ସମ୍ମାନନୀୟ ଅଧ୍ୟକ୍ଷ ମହୋଦୟ,

ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନାରେ ସାମିଲ ହେବାପାଇଁ ଏବଂ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ମୁଁ କିଛି କଥା କହିବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ହେଉଛି ଭାରତର 130 କୋଟି ନାଗରିକଙ୍କ ସଙ୍କଳ୍ପର ପ୍ରତିଫଳନ । ସଙ୍କଟ ଓ ବିପରୀତ ସମୟରେ ଦେଶ କିଭଳି ନିଜର ମାର୍ଗ ଚିହ୍ନଟ କରୁଛି, ପଥ ପ୍ରସ୍ତୁତ କରୁଛି ଏବଂ ସେହି ରାସ୍ତାରେ ସଫଳତାର ସହ ଆଗକୁ ବଢୁଛି, ଏହିସବୁ କଥା ରାଷ୍ଟ୍ରପତି ମହୋଦୟ ତାଙ୍କ ଅଭିଭାଷଣରେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି । ତାଙ୍କର ପ୍ରତ୍ୟେକ ଶଦ୍ଦ ଦେଶବାସୀଙ୍କ ମନରେ ଏକ ନୂଆ ବିଶ୍ୱାସ ସୃଷ୍ଟି କରିବ ଏବଂ ଦେଶ ପାଇଁ କିଛି କରିବାକୁ ସମସ୍ତଙ୍କୁ ଅନୁପ୍ରେରିତ କରିବ । ଏବଂ ଏଥିପାଇଁ ଆମେ ତାଙ୍କୁ ଯେତେ କୃତଜ୍ଞତା ଜଣାଇବୁ ତାହା କମ୍ ହେବ । ଏହି ଗୃହରେ ମଧ୍ୟ 15 ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଛି । ରାତି 12ଟା ପର୍ଯ୍ୟନ୍ତ ମଧ୍ୟ ଆମ ସାଂସଦମାନେ ଏହି ଚେତନାକୁ ଜାଗ୍ରତ ରଖିଛନ୍ତି । ଚର୍ଚ୍ଚାକୁ ଜୀବନ୍ତ କରିଛନ୍ତି, ଏହାକୁ ରୁଦ୍ଧିମନ୍ତ ଦେଇଛନ୍ତି । ଏହି ଚର୍ଚ୍ଚାରେ ଭାଗ ନେଇଥିବା ସମସ୍ତ ସମ୍ମାନନୀୟ ସଦସ୍ୟମାନଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି । ବିଶେଷକରି ମହିଳା ସାଂସଦମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । କାରଣ ଏହି ଚର୍ଚ୍ଚାରେ ସେମାନଙ୍କ ଅଂଶଗ୍ରହଣ ମଧ୍ୟ ଅଧିକ ଥିଲା, ବିଚାର ମଧ୍ୟ ଶାଣିତ ଥିଲା, ଗବେଷଣା କରି କଥାବାର୍ତ୍ତା କରିବାର ପ୍ରୟାସ ମଧ୍ୟ ଥିଲା ଏବଂ ନିଜକୁ ଏଭଳି ପ୍ରସ୍ତୁତ କରି ସେମାନେ ଏହି ଗୃହକୁ ସମୃଦ୍ଧ କରିଛନ୍ତି, ଚର୍ଚ୍ଚାକୁ ସମୃଦ୍ଧ କରିଛନ୍ତି ଏବଂ ଏଥିପାଇଁ ସେମାନଙ୍କ ପ୍ରସ୍ତୁତି, ସେମାନଙ୍କ ତର୍କ ଏବଂ ସେମାନଙ୍କ ଜ୍ଞାନ ପାଇଁ ବିଶେଷଭାବେ ମୁଁ ମହିଳା ସାଂସଦମାନଙ୍କୁ ଅଭିନନ୍ଦନ ଜଣାଉଛି, ସେମାନଙ୍କୁ କୃତଜ୍ଞତା ଜଣାଉଛି ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଭାରତ ସ୍ୱାଧୀନତାର 75ବର୍ଷରେ ପାଦ ଦେବାର ଦ୍ୱାରଦେଶରେ ଉପନୀତ । 75ବର୍ଷର ସମୟ ସବୁ ଭାରତବାସୀଙ୍କ ପାଇଁ ଗର୍ବର ସମୟ ଏବଂ ଆଗକୁ ବଢିବାର ସମୟ ମଧ୍ୟ । ଏବଂ ଏଥିପାଇଁ ସାମାଜିକ ବ୍ୟବସ୍ଥାର ଯେକୌଣସି ସ୍ଥାନରେ ଆମେ ଥାଉ ନା କାହିଁକି, ଦେଶର ଯେକୌଣସି ସ୍ଥାନରେ ଥାଉ ନା କାହିଁକି, ସାମାଜିକ, ଆର୍ଥିକ ବ୍ୟବସ୍ଥାରେ ଆମର ସ୍ଥାନ ଯେଉଁଠି ଥାଉ ନାଁ କାହିଁକି, କିନ୍ତୁ ଆମେ ସମସ୍ତେ ମିଶି ଦେଶର ସ୍ୱାଧୀନତାର ଏହି ପର୍ବରୁ ପ୍ରେରଣା ନେଇ, ନୂଆ ସଙ୍କଳ୍ପ ନେଇ 2047ମସିହାରେ ଦେଶ ଯେତେବେଳେ ସ୍ୱାଧୀନତାର 100 ବର୍ଷ ପୂର୍ତି ଉତ୍ସବ ପାଳନ କରିବ ଆମେ ସେଥିରେ ସାମିଲ ହେବା । ସ୍ୱାଧୀନତାର ସେହି 100ବର୍ଷ ପାଳନ କରିବା ପାଇଁ ଆମ ଆଗରେ ଆଉ ମାତ୍ର 25ବର୍ଷ ରହିଛି । ସେହି 25 ବର୍ଷରେ ଦେଶକୁ କେଉଁଠାରେ ପହଞ୍ଚାଇବାକୁ ପଡିବ, ବିଶ୍ୱରେ ଏହି ଦେଶର ଉପସ୍ଥତି କେଉଁଠାରେ ରଖିବାକୁ ପଡିବ ଏହି ସଙ୍କଳ୍ପ ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ରହିବା ଉଚିତ୍ । ଏହି ବାତାବରଣ ସୃଷ୍ଟି କରିବାର କାର୍ଯ୍ୟ ହେଉଛି ଏହି ପରିସରର, ଏହି ପବିତ୍ର ପୃଥିବୀର, ଏହି ପଞ୍ଚାୟତର ।

ସମ୍ମାନନୀୟ ଅଧ୍ୟକ୍ଷ ମହୋଦୟ,

ଯେତେବେଳେ ଦେଶ ସ୍ୱାଧୀନ ହେଲା ଏବଂ ଶେଷ ବ୍ରିଟିଶ କମାଣ୍ଡର ଏଠାରୁ ଯିବା ସମୟରେ କହୁଥିଲେ ଯେ ଭାରତ ଅନେକ ଦେଶର ମହାଦୀପ ଏବଂ କେହି କେବେ ମଧ୍ୟ ଏହାକୁ ଏକ ରାଷ୍ଟ୍ରରେ ପରିଣତ କରିପାରିବ ନାହିଁ। ଏସବୁ ଘୋଷଣା କରାଯାଇଥିଲା ମାତ୍ର ଭାରତୀୟମାନେ ଏହି ଆଶଙ୍କାକୁ ଭାଙ୍ଗିଦେଇଥିଲେ । ଯେଉଁମାନଙ୍କ ମନରେ ଏଭଳି ସନ୍ଦେହ ଥିଲା, ସେଗୁଡିକ ଦୂର କରି ଦିଆଗଲା ଏବଂ ଆମେ ନିଜ ନିଜର ଉତ୍ସାହ, ଆମର ସାଂସ୍କୃତିକ ଏକତା, ଆମର ପରମ୍ପରାକୁ ନେଇ ବିଶ୍ୱ ସମ୍ମୁଖରେ ଏକ ରାଷ୍ଟ୍ରଭାବେ ଛିଡା ହୋଇଛୁ ଏବଂ ବିଶ୍ୱ ପାଇଁ ଆଶାର କିରଣ ହୋଇ ଛିଡା ହୋଇଛୁ । 75 ବର୍ଷର ଆମର ଏହି ଯାତ୍ରାରେ ଏହା ହୋଇଛି । ଭାରତ ଏକ ଅଲୌକିକ ଗଣତନ୍ତ୍ର ବୋଲି କିଛି ଲୋକ କହୁଥିଲା ବେଳେ ଏହି ସଂଶୟକୁ ଆମେ ଦୂର କରିବାରେ ସଫଳ ହୋଇଛୁ । ଗଣତନ୍ତ୍ର ଆମ ଧମନୀରେ ପ୍ରବାହିତ ହେଉଛି, ଆମ ନିଶ୍ୱାସ ପ୍ରଶ୍ୱାସରେ ଏଭଳି ଭାବେ ମିଶିଯାଇଛି, ଆମର ପ୍ରତିଟି ଚିନ୍ତାଧାରା, ପ୍ରତିଟି ପଦକ୍ଷେପ, ପ୍ରତିଟି ପ୍ରୟାସ ଗଣତନ୍ତ୍ରର ଭାବନାରେ ଭରପୁର ହୋଇ ରହିଥାଏ। ଅନେକ ନିର୍ବାଚନ ଆସିଛି, ଅନେକ ଗାଦି ପରିବର୍ତ୍ତନ ହୋଇଛି, ଖୁବ୍ ସହଜରେ କ୍ଷମତା ବଦଳିଛି ଏବଂ ଏହି ପରିବର୍ତିତ ଶାସନ ପଦ୍ଧତିକୁ ସମସ୍ତେ ସହୃଦୟତାର ସହ ସ୍ୱୀକାର କରି ଆଗକୁ ବଢିଛନ୍ତି ।

ଏହି କ୍ରମ ୭୫ ବର୍ଷ ଧରି ଆଗକୁ ବଢିଚାଲିଛି ଏବଂ ଏହା ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ସମ୍ଭବ ହୋଇପାରିଛି । ଆମେ ବିବିଧତାରେ ପରିପୂର୍ଣ୍ଣ ଦେଶ । ଶହ ଶହ ଭାଷା, ହଜାର ହଜାର ଉପଭାଷା, ଭିନ୍ନ ଭିନ୍ନ ବେଶଭୂଷା, ଏ ଦେଶରେ ପ୍ରତିଟି ଜିନିଷ ବିବିଧତାଭରା । ଏସବୁ ସତ୍ୱେ ଆମେ ସମସ୍ତେ ଗୋଟିଏ ଲକ୍ଷ୍ୟ, ଗୋଟିଏ ମାର୍ଗରେ ଆଗକୁ ବଢି ଆମେ ସଫଳ ହୋଇପାରିଛୁ । ଆଜି ଆମେ ଯେତେବେଳେ ଭାରତ ବିଷୟରେ କଥା ହେଉଛୁ ତେବେ ସ୍ୱାଭାବିକ ଭାବେ ସ୍ୱାମୀ ବିବେକାନନ୍ଦ ଯାହା କହିଥିଲେ ମୁଁ ସେକଥା ନିଶ୍ଚୟ ସ୍ମରଣ କରିବି । ସ୍ୱାମୀ ବିବେକାନନ୍ଦ କହିଥଲେ Every nation has a message to deliver a mission to fulfill a destiny to reach, ଅର୍ଥାତ୍‌, ପ୍ରତ୍ୟେକ ରାଷ୍ଟ୍ର ନିକଟରେ ଏକ ବାର୍ତା ରହିଛି, ଯାହା ତାକୁ ପହଂଚାଇବାକୁ ପଡିଥାଏ । ପ୍ରତ୍ୟେକ ରାଷ୍ଟ୍ରର ଏକ ଲକ୍ଷ୍ୟ ଥାଏ, ଯାହା ତାକୁ ହାସଲ କରିବାକୁ ଥାଏ । ପ୍ରତ୍ୟେକ ରାଷ୍ଟ୍ରର ଏକ ନିୟତି ଥାଏ, ଯାହା ତାକୁ ପ୍ରାପ୍ତ ହୋଇଥାଏ । କରୋନା କାଳରେ ଭାରତ ଯେଭଳି ଭାବରେ ନିଜକୁ ସମ୍ଭାଳିବା ସହିତ ବିଶ୍ୱକୁ ସମ୍ଭାଳିବାରେ ସାହାଯ୍ୟ କଲା, ତାହା ଏକ ମୋଡ ପରିବର୍ତ୍ତନ ସଦୃଶ । ବେଦରୁ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ଯେଉଁ ବିଚାରଧାରା, ଯେଉଁ ସଂସ୍କାରକୁ ନେଇ ଆମେ ପ୍ରତିପାଳିତ ହୋଇଛୁ ତାହା ହେଉଛି ସର୍ବେ ଭବନ୍ତୁ ସୁଖୀନଃ । ଏହା ହେଉଛି ସର୍ବେ ଭବନ୍ତୁ ସୁଖୀନଃ । ସର୍ବେ ସନ୍ତୁ ନିରାମୟା ।

ଏହି କରୋନା କାଳଖଣ୍ଡରେ ଭାରତ ଏହା କରି ଦେଖାଇଛି । ଏବଂ ଭାରତ ଏକ ଆତ୍ମନିର୍ଭର ରାଷ୍ଟ୍ର ଭାବରେ ଯେଉଁଭଳି ଗୋଟିଏ ପରେ ଗୋଟିଏ ଦୃଢ ପଦକ୍ଷେପ ଗ୍ରହଣ କଲା, ଏବଂ ଏଥିରେ ଜନସାଧାରଣଙ୍କଠାରୁ ଯେଉଁ ସମର୍ଥନ ମିଳିଲା ତାହା ବାସ୍ତବିକ ପ୍ରଶଂସନୀୟ । କିନ୍ତୁ ଆମେ ସେହିଦିନକୁ ମନେ ପକାଇବା ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହୋଇଥିଲା । ଏବଂ ସେହି ବିଶ୍ୱଯୁଦ୍ଧ ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା । ମାନବ ଜାତି, ମାନବିକ ମୂଲ୍ୟବୋଧ ସଙ୍କଟ ଘେରରେ ଥିଲା । ଚର୍ତୁଦିଗରେ ଥିଲା ନିରାଶାର ଅନ୍ଧକାର ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଜନ୍ମ ନେଇଥିଲା । ଶାନ୍ତିର ମାର୍ଗରେ ଚାଲିବାର ଶପଥ ନେଇ, ସୈନ୍ୟ ନୁହେଁ ସହଯୋଗର ମନ୍ତ୍ରକୁ ନେଇ ସାରା ଦୁନିଆରେ ଦୃଢ ବିଚାରଧାରାର ଉଦୟ ହେଲା । ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ବିଶ୍ୱକୁ ସୂଚାରୁରୂପେ ଶାନ୍ତିର ମାର୍ଗରେ ଆଗେଇ ନିଆଯାଇପାରିବ ସେଥିପାଇଁ ଜାତିସଂଘର ପ୍ରତିଷ୍ଠା ହେଲା, ବିଭିନ୍ନ ପ୍ରତିଷ୍ଠାନ ସ୍ଥାପନା କରାଗଲା, ଭିନ୍ନ ଭିନ୍ନ ବ୍ୟବସ୍ଥା ପ୍ରସ୍ତୁତ ହେଲା । କିନ୍ତୁ ଅନୁଭବ କିଛି ଅଲଗା ରହିଲା । ଅନୁଭବ ଏହା ହେଲା ଯେ, ସାରା ଦୁନିଆ ଶାନ୍ତିର କଥା କହିବା ଆରମ୍ଭ କଲା, ବିଶ୍ୱଯୁଦ୍ଧ ପରବର୍ତୀ କାଳର ଶାନ୍ତିର ବାର୍ତ୍ତା ଚାଲିଥିବା ଭିତରେ ମଧ୍ୟ କିଛି ଶକ୍ତିଶାଳୀ ରାଷ୍ଟ୍ର ପ୍ରତିରକ୍ଷା ପ୍ରତି ସଚେତନ ହୋଇଉଠିଥିଲେ । ବିଶ୍ୱଯୁଦ୍ଧ ପୂର୍ବରୁ ଦୁନିଆ ପାଖରେ ଯେଉଁ ସୈନ୍ୟଶକ୍ତି ଥିଲା, ଜାତିସଂଘ ପ୍ରତିଷ୍ଠା ପରେ ତାହା ଅନେକ ଗୁଣ ବଢିଗଲା । ଛୋଟଛୋଟ ଦେଶମାନେ ମଧ୍ୟ ନିଜର ସୈନ୍ୟ ସାମର୍ଥ୍ୟ ବଢାଇବାରେ ଲାଗିଗଲେ । ଶାନ୍ତିର ଚର୍ଚ୍ଚା ତ ବହୁତ ହେଲା କିନ୍ତୁ ବାସ୍ତବତା ଏହା ଥିଲା ଯେ ବିଶ୍ୱକୁ ଏକଥା ସ୍ୱୀକାର କରିବାକୁ ପଡିବ ବଡ ବଡ ଶକ୍ତିଶାଳୀ ରାଷ୍ଟ୍ରମାନେ ନିଜର ସୈନ୍ୟ କ୍ଷମତାକୁ ଆହୁରି ଦୃତଗତିରେ ବଢାଇବାରେ ଲାଗିପଡିଲେ । ଯେତେବି ଗବେଷଣା ଓ ନବସୃଜନର ସୃଷ୍ଟି ହେଲା, ତାହା କେବଳ ସୈନ୍ୟଶକ୍ତି ବୃଦ୍ଧି ପାଇଁ ଥିଲା । କରୋନା ପରବର୍ତୀ ସମୟରେ ମଧ୍ୟ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଦୃଶ୍ୟମାନ ହେବାରେ ଲାଗିଛି । କରୋନା ପରବର୍ତୀ ସମୟ ପରେ ବିଶ୍ୱରେ ସମ୍ପର୍କର ଏକ ନୂଆ ବାତାବରଣ ଆକାର ନେବ । ଆମକୁ ସ୍ଥିର କରିବାକୁ ପଡିବ ଯେ ବିଶ୍ୱଯୁଦ୍ଧ ପରେ ପରିବର୍ତନଶୀଳ ବିଶ୍ୱକୁ ସମ୍ମୁଖରେ ଆମେ ମୁକଦର୍ଶକ ସାଜି ପରିସ୍ଥିତି ଅନୁଯାୟୀ କେଉଁ ଏକ କୋଣରେ ଯେକୌଣସି ପ୍ରକାରେ ନିଜକୁ ଖାପଖୁଆଇ ନେବା ପାଇଁ ପ୍ରୟାସ କରିଥିଲୁ । ଆମ ଏହିପରି ଭାବରେ ସେହି କାଳଖଣ୍ଡକୁ ବିତାଇଥିଲୁ । କିନ୍ତୁ ଆଜି କରୋନା ପରବର୍ତ୍ତୀ କାଳରେ ଯେଉଁ ନୂତନ ବିଶ୍ୱ ବ୍ୟବସ୍ଥା ସୃଷ୍ଟି ହେବ, ଏବଂ ଯାହା ହେବା ଅବଶ୍ୟମ୍ଭାବୀ, ତାହା କିଭଳି ହେବ, କେଉଁ ଆକାରର ହେବ, କିଏ ଏହାର ନେତୃତ୍ୱ ନେବ, ତାହା ତ ସମୟ କହିବ । କିନ୍ତୁ ବିଶ୍ୱ ଯେଉଁଭଳି ଭାବେ ଏହି ସଙ୍କଟର ସାମନା କରିଛି, ଦୁନିଆ ସେ ବିଷୟରେ ଚିନ୍ତା କରିବା ପାଇଁ ବାଧ୍ୟ ହୋଇଛି ଏବଂ ଯାହା ହେବା ଅନିବାର୍ଯ୍ୟ ଥିଲା । ଏଭଳି ସ୍ଥିତିରେ ଭାରତ ବିଶ୍ୱଠାରୁ ନିଜକୁ ଅଲଗା ରଖିପାରିବ ନାହିଁ । ଭାରତ ଗୋଟିଏ କୋଣରେ ବସି ରହିପାରିବ ନାହିଁ । ଆମକୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡିବ । କିନ୍ତୁ କେବଳ ଜନସଂଖ୍ୟା ଆଧାରରେ ଦୁନିଆ ଆଗରେ ଆମର ଶକ୍ତି ପ୍ରଦର୍ଶିତ କରିପାରିବା ନାହିଁ । ଏହା ନିଶ୍ଚିତ ଭାବରେ ଏକ ଶକ୍ତି କିନ୍ତୁ କେବଳ ସେହି ଗୋଟିଏ ଶକ୍ତିରେ ଆମେ ଆଗକୁ ବଢିପାରିବା ନାହିଁ । ନୂତନ ବିଶ୍ୱ ବ୍ୟବସ୍ଥାରେ ଭାରତକୁ ନିଜର ସ୍ଥାନ ତିଆରି କରିବା ପାଇଁ ଦେଶକୁ ସଶକ୍ତ ହେବାକୁ ପଡିବ, ସମର୍ଥ ହେବାକୁ ପଡିବ ଏବଂ ଏହାର ମାର୍ଗ ହେଉଛି ଆତ୍ମନିର୍ଭର ଭାରତ । ଆଜି ଔଷଧପତ୍ର କ୍ଷେତ୍ରରେ ଆମେ ଆତ୍ମନିର୍ଭର । ବିଶ୍ୱକଲ୍ୟାଣରେ ଆମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭାରତ ଯେତିକି ଆତ୍ମନିର୍ଭର ହେବ ଏବଂ ଯାହାର ଶୋଣିତରେ ସର୍ବେ ଭବନ୍ତୁ ସୁଖୀନଃ ମନ୍ତ୍ର ଭରିରହିଛି, ସିଏ ଯେତେ ସାମର୍ଥ୍ୟବାନ ହେବ, ମାନବଜାତିର କଲ୍ୟାଣ ତଥା ବିଶ୍ୱର କଲ୍ୟାଣରେ ସେତିକି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ । ଏବଂ ଏଥିପାଇଁ ଆମକୁ ଆତ୍ମନିର୍ଭର ଭାରତ ଚିନ୍ତାଧାରାକୁ ସଶକ୍ତ କରିବାକୁ ପଡିବ । ଏହା କୌଣସି ଶାସନ ବ୍ୟବସ୍ଥାର ବିଚାର ନୁହେଁ, କୌଣସି ରାଜନେତାଙ୍କର ବିଚାର ନୁହେଁ ଏହା ସ୍ୱୀକାର କରି ଆଗକୁ ବଢିବାକୁ ହେବ । ଆଜି ଭାରତର କୋଣ ଅନୁକୋଣରେ ଭୋକାଲ ଫର ଲୋକାଲ, ଭୋକାଲ ଫର ଲୋକାଲ ଶୁଭୁଛି ଏବଂ ଲୋକମାନେ ସବୁ ଉତ୍ପାଦରେ ସ୍ଥାନୀୟ ବ୍ରାଣ୍ଡ ଖୋଜୁଛନ୍ତି । ଏହି ଆତ୍ମଗୌରବର ଭାବନା ଆତ୍ମନିର୍ଭର ଭାରତ ପାଇଁ ବହୁତ ଦରକାରୀ ଏବଂ ମୁଁ ବିଶ୍ୱାସ କରେ ଯେ, ଭାରତକୁ ଆତ୍ମନିର୍ଭର କରିବା ପାଇଁ ଯାହାବି ପରିବର୍ତନ ଆବଶ୍ୟକ ରହିଛି ସେହି ଅନୁଯାୟୀ ଆମ ସମସ୍ତଙ୍କର ଭାବନା, ଆମର ନୀତି, ଆମର ନିଷ୍ପତି ହେବା ଆବଶ୍ୟକ ବୋଲି ମୋର ମତ ।

