PM Modi lays foundation stone for new office complex for Vanijya Bhawan
We are breaking silos within the working of the Government; we are moving from silos to solutions: PM Modi
It is our collective responsibility to fulfil the aspirations of our youth: PM Modi
India is now playing an important role in the global economy, says PM Modi
Efforts must be made to raise domestic manufacturing output, to reduce imports: PM Modi

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ମହାଶୟ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର(ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ବାଣିଜ୍ୟ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସି. ଆର. ଚୌଧୁରୀ ମହାଶୟ, ବାଣିଜ୍ୟ ମନ୍ତ୍ରଣାଳୟ ଓ ସମ୍ବନ୍ଧିତ ବିଭାଗଗୁଡିକର ଅଧିକାରୀଗଣ ଏବଂ ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ।

ସର୍ବ ପ୍ରଥମେ ମୁଁ ଆପଣ ସମସ୍ତଙ୍କୁ ବାଣିଜ୍ୟ ଭବନର ଶିଳାନ୍ୟାସ ଅବସରରେ ବହୁତ – ବହୁତ ଅଭିନନ୍ଦନ ଜଣାଉଛି । ଆଜି ଏହାର କାର୍ଯ୍ୟ ଆରମ୍ଭ ହେଲା ଆଉ ଯେପରି ସଭାମଞ୍ଚରେ ହିଁ କୁହାଯାଇଛି କି ଆସନ୍ତା ବର୍ଷ ଡିସେମ୍ବର ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ । ମୋର ବିଶ୍ୱାସ ରହିଛି କି ସମୟସୀମା ମଧ୍ୟରେ ହିଁ ବାଣିଜ୍ୟ ଭବନ ନିର୍ମାଣ ହେବ ଆଉ ଶୀଘ୍ରରୁ ଅତି ଶୀଘ୍ର ଏହାର ଲାଭ ଲୋକଙ୍କୁ ମିଳିପାରିବ ।

ସାଥୀଗଣ, ସମୟର କଥା ସର୍ବପ୍ରଥମେ ମୁଁ ଏଥି ପାଇଁ କହୁଛି କି, ଏହି ସରକାରଙ୍କ ସମୟରେ ଯେତେ ମଧ୍ୟ ଭବନର ଶିଳାନ୍ୟାସ ଅଥବା ଉଦ୍ଘାଟନ କରିବାର ସୁଯୋଗ ମୋତେ ମିଳିଛି, ସେଥିରୁ ଅଧିକାଂଶରେ ଗୋଟିଏ ସାଧାରଣ କଥା ରହିଥିଲା । ସାଧାରଣ କଥା ଏହା ଥିଲା କି ଭବନଗୁଡ଼ିକର ନିର୍ମାଣ ମଧ୍ୟ ସରକାରଙ୍କର କାର୍ଯ୍ୟ କରିବାର ଶୈଳୀରେ ପ୍ରତିବିମ୍ବିତ ହୋଇଥାଏ । ନିଉ ଇଣ୍ଡିଆ ଆଡ଼କୁ ଆଗ୍ରସର ହେଉଥିବା ଦେଶ, ଆଉ ପୁରୁଣା ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ଥିବା ପ୍ରଭେଦ ମଧ୍ୟ ଏହାଦ୍ୱାରା ଜଣା ପଡ଼ିଥାଏ ।

ସାଥୀଗଣ, ମୁଁ ଆପଣମାନଙ୍କୁ କିଛି ଉଦାହରଣ ଦେବାକୁ ଚାହୁଁଛି । ମୋର ମନେ ଅଛି ଯେତେବେଳେ 2016ରେ ମୁଁ ପ୍ରବାସୀ ଭାରତୀୟ କେନ୍ଦ୍ରର ଲୋକାର୍ପଣ କରିଥିଲି, ତ ସେହି ସମୟରେ ଏହି କଥା ଆଗକୁ ଆସିଥିଲା କି ସେହି କେନ୍ଦ୍ରର ନିର୍ମାଣ ସମ୍ପର୍କରେ ଅଟଳ ବିହାରୀ ବାଜପେୟୀ ମହାଶୟଙ୍କ ସମୟରେ ଘୋଷଣା ହୋଇଥିଲା । ପରେ ତାହା ଜୀବନ୍ତ ରୂପ ନେଉ ନେଉ 12 ବର୍ଷ ଲାଗିଗଲା ।

 

ବିଗତ ବର୍ଷ ଡିସେମ୍ବରରେ ଯେଉଁ ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରର ଲୋକାର୍ପଣ ହେଲା, ତାହାକୁ ନିର୍ମାଣ କରିବାର ନିଷ୍ପତ୍ତି ମଧ୍ୟ 1992ରେ ନିଆଯାଇଥିଲା । କିନ୍ତୁ ତା’ର ଶିଳାନ୍ୟାସ 2015ରେ ହୋଇଥିଲା, ମୁଁ କହିଥିଲି କେଉଁଠି 1992, କେଉଁଠି 2015, ଏହାର ଲୋକାର୍ପଣ 2017ରେ ହେଲା । ଅର୍ଥାତ୍ ନିଷ୍ପତ୍ତି ହେବା ପରେ 23-24 ବର୍ଷ ଲାଗିଗଲା, କେବଳ ଗୋଟିଏ କେନ୍ଦ୍ର ନିର୍ମାଣ ପାଇଁ ।
ସାଥୀଗଣ, ଚଳିତ ବର୍ଷ ମାର୍ଚ୍ଚ ମାସରେ ମୁଁ କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି)ଙ୍କ ନୂତନ ଭବନକୁ ମଧ୍ୟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲି । ସିଆଇସି ପାଇଁ ନୂତନ ଭବନ ପାଇଁ 12 ବର୍ଷ ଧରି ଦାବି ହେଉଥିଲା, କିନ୍ତୁ ଏଥିପାଇଁ କାର୍ଯ୍ୟ ମଧ୍ୟ ଏନଡିଏର ବର୍ତ୍ତମାନର ସରକାର ଆରମ୍ଭ କରିଥିଲେ ଆଉ ନିର୍ଦ୍ଧାରିତ ସମୟରେ ମଧ୍ୟ ତାହାକୁ ସଂପୂର୍ଣ୍ଣ କଲେ ।

ଆଉ ଏକ ଉଦାହରଣ ହେଉଛି ଅଲିପୁର ରୋଡ଼ରେ ନିର୍ମାଣ ହୋଇଥିବା ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକର । ଦୁଇ ମାସ ପୂର୍ବେ ଏହାର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ସ୍ମାରକ ପାଇଁ ମଧ୍ୟ ବର୍ଷ ବର୍ଷ ଧରି ଚର୍ଚ୍ଚା ହେଉଥିଲା, ଅଟଳ ବିହାରୀ ବାଜପେୟୀ ମହାଶୟଙ୍କ ସମୟରେ କାମରେ ଗତି ମଧ୍ୟ ଆସିଥିଲା, କିନ୍ତୁ ପରେ ଦଶ – ବାର ବର୍ଷ ଯାଏଁ ସବୁକିଛି ବନ୍ଦ ହୋଇ ପଡ଼ି ରହିଥିଲା ।

