Our tribal communities have faced several challenges. But, they are blessed with the strength to overcome any obstacle: PM
Tribal communities should get their rights. No one has right to snatch their lands: PM
With Vanbandhu Kalyan Yojana, we want to ensure that the tribal communities are not deprived of their priorities: PM Modi
If there is someone who saved the forests it is our tribal community: PM Modi

 ଦେଶର ଇତିହାସରେ ପ୍ରଥମ ଥର, ଦେଶର କୋଣ ଅନୁକୋଣରୁ ଆସିଥିବା ଆଦିବାସୀ ଭାଇ ଓ ଭଉଣୀମାନଙ୍କ ସହିତ ରାଜଧାନୀ ଦିଲ୍ଲୀ ଦୀପାବଳି ପାଳନ କରିବ । ପ୍ରାୟ ଚାରି ଦିନ ଦିଲ୍ଲୀ ଏହି କଥାକୁ ଅନୁଭବ କରିବ କି ଭାରତ ହେଉଛି କେତେ ବିଶାଳ, ଭାରତ କେତେ ବିବିଧତାରେ ଭରି ରହିଛି ଏବଂ ଜଙ୍ଗଲରେ ଜୀବନ ବିତାଉଥିବା ଆମ ଆଦିବାସୀ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ କେତେ ସାମର୍ଥ୍ୟ ଅଛି କେତେ ଶକ୍ତି ଅଛି । ଦେଶ ପାଇଁ କିଛି ନା କିଛି କରିବା ପାଇଁ ଦୂର-ସୁଦୂର ଜଙ୍ଗଲରେ ରହୁଥିଲେ ମଧ୍ୟ ସେମାନେ କେତେ ବଡ ଯୋଗଦାନ ଦେଉଛନ୍ତି ଏହା ଦିଲ୍ଲୀ ପ୍ରଥମ ଥର ଅନୁଭବ କରିବ ।

ଭାରତ ହେଉଛି ବିବିଧତାରେ ଭରି ରହିଥିବା ଦେଶ । ‘ବିଶ୍ ଗାଁଓ ବୋଲି ବଦଲ ଯାଏ’ ଏହା ଆମର ଏଠିକାର ପୁରୁଣା କଥା, କିନ୍ତୁ ଆମେ ଏଠି ଏହାର ଝଲକ ଦେଖିଲୁ । ଝଲକ୍ ମାତ୍ର କିଛି ସମୟର, ଯଦି ସାରା ଦେଶରୁ ଆସିଥିବା ସମସ୍ତ ଆଦିବାସୀ କଳାକାରଙ୍କୁ ଦେଖିବାକୁ ଥାଏ ତ, ବୋଧେ ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ଏହି ମେଳା ଏଠି ଚାଲୁ ଥାଆନ୍ତା, ସେତେବେଳ ଯାଏ ମଧ୍ୟ ଶେଷ ହୋଇ ନ ଥାନ୍ତା । କେବେ କେବେ ସହରରେ ରହୁଥିବା ଲୋକଙ୍କ ଉପରେ ଛୋଟ ବିପଦଟିଏ ଆସେ, ତାଙ୍କ ଇଚ୍ଛା ବିରୁଦ୍ଧରେ କିଛି ହୋଇଯାଏ, କଳ୍ପନା ଅନୁସାରେ ପରିଣାମ ନ ମିଳେ, ତ ତେବେ କ’ଣ ରୋଗର ଶିକାର ହୋଇଥାନ୍ତି, ମାନସିକ ବିଷାଦ ଆଡକୁ ଗତି କରିଥାନ୍ତି, ଆଉ କେତେ ଲୋକ ଆତ୍ମହତ୍ୟା କରିବାର ରାସ୍ତା ବାଛି ନେଇଥାନ୍ତି । ଟିକେ ମୋର ଏହି ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ଦେଖନ୍ତୁ, ଯଦି ଅଭାବର କଥା କହିବା ତେବେ ଅନେକ ଦୂର ପର୍ଯ୍ୟନ୍ତ ଅଭାବ ଏହି ସବୁ ଇଲାକାରେ ରହିଥିବ, ଜୀବନ ସହିତ ସବୁସମୟରେ ସଂଗ୍ରାମ କରିବାକୁ ପଡିଥାଏ । ଜୀବନ ଜୀଇଁବାର ଅବସର ବହୁତ କମ୍ ଏବଂ ସଂଗ୍ରାମରେ ଅଧିକ ସମୟ ବିତିଥାଏ । କିନ୍ତୁ ତାହା ସତ୍ୱେ ମଧ୍ୟ ସେମାନେ ଜୀବନ ଜୀଇଁବାର ଏମିତ କୌଶଳ ବାଛିଛନ୍ତି- ସବୁବେଳେ ଖୁସି, ସବୁ ସମୟରେ ନାଚ ଗୀତ, ଏକାଠି ହୋଇ ରହିବା, ପାଦ ସହିତ ପାଦ ମିଳାଇ ଚାଲିବା ଏହା ଆଦିବାସୀ ସମାଜ ନିଜ ଅନ୍ତରାତ୍ମାରେ ସଜାଇ ରଖିଛନ୍ତି । ସେମାନେ କଠିନ ପରିସ୍ଥିତିରେ ମଧ୍ୟ ବଞ୍ଚିବା ଜାଣନ୍ତି । କଠିନ ପରିସ୍ଥିତିରେ ମଧ୍ୟ ଜୀବନରେ ଉନ୍ମାଦନା ଭରିବା ପାଇଁ କ୍ଷମତା ରଖନ୍ତି ।
ମୋର ଏହି ସୌଭାଗ୍ୟ ଯେ, ଯୌବନର ପ୍ରାରମ୍ଭିକ ଅବସ୍ଥାରେ ମତେ ଆଦିବାସୀ ମାନଙ୍କ ମଧ୍ୟରେ ସମାଜସେବା କରିବାର ସୁଯୋଗ ମିଳିଥିଲା । ଆଦିବାସୀଙ୍କ ଜୀବନକୁ ଖୁବ୍ ନିକଟରୁ ଦେଖିବାର ସୁଯୋଗ ମିଳିଥିଲା । ଯେବେ ଆପଣ ଘଣ୍ଟା ଘଣ୍ଟା ଧରି ସେମାନଙ୍କ ସହିତ କଥା ହୁଅନ୍ତି, ଖୁବ୍ କଷ୍ଟରେ ତାଙ୍କ ମୁହଁରୁ କୌଣସି ଅଭିଯୋଗ ଶୁଣିବାକୁ ମିଳେ । ସେମାନେ ଅଭିଯୋଗ କରିବା ଜାଣନ୍ତି ହିଁ ନାହିଁ । କଷ୍ଟରେ ବଞ୍ଚିବା , ଅଭାବ ମଧ୍ୟରେ ଆନନ୍ଦ ଖୋଜିବା,ଏହା ଆମେ ସହରରେ ରହୁଥିବା ଲୋକଙ୍କୁ ଯଦି ଶିଖିବାର ଅଛି ତେବେ ମୋର ଆଦିବାସୀ ଭାଇମାନଙ୍କ ଠାରୁ ବଡ଼ ଗୁରୁ ଆଉ କେହି ହୋଇ ନ ପାରନ୍ତି ।

