Yoga helps to maintain balance amidst this disintegration. It does the job of uniting us: PM Modi
Yoga brings about peace in this modern fast paced life by combining the body, mind, spirit and soul: PM Modi
Yoga unites individuals, families, societies, countries and the world and it unites the entire humanity: PM Modi
Yoga has become one of the most powerful unifying forces in the world: PM Narendra Modi
Yoga Day has become one of the biggest mass movements in the quest for good health and well-being, says PM
The way to lead a calm, creative and content life is Yoga: PM Modi
Practicing Yoga has the ability to herald an era of peace, happiness and brotherhood: PM Modi

ମଞ୍ଚ ଉପରେ ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବ ଏବଂ ଏହି ବିଶାଳ ଓ ସୁନ୍ଦର ମଇଦାନରେ ଉପସ୍ଥିତ ମୋର ସମସ୍ତ ସାଥି । ମୁଁ ଦେବଭୂମି ଉତ୍ତରାଖଣ୍ଡର ଏହି ପବିତ୍ର ସ୍ଥାନରୁ ବିଶ୍ୱବ୍ୟାପୀ ଯୋଗପ୍ରେମୀମାନଙ୍କୁ ଚତୁର୍ଥ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସର ଶୁଭକାମନା ଜଣାଉଛି ।

ମା’ ଗଙ୍ଗାଙ୍କର ଏହି ଭୂମି ଉପରେ, ଯେଉଁଠାରେ କି ଚାରିଧାମ ରହିଛି, ଯେଉଁଠାକୁ ଆଦି ଶଙ୍କରାଚାର୍ଯ୍ୟ ଆସିଥିଲେ, ଯେଉଁଠାକୁ ବିବେକାନନ୍ଦ ଅନେକ ବାର ଆସିଥିଲେ, ସେଠାରେ ଯୋଗ ଦିବସରେ ଆମେ ସମସ୍ତେ ଏହିପରି ଏକତ୍ରୀତ ହେବା, କୌଣସି ସୌଭାଗ୍ୟରୁ କମ ନୁହେଁ ।
ଉତ୍ତରାଖଣ୍ଡ ତ ଏପରି ଅନେକ ଦଶକ ଧରି ଯୋଗର ମୁଖ୍ୟ କେନ୍ଦ୍ର ରହିଛି । ଏପରିକି ଏହି ପର୍ବତ ସ୍ୱତଃ ଯୋଗ ଏବଂ ଆୟୁର୍ବେଦ ପାଇଁ ପ୍ରେରିତ କରିଥାଏ ।

ସାଧାରଣରୁ ସାଧାରଣ ନାଗରିକ ମଧ୍ୟ ଯେତେବେଳେ ଏହି ଭୂମି ଉପରକୁ ଆସିଥା’ନ୍ତି, ତାଙ୍କୁ ଏକପ୍ରକାରର ଭିନ୍ନ ଏବଂ ଦିବ୍ୟ ଅନୁଭୂତି ହୋଇଥାଏ । ଏହି ପବିତ୍ର ଭୂମିରେ ଅଦ୍ଭୁତ ସ୍ପୂର୍ତି, ସ୍ପନ୍ଦନ ଓ ସମ୍ମୋହନ ରହିଛି ।

ବନ୍ଧୁଗଣ,

ଏହା ଆମ ସମସ୍ତ ଭାରତୀୟମାନଙ୍କ ପାଇଁ ଗୌରବର ବିଷୟ ଯେ ଆଜି ଯେଉଁଠାକୁ ସୂର୍ଯ୍ୟ ଉଦୟ ହେବା ସହ ଏହାର ଯାତ୍ରା ଆରମ୍ଭ କରିବେ, ଯେଉଁଠାରେ ବି ସୂର୍ଯ୍ୟକିରଣ ପହଂଚୁଛି, ପ୍ରକାଶର ବିସ୍ତାର ହେଉଛି, ସେଠାରେ ଜନସାଧାରଣ ଯୋଗ ଦ୍ୱାରା ସୂର୍ଯ୍ୟଙ୍କୁ ସ୍ୱାଗତ କରୁଛନ୍ତି ।