ଦିଲ୍ଲୀରେ ଏହି ଚାରୋଟି ଭିନ୍ନ-ଭିନ୍ନ ଭବନ ପ୍ରତୀକ ହେଉଛି କି ଯେତେବେଳେ ସରକାର ଶିଥିଳତାରୁ ଦୂରେଇ ଯାଇ କାର୍ଯ୍ୟ କରି ନ ଥାଆନ୍ତି, ଯେତେବେଳେ ସମସ୍ତ ବିଭାଗ, ମନ୍ତ୍ରଣାଳୟ, ଶିଥିଳତାରୁ ବାହାରି ସମାଧାନ ପାଇଁ, ଗୋଟିଏ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ମିଳିମିଶି କାର୍ଯ୍ୟ କରି ଥାଆନ୍ତି ତ କେତେ ଉତ୍ତମ ଆଉ କେତେ ଶୀଘ୍ର ପରିଣାମ ବାହାରି ଥାଏ । ପ୍ରତ୍ୟେକ କାର୍ଯ୍ୟକୁ ଅଟକାଇବା – ଦିଗହରା ହେବା – ଝୁଲାଇ ରଖିବାର ପ୍ରବୃତ୍ତିରୁ ଦେଶ ଏବେ ଆଗକୁ ବାହାରି ଆସିଛି ।

ମୁଁ ଖୁସି ଯେ ଆଜି ଏଥିରେ ପଞ୍ଚମ ପ୍ରତୀକ ଯୋଡ଼ି ହେବାର ଶୁଭାରମ୍ଭ ହୋଇ ଯାଇଛି । ଏହି ବାଣିଜ୍ୟ ଭବନରେ ଗୋଟିଏ ଛାତ ତଳେ ବାଣିଜ୍ୟ କ୍ଷେତ୍ରର ପ୍ରତ୍ୟେକ କ୍ଷେତ୍ରର ଶିଥିଳତାକୁ ଶେଷ କରିବାର କାର୍ଯ୍ୟ ଆହୁରି ଭଲ ଭାବରେ କରାଯିବ । ଏହା ହେଉଛି ମୋର ଶୁଭ କାମନା । ମୋର ବିଶ୍ୱାସ ଅଛି କି ଏହା ମଧ୍ୟ ପରିପୂର୍ଣ୍ଣ ହେବ ।

ସାଥୀଗଣ, ଆଜି ଭାରତ ସମୟର ଏକ ମହତ୍ୱପୂର୍ଣ୍ଣ ଘଡ଼ିରେ ଦଣ୍ଡାୟମାନ ହୋଇଛି । ଆମର ଜନସାଙ୍ଖୀୟ ବିଭାଜନ କୌଣସି ମଧ୍ୟ ଦେଶ ପାଇଁ ଇର୍ଷାର ବିଷୟ ହୋଇ ପାରେ । ଆମର ଗଣତନ୍ତ୍ରକୁ ଆମର ଯୁବକ ମାନେ ନୂତନ ଉର୍ଜ୍ଜା ଦେଉଛନ୍ତି । ଏହି ଯୁବକମାନେ ଏକବିଂଶ ଶତାବ୍ଦୀର ଭାରତର ହେଉଛନ୍ତି ଆଧାର । ସେମାନଙ୍କର ଆଶା ଆକାଂକ୍ଷାଗୁଡ଼ିକର ପୂରଣ, କେବଳ କିଛି ମନ୍ତ୍ରଣାଳୟର ଦାୟିତ୍ୱ ନୁହେଁ ବରଂ ଆମ ସମସ୍ତଙ୍କର ଏକ ସାମୂହିକ ଦାୟିତ୍ୱ ।

ଭାରତ ବିଗତ ଶତାବ୍ଦୀରେ ଔଦ୍ୟୋଗିକ କ୍ରାନ୍ତିର ଲାଭ ଉଠାଇବାରେ ପଛେଇ ଯାଇଥିଲା । ସେତେବେଳେ ତାହାର ଅନେକ କାରଣ ଥିଲା । ଏବେ କିନ୍ତୁ ସେତିକି କାରଣ ଅଛି ଯେଉଁ କାରଣରୁ ଭାରତ ଏବେ ଏହି ଶତାବ୍ଦୀର ଔଦ୍ୟୋଗିକ କ୍ରାନ୍ତିର ନେତୃତ୍ୱ ନେବା ଭଳି ଗୋଟିଏ ରାଷ୍ଟ୍ର ହୋଇ ପାରିବ । ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି ଯାହାକୁ ଚତୁର୍ଥ ଶିଳ୍ପ ବିପ୍ଳବ ମଧ୍ୟ କୁହାଯାଉଛି, ତା’ର ମୁଖ୍ୟ ଆଧାର ହେଉଛି ଡିଜିଟାଲ ଟେକ୍ନୋଲଜି ଏବଂ ନିଶ୍ଚିତ ରୂପେ ଭାରତ ଏଥିରେ ବିଶ୍ୱର ଅନେକ ଦେଶ ଠାରୁ ଯଥେଷ୍ଟ ଆଗରେ ଅଛି ।

ଆଜି ଆପଣ ବାଣିଜ୍ୟ ମନ୍ତ୍ରଣାଳୟର ଯେତେଗୁଡ଼ିଏ ଲକ୍ଷ୍ୟକୁ ଦେଖିବେ, ଯେତେ କାର୍ଯ୍ୟକୁ ମଧ୍ୟ ଦେଖିବେ ତ ସେଥିରେ ଡିଜିଟାଲ ଟେକ୍ନୋଲଜିର ମଧ୍ୟ ବିଶେଷତ୍ୱ ଆପଣଙ୍କୁ ମଧ୍ୟ ଦୃଷ୍ଟିଗୋଚର ହେବ ।

