Mudra Yojana has become a job multiplier: PM Modi
Mudra Yojana has helped in relieving the entrepreneurs from the vicious cycle of moneylenders and middlemen: PM Modi
Mudra Yojana has opened up new opportunities for youth, women and those who wanted to start or expand their businesses: PM Modi
Mudra Yojana has transformed the lives of the poor: PM Modi
By aiding small and micro businesses, Mudra Yojana has helped to strengthen people economically, socially and has given people a platform to succeed: PM Modi

ଭାଇ ଓ ଭଉଣୀମାନେ,

ଏହା ହେଉଛି ମୋର ସୌଭାଗ୍ୟ କି ଯେଉଁ ଯୋଜନା ମୋ ହୃଦୟର ଅତି ନିକଟରେ ଅଛି, ସେହି ଯୋଜନାର କର୍ମଯୋଗୀମାନଙ୍କ ସହିତ, ଉଦ୍ୟମଶୀଳ ଯୁବକମାନଙ୍କ ସହିତ, ପରମ୍ପରାରୁ ବାହାରକୁ ବାହାରିଥିବା ଭଉଣୀମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ଆଜି ମୋତେ ସୁଯୋଗ ମିଳିଛି । ଆପଣମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ଚିରାଚରିତ ରାସ୍ତାରେ ଚାଲିବା ପରିବର୍ତ୍ତେ ନିଜର ପଥ ନିଜେ ସ୍ଥିର କରନ୍ତି, ନିଜର ସାହସ ଏବଂ ଇଚ୍ଛାଶକ୍ତି ଦ୍ୱାରା ମାର୍ଗ ପ୍ରସ୍ତୁତ କରନ୍ତି । ଦେଶର ସମୃଦ୍ଧି ଆଉ ସମାଜର ଖୁସିରେ ଆପଣ ସମସ୍ତଙ୍କର ବହୁତ ବଡ଼ ଯୋଗଦାନ ରହିଛି ।

ଆଜି ମୋ ସହିତ ସମଗ୍ର ଦେଶ ଆପଣମାନଙ୍କର ସମସ୍ତଙ୍କର ଏହି ସାହସର, ଏହି ନିଷ୍ପତ୍ତିର, ଏହି ପଦକ୍ଷେପର, ଆପଣଙ୍କର ଏହି ଯାତ୍ରାର ସଂସ୍ମରଣ(ଗାଥା) ଶୁଣିବା ପାଇଁ ଏହି ଭିଡିଓ କନଫରେନ୍ସ ମାଧ୍ୟମରେ ଆପଣ ମାନଙ୍କ ସହିତ ଯୋଡ଼ି ହୋଇଛି । ଏବେ ଗତ ମାସରେ ହିଁ ପ୍ରଧାନମନ୍ତ୍ରୀ ବାସ ଭବନରେ ମୋତେ ମୁଦ୍ରା ଯୋଜନାର ହିତାଧିକାରୀ ମାନଙ୍କ ସହିତ କିଛି ସମୟ ଅତିବାହିତ କରିବାର ସୁଯୋଗ ମିଳିଥିଲା । ସେମାନଙ୍କର ଅନୁଭବ, ସେମାନଙ୍କର ସଂଘର୍ଷ, ସେମାନଙ୍କର ପ୍ରଗତିର କାହାଣୀ ଗୁଡ଼ିକ ଆତ୍ମସନ୍ତୋଷ ମଧ୍ୟ ଦେଇଥାଏ, ଆଉ ମନକୁ ଗର୍ବର ସହିତ ପ୍ରଫୁଲ୍ଲିତ ମଧ୍ୟ କରିଥାଏ । ସେହି ଦିନ ମୁଁ ସ୍ଥିର କରି ନେଇଥିଲି କି କେବେ କେବେ ଯଦି ସୁଯୋଗ ମିଳିଯିବ ତ ସାରା ଦେଶର ମୁଦ୍ରା ଯୋଜନାର ହିତାଧିକାରୀଙ୍କ ସହିତ କଥା ହେବା ପାଇଁ ମୁଁ ସୁଯୋଗ ଖୋଜୁଥିଲି, ସମଗ୍ର ଦେଶର ମୁଦ୍ରା ଯୋଜନାର ହିତାଧିକାରୀଙ୍କ ସହିତ କଥାବାର୍ତ୍ତା ହେବି, ଗପ କରିବି, ଆଲୋଚନା କରିବି । ଆଉ ଆଜି ଟେକ୍ନୋଲଜି ମାଧ୍ୟମରେ ଆପଣମାନଙ୍କର ମଧ୍ୟ ସମୟ ବଂଚିଗଲା, ମୋର ମଧ୍ୟ ସମୟ ବଂଚିଗଲା, ପୁଣି ମଧ୍ୟ ଆମମାନଙ୍କ ମଧ୍ୟରେ ସେହି ବନ୍ଧନ ବାନ୍ଧି ହୋଇଗଲା, ସେହି ଆତ୍ମୀୟତାର ସମ୍ପର୍କ ଯୋଡ଼ି ହୋଇଗଲା । ଆପଣମାନଙ୍କର ଅନୁଭବ ଆପଣ ମାନଙ୍କର ଭାବନା ସିଧା-ସଳଖ ମୋତେ ଶୁଣିବା ପାଇଁ ମିଳୁଛି, ମଝିରେ କୌଣସି ବ୍ୟବସ୍ଥାର ଆବଶ୍ୟକତା ନାହିଁ ।

ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଆପଣମାନଙ୍କ ଭଳି ଉଦ୍ୟମୀମାନଙ୍କର ଯୋଗଦାନ ହେଉଛି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ପ୍ରଥମେ ତା’ଉପରେ କୌଣସି ଧ୍ୟାନ ଦିଆଗଲା ନାହିଁ । ଆପଣମାନଙ୍କୁ ଜଣାଅଛି ଆଜିଠାରୁ 25-30 ବର୍ଷ ପୂର୍ବେ ରାଜନୈତିକ ଲାଭ ପାଇଁ ଋଣ ମେଳା ସବୁ ଚାଲୁଥିଲା ଆଉ ଯେଉଁ ରାଜନୈତିକ ଉଦ୍ଦେଶ୍ୟ ରଖୁଥିବା ଲୋକ ଥିଲେ ସେମାନଙ୍କର ଚେଲା-ଚାମୁଣ୍ଡା, ଠିକାଦାର, ଭୋଟ ବ୍ୟାଙ୍କର ରାଜନୀତି, ଏସବୁ ବ୍ୟାଙ୍କରୁ ଟଙ୍କା ନେଇ ଯାଉଥିଲେ । ଖବର ମଧ୍ୟ ବହୁତ ଛପୁଥିଲା କେତେ ଟଙ୍କାର ବ୍ୟାଙ୍କ ଋଣ ଦିଆଗଲା । ପରେ କ’ଣ ହେଲା କେହି ମଧ୍ୟ ପଚାରିଲେ ନାହିଁ । ଆମେ ନା ଋଣ ମେଳା କଲୁ, ନା ହିଁ ମଧ୍ୟସ୍ଥିଙ୍କୁ ସ୍ଥାନ ଦେଲୁ । ଆମେ ଦେଶର ଯୁବକ, ଦେଶର ମାଆ-ଭଉଣୀ ମାନଙ୍କୁ ଯେଉଁମାନେ ନିଜସ୍ୱ ପଦକ୍ଷେପ ଦ୍ୱାରା କିଛି କରିବାକୁ ଚାହାଁନ୍ତି, ନିଜେ ବ୍ୟାଙ୍କ କାର୍ଯ୍ୟାଳୟକୁ ଯାଇ କଥା ହେବାକୁ ଚାହାଁନ୍ତି, ଆପଣ ନିଜ କଥା ନିଜେ ଉପସ୍ଥାପନ କରି ପାରିବେ । ମୁଦ୍ରା ଯୋଜନାକୁ ଏଭଳି ଏକ ପ୍ରକଳ୍ପ ଭାବେ ପ୍ରସ୍ତୁତ କରାଯାଇଛି, ଯେଉଁମାନେ ଆଗ୍ରହୀ, କିଛି କରିବା ପାଇଁ ଲକ୍ଷ୍ୟ ରଖିଥିବା ଦେଶବାସୀଙ୍କ ନିମନ୍ତେ ଏକ ବହୁତ ବଡ଼ ସୁଯୋଗ ପାଲଟି ଯାଇଛି । ଆମେ ଆମର ଛୋଟ ଉଦ୍ୟମୀମାନଙ୍କ ଉପରେ ବିଶ୍ୱାସ ରଖିଲୁ, ସେମାନଙ୍କର ବ୍ୟବସାୟ ଦକ୍ଷତା ଉପରେ ଭରସା କଲୁ । ମୁଦ୍ରା ଯୋଜନା ମାଧ୍ୟମରେ ସେମାନଙ୍କୁ ଋଣ ଦିଆଗଲା, ଫଳରେ ସେମାନେ ମଧ୍ୟ ନିଜ ବ୍ୟବସାୟ ଆରମ୍ଭ କରି ପାରିବେ, ତାହାର ସମ୍ପ୍ରସାରଣ କରି ପାରିବେ । ମୁଦ୍ରା ଯୋଜନା ଦ୍ୱାରା ନା କେବଳ ସ୍ୱରୋଜଗାରର ଅବସର ସୃଷ୍ଟି ହେଲା, ବରଂ ଆଜି ଏହା ନିଯୁକ୍ତିକୁ ବହୁଗୁଣିତ କରିବାର କାର୍ଯ୍ୟ ମଧ୍ୟ କରୁଛି ।