କଳା ଓ ସଙ୍ଗୀତ ହେଉଛି ଏମାନଙ୍କର ଅଦ୍ଭୂତ ଦାନ । ନିଜର ଭାଷା, ନିଜର ପରମ୍ପରା, ନିଜର ବେଶଭୂଷା ସେଥିରେ ମଧ୍ୟ ସମୟାନୁସାରେ ନୂଆ ରଙ୍ଗ ଭରିବା କିନ୍ତୁ ନିଜସ୍ୱ ଗୁଣକୁ ନ ହରାଇବାର କଳା ବୋଧହୁଏ ଅନ୍ୟ କେହି କହିପାରିବେ । ଏହି ସାମର୍ଥ୍ୟ ଆମ ଦେଶର ଅଛି । ଏହି ସାମର୍ଥ୍ୟ ଆମ ଲୋକ ଶକ୍ତିର ପରିଚାୟକ ଅଟେ ଏବଂ ଏଥି ପାଇଁ ଭାରତ ଭଳି ବିଶାଳ ଦେଶରେ ଏହି ସବୁ ବିବିଧତା ଗୁଡିକୁ ସଜାଇ ରଖିବା, ଏହି ସବୁ ବିବିଧତା ଗୁଡିକୁ ଆଦର କରିବା, ସେମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ଏବଂ ଏହି ବିବିଧତା ଗୁଡିକରେ ଭାରତର ଏକତାକୁ ଗୋଲାପ ଫୁଲ ରୂପରେ ଅନୁଭବ କରିବା, ଏହା ହିଁ ଦେଶର ଶକ୍ତିକୁ ବଢାଇ ଥାଏ ।

ଆମ ମାନଙ୍କୁ ଅଧିକ କିଛି କେବେ ଜଣା ନ ଥାଏ, ଜଙ୍ଗଲର ସାମାନ୍ୟ ଜିନିଷ ବିଷୟରେ, ଯେମିତି କି ବାଉଁଶକୁ ଧରି ନିଆଯାଉ, ଆମ ଆଦିବାସୀ ଭାଇ ବାଉଁଶରୁ ଏମିତି ସବୁ ଜିନିଷ ତିଆରି କରୁଛନ୍ତି ଯେ ପଞ୍ଚ ତାରକା ହୋଟେଲରେ ତାକୁ ସ୍ଥାନ ମିଳିଯାଏ ତ, ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି ଯେ, ବାଃ ବାଃ କେମିତି ତିଆରି ହୋଇଥିବ? କେଉଁ ମେସିନରେ ତିଆରି ହୋଇଛି କି? ଜଙ୍ଗଲରେ ଆଦିବାସୀମାନଙ୍କ ଦ୍ୱାରା ଯେଉଁ ଜିନିଷ ଉତ୍ପାଦିତ ହେଉଛି ଯାହା ସାମାନ୍ୟ ଜୀବନରେ କାମରେ ଆସିଥାଏ । କିନ୍ତୁ ତା’ର ଯେତେ ଅଧିକ ମାତ୍ରାରେ ବଜାର ସୁବିଧା ହେବା ଦରକାର, ବ୍ରାଣ୍ଡିଂ ହେବା ଦରକାର, ଆର୍ଥିକ ଦୃଷ୍ଟି କୋଣରୁ ନୂଆ ସୁଯୋଗ ସୃଷ୍ଟି କରିବା ଦରକାର, ସେହି ଦିଗରେ ଆମକୁ ଏବେ ମଧ୍ୟ ବହୁତ କିଛି କରିବାକୁ ବାକି ଅଛି ।

ସାରା ଦେଶରୁ ଆଦିବାସୀ ଆସିଛନ୍ତି । ସେମାନେ ନିଜ ଉତ୍ପାଦକୁ ମଧ୍ୟ ନେଇକରି ଆସିଛନ୍ତି । ଦେଶର କୋଣ ଅନୁକୋଣରୁ ଆଦିବାସୀ ଭାଇ ଓ ଭଉଣୀମାନେ  କିଭଳି ଜିନିଷ ଉତ୍ପାଦନ କରୁଛନ୍ତି ଏବଂ ଆମ ଘରେ, ବ୍ୟବସାୟରେ, ଦୋକାନରେ, ସାଜସଜାରେ କିପରି ତାହାର ଉପଯୋଗ ହୋଇପାରିବ,  ତା ପାଇଁ ବହୁତ ବଡ ସୁଯୋଗ ପ୍ରଗତୀ ମୈଦାନରେ ଉପଲବ୍ଧ ହେଉଛି । ଯେତେ ଅଧିକ ମାତ୍ରାରେ ଆମେ କିଣିବା ଜଙ୍ଗଲରେ ରହୁଥିବା ଆମର ସେହି ଆଦିବାସୀ ଭାଇ ଓ ଭଉଣୀମାନଙ୍କ ଜୀବନକୁ ଆର୍ଥିକ ରୂପରେ ଶକ୍ତି ଦେବ । କେବଳ ଏହିମାତ୍ର ଅବସର ନୁହେଁ କି ଦିଲ୍ଲୀ ତାଙ୍କର ଗୀତ ଓ ସଙ୍ଗୀତକୁ ଅନୁଭବ କରୁ, ବରଂ ତାଙ୍କ ଆର୍ଥିକ ସାମର୍ଥ୍ୟର ଯେଉଁ ଶକ୍ତି ଅଛି, ତାକୁ ମଧ୍ୟ ଆମେ ଭଲ ଭାବରେ ବୁଝିବା ଏବଂ ସେହି ଆର୍ଥିକ ଶକ୍ତିକୁ ବଳ ଦେବା, ସେହି ଦିଗରେ ଆମେ ପ୍ରୟାସ କରିବା ।

