ଲୋକାଲ ଫର ଭୋକାଲ ଏବଂ ଆତ୍ମନିର୍ଭର ଭାରତ ଅଭିଯାନର ସପଳତା ଆମର ଯୁବଗୋଷ୍ଠୀ ଉପରେ ନିର୍ଭରଶୀଳ-ପ୍ରଧାନମନ୍ତ୍ରୀ
ଟିକା ନେଇ ଜନସଚେତନତା ସୃଷ୍ଟି ପାଇଁ ଏନ.ସି.ସି., ଏନଏସ୍‌ଏସ୍ ଓ ଅନ୍ୟାନ୍ୟ ସଂଗଠନଗୁଡିକୁ ଆହ୍ୱାନ

ମନ୍ତ୍ରିମଣ୍ଡଳରେ ମୋର ବରିଷ୍ଠ ସହଯୋଗୀ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ମହାଶୟ, ଶ୍ରୀ ଅର୍ଜୁନ ମୁଣ୍ଡା ମହାଶୟ, ଶ୍ରୀ କିରଣ ରିଜିଜୁ ମହାଶୟ, ଶ୍ରୀମତୀ ରେଣୁକା ସିଂହ ସିରୁଟା ମହାଶୟା, ଏବଂ ସାରା ଦେଶରୁ ଏଠାକୁ ଆସିଥିବା ମୋର ପ୍ରିୟ ଯୁବ ସାଥୀଗଣ, କରୋନା ପ୍ରକୃତରେ ବହୁତ କିଛି ପରିବର୍ତ୍ତନ କରି ରଖିଦେଇଛି । ମାସ୍କ, କରୋନା ପରୀକ୍ଷଣ, ଦୁଇ ଗଜର ଦୂରତା, ଏହା ସବୁ ଏବେ ଏଭଳି ଳାଗୁଛି ଯେପରି ସେମାନେ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟି ଯାଇଛନ୍ତି। ପୂର୍ବରୁ ଯେତେବେଳେ ଫଟୋ ଉଠାଇବାକୁ ଯାଉଥିଲେ, କ୍ୟାମେରାମ୍ୟାନ୍ କହୁଥିଲେ, ହସ । ବର୍ତ୍ତମାନ ମାସ୍କ ଯୋଗୁଁ ସେ ମଧ୍ୟ କହୁ ନାହାନ୍ତି । ଏଠାରେ ମଧ୍ୟ ଆମେ ଦେଖୁଛୁ ଯେ ଭିନ୍ନ ଭିନ୍ନ ସ୍ଥାନରେ ବସିବାର ବ୍ୟବସ୍ଥା କରିବାକୁ ପଡିଛି । ବହୁତ ଖେଳାଇ ହୋଇ ସବୁ ରଖିବାକୁ ପଡିଛି । କିନ୍ତୁ ତା’ପରେ ମଧ୍ୟ, ଆପଣମାନଙ୍କର ଉତ୍ସାହ, ଆପଣମାନଙ୍କର ଉଦ୍ଦିପନା ସେଥିରେ କୌଣସି ଅଭାବ ଦେଖିବାକୁ ମିଳିନାହିଁ, ଏହା ସେହିପରି ପୂବଭଳି।