ସ୍ୱାଧୀନତା ପରେ ହିଁ ଆମ ଦେଶରେ ଲାଇସେନ୍ସ ରାଜର ଏକ ବଡ଼ ବେମାରୀ ଦେଖିବାକୁ ମିଳିଥିଲା । ଋଣ ସେହିମାନଙ୍କୁ ମିଳୁଥିଲା, ଯେଉଁମାନଙ୍କର କେହି ପରିଚିତ ଲୋକ ଥିଲେ, କାମ ସେହିମାନଙ୍କର ହେଉଥିଲା, ଯେଉଁମାନଙ୍କର କିଛି ନାମ ଥିଲା । କେଉଁଠି ନା କେଉଁଠି ଏହି ପ୍ରଥା ଗରିବ ମାନଙ୍କୁ ବ୍ୟବସ୍ଥା ଭିତରୁ ବାହାରେ ହିଁ ଠିଆ କରାଇ ଦେଇଥିଲା, କାରଣ ନା ସେମାନଙ୍କ ପାଖରେ ବଡ଼ ନାମ ଥିଲା ଆଉ ନା ହିଁ କୌଣସି ପରିଚୟ ଅବା ସୁପାରିସ ଥିଲା । ଏହି ଏକ ବଡ଼ କାରଣ ଥିଲା କି ହଜାର-ହଜାର ଲକ୍ଷ-ଲକ୍ଷ ଛୋଟ ଉଦ୍ୟମୀ ଏତେ ବର୍ଷ ଧରି ନିଜର ଦକ୍ଷତା ଆଧାରରେ ନିଜର ବ୍ୟବସାୟ ଆରମ୍ଭ ହିଁ କରି ପାରୁ ନ ଥିଲେ କିମ୍ବା ତାହାର ସମ୍ପ୍ରସାରଣ ମଧ୍ୟ କରି ପାରୁ ନ ଥିଲେ । ଆର୍ଥିକ ସହାୟତା ପାଇଁ ସାହୁକାରଙ୍କ କବଳରେ ହିଁ ଫସି ରହି ଯାଉଥିଲେ ।