ମୋତେ କିଛି ଦିନ ପୂର୍ବରୁ ସିକ୍କିମ ଯିବାର ସୁଯୋଗ ମିଳିଥିଲା । ସେଠାରେ ଏକ ଯୁବକ ଯୁବତୀଙ୍କ ସହ ମୋର ପରିଚୟ ହେଲା । ପୋଷାକରୁ ଲାଗୁଥିଲା କି ସେମାନେ କେଉଁ ବଡ଼ ସହରରୁ ଆସିଛନ୍ତି । ମୁଁ ସେମାନଙ୍କ ପାଖକୁ ଗଲି । ମୁଁ ପଚାରିଲି ତ, ଦୁଇ ଜଣଯାକ କହିଲେ ଦୁହେଁ ଅଲଗା ଅଲଗା ରାଜ୍ୟରୁ ଆସିଛନ୍ତି, ଦୁହେଁ ଅଲଗା ଅଲଗା ଆଇଆଇଏମ୍ ରୁ ଲେଖାପଢା କରିଛନ୍ତି । ମୁଁ କହିଲି, ଏଠାକୁ ସିକ୍କିମ ଦେଖିବାକୁ ଆସିଛ କି? ସେମାନେ କହିଲେ,‘‘ଆଜ୍ଞା ନାହିଁ , ଆମେ ତ’ ଦେଢ ବର୍ଷ ହେବ ଏଠାରେ ରହି ଆସୁଛୁ । ପଢା ଶେଷ ହେବା ପରେ ଅମେ ସିକ୍କିମ ଚାଲି ଆସିଛୁ ଏବଂ ଏଠାରେ ପାହାଡମାନଙ୍କରେ ଯେଉଁ ଗରିବ କୃଷକ ଭାଇ ରହୁଛନ୍ତି, ସେମାନେ ଯେଉଁ ଜିନିଷ ଉତ୍ପାଦନ କରୁଛନ୍ତି ତାକୁ ଆମେ ପ୍ୟାକେଜିଂ କରୁଛୁ, ବ୍ରାଣ୍ଡିଂ କରୁଛୁ, ଏବଂ ଆମେ ବିଦେଶ ପଠାଇବା କାମ କରୁଛୁ’’ । ଆଇଆଇଏମ୍ ରୁ ଲେଖାପଢା କରିଥିବା ଦୁଇଜଣ ପିଲା ସେହି ଶକ୍ତିକୁ ଜାଣିଗଲେ ଏବଂ ସେମାନେ ସେମାନଙ୍କର ବହୁତ ବଡ ଷ୍ଟାର୍ଟ ଅପ୍ ସେଠାରେ ପ୍ରତିଷ୍ଠା କରିଦେଲେ । ଦୁନିଆର ବଜାରରେ ସେଠାରୁ ଉତ୍ପାଦ ପହଞ୍ଚାଇବାର କାମ କରୁଛନ୍ତି ।

ଯଦି କିଏ ସେଠାକୁ ଯାଆନ୍ତା ତ ଜାଣିପାରନ୍ତା କି କେତେ ସାମର୍ଥ୍ୟ ପଡି ରହିଛି । ଆଜି ମଧ୍ୟ ଦୁନିଆରେ ଧିରେ ଧିରେ ବୈଦିକ ସ୍ୱାସ୍ଥ୍ୟସେବା ପ୍ରତି ଲୋକଙ୍କ ଧ୍ୟାନ ଯିବାରେ ଲାଗିଛି । ପାରମ୍ପରିକ ଚିକିତ୍ସା ପ୍ରତି ଦୁନିଆ ଆକର୍ଷିତ ହେବାରେ ଲାଗିଛି । ଆମେ ଆଦିବାସୀ ଭାଇମାନଙ୍କ ପାଖକୁ ଯାଉଛୁ ତ ଜଙ୍ଗଲରୁ ଜଡିବୁଟି ନେଇ ତୁରନ୍ତ ଔଷଧ ତିଆରି କରି ଆପଣଙ୍କୁ ଦେଇ ଦିଅନ୍ତି ‘‘ଆଚ୍ଛା ଭାଇ ଜ୍ୱର ହୋଇଛି ଚିନ୍ତା କର ନାହିଁ ଘଣ୍ଟାଏ ଭିତରେ ଠିକ୍ ହୋଇଯିବ,’’ ଏବଂ ସେମାନେ ଜଡି-ବୁଟିରୁ ରସ ବାହାର କରି ପିଆଇ ଦିଅନ୍ତି । ଇଏ କେଉଁ ପ୍ରକାର ବିଦ୍ୟା ତାଙ୍କ ପାଖରେ ଅଛି?

ଏହା ହେଉଛି ପରମ୍ପରାଗତ ସାମର୍ଥ୍ୟ ଯାହକୁ ଆମେ ଚିହ୍ନିବା, ଆଧୁନିକ ସ୍ୱରୂପରେ ପରିବର୍ତ୍ତନ କରିବା, ଦୁନିଆ ଯେଉଁ ପ୍ରକାରର ଡାକ୍ତରୀ ବିଜ୍ଞାନ ବୁଝୁଛି ତାକୁ ସେଥିରେ ପ୍ରତିବନ୍ଧିତ କରିବାକୁ ପଡିବ । ଇଏ ଆମର ଔଷଧ ଆଦିବାସୀ ଭାଇ ଭଉଣୀ ଯାହାକୁ ନେଇ ଧନୀ, ତାଙ୍କରି ମାଧ୍ୟମରେ ଆମକୁ ଏହି ସମସ୍ତ ଶକ୍ତିକୁ ଜାଣିବା ଚିହ୍ନିବା ଏବଂ ବିଶ୍ୱ ଆଗରେ ରଖିବା ପାଇଁ ଏକ ବହୁତ ବଡ ସୁଯୋଗ ଅଛି । ଏମିତି ଲୋକ ମଧ୍ୟ ଏଠିକି ଆସିଛନ୍ତି ଯାହାଙ୍କୁ ଜଙ୍ଗଲରେ ପଡିଥିବା ଜଡି-ବୁଟି ଗୁଡିକ ଭିତରେ ଥିବା ଔଷଧୀୟ ଶକ୍ତି ବିଷୟରେ ଜଣାଅଛି । ସେହି ଜିନିଷର କିପରି ଉପଯୋଗ ହୋଇ ପାରିବ, ତାହାକୁ ସେମାନେ ଦେଖାଇ ପାରିବେ ।