ଏହି ଆଲୋଚନା କାଳରେ ପ୍ରାୟତଃ ସମସ୍ତ ସଦସ୍ୟ କରୋନା ଉପରେ ଚର୍ଚ୍ଚା କରିଛନ୍ତି । ଆମ ପାଇଁ ସନ୍ତୋଷଜନକ ବିଷୟ, ଗର୍ବର ବିଷୟ ଯେ, କରୋନା ଦ୍ୱାରା କେତେ ବଡ ଅସୁବିଧା ଆସିବ ବୋଲି ଯାହା ବିଶ୍ୱ ଅନୁମାନ କରିଥିଲା, ଖୁବ୍ ବଡ ବଡ ବିଶେଷଜ୍ଞମାନେ ଅନୁମାନ କରିଥିଲେ । ଭାରତରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିଲା । ଏବଂ ଯେହେତୁ ଏକ ଅଜ୍ଞାତ ଶତୃ ଥିଲା ତ ବିଶ୍ୱାସର ସହ କେହି କିଛି କହି ପାରୁନଥଲେ । ବିଶ୍ୱାସର ସହ କେହି କିଛି କରି ମଧ୍ୟ ପାରୁ ନଥିଲେ । ଏଭଳି ଏକ ଅଜ୍ଞାତ ଶତୃ ବିରୁଦ୍ଧରେ ଲଢିବାର ଥିଲା । ଏବଂ ଏତେ ବଡ ଦେଶ, ଏତେ ବିଶାଳ ଜନସଂଖ୍ୟାର ଦେଶ, ଏତେ କମ୍ ବ୍ୟବସ୍ଥା ଥିବା ଦେଶ, ଦୁନିଆ ସନ୍ଦେହ କରିବା ସ୍ୱାଭାବିକ ଥଲା । କାରଣ ଯେତେବେଳେ ବିଶ୍ୱର ବଡ ବଡ ଦେଶ କରୋନା ସମ୍ମୁଖରେ ଆଣ୍ଠୁମାଡି ସାରିଥିଲେ ସେତେବେଳେ ଭାରତ କିପରି ନିଜକୁ ବଞ୍ଚାଇ ପାରିଥାଆନ୍ତା । ଆଉ ଥରେ ଭାରତର ଅବସ୍ଥା ଖରାପ ହୋଇଗଲେ ବିଶ୍ୱକୁ କେହି ବଂଚାଇ ପାରିବ ନାହିଁ । ଲୋକମାନେ ଏଭଳି ସମୀକରଣ ମଧ୍ୟ କରୁଥିଲେ । ଏଭଳି ପରିସ୍ଥିତିରେ 130 କୋଟି ଦେଶବାସୀଙ୍କ ଅନୁଶାସନ, ସେମାନଙ୍କ ସମର୍ପଣ ଆଜି ଆମକୁ ବଂଚାଇ ରଖିପାରିଛି । ଏହାର ଶ୍ରେୟ 130 କୋଟି ଭାରତୀୟଙ୍କର ଏବଂ ଆମକୁ ଏହାର ଗୌରବଗାନ କରିବା ଉଚିତ୍ । ଭାରତର ପରିଚୟ ସୃଷ୍ଟି କରିବା ପାଇଁ ଏହା ମଧ୍ୟ ଏକ ସୁଯୋଗ । ଆମେ ଆମ ନିଜକୁ ଭର୍ସନା କରିବୁ କିନ୍ତୁ କହିବୁ ଦୁନିଆ ଆମକୁ ସ୍ୱୀକାର କରୁ ଏହା କେବେ ମଧ୍ୟ ସମ୍ଭବ ନୁହେଁ । ଆମେ ଘରେ ବସି ଆମ ଅଭାବ ସହ ମୁକାବିଲା କରିବୁ, ଆମ ତୃଟି ସୁଧାରିବାକୁ ପ୍ରୟାସ କରିବୁ । କିନ୍ତୁ ଯେତେବେଳେ ବିଶ୍ୱାସର ସହ ବିଶ୍ୱ ସମ୍ମୁଖକୁ ଯିବାର ଅଭିଜ୍ଞତା ମଧ୍ୟ ରଖିବୁ ସେତେବେଳେ ଯାଇ ବିଶ୍ୱ ଆମକୁ ସ୍ୱୀକାର କରିବ । ଯଦି ଆପଣ ନିଜ ପିଲାମାନଙ୍କୁ ନିଜ ଘରେ ସ୍ୱୀକାର କରୁନାହାନ୍ତି ଏବଂ ଚାହୁଁଛନ୍ତି ବାହାର ଲୋକ ତାଙ୍କୁ ସ୍ୱୀକାର କରନ୍ତୁ, ତାହେଲେ କେହି ମଧ୍ୟ ସ୍ୱୀକାର କରିବେ ନାହିଁ । ଏହାହିଁ ଦୁନିଆର ନିୟମ ଏବଂ ଏଥିପାଇଁ ଆମକୁ ଏହା କରିବାକୁ ପଡିବ ।

ଶ୍ରୀ ମନୀଷ ତିୱାରୀ ମହାଶୟ ଗୋଟିଏ କଥା କହିଥିଲେ, ସେ କହିଥିଲେ ଭଗବାନଙ୍କ କୃପାରୁ ଆମେ କରୋନାରୁ ବଞ୍ଚିଗଲେ । ମୁଁ ଏହି ମତ ଉପରେ ନିଶ୍ଚୟ କିଛି କହିବାକୁ ଚାହିଁବି । ଏହା ନିଶ୍ଚୟ ଭଗବାନଙ୍କର ହିଁ କରୁଣା । ଯେଉଁଥିପାଇଁ ଦୁନିଆ ଦୋହଲିଗଲା କିନ୍ତୁ ଆମେ ବଞ୍ଚିଗଲେ । ଭଗବାନଙ୍କର କରୁଣା କାରଣ ସେ ଡକ୍ଟର, ନର୍ସ ଭଗବାନଙ୍କ ରୂପରେ ଆସିଥିଲେ । କାରଣ ସେ ଡକ୍ଟର, ନର୍ସ ସେମାନଙ୍କ ଛୋଟ ଛୋଟ ପିଲାମାନଙ୍କୁ ସଂଧ୍ୟାରେ ଘରକୁ ଫେରିବି କହି ଯାଉଥିଲେ । ଆଉ ପନ୍ଦର- ପନ୍ଦର ଦିନ ପର୍ଯ୍ୟନ୍ତ ଫେରିପାରୁନଥିଲେ । ସେମାନେ ଭଗବାନଙ୍କ ରୂପରେ କହୁଥିଲେ । ଆମେ କରୋନାରୁ ଜିତିପାରିଲୁ କାରଣ ଆମର ସଫେଇ କର୍ମଚାରୀମାନେ ଜୀବନ ଆଉ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । କିନ୍ତୁ ଯେଉଁ ରୋଗୀ ନିକଟକୁ କେହି ଯାଉନଥିଲେ, ଆମ ସଫେଇ କର୍ମଚାରୀମାନେ ସେମାନଙ୍କ ନିକଟକୁ ଯାଇ ସଫାସୁତୁରା ରଖିବାର ଚେଷ୍ଟା କରୁଥିଲେ, ଭଗବାନ ସଫେଇ କର୍ମଚାରୀ ରୂପରେ ଆସିଥିଲେ । ଆମ୍ବୁଲାନସ ଚଲାଉଥିବା କୌଣସି ଡ୍ରାଇଭର ଶିକ୍ଷିତ ନଥିଳେ । ତାଙ୍କୁ ଜଣାଥିଲା, ସେ ଯାହାକୁ ଗାଡିରେ ନେଇ ଯାଉଛନ୍ତି, ସେ କରୋନା ପଜିଟିଭ । ସେହି ଆମ୍ବୁଲାନସର ଡ୍ରାଇଭର ଭଗବାନଙ୍କ ରୂପରେ ଆସିଥିଲେ ଏବଂ ତେଣୁ ସେ ମଧ୍ୟ ଭଗବାନଙ୍କ ରୂପ ଥିଲେ, ଯିଏ ଆମକୁ ବଂଚାଇଛି । କିନ୍ତୁ ଭଗବାନ ଅଲଗା ଅଲଗା ରୂପରେ ଆସିଥିଲେ । ଏବଂ ଆମେ ତାଙ୍କର ଯେତେ ପ୍ରଶଂସା କରିବା, ଯେତେ ଗୌରବଗାନ କରିବା, ଦେଶର ସଫଳତାର ଯେତେ ଗୌରବଗାନ କରିବା, ଆମ ଭିତରେ ମଧ୍ୟ ଏକ ନୂତନ ଶକ୍ତି ଜନ୍ମ ହେବ । ଅନେକ କାରଣରୁ ଯେଉଁ ଲୋକମାନଙ୍କ ଭିତରେ ନିରାଶା ବ୍ୟାପିଯାଇଛି, ସେମାନଙ୍କୁ ମଧ୍ୟ ମୁଁ କହୁଛି, କିଛି ସମୟ ପାଇଁ 130କୋଟି ଦେଶବାସୀଙ୍କ ଏହି ପରାକ୍ରମକୁ ମନେପକାନ୍ତୁ । ଆପଣଙ୍କ ଭିତରେ ମଧ୍ୟ ଶକ୍ତି ଆସିଯିବ ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏହି କରୋନା କାଳ ଏପରି ପରୀକ୍ଷାର ସମୟ ଥିଲା ଯେଉଁଥିରେ ପ୍ରକୃତ ପରୀକ୍ଷା ସେତେବେଳେ ହେଉଥିଲା ଯେତେବେଳେ ସଙ୍କଟର ସମୟ ଆସୁଥିଲା । ସାଧାରଣ ସମୟରେ ଖୁବ ଶୀଘ୍ର ଧ୍ୟାନ ଦେଇ ହୁଏ ନାହିଁ । ବିଶ୍ୱର ବଡ ବଡ ଦେଶରେ କରୋନା ସମୟରେ ଯାହା ତ ହେଲା ହେଲା । କିନ୍ତୁ ସେମାନେ ପ୍ରତ୍ୟେକ ଏହି ନିଷ୍ପତି ନେଲେ ଯେ ସେମାନଙ୍କ ନାଗରିକମାନଙ୍କ ନିକଟରେ ସିଧାସଳଖ ଅର୍ଥ ପହଞ୍ଚାଇବେ ଯାହାଦ୍ୱାରା ଏହି ବିପଦ ସମୟରେ ସେମାନଙ୍କ ନାଗରିକମାନଙ୍କୁ ସାହାଯ୍ୟ ମିଳିପାରିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱର ବହୁ ଦେଶ ସେହି କରୋନା, ଲକଡାଉନ୍‌, କର୍ଫ୍ୟୁ, ଏବଂ ଆଶଙ୍କାର ବାତାବରଣ ଯୋଗୁଁ ଚାହିଁଲେ ମଧ୍ୟ, ନିଜ ପାଖରେ ପର୍ଯ୍ୟାପ୍ତ ପରିମାଣର ଡଲାର ଓ ପାଉଣ୍ଡ ରଖିଥିଲେ ମଧ୍ୟ ନିଜ ଆତ୍ମୀୟଙ୍କ ପାଖରେ ପହଂଚାଇ ପାରିଲେ ନାହିଁ । ବ୍ୟାଙ୍କ ବନ୍ଦ, ପୋଷ୍ଟ ଅଫିସ ବନ୍ଦ, ସମସ୍ତ ବ୍ୟବସ୍ଥା ବନ୍ଦ, କିଛି ମଧ୍ୟ କରିପାରିଲେ ନାହିଁ । ଉଦ୍ଦେଶ୍ୟ ଥିଲା, ଘୋଷଣା ମଧ୍ୟ ହେଲା, ଏହି କରୋନା କାଳଖଣ୍ଡରେ ଭାରତ ହିଁ ଏକମାତ୍ର ଦେଶ ଯାହା ପାଖାପାଖି 75 କୋଟିରୁ ଅଧିକ ଭାରତୀୟଙ୍କୁ ରାସନ୍ ଯୋଗାଇପାରେ । ଆଠ ମାସ ପର୍ଯ୍ୟନ୍ତ ରାସନ୍ ପହଂଚାଇପାରେ । ଏହା ହେଉଛି ସେହି ଭାରତ ଯାହା ଏହି କାଳଖଣ୍ଡରେ ଜନଧନ, ଆଧାର ଏବଂ ମୋବାଇଲ୍ ଦ୍ୱାରା 2ଲକ୍ଷ କୋଟି ଟଙ୍କା ଲୋକଙ୍କ ନିକଟରେ ପହଂଚାଇ ପାରିଛି ଏବଂ ଦୁର୍ଭାଗ୍ୟର ବିଷୟ ଯେଉଁ ଆଧାର, ଯେଉଁ ମୋବାଇଲ, ଯେଉଁ ଜନଧନ ଆକାଉଂଟ ଏତେ ଗରିବ ଲୋକଙ୍କ ପାଇଁ କାମରେ ଆସିଲା କିନ୍ତୁ ବେଳେବେଳେ ଚିନ୍ତା କରେ ଯେ ଆଧାର ବନ୍ଦ କରିବା ପାଇଁ କେଉଁ ଲୋକମାନେ କୋର୍ଟକୁ ଯାଇଥିଲେ । କେଉଁମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁଁ ବେଳେବେଳେ ଆଶ୍ଚର୍ଯ୍ୟ ହୁଏ ଏବଂ ଆଜି ମୁଁ ଏହା ବାରମ୍ବାର କହିବି, ଅଧ୍ୟକ୍ଷ ମହୋଦୟ ମତେ କ୍ଷମା କରନ୍ତୁ । ମତେ ଏକ ମିନିଟ୍ ବିରତି ଦେଇଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ । ଏହି ଗୃହରେ ବେଳେବେଳେ ଅଜ୍ଞତା ମଧ୍ୟ ବଡ ସମସ୍ୟା ସୃଷ୍ଟି କରିଥାଏ ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଠେଲାଗାଡି ବାଲା, ରାସ୍ତା କଡ ବିକାଳି ଏହି କରୋନା କାଳଖଣ୍ଡରେ ସେମାନଙ୍କୁ ଧନ ମିଳିଲା, ଅର୍ଥ ମିଳିଲା ଏହା ସେମାନଙ୍କ ପାଇଁ କରାଗଲା ଏବଂ ଆମେ ଏହା ସେମାନଙ୍କ ପାଇଁ କଲୁ । ମାନନୀୟ ଅଧ୍ୟକ୍ଷ ମହୋଦୟ, ଏହି କାଳଖଣ୍ଡରେ ମଧ୍ୟ ଆମେ ଆମ ଅର୍ଥବ୍ୟବସ୍ଥାରେ ସଂସ୍କାର ପ୍ରକ୍ରିୟା ଜାରି ରଖିଛୁ । ଏବଂ ଆମେ ଏହି ଉଦ୍ଦେଶ୍ୟ ସହ ଅଗ୍ରସର ହେଲୁ ଯେ ଭାରତ ଭଳି ଅର୍ଥବ୍ୟବସ୍ଥାକୁ ସଜାଡିବା ପାଇଁ, ଉଦ୍ଧାର କରିବା ପାଇଁ ଆମକୁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ଏବଂ ଆପଣ ଦେଖିଥିବେ ପ୍ରଥମ ଦିନରୁ ହିଁ ଆମେ ଅନେକ ପ୍ରକ୍ରିୟାରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କଲୁ ଏବଂ ଯାହାର ପରିଣାମ ସ୍ୱରୂପ ଆଜି ଟ୍ରାକ୍ଟର ହେଉ, ଗାଡି ହେଉ ଏସବୁର ରେକର୍ଡ ପରିମାରୀ ବିକ୍ରୀ ହେଉଛି । ଏବେ ସର୍ବାଧିକ ଜିଏସଟି ଆଦାୟ ହୋଇଛି । ଏସବୁ ହିସାବ ଆମ ଅର୍ଥ ବ୍ୟବସ୍ଥାକୁ ଶକ୍ତିମନ୍ତ କରୁଛି । ଏହା ଦର୍ଶାଉଛି ଯେ ନୂତନ ସ୍ଫୁର୍ତି ସହ ଅର୍ଥବ୍ୟବସ୍ଥା ବିକଶିତ ହେଉଛି । ଏବଂ ବିଶ୍ୱରେ ଯେଉଁ ଲୋକମାନେ ଅଛନ୍ତି ସେମାନେ ଆକଳନ କରିଛନ୍ତି ଯେ ଏହି ଅଭିବୃଦ୍ଧି ପାଖାପାଖି ଦୁଇ ଅଙ୍କ ବିଶିଷ୍ଟ ନିଶ୍ଚୟ ହେବ । ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିର ସମ୍ଭାବନା ନେଇ ସବୁ ବୁଦ୍ଧିଜୀବି ମତ ରଖିଛନ୍ତି ଏବଂ ମୁଁ ନିଶ୍ଚିତ ଯେ ଏହି କାରଣରୁ ସଙ୍କଟର ଏହି ସମୟରେ ମଧ୍ୟ ବିପଦ ମଧ୍ୟରେ ବି ଦେଶବାସୀଙ୍କ ଆଶା ଅନୁଯାୟୀ ଦେଶ ପ୍ରଗତି କରିବ ।

ସମ୍ମାନନୀୟ ଅଧ୍ୟକ୍ଷ ମହୋଦୟ,

କରୋନାର ଏହି କାଳଖଣ୍ଡରେ ତିନିଟି କୃଷି ଆଇନ୍ ମଧ୍ୟ ପ୍ରଣୟନ କରାଯାଇଛି । କୃଷି ସଂସ୍କାରର ଏହି କ୍ରମ ଅତ୍ୟନ୍ତ ଆବଶ୍ୟକ, ଖୁବ୍ ଗୁରୁତ୍ୱପୂର୍ଣ୍ଣ ଏବଂ ବର୍ଷ ବର୍ଷ ଧରି ଆମ କୃଷିକ୍ଷେତ୍ର ଯେଉଁ ଆହ୍ୱାନର ସମ୍ମୁଖୀନ ହୋଇଆସୁଛି ସେସବୁରୁ ଏହି କ୍ଷେତ୍ରକୁ ବାହାରକୁ ଆଣିବା ପାଇଁ ଆମକୁ ନିରନ୍ତର ପ୍ରୟାସ କରିବାକୁ ପଡିବ ଏବଂ ଏହା କରିବା ଦିଗରେ ଆମେ ଆନ୍ତରିକ ଉଦ୍ୟମ କରିଛୁ । ଭବିଷ୍ୟତର ଯେଉଁସବୁ ଆହ୍ୱାନ ଯାହା ବିଷୟରେ ମୁଁ କହିନାହିଁ, ବଡ ବଡ ବିଦ୍ୱାନମାନେ କହିଛନ୍ତି, କୃଷି କ୍ଷେତ୍ରର ଏହିଭଳି ଭବିଷ୍ୟତର ଆହ୍ୱାନର ଆମକୁ ଏବେଠାରୁ ମୁକାବିଲା କରିବାକୁ ପଡିବ । ଏବଂ ସେ ଦିଗରେ ଆମେ ପ୍ରୟାସ କରିଛୁ । ମୁଁ ଦେଖୁଥିଲି ସଦନରେ ଯେଉଁ ଆଲୋଚନା ହେଲା ଏବଂ କଂଗ୍ରେସ ସଦସ୍ୟମାନେ ଯାହାସବୁ କହିଲେ । ମୁଁ ଏକଥା ବି ଦେଖୁଥିଲି ଏହି ଆଇନକୁ ନେଇ ସେମାନେ ବହୁତ ବିତର୍କ କରୁଥିଲେ । କଳା ହେଉ କି ଧଳା, କଳା ହେଉ କି ଧଳା, ଭଲ ହୋଇଥାନ୍ତା ଯଦି ସେମାନେ ବିଷୟବସ୍ତୁ ଉପରେ ଆଲୋଚନା କରିଥାନ୍ତେ, ଭଲ ହୋଇଥାନ୍ତା ଯଦି ସେମାନେ ଅଭିପ୍ରାୟ ବିଷୟରେ ଆଲୋଚନା କରିଥାନ୍ତେ, ଯାହାଦ୍ୱାରା ଦେଶର କୃଷକଙ୍କ ନିକଟରେ ସଠିକ୍ ତଥ୍ୟ ପହଂଚି ପାରିଥାଆନ୍ତା । ତେଣୁ ମୋର ବିଶ୍ୱାସ ଥିଲା ଯେ ଦାଦା ଭାଷଣ ଦେବା ପାଇଁ ବହୁତ ଅଧ୍ୟୟନ କରି ଆସିଥିବେ, ବହୁତ ଭଲ ଭଲ କଥା କହିବେ କିନ୍ତୁ ପ୍ରଧାନମନ୍ତ୍ରୀ ଓ ସେମାନଙ୍କ ସାଥୀ କାହିଁକି ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି, କେମିତି କରୁଛନ୍ତି, କୁଆଡେ ଯାଉଛନ୍ତି ଏହିସବୁ ଉପରେ ତାଙ୍କ ଭାଷଣର ଅଧିକାଂଶ ଭାଗ ପର୍ଯ୍ୟବେଷିତ ଥିଲା । ତେଣୁ ଦାଦାଙ୍କ ଜ୍ଞାନରୁ ଆମେ ଏଥର ବଞ୍ଚିତ ରହିଗଲୁ । ଛାଡନ୍ତୁ ନିର୍ବାଚନ ପରେ ଯଦି ପୁଣିଥରେ ସୁଯୋଗ ମିଳିବ ତାହେଲେ ଶୁଣିବା । ଏ ରାଜ୍ୟ ବହୁତ ମହତ୍ୱପୂର୍ଣ୍ଣ ସେଥିପାଇଁ ତ ଆମେ କଷ୍ଟ କରୁଛୁ । ଆପଣମାନେ ଏ ରାଜ୍ୟକୁ ପଛରେ ପକାଇ ଦେଇଛନ୍ତି ଯେ ସେଥିପାଇଁ ଆମକୁ ତା ଉପରେ ଅଗ୍ରାଧିକାର ଦେବାକୁ ପଡୁଛି । ଆନ୍ଦୋଳନ ବିଷୟରେ ପ୍ରଶ୍ନ ଉଠିଲେ ମୁଁ କେବଳ ଗୋଟିଏ କଥା ବୁଝିପାରିଲି, ଦିଲ୍ଲୀ ବାହାରେ ଆମର ଯେଉଁ କୃଷକ ଭାଇ ଭଉଣୀମାନେ ବସି ରହିଛନ୍ତି, ଯେଉଁ ଭ୍ରାନ୍ତ ଧାରଣା ସେମାନଙ୍କ ମନରେ ଭରି ଦିଆଗଲା, ଯେଉଁ ଗୁଜବ ସୃଷ୍ଟି କରାଗଲା ସେମାନେ ତାର ଶିକାର ହୋଇଛନ୍ତି । ମୋ ଭାଷଣ ସମାପ୍ତ ହେବା ପରେ ଆପଣ ଯାହା କରିବା କଥା କରନ୍ତୁ, ଆପଣମାନଙ୍କୁ ତ ସୁଯୋଗ ଦିଆଯାଇଥିଲା । ଆପଣମାନେ ଏଭଳି ଶଦ୍ଦ ପ୍ରୟୋଗ କରିପାରିବେ, ମୁଁ ପାରିବିନି । ଆମର ସଦସ୍ୟ ଶ୍ରୀମାନ କୈଳାଶ ଚୌଧୁରୀ ମହୋଦୟ ଦେଖନ୍ତୁ ମୁଁ ଆପଣଙ୍କର କେତେ ଉପକାର କରୁଛି, ଆପଣଙ୍କ କଥା ଯେଉଁଠି ପହଞ୍ଚିବା କଥା ପହଞ୍ଚିଗଲା ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଆନ୍ଦୋଳନରତ କୃଷକ ବନ୍ଧୁମାନଙ୍କ ଭାବନାକୁ ଏହି ସଦନ ଓ ସରକାର ସମ୍ମାନ କରୁଛି ଏବଂ କରିଚାଲିବ । ଏଥିପାଇଁ ଆନ୍ଦୋଳନ ଯେତେବେଳେ ପଞ୍ଜାବରେ ହେଉଥିଲା ସେତେବେଳେ ମଧ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରୁଥିଲେ ଏବଂ ପରେ ମଧ୍ୟ ସେମାନଙ୍କ ସହ ଲଗାତାର କଥାବାର୍ତ୍ତା କରୁଛନ୍ତି । କୃଷକମାନଙ୍କ ସହ ସମ୍ମାନର ଭାବନା ନେଇ ଆଲୋଚନା କରୁଛନ୍ତି ।

 

ମାନନୀୟ ଅଧ୍ୟକ୍ଷ ମହୋଦୟ,

କ୍ରମାଗତ ଭାବେ କଥାବାର୍ତ୍ତା ଚାଲିଛି । ଏବଂ କେବଳ ଦିଲ୍ଲୀ ଆସିଲା ପରେ ଯେ ଏହି ଆଲୋଚନା ଆରମ୍ଭ ହୋଇଛି ତାହା ନୁହେଁ, ଯେତେବେଳେ ପଞ୍ଜାବରେ ଆନ୍ଦୋଳନ ଚାଲିଥିଲା ସେତେବେଳେ ମଧ୍ୟ କଥାବାର୍ତା ହୋଇଥିଲା । କଥାବାର୍ତ୍ତା ସମୟରେ କୃଷକମାନଙ୍କର କି କି ଆଶଙ୍କା ରହିଛି ସେସବୁ ଖୋଜିବା ପାଇଁ ଭରପୁର ପ୍ରୟାସ କରାଯାଇଥିଲା । ସେମାନଙ୍କୁ ବାରମ୍ବାର କୁହାଯାଇଥିଲା ଯେ ଆମେ ଗୋଟିଏ ଗୋଟିଏ ପ୍ରସଙ୍ଗ ଉପରେ ଆଲୋଚନା କରିବା । ନରେନ୍ଦ୍ର ସିଂହ ତୋମାର ମଧ୍ୟ ଏ ବିଷୟରେ ରାଜ୍ୟସଭାକୁ ବିସ୍ତୃତ ଭାବେ ଜଣାଇଛନ୍ତି । ଅନୁଚ୍ଛେଦ ୱାରୀ ଆଲୋଚନା କରିବାକୁ ମଧ୍ୟ କୁହାଯାଇଛି, ଏବଂ ଆମେ ଏକଥା ସ୍ୱୀକାର କରୁଛୁ ଯେ ଯଦି ଏହି ଆଇନରେ କିଛି ତୃଟିବିଚ୍ୟୁତି ଥାଏ ତାହେଲେ ଆମେ ସେସବୁ ବଦଳାଇ ଦେଲେ କଣ ଅସୁବିଧା ହୋଇଯିବ ଆଜ୍ଞା । ଏହି ଦେଶ ଦେଶବାସୀଙ୍କ ପାଇଁ, ଯଦି କୌଣସି ନିଷ୍ପତ୍ତି ନେଉଛୁ ତେବେ ତାହା କୃଷକମାନଙ୍କ ପାଇଁ । କିନ୍ତୁ ଆମେ ଅପେକ୍ଷା କରୁଛୁ, ଏବେବି ଅପେକ୍ଷା କରୁଛୁ, ସେମାନେ ଯଦି କୌଣସି ଜିନିଷ ସ୍ୱତନ୍ତ୍ର ଭାବେ କୁହନ୍ତି, ତେବେ ଆମର କୌଣସି ଦ୍ୱିଧା ନାହିଁ । ତେଣୁ ସେମାନେ ପ୍ରଥମରୁ ଯେତେବେଳେ ପଞ୍ଜାବରେ ଥିଲେ ସେତେବେଳେ ଅଧ୍ୟାଦେଶ ଦ୍ୱାରା ହିଁ ଏହି 3ଟି ଆଇନ୍ ଲାଗୁ କରାଯାଇଥିଲା । ପରେ ଏହା ସଂସଦର ଅନୁମୋଦନ ଲାଭ କଲା । ଆଇନ୍ ଲାଗୁ ହେବା ପରେ ନାଁ ଦେଶରେ କୌଣସି ମଣ୍ଡି ବନ୍ଦ ହୋଇଛି, ନାଁ କୌଣସି ଏମଏସପି ବନ୍ଦ ହୋଇଛି । ଏହା ହେଉଛି ସତ୍ୟତା ଯାହାକୁ ଆମେ ଲୁଚାଇ ରଖି କଥାବାର୍ତା କରୁଛୁ, ଯାହାର କୌଣସି ଅର୍ଥ ନାହିଁ । କେବଳ ଏତିକି ନୁହେଁ, ଏମଏସପି କ୍ରୟ ମଧ୍ୟ ବୃଦ୍ଧି ପାଇଛି ଏବଂ ଏହା ନୂତନ ଆଇନ୍ ପରେ ହିଁ ବଢିଛି ।

 

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏହି ହୋ-ହଲ୍ଲା, ଏ ପାଟିତୁଣ୍ଡ, ଏ ବାଧା ଉପୁଜାଇବାର ପ୍ରୟାସ ଏକ ସୁଚିନ୍ତିତ ରଣନୀତି ଆଧାରରେ କରାଯାଉଛି, ଏବଂ ଏହି ସୁଚିନ୍ତିତ ରଣନୀତି ହେଉଛି ଯେଉଁ ମିଥ୍ୟା ଓ ଗୁଜବ ପ୍ରଚାର କରାଯାଇଛି, ସେସବୁର ପର୍ଦ୍ଦାଫାଶ ହୋଇଯିବ, ଯଦି ସେଠାରେ ସତ୍ୟତା ପହଂଚିଯିବ ତେବେ ସେମାନଙ୍କ ତିଷ୍ଠି ରହିବା କଷ୍ଟକର ହୋଇଯିବ ଏବଂ ଏଥିପାଇଁ ହୋ-ହଲ୍ଲା କରିବା ଜାରିରଖ, ଯେଭଳି ବାହାରେ କରୁଥିଲ, ଭିତରେ ମଧ୍ୟ ସେଭଳି କରୁଥାଅ, ଏହି ଖେଳ ଚାଲିଛି । କିନ୍ତୁ ଏହାଦ୍ୱାରା ଆପଣମାନେ କେବେବି ଲୋକମାନଙ୍କର ବିଶ୍ୱାସ ଜିତିପାରିବେ ନାହିଁ, ଏକଥା ଆପଣମାନେ ମନେରଖନ୍ତୁ । ମାନନୀୟ ଅଧ୍ୟକ୍ଷ ମହୋଦୟ, ଅଧ୍ୟାଦେଶ ପରେ ଏବଂ ସଂସଦରେ ଆଇନ୍ ପାରିତ ହେବା ପରେ, କୌଣସି ବି କୃଷକଙ୍କୁ ମୁଁ ପଚାରିବାକୁ ଚାହୁଁଛି ଯେ, ପୂର୍ବରୁ ତାଙ୍କ ପାଖରେ ଯେଉଁ ଅଧିକାର ଥିଲା, ଯେଉଁ ବ୍ୟବସ୍ଥା ଥିଲା ଏହି ଆଇନ୍ ସେଗୁଡିକ ମଧ୍ୟରୁ କେଉଁଟି ବି ଛଡାଇ ନେଇଛି କି? ଏହାର ଚର୍ଚ୍ଚା, ତାର ଜବାବ କେହି ଦେଉନାହାନ୍ତି । ସବୁକିଛି ସେହି ପୂର୍ବଭଳି ପୁରୁଣା । କ’ଣ ହୋଇଛି ଯେ? ଏକ ଅତିରିକ୍ତ ବିକଳ୍ପ ବ୍ୟବସ୍ଥା ମିଳିଛି । ତାହା ବି କ’ଣ ବାଧ୍ୟତାମୂଳକ କି? କୌଣସି ଆଇନର ବିରୋଧ ସେତେବେଳେ ଯଥାର୍ଥ ହୋଇଥାଏ, ଯେତେବେଳେ ତାହା ବାଧ୍ୟତାମୂଳକ ହୋଇଥାଏ । ଏହା ତ ଇଚ୍ଛାମୂଳକ, ଆପଣଙ୍କ ଇଚ୍ଛାରେ, ଯେଉଁଠାକୁ ଯିବାକୁ ଚାହାନ୍ତି ଯାଆନ୍ତୁ, ଆପଣଙ୍କ ଇଚ୍ଛା ହେଲା ତ ସେଠାକୁ ଯାଆନ୍ତୁ, ନହେଲେ ନାହିଁ । ଏବଂ ଏଥିପାଇଁ ଅଧିରଞ୍ଜନ ଜୀ ଏବେ ବେଶୀ ହୋଇଯାଉଛି, ଅଧିରଞ୍ଜନ ଜୀ ଦୟାକରି ଏବେ ମାତ୍ରାଧିକ ହୋଇଯାଉଛି । ମୁଁ ଆପଣମାନଙ୍କୁ ସମ୍ମାନ କରୁଥିବା ମଣିଷଟିଏ । ଏବଂ ମୁଁ ପ୍ରଥମରୁ କହିଦେଇଛି, ଆପଣ ଯାହା କଲେ ସେସବୁ ଠିକଣା ଯାଗାରେ ପହଂଚିଗଲା । ଏବଂ ପଶ୍ଚିମବଙ୍ଗରେ ବି ଟିଏମସିଠାରୁ ଅଧିକ ପ୍ରଚାରର ଅବକାଶ ମିଳିଯିବ...କାହିଁକି ଏମିତି ହେଉଛନ୍ତି । ହଁ ଦାଦା, ଦେଖନ୍ତୁ ମୁଁ କହିଦେଇଛି, କହିଦେଇଛି ଚିନ୍ତା କରନ୍ତୁ ନାହିଁ । ଅଧିରଞ୍ଜନ ଜୀ, ଦୟାକରି, ଅଧିରଞ୍ଜନ ଜୀ । ଠିକ୍ ଲାଗୁନାହିଁ । ମୁଁ ଏତେ ସମ୍ମାନ କରୁଛି । ଆପଣ ଆଜି ଏଭଳି କାହିଁକି କରୁଛନ୍ତି? ଆପଣ ଏମିତି କରନ୍ତୁ ନାହିଁ । ଆରେ ଭାଇ.. ନିଜ ସୀମା କାହିଁକି ଉଲ୍ଲଂଘନ କରୁଛ?

ଅଧ୍ୟକ୍ଷ ମହୋଦୟ ଏହା ଏପରି ଏକ ଆଇନ୍ ଯାହା କାହା ପାଇଁ ବି ବାଧ୍ୟତାମୂଳକ ନୁହେଁ । ସେମାନଙ୍କ ପାଇଁ ବିକଳ୍ପ ରହିଛି, ଏବଂ ଯେଉଁଠି ବିକଳ୍ପ ଅଛି ସେଠାରେ ବିରୋଧର କୌଣସି କାରଣ ନାହିଁ । ହଁ, ଏମିତି କୌଣସି ଆଇନ୍ ଯାହା ଜବରଦସ୍ତି ଲଦି ଦିଆଯାଇଛି, ତାକୁ ବିରୋଧ କରାଯାଇପାରେ । ଏବଂ ଏଥିପାଇଁ ମୁଁ କହୁଛି, ଲୋକମାନଙ୍କୁ.. ମୁଁ ଦେଖୁଛି, ଆନ୍ଦୋଳନର ଏହା ଏକ ନୂଆ ସ୍ୱରୂପ । କିଭଳି ସ୍ୱରୂପ - ଯେଉଁମାନେ ଆନ୍ଦୋଳନକାରୀ ସେମାନେ ଏଭଳି ଉପାୟ ଅବଲମ୍ବନ କରନ୍ତି ନାହିଁ.. ଯେଉଁମାନେ ଆନ୍ଦୋଳନଜୀବୀ ସେମାନେ ଏଭଳି ଉପାୟ ଅବଲମ୍ବନ କରନ୍ତି । ଏବଂ ସେମାନେ କୁହନ୍ତି ଯଦି ଏପରି ହୁଏ ତେବେ ସେପରି ହେବ, ଏମିତି ହେଲେ ସେମିତି ହେବ । ଆରେ ଭାଇ! ଯାହା ହୋଇନାହିଁ, ଯାହା ହେବାର ବି ନାହିଁ, ତାହାର ଭୟ ସୃଷ୍ଟି କରି କରି ଏବଂ ଗତ କିଛି ବର୍ଷ ଧରି କ୍ରମାଗତ ଭାବେ ଏହା ଜାରି ରହିଛି । ସୁପ୍ରିମକୋର୍ଟଙ୍କ ଏକ ରାୟ ଆସିଯାଉ, କୌଣସି ନିଷ୍ପତି ହୋଇ ନଥିବ ଏବଂ ଏକଦମ ଝଡ ସୃଷ୍ଟି କରିଦିଆଯାଏ, ଦେଶରେ ନିଆଁ ଲଗାଇ ଦିଆଯାଏ । ଯେଉଁ ଉପାୟ ସବୁ ଅବଲମ୍ବନ କରାଯାଉଛି ଯେ କେହିବି ଗଣତନ୍ତ୍ରରେ ବିଶ୍ୱାସ କରୁଥିବେ, ଯିଏବି ଅହିଂସାରେ ବିଶ୍ୱାସ କରୁଥିବେ ସେ ସମସ୍ତଙ୍କ ପାଇଁ ଏହା ଚିନ୍ତାର ବିଷୟ ହେବା ଉଚିତ । ଦୟାକରି, ପରେ, ପରେ, ପରେ ଆପଣଙ୍କୁ ସମୟ ମିଳିବ ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ପୁରୁଣା ମଣ୍ଡିଗୁଡିକ ଉପରେ ମଧ୍ୟ କୌଣସି କଟକଣା ନାହିଁ । କେବଳ ଏତିକି ନୁହେଁ, ଏହି ବଜେଟରେ ଏଭଳି ମଣ୍ଡିଗୁଡିକର ଆଧୁନିକୀକରଣ ପାଇଁ, ସେଗୁଡିକର ବିକାଶ ପାଇଁ ଆହୁରି ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି ଏବଂ ସେହି ବଜେଟ ମାଧ୍ୟମରେ ମାନନୀୟ ଅଧ୍ୟକ୍ଷ ମହୋଦୟ, ଆମେ ଏଇ ଯେଉଁ ନିଷ୍ପତି ନେଇଛୁ ତାହା ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ଭାବନା ଆଧାରରେ ନିଆଯାଇଛି । ପ୍ରିୟ ଅଧ୍ୟକ୍ଷ ମହୋଦୟ, ଏହି ସଦନର ସାଥୀମାନେ ଏକଥାକୁ ଭଲ ଭାବେ ବୁଝିଛନ୍ତି ଯେ, କଂଗ୍ରେସ ଏବଂ ଆଉ କିଛି ଦଳ ବହୁତ ଦୃଢ ଭାବରେ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଛନ୍ତି । କିନ୍ତୁ ଯେଉଁ ପ୍ରସଙ୍ଗକୁ ନେଇ ସେମାନଙ୍କୁ କହିବା ଦରକାର, ଭାଇ ଏହା ନୁହେଁ.. ସେମାନେ କେତେ ଅଧ୍ୟୟନ କରି ଏହି ଗୃହକୁ ଆସିଛନ୍ତି ସଦସ୍ୟମାନଙ୍କଠାରୁ ସମସ୍ତେ ତାହାହିଁ ଆଶା କରିଥାଆନ୍ତି । କେବଳ ଏତିକି ନୁହେଁ, ଯେଉଁ ଲୋକମାନେ ଏକଥା କୁହନ୍ତି, ମୁଁ ଆଶ୍ଚର୍ଯ୍ୟ ହେଉଛି, ପ୍ରଥମଥର ପାଇଁ ଏକ ନୂଆ ବିତର୍କ ଉପସ୍ଥିତ ହୋଇଛି ଏହି ଗୃହରେ । ତାହା ହେଉଛି ଭାଇ ଆମେ ତ ମାଗି ନଥିଲୁ ତ ଦେଉଛନ୍ତି କାହିଁକି? ପ୍ରଥମ କଥା ହେଉଛି, ନେବା ନନେବା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ । କେହି କାହା ଉପରେ ଜୋର ଜବରଦସ୍ତ ଲଦି ଦେଉନାହାନ୍ତି । ଇଚ୍ଛାଧୀନ ଅଟେ, ଏକ ବ୍ୟବସ୍ଥା ଅଟେ ଏବଂ ଖୁବ ବିଶାଳ ଏ ଦେଶ । ଭାରତର କିଛି ଭାଗରେ ଏଥିରୁ ଫାଇଦା ମିଳିବ, ଏହା ବି ହୋଇପାରେ କାହାକୁ ଲାଭ ନ ମିଳିବିପାରେ, କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ । ଏବଂ ଏଥିପାଇଁ ମାଗିହେବା ଓ ଦେବାର କୌଣସି ଅର୍ଥ ହେଉନାହିଁ । କିନ୍ତୁ ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ, ଏହି ଦେଶରେ.. ମାନନୀୟ ଅଧ୍ୟକ୍ଷ ଜୀ, ଯୌତୁକ ବିରୁଦ୍ଧରେ ଆଇନ୍ ପ୍ରଣିତ ହେଲା । ଏହି ଦେଶରେ କେହି କେବେବି ଏହା ଦାବି କରିନଥିଲେ । ତଥାପି ଆଇନ୍ ତିଆରି ହୋଇଥିଲା ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ତିନି ତଲାକ୍ – ଏହା ବିରୁଦ୍ଧରେ ଆଇନ୍ ପ୍ରଣୀତ ହେଲା । କୌଣସି ଲୋକ ଏଥିପାଇଁ ଦାବି କରିନଥିଲେ । କିନ୍ତୁ ପ୍ରଗତିଶୀଳ ସମାଜ ପାଇଁ ଆବଶ୍ୟକ । ଏଥିପାଇଁ ଆମେ ଆଇନ୍ ପ୍ରସ୍ତୁତ କଲୁ । ଆମର ଏଠି ବାଲ୍ୟ ବିବାହ ଉପରେ ନିଷେଧାଦେଶ ପାଇଁ କେହି କେବେବି ଦାବି କରିନଥିଲେ, ଯେ ଆଇନ୍ ତିଆରି କର । ତଥାପି ଆଇନ୍ ପ୍ରଣୀତ ହେଲା କାରଣ ପ୍ରଗତିଶୀଳ ସମାଜ ପାଇଁ ଆବଶ୍ୟକ ପଡିଥିଲା । ବିବାହ ବୟସ ବୃଦ୍ଧି ନିଷ୍ପତି କେହି ଜାରି କରିନଥିଲେ କିନ୍ତୁ ପ୍ରଗତିଶୀଳ ବିଚାରଧାରା ସହିତ ସେହି ନିଷ୍ପତିରେ ପରିବର୍ତନ କରିବାକୁ ପଡିଥାଏ । କନ୍ୟା ସନ୍ତାନ ମାନଙ୍କୁ ସମ୍ପତିର ଅଧିକାର – କେହି ଦାବି କରିନଥିଲେ, କିନ୍ତୁ ଏକ ପ୍ରଗତିଶୀଳ ସମାଜ ପାଇଁ ଆବଶ୍ୟକ ପଡିଥାଏ, ତେବେ ଯାଇ ଆଇନ୍ ପ୍ରସ୍ତୁତ କରାଯାଇଥାଏ । ଶିକ୍ଷାର ଅଧିକାର ପ୍ରଦାନ କଥା କେହି ଦାବି କରିନଥିଲେ, କିନ୍ତୁ ସମାଜ ପାଇଁ ଆବଶ୍ୟକ ଅଟେ, ପରିବର୍ତ୍ତନ ପାଇଁ ଆବଶ୍ୟକ ପଡିଥାଏ, ତେଣୁ ଆଇନ୍ ପ୍ରଣୀତ ହୁଏ । କ’ଣ କେବେବି ଏତେଗୁଡିଏ ସଂସ୍କାର ହୋଇପାରିଛି, ପରିବର୍ତନଶୀଳ ସମାଜ ଏସବୁକୁ ସ୍ୱୀକାର କରିଛି ନାଁ କରିନାହିଁ, ଏ ଦୁନିଆ ଏକଥାକୁ ଭଲ ଭାବରେ ଜାଣିଛି ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଆମେ ବିଶ୍ୱାସ କରୁଥିଲୁ ଯେ ଭାରତର ବହୁ ପୁରୁଣା ଦଳ – କଂଗ୍ରେସ ଦଳ ପ୍ରାୟ 60ବର୍ଷ ଧରି ଏହି ଦେଶରେ ଏକତରଫା ଭାବେ ଶାସନ କରିଆସୁଥିଲା, ଏହି ଦଳର ଏଭଳି ଅବସ୍ଥା ହୋଇଯାଇଛି ଯେ ଦଳର ରାଜ୍ୟସଭାର ଗୋଷ୍ଠୀ ଗୋଟିଏ ପଟେ ଚାଲୁଥିବାବେଳେ ଲୋକସଭା ଗୋଷ୍ଠୀ ବିପରୀତ ପକ୍ଷରେ ଚାଲୁଛନ୍ତି । ଏଭଳି ବିଭାଜିତ ଦଳ, ଏଭଳି ଦ୍ୱନ୍ଦ୍ୱରେ ରହୁଥିବା ଦଳ, ନାଁ ନିଜର ମଙ୍ଗଳ କରିପାରିବ, ନାଁ ଦେଶର ସମସ୍ୟାର ସମାଧାନ କରିବା ପାଇଁ କିଛି ଚିନ୍ତା କରିପାରିବ । ଏହାଠାରୁ ବଡ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ? କଂଗ୍ରେସ ଦଳ ରାଜ୍ୟସଭାରେ ମଧ୍ୟ, କଂଗ୍ରେସ ଦଳର ବରିଷ୍ଠ ନେତା ରାଜ୍ୟସଭାରେ ଅଛନ୍ତି, କିନ୍ତୁ ସେମାନେ ଖୁବ୍ ଆନନ୍ଦ ଓ ଉତ୍ସାହର ସହ ତର୍କ ବିତର୍କ କରୁଛନ୍ତି, ବିସ୍ତୃତ ଭାବେ ଆଲୋଚନା କରୁଛନ୍ତି, ନିଜର ମତ ରଖୁଛନ୍ତି ଏବଂ ଏଠି କଂଗ୍ରେସର ଅନ୍ୟ ଗୋଷ୍ଠୀ .. ଏଣକି ସମୟ ସ୍ଥିର କରିବ ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଇପିଏଫ ପେନସନ୍ ଯୋଜନାରେ ଥିବା ସମସ୍ୟା ବିଷୟରେ ଆମେ 2014 ମସିହା ପରେ ହିଁ ଜାଣିଲୁ । ତା ପୂର୍ବରୁ ଏଠି ବସିଥିବା କେହିବି ସେ ପ୍ରସଙ୍ଗ ଉଠାଇନଥିଲେ । ଆମେ ଜାଣିଛୁ ଯେ 7ଟଙ୍କା ପେନସନ୍ ମିଳୁଥିବାବେଳେ, କାହାକୁ 25 ଟଙ୍କା, କାହାକୁ 50 ଟଙ୍କା, କାହାକୁ 250 ଟଙ୍କା.. ଏ ଦେଶରେ ଚାଲିଥିଲା । ମୁଁ କହିଲି ଏହିଭଳି ଲୋକମାନଙ୍କୁ ଅଟୋ ରିକସା ଭଡା କରି ପେନସନ୍ ପାଇଁ ଯାଉଥିବା ବାବଦ ଖର୍ଚ୍ଚ ପେନସନ୍ ଠାରୁ ଅଧିକ ହେଉଥିବ । କେହି ଦାବି କରିନଥିଲେ, କୌଣସି ଶ୍ରମିକ ସଂଗଠନ ମତେ ଆବେଦନପତ୍ର ଦେଇନଥିଲେ । ସେଥିରେ ସଂସ୍କାର ଆଣି ମାସିକ ଅନ୍ୟୁନ୍ୟ 1000 ଟଙ୍କାର ପେନସନ୍ ଦେବାକୁ ଆମେ ନିଷ୍ପତି ନେଲୁ । କେହି ଦାବି କରିନଥିଲେ । ମତେ କୌଣସି ବି କୃଷକ ସଂଗଠନ ଏହି ଦେଶର କ୍ଷୁଦ୍ର ଚାଷୀକୁ କିଛି ସମ୍ମାନର ଅର୍ଥ ମିଳୁ, ସେହି ବ୍ୟବସ୍ଥା ପାଇଁ କେହି ଦାବି କରିନଥିଲେ, କିନ୍ତୁ ଆମେ ପ୍ରଧାନମନ୍ତ୍ରୀ ସମ୍ମାନନିଧି ଯୋଜନା ମାଧ୍ୟମରେ ସେମାନଙ୍କୁ ଅର୍ଥ ପହଂଚାଇବା ଆରମ୍ଭ କରିଥିଲୁ ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

କୌଣସି ବି ଆଧୁନିକ ସମାଜ ପାଇଁ ପରିବର୍ତ୍ତନ ଅପରିହାର୍ଯ୍ୟ ଅଟେ । ଆମେ ଦେଖିଛୁ, ସେହି କାଳଖଣ୍ଡରେ କିଭଳି ବିରୋଧ ହେଉଥିଲା, କିନ୍ତୁ ରାଜା ରାମମୋହନ ରାୟଙ୍କ ଭଳି ମହାପୁରୁଷ, ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ମହାପୁରୁଷ, ଜ୍ୟୋତିବା ଫୁଲେଙ୍କ ଭଳି ମହାପୁରୁଷ, ବାବା ସାହେବ ଆମ୍ବେଦକର.. ଏହିଭଳି ଅଗଣିତ ନାଁ ରହିଛି.. ଯେଉଁମାନେ ସମାଜ ସମ୍ମୁଖରେ, ପ୍ରତିକୂଳ ପ୍ରଭାବର ସାମନା କରି ସମାଜ ସଂସ୍କାରର ବୋଝ ଉଠାଇଥିଲେ । ବ୍ୟବସ୍ଥା ପରିବର୍ତନର ବୋଝ ଉଠାଇଥିଲେ । ଏବେ ଯେତେବେଳେ ବି କୌଣସି ବ୍ୟକ୍ତିକୁ ଦାୟିତ୍ୱ ନେବାକୁ ପଡିଥାଏ.. ସେହିଭଳି ଜିନିଷର ଆରମ୍ଭରେ ବିରୋଧ ହୋଇଥାଏ, ଯେତେବେଳେ କଥା ସତ୍ୟ ପର୍ଯ୍ୟନ୍ତ ପହଂଚେ ସେତେବେଳେ ଯାଇ ଲୋକମାନେ ତାହାକୁ ସ୍ୱୀକାର କରିନିଅନ୍ତି । ଆଉ ହିନ୍ଦୁସ୍ତାନ ଏତେ ବଡ ଦେଶ.. କୌଣସି ବି ନିଷ୍ପତି ଶତ ପ୍ରତିଶତ ସମସ୍ତଙ୍କୁ ସ୍ୱୀକାର୍ଯ୍ୟ ହେବ, ଏହା କେବେବି ସମ୍ଭବ ନୁହେଁ । ଏହି ଦେଶ ବିବିଧତାରେ ପରିପୂର୍ଣ୍ଣ । କୌଣସି ଗୋଟିଏ ଯାଗାରେ ତାହା ବହୁତ ଲାଭଦାୟୀ ହେବ, କେଉଁ ଯାଗାରେ ସ୍ୱଳ୍ପ ଲାଭଦାୟୀ ହେବ, ଏବଂ ଅନ୍ୟ କୌଣସି ଯାଗାରେ ପୂର୍ବରୁ ମିଳୁଥିବା ଲାଭରୁ ଏହା ବଂଚିତ କରିପାରେ । କିନ୍ତୁ, ଏତେବଡ ଦେଶରେ ଏଭଳି ବ୍ୟବସ୍ଥା ହୋଇପାରିବ ନାହିଁ ଯେଉଁଥିରେ ସମସ୍ତଙ୍କୁ ସମାନ ଭାବେ ଲାଭ ପହଂଚିପାରିବ.. କିନ୍ତୁ ଏକ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦେଶରେ ନିଷ୍ପତି ନିଆଯାଇଥାଏ । ବୃହତର.. ସର୍ବଜନ ହିତାୟ ସର୍ବଜନ ସୁଖାୟର ନିଷ୍ପତି ହୋଇଥାଏ ଏବଂ ସେହି ବିଚାରଧାରା ନେଇ ଆମେ ଆଗକୁ ବଢିଥାଉ ।

ଏହି ବିଚାରଧାରାକୁ ମୁଁ ବିରୋଧ କରେ.. ଯେତେବେଳେ ଏହା କୁହାଯାଏ ମାଗିଥିଲୁ କି? ଆମେ କ’ଣ ସାମନ୍ତବାଦୀ ହୋଇଛୁ ଯେ ଦେଶର ଜନତା ଆଗକୁ ମାଗନ୍ତାଙ୍କ ଭଳି ମାଗିଚାଲିବେ? ସେମାନଙ୍କୁ ମାଗିବା ପାଇଁ ବାଧ୍ୟ କରିବା? ଏହି ମାଗିବା ପାଇଁ ବାଧ୍ୟ କରିବାର ବିଚାରଧାରା କେବେବି ଗଣତନ୍ତ୍ରର ବିଚାରଧାରା ହୋଇପାରେନା, ମାନନୀୟ ଅଧ୍ୟକ୍ଷ ମହୋଦୟ, ସରକାରଙ୍କୁ ସମ୍ବେଦନଶୀଳ ହେବାକୁ ପଡିବ । ଗଣତାନ୍ତ୍ରିକ ପଦ୍ଧତିରେ ଜନତାର ମଙ୍ଗଳ ପାଇଁ ସରକାରଙ୍କୁ ଦାୟିତ୍ୱର ସହ ଆଗେଇ ଆସିବାକୁ ପଡିବ । ଏବଂ ଏଥିପାଇଁ ଏ ଦେଶର ଜନତା ଆୟୁଷ୍ମାନ ଯୋଜନା ଦାବି କରିନଥିଲେ, କିନ୍ତୁ ଆମକୁ ଅନୁଭବ ହେଲା ଯେ ଦେଶର ଗରିବମାନଙ୍କୁ ରୋଗବ୍ୟାଧିରୁ ମୁକ୍ତି ପହଂଚାଇବା ଦରକାର । ତେଣୁ ଆୟୁଷ୍ମାନ ଯୋଜନା ସହିତ ଆମକୁ ଆଗକୁ ବଢିବାକୁ ପଡିବ । ଏହି ଦେଶର ଗରିବ ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲିବା ପାଇଁ କୌଣସି ଶୋଭାଯାତ୍ରା ବାହାର କରିନଥିଲା, କୌଣସି ସ୍ମାରକପତ୍ର ପଠାଇନଥିଲା । ଆମେ ଜନଧନ ଯୋଜନା ପ୍ରସ୍ତୁତ କରି ଏହି ଯୋଜନା ମାଧ୍ୟମରେ ସେମାନଙ୍କର ଖାତା ଖୋଲିଥିଲୁ ।

 

କେହି ବି ସ୍ୱଚ୍ଛ ଭାରତ ପାଇଁ ଦାବି କରିନଥିଲେ । କିନ୍ତୁ ଦେଶ ସମ୍ମୁଖରେ ଯେତେବେଳେ ଆମେ ସ୍ୱଚ୍ଛ ଭାରତ ମିଶନକୁ ନେଇ ପହଂଚିଲୁ ତ ଏ ଅଭିଯାନ ସଫଳ ହେବାରେ ଲାଗିଲା । କେତେବେଳେ ଲୋକମାନେ କହିଥିଲେ ଯେ ମୋ ଘରେ ଶୌଚାଳୟ ତିଆରି କର.. ଏ ବିଷୟରେ କେହିବି ଦାବି କରିନଥିଲେ । କିନ୍ତୁ ଆମେ 10 କୋଟି ପରିବାର ପାଇଁ ଶୌଚାଳୟ ନିର୍ମାଣ କଲୁ । ମଗାଯିବ, ତା ପରେ ସରକାର କାମ କରିବେ, ସେ ସମୟ ଚାଲିଯାଇଛି । ଇଏ ଗଣତନ୍ତ୍ର, ସାମନ୍ତବାଦ ନୁହେଁ । ଆମେମାନେ ଜନସାଧାରଣଙ୍କ ଭାବନାକୁ ହୃଦୟଙ୍ଗମ କରି ଆମକୁ ନିଜକୁ ଦେବାକୁ ପଡିବ । ନାଗରିକଙ୍କୁ ଭିକ୍ଷୁକ କରି ଆମେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରାଇ ପାରିବା ନାହିଁ । ଆମେ ନାଗରିକମାନଙ୍କୁ ଅଧିକାର ଦେବାର ମାର୍ଗରେ ଆଗକୁ ବଢିବାକୁ ପଡିବ । ନାଗରିକଙ୍କୁ ଭିକ୍ଷୁକ ସଜାଇଲେ ନାଗରିକର ଆତ୍ମବିଶ୍ୱାସ କ୍ଷୁର୍ଣ୍ଣ ହୋଇଯାଇଥାଏ । ନାଗରିକ ମଧ୍ୟରେ ସାମର୍ଥ୍ୟ ସୃଷ୍ଟି କରାଇବା ପାଇଁ, ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ଭରିବା ଦିଗରେ ଆମର ପଦକ୍ଷେପ ରହିବା ଉଚିତ୍ । ଏବଂ ଆମେ ଏହି ଦିଗରେ ପଦକ୍ଷେପ ନେଇଛୁ । ସରକାର, ଦାଦା, ଦାଦା, ଗୋଟିଏ ମିନିଟ୍ ଶୁଣନ୍ତୁ ଦାଦା, ଆରେ ସେକଥା ବି ମୁଁ କରୁଛି । ଦାଦା ମୁଁ ବି ସେକଥା କରୁଛି । ଯିଏ ଚାହୁଁନାହାନ୍ତି ସେମାନେ ତାହାର ଉପଯୋଗ ନକରନ୍ତୁ, ସେମାନଙ୍କ ନିକଟରେ ପୁରୁଣା ବ୍ୟବସ୍ଥା ମଧ୍ୟ ରହିଛି । ଆପଣମାନଙ୍କ ଭଳି ବୁଦ୍ଧିମାନ ବ୍ୟକ୍ତିମାନଙ୍କୁ ଏଇ ଛୋଟ କଥାଟିଏ ମତେ ବୁଝାଇବାର ଅଛି ଯେ, ସେମାନଙ୍କର ଆବଶ୍ୟକ ନାହିଁ ତ ପୁରୁଣା ବ୍ୟବସ୍ଥା ରହିଛି । ପୁରୁଣା ବ୍ୟବସ୍ଥା ଚାଲି ଯାଇ ନାହିଁ ।

 

ମାନନୀୟ ଅଧ୍ୟକ୍ଷ ମହୋଦୟ,

ମୁଁ ଗୋଟିଏ କଥା ଜାଣିଛି, ଆମେ ସମସ୍ତେ ଏହି କଥା ଜାଣିଛୁ ଯେ ସ୍ଥିର ଜଳ ରୋଗ ସୃଷ୍ଟି କରିଥାଏ । ପ୍ରବହମାନ ଜଳ ଜୀବନକୁ ପରିପୂର୍ଣ୍ଣ କରିଥାଏ, ଉମଙ୍ଗରେ ଭରିଦେଇଥାଏ । ଯାହା ଚାଲୁଛି.. ଚାଲିଥାଉ, ଚାଲିବାକୁ ଦିଅ । ଆରେ ଭାଇ, କିଏ ଆସିବ ତ କରିବ, ଏମିତି କଣ ଚାଲେ ଆଜ୍ଞା । ଦାୟିତ୍ୱ ନେବାକୁ ପଡିବ । ଦେଶର ଆବଶ୍ୟକତା ଅନୁଯାୟୀ ନିଷ୍ପତି ନେବାକୁ ପଡିବ । ରାଷ୍ଟ୍ରକୁ, ଦେଶକୁ ଧ୍ୱଂସ କରିବାରେ ଏଭଳି ଏକ ମାନସିକତାର ବହୁତ ବଡ ଭୂମିକା ରହିଛି । ଦୁନିଆ ବଦଳୁଛି, କେତେବେଳେ ଯାଏଁ ଆମେ ସ୍ଥିତାବସ୍ଥା.. ସ୍ଥିତାବସ୍ଥା.. ସ୍ଥିତାବସ୍ଥା.. ଏହାହିଁ କହି ଚାଲିଥିବା । ତେଣୁ ମୁଁ ଏହା ବୁଝୁଛି ଯେ ସ୍ଥିତିରେ ପରିବର୍ତନ ହେବାର ନାହିଁ। ଏବଂ ଏଥିପାଇଁ ଦେଶର ଯୁବପିଢୀ ଅଧିକ ସମୟ ଅପେକ୍ଷା କରିପାରିବ ନାହିଁ ।

କିନ୍ତୁ ଆଜି ମୁଁ ଗୋଟିଏ ଘଟଣା ବିଷୟରେ କହିବାକୁ ଚାହୁଁଛି ଏବଂ ସେଥିରେ ନିଶ୍ଚିତ ଗୋଟିଏ କଥା ଧ୍ୟାନକୁ ଆସିବ ଯେ ସ୍ଥିତାବସ୍ଥା ଯୋଗୁଁ କ’ଣ ହୋଇଥାଏ । ଏହା ପ୍ରାୟ 40-50ବର୍ଷ ପୁରୁଣା ଘଟଣା ଉପରେ ଆଧାରିତ କାହାଣୀ ଅଟେ । ମୁଁ କେତେବେଳେ କାହାଠାରୁ ଶୁଣିଥିଲି ସେଥିପାଇଁ ଏହାର ତାରିଖ ଏପଟ ସେପଟ ହୋଇପାରେ । କିନ୍ତୁ ମୁଁ ଯାହା ଶୁଣିଥିଲି, ଯାହା ମୋ ସ୍ମୃତିରେ ଅଛି ମୁଁ ତାହା କହିବାକୁ ଯାଉଛି । ଷାଠିଏ ଦଶକରେ ତାମିଲନାଡୁରେ ରାଜ୍ୟ କର୍ମଚାରୀମାନଙ୍କ ବେତନ ବଢାଇବା ପାଇଁ କମିଶନ୍ ପ୍ରତିଷ୍ଠା କରାଯାଇଥିଲା ଏବଂ ରାଜ୍ୟର କର୍ମଚାରୀମାନଙ୍କ ବେତନ କିପରି ବୃଦ୍ଧି କରାଯାଇପାରିବ ସେଥିପାଇଁ କମିଶନକୁ ସୁପାରିଶ କରିବାର ଥିଲା । ସେହି କମିଟିର ଅଧ୍ୟକ୍ଷଙ୍କ ପାଖରେ ଏକ ଳଫାପା ପହଂଚିଲା, ଅତି ଗୋପନୀୟ ଲଫାପା ଥିଲା। ସେ ଲଫାପାକୁ ଖୋଲି ଦେଖିଲେ ତ ତା ମଧ୍ୟରେ ଏକ ଆବେଦନ ଥିଲା । ସେଥିରେ ଲେଖାଥିଲା, ଆଜ୍ଞା ମୁଁ ବହୁତ ବର୍ଷ ଧରି ଏହି ବ୍ୟବସ୍ଥାରେ କାମ କରୁଛି । ସଚ୍ଚୋଟ ଭାବେ କାମ କରୁଛି କିନ୍ତୁ ମୋ ବେତନ ବଢୁନାହିଁ । ମୋ ବେତନ ବଢାଯାଉ । ସେ ଚିଠିରେ ଏହିକଥା ଲେଖାଥିଲା । ଚିଠି ଲେଖିଥିବା ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ତାଙ୍କ ପାଲଟା ଚିଠିରେ ଲେଖିଥିଲେ ତୁମେ କିଏ? କେଉଁ ପଦବୀରେ କାର୍ଯ୍ୟ କରୁଛ? ଏହାପରେ ସେ ପୁଣି ଦ୍ୱିତୀୟ ଚିଠିରେ ତାର ଜବାବ ଲେଖିଥିଲେ । ସରକାରଙ୍କର ଯେଉଁ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ଅଛି ମୁଁ ସେଠାରେ ସିସିଏ ପଦବୀରେ ଅଧିଷ୍ଠିତ । ତ ତାଙ୍କୁ ଲାଗିଲା ଯେ ଏଇ ସିସିଏ କ’ଣ? ମତେ ତ ଜଣାନାହିଁ ଏଇ ସିସିଏ କିଏ? ତ ସିଏ ପୁଣିଥରେ ଚିଠି ଲେଖିଲେ, ଭାଇ ଏଇ ସିସିଏ ଶଦ୍ଦ କ’ଣ ମୁଁ ତ କେବେ ପଢିନାହିଁ, ଦେଖିନାହିଁ, ଏହା କ’ଣ ମତେ ଜଣାଅ ତ? । ଏହାର ଜବାବରେ ସେ କହିଲା, ସାର୍ ଏ ବିଷୟରେ କହିପାରିବି ନାହିଁ କାରଣ ମୁଁ ନିୟମର ଡୋରିରେ ବନ୍ଧା । 1975 ମସିହା ପରେ ହିଁ ମୁଁ ଏ ବିଷୟରେ କହିପାରିବି । ବର୍ତମାନ କହିପାରିବି ନାହିଁ । ଏହାପରେ ଅଧ୍ୟକ୍ଷ ତାଙ୍କୁ ଚିଠି ଲେଖିଲେ, ଭାଇ 1975ମସିହା ପରେ ଯେଉଁ କମିଟି ବସିବ ତୁମେ ସେଠାକୁ ଯିବ.. ମୋତେ କାଇଁ ହଇରାଣ କରୁଛ । ତାପରେ ତାକୁ ଲାଗିଲା ମାମଲା ତ ବିଗିଡିଗଲା..ତା ପରେ ତାକୁ ଲାଗିଲା କହିଦେବା ହିଁ ଠିକ୍ ରହିବ; କହିଲା ମୁଁ କହିଦେଉଛି ମୁଁ କିଏ । ତେବେ ସେ ତାଙ୍କୁ ଚିଠି ଲେଖି ଜଣାଇଲା ଯେ, ମୁଁ ଯିଏ ବି ହୁଏ ନାଁ କାହିଁକି ସିସିଏ ପଦରେ ବହୁ ବର୍ଷ ହେଲା କାମ କରୁଛି ଏବଂ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରେ କାମ କରୁଛି । ତା ପରେ ସେ କହିଲା ସିସିଏର ଅର୍ଥ ହେଉଛି – ଚର୍ଚ୍ଚିଲ ସିଗାର ଆସିଷ୍ଟାଣ୍ଟ । ଏହା ହେଉଛି ସିସିଏ ପଦବୀ ଯେଉଁଥିରେ ମୁଁ କାମ କରୁଛି । ତାହାହେଲେ ଏଇଟା କ’ଣ, ୧୯୪୦ମସିହାରେ ଯେତେବେଳେ ଚର୍ଚ୍ଚିଲ୍ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ତ୍ରିଚୀରୁ.. ଆମର ଏହି ତ୍ରିଚୀ ସାଗରରୁ ତାଙ୍କ ପାଇଁ ସିଗାର ଯାଉଥିଲା । ଏବଂ ଏଇ ଯେଉଁ ସିସିଏ ତାର କାମ ଥିଲା ତାଙ୍କ ନିକଟରେ ସିଗାର ପହଂଚିଲା କି ନ ପହଂଚିଲା ସେ ସମ୍ପର୍କରେ ଚିନ୍ତା କରିବା ଏବଂ ଏଥିପାଇଁ ଏହି ପଦ ସୃଷ୍ଟି କରାଯାଇଥିଲା.. ସେହି ସିଗାରର ଯୋଗାଣ ହେଉଥିଲା । 1945ରେ ସେ ନିର୍ବାଚନ ହାରିଗଲେ କିନ୍ତୁ ସେହି ପଦ ସେମିତି ରହିଲା ଓ ଯୋଗାଣ ମଧ୍ୟ ଜାରି ରହିଲା । ଦେଶ ସ୍ୱାଧୀନ ହୋଇଗଲା । ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ମାନନୀୟ ଅଧ୍ୟକ୍ଷ ମହୋଦୟ, ଏହି ପଦ ପୂର୍ବ ଭଳି ରହିଲା । ଚର୍ଚ୍ଚିଲଙ୍କୁ ସିଗାର ପହଂଚାଇବାର ଦାୟିତ୍ୱର ଏହି ପଦ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରେ ଚାଲୁଥିଲା । ଏବଂ ସେ ତା ନିଜ ପାଇଁ କିଛି ବେତନ ମିଳୁ, କିଛି ପଦୋନ୍ନତି ମିଳୁ ଏସବୁ ପାଇଁ ଚିଠି ଲେଖିଥିଲା ।

 

ଏବେ ଦେଖନ୍ତୁ, ଏଭଳି ସ୍ଥିତାବସ୍ଥା.. ଯଦି ଆମେ ପରିବର୍ତ୍ତନ ନକରିବା, ବ୍ୟବସ୍ଥାକୁ ଦେଖିବା ନାହିଁ ସେହି ପ୍ରସଙ୍ଗକୁ ନେଇ ଏହାଠାରୁ ବଡ ଉଦାହରଣ କ’ଣ ହୋଇପାରେ । ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ଗୋଟିଏ ରିପୋର୍ଟ ଆସିଥିଲା ଯେ ଆଜି କିଛିବି ବେଲୁନ୍ ଆସିନାହିଁ କି ଚିରକୁଟି ଫୋପଡା ଯାଇନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୋଧେ ଏହା ଆରମ୍ଭ ହୋଇଥିବ, ଏପର୍ଯ୍ୟନ୍ତ ବି ତାହା ଚାଲୁଥିଲା । ଅର୍ଥାତ୍‌, ଏହିଭଳି ଜିନିଷ ଆମ ବ୍ୟବସ୍ଥା ମଧ୍ୟରେ ଧସେଇ ପଶିଛି । ଆମେ ଭାବୁଛେ ଯେ ଆମେ ରିବନ୍ କାଟିବୁ, ଦୀପ ଜଳାଇବୁ, ଫଟୋ ଉଠିବ, ବାସ୍ ଆମ କାମ ସରିଗଲା । ଦେଶ ଏମିତି ଚାଲେ ନାହିଁ ଆଜ୍ଞା । ଦାୟିତ୍ୱର ସହ ଦେଶରେ ପରିବର୍ତନ ପାଇଁ ଆମକୁ ଯଥାସମ୍ଭବ ପ୍ରୟାସ କରିବାକୁ ପଡିବ । ଦୋଷତୃଟି ହୋଇପାରେ, କିନ୍ତୁ ଅଭିପ୍ରାୟ ଯଦି ମହତ୍ ହୁଏ ତାହେଲେ ଏହାର ଫଳାଫଳ ମଧ୍ୟ ଉତମ ହୋଇଥାଏ, ହୁଏତ କାଁ ଭାଁ କେମିତି ଆମକୁ କିଛି ସୁଫଳ ମିଳେନାହିଁ । ଆପଣ ଦେଖନ୍ତୁ ଆମ ଦେଶରେ ଗୋଟିଏ ସମୟ ଥିଲା ଯେତେବେଳେ କାହାକୁ ନିଜର ସାର୍ଟିଫିକେଟକୁ ପ୍ରମାଣିତ କରିବା ଦରକାର ତ କର୍ପୋରେଟର, କାଉନସିଲର, ସେମାନଙ୍କ ଘର ବାହାରେ ସକାଳୁ ଲାଇନ୍ ଲଗାଇବାକୁ ପଡୁଥିଲା । ଏବଂ ଯେତେବେଳେ ଯାଏ ସେ ମୋହର ମାରୁନଥିଲେ.. ଏବଂ ମଜାକଥା ହେଉଛି ସେ ତ ନିଜେ ମୋହର ମାରୁନଥିଲେ.. ଗୋଟେ ପିଲା ବାହାରେ ବସି ରହୁଥିଲା, ସେ ମୋହର ମାରି ଦେଉଥିଲା । ଆଉ ଏମିତି ଚାଲୁଥିଲା । ମୁଁ କହିଲି ଭାଇ ୟାର କ’ଣ ମାନେ ରହିଛି.. ଆମେ ଦେଶର ନାଗରିକଙ୍କ ଉପରେ ଭରସା କରିବା ଦରକାର.. ମୁଁ ଆସିବା ପରେ ପ୍ରମାଣନ କରିବାର ସବୁ ପ୍ରଥା ବନ୍ଦ କରିଦେଲି, ଦେଶବାସୀଙ୍କୁ ଲାଭ ମିଳିଲା । ଆମକୁ ପରିବର୍ତ୍ତନ ପାଇଁ କାମ କରିବା ଆବଶ୍ୟକ, ସଂସ୍କାର ଆଣିବା ପାଇଁ କାମ କରିବାକୁ ପଡିବ ।

ଆମର ଏଠି ସାକ୍ଷାତକାର ଚାଲିଥିଲା, ମୁଁ ଏବେ ବି ଆଶ୍ଚର୍ଯ୍ୟଚକିତ । ଜଣେ ବ୍ୟକ୍ତି କବାଟ ଖୋଲି ଭିତରକୁ ଆସେ, ସାମନାରେ ବସିଥାଏ ତିନିଜଣିଆ ପ୍ୟାନେଲ୍‌.. ତାଙ୍କର ମନୋଭାବ ଦେଖନ୍ତି, ପୁରା ନାଁ ବି ପଚାରନ୍ତି ନାହିଁ, ଲୋକଟି ଏହିଭଳି ସେହି ଘରୁ ବାହାରି ଯାଇଥାଏ । ଏବଂ ଏହିଭଳି ଥାଏ ଇଂଟରଭ୍ୟୁ ପାଇଁ ଡାକରା ଏବଂ ସେଥିପାଇଁ ଆଦେଶ ଦିଆଯାଇଥାଏ । ମୁଁ କହିଲି ଭାଇ ଏହାର ମାନେ କ’ଣ । ତାର ଯେଉଁ ଶିକ୍ଷାଗତ ଯୋଗ୍ୟତା ରହିଛି ସେସବୁକୁ ଏକାଠି କରି ମେରିଟ୍ ଆଧାରରେ କମ୍ପ୍ୟୁଟରକୁ ପଚାରିଲେ ସେ ଉତ୍ତର ଦେଇଦେବ। ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ କାହିଁକି ଏଭଳି ସାକ୍ଷାତକାର ପ୍ରହସନ କରାଯାଉଛି । ଏବଂ ଲୋକମାନେ କହୁଥିଲେ ସୁପାରିଶ ବିନା ଚାକିରୀ ମିଳିବ ନାହିଁ.. ମୁଁ ତାକୁ ସମାପ୍ତ କରିଦେଲି । ମୁଁ ବୁଝୁଛି ଦେଶରେ ଆମେ ବିଭିନ୍ନ ଜିନିଷ ପରିବର୍ତନ କରିବା ଆବଶ୍ୟକ । ପରିବର୍ତନ ଯୋଗୁଁ କାଳେ ଅସଫଳ ହେବା ସେ ଭୟରେ ଅଟକି ଯିବା.. ଏହା କେବେ ମଧ୍ୟ କାହାର ମଙ୍ଗଳ କରିନଥାଏ । ଆମେ ପରିବର୍ତ୍ତନ କରିବା ଆବଶ୍ୟକ ଏବଂ ଆମେ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛୁ ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଆମର ଏଠାରେ କୃଷି, ଏକପ୍ରକାର ଆମ ସଂସ୍କୃତିର ମୁଖ୍ୟସ୍ରୋତର ଏକ ଅଂଶ ଭାବେ ରହିଆସିଛି । ଆମ ସଂସ୍କୃତିର ପ୍ରବାହ ସହ କୃଷି ଏକପ୍ରକାର ଯୋଡି ହୋଇ ରହିଛି । ଆମ ମୁନିଋଷିମାନେ ଏହା ଉପରେ ଅନେକ କିଛି ରଚନା କରିଛନ୍ତି କୃଷି ବିଷୟରେ, ସେସବୁ ଗ୍ରନ୍ଥ ଆମ ପାଖରେ ଉପଲବଧ ଅଛି । ଅନେକ ଉତମ ଅନୁଭବ ମଧ୍ୟ ରହିଛି । ଏବଂ ଆମର ଏଠି ରାଜା ମଧ୍ୟ ଜମିରେ ହଳ ଚଳାଉଥିଲେ । ଜନକ ରାଜାଙ୍କ କଥା ମଧ୍ୟ ଆମେ ସମସ୍ତେ ଜାଣିଛୁ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଭାଇ ବଳରାମଙ୍କ କଥା ମଧ୍ୟ ଆମେ ଜାଣିଛୁ । ଯେକୌଣସି ବଡ ପରିବାର ହୋଇଥାଉ, ଆମର ଏଠି କୃଷି .. ଆମ ଦେଶରେ କୃଷି କେବଳ ଫସଲ ଅମଳରେ ସିମୀତ ନୁହେଁ । ଆମର ଏଠି କୃଷି ଏକ ପ୍ରକାର ସାମାଜିକ ଜୀବନର, ସଂସ୍କୃତିର ଅଂଶ ହୋଇ ରହିଆସିଛି । ଏବଂ ସେହି ଅଂଶକୁ ଆମେ ଆଗକୁ ବଢାଇଛୁ ଏବଂ ଏହା ଆମର ସଂସ୍କୃତି । ଆମର ପର୍ବପର୍ବାଣି ହେଉ, ଯାନିଯାତ୍ରା ହେଉ, ଆମର ବିଜୟ ହେଉ; ପ୍ରତିଟି ଜିନିଷ ଫସଲ ବୁଣାର ସମୟ ସହିତ ଅଥବା ଫସଲ ଅମଳ ସହିତ ଯୋଡି ହୋଇରହିଛି । ଏହା ଆମର ପରମ୍ପରା, ଆମର ଯେତେ ଲୋକଗୀତ ଅଛି ସେସବୁ କୃଷି ସହିତ ସଂଯୁକ୍ତ.. ଫସଲ ସହ ସଂଯୁକ୍ତ । ଆମର ପର୍ବପର୍ବାଣି ମଧ୍ୟ ସେଥିସହତ ଯୋଡି ହୋଇ ରହିଛି ଏବଂ ଏଥିପାଇଁ.. ଆମ ଦେଶର ବିଶେଷତ୍ୱ ଦେଖନ୍ତୁ.. ଆମ ଦେଶରେ ଯେତେବେଳେ କାହାକୁ ଆଶୀର୍ବାଦ ଦିଆଯାଏ, କାହାକୁ ଶୁଭକାମନା ଦିଆଯାଏ, ସେତେବେଳେ ଧନ-ଧାନ୍ୟ ଶଦ୍ଦ ପ୍ରୟୋଗ କରାଯାଏ । ଧନ-ଧାନ୍ୟ.. ଧନ ଏବଂ ଧାନ୍ୟକୁ ଆମର ଏଠି ପୃଥକ୍ କରାଯାଏ ନାହିଁ । କେବଳ ଧନ ବା ଧାନ୍ୟକୁ ନେଇ ଆମର ଏଠି କିଛିବି ଶଦ୍ଦ ନାହିଁ.. ଧନ-ଧାନ୍ୟ ହିଁ କୁହାଯାଇଥାଏ.. ଆମର ଏଠି ଧାନ୍ୟର ଏହାହିଁ ମୂଲ୍ୟ ଓ ମହତ୍ୱ ଏବଂ ସାମାଜିକ ଜୀବନର ଏକ ଅଂଶ । ଏବଂ ସେଥିରେ ଯେଉଁ ପରିବର୍ତ୍ତନ ଘଟିଛି ତାକୁ ଆମେ ପୁଣି ଥରେ ସ୍ୱାଭାବିକ ପଥକୁ ଆଣିବା ପାଇଁ ଆମକୁ ପ୍ରୟାସ କରିବାକୁ ପଡିବ ।

ରାଜ୍ୟସଭାରେ ମୁଁ ବିସ୍ତୃତ ଭାବେ କ୍ଷୁଦ୍ର ଚାଷୀଙ୍କ ବିଷୟରେ ଉଲ୍ଲେଖ କରିସାରିଛି । ଏବେ ଦେଶର 80-85% ବର୍ଗ.. ତାହାକୁ ଆମେ ଉପେକ୍ଷିତ ରଖି ଦେଶର ମଙ୍ଗଳ କରିପାରିବା ନାହିଁ । ଆମକୁ ତାହା ଉପରେ କିଛି ଚିନ୍ତା କରିବାକୁ ପଡିବ ଏବଂ ଖୁବ୍ ନମ୍ରତାର ସହିତ ଆମକୁ ବିଚାର କରିବାକୁ ପଡିବ । ଏବଂ ମୁଁ ଗୋଟି ଗୋଟି କରି କହିଛି ଯେ କ୍ଷୁଦ୍ର ଚାଷୀମାନଙ୍କୁ କିଭଳି ଅବହେଳିତ କରାଯାଇଛି.. ଚାଷୀଙ୍କ ନାଁରେ ହୋଇଛି । ଏଥିରେ ଏକ ବଡ ପରିବର୍ତନର ଆବଶ୍ୟକତା ରହିଛି ଏବଂ ଆପଣଙ୍କୁ ମଧ୍ୟ.. ଏହି କ୍ଷୁଦ୍ର ଚାଷୀ ଯେତେବେଳେ ଜାଗି ଉଠିବ ସେତେବେଳେ ଆପଣଙ୍କୁ ମଧ୍ୟ ଜବାବ ଦେବାକୁ ପଡିବ.. ଏକଥା ମୁଁ ଭଲ ଭାବେ ବୁଝିପାରୁଛି । ଆମର ଏଠି ଲୋକସଂଖ୍ୟା ଯେତେଯେତେ ବଢିଚାଲିଛି ଜମିର ସେତିକି ସେତିକି ଛୋଟ ଛୋଟ ଭାଗ ହୋଇଚାଲିଛି । ଯେଉଁ ଜମି ଅଛି ତାହା ପରିବାର ଭିତରେ ବାଂଟି ହୋଇଯାଉଛି । ଚୌଧୁରୀ ଚରଣ ସିଂ ଗୋଟିଏ ସ୍ଥାନରେ ଏକଥା କହଥିଲେ ଯେ, ଆମର ଏଠି ଏତେ କୃଷକ ଯେ.. ସେହି ଅନୁପାତରେ ଜମିର ମାଲିକାନା ହ୍ରାସ ପାଇବାରେ ଲାଗିଛି । ଦିନେ ଏଭଳି ପରିସ୍ଥିତି ଆସିବ ସେ ନିଜ ଜମିରେ, କ୍ଷେତରେ ଯେତେବେଳେ ଟ୍ରାକ୍ଟର ବୁଲାଇବାକୁ ଚାହିଁବ ଜମିର ଆକାର ଏତେ ଛୋଟ ହୋଇଯାଇଥିବ ଯେ ସେ ତାହା କରିବାକୁ ଅସମର୍ଥ ହେବ । ଏହା ହେଉଛି ଚୌଧୁରୀ ଚରଣ ସିଂହ ଜୀଙ୍କ ଶଦ୍ଦ । ଯେତେବେଳେ ଆମ ମହାପୁରୁଷମାନେ ଆମ ସମସ୍ତଙ୍କ ସାମନାରେ ଏଭଳି ସମସ୍ୟା ଉତଥାପନ କରିଯାଇଛନ୍ତି ସେତେବେଳେ ଆମକୁ କିଛି ନା କିଛି ବ୍ୟବସ୍ଥା ତ କରିବାକୁ ପଡିବ ।

ସ୍ୱାଧୀନତା ପରେ ଆମ ଦେଶରେ 28 ପ୍ରତିଶତ କୃଷି ଶ୍ରମିକ ଥିଲେ । 10 ବର୍ଷ ପୂର୍ବେ ଯେଉଁ ଜନଗଣନା ହୋଇଥିଲା ସେଥିରେ କୃଷି ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇ 28ରୁ 55 ପ୍ରତିଶତ ହୋଇଯାଇଛି । ଏବେ ଏହା ପ୍ରତ୍ୟେକ ଦେଶ ପାଇଁ ଚିନ୍ତାର ବିଷୟ ଯେ ଆମ କୃଷି ଶ୍ରମିକମାନଙ୍କ ସଂଖ୍ୟା 28ରୁ 55 ପ୍ରତିଶତରେ ପହଞ୍ଚିଯାଇଛି ଏବଂ ଜମି କମ୍ ହେବା ଯୋଗୁଁ କୃଷିରୁ ଯେତିକି ଆୟ ହେବା କଥା ତାହା ନମିଳିବାରୁ ଏହି କୃଷି ଶ୍ରମିକଙ୍କ ଜୀବନରେ ଅନେକ ସମସ୍ୟା ଦେଖାଦେଇଛି । ଏବଂ ସେ ମୂଲ ଲାଗିବା ପାଇଁ.. ଆଉ କାହାର ଜମିରେ ଯାଇ କାମ କରିବା ପାଇଁ ବାଧ୍ୟ ହୋଇଛି । ଦୁର୍ଭାଗ୍ୟର କଥା ଯେ ଆମ ଦେଶରେ ଏବେ କୃଷି ପାଇଁ ଯେତିକି ପୁଞ୍ଜିନିବେଶ ହେବା ଦରକାର ତାହା ହେଉନାହିଁ । ସରକାର ସେତିକି କରିପାରୁ ନାହାନ୍ତି.. ରାଜ୍ୟ ସରକାରଗୁଡିକ ମଧ୍ୟ କରିପାରୁନାହାନ୍ତି.. ଏବଂ ଚାଷୀ ନିଜେ ମଧ୍ୟ କରିପାରୁନାହିଁ । ଯାହା କିଛି ବି ତାକୁ ମିଳୁଛି.. ପିଲାମାନଙ୍କ ଲାଳନପାଳନରେ ଏବଂ ପେଟକୁ ଆହାର ଦେବାରେ ଶେଷ ହୋଇଯାଉଛି ଏବଂ ଏଥିପାଇଁ ପୁଞ୍ଜିନିବେଶର ବହୁତ ବଡ ଆବଶ୍ୟକତା ରହିଛି ।

 

ଯେପର୍ଯ୍ୟନ୍ତ ଆମେ ନିବେଶ ଆଣିବୁ ନାହିଁ ...ଯେପର୍ଯ୍ୟନ୍ତ ଆମେ ଆମର କୃଷିକୁ ଆଧୁନିକ ନ କରିବା ... ଆମେ ଯେପର୍ଯ୍ୟନ୍ତ କ୍ଷୁଦ୍ରରୁ କ୍ଷୁଦ୍ର ଚାଷୀର ମଙ୍ଗଳ ପାଇଁ ବ୍ୟବସ୍ଥା ବିକଶିତ ନ କରିବା...ଆମେ ଦେଶର କୃଷି କ୍ଷେତ୍ରକୁ ମଜବୁତ୍ କରିପାରିବା ନାହିଁ । ଏଥିପାଇଁ ଆମ କୃଷକ ଆତ୍ମନିର୍ଭର ହେଉ... ତାକୁ ତାହାର ଉତ୍ପାଦିତ ସାମଗ୍ରୀ ବିକିବାର ସ୍ୱାଧୀନତା ମିଳୁ... ସେହି ଦିଗରେ ଆମକୁ କାର୍ଯ୍ୟ କରିବାର ଆବଶ୍ୟକତା ଅଛି । ଏବଂ ଆମର କୃଷକ କେବଳ ଗହମ ଓ ଚାଉଳ... ସେଇଥିରେ ସୀମିତ ରହୁ...ସେତିକିରେ କାମ ଚଳିବ ନାହିଁ । ଦୁନିଆରେ ବଜାରର ସ୍ଥିତି ଆଜି କ’ଣ ରହିଛି ସେ ସମ୍ପର୍କରେ ଗବେଷଣା ହୋଇଚାଲିଛି । ସେମାନେ ସେହି ଅନୁଯାୟୀ ଫସଲ ଉତ୍ପାଦନ କରନ୍ତୁ ଏବଂ ବିଶ୍ୱ ବଜାରରେ ତା’ର ବିକ୍ରି କରନ୍ତୁ । ଭାରତର ନିଜର ଆବଶ୍ୟକତା ରହିଛି । ଆମକୁ ବାହାରୁ ଜିନିଷ ଆଣିବାର ଦରକାର ନାହିଁ । ମୋର ମନେ ଅଛି, ବହୁ ବର୍ଷ ତଳେ ଯେତେବେଳେ ମୁଁ ସଂଗଠନ ପାଇଁ କାର୍ଯ୍ୟ କରୁଥିଲି... ଦେଶର ଉତ୍ତର ଭାଗରେ ଫାରୁଖ ସାହେବଙ୍କ ସହିତ ମୋତେ କାମ କରିବାକୁ ସୁଯୋଗ ମିଳିଥିଲା । ଏତିକିବେଳେ ହରିୟାଣାର ଜଣେ କୃଷକ ମୋତେ ତାଙ୍କ ଜମିକୁ ନେଇଯାଇଥିଲେ । ସେ ମୋତେ ବହୁତ ଅନୁରୋଧ କଲା ପରେ ମୁଁ ଯାଇଥିଲି । ଛୋଟ ଜାଗାଟିଏ ଥିଲା ତାଙ୍କର... ଗୁଣ୍ଠେ ଦୁଇ ଗୁଣ୍ଠ ଜମି ହେବ ବୋଧେ । କିନ୍ତୁ ପ୍ରଗତି ବହୁତ ବଡ ଥିଲା । ଆସନ୍ତୁ ଆସନ୍ତୁ ବୋଲି ସେ ମୋ ପଛରେ ପଡିଯାଇଥିଲେ । ମୁଁ କହିଲି ଭାଇ କଥା କ’ଣ... ସେ କହିଲେ... ଥରେ ଆସି ଦେଖନ୍ତୁ ତ । ତା ପରେ ମୁଁ ସେଠିକି ଯାଇଥିଲି ।

ପ୍ରାୟ 30/40ବର୍ଷର କଥା... 30ବର୍ଷ ହୋଇଯାଇଥିବ । ସେ କ’ଣ କରିଥିଲେ କି... ଦିଲ୍ଲୀର ପଂଚତାରକା ହୋଟେଲରେ ଯେଉଁସବୁ ପନିପରିବା ବିଦେଶରୁ ରପ୍ତାନୀ ହେଉଥିଲା ସେ ସବୁର ଅଧ୍ୟୟନ କଲେ । ଯଦି ତାଙ୍କୁ ଛୋଟ ମକା ଦରକାର, ତାଙ୍କୁ ଛୋଟ ଟମାଟୋ ଦରକାର, ତାଙ୍କର ସେହି ଛୋଟ ଜାଗାରେ ସୀମିତ ପରିବେଶ ମଧ୍ୟରେ ସେ ଲୋକମାନଙ୍କ ସାହାଯ୍ୟରେ ଦିଲ୍ଳୀର ପଂଚ ତାରକା ହୋଟେଲରେ ତାଙ୍କର ଉତ୍ପାଦନ ବିକ୍ରି ହେବା ଆରମ୍ଭ ହୋଇଯାଇଥିଲା । ଯଦି ଆମ ଦେଶରେ ଆମେ ସାମାନ୍ୟ ପରିବର୍ତନ କରିବା ତାହା ହେଲେ ଆମେ ବହୁତ କିଛି ହାସଲ କରି ପାରିବା । ଷ୍ଟ୍ରବେରୀ ମୁଖ୍ୟତଃ ଥଣ୍ଡା ଅଞ୍ଚଳରେ ଚାଷ ହୋଇଥାଏ ବୋଲି ଆମେ ଜାଣିଛୁ, କିନ୍ତୁ ମୁଁ ଏବେ ଦେଖୁଛି କଛର ମରୁଭୂମିରେ ବି ଏବେ ଷ୍ଟ୍ରବେରୀ ଚାଷ ହେଉଛି... ମୁଁ ଦେଖୁଛି ଯେ ମଧ୍ୟପ୍ରଦେଶରେ, ଉତ୍ତରପ୍ରଦେଶରେ ବି ଷ୍ଟ୍ରବେରୀ ଚାଷ ହେଉଛି । ବୁନ୍ଦେଲଖଣ୍ଡରେ ... ଯେଉଁଠି ପାଣିର ସମସ୍ୟା ରହିଛି ସେଥିରେ ମଧ୍ୟ ଏହାର ଚାଷ କରାଯାଉଛି ... ଏହାର ଅର୍ଥ ହେଉଛି ଯେ ଆମର ଏଠି ପ୍ରଚୁର ସମ୍ଭାବନା ରହିଛି । ଆମ କୃଷକଙ୍କୁ ମାର୍ଗଦର୍ଶନ କରାଇ ଆମେ ସେମାନଙ୍କୁ ନୂଆ ନୂଆ ଜିନିଷ ଆଡକୁ ନେଇଯିବା । ମୁଁ ଏକଥା ନିଶ୍ଚିତ ସ୍ୱୀକାର କରୁଛି ଯେ ଆମ ଦେଶର ଚାଷୀ ଆଗକୁ ବଢିବ...କିନ୍ତୁ ଏକଥା ଠିକ ଯେ, ତାହାର ଏଭଳି ଅନୁଭୂତି ରହିଛି ଯେ, ସବୁ ସମୟରେ ତାକୁ ସାହସ ଦେବାକୁ ପଡିଥାଏ ଏବଂ ତାର ହାତ ଧରିବାକୁ ପଡିଥାଏ... ପୁଣି ତାକୁ ସାଥିରେ ଧରି ଚାଲିବାକୁ ପଡିଥାଏ । ଯଦି ସେ ଥରେ ଆଗକୁ ବଢିବା ଆରମ୍ଭ କରିଦିଏ, ତାହାହେଲେ ସିଏ ଚମତ୍କାରିତା ଦେଖାଇଥାଏ । ସେହିପରି କୃଷି ଉପରେ ନିବେଶ ଯେତେ ବଢିବ...ନିଯୁକ୍ତିର ସୁଯୋଗ ସେତିକି ବଢିବ ବୋଲି ମୁଁ ବିଶ୍ୱାସ କରେ । ଯାହାଫଳରେ ଆମ ପାଇଁ ବିଶ୍ୱରେ ଏକ ନୂଆ ବଜାର ଉପଲବ୍ଧ ହୋଇପାରିବ ।

ଆମର ଏଠି ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କୃଷି ସମ୍ବନ୍ଧିତ ଶିଳ୍ପର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ଏବଂ ଏଥିପାଇଁ ଏହି ସମ୍ପୂର୍ଣ୍ଣ କ୍ଷେତ୍ରକୁ ଆତ୍ମନିର୍ଭର କରିବା ମାର୍ଗରେ ଆମକୁ ନିହାତି କାର୍ଯ୍ୟ କରିବାକୁ ପଡିବ । ଅନେକ ପ୍ରତିକୂଳ ପରିସ୍ଥିତିରେ ବି ଆମ କୃଷକମାନେ ରେକର୍ଡ ପରିମାଣର ଉତ୍ପାଦନ କରିଛନ୍ତି । କରୋନା କାଳରେ ମଧ୍ୟ ରେକର୍ଡ ପରିମାଣର ଉତ୍ପାଦନ ହୋଇଥିଲା । କୃଷକର ସମସ୍ୟାଗୁଡିକର କିପରି ସମାଧାନ କରାଯାଇପାରିବ ତାହା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ । ସେମାନଙ୍କ ସମ୍ମୁଖରେ ଯେଉଁ ସବୁ ଆହ୍ୱାନ ରହିଛି ସେସବୁର ମୁକାବିଲା କରିବା ନିମେନ୍ତ ଆମେ କିଛିଟା ପଦକ୍ଷେପ ଗ୍ରହଣ କରିବା ଉଚିତ । ଏବଂ ଏହି କୃଷି ସଂସ୍କାର ଆଇନ ଦ୍ୱାରା ସେହି ଦିଗରେ କିଛି ନା କିଛି କରିବା ପାଇଁ ଉଦ୍ୟମ କରାଯାଉଛି । କୃଷକମାନଙ୍କୁ କିପରି ସମାନ ମଞ୍ଚ ଦେଇପାରିବା, ଆଧୁନିକ ଜ୍ଞାନକୌଶଳ ଦେଇପାରିବା...ସେମାନଙ୍କ ଭିତରେ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିପାରିବା... ସେଦିଗରେ ସକାରାତ୍ମକ ଭାବନାର ବହୁତ ଆବଶ୍ୟକତା ରହିଛି...ଋଣ ବିଚାର, ପୁରାତନ ମାପଦଣ୍ଡ ଯଦି କୃଷକର ମଙ୍ଗଳ କରିପାରୁଥାଆନ୍ତା, ତାହାହେଲେ ବହୁତ ଆଗରୁ କରିପାରିଥାନ୍ତା । ଦ୍ୱିତୀୟ ସବୁଜ ବିପ୍ଳବ ବିଷୟରେ ଆମେ ଆଲୋଚନା କରିସାରିଛୁ । ଆମକୁ ଆଗକୁ ବଢିବା ପାଇଁ ନୂଆ ନୂଆ ଉପାୟର ଆବଶ୍ୟକତା ରହିଛି ଏବଂ ସମସ୍ତେ ଏ ବିଷୟରେ ଚିନ୍ତା କରନ୍ତୁ । ଏହା ରାଜନୀତିର ବିଷୟ ହେବା ଉଚିତ ନୁହେଁ। ଦେଶର ମଙ୍ଗଳ ପାଇଁ ଏହା ବହୁତ ଜରୁରୀ ଅଟେ ... ଆମ ସମସ୍ତଙ୍କୁ ଏକାଠି ବସି ସେ ବିଷୟରେ ଭାବିବାକୁ ପଡିବ । କ୍ଷମତାରେ ଥାଆନ୍ତୁ ବା ବିପକ୍ଷରେ ... ଏହା ଆମ ସମସ୍ତଙ୍କ ଦାୟିତ୍ୱ । ଆମକୁ ଏହା ଭାବିବାର ଅଛି ଯେ, ଏକବିଂଶ ଶତାବ୍ଦୀ ଏବଂ ଅଷ୍ଟଦଶ ଶତାବ୍ଦୀର ବିଚାରାଧାରା କୃଷି କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ । ସେ ବିଚାରକୁ ଆମକୁ ବଦଳାଇବାକୁ ପଡିବ ।

କେହି ଚାହାନ୍ତି ନାହିଁ ଯେ, ଆମର କୃଷକ ଦାରିଦ୍ର‌୍ୟର ଚକ୍ରରେ ଫସି ରହୁ , ତାକୁ ଜୀବନ ଜିଇଁବାର ଅଧିକାର ନ ମିଳୁ । ମୁଁ ଚାହୁଁଛି ଯେ ତାକୁ କାହାର ଆଶ୍ରିତ ହୋଇ ରହିବାକୁ ନ ପଡୁ... ତାକୁ ପରାଧୀନ ହୋଇ ରହିବାକୁ ନ ହେଉ । ସରକାରୀ ଦାନରେ ବଂଚିବା ପାଇଁ ବାଧ୍ୟ ହେବାକୁ ନ ପଡୁ । ଏହି ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର ଏବଂ ଏହାର ନିର୍ବାହନ କରିବା...ଆମର ଅନ୍ନଦାତା ସମୃଦ୍ଧ ହେଉ, ପୁଣି ଆମର ଅନ୍ନଦାତା ଦେଶ ପାଇଁ ଆଉ କିଛି ନା କିଛି ଅଧିକ କରୁ ...ଯଦି ସେଥିପାଇଁ ଆମେ ସୁଯୋଗ ଦେବା ତାହାହେଲେ ବହୁତ କିଛି ସମ୍ଭବ ହୋଇପାରିବ ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗୋଟିଏ କଥା କହୁଥିଲେ- ସେ କହୁଥିଲେ ଯେ, ସ୍ୱାଧୀନତା ପ୍ରାପ୍ତି ପରେ ମଧ୍ୟ ଯଦି ପରାଧିନତାର ଦୁର୍ଗନ୍ଧ ଦୂର ନ ହୁଏ ତାହାହେଲେ ସ୍ୱାଧୀନତାର ସୁଗନ୍ଧ ବ୍ୟାପିପାରିବ ନାହିଁ । ଯେପର୍ଯ୍ୟନ୍ତ କ୍ଷୁଦ୍ର କୃଷକକୁ ନୂଆ ଅଧିକାର ମିଳିବ ନାହିଁ ସେ ପର୍ଯ୍ୟନ୍ତ ପୂର୍ଣ୍ଣ ସ୍ୱାଧୀନତା ପ୍ରାପ୍ତି ହେବ ନାହିଁ । ସେମାନଙ୍କର କଥା ଅଧାରେ ରହିଯିବ ଏବଂ ଏଥିପାଇଁ ବଡ ବଡ ପରିବର୍ତ୍ତନ ଆଣି ଆମର ଏହି କୃଷକମାନଙ୍କୁ ଏକ ଦୀର୍ଘ ଯାତ୍ରା ପାଇଁ ପ୍ରସ୍ତୁତ କରିବାକୁ ପଡିବ ଏବଂ ଆମ ସମସ୍ତଙ୍କୁ ଏକାଠି ହୋଇ କରିବାକୁ ପଡିବ । ମନ୍ଦ ଉଦ୍ଦେଶ୍ୟ ରଖି କିଛି କରିବା ଉଚିତ ନୁହେଁ । କିଛି ଭଲ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଏହା କରାଯିବା ଉଚିତ । ତାହାର ମଙ୍ଗଳ ପାଇଁ ଏହା ହେବା ଉଚିତ ।

ଆମ ସରକାର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ପ୍ରତ୍ୟେକ ପାଦରେ ସହାୟତା ଯୋଗାଇ ଦେଇଛନ୍ତି । ଗତ 6ବର୍ଷ ମଧ୍ୟରେ ବିହନଠାରୁ ନେଇ ବଜାର ପର୍ଯ୍ୟନ୍ତ ଅନେକ ପଦକ୍ଷେପ ଦ୍ୱାରା ଯେତେଦୂର ସମ୍ଭବ ସହାୟତା ଯୋଗାଇ ହେବ କ୍ଷୁଦ୍ର କୃଷକମାନଙ୍କ ପାଇଁ ଆମେ ସେସବୁ କରିଚାଲିଛୁ । ଏବେ ଯେମିତି ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଏବଂ ସମବାୟ କ୍ଷେତ୍ର ... ସଶକ୍ତ ବି ହୋଇଛନ୍ତି ଏବଂ ସେଗୁଡିକର ଏକ ଦୃଢ ମୂଲ୍ୟ ଶୃଙ୍ଖଳାର ମଧ୍ୟ ବୃଦ୍ଧି ଘଟିଛି । ଏବେ ସରକାରଙ୍କ ହସ୍ତକ୍ଷେପ ଅତି କମ୍ ରହିଥିଲେ ମଧ୍ୟ ସେମାନେ ନିଜର ଦୃଢତା ବଜାୟ ରଖିଛନ୍ତି । ଆମେମାନେ ଧୀରେ ଧୀରେ ଫଳ-ଫୁଲ-ପନିପରିବା ଆଡକୁ ଧ୍ୟାନ କେନ୍ଦ୍ରୀତ କରିପାରିବା । ତାପରେ ଯାଇ ଧାନ୍ୟ ଆଡକୁ ଧ୍ୟାନ ଦେଇପାରିବା । ଆମେ ତାକୁ ବହୁତ ଶକ୍ତିଶାଳୀ କରିପାରିବା । ଆମ ପାଖରେ ସଫଳ ମଡେଲ ରହିଛି... ସେହି ସଫଳ ମଡେଲକୁ ଆମକୁ ପ୍ରୟୋଗ କରିବାକୁ ପଡିବ । ସେମାନଙ୍କୁ ବିକଳ୍ପ ବଜାର ଉପଲବ୍ଧ କରାଇବାକୁ ପଡିବ ।

ଆମେ ଯେଉଁ ଦ୍ୱିତୀୟ ମହତପୂର୍ଣ୍ଣ କାମ କରିଛୁ-10ହଜାର କୃଷକ ଉତ୍ପାଦକ ସଂଗଠନ । ଏହା କୃଷକମାନଙ୍କ ପାଇଁ ... କ୍ଷୁଦ୍ର ଚାଷୀଙ୍କ ପାଇଁ ବହୁତ ବଡ ଶକ୍ତିଭାବରେ ଉଭା ହେବାକୁ ଯାଉଛି । ଏବଂ ଯେଉଁଠି-ଯେଉଁଠି ମହାରାଷ୍ଟ୍ରରେ ଏଫପିଓ ସ୍ଥାପନ ଦ୍ୱାରା ଏହାର ବିଶେଷ ପ୍ରୟୋଗ କରାଯାଇଛି । ଅନ୍ୟ କେତେକ ରାଜ୍ୟରେ ମଧ୍ୟ, କେରଳରେ ମଧ୍ୟ କମ୍ୟୁନିଷ୍ଟ ପାର୍ଟି ବହୁ ସଂଖ୍ୟାରେ ଏଫପିଓ ପ୍ରତିଷ୍ଠା କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ଏହା ଯୋଗୁଁ କୃଷକ ନିଜର ବଜାର ଖୋଜିବା ପାଇଁ ଏକ ସାମୂହିକ ଶକ୍ତି ରୂପରେ ଉଭା ହେବ । ଏହି 10ହଜାର ଏଫପିଓ ପ୍ରତିଷ୍ଠା ହେବା ପରେ ଆପଣମାନେ ଦେଖିବେ ଯେ ଗାଁ ଭିତରେ ଚାଷୀ କ୍ଷୁଦ୍ର ହେଉ ପଛେ ତା’ର ବଜାର ଶକ୍ତିକୁ ସ୍ୱୟଂ ଦିଶା ନିର୍ଦ୍ଦେଶ ଦେବ ଏବଂ କୃଷକ ଶକ୍ତିଶାଳୀ ହେବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ରହିଛି । ଏହି ଏଫପିଓ ଗୁଡିକ ମଧ୍ୟରେ ବ୍ୟାଙ୍କରୁ ପଇସାଗୁଡିକ ମଧ୍ୟ ମିଳିପାରିବ । ଛୋଟ ଛୋଟ ଭଣ୍ଡାରଣ ବ୍ୟବସ୍ଥା ମଧ୍ୟ ହୋଇପାରିବ । ଯଦି ସେ ଆଉ ଟିକିଏ ଅଧିକ ଜୋର ଲଗାଇବ ତାହେଲେ ଛୋଟ ଛୋଟ ଶୀତଳଭଣ୍ଡାର ମଧ୍ୟ ପ୍ରଚେଷ୍ଟା କରିପାରିବ । ଏବଂ ଆମେ କୃଷିକ୍ଷେତ୍ରର ଭିତିଭୂମି ପାଇଁ ଆଉ ଏକଲକ୍ଷ କୋଟି ଟଙ୍କାର ମଧ୍ୟ ବ୍ୟବସ୍ଥା କରିଛୁ ଏବଂ ଏହି ଅର୍ଥକୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଖର୍ଚ୍ଚ କରିବୁ । ଯେଉଁଥିରେ ଆମର 7କୋଟି ଭଉଣୀ ସାମିଲ ହୋଇଛନ୍ତି । ଗାଁର ଭଉଣୀମାନେ ପରିଶେଷରେ କୃଷକର ହିଁ କନ୍ୟା ଅଟନ୍ତି । କୌଣସି ନା କୌଣସି ଜମି ସହ ଯୋଡି ହୋଇଥିବା ପରିବାରର ଝିଅ ଏମାନେ ଏବଂ ଏହି ସଂସ୍ଥାର ନେଟୱାର୍କ କୃଷକମାନଙ୍କର ମଙ୍ଗଳ ଦିଗରେ କାର୍ଯ୍ୟ କରୁଛି ଏବଂ ଆର୍ଥିକ ଗତିବିଧିର କେନ୍ଦ୍ରରେ ପରିଣତ ହେବାକୁ ଯାଉଛି । ଏବଂ ମୋର ମନେ ଅଛି ଏହି ଗୋଷ୍ଠୀ ଦ୍ୱାରା ଗୁଜରାତର ଭଲସାଡ ଜିଲ୍ଲାରେ ଆଦିବାସୀମାନଙ୍କ ପାଖରେ କେତେକ ଜମି ବହୁତ ଖାଲଢିପ ହୋଇଥାଏ, ଅସମତଳ ଜମି ଏବଂ ଖୁବ୍ ଛୋଟ ଆକାରର ମଧ୍ୟ ଆମେ ଗୋଟିଏ ପ୍ରକଳ୍ପ କରିଥିଲୁ ଏବଂ ଅବଦୁଲ୍ କଲାମଜୀ ନିଜର ଜନ୍ମଦିନ ପାଳନ ପାଇଁ ଦିନେ ସେଠାକୁ ଆସିଥିଲେ । ସେ କହିଲେ, କୌଣସି ପ୍ରୋଟୋକଲ ଆବଶ୍ୟକତା ନାହିଁ, ମୁଁ ଏହି କୃଷକଙ୍କ ଗହଣରେ ରହିବାକୁ ଚାହୁଁଛି । ଏହା ଏକ ସଫଳ ପ୍ରୟୋଗ ଥିଲା । ସେହି ଆଦିବାସୀ କ୍ଷେତରେ ବହୁତ ମହିଳା କାମ କରୁଥିଲେ । ଏବଂ ଛତୁ, କାଜୁ .... ସେମାନେ ଗୋଆ ଭଳି କାଜୁ ଉତ୍ପାଦନ କରିବା ଆରମ୍ଭ କରି ଦେଇଥିଲେ ଏବଂ ସେମାନେ ଏଥିପାଇଁ ବଜାର ମଧ୍ୟ ପାଇଯାଇଥିଲେ । କ୍ଷୁଦ୍ର ଚାଷୀ ଥିଲେ, ଜାଗା ବି ଛୋଟ ଥିଲା କିନ୍ତୁ ପ୍ରଚେଷ୍ଟା ଦ୍ୱାରା ପରିଣାମ ମିଳିଲା ଏବଂ ଅବଦୁଲ କାଲାମଜୀ ସେଠାକୁ ଆସି ଯାହା ଯାହା ଦେଖିଥିଲେ ସେସବୁ ବିଷୟରେ ଲେଖିଛନ୍ତି ମଧ୍ୟ । ତେଣୁ ମୁଁ କହୁଛି ଯେ ଆମକୁ ନୂଆ ପ୍ରୟାସ ଆଡକୁ ଆଗେଇବାକୁ ପଡିବ ।

ଏବେ ଆପଣମାନେ ଦେଖନ୍ତୁ ଡାଲି ଚାଷ ପାଇଁ ଆମର ଏଠି ବହୁତ ଅସୁବିଧା ଥିଲା । ମୁଁ 2014ରେ ଆସି କୃଷକମାନଙ୍କୁ ଅନୁରୋଧ କଲି, ସେମାନେ ଦେଶକୁ ଡାଲିର ଅସୁବିଧାରୁ ମୁକ୍ତ କରିଦେଲେ ଏବଂ ସେମାନଙ୍କୁ ବଜାର ମଧ୍ୟ ମିଳିଗଲା । ଆଉ ମୁଁ ଦେଖିବାକୁ ପାଉଛି ଆଜିକାଲି ଅନଲାଇନ-ଅଫ୍‌ଲାଇନ ଇ-ନାମ ଦ୍ୱାରା ମଧ୍ୟ ଗାଁର କୃଷକ ବିକ୍ରି କରିପାରୁଛି । ଆମେ କିଶାନ ରେଳର ମଧ୍ୟ ପ୍ରୟୋଗ କରିଛୁ, ଏହି କରୋନା କାଳଖଣ୍ଡର ଉପଯୋଗ କରିବା ସହିତ କିଶାନ ରେଳ ଓ କିଶାନ ଉଡାଣ ଏସବୁ ମଧ୍ୟ କୃଷକମାନଙ୍କୁ ବୃହତ ବଜାର ପର୍ଯ୍ୟନ୍ତ ପହଂଚାଇବାରେ ବହୁତ ସହାୟତା ଯୋଗାଇ ଦେଇଛି । ଏହି ଯେଉଁ ଟ୍ରେନ ଚଳାଚଳ କରୁଛି ଏହା ଏକ ପ୍ରକାର ଚଳନ୍ତି ଶୀତଳଭଣ୍ଡାର ଏବଂ ମୁଁ ଗୃହର ସଦସ୍ୟଙ୍କୁ ନିଶ୍ଚୟ ଏକଥା କହିବାକୁ ଚାହିଁବି ଯେ ଏହି ଟ୍ରେନ୍ ଏକ ମାଲ ପରିବହନ ବ୍ୟବସ୍ଥା ଅଟେ,କିନ୍ତୁ ତାହା ଦୂରଦୂରାନ୍ତ ଗାଁର କ୍ଷୁଦ୍ର ଚାଷୀଟିକୁ ଅନ୍ୟ ଏକ ରାଜ୍ୟର ବଜାର ସହିତ ଯୋଡି ଦେଇଛି । ଏବେ ଦେଖନ୍ତୁ, ନାସିକ୍‌ରୁ ଜଣେ କୃଷକ ମୁଜାଫରନଗରର ବ୍ୟବସାୟୀ ସହିତ ଯୋଡି ହୋଇଯାଇ ଯାହା ପଠାଇଲା ତାହା ବହୁତ ପରିମାଣର ନ ଥିଲା ମାତ୍ର 30କିଲୋ ଅଙ୍ଗୁର, ଏହାକୁ ସେ ସେଠାରୁ କିଶାନ ରେଳ ମାଧ୍ୟମରେ ପଠାଇଲା ଏବଂ ତା’ର ଖର୍ଚ୍ଚ କେତେ ଆସିଲା 124ଟଙ୍କା । ତାକୁ ଏକ ବୃହତ ବଜାର ମିଳିଗଲା । ଏତେ କମ୍ ଓଜନର ଯେ, ବୋଧହୁଏ କେଉଁ କୋରିୟରବାଲା ବି ନେଇ ନ ଥାନ୍ତା । କିନ୍ତୁ ଏହି ବ୍ୟବସ୍ଥା ଥିବାରୁ ଏଠିକାର କୃଷକ ସେଠାକୁ ଯାଇ ନିଜର ଉତ୍ପାଦ ବିକ୍ରି କରିପାରିଲା । ସେହିପରି ତାକୁ ଯେମିତି ସୁବିଧା ହେଲା ସେ ଅଣ୍ଡା ହେଉ.. ମୁଁ ଦେଖିଛି ଯେ, କିଏ ଜଣେ ଅଣ୍ଡା ପଠାଇଛି ସେଥିପାଇଁ ତାକୁ ୬୦ଟଙ୍କା ଖର୍ଚ୍ଚ କରିବାକୁ ପଡିଛି, ଏବଂ ତା’ର ଅଣ୍ଡା ଠିକ୍ ସମୟରେ ପହଞ୍ଚିପାରିଛି ଏବଂ ତାକୁ ବିକ୍ରି କରିପାରିଛି । ଦେବଲାଲିରେ ଜଣେ କୃଷକ ତା’ର 7କିଲୋ କ୍ୟୁବି ଫଳ ଦାନାପୁର ପଠାଇଥିଲା । ପରିବହନ ବାବଦରେ ଖର୍ଚ୍ଚ ହେଲା 62ଟଙ୍କା । କିନ୍ତୁ ତାକୁ 60କିଲୋ କ୍ୟୁବି ପାଇଁ ବଜାର ସୁବିଧା ମିଳିଗଲା ଏବଂ ତାହା ଅନ୍ୟ ରାଜ୍ୟରେ ହିଁ ମିଳିଥିଲା । କିଶାନ ରେଳ କେତେ ସାମାନ୍ୟ କଥାଟିଏ କିନ୍ତୁ, ଏହା କେତେବଡ ପରିବର୍ତନ ଆଣିପାରେ ଏହାର ଉଦାହରଣ ଆମେ ଦେଖିବାକୁ ପାଉଛୁ ।

 

 

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଚୌଧୁରୀ ଚରଣ ସିଂ ଏକ ପୁସ୍ତକ ରଚନା କରିଛନ୍ତି - ଭାରତର ଅର୍ଥନୀତି । ଭାରତର ଅର୍ଥନୀତି ପୁସ୍ତକରେ ଚୌଧୁରୀ ସାହେବ ଲେଖିଛନ୍ତି, ପରାମର୍ଶ ଦେଇଛନ୍ତି-ସାରା ଦେଶକୁ ଖାଦ୍ୟାନ୍ନ ଯୋଗାଇବା ନିମନ୍ତେ ଗୋଟିଏ ଇଲାକାଭାବେ ଧରି ନେବାକୁ ପଡିବ । ଅନ୍ୟ ଅର୍ଥରେ କହିବାକୁ ଗଲେ, ଦେଶର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ଯାତାୟତ ଉପରେ କୌଣସି ପ୍ରତିବନ୍ଧକ ନ ରହୁ, ଏହା ଚୌଧୁରୀ ଚରଣ ସିଂଙ୍କ ପୁସ୍ତକରୁ ଉଦ୍ଧୃତ ହୋଇଛି । କୃଷି ସଂସ୍କାର, କିଶାନ ରେଳ, ମଣ୍ଡିଗୁଡିକର ଇଲେକୋଟ୍ରୋନିକ ପ୍ଲେଟ, ଇ-ନାମ ଏସବୁ ଜିନିଷ ଆମ ଦେଶର କୃଷକ ଓ କ୍ଷୁଦ୍ର ଚାଷୀଙ୍କୁ ଏକ ବହୁତ ବଡ ସୁଯୋଗ ଦେବାର ପ୍ରୟାସର ଏକ ଅଂଶ ଭାବରେ କାର୍ଯ୍ୟକାରୀ ହୋଇଛି ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଯେଉଁ ଲୋକମାନେ ଏତେ କଥା କହୁଛନ୍ତି, ଏତେଦିନ ପର୍ଯ୍ୟନ୍ତ ଶାସନରେ ରହିଛନ୍ତି, ମୁଁ ଏକଥା କେବେ ବି ଭାବିନାହିଁ ଯେ ସେମାନଙ୍କୁ କୃଷକମାନଙ୍କ ସମସ୍ୟା ସମ୍ପର୍କରେ ଖବର ନ ଥିଲା କି ଧାରଣା ନ ଥିଲା । ଖବର ବି ଥିଲା ଧାରଣା ବି ଥିଲା ମୁଁ ଏବେ ସେମାନଙ୍କ କଥା ଆଜି ମନେ ପକାଇ ଦେବାକୁ ଚାହୁଁଛି । ସେ ଉପସ୍ଥିତ ନାହାନ୍ତି ମୁଁ ଜାଣିଛି, କିନ୍ତୁ, ଦେଶ ଏକଥା ଜାଣିବା ଜରୁରୀ । ମୁଁ ବକ୍ତବ୍ୟ କରୁଛି - APMC Act in the year 2005 itself providing for direct marketing contract farming setting up of a private market, consumer, farmer markets, e-trading and notified the rules in 2007 to implement the amended provision infact 24 private markets have already come up in the state.ଏକଥା କିଏ କହିଥିଲେ ? ଏହି APMC ଆଇନକୁ ବଦଳେଇ ଦେଇଛି । ଏହି କଥାଟି ଗର୍ବରେ ସହିତ କିଏ କହୁଥିଲେ ? ଏହିଭଳି 24ଟି ବଜାର ପ୍ରସ୍ତୁତ ହୋଇସାରିଛି । ଏହି କଥାର କିଏ ଗୌରବଗାନ କରୁଥିଲେ ? ଡାକ୍ତର ମନେମୋହନ ସିଂଙ୍କ ସରକାରରେ କୃଷି ମନ୍ତ୍ରୀ ଥିବା ଶ୍ରୀମାନ ଶରଦ ପାୱାର ଏହି ଗର୍ବର କଥା କହୁଥିଲେ । ଆଜି ଏକଦମ୍ ବିପରୀତ କଥା କହୁଛନ୍ତି ଏବଂ ଏଥିପାଇଁ ସନ୍ଦେହ ଉପୁଜୁଛି ଯେ ଆପଣମାନେ କୃଷକମାନଙ୍କୁ ଭ୍ରମିତ କରିବା ପାଇଁ ପରିଶେଷରେ ଏହି ରାସ୍ତା କାହିଁକି ବାଛିଲେ? ଦେଶରେ ମଣ୍ଡି ବ୍ୟବସ୍ଥା ଜାରି ଅଛି । ସିଣ୍ଡିକେଟର ଦରକୁ ପ୍ରଭାବିତ କରୁଥିବା ଅସାଧୁ ମେଂଟ ବିଷୟରେ ଯେତେବେଳେ ତାଙ୍କୁ ପଚରାଗଲା, ତାଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲି ଯେ, ଏହି ଯେଉଁ ମଣ୍ଡି ବାଲା ଅସାଧୁ ମେଂଟ ଆଦି ବିଷୟରେ କ’ଣ କହିବେ? ଶରଦ ପାୱାରଙ୍କ ଅନ୍ୟ ଏକ ଜବାବ ଥିଲା ତାହା ମଧ୍ୟ ଖୁବ୍ ରୁଚିକର । ସେ କହିଥିଲେ ଯେ, କୃଷକମାନଙ୍କ ସୁରକ୍ଷା ପାଇଁ ହିଁ APMC ସଂସ୍କାରକ ପ୍ରୋତ୍ସାହିତ କରାଯାଉଛି, ଯାହାଫଳରେ କୃଷକମାନଙ୍କୁ ଇଚଗଉ ମଣ୍ଡିର ବିକଳ୍ପ ମିଳିପାରିବ । ଯେତେବେଳେ ଅଧିକ ବ୍ୟବସାୟୀ ପଞ୍ଜୀକୃତ ହେବେ ସେତେବେଳେ ପ୍ରତିଯୋଗିତା ବଢିବ ଏବଂ ଏହା ଦ୍ୱାରା ମଣ୍ଡିରେ ଚାଲିଥିବା ଏହି ମେଂଟ ସମାପ୍ତ ହେବ, ଏକଥା ସେ କହିଥିଲେ । ଏବେ ଏଥିପାଇଁ ମୁଁ ବୁଝିପାରୁଛି ଯେ, ଏହି କଥାଗୁଡିକୁ ଆମକୁ ବୁଝିବାକୁ ପଡିବ । ଯେଉଁ ରାଜ୍ୟରେ ସେମାନଙ୍କର ସରକାର କ୍ଷମତାରେ ଅଛନ୍ତି, ଯେଉଁମାନେ ଅଲଗା ଅଲଗା ହୋଇ ବସନ୍ତି ସେହି ବନ୍ଧୁମାନଙ୍କର ସରକାର ମଧ୍ୟ ହେଉଛି, ସେମାନେ ବି ଉଣା ଅଧିକେ ଏହି କୃଷି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ପ୍ରୟାସ ମଧ୍ୟ କରିଛନ୍ତି ଏବଂ ଆମେ ସେମାନଙ୍କ ମଧ୍ୟରେ ରହିଛୁ ଯେଉଁମାନେ ୧୫୦୦ ଆଇନକୁ ସମାପ୍ତ କରିଦେଇଛନ୍ତି । ଆମେ ପ୍ରଗତିଶୀଳ ରାଜନୀତିରେ ବିଶ୍ୱାସ କରୁ, ଆମେ ପଶ୍ଚାତଗାମୀ ରାଜନୀତିରେ ଯିବାକୁ ଚାହୁଁନାହୁଁ , ତେଣୁ ଏଥିପାଇଁ ଭୋଜପୁରୀରେ ଗୋଟିଏ କଥା ଅଛି, କିଛି ଲୋକ ଏହିଭଳି ଅଛନ୍ତି ଯାହା ଭୋଜପୁରୀରେ କୁହାଯାଇଛି ।

ନା ଖେଲେବ ନା ଖେଲନ୍ ଦେବ, ଖେଲ ବି ବିଗାଡତ୍ ।

ନା ଖେଳିବ, ନା ଖେଳିବାକୁ ନେବି ମୁଁ ଖେଳକୁ ବି ବିଗାଡିକି ରଖିଦେବୁ ।

ମାନନୀୟ ଅଧ୍ୟକ୍ଷଜୀ,

ଦେଶର ସାମର୍ଥ୍ୟ ବଢାଇବାରେ ସମସ୍ତଙ୍କର ଅବଦାନ ରହିଛି । କାଶ୍ମୀରକୁ କନ୍ୟାକୁମାରୀ ପର୍ଯ୍ୟନ୍ତ, କଚ୍ଛ୍‌ରୁ କାମାକ୍ଷା ପର୍ଯ୍ୟନ୍ତ ଯେତେବେଳେ ପ୍ରତ୍ୟେକ ଭାରତୀୟ ଝାଳ ବୁହାଏ ସେତେବେଳେ ଯାଇଁ ଏ ଦେଶ ଆଗକୁ ବଢେ । ମୁଁ କଂଗ୍ରେସର ବନ୍ଧୁମାନଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ ଦେଶ ପାଇଁ ସରକାରୀ କ୍ଷେତ୍ର ଜରୁରୀ ଅଟେ ତ ଘରୋଇ କ୍ଷେତ୍ରରେ ମଧ୍ୟ ଭାଗିଦାରୀ ସେତିକି ଆବଶ୍ୟକ ଅଟେ । ସରକାର ମୋବାଇଲ ନିର୍ମାଣକୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି । ଘରୋଇ ସଂସ୍ଥା ଆସିଲେ, ନିର୍ମାତା ଆସିଲେ । ଆଜି ଦରିଦ୍ରରୁ ଦରିଦ୍ରତମ ପରିବାର ପର୍ଯ୍ୟନ୍ତ ସ୍ମାର୍ଟ ଫୋନ ପହଂଚିବାରେ ଲାଗିଛି । ଟେଲିକମ୍ କ୍ଷେତ୍ରରେ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରାଯିବା ଫଳରେ ମୋବାଇଲରେ କଥା ହେବା ପ୍ରାୟତଃ ବିନା ମୂଲ୍ୟରେ ହେବାରେ ଲାଗିଲାଣି । ତେଣୁ ସାରା ବିଶ୍ୱରେ ସବୁଠାରୁ ଶସ୍ତା ଦରର ଡାଟା ଭାରତରେ ଉପଲବ୍ଧ । ଏପରିକି ଆମର ଔଷଧପତ୍ର ଶିଳ୍ପ, ଆମର ପ୍ରତିଷେଧକ ନିର୍ମାତା, କ’ଣ ଏମାନେ ସବୁ ସରକାରୀ କି ? ଆଜି ଭାରତ ଯଦି ମାନବତାର ସେବାରେ ଲାଗିପାରୁଛି ସେଥିରେ ଘରୋଇ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ଏବଂ ଆମକୁ ଆମ ଦେଶର ଯୁବପିଢି ଉପରେ ଭରସା ରଖିବା ଦରକାର, ଏମିତି ଭର୍ତ୍ସନା କରିଚାଲିବା ତାଙ୍କୁ ତଳତଳିଆ ଦେଖାଇବା ଏବଂ ଯେକୌଣସି ବ୍ୟକ୍ତିଗତ କାର୍ଯ୍ୟକଳାପ କରିବାକୁ ନ ଦେବା ଉଚିତ ନୁହେଁ । କେବେ ସେ ଯୁଗ ଆସିବ, ତା ପରେ ଯାଇ କେଉଁ ସରକାର କ’ଣ କରିବ । ସେହି ଯୁଗରେ ଜରୁରୀ ଥିବ, ସରକାର କରିଥିବେ ।

ଆଜି ଦୁନିଆ ବଦଳି ଯାଇଛି । ସମାଜକୁ ନିଜର ଶକ୍ତି ମିଳିଯାଇଛି । ଦେଶ ଭିତରେ ମଧ୍ୟ ସାମର୍ଥ୍ୟ ବୃଦ୍ଧି ପାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁଯୋଗ ମିଳିବା ଆବଶ୍ୟକ, ତେଣୁ ସେମାନଙ୍କୁ ଏହିଭଳି ଭାବରେ ବେଆଇନ ଘୋଷିତ କରିବା, ସେମାନଙ୍କ ପାଇଁ ପାପ ଶବ୍ଦର ପ୍ରୟୋଗ କରିବା । କେଉଁ ଯୁଗରେ ସମାଜକୁ ବାଂଟିବା ପାଇଁ ଏହା ଏକ ସଂସ୍କୃତି ଥିଲା । ଏବଂ ମୁଁ ଲାଲକିଲ୍ଲାରୁ କହିଥିଲି ସମ୍ପଦ ସୃଷ୍ଟି କାରୀ ମଧ୍ୟ ଦେଶ ପାଇଁ ଜରୁରୀ । ତାହାହେଲେ ଯାଇ ସମ୍ପତିକୁ ବିତରଣ କରାଯାଇପାରିବ । ନହେଲେ ସମ୍ପତି କେଉଁଠାରୁ ଆଣି ଗରିବଙ୍କ ନିକଟରେ ପହଂଚାଇବା ? ରୋଜଗାର କିପରି ଦେବା ? ଏବଂ ଏସବୁ କିଛି ବାବୁମାନେ ହିଁ କରିବେ । ଆଇଏଏସ ହୋଇଗଲେ ଅର୍ଥାତ ସେ ସାର କାରଖାନା ବି ଚଳାଇବେ ଆଇଏଏସ ହୋଇ ଗଲେ ସେ ପୁଣି ରସାୟନିକ କାରଖାନା ବି ଚଳାଇବେ, ଆଇଏଏସ ହୋଇଗଲେ ବି ଉଡାଜାହଜ ଚଳାଇବେ । ଇଏ କିଭଳି ଏତେବଡ ଶକ୍ତି ପ୍ରସ୍ତୁତ କରି ରଖିଦେଇଛୁ ଆମେ ? ବାବୁମାନଙ୍କ ହାତରେ ଏ ଦେଶକୁ ଭେଟି ଦେଇ ଆମେ କ’ଣ କରିବାକୁ ଯାଉଛୁ ? ଆମର ବାବୁମାନେ ମଧ୍ୟ ଏହି ଦେଶର, ତେଣୁ ଦେଶର ଏହି ତେଜସ୍ୱୀମାନେ ବି ଦେଶର । ଆମେ ଆମ ଦେଶର ଯୁବପିଢୀକୁ ଯେତେ ଅଧିକ ସୁଯୋଗ ପ୍ରଦାନ କରିବା, ମୁଁ ଭାବୁଛି ଆମକୁ ଯେତିକି ସେହି ଅନୁପାତରେ ଲାଭ ମିଳିବ ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏବେ ତଥ୍ୟ ଆଧାରିତ କଥା କାମ ଦେଉନି । ଏଭଳି ହେଉଛି ଯେ, ଯାହା ଏବେ ନିକଟରେ ଦେଖିବାକୁ ମିଳିଛି । ଆଂଶକାକୁ ବଢାଇ ଦିଆଯାଉଛି, ଏମିତି ହୋଇଯିବ, ସେମିତି ହୋଇଯିବ, ଆଉ ଏଭଳି ପରିବେଶ ଆନ୍ଦୋଳନଜୀବୀ ସୃଷ୍ଟି କରେ । ମାନନୀୟ ଅଧ୍ୟକ୍ଷ ମହୋଦୟ, କୃଷକ ଆନ୍ଦୋଳନ ପବିତ୍ରତା ଏବଂ ବହୁତ ଦାୟିତ୍ୱବାନ ହୋଇ ଏହି ଶବ୍ଦ ପ୍ରୟୋଗ କରିଛି । ମୁଁ କୃଷକ ଆନ୍ଦୋଳନକୁ ପବିତ୍ର ଭାବୁଛି । ଏଣୁ ଭାରତର ଗଣତନ୍ତ୍ରରେ ଆନ୍ଦୋଳନର ମହତ୍ୱ ରହିଛି ଓ ଆଗକୁ ରହିବ, ଏହା ମଧ୍ୟ ଜରୁରୀ ଅଟେ । କିନ୍ତୁ ଯେତେବେଳେ ଆନ୍ଦୋଳନଜୀବୀମାନେ ପବିତ୍ର ଆନ୍ଦୋଳନକୁ ନିଜ ସ୍ୱାର୍ଥ ପାଇଁ ନଷ୍ଟ କରିବାକୁ ବାହାରି ପଡନ୍ତି, ଯେତେବେଳେ କ’ଣ ହୁଏ ? କିଏ ବି ମୋତେ ବୁଝାଇ ଦିଅନ୍ତୁ, ଏହି ଦିନି କୃଷକ ଆଇନର କଥା ହେଉ ଏବଂ ଦଙ୍ଗାକାରୀ ଯେଉଁମାନେ ଜେଲରେ ଅଛନ୍ତି, ଯେଉଁ ସମ୍ପ୍ରଦାୟବାଦୀ ଜେଲରେ ଅଛନ୍ତି, ଯେଉଁ ଆତଙ୍କବାଦୀ ଜେଲରେ ଅଛନ୍ତି, ଯେଉଁ ନକ୍ସଲବାଦୀ ଜେଲରେ ଅଛନ୍ତି, ସେମାନଙ୍କ ଫଟୋକୁ ସାଙ୍ଗରେ ଧରି ସେମାନଙ୍କୁ ମୁକୁଳାଇବା ଦାବି କରିବା କୃଷକମାନଙ୍କ ଆନ୍ଦୋଳନକୁ ଅପବିତ୍ର କରିବାର ପ୍ରୟାସ କି ନାହିଁ ?

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏହି ଦେଶରେ ଟୋଲ ପ୍ଳାଜା ସବୁ ସରକାରଙ୍କ ଦ୍ୱାର ସ୍ୱୀକୃତ ହୋଇଥିବା ଏକ ବ୍ୟବସ୍ଥା । ଟୋଲ ପ୍ଲାଜା ଏହି ଦେଶରେ ପ୍ରତ୍ୟେକ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ଅଟେ ଏବଂ ଟୋଲ ପ୍ଲାଜାକୁ ଭାଙ୍ଗିବା, ସେହି ଟୋଲ ପ୍ଲାଜାକୁ ଦଖଲ କରିବା, ସେହି ଟୋଲ ପ୍ଲାଜାକୁ ଅଚଳ କରିବା ଏହି ଯେଉଁ ଉପାୟ ସବୁ ଅବଲମ୍ବନ କରାଯାଉଛି, ସେହି ସବୁ ଉପାୟ କ’ଣ ପବିତ୍ର ଆନ୍ଦ୍ରୋଳନକୁ କଳଙ୍କିତ କରିବାର ପ୍ରୟାସ ନୁହେଁ କି ? ଯେତେବେଳେ ପଞ୍ଜାବ ମାଟିରେ ଶହ ଶହ ସଂଖ୍ୟାରେ ଟେଲିକମ୍ ଟାୱାର ଭାଙ୍ଗିଦିଆଯାଏ, ତାହା କ’ଣ କୃଷକର ଦାବି ସହିତ ତାଳମେଳ ରଖୁଛି ? କୃଷକର ପବିତ୍ର ଆନ୍ଦୋଳନକୁ ନଷ୍ଟ କରିବାର କାମ ଆନ୍ଦୋଳନକାରୀମାନେ ନୁହଁନ୍ତି, ଆନ୍ଦୋଳନଜୀବୀଙ୍କ ଦ୍ୱାରା କରାଯାଉଛି ଏବଂ ଏଥିପାଇଁ ଦେଶକୁ ଆନ୍ଦୋଳନକାରୀ ଓ ଆନ୍ଦୋଳନଜୀବୀଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବା ବହୁତ ଜରୁରୀ ଅଟେ ଏବଂ ଦେଶକୁ ଏହି ଆନ୍ଦୋଳନଜୀବୀ କବଳରୁ ବଂଚାଇବା ମଧ୍ୟ ସେତିକି ଜରୁରୀ ଅଟେ । ଗୁଜବ ଉଡାଇବା, ମିଥ୍ୟାର ପ୍ରସାର କରିବା, ଭ୍ରମିତ କରିବା ଏବଂ ଦେଶକୁ ଦୁର୍ବଳ କରି ରଖିଦେବା, ଏ ଦେଶ ବହୁତ ବଡ, ଦେଶର ସାଧାରଣ ନାଗରିକର ଅନେକ ଆଶା ଆକାଂକ୍ଷା ରହିଛି ଏବଂ ସେସବୁକୁ ସାଥିରେ ଧରି ଆମକୁ ଆଗକୁ ବଢିବାକୁ ପଡିବ ଏବଂ ସେହି ଦିଗରେ ଆମେ ପ୍ରୟାସ କରୁଛୁ । ଦେଶରେ ଏକ ବହୁତ ବଡ ବର୍ଗ ରହିଛି, ଏହି ବର୍ଗ ଯାହାଙ୍କର ଗୋଟିଏ ପରିଚୟ ହୋଇଛି talking the right things ଅର୍ଥାତ୍ ସବୁବେଳେ ଠିକ୍ କଥା କହିବା । ଠିକ୍ କଥା କହିବା ଖରାପ ବି ନୁହେଁ, କିନ୍ତୁ ଏହି ବର୍ଗର ଏହିଭଳି ଲୋକଙ୍କ ପ୍ରତି ଘୃଣା-ଚିଡିଚିଡା ଭାବ ରହିଛି ଯେଉଁମାନେ doing the right things ମାର୍ଗରେ ଚାଲିଥାଆନ୍ତି ।

ଏହି ପାର୍ଥକ୍ୟକୁ ଭଲଭାବେ ବୁଝନ୍ତୁ, ଠିକ୍ କଥା କହିବା ସପକ୍ଷରେ ସବୁବେଳେ ଯୁକ୍ତି ବାଢୁଥିବା ଲୋକମାନେ ଯେତେବେଳେ ଠିକ୍ କଥା କରିବାର କଥା ଉଠେ ସେତେବେଳେ ତାର ପ୍ରତିବନ୍ଧକ ସାଜନ୍ତି । ଏମାନେ କେବଳ ପ୍ରତ୍ୟେକ ଜିନିଷ ବିଷୟରେ କହିବାରେ ବିଶ୍ୱାସ କରନ୍ତି, କିଛି ଭଲ କାମ କରିବା ଉପରେ ସେମାନଙ୍କର ଭରସା ହିଁ ନଥାଏ । ଯେଉଁମାନେ ନିର୍ବାଚନୀ ସଂସ୍କାରର କଥା କହିଥାନ୍ତି କିନ୍ତୁ ଯେତେବେଳେ ଏକ ରାଷ୍ଟ୍ର ଏକ ନିର୍ବାଚନ କଥା ଆସେ ସେତେବେଳେ ସେମାନେ ବିରୋଧ କରିବା ଆରମ୍ଭ କରିଦିଅନ୍ତି । ଯେତେବେଳେ ଲିଙ୍ଗଗତ ନ୍ୟାୟ କଥା ଉଠେ ସେତେବେଳେ ଏମାନେ ଜୋରସୋରରେ ସେହି ପ୍ରସଙ୍ଗ ଉଠାଇଥାଆନ୍ତି କିନ୍ତୁ ଯେତେବେଳେ ତିନି ତଲାକ୍ କଥା ଉଠେ ସେତେବେଳେ ସେମାନେ ବିରୋଧର ସ୍ୱର ଉତୋଳନ କରନ୍ତି । ଏମାନେ ପରିବେଶର କଥା ଉଠାନ୍ତି କିନ୍ତୁ ଯେତେବେଳେ ଜଳ ବିଦ୍ୟୁତ୍ ପ୍ରକଳ୍ପ ବା ଆଣବିକ ପ୍ରକଳ୍ପ କଥା ଉଠେ ସେମାନେ ପତାକା ଧରି ବିକ୍ଷୋଭ କରିବା ଆରମ୍ଭ କରିଦିଅନ୍ତି, ଏହା ହେବା ଉଚିତ୍ ନୁହେଁ, ଏହି ଦେଶ ପାଇଁ ଆନ୍ଦୋଳନ ଚଳାନ୍ତି, ତାମିଲନାଡୁ ତ ଏହାର ଭୁକ୍ତଭୋଗୀ । ସେହିପରି ଯେଉଁମାନେ ଦିଲ୍ଲୀରେ ପ୍ରଦୂଷଣକୁ ନେଇ କୋର୍ଟରେ ଆବେଦନ କରନ୍ତି, ଜନସ୍ୱାର୍ଥ ମାମଲା କରନ୍ତି, ଦିଲ୍ଲୀର ସେହି ଲୋକମାନେ ଫସଲ ଅବଶେଷ ଜଳାଉଥିବା ଲୋକଙ୍କ ସମର୍ଥନରେ ଯାଇ ଛିଡା ହୋଇଯାଆନ୍ତି । ସେତେବେଳେ ବୁଝା ପଡିନଥାଏ ଏହି ଲୋକମାନେ କେଉଁଭଳି ଭାବେ ଦେଶକୁ ଭୂଆଁ ବୁଲାଇବାର ପ୍ରୟାସ କରୁଛନ୍ତି ଏବଂ ଏସବୁ ଦେଖିବାର ବୁଝିବାର ଆବଶ୍ୟକତା ରହିଛି । ମୁଁ ଦେଖୁଛି ଏହି 6ବର୍ଷରେ ବିରୋଧିଙ୍କ ପ୍ରସଙ୍ଗ କେତେ ବଦଳି ଯାଇଛି । ଆମେ ବି କେବେ ବିପକ୍ଷରେ ଥିଲୁ କିନ୍ତୁ ଆମେ ଯେତେବେଳେ ବିରୋଧି ଆସନରେ ଥିଲୁ ସେତେବେଳେ ଆପଣମାନେ ଦେଖିଥିବେ ଦେଶର ବିକାଶର ପ୍ରସଙ୍ଗକୁ ନେଇ, ଦୁର୍ନିୀତିର ପ୍ରସଙ୍ଗକୁ ନେଇ ଆମେ ଶାସନ କଳକୁ ଘେରୁଥିଲୁ । ଆମେ ସେହି ସ୍ୱର ଉଠାଉଥିଲୁ, ଆମେ ପ୍ରୟାସ କରୁଥିଲୁ । ମୁଁ ଆଶ୍ଚର୍ଯ୍ୟ, ଆଜିକାଲି ବିକାଶର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହିଁ ହେଉନାହିଁ । ମୁଁ ଅପେକ୍ଷା କରେ ଏଭଳି ପ୍ରସଙ୍ଗ ଉଠାନ୍ତୁ ଯାହାଦ୍ୱାରା ଆମକୁ କିଛି କହିବାକୁ ସୁଯୋଗ ମିଳିବ, ଆମେ କଣ କରୁଛୁ, କିନ୍ତୁ ସେମାନେ ଆମକୁ ସୁଯୋଗ ଦେଉନାହାନ୍ତି କାରଣ ଏମାନଙ୍କ ନିକଟରେ ଏହିସବୁ ପ୍ରସଙ୍ଗ ଉପରେ କହିବାକୁ କିଛି ନାହିଁ । ଏବଂ ଏଥିପାଇଁ ନାଁ ସେମାନେ କେତେ ରାସ୍ତା ତିଆରି ହେଲା ସେ ବିଷୟରେ ପଚାରୁଛନ୍ତି ନାଁ କେତେ ପୋଲ ତିଆରି ହେଲା ବୁଝୁଛନ୍ତି, ନାଁ ସୀମା ପରିଚାଳନା କ୍ଷେତ୍ରରେ କ’ଣ ସବୁ ହୋଇଛି, କେତେ ଟ୍ରାକ୍ ବିଛାଯାଇଛି, ଏହିସବୁ ବିଷୟ ଉପରେ ଚର୍ଚ୍ଚା ପାଇଁ ସେମାନଙ୍କର ରୁଚି ନାହିଁ ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଏକବିଂଶ ଶତାଦ୍ଦୀରେ ଭିତିଭୂମୀର ବହୁତ ବଡ ଗୁରୁତ୍ୱ ରହିଛି ଏବଂ ଭାରତକୁ ଆଗକୁ ଯିବାକୁ ହେଲେ ଭିତ୍ତିଭୂମି ବିକାଶ ଉପରେ ଜୋର ଦେବାର ଆବଶ୍ୟକତା ଅଛି ଏବଂ ଆତ୍ମନିର୍ଭର ଭାରତର କାର୍ଯ୍ୟଖସଡା ପାଇଁ ଭିତ୍ତିଭୂମି ଉପରେ ଜୋର ଦେବା ଏବେ ସମୟର ଆହ୍ୱାନ । ଏବଂ ଆମ ସମସ୍ତଙ୍କୁ ଏକଥା ସ୍ୱୀକାର କରିବାକୁ ପଡିବ । ଭିତ୍ତିଭୂମି ମଜବୁତ୍ ହେଲେ ଯାଇଁ ଦେଶର ପ୍ରଗତି ପ୍ରଖର ହେବ, ତାହାର ଦିଗ ମଧ୍ୟ ବ୍ୟାପକ ହେବ ଏବଂ ଏଥିପାଇଁ ଆମକୁ ପ୍ରୟାସ କରିବାକୁ ପଡିବ । ଭିତ୍ତିଭୂମିର ଅର୍ଥ ହେଉଛି ଗରିବଙ୍କ ପାଇଁ, ମଧ୍ୟବର୍ଗଙ୍କ ପାଇଁ, ସେମାନଙ୍କର ନୂଆ ସମ୍ଭାବନାକୁ ଭିତିଭୂମୀ ଜନ୍ମ ଦେଇଥାଏ, ନୂଆ ସୁଯୋଗ ସବୁକୁ ସୃଷ୍ଟି କରିଥାଏ, ରୋଜଗାରର ନୂଆ ସୁଯୋଗ ନେଇ ଆସିଥାଏ, ଏହା ନିକଟରେ ଅର୍ଥନୀତିକୁ ବହୁଗୁଣା କରିବାର ଶକ୍ତି ଥାଏ । ଏବଂ ଏଥିପାଇଁ ଆମକୁ ଭିତ୍ତିଭୂମି ଉପରେ ଜୋର ଦେବାକୁ ପଡିବ । ଭିତିଭୂମୀର ଅର୍ଥ ଭୋଟ ବ୍ୟାଙ୍କ ପାଇଁ ସୁଯୋଗ ନୁହେଁ, କାଗଜ ଉପରେ ଉଲ୍ଲେଖ କରିଦିଅ ଯେ ଏହି ସଡକ ନିର୍ମାଣ କରାଯିବ, ଗୋଟାଏ ନିର୍ବାଚନ ଜିତିନିଅ । ଦ୍ୱିତୀୟ ଥର ଯାଇ ସେଠାରେ ଧଳା ପଟି ଲଗାଇଦିଅ, ଦ୍ୱିତୀୟ ନିର୍ବାଚନ ଜିତିନିଅ । ତୃତୀୟ ଥର ଯାଇ ସେଠାରେ ନିଜେ ମାଟି ପକାଇ ଦିଅ ଏହା ଏହିଭଳି କାମ ପାଇଁ ନୁହେଁ । ଏହା ବାସ୍ତବରେ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ, ଅର୍ଥ ବ୍ୟବସ୍ଥାକୁ ବଦଳାଇବା ପାଇଁ ଭିତିଭୂମୀ ଉପରେ ଆମକୁ ଜୋର୍ ଦେବାର ଆବଶ୍ୟକତା ରହିଛି । ଆମ ବଜେଟରେ ପ୍ରାୟ 110 ଲକ୍ଷ କୋଟି ଟଙ୍କାର ଯୋଜନା ସହିତ ଆମେ ଏକ ଅଭୂତପୂର୍ବ ଖର୍ଚ୍ଚକୁ ଆଗରେ ଧରି ଆଗକୁ ବଢିବାର ମାର୍ଗରେ ଚାଲିବା ଆରମ୍ଭ କରିଦେଇଛୁ । ଦେଶର 27ଟି ସହରରେ ମେଟ୍ରୋ ଟ୍ରେନ୍‌, 6ଲକ୍ଷରୁ ଅଧିକ ଗାଁରେ ଦୃତ ଇଣ୍ଟରନେଟ୍‌, ବିଜୁଳି ଶକ୍ତି କ୍ଷେତ୍ରରେ ଆମେ ଏକ ରାଷ୍ଟ୍ର ଏକ ଗ୍ରୀଡ, ଏହି ପରିକଳ୍ପନାକୁ ସାକାର କରିବାରେ ସଫଳ ହୋଇଛୁ । ସୌର ଶକ୍ତି ସହିତ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆଜି ବିଶ୍ୱର ଶ୍ରେଷ୍ଠ 5ଟି ଦେଶ ମଧ୍ୟରେ ଭାରତ ନିଜପାଇଁ ସ୍ଥାନ ସୃଷ୍ଟି କରିପାରୁଛି ।

ବିଶ୍ୱର ସର୍ବବୃହତ୍ ସୌର ଏବଂ ବାୟୁର ହାଇବ୍ରିଡ୍ ପାୱାର ଆଜି ଭାରତରେ ପ୍ରସ୍ତୁତ ହେବାକୁ ଯାଉଛି । ବିକାଶ କ୍ଷେତ୍ରରେ ଆମେ ଏକ ନୂଆ ବେଗ ଦେଖିବାକୁ ପାଉଛୁ । ନୂଆ ମାନଦଣ୍ଡ ଆଡକୁ ଯାତ୍ରା କରୁଛୁ ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଅନେକ ବର୍ଷରୁ ଆମେ ଶୁଣିଆସିଛୁ ଉତ୍ସର୍ଗୀକୃତ ମାଲ ପରିବହନ କରିଡର୍‌, କିନ୍ତୁ ଏହି ଉତ୍ସର୍ଗୀକୃତ ମାଲ ପରିବହନ ବ୍ୟବସ୍ଥା କିପରି ଥିଲା, ଏହାର ଅବସ୍ଥା କ’ଣ ଥିଲା । ଯେତେବେଳେ ସେମାନଙ୍କୁ ସେବା କରିବାର ସୁଯୋଗ ମିଳିଥିଲା । କେବଳ ଗୋଟିଏ କିଲୋମିଟର କାମ ହୋଇଥିଲା । ଆଜି ପାଖାପାଖି 600 କିଲୋମିଟର । 6 ବର୍ଷ ମଧ୍ୟରେ 600କିଳୋମିଟର କାମ ହୋଇଛି ଏବଂ ବାସ୍ତବରେ ଉତ୍ସର୍ଗୀକୃତ ମାଲ ପରିବହନ କରିଡରରେ କାମ ଚାଲିବା ଆରମ୍ଭ ହୋଇଯାଇଛି, ମାଲ୍ ବୋଝେଇ କାମ ଆରମ୍ଭ ହୋଇଯାଇଛି ଏବଂ ଏହି ବିଭାଗ କାମ କରୁଛି । ୟୁପିଏ ସମୟରେ ସୀମା ଭିତ୍ତିଭୂମି, ଯେକୌଣସି ଦେଶର ସୁରକ୍ଷା ନିମନ୍ତେ ସୀମା ଭିତ୍ତିଭୂମିର ବହୁତ ମହତ୍ୱ ରହିଛି । କିନ୍ତୁ ତା ପ୍ରତି ଏତେ ଅବହେଳା ପ୍ରଦର୍ଶନ କରାଯାଇଛି, ଏତେ ଉଦାସୀନତା ଦେଖାଦେଇଛି । କେତେ ଅବହେଳା କରାଯାଇଛି । ଦେଶ ଭିତରେ ଆମେ ସେହି ବିଷୟଗୁଡିକ ଉପରେ ସର୍ବସାଧାରଣରେ ଚର୍ଚ୍ଚା କରିପାରିବା ନାହିଁ କାରଣ ସୁରକ୍ଷା ଦୃଷ୍ଟିରୁ ତାହା ଠିକ୍ ହେବନାହିଁ । କିନ୍ତୁ ଏହା ଚିନ୍ତାର ବିଷୟ ଯେ ସେଠାରେ କେହି ଲୋକ ନାହାନ୍ତି, ଭୋଟ ନାହିଁ, ଦରକାରୀ ମନେ ହେଲା ନାହିଁ, ଯବାନ୍ ଯେତେବେଳେ ଯିବ , ଯିବ, ଦେଖାଯିବ, କ’ଣ ବା ହୋଇଯିବ? ଏହି ଚିନ୍ତାଧାରାର ପରିଣାମ ଏଇଆ ହିଁ ଥିଲା, ଏବଂ କେବଳ ସେତିକି ନୁହେଁ ଥରେ ତ ଜଣେ ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ କହିଦେଇଥିଲେ ଯେ, ଆମେ ଏଥିପାଇଁ ସୀମରେ ଭିତ୍ତିଭୂମିର ବିକାଶ କରୁନାହୁଁ କାଳେ ଶତୃ ଦେଶ ସେହି ଭିତ୍ତିଭୂମିର ଉପଯୋଗ କରିଦେବ, କି ଆଶ୍ଚର୍ଯ୍ୟ କଥା ଭାଇ । ବିଚାରଧାରା ଏହିଭଳି, ଏହାକୁ ପରିବର୍ତନ କରି ଆମ ଉପରେ ଯେଉଁ ଆଶା ଆଙ୍କାକ୍ଷା ଥିଲା ସୀମାରେ ଭିତ୍ତିଭୂମି ବିକାଶ ଦିଗରେ ଆମେ ତାର ବହୁତ ବଡ ଭାଗ ପୂରଣ କରିଛୁ । ବାସ୍ତବ ନିୟନ୍ତ୍ରଣ ରେଖାରେ ପୋଲ, ମୁଁ ଅନୁମାନ କରୁଛି ଏବେ ସେଠାରେ ପାଖାପାଖି 75ଟି ପୋଲ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି ଏଥିପାଇଁ ଶହ ଶହ କିଲୋମିଟରର ସଡକ ଆମେ ନିର୍ମାଣ କରିସାରିଛୁ ଏବଂ ମୁଁ ଚାହୁଁଛି ଯେ ଆମ ସମ୍ମୁଖରେ ଯେଉଁ ଲକ୍ଷ୍ୟ ଥିଲା ତାହାର 75 ଭାଗ ଆମେ ପୂରଣ କରିସାରିଛୁ ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ । ସେହିଭଳି ଭିତ୍ତିଭୂମିର ଭିନ୍ନ ଭିନ୍ନ କ୍ଷେତ୍ର ଯେପରିକି ହିମାଚଳ ପ୍ରଦେଶରେ ଅଟଳ ଟନେଲ୍‌, ତାର ଅବସ୍ଥା କ’ଣ ଥିଲା । ଅଟଳଜୀଙ୍କ ସମୟରେ ଯାହାର ପରିକଳ୍ପନା କରାଯାଇଥିଲା, ଅଟଳଜୀଙ୍କ ପରଲୋକ ପରେ କୌଣସି ନା କୌଣସି ଫାଇଲରେ ଏହା ଲଟକି ରହିଲା, ଅଟକି ରହିଲା ।

ଗୋଟିଏ ଥର ଅଳ୍ପ କାମ, ଟିକେ କାମ ହେଲା, ପୁଣି ଅଟକି ଗଲା, ଏମିତି ହୋଇ ହୋଇ ଶେଷରେ ବନ୍ଦ ହୋଇଗଲା । ଗତ ୬ ବର୍ଷ ମଧ୍ୟରେ ଆମେ ଲାଗିପଡିଲୁ । ଏବଂ ଆଜି ଅଟଳ ଟନେଲ୍ କାର୍ଯ୍ୟ କରୁଛି । ଦେଶର ସେନା ମଧ୍ୟ ସେହି ବାଟ ଦେଇ ଆରାମରେ ଯାତାୟତ କରୁଛି, ଦେଶର ନାଗରିକ ମଧ୍ୟ ଚଳପ୍ରଚଳ ହେଉଛନ୍ତି । ଯେଉଁ ରାସ୍ତା 6-6ମାସ ପର୍ଯ୍ୟନ୍ତ ବନ୍ଦ ରହୁଥିଲା, ସେସବୁ ଆଜି କାମ କରିବା ଆରମ୍ଭ କରିଛି ଏବଂ ଅଟଳ ଟନେଲ୍ ମଧ୍ୟ କାର୍ଯ୍ୟ କରୁଛି । ସେହିଭଳି ମୁଁ ଏକଥା ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯେ, ଯେତେବେଳେ ବି ଦେଶ ସମ୍ମୁଖରେ କୌଣସି ଆହ୍ୱାନ ଉପନୀତ ହୁଏ, ଏହା ଆମ ଦେଶର ସାମର୍ଥ୍ୟ, ଏହା ଆମ ସୁରକ୍ଷା କର୍ମୀମାନଙ୍କ ସାମର୍ଥ୍ୟ, ଦେଶକୁ କେବେ କାହା ଆଗରେ ମୁଣ୍ଡ ନୁଆଁଇବାକୁ ପଡୁ, ଏକଥା ଆମ ଜବାନମାନେ କେବେ ମଧ୍ୟ ହେବାକୁ ଦେବେ ନାହିଁ, କେବେ ମଧ୍ୟ ହେବାକୁ ଦେବେ ନାହିଁ, ଏହା ମୋର ପୂର୍ଣ୍ଣ ବିଶ୍ୱାସ । ଆଜି ସେମାନଙ୍କ ଉପରେ ଯାହାବି ଦାୟିତ୍ୱ ରହିଛି, ଯେତେବେଳେ ବି ଯେଉଁ ଦାୟିତ୍ୱ ମିଳିଛି ସେସବୁକୁ ସେମାନେ ନିଖୁଣ ଭାବେ ନିର୍ବାହନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଖୁବ୍ ସାହାସର ସହ ଦାୟିତ୍ୱ ନିର୍ବାହ କରିଛନ୍ତି । ଏବଂ ଆମେ ଆମ ଦେଶର ସେନାକୁ ନେଇ ଗର୍ବିତ, ଆମ ବୀରଙ୍କୁ ନେଇ ଗର୍ବିତ, ସେମାନଙ୍କ ସାମର୍ଥ୍ୟକୁ ନେଇ ଗର୍ବିତ ଏବଂ ଦେଶ ସାହସର ସହ ନିଜ ନିଷ୍ପତି ବି ନେଇପାରୁଛି ଓ ଆମେ ସେସବୁକୁ ଆଗକୁ ବଢେଇ ଚାଲିଛୁ । ମୁଁ କେବେ ଗୋଟେ ଗଜଲ ଶୁଣିଥିଲି, ମୋର ତ ସେଥିପ୍ରତି ବିଶେଷ ରୁଚି ନାହିଁ, ମତେ ବେଶୀ ଜଣା ବି ନାହିଁ । କିନ୍ତୁ ଏଥିରେ ଲେଖାଥିଲା – ମେଁ ଜିସେ ଓଢତା-ବିଛାତା ହୁଁ, ୱୋ ଗଜଲ ଆପକୋ ଶୁନାତା ହୁଁ । ମୁଁ ଯାହା ଘୋଡାଏ- ମୁଁ ଯାହା ବିଛାଏ, ସେହି ଗଜଲ ମୁଁ ଆପଣମାନଙ୍କୁ ଶୁଣାଉଛି । ମତେ ଲାଗୁଛି ଯେ, ସାଥୀମାନେ ଚାଲିଗଲେ, ସେମାନେ ଯେଉଁ ଜିନିଷକୁ ନେଇ ବଞ୍ଚିଥାଆନ୍ତି, ବଢିଥାଆନ୍ତି, ସେମାନେ କେବଳ ସେୟା ହିଁ ଶୁଣାଇ ଚାଲିଥାଆନ୍ତି । ସେମାନଙ୍କ କାଳଖଣ୍ଡରେ ଯାହା ସେମାନେ ଦେଖିଛନ୍ତି, ସେମାନଙ୍କ କାଳଖଣ୍ଡରେ ଯାହା ସେମାନେ କରିଛନ୍ତି, ସେହି କଥାକୁ ସେମାନେ ବାରମ୍ବାର କହି ଚାଲନ୍ତି । ଏବଂ ଏଥିପାଇଁ ମୁଁ ଭାବୁଛି ଯେ ଆମକୁ ଏବେ ଚାଲିବାକୁ ହେବ । ଖୁବ୍ ସାହସର ସହ ଆମକୁ ଏବେ ଆଗକୁ ବଢିବାକୁ ହେବ । ଏବଂ ମୁଁ କହିଥିଲି କରୋନା ପରବର୍ତୀ ସମୟରେ ଯେତେବେଳେ ଏକ ନୂଆ ବିଶ୍ୱବ୍ୟବସ୍ଥା ଆମ ସମ୍ମୁଖରେ ପହଂଚିବାକୁ ଯାଉଛି, ସେତେବେଳେ ଭାରତରେ କିଛି ପରିବରର୍ତ୍ତନ ହେବନାହିଁର ମାନସିକତାକୁ ତ୍ୟାଗ କରିବାକୁ ପଡିବ, ଏହି ଯେଉଁ ଚାଲୁଛି, ଚାଲୁଥିବର ମାନସିକତାକୁ ମଧ୍ୟ ଛାଡିବାକୁ ପଡିବ । 130କୋଟି ଦେଶବାସୀଙ୍କ ସାମର୍ଥ୍ୟକୁ ନେଇ ଆମେ ବାଟ ଚାଲୁଛୁ । ସମସ୍ୟା ରହିବ, ଯଦି ଲକ୍ଷ ଲକ୍ଷ ସମସ୍ୟା ଅଛି ତ କୋଟି କୋଟି ସମାଧାନର ରାସ୍ତା ମଧ୍ୟ ଅଛି । ଏ ଦେଶ ଖୁବ୍ ଶକ୍ତିଶାଳୀ ଏବଂ ଏଥିପାଇଁ ଆମକୁ ଆମର ସାମ୍ବିଧାନିକ ବ୍ୟବସ୍ଥାଗୁଡିକ ଉପରେ ବିଶ୍ୱାସ ରଖି ଆଗକୁ ବଢିବାକୁ ପଡିବ । ଏବଂ ମୋର ବିଶ୍ୱାସ ଅଛି ଯେ ଆମେ ଏହି କଥାକୁ ନେଇ ଆଗକୁ ବଢିବା । ଏକଥା ସତ ଯେ ଦଲାଲ୍ ସଂସ୍କୃତିର ସମାପ୍ତ ଘଟିଛି କିନ୍ତୁ ଦେଶର ଯେଉଁ ମଧ୍ୟବିତ ଶ୍ରେଣୀ ଅଛନ୍ତି ସେମାନଙ୍କ ମଙ୍ଗଳ ପାଇଁ ବହୁତ ଦୃତ ଗତିରେ କାର୍ଯ୍ୟ ହେଉଛି ଯାହାଫଳରେ ଦେଶକୁ ଆଗକୁ ବଢାଇବାରେ ଯେଉଁ ମଧ୍ୟବିତ ବର୍ଗ ଅଛନ୍ତି, ସେମାନେ ବହୁତ ବଡ ଭୂମିକା ନିର୍ବାହନ କରୁଛନ୍ତି । ଏବଂ ସେଥିପାଇଁ ଯାହା ଯାହା ଆଇନ୍ ବ୍ୟବସ୍ଥାର ଆବଶ୍ୟକତା ଥିଲା ସେସବୁକୁ ଆମେ କରିଛୁ ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଗୋଟେ ପ୍ରକାର ବିଶ୍ୱାସର ସହିତ ଏକ ପ୍ରଗତିର ବାତାବରଣ ମଧ୍ୟରେ ଦେଶକୁ ଆଗକୁ ନେଇଯିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ମୁଁ ରାଷ୍ଟ୍ରପତି ମହୋଦୟଙ୍କୁ ହୃଦୟର ସହ କୃତଜ୍ଞତା ଜଣାଉଛି ଯେ ଅନେକ ବିଷୟ ଉପରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । ଯେଉଁମାନଙ୍କର ରାଜନୈତିକ ଏଜେଣ୍ଡା ରହିଛି ସେମାନେ ନିଜର ସେହି ଏଜେଣ୍ଡା ସହ ରୁହନ୍ତୁ । ଆମେ ଦେଶର ଏଜେଣ୍ଡାକୁ ନେଇ ବାଟ ଚାଲୁଛୁ ଏବଂ ଆଗକୁ ଚାଲିବୁ ମଧ୍ୟ । ମୁଁ ପୁଣିଥରେ ଦେଶର କୃଷକମାନଙ୍କୁ ଅନୁରୋଧ କରିବି ଯେ ଆସନ୍ତୁ ସାମନା ସାମନି ବସି ଏକଜୁଟ ଭାବରେ ସମସ୍ୟାଗୁଡିକର ସମାଧାନ କରିବା । ଏହି ଆଶା ସହିତ ରାଷ୍ଟ୍ରପତି ମହୋଦୟଙ୍କର ଅଭିଭାଷଣ ପାଇଁ ତାଙ୍କୁ ଧନ୍ୟବାଦ ପୂର୍ବକ ମୁଁ ନିଜର ବକ୍ତବ୍ୟକୁ ସମାପ୍ତ କରୁଛି ।

ବହୁତ ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electric PV retail sales jump 44% in February; Tata Motors leads: FADA

Media Coverage

India’s electric PV retail sales jump 44% in February; Tata Motors leads: FADA
NM on the go

Nm on the go

Always be the first to hear from the PM. Get the App Now!
...
The strong foundation of Viksit Rajasthan is giving more strength to the resolution of Viksit Bharat: PM Modi
March 07, 2026
Today is a day of new hope and new achievement for the entire Hadoti region including Kota, Bundi, Baran and Jhalawar: PM
This modern airport, to be built at a cost of ₹1,500 crore, will give new momentum to the development of the entire region in the coming time: PM
When this airport becomes operational, travel will be easier and trade will grow rapidly across the entire area, including Kota : PM
Kota is today advancing rapidly in the field of connectivity: PM
Under the Amrit Bharat Station Scheme, both major railway stations of Kota are being equipped with modern facilities: PM
The Delhi-Mumbai Expressway, which passes through Kota and Bundi, is opening a new gateway for the development of the entire region: PM

My dear companions from Kota and the entire Hadoti region, Namaskar once again.

Just last week, I had the opportunity to visit Rajasthan. From the sacred land of Ajmer, we inaugurated and laid the foundation stones for development projects worth thousands of crores of rupees. In that same program, appointment letters were handed over to more than 21,000 young people of Rajasthan. And now, only a few days after the Ajmer visit, today I have the privilege of launching this important airport project connected to Kota. Within a single week, these two major development programs in Rajasthan send a powerful message. They show how rapidly Rajasthan is progressing today. Whether it is infrastructure, employment opportunities for youth, schemes for farmers and women, or initiatives in every sector-work is happening at great speed across Rajasthan.

Friends,

Today is a day of new hope and achievement for Kota, Bundi, Baran, Jhalawar, and the entire Hadoti region. This modern airport, being built at a cost of around 1,500 crore rupees, will accelerate the development of the entire region in the coming years. I extend my heartfelt congratulations to the people of Kota and Hadoti on the occasion of the foundation stone laying of this important airport project.

Friends,

I remember, when I came to Kota in November 2023, I made a promise to the people of Kota. I had said that the airport would not remain just a dream, but it would be turned into reality. Today, I am happy that the moment has arrived when the construction of Kota Airport is beginning. Until now, people of Kota had to travel to Jaipur or Jodhpur to catch flights. This consumed a lot of time and caused inconvenience. That situation is now going to change. Once this airport becomes operational, travel will become easier and trade will grow rapidly in Kota and the surrounding areas.

Friends,

Kota is not only a hub of education but also a major center of energy. It is a unique region where electricity is produced from almost all sources-nuclear, coal-based, gas, and water. The land of Hadoti is equally famous for its heritage. The taste of Kota Kachori, the elegance of Kota Doria sarees, and the shine of Kota stone and sandstone have earned recognition worldwide. The coriander from here, Bundi’s basmati rice-their aroma reaches international markets. This region is known for its hard work, production, and immense potential. Now, this new airport in Kota will multiply these possibilities many times over.

Friends,

The land of Kota and Hadoti is also a great center of enterprise and faith. For centuries, devotees from across the country and the world have been coming here to visit the sacred Mathuradheesh Ji Peeth, the Keshav Rai Patan pilgrimage, Khade Ganesh Ji Maharaj, and Godavari Balaji Dham. The view of Chambal from Garadia Mahadev mesmerizes everyone. Wildlife sanctuaries like Mukundra Hills and Ramgarh Vishdhari make this region a major hub of wildlife tourism. With increased air connectivity, tourists from across the country and the world will come here, directly benefiting the youth, traders, and the local economy.

Friends,

Kota is already rapidly advancing in connectivity. Under the Amrit Bharat Station scheme, both major railway stations of Kota are being equipped with modern facilities. The Delhi-Mumbai Expressway, which passes through Kota and Bundi, is opening new doors of development for the entire region. Now, big cities like Delhi, Vadodara, and Mumbai are only a few hours away. With better road and rail connectivity, new industries are being established here. Especially for agro-based industries, this region will become a major hub. After rail and road, this new chapter of air connectivity will further accelerate Kota’s development. The Kota Airport will bring new opportunities of progress for the entire Hadoti region and nearby districts.

Friends,

I also want to appreciate the continuous efforts of Kota’s Member of Parliament, Shri Om Birla Ji, for this important project. His constant endeavor has been to improve the lives of the people of Kota and provide them with new opportunities. Whether it is the airport, the new campus of IIIT, or the expansion of roads, he has been working tirelessly for Kota’s development. It is because of his efforts that Kota and the entire region are witnessing new momentum in growth.

Friends,

Om Birla Ji is not only an excellent Member of Parliament but also a remarkable Speaker of the Lok Sabha. He is fully dedicated to the Constitution and deeply committed to parliamentary traditions. Today, he stands above party and opposition, embodying neutrality. When I see him in the House, I often feel that perhaps coming from the city of education has influenced his role as Speaker-he leads like a good head of the family, taking everyone along. He respects the feelings and requests of all Members of Parliament. He is a Speaker who naturally honors MPs the most. Even when some arrogant and disruptive individuals occasionally create disturbances, he manages everything with dignity, never insulting anyone, patiently enduring harsh words, and always smiling with warmth. Perhaps that is one reason why he is universally admired in the House.

Friends,

When connectivity increases, the speed of development also rises. In the past 11 years, new airports built across different parts of the country have given fresh momentum to growth. Before 2014, there were around 70 airports in the country. Today, that number has risen to more than 160. These new airports have made air travel easier, boosted tourism, created employment opportunities for youth, and accelerated regional development. Even around Delhi, several new airports have come up-Hisar, Hindon, Jewar. When new airports and terminals are built, new enterprises and companies reach smaller cities too. I am confident that Kota’s new airport will similarly give new momentum to the development of this region in the coming times.

Friends,

When the state government and the central government work together, when intentions are clear and determination is strong, the pace of development multiplies. That is exactly what is happening in Rajasthan today. This strong foundation of a developed Rajasthan is giving greater strength to the resolve of a developed India. I am fully confident that together we will succeed in building a Rajasthan that is prosperous, strong, and full of opportunities. With this belief, I extend my heartfelt congratulations to all of you on this foundation stone laying ceremony. Thank you very much. Vande Mataram.