ସାଥୀଗଣ,

ଆପଣ ଦେଶର ଭିନ୍ନ- ଭିନ୍ନ କୋଣ ଅନୁକୋଣରୁ ଏଠାକୁ ଆସିଛନ୍ତି । ଏଠାରେ ଦେଶର ଦୂର ଦୂରାନ୍ତ ଆଦିବାସୀ ଅଞ୍ଚଳରୁ ଆସିଥିବା ସାଥୀ ଅଛନ୍ତି, ଏନସିସି-ଏନଏସଏସର ଉର୍ଜ୍ଜାବାନ​​‌ ଯୁବକ ମଧ୍ୟ ଅଛନ୍ତି ଏବଂ ରାଜପଥରେ ଭିନ୍ନ ଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ, ଭିନ୍ନ ଭିନ୍ନ ରାଜ୍ୟର ସନ୍ଦେଶ, ଅନ୍ୟ ଦେଶରେ ପହଞ୍ଚାଉଥିବା କଳାକାର ସାଥୀ ମଧ୍ୟ ଅଛନ୍ତି । ରାଜପଥରେ ଯେତେବେଳେ ଆପଣ ଉତ୍ସାହର ସହିତ ପାଦ ସହ ପାଦ ମିଳାଇ କଦମତାଲ କରନ୍ତି, ସେତେବେଳେ ପ୍ରତ୍ୟେକ ଦେଶବାସୀଙ୍କ ମନ ଉତ୍ସାହରେ ଭରିଯାଏ । ଯେତେବେଳେ ଆପଣ ଭାରତର ସମୃଦ୍ଧ କଳା, ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟର ଝଲକ ଦେଖାନ୍ତି, ପ୍ରତ୍ୟେକ ଦେଶବାସୀଙ୍କ ମୁଣ୍ଡ ଗର୍ବରେ ଉଚ୍ଚ ହୋଇଯାଏ । ଆଉ ମୁଁ ଦେଖିଛି ଯେ ପରେଡ ସମୟରେ ମୋ ପାଖରେ କୌଣସି ନା କୌଣସି ଦେଶର ରାଷ୍ଟ୍ର ମୁଖ୍ୟ ଥାଆନ୍ତି । ସେ ଏହି ସମସ୍ତ କଥା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ବହୁତ ଗୁଡିଏ ପ୍ରଶ୍ନ ପଚାରନ୍ତି ଏବଂ ଜାଣିବାକୁ ପ୍ରୟାସ କରନ୍ତି । ଦେଶର କେଉଁ କୋଣ ଅନୁକୋଣରେ ଅଛି, କ’ଣ ଅଛି, କିପରି ଅଛି । ଯେତେବେଳେ ଆମର ଆଦିବାସୀ ସାଥୀମାନେ ରାଜପଥରେ ସଂସ୍କୃତିର ରଙ୍ଗ ବିଚ୍ଛୁରିତ କରନ୍ତି, ସେତେବେଳେ ସେହି ରଙ୍ଗରେ ସମଗ୍ର ଭାରତ ରଙ୍ଗାୟୀତ ହୋଇଯାଏ, ନାଚି ଉଠିଥାଏ । ଗଣତନ୍ତ୍ର ଦିବସ ପରେଡ ଭାରତର ମହାନ ସାମାଜିକ-ସାଂସ୍କୃତିକ ପରମ୍ପରା ସହିତ ଆମର ସାମରିକ ସାମର୍ଥ୍ୟକୁ ମଧ୍ୟ ପ୍ରଣାମ କରିଥାଏ। ଗଣତନ୍ତ୍ର ଦିବସର ପରେଡ, ବିଶ୍ବର ସର୍ବବୃହତ ଗଣତନ୍ତ୍ରକୁ ଜୀବନ୍ତ କରୁଥିବା ଆମର ସମ୍ବିଧାନକୁ ପ୍ରଣାମ କରିଥାଏ । ମୁଁ ଆପଣମାନଙ୍କୁ 26 ଜାନୁଆରୀରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ବହୁତ-ବହୁତ ଶୁଭକାମନା ଜଣାଉଛି । ଆପଣଙ୍କୁ ମଧ୍ୟ ଏକ ଅନୁରୋଧ ମଧ୍ୟ କରୁଛି। ବର୍ତ୍ତମାନ ଦିଲ୍ଲୀରେ ଠିକ୍ ଠାକ୍ ଥଣ୍ଡା ଅନୁଭୂତ ହେଉଛି । ଯେଉଁମାନେ ଦକ୍ଷିଣ ଭାରତରୁ ଆସିଛନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିବେ, ଆଉ ଆପଣ ଅନେକ ଦିନ ଧରି ଏଠାରେ ଅଛନ୍ତି, କିନ୍ତୁ ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ, ଯେପରି ମୁଁ କହିଲି, ଥଣ୍ଡା ଆଦି ହୋଇନାହିଁ । ଏତେ ସକାଳୁ ଉଠି ଡ୍ରିଲ ପାଇଁ ପ୍ରସ୍ତୁତ ହେଉଛନ୍ତି । ମୁଁ ଏହା କହିବି ଯେ ଆପଣ ନିଶ୍ଚିତ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ସଥୀଗଣ,

ଚଳିତ ବର୍ଷ ଆମ ଦେଶ, ସ୍ୱାଧୀନତାର 75ତମ ବର୍ଷରେ ପ୍ରବେଶ କରୁଛି । ଚଳିତ ବର୍ଷ ମଧ୍ୟ ହେଉଛି ଗୁରୁ ତେଗ ବାହାଦୂର ଜୀଙ୍କର 400ତମ ପ୍ରକାଶ ପର୍ବ । ଆଉ ଚଳିତ ବର୍ଷ ଆମେ ମଧ୍ୟ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜନ୍ମ ବାର୍ଷିକୀ ପାଳନ କରୁଛୁ । ବର୍ତ୍ତମାନ ଦେଶ ଏହା ନିଷ୍ପତି କରିଛି ଯେ ଆମେ ନେତାଜୀଙ୍କ ଜନ୍ମଦିନକୁ ଆମେ ପରାକ୍ରମ ଦିବସ ଭାବରେ ପାଳନ କରିବୁ । ଗତକାଲି, ପାରକ୍ରାମ ଦିବସରେ ମୁଁ ତାଙ୍କର କର୍ମଭୂମି କୋଲକାତାରେ ଥିଲି । ସ୍ୱାଧୀନତାର 75 ବର୍ଷ, ଗୁରୁ ତେଗ ବାହାଦୂରଜୀଙ୍କ ଜୀବନ, ​​ନେତାଜୀଙ୍କ ସୌର୍ଯ୍ୟ, ତାଙ୍କର ସାହସ, ଏସବୁ ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ବଡ଼ ପ୍ରେରଣା। ଆମକୁ ଦେଶର ସ୍ୱାଧୀନତା ପାଇଁ ଆମେ ଆମର ସବୁକିଛି ଉତ୍ସର୍ଗ କରିବାର ସୁଯୋଗ ମିଳିଲା ନାହିଁ, କାରଣ ଆମ ମଧ୍ୟରୁ ଅଧିକାଂଶ ଲୋକ ସ୍ୱାଧୀନତା ପରେ ଜନ୍ମ ହୋଇଛନ୍ତି । କିନ୍ତୁ ଦେଶ ଆମକୁ ନିଶ୍ଚିତ ଭାବେ ନିଜର ସର୍ବଶ୍ରେଷ୍ଠ ଅର୍ପଣ କରିବାର ସୁଯୋଗ ଦେଇଛି । ଆମେ ଦେଶ ପାଇଁ ଯାହା କିଛି ଭଲ କରିପାରିବା, ଭାରତକୁ ସୁଦୃଢ କରିବା ପାଇଁ ଆମେ ଯାହା କରିପାରିବା ତାହା ଆମେ କରିବା ଆବଶ୍ୟକ ।