ଏବେ ଏଠାରେ ଗୁଜୁରାଟର କଳାକାର ନିଜର କଳା ଦେଖାଉଥିଲେ । ସେଠାରେ ଡ଼ାଙ୍ଗ ନାମରେ ଏକ ଜିଲ୍ଲା ଅଛି, ଛୋଟିଆ ଆଦିବାସୀ ବସ୍ତି । ମୁଁ ବହୁତ ବର୍ଷ ପୂର୍ବେ ସେଠାରେ କାମ କରୁଥିଲି । ସେତେବେଳେ ତ’ ମୋର ରାଜନୀତି ସହିତ କିଛି ଦେବା ନେବା ନଥିଲା । ମଝିରେ ଯେବେ ମୁଖ୍ୟମନ୍ତ୍ରୀ ଭାବେ ସେଠାକୁ ଯିବାକୁ ପଡୁଥିଲା ତ, ମୁଁ ଆଶ୍ଚର୍ଯ୍ୟ ହେଉଥିଲି, ସେଠାରେ ଏକ ପ୍ରକାରର ଧାନ ଉତ୍ପନ୍ନ ହୁଏ – ନାଗଲୀ । ଏହା ଅଧିକ ଲୌହସାର ଯୁକ୍ତ । ଆମର ଏଠି ଅପପୁଷ୍ଟି, ବିଶେଷକରି ମହିଳାମାନଙ୍କର ଯେଉଁ ସମସ୍ୟା ରହିଥାଏ, ଯେଉଁମାନଙ୍କ ଠାରେ ଲୌହସାରର ଅଭାବ ଥାଏ ତାହାକୁ ପୂରଣ କରିବା ପାଇଁ ନାଗଲୀ ଲୌହସାରରେ ଭରପୁର ଅଛି । କିନ୍ତୁ ଆଜକୁ ୩୦-୩୫ ବର୍ଷ ପୂର୍ବେ ଯେତେବେଳେ ମୁଁ ଯାଉଥିଲି ତ, ନାଗଲୀ କଳା ରଙ୍ଗର ଥିଲା ଏବଂ ସେଥିରୁ ଯେଉଁ ରୁଟି ତିଆରି ହେଉ ଥିଲା,ସେଗୁଡିକ କଳା ରଙ୍ଗର ହେଉଥିଲା । ଯେବେ ମୁଁ ମୁଖ୍ୟମନ୍ତ୍ରୀ ଭାବେ ଯିବାକୁ ପଡିଲା ତ, ସ୍ୱଭାବିକ ଭାବେ କହିଲି କି ଆମେ ଆସିଛୁ ତ, ନାଗଲୀ ଖାଇବୁ । କିନ୍ତୁ ଏଥର ନାଗଲୀ ରୁଟି ଧଳା ଥିଲା । ମତେ ଟିକେ ଆଶ୍ଚର୍ଯ୍ୟ ଲାଗିଲା । ବାସ୍ତବରେ ସେହି ଆଦିବାସୀ ମାନଙ୍କ ମଧ୍ୟରୁ କେହି ଗବେଷଣା କରି ତାହାକୁ କଳାରୁ ଧଳା ନାଗଲୀ ରୂପେ ଉତ୍ପାଦନ କରିବା ଦିଗରେ ସଫଳତା ପାଇଥିଲେ ।

ପ୍ରକୃତରେ ଯେଉଁ ବଡ଼ ବଡ଼ ବୈଜ୍ଞାନିକ ଜେନେଟିକ୍ସ ଇଂଜିନୟରିଂ କରୁଛନ୍ତି, ମୋ ଆଦିବାସୀ ଭାଇ ଗୁଣସୂତ୍ର (ଜେନେଟିକ୍) ହସ୍ତକ୍ଷେପରେ ପରିବର୍ତ୍ତନ ଆଣିପାରୁଛି । ମୋର କହିବାର ତାତ୍ପର୍ଯ୍ୟ ଏହା ହେଉଛି ଯେ, କେତେ ସାମର୍ଥ୍ୟ ପଡି ରହିଛି । ଏହି ସାମର୍ଥ୍ୟକୁ ଆମକୁ ଚିହ୍ନିବାର ଆବଶ୍ୟକତା ରହିଛି । ଆମ ଦେଶରେ ଏତେ ବଡ ଆଦିବାସୀ ଜନସଂଖ୍ୟା ଅଛି କିନ୍ତୁ ଭାରତ ସରକାରରେ ଜନଜାତି ପାଇଁ କୌଣସି ଅଲଗା ମନ୍ତ୍ରଣାଳୟ ନ ଥିଲା । ମୁଁ ଆଜି ଯେତେବେଳେ ବଡ଼ ଜନଜାତି ସମୁଦାୟ ମଧ୍ୟରେ ଠିଆ ହୋଇଛି ସେତେବେଳେ ବଡ ଆଦରର ସହ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କୁ ପ୍ରଣିପାତ କରୁଛି, ତାଙ୍କର ଅଭିନନ୍ଦନ କରିବାକୁ ଚାହୁଁଛି କି ଦେଶ ସ୍ୱାଧୀନତାର ପଚାଶ ବର୍ଷ ପରେ ପ୍ରଥମ ଥର ପାଇଁ ଯେତେବେଳେ ଅଟଳ ବିହାରୀ ବାଜପେୟୀଜୀଙ୍କ ସରକାର ଥିଲା ସେତେବେଳେ ପ୍ରଥମ ଥର ନିମନ୍ତେ ଜନଜାତି ପାଇଁ ଦେଶରେ ଅଲଗା ମନ୍ତ୍ରଣାଳୟ ଗଠନ ହେଲା ଏବଂ ଆମ ହିନ୍ଦୁସ୍ଥାନରେ ଜୁଏଲ ଜୀ ତାହାର ପ୍ରଥମ ମନ୍ତ୍ରୀ ହୋଇଥିଲେ ।

