The NDA Government is giving great priority to the health sector, so that everyone is healthy and healthcare is affordable: PM Modi
The speed and scale at which Mission Indradhanush is working is setting a new paradigm in preventive healthcare, says the Prime Minister
Our Government is committed to TB elimination by 2025: PM Narendra Modi

ମୁଁ ମିନାକ୍ଷୀ – ସୁନ୍ଦରେଶ୍ୱରଙ୍କ ପାଇଁ ପ୍ରସିଦ୍ଧ ଏବଂ ଏପରି ଏକ ସ୍ଥାନ ଯାହାର ନାମ ଭଗବାନ ଶିବଙ୍କ ଶୁଭ ଆଶୀର୍ବାଦ ସହ ଜଡ଼ିତ ମଦୁରାଇକୁ ଆସି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି ।

ଦେଶ ଗତକାଲି ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଏକପ୍ରକାରେ ଆଜି ମଦୁରାଇରେ ମୁଁ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନର ଶିଳାନ୍ୟାସ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଆମ ସଂକଳ୍ପକୁ ପରିଲକ୍ଷିତ କରୁଛି ।

ବନ୍ଧୁଗଣ,

ଆମେ ସମସ୍ତେ ଜାଣିଛୁ ଯେ ଦିଲ୍ଲୀରେ ଏମ୍ସର ଚିକିତ୍ସା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାରିଛି ।

ମଦୁରାଇରେ ଏମ୍ସ ପ୍ରତିଷ୍ଠା କରିବା ସହିତ ଆମେ ଏହା କହିପାରିବା ଯେ ଚିକିତ୍ସା ସୁବିଧାର ଏହି ପରିଚୟକୁ ଏବେ ଦେଶର ସମସ୍ତ କୋଣଅନୁକୋଣ- କନ୍ୟାକୁମାରୀରୁ କାଶ୍ମୀର ଠାରୁ ମଦୁରାଇ ଏବଂ ଗୌହାଟୀରୁ ଗୁଜରାଟ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଦିଆଯାଇଛି । ମଦୁରାଇରେ ଏମ୍ସର ନିର୍ମାଣ 1600 କୋଟି ଟଙ୍କାରୁ ଅଧିକ ବ୍ୟୟ ସହିତ କରାଯିବ । ଏହାଦ୍ୱାରା ତାମିଲନାଡ଼ୁର ସମସ୍ତ ଲୋକମାନଙ୍କୁ ଲାଭ ମିଳିପାରିବ ।

ବନ୍ଧୁଗଣ,

ଏନଡିଏ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଯଥେଷ୍ଟ ପ୍ରାଥମିକତା ଦେଉଛି ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବ ଏବଂ ଚିକିତ୍ସା ଶସ୍ତା ହେବ ।
ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଆମେ ସାରା ଭାରତରେ ସରକାରୀ ମେଡ଼ିକାଲ କଲେଜର ଉନ୍ନତିକରଣ ପାଇଁ ପ୍ରୟାସ କରୁଛୁ ।
ଆଜି ମୁଁ ମଦୁରାଇ, ତାଞ୍ଜାଭୁର ଏବଂ ତିରୁନେଲଭେଲିରେ ସରକାରୀ ମେଡ଼ିକାଲ କଲେଜର ସୁପର ସ୍ପେଶାଲିଟି ବ୍ଲକର ଉଦଘାଟନ କରି ଆନନ୍ଦିତ ।

ଯେଉଁ ଗତି ଏବଂ ପରିମାଣରେ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟ କରୁଛି, ଏହା ନିରାକରଣ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ଏକ ନୂତନ ଉଦାହରଣ ପ୍ରତିଷ୍ଠା କରିପାରିଛି । ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ସୁରକ୍ଷିତ ଗର୍ଭାବସ୍ଥକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛି ।

ଗତ ସାଢ଼େ ଚାରି ବର୍ଷରେ ସ୍ନାତକ ମେଡ଼ିକାଲ ସିଟ ସଂଖ୍ୟାରେ ପାଖାପାଖି 30 ପ୍ରତିଶତ ବୃଦ୍ଧି ହୋଇଛି । ଆୟୁଷ୍ମାନ ଭାରତର ଆରମ୍ଭ ମଧ୍ୟ ଏକ ବଡ଼ ପଦକ୍ଷେପ ।

ଆମ ଦେଶ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜର ଉପଲବ୍ଧୀ ସୁନିଶ୍ଚିତ କରିବା ଆମର ଏକ ସୁବିଚାରିତ ଦୃଷ୍ଟିକୋଣ । ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ସମସ୍ୟାର ସାମଗ୍ରୀକ ସମାଧାନରେ ପଥ ପ୍ରଦର୍ଶକ ପଦକ୍ଷେପ ନେଉଛି । ବ୍ୟାପକ ପ୍ରାଥମିକ ଯତ୍ନ ଏବଂ ନିରାକରଣ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ଲାଗି 1.5 ଲକ୍ଷ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ପ୍ରତିଷ୍ଠା କରାଯାଉଛି ।

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଡାକ୍ତରଖାନାରେ ଭର୍ତ୍ତି ହେବାର ସ୍ଥିତିରେ 10 କୋଟିରୁ ଅଧିକ ଗରିବ ପରିବାରକୁ ପ୍ରତିବର୍ଷ ପରିବାର ପିଛା 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସୁରକ୍ଷା ଉପଲବ୍ଧ କରାଉଛି ।

ଏହା ବିଶ୍ୱରେ ସବୁଠୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା ।

ମୁଁ ଏହା ଜାଣି ଆନନ୍ଦିତ ଯେ ତାମିଲନାଡ଼ୁର 1 କୋଟି 57 ଲକ୍ଷ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇଛନ୍ତି ।

ତିନି ମାସର ଅବଧି ମଧ୍ୟରେ ପାଖାପାଖି 89 ହଜାର ହିତାଧିକାରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାମିଲନାଡ଼ୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ପାଇଁ 200 କୋଟି ଟଙ୍କାରୁ ଅଧିକ ଅର୍ଥରାଶି ବିଧିବଦ୍ଧ ଭାଇ ଜାରି କରାଯାଇଛି । ମୁଁ ଏହା ଜାଣି ମଧ୍ୟ ଆନନ୍ଦିତ ଯେ ତାମିଲାନାଡ଼ୁ 1320ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ପୂର୍ବରୁ ଆରମ୍ଭ କରିସାରିଲାଣି ।

ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଆମେ ରାଜ୍ୟଗୁଡ଼ିକୁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଉଛୁ । ଆମ ସରକାର 2025 ସୁଦ୍ଧା ଯକ୍ଷ୍ମା ଉନ୍ମୁଳନ ଲାଗି ପ୍ରତିବଦ୍ଧ । ମୁଁ ଏହା ଜାଣି ଆନନ୍ଦିତ ଯେ ରାଜ୍ୟ ସରକାର ଯକ୍ଷ୍ମା ମୁକ୍ତ ଚେନ୍ନାଇ ପ୍ରୟାକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ 2023ସୁଦ୍ଧା ରାଜ୍ୟରୁ ଯକ୍ଷ୍ମା ଉନ୍ମୁଳନ ଲାଗି ପ୍ରୟାସ କରୁଛନ୍ତି ।

ମୁଁ ସଂଶୋଧିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମର ସମସ୍ତ ଦିଗର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରଶଂସା କରୁଛି ।
ମୁଁ ଏହି ପ୍ରତିଶ୍ରୁତି ଦେଉଛି ଯେ ଭାରତ ସରକାର ଏହି ରୋଗଗୁଡ଼ିକର ନିରାକରଣ ଲାଗି ରାଜ୍ୟର ପ୍ରୟାସରେ ସମସ୍ତ ଆବଶ୍ୟକ ସହାୟତା ଦେବା ଲାଗି ପ୍ରତିବଦ୍ଧ ।

ଆଜି ମଧ୍ୟ ମୁଁ ତାମିଲନାଡ଼ୁରେ 12ଟି ଡାକଘର ପାସପୋର୍ଟ ସେବା କେନ୍ଦ୍ରକୁ ସମର୍ପିତ କରି ବେଶ ଆନନ୍ଦ ଅନୁଭବ କରୁଛି ।

ଏହି ପଦକ୍ଷେ ଆମ ନାଗରିକମାନଙ୍କ ‘ସହଜ ଜୀବନଧାରଣ’କୁ ଉନ୍ନତ କରିବା ଦିଗରେ ଆଉ ଏକ ଉଦାହରଣ ।

ମୁଁ ପୁଣିଥରେ ଏହି ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ଆମ ସରକାର ସାର୍ବଜନୀନ ସ୍ୱାସ୍ଥ୍ୟ ପହଁଚ ସୁନିଶ୍ଚିତ କରିବା ଲାଗି ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ ।

ଜୟହିନ୍ଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government eases defence export SOP to help local manufacturers tap global market

Media Coverage

Government eases defence export SOP to help local manufacturers tap global market
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”