ସଙ୍ଗୀତ ହେଉଛି ଏକ ମାଧ୍ୟମ ଯାହା ଆମକୁ ଆମର ସାଂସାରିକ କର୍ତ୍ତବ୍ୟ ବିଷୟରେ ଅବଗତ କରାଏ ଏବଂ ଏହା ମଧ୍ୟ ସାଂସାରିକ ଆଶକ୍ତିକୁ ଅତିକ୍ରମ କରିବାରେ ସାହାଯ୍ୟ କରେ”
“ଯୋଗ ଦିବସର ଅଭିଜ୍ଞତା ସୂଚାଇ ଦେଇଛି ଯେ ଭାରତୀୟ ଐତିହ୍ୟରୁ ବିଶ୍ୱ ଉପକୃତ ହୋଇଛି ଏବଂ ଭାରତୀୟ ସଙ୍ଗୀତର ମଧ୍ୟ ମାନବ ମନରେ ଗଭୀରତା ସୃଷ୍ଟି କରିବାର କ୍ଷମତା ରହିଛି”
“ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଭାରତୀୟ ସଙ୍ଗୀତ ବିଷୟରେ ଜାଣିବା, ଶିଖିବା ଏବଂ ଲାଭ ପାଇବା ପାଇଁ ହକଦାର । ଏହାର ଯତ୍ନ ନେବା ଆମର ଦାୟିତ୍ୱ”
“ଆଜିର ଯୁଗରେ ଯେତେବେଳେ ଜ୍ଞାନକୌଶଳର ପ୍ରଭାବ ସବୁଆଡେ ବ୍ୟାପୁଛି, ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ବିପ୍ଳବ ହେବା ଉଚିତ୍‍”
“ଆଜି ଆମେ ଆମର କଳା ଏବଂ ସଂସ୍କୃତିର କେନ୍ଦ୍ରଗୁଡିକୁ କାଶୀ ପରି ପୁନଃ ର୍ନିମାଣ କରୁଛୁ”

ନମସ୍କାର!

ଏହି ବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ଦୁର୍ଗା ଜସରାଜ ଜୀ, ସାରଙ୍ଗ ଦେବ ପଣ୍ଡିତ ଜୀ, ପଣ୍ଡିତ ଜସରାଜ କଲଚରାଲ ଫାଉଣ୍ଡେସନର ସହ-ସଂସ୍ଥାପକ ନିରଜ ଜେଟଲୀ ଜୀ, ବିଶ୍ୱର ସମସ୍ତ ସଂଗୀତଜ୍ଞ ଏବଂ କଳାକାର ଗଣ, ମହିଳା ଏବଂ ସମ୍ମାନିତ ଅତିଥିମାନେ!

ଆମର ଏଠାରେ ସଂଗୀତ, ସୁର ଏବଂ ସ୍ୱରକୁ ଅମର ବୋଲି ବିବେଚନା କରାଯାଏ । କୁହାଯାଏ ଯେ ସ୍ୱରର ଶକ୍ତି ମଧ୍ୟ ଅମର ହୋଇଥାଏ, ଏହାର ପ୍ରଭାବ ମଧ୍ୟ ଅମର ହୋଇଥାଏ । ଏପରି ପରିସ୍ଥିତିରେ ଯେଉଁ ମହାନ ଆତ୍ମା ଯିଏ ସଂଗୀତକୁ ବଞ୍ଚାଇଛନ୍ତି, ସଂଗୀତ ହିଁ ଯାହାର ଅସ୍ତିତ୍ୱର ପ୍ରତ୍ୟେକ କଣିକାରେ ଗୁଞ୍ଜରିତ ହେଉଛି, ସେହି ଶରୀର ଛାଡ଼ିବା ପରେ ମଧ୍ୟ ବ୍ରହ୍ମାଣ୍ଡର ଶକ୍ତି ଏବଂ ଚେତନାରେ ଅମର ହୋଇ ରହିଥାଏ ।

ଆଜି ଏହି କାର୍ଯ୍ୟକ୍ରମରେ ସଂଗୀତଜ୍ଞମାନେ, କଳାକାରମାନଙ୍କ ଦ୍ୱାରା ଯେଉଁ ପ୍ରସ୍ତୁତିଗୁଡ଼ିକ ପ୍ରଦର୍ଶନ କରୁଛନ୍ତି, ଯେପରି ଭାବେ ପଣ୍ଡତ ଜସରାଜ ଜୀଙ୍କ ସ୍ୱର, ତାଙ୍କର ସଂଗୀତ ଆଜି ଆମମାନଙ୍କ ମଧ୍ୟରେ ପ୍ରତିଧ୍ୱନିତ ହେଉଛି, ସଂଗୀତର ଏହି ଚେତନାରେ, ଏହା ଅନୁଭବ ହୋଇଥାଏ ଯେମିତି ପଣ୍ଡିତ ଜସରାଜ ଜୀ ଆମମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି । ସାକ୍ଷାତ ନିଜର ଉପସ୍ଥାପନା ଦେଉଛନ୍ତି ।