ସେବେଠାରୁ ନେଇ କରି ଜନଜାତି କ୍ଷେତ୍ରର ବିକାଶ, ଜନଜାତି ସମୁଦାୟର ବିକାଶ, ଜନଜାତି ସମାଜର ଶକ୍ତିକୁ ଚିହ୍ନିବା ପାଇଁ, ତାକୁ ସାମର୍ଥ୍ୟ ପ୍ରଦାନ ପାଇଁ ଅଲଗା ଅଲଗା ପ୍ରକାରର ପ୍ରକଳ୍ପ ଚାଲୁ ରହିଛି । ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ପରିଣାମ କାହିଁକି ଦୃଷ୍ଟିକୁ ଆସୁ ନାହିଁ? ଏବଂ ତାହାର ମୂଳ କାରଣ ଏହା ଯେ ଯେତେବେଳେ ପର୍ଯ୍ୟନ୍ତ ଆମେ ଆମର ଯୋଜନାକୁ, ବିଶେଷକରି ଜନଜାତି ସମୁଦାୟ ମଧ୍ୟରେ, ଦିଲ୍ଲୀର ଶୀତତାପ ନିୟନ୍ତ୍ରୀତ କୋଠରୀରେ ବସି କରି କିମ୍ବା ରାଜ୍ୟର ରାଜଧାନୀରେ ଶୀତତାପ ନିୟନ୍ତ୍ରୀତ କୋଠରୀରେ ବସି ତାହାର ନକ୍ସା ତିଆରି କରିବା ତ ଜନଜାତି ସମୁଦାୟ ମଧ୍ୟରେ  ଆମେ ଯାହା ଚାହୁଁଛୁ ସେହି ପରିବର୍ତ୍ତନ ଆସିବ ନାହିଁ । ସେହି ପରିବର୍ତ୍ତନ ସେତେବେଳେ ଆସିବ ଯେତେବେଳେ ତଳରୁ ଉପର ଜନଜାତି ସମୁଦାୟ ନିଜ ଅଞ୍ଚଳରେ କ’ଣ ଚାହୁଁଛନ୍ତି, ତାଙ୍କର ପ୍ରାଥମିକତା କ’ଣ, ସେହି ଆଧାରରେ ଯଦି ବଜେଟ୍ ଆବଣ୍ଟନ ହେବ ଏବଂ ସମୟ ସୀମା ମଧ୍ୟରେ ସେହି ପ୍ରକଳ୍ପ ଗୁଡିକୁ ଶେଷ କରିବା ପାଇଁ, ସେହି ଜନଜାତି ସମୁଦାୟଙ୍କୁ ଭାଗିଦାର ହେବାକୁ ଦିଆଯିବ ତେବେ ଆପଣ ଦେଖିବେ କି ଦେଖୁ ଦେଖୁ ପରିବର୍ତ୍ତନ ଆସିବା ଆରମ୍ଭ ହୋଇଯିବ ।

ଆମେ ଭାରତ ସରକାରଙ୍କର ବନବନ୍ଧୁ କଲ୍ୟାଣ ଯୋଜନା ଆଣିଛୁ । ଆଜି ଜନଜାତି ସମୁଦାୟ ମଧ୍ୟରେ ସରକାର ପ୍ରାୟ ୨୮ରୁ ଅଧିକ ବିଭାଗ କାମର କୌଣସି ନା କୌଣସି ଦାୟିତ୍ୱ ନେଇ ବସିଛନ୍ତି । ଆଉ କ’ଣ ହେଉଛି, ଗୋଟିଏ ବିଭାଗ ଗୋଟିଏ ଗାଁରେ କାମ କରୁଛି, ଦ୍ୱିତୀୟ ବିଭାଗ ଦ୍ୱିତୀୟ ଗାଁରେ କାମ କରୁଛି, ନା କିଛି ପରିବର୍ତ୍ତନ ଦିଶୁଛି ନା କିଛି ପ୍ରଭାବ ନଜର ଆସୁଛି । ଏବଂ ଏଇଥି ପାଇଁ ବନବନ୍ଧୁ କଲ୍ୟାଣ ଯୋଜନା ଅନ୍ତର୍ଗତ ଏହି ସବୁ ବିଭାଗର ଯୋଜନା ଗୁଡିକ… ଯୋଜନା ଗୁଡିକ ଚାଲୁ ରହିବ କିନ୍ତୁ କେନ୍ଦ୍ରୀୟ ସ୍ତରରେ ସେହି ଜନଜାତି ସମୁଦାୟର ଆବଶ୍ୟକତାକୁ ପ୍ରାଥମିକତା ଦେଇ ପ୍ରକଳ୍ପକୁ କରାଯିବ । ତାହା ଉପରେ ଏକ ବଡ କାମ ଚାଲୁ ରହିଛି, ଯାହାର ଭଲ ପରିଣାମ ଦେଖିବାକୁ ମିଳୁଛି । ଏବେ ଜନଜାତି ସମୁଦାୟ ଅଂଶ ଗ୍ରହଣ କରୁଛନ୍ତି । ସେମାନେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଭାଗିଦାର ହେଉଛନ୍ତି । ଏହା ହେଉଛି ଆମୁଳଚୂଳ ପରିବର୍ତ୍ତନ ଏବଂ ଏଥିପାଇଁ ଧନର ଠିକ୍ ଠିକ୍ ଉପଯୋଗ, ତାଙ୍କର ବିକାଶ ପାଇଁ ହେବା ଦରକାର ।

ଆମ ଦେଶରେ କେବେ ବଡ଼ ବଡ଼ ଲୋକଙ୍କୁ ଲାଗେ, ବଡ଼ ବଡ଼ ପରିବେଶବିତ ମାନେ ଏକାଠି ହୁଅନ୍ତି ତ, କୁହନ୍ତି ଜଙ୍ଗଲର ସୁରକ୍ଷା କରିବା ଦରକାର । ମୁଁ ଅନୁଭବରୁ କହୁଛି କି ଯଦି ବଣକୁ କିଏ ବଞ୍ଚାଇଛି ତ, ମୋ ଜନଜାତି ସମୁଦାୟ ବଞ୍ଚାଇଛି । ସେ ସବୁ ଦେଇ ଦେବ କିନ୍ତୁ ଜଙ୍ଗଲକୁ ଧ୍ୱଂସ ହେବାକୁ ଦେବ ନାହିଁ । ଏହା ତା’ର ସଂସ୍କାରରେ ରହିଛି । ଯଦି ଆମକୁ ଜଙ୍ଗଲର ରକ୍ଷା କରିବାକୁ ଅଛି ତ ଜନଜାତି ସମୁଦାୟ ଠାରୁ ଆମର ଆଉ କେହି ବଡ ରକ୍ଷକ ହୋଇ ପାରିବେ ନାହିଁ । ଏହି ଚିନ୍ତାଧାରାକୁ ପ୍ରାଥମିକତା ଦେବା ପାଇଁ ଆମର ପ୍ରୟାସ ଜାରି ରହିଛି ।

ବର୍ଷ ବର୍ଷ ଧରି, ପିଢୀ ପରେ ପିଢୀ, ଜଙ୍ଗଲକୁ ବଞ୍ଚାଇ ରଖି ନିଜ ପେଟ ପୋଷିବା ପାଇଁ ଛୋଟ ଛୋଟ ସ୍ଥାନରେ ସେ ଚାଷ କରୁଛି । ନା ତାଙ୍କ ପାଖରେ କୋଉ କାଗଜ ଅଛି, ନା ହାତ ଲେଖା ଦଲିଲ୍, ନା କିଏ କିଛି ଦେଇଥିବା ଜିନିଷ, ଯାହା ଅଛି କେତେ କାଳରୁ, ଅଛି ନିଜ ପୂର୍ବଜଙ୍କ ଭୋଗ ଦଖଲରେ ଥିବା କିଛି ଜଙ୍ଗଲ ଜମି । କିନ୍ତୁ ଏବେ ସରକାର ବଦଳୁଛନ୍ତି, ସଂବିଧାନ, ଆଇନ, ନିୟମ ଏବଂ ସେହି କାରଣରୁ କେବେ କେବେ ଜଙ୍ଗଲରେ ଜୀବନ କାଟୁଥିବା ଆମ ଆଦିବାସୀ ଭାଇମାନଙ୍କୁ କଷ୍ଟ ଭୋଗିବାକୁ ପଡୁଛି । ଭରତ ସରକାର ଲଗାତାର ରାଜ୍ୟ ସରକାରଗୁଡିକର ସହଯୋଗରେ ଆଦିବାସୀମାନଙ୍କର ଜମି ପଟ୍ଟା ଦେବାର ଏକ ବଡ ଅଭିଯାନ ଚଳାଉଛନ୍ତି । ଏବଂ ଆଦିବାସୀ ମାନଙ୍କୁ ସେମାନଙ୍କର ଅଧିକାର ମିଳିବା ଦରକାର । ଏହା ହେଉଛି ଆମର ପ୍ରାଥମିକତା । ଆଦିବାସୀ ମାନଙ୍କର ଜମି ଛଡାଇନେବା ପାଇଁ ଏହି ଦେଶରେ କାହାର ଅଧିକାର ନ ରହିବା ଦରକାର, କାହାକୁ ସୁଯୋଗ ନ ମିଳିବା ଦରକାର, ଏହା ହେଉଛି ଆମର ପ୍ରତିବଦ୍ଧତା । ଏବଂ ସେହି ଦିଗରେ ସରକାର କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସପକ୍ଷରେ ଅଛନ୍ତି ଏବଂ ଆମେ ତାହା କରୁଛୁ ।

ସେହିପରି ଆଦିବାସୀମାନଙ୍କୁ ଜମି ଉପରେ ଅଧିକାର ମିଳିବା ଦରକାର କାରଣ ଜମି ହିଁ ହେଉଛି ତାହାର ଜୀବନ, ଜଙ୍ଗଲ ହିଁ ତାହାର ଜୀବନ, ଜଙ୍ଗଲ ହିଁ ହେଉଛି ତାହାର ଈଶ୍ୱର, ଉପାସନା, ତାକୁ ତା’ ଠାରୁ ଅଲଗା କରାଯାଇ ପାରିବ ନାହିଁ । ଆମ ଦେଶରେ ରହିଛି ପ୍ରାକୃତିକ ସଂପଦ, ସେ କୋଇଲା ହେଉ, ସେ ଲୁହା ପଥର ହେଉ, ଏବଂ ଅନ୍ୟାନ୍ୟ ପ୍ରାକୃତିକ ସଂପଦ ସବୁ ହେଉ, ଆମର ଅଧିକାଂଶ ପ୍ରାକୃତିକ ସଂପଦ ସବୁ, ଜଙ୍ଗଲ ଏବଂ ଜନଜାତି ସମୁଦାୟ ତିନିହେଁ ସାଙ୍ଗ ହୋଇ ରହିଛନ୍ତି । ଯେଉଁଠି ଜଙ୍ଗଲ ଅଛି ସେଠି ଜନଜାତି ସମୁଦାୟ ଅଛନ୍ତି ଏବଂ ସେହି ଜଙ୍ଗଲରେ ପ୍ରାକୃତିକ ସଂପଦ ସବୁ ରହିଛି । ଏବେ କୋଇଲା ବିନା ଚଳିହେବ ନାହିଁ ତାକୁ ତ ବାହାର କରିବାକୁ ପଡିବ । ଲୁହା ପଥର ବିନା ଚଳିହେବ ନାହିଁ, ତାକୁ ମଧ୍ୟ ବାହାର କରିବାକୁ ପଡିବ । ଦେଶକୁ ଆଗକୁ ବଢିବାକୁ ହେବ ତ ସଂପଦକୁ ମଧ୍ୟ ମୂଲ୍ୟଯୁକ୍ତ କରିବାକୁ ପଡିବ । କିନ୍ତୁ ଜନଜାତି ସମୁଦାୟର ଶୋଷଣ କରି ଏହା ନ କରିବା ଉଚିତ । ତାଙ୍କ ଅଧିକାରକୁ ବଞ୍ଚାଇ ରଖି କରିବା ଦରକାର । ପ୍ରଥମ ଥର ପାଇଁ ପୂର୍ବ ବଜେଟ୍ ରେ ଭାରତ ସରକାର ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଯାହାର ସିଧା ସିଧା ଲାଭ ଜଙ୍ଗଲରେ ଜୀବନ ବିତାଉଥିବା ଆମର ଜନଜାତି ସମୁଦାୟକୁ ମିଳିଲା । ଆମେ କ’ଣ କଲୁ? ଏହି ଜଙ୍ଗଲରୁ ଯେଉଁସବୁ ପ୍ରାକୃତିକ ସଂପଦ ବାହାରିବ, ଯେଉଁ ସବୁ ଖଣିଜ ସଂପଦ ଖେଳାହେବ  ତାହା ଉପରେ  କିଛି ପ୍ରତିଶତ ଟିକସ ବସାଇଲୁ, ସେହି ଟିକସକୁ ନେଇ ଏକ ଫାଉଣ୍ଡେସନ ପ୍ରତିଷ୍ଠା କଲୁ । ପ୍ରତି ଜିଲ୍ଲା ପାଇଁ ଅଲଗା ଅଲଗା ଫାଉଣ୍ଡେସନ । ସେହି ଜିଲ୍ଲାର ସରକାରୀ ଅଧିକାରୀଙ୍କୁ ତାହାର ମୁଖ୍ୟ ଭାବେ ରଖାଗଲା ।  ଏବଂ ସରକାର ସ୍ଥିର କଲେ କି ଏହି ଫାଉଣ୍ଡେସନକୁ ଯେଉଁ ପଇସା ଆସିବ, ତାହା ସେହି ଅଞ୍ଚଳର ଜନଜାତି ସମୁଦାୟଙ୍କ କଲ୍ୟାଣପାଇଁ ଖର୍ଚ୍ଚ କରାଯିବ । ସ୍କୁଲ ମଧ୍ୟ ତିଆରି ହେବ ତ, ସେହିମାନଙ୍କ ପାଇଁ ହେବ, ଡାକ୍ତରଖାନା ମଧ୍ୟ ତିଆରି ହେବ ତ, ସେହିମାନଙ୍କ ପାଇଁ ତିଆରି ହେବ, ରାସ୍ତା ତିଆରି ହେବ ତ, ସେହିମାନଙ୍କ ପାଇଁ ତିଆରି ହେବ, ଧର୍ମଶାଳା ତିଆରି ହେବ ତ, ସେହିମାନଙ୍କ ପାଇଁ ତିଆରି ହେବ, ସେହି ସମୁଦାୟ ପାଇଁ ।

ଯେତେବେଳେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋର ଦେଖାହେଲା, ଡାଃ ରମଣ ସିଂହ, ସେ କହିଲେ, ମୋଦିଜୀ ଆପଣ ଏମିତି ବଡ ନିର୍ଣ୍ଣର୍ୟ ନେଲେ ଯେ, ଆମର ଯେଉଁ ସାତୋଟି ଜିଳ୍ଲା ଅଛି, ସେହି ସାତୋଟି ଜିଳ୍ଲାରେ ଏହି ଟିକସ କାରଣରୁ ଏତେ ପଇସା ଆସିବ ଯେ, ଆଜି ଆମେ ଯେଉଁ ସାଧାରଣ ବଜେଟ୍ ଅର୍ଥ ଖର୍ଚ୍ଚ କରୁଛୁ  ତା’ର ଅନେକ ଗୁଣ ଅଧିକ ପଇସା ହେବ । ଏମିତି ଏକ ସମୟ ଆସିବ ଆମକୁ ଏହି ସାତୋଟି ଜିଲ୍ଲା ପାଇଁ ରାଜ୍ୟ ରାଜକୋଷରୁ ଗୋଟିଏ ପଇସା ଦେବାକୁ ପଡିବ ନାହିଁ । ଏତେ ପଇସା ଜନଜାତି ସମୁଦାୟ ପାଇଁ ଖର୍ଚ୍ଚ ହେବାକୁ ଯାଉଛି । ହଜାର କୋଟି ଟଙ୍କାର ଲାଭ ଏହି ଫାଉଣ୍ଡେସନରୁ ମିଳିବ । ଯେତେବେଳେ କି ପ୍ରଥମେ ସେଠାରୁ କୋଇଲା ମଧ୍ୟ ଚାଲିଯାଉଥିଲା, ଲୁହା ପଥର ମଧ୍ୟ ଚାଲିଯାଉଥିଲା, କିନ୍ତୁ ସେଠାରେ ରହୁଥିବା ଜନଜାତି ସମୁଦାୟକୁ ଲାଭ ମିଳୁ ନ ଥିଲା । ଏବେ ସିଧା ଲାଭ ସେମାନଙ୍କୁ ମିଳିବ ସେହି ଦିଗରେ ଆମେ କାମ କରୁଛୁ ।

ଆମେ ଗୋଟିଏ କଥାକୁ ମହତ୍ୱ ଦେଉଛୁ । ଆମକୁ ଆମ ଜଙ୍ଗଲକୁ ବଞ୍ଚାଇବାକୁ ପଡିବ, ଯାହା ହେଉଛି ତାଙ୍କର ଆର୍ଥିକ ରୋଜଗାରର ସାଧନ,ତାଙ୍କୁ ମଧ୍ୟ ସୁରକ୍ଷିତ ରଖିବାକୁ ପଡିବ । ଏଥିପାଇଁ ଆମକୁ ଆଧୁନିକ ବୈଷୟିକ ଜ୍ଞାନ ଦ୍ୱାରା ଭୂତଳ ଖଣିଜ ଖନନକୁ ଶକ୍ତି ଦେବାକୁ ଚାହୁଁଛୁ । ଯାହା ଫଳରେ ଉପର ଜଙ୍ଗଲ ଯେପରି ଅଛି ସେପରି ରହିବ, ଜୀବନ ଯେମିତି ଅଛି ସେମିତି ରହିବ । ତଳୁ ମାଟି ଭିତରୁ ସୁଡଙ୍ଗ ମାଧ୍ୟମ କୋଇଲା ଆଦି ବାହାର କରାଯିବ ଯେମିତି ସେଠାକାର ଜୀବନକୁ କିଛି କଷ୍ଟ ହେବ ନାହିଁ । ସେହି ଆଧୁନିକ ବୈଷୟିକ ଜ୍ଞାନ ଦିଗରେ ଭାରତ ସରକାର ପ୍ରତିବଦ୍ଧ ଅଟନ୍ତି ।

ଦ୍ୱତୀୟ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା କୋଇଲା ବାଷ୍ପିକରଣ କରିବା, ଯେମିତି ଭୁ-ଗର୍ଭରେ ହିଁ କୋଇଲାରୁ ଗ୍ୟାସ ତିଆରି କରି ବାହାର କରାଯିବ ଫଳରେ ସେଠାକାର ପରିବେଶକୁ ମଧ୍ୟ କିଛି କ୍ଷତି ହେବ ନାହିଁ, ସେଠାରେ ଥିବା ଆମ ଜନଜାତି ସମୁଦାୟକୁ ମଧ୍ୟ କିଛି କ୍ଷତି ହେବ ନାହିଁ ।

