Our government’s mantra is ‘Sabka Saath, Sabka Vikas’: Prime Minister Modi
Central Government is committed to connecting every citizen of the country with the mainstream of development: PM Modi
No stone will be left unturned for development of Leh, Ladakh and Kargil: PM Modi

ଏଠାକୁ ଆସିବା ପୂର୍ବରୁ  କିଏ ମୋତେ କହିଥିଲେ କି, ଲେହରେ ବହୁତ ଥଣ୍ଡା ପଡିଛି । ଶୂନ୍ୟଠାରୁ ମଧ୍ୟ ନିମ୍ନରେ ତାପମାତ୍ରା ଅଛି । ଏତେ ଥଣ୍ଡାରେ ଆପଣ ସମସ୍ତେ ଏଠାକୁ ଆସିଲେ, ବାସ୍ତବରେ ମୁଁ ଭାବ ବିହ୍ୱଳ ହୋଇପଡିଛି ଆଉ ସମସ୍ତଙ୍କୁ ପ୍ରଣାମ କରୁଛି । ବିମାନ ବନ୍ଦରରେ ଓହ୍ଲାଇବା ପରେ ବହୁତ ବଡ଼-ବୟସ୍କା ମାଆମାନେ ବିମାନ ବନ୍ଦର ବାହାରେ ଆଶୀର୍ବାଦ ଦେବାକୁ ଆସିଥିଲେ । ଏତେ ବିଯୁକ୍ତ ତାପମାତ୍ରାରେ ସେମାନେ ଖୋଲାରେ ଠିଆ ହୋଇଥିଲେ । ମୁଁ ମଧ୍ୟ କାରରୁ ଓହ୍ଲାଇ ସେମାନଙ୍କୁ ପ୍ରଣାମ କରିବାକୁ ତଳକୁ ପଳାଇ ଆସିଲି । ମନକୁ ଏତେ ଆନ୍ଦୋଳିତ କରିଦେଲା କି ଏତେ ଭଲପାଇବା,ଆଶୀର୍ବାଦ ଏହି ମାଆମାନଙ୍କର ସ୍ନେହ ଆଉ ତାହା ମଧ୍ୟ ଏହି ବିପରୀତ ପରିସ୍ଥିତିରେ ପ୍ରକୃତି ସାଥ ଦେଉ ନ ଥିଲେ ମଧ୍ୟ ଏକ ନୂତନ ଉର୍ଜା ମିଳୁଛି, ନୂତନ ଶକ୍ତି ମିଳୁଛି । ଆପଣମାନଙ୍କର ଏହି ନିଜରଭାବ, ଏହି ସ୍ନେହକୁ ଦେଖି ମୋତେ ଯେଉଁ ଟିକେ ଥଣ୍ଡା ମଧ୍ୟ ଲାଗୁଥିଲା । ଏବେ ତାହା ମଧ୍ୟ ଏତେ ଅନୁଭବ ହେଉ ନାହିଁ ।

ମଂଚ ଉପରେ ବିରାଜମାନ ଜାମ୍ମୁ ଏବଂ କାଶ୍ମୀରର ରାଜ୍ୟପାଳ ଶ୍ରୀମାନ ସତ୍ୟପାଲ ମଲ୍ଲିକ ମହୋଦୟ, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଆଉ ଏହି ଜାମ୍ମୁ-କାଶ୍ମୀରର ମାଟିର ସନ୍ତାନ ଡକ୍ଟର ଜିତେନ୍ଦ୍ର ସିଂହ ମହାଶୟ, ଜାମ୍ମୁ-କାଶ୍ମୀର ବିଧାନ ପରିଷଦର ଅଧ୍ୟକ୍ଷ ଶ୍ରୀମାନ ହାଜି ଅନାୟତ ଅଲ୍ଲୀମହାଶୟ, ଲଦାଖ ସବେଗ ପାହାଡ ବିକାଶ  ପରିଷଦ ଲେହର ଅଧ୍ୟକ୍ଷ ଶ୍ରୀମାନ ଜେ.ଟି ନାମଗୟାଲ ମହାଶୟ, ଲଦାଖ ସବେଗ ପାହାଡ ବିକାଶ  ପରିଷଦ ଲେହର ଅଧ୍ୟକ୍ଷ ଶ୍ରୀମାନ ଫିରେଜ ଅହମ୍ମଦ ମହାଶୟ, ବିଧାନ ପରିଷଦର ସଦସ୍ୟ ଶ୍ରୀମାନ ଚେରିଙ୍ଗ ଡୋରେଜ ମହାଶୟ ଆଉ ଏଠାରେ ଉପସ୍ଥିତ ମୋର ପ୍ରିୟ ଭାଇ ଓ ଭଉଣୀମାନେ…