ଏହି ବାଣିଜ୍ୟ ଭବନକୁ ହିଁ ଦେଖନ୍ତୁ । ଯେଉଁ ଭୂମିରେ ଏହି ଭବନ ନିର୍ମାଣ ହେବ, ତାହା ପ୍ରଥମେ ଯୋଗାଣ ଓ ବ୍ୟବସ୍ଥାପନ ମହାନିର୍ଦ୍ଦେଶାଳୟଙ୍କ ଅଧିକାରରେ ଥିଲା । ଶହେ ବର୍ଷରୁ ମଧ୍ୟ ଅଧିକ ପୁରୁଣା ଏହି ବିଭାଗ ଏବେ ବନ୍ଦ ହୋଇ ଯାଇଛି ଆଉ ଏହାର ସ୍ଥାନ ନେଇଛି ଡିଜିଟାଲ ଟେକ୍ନୋଲଜିରେ ଆଧାରିତ ସରକାରୀ ଇ-ବଜାରସ୍ଥଳ- ଜିଇଏମ୍ । ସରକାର କିଭଳି ଭାବେ ନିଜର ଆବଶ୍ୟକ ସାମଗ୍ରୀ କିଣି ଥାଆନ୍ତି, ସେହି ବ୍ୟବସ୍ଥାକୁ ଜିଇଏମ୍ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଛି ।

ଆଜିର ତାରିଖରେ 1 ଲକ୍ଷ 17 ହଜାରରୁ ଅଧିକ ଛୋଟ – ବଡ଼ ବିକ୍ରେତା, କମ୍ପାନୀଗୁଡ଼ିକ ଏହା ସହିତ ଯୋଡ଼ି ହୋଇ ସାରିଛନ୍ତି । ଏହି ବିକ୍ରେତାମାନଙ୍କୁ 5 ଲକ୍ଷରୁ ଅଧିକ ବରାଦ ଜିଇଏମ୍ ମାଧ୍ୟମରେ ଦିଆ ଯାଇ ସାରିଛି । ବହୁତ କମ୍ ସମୟ ମଧ୍ୟରେ ଜିଇଏମ୍ ମାଧ୍ୟମରେ 8700 କୋଟି ଟଙ୍କାର ଜିନିଷ କିଣା ଯାଇଛି ।

ଯେଭଳି ଭାବେ ଜିଇଏମ୍ ଦୂର ଦୂରାନ୍ତରେ କୋଣ ଅନୁକୋଣରେ ବସିଥିବା ଛୋଟ – ଛୋଟ ଉଦ୍ୟମୀମାନଙ୍କର ଉତ୍ପାଦ ସିଧାସଳଖ ଭାବେ ସରକାରଙ୍କୁ ବିକ୍ରି କରିବାର ସୁବିଧା ଯୋଗାଉଛି, ସେଥିପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ହେଉଛି ପ୍ରଶଂସାର ପାତ୍ର । କିନ୍ତୁ ଆପଣମାନଙ୍କ ପାଇଁ, ମୁଁ ଏହାକୁ ଏକ ଦୀର୍ଘ ଯାତ୍ରାର ଶୁଭାରମ୍ଭ ବୋଲି ମାନୁଛି ।

ଜିଇଏମର ବିସ୍ତାର ଆଉ କିପରି ବୃଦ୍ଧି କରାଯିବ, କିପରି ଏହା ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର, ଛୋଟ-ଛୋଟ ଉଦ୍ୟମୀମାନଙ୍କୁ ଅନ୍ତର୍ଜାତୀୟ ବାଣିଜ୍ୟ ଆଡ଼କୁ ନେଇ ଯିବ, ଏ ବିଷୟରେ ବହୁତ କିଛି କରିବାକୁ ବାକି ଅଛି । ଆଜି ଦେଶରେ 40 କୋଟିରୁ ଅଧିକ ସ୍ମାର୍ଟ ଫୋନ୍, ଇଂଟରନେଟ୍ ବ୍ୟବହାର କରୁଥିବା ଲୋକମାନଙ୍କର ବର୍ଦ୍ଧିତ ସଂଖ୍ୟା, ଶସ୍ତା ଡାଟା, ଆପଣମାନଙ୍କର କାର୍ଯ୍ୟକୁ ଆହୁରି ସହଜ ଓ ସରଳ କରି ଦେଇଛି ।

ସାଥୀଗଣ, ଆମର ଏଠି କୁହାଯାଇଛି – କୋ ହି ଭାରଃ ସମର୍ଥାନାମ୍ କିମ୍ ଦୂର ବ୍ୟବସାୟିନାମ୍ । ଅର୍ଥାତ୍ ଯେଉଁ ବ୍ୟକ୍ତି ଶକ୍ତିଶାଳୀ ହୋଇଥାଏ, ତା’ ପାଇଁ କୌଣସି ଜିନିଷ ଭାରୀ ହୋଇ ନ ଥାଏ । ଏହି ଭଳି ଭାବେ ବ୍ୟବସାୟୀମାନଙ୍କ ପାଇଁ କୌଣସି ସ୍ଥାନ ଦୂର ହୋଇ ନ ଥାଏ । ଆଜି ଟେକ୍ନୋଲଜି ବ୍ୟବସାୟକୁ ଏତେ ସୁଗମ କରି ଦେଇଛି କି ଦୂରତା ଦିନକୁ ଦିନ ହ୍ରାସ ହୋଇ ଯାଉଛି । ଏହି ଟେକ୍ନୋଲଜି ଦେଶର ବାଣିଜ୍ୟ ସଂସ୍କୃତିରେ ଯେତିକି ବୃଦ୍ଧି ପାଇବ, ସେତିକି ହିଁ ଲାଭ ପହଂଚିବ ।

ଆମେ ଦେଖୁଛୁ ଯେ କିଭଳି ଭାବେ ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଜିଏସଟି ଦେଶରେ ବ୍ୟବସାୟିକ ପଦ୍ଧତିକୁ ବଦଳାଇ ଦେଇଛି । ଯଦି ଟେକ୍ନୋଲଜି ନ ଥାଆନ୍ତା ତ କ’ଣ ଏହା ସମ୍ଭବ ହୋଇ ଥାଆନ୍ତା? ନୁହେଁ । ଆଜି ଜିଏସଟି କାରଣରୁ ଦେଶରେ ଅପ୍ରତ୍ୟକ୍ଷ ଆଉ ତା’ ସହିତ ଜଡ଼ିତ ଲୋକଙ୍କର ବିସ୍ତାର ବହୁତ ଦ୍ରୁତ ଗତିରେ ହେଉଛି ।

ସ୍ୱାଧୀନତା ପରେ ଆମ ଦେଶରେ ଅପ୍ରତ୍ୟକ୍ଷ କର ବ୍ୟବସ୍ଥା ସହିତ ଯେଉଁଠି କେବଳ 60 ଲକ୍ଷ ଲୋକ ଯୋଡ଼ି ହୋଇଥିଲେ, ସେହିଠାରେ ଜିଏସଟି ପରେ 11 ମାସରେ 54 ଲକ୍ଷରୁ ଅଧିକ ଲୋକ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି ଆଉ ଏଥିରୁ 47 ଲକ୍ଷରୁ ଅଧିକ ପଞ୍ଜିକୃତ ହୋଇ ସାରିଛନ୍ତି । ଏହି ଭଳି ଭାବରେ ପଞ୍ଜିକୃତ ଲୋକଙ୍କ ସଂଖ୍ୟା ଏବେ ଏକ କୋଟିରୁ ଅଧିକ ହୋଇ ସାରିଛି ।