ଏମିତି ଅନେକ ପ୍ରକଳ୍ପ ଯାହା ଦ୍ୱାରା ଜନଜାତି ସମୁଦାୟଙ୍କର କଲ୍ୟାଣ କରିବା ପାଇଁ ଆମର ପ୍ରୟାସ ରହିଛି । ସରକାର ଗୋଟିଏ ରୁର୍ବାନ(ଗ୍ରାମୀଣ-ସହରୀ) ମିଶନ ହାତକୁ ନେଇଛନ୍ତି । ଏହି ମିଶନ ଦ୍ୱାରା ଆଦିବାସୀ କ୍ଷେତ୍ରରେ ଯେଉଁଠାରେ ଜନଜାତି ସମୁଦାୟ ରହୁଛନ୍ତି ସେଠାରେ ନୂତନ ବିକାଶ କେନ୍ଦ୍ର ବା ନୂଆ ଅଭିବୃଦ୍ଧି କେନ୍ଦ୍ର (ଗ୍ରୋଥ୍ ସେଣ୍ଟର) ତିଆରି କରାଯାଉଛି । ଯେଉଁଠି ଆର୍ଥିକ ଗିତବିଧିର କେନ୍ଦ୍ର ବିକଶିତ ହେବ । ଆଜି ମଧ୍ୟ ଆଦିବାସୀମାଙ୍କର ଅଲଗା ଅଲଗା ସ୍ଥାନରେ ବଜାର ବସୁଛି । ସେମାନେ ସେଠାକୁ ଯାଉଛନ୍ତି, ନିଜ ଜିନିଷ ବିକ୍ରି କରୁଛନ୍ତି ଏବଂ ବଦଳରେ ଅନ୍ୟାନ୍ୟ ଜିନିଷ ନେଇକରି ଆସୁଛନ୍ତି । ବାର୍ଟର ସିଷ୍ଟମ ବା ଜିନିଷ ଅଦଳ ବଦଳ ପରମ୍ପରା ଆଜି ମଧ୍ୟ ଜଙ୍ଗଲରେ ଚାଲୁଛି । କିନ୍ତୁ ଆମେ ଚାହୁଁଛୁ ଯେ ୫୦-୧୦୦ ଆଦିବାସୀ ଗାଁ ମଧ୍ୟରେ ଗୋଟିଏ ଗୋଟିଏ ବିକାଶ କେନ୍ଦ୍ର ବିକଶିତ ହେଉ । ଯାହା ଆଗାମୀ ଦିନରେ ଆର୍ଥିକ ଗିତବିଧିର କେନ୍ଦ୍ର ହେବ । ଅଲଗା ଅଲଗା ଗାଁର ଲୋକ ନିଜ ନିଜର ଉତ୍ପାଦ ଏଠାକୁ ବିକ୍ରି କରିବାକୁ ଆଣିବେ । ତାହା ଭଲ ଶିକ୍ଷାର କେନ୍ଦ୍ର ହେଉ । ଭଲ ଆରୋଗ୍ୟ ସେବାର କେନ୍ଦ୍ର ହେଉ । ଏବଂ ଆଖ ପାଖରେ ଯେଉଁ ୫୦-୧୦୦ ଗାଁ ଅଛି ସେମାନେ ସହଜରେ ସେହି ବ୍ୟବସ୍ଥାର ଉପଯୋଗ କରିପାରିବେ ।

ସେହି ସ୍ଥାନ ଏମିତି ହେବ ଯେଉଁଠି ଆଧୁନିକ ସୁବିଧାମାନ ଉପଲବ୍ଧ ହେବ । କେବେ ସହରର ଶିକ୍ଷକ ଆଦିବାସୀ ବସ୍ତିକୁ ଯିବାକୁ ରାଜି ହେଉ ନ ଥିଲେ, କେବେ ଡ଼ାକ୍ତର ଯିବାକୁ ପ୍ରସ୍ତୁତ ହେଉ ନଥିଲେ । ଏହି  ସମୟରେ ସେହି ରୁର୍ବାନ କେନ୍ଦ୍ରରେ ସବୁ ସେହିଭଳି ସୁବିଧା ରହିବା ଦରକାର ଫଳରେ ଆମ ସହରର ଲୋକଙ୍କୁ ସେଠାରେ ସରକାରୀ ଚାକିର ମିଳୁଛି ତ, ସେଠାରେ ରହି କାମ କରିବାକୁ ପସନ୍ଦ କରିବେ । ଏହିଭଳି ୧୦୦ରୁ ଅଧିକ ଆଦିବାସୀ ଅଞ୍ଚଳରେ ରୁର୍ବାନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଆମେ ପ୍ରୟାସ କରିଛୁ, ଯାହା ନୂଆ ଆର୍ଥିକ ବିକାଶ କେନ୍ଦ୍ର ଭାବେ କାମ କରିବ । ଯେଉଁଠି ସେଠାକାର ଜୀବନର ଆତ୍ମା ଜନଜାତି ଜୀବନର ହେବ । କିନ୍ତୁ ସେଠାରେ ସହରରେ ଲୋକଙ୍କୁ ମିଳୁଥିବା ସେହି ସମସ୍ତ ସୁବିଧା ଉପଲବ୍ଧ ହେବ । ଏମିତି ବିକାଶ କେନ୍ଦ୍ରର ଏକ ନେଟୱାର୍କ ପ୍ରତିଷ୍ଠା କରିବା ଦିଗରେ ଭାରତ ସରକାର କାମ କରୁଛନ୍ତି ।

ଆଜି ସାରା ଦେଶରୁ ଆସିଥିବା ମୋର ଆଦିବାସୀ ଜନଜାତି ସମୁଦାୟର ଭାଇ ଭଉଣୀମାନେ, ଦିଲ୍ଲୀରେ ଆପଣଙ୍କ ଏହି ଅନୁଭବ ଆନନ୍ଦ ଉଲ୍ଲସ ଭରା ହେଉ, ଆପଣ ନିଜର ଯେଉଁ କଳା, କଳାକୃତି ଏବଂ ଉତ୍ପାଦ ସାମଗ୍ରୀ ନେଇକରି ଆସିଛନ୍ତି ତାହା ଦିଲ୍ଲୀବାସୀଙ୍କ ହୃଦୟରେ ସ୍ଥାନ ପାଉ, ବ୍ୟବସାୟୀମାନଙ୍କର ହୃଦୟରେ ସ୍ଥାନ ପାଉ, ଏକ ନୂଆ ଆର୍ଥିକ କ୍ଷେତ୍ରର ଦ୍ୱାର ଉନ୍ମୁକ୍ତ ହେଉ, ଏହି ଦୀପାବଳି ପାଇଁ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି । ଏବଂ ଆପଣ ସବୁ ଏହି ପବିତ୍ର ଉତ୍ସବ ନିମନ୍ତେ ଏଠାରେ ଏତେ ଅଧିକ ସଂଖ୍ୟାରେ ଆଶୀର୍ବାଦ ଦେବା ପାଇଁ ଆସିଛନ୍ତି, ମୁଁ ମଥାନତ କରି ଆପଣମାନଙ୍କୁ ପ୍ରଣିପାତ କରି ମୋ ବକ୍ତବ୍ୟକୁ ଶେଷ କରୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.