ଲଦାଖ ହେଉଛି ବୀରଙ୍କ ମାଟି । 1947 ହେଉ ଅବା 1962’ର ଯୁଦ୍ଧ ଅବା ପୁଣି କାରଗିଲ ଯୁଦ୍ଧ ଏଠାକାର ବୀର ସୈନିକମାନେ ଲେହ ଏବଂ କାରଗିଲର ସାହସୀ ଲୋକ ଦେଶର ସୁରକ୍ଷା ନିଶ୍ଚିତ କରିଛନ୍ତି । ଏତେ ସୁନ୍ଦର ପାହାଡରେ ସୁଶୋଭିତ ଲଦାଖ ଅନେକ ନଦୀଗୁଡିକର ମଧ୍ୟ ହେଉଛି ସ୍ରୋତ । ଆଉ ସଠିକ ଭାବେ ଆମ ସମସ୍ତଙ୍କ ପାଇଁ ହେଉଛି ସ୍ୱର୍ଗର ଉପହାର । 9-10ମାସରେ ମୋତେ ପୁଣିଥରେ ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଛି । ଆପଣ ଯେଉଁ କଷ୍ଟକର ପରିସ୍ଥିତିରେ ରହୁଛନ୍ତି । ପ୍ରତ୍ୟେକ ସମସ୍ୟାକୁ ଆହ୍ୱାନ ଦେଉଛନ୍ତି । ତାହା ମୋ ପାଇଁ ହେଉଛି ବହୁତ ବଡ଼ ପ୍ରେରଣା । କି ଆପଣ ସମସ୍ତଙ୍କ ପାଇ ଆହୁରି ନିଷ୍ଠାର ସହିତ କାର୍ଯ୍ୟ କରିବାର ଅଛି । ଯେଉଁ ସ୍ନେହ ଆପଣ ମୋତେ ଦେଉଛନ୍ତି… ମୋତେ ସୁଧ ସହିତ ବିକାଶ କରି ଆପଣମାନଙ୍କୁ ଫେରାଇବାର ଅଛି । ମୁଁ ଏହା ଅନୁଭବ କରୁଛି କି ପାଣିପାଗ ଆପଣ ସମସ୍ତଙ୍କ ପାଇଁ ସମସ୍ୟା ନେଇ କରି ଆସୁଛି । ବିଜୁଳିର ସମସ୍ୟା ହୋଇଥାଏ, ପାଣିର କଷ୍ଟ ଆସିଥାଏ, ଅସୁସ୍ଥ ସମୟରେ ଅସୁବିଧା ହୋଇଥାଏ । ପଶୁମାନଙ୍କ ପାଇଁ ଖାଦ୍ୟ ଯୋଗାଡ କରିବାକୁ ପଡିଥାଏ । ଦୂର-ଦୂରାନ୍ତ ପର୍ଯ୍ୟନ୍ତ ବୁଲିବାକୁ ପଡିଥାଏ । ମୋତେ ଏଠାରେ ବହୁତ ସୌଭାଗ୍ୟ ମିଳିଛି ଆପଣମାନଙ୍କ ମଧ୍ୟରେ ରହିବାର, ପୂର୍ବରୁ ଯେତେବେଳେ ମୋ ଦଳର ସଂଗଠନ କାର୍ଯ୍ୟ କରୁଥିଲି । ତ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣ ସମସ୍ତଙ୍କ ଗହଣରେ ରହିଛି । ମୁଁ ଏଠାରେ ରହିବା ସମୟରେ ନିଜକୁ ଦେଖିଛି ,ଲୋକମାନଙ୍କୁ ଅସୁବିଧାର ସାମ୍ନା କରୁଥିବା ଦେଖିଛି ।

ସାଥୀଗଣ, ଏହି ଅସୁବିଧାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ହେଉଛନ୍ତି ସଂମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ । ଆଉ ଏଥିପାଇଁ ମୁଁ ନିଜେ ବାରମ୍ବାର ଲେହ ଏବଂ ଜାମ୍ମୁ-କାଶ୍ମୀର ଆସୁଛି । ଗତଥର ବିଜୁଳି ସହିତ ଜଡିତ ଅନେକ ପ୍ରକାରର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକର୍ପଣ କରିଥିଲି, ତ ଆଜି ମଧ୍ୟ ଆପଣଙ୍କ ଜୀବନକୁ ସହଜ ଓ ସରଳ କରିବା ଭଳି ପ୍ରାୟ 3 ହଜାର କୋଟି ଟଙ୍କାର ପ୍ରକଳ୍ପ, 3 ହଜାର କୋଟି ଟଙ୍କାର ସେହି ସବୁ ପ୍ରକଳ୍ପର ଉଦଘାଟନ ଏବଂ ଲୋକର୍ପଣ ଏବେ-ଏବେ ଆପଣମାନେ ଦେଖିଲେ କରାଗଲା ।

ବ୍ରଜ ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ଲେହ ଏବଂ କାରଗିଲର ଅନେକ ଗାଁକୁ ପର୍ଯ୍ୟାପ୍ତ ଏବଂ ଶସ୍ତା ବିଜୁଳି ଉପଲବ୍ଧ ହୋଇ ପାରିବ । ସେହି ଶ୍ରୀନଗର ଉଲଲେସ୍ତିଦ ଦରାଜ କାରଗିଲ ଟ୍ରାନ୍ସମିଶନ ଲାଇନ ଅଛି ତ ମୋତେ ହିଁ ଶିଳାନ୍ୟାସ କରିବାର ସୁଯୋଗ ମିଳିଥିଲା । ଆଉ ଆଜି ମୋତେ ମଧ୍ୟ ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଲା । 2 ହଜାର କୋଟିରୁ ଅଧିକ ବ୍ୟୟର ଏହି ପ୍ରକଳ୍ପ ଦ୍ୱାରା ଏବେ ଲେହ-ଲଦାଖର ବିଜୁଳି ସମସ୍ୟା କମ୍ ହେବାକୁ ଯାଉଛି ।

ସାଥୀଗଣ, ଆମ ସରକାରଙ୍କର କାର୍ଯ୍ୟ କରିବାର ପଦ୍ଧତି ହେଉଛି ଏହା । ଲଟକାଇବା ଏବଂ ଅଟକାଇବାର ପୁରୁଣା ସଂସ୍କୃତି ଏବେ ଦେଶ ପଛରେ ଛାଡି ଦେଇଛି ଆଉ ଆଗାମୀ ପାଂଚ ବର୍ଷରେ ମୋତେ ମୋତେ ଏହି ଲଟକାଇବା ଏବଂ ଅଟକାଇବାର ପରମ୍ପରାରୁ ଦେଶକୁ ଦେଶରୁ ବାହାର କରିଦେବାର ଅଛି । ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି, ସଂମ୍ପୂର୍ଣ୍ଣ ଶକ୍ତି ବିନିଯୋଗ କରାଯାଉଛି କି ତା’ର କାର୍ଯ୍ୟ ସଠିକ ସମୟରେ ଶେଷ କରାଯାଉ ।

ଭାଇ ଓ ଭଉଣୀମାନେ, ଆଜି ଯେଉଁ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ, ଉଦ୍ଘାଟନ  ଏବଂ ଶିଳାନ୍ୟାସ କରାଯାଇଛି ସେଥିମଧ୍ୟରୁ ବିଜୁଳି ସହିତ ଲେହ-ଲଦାଖର ଦେଶ ଏବଂ ଦୁନିଆର ଅନ୍ୟାନ୍ୟ ସହରଗୁଡ଼ିକ ସହିତ ଯୋଗାଯୋଗ ସୁଧୁରିବ, ପର୍ଯ୍ୟଟନ ବୃଦ୍ଧି ହେବ, ରୋଜଗାରର ଅବସର ବୃଦ୍ଧି ହେବ ଆଉ ଏଠାକାର ଯୁବକମାନଙ୍କୁ ପାଠପଢ଼ା ପାଇଁ ଏହିଠାରେ ହିଁ ଉତମ ସୁବିଧା ମଧ୍ୟ ମିଳିବ । ଏଠାକାର ଜଳବାୟୁ ଏତେ ସୁନ୍ଦର କି ଯଦି ଆମେ ଏଠାରେ ଉତମ ପ୍ରକାରର ଶୈକ୍ଷିକ ଅନୁଷ୍ଠାନ ଠିଆ କରାଇଦେବା ତ ମୁଁ ବିଶ୍ୱାସର ସହିତ କହୁଛି କି ହିନ୍ଦୁସ୍ଥାନର କୋଣ ଅନୁକୋଣରୁ ଯୁବକ ଲେହ-ଲଦାଖକୁ ଆସି ପାଠ ପଢ଼ିବାକୁ ପସନ୍ଦ କରିବେ । ଆଉ ଆମକୁ ସେହି ସ୍ୱପ୍ନକୁ ଦେଖିବା ଦରକାର, ଆଉ ମୋ ମସ୍ତିଷ୍କରେ ସେହିଭଳିଆ ସ୍ୱପ୍ନ ସବୁ ପଡ଼ି ରହିଛି ।