ଏହି ଦେଶରେ ଏକ ଏଭଳି ସମୟ ଥିଲା ଯେତେବେଳେ ସ୍ୱୟଂ ଅର୍ଥମନ୍ତ୍ରୀ ଫୋନ କରି ବଡ଼ ଉଦ୍ୟୋଗୀମାନଙ୍କୁ ଋଣ ଦେଉଥିଲେ ଏବଂ ଅନ୍ୟ ପକ୍ଷରେ ଜଣେ ଛୋଟ ଉଦ୍ୟମୀ ସାହୁକାରମାନଙ୍କୁ 30-40 ପ୍ରତିଶତ ସୁଧ ଦେବା ଚକ୍ରାନ୍ତରେ ଏଭଳି ଫସି ଯାଉଥିଲା କି ସେ ସାରା ଜୀବନ ପାଇଁ ସେଥିରୁ ବାହାରି ପାରୁ ନ ଥିଲା । ଏହି ଦୁଶ୍ଚକ୍ର କେବେ ମଧ୍ୟ ଭାଙ୍ଗିବାର ଥିଲା, କାହାକୁ ତ, ଏହି ପରମ୍ପରାକୁ ଭାଙ୍ଗିବାର ଥିଲା, ଆମେ ଏ ଦିଗରେ ପ୍ରୟାସ କଲୁ ଏବଂ ଆମେ ଏଥିରେ ସଫଳ ହେଉଛୁ । ଏହି ଦୁଶ୍ଚକ୍ର ଆମେ ଭାଙ୍ଗୁଛୁ ।

ଭରସାର, ବିଶ୍ୱାସର ଶକ୍ତିରେ । ସରକାରଙ୍କର ଗରିବ ଉପରେ ବିଶ୍ୱାସ, ଗରିବଙ୍କ ସ୍ୱପ୍ନ ଉପରେ ବିଶ୍ୱାସ, ଗରିବଙ୍କ ପରିଶ୍ରମ ଉପରେ ବିଶ୍ୱାସ ।

ଯଦି ଯୁବକମାନଙ୍କୁ ଦଶ-ଦଶ ବର୍ଷ ପୂର୍ବରୁ ମୁଦ୍ରା ଭଳି ଯୋଜନାରେ ଋଣ ମିଳି ଯାଇଥାଆନ୍ତା, ତ ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ସହରାଭିମୁଖୀ ପଳାୟନର ସଂଖ୍ୟା ଏତେ ବିକଟାଳ ହୋଇ ନ ଥାଆନ୍ତା । ବିନା ବ୍ୟାଙ୍କ ଗ୍ୟାରେଂଟିରେ ଋଣ ମିଳିବା ଦ୍ୱାରା, କମ୍ ସୁଧରେ ଋଣ ମିଳିବା ଦ୍ୱାରା ଯୁବକମାନେ ନିଜ ଗାଁ ଅବା ସହରରେ ରହି ନିଜ ଶକ୍ତି ଅନୁସାରେ ରୋଜଗାର କରି ପାରି ଥାଆନ୍ତେ । ଆଜି ଗରିବରୁ ଗରିବ ବ୍ୟକ୍ତିଙ୍କୁ ବିନା କୌଣସି ବ୍ୟାଙ୍କ ଗ୍ୟାରେଂଟିରେ ମୁଦ୍ରା ଋଣ ମିଳୁଛି । ଆଜି ଏକ ସାଧାରଣ ଲୋକ ମଧ୍ୟ ବିନା କୌଣସି ସ୍ୱତନ୍ତ୍ର ନାମ ଏବଂ ଚିହ୍ନା-ପରିଚିତ ନ ଥିବା ବ୍ୟକ୍ତି ମଧ୍ୟ ମୁଦ୍ରା ଋଣ ସହାୟତାରେ ଉଦ୍ୟମୀ ହୋଇ ପାରୁଛନ୍ତି । ଆଉ ଆଜି ଏହାର ମଧ୍ୟ ଆବଶ୍ୟକତା ପଡ଼ୁନାହିଁ କି ଆପଣଙ୍କର କୌଣସି ବନ୍ଧୁ କିମ୍ବା କୌଣସି ସମ୍ପର୍କୀୟ ସରକାରରେ ହିଁ ଅଛନ୍ତି । ଆଜି ଦେଶରେ ପ୍ରତିଭାର କୌଣସି ଅଭାବ ନାହିଁ । ପ୍ରତ୍ୟେକଙ୍କ ପାଖରେ, ସେ ଯେକୌଣସି କ୍ଷେତ୍ର ହେଉ ନା କାହିଁକି, ଯେ କୌଣସି ବର୍ଗ ସହିତ ଜଡ଼ିତ ହୋଇଥାଆନ୍ତୁ ତାଙ୍କ ପାଖରେ କୌଣସି ନା କୌଣସି ବିଶେଷ ପ୍ରତିଭା ଅଛି । ସେହି ପ୍ରତିଭାକୁ ପରିଚୟ ଦେବା, ତାକୁ ପ୍ରେତ୍ସାହନ ଦେବା ପାଇଁ । ମୁଦ୍ରା ଯୋଜନାରେ ଲୋକମାନଙ୍କୁ, ବିଶେଷ କରି ଆମର ଯୁବକଙ୍କର ଏହି ପ୍ରତିଭାକୁ ଶକ୍ତି ମିଳୁଛି ।