ଏହା ଏହି କଥାକୁ ଦର୍ଶାଉଛି କି ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ଦ୍ୱାରା ସର୍ବ ନିମ୍ନ ସରକାର, ସର୍ବାଧିକ ପ୍ରଶାସନ (Minimum Government, Maximum Governance)ର ମାର୍ଗରେ ଚାଲିବା ଦ୍ୱାରା ପରିଣାମ ମଧ୍ୟ ଆସୁଛି, ଆଉ ଅଧିକରୁ ଅଧିକ ଲୋକ ମଧ୍ୟ ବିକାଶର ମୁଖ୍ୟଧାରାରେ ଯୋଡ଼ି ହେବା ପାଇଁ ପାଦ ବଢ଼ାଉଛନ୍ତି ।

ସାଥୀଗଣ, ଆପଣମାନେ ଭଲ ଭାବରେ ଜାଣନ୍ତି କି ବିଗତ ଚାରି ବର୍ଷରେ ସରକାର ଲୋକାଭିମୁଖୀ, ବିକାଶ ଅଭିମୁଖୀ ଏବଂ ନିବେଶ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ନିରନ୍ତର ପ୍ରୟାସ କରିଛନ୍ତି । ଯାବତୀୟ ବିଶ୍ୱସ୍ତରୀୟ ଆହ୍ୱାନ ପରେ ମଧ୍ୟ ଭାରତର Macro-Economic Indicators stable ସ୍ଥିର ରହିଛି । ମୁଦ୍ରାସ୍ଫିତୀ ହେଉ, ଆର୍ଥିକ ନିଅଂଟ ହେଉ, ଅଥବା ଚଳନ୍ତି ଜମା ପରିମାଣ, ଏଥିରେ ପୂର୍ବ ସରକାରଙ୍କ ତୁଳନାରେ ସୁଧାର ଆସିଛି ।

ଭାରତ ଆଜି ଦୁନିଆର ଅର୍ଥବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଏବେ ବିଗତ ତ୍ରୈମାସିକରେ ଦେଶର ବିକାଶ ଦର 7.7 ପ୍ରତିଶତକୁ ଛୁଇଁଛି । ବିଗତ ଚାରି ବର୍ଷରେ ହୋଇଥିବା ବିଦେଶୀ ନିବେଶ, ବିଦେଶୀ ମୁଦ୍ରା ଭଣ୍ଡାର ନିଜକୁ ନିଜ ମଧ୍ୟରେ ହେଉଛି ଏକ ରେକର୍ଡ ହୋଇଛି ।

ଆଜି ଭାରତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ବିଶ୍ୱସନୀୟତା ସୂଚୀରେ ଶ୍ରେଷ୍ଠ ଦୁଇଟି ଅଭିବୃଦ୍ଧି ସମ୍ପର୍ଣ୍ଣ ବଜାର ପ୍ରଦର୍ଶନ ମଧ୍ୟରୁ ହେଉଛି ଗୋଟିଏ । ବ୍ୟବସାୟ କରିବାର ସହଜତା ସୂଚୀରେ 142 ରୁ 100 ସ୍ଥାନରେ ପହଂଚିବା, Logistics Performance Indexରେ 19ଟି ସ୍ଥାନର ସୁଧାର, ବିଶ୍ଵ ପ୍ରତିଯୋଗୀତା ସୂଚକାଙ୍କ ମାନ୍ୟତାରେ 71ରୁ ଆସି 39 ରେ ପହଂଚିବା, ବିଶ୍ଵ ନବସୃଜନ ସୂଚକାଙ୍କରେ 21 ତମ ସ୍ଥାନ ଉପରକୁ ଉଠିବା, ଏହା ହେଉଛି ଏହି ଦୃଷ୍ଟିଭଙ୍ଗୀର ପରିଣାମ ।

ଆପଣମାନଙ୍କର ଜ୍ଞାତସାରରେ ମଧ୍ୟ ଏହା ଅବଶ୍ୟ ଥିବ କି ନିକଟରେ ଭାରତ ଦୁନିଆର ଶ୍ରେଷ୍ଠ 5 ଟି ଅର୍ଥନୈତିକ ବୈଷୟିକ ସମୃଦ୍ଧ ଦେଶ ମଧ୍ୟରେ ମଧ୍ୟ ସ୍ଥାନ ପାଇ ପାରିଛି ।

କିନ୍ତୁ ଏହି ସକରାତ୍ମକ ସୂଚକାଙ୍କ ସହିତ ଆଗକୁ ବହୁତ ବଡ଼ ପ୍ରଶ୍ନ ଏହା ମଧ୍ୟ ଅଛି କି ଏବେ ଆଗକୁ କ’ଣ ହେବ? ସାଥୀଗଣ, ସାତ ପ୍ରତିଶତ, ଆଠ ପ୍ରତିଶତର ବିକାଶ ହାରରୁ ଆଗକୁ ବଢ଼ି ଆମେ ଦୁଇ ଅଙ୍କ ବିଶିଷ୍ଟ ବିକାଶ ହାର ପ୍ରାପ୍ତ କରିବା ଲକ୍ଷ୍ୟରେ କାର୍ଯ୍ୟ କରିବାର ଅଛି । ଦୁନିଆର ଦୃଷ୍ଟିଭଙ୍ଗୀ ଆଜି ଭାରତକୁ ଏହି ଦୃଷ୍ଟିରେ ମଧ୍ୟ ଦେଖୁଛି କି ଭାରତ କେତେ ବର୍ଷରେ 5 ଟ୍ରିଲିୟନ୍ ଡଲାର କ୍ଲବରେ ସାମିଲ ହେଉଛି?

