India's scientific community have been India’s greatest assets, especially during the last few months, while fighting Covid-19: PM
Today, we are seeing a decline in the number of cases per day and the growth rate of cases. India has one of the highest recovery rates of 88%: PM
India is already working on putting a well-established vaccine delivery system in place: PM Modi

ନମସ୍ତେ,

ମିଲିଣ୍ଡା ଏବଂ ବିଲଗେଟ୍ସ, ମୋ ମନ୍ତ୍ରିମଣ୍ଡଳର ଡ. ହର୍ଷବର୍ଦ୍ଧନ, ବିଶ୍ୱବ୍ୟାପୀ ପ୍ରତିନିଧିଗଣ, ବୈଜ୍ଞାନିକ, ଗବେଷକ, ଛାତ୍ରଛାତ୍ରୀ ବନ୍ଧୁଗଣ । ଷୋଡଶ ବୃହତ ଆହ୍ୱାନ ସମ୍ପର୍କିତ ବାର୍ଷିକ ବୈଠକରେ ଆପଣମାନଙ୍କ ଗହଣରେ ରହି ମୁଁ ବହୁତ ଖୁସି ।

ବାସ୍ତବିକ କହିବାକୁ ଗଲେ ଏହି ବୈଠକ ଭାରତରେ ହେବାର ଥିଲା । ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଏହା ଭର୍ଚୁଆଲ ପଦ୍ଧତିରେ ହେଉଛି । ପ୍ରଯୁକ୍ତି ବିଦ୍ୟାର ଏପରି ଶକ୍ତି ଅଛି ଯେ ଏ ବୈଶ୍ୱିକ ମହାମାରୀ ମଧ୍ୟ ଆମକୁ ଅଲଗା କରି ପାରିଲା ନାହିଁ । ଏହି କାର୍ଯ୍ୟକ୍ରମ ତାର ନିର୍ଦ୍ଧାରିତ ସୂଚୀ ଅନୁସାରେ ଆରମ୍ଭ ହେଲା । ବିଶାଳ ଆହ୍ୱାନର ସମ୍ମୁଖୀନ ହେଉଥିବା ଗୋଷ୍ଠୀର ଅଙ୍ଗୀକାରବଦ୍ଧତା ଯୋଗୁ ଏହା ସମ୍ଭବପର ହୋଇଛି । ଏହା ଆମର ଦକ୍ଷତା ଓ ଉଦ୍ଭାବନ ପ୍ରତିବଦ୍ଧତାର ନିଦର୍ଶନ ।

ସମାଜର ଭବିଷ୍ୟତ ସୁସଂଗତ ହେବ ଯେତେବେଳେ ଏହା ବିଜ୍ଞାନ ଓ ନୂତନ ଉଦ୍ଭାବନ ଦିଗରେ  ଅଧିକ ଗୁରୁତ୍ୱ ଦେବ । ମାତ୍ର ଦୂରଦର୍ଶୀ ନହୋଇ ଏହା କରାଯାଇ ପାରିବ ନାହିଁ । ବିଜ୍ଞାନ ଓ ଉଦ୍ଭାବନ କ୍ଷେତ୍ରରେ ଯଥେଷ୍ଟ ବିନିଯୋଗ ଆବଶ୍ୟକତା ରହିଛି । ସେହିପରି ଏହିସବୁ ଉଦ୍ଭାବନ କ୍ଷେତ୍ରରେ ଜନସହଯୋଗ ଓ ସମନ୍ୱୟ ଆବଶ୍ୟକ । ନିଷ୍କ୍ରିୟ ରହିଲେ ବିଜ୍ଞାନ କେବେ ସମୃଦ୍ଧ ହୋଇପାରିବ ନାହିଁ, ବିରାଟ ଆହ୍ୱାନ ମୂଳକ କାର୍ଯ୍ୟକ୍ରମ ଏହି ଲୋକାଚାରକୁ ଭଲ ଭାବେ ଜାଣିଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବେଶ ପ୍ରଶଂସନୀୟ ।