ଯେତେବେଳେ ପ୍ରତିଭାକୁ ପ୍ରୋତ୍ସାହନ ମିଳିଥାଏ, ତ ତାହାର ପ୍ରତିଭା ଆହୁରି ଅଧିକ ପ୍ରସ୍ଫୁଟିତ ହୋଇଥାଏ, ଜୀବନରେ ପରିବର୍ତ୍ତନ ଆସିଥାଏ । ଧରିନିଅନ୍ତୁ, କାହା ପାଖରେ କପଡ଼ାରେ ଏମ୍ରୋଡୋରୀ ସିଲାଇ କରିବାର ପ୍ରତିଭା ଥିଲା, ସେ ମୁଦ୍ରା ଯୋଜନା ଅଧୀନରେ ଋଣ ନେଇ କରି କପଡ଼ାରେ ଏମ୍ରୋଡୋରୀ ସିଲାଇ କରିବାର ବ୍ୟବସାୟ ଆରମ୍ଭ କଲା । ଧୀରେ-ଧୀରେ ସେ କପଡାରେ ବିଭିନ୍ନ ପ୍ରକାର ଡିଜାଇନର କାମ କରିବାରେ ଲାଗିବ । କାହାକୁ ନିଜର ହସ୍ତତନ୍ତର ବ୍ୟବସାୟ ଆରମ୍ଭ କରିବାର ସହାୟତା ମିଳିଲା । ମୁଦ୍ରା ଯୋଜନା ଗୋଟିଏ ପଟେ ଦେଶର ସାଧାରଣ ବ୍ୟକ୍ତିର ପ୍ରତିଭାକୁ ବିକଶିତ କରିବାର କାର୍ଯ୍ୟ କରିଛି, ସେହି ପ୍ରତିଭାକୁ ପରିଚୟ ଦେବାରେ ଏବଂ ଲୋକଙ୍କୁ ସଶକ୍ତ କରିବାର କାର୍ଯ୍ୟ କରିଛି । ମୁଦ୍ରା ଯୋଜନା ଅଧିନରେ ଲାଭ, ମୁଦ୍ରା ଯୋଜନା ଅଧିନରେ ଏ ପର୍ଯ୍ୟନ୍ତ ମୋଟ 12 କୋଟି ଋଣ ମାଧ୍ୟମରେ 5.75 ଲକ୍ଷ କୋଟି ଟଙ୍କାର ଧନ ରାଶି ଦିଆଯାଇଛି ।