ସାଥୀଗଣ, ଆମ ସମସ୍ତଙ୍କ ସମ୍ମାନନୀୟ ମହାନ କୁଶକ ବକୁଲା ରିଂପୋଚିଜେ ନିଜର ସଂପୂର୍ଣ୍ଣ ଜୀବନ ଗୋଟିଏ ସ୍ୱପ୍ନ ପାଇଁ ଦେଇଦେଇଥିଲେ । ଲେହ-ଲଦାଖକୁ ଶ୍ରେଷ୍ଠ ଭାରତ ସହିତ ସଂଯୋଗ ସ୍ଥାପନ କରିବା ପାଇଁ ଏବଂ ଦେଶର ଏକତା ଏବଂ ଅଖଣ୍ଡତାର ଭାବନାକୁ ସୁଦୃଢ଼ କରିବା ହିଁ ପୂଜ୍ୟ ରିଂପୋ ମହୋଦୟଙ୍କର ସବୁଠାରୁ ବଡ଼ ସ୍ୱପ୍ନ ଥିଲା ।

କେନ୍ଦ୍ର ସରକାର ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏଠାରେ ଯୋଗାଯୋଗର ଏକ ନୂତନ ବିସ୍ତାର ଦେଇଛନ୍ତି । ଲେହ-ଲଦାଖକୁ ରେଳ ଏବଂ ବିମାନ ମାର୍ଗ ସହିତ ଯୋଡ଼ିବା ଭଳି ଦୁଇଟି ବଡ଼ ପ୍ରକଳ୍ପ ଉପରେ କାମ ଚାଲୁ ରହିଛି । ଏହି କ୍ଷେତ୍ରକୁ ପ୍ରଥମ ଥର ରେଳ ମାନଚିତ୍ର ସହ ଯୋଡ଼ିବା ଭଳି ରେଳ ଲାଇନ ଏବଂ କୁଶୋକ ବକୁଲା ରିଂପୋଚି ବିମାନବନ୍ଦରର ନୂତନ ଏବଂ ଆଧୁନିକ ଟର୍ମିନାଲ ବିଲ୍ଡିଂ ଦୁଇଟି ଯାକ ହିଁ ଏଠାରେ ବିକାଶକୁ ଆହୁରି ଅଧିକ ଗତି ଦେବା ଭଳି ପ୍ରମାଣିତ ହେବେ ।

ସାଥୀଗଣ, ତିନି ଦଶକ ପୂର୍ବରୁ ଏଠାରେ ଯେଉଁ ବିଲ୍ଡିଂ ନିର୍ମାଣ କରାଯାଇଥିଲା, ସମୟ ସହିତ ଏହାକୁ ଆଧୁନିକତା ସହିତ ଯୋଡ଼ିବା, ଏଥିରେ ନୂତନ ସୁବିଧାସବୁର ବିକାଶ କରିବା ବିଷୟରେ ଆଗରୁ କେବେ ଚିନ୍ତା କରାଯାଇ ନଥିଲା । ଆଜି ନୂତନ ଟର୍ମିନାଲ ବିଲ୍ଡିଂର ଶିଳାନ୍ୟାସ ହୋଇଛି ଆଉ ଖୁବ ଶୀଘ୍ର ଏହାର ଲୋକାର୍ପଣ ମଧ୍ୟ କରାଯିବ । ଆଉ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି କି ଯାହାର ଶିଳାନ୍ୟାସ ପ୍ରଥମେ କରିଥିଲୁ ତାହାର ଲୋକାର୍ପଣ ଆଜି କରୁଛୁ, ଆପଣମାନଙ୍କ ଆଶୀର୍ବାଦରୁ ଏହାର ଲୋକାର୍ପଣ କରିବା ପାଇଁ ମୁଁ ହିଁ ଆସିବି । ଏହି ଟର୍ମିନାଲ ଅତ୍ୟାଧୁନିକ ସୁବିଧା ଦେବା ସହିତ ହିଁ ଏବେ ଅଧିକ ଯାତ୍ରୀଙ୍କୁ ସମ୍ଭାଳିବ ପାଇଁ ସକ୍ଷମ ହୋଇ ପାରିବ ।

ଏହିଭଳି ଭାବେ ବିଳାସପୁର, ମନାଲୀ, ଲେହ ରେଳ ଲାଇନ ଉପରେ ପ୍ରାରମ୍ଭିକ ସର୍ଭେ କାର୍ଯ୍ୟ ହୋଇସାରିଛି । କେତେକ ସ୍ଥାନରେ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇସାରିଛି । ଯେତେବେଳେ ରେଳ ଲାଇନ୍ ପ୍ରସ୍ତୁତ ହୋଇଯିବ ସେତେବେଳେ ଦିଲ୍ଲୀରୁ ଲୋହର ଦୂରତା ବହୁତ କମ୍ ହୋଇଯିବ । ଏହି ରେଳ ଲାଇନ୍ ବହୁ ପରିମାଣରେ ଏହି ସମସ୍ୟାକୁ ଦୂର କରିବ ।

