“ସ୍ୱାଧୀନତାର ଶତବାର୍ଷିକୀ ପର୍ଯ୍ୟନ୍ତ ଆମର ଯାତ୍ରାରେ ନୂତନ ଆବଶ୍ୟକତା ଓ ଆହ୍ୱାନକୁ ନେଇ ଆମେ ଆମର କୃଷିକୁ ଆଗେଇନେବୁ”
“ଆମେ ଆମର କୃଷିକୁ ରସାୟନ ବିଜ୍ଞାନ ପରୀକ୍ଷାଗାରରୁ ପ୍ରକୃତିର ପରୀକ୍ଷାଗାରକୁ ନେଇଯିବୁ । ଯେତେବେଳେ ମୁଁ ପ୍ରକୃତିର ପରୀକ୍ଷାଗାର କଥା କହେ ତାହା ବିଜ୍ଞାନ ଉପରେ ପର୍ଯ୍ୟବସିତ ।
“ଆମକୁ ପୁଣି ଥରେ ପ୍ରାଚୀନ କୃଷି ଜ୍ଞାନ ସମ୍ପର୍କରେ ଶିଖି ତାକୁ ଆଧୁନିକ କାଳରେ ପ୍ରୟୋଗ ପାଇଁ ଅଧିକ ଶାଣିତ କରିବାକୁ ପଡିବ । ଏ ଦିଗରେ ଆମକୁ ପୁଣି ଗବେଷଣା କରି ପ୍ରାଚୀନ ଜ୍ଞାନଗରିମାକୁ ଆଧୁନିକ ଓ ବୈଜ୍ଞାନିକ ଢାଂଚାରେ ପକାଇବାକୁ ପଡିବ ।”
“ପ୍ରାକୃତିକ କୃଷିରୁ ଦେଶର ଶତକଡା ୮୦ଭାଗ ଚାଷୀ ଉପକୃତ ହେବେ”
“ପରିବେଶ ଜୀବନଧାରା ବା ଏକବିଂଶ ଶତାବ୍ଦୀରେ ଜୀବନ ବୈଶ୍ୱିକ ଅଭିଯାନରେ ଭାରତ ଓ ଏହାର ଚାଷୀମାନେ ନେତୃତ୍ୱ ନେବେ”
“ଏହି ଅମ୍ରିତ ମହୋତ୍ସବରେ ପ୍ରତି ପଂଚାୟତରେ ଅନୂନ୍ୟ ଗୋଟିଏ ଗ୍ରାମକୁ ପ୍ରାକୃତିକ କୃଷି ପରିସରଭୁକ୍ତ କରିବାକୁ ଉଦ୍ୟମ ହେବା ଆବଶ୍ୟକ”
“ଚାଲନ୍ତୁ ଶପଥ ନେବା ସ୍ୱାଧୀନତାର ଅମ୍ରିତ ମହୋତ୍ସବ ମା ଭାରତୀଙ୍କ ଧରିତ୍ରୀକୁ ରାସାୟନିକ ସାର ଓ କୀଟନାଶକରୁ ମୁକ୍ତ କରିବା”

ନମସ୍କାର,

ଗୁଜୁରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଜୀ, ଗୃହ ଓ ସହଯୋଗ ମନ୍ତ୍ରୀ ଶ୍ରୀ ଅମିତ ଭୋଇ ସାହବ ଜୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଜୀ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭୋଇ ପଟେଲ ଜୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମୋର କୃଷକ ଓ ଭାଇ ଓ ଭଉଣୀମାନେ, ଯେଉଁମାନେ ପ୍ରତ୍ୟେକ କୋଣରୁ ସଂଯୁକ୍ତ, ଆଜି ଦେଶର କୃଷି କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ମୁଁ ଦେଶର ବିଭିନ୍ନ ସ୍ଥାନରୁ କୃଷକମାନଙ୍କୁ ନିଶ୍ଚିତ ଭାବରେ ଏହି ନାସନାଲ କନକ୍ଲେଭ ଅଫ ପ୍ରାକୃତିକ ଚାଷରେ ଯୋଗ ଦେବାକୁ ଅନୁରୋଧ କରିଥିଲି । ଏହି ଅବସରରେ ମୁଁ ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ କରୁଛି । ମୁଁ ମଧ୍ୟ ଆଚାର୍ଯ୍ୟ ଦେବବତ୍ର ଜୀଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି । ମୁଁ ଆଜି ଜଣେ ଛାତ୍ରଙ୍କ ପରି ଅତି ଯତ୍ନର ସହ ତାଙ୍କ କଥା ଶୁଣୁଥିଲି । ମୁଁ ନିଜେ ଜଣେ କୃଷକ ନୁହେଁ, କିନ୍ତୁ ମୁଁ ଅତି ସହଜରେ ବୁଝିବାକୁ ସକ୍ଷମ ହେଲି, ପ୍ରାକୃତିକ ଚାଷ ପାଇଁ କ’ଣ ଆବଶ୍ୟକ, କ’ଣ କରିବା ଉଚିତ, ସେ ଅତି ସରଳ ଶବ୍ଦରେ ବ୍ୟାଖ୍ୟା କରିଥିଲେ ଏବଂ ମୁଁ ନିଶ୍ଚିତ ଯେ ଆଜିର ଏହି ମାର୍ଗଦର୍ଶନ ଆଉ ମୁଁ ଜାଣିଶୁଣି ଆଜି ଏଠାରେ ପୁରା ସମୟ ତାଙ୍କ କଥା ଶୁଣିବା ପାଇଁ ବସିଥିଲି । କାରଣ ମୁଁ ଜାଣିଥିଲି ଯେ ସେ ଯେଉଁ ସଫଳତା ହାସଲ କରିଛନ୍ତି, ସେହି ପ୍ରୟୋଗ ସଫଳତା ପୂର୍ବକ ଆଗକୁ ବଢ଼ାଇଛି । ଆମ ଦେଶର କୃଷକମାନେ ମଧ୍ୟ ସେମାନଙ୍କର ଲାଭର ଏହି କଥାକୁ କଦାପି ଅବମାନନା କରିପାରିବେ ନାହିଁ, ସେମାନେ କେବେ ମଧ୍ୟ ଭୁଲିପାରିବେ ନାହିଁ ।

