ବିଜ୍ଞାନ ଏବଂ ଆଧ୍ୟାତ୍ମିକତା, ଉଭୟ ଆମ ଦେଶର ଶକ୍ତି : ପ୍ରଧାନମନ୍ତ୍ରୀ
ଚନ୍ଦ୍ରଯାନ ଅଭିଯାନର ସଫଳତା ସହିତ ଦେଶର ଶିଶୁ ଏବଂ ଯୁବକମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି ପାଇଛି, ମହାକାଶ ଅନୁସନ୍ଧାନ କରିବାର ଉତ୍ସାହ ବୃଦ୍ଧି ପାଇଛି, ଏବେ ଆପଣଙ୍କର ଐତିହାସିକ ଯାତ୍ରା ଏହି ସଂକଳ୍ପକୁ ଅଧିକ ଶକ୍ତି ପ୍ରଦାନ କରୁଛି : ପ୍ରଧାନମନ୍ତ୍ରୀ
ଆମକୁ ମିଶନ ଗଗନଯାନକୁ ଆଗକୁ ନେବାକୁ ହେବ, ଆମକୁ ନିଜସ୍ୱ ମହାକାଶ କେନ୍ଦ୍ର ନିର୍ମାଣ କରିବାକୁ ହେବ ଏବଂ ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରରେ ଅବତରଣ କରିବାକୁ ହେବ : ପ୍ରଧାନମନ୍ତ୍ରୀ
ଆଜି ମୁଁ ଆତ୍ମବିଶ୍ୱାସର ସହ କହିପାରିବି ଯେ ଏହା ଭାରତର ଗଗନଯାନ ଅଭିଯାନର ସଫଳତାର ପ୍ରଥମ ଅଧ୍ୟାୟ, ଆପଣଙ୍କର ଐତିହାସିକ ଯାତ୍ରା କେବଳ ମହାକାଶରେ ସୀମିତ ନାହିଁ, ଏହା ଆମର ବିକାଶିତ ଭାରତ ଯାତ୍ରାକୁ ଗତି ଏବଂ ନୂତନ ଶକ୍ତି ଦେବ : ପ୍ରଧାନମନ୍ତ୍ରୀ
ଭାରତ ବିଶ୍ୱ ପାଇଁ ନୂତନ ସମ୍ଭାବନାର ଦ୍ୱାର ଖୋଲିବାକୁ ଯାଉଛି : ପ୍ରଧାନମନ୍ତ୍ରୀ
ଶୁଙ୍କୁ ତାଙ୍କର ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ ଶୁଭାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ମହାକାଶ ଷ୍ଟେସନରେ ସବୁକିଛି ଠିକ୍ ଅଛି କି ବୋଲି ପଚାରି ବୁଝିଥିଲେ।

ପ୍ରଧାନମନ୍ତ୍ରୀ: ଶୁଭାଂଶୁ ନମସ୍କାର!

ଶୁଭାଂଶୁ ଶୁକ୍ଳା:ନମସ୍କାର!

ପ୍ରଧାନମନ୍ତ୍ରୀ: ଆପଣ ଆଜି ମାତୃଭୂମିରୁ, ଭାରତ ଭୂମିରୁ, ସମସ୍ତଙ୍କଠାରୁ ବହୁତ ଦୂରରେ ଅଛନ୍ତି। କିନ୍ତୁ ଭାରତବାସୀଙ୍କ ହୃଦୟର ସବୁଠୁ ପାଖରେ ଅଛନ୍ତି। ଆପଣଙ୍କ ନାଁରେ ବି ଶୁଭ ଅଛି ଓ ଆପଣଙ୍କ ଯାତ୍ରା ବି ହେଉଛି ନୂଆ ଯୁଗର ଶୁଭାରମ୍ଭ। ଏବେ ଆମେ ଦୁଇ ଜଣ କଥାବାର୍ତ୍ତା ହେଉଛୁ, କିନ୍ତୁ ମୋ ସହିତ ୧୪୦ କୋଟି ଭାରତବାସୀଙ୍କ ଭାବପ୍ରବଣତା ଅଛି। ମୋ ସ୍ୱରରେ ସମସ୍ତ ଭାରତୀୟଙ୍କ ଉତ୍ସାହ ଓ ଉଲ୍ଲାସ ସାମିଲ ଅଛି। ମହାକାଶରେ ଭାରତର ପତାକା ଉଡ଼ାଇ ଥିବାରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଦେଉଛି। ମୁଁ ଅଧିକ ସମୟ ନେଉ ନାହିଁ, ସର୍ବପ୍ରଥମେ ଆପଣ କୁହନ୍ତି, ସେଠାରେ ସବୁ କୁଶଳ ମଙ୍ଗଳ ଅଛି ତ? ଆପଣଙ୍କ ଦେହ ଠିକ୍ ଅଛି?

 

ଶୁଭାଂଶୁ ଶୁକ୍ଲା: ହଁ ପ୍ରଧାନମନ୍ତ୍ରୀ ହଁ! ଆପଣଙ୍କର ଓ ୧୪୦କୋଟି ମୋର ଦେଶବାସୀଙ୍କ ଶୁଭେଚ୍ଛା ପାଇଁ ବହୁତ ବହୁତ ଧନ୍ୟବାଦ, ମୁଁ ଏଠାରେ ପୁରାପୁରି ଠିକ୍ ଅଛି। ସୁରକ୍ଷିତ ଅଛି। ଆପଣ ସମସ୍ତଙ୍କ ଆଶୀର୍ବାଦ ଓ ଭଲ ପାଇବା ପାଇଁ … ବହୁତ ଭଲ ଲାଗୁଛି। ବହୁତ ନୂଆ ଅନୁଭବ ଓ କେଉଁଠି ନା କେଉଁଠି ଏଠାରେ ହେଉଥିବା ବହୁତ କଥା ପ୍ରଦର୍ଶିତ କରୁଛି ଯେ, ମୁଁ ଓ ମୋ ପରି ଆମ ଦେଶର ବହୁତ ଲୋକ ଓ ଆମର ଭାରତ କେଉଁ ଦିଗରେ ଯାଉଛି। ପୃଥିବୀର କକ୍ଷପଥରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ମୋର ଏହି ଛୋଟ ଯାତ୍ରା, ଏହା କେବଳ ମୋର ଯାତ୍ରା ନୁହେଁ। ମତେ ଲାଗୁଛି ଯେ, କେଉଁଠି ନା କେଉଁଠି ଏହା ହେଉଛି ଆମ ଦେଶର ଯାତ୍ରା। କାରଣ ଯେତେବେଳେ ମୁଁ ଛୋଟ ଥିଲି ମୁଁ କେବେ ବି କଳ୍ପନା କରିପାରିନଥିଲି ଯେ, ମୁଁ ମହାକାଶଚାରୀ ହୋଇପାରିବି। କିନ୍ତୁ ମତେ ଲାଗୁଛି ଯେ, ଆପଣଙ୍କ ନେତୃତ୍ୱରେ ଆଜି ଭାରତ ମତେ ଏହି ସୁଯୋଗ ଦେଇଛି ଏବଂ ସେହି ସ୍ୱପ୍ନକୁ ସାକାର କରିବାକୁ ମଧ୍ୟ ସୁଯୋଗ ଦେଇଛି। ମୋ ପାଇଁ ଏହା ଏକ ବହୁତ ବଡ଼ ସଫଳତା ଏବଂ ମୁଁ ଗର୍ବ ଅନୁଭବ କରୁଛି ଯେ, ମୁଁ ଏଠାରେ ଆମ ଦେଶର ପ୍ରତିନିଧିତ୍ୱ କରିପାରୁଛି। ପ୍ରଧାନମନ୍ତ୍ରୀ ଜୀ ଧନ୍ୟବାଦ !

ପ୍ରଧାନମନ୍ତ୍ରୀ : ଶୁଭ, ଆପଣ ମହାକାଶରେ ଅଛନ୍ତି, ଯେଉଁଠି ମାଧ୍ୟାକର୍ଷଣ ଆଦୌ ନାହିଁ କହିଲେ ଚଳେ, କିନ୍ତୁ ପ୍ରତ୍ୟେକ ଭାରତୀୟ ଦେଖିପାରୁଛନ୍ତି, ଆପଣ କେତେ ଡାଉନ୍ ଟୁ ଆର୍ଥ । ଆପଣ ଯେଉଁ ଗାଜର ହାଲଓ୍ୱା ନେଇଛନ୍ତି, ନିଜ ସାଥୀମାନଙ୍କୁ ତାହା ଖୁଆଇଲେ କି ନାହିଁ ?

ଶୁଭାଂଶୁ ଶୁକ୍ଳା: ଜୀ ପ୍ରଧାନମନ୍ତ୍ରୀ ଜୀ ! ଗାଜରର ହାଲଓ୍ୱା, ମୁଗ ଡାଲିର ହାଲଓ୍ୱା ଓ ଆମ୍ବ ରସ ପରି ଆମ ଦେଶର ଏମିତି କିଛି ଖାଦ୍ୟ ସାମଗ୍ରୀ ମୁଁ ଆଣିଥିଲି ଏବଂ ମୁଁ ଚାହୁଁଛି ଯେ ମୋର ଯେଉଁ ସାଥୀମାନେ ଅଛନ୍ତି, ବାକି ଦେଶରୁ ଯେଉଁମାନେ ଆସିଛନ୍ତି, ସେମାନେ ମଧ୍ୟ ଏସବୁର ସ୍ୱାଦ ଚାଖନ୍ତୁ। ଭାରତର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ଅନୁଭବ କରନ୍ତୁ। ସେଥିପାଇଁ ତ ଆମେ ସମସ୍ତେ ଏକାଠି ବସି କରି ସେସବୁ ଖାଇଲୁ ଏବଂ ସମସ୍ତେ ତାକୁ ପସନ୍ଦ କଲେ। ମୋର କେତେକ ସାଥୀ କହିଲେ ଯେ, କେବେ ସେମାନେ ତଳକୁ ଆସିବେ ଓ ଆମ ଦେଶକୁ ଆସିବେ ଓ ଆମ ସହିତ ଏସବୁ ସାମଗ୍ରୀର ସ୍ୱାଦ ଚାଖିବେ।

ପ୍ରଧାନମନ୍ତ୍ରୀ: ଶୁଭ, ପରିକ୍ରମା କରିବା ଭାରତର ଶହ ଶହ ବର୍ଷର ପରମ୍ପରା ଅଟେ। ଆପଣଙ୍କୁ ତ ପୃଥିବୀର ପରିକ୍ରମା କରିବାର ସୌଭାଗ୍ୟ ମିଳିଛି। ଏବେ ଆପଣ ପୃଥିବୀର କେଉଁ ଭାଗ ଉପରେ ଯାତ୍ରା କରୁଛନ୍ତି ?

ଶୁଭାଂଶୁ ଶୁକ୍ଳା: ଜୀ ପ୍ରଧାନମନ୍ତ୍ରୀ ଜୀ !

ଏବେ ତ ମୋ ପାଖରେ ଏହାର ସୂଚନା ନାହିଁ। କିନ୍ତୁ କିଛି ସମୟ ଆଗରୁ ଝରକା ଦେଇ ବାହାରକୁ ଦେଖୁଥିଲି, ସେତେବେଳେ ଆମେ ହାଓ୍ୱାଇ ଉପରେ ଯାତ୍ରା କରୁଥିଲୁ ଏବଂ ଆମେ ଦିନକୁ ୧୬ ଥର ପୃଥିବୀର ପରିକ୍ରମା କରୁଛୁ । ପ୍ରତିଦିନ ଆମେ କକ୍ଷପଥରୁ ୧୬ଟି ସୂର୍ଯ୍ୟୋଦୟ ଓ ୧୬ଟି ସୂର୍ଯ୍ୟାସ୍ତ ଦେଖୁଛୁ। ଏହା ହେଉଛି ବହୁତ ଆଚମ୍ୱିତ କରିବା ଭଳି ପୂରା ପ୍ରକ୍ରିୟା। ଆମେ ବହୁତ ତୀବ୍ର ଗତିରେ ଏହି ପରିକ୍ରମା କରୁଛୁ। ଆପଣଙ୍କ ସହିତ କଥା ହେବା ବେଳେ ବର୍ତ୍ତମାନ ଆମର ଗତି ହେଉଛି ଘଣ୍ଟା ପ୍ରତି ୨୮୦୦୦ କିଲୋମିଟର। ଆମେ ଯେହେତୁ ଭିତରେ ଅଛୁ, ଆମକୁ ଗତି ଜଣା ପଡୁ ନାହିଁ। କିନ୍ତୁ ଏହି ଗତି କେଉଁଠି ନା କେଉଁଠି ଏହା ନିଶ୍ଚିତ ଦେଖାଉଛି ଯେ, ଆମର ଦେଶ କେତେ ଗତିରେ ଆଗକୁ ବଢୁଛି।

ପ୍ରଧାନମନ୍ତ୍ରୀ: ବାଃ !

ଶୁଭାଂଶୁ ଶୁକ୍ଳା: ବର୍ତ୍ତମାନ ଆମେ ଏଠାରେ ପହଞ୍ଚିଛୁ ଓ ଏବେ ଏଠାରୁ ଆହୁରି ଆଗକୁ ଯିବାର ଅଛି।

ପ୍ରଧାମନ୍ତ୍ରୀ: ଆଚ୍ଛା ଶୁଭ, ଏତେ ବଡ଼ ବିଶାଳ ମହାକାଶ ଦେଖି ପ୍ରଥମେ ଆପଣଙ୍କ ମନକୁ କଣ ଆସିଲା?

ଶୁଭାଂଶୁ ଶୁକ୍ଳା: ପ୍ରଧାନମନ୍ତ୍ରୀ ଜୀ,ସତ କହିବାକୁ ଗଲେ ଯେତେବେଳେ ପ୍ରଥମ ଥର ଆମେ କକ୍ଷପଥରେ ପହଞ୍ଚିଲୁ, ମହାକାଶରେ ପହଞ୍ଚିଲୁ, ସେତେବେଳ ପ୍ରଥମେ ପୃଥିବୀର ହିଁ ଦୃଶ୍ୟ ଦେଖାଗଲା। ପୃଥିବୀକୁ ବାହାରୁ ଦେଖିବା ବେଳେ ପ୍ରଥମେ ମନକୁ ପ୍ରଥମେ ଯେଉଁ ଭାବନା ଆସିଲା, ତାହା ହେଲା ପୃଥିବୀ ବିଲକୁଲ୍ ଗୋଟିଏ ଦିଶୁଛି। ମାନେ ବାହାରୁ କୌଣସି ସୀମା ରେଖା ଦିଶେ ନାହିଁ, କୌଣସି ବର୍ଡର ଦେଖାଯାଏନି। ଆଉ ଏକ କଥା ଯାହା ଉଲ୍ଲେଖନୀୟ ଅଟେ, ତାହା ହେଲା-ଯେତେବେଳେ ପ୍ରଥମ ଥର ଭାରତକୁ ଦେଖିଲି, ଆମେ ଯେତେବେଳେ ମାନଚିତ୍ରରେ ଭାରତକୁ ଦେଖୁ, ସେତେବେଳେ ଲାଗେ ବାକି ଦେଶଗୁଡ଼ିକ ଭାରତଠାରୁ କେତେ ବଡ଼। ଆମ ଦେଶର ଆକାର କେମିତି। ଆମେ ସେସବୁ ମାନଚିତ୍ରରେ ଦେଖୁ, କିନ୍ତୁ ତାହା ଠିକ୍ ନୁହେଁ କାରଣ ଆମେ ଗୋଟିଏ ଥ୍ରୀଡି ଜିନିଷକୁ ଟୁ ଡି ଅର୍ଥାତ କାଗଜରେ ଦେଖୁ। ଭାରତ ସତରେ ବହୁତ ସୁନ୍ଦର ଦିଶେ, ବହୁତ ବଡ଼ ଦିଶେ। ମାନଚିତ୍ରରେ ଯେତେ ଦେଖୁ, ପ୍ରକୃତରେ ତାଠାରୁ କାହିଁ କେତେ ବଡ଼ ଭାରତ। ଏକତ୍ୱର ଯେଉଁ ଅନୁଭବ, ପୃଥିବୀର ଯେଉଁ ଏକତ୍ୱର ଅନୁଭବ ଅଛି, ଆମର ଯେଉଁ ନୀତି ଆଦର୍ଶ -ବିବିଧତା ମଧ୍ୟରେ ଏକତା, ତାର ମହତ୍ୱ ସତରେ ଠିକ୍ ଭାବେ ବୁଝି ହୁଏ। ବାହାରୁ ଦେଖିଲେ ଏପରି ଲାଗେ ଯେ, କୌଣସି ସୀମା ଆଦୌ ନାହିଁ, କୌଣସି ରାଜ୍ୟ ନାହିଁ, କୌଣସି ଦେଶ ନାହିଁ, ଶେଷରେ ଆମେ କେବଳ ମାନବତାର ଅଂଶ ଅଟୁ । ଅର୍ଥାତ ଆମର କେବଳ ଗୋଟିଏ ଘର ଅଛି ଏବଂ ଆମେ ସମସ୍ତେ ସେହି ଘରର ନାଗରିକ ଅଟୁ।

 

ପ୍ରଧାନମନ୍ତ୍ରୀ : ଶୁଭାଂଶୁ, ସ୍ପେସ୍ ଷ୍ଟେସନ ଯିବାରେ ଆପଣ ହେଉଛନ୍ତି ପ୍ରଥମ ଭାରତୀୟ। ଆପଣ ବହୁତ କଠିନ ପରିଶ୍ରମ କରିଛନ୍ତି। ଦୀର୍ଘ ଟ୍ରେନିଂ ନେଇ ଯାଇଛନ୍ତି। ଆପଣ ଏବେ ପ୍ରକୃତ ପରିସ୍ଥିତିରେ ଅଛନ୍ତି, ସତକୁ ସତ ମହାକାଶରେ ଅଛନ୍ତି, ସେଠାକାର ପରିସ୍ଥିତି କେତେ ଅଲଗା ? କେମିତି ଖାପଖୁଆଇ ରହୁଛନ୍ତି ?

ଶୁଭାଂଶୁ ଶୁକ୍ଳା : ଏଠାରେ ତ ସବୁ କିଛି ଅଲଗା ପ୍ରଧାନମନ୍ତ୍ରୀ ଜୀ, ଗତ ବର୍ଷେ ହେଲା ମୁଁ ଟ୍ରେନିଂ ନେଉଥିଲି। ସମସ୍ତ ବ୍ୟବସ୍ଥା ସଂପର୍କରେ ମତେ ଜଣା ଥିଲା, ସମସ୍ତ ପ୍ରକ୍ରିୟା ସଂପର୍କରେ ମୁଁ ଜାଣିଥିଲି, ପରୀକ୍ଷା ନିରୀକ୍ଷା ସଂପର୍କରେ ମୁଁ ଅବଗତ ଥିଲି। କିନ୍ତୁ ଏଠାକୁ ଆସିବା ମାତ୍ରେ ହଠାତ ସବୁ କିଛି ବଦଳିଗଲା। କାରଣ ଆମ ଶରୀରର ମାଧ୍ୟାକର୍ଷଣ ଶକ୍ତିରେ ରହିବାର ଏମିତି ଅଭ୍ୟାସ ହୋଇଥାଏ ଯେ, ପ୍ରତ୍ୟେକ କଥା ଆମେ ସେହି ଅନୁସାରେ ସ୍ଥିର କରିଥାଉ। କିନ୍ତୁ ଏଠାକୁ ଆସିବା ପରେ ମାଧ୍ୟାକର୍ଷଣ ନ ଥିବାରୁ ଛୋଟରୁ ଛୋଟ ଜିନିଷ ମଧ୍ୟ ବହୁତ ମୁସ୍କିଲ ହୋଇଯାଏ। ଏବେ ଆପଣଙ୍କ ସହିତ କଥା ହେବା ବେଳେ ମୁଁ ଗୋଡ଼କୁ ବାନ୍ଧି କରି ରଖିଛି। ନ ହେଲେ ମୁଁ ଉପରକୁ ପଳାଇ ଯିବି। ଏବଂ ମାଇକ୍ ପରି ଛୋଟ ଛୋଟ ଜିନିଷକୁ ମଧ୍ୟ ମୁଁ ଯଦି ଛାଡ଼ି ଦେବି, ତା ହେଲେ ଏହା ଭାସିବ। ପାଣି ପିଇବା, ଚାଲିବା, ଶୋଇବା ବହୁତ ଚ୍ୟାଲେଞ୍ଜିଂ। ଆପଣ ଛାତରେ ଶୋଇପାରିବେ, ଆପଣ କାନ୍ଥରେ ଶୋଇ ପାରିବେ, ଚଟାଣରେ ଶୋଇପାରିବେ। ଆଗରୁ ତ ସବୁ କଥା ଜଣାଥାଏ ପ୍ରଧାନମନ୍ତ୍ରୀ ଜୀ, ଟ୍ରେନିଂ ଭଲ ଭାବେ ଦିଆଯାଇଥାଏ । ତଥାପି ପରିବେଶ ବଦଳିଲେ, ତା ସହିତ ଖାପଖୁଆଇବାକୁ ୨-୩ ଦିନ ଲାଗିଯାଏ। ତା ପରେ ସବୁ ଠିକ୍ ହୋଇଯାଏ, ସବୁ କିଛି ସ୍ୱାଭାବିକ ହୋଇଯାଏ।

ପ୍ରଧାନମନ୍ତ୍ରୀ: ଶୁଭ, ବିଜ୍ଞାନ ଓ ଆଧ୍ୟାତ୍ମିକତା ଉଭୟ ହେଉଛି ଭାରତର ଶକ୍ତି। ଆପଣ ମହାକାଶ ଯାତ୍ରାରେ ଅଛନ୍ତି, ଭାରତର ଯାତ୍ରା ବି ଚାଲିଛି। ଭିତରେ ଭାରତ ଦୌଡୁଥିବ। କଣ ସେମିତି ପରିବେଶରେ ଧ୍ୟାନ ଓ ଏକାଗ୍ରତାର ଲାଭ ବି ମିଳୁଥିବ କି ?

ଶୁଭାଂଶୁ ଶୁକ୍ଳା: ଜୀ ପ୍ରଧାନମନ୍ତ୍ରୀ ଜୀ,

ମୁଁ ପୁରାପୁରି ସହମତ। କେଉଁଠି ନା କେଉଁଠି ମୁଁ ମାନେ ଯେ, ଭାରତ ଆଗରୁ ହିଁ ଦୌଡୁଛି ଏବଂ ଏଇ ମିଶନ ତ ସେହି ବଡ଼ ଦୌଡ଼ର କେବଳ ଏକ ପ୍ରଥମ ସୋପାନ। ଆମେ ନିଶ୍ଚିତ ଭାବେ ଆଗେ ବଢୁଛୁ ଏବଂ ମହାକାଶରେ ଆମର ନିଜର ଗୋଟିଏ ସ୍ପେସ୍ ଷ୍ଟେସନ ହେବ ଏବଂ ସେଠାରେ ବହୁତ ଲୋକେ ପହଞ୍ଚିବେ ଏବଂ ଏକାଗ୍ରତାର ମଧ୍ୟ ବହୁତ ପ୍ରଭାବ ପଡ଼େ। ସ୍ୱାଭାବିକ ଟ୍ରେନିଂ ବେଳେ ଓ ଉତକ୍ଷେପଣ ବେଳେ ମଧ୍ୟ ବହୁତ ପରିସ୍ଥିତି ଚାପଗ୍ରସ୍ତ ହୁଏ। ଏକାଗ୍ରତା ଜରିଆରେ ସେହି ସମୟରେ ଆପଣ ନିଜକୁ ଯଦି ଶାନ୍ତ ରଖିପାରିବେ, ତା ହେଲେ ଆପଣ ଠିକ୍ ନିଷ୍ପତ୍ତି ନେଇପାରିବେ। କୁହାଯାଏ, ଦୌଡ଼ିବା ସମୟରେ କେହି ବି ଠିକରେ ଭୋଜନ କରିପାରିବ ନାହିଁ । ତ ଆପଣ ଯେତିକି ଶାନ୍ତ ରହିପାରିବେ, ସେତିକି ଭଲ ନିଷ୍ପତ୍ତି ନେଇପାରିବେ। ତେଣୁ ମୁଁ ଭାବୁଛି, ଏହି ସବୁ ପ୍ରସଙ୍ଗରେ ଏକାଗ୍ରତାର ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ଯଦି ଏକା ସାଙ୍ଗରେ ଦୁଇଟି ଯାକର ଅଭ୍ୟାସ କରାଯାଏ, ତେବେ ଏପରି କଠିନ ପରିସ୍ଥିତିରେ ତାହା ବହୁତ ଉପଯୋଗୀ ହୋଇଥାଏ ଏବଂ ବହୁତ ଶୀଘ୍ର ଖାପଖୁଆଇବାରେ ସାହାଯ୍ୟ କରିଥାଏ।

ପ୍ରଧାନମନ୍ତ୍ରୀ:ଆପଣ ମହାକାଶରେ ଅନେକ ପରୀକ୍ଷା ନିରୀକ୍ଷା କରୁଛନ୍ତି। ଏପରି କଣ ପରୀକ୍ଷା ନିରୀକ୍ଷା ଅଛି କି ଯାହା ଆଗାମୀ ଦିନରେ କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଫାଇଦା ଦେବ।

ଶୁଭାଂଶୁ ଶୁକ୍ଳା : ଜୀ ପ୍ରଧାନମନ୍ତ୍ରୀ ଜୀ, ମୁଁ ବହୁତ ଗର୍ବର ସହିତ କରିପାରିବି ଯେ, ପ୍ରଥମ ଥର ଭାରତୀୟ ବୈଜ୍ଞାନିକମାନେ ୭ଟି ଅଭିନବ ପରୀକ୍ଷା ଡିଜାଇନ କରୁଛନ୍ତି ଯାହାକୁ ଧରି ମୁଁ ଏହି ସ୍ପେସ୍ ଷ୍ଟେସନକୁ ଆସିଛି ଏବଂ ଯେଉଁ ପ୍ରଥମ ପରକ୍ଷା ମୁଁ କରିବି, ଯାହା ଆଜି ହେବାର ଅଛି, ତାହା ହେଲା- ଷ୍ଟେମ୍ ସେଲ୍ ଉପରେ। ମହାକାଶକୁ ଆସିଲେ କଣ ହୁଏ କି- କାହିଁକିନା ମାଧ୍ୟାକର୍ଷଣ ଶକ୍ତି ନ ଥିବାରୁ ଓଜନ ଶେଷ ହୋଇ ଯାଏ, ତ ମାଂସପେଶ ହାନି ହୁଏ। ମୋର ପରୀକ୍ଷା ଦେଖିବ ଯେ, କଣ କୌଣସି ସପ୍ଲିମେଣ୍ଟ ଦେଇ ଏହି ମାଂସପେଶୀ କ୍ଷୟକୁ ରୋକାଯାଇ ପାରିବ କି କିମ୍ୱା ଏହାକୁ ବିଳମ୍ୱି କରାଯାଇ ପାରିବ କି। ଏହାର ସିଧାସଳଖ ପ୍ରୟୋଗ ପୃଥିବୀ ପୃଷ୍ଠରେ ବି କରାଯାଉଛି। ବୟସାଧିକ କାରଣରୁ ଯାହାର ମାଂସପେଶୀ କ୍ଷୟ ହେଉଛି, ସେମାନଙ୍କ ଉପରେ ଏହି ସପ୍ଲିମେଣ୍ଟସ୍ ପ୍ରୟୋଗ କରାଯାଇପାରିବ । ତ ମତେ ଲାଗୁଛି, ଏହା ନିଶ୍ଚିତ ଭାବେ ସେଠାରେ ପ୍ରୟୋଗ କରାଯାଇପାରିବ। ଏହା ସହିତ ଦ୍ୱିତୀୟ ପରୀକ୍ଷା ହେଲା-ମାଇକ୍ରୋ ଆଲଜିର ବୃଦ୍ଧି ଉପରେ। ମାଇକ୍ରୋଆଲଜି ବହୁତ ଛୋଟ ହୋଇଥାନ୍ତି, କିନ୍ତୁ ଏହା ବହୁତ ପୁଷ୍ଟିକର। ତ ଯଦି ଆମେ ଏଠାରେ ଏହାର ବୃଦ୍ଧି ଦେଖିପାରିବା ଓ ଅଧିକରୁ ଅଧିକ ଉତ୍ପାଦନ କରିପାରିବା ଓ ପୁଷ୍ଟିକର ପ୍ରଦାନ କରିପାରିବା, ତ କେଉଁଠି ନା କେଉଁଠି ଏହା ଖାଦ୍ୟ ସୁରକ୍ଷା ଦିଗରେ ମଧ୍ୟ କାମରେ ଆସିବ। ମହାକାଶରେ ସବୁଠୁ ବଡ଼ ସୁବିଧା ହେଲା ଏଠାରେ ବହୁତ ଶୀଘ୍ର ସବୁ କିଛି ହୋଇଥାଏ। ଆମକୁ ମାସ ମାସ କି ବର୍ଷ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ତ ଏଠାରେ ତୁରନ୍ତ ଫଳାଫଳ ମିଳିପାରିବ।

 

 

ପ୍ରଧାନମନ୍ତ୍ରୀ: ଶୁଭାଂଶୁ ଚନ୍ଦ୍ରଯାନର ସଫଳତା ପରେ ଦେଶର ପିଲାଙ୍କ ମଧ୍ୟରେ, ଯୁବଗୋଷ୍ଠୀରେ ବିଜ୍ଞାନ ପ୍ରତି ଏକ ନୂଆ ରୁଚି ଜନ୍ମ ହୋଇଛି। ଗବେଷଣା ଉଦ୍ଦେଶ୍ୟରେ ମହାକାଶ ଯାତ୍ରା କରିବାର ଆଗ୍ରହ ବଢ଼ିଛି। ଏବେ ଆପଣଙ୍କ ଏହି ଐତିହାସିକ ଯାତ୍ରା ସେହି ସଂକଳ୍ପକୁ ଆହୁରି ଶକ୍ତି ପ୍ରଦାନ କରୁଛି। ଆଜି ପିଲାମାନେ କେବଳ ଆକାଶକୁ ଦେଖୁ ନାହାନ୍ତି, ସେମାନେ ଏହା ଭାବୁଛନ୍ତି ଯେ, ମୁଁ ବି ସେଠାରେ ପହଞ୍ଚି ପାରିବି। ଏହି ଚିନ୍ତାଧାରା ଏହି ଭାବନା ଆମର ଭବିଷ୍ୟତର ସ୍ପେସ୍ ମିଶନର ଅସଲି ମୂଳଦୁଆ ଅଟେ। ଆପଣ ଭାରତର ଯୁବ ବର୍ଗଙ୍କୁ କଣ ସନ୍ଦେଶ ଦେବେ। ?

ଶୁଭାଂଶୁ ଶୁକ୍ଳା: ପ୍ରଧାନମନ୍ତ୍ରୀ ଜୀ, ମୁଁ ଯୁବ ବର୍ଗଙ୍କୁ ଏହି ସନ୍ଦେଶ ଦେବାକୁ ଚାହୁଁଛି ଯେ, ପ୍ରଥମେ ତ ଏହା କହିବି ଯେ, ଭାରତ ଏବେ ଯେଉଁ ଦିଗରେ ଗତି କରୁଛି, ଆମେ ବହୁତ ବଡ଼ ଓ ଦୁଃସାହସ ଭରା ସ୍ୱପ୍ନ ଦେଖୁଛୁ ଏବଂ ସେହି ସ୍ୱପ୍ନକୁ ପୂରା କରିବା ପାଇଁ ଆମକୁ ଆପଣ ସମସ୍ତଙ୍କର ଆବଶ୍ୟକତା ଅଛି। ସେହି ଆବଶ୍ୟକତାକୁ ପୂରଣ କରିବା ପାଇଁ ମୁଁ ଏହା କହିବି ଯେ, ସଫଳତାର କୌଣସି ଗୋଟିଏ ରାସ୍ତା ନ ଥାଏ। କେବେ ଆପଣ ଗୋଟିଏ ରାସ୍ତାରେ ଯାଆନ୍ତି ତ ଆଉ ଜଣେ ଆଉ କେଉଁ ରାସ୍ତା ବାଛିଥାଏ। କିନ୍ତୁ ଏହା ସତ ଯେ, ପ୍ରତ୍ୟେକ ରାସ୍ତାର ଗୋଟିଏ ନିହାତି ସାଧାରଣ କଥା ହେଲା-ଆପଣ କେବେ ପ୍ରଚେଷ୍ଟା ଛାଡନ୍ତୁ ନାହିଁ। ପ୍ରଚେଷ୍ଟା କରିବା କେବେ ବନ୍ଦ କରନ୍ତୁ ନାହିଁ। ଯଦି ଆପଣ ଏହି ମୂଳମନ୍ତ୍ରକୁ ଆପଣେଇ ନେଲେ, ତେବେ ଆପଣ ଯେକୌଣସି ରାସ୍ତାରେ ଗଲେ ମଧ୍ୟ, ଆପଣ କେଉଁଠି ବି ଥାଆନ୍ତୁ ନା କାହିଁକି ଆପଣ କିନ୍ତୁ କେବେ ଆଶା ଛାଡ଼ିବେ ନାହିଁ, ତେବେ ସଫଳତା ନିଶ୍ଚିତ ଭାବେ ମିଳିବ। ଆଜି ନ ହେଲେ କାଲି ମିଳିବ।

 

ପ୍ରଧାନମନ୍ତ୍ରୀ:ମୋର ସଂପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆପଣଙ୍କର ଏହି କଥା ଦେଶର ଯୁବବର୍ଗଙ୍କୁ ବହୁତ ଭଲ ଲାଗିବ ଏବଂ ଆପଣ ତ ମତେ ଭଲ ଭାବେ ଜାଣନ୍ତି, ଯେତେବେଳେ ବି କାହା ସହିତ ମୁଁ କଥାବାର୍ତ୍ତା କରେ, ମୁଁ ନିଶ୍ଚିତ ଭାବେ ହୋମଓ୍ୱାର୍କ ଦିଏ। ଆମକୁ ମିଶନ ଗଗନଯାନକୁ ଆଗକୁ ବଢ଼ାଇବାକୁ ପଡ଼ିବ। ଆମକୁ ନିଜର ସ୍ପେସ୍ ଷ୍ଟେସନ ତିଆରି କରିବାର ଅଛି ଏବଂ ଚନ୍ଦ୍ରରେ ଭାରତୀୟ ମହାକାଶଚାରୀଙ୍କୁ ଓହ୍ଲାଇବାର ଅଛି। ଏହି ସବୁ ମିଶନ ପାଇଁ ଆପଣଙ୍କ ଅଭିଜ୍ଞତା ବହୁତ କାମରେ ଆସିବ। ମୋର ବିଶ୍ୱାସ ଅଛି, ଆପଣ ସେଠାରେ ନିଶ୍ଚିତ ଭାବେ ନିଜର ଅଭିଜ୍ଞତାକୁ ରେକର୍ଡ କରୁଥିବେ।

ଶୁଭାଂଶୁ ଶୁକ୍ଳାହଁ ପ୍ରଧାନମନ୍ତ୍ରୀ ଜୀ

ବିଲକୁ ଏହି ସଂପୂର୍ଣ୍ଣ ମିଶନର ଟ୍ରେନିଂ ନେବା ବେଳେ ଓ ଅଭିଜ୍ଞତା ହାସଲ କରିବା ବେଳେ ମତେ ଯାହା ଶିଖିବାକୁ ମିଳିଛି, ସେସବୁକୁ ଏକ ସ୍ପଞ୍ଜ ପରି ମୁଁ ଶୋଷି ନେଉଛି। ଏବଂ ମୋର ଆତ୍ମବିଶ୍ୱାସ ଅଛି ଯେ, ମୁଁ ଫେରିବା ପରେ ଏସବୁ ବହୁତ ମୂଲ୍ୟବାନ ପ୍ରମାଣ ହେବ, ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଆମେ ଏସବୁକୁ ପ୍ରଭାବଶାଳୀ ଭାବେ ନିଜ ମିଶନରେ ଏହି ସବୁ ଶିକ୍ଷାକୁ ପ୍ରୟୋଗ କରିପାରିବା ଏବଂ ଶୀଘ୍ର ଶୀଘ୍ର ତାକୁ ପୂରଣ କରିପାରିବା।

କାରଣ, ମୋ ସହିତ ଆସିଥିବା ମୋର ସାଥୀମାନେ ସେମାନେ ମଧ୍ୟ ମତେ ପଚାରୁଥିଲେ ଯେ, ଆମେ କେବେ ଗଗନଯାନରେ ଯାଇପାରିବା। ତାହା ଶୁଣି ମତେ ବହୁତ ଭଲ ଲାଗିଲା ଏବଂ ମୁଁ କହିଥିଲି ବହୁତ ଶୀଘ୍ର। ମତେ ଲାଗୁଛି କି ଏହି ସ୍ୱପ୍ନ ବହୁତ ଶୀଘ୍ର ପୂରଣ ହେବ ଏବଂ ଏଠାରେ ମଧ୍ୟ ଯାହା କିଛି ଶିଖିବାକୁ ମିଳୁଛି, ମୁଁ ଫେରିବା ପରେ ତାକୁ ଆମର ନିଜସ୍ୱ ମିଶନରେ ସଂପୂର୍ଣ୍ଣ ଭାବେ ୧୦୦ ପ୍ରତିଶତ ପ୍ରୟୋଗ କରି ତାକୁ ଶୀଘ୍ରରୁ ଶୀଘ୍ର ପୂରଣ କରିବାକୁ ଚେଷ୍ଟା କରିବା।

ପ୍ରଧାନମନ୍ତ୍ରୀ:ଶୁଭାଂଶୁ

ମୋର ପକ୍କା ବିଶ୍ୱାସ ଅଛି ଯେ, ଆପଣଙ୍କ ଏହି ବାର୍ତ୍ତା ପ୍ରେରଣା ଦେବ ଓ ଆପଣ ଯିବା ପୂର୍ବରୁ ଆମର ଯେଉଁ ସାକ୍ଷାତ ହୋଇଥିଲା, ଆପଣଙ୍କ ପରିବାରବର୍ଗଙ୍କୁ ମଧ୍ୟ ଦର୍ଶନ କରିବାର ସୁଯୋଗ ମିଳିଥିଲା ଏବଂ ମୁଁ ଦେଖୁଛି ଯେ, ଆପଣଙ୍କ ପରିବାରର ସମସ୍ତେ ସେତିକି ଭାବପ୍ରବଣ ହୋଇଥିଲେ, ଉଲ୍ଲସିତ ହୋଇଥିଲେ। ଶୁଭାଂଶୁ ଆଜି ଆପଣଙ୍କ ସହିତ କଥା ହୋଇ ମତେ ବହୁତ ଭଲ ଲାଗିଲା। ମୁଁ ଜାଣିଛି ଯେ, ଆପଣଙ୍କର ବହୁତ କାମ କରିବାର ଅଛି ଏବଂ ୨୮୦୦୦ କିଲୋମିଟର ବେଗରେ କାମ କରିବାର ଅଛି ଆପଣଙ୍କୁ, ତେଣୁ ମୁଁ ଆପଣଙ୍କର ଅଧିକ ସମୟ ନେବି ନାହିଁ। ଆଜି ମୁଁ ଆତ୍ମବିଶ୍ୱାସର ସହିତ କହିପାରିବି ଯେ, ଏହା ହେଉଛି ଭାରତର ଗଗନଯାନ ସଫଳତାର ପ୍ରଥମ ଅଧ୍ୟାୟ। ଆପଣଙ୍କର ଏହି ଐତିହାସିକ ଯାତ୍ରା କେବଳ ମହାକାଶ ଯାଏ ସୀମିତ ନୁହେଁ। ଏହା ହେଉଛି ଆମର ବିକଶିତ ଭାରତର ଯାତ୍ରାକୁ ଆହୁରି ଦ୍ରୁତ ଗତି ଓ ଶକ୍ତି ପ୍ରଦାନ କରିବ। ଭାରତ ଦୁନିଆ ପାଇଁ ମହାକାଶ କ୍ଷେତ୍ରରେ ନୂଆ ସମ୍ଭାବନାର ବାଟ ଖୋଲିବାକୁ ଯାଉଛି। ଏବେ ଭାରତ କେବଳ ଉଡ଼ାଣ ଭରିବ ନାହିଁ ବରଂ ଭବିଷ୍ୟତର ଉଡ଼ାଣ ପାଇଁ ମଞ୍ଚ ପ୍ରସ୍ତୁତ କରିବ। ମୁଁ ଚାହୁଁଛି, ଆହୁରି କିଛି ଶୁଣିବାର ଇଚ୍ଛା ଅଛି। ମୁଁ ଆପଣଙ୍କୁ ଅଧିକ ପ୍ରଶ୍ନ ପଚାରିବାକୁ ଚାହୁଁ ନାହିଁ। ତେଣୁ ଆପଣଙ୍କ ମନରେ ଯେଉଁ ଭାବନା ଅଛି, ଯଦି ଆପଣ ତାକୁ ପ୍ରକାଶ କରିବେ, ତେବେ ସାରା ଦେଶବାସୀ ତାକୁ ଶୁଣିବେ, ଦେଶର ଯୁବ ପୀଢ଼ି ତାକୁ ଶୁଣି, ମୁଁ ବି ବହୁତ ଆତୁର ଅଛି, ଆପଣଙ୍କର ଆହୁରି କିଛି କଥା ଶୁଣିବା ପାଇଁ।

ଶୁଭାଂଶୁ ଶୁକ