ଡେରାଡୁନରୁ ଆରମ୍ଭ କରି ଡବଲିନ ପର୍ଯ୍ୟନ୍ତ, ସାଙ୍ଘାଇରୁ ଆରମ୍ଭ କରି ଶିକାଗୋ ପର୍ଯ୍ୟନ୍ତ, ଜାକର୍ତ୍ତାରୁ ଆରମ୍ଭ କରି ଜୋହାନ୍ସବର୍ଗ ପର୍ଯ୍ୟନ୍ତ କେବଳ ଯୋଗ ହିଁ ଯୋଗ, ଯୋଗ ହିଁ ଯୋଗ ।

ହିମାଳୟର ହଜାର ଫୁଟ ଉଚ୍ଚ ପର୍ବତ ହେଉ କିମ୍ବା ଗରମରେ ଉତ୍ତପ୍ତ ମରୁଭୂମି ହେଉ, ଯୋଗ ସମସ୍ତ ପରିସ୍ଥିତିରେ ସମସ୍ତ ଜୀବନକୁ ସମୃଦ୍ଧ କରୁଛି ।

ଯେତେବେଳେ ଭାଙ୍ଗିବାର ଶକ୍ତି ମଜଭୁତ ହୁଏ ସେତବେଳେ ସବୁକିଛି ନଷ୍ଟଭ୍ରଷ୍ଟ ହୋଇଯାଏ । ବ୍ୟକ୍ତିମାନଙ୍କ ମଧ୍ୟରେ ଓ ସମାଜ ମଧ୍ୟରେ ବିଭେଦ ସୃଷ୍ଟି ହୁଏ । ସମାଜରେ ପ୍ରାଚୀର ଠିଆହୁଏ । ପରିବାର ମଧ୍ୟରେ କଳହ ବଢ଼େ ଏବଂ ଏପରିକି ବ୍ୟକ୍ତି ଭିତରୁ ଭାଙ୍ଗିପଡେ ଏବଂ ଜୀବନରେ ଚାପ ବୃଦ୍ଧିପାଏ ।

ଏହି ବିଭେଦ ମଧ୍ୟରେ ଯୋଗ ଯୋଡିଥାଏ । ଏହା ଯୋଡିବାର କାମ କରେ ।

ଆଜିର ଚାପଗ୍ରସ୍ତ ଏବଂ ଜୋରରେ ଧାଁ-ଧପଡର ଜୀବନରେ ଯୋଗ ମନ, ଶରୀର ଏବଂ ବୁଦ୍ଧି ଓ ଆତ୍ମାକୁ ଯୋଡି ବ୍ୟକ୍ତି ଜୀବନରେ ଶାନ୍ତି ଆଣିଥାଏ ।

ବ୍ୟକ୍ତିକୁ ପରିବାର ସହିତ ଯୋଡି ପରିବାରରେ ଶାନ୍ତି ଆଣିଥାଏ ।

ପରିବାରକୁ ସମାଜ ପ୍ରତି ସମ୍ବେଦନଶୀଳ କରି ସମାଜରେ ସଦ୍ଭାବନା ଆଣିଥାଏ ।

ସମାଜ ରାଷ୍ଟ୍ରର ଏକତାର ସୂତ୍ର ହୋଇଥାଏ


ଏବଂ ଏପରି ରାଷ୍ଟ୍ର ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଆଣିଥାଏ । ମାନବତା ବନ୍ଧୁଭାବ ଦ୍ୱାରା ପଲ୍ଲବିତ ଏବଂ ପୋଷିତ ହୋଇଥାଏ ।
ଅର୍ଥାତ ଯୋଗ ବ୍ୟକ୍ତି, ପରିବାର, ସମାଜ, ଦେଶ, ବିଶ୍ୱ ଏବଂ ସମ୍ପୂର୍ଣ୍ଣ ମାନବତାକୁ ଯୋଡିଥାଏ ।