ସାଥୀମାନେ,

ଏହି କନକ୍ଲେଭ ଗୁଜୁରାଟରେ ଅନୁଷ୍ଠିତ ହେଉଛି ସତ କିନ୍ତୁ ଏହାର ପରିସର, ଏହାର ପ୍ରଭାବ, ସମଗ୍ର ଭାରତ ପାଇଁ ଭାରତର ପ୍ରତ୍ୟେକ ଚାଷୀଙ୍କ ପାଇଁ । କୃଷିର ଭିନ୍ନ ଭିନ୍ନ ଆକାର ହେଉ, ଖାଦ୍ୟ ପ୍ରକ୍ରିୟାକରଣ ହେଉ, ପ୍ରାକୃତିକ ଚାଷ ହେଉ, ଏକବିଂଶ ଶତାବ୍ଦୀରେ ଭାରତୀୟ କୃଷିକୁ ରୂପାନ୍ତର କରିବାରେ ଏହି ବିଷୟଗୁଡ଼ିକ ବହୁତ ସାହାଯ୍ୟ କରିବ । ଏହି କନକ୍ଲେଭ ସମୟରେ ୧ଠଠଠ କୋଟି ଟଙ୍କାର ଚୁକ୍ତିନାମା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା, ଏହାର ମଧ୍ୟ ଅଗ୍ରଗତି ହୋଇଛି । ଏଗୁଡ଼ିକରେ ମଧ୍ୟ ଇଥାନଲ, ଜୈବିକ ଚାଷ ଏବଂ ଖାଦ୍ୟ ପ୍ରକ୍ରିୟାକରଣକୁ ନେଇ ଯେଉଁ ଉତ୍ସାହ ଦେଖାଯାଇଥିଲା, ତାହା ନୂତନ ସମ୍ଭାବନାକୁ ବିସ୍ତୃତ କରିଥାଏ । ମୁଁ ଏହି କଥା ଉପରେ ସନ୍ତୁଷ୍ଟ ଯେ ଗୁଜୁରାଟରେ ଟେକ୍ନୋଲୋଜୀ ଏବଂ ପ୍ରାକୃତିକ ଚାଷ ମଧ୍ୟରେ ସମନ୍ୱୟର ପରୀକ୍ଷଣ ସମଗ୍ର ଦେଶକୁ ଦିଗ ଦେଖାଉଛି । ମୁଁ ପୁଣି ଥରେ ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀଙ୍କୁ ବିଶେଷ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଯିଏ ଦେଶର ଚାଷୀମାନଙ୍କୁ, ପ୍ରାକୃତିକ ଚାଷ ସମ୍ପର୍କରେ ଏତେ ସରଳ ଶବ୍ଦରେ ନିଜସ୍ୱ ଅନୁଭବର କଥା ବିସ୍ତୃତ ଭାବେ ବୁଝାଇଥିଲେ ।

ସାଥୀଗଣ,

ଆଜାଦୀର ଅମୃତ ମହୋତ୍ସବରେ ଅତୀତକୁ ଅବଲୋକନ କରିବା ଏବଂ ସେମାନଙ୍କର ଅନୁଭୂତିରୁ ଶିଖିବା ଏବଂ ନୂତନ ପଥ ସୃଷ୍ଟି କରିବାର ଆଜି ସମୟ । ସ୍ୱାଧୀନତାର ଦଶନ୍ଧି ମଧ୍ୟରେ ଯେଉଁଭଳି ଭାବରେ ଦେଶରେ କୃଷି କିପରି ଭାବରେ ହୋଇଥିଲା, କିପରି ବଢ଼ିଥିଲା, ତାହାକୁ ଆମେ ଅତି ନିକଟରୁ ଦେଖିଛୁ । ବର୍ତ୍ତମାନ ସ୍ୱାଧୀନତାର ୧ଠଠତମ ବର୍ଷ ପର୍ଯ୍ୟନ୍ତ ଯେଉଁ ଆମର ଯାତ୍ରା ଅଛି, ଆସନ୍ତା ୨୫ ବର୍ଷର ଯେଉ ଯାତ୍ରା, ଏକ ନୂତନ ଆବଶ୍ୟକତା, ନୂତନ ଆହ୍ୱାନ ଅନୁସାରେ ନିଜ ଚାଷକୁ ଅନୁକୂଳ କରିବାକୁ ହେବ । ବିଗତ ୬-୭ ବର୍ଷ ମଧ୍ୟରେ, ବିହନ ଠାରୁ ବଜାର ପର୍ଯ୍ୟନ୍ତ, ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରଯାଇଛି । ମୃତ୍ତିକା ପରୀକ୍ଷଣ ଠାରୁ ଆରମ୍ଭ କରି ଶହ ଶହ ନୂତନ ମଞ୍ଜି ପ୍ରସ୍ତୁତ କରିବା ପର୍ଯ୍ୟନ୍ତ, ପିଏମ କିଷାନ ସମ୍ମାନନିଧି ଠାରୁ ଆରମ୍ଭ କରି ଏମଏସପି ମୂଲ୍ୟର ଦେଢ଼ଗୁଣ ପର୍ଯ୍ୟନ୍ତ, ଜଳସେଚନର ଏକ ଶକ୍ତିଶାଳୀ ନେଟୱର୍କରେ କିଷାନ ରେଳ ପର୍ଯ୍ୟନ୍ତ ଅନେକ ପଦକ୍ଷେପ ନିଆଯାଇଛି । ଏବଂ ଶ୍ରୀମାନ ତୋମାର ଜୀ ମଧ୍ୟ ଏ ସମ୍ପର୍କରେ ନିଜର ଅଭିଭାଷଣରେ ଉଲ୍ଲେଖ କରିଛନ୍ତି । କୃଷି ସହିତ କୃଷକମାନେ ପଶୁପାଳନ, ମହୁମାଛି ପାଳନ, ମତ୍ସ୍ୟ ଚାଷ ଏବଂ ସୌର ଶକ୍ତି, ଜୈବ ଇନ୍ଧନ ଭଳି ଅନେକ ବିକଳ୍ପ ଉତ୍ସ ସହିତ କୃଷକମାନଙ୍କୁ ନିରନ୍ତର ସଂଯୋଗ କରାଯାଇଛି । ଗ୍ରାମଗୁଡ଼ିକରେ ଭଣ୍ଡାରଣ ବା ଷ୍ଟୋରେଜ, କୋଲ୍ଡ ଚେନ ଏବଂ ଖାଦ୍ୟ ପ୍ରକ୍ରିୟାକରଣକୁ ମଜବୁତ କରିବା ପାଇଁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ପ୍ରୟାସ କୃଷକଙ୍କୁ ସଂସାଧନ ପ୍ରଦାନ କରୁଛି । ଚାଷୀଙ୍କୁ ନିଜ ପସନ୍ଦର ବିକଳ୍ପ ପ୍ରଦାନ କରୁଛି । କିନ୍ତୁ ଏସବୁ ସତ୍ତ୍ୱେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆମ ସମ୍ମୁଖରେ ଅଛି । ଯେତେବେଳେ ମାଟି ହିଁ ନିଜେ ଉତ୍ତର ଦେବ ସେତେବେଳେ କ’ଣ ହେବ? ଯଦି ପାଗ ସମର୍ଥନ ଦେବ ନାହିଁ, ଯଦି ପୃଥିବୀର ଗର୍ଭରେ ଜଳ ସୀମିତ ଥିବ ସେତେବେଳେ କ’ଣ ହେବ? ଆଜି ସମଗ୍ର ବିଶ୍ୱରେ କୃଷିର ଆହ୍ୱାନକୁ ନେଇ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ଏହା ସତ୍ୟ ଯେ କେମିକାଲ ଏବଂ ଫର୍ଟିଲାଇଜର ସବୁଜ କ୍ରାନ୍ତିରେ ପ୍ରମୁଖ ଭୂମିକା ନିର୍ବାହ କରିଛି । କିନ୍ତୁ ଏହା ସେତିକି ମଧ୍ୟ ସତ୍ୟ ଯେ ଆମକୁ ଏହାର ବିକଳ୍ପ ଉପରେ ଏକ ସମୟରେ କାର୍ଯ୍ୟ ଜାରି ରଖିବାକୁ ହେବ ଏବଂ ଏହାକୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଚାଷରେ ବ୍ୟବହୃତ ହେଉଥିବା କୀଟନାଶକ ଏବଂ ରାସାୟନିକ ସାର ବହୁ ମାତ୍ରାରେ ଆମଦାନୀ କରିବାକୁ ପଡ଼ିବ । ସେଥିପାଇଁ ବାହାରୁ ଦେଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ଆଣିବାକୁ ପଡ଼ିବ । କୃଷକର ଖର୍ଚ୍ଚ ବଢୁଛି ଏବଂ ଗରିବଙ୍କ ରୋଷେଇ ଘର ମଧ୍ୟ ମହଙ୍ଗା ହେଉଛି । ଏହି ସମସ୍ୟା କୃଷକ ଏବଂ ସମସ୍ତ ଦେଶବାସୀଙ୍କ ସ୍ୱାସ୍ଥ୍ୟ ସହିତ ମଧ୍ୟ ଜଡ଼ିତ ହୋଇଛି । ଏଥିପାଇଁ ସତର୍କ ହେବାର ଆବଶ୍ୟକତା ଅଛି, ସଚେତନ ହେବାର ଆବଶ୍ୟକତା ଅଛି ।

 

ସାଥୀମାନେ,

ଗୁଜୁରାଟୀରେ ଏକ ପ୍ରବାଦ ଅଛି ଯାହା ପ୍ରତ୍ୟେକ ଘରେ କୁହାଯାଏ, “ପାନୀ ଆୱେ ତୋ ପେହେଲା ପାଲ ବାନେ୍ଧ” । ଜଳକୁ ପ୍ରଥମେ ବନ୍ଧରେ ପରିଣତ କର, ଏଠାରେ ସମସ୍ତେ ଏହା କୁହନ୍ତି... ଏହାର ତାତ୍ପର୍ଯ୍ୟ ହେଉଛି ଯେ ଉପଶମ ଅପେକ୍ଷା ନିବୃତ୍ତତା ଭଲ । କୃଷି ସମ୍ବନ୍ଧୀୟ ସମସ୍ୟା ଆହୁରି ଖରାପ ହେବା ପୂର୍ବରୁ ବଡ଼ ପଦକ୍ଷେପ ନେବା ପାଇଁ ଏହା ଉପଯୁକ୍ତ ସମୟ ଅଟେ । ଆମକୁ ଆମ ଚାଷକୁ ରସାୟନ ବିଜ୍ଞାନର ଲ୍ୟାବରୁ ବାହାର କରି ପ୍ରକୃତିର ପ୍ରୟୋଗଶାଳା ସହିତ ସଂଯୋଗ କରିବାକୁ ପଡ଼ିବ । ଯେତେବେଳେ ମୁଁ ପ୍ରକୃତିର ପ୍ରୟୋଗଶାଳାର କଥା କହୁଛି, ତାହା ସମ୍ପୂର୍ଣ୍ଣ ଭାବରେ ବିଜ୍ଞାନ ଆଧାରିତ ଅଟେ । ଏହା କିପରି ଘଟେ, ସେ ବିଷୟରେ ବର୍ତ୍ତମାନ ଆଚାର୍ଯ୍ୟ ଦେବବ୍ରତ ଜୀ ବିସ୍ତୃତ ଭାବେ କହିଛନ୍ତି । ଆମେ ଏକ ଛୋଟ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ । ଏବଂ ସେ ଯେପରି କହିଛନ୍ତି, ତାଙ୍କ ପୁସ୍ତକ ପାଇବା ପରେ ମଧ୍ୟ ଆପଣ ୟୁଟୁବରେ ଆଚାର୍ଯ୍ୟ ଦେବବ୍ରତଙ୍କ ନାମ ପାଇବେ । ତାଙ୍କ ଭାଷଣ ମଧ୍ୟ ମିଳିବ । ଯେଉଁ ଶକ୍ତି ଖତରେ, ସାରରେ ଅଛି, ସେ ବୀଜ, ସେହି ତତ୍ତ୍ୱ ପ୍ରକୃତିରେ ମଧ୍ୟ ରହିଛି । ଆମକୁ କେବଳ ପୃଥିବୀରେ ସେହି ବ୍ୟାକ୍ଟେରିଆର ପରିମାଣ ବଢ଼ାଇବାକୁ ପଡ଼ିବ, ଯାହା ଏହାର ଉର୍ବର ଶକ୍ତି ବଢ଼ାଇଥାଏ । ଅନେକ ବିଶେଷଜ୍ଞ କହିଛନ୍ତି ଯେ ଏଥିରେ ଦେଶୀ ଗାଈମାନଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଗୋବର ହେଉ, ଗୋମୂତ୍ର ହେଉ, ଏହା ଆପଣ ଏପରି ଭାବେ ସମାଧାନ ପ୍ରସ୍ତୁତ କରିପାରିବେ ଯାହା ଫସଲକୁ ମଧ୍ୟ ରକ୍ଷା କରିବ ଏବଂ ଉର୍ବରତା ମଧ୍ୟ ବୃଦ୍ଧି କରିବ । ମଞ୍ଜି ଠାରୁ ମାଟି ପର୍ଯ୍ୟନ୍ତ, ଆପଣ ସବୁକିଛି ପ୍ରାକୃତିକ ଉପାୟରେ ବ୍ୟବହାର କରିପାରିବେ । ଏହି ଚାଷରେ ଖତ କିମ୍ବା କୀଟନାଶକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏହା ମଧ୍ୟ କମ ଜଳସେଚନ ଆବଶ୍ୟକ କରେ ଏବଂ ବନ୍ୟା, ମରୁଡି ପରିସ୍ଥିତିରେ ମୁକାବିଲା କରିବାରେ ମଧ୍ୟ ସକ୍ଷମ ହୋଇଥାଏ । ଏହା କମ ଜଳସେଚନ ସହିତ ଜମି ହେଉ କିମ୍ବା ଅଧିକ ଜଳ ସହିତ ଜମି ହେଉ ପ୍ରାକୃତିକ ଚାଷ ଏକ ବର୍ଷ ମଧ୍ୟରେ ଚାଷୀଙ୍କୁ ଅନେକ ଫସଲ ନେବାକୁ ଅନୁମତି ଦିଏ । କେବଳ ଏତିକି ନୁହେଁ, ଗହମ-ଧାନ-ନାଡ଼ି କିମ୍ବା ଯେକୌଣସି ବର୍ଜ୍ୟବସ୍ତୁ କ୍ଷେତ୍ରରୁ ବାହାରିଥାଏ, ଯେଉଁ ଷ୍ଟଲ ମଧ୍ୟ ବାହାରିଥାଏ ତାହାକୁ ଏଥିରେ ସଠିକ ଭାବରେ ସଦୁପଯୋଗ କରାଯାଇଥାଏ ତାହା ହେଉଛି ସ୍ୱଳ୍ପ ମୂଲ୍ୟ, ଅଧିକ ଲାଭ । ଏହା ହେଉଛି ପ୍ରାକୃତିକ ଚାଷ ।

ସାଥୀଗଣ,

ଆଜି ଦୁନିଆ ଯେତେ ଆଧୁନିକ ହେବାରେ ଲାଗିଛି ସେତେ ଅଧିକ “ବ୍ୟାକ ଟୁ ବେସିକ” ଆଡ଼କୁ ଗତି କରୁଛି । ମୌଳିକକୁ ଫେରିବା ଏହାର ଅର୍ଥ କ’ଣ? ଏହାର ଅର୍ଥ ମୂଳ ସହିତ ସଂଯୋଗ କରିବା ।” ଏହି କଥାକୁ ଆପଣମାନେ ସମସ୍ତ କୃଷକ ସାଥୀମାନେ ଭଲ ଭାବେ ବୁଝିଛନ୍ତି? ଆମେ ଯେତେ ମୂଳକୁ ପାଣି ଦେଇଥାଉ, ସେତିକି ହିଁ ଉଦ୍ଭିଦର ବିକାଶ ହୋଇଥାଏ । ଭାରତ ଏକ କୃଷି ପ୍ରଧାନ ଦେଶ । ଆମ ସମାଜ ଚାରିପାଖରେ କୃଷି ବିକଶିତ ହୋଇଛି । ପରମ୍ପରାଗୁଡ଼ିକ ପୋଷଣ କରାଯାଇଛି, ପର୍ବପର୍ବାଣୀ କରାଯାଇଛି, ଏଠାରେ ଦେଶର ପ୍ରତ୍ୟେକ କୋଣରୁ କୃଷକ ସାଥୀମାନେ ସଂଯୁକ୍ତ ହୋଇଛନ୍ତି । ଆପଣମାନେ ମୋତେ କୁହନ୍ତି, ଆପଣଙ୍କ ଅଞ୍ଚଳର ଖାଦ୍ୟପେୟ, ରହଣି-ସହଣୀ, ପର୍ବ-ପର୍ବାଣୀ ଯାହା କିଛି ଅଛି ତାହା ଆମ କୃଷି ଫସଲ ଦ୍ୱାରା ପ୍ରଭାବିତ ହୁଏ ନାହିଁ? ଯେତେବେଳେ ଆମର ସଭ୍ୟତା କୃଷି ସହିତ ଏତେ ମାତ୍ରାରେ ବୃଦ୍ଧି ପାଇଲା, ସେତେବେଳେ କୃଷି ସମ୍ବନ୍ଧରେ ଆମର ଜ୍ଞାନ ଏବଂ ବିଜ୍ଞାନ କେତେ ସମୃଦ୍ଧ ଥିଲା?, କେତେ ବୈଜ୍ଞାନିକ ରହିଥିବେ? ସେଥିପାଇଁ ଭାଇ ଓ ଭଉଣୀମାନେ, ଆଜି ଯେତେବେଳେ ବିଶ୍ୱ ଜୈବିକ ବିଷୟରେ କଥାବାର୍ତ୍ତା କରୁଛି, ପ୍ରାକୃତିକ ବିଷୟରେ କଥା କହୁଛି, ଆଜି ଯେତେବେଳେ ବ୍ୟାକ ଟୁ ବେସିକର କଥା କହୁଛି, ସେତେବେଳେ ଏହାର ମୂଳ ଭାରତ ସହିତ ସଂଯୋଗ ହେବାର ଦେଖାଯାଉଛି ।

ସାଥୀମାନେ, ଏଠାରେ କୃଷି ସହିତ ଜଡ଼ିତ ଅନେକ ବିଦ୍ୱାନ ଉପସ୍ଥିତ ଅଛନ୍ତି, ଯେଉଁମାନେ ଏହି ବିଷୟରେ ବ୍ୟାପକ ଗବେଷଣା କରିଛନ୍ତି । ଆପଣମାନେ ଜାଣିଥିବେ ଆମର ଏଠାରେ ଋଗବେଦ ଏବଂ ଅଥର୍ବ ବେଦରୁ ନେଇ ଆମର ପୁରାଣ ପର୍ଯ୍ୟନ୍ତ କୃଷି-ପରାଶର ଏବଂ କାଶ୍ୟପୀୟ କୃଷି ସୁକ୍ତ ଭଳି ପ୍ରାଚୀନ ଗ୍ରନ୍ଥଗୁଡ଼ିକ ପର୍ଯ୍ୟନ୍ତ ଏବଂ ଦକ୍ଷିଣରେ ତାମିଲନାଡୁର ସନ୍ଥ ତିରୁବଲୁୱର ଜୀଙ୍କ ଠାରୁ ନେଇ ଉତ୍ତରରେ କୃଷି କବି ଘାଗ ପର୍ଯ୍ୟନ୍ତ, ଆମର କୃଷି ଉପରେ କେତେ ପ୍ରକାରରେ ଗବେଷଣା କରାଯାଛି । ଯେପରି ଏକ ଶ୍ଲୋକ ରହିଛି-

ଗୋହିତ: କ୍ଷେତ୍ରଗାମି ଚ,

କାଲଜୋ ବୀଜ-ତତ୍ପର: ।

ବିତଂଦ୍ର: ସର୍ବ ଶଶ୍ୟାଢ଼୍ୟ:

କୃଷକୋ ନ ଅୱସିଦତି  । ।

କୃଷକମାନେ କଷ୍ଟ ପାଆନ୍ତି ନାହିଁ । ଅର୍ଥାତ ଯିଏ ଗୋ ଧନର, ପଶୁମାନଙ୍କର କଲ୍ୟାଣ ବିଷୟରେ ଜାଣିଥିବ, ପାଣିପାଗ ସମୟ ସମ୍ପର୍କରେ ଜାଣିଥିବ, ବିହନ ବିଷୟରେ ଜାଣିଥିବ ଏବଂ ଅଳସୁଆ ହୋଇ ନ ଥିବ । ଏପରି କୃଷକ କଦାପି ଅସୁବିଧାରେ ପଡ଼ିବେ ନାହିଁ, ଗରିବ ହୋଇପାରିବେ ନାହିଁ । ଏହି ଗୋଟିଏ ପଦ୍ଧତି ପ୍ରାକୃତିକ ଚାଷର ସୂତ୍ର ଅଟେ, ଏବଂ ପ୍ରାକୃତିକ ଚାଷର ଶକ୍ତି ମଧ୍ୟ ଦେଇଥାଏ । ଏଥିରେ ଉଲ୍ଲେଖ କରାଯାଇଥିବା ସମସ୍ତ ଉତ୍ସଗୁଡ଼ିକ ସ୍ୱାଭାବିକ ଭାବେ ଉପଲବ୍ଧ । ସେହିଭଳି ମାଟି କିପରି ଉର୍ବର ହେବ, କେଉଁ ଫସଲରେ ଜଳ ପ୍ରୟୋଗ କରିବେ, କିପରି ଜଳ ସଂରକ୍ଷଣ କରିବେ ସେଥିପାଇଁ କେତେ ସୂତ୍ର ଦିଆଯାଇଛି । ଅନ୍ୟ ଏକ ବଡ଼ ଲୋକପ୍ରିୟ ପଦ ହେଉଛି-

ନେରୁତ୍ୟାର୍ଥ ହିଘାନ୍ୟାନଂ ଜଲଂ ଭାଦ୍ରେ ବିମୋଚୟେତ ।

ମୂଲ ମାତ୍ରନ୍ତୁ ସଂସ୍ଥାପ୍ୟ କାର୍ଯେ୍ୟାଜ୍ଜଯ ମୋକ୍ଷଣମ  । ।

ତାହା ହେଉଛି ଫସଲକୁ ରୋଗରୁ ରକ୍ଷା କରିବା ଏବଂ ଏହାକୁ ମଜବୁତ କରିବା ପାଇଁ ଭୋଦୁଆ ମାସରେ ଜଳକୁ ବାହାର କରିବା ଉଚିତ । ଜଳ କେବଳ ମୂଳ ପାଇଁ କ୍ଷେତ୍ରରେ ରହିବା ଉଚିତ । ସେହିଭଳି କବି ଘାଗ ମଧ୍ୟ ଲେଖିଛନ୍ତି-

ଗହମ ବାହେଁ, ଚନା ଦଲାୟେ

ଧାନ ଗାହେଁ, ମକା ନିରାୟେ

ଉଖ କସାଏ  । ।

ତାହା ହେଉଛି ବହୁ ଅସ୍ତ୍ର ଧରିଲେ ଗହମ, ଖୋଳିଲେ ଚଣା, ବାରମ୍ବାର ପାଣି ପାଇଲେ ଧାନ, ନିରାନେରେ ମକା ଏବଂ ପାଣିରେ ଛାଡ଼ିଲା ପରେ ଆଖୁ ଫସଲ ଭଲ ହୋଇଥାଏ । ଆପଣ କଳ୍ପନା କରିପାରିବେ, ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ତାମିଲନାଡୁର ସନ୍ଥ ତିରୁ ବଲୁବର ଜୀ ମଧ୍ୟ କୃଷି ସହିତ ଜଡ଼ିତ ଅନେକ ସୂତ୍ର ଦେଇଥିଲେ । ସେ କହିଥିଲେ-

ତୋଡି-ପୁଡୁଡୀ କଛା ଉଣାକ୍କିନ

ପିଣ୍ଡିଥେରୁବୁମ ବେଂଡାଦ ସାଳପ ପଡ୍ଡୁମ ।

ଅର୍ଥାତ ଯଦି ଜମି ଶୁଖିଯାଏ ତେବେ ପୃଥିବୀରେ ଏକ ଆଉନ୍ସକୁ ଏକଚତୁର୍ଥାଂଶକୁ ହ୍ରାସ କରିବାକୁ ହୁଏ, ତେବେ ଏହା ହାତଗଣତି ଖତ ବିନା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇବ ।

 

