"ଯେତେବେଳେ ସଂସଦର ନୂଆ ଅଧିବେଶନ ଆରମ୍ଭ ହୁଏ ,ତୋ ନୂଆ ସାଂସଦମାନଙ୍କୁ ଆବାସ ସମ୍ପର୍କରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମତେ ଖୁସି ଲାଗୁଛି ଯେ ,ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରୟାସ କରାଯାଇଛି : ପ୍ରଧାନମନ୍ତ୍ରୀ "
"ଏଥର ସଂସଦ ଅଧିବେଶନରେ ଭଲ ପ୍ରଦର୍ଶନ ହୋଇଛି ,ମୁଁ ସେଥିପାଇଁ ସମସ୍ତ ସାଂସଦ ,ଦଳ ଏବଂ ପ୍ରିଜାଇଡିଙ୍ଗ ଅଧିକାରୀମାନଙ୍କ ପ୍ରଶଂସା କରୁଛି :ପ୍ରଧାନମନ୍ତ୍ରୀ ମୋଦୀ "
"ଯେତେବେଳେ ଆମେ 2022 ରେ ସ୍ୱାଧୀନତାର 75 ବର୍ଷ ପାଳନ କରିବା ,ତୋ ସଂସଦୀୟ ପରିସରକୁ ମଧ୍ୟ କିଛି ପରିବର୍ତ୍ତନ କରିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ "

ଲୋକସଭାର ଯଶସ୍ୱୀ ବାଚସ୍ପତି ଶ୍ରୀମାନ ଓମ ବିର୍ଲା ଜୀ, ଉପସଭାପତି, ରାଜ୍ୟସଭା ଶ୍ରୀ ହରିବଂଶ ଜି, ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଶ୍ରୀମାନ ପ୍ରହଲ୍ଲାଦ ଯୋଶୀ ଜୀ, ଶ୍ରୀ ହରଦୀପ ସିଂ ପୁରୀ ଜୀ, ଗୃହ କମିଟିର ଅଧ୍ୟକ୍ଷ ଭାଇ ସି. ଆର ପାଟିଲ ଜୀ, ଶ୍ରୀମାନ ଓମ ଜୀ ମାଥୁର ଜୀ, ଉପସ୍ଥିତ ସମସ୍ତ ସାଂସଦଗଣ, ମନ୍ତ୍ରୀ ପରିଷଦର ସାଥୀ ଏବଂ ମହାନୁଭବ ।

ସାଧାରଣତଃ ଏହା ଅନୁଭବ ହୋଇଥାଏ ଯେ ଯେତବେଳେ ନୂତନ ଅଧିବେଶନ ଆରମ୍ଭ ହୋଇଥାଏ ସେତବେଳେ ସାଂସଦମାନଙ୍କର ରହିବା ବ୍ୟବସ୍ଥାରେ ଅନେକ ଅସୁବିଧା ହୋଇଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ହୋଟେଲ ବୁକ କରିବାକୁ ପଡିଥାଏ । ଏବଂ ଯେତବେଳେ ଖାଲି ହୋଇଥାଏ ପୁଣି ତାକୁ ଠିକ୍ ଠାକ୍ କର, ପୁଣି ରୁହ ଏହିପରି ଚକ୍ର ଚାଲିଥାଏ । ଏଥିରୁ ବାହାରି ଆସିବାର ଏକ ସୁବିଚାରିତ ପ୍ରୟାସ ଯେତବେଳେ ବ୍ୟବସ୍ଥା ସ୍ଥାୟୀ ଭାବେ କିପରି ବିକଶିତ କରିବ ଏବଂ ବଦଳୁଥିବା ସମୟର ଅନୁକୂଳ ବ୍ୟବସ୍ଥାକୁ କିପରି ବିକଶିତ କରିବ ଏବଂ ସାଂସଦ ମାନଙ୍କୁ ନିଜ ପାଇଁ ତ ଗୋଟିଏ କୋଠରୀରୁ ଅଧିକ ଆବଶ୍ୟକତା ହୋଇନଥାଏ, ମାତ୍ର ସାଂସଦମାନଙ୍କ ପାଇଁ ସବୁଠାରୁ ବଡ କାମ ହେଉଛି ଯେ ସେମାନଙ୍କ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନସାଧାରଣ ସେଠାକୁ ଆସିଥା’ନ୍ତି । ଦୂର-ଦୂରାନ୍ତରୁ ଆସିଥା’ନ୍ତି ଏବଂ ଆସୁଥିବା ପ୍ରତ୍ୟେକଙ୍କ ମନରେ ରହିଥାଏ ଯେ ମୋର ଏଠାରେ ରାତିରେ ରହିବାର ବ୍ୟବସ୍ଥା ହୋଇଯାଉ ଏବଂ ସାର୍ବଜନୀନ ଜୀବନ ବଞ୍ଚୁଥିବା ବ୍ୟକ୍ତିଙ୍କୁ ଏହା ଜଣାଥାଏ ଯେ ଜାଗା ଥାଉ ବା ନଥାଉ ଆମେ ତାକୁ ନାଁ କହି ପାରିବା ନାହିଁ ।