ଅନେକ ଥର ଏପରି ହୋଇଥାଏ କି ସରକାରଙ୍କ ପାଖରେ ଯୋଜନା ପାଇଁ ପାଣ୍ଠି ଥାଏ, କିନ୍ତୁ ତାହାର ସମ୍ପୂର୍ଣ୍ଣ ଉପଯୋଗ ହୋଇ ପାରି ନ ଥାଏ । କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ‘ମୁଦ୍ରା’ ହେଉଛି ଏଭଳି ଏକ ଯୋଜନା ଯେଉଁଠାରେ ଲକ୍ଷ୍ୟଠାରୁ ଅଧିକ ଋଣ ଦିଆଯାଇଛି । ଏଥିରେ ମଧ୍ୟ 28 ପ୍ରତିଶତ ଅର୍ଥାତ୍ 3.25 କୋଟିରୁ ଅଧିକ ଋଣ ଏଭଳି ଲୋକଙ୍କୁ ଦିଆଯାଇଛି, ଯେଉଁମାନେ ପ୍ରଥମ ଥର ନିଜର କୌଣସି କାରବାର ଆରମ୍ଭ କରିଛନ୍ତି । ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ଗୋଟିଏ ପଟରେ ବେକାରୀରୁ ବାହାରି ଆସି ରୋଜଗାର ସୃଷ୍ଟି କରିବାର ସ୍ଥିତିକୁ ଆସିଗଲେ । ସବୁଠାରୁ ଖୁସିର କଥା ଏହା ହେଉଛି କି ଏମାନଙ୍କ ମଧ୍ୟରୁ 74 ପ୍ରତିଶତ ହିତାଧିକାରୀ ହେଉଛନ୍ତି ମହିଳା ଅର୍ଥାତ୍ 9 କୋଟିରୁ ଅଧିକ ଋଣ କେବଳ ମହିଳାମାନଙ୍କୁ ଦିଆଯାଇଛି । ଯେତେବେଳେ ମହିଳାମାନେ ଆଗକୁ ବଢ଼ି ଥାଆନ୍ତି, ଆର୍ଥିକ କାର୍ଯ୍ୟକଳାପର କେନ୍ଦ୍ର ପାଲଟି ଥାଆନ୍ତି ତ’ ସଂପୂର୍ଣ୍ଣ ପରିବାରର ଆତ୍ମବିଶ୍ୱାସ ବଢ଼ିଥାଏ, ଚିନ୍ତାଧାରା ବଦଳି ଯାଇଥାଏ, ସମାଜ ସଶକ୍ତ ହୋଇଥାଏ । ଏହିପରି ଭାବେ ମୁଦ୍ରା ଯୋଜନା ଅଧୀନରେ 55 ପ୍ରତିଶତ ଋଣ ସମାଜର ପଛୁଆବର୍ଗର ବ୍ୟକ୍ତିମାନଙ୍କୁ ଦିଆଯାଇଛି । ଅର୍ଥାତ୍ ମୋଟ 12 କୋଟି ଋଣ ମଧ୍ୟରୁ 55 ପ୍ରତିଶତ ଋଣ ଏସସି/ଏସଟି ଏବଂ ଓବିସି ବର୍ଗର ଉଦ୍ୟମୀମାନଙ୍କୁ ଦିଆଯାଇଛି । ଦଶକ ଦଶକ ଧରି ଆମେ ଗରିବଙ୍କ ନାମରେ ସ୍ଳୋଗାନ ଶୁଣି ଆସୁଥିଲେ, ଗରିବଙ୍କ ଉତ୍ଥାନ କଥା ଶୁଣିଛେ, କିନ୍ତୁ ମୁଦ୍ରା ଯୋଜନା ହେଉଛି ଏଭଳି ଏକ ଯୋଜନା ଯାହା ବିନା କୌଣସି ଭେଦଭାବରେ ସମାଜର ପଛୁଆବର୍ଗଙ୍କୁ ଆର୍ଥିକ ଏବଂ ସାମାଜିକ ଶକ୍ତି ଦେବାରେ, ସେମାନଙ୍କୁ ସଶକ୍ତ କରିବାର କାର୍ଯ୍ୟ କରୁଛି ।