ଯେତେବେଳେ ଜାତିସଂଘରେ ଯୋଗ ପାଇଁ ପ୍ରସ୍ତାବ ରଖାଯାଇଥିଲା, ସେତେବେଳେ ଏହା ଜାତିସଂଘର ରେକର୍ଡରେ ଏପରି ପ୍ରଥମ ପ୍ରସ୍ତାବ ଥିଲା, ଯାହାକୁ ବିଶ୍ୱର ସର୍ବାଧିକ ଦେଶ ସ୍ୱାଗତ କରିଥିଲେ । ଏହା ହେଉଛି ପ୍ରଥମ କରି ଏପରି ଏକ ପ୍ରସ୍ତାବ ଯାହାକୁ କି ଜାତିସଂଘ ଇତିହାସରେ ସବୁଠାରୁ କମ ସମୟରେ ସ୍ୱୀକୃତି ମିଳିଥିଲା ଏବଂ ଆଜି ସମଗ୍ର ବିଶ୍ୱର ପ୍ରତ୍ୟେକ ନାଗରିକ, ବିଶ୍ୱର ସମସ୍ତ ଦେଶ ଯୋଗକୁ ନିଜର ବୋଲି ମନେକରୁଛନ୍ତି ଏବଂ ଏହା ହିନ୍ଦୁସ୍ଥାନର ଜନତାଙ୍କ ପାଇଁ ଏକ ବଡ ସନ୍ଦେଶ ଯେ ଆମେ ସେହି ମହାନ ଗୌରବରେ ଧନୀ । ଆମେ ସେହି ମହାନ ପରମ୍ପରାର ଗୌରବ୍ୟକୁ ଧରି ରଖିଛୁ ।

ଯଦି ଆମେ ଆମର ଗୌରବ ଉପରେ ଗର୍ବ କରିବା ଆରମ୍ଭ କରୁ, ଯାହା କାଳର କରାଳ ଗର୍ଭରେ ବିଲୀନ ହୋଇଯାଇଛି ତାହାକୁ ଛାଡିଦେଉ ଏବଂ ତାହା ରହେ ମଧ୍ୟ ନାହିଁ । ମାତ୍ର ଯାହା ସମୟର ଅନୁକୂଳ, ଯାହା ଭବିଷ୍ୟର ନିର୍ମାଣ ପାଇଁ ଉପକାରୀ, ଆମର ସେହି ମହାନ ଐତିହ୍ୟକୁ ନେଇ ଯଦି ଆମେ ଗର୍ବ କରିବା ତେବେ ଦୁନିଆ ମଧ୍ୟ ଏହାକୁ ନେଇ ଗର୍ବ କରିବାରେ କେବେହେଲେ ବି କାର୍ପଣ୍ୟ ଅନୁଭବ କରିବ ନାହିଁ । ମାତ୍ର ଯଦି ଆମକୁ ଆମର ଶକ୍ତି, ସାମର୍ଥ୍ୟ ପ୍ରତି ଭରସା ହେବ ନାହିଁ, ତେବେ ଏହାକୁ ଆଉ କେହି ସ୍ୱୀକାର କରିବେ ନାହିଁ । ଯଦି ପରିବାର ମଧ୍ୟରେ ଥିବା ପିଲାକୁ ସାରା ପରିବାର ନକାରାତ୍ମକ ଦୃଷ୍ଟିକୋଣରେ ଦେଖେ ଏବଂ ଆଶା କରେ ଯେ ପାଖପଡିଶା ପିଲାକୁ ସମ୍ମାନ ଦେବେ, ତେବେ ଏହା ସମ୍ଭବ ନୁହେଁ । ଯେତେବେଳେ ମା’, ବାପା, ଭାଇ, ଭଉଣୀ ପିଲାକୁ ସେ ଯେପରି ସେହିପରି ଭାବେ ସ୍ୱୀକାର ନରନ୍ତି ତେବେ ଯାଇଁ ପଡିଶା ଲୋକ ମଧ୍ୟ ତାକୁ ସ୍ୱୀକାର କରିବା ଆରମ୍ଭ କରିଦିଅନ୍ତି ।