ମୁଁ ସ୍ୱୀକାର କରୁଛି କି ବାଣିଜ୍ୟ ମନ୍ତ୍ରଣାଳୟକୁ, ଆପଣ ସମସ୍ତ ଦାୟିତ୍ୱବାନ ଅଧିକାରୀଗଣ ଏହି ଲକ୍ଷ୍ୟକୁ ଏକ ଆହ୍ୱାନ ଭାବେ ନେବା ଦରକାର । ଆର୍ଥିକ ଜଗତରେ କରା ଯାଇଥିବା ଏହି ପ୍ରଗତି ସିଧା ସଳଖ ଦେଶର ସାଧାରଣ ନାଗରିକଙ୍କ ଜୀବନ ସହିତ ଯୋଡ଼ି ହୋଇଛି ।

ଏଥିପାଇଁ ଆପଣମାନେ ଏହା ମଧ୍ୟ ଦେଖିଥିବେ କି ଯେତେବେଳେ ମଧ୍ୟ ମୁଁ ବ୍ୟବସାୟ କରିବାର ସହଜତା, ବାଣିଜ୍ୟ କରିବାର ସହଜତା, ତାହା ସହିତ ସହଜରେ ସହାବସ୍ଥାନର ବିଷୟ ମଧ୍ୟ ସଦା ସର୍ବଦା ଉଠାଉଛି । ଆଜିର ଆନ୍ତଃ ସଂଯୋଗୀକରଣ ଦୁନିଆରେ ଏଇ ସମସ୍ତେ ଜଣେ ଅନ୍ୟ ଜଣଙ୍କ ସହିତ ଯୋଡ଼ି ହୋଇଛନ୍ତି ।

ଯେତେବେଳେ ବିଜୁଳି ସଂଯୋଗ ନେବା ସହଜ ହୋଇଥାଏ, ନିର୍ମାଣକୁ ନେଇ ମଞ୍ଜୁରି ଶୀଘ୍ର ମିଳିଥାଏ, ଯେତେବେଳେ ଉଦ୍ୟୋଗଗୁଡ଼ିକୁ, କମ୍ପାନୀଗୁଡ଼ିକୁ ପ୍ରକ୍ରିୟାଗୁଡ଼ିକ ସହିତ ସଂଘର୍ଷ କରିବାକୁ ପଡ଼ି ନଥାଏ, ତ ତାହାର ଲାଭ ଜନ ସାଧାରଣ ମାନଙ୍କ ପାଖରେ ମଧ୍ୟ ପହଂଚିଥାଏ । ଏଥିପାଇଁ ଆପଣମାନଙ୍କ ପାଇଁ ଏହା ହେଉଛି ଏକ ଆହ୍ୱାନ କି ଏବେ ମଧ୍ୟ ଭିନ୍ନ-ଭିନ୍ନ କ୍ଷେତ୍ରରେ ଯେଉଁ ସମସ୍ୟା ସବୁ ରହିଛି, ଯେଉଁଠାରେ ଶିଥୀଳତାରେ କାର୍ଯ୍ୟ ହେଉଛି, ସେଗୁଡ଼ିକୁ ଯେତେ ଶୀଘ୍ର ସମ୍ଭବ ଦୂର କରାଯିବା ଆବଶ୍ୟକ ।

ବିଶେଷ କରି ଭିତ୍ତିଭୂମିରେ ଯେଉଁ ଅସୁବିଧା ସବୁ ଆସିଥାଏ, ଉଚ୍ଚ ନେଣଦେଣ ମୂଲ୍ୟ ହୋଇଥାଏ, ବିନିର୍ମାଣକୁ ବଢ଼ାଇବାରେ ଯେଉଁ କଥା ସବୁ ଗତିରୋଧ ସୃଷ୍ଟି କରି ଥାଆନ୍ତି, ସେବାଗୁଡିକୁ ଅନାବଶ୍ୟକ ଭାବେ ପରିବର୍ତ୍ତନ କରିଥାଆନ୍ତି, ସେଗୁଡ଼ିକୁ ରୋକାଯିବା, ସୁଧାର ଅଣାଯିବା ହେଉଛି ବହୁତ ଆବଶ୍ୟକ ।

ମୁଁ ଖୁସି ଯେ ଏବେ ନିକଟରେ ବାଣିଜ୍ୟ ବିଭାଗ ଦେଶର ଲଜିଷ୍ଟିକ୍ କ୍ଷେତ୍ରରେ ସମନ୍ୱିତ ବିକାଶ ପାଇଁ କଷ୍ଟ ଉଠାଇଛି । ଏହି ପଦକ୍ଷେପ ଦେଶରେ ବାଣିଜ୍ୟ ପରିବେଶକୁ ସୁଧାରିବା ପାଇଁ ବହୁତ ବଡ଼ ଭୂମିକା ତୁଲାଇବାକୁ ଯାଉଛି ।

ସାଥୀଗଣ, ସମନ୍ୱିତ ଲଜିଷ୍ଟିକ୍ କାର୍ଯ୍ୟାନ୍ୱୟନ ଯୋଜନା ହେଉଛି ଆଜିର ସମୟର ଆହ୍ୱାନ ଏବଂ ନିଉ ଇଣ୍ଡିଆର ମଧ୍ୟ ଆବଶ୍ୟକତା । ନୀତିରେ ପରିବର୍ତ୍ତନ ଆଣି, ଯେଉଁ ବର୍ତ୍ତମାନରେ ବ୍ୟବସ୍ଥା ରହିଛି, ସେଗୁଡ଼ିକରେ ସୁଧାର ଆଣି, ଆଜିର ଆଧୁନିକ କୌଶଳର ଉପଯୋଗ ବୃଦ୍ଧି କରି ଏହି ଲକ୍ଷ୍ୟକୁ ହାସଲ କରାଯାଇପାରେ ।

ମୋତେ ଅବଗତ କରାଯାଇଛି କି ବାଣିଜ୍ୟ ବିଭାଗ ଏହି ଦିଗରେ ଏକ ଅନଲାଇନ୍ ପୋର୍ଟାଲ ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ବିଶ୍ୱ ବାଣିଜ୍ୟରେ ଭାରତର ଉପସ୍ଥିତିକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ, ନୂତନ ଶୀଖରରେ ପହଂଚାଇବା ପାଇଁ ସମସ୍ତ ମନ୍ତ୍ରଣାଳୟ ଏବଂ ସବୁ ରାଜ୍ୟଗୁଡ଼ିକୁ ଏକା ସହିତ ମିଳିମିଶି କାମ କରିବାର ମଧ୍ୟ ଆବଶ୍ୟକତା ରହିଛି । ଯାହାକୁ ଆମେ କହୁଛୁ, ‘ସାମଗ୍ରିକ ସରକାରୀ ଅଭିବ୍ୟକ୍ତି’ ତାହାକୁ ଆପଣାଇବାର ଆବଶ୍ୟକତା ରହିଛି ।

ଏହା ମଧ୍ୟ ହେଉଛି ଏକ ଭଲ ପଦକ୍ଷେପ କି ବାଣିଜ୍ୟ ବିକାଶ ଓ ପ୍ରୋତ୍ସାହନ ପରିଷଦ, ରାଜ୍ୟ ସରକାରମାନେ ଏବଂ କେନ୍ଦ୍ର ଶାସିତ ଅଂଚଳମାନଙ୍କରେ ଆନ୍ତର୍ଜାତିକ ବାଣିଜ୍ୟକୁ ପ୍ରୋତ୍ସାହନ ଦେଲା ଭଳି ପରିବେଶ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଭାରତର ରପ୍ତାନୀକୁ ବଢ଼ାଇବାର ଅଛି ତ ରାଜ୍ୟଗୁଡ଼ିକୁ ସକ୍ରିୟ ଭାଗୀଦାର କରି ହିଁ ଆଗକୁ ବଢ଼ିବାର ଅଛି ।