15 ବର୍ଷରେ ଆପଣମାନେ ଅନେକ ଦେଶକୁ ଏଥିରେ ସାମିଲ କରିଛନ୍ତି । ମାତ୍ର ଏଥିରେ ବିଷୟଗତ ବିବିଧତା ରହିଛି । ମା ଓ ଶିଶୁ ସ୍ୱାସ୍ଥ୍ୟ, କୃଷି, ପୌଷ୍ଟିକତା, ଜଳ, ପରିମଳ ଓ ସ୍ୱଚ୍ଛତା ଭଳି ସମସ୍ୟାର ସମାଧାନ ନିମେନ୍ତ ଆପଣମାନେ ବିଶ୍ୱବ୍ୟାପୀ ବିଦ୍ୱାନମାନଙ୍କ ସହାୟତା ନେଇଛନ୍ତି । ଏହାଛଡା ଏହାର ଅନେକ ପଦକ୍ଷେପ ମଧ୍ୟ ବେଶ ସ୍ୱାଗତଯୋଗ୍ୟ ।

ବନ୍ଧୁଗଣ,

ଏକ ବୈଶ୍ୱିକ ମହାମାରୀ ଆମକୁ ପୁଣି ଥରେ ଏକାଠି କାମ କରିବାର ଗୁରୁତ୍ୱ  ଉପରେ ଚିନ୍ତା କରିବାକୁ ସୁଯୋଗ ଦେଇଛି । କହିବାକୁ ଗଲେ, ରୋଗର କୌଣସି ଭୌଗୋଳିକ ସୀମାରେଖା ନାହିଁ । ରୋଗ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗଗତ ପ୍ରଭେଦ ମଧ୍ୟ ଦେଖେନାହିଁ । ରୋଗମାନେ ମୁଁ ବର୍ତ୍ତମାନର ବୈଶ୍ୱିକ ମହାମାରୀ ପରସ୍ଥିତି କଥା କହୁନାହିଁ ଅନେକ ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ରହିଛି ଯାହାକି ଜନସାଧାରଣ, ବିଶେଷ କରି ଯୁବଗୋଷ୍ଠୀଙ୍କ ଜୀବନ ଉପରେ ପ୍ରଭାବ ପକାଉଛି ।

ବନ୍ଧୁଗଣ,

ଭାରତରେ ଆମର ଏକ ଶକ୍ତିଶାଳୀ ବୈଜ୍ଞାନିକ ଗୋଷ୍ଠୀ ରହିଛି । ଆମର ଅନେକ ଉତ୍ତମ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟ ରହିଛି, ସେଗୁଡିକ ଆମର ଅମୂଲ୍ୟ ସମ୍ପଦ । ବିଶେଷ କରି ଗତ କେତେ ମାସ ମଧ୍ୟରେ କୋଭିଡ-19ର ମୁକାବିଲା କରିବାରେ ଏହା ପ୍ରମାଣିତ ହୋଇଛି । ରୋଗ ପ୍ରତିହତ କରିବାଠାରୁ ଆରମ୍ଭ କରି ଭିତ୍ତିଭୂମି ସାମର୍ଥ୍ୟ ବୃଦ୍ଧିରେ ମଧ୍ୟ ଏହା ଅଭୂତପୂର୍ଣ୍ଣ ସଫଳତା ହାସଲ କରିଛି ।