ଆଜି ଯୋଗ ସିଦ୍ଧ କରିଦେଇଛି ଯେ ଯେପରିକି ହିନ୍ଦୁସ୍ଥାନ ପୁଣି ଥରେ ଯୋଗର ସାମର୍ଥ୍ୟ ସହିତ ନିଜ ସହିତ ଦୁନିଆକୁ ଯୋଡି ଦେଇଛି ଏବଂ ଦୁନିଆ ନିଜେ ନିଜେ ପରସ୍ପର ସହ ଯୋଡି ହେବାକୁ ଆରମ୍ଭ କରିଛି ।

ଯୋଗ ଆଜି ଦିନିଆର ସବୁଠାରୁ ଶକ୍ତିଶାଳୀ ଏକତ୍ର କରିବାର ଶକ୍ତି (Most Powerful Unifying Force)ରେ ପରିଣତ ହୋଇଛି ।
ମୁଁ ବିଶ୍ୱାସର ସହିତ କହିପାରେ ଯେ ଯଦି ସମଗ୍ର ବିଶ୍ୱରେ ଯୋଗ କରୁଥିବା ବ୍ୟକ୍ତିମାନଙ୍କର ପରିସଂଖ୍ୟାନ ଏକାଠି କରାଯାଏ ତେବେ ଉଦ୍ଧୃତ ତଥ୍ୟ ବିଶ୍ୱ ସାମନାକୁ ଆସିପାରିବ ।

ଭିନ୍ନ ଭିନ୍ନ ଦେଶରେ, ଖୋଲା ମଇଦାନରେ, ରାସ୍ତା କଡରେ, କାର୍ଯ୍ୟାଳୟମାନଙ୍କରେ, ଘରେ, ଡାକ୍ତରଖାନାମାନଙ୍କରେ, ବିଦ୍ୟାଳୟମାନଙ୍କରେ, ମହାବିଦ୍ୟାଳୟମାନଙ୍କରେ ଐତିହାସିକ ଗୌରବର ସାନିଧ୍ୟରେ ଏକାଠି ହେଉଥିବା ସାଧାରଣ ଜନତା, ଆପଣମାନଙ୍କ ପରି ଲୋକମାନେ ବିଶ୍ୱ ବନ୍ଧୁତ୍ୱ ଭାବ ଏବଂ ବିଶ୍ୱ ବନ୍ଧୁତ୍ୱ (Global Friendship) କୁ ଉର୍ଜ୍ଜା ଦେଉଛନ୍ତି ।

ବନ୍ଧୁଗଣ ସମଗ୍ର ବିଶ୍ୱ ଯୋଗକୁ ଗ୍ରହଣ କରିଛି ଏବଂ ପ୍ରତ୍ୟେକ ବର୍ଷ ଯେଉଁପରି ଢ଼ଙ୍ଗରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଉଛି ତାହା ହେଉଛି ଏହାର ଏକ ଝଲକ ।

ବାସ୍ତବରେ ସୁନ୍ଦର ସ୍ୱାସ୍ଥ୍ୟ ଏବଂ ସୁସ୍ଥତାର ଅନ୍ୱେଷଣରେ ଯୋଗ ଦିବସ ଏକ ବିରାଟ ସାଧାରଣ ଆନ୍ଦୋଳନରେ ପରିଣତ ହୋଇଛି ।
ବନ୍ଧୁଗଣ ଟୋକିଓରୁ ଟରଂଟୋ ପର୍ଯ୍ୟନ୍ତ, ଷ୍ଟକହୋମରୁ ସାଓ ପାଉଲୋ ପର୍ଯ୍ୟନ୍ତ ଯୋଗ ଲକ୍ଷ ଲକ୍ଷ ବ୍ୟକ୍ତିଙ୍କ ଜୀବନରେ ଏକ ସକାରାତ୍ମକ ପ୍ରଭାବ ପକାଉଛି ।