ମୁଁ ଖୁସି ଯେ ଆପଣମାନେ ସମସ୍ତେ ତାଙ୍କ ଶାସ୍ତ୍ରୀୟ ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି, ତାଙ୍କର ଏହି ପରମ୍ପରାକୁ ଆଗାମୀ ପିଢ଼ି ପାଇଁ ଭବିଷ୍ୟତ ଏବଂ ଶତାବ୍ଦୀ ଶତାବ୍ଦୀ ପାଇଁ ସଂରକ୍ଷଣ କରୁଛନ୍ତି । ଆଜି ପଣ୍ଡତ ଜସରାଜ ଜୀଙ୍କ ଜନ୍ମଜୟନ୍ତୀର ପୂଣ୍ୟ ଅବସର ମଧ୍ୟ ଅଟେ । ଏହି ଦିନ ପଣ୍ଡିତ ଜସରାଜ କଲ୍ଚରାଲ ଫାଉଣ୍ଡେସନର ପ୍ରତିଷ୍ଠା ପାଇଁ ଏହି ଅଭିନବ କାର୍ଯ୍ୟ ପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ବିଶେଷ ଭାବରେ ମୁଁ ଦୁର୍ଗା ଜସରାଜ ଜୀ ଏବଂ ପଣ୍ଡିତ ସାରଙ୍ଗ ଗୁରଜୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ନିଜେ ନିଜର ପିତାଙ୍କର ପ୍ରେରଣାକୁ ତାଙ୍କର ତପସ୍ୟାକୁ ସମଗ୍ର ବିଶ୍ୱକୁ ଉତ୍ସର୍ଗ କରିବାକୁ ପଦକ୍ଷେପ ନେଇଛନ୍ତି । ମୋତେ ଅନେକ ଥର ପଣ୍ଡିତ ଜସରାଜ ଜୀଙ୍କୁ ଶୁଣିବାର, ତାଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ମିଳିଛି ।

ସାଥୀମାନେ,

ସଂଗୀତ ଏକ ଅତ୍ୟନ୍ତ ରହସ୍ୟମୟ ବିଷୟ ଅଟେ । ଏ ସମ୍ପର୍କରେ ବହୁତ ଜ୍ଞାନ ନାହିଁ, କିନ୍ତୁ ଆମର ସାଧୁମାନେ ସ୍ୱର ଏବଂ ନାଦକୁ ନେଇ ଯେତିକି ବିସ୍ତୃତ ଜ୍ଞାନ ଦେଇଛନ୍ତି, ଏହା ନିଜେ ହିଁ ଆଶ୍ଚର୍ଯ୍ୟଜନକ ଅଟେ । ଆମର ସଂସ୍କୃତ ଗ୍ରନ୍ଥରୁ ଲେଖାଯାଇଛି ।

ନାଦ ରୁପ: ସ୍ମୃତୋ ବ୍ରହ୍ମା, ନାଦ ରୁପୋ ଜନାର୍ଦ୍ଦନ: ।

ନାଦ ରୁପ: ପାରା ଶକ୍ତି:, ନାଦ ରୁପୋ ମହେଶ୍ୱର: । ।

ଅର୍ଥାତ୍ ବ୍ରହ୍ମାଣ୍ଡକୁ ଜନ୍ମଦେଇଥିବା, ପାଳନ କରୁଥିବା, ପରିଚାଳନା କରୁଥିବା ଏବଂ ସମନ୍ୱୟ କରୁଥିବା ତପୀମାନେ, ନାଦ ରୁପ ଅଟନ୍ତି । ନାଦକୁ, ସଂଗୀତକୁ, ଶକ୍ତିର ଏହି ପ୍ରବାହରେ ଦେଖିବାର, ବୁଝିବାର ଏହି ଶକ୍ତି ହିଁ ଭାରତୀୟ ଶାସ୍ତ୍ରୀୟ ସଂଗୀତକୁ ଅସାଧାରଣ କରିଥାଏ । ସଂଗୀତ ହେଉଛି ଏପରି ଏକ ମାଧ୍ୟମ ଯାହା ଆମକୁ ସାଂସାସିକ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥାଏ ଏବଂ ଆମକୁ ସାଂସାରିକ ମୋହରୁ ମଧ୍ୟ ମୁକ୍ତ କରିଥାଏ । ସଂଗୀତର ବିଶେଷତ୍ୱ ହେଉଛି ଯଦିଓ ଆପଣ ଏହାକୁ ସ୍ପର୍ଶ କରିପାରିବେ ନାହିଁ କିନ୍ତୁ ଏହା ଅନନ୍ତକାଳ ପର୍ଯ୍ୟନ୍ତ ଗୁଞ୍ଜରିତ ହୋଇଥାଏ ।

