଏବଂ ସମସ୍ତଙ୍କୁ ଏକଜୁଟ ହୋଇ ରାସ୍ତା ଖୋଜିବାକୁ ପଡିବ । ଏହି ସ୍ଥିତିକୁ ଆମେ ସମସ୍ତେ ମିଳିମିଶି ପରିବର୍ତନ କରିବାକୁ ହେବ । ଆମକୁ ନୂଆ ଲକ୍ଷ୍ୟସ୍ଥଳୀ ମଧ୍ୟ ଖୋଜିବାକୁ ହେବ ଏବଂ ନିଜର ନୂଆ ଉତ୍ପାଦଗୁଡିକୁ ମଧ୍ୟ ଦୁନିଆ ପର୍ଯ୍ୟନ୍ତ ପହଂଚାଇବାକୁ ପଡିବ । ଖଣି, କୋଇଲା, ପ୍ରତିରକ୍ଷା, ରେଳବାଇ ଭଳି କ୍ଷେତ୍ରକୁ ଉନ୍ମୁକ୍ତ କରିବା ଦ୍ୱାରା ଆମର ଉଦ୍ୟୋଗୀମାନଙ୍କୁ ରପ୍ତାନି ବୃଦ୍ଧିର ମଧ୍ୟ ନୂତନ ସୁଯୋଗ ମିଳିପାରୁଛି । ଏହି ନୂଆ କ୍ଷେତ୍ରଗୁଡିକ ପାଇଁ କ’ଣ ଆମେମାନେ ଭବିଷ୍ୟୋନ୍ମୁଖୀ ନୀତି ପ୍ରସ୍ତୁତ କରିପାରିବା?