ଯୋଗ ହେଉଛି ସୁନ୍ଦର କାରଣ ଏହା ପ୍ରାଚୀନ ହେଲେ ମଧ୍ୟ ଅତ୍ୟାଧୁନିକ…ଏହା ସ୍ଥିର ହେଲେ ମଧ୍ୟ ଉନ୍ମିଳିତ ହେଉଛି ।
ଏଥିରେ ଅତୀତ ଓ ବର୍ତ୍ତମାନର ସର୍ବୋତ୍କୃଷ୍ଟତା ରହିଛି ଏବଂ ଭବିଷ୍ୟତ ପାଇଁ ଆଶାର ଏକ କିରଣ ହୋଇଛି ।

ବ୍ୟକ୍ତିଗତ ହେଉ କିମ୍ବା ସାମାଜିକ ହେଉ ଆମେ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାର ପ୍ରକୃଷ୍ଟ ସମାଧାନ ଯୋଗରେ ରହିଛି ।
ଆମେ ଯେଉଁ ପୃଥିବୀରେ ବାସ କରୁ ତାହା କେବେ ବି ନିଦ୍ରା ଯାଏ ନାହିଁ । ପ୍ରତ୍ୟେକ ସମୟରେ ବିଶ୍ୱର ଏକ ଭିନ୍ନ ଅଂଶରେ କିଛ ନା କିଛି ଘଟୁଥାଏ ।

ଦ୍ରୁତ ଗତିରେ ଗତିମାନ ଏକ ସୃଷ୍ଟି ଏହା ସହିତ ପ୍ରବଳ ଚାପ ମଧ୍ୟ ସୃଷ୍ଟି କରେ । ମୁଁ ଏହା ପଢ଼ି ମର୍ମାହତ ଯେ ପ୍ରତ୍ୟେକ ବର୍ଷ ବିଶ୍ୱବ୍ୟାପୀ 18 ନିୟୁତ ଲୋକ ବିଭିନ୍ନ ହୃଦୟ ଜନିତ ରୋଗରେ ପଡି ମୃତ୍ୟୁବରଣ କରନ୍ତି । 1.6 ନିୟୁତ ବ୍ୟକ୍ତି ମଧୁମେହ ରୋଗ ସହିତ ଲଢ଼େଇ କରି ମୃତ୍ୟୁବରଣ କରିଥା’ନ୍ତି ।

ଏକ ଶାନ୍ତ, ସୃଜନଶୀଳ ଏବଂ ସନ୍ତୋଷ ପୂର୍ଣ୍ଣ ଜୀବନ ଜିଇଁବାର ମାର୍ଗ ହେଉଛି ଯୋଗ । ଚାପ ହ୍ରାସ କରିବା ଏବଂ ଚିନ୍ତା ଦୂର କରିବା ପାଇଁ ଏହା ମାର୍ଗ ପ୍ରଦର୍ଶନ କରିଥାଏ ।

ଭାଗ ଭାଗ କରିବା ପରିବର୍ତ୍ତେ ଯୋଗ ସର୍ବଦା ଯୋଡିଥାଏ ।

ଶତୃତା ଭାବ ସୃଷ୍ଟି କରିବା ପରିବର୍ତ୍ତେ ଯୋଗ ସମ୍ମିଳିତ କରିଥାଏ ।

ଯନ୍ତ୍ରଣା ବଢ଼ାଇବା ପରିବର୍ତ୍ତେ, ଯୋଗ ଆରୋଗ୍ୟ କରିଥାଏ ।

ଶାନ୍ତି, ସମୃଦ୍ଧି ଓ ଭ୍ରାତୃତ୍ୱ ଭାବର ଏକ ନୂତନ ମାର୍ଗ ଉନ୍ମୋଚନ ହେବାର ସାମର୍ଥ୍ୟ ଯୋଗାଭ୍ୟାସ ପ୍ରଦାନ କରିଥାଏ ।
ଅଧିକ ଲୋକ ଯୋଗାଭ୍ୟାସ କରିବାର ଅର୍ଥ ହେଲା ଏହାକୁ ଶିକ୍ଷାଦାନ କରିବା ନିମନ୍ତେ ବିଶ୍ୱ ଆଜି ଅଧିକ ସଂଖ୍ୟକ ବ୍ୟକ୍ତି/ଯୋଗଗୁରୁ ଆବଶ୍ୟକ କରେ । ଗତ ତିନି ବର୍ଷ ହେବ ଅନେକ ବ୍ୟକ୍ତି ଯୋଗ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି, ନୂତନ ଅନୁଷ୍ଠାନ ପ୍ରତିଷ୍ଠା କରାଯାଉଛି ଏବଂ ଏପରିକି ବୈଷୟିକ ଜ୍ଞାନ ମଧ୍ୟ ଜନସାଧାରଣଙ୍କୁ ଯୋଗ ସହିତ ସମ୍ପର୍କିତ କରାଉଛି । ଆଗାମୀ ସମୟରେ ଏହି ଧାରାକୁ ଆହୁରି ଅଧିକ ଗତି ପ୍ରଦାନ କରିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।

ଏହି ଯୋଗ ଦିବସ ଓ ଯୋଗ ସହିତ ଆପଣମାନଙ୍କ ସମ୍ବନ୍ଧକୁ ଆହୁରି ଗଭୀର କରିବା ପାଇଁ ଏକ ଅବସର ହେଉ ଏବଂ ଆମ ଚତୁଃପାର୍ଶ୍ଵର ବ୍ୟକ୍ତିମାନଙ୍କୁ ଏହାର ଅଭ୍ୟାସ ପାଇଁ ପ୍ରେରଣା ପ୍ରଦାନ କରୁ । ଏହି ଦିବସରେ ଏହା ସୁଦୂର ପ୍ରସାରୀ ପ୍ରଭାବ ହେଉ ।
ବନ୍ଧୁଗଣ, ଯୋଗ ଦୁନିଆକୁ ଅସୁସ୍ଥତାରୁ ସୁସ୍ଥତାର ରାସ୍ତା ଦେଖାଇଛି ।

ଏହି କାରଣରୁ ସମଗ୍ର ବିଶ୍ୱରେ ଯୋଗର ସ୍ୱୀକାର୍ଯ୍ୟତା ଏତେ ଦୃତ ଗତିରେ ବୃଦ୍ଧି ପାଉଛି ।
କଭେଣ୍ଟ୍ରି ବିଶ୍ୱବିଦ୍ୟାଳୟ (Coventry University) ଏବଂ ରେଡବାଉଡ ବିଶ୍ୱବିଦ୍ୟାଳୟ (Radboud University) ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଯୋଗ କେବଳ ଆମ ଶରୀରକୁ ଆରାମ ପ୍ରଦାନ କରିନଥାଏ ବରଂ ଆମ ଡିଏନଏରେ ହେଉଥିବା ସେହି ଆଣବିକ ପ୍ରକ୍ରିୟାକୁ ମଧ୍ୟ ବୀପରିତ କରିଦେଇଥାଏ, ଯାହାକି କି ଆମ ଭିତରେ ରୋଗ ସୃଷ୍ଟି କରିଥାଏ ଏବଂ ଅବସାଦ ସୃଷ୍ଟି କରିଥାଏ ।
ଯଦି ଆମେ ଆସନ ଓ ପ୍ରାଣାୟାମର ନିୟମିତ ଅଭ୍ୟାସ କରୁ ତେବେ ଆମେ ଉତ୍ତମ ସ୍ୱାସ୍ଥ୍ୟ ସହିତ ଅନେକ ରୋଗରୁ ମଧ୍ୟ ନିଜକୁ ରକ୍ଷା କରିପାରିବା । ନୟମିତ ଯୋଗର ସିଧାସଳଖ ପ୍ରଭାବ ଯେକୌଣସି ପରିବାରର ମେଡିକାଲ ଖର୍ଚ୍ଚ ଉପରେ ପଡିଥାଏ ।