ବାହାର ଲୋକଙ୍କୁ ଏହି ସମସ୍ୟା ଅନୁଭବ କରିବା କଷ୍ଟ ହୋଇଥାଏ ଏବଂ ସାଂସଦକୁ ଅନୁଭବ ହୋଇଥାଏ ଯେ ଏହା କେତେ ବଡ ସମସ୍ୟା । ଏବଂ ଏଥିପାଇଁ ଗତ ଅଧିବେଶନଠାରୁ ସୁବୈଚାରିକ ଭାବେ ପ୍ରୟାସ ହୋଇଛି । ଦ୍ୱିତୀୟ ଅନୁଭବ ଏହା ମଧ୍ୟ ହୋଇଛି ଯେ କିଛି ଭବନ ବହୁତ ପୁରୁଣା ଏବଂ ସମୟେ ସମୟେ ସେଥିରେ ଅନେକ କିଛି ମରାମତି କରିବାକୁ ପଡିଥାଏ । ଏବଂ ଏହି କାରଣରୁ ବ୍ୟବସ୍ଥା କରୁଥିବା ବ୍ୟକ୍ତିମାନଙ୍କର ମଧ୍ୟ ଅସୁବିଧା ହୋଇଥାଏ ଓ ରହୁଥିବା ବ୍ୟକ୍ତିମାନଙ୍କର ମଧ୍ୟ ଅସୁବିଧା ହୋଇଥାଏ, ଏହାର ମଧ୍ୟ କିଛି ବ୍ୟବସ୍ଥା ଠିକ ଭାବେ ହୋଇଯାଉ, ସ୍ଥାୟୀ ଭାବେ ଏହାର ସମାଧାନ ହେଉ, ସେ ଦିଗରେ ମଧ୍ୟ ପ୍ରୟାସ ହେଉଛି । ଆଗାମୀ ଦିନମାନଙ୍କରେ ମଧ୍ୟ ଅନ୍ୟ ଭବନ ମାନଙ୍କର କାମ ଶୀଘ୍ର ହେଉ । ସରକାର ନିଜ ବିଭାଗ ଦ୍ୱାରା ଏତେ ଭଲ ଢ଼ଙ୍ଗରେ କାମ କଲେ ବାହାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଥା’ନ୍ତି କି ଆଛା ଭାଇ ଇନ-ହାଉସରେ ଏତେ ଭଲ କାମ ହେଉଛି ତ ମୁଁ ବିଭାଗର ସମସ୍ତ ଜନସାଧାରଣଙ୍କୁ ବଧାଇ ଜଣାଉଛି ଯେଉଁମାନେ କି ଏହି କାମକୁ କରିଛନ୍ତି । ସାଧାରଣତଃ ସରକାରୀ କାମର ଅର୍ଥ ହେଉଛି ସମୟଠାରୁ ଡେରିରେ ହେବା, ଲୋକ ସବୁବେଳେ ପଚାରନ୍ତି କି ଭାଇ କେତେ ବିଳମ୍ବରେ ଚାଲିଛି । କେତେବେଳ ପର୍ଯ୍ୟନ୍ତ ହୋଇଯିବ, କହୁଛନ୍ତି ତ କିନ୍ତୁ ଆଉ କେତେ ସମୟ ଲଗେଇବ । ଏହା ସମୟ ପୂର୍ବରୁ ଶେଷ ହୋଇଛି । ସରକାରୀ କାମ ତ ପୁଣି କହିଥା’ନ୍ତି ଯେ ଭାଇ ବଜେଟ ତ ବଢ଼ିଯିବ । ଏହା ପ୍ରସ୍ତୁତ ହୋଇଥିବା ବଜେଟରୁ କମ ଖର୍ଚ୍ଚରେ କରାଯାଇଛି ଏବଂ କ୍ୱାଲିଟିରେ କୌଣସି ବୁଝାମଣା କରାଯାଇ ନାହିଁ । ତେଣୁ ସମୟ ବଞ୍ଚିଛି, ଧନ ବଞ୍ଚିଛି ଏବଂ ସୁବିଧା ବାବଦରେ ସତର୍କତା ବୃଦ୍ଧି ପାଇଛି । ଏହିପରି ଭବନର ନିର୍ମାଣ କରିବାରେ ଯେଉଁ ଯେଉଁ ସାଥିମାନେ ଯୋଗଦାନ କରିଛନ୍ତି, ଶାସନ ବ୍ୟବସ୍ଥାର ଅଧିକାରୀମାନେ ଯେଉଁ ଯେଉଁ କାମ କରିଛନ୍ତି ସେମାନେ ସମସ୍ତେ ଅଭିନନ୍ଦନର ଅଧିକାରୀ ।