ମୋତେ କୁହାଯାଇଛି ଯେ ପଣ୍ଡିତ ଜସରାଜ କଲ୍ଚରାଲ ଫାଉଣ୍ଡେସନର ପ୍ରାଥମିକ ଉଦେଶ୍ୟ ହେଉଛି ଭାରତର ଜାତୀୟ ଐତିହ୍ୟ, କଳା ଏବଂ ସଂସ୍କୃତିର ସୁରକ୍ଷା, ବିକାଶକୁ ପ୍ରୋତ୍ସାହନ କରିବା । ମୁଁ ଜାଣି ଏହା ଖୁସି ହେଲି ଯେ, ଏହି ଫାଉଣ୍ଡେସନ ଉଦୀୟମାନ କଳାକାରମାନଙ୍କୁ ସହଯୋଗ କରିବ, କଳାକାରମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବାକୁ ଚେଷ୍ଟା କରିବ । ଆପଣମାନେ ମଧ୍ୟ ଏହି ଫାଉଣ୍ଡେସନ ମାଧ୍ୟମରେ ସଂଗୀତ କ୍ଷେତ୍ରରେ ଶିକ୍ଷା ଏବଂ ଅନୁସନ୍ଧାନର କାର୍ଯ୍ୟକୁ ଆଗକୁ ନେବାକୁ ଚିନ୍ତା କରୁଛନ୍ତି ।

ମୁଁ ମାନୁଛି ଯେ, ପଣ୍ଡିତ ଜସରାଜ ଜୀଙ୍କ ଭଳି ଏକ ମହାନ ବ୍ୟକ୍ତିତ୍ୱଙ୍କ ପାଇଁ ଯେଉଁ କାର୍ଯ୍ୟ ଯୋଜନା ଅଛି, ଆପଣ ଯେଉଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି, ଏହା ଏକ ବହୁତ ବଡ଼ ଶ୍ରଦ୍ଧାଞ୍ଜଳି । ଏବଂ ମୁଁ ଏହା ମଧ୍ୟ କହିବି ଯେ ବର୍ତ୍ତମାନ ଶିଷ୍ୟମାନଙ୍କ ପାଇଁ ଏହା ଗୁରୁ ଦକ୍ଷିଣା ଦେବାର ସମୟ ଆସିଛି ।

ସାଥୀମାନେ,

ଆଜି ଆମେ ଏମିତି ଏକ ସମୟରେ ମିଶିପାରିଛୁ, ଯେତେବେଳେ ଟେକ୍ନୋଲୋଜୀ ସଂଗୀତ ଜଗତରେ ବହୁଳ ଭାବେ ପ୍ରବେଶ କରିସାରିଛି । ଏହି କଲ୍ଚରାଲ ଫାଉଣ୍ଡେସନ ଦୁଇଟି ଜିନିଷ ଉପରେ ଧ୍ୟାନ ଦେବାକୁ ମୁଁ ଆଗ୍ରହ ପ୍ରକାଶ କରୁଛି। ଆମେ ଜଗତୀକରଣ ବିଷୟରେ ଶୁଣୁଛୁ । କିନ୍ତୁ ଜଗତୀକରଣର ଯେଉଁ ସଂଜ୍ଞା ରହିଛି, ଏବେ ସେହିସବୁ ଜିନିଷ ବୁଲି ବୁଲି ଅର୍ଥ କେନ୍ଦ୍ରିତ ହୋଇଯାଇଥାଏ, କେବଳ ଅର୍ଥନୀତିର ଦିଗକୁ ହିଁ ସ୍ପର୍ଶ କରିଥାଏ । ଆଜିର ଜଗତୀକରଣ ଯୁଗରେ ଭାରତୀୟ ସଂଗୀତ ମଧ୍ୟ ନିଜର ବିଶ୍ୱସ୍ତରୀୟ ପରିଚୟ ସୃଷ୍ଟି କରିବା ଉଚିତ, ବିଶ୍ୱବ୍ୟାପୀ ଏହାର ପ୍ରଭାବ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ ।

ଭାରତୀୟ ସଂଗୀତ ମଣିଷ ମନର ଗଭୀରତାକୁ ଆନେ୍ଦାଳିତ କରିବାର ସାମର୍ଥ୍ୟ ରଖିଥାଏ । ଏହା ସହିତ ପ୍ରକୃତି ଏବଂ ପରମାତ୍ମାଙ୍କର ୱାନ-ନେସର ଅନୁଭବକୁ ମଧ୍ୟ ଗୁରୁତ୍ୱ ଦେଇଥାଏ । ଅନ୍ତର୍ଜାତୀୟ ଯୋଗ ଦିବସ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏକ ପ୍ରକାରରେ ଅସ୍ତିତ୍ୱର ଅନୁଭବ ଦେଇଛି । ଏବଂ ସେଥିରେ ଗୋଟିଏ ଜିନିଷ ଅନୁଭବ ହୋଇଥାଏ ଯେ ଭାରତର ଐତିହ୍ୟରୁ ସମଗ୍ର ମାନବ ଜାତି ବିଶ୍ୱରେ ଉପକୃତ ହୋଇଛନ୍ତି । ପ୍ରତ୍ୟେକ ମଣିଷ ଭାରତୀୟ ସଂଗୀତରୁ ଜାଣିବା, ବୁଝିବା, ଶିଖିବା ଏବଂ ଲାଭ ପାଇବାକୁ ଯୋଗ୍ୟ ଅଟନ୍ତି । ଏହି ପବିତ୍ର କାର୍ଯ୍ୟକୁ ପୂର୍ଣ୍ଣ କରିବା ଆମର ଦାୟିତ୍ୱ ଅଟେ ।

ମୋର ଦ୍ୱିତୀୟ ପରାମର୍ଶ ହେଉଛି ଯେ ଯେତେବେଳେ ଟେକ୍ନୋଲୋଜୀର ପ୍ରଭାବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ରହିଛି ସେତେବେଳେ ସଂଗୀତ, ଟେକ୍ନୋଲୋଜୀ ଏବଂ ଆଇଟି କ୍ଷେତ୍ରରେ ମଧ୍ୟ ବିପ୍ଳବ ହେବା ଉଚିତ । ଭାରତରେ ଏମିତି ଷ୍ଟାର୍ଟଅପ ସୃଷ୍ଟି ହେଉ ଯାହା ସମ୍ପୂର୍ଣ୍ଣ ଭାବେ ଭାରତୀୟ ସଂଗୀତ ପ୍ରତି ଉତ୍ସର୍ଗୀକୃତ ହେଉ, ଭାରତୀୟ ବାଦ୍ୟଯନ୍ତ୍ର ଉପରେ ଆଧାର ହେଉ, ଭାରତୀୟ ସଂଗୀତର ଯେଉଁ ପବିତ୍ର ଧାରା ରହିଛି ଗଙ୍ଗା ଭଳି ପବିତ୍ର ସ୍ରୋତ ହେଉ, ସେଗୁଡ଼ିକୁ ଆଧୁନିକ ଟେକ୍ନୋଲୋଜୀରେ କିପରି ସୁସଜ୍ଜିତ କରାଯିବ ଏହା ଉପରେ ବହୁତ କିଛି କରିବାର ଆବଶ୍ୟକତା ରହିଛି । ଯେଉଁଥିରେ ଆମର ଗୁରୁ-ଶିଷ୍ୟ ପରମ୍ପରା ରହିଛି ତାହା ଅକ୍ଷୁଣ୍ଣ ରହିବା ଉଚିତ । କିନ୍ତୁ ଟେକ୍ନୋଲୋଜୀ ମାଧ୍ୟମରେ ଏକ ବିଶ୍ୱସ୍ତରୀୟ ଶକ୍ତି ହାସଲ ହେବା ଆବଶ୍ୟକ, value addition ହେବା ଦରକାର ।

ସାଥୀମାନେ,

ଭାରତର ଜ୍ଞାନ, ଭାରତର ଦର୍ଶନ, ଭାରତର ଚିନ୍ତାଧାରା, ଆମର ବିଚାର, ଆମର ନୈତିକତା, ଆମ ସଂସ୍କୃତି, ଆମର ସଂଗୀତ ଏହାର ମୂଳରେ ସବୁ ଜିନିଷ ମାନବିକତାର ସେବା ମାଧ୍ୟମରେ ଆମ ସମସ୍ତଙ୍କ ଜୀବନରେ ଚେତନା ଭରିଥାଏ। ସମଗ୍ର ଜଗତର କଲ୍ୟାଣ ପାଇଁ ଇଛା ସହଜରେ ତାଙ୍କ ଠାରେ ଦେଖାଯାଇଥାଏ । ସେଥିପାଇଁ, ଆମେ ଭାରତକୁ ଭାରତର ପରମ୍ପରାଗୁଡ଼ିକୁ ପରିଚିତ କରିବା ପାଇଁ ଯେତେ ଆଗକୁ ବଢ଼ାଇବା ଆମେ ମାନବିକତାର ସେବାକୁ ସେତିକି ଅଧିକ ପ୍ରଶସ୍ତ କରିବା । ଆଜି ଏହା ହେଉଛି ଭାରତର ଉଦେଶ୍ୟ, ଏହା ହେଉଛି ଆଜି ଭାରତର ମନ୍ତ୍ର ।

ଆଜି ଆମେ କାଶୀ ପରି ଆମର କଳା ଏବଂ ସଂସ୍କୃତି କେନ୍ଦ୍ରଗୁଡ଼ିକର ନବୀକରଣ କରୁଛୁ । ପରିବେଶ ସୁରକ୍ଷା ଏବଂ ପ୍ରକୃତି ପ୍ରତି ଭଲପାଇବାକୁ ନେଇ ଆଜି ଯେଉଁ ଆସ୍ଥା ରହିଛି, ଆଜି ଭାରତ ବିଶ୍ୱକୁ ସୁରକ୍ଷିତ ଭବିଷ୍ୟତର ପଥ ଦେଖାଉଛି । ଐତିହ୍ୟ ବିକାଶ ମଧ୍ୟ ଏହି ମନ୍ତ୍ରରେ ଚାଲୁଥିବା ଭାରତର ଏହି ଯାତ୍ରାରେ ‘ସବକା ପ୍ରୟାସ’ ସାମିଲ ହେବା ଉଚିତ ।

ମୋତେ ବିଶ୍ୱାସ ଅଛି, ପଣ୍ଡିତ ଜସରାଜ କଲ୍ଚରାଲ ଫାଉଣ୍ଡେସନ ବର୍ତ୍ତମାନ ଆପଣ ସମସ୍ତଙ୍କୁ ସକ୍ରିୟ ଯୋଗଦାନ ସହିତ ସଫଳତାର ନୂତନ ଶିଖର ହାସଲ କରିବ । ଏହି ଫାଉଣ୍ଡେସନ ସଂଗୀତ ସେବା, ସାଧନା ଏବଂ ଦେଶ ପ୍ରତି ଆମ ସଂକଳ୍ପରୁ ସିଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ।

ଏହି ବିଶ୍ୱାସ ସହିତ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଏହି ନୂତନ ପ୍ରୟାସ ପାଇଁ ମୋର ଅନେକ ଅନେକ ଶୁଭକାମନା!

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PM Modi Turned India's Ordnance Factories Into Atmanirbhar Powerhouse

Media Coverage

How PM Modi Turned India's Ordnance Factories Into Atmanirbhar Powerhouse
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Speaks with King of Jordan
March 19, 2026
PM Conveys advance Eid Wishes and emphasizes need for dialogue and diplomacy in West Asia

Prime Minister Shri Narendra Modi held a telephonic conversation with His Majesty King Abdullah II, the King of Jordan, to exchange festive greetings and discuss the evolving security situation in the region.

The Prime Minister spoke with His Majesty King Abdullah II and conveyed advance Eid wishes. During the discussion, both leaders expressed concern at the evolving situation in West Asia and highlighted the need for dialogue and diplomacy for the early restoration of peace, security, and stability in the region.

The Prime Minister remarked that attacks on energy infrastructure in West Asia are condemnable and can lead to avoidable escalation. Shri Modi affirmed that India and Jordan stand in support of unhindered transit of goods and energy. The Prime Minister further expressed deep appreciation for Jordan’s efforts in facilitating the safe return of Indians stranded in the region.

The Prime Minister wrote on X:

"Conveyed advance Eid wishes to my brother, His Majesty King Abdullah II, the King of Jordan, over phone.We expressed concern at the evolving situation in West Asia and highlighted the need for dialogue and diplomacy for the early restoration of peace, security and stability in the region. Attacks on energy infrastructure in West Asia are condemnable and can lead to avoidable escalation.India and Jordan stand in support of unhindered transit of goods and energy.Deeply appreciated Jordan’s efforts in facilitating the safe return of Indians stranded in the region."