ମୁଁ ବୁଝିପାରୁଛି କି ରାଜ୍ୟ ମାନଙ୍କରେ ରାଜ୍ୟ ସ୍ତରୀୟ ରପ୍ତାନୀ ନୀତି ପ୍ରସ୍ତୁତ କରି, ସେଗୁଡ଼ିକୁ ଜାତୀୟ ବାଣିଜ୍ୟ ନୀତି ସହିତ ବ୍ୟବହାର କରି, ଆର୍ଥିକ ସହାୟତା କରି, ଯେତିକି ମଧ୍ୟ ହିତଧାରକ ଅଛନ୍ତି, ସେମାନଙ୍କୁ ସାଙ୍ଗରେ ନେଇ, ଏହି ଦିଗରେ ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ିବା, ସେତିକି ହିଁ ଦେଶର ଲାଭ ହେବ ।

ସାଥୀଗଣ, ଆନ୍ତର୍ଜାତୀୟ ବଜାରରେ ଭାରତର ଉପସ୍ଥିତିକୁ ବଢ଼ାଇବା ପାଇଁ ଆମର ଯେଉଁ ପାରମ୍ପରିକ ଉତ୍ପାଦନ ଏବଂ ବଜାର ରହିଛି, ସେଗୁଡ଼ିକୁ ବଜାୟ ରଖି ନୂତନ ଉତ୍ପାଦନ ଏବଂ ନୂତନ ବଜାର ଉପରେ ମଧ୍ୟ ଧ୍ୟାନ ଦିଆଯିବା ହେଉଛି ବହୁତ ଆବଶ୍ୟକ । ଆମକୁ ଦେଶ ଭିତରେ ରହିଥିବା ଆହ୍ୱାନଗୁଡ଼ିକ ସହିତ ହିଁ ଦେଶ ବାହାରର ପରିସ୍ଥିତିଗୁଡ଼ିକ ପାଇଁ ନିଜକୁ ଆହୁରି ସୁଦୃଢ଼ କରିବାକୁ ହେବ ।

ଯେତେବେଳେ ଆମେ ସ୍ୱଳ୍ପ ମିଆଦୀ ବିକାଶଶୀଳ ଉପଲବ୍ଧତା ଏବଂ ଦୀର୍ଘ ମିଆଦୀ ନିରନ୍ତରତା ମଧ୍ୟରେ ଗୋଟିଏ ସନ୍ତୁଳନ କରି ଚାଲିବା ତ ତାହାର ପରିଣାମ ମଧ୍ୟ ଦେଖିବାକୁ ମିଳିବ ।

ବିଗତ ବର୍ଷ ଡିସେମ୍ବର ମାସରେ ବିଦେଶ ବାଣିଜ୍ୟ ନୀତି ସହିତ ଜଡ଼ିତ ଯେଉଁ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା କରାଯାଇଥିଲା, ତାହାକୁ ମଧ୍ୟ ମୁଁ ବହୁତ ସକାରାତ୍ମକ ଆରମ୍ଭ ଭାବେ ଗ୍ରହଣ କରୁଛି । ପ୍ରୋତ୍ସାହନ ରାଶି ବୃଦ୍ଧି କରି, ଏମ୍ଏସ୍ଏମ୍ଇ କ୍ଷେତ୍ରର ହାତକୁ ଧରି ରପ୍ତାନୀକୁ ବଢ଼ାଇବା ପାଇଁ କରାଯାଇଥିବା ପ୍ରତ୍ୟେକ ପରିବର୍ତ୍ତନ ହେଉଛି ପ୍ରଶଂସା ଯୋଗ୍ୟ । ଏହା ସିଧା ସଳଖ ଭାବେ ଦେଶର ରୋଜଗାର ଆବଶ୍ୟକତା ସହିତ ଯୋଡ଼ି ହୋଇ ରହିଛି ।

ଆହୁରି ଏକ ମହତ୍ୱପୂର୍ଣ୍ଣ ବିଷୟ ହେଉିଛି- ଉତ୍ପାଦନର ଗୁଣବତ୍ତା । ଏହା ହେଉଛି କାରଣ କି ବର୍ଷ 2014ରେ ମୁଁ ଅଗଷ୍ଟ 15ରେ ଲାଲକିଲ୍ଲାରୁ ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ ବିଷୟରେ ଆହ୍ୱାନ କରିଥିଲି । ଉଦ୍ୟୋଗ ଛୋଟ ହେଉ ବା ବଡ଼, ପ୍ରତ୍ୟେକ ଉତ୍ପାଦକମାନଙ୍କୁ ଏହି କଥା ପାଇଁ ପ୍ରେରଣା ଦେବା ଆବଶ୍ୟକ କି ସେମାନେ ଏଭଳି ଉତ୍ପାଦ ପ୍ରସ୍ତୁତ କରନ୍ତୁ, ଯେଉଁଥିରେ ଜିରୋ ଡିଫେକ୍ଟ ରହିଥାଉ, କେହି ଆମର ରପ୍ତାନୀ ହୋଇଥିବା ଦ୍ରବ୍ୟକୁ ଫେରସ୍ତ ନ କରନ୍ତୁ । ଏହା ସହିତ ମଧ୍ୟ ମୁଁ ଜିରୋ ଇଫେକ୍ଟର କଥା କହିଥିଲି, ଅର୍ଥାତ୍ ଆମର ଉତ୍ପାଦ ପରିବେଶ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାଉ ନ ଥିବ ।

ଉତ୍ପାଦର ଗୁଣବତ୍ତାକୁ ନେଇ ସତର୍କତା ମେକ୍ ଇନ୍ ଇଣ୍ଡିଆର ଚମକ ବଢ଼ାଇବା ଏବଂ ନିଉ ଇଣ୍ଡିଆର ପରିଚୟକୁ ସୁଦୃଢ଼ କରିବାର କାମ କରିବ ।

ଆପଣମାନେ ମଧ୍ୟ ଯେତେବେଳେ ଦେଖୁଥିବେ କି ଯେଉଁଠି 2014ରେ ଆମ ଦେଶରେ କେବଳ 2ଟି ମୋବାଇଲ ତିଆରି କାରଖାନା ଥିଲା, ତାହା ଏବେ ବୃଦ୍ଧି ପାଇ 120ହୋଇ ଯାଇଛି, ବହୁତ ହିଁ କମ୍ ଦାମରେ ବିଶ୍ୱସ୍ତରର ଗୁଣାତ୍ମକ ଉତ୍ପାଦନ କରି ଚାଲିଛନ୍ତି, ତ ନିଜକୁ ଗୌରବାନ୍ୱିତ ଅନୁଭବ କରୁଥିବେ ।