ଯେଉଁ ଧାରା ବ୍ୟାଙ୍କ ସହିତ ଆରମ୍ଭ ହୋଇଥିଲା, ସେଥିରେ ଧୀରେ-ଧୀରେ ଆଜି ଅନେକ ସଂସ୍ଥାନ ଯୋଡ଼ି ହେବାରେ ଲାଗିଛନ୍ତି । ଆଜି କେବଳ 110 ବ୍ୟାଙ୍କ ହିଁ ନୁହେଁ, ଏମାନଙ୍କ ବ୍ୟତୀତ 72 କ୍ଷୁଦ୍ର ଆର୍ଥିକ ସଂସ୍ଥା ଏବଂ 9 ଟି ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ମଧ୍ୟ ମୁଦ୍ରା ଋଣ ଦେଉଛନ୍ତି । ବ୍ୟାଙ୍କ ମଧ୍ୟ ‘ମୁଦ୍ରା’ ଋଣ ନେବାର ପ୍ରକ୍ରିୟାକୁ ଆହୁରି ଅଧିକ ସହଜ ଓ ସରଳ କରିବାର କାର୍ଯ୍ୟ କରିଛି । ନଥିପତ୍ର ଯୋଗାଡ଼ କରିବାର ଚିନ୍ତା ନ ରହୁ, ଏଥିପାଇଁ ଦସ୍ତାବିଜ ପ୍ରକ୍ରିୟାକରଣକୁ ମଧ୍ୟ ସରଳ କରାଯାଇଛି । ସ୍ୱରୋଜଗାରୀ ହେବା ଆଜି ହେଉଛି ଏକ ଗର୍ବର କଥା, ଆଉ ଏହାର ପ୍ରେରଣାର ସ୍ରୋତ ହେଉଛନ୍ତି ଆପଣମାନେ ସମସ୍ତେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moody’s projects stable outlook for India's banking sector, NPAs to remain low

Media Coverage

Moody’s projects stable outlook for India's banking sector, NPAs to remain low
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates people of Chhattisgarh for special celebration of ‘Bastar Pandum’ festival
February 10, 2026

The Prime Minister, Shri Narendra Modi has congratulated the people of Chhattisgarh for special celebration of ‘Bastar Pandum’ festival, between February 7 and 9 in Chhattisgarh. During the festival, the rich culture, traditions, and tribal heritage of Bastar were showcased in a magnificent way. Shri Modi stated that such events play a vital role in preserving our cultural heritage and empowering local communities.

"Earlier, whenever the name of Bastar was mentioned, images of Maoism, violence, and backwardness in development would come to mind. But now the situation has completely changed. Today, Bastar is known not only for its development but also for the growing self-confidence of its local people. My only wish is that the coming time for this region be filled with the spirit of peace, progress, and cultural pride", Shri Modi stated.

Responding to a post by Union Minister, Shri Amit Shah on X, Shri Modi said:

"7 से 9 फरवरी के बीच छत्तीसगढ़ में ‘बस्तर पंडुम’ का विशेष आयोजन किया गया। इस उत्सव के दौरान बस्तर की समृद्ध संस्कृति, परंपरा और जनजातीय विरासत का भव्य रूप दिखा। इस प्रयास से जुड़े अपने सभी परिवारजनों को मेरी हार्दिक बधाई। ऐसे आयोजन हमारी सांस्कृतिक विरासत को संरक्षित करने और स्थानीय समुदायों को सशक्त बनाने में अहम भूमिका निभाते हैं।

पहले जब बस्तर का नाम लिया जाता था तो माओवाद, हिंसा और विकास में पिछड़ेपन की छवि उभरती थी। लेकिन अब हालात बिल्कुल बदल चुके हैं। आज बस्तर विकास के साथ-साथ स्थानीय लोगों के बढ़ते आत्मविश्वास के लिए जाना जाता है। मेरी यही कामना है कि यहां का आने वाला समय शांति, प्रगति और सांस्कृतिक गौरव की भावना से परिपूर्ण हो।"