ସଥୀଗଣ,

ଏଠାରେ ଗଣତନ୍ତ୍ର ଦିବସ ପରେଡ ପାଇଁ ପ୍ରସ୍ତୁତି ସମୟରେ, ଆପଣମାନେ ମଧ୍ୟ ନିଶ୍ଚୟ ଅନୁଭବ କରିଥିବେ ଯେ ଆମ ଦେଶ କେତେ ବିବିଧତାରେ ପରିପୂର୍ଣ୍ଣ । ଅନେକ ଭାଷା, ଅନେକ ଉପଭାଷା, ଭିନ୍ନ ଭିନ୍ନ ଖାଦ୍ୟପେୟ । କେତେ କିଛି ଭିନ୍ନତା ରହିଛି କିନ୍ତୁ ଭାରତ ଗୋଟିଏ । ଭାରତ ଅର୍ଥାତ କୋଟି କୋଟି ସାଧାରଣ ଜନତାଙ୍କ ରକ୍ତ ଏବଂ ସ୍ବେଦର, ଆଶା ଏବଂ ଆକାଂକ୍ଷାର ସାମୂହିକ ଶକ୍ତି। ଭାରତ ଅର୍ଥାତ ରାଜ୍ୟ ଅନେକ, ରାଷ୍ଟ୍ର ଏକ। ଭାରତର ଅର୍ଥାତ ସମାଜ ଅନେକ, ଭାବ ଏକ। ଭାରତର ଅର୍ଥାତ ଧର୍ମ ଅନେକ, ଲକ୍ଷ ଏକ । ଭାରତର ଅର୍ଥାତ ରୀତିନୀତି ଅନେକ, ମୂଲ୍ୟ ଏକ। ଭାରତର ଅର୍ଥାତ ଭାଷା ଅନେକ, ଅଭିବ୍ୟକ୍ତି ଏକ। ଭାରତର ଅର୍ଥାତ ରଙ୍ଗ ଅନେକ, ତିରଙ୍ଗା ଏକ। ଯଦି ଗୋଟିଏ ଧାଡିରେ କହିବା ଭାରତର ଯଦିଓ ରାସ୍ତା ଭିନ୍ନ-ଭିନ୍ନ ହୋଇପାରେ, କିନ୍ତୁ ଗନ୍ତବ୍ୟ ସ୍ଥଳ ହେଉଛି ଗୋଟିଏ, ଗନ୍ତବ୍ୟ ଲକ୍ଷ୍ୟ ହେଉଛି ଗୋଟିଏ ଏବଂ ଏହି ଗନ୍ତବ୍ୟ ସ୍ଥଳ ହେଉଛି ଏକ ଭାରତ- ଶ୍ରେଷ୍ଠ ଭାରତ ।

ସାଥୀଗଣ,

ଆଜି ଏକ ଭାରତ, ଶ୍ରେଷ୍ଠ ଭାରତର ଏହି ସଶକ୍ତ ଭାବନା, ​​ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରକଟ ହେଉଛି । ଆପଣମାନେ ମଧ୍ୟ ନିଶ୍ଚୟ ଦେଖିଥିବେ ଏବଂ ଶୁଣିଥିବେ ଯେ ମିଜୋରାମର 4 ବର୍ଷର ଝିଅ ସେ ଯେତେବେଳେ ବନ୍ଦେମାତରମ୍ ଗାଇଥିଲେ, ସେତେବେଳେ ଶୁଣିଲାବାଲାଙ୍କୁ ଗର୍ବରେ ଭରି ଦେଇଥାନ୍ତି । କେରଳର ଏକ ବିଦ୍ୟାଳୟର ଜଣେ ଝିଅ ଯେତେବେଳେ କଠିନ ପରିଶ୍ରମ କରି ଏକ ହିମାଚଳ ଗୀତ ଶିଖେ ଏବଂ ଅତି ଶୁଦ୍ଧତାର ସହିତ ଗାଇଥାଏ, ସେତେବେଳେ ରାଷ୍ଟ୍ରର ଶକ୍ତି ଅନୁଭବ ହୋଇଥାଏ। ତେଲୁଗୁ କହୁଥିବା ଜଣେ ଝିଅ ଯେତେବେଳେ ନିଜ ସ୍କୁଲ ପ୍ରୋଜେକ୍ଟରେ ବଡ଼ ଆକର୍ଷଣୀୟ ଢଙ୍ଗରେ ହରିୟାଣାର ଖାଦ୍ୟପେୟର ପରିଚିୟ ଦେଇଥାଏ, ସେତେବେଳେ ଆମକୁ ଭାରତର ଶ୍ରେଷ୍ଠତାର ଦର୍ଶନ ହୋଇଥାଏ।

ସାଥୀଗଣ,

ଭାରତର ଏହି ଶକ୍ତି ସହିତ ଦେଶ ତଥା ବିଶ୍ବକୁ ପରିଚିତ କରିବା ପାଇଁ ଏକ ଭାରତ, ଶ୍ରେଷ୍ଠ ଭାରତ ପୋର୍ଟାଲ ପ୍ରତିଷ୍ଠା କରାଯାଇଛି ଆଉ ଯଦି ଆପଣ ଡିଜିଟାଲ୍ ପିଢୀର, ତେବେ ଆପଣ ନିଶ୍ଚିତ ଭାବରେ ଯିବେ ଓ ଦେଖିବେ। ଏହି ପୋର୍ଟାଲରେ ଥିବା ବ୍ୟଞ୍ଜନ ପ୍ରସ୍ତୁତିର ଯେଉଁ ବିଭାଗ ଅଛି, ସେଥିରେ ଏକ ହଜାରରୁ ଅଧିକ ଲୋକ ନିଜ ରାଜ୍ୟର ବ୍ୟଞ୍ଜନ ପ୍ରସ୍ତୁତି ସଂପର୍କରେ ସୂଚନା ବାଣ୍ଟିଛନ୍ତି । କେବେ ସମୟ ବାହାର କରି, ଆପଣ ନିଶ୍ଚିତ ଭାବରେ ଏହି ପୋର୍ଟାଲ୍ ଦେଖିବେ ଏବଂ ପରିବାରରେ ମଧ୍ୟ କହିବେ, ମା’ ଆଜି ଟିକେ ତିଆରି କର, ଆପଣଙ୍କୁ ବହୁତ ଆନନ୍ଦ ଲାଗିବ।

ସାଥୀଗଣ,

ବିଗତ ଦିନରେ କରୋନା ସମୟରେ ସ୍କୁଲ କଲେଜ ଆଦି ବନ୍ଦ ହେବା ପରେ ମଧ୍ୟ ଦେଶର ଯୁବକମାନେ ଡିଜିଟାଲ୍ ମାଧ୍ୟମ ମାଧ୍ୟମରେ ଅନ୍ୟ ରାଜ୍ୟମାନଙ୍କ ସହିତ ୱେବିନାର୍ କରିଛନ୍ତି। ଏହି ୱେବିନାରରେ ଭିନ୍ନ ଭିନ୍ନ ରାଜ୍ୟର ସଂଗୀତ, ନୃତ୍ୟ ଏବଂ ଖାଦ୍ୟପେୟର ଭିନ୍ନ ଭିନ୍ନ ଶୈଳୀ ଉପରେ ବିଶେଷ ଆଲୋଚନା କରାଯାଇଛି । ଆଜି ମଧ୍ୟ ସରକାର ପ୍ରୟାସ ରହିଛି ଯେ ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ କ୍ଷେତ୍ରର ଭାଷା, ଖାଦ୍ୟପେୟ ଏବଂ କଳାକୁ ସାରା ଦେଶରେ ପ୍ରଚାର ପ୍ରସାର ହେଉ। ଦେଶର ପ୍ରତ୍ୟେକ ରାଜ୍ୟର ଚାଲିଚଳନ, ପର୍ବ- ପର୍ବାଣୀ ବିଷୟରେ ସଚେତନତା ବୃଦ୍ଧି ପାଉ । ବିଶେଷକରି ଆମର ସମୃଦ୍ଧ ଆଦିବାସୀ ପରମ୍ପରା, କଳା ଏବଂ ହସ୍ତଶିଳ୍ପରୁ ଦେଶ ବହୁତ କିଛି ଶିଖି ପାରିବ । ଏହି ସବୁକୁ ଆଗକୁ ବଢାଇବା ଦ୍ବାରା ଏକ ଭାରତ- ଶ୍ରେଷ୍ଠ ଭାରତ ଅଭିଯାନକୁ ବହୁତ ସହାୟତା ମିଳୁଛି।

ସାଥୀଗଣ,

ଆଜିକାଲି ଆପଣ ନିଶ୍ଚୟ ଶୁଣିଥିବେ, ଦେଶରେ ଗୋଟିଏ କଥା ବହୁତ କୁହାଯାଉଛି- ଶବ୍ଦଟି ଶୁଣିବାକୁ ମିଳୁଛି, ଭୋକାଲ ଫର ଲୋକାଲ । ଆପଣଙ୍କ ନିଜ ଘରର ଚାରିପାଖରେ ଯେଉଁ ଜିନିଷ ନିର୍ମାଣ ହେଉଛି , ସ୍ଥାନୀୟ ସ୍ତରରେ ନିର୍ମାଣ ହେଉଛି, ତାହାର ମାନ ସମ୍ମାନ କରନ୍ତୁ, ଗର୍ବ କରନ୍ତୁ, ପ୍ରେତ୍ସାହିତ କରନ୍ତୁ, ଏହା ହେଉଛି ଭୋକାଲ ଫର ଲୋକାଲ । କିନ୍ତୁ ଏହି ଭୋକାଲ ଫର ଲୋକାଲର ଭାବନା ସେତେବେଳେ ଆହୁରି ଅଧିକ ଶକ୍ତିଶାଳୀ ହେବ ଯେତେବେଳେ ଏହାକୁ ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନାରୁ ​​ଶକ୍ତି ମିଳିବ । ହରିୟାଣାର କୌଣସି ଜିନିଷ ବିଷୟରେ, ମୁଁ ତାମିଲନାଡୁରେ ରହୁଛି, ମୁଁ ଗର୍ବିତ ହେବା ଉଚିତ୍ । କେରଳର କିଛି ଜିନିଷ ବିଷୟରେ, ମୁଁ ହିମାଚଳରେ ରହୁଛି, ମୁଁ ଗର୍ବିତ ହେବା ଉଚିତ । ଗୋଟିଏ ଅଞ୍ଚଳର ସ୍ଥାନୀୟ ଉତ୍ପାଦ ଉପରେ ଅନ୍ୟ ଅଞ୍ଚଳ ମଧ୍ୟ ଗର୍ବ କରିବ, ତାହାକୁ ପ୍ରେତ୍ସାହିତ କରିବ, ସେତେବେଳେ ସ୍ଥାନୀୟ ଉତ୍ପାଦର ପହଞ୍ଚ ସମଗ୍ର ଦେଶରେ ହେବ, ଫଳରେ ଏହାକୁ ଏକ ବିଶ୍ୱ ଉତ୍ପାଦ ହେବାର ଶକ୍ତି ମିଳିବ।

ସାଥୀଗଣ,

ଏହି ଭୋକାଲ୍‍ ଫର ଲୋକାଲ୍‍, ଏହି ଆତ୍ମନିର୍ଭର ଭାରତ ଅଭିଯାନ, ଏହାର ସଫଳତା ଆଣମାନଙ୍କ ଭଳି ଯୁବକମାନଙ୍କ ଉରେ ତିଷ୍ଠି ରହିଛି ଆଉ ଆଜି ଯେତେବେଳେ ମୋ ସାମ୍ନାରେ ଏନସିସି ଏବଂ ଏନଏସଏସର ଏତେ ବହୁତ ଯୁବକ ଠିଆ ହୋଇଛନ୍ତି । ସେମାନଙ୍କୁ ସବୁ ଏହା ହିଁ ଶିକ୍ଷା-ଦୀକ୍ଷା ଦିଆଯାଇଥାଏ । ମୁଁ ଆଜି ଆଣମାନଙ୍କୁ ଗୋଟିଏ ଛୋଟିଆ କାର୍ଯ୍ୟ ଦେବାକୁ ଚାହୁଁଛି। ଆଉ ସମଗ୍ର ଦେଶରେ ଥିବା ଆମର ଏନସିସିର ଯୁବକମାନେ ମୋତେ ନିଶ୍ଚିତ ଭାବେ ଏହି କାର୍ଯ୍ୟରେ ସାହାଯ୍ୟ କରିବେ । ଆପଣମାନେ ଗୋଟିଏ କାର୍ଯ୍ୟ କରନ୍ତୁ, ସକାଳେ ଉଠି ରାତିରେ ଶୋଇବା ପର୍ଯ୍ୟନ୍ତ ଆପଣମାନେ ଯେଉଁସବୁ ଜିନିଷଗୁଡ଼ିକର ବ୍ୟବହାର କରୁଛନ୍ତି । ଟୁଥପେଷ୍ଟ ହେଉ, ବ୍ରଶ ହେଉ, ପାନିଆ ହେଉ, କିଛି ମଧ୍ୟ-କିଛି ମଧ୍ୟ, ଘରେ ଏ.ସି. ଥାଉ, ମୋବାଇଲ ଫୋନ ହେଉ, ଯାହାକିଛି ମଧ୍ୟ, ଟିକେ ଦେଖନ୍ତୁ ସାରା ଦିନରେ କେତେ ସବୁ ଜିନିଷଗୁଡ଼ିକ ଆପଣଙ୍କୁ ଦରକାର ପଡ଼ୁଛି ଆଉ ସେଥିମଧ୍ୟରୁ କେତେ ଜିନିଷ ଅଛି ଯେଉଁଥିରେ ଆମ ଶ୍ରମିକମାନଙ୍କର ଝାଳର ବାସ୍ନା ବାରି ହୋଇ ପଡ଼ୁଛି, କେତେ ଜିନିଷ ଅଛି ଯେଉଁଥିରେ ଆମର ଏହି ମହାନ ଦେଶର ମାଟିର ସୁଗନ୍ଧ ରହିଛି । ଆପଣମାନେ ଚମକି ପଡ଼ିବେ, ଜାଣତରେ ଅବା ଅଜାଣତରେ ଆମ ଜୀବନରେ ବିଦେଶର ଏତେ ସବୁ ଜିନିଷ ଧଷେଇ ପଶି ଆସିଛି, ଆମକୁ ସେ ବିଷୟରେ ଜଣା ମଧ୍ୟ ନାହିଁ । ଥରେ ସେ ଆଡକୁ ଦେଖିବା ତେବେ ଜଣା ପଡ଼ିବ ଯେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାର ସବୁଠାରୁ ପ୍ରଥମ କର୍ତବ୍ୟ ଆମଠାରୁ ହିଁ ଆରମ୍ଭ ହେବା ଦରକାର। ଏହାର ଅର୍ଥ ମୁଁ ଏହା କହୁନାହିଁ ଯେ ଆପଣଙ୍କ ପାଖରେ କୌଣସି ବିଦେଶୀ ଜିନିଷ ଯଦି ରହିଛି ତାକୁ କାଲି ଯାଇ ଫୋପାଡି ଦିଅନ୍ତୁ । ମୁଁ ଏହା ମଧ୍ୟ କହୁନାହିଁ ଯେ ବିଶ୍ବରେ କୌଣସି ଭଲ ଜିନିଷ ରହିଛି, ଆମର ଏଠାରେ ନ ଥାଇ ପାରେ, ତେବେ ତାହାକୁ ନେବା ପାଇଁ ମନା କରି ଦିଅନ୍ତୁ, ଏହା ହୋଇ ପାରିବ ନାହିଁ । କିନ୍ତୁ ଆମକୁ ଏକଥା ଜଣା ମଧ୍ୟ ନାହିଁ ଏଭଳି ଅନେକ ଜିନିଷ ଆମର ଦୈନନ୍ଦିନ ଜୀବନରେ, ଆମକୁ ଏକ ପ୍ରକାରରେ ଦାସତ୍ବର ବଶବର୍ତୀ କରି ରଖି ଦେଇଛି, ମାନସିକ ସ୍ତରରେ ଦାସତ୍ବର ବଶବର୍ତୀ କରି ଦେଇଛି । ମୋର ଯୁବକ ସାଥୀମାନଙ୍କୁ ମୁଁ ଅନୁରୋଧ କରିବି। ଏନସିସି-ଏନଏସଏସର ଶୃଙ୍ଖଳିତ ଯୁବକମାନଙ୍କୁ ଅନୁରୋଧ କରିବି। ଆପଣ ଆପଣମାନେ ପରିବାରରେ ସମସ୍ତଙ୍କୁ ବସାଇ ଟିକେ ଏକ ତାଲିକା ପ୍ରସ୍ତୁତ କରନ୍ତୁ, ଥରେ ଦେଖନ୍ତୁ, ପୁଣି ଆଉ ଥରେ କେବେ ହେଲେ ଆପଣମାନଙ୍କୁ ମୋ କଥା ମନେ ପକାଇବାକୁ ପଡ଼ିବ ନାହିଁ, ଆପଣଙ୍କର ଆତ୍ମା କହିବ ଯେ ଆମେ କେତେ ପରିମାଣରେ ଆମ ଦେଶର କ୍ଷତି କରି ଦେଇଛେ।

ସାଥୀଗଣ,

ଆତ୍ମନିର୍ଭର ଭାରତ ଖାଲି କାହାର କହିଦେବାରେ ହୋଇଯିବ ନାହିଁ, ବରଂ ଯେଭଳି ମୁଁ କହିଲି ଆପଣମାନଙ୍କ ଭଳି ଦେଶର ଯୁବ ସାଥୀମାନଙ୍କର କରିବା ଦ୍ୱାରା ହିଁ ହେବ। ଆଉ ଆପଣ ଏହା ସେତେବେଳେ ଆହୁରି ଅଧିକ ଉନ୍ନତ ଢ଼ଂଗରେ କରି ପାରିବେ ଯେତେବେଳେ ଆପଣଙ୍କ ପାଖରେ ଜରୁରୀ ସ୍କିଲ-ସେଟ୍‍ ରହିବ।

ସାଥୀଗଣ,

ଦକ୍ଷତାର, କୌଶଳର ଏହି ମହତ୍ୱକୁ ଅନୁଭବ କରି, 2014ରେ ଆମ ସରକାର ଗଠନ ହେଲା, ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଗଲା । ଏହି ଅଭିଯାନ ମାଧ୍ୟମରେ ଏ ପର୍ଯ୍ୟନ୍ତ ସାଢ଼େ 5କୋଟିରୁ ଅଧିକ ଯୁବ ସାଥୀଙ୍କୁ ଭିନ୍ନ-ଭିନ୍ନ କଳା ଏବଂ କୌଶଳର ପ୍ରଶିକ୍ଷଣ ଦିଆଯାଇ ସାରିଛି । କୌଶଳ ବିକାଶର ଏହି କାର୍ଯ୍ୟକ୍ରମ ମାଧ୍ୟମରେ କେବଳ ପ୍ରଶିକ୍ଷଣ ହିଁ ଦିଆଯାଉ ନାହିଁ, ବରଂ ଲକ୍ଷ-ଲକ୍ଷ ଯୁବକଙ୍କୁ ରୋଜଗାର ଏବଂ ସ୍ୱରୋଜଗାରେ ସାହାଯ୍ୟ ମଧ୍ୟ କରାଯାଉଛି। ଏହା ହେଉଛି ଲକ୍ଷ୍ୟ ଯେ ଭାରତ ପାଖରେ କୁଶଳୀ ଯୁବକ ମଧ୍ୟ ରୁହନ୍ତୁ ଏବଂ ସ୍କିଲ-ସେଟ୍‍ ଆଧାରରେ ସେମାନଙ୍କୁ ରୋଜଗାରର ନୂତନ ସୁଯୋଗ ମଧ୍ୟ ମିଳୁ।

ସାଥୀଗଣ,

ଆତ୍ମନିର୍ଭର ଭାରତ ପାଇଁ ଯୁବକମାନଙ୍କ କୌଶଳ ଉପରେ ଏହି ଧ୍ୟାନ ମଧ୍ୟ ଦେଶର ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରସ୍ତୁତ କରିଛି । ଆପଣମାନେ ମଧ୍ୟ ତାହାକୁ ଦେଖିପାରିବେ । ଏଥିରେ ପାଠ ପଢ଼ା ସହିତ ପାଠପଢ଼ାର ଉପଯୋଗ ଅର୍ଥାତ ଉପଯୋଗ ଉପରେ ମଧ୍ୟ ସେତିକି ହିଁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହା ରାଷ୍ଟ୍ରୀୟ ଶିକ୍ଷାନୀତିର ପ୍ରଚେଷ୍ଟା ରହିଛି ଯେ ଯୁବକମାନଙ୍କୁ ସେମାନଙ୍କର ରୁଚି ଅନୁସାରେ ବିଷୟ ନିର୍ବାଚନ କରିବାର ସ୍ୱାଧୀନତା ଦିଆଯାଇଛି । ସେମାନଙ୍କୁ କେତେବେଳେ ପାଠ ପଢ଼ିବାକୁ ହେବ, କେତେବେଳେ ପାଠପଢ଼ା ଛାଡିବାକୁ ପଡ଼ିବ ଆଉ ପୁଣି ପୁନର୍ବାର କେତେବେଳେ ପାଠ ପଢ଼ିବାକୁ ପଡ଼ିବ, ଏଥିପାଇଁ ମଧ୍ୟ ନମନୀୟତା ଦିଆଯାଇଛି । ଏହା ଚେଷ୍ଟା ରହିଛି ଯେ ଆମର ବିଦ୍ୟାର୍ଥୀମାନେ ଯାହା କିଛି ନିଜସ୍ୱ କରିବାକୁ ଚାହିଁବେ, ସେମାନେ ସେଥିରେ ଆଗକୁ ବଢ଼ନ୍ତୁ।

ସାଥୀଗଣ,

ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରଥମ ଥର ପାଇଁ ଧନ୍ଦାମୂଳକ ଶିକ୍ଷାକୁ ଶିକ୍ଷାର ମୁଖ୍ୟ ଧାରାରେ ଆଣିବାର ଗମ୍ଭୀର ପ୍ରୟାସ କରାଯାଇଛି। ଶ୍ରେଣୀ 6ରୁ ହିଁ ବିଦ୍ୟାର୍ଥୀମାନଙ୍କୁ ସ୍ଥାନୀୟ ଆବଶ୍ୟକତା ଏବଂ ସ୍ଥାନୀୟ ବ୍ୟବସାୟଗୁଡ଼ିକ ସହିତ ଜଡ଼ିତ ନିଜର ରୁଚି ରହିଥିବା ଯେ କୌଣସି ମଧ୍ୟ ପାଠ୍ୟକ୍ରମ ବାଛିବାର ବିକଳ୍ପ ଦିଆଯାଇଛି । ଏହା କେବଳ ପାଠପଢ଼ାର ବିଷୟ ହେବନାହିଁ, ବରଂ ଶିଖିବା ଏବଂ ଶିଖାଇବାର ବିଷୟ ହେବ। ଏଥିରେ ସ୍ଥାନୀୟ କୁଶଳୀ କାରିଗରମାନଙ୍କ ସହିତ ବାସ୍ତବ ଅନୁଭବ ମଧ୍ୟ ପ୍ରଦାନ କରାଯିବ। ଏହା ପରେ ପର୍ଯ୍ୟାୟକ୍ରମେ ସମସ୍ତ ମାଧ୍ୟମିକ ସ୍କୁଲର ଶୈକ୍ଷଣିକ ବିଷୟଗୁଡ଼ିକ ଉପରେ ବ୍ୟବସାୟିକ ଶିକ୍ଷାକୁ ଏକୀକୃତ କରିବାର ମଧ୍ୟ ଲକ୍ଷ୍ୟ ରହିଛି । ମୁଁ ଆଜି ଆପଣମାନଙ୍କୁ ଏହା ବିସ୍ତୃତ ଭାବେ, ଏଥିପାଇଁ ମଧ୍ୟ ଅବଗତ କରାଉଛି କାରଣ ଆପଣମାନେ ଯେତେ ଜାଗ୍ରତ ରହିବେ, ଆପଣମାନଙ୍କ ଭବିଷ୍ୟତ ସେତେ ହିଁ ଉଜ୍ଜ୍ୱଳ ହେବ।

ସାଥୀଗଣ,

ଆପଣମାନେ ସମସ୍ତେ ହିଁ ହେଉଛନ୍ତି ଆତ୍ମନିର୍ଭର ଅଭିଯାନର ପ୍ରକୃତ କର୍ଣ୍ଣଧାର। ଏନସିସି ହେଉ, ଏନଏସଏସ ହେଉ କିମ୍ବା ଅନ୍ୟାନ୍ୟ ସଂଗଠନ ହେଉ, ଆମ ଦେଶ ସମ୍ମୁଖକୁ ଆସୁଥିବା ପ୍ରତ୍ୟେକ ଆହ୍ୱାନ, ପ୍ରତ୍ୟେକ ସଂକଟ ସମୟରେ ନିଜର ଭୂମିକା ତୁଲାଇଛନ୍ତି । କରୋନା ସମୟରେ ମଧ୍ୟ ଆପଣମାନେ ଯେଉଁ କାର୍ଯ୍ୟ କରିଛନ୍ତି, ସ୍ୱେଚ୍ଛାସେବକ ରୂପରେ, ସେଥି ନିମନ୍ତେ ଯେତେ ମଧ୍ୟ ପ୍ରଶଂସା କରାଗଲେ ତାହା କମ୍‍ ହେବ। ଯେତେବେଳେ ଦେଶକୁ, ଶାସନ-ପ୍ରଶାସନକୁ ସବୁଠାରୁ ଅଧିକ ଆବଶ୍ୟକତା ଥିଲା, ସେତେବେଳେ ଆପଣମାନେ ସ୍ୱେଚ୍ଛାସେବୀ ଭାବେ ଆଗକୁ ଆସି ବ୍ୟବସ୍ଥା ସବୁ ସୃଷ୍ଟି କରିବାରେ ସାହାଯ୍ୟ କଲେ। ଆରୋଗ୍ୟ ସେତୁ ଆପ୍‍ କୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ହେଉ କିମ୍ବା କରୋନା ସଂକ୍ରମଣ ସହିତ ଜଡ଼ିତ ଅନ୍ୟାନ୍ୟ ସୂଚନା ସବୁକୁ ନେଇ ଜନସାଧାରଣଙ୍କ ନିକଟରେ ସଚେତନତା ସୃଷ୍ଟି କରିବା ହେଉ, ଆପଣମାନେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । କରୋନାର ଏହି ସମୟରେ ଫିଟ୍‍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଫିଟନେସ୍‍ ପ୍ରତି ସଚେତନତା ସୃଷ୍ଟି କରିବାରେ ଆପଣମାନଙ୍କର ଅବଦାନ ହେଉଛି ଗୁରୁତ୍ୱପୂର୍ଣ୍ଣ।

ସାଥୀଗଣ,

ଆପଣମାନେ ଏ ପର୍ଯ୍ୟନ୍ତ ଯାହା କିଛି କରିଛନ୍ତି, ଏହାକୁ ଏବେ ଆଗାମୀ ପର୍ଯ୍ୟାୟକୁ ନେଇ ଯିବାର ସମୟ ଆସିଯାଇଛି । ଆଉ ଏହା ମୁଁ ଆପଣମାନଙ୍କୁ ଏଥିପାଇଁ କହୁଛି କାରଣ ଆପଣମାନଙ୍କର ଯୋଗାଯୋଗ ଦେଶର ପ୍ରତ୍ୟେକ ଅଞ୍ଚଳ ସହିତ, ପ୍ରତ୍ୟେକ ସମାଜ ପର୍ଯ୍ୟନ୍ତ ରହିଛି । ଏହା ହେଉଛି ମୋର ଆପଣମାନଙ୍କୁ ଅନୁରୋଧ ଯେ ଆପଣମାନଙ୍କୁ ଦେଶରେ ଚାଲୁ ରହିଥିବା କରୋନା ଟୀକାକରଣ ଅଭିଯାନରେ ମଧ୍ୟ ଦେଶକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବାକୁ ହେବ। ଆପଣମାନଙ୍କୁ ଟିକାକୁ ନେଇ ସଠିକ ସୂଚନା ଦେଶର ଗରିବରୁ ଅତି ଗରିବ ଏବଂ ସାଧାରଣରୁ ଅତି ସାଧାରଣ ନାଗରିକଙ୍କୁ ଦେବାକୁ ପଡ଼ିବ। କରୋନାର ଟିକା ଭାରତରେ ପ୍ରସ୍ତୁତ କରି, ଭାରତର ବୈଜ୍ଞାନିକମାନେ ନିଜର କର୍ତ୍ତବ୍ୟ ଖୁବ୍‍ ଭଲଭାବେ ତୁଲାଇଛନ୍ତି । ଏବେ ଆମମାନଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ପଡ଼ିବ । ମିଥ୍ୟା ଏବଂ ଅପପ୍ରଚାର କରୁଥିବା ପ୍ରତ୍ୟେକ ତନ୍ତ୍ରକୁ ଆମକୁ ସଠିକ ସୂଚନା ଦେଇ ପରାସ୍ତ କରିବାକୁ ହେବ। ଆମକୁ ଏହା ମନେ ରଖିବାକୁ ହେବ ଯେ ଆମର ଗଣତନ୍ତ୍ର ହେଉଛି ଏଥିପାଇଁ ସୁଦୃଢ଼ କାରଣ ଏହା କର୍ତ୍ତବ୍ୟର ଭାବନା ଦ୍ୱାରା ସଂକଳ୍ପିତ। ଆମକୁ ଏହି ଭାବନାକୁ ସୁଦୃଢ଼ କରିବାକୁ ହେବ। ଏହାଦ୍ୱାରା ଆମର ଗଣତନ୍ତ୍ର ମଧ୍ୟ ସୁଦୃଢ଼ ହେବ ଏବଂ ଆତ୍ମନିର୍ଭରଶୀଳ ହେବାର ଆମର ଯେଉଁ ସଂକଳ୍ପ ରହିଛି ତାହା ମଧ୍ୟ ସିଦ୍ଧ ହୋଇ ପାରିବ। ଆପଣମାନଙ୍କୁ ସମସ୍ତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ପର୍ବରେ ସାମିଲ ହେବାର ସୁଯୋଗ ମିଳିଛି। ମନକୁ ଗଢ଼ିବାର, ଦେଶକୁ ଜାଣିବାର ଆଉ ଦେଶ ପାଇଁ କିଛି ନା କିଛି କରିବା, ଏହାଠାରୁ ବଡ଼ ସଂସ୍କାର ଆଉ କିଛି ହୋଇ ନ ପାରେ। ଯେଉଁ ସୌଭାଗ୍ୟ ଆପଣମାନଙ୍କୁ ପ୍ରାପ୍ତ ହୋଇଛି । ମୋର ବିଶ୍ୱାସ ରହିଛି ଯେ 26 ଜାନୁୟାରୀର ଏହି ଭବ୍ୟ ସମାରୋହ ପରେ ଯେତେବେଳେ ଏଠାରୁ ଘରକୁ ଫେରିବେ, ଆପଣମାନେ ଏଠାକାର ବହୁତ ଗୁଡ଼ିଏ କଥାକୁ ମନେ ରଖି ଯିବେ। କିନ୍ତୁ ଏହା ସହିତ ଏହି କଥାକୁ କେବେ ହେଲେ ମଧ୍ୟ ଭୁଲିବେ ନାହିଁ ଯେ ଆମକୁ ଆମର ସର୍ବଶ୍ରେଷ୍ଠ ଦେଶକୁ ଅର୍ପଣ କରିବାକୁ ହିଁ ହେବ, କରିବାକୁ ହିଁ ହେବ, କରିବାକୁ ହିଁ ହେବ। ମୋର ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.