ସାଥୀମାନେ,

କୃଷି ସହିତ ଜଡ଼ିତ ଆମର ଏହି ପ୍ରାଚୀନ ଜ୍ଞାନକୁ ଆଗକୁ ନା କେବଳ ଶିଖିବାର ଆବଶ୍ୟକତା ଅଛି, ବରଂ ଆଧନୁିକ ଯୁଗ ପାଇଁ ଏହା ତୀକ୍ଷ୍ଣ କରିବାର ଆବଶ୍ୟକତା ମଧ୍ୟ ରହିଛି । ଏହି ଦିଗରେ ଆମକୁ ନୂତନ ଅନୁସନ୍ଧାନ କରିବାକୁ ପଡ଼ିବ । ଆଧୁନିକ ବୈଜ୍ଞାନିକ ଢାଞ୍ଚାରେ ପକାଇବାକୁ ହେବ । ଏହି ଦେଶରେ ଆମର ସିଏଆର ଭଳି ସଂସ୍ଥାନର, କୃଷି ବିଜ୍ଞାନ କେନ୍ଦ୍ର, କୃଷି ବିଶ୍ୱବିଦ୍ୟାଳୟର ବଡ଼ ଭୂମିକା ମଧ୍ୟ ରହିଛି । ତଥ୍ୟଗୁଡ଼ିକୁ ଆମେ କେବଳ ରିସର୍ଚ୍ଚ, କାଗଜପତ୍ର ଏବଂ ଥିଓରୀ ଗବେଷଣା ପାଇଁ ସୀମିତ ରଖିବାକୁ ପଡ଼ିବ ନାହିଁ, ଏହାକୁ ଏକ ବ୍ୟବହାରିକ ସଫଳତାରେ ପରିଣତ କରିବାକୁ ପଡ଼ିବ । ଲ୍ୟାବରୁ ଲ୍ୟାଣ୍ଡ ପର୍ଯ୍ୟନ୍ତ ଏହି ଆମର ଯାତ୍ରା ହେବ । ଏହାର ଆରମ୍ଭ ମଧ୍ୟ ଆମର ଏହି ସଂସ୍ଥା କରିପାରିବେ । ଆପଣ ଏହି ସଂକଳ୍ପ ନେଇପାରିବେ ଯେ ଆପଣ ପ୍ରାକୃତିକ ଚାଷକୁ ପ୍ରାକୃତିକ କ୍ଷେତ୍ର ପର୍ଯ୍ୟନ୍ତ ଅଧିକରୁ ଅଧିକ ଚାଷୀମାନଙ୍କୁ ନେଇପାରିବେ । ଆପଣ ଯେତେବେଳେ ଏହା କରି ଦେଖାଇବେ, ସେତେବେଳେ ଏହା ସଫଳତାର ସହ ସମ୍ଭବ ହେବ । ସେତେବେଳେ ସାଧାରଣ ମଣିଷ ମଧ୍ୟ ଯଥାଶୀଘ୍ର ଏଥିରେ ଯୋଗ ଦେବେ ।

ସାଥୀମାନେ,

ନୂତନ ଶିଖିବା ସହିତ ଆମେ ସେହି ଭୁଲଗୁଡ଼ିକୁ ଭୁଲିଯିବାକୁ ମଧ୍ୟ ହେବ, ଯାହା ଚାଷ ପ୍ରଣାଳୀରେ ଆସିଯାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ କ୍ଷେତରେ ନିଅାଁ ଲଗାଇଲେ ମାଟିର ଉର୍ବରତା କମିଯାଇଥାଏ, ଆମକୁ ଦେଖିବାକୁ ହେବ ଯେ ମାଟି ବୁଝିବା ପରି ଏବଂ ଏହି ଜିନିଷ ଗରମ ହେଲେ ମାଟି ପରି, ଏହା ଇଟା ରୂପରେ ପରିଣତ ହୋଇଥାଏ । ଏବଂ ଇଟା ଏତେ ଶକ୍ତିଶାଳୀ ହୁଏ ଯେ ଏହା ଏକ କୋଠା ହୋଇଯାଏ । କିନ୍ତୁ ଫସଲର ଅବଶିଷ୍ଟାଂଶ ଜାଳିବା ପାଇଁ ଆମର ଏକ ପରମ୍ପରା ଅଛି । ଜାଣନ୍ତୁ ଯଦି ମାଟି ଜଳିଯାଏ ଇଟାରେ ପରିଣତ ହୋଇଥାଏ, ତଥାପି ଆମେ ମାଟି ଗରମ କରିଥାଉ । ସେହିଭଳି ଏକ ଭ୍ରମ ମଧ୍ୟ ସୃଷ୍ଟି ହୋଇଛି ଯେ ରାସାୟନିକ ପଦାର୍ଥ ବିନା ଫସଲ ଭଲ ହେବ ନାହିଁ, ଯେଉଁଠାରେ ସତ୍ୟ ସମ୍ପୂର୍ଣ୍ଣ ବିପରୀତ ଅଟେ । ପୂର୍ବରୁ ସେଠାରେ କୌଣସି ରାସାୟନିକ ପଦାର୍ଥ ନ ଥିଲା, କିନ୍ତୁ ଅମଳ ଭଲ ଥିଲା । ମାନବିକତାର ବିକାଶର ଇତିହାସ ଏହାର ସାକ୍ଷୀ । ସମସ୍ତ ଆହ୍ୱାନ ସତ୍ତ୍ୱେ କୃଷି ଯୁଗରେ ମାନବିକତା ଦ୍ରୁତ ଗତିରେ ବୃଦ୍ଧି ପାଇଲା । କାରଣ ସେତେବେଳେ ପ୍ରାକୃତିକ ଚାଷ ସଠିକ ଉପାୟରେ କରାଯାଉଥିଲା, ଲୋକମାନେ କ୍ରମାଗତ ଭାବରେ ଶିଖୁଥିଲେ । ଆଜି ଶିଳ୍ପ ଯୁଗରେ ଆମ ପାଖରେ ଟୋକ୍ନୋଲୋଜୀର ଶକ୍ତି ରହିଛି, କେତେ ସମ୍ବଳ ଅଛି, ପାଣିପାଗ ବିଷୟରେ ମଧ୍ୟ ସୂଚନା ଅଛି! ଏବେ ଆମେ ଚାଷୀମାନେ ମିଳିମିଶି ଏକାଠି କାମ କରି ଏକ ନୂତନ ଇତିହାସ ସୃଷ୍ଟି କରିପାରିବା । ଦୁନିଆ ଯେତେବେଳେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତାରେ ଅଛି ତାହାର ବାଟ ଖୋଜିବାରେ ଭାରତର ଚାଷୀ ନିଜର ପରମ୍ପରାଗତ ଜ୍ଞାନର ଦ୍ୱାର ଖୋଲିବାର ଆବଶ୍ୟକତା ରହିଛି । ଆମେ ମିଳିମିଶି କିଛି କରିପାରିବା ।