ସାଥୀଗଣ, କୌଣସି ମଧ୍ୟ ଅଂଚଳରେ ଯେତେବେଳେ ଯୋଗାଯୋଗ ବ୍ୟବସ୍ଥା ଭଲ ହେବାକୁ ଲାଗିଥାଏ ତ ସେଠାକାର ଲୋକଙ୍କ ଜୀବନ ତ ସହଜ ହୋଇଥାଏ ହିଁ ରୋଜଗାରର ସାଧନ ମଧ୍ୟ ବଢ଼ି ଯାଇଥାଏ । ପର୍ଯ୍ୟଟନକୁ ଏହା ଫଳରେ ସବୁଠାରୁ ଅଧିକ ଲାଭ ହୋଇଥାଏ । ଲେହ-ଲଦାଖର ଅଂଚଳ ତ ହେଉଛି ଆଧ୍ୟାତ୍ମ, କଳା, ସଂସ୍କୃତି, ପ୍ରକୃତିର ସୁନ୍ଦରତା ଏବଂ ସାହସିକ ସ୍ଥଳ ପାଇଁ ଦୁନିଆର ଏକ ମହତ୍ୱପୂର୍ଣ୍ଣ ସ୍ଥାନ । ଏଠାରେ ପର୍ଯ୍ୟଟନର ବିକାଶ ପାଇଁ ଆଉ ଗୋଟିଏ ପଦକ୍ଷେପ ସରକାର ଉଠାଇଛନ୍ତି । ଆଜି ଏଠାରେ ପାଂଚୋଟି ନୂଆ ଟ୍ରାକିଂ ରୁଟ୍ କୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସାଥୀଗଣ, କେନ୍ଦ୍ର ସରକାର ଏହି ରୁଟ୍ ଗୁଡ଼ିକରେ ନିଷିଦ୍ଧାଞ୍ଚଳ ପରମିଟ୍ ର ବୈଧତା ମଧ୍ୟ ସାତ ଦିନରୁ ବଢ଼ାଇ 15 ଦିନ କରି ଦେଇଛନ୍ତି । ଏହା ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ଶାନ୍ତିର ସହିତ ସଂପୂର୍ଣ୍ଣ ସମୟ ନେଇକରି ନିଜର ଯାତ୍ରାର ଆନନ୍ଦ ନେଇ ପାରିବେ ଆଉ ଏଠାକାର ଯୁବକମାନଙ୍କୁ ଅଧିକ ରୋଜଗାର ମିଳି ପାରିବ ।

ସାଥୀଗଣ, ମୋତେ ଅବଗତ କରାଯାଇଛି କି ଏଥର 3 ଲକ୍ଷରୁ ଅଧିକ ପର୍ଯ୍ୟଟକ ଲେହକୁ ଆସିଛନ୍ତି ଆଉ ପ୍ରାୟ 1 ଲକ୍ଷ ଲୋକ କାରଗିଲ ଭ୍ରମଣ କରିଛନ୍ତି । ଗୋଟିଏ ପ୍ରକାରରେ ଦେଖିବା ତ କାଶ୍ମୀରକୁ ଏବେ ଯେତିକି ପର୍ଯ୍ୟଟକ ଆସିଛନ୍ତି ତାହାର ଅଧା ଏହି ଅଂଚଳକୁ ଆସିଛନ୍ତି । ସେହି ଦିନ ଆଉ ଦୂରରେ ନାହିଁ, ଯେତେବେଳେ ଲେହ-ଲଦାଖର ପର୍ଯ୍ୟଟନ ନୂତନ ଶୀଖରକୁ ପ୍ରାପ୍ତ କରିବ ।

ଭାଇ ଓ ଭଉଣୀମାନେ, କେନ୍ଦ୍ର ସରକାର ସାରା ଦେଶରେ ବିକାଶର ପଂଚଧାରା ଅର୍ଥାତ ପିଲାମାନଙ୍କର ପାଠପଢ଼ା, ଯୁବକମାନଙ୍କୁ ରୋଜଗାର, ବୟସ୍କମାନଙ୍କୁ ଔଷଧ, କୃଷକଙ୍କୁ ଜଳସେଚନ ଏବଂ ସାଧାରଣ ଜନତାଙ୍କର ଶୁଣାଣୀ ତାହାକୁ ସୁନିଶ୍ଚିତ କରିବାରେ ଲାଗି ପଡ଼ିଛନ୍ତି । ଏହି ଲେହ-ଲଦାଖ ଏବଂ କାରଗିଲରେ ମଧ୍ୟ ଏ ସମସ୍ତ ସୁବିଧାଗୁଡ଼ିକୁ ସୁଦୃଢ଼ କରିବାର ପ୍ରୟାସ ଜାରି ରହିଛି । ଲଦାଖରେ ମୋଟ ଜନସଂଖ୍ୟାର 40 ପ୍ରତିଶତ ହେଉଛନ୍ତି ଯୁବ ବିଦ୍ୟାର୍ଥୀ । ଆପଣମାନେ ସମସ୍ତେ ଦୀର୍ଘ ଦିନ ଧରି ଦାବୀ କରି ଆସୁଥିଲେ, ଏଠାରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ । ଆଜି ଆପଣଙ୍କର ଏହି ଦାବୀ ମଧ୍ୟ ପୂରଣ ହୋଇଛି ଆଉ ଏଥିପାଇଁ ମଧ୍ୟ ଆପଣ ସମସ୍ତଙ୍କୁ ଆଉ ବିଶେଷ କରି ମୋର ଯୁବକ ସାଥୀମାନଙ୍କୁ ମୁଁ ବହୁତ ବହୁତ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି । ଆଜି ସେହି ପୁଞ୍ଜ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ କରାଯାଇଛି । ଏଥିରେ ନୁବ୍ରା, ଲେହ ଏବଂ ଜସ୍କା କାରଗିଲରେ ଚାଲୁଥିବା ଡିଗ୍ରୀ କଲେଜର ସଂସାଧନଗୁଡ଼ିକୁ ଉପଯୋଗ କରାଯିବ । ଛାତ୍ରମାନଙ୍କର ସୁବିଧା ପାଇଁ ଲେହ ଏବଂ କାରଗିଲରେ ମଧ୍ୟ ଏହାର ପ୍ରଶାସନିକ କାର୍ଯ୍ୟାଳୟ ରହିବ ।

