PM Modi, PM Hasina of Bangladesh jointly inaugurate two railway projects and a power link
Railway projects between India and Bangladesh to boost trade and connectivity
India to supply an additional 500MW power to Bangladesh, through the existing Bheramara-Baharampur interconnection
Enhanced cooperation between India and Bangladesh augurs well for our peoples as well as progress of both countries: PM Modi

ମହାମହିମ ଶେଖ ହସିନା, ବାଂଲାଦେଶର ପ୍ରଧାନମନ୍ତ୍ରୀ,
ଭାରତ ଏବଂ ବାଂଲାଦେଶର ବୈଦେଶିକ ମନ୍ତ୍ରୀ
ସୁଶ୍ରୀ ମମତା ବାନାର୍ଜୀ, ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ,
ବିପ୍ଳବ କୁମାର ଦେବ, ତ୍ରିପୁରାର ମୁଖ୍ୟମନ୍ତ୍ରୀ,
କିଛିଦିନ ପୂର୍ବରୁ କାଠମାଣ୍ଡୁରେ ବିମସ୍ଟେକ ଶିଖର ସମ୍ମିଳନୀ କାଳରେ ଶେଖ ହସିନା ମହୋଦୟାଙ୍କ ସହ ସାକ୍ଷାତ ହୋଇଥିଲା । ଏଥିପୂର୍ବରୁ ଆମେ ମଇ ମାସରେ ଶାନ୍ତି ନିକେତନରେ, ଏବଂ ଏପ୍ରିଲରେ ରାଜ୍ୟଗୋଷ୍ଠୀ ଶିଖର ସମ୍ମିଳନୀ ଉପଲକ୍ଷେ ଲଣ୍ଡନରେ ଭେଟିଥିଲୁ ।
ଏବଂ ମୁଁ ପ୍ରସନ୍ନ ଯେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଆପଣଙ୍କ ସହିତ ପୁଣିଥରେ ସାକ୍ଷାତ ହେବାର ସୁଯୋଗ ମିଳିଲା ।
ମୁଁ ପୂର୍ବରୁ ଅନେକ ଥର କହିସାରିଛି ଯେ ପଡ଼ୋଶୀ ଦେଶର ନେତାମାନଙ୍କ ସହିତ ପଡ଼ୋଶୀଙ୍କ ଭଳି ସମ୍ପର୍କ ରହିବା ଆବଶ୍ୟକ । ଯେତେବେଳେ ଇଚ୍ଛା ହେଲା କଥାବାର୍ତ୍ତା ହେବା ଆବଶ୍ୟକ, ଗସ୍ତ ହେବା ଆବଶ୍ୟକ । ଏ ସବୁ ବିଷୟ ଉପରେ ଆମକୁ ପ୍ରୋଟୋକଲର ବନ୍ଧନରେ ପଡ଼ିରହିବାର ଆବଶ୍ୟକତା ନାହିଁ ।
ଏବଂ ଏହି ନିବିଡ଼ତା ପ୍ରଧାନମନ୍ତ୍ରୀ ଶେଖ ହସିନା ମହୋଦାୟାଙ୍କ ସହିତ ମୋର ସମ୍ପର୍କରୁ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି । ଅନେକ ସାକ୍ଷାତକୁ ବାଦ ଦେଲେ ଏହା ଆମର ଚତୁର୍ଥ ଭିଡିଓ କନଫରେନ୍ସ ଅଟେ, ଏବଂ ନିକଟ ଭବିଷ୍ୟତରେ ଆଉ ଏକ ଭିଡିଓ କନଫରେନ୍ସ ମଧ୍ୟ ହେବ ।

ଏହି ଭିଡିଓ କନଫରେନ୍ସର ସବୁଠୁ ବଡ଼ କଥା ହେଉଛି ଆମ ଦୁଇ ଦେଶର ସହଯୋଗର ପ୍ରକଳ୍ପ ଶୁଭାରମ୍ଭ କିମ୍ବା ଉଦଘାଟନ କୌଣସି ବଡ଼ବଡ଼ିଆ ଗସ୍ତର ଆବଶ୍ୟକ କରୁନାହିଁ ।
ମହାମହିମ, ଯେତେବେଳେ ବି ଆମେ ଯୋଗଯୋଗର କଥା ହେଉଛୁ, ତ’ ମୋର ସବୁବେଳେ ଆପଣଙ୍କ 1965 ପୂର୍ବ ସଂଯୋଗ ପୁନଃପ୍ରଚଳନ କରିବାର ସଂକଳ୍ପ କଥା ମନେ ପଡ଼ୁଛି ।
ଏବଂ ମୋ ପାଇଁ ଅତି ପ୍ରସନ୍ନତାର ବିଷୟ ଏହା ଯେ ଆମେ ଗତ କିଛି ବର୍ଷ ମଧ୍ୟରେ ଲଗାତାର ଏ ଦିଗରେ ପଦକ୍ଷେପ ନେଉଛୁ ।
ଆଜି ଆମେ ଆମର ବିଦ୍ୟୁତ ସଂଯୋଗ ବଢ଼ାଇଛୁ, ଏବଂ ରେଳ ଯୋଗାଯୋଗକୁ ଆହୁରି ଅଧିକ ଗଭୀର କରିବା ଲାଗି ଦୁଇଟି ପ୍ରକଳ୍ପର ଆରମ୍ଭ କରିଛୁ ।
2015ରେ ମୁଁ ଯେତେବେଳେ ବାଂଲାଦେଶ ଆସିଥିଲି, ସେତେବେଳେ ଆମେ ବାଂଲାଦେଶକୁ 500 ମେଗାୱାଟର ଅତିରିକ୍ତ ବିଦ୍ୟୁତ ଯୋଗାଣ କରିବା ଲାଗି ନିଷ୍ପତ୍ତି ନେଇଥିଲୁ । ଏବଂ ଏଥିପାଇଁ ପଶ୍ଚିମବଙ୍ଗରୁ ବାଂଲାଦେଶର ସଂଚାର ସଂଯୋଗର ଉପଯୋଗ କରାଯାଉଛି । ଏହି କାର୍ଯ୍ୟକୁ ପୂରଣ କରିବାରେ ସହଯୋଗ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଉଛି ।
ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ  ହେବା ଦ୍ୱାରା ଏବେ 1.16 ଗିଗାୱାଟ ବିଦ୍ୟୁତ ଭାରତରୁ ବାଂଲାଦେଶକୁ ଯୋଗାଣ କରାଯାଉଛି । ମୁଁ ଭାବୁଛି ଯେ ମେଗାୱାଟରୁ ଗିଗାୱାଟକୁ ଏହି ଲମ୍ଫ  ଆମ ସମ୍ପର୍କର ସୁବର୍ଣ୍ଣ ଅଧ୍ୟାୟକୁ ପ୍ରତିଫଳିତ କରୁଛି ।

ରେଳବାଇ କ୍ଷେତ୍ରରେ ମଧ୍ୟ ଆମର ଯୋଗାଯୋଗ ଲଗାତାର ବୃଦ୍ଧି ପାଉଛି । ଏଥିରେ ବାଂଲାଦେଶର ଅନ୍ତରୀଣ ଯୋଗାଯୋଗ, ଏବଂ ଭାରତ ସହିତ ଯୋଗାଯୋଗ, ଆମ ସହଯୋଗର ପ୍ରମୁଖ ଦିଗ ଅଟେ ।
ଅଖାଉରା-ଅଗରତାଲାର ରେଳ ଯୋଗାଯୋଗ କାର୍ଯ୍ୟ ପୂରଣ ହେବା ଦ୍ୱାରା ଆମର ସୀମାପାର ଯୋଗାଯୋଗରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯିବ । ଏହି ପ୍ରକଳ୍ପ ନିମନ୍ତେ ସହଯୋଗ ଲାଗି ମୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ କୁମାର ଦେବଙ୍କୁ ଅଭିନନ୍ଦନ ଜଣାଉଛି ।
ପ୍ରଧାନମନ୍ତ୍ରୀ ଶେଖ ହସିନା ବାଂଲାଦେଶର ବିକାଶ ନିମନ୍ତେ ମହତ୍ଵାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି- 2021 ସୁଦ୍ଧା ମଧ୍ୟମ ଆୟ ରାଷ୍ଟ୍ର, ଏବଂ 2041ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ସାକାର କରିବାରେ ସହଯୋଗ କରିବା ଆମ ପାଇଁ ଗର୍ବର ବିଷୟ ଅଟେ ।
ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଆମେ ଆମ ସମ୍ପର୍କ ଯେତିକି ଯେତିକି ବଢ଼ାଇ ଚାଲିବୁ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା, ସେତିକି ସେତିକି ଆମେ ବିକାଶ ଏବଂ ସମୃଦ୍ଧିର ନୂତନ ଉଚ୍ଚତାକୁ ଛୁଇଁବୁ ।
ଏହି କାର୍ଯ୍ୟରେ ସହଯୋଗ ଲାଗି ଏବଂ ଆଜି ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଲାଗି ମୁଁ ପ୍ରଧାନମନ୍ତ୍ରୀ ଶେଖ ହସିନାଜୀଙ୍କୁ ଏବଂ ପଶ୍ଚିମବଙ୍ଗ ଏବଂ ତ୍ରିପୁରାର ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।
ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival