ବର୍ତ୍ତମାନ ପର୍ଯ୍ୟନ୍ତ ୪୦ କୋଟି ଭାରତୀୟ ସେମାନଙ୍କ ବାହୁରେ ଟିକା ନେଇ ‘ବାହୁବଳୀ’ ପାଲଟି ଯାଇଛନ୍ତି: ପ୍ରଧାନମନ୍ତ୍ରୀ
ସଂସଦରେ ଆମେ ମହାମାରୀ ପ୍ରସଙ୍ଗରେ ମହତ୍ତ୍ୱପୂର୍ଣ୍ଣ ତଥା ସକାରାତ୍ମକ ବିତର୍କ ଚାହୁଁଛୁ: ପ୍ରଧାନମନ୍ତ୍ରୀ
ମହାମାରୀ ସଂକାନ୍ତରେ ଆଲୋଚନା ପାଇଁ ମୁଁ ଫ୍ଲୋର ଲିଡରମାନଙ୍କୁ ଆସନ୍ତାକାଲି ସନ୍ଧ୍ୟାକୁ ସମୟ ମାଗିଛି: ପ୍ରଧାନମନ୍ତ୍ରୀ
ବିରୋଧୀ ପକ୍ଷ କଠୋର ତଥା ଆକ୍ରାମକ ପ୍ରଶ୍ନ ପଚାରିବା ଦରକାର କିନ୍ତୁ ଏକ ଶାନ୍ତ ବାତାବରଣ ମଧ୍ୟରେ ଏହାର ଜବାବ ଦେବା ପାଇଁ ସୁଯୋଗ ମଧ୍ୟ ଦେବା ଉଚିତ: ପ୍ରଧାନମନ୍ତ୍ରୀ

ସ୍ୱାଗତ ବନ୍ଧୁଗଣ । ଆଶା କରୁଛି ଆପଣମାନେ ସମସ୍ତେ ଅନ୍ତତଃ କୋଭିଡ ଟିକାର ଗୋଟିଏ ଡୋଜ ନେଇସାରିଥିବେ । କିନ୍ତୁ ତାହା ସତ୍ତ୍ୱେ କରୋନା ପ୍ରୋଟୋକଲ ପାଳନ ପାଇଁ ସହଯୋଗ କରିବାକୁ ମୁଁ ସମସ୍ତଙ୍କୁ ଏବଂ ଗୃହରେ ମୋର ସହଯୋଗୀମାନଙ୍କୁ ପ୍ରାର୍ଥନା କରୁଛି । ଟିକା ବାହୁରେ ଦିଆଯାଉଛି ଏବଂ ଯେଉଁମାନେ ଏହାକୁ ନେଇଛନ୍ତି ସେମାନେ ‘ବାହୁବଳୀ’ ହୋଇଯାଇଛନ୍ତି । କରୋନା ବିରୋଧରେ ଲଢ଼ିବାକୁ ବାହୁବଳୀ ହେବାର ଏକମାତ୍ର ଉପାୟ ହେଉଛି ଟିକାକରଣ କରାଇବା ।

କରୋନା ବିରୋଧୀ ଲଢ଼େଇରେ ୪୦ କୋଟିରୁ ଅଧିକ ଲୋକ ‘ବାହୁବଳୀ’ ହୋଇଯାଇଛନ୍ତି । ଆଗକୁ ମଧ୍ୟ ଏହାକୁ ଦ୍ରୁତ ଗତିରେ ଆଗେଇ ନିଆଯାଉଛି । ଏହି ମହାମାରୀ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି, ସମଗ୍ର ମାନବଜାତିକୁ ପ୍ରଭାବିତ କରିଛି । ତେଣୁ ସଂସଦରେ ଆମେ ମହାମାରୀ ପ୍ରସଙ୍ଗରେ ମହତ୍ତ୍ୱପୂର୍ଣ୍ଣ ବିତର୍କ ଚାହୁଁଛୁ । ଏହାକୁ ସବୁଠୁ ଅଧିକ ପ୍ରାଥମିକତା ଦିଆଯିବା ଆବଶ୍ୟକ, ଯଦ୍ଦ୍ୱାରା ସମସ୍ତ ମାନନୀୟ ସାଂସଦଙ୍କଠାରୁ ପ୍ରୟୋଗାତ୍ମକ ପରାମର୍ଶ ହାସଲ କରାଯିବ । ଫଳରେ ମହାମାରୀ ବିରୋଧରେ ଅନେକ କିଛି ନୂଆ ସାଧନ ଆପଣେଇବାକୁ ସୁଯୋଗ ମିଳିପାରିବ । ମହାମାରୀ ବିରୋଧୀ ଲଢ଼େଇ ପାଇଁ ଯଦି କିଛି କୌଣସି ଅଭାବବୋଧ ରହିଯାଇଥାଏ, ତେବେ ତାହାକୁ ସଂଶୋଧନ କରାଯିବ ଏବଂ ମିଳିମିଶି ସମସ୍ତେ ଆଗକୁ ବଢ଼ିପାରିବେ ।

ମୁଁ ସମସ୍ତ ଫ୍ଲୋର ଲିଡରଙ୍କୁ ଆସନ୍ତାକାଲି ସନ୍ଧ୍ୟାରେ ସମୟ ବାହାର କରିବା ପାଇଁ ଅନୁରୋଧ କରିଛି । କାରଣ ମହାମାରୀ ସ୍ଥିତି ପ୍ରସଙ୍ଗରେ ମୁଁ ସେମାନଙ୍କ ସମ୍ମୁଖରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିବାକୁ ଚାହୁଁଛି । ଫ୍ଲୋର ଲିଡରମାନଙ୍କ ସହ ଉଭୟ ଗୃହ ଏବଂ ବାହାରେ ଆଲୋଚନା କରିବାକୁ ଆମେ ଚାହୁଁଛୁ, କାରଣ ମୁଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଲଗାତର ଭାବେ ବୈଠକ କରି ଆଲୋଚନା କରିଛି । ବିଭିନ୍ନ ମଞ୍ଚରେ ନାନା ପ୍ରକାର ଆଲୋଚନା କରାଯାଉଛି । ଗୃହରେ ବିତର୍କ ସମେତ ଫ୍ଲୋର ଲିଡରମାନଙ୍କ ସହ ଏକ ଆଲୋଚନା ଯଦି ହୋଇପାରେ, ତେବେ ଏହା ବହୁତ ଭଲ ହୁଅନ୍ତା ।

ବନ୍ଧୁଗଣ, ଚାଲନ୍ତୁ ଏହି ଅଧିବେଶନକୁ ପ୍ରଭାବୀ ତର୍କ ସହିତ ପରିଣାମ-କୈନ୍ଦ୍ରିକ କରିବା, ଯଦ୍ଦ୍ୱାରା ଜନତାଙ୍କ ପ୍ରଶ୍ନର ଉତ୍ତର ସରକାର ଦେଇପାରିବେ । ଏହି ପରିପ୍ରେକ୍ଷୀରେ ମୁଁ ଗୃହରେ ଅତ୍ୟନ୍ତ କଠୋର ତଥା ତୀକ୍ଷଣ ପ୍ରଶ୍ନ ପଚାରିବା ଲାଗି ସମସ୍ତ ମାନନୀୟ ସାଂସଦ ଓ ସବୁ ଦଳଗୁଡ଼ିକୁ ଆହ୍ୱାନ କରୁଛି, କିନ୍ତୁ ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ ସରକାରଙ୍କୁ ତାହାର ପ୍ରତିକି୍ରୟା ରଖିବା ଲାଗି ସୁଯୋଗ ଦିଆଯିବା ଉଚିତ । ସତ୍ୟ ଯେତେବେଳେ ଲୋକଙ୍କ ପାଖରେ ପହଞ୍ଚେ, ଗଣତନ୍ତ୍ର ସୁଦୃଢ଼ ହୋଇଥାଏ । ଏହା ମଧ୍ୟ ଲୋକଙ୍କ ବିଶ୍ୱାସକୁ ମଜଭୁତ କରିଥାଏ ଏବଂ ବିକାଶ ଧାରାରେ ସୁଧାର ଆଣିଥାଏ ।

ବନ୍ଧୁଗଣ, ଏହି ଅଧିବେଶନ ସମୟରେ ଆଭ୍ୟନ୍ତରୀଣ ବ୍ୟବସ୍ଥା ଗତଥର ଭଳି ହୋଇନାହିଁ । ଏଥର ସମସ୍ତେ ବସିବେ ଏବଂ ମିଳିମିଶ କାର୍ଯ୍ୟ କରିବେ କାରଣ ପ୍ରାୟତଃ ସମସ୍ତେ ଟିକା ନେଇସାରିଛନ୍ତି । ମୁଁ ପୁଣିଥରେ ସମସ୍ତଙ୍କୁ ବହୁତ ଧନ୍ୟବାଦ ଜଣାଉଛି ଏବଂ ଆପଣମାନଙ୍କୁ ନିଜର ଯତ୍ନ ନେବାକୁ ଅନୁରୋଧ କରୁଛି । ଚାଲନ୍ତୁ ଦେଶର ଆଶା ଓ ଆକାଂକ୍ଷାଗୁଡ଼ିକୁ ପୂରା କରିବା ଲାଗି ମିଳିମିଶି କାର୍ଯ୍ୟ କରିବା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Year Ender 2025: Biggest announcements by Modi government that shaped India

Media Coverage

Year Ender 2025: Biggest announcements by Modi government that shaped India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles passing of Shri Biswa Bandhu Sen Ji
December 26, 2025

The Prime Minister, Shri Narendra Modi has condoled the passing of Shri Biswa Bandhu Sen Ji, Speaker of the Tripura Assembly. Shri Modi stated that he will be remembered for his efforts to boost Tripura’s progress and commitment to numerous social causes.

The Prime Minister posted on X:

"Pained by the passing of Shri Biswa Bandhu Sen Ji, Speaker of the Tripura Assembly. He will be remembered for his efforts to boost Tripura’s progress and commitment to numerous social causes. My thoughts are with his family and admirers in this sad hour. Om Shanti."