ଭାଇ  ଭଉଣୀମାନେ,

ପ୍ରାକୃତିକ ଚାଷରୁ ଯେଉଁମାନେ ଅଧିକ ଉପକୃତ ହେବେ, ସେମାନେ ହେଉଛନ୍ତି ଆମ ଦେଶର ୮ଠ ପ୍ରତିଶତ କ୍ଷୁଦ୍ର ଚାଷୀ । ସେହି ଛୋଟ କୃଷକ, ଯାହା ପାଖରେ ଦୁଇ ହେକ୍ଟରରୁ କମ ଜମି ଅଛି । ଏହି କୃଷକମାନଙ୍କ ମଧ୍ୟରୁ ଅଧିକାଂଶ ରାସାୟନିକ ସାରା ପାଇଁ ବହୁତ ଖର୍ଚ୍ଚ କରିଥାନ୍ତି, ଯଦି ସେମାନେ ପ୍ରାକୃତିକ ଚାଷ ଆଡ଼କୁ ଯାଆନ୍ତି ତେବେ ସେମାନଙ୍କର ଅବସ୍ଥା ଭଲ ହେବ ।

ଭାଇ  ଭଉଣୀମାନେ,

ପ୍ରାକୃତିକ ଚାଷ ଉପରେ ଗାନ୍ଧିଜୀଙ୍କ ଏହି ବିବୃତ୍ତି ସମ୍ପୂର୍ଣ୍ଣ ରୂପେ ଖାପ ଖାଉଛି । ଯେଉଁଠାରେ ଶୋଷଣ ହେବ, ପୁଷ୍ଟିକର ହେବ ନାହିଁ । ଗାନ୍ଧିଜୀ କହୁଥିଲେ ଯେ ମାଟି ବୁଲାଇବାକୁ ଭୁଲିଯିବା, କ୍ଷେତକୁ ଭୁଲିଯିବା ଏକ ପ୍ରକାରରେ ନିଜକୁ ଭୁଲିଯିବା ଭଳି । ମୁଁ ସନ୍ତୁଷ୍ଟ ଯେ ଗତ କିଛି ବର୍ଷ ମଧ୍ୟରେ ଦେଶର ଅନେକ ରାଜ୍ୟରେ ଏହାର ଉନ୍ନତି ଘଟିଛି । ନିକଟ ଅତୀତରେ ହଜାର ହଜାର କୃଷକ ପ୍ରାକୃତିକ ଚାଷ ଆପଣାଇଛନ୍ତି । ଏଥିମଧ୍ୟରୁ ଅନେକ ଷ୍ଟାର୍ଟ-ଅପ ଯାହା ଯୁବଗୋଷ୍ଠୀଙ୍କର ଅଟେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପରମ୍ପରାଗତ କୃଷି ବିକାଶ ଯୋଜନାରେ ମଧ୍ୟ ସେମାନେ ଉପକୃତ ହୋଇଛନ୍ତି । ଏଥିରେ କୃଷକମାନଙ୍କୁ ତାଲିମ ଦିଆଯାଉଛି ଏବଂ ଏହି ଚାଷ ଆଡକୁ ଯିବା ପାଇଁ ସହାୟତା ମଧ୍ୟ ଦିଅଯାଉଛି ।

ଭାଇ  ଭଉଣୀମାନେ,

ଯେଉଁ ରାଜ୍ୟଗୁଡ଼ିକର ଲକ୍ଷ ଲକ୍ଷ କୃଷକ ପ୍ରାକୃତିକ ଚାଷରେ ଯୋଗ ଦେଇଛନ୍ତି, ସେହି ରାଜ୍ୟଗୁଡ଼ିକର ଅଭିଜ୍ଞତା ଉତ୍ସାହଜନକ ଅଟେ । ଗୁଜୁରାଟରେ, ଆମେ ପ୍ରାକୃତିକ ଚାଷ ଉପରେ ବହୁ ପୂର୍ବରୁ ଉଦ୍ୟମ ଆରମ୍ଭ କରିଥିଲୁ । ଆଜି ଏହାର ସକାରାତ୍ମକ ପ୍ରଭାବ ଗୁଜୁରାଟର ଅନେକ ସ୍ଥାନରେ ଦେଖାଯାଉଛି । ସେହିଭଳି ହିମାଚଳ ପ୍ରଦେଶରେ ମଧ୍ୟ ଏହି ଚାଷ ପ୍ରତି ଆକର୍ଷଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ମୁଁ ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ପ୍ରାକୃତିକ ଚାଷକୁ ଏକ ଜନ ଆନେ୍ଦାଳନ କରିବାକୁ ଆଗେଇ ଆସିବାକୁ ଅନୁରୋଧ କରିିବି । ଏହି ଅମୃତ ମହୋତ୍ସବରେ, ପ୍ରତ୍ୟେକ ପଞ୍ଚାୟତର ଅତି କମରେ ଗୋଟିଏ ଗାଁ ପ୍ରାକୃତିକ ଚାଷ ସହିତ ଜଡ଼ିତ ହେବା ଜରୁରୀ, ଆମେ ସମସ୍ତେ ଏହି ପ୍ରୟାସ କରିପାରିବା । ଏବଂ ମୁଁ କୃଷକ ଭାଇମାନଙ୍କୁ ମଧ୍ୟ କହିବାକୁ ଚାହେଁ । ସମସ୍ତ ଭୂମିରେ ଏହା ବ୍ୟବହାର କରନ୍ତୁ । ଟିକେ ନିଜେ ଅନୁଭବ କରନ୍ତୁ । ଚାଲନ୍ତୁ ଏହାର ଏକ ଛୋଟ ଅଂଶ ନେବା, ଅଧା କ୍ଷେତ୍ର ନେବା, କ୍ଷେତ୍ରର ଏକ ଚତୁର୍ଥାଂଶ ନେବା; ଏକ ଅଂଶ ଠିକ କରିବା ଏବଂ ଏଥିରେ ବ୍ୟବହାର କରିବା । ଯଦି ଆପଣ ଏହାର ଲାଭ ଦେଖନ୍ତି, ତେବେ ଏହାକୁ ଟିକିଏ ବିସ୍ତାର କରନ୍ତୁ । ଦୁଇ ବର୍ଷ ମଧ୍ୟରେ, ଆପଣ ଧୀରେ ଧୀରେ କ୍ଷେତ୍ରର ଏହି ପାଶ୍ୱର୍କୁ ଯିବେ । ଆପଣ ପରିସର ବିସ୍ତାର କରିବେ । ମୁଁ ମୋର ସମସ୍ତ ବିନିଯୋଗ ସହକର୍ମୀଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ ଜୈବିକ ଏବଂ ପ୍ରାକୃତିକ ଚାଷରେ, ସେମାନଙ୍କର ଉତ୍ପାଦର ପ୍ରକ୍ରିୟାକରଣରେ ଅଧିକ ବିନିଯୋଗ କରିବାର ଏବେ ସମୟ । ଏଥିପାଇଁ କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱର ବଜାର ଆମକୁ ଅପେକ୍ଷା କରିଛି, ଆସିବାର ସମ୍ଭାବନା ପାଇଁ ଆମକୁ ଆଜି କାମ କରିବାକୁ ପଡ଼ିବ ।

ସାଥୀମାନେ,

ଏହି ଅମୃତ କାଳରେ ଖାଦ୍ୟ ନିରାପତ୍ତା ଏବଂ ପ୍ରକୃତିର ସମନ୍ୱୟ ରକ୍ଷା ପାଇଁ ଖାଦ୍ୟ ଆମକୁ ବିଶ୍ୱର ସର୍ବୋତ୍ତର ସମାଧାନ ଦେବାକୁ ପଡ଼ିବ । ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ମୁଁ ବିଶ୍ୱକୁ ପରିବେଶ ପାଇଁ ଜୀବନଶୈଳୀ କରିବାକୁ ଆହ୍ୱାନ କରିଥିଲି, ଯେପରିକି ଜୀବନ ଏକ ବିଶ୍ୱସ୍ତରୀୟ ମିଶନ । ଏକବିଂଶ ଶତାବ୍ଦୀରେ ଭାରତ ଏହାର ନେତୃତ୍ୱ ନେବାକୁ ଯାଉଛି, ଭାରତର କୃଷକ ଏହା କରିବାକୁ ଯାଉଛନ୍ତି । ତେବେ ଆସନ୍ତୁ ସ୍ୱାଧୀନତାର ଅମୃତ ମହୋତ୍ସବରେ ମାତା ଭାରତୀଙ୍କୁ ରାସାୟନିକ ସାର ଏବଂ କୀଟନାଶକରୁ ମୁକ୍ତ କରିବା ପାଇଁ ଏକ ପ୍ରତିଶ୍ରୁତି ଦେବା । ଏକ ସୁସ୍ଥ ପୃଥିବୀ, ଏକ ସୁସ୍ଥ ଜୀବନ ପାଇଁ ବିଶ୍ୱକୁ ଦେଖାନ୍ତୁ । ଆଜି ଦେଶ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନକୁ ସମ୍ମାନ ଦେଇଛି । ଆତ୍ମନିର୍ଭରଶୀଳ ଭାରତ ହିଁ ହୋଇପାରିବ ଯେତେବେଳେ ଏହାର କୃଷି ଆତ୍ମନିର୍ଭରଶୀଳ ହୁଏ, ପ୍ରତ୍ୟେକ କୃଷକ ଆତ୍ମନିର୍ଭରଶୀଳ ହୁଅନ୍ତି, ଏବଂ ଏହା ଘଟିପାରେ ଯେତେବେଳେ ଅପ୍ରାକୃତିକ ସାର ଏବଂ ଔଷଧ ବଦଳରେ ମା ଭାରତୀର ପାଟିକୁ ଗୋବର-ଧନ ସହିତ ପ୍ରାକୃତିକ ଉପାଦାନ ସହିତ ସମୃଦ୍ଧ କରିଥାଉ । ଆମେ ପ୍ରତ୍ୟେକ ଦେଶବାସୀଙ୍କ ହିତରେ, ପ୍ରତ୍ୟେକ ଜିନିଷର ହିତରେ, ପ୍ରତ୍ୟେକ ଜୀବଜନ୍ତୁଙ୍କ ହିତରେ ପ୍ରାକୃତିକ ଚାଷକୁ ଏକ ଜନ ଆନେ୍ଦାଳନ କରିବୁ, ଏହି ବିଶ୍ୱାସ ସହିତ ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ସମଗ୍ର ଗୁଜୁରାଟରେ ଏହାକୁ ଏକ ଜନଆନେ୍ଦାଳନ କରିବା ପାଇଁ ତାଙ୍କ ସମଗ୍ର ଦଳର ଏବଂ ଆଜି ମୁଁ ସମଗ୍ର ଦେଶର କୃଷକମାନଙ୍କୁ ସଂଯୋଗ କରିଥିବାରୁ ସମ୍ପୃକ୍ତ ସମସ୍ତଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି । ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
18% tariffs, boosts to exports, agriculture protected: How India benefits from trade deal with US? Explained

Media Coverage

18% tariffs, boosts to exports, agriculture protected: How India benefits from trade deal with US? Explained
NM on the go

Nm on the go

Always be the first to hear from the PM. Get the App Now!
...
PM Modi congratulates Sanae Takaichi on her landmark victory in Japan’s House of Representatives elections
February 08, 2026

The Prime Minister, Shri Narendra Modi has congratulated H.E. Sanae Takaichi on her landmark victory in the elections to the House of Representatives of Japan.

The Prime Minister said that the Special Strategic and Global Partnership between India and Japan plays a vital role in enhancing global peace, stability and prosperity.

The Prime Minister expressed confidence that under H.E. Takaichi’s able leadership, the India-Japan friendship will continue to reach greater heights.

The Prime Minister wrote on X;

“Congratulations Sanae Takaichi on your landmark victory in the elections to the House of Representatives!

Our Special Strategic and Global Partnership plays a vital role in enhancing global peace, stability and prosperity.

I am confident that under your able leadership, we will continue to take the India-Japan friendship to greater heights.

@takaichi_sanae”