ବନ୍ଧୁଗଣ,

ଭାରତର ବିଶାଳତା ଏବଂ ବିବିଧତା ସବୁବେଳେ ବିଶ୍ୱବାସୀଙ୍କୁ ଅନୁସନ୍ଧିତ୍ସୁ କରିଛି । ଆମ ଦେଶର ଜନସଂଖ୍ୟା ଯୁକ୍ତରାଷ୍ଟ୍ର ଆମେରିକା ଜନସଂଖ୍ୟାର ପ୍ରାୟ 4 ଗୁଣ । ଆମର ଅଧିକାଂଶ ରାଜ୍ୟର ଜନସଂଖ୍ୟା କେତେକ ୟୁରୋପୀୟ ରାଷ୍ଟ୍ରର ସମକକ୍ଷ । ମାତ୍ର ଜନସାଧାରଣଙ୍କ ସାମୂହିକ ଉଦ୍ୟମ ଯୋଗୁ  କୋଭିଡ-19 ମୃତ୍ୟୁ ସଂଖ୍ୟା କମ ରଖିବାରେ ଦେଶ ସକ୍ଷମ ହୋଇଛି । ଆଜି ଆମେ ଦୈନିକ ସଂକ୍ରମଣ ହ୍ରାସ ଦେଖିବାକୁ ପାଉଛୁ । ଭାରତରେ ବିଶ୍ୱର ସର୍ବାଧିକ ଶତକଡା ୮୮ ପ୍ରତିଶତ ସୁସ୍ଥତା ହାର ରହିଛି । ଯେତେବେଳେ ମୋଟ ସଂକ୍ରମିତ ସଂଖ୍ୟା ମାତ୍ର କେତେ ଶହ ଥିଲା ସେତେବେଳେ ଆମ ଦେଶ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଖୁବ ଶୀଘ୍ର ଲକଡାଉନ କଟକଣା ଲାଗୁ କରିଥିଲା । ସେଥିପାଇଁ ଏହା ସମ୍ଭବ ହୋଇଛି । ଭାରତ ପ୍ରଥମେ ଜନସାଧାରଣଙ୍କୁ ମାସ୍କ ବ୍ୟବହାର ନେଇ ସଚେତନ କରାଇଥିଲା । ଭାରତ ରୋଗୀ ଚିହ୍ନଟ ପ୍ରକ୍ରିୟାକୁ ମଧ୍ୟ ଶକ୍ତିଶାଳୀ କରିଥିଲା । ଆରମ୍ଭରୁ ରାପିଡ ଆଣ୍ଟିଜେନ ପରୀକ୍ଷା ମଧ୍ୟ ଆରମ୍ଭ କରାଯାଇଥିଲା  । ଭାରତ ମଧ୍ୟ ସିଆରଆଇଏସପିଆର ଗୁଣସୂତ୍ର ସଂପାଦନା ବୈଷୟିକ ଜ୍ଞାନ ମଧ୍ୟ ଉଦ୍ଭାବନ କରିଛି ।

ବନ୍ଧୁଗଣ,

କୋଭିଡ ଟୀକା ବିକାଶରେ ମଧ୍ୟ ଭାରତ ଅଗ୍ରଣୀ ରହିଛି । ଆମ ଦେଶର ୩୦ରୁ ଉର୍ଦ୍ଧ୍ବ ସ୍ୱଦେଶୀ ଟୀକା ମଧ୍ୟ ପ୍ରସ୍ତୁତ କରାଯାଇଛି । ସେଥିରୁ 3ଟିରେ ଅଗ୍ରଗତି ଘଟିଛି । ତେବେ ଆମେ ଏତିକିରେ ବସି ଯାଇ ନାହୁଁ । ଭାରତ ଏକ ନିର୍ଭର ଯୋଗ୍ୟ ଟୀକାର ବିତରଣ ପାଇଁ ମଧ୍ୟ ପଦ୍ଧତିଗତ ବିକାଶ କରୁଛି । ଆମର ଦେଶବାସୀଙ୍କ ଟୀକାକରଣ ନିମନ୍ତେ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡିର ଉପଯୋଗ ମଧ୍ୟ ଆମେ କରିବୁ ।

ବନ୍ଧୁଗଣ,

କୋଭିଡ ଛାଡି ଭାରତର ଗୁଣାତ୍ମକ ଔଷଧ ପତ୍ର ଓ ଟୀକା କମ ଖର୍ଚ୍ଚରେ ପ୍ରସ୍ତୁତ କରିବାର କ୍ଷମତା ମଧ୍ୟ ରହିଛି । ବିଶ୍ୱରେ ବ୍ୟବହୃତ ଶତକଡା 60 ଭାଗ ଔଷଧ ଭାରତରେ ହିଁ ତିଆରି ହୋଇଥାଏ । ଆମେ ଆମର ଇନ୍ଦ୍ରଧନୁଶ ଟୀକାକରଣ କାର୍ଯ୍ୟକ୍ରମରେ ଭାରତରେ ପ୍ରସ୍ତୁତ ରୋଟା ଭାଇରସ ଟୀକାକୁ ଅନ୍ତର୍ଭୁକ୍ତ କରିଛୁ । ମଜଭୁତ ଅଂଶୀଦାରିତା ଯୋଗୁ କିପରି ଦୀର୍ଘସ୍ଥାୟୀ ସଫଳତା ମିଳେ ଏହା ତାହାର ଏକ ଉଦାହରଣ । ଗେଟ୍ସ ଫାଉଣ୍ଡେସନର ମଧ୍ୟ ଏହି ନିର୍ଦ୍ଦିଷ୍ଟ ଉଦ୍ୟମରେ ଏକ ଭୂମିକା ରହିଛି । ଭାରତର ଅଭିଜ୍ଞତା ଓ ଗବେଷଣା ଜ୍ଞାନ ଯୋଗୁ ଆମେ ବୈଶ୍ୱିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେନ୍ଦ୍ରବିନ୍ଦୁ କହିଲେ ଅତ୍ୟୁକ୍ତି ହେବନାହିଁ । ଏସବୁ କ୍ଷେତ୍ରରେ ଅନ୍ୟ ଦେଶ ମାନେ ମଧ୍ୟ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି କରନ୍ତୁ ଏହା ଆମେ କାମନା କରୁଛୁ ।