ସାଥୀଗଣ, ଲେହ-ଲଦାଖ ଦେଶର ସେହି ଅଂଶରେ ରହିଛି, ଯେଉଁଠାରେ ଅନୁସୂଚିତ ଜନଜାତିର ମୋର ଭାଇ ଭଉଣୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ରହିଛି । ଦୁଇ ଦିନ ତଳେ କେନ୍ଦ୍ର ସରକାର ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି, ସେଥିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ଉପରେ ବହୁତ ଗୁରୁତ୍ୱ ଦିଆଯାଇଛି । ଅନୁସୂଚିତ ଜନଜାତିର ମଙ୍ଗଳ ପାଇଁ ବଜେଟରେ ପ୍ରାୟ 30 ପ୍ରତିଶତର ବୃଦ୍ଧି କରାଯାଇଛି । ଯେତେବେଳେ କି ଦଳିତଙ୍କ ବିକାଶ ପାଇଁ ପ୍ରାୟ 35 ପ୍ରତିଶତରୁ ଅଧିକର ଆବଂଟନ ଏଥରର ବଜେଟରେ କରାଯାଇଛି । ବଜେଟରେ ଅନୁସୂଚିତ  ଜାତି ଓ ଜନଜାତିଙ୍କର ମଙ୍ଗଳ ପାଇଁ ଯେଉଁ 11ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟବରାଦର ବ୍ୟବସ୍ଥା ହୋଇଛି, ଏହାଦ୍ୱାରା ଏବେ ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ସୁବିଧାରେ ବୃଦ୍ଧି ହେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ, କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ବିକାଶର ମୁଖ୍ୟଧାରାରେ ଯୋଡ଼ିବା ପାଇଁ ପ୍ରୟାସ କରୁଛନ୍ତି । ଯେଉଁମାନଙ୍କୁ କିଛି କାରଣରୁ ବିକାଶର ସଂପୂର୍ଣ୍ଣ ଲାଭ ମିଳି ପାରୁ ନାହିଁ । ଏହି ବଜେଟରେ ସରକାର ଘୁମଂତୁ ସମୁଦାୟଙ୍କ ପାଇଁ ମଧ୍ୟ ଏକ ବହୁତ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ନିଜର ଜୀବନ ଶୈଳୀ କାରଣରୁ,କେତେଥର ଜଳବାୟୁ କାରଣରୁ ଗୋଟିଏ ହିଁ ସ୍ଥାନରେ ଅଟକି ରହିପାରନ୍ତି ନାହିଁ, ଏଭଳି ସ୍ଥିତିରେ ଏହି ଲୋକମାନଙ୍କ ପାଖକୁ ସରକାରଙ୍କର ଯୋଜନାର ଲାଭ ପହଂଚିବା ମଧ୍ୟ ବହୁତ କଷ୍ଟକର ହୋଇଯାଇଥାଏ । ଏବେ ଏହି ଲୋକମାନଙ୍କ ପାଇଁ ସରକାର ଜନମଙ୍ଗଳ ବିକାଶ ବୋର୍ଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଫଳରେ ସରକାର ଯେଉଁ ବିକାଶ କାର୍ଯ୍ୟଗୁଡ଼ିକୁ ନେଇ ଆଗକୁ ବଢ଼ୁଛନ୍ତି । ଏହି ବିକାଶ କାର୍ଯ୍ୟଗୁଡ଼ିକର ଲାଭ ଏହି ପରିବାରଙ୍କୁ, ଏହି ସାମୁହିକ ସମ୍ପ୍ରଦାୟଙ୍କ ନିକଟରେ ଯାହା ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ପହଂଚି ନଥିଲା, ତାହା ଦ୍ରୁତ ଗତିରେ ପହଂଚୁ । ଆଉ ଏହି ଲୋକମାନେ ହେଉଛନ୍ତି କିଏ… ସାପୁଆକେଳା, ଯାଯାବର ଆଉ ଯେଉଁ ବଳଦଗାଡ଼ିରେ ବୁଲିଲାବାଲା କମାର (ଲୁହାର) ହୋଇଥାଆନ୍ତି ଏଭଳି…ଆଦୌ ଯାଯାବର ଜୀବନଯାପନ କରୁଥିବା ଲୋକମାନେ । କେବଳ ସ୍ଥାନାନ୍ତରିତ ହୁଅନ୍ତି, କେଉଁଠି ରହନ୍ତି ନାହିଁ, ନିଜର ପଶୁଧନକୁ ଧରି ଚାଲନ୍ତି, ଚାଲନ୍ତି । ନିଜ ସ୍ଥାନକୁ ଆସୁ ଆସୁ ଦୁଇ ବର୍ଷ ଲାଗିଯାଏ । ଏହି ପରିବାରଙ୍କ କଥା ଚିନ୍ତା କରିବା, ଏଭଳି ଏକ ବଡ଼ ନିଷ୍ପତ୍ତି ଆମେ ନେଇଛୁ ।

ସାଥୀଗଣଏହା ବ୍ୟତୀତ ବଜେଟରେ ଦେଶର କୃଷକମାନଙ୍କ ପାଇଁ ମଧ୍ୟ ସରକାର ଐତିହାସିକ ଘୋଷଣା କରିଛନ୍ତି । ପିଏମ କିଷାନ ସମ୍ମାନ ନିଧି କ୍ଷୁଦ୍ରରେ ଭାବେ ତାକୁ କହୁଛନ୍ତି ପିଏମ କିଷାନ । ଏହି ଯୋଜନାର ଲାଭ ଲେହ-ଲଦାଖର ଅନେକ କୃଷକ ପରିବାରଙ୍କୁ ଲାଭ ହେବାକୁ ଯାଉଛି । ସରକାର ନିଷ୍ପତ୍ତି ନେଇଛନ୍ତି କି ଯେଉଁ କୃଷକମାନଙ୍କ ପାଖରେ ପାଞ୍ଚ ଏକରରୁ କମ୍ ଚାଷଜମି ଅଛି ଆଉ ଏଠାରେ ପ୍ରାୟ ସମସ୍ତେ ହେଉଛନ୍ତି ଏଭଳି । ସମସ୍ତେ ହେଉଛନ୍ତି ପାଞ୍ଚ ଏକରରୁ କମ୍ ଚାଷଜମି ଥିବା ଭଳି ଲୋକ…ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଭାବେ 6 ହଜାର ଟଙ୍କା ପ୍ରତି ବର୍ଷ ଦିଲ୍ଲୀ… କେନ୍ଦ୍ର ସରକାରଙ୍କ ତରଫରୁ ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଭାବେ ଜମା ହୋଇଯିବ । ଏହା ଦୁଇ-ଦୁଇ ହଜାରର ତିନୋଟି କିସ୍ତିରେ ଆପଣମାନଙ୍କୁ ମିଳିବ । ଋତୁକାଳୀନ ଭାବେ ଏହାକୁ ସ୍ଥିର କରିଛୁ । ଯାହାର ପ୍ରଥମ କିସ୍ତି ମୋର ଚେଷ୍ଟା ରହିଛି କି ବହୁତ ଶୀଘ୍ର ଆପଣମାନଙ୍କ ନିକଟରେ ପହଂଚିଯାଉ । ଆଉ ଏଥିପାଇଁ ମୁଁ ଆଜି ହିଁ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ଏହାର ଗାଇଡଲାଇନ୍ ପଠାଇବାକୁ ଯାଉଛି । ସୂଚନାମାନ ପଠାଇ ଦେଇଛି କି ଆପଣଙ୍କ ଏଠାରେ କୃଷକ…ତାଙ୍କର ତାଲିକା, ତାଙ୍କର ଆଧାର ନମ୍ବର ତୁରନ୍ତ ପଠାଇ ଦିଅନ୍ତୁ । ଫଳରେ ସେଠାରୁ ତାଙ୍କ ବ୍ୟାଙ୍କ ଖାତାରେ ତୁରନ୍ତ ପଇସା ଜମା ହୋଇ ପାରିବ । ଆଉ ଏପରି ନୁହେଁ କି ଭାଇ କଥା କହିବା, କଥା ଦେବା, ପୁଣି ଭିଡ଼ିମୋଡ଼ି ହେବା… ଆଜ୍ଞା ନୁହେଁ, ମୋତେ ଏହା ଲାଗୁ କରିବାର ଅଛି । ଆଉ ସମସ୍ତ ରାଜ୍ୟଗୁଡ଼ିକର କଳ ଯେତିକି କ୍ରିୟାଶୀଳ ହେବେ ସେତିକି ଦ୍ରୁତ ଗତିରେ ଲାଭ ପହଂଚିବ ।

ଆଉ ଏଥିପାଇଁ ଏଠାକାର ଆଳୁ, ମଟର, କୋବି ତାହାର ଉତ୍ପାଦକ କୃଷକଙ୍କୁ ପ୍ରୋତ୍ସାହନ ମିଳିବାକୁ ଯାଉଛି । ଆଉ ଏଠାକାର କୋବି ପାଇଁ ତ ମୋର ସଂପୂର୍ଣ୍ଣ ରୂପେ ମନେଅଛି । ମୁଁ ସେତେବେଳେ ସଂଗଠନରେ କାମ କରୁଥିଲି ତ ଦିଲ୍ଲୀରୁ ଆସୁଥିଲି, ଦିଲ୍ଲୀକୁ ପୁଣି ଫେରୁଥିଲି । ତ ଯେଉଁ କାର୍ଯ୍ୟକର୍ତ୍ତାମାନେ ମୋର ପରିଚିତ ଥିଲେ, ସେମାନେ ମୋତେ ଗୋଟିଏ ହିଁ ଅନୁରୋଧ କରୁଥିଲେ କି ସାହେବ ଲଗେଜର ଯେଉଁ ଖର୍ଚ୍ଚ ହେବ, ତାହା ଆମେ ଦେଇଦେବୁ । ଗୋଟିଏ କୋବି ନେଇ ଆସିବ । ଆଉ ମୁଁ ମଧ୍ୟ ଏଠାରୁ ବହୁତ ପରିବା ନେଇ ଯାଉଥିଲି । ସେହି ପରିବାରଗୁଡ଼ିକୁ ବହୁତ ଭଲ ଲାଗୁଥିଲା,ଏହି ପରିବା ଖାଇକରି । ଆଉ ଏହି ନୂତନ ଯୋଜନା ପାଇଁ ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି କି ଏହା ହେଉଛି କୃଷକମାନଙ୍କ ପାଇଁ ଏକ ଅଦ୍ଭୁତ ଯୋଜନା । ସେମାନଙ୍କୁ ଏକ ବହୁତ ବଡ଼ ଶକ୍ତି ଦେବାକୁ ଯାଉଛି । ଆଉ ଯେଉଁମାନେ ଦିଲ୍ଲୀରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସିଥାଆନ୍ତି ସେମାନଙ୍କୁ ଜଣା ନଥାଏ । ଦୁର୍ଗମ ପାହାଡ଼ରେ, ମରୁଭୂମିରେ, ପଛୁଆ ଅଂଚଳମାନଙ୍କରେ ଯେଉଁ ଗରିବ କୃଷକ ରହିଛନ୍ତି ନା ସେମାନଙ୍କ ପାଇଁ ଛଅ ହଜାର ଟଙ୍କା କେତେ ବଡ଼ କଥା ହୋଇଥାଏ, ଏହା ଶୀତତାପ ନିୟନ୍ତ୍ରିତ କୋଠରୀରେ ବସିଥିବା ଲୋକମାନଙ୍କୁ ଜଣା ନଥାଏ । ସେମାନଙ୍କର ଏହି ବିଷୟରେ କୌଣସି ଧାରଣା ହିଁ ନାହିଁ ।

ଏହି ନୂତନ ଯୋଜନା ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଦେଶର ସମସ୍ତ କୃଷକମାନଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ବହୁତ-ବହୁତ ଧନ୍ୟବାଦ ଦେଉଛି ।

ସାଥୀଗଣ, ଲେହ, ଲଦାଖ, କାରଗିଲ ହେଉଛି ଭାରତର ଶୀର୍ଷ, ଆମର ହେଉଛି ମସ୍ତକ, ମାଆ ଭାରତୀର ଏହି ମୁକୁଟ ହେଉଛି ଆମର ଗୌରବ, ବିଗତ ସାଢ଼େ ଚାରି ବର୍ଷ ଧରି ଏହି କ୍ଷେତ୍ର ଆମ ବିକାଶର ପ୍ରାଥମିକତାର କେନ୍ଦ୍ର ହୋଇ ରହିଛି । ମୁଁ ଖୁସି ଯେ ଲଦାଖ ସ୍ୱୟଂଶାସିତ ପାହାଡ଼ ବିକାଶ ପରିଷଦ ଆଇନ (Ladakh Autonomous Hill Development Council Act) ରେ ପରିବର୍ତ୍ତନ କରାଯାଇଛି । ଆଉ ପରିଷଦକୁ କୃଷିକ୍ଷେତ୍ର ସହିତ ଜଡ଼ିତ ମାମଲାରେ ଏବେ ଅଧିକ ଅଧିକାର ପ୍ରଦାନ କରାଯାଇଛି ।