ସାଥୀଗଣ, ଏ ସମୟ ହେଉଛି ସଂକଳ୍ପର, ସମୟ ହେଉଛି ଆହ୍ୱାନ ଗୁଡ଼ିକୁ ସ୍ୱୀକାର କରିବାର ।

କ’ଣ ବାଣିଜ୍ୟ ବିଭାଗ ଏହି ସଂକଳ୍ପ ନେଇ ପାରିବେ କି ବିଶ୍ୱର ସମୁଦାୟ ରପ୍ତାନୀରେ ଭାରତର ଯୋଗଦାନକୁ ବଢ଼ାଇ ଦୁଇ ଗୁଣ କରି, ବର୍ତ୍ତମାନର 1.6 ପ୍ରତିଶତକୁ ବୃଦ୍ଧି କରି ଅତି କମରେ 3.4 ପ୍ରତିଶତ ପର୍ଯ୍ୟନ୍ତ ନେଇ ଯିବେ । ଏହା ବିଶ୍ୱ ଅର୍ଥବ୍ୟବସ୍ଥାରେ ଜିଡିପିରେ ଭାରତର ଯୋଗଦାନର ସମକକ୍ଷ ହେବ । ଏହାଦ୍ୱାରା ଦେଶରେ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବ ଆଉ ଆମର ମୁଣ୍ଡ ପିଛା ଆୟ ମଧ୍ୟ ବୃଦ୍ଧି ହେବ ।

ଏଥିପାଇଁ ସରକାରଙ୍କ ସମସ୍ତ ବିଭାଗ ଆଉ ଏଠାରେ ଉପସ୍ଥିତ ରପ୍ତାନୀ ବିକାଶ ପରିଷଦର ସମସ୍ତ ଲୋକଙ୍କୁ ମିଳିମିଶି ପ୍ରୟାସ କରିବାକୁ ହେବ ।

ଏହା ବ୍ୟତୀତ ଆଉ ଏକ ସଂକଳ୍ପ ନିଆଯାଇ ପାରିବ ଆମଦାନୀକୁ ନେଇ । କ’ଣ ଆମେ କିଛି ହାତଗଣତି କ୍ଷେତ୍ରରେ ଆମଦାନୀ ଉପରେ ଆମର ନିର୍ଭରଶୀଳତାକୁ କମ୍ କରି ପାରିବା? ସେ ଶକ୍ତି ଆମଦାନୀ ହେଉ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଆମଦାନୀ ହେଉ, ପ୍ରତିରକ୍ଷା ବିନିର୍ମାଣ କ୍ଷେତ୍ର ହେଉ, ଅଥବା ଡାକ୍ତରୀ ଉପକରଣର କ୍ଷେତ୍ର ହେଉ । ମେକ୍ ଇନ୍ ଇଣ୍ଡିଆ ଦ୍ୱାରା ଏହା ସମ୍ଭବ ହେବ ।

ଘରୋଇ ବିନିର୍ମାଣ ଦ୍ୱାରା ଆମଦାନୀ କ୍ଷେତ୍ରରେ 10% କମ୍ ହେବା ଦେଶରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାର ଆୟ ବଢ଼ାଇ ପାରିବ । ଏହା ଦେଶର ଜିଡିପିରେ ବୃଦ୍ଧିକୁ ଦୁଇ ଅଙ୍କ ବିଶିଷ୍ଟକୁ ନେଇ ଯାଇ ଏକ ପ୍ରଭାବଶାଳୀ ଉପକରଣ ହୋଇ ପାରିବ ।

ମୁଁ ଆପଣମାନଙ୍କୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବିନିର୍ମାଣର ଉଦାହରଣ ଦେବାକୁ ଚାହୁଁଛି । କ’ଣ ଏହା ଆପଣ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ନୁହେଁ କି ଦେଶରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆବଶ୍ୟକତାର ମୋଟ 65 ପ୍ରତିଶତ ଆମକୁ ବାହାରୁ କିଣିବାକୁ ପଡ଼ୁଛି?
ଯେପରିକି ମୋବାଇଲ ଫୋନ୍ କ୍ଷେତ୍ରରେ ହୋଇଛି, ସେହିପରି କ’ଣ ଆମେ ଏହି ଆହ୍ୱାନକୁ ସ୍ୱୀକାର କରି, ଦେଶକୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିନିର୍ମାଣରେ ଆତ୍ମନିର୍ଭରଶୀଳ କରି ପାରିବା?

ସାଥୀଗଣ, ଆପଣ ମାନେ ଏହା ସହିତ ମଧ୍ୟ ପରିଚିତ କି ଆମଦାନୀ ଉପରେ ନିର୍ଭରଶୀଳତାକୁ କମ୍ କରିବା ଦିଗରେ ଏକ ବହୁତ ମହତ୍ୱପୂର୍ଣ୍ଣ ପଦକ୍ଷେପ ବିଗତ ବର୍ଷ ଉଠାଯାଇଛି । ସାଧାରଣ ଅଧିଗ୍ରହଣ (ମେକ୍ ଇନ୍ ଇଣ୍ଡିଆକୁ ଅଗ୍ରାଧିକାର) ଆଦେଶ ଦ୍ୱାରା ସରକାରଙ୍କର ସମସ୍ତ ବିଭାଗଗୁଡ଼ିକ ଏବଂ ସଂସ୍ଥାଗୁଡ଼ିକରେ କିଣା ଯାଉଥିବା ଜିନିଷଗୁଡ଼ିକ ଏବଂ ସେବାଗୁଡ଼ିକରେ ଘରୋଇ ଉତ୍ସରୁ କିଣିବା ଉପରେ ଗୁରୁତ୍ୱ ଦିଆ ଯାଉଛି । ଏହି ଆଦେଶକୁ ସଂପୂର୍ଣ୍ଣ ଗୁରୁତର ସହିତ କାର୍ଯ୍ୟକାରୀ କରିବା ଉପରେ ପ୍ରୟାସ କରାଯିବା ଆବଶ୍ୟକ ।

ଏଥିପାଇଁ ଆପଣ ସମସ୍ତଙ୍କୁ, ସରକାରଙ୍କର ସମସ୍ତ ବିଭାଗଗୁଡ଼ିକୁ, ନିଜର ଅନୁଧ୍ୟାନ ବ୍ୟବସ୍ଥାକୁ, ଏହି ଆଦେଶର ପାଳନ ପାଇଁ ଆହୁରି ସୁଦୃଢ଼ କରିବାକୁ ହେବ ।