ବନ୍ଧୁଗଣ,

ଯେପରି ପ୍ରତ୍ୟେକ ଘର ପାଇପ ଯୋଗେ ପାନୀୟ ଜଳ ପାଇପାରିବେ ତାହା ଆମେ ନିଶ୍ଚିତ କରୁଛୁ । ଏହା ରୋଗର ପ୍ରଭାବ ହ୍ରାସ କରିବାରେ ସହାୟକ ହେବ । ବିଶେଷ କରି ଗ୍ରାମାଂଚଳ ଗୁଡିକରେ ଆମେ ଅଧିକରୁ ଅଧିକ ମେଡିକାଲ କଲେଜ ସ୍ଥାପନ କରୁଛୁ । ଏଥିରେ ଯୁବଗୋଷ୍ଠୀଙ୍କୁ ଅଧିକ ସୁଯୋଗ ମିଳିବ । ଏହାଛଡା ଆମର ଗ୍ରାମାଂଚଳରେ ମଧ୍ୟ ସ୍ୱାସ୍ଥ୍ୟ ସେବା ଉନ୍ନତ ହେବ । ଆମେ ବିଶ୍ୱର ବୃହତ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ କରିଛୁ ଓ ଏହା ଯେପରି ସମସ୍ତଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଯତ୍ନବାନ ଅଛୁ ।

ବନ୍ଧୁଗଣ,

ବ୍ୟକ୍ତିଗତ ସଶକ୍ତିକରଣ ଓ ସାମଗ୍ରୀକ କଲ୍ୟାଣ ପାଇଁ ଆମର ସମ୍ମିଳିତ ଉଦ୍ୟମ କଣ ରହିପାରିବ ନାହିଁ ? ଗେଟ୍ସ ଫାଉଣ୍ଡେସନ ଓ ଅନ୍ୟ କେତେକ ସଂଗଠନ ଏ ଦିଗରେ ବିସ୍ମୟକର କାର୍ଯ୍ୟମାନ କରୁଛନ୍ତି । ତିନି ଦିନ ବ୍ୟାପୀ ଏହି ଆଲୋଚନାଚକ୍ର ଆପଣମାନଙ୍କ ପାଇଁ ଫଳପ୍ରଦ ହେଉ ଏହା ମୁଁ କାମନା କରୁଛି । ଏହି ବିରାଟ ଆହ୍ୱାନମୂଳକ ମଞ୍ଚରୁ ଅନେକ ଚମକପ୍ରଦ ଓ ଉତ୍ସାହଜନକ ଫଳାଫଳ ମିଳୁ ତାହା ମୁଁ ଆଶା କରୁଛି । ବିକାଶ ପାଇଁ ଏହି ଉଦ୍ୟମ ମାନବଧର୍ମୀ ହେଉ, ଆମର ଯୁବଗୋଷ୍ଠୀର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ଏହି ସମ୍ମିଳନୀ ଏକ ସୁଯୋଗ ଦେଉ, ପୁନର୍ବାର ମୁଁ ଆୟୋଜକ ମାନଙ୍କୁ ମତେ ନିମନ୍ତ୍ରଣ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରୁଛି ।

ଧନ୍ୟବାଦ

ଆପଣଙ୍କୁ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"