ଚଳିତ ଥର ଆମେ ଦେଖିଥିବା ଯେ ସାଂସଦ ଖୁବ ଭଲ ପ୍ରଦର୍ଶନ କରିଛି ଏବଂ ଏଥିପାଇଁ ସମସ୍ତ ରାଜନୈତିକ ଦଳମାନଙ୍କୁ ଶ୍ରେୟ ଯାଉଛି, ସମସ୍ତ ସାଂସଦମାନଙ୍କୁ ଶ୍ରେୟ ଯାଉଛି ଏବଂ ଚୌକି ଉପରେ ବସୁଥିବା ମହାନୁଭବମାନଙ୍କୁ ମଧ୍ୟ ସମ ପରିମାଣରେ ଶ୍ରେୟ ଯାଉଛି । ମାତ୍ର ଯାଉ ଯାଉ ଦୁଇ ସଦନ ମଧ୍ୟରୁ ଏକ ସ୍ୱର ଆସିଲା । ବାଚସ୍ପତି ମହୋଦୟ ଜୀ କହିଲେ ଏବଂ ଉପରାଷ୍ଟ୍ରପତି ଜୀ ମଧ୍ୟ ସଦନ ମଧ୍ୟରେ କହିଲେ କି ଏବେ ଯେତବେଳେ 2022ରେ ସ୍ୱାଧୀନତାର 75ତମ ବର୍ଷ ହେଉଛି ସେତବେଳେ ଆମର ସଂସଦର ମଧ୍ୟ କିଛି ପରିସ୍ଥିତି ବଦଳିବା ଆବଶ୍ୟକ ।
ଏହି ବିଷୟ ଠିକ ଯେ ମୁଁ ଗତ ପାଞ୍ଚ ବର୍ଷ ହେବ ଲଗାତର ଏହି ବିଷୟକୁ ସଂସଦ ମାନଙ୍କ ତରଫରୁ ଶୁଣି ଆସୁଛି । ଗଣମାଧ୍ୟମ ଜଗତର ମିତ୍ରମାନେ ମଧ୍ୟ ବାରମ୍ବାର କହିଆସୁଛନ୍ତି ଯେ ଭାଇ ଏବେ ବହୁତ ପୁରୁଣା ହୋଇଗଲା କିଛି ବଦଳା ଯାଉ । ଆଧୁନିକ ବ୍ୟବସ୍ଥାମାନ ବିକଶିତ କରାଯାଉ ଏବଂ ଯେତବେଳେ ସଦନରୁ ହିଁ ଦାବୀ ହୋଇଛି ତେବେ ସରକାର ତାହାକୁ ଗମ୍ଭୀରତାର ସହିତ ନେଇଛନ୍ତି ।

ଏହିପରି ଭାବେ ଏହି ସଂସଦ ଭବନର ଉପଯୋଗ କରି ଭିତର ବ୍ୟବସ୍ଥାକୁ କିପରି ଭାବେ ଆଧୁନିକ କରାଯାଇ ପାରିବ ଯାହାଫଳରେ କି କିମ୍ବା କୌଣସି ଭବନ ନିର୍ମାଣ କରିବାକୁ ପଡିବ ତେବେ ତାହାର…. ଏହା ଉପରେ ଅଧିକାରୀ ମାନେ ସେମାନଙ୍କ ମୁଣ୍ଡ ଖଟଉଛନ୍ତି ଏବଂ ମୁଁ ସେମାନଙ୍କଠାରୁ ଆଗ୍ରହ ପ୍ରକାଶ କରିଛି ଯେ ହେଉଛି ଯଦି ଏହା ଏତେ ଶୀଘ୍ର ହେଉ ଯେପରି ଭାବେ ସ୍ୱାଧୀନତାର 75 ବର୍ଷ ସହିତ ଏହି କାମକୁ ଯଦି ଆମେ କରିପାରୁ ତେବେ ଆମକୁ କରିବା ଆବଶ୍ୟକ । ତେବେ ସମୟ ଖୁବ କମ ବଞ୍ଚିଛି, ତଥାପି ଆମକୁ ପ୍ରୟାସ କରିବା ଆବଶ୍ୟକ ।

ମାତ୍ର ମୁଁ ପୁଣିଥରେ ସମସ୍ତ ସାଂସଦ ମାନଙ୍କୁ ଏକ ନୂତନ ବ୍ୟବସ୍ଥା ବିକଶିତ ହେବା ପାଇଁ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି ।

ଧନ୍ୟବାଦ ସାଥିମାନେ….

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modiji, Aap Ka Aura Hi Alag Hai’: Gen Z ‘Friends’ Click With PM At Vadodara Event

Media Coverage

‘Modiji, Aap Ka Aura Hi Alag Hai’: Gen Z ‘Friends’ Click With PM At Vadodara Event
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”