ଏବେ କୃଷିକ୍ଷେତ୍ରର ବିକାଶ ପାଇଁ ଆସୁଥିବା ପଇସା ଏଠାକାର ସ୍ୱୟଂଶାସିତ ପରିଷଦ ହିଁ ଜାରି କରିଥାଏ । ପରିଷଦର ଅଧିକାରର ପରିସର ଏବଂ ନିଷ୍ପତ୍ତି ନେବାର ଶକ୍ତିକୁ ମଧ୍ୟ ବୃଦ୍ଧି କରାଯାଇଛି । ଏହାଫଳରେ ଏଠାକାର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଅଧିକ ଦ୍ରୁତ ଗତିରେ, ଆହୁରି ଅଧିକ ସମ୍ବେଦନାଶୀଳତା ସହିତ ସମାଧାନ କରାଯାଇ ପାରିବ । ଏବେ ଆପଣଙ୍କୁ ଆପଣଙ୍କର ଆବଶ୍ୟକତା ପାଇଁ ବାରମ୍ବାର ଶ୍ରୀନଗର ଏବଂ ଜାମ୍ମୁ ଯିବାକୁ ପଡ଼ିବ ନାହିଁ । କିନ୍ତୁ ଅଧିକାଂଶ କାମ ଏହି ଲେହ ଏବଂ ଲଦାଖରେ ହିଁ ସଂପୂର୍ଣ୍ଣ ହୋଇଯିବ ।

ସାଥୀଗଣ, କେନ୍ଦ୍ର ସରକାର ସମସ୍ତଙ୍କ ସହିତ-ସମସ୍ତଙ୍କର ବିକାଶର ମୂଳମନ୍ତ୍ର ଉପରେ କାର୍ଯ୍ୟ କରୁଛନ୍ତି । ଦେଶର କୌଣସି ମଧ୍ୟ ବ୍ୟକ୍ତି, କୌଣସି ମଧ୍ୟ କୋଣ, ବିକାଶର ଧାରାରୁ ବାଦ ପଡ଼ି ନଯାଉ ଏଥିପାଇଁ ହିଁ ସମସ୍ତଙ୍କ ସହିତ-ସମସ୍ତଙ୍କର ବିକାଶର ମୂଳମନ୍ତ୍ରକୁ ନେଇ ଆମେ ବିଗତ ସାଢ଼େ ଚାରି ବର୍ଷ ଧରି ଲଗାତାର ଦିନ-ରାତି ଚେଷ୍ଟା କରୁଛୁ ।

ମୁଁ ଏଠାକାର ଲୋକଙ୍କୁ ଏହି ବିଶ୍ୱାସ ଦେଉଛି ଯେ ଲେହ ଲଦାଖ କାରଗିଲର ବିକାଶ ପାଇଁ କୌଣସି ହେଲେ ମଧ୍ୟ ସାମାନ୍ୟତମ ଚେଷ୍ଟାକୁ ଛଡ଼ାଯିବ ନାହିଁ ।

କେନ୍ଦ୍ର ସରକାର ଏବେ ଆମର ମିତ୍ର ଖୁବ ଲମ୍ବା ଲିଷ୍ଟ ପଢ଼ିଦେଲେ କିନ୍ତୁ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି, ମୁଁ ସେଗୁଡ଼ିକର ସୂକ୍ଷ୍ମତାକୁ ଦେଖୁ ନାହିଁ । କିନ୍ତୁ ମୁଁ ଏଠାରେ ସମସ୍ତଙ୍କ ସହ ପରିଚିତ ଅଛି ଆଉ ଏହା ହେଉଛି ମୋ ପାଇଁ ସବୁଠାରୁ ବଡ଼ ଲାଭ, ମୁଁ ହେଉଛି ଏଭଳି ଜଣେ ପ୍ରଧାନମନ୍ତ୍ରୀ ଯିଏ ହିନ୍ଦୁସ୍ଥାନର ସବୁ କୋଣ-ଅନୁକୋଣରେ ଭ୍ରମଣ କରି ଆସିଛି । ତେଣୁ ଜିନିଷଗୁଡ଼ିକ ସମ୍ବନ୍ଧରେ ମୋତେ ଖୁବ ବେଶୀ ଧାରଣା ରହିଛି । ସୂକ୍ଷ୍ମ ତଥ୍ୟଗୁଡ଼ିକୁ ଅଫିସରମାନଙ୍କଠାରୁ ଜାଣି ନିଏ କିନ୍ତୁ ମୋତେ ଅନୁଭବ ହୋଇଥାଏ । ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି କି କେନ୍ଦ୍ର ସରକାର ଆପଣମାନଙ୍କର ଆଶା ଏବଂ ଆକାଂକ୍ଷାଗୁଡ଼ିକୁ ସଂପୂର୍ଣ୍ଣ ସମ୍ମାନ ଦେଉଛନ୍ତି । ଆଉ ଆଜି ଏହି ଶିଳାନ୍ୟାସ ଏବଂ ଲୋକାର୍ପଣର କାର୍ଯ୍ୟକ୍ରମ ହେଉଛି ତାହାର ଏକ ଶୃଙ୍ଖଳ ।

ଆଉ ଥରେ ପୁଣି ଜୀବନକୁ ସହଜ କରିବା ଭଳି ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଶୀତଋତୁର ଏହି ପରିବେଶରେ ମଧ୍ୟ ଆପଣମାନେ ଦୂର-ଦୂରାନ୍ତରୁ ମୋତେ ଆଶୀର୍ବାଦ ପ୍ରଦାନ କରିବା ପାଇଁ ଆସିଲେ, ବିପୁଳ ସଂଖ୍ୟାରେ ପହଂଚିଲେ ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ବହୁତ-ବହୁତ କୃତଜ୍ଞ । ମୋ ସହିତ ସଂପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ…..

ଭାରତ ମାତା କୀ…..ଜୟ

ଭାରତ ମାତା କୀ…..ଜୟ

ଭାରତ ମାତା କୀ…..ଜୟ

ଭାରତ ମାତା କୀ…..ଜୟ

ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India stands tall in shaky world economy as Fitch lifts FY26 growth view to 7.5%

Media Coverage

India stands tall in shaky world economy as Fitch lifts FY26 growth view to 7.5%
NM on the go

Nm on the go

Always be the first to hear from the PM. Get the App Now!
...
Today’s projects will further strengthen the logistics system of Eastern India: PM Modi in Kolkata, West Bengal
March 14, 2026
These initiatives will boost connectivity and improve the quality of life for people: PM
Today, a vigorous nationwide campaign to modernise railways is underway, and we are determined that West Bengal should not be left behind in this effort: PM
The central government is rapidly expanding the railway infrastructure in West Bengal: PM
Ports like Kolkata and Haldia have long been major centers of trade in Eastern India: PM
Mechanisation at the Haldia Dock Complex will speed up cargo operations, enhance port capacity and strengthen trade facilities: PM

राज्यपाल श्रीमान आर एन रवि जी, केंद्र में मेरे सहयोगी शांतनु ठाकुर जी, सुकांता मजूमदार जी, पश्चिम बंगाल के नेता विपक्ष शुभेंदु अधिकारी जी, संसद में मेरे साथी शॉमिक भट्टाचार्य जी, अन्य जनप्रतिनिधिगण, देवियों और सज्जनों,

 आज कोलकाता की धरती से पश्चिम बंगाल और पूर्वी भारत के विकास का नया अध्याय लिखा जा रहा है। सड़क, रेलवे और पोर्ट इंफ्रास्ट्रक्चर, इनसे जुड़ी 18 हजार करोड़ रुपए से अधिक, 18 हजार करोड़ रुपए से अधिक की परियोजनाओं का शिलान्यास और लोकार्पण हुआ है। यह प्रोजेक्ट्स पश्चिम बंगाल और पूर्वी भारत को नई रफ्तार देंगे, इनसे व्यापार और उद्योग को बढ़ावा मिलेगा, लाखों लोगों का जीवन आसान होगा, उन्हें नए अवसर मिलेंगे, खड़गपुर–मोरेग्राम एक्सप्रेसवे के पूरा होने से पश्चिम बंगाल के अनेक हिस्सों में आर्थिक गतिविधियां तेज होंगी। दुबराजपुर बाईपास, कांग्सावती, शीलावती नदियों पर बनने वाले बड़े पुल और इनसे भी कनेक्टिविटी बेहतर होगी। मैं इन परियोजनाओं के लिए पश्चिम बंगाल समेत पूरे पूर्वी भारत के लोगों को बहुत-बहुत बधाई देता हूं। 

साथियों,

आज देश में रेलवे को आधुनिक बनाने का तेज अभियान चल रहा है। हमारा यह संकल्प है कि पश्चिम बंगाल इस अभियान में पीछे न रहे! इसलिए, केंद्र सरकार, पश्चिम बंगाल के रेलवे इंफ्रास्ट्रक्चर का भी तेज विस्तार करने के लिए प्रयास कर रही है। आज कलाईकुंडा और कानिमहुली सेक्शन में ऑटोमेटिक ब्लाक सिग्नलिंग प्रणाली को भी राष्ट्र को समर्पित किया गया है। इनसे व्यस्त रेल मार्ग की क्षमता बढ़ेगी, यात्रा सुरक्षित होगी, साथ ही, यात्रियों के लिए स्पीड और सुविधा भी बढ़ेगी।

साथियों,

आज कामाख्या गुड़ी, अनारा, तमलुक, हल्दिया, बराभूम और सिउड़ी, इन छह स्टेशनों का अमृत स्टेशन के तौर पर उद्घाटन हुआ है। हमारे बंगाल की महान संस्कृति की झलक अब इन स्टेशनों पर और भी निखर कर आ रही है। अभी यहां कई और स्टेशनों का भी पुनर्विकास किया जा रहा है। पुरुलिया और आनंद विहार टर्मिनल के बीच नई एक्सप्रेस ट्रेन सेवा को भी हरी झंडी दिखाई गई है। इस ट्रेन सेवा का लाभ पश्चिम बंगाल के साथ झारखंड, बिहार, उत्तर प्रदेश और दिल्ली के लोगों को भी मिलेगा।

साथियों,

सड़क और रेल कनेक्टिविटी जितनी महत्वपूर्ण है, उतनी ही अहम भूमिका पोर्ट और वाटर ट्रांसपोर्ट भी निभाते हैं। दशकों तक, पूर्वी भारत के इस सामर्थ्य की बड़ी उपेक्षा हुई है। लेकिन, आज वॉटरवेज व्यापार और औद्योगिक प्रगति के नए रास्ते खोल रहे हैं। इसी दिशा में, आज पोर्ट इंफ्रास्ट्रक्चर से जुड़ी अहम परियोजनाओं का शिलान्यास और लोकार्पण हुआ। कोलकाता और हल्दिया जैसे बंदरगाह लंबे समय से पूर्वी भारत में व्यापार के प्रमुख केंद्र रहे हैं। हल्दिया डॉक कॉम्प्लेक्स, इसका मशीनीकरण हो रहा है। इससे कार्गो ऑपरेशन और तेज होगा, बंदरगाह की क्षमता बढ़ेगी और व्यापार के लिए नई सुविधाएं तैयार होंगी। कोलकाता डॉक सिस्टम में बास्कुल ब्रिज का रिनोवेशन भी किया जा रहा है। खिदिरपुर डॉक में कार्गो हैंडलिंग क्षमता बढ़ाने पर भी हमारा जोर है। इन सभी परियोजनाओं से पूर्वी भारत का लॉजिस्टिक सिस्टम और मजबूत होगा।

साथियों,

सड़क, रेल और पोर्ट से जुड़ी नई-नई परियोजनाएं, यह पश्चिम बंगाल के आधुनिक भविष्य के लिए नया रास्ता खोल रही हैं। इसका फायदा किसान, व्यापारी, उद्यमी, स्टूडेंट्स, हर किसी को मिलेगा। पर्यटन जैसे सेक्टर्स में भी नए अवसर पैदा होंगे। स्थानीय उद्योग और सेवाओं को गति मिलेगी। हमारा संकल्प है, बंगाल ने हमेशा जिस तरह भारत को दिशा दिखाई है, बंगाल एक बार फिर ‘विकसित बंगाल’ बनकर उस गौरव को हासिल करे। मुझे पूरा विश्वास है, मजबूत कनेक्टिविटी और आधुनिक इंफ्रास्ट्रक्चर, यह विकसित बंगाल की बुनियाद बनेंगे। इसी कामना के साथ, मैं एक बार फिर आप सभी को इन विकास परियोजनाओं के लिए बहुत-बहुत बधाई देता हूं। अब यह सरकारी कार्यक्रम पूरा होते ही मैं जरा खुले मैदान में जाऊंगा, वहां पूरा बंगाल आज इकट्ठा हुआ है, मुझे पूरे बंगाल के दर्शन होने वाले हैं और बहुत महत्वपूर्ण विषयों की चर्चा बंगाल की जनता जनार्दन के बीच में करूंगा। इस कार्यक्रम में इतना काफी है।

बहुत-बहुत धन्यवाद!

बहुत-बहुत शुभकामनाएं!