ବନ୍ଧୁଗଣ,

ଆଜି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ରାଷ୍ଟ୍ରଦୂତଗଣ, ବିଦେଶ ମନ୍ତ୍ରଣାଳୟର ବନ୍ଧୁଗଣଙ୍କୁ ମୁଁ ଆଉ ଏକ ବିଷୟରେ ମଧ୍ୟ ନିବେଦନ କରିବି । ଆପଣମାନେ ଯେଉଁ ଦେଶରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି, ସେହି ଦେଶର ଆବଶ୍ୟକତାଗୁଡିକ ଉପରେ ଆପଣମାନେ ଭଲ ଭାବରେ ଅବଗତ ଅଛନ୍ତି । ସେହି ଦେଶରେ କେଉଁ ସାମଗ୍ରୀର ଚାହିଦା ରହିଛି, ଭାରତର କେଉଁ କ୍ଷେତ୍ରରୁ ସେହି ଚାହିଦା ପୂରଣ କରାଯାଇପାରିବ, ଏହାର ସୁସ୍ପଷ୍ଟ ସଙ୍କେତ ମଧ୍ୟ ଆପଣମାନଙ୍କୁ ହିଁ ମିଳିଥାଏ । ଏବଂ ଗତ ୭ ବର୍ଷରେ ଆମେ ନୂଆ ପ୍ରକାର ପରୀକ୍ଷା ନିରୀକ୍ଷା କରିଛୁ ଯେ ବିଦେଶରେ ଅବସ୍ଥାପିତ ଯେଉଁ ମିଶନ୍‌ର କର୍ମଚାରୀ ଭାରତକୁ ଆସୁଛନ୍ତି, ସେମାନେ ବିଭିନ୍ନ ରାଜ୍ୟକୁ ଯାଇ ସେଠାକାର ରାଜ୍ୟ ସରକାରମାନଙ୍କ ସହ ଦୁଇ ତିନି ଦିନ ପର୍ଯ୍ୟନ୍ତ ଆଲୋଚନା କରୁଛନ୍ତି । ଯାହାଦ୍ୱାରା ସମ୍ପୃକ୍ତ ରାଜ୍ୟଗୁଡିକ ସେହି ନିର୍ଦ୍ଦିଷ୍ଟ ଦେଶଗୁଡିକୁ ଉତ୍ପାଦ ରପ୍ତାନୀର ସୁଯୋଗ ଅନ୍ୱେଷଣ କରିବାର ସୁବିଧା ହାସଲ କରିପାରୁଛନ୍ତି । ଏହି କାର୍ଯ୍ୟ ଆରମ୍ଭ କରିଦିଆଯାଇଛି । ଏହିଭଳି ଭାବେ ଭାରତକୁ ରପ୍ତାନୀ ନିମନ୍ତେ, ସେଠାକାର ବାଣିଜ୍ୟ ଶିଳ୍ପ ନିମନ୍ତେ ଆପଣମାନେ ସମସ୍ତେ ଏକ ଖୁବ୍ ସୁଦୃଢ ସେତୁ ସଦୃଶ ମଧ୍ୟ ଅଟନ୍ତି । ମୁଁ ଚାହୁଁଛି ଯେ ଭିନ୍ନ ଭିନ୍ନ ଦେଶରେ ଅବସ୍ଥିତ ଇଣ୍ଡିଆ ହାଉସ୍ ଭାରତର ନିର୍ମାଣ ଶକ୍ତିର ମଧ୍ୟ ପ୍ରତିନିଧିତ୍ୱ କରନ୍ତୁ । ସମୟ ସମୟରେ ଆପଣମାନେ, ଭାରତରେ ଏଠାକାର ବ୍ୟବସ୍ଥାଗୁଡିକୁ ସତର୍କ କରାଇ ଚାଲିବେ, ମାର୍ଗଦର୍ଶନ କରିଚାଲିବେ, ତାହାହେଲେ ରପ୍ତାନୀ ବୃଦ୍ଧି କରିବାରେ ଏହା ସହାୟକ ହୋଇପାରିବ । ମୁଁ ବାଣିଜ୍ୟ ମନ୍ତ୍ରଣାଳୟକୁ ମଧ୍ୟ କହିବି ଯେ ସେମାନେ ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରନ୍ତୁ, ଯେଉଁଥିରେ ଆମର ରପ୍ତାନିକାରୀ ଏବଂ ଆମ ମିଶନ୍ ମଧ୍ୟରେ ନିରନ୍ତର ସମ୍ପର୍କ ରହିପାରିବ ଏବଂ ମୁଁ ତ ବିଶ୍ୱାସ କରେ ଯେ ଆଜି ଏହି ଭର୍ଚୁଆଲ ବ୍ୟବସ୍ଥା ଯୋଗୁଁ ଏହିସବୁ ଜିନିଷଗୁଡିକୁ ଖୁବ୍ ଦୃତ ଗତିରେ ଏବଂ ସହଜରେ ଆମେ କରିପାରିବା । ପୂର୍ବରୁ ଯାତ୍ରା କରିବା, ବୈଠକ ଆୟୋଜନ କରିବା, ଏସବୁ କଷ୍ଟକର ଥିଲା । କିନ୍ତୁ କରୋନା ପରେ ମୋଟାମୋଟି ଭାବରେ ସମଗ୍ର ବିଶ୍ୱରେ ଏହା ଏକ ବ୍ୟବସ୍ଥା ସ୍ୱୀକୃତ କାର୍ଯ୍ୟ ହେବାରେ ଲାଗିଛି । ମୁଁ ବିଶ୍ୱାସ କରେ ଏହି ଭର୍ଚୁଆଲ ଅଭ୍ୟାସକୁ ଏତେ ମାତ୍ରାରେ ବିସ୍ତାର କରାଇବା ଦରକାର ଏବଂ ଆମର ଏହି ଧରଣର ସର୍ବଦଳୀୟ, ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସମ୍ମିଳିତ ପ୍ରୟାସ ଏ ଦିଗରେ ଅଧିକ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ।