ରାଷ୍ଟ୍ର ନିର୍ମାଣର ସମସ୍ତ ପ୍ରକ୍ରିୟା ସହିତ ଜଡିତ ହେବା ପାଇଁ ଆମ ସମସ୍ତଙ୍କୁ ସୁସ୍ଥ ରହିବା ଆବଶ୍ୟକ ଏବଂ ନିଶ୍ଚିତ ଭାବେ ଏଥିରେ ଯୋଗର ବଡ ଭୂମିକା ରହିଛି ।

ଏଥିପାଇଁ ଆଜିର ଦିନରେ ମୁଁ ଆଗ୍ରହ କରୁଛି ଯେ ଯେଉଁ ଲୋକମାନେ ଯୋଗ ସହିତ ଜଡିତ ଅଛନ୍ତି, ସେମାନେ ଏଥିରେ ନିୟମିତତା ଆଣନ୍ତୁ ଏବଂ ଯେଉଁମାନେ ଏବେ ମଧ୍ୟ ଯୋଗ ସହିତ ଯୋଡି ହୋଇ ପାରିନାହାନ୍ତି, ସେମାନେ ନିଶ୍ଚିତ ଭାବେ ଥରେ ପ୍ରୟାସ କରନ୍ତୁ ।
ବନ୍ଧୁଗଣ, ଯୋଗର ପ୍ରସାର ଫଳରେ ବିଶ୍ୱ ଭାରତ ଆଡକୁ ଏବଂ ଭାରତ ବିଶ୍ୱ ଆଡକୁ ଅଧିକ ଭାବେ ନିକଟତର ହୋଇଛନ୍ତି । ଆମ ସମସ୍ତଙ୍କର ନିରନ୍ତର ପ୍ରୟାସ ଫଳରେ ଆଜି ଯୋଗକୁ ଦୁନିଆରେ ଯେଉଁ ସ୍ଥାନ ମିଳିଛି, ତାହା ସମୟ କ୍ରମେ ଆହୁରି ଅଧିକ ମଜଭୁତ ହେବ ।
ସୁସ୍ଥ ଓ ସମୃଦ୍ଧ ମାନବତା ପାଇଁ, ଯୋଗ ବାବଦରେ ଜ୍ଞାନକୁ ଆହୁରି ଅଧିକ ବିକଶିତ କରିବା ହେଉଛି ଆମର ଦାୟିତ୍ୱବୋଧ । ଆସନ୍ତୁ ଆମର ଏହି ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ଆମର ପ୍ରୟାସକୁ ଆହୁରି ତୀବ୍ର କରିବା ।

ପୁଣିଥରେ ମୁଁ ଏହି ଦେବଭୂମିରୁ ସମଗ୍ର ବିଶ୍ୱର ଯୋଗପ୍ରେମୀମାନଙ୍କୁ ମୋର ଶୁଭକାମନା ଜଣାଉଛି ।

ଉତ୍ତରାଖଣ୍ଡର ସରକାରଙ୍କୁ ମଧ୍ୟ ଏହି ମହାନ କାର୍ଯ୍ୟର ଯୋଜନା ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ଅନେକ ଅନେକ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India identifies 102 GWp floating solar potential, eyes new push for reservoir-based projects

Media Coverage

India identifies 102 GWp floating solar potential, eyes new push for reservoir-based projects
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 11, 2026
June 11, 2026

Vikas Bhi, Virasat Bhi: PM Modi’s Decade-Plus Journey of Development Rooted in Civilizational Pride