ଘରୋଇ ଉତ୍ପାଦନ ବଢ଼ାଇବା ପାଇଁ ସରକାର ଆହୁରି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେ ହୁଏତ ନିୟନ୍ତ୍ରିତ ଫ୍ରେମ୍ ୱାର୍କ ହେଉ, ନିୟନ୍ତ୍ରିତ ଫ୍ରେମ୍ ୱାର୍କରେ ସରଳତା ଆଣିବାର କଥା ହେଉ, ନିବେଶ ଅନୁକୂଳ ନୀତି ହେଉ, ବିନିର୍ମାଣ ଏବଂ ଲଜିଷ୍ଟିକ୍ ଉପରେ ଗୁରୁତ୍ୱ ଦେବା ହେଉ, ଏ ସମସ୍ତ ଏଥିପାଇଁ କରାଯାଉଛି କି ଭାରତ ଆତ୍ମନିର୍ଭରଶୀଳ ହେଉ, ଏକବିଂଶ ଶତାବ୍ଦୀର ଔଦ୍ୟୋଗିକ କ୍ରାନ୍ତିରେ ଗୋଟିଏ ପାଦ ମଧ୍ୟ ପଛରେ ରହି ନ ଯାଉ ।

ମେକ୍ ଇନ୍ ଇଣ୍ଡିଆ ସହିତ ଏହି ଗୌରବ ବୃଦ୍ଧି ପାଉ, ନୂତନ ଭାବେ ନିର୍ମାଣ ହେବାକୁ ଥିବା ବାଣିଜ୍ୟ ଭବନର ମଧ୍ୟ ଗୌରବ ବୃଦ୍ଧି ପାଉ, ଏହା ହେଉଛି ମୋର କାମନା ।

ସାଥୀଗଣ, ଏଠାକୁ ଆସିବା ପୂର୍ବରୁ ଆପଣ ମାନେ ମୋ ହାତରେ ଆଉ ଏକ ଶୁଭ କାର୍ଯ୍ୟ କରାଇଛନ୍ତି । ଏହି ପରିସରରେ ମୌଲଶ୍ରୀ ଅଥବା ବକୁଳ ବୃକ୍ଷକୁ ଲଗାଇବାର ସୌଭାଗ୍ୟ ମୋତେ ମିଳିଛି । ମୌଲଶ୍ରୀର ବହୁତ ପୌରାଣିକ ମାନ୍ୟତା ରହିଛି, କେତେ ମଧ୍ୟ ଔଷଧୀୟ ଗୁଣରେ ସମୃଦ୍ଧ ହେଉ, ଆଉ ଏହାର ବୃକ୍ଷ ବର୍ଷ ବର୍ଷ ଧରି ଛାୟା ପ୍ରଦାନ କରିଥାଏ, ମୋତେ ଅବଗତ କରାଯାଇଛି କି ଏହା ବ୍ୟତୀତ ଏଠାରେ ପାଖାପାଖି ଆହୁରି ହଜାରେ ଗଛ ଲଗାଇବାର ଯୋଜନା ଅଛି ।

ନୂତନ ଭାବେ ନିର୍ମାଣ ହେବାକୁ ଥିବା ବାଣିଜ୍ୟ ଭବନ, ପ୍ରକୃତି ସହିତ ଏହି ବାର୍ତ୍ତାଳପ, ସେଥିରେ କାର୍ଯ୍ୟ କରିବାକୁ ଥିବା ଲୋକମାନଙ୍କୁ ଆନନ୍ଦିତ କରିବ, ସେମାନଙ୍କୁ ଆରାମ ପ୍ରଦାନ କରିବ ।

ପର୍ଯ୍ୟାବରଣର ଅନୁକୂଳ, କିନ୍ତୁ ଆଧୁନିକ ଜ୍ଞାନ କୌଶଳରେ ସମ୍ପର୍ଣ୍ଣ ବାତାବରଣରେ ଆପଣ ସମସ୍ତେ ନିଉ ଇଣ୍ଡିଆ ପାଇଁ ନିଜର ଶ୍ରେଷ୍ଠତମ ଯୋଗଦାନ ଦିଅନ୍ତୁ, ସର୍ବଶ୍ରେଷ୍ଠ ଉଦ୍ୟମ କରନ୍ତୁ, ଏହି କାମନା ସହିତ ମୁଁ ନିଜ କଥା ସମାପ୍ତ କରୁଛି ।

ପୁଣି ଥରେ ଆପଣ ସମସ୍ତଙ୍କୁ ବାଣିଜ୍ୟ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଅବସରରେ ବହୁତ-ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ।

ଧନ୍ୟବାଦ!!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In Photos: PM Narendra Modi Prays At Kashi Vishwanath, Holds Trishul-Damru

Media Coverage

In Photos: PM Narendra Modi Prays At Kashi Vishwanath, Holds Trishul-Damru
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Buddha Purnima
May 01, 2026
PM shares a Sanskrit Subhashitam highlighting the Eightfold Path

Prime Minister Shri Narendra Modi today extended his best wishes to all citizens on the auspicious occasion of Buddha Purnima. Highlighting a strong commitment towards realising the ideals of Lord Buddha, the Prime Minister hoped that his thoughts would deepen the spirit of joy and togetherness in society. He further urged everyone to reiterate the resolve to adopt the life values of Lord Buddha on this sacred occasion that inspires walking on the path of peace, compassion, and goodwill.

Sharing a Sanskrit Subhashitam, the Prime Minister noted that according to Gautama Buddha, when a person understands that there is no permanent self-existing entity either within or outside and follows the Eightfold Path, right view, right intention and right conduct, then they become free from suffering and attain supreme peace.

In a series of posts on X, the Prime Minister wrote:

"Best wishes on Buddha Purnima. Our commitment towards realising the ideals of Lord Buddha is very strong. May his thoughts deepen the spirit of joy and togetherness in our society."

"सभी देशवासियों को बुद्ध पूर्णिमा की असीम शुभकामनाएं। शांति, करुणा और सद्भावना के मार्ग पर चलने की प्रेरणा देने वाले इस पावन अवसर पर आइए, भगवान बुद्ध के जीवन मूल्यों को अपनाने का संकल्प दोहराएं।

नान्तर्बहिश्च लोकेषु त्वात्मानं दृष्टवान् क्वचित्।
आष्टाङ्गिकेन मार्गेण परमां शान्तिमाययौ॥"

According to Gautama Buddha, when a person understands that there is no permanent self-existing entity either within or outside and follows the Eightfold Path-right view, right intention and right conduct-then they become free from suffering and attain supreme peace.