ବନ୍ଧୁଗଣ,

ରପ୍ତାନୀ ଦ୍ୱାରା ଆମର ଅର୍ଥନୀତିକୁ ସର୍ବାଧିକ ଲାଭ ମିଳିବ, ଏଥିପାଇଁ ଆମକୁ ଦେଶ ଭିତରେ ମଧ୍ୟ ସୁଗମ ଏବଂ ଉଚ୍ଚ ଗୁଣବତାସମ୍ପନ୍ନ ଯୋଗାଣ ଶୃଙ୍ଖଳର ନିର୍ମାଣ କରିବା ଆବଶ୍ୟକ । ଏଥିପାଇଁ ଆମକୁ ଏକ ନୂଆ ସମ୍ପର୍କ, ନୂତନ ଭାଗିଦାରୀ ବିକଶିତ କରିବାର ଆବଶ୍ୟକତା ରହିଛି । ମୋର ସମସ୍ତ ରପ୍ତାନିକାରୀଙ୍କୁ ନିବେଦନ ଯେ ସେମାନେ ଆମର ଏମଏସଏମଇ, ଆମର କୃଷକ, ଆମର ମତ୍ସ୍ୟଜୀବୀମାନଙ୍କ ସହ ସେମାନଙ୍କ ଭାଗିଦାରୀକୁ ମଜବୁତ କରନ୍ତୁ । ଆମର ଷ୍ଟାର୍ଟ ଅପ୍‌ଗୁଡିକୁ ପ୍ରୋତ୍ସାହିତ କରନ୍ତୁ । ଏଠାରେ ମହଜୁଦ ଥିବା ଆମର ଅନେକ ରପ୍ତାନିକାରୀ ହୁଏତ ଏ ବିଷୟରେ ଅବଗତ ନଥିବେ ଯେ ଆମର ଯୁବପିଢୀ ଷ୍ଟାର୍ଟ ଅପ୍ କ୍ଷେତ୍ରକୁ କେତେ ପରିମାଣରେ ସହାୟତା ଦେଇପାରିବ । ଯଦି ସମ୍ଭବ ହୁଏ, ତାହାହେଲେ ବାଣିଜ୍ୟ ମନ୍ତ୍ରଣାଳୟ ଏ ଦିଗରେ ପଦକ୍ଷେପ ନେଇପାରିବ । ଆମର ଷ୍ଟାର୍ଟ ଅପ୍‌, ଆମର ରପ୍ତାନିକାରୀ, ଆମର ନିବେଶକ ସେମାନଙ୍କର ଏକ ମିଳିତ କର୍ମଶାଳା ଆୟୋଜିତ ହେଉ । ଜଣଙ୍କୁ ଅନ୍ୟ ଜଣଙ୍କର ସାମର୍ଥ୍ୟର ପରିଚୟ ମିଳୁ । ବିଶ୍ୱ ବଜାରର ପରିଚୟ ମିଳୁ । ହୁଏତ ଆମେ ଏ ଦିଗରେ ଅନେକ କିଛି କରିପାରିବା । ଆମେ ସେମାନଙ୍କୁ ସମର୍ଥନ ଯୋଗାଇଦେବା । ଯେତେବେଳେ ଗୁଣବତା ଓ ଦକ୍ଷତାର ପ୍ରଶ୍ନ ଉଠେ ସେତେବେଳେ ଆମେ ଆମର ଔଷଧ, ଆମର ପ୍ରତିଷେଧକ କ୍ଷେତ୍ରରେ ଏ ବିଷୟରେ ଆମେ ଏହାକୁ ପ୍ରମାଣିତ କରିପାରିଛୁ । ବୈଷୟିକ ଜ୍ଞାନକୌଶଳର ସଠିକ୍ ଉପଯୋଗ ଦ୍ୱାରା ଗୁଣବତାକୁ କିପରି ଅଧିକ ଉନ୍ନତ କରାଯାଇପାରିବ ତା’ର ଆଉ ଏକ ଉଦାହରଣ ହେଉଛି ଆମର ମହୁ କ୍ଷେତ୍ର । ମୁଁ ଏଥିପାଇଁ ଏକ ଛୋଟ ଉଦାହରଣ ଦେଉଛି ଯେ, ଛୋଟ ଛୋଟ ଜିନିଷ କେତେ ବଡ ଶକ୍ତିର ସହିତ ମଧ୍ୟ ବିଦ୍ୟମାନ ହୋଇଯାଇପାରେ ।  ଏଥିପାଇଁ ମୁଁ ଆପଣମାନଙ୍କ ସମ୍ମୁଖରେ ମହୁର ଉଦାହରଣ ଦେଉଛି । ମହୁର ଗୁଣବତାକୁ ସୁନିଶ୍ଚିତ କରିବା, ଆନ୍ତର୍ଜାତୀୟ ବଜାରରେ ତାହାର ପରିଚିତି ବୃଦ୍ଧି କରିବା ଅନିବାର୍ଯ୍ୟ ଥିଲା । ଆମେ ମହୁର ପରୀକ୍ଷଣ ନିମନ୍ତେ ପ୍ରଯୁକ୍ତି ଆଧାରିତ ଏକ ନୂଆ ପରୀକ୍ଷାର ପ୍ରଚଳନ କଲୁ । ଫଳ ଏହା ମିଳିଲା ଯେ ଗତ ବର୍ଷ ଆମେ ପ୍ରାୟ ୯୭ ନିୟୁତ ଡଲାରର ମହୁ ରପ୍ତାନୀ କରିଛୁ । ଆମେ କ’ଣ ଏହିଭଳି ଭାବରେ ଖାଦ୍ୟ ପ୍ରକ୍ରିୟାକରଣ, ଫଳ, ମତ୍ସ୍ୟ ସମ୍ପଦକୁ ନେଇ ନୂତନ ଅଭିନବତା ସୃଷ୍ଟି କରିପାରିବା ନାହିଁ । ଆଜି ବିଶ୍ୱରେ ସାମଗ୍ରିକ ସ୍ୱାସ୍ଥ୍ୟ ସେବାର ବାତାବରଣ ସୃଷ୍ଟି ହୋଇଛି । ମୂଳକୁ ପ୍ରତ୍ୟାବର୍ତନର ପରିବେଶ ପ୍ରସ୍ତୁତ ହୋଇଛି । ଆମର ଯୋଗ ବିଶ୍ୱକୁ ଭାରତ ଆଡକୁ ଦୃଷ୍ଟିନିକ୍ଷେପ କରିବା ପାଇଁ ଏକ କାରଣ ପାଲଟିଛି । ଆମର ଯେଉଁ ଜୈବିକ କୃଷି ଉତ୍ପାଦ ରହିଛି, ତା’ର ସମଗ୍ର ବିଶ୍ୱରେ ଏକ ବହୁତ ବଡ ବଜାରର ସମ୍ଭାବନା ରହିଛି । ଆମେ ଆମର ଜୈବିକ ସାମଗ୍ରୀଗୁଡିକୁ କିଭଳି ପ୍ରୋତ୍ସାହିତ କରିପାରିବା ।

ବନ୍ଧୁଗଣ,

ଏହି ସମୟ ବ୍ରାଣ୍ଡ ଇଣ୍ଡିଆ ପାଇଁ ନୂଆ ନୂଆ ଲକ୍ଷ୍ୟକୁ ନେଇ ଆଗକୁ ବଢିବାର ସମୟ । ଏହି ସମୟ ଆମମାନଙ୍କ ପାଇଁ ଗୁଣବତା ଏବଂ ବିଶ୍ୱସନିୟତାର ଏକ ନୂତନ ପରିଚୟ ସ୍ଥାପନ କରିବାର ସମୟ । ଆମକୁ ଏକଥା ପ୍ରୟାସ କରିବାକୁ ହେବ ଯେ ବିଶ୍ୱର କୋଣ ଅନୁକୋଣରେ ଭାରତର ଉଚ୍ଚ ଗୁଣବତାସମ୍ପନ୍ନ ସାମଗ୍ରୀ ଉପଲବଧ ହେବ । ଆମକୁ ଆମ ସାମଗ୍ରୀଗୁଡିକର ଗୁଣବତାକୁ ନିରନ୍ତର ଭାବେ ବୃଦ୍ଧି କରିବାକୁ ପଡିବ । ଯାହାଫଳରେ ସେସବୁ  ପାଇଁ ଏକ ସ୍ୱାଭାବିକ ଚାହିଦା ସୃଷ୍ଟି ହେବ । ଆମକୁ ଏ ଦିଗରେ ପ୍ରୟାସ କରିବାକୁ ପଡିବ । ମୁଁ ଶିଳ୍ପ ଜଗତକୁ, ସମସ୍ତ ରପ୍ତାନିକାରୀଙ୍କୁ ମଧ୍ୟ ଆଶ୍ୱସ୍ତ କରୁଛି ଯେ ସରକାର ଆପଣମାନଙ୍କୁ ସବୁଦିଗରୁ ସହାୟତା ଯୋଗାଇଦେବେ । ଆସନ୍ତୁ, ଆମେ ସମସ୍ତେ ଆତ୍ମନିର୍ଭର ଭାରତର, ବୈଭବଶାଳୀ ଭାରତର ସଙ୍କଳ୍ପକୁ ଏକଜୁଟ ହୋଇ ସିଦ୍ଧ କରିବା । ଆପଣ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭକାମନା । ଗୋଟିଏ ସପ୍ତାହ ପରେ ଆମେ ଆମ ମିଶନଗୁଡିକରେ ଅଗଷ୍ଟ ୧୫ ପାଳନ କରିବା । ସ୍ୱାଧୀନତାର ଅମୃତ ମହୋତ୍ସବର ବିଧିବଦ୍ଧ ଶୁଭାରମ୍ଭ ମଧ୍ୟ ହୋଇଯିବ । ମୁଁ ଚାହୁଁଛି ଯେ ଏହା ଆମ ପାଇଁ ଏକ ପ୍ରେରଣା ହେବା ଉଚିତ୍ । ବିଶ୍ୱରେ ପ୍ରଭାବ ସୃଷ୍ଟି କରିବା ପାଇଁ, ଦୁନିଆରେ ପହଂଚିବା ପାଇଁ, ସ୍ୱାଧୀନତାର ଏହି ୭୫ତମ ବର୍ଷ ଆମମାନଙ୍କ ପାଇଁ ଏକ ବିରାଟ ପ୍ରେରଣାର ଅବସର ଅଟେ । ଏବଂ ୨୦୪୭, ଦେଶ ଯେତେବେଳେ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ଏହି ୨୫ ବର୍ଷର ଅବଧି ଆମମାନଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ସମୟ । ଆମେ ଗୋଟିଏ ମୁହୁର୍ତ ମଧ୍ୟ ନଷ୍ଟ ନକରି ଏବେଠାରୁ ଏକ ରୋଡମ୍ୟାପ୍ ସହ ଆଗକୁ ବଢିଚାଲିବା । ଏବଂ ମୋର ବିଶ୍ୱାସ ଯେ ଆଜିର ଏହିସବୁ କଥାବାର୍ତାରୁ ଆମେ ସମସ୍ତେ ଏହି ସଙ୍କଳ୍ପକୁ ପରିପୂର୍ଣ୍ଣ କରିବା, ଆମେ ଏହି ସଙ୍କଳ୍ପକୁ ଅତିକ୍ରମ କରିଯିବା । ଏହି ପୂର୍ଣ୍ଣ ବିଶ୍ୱାସ ସହ ମୁଁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
99.92% villages in India covered with banking outlets within 5 km radius: Govt

Media Coverage

99.92% villages in India covered with banking outlets within 5 km radius: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the demise of former Suriname President
March 31, 2026

The Prime Minister, Shri Narendra Modi, condoled the sudden demise of former President of Suriname, Mr Chandrikapersad Santokhi ji. The Prime Minister stated that this is not only an irreparable loss to Suriname but also to the global Indian diaspora. Recalling his many meetings with the late leader, Shri Modi noted that Santokhi Ji’s tireless service for Suriname and his efforts in strengthening India-Suriname relations were clearly reflected in their interactions. He also highlighted Santokhi Ji’s special fondness for Indian culture, noting that he won several hearts when he took oath in Sanskrit.

The Prime Minister posted on X:

“Deeply shocked and saddened by the sudden demise of my friend and the former President of Suriname, Mr. Chandrikapersad Santokhi Ji. This is not only an irreparable loss to Suriname but also to the global Indian diaspora.

I fondly recall my many meetings with him. His tireless service for Suriname and his efforts in strengthening India-Suriname relations were clearly reflected in our interactions. He had a special fondness for Indian culture. He won several hearts when he took oath in Sanskrit.

I extend my heartfelt condolences to his family and the people of Suriname in this hour of grief. Om Shanti.

Sharing some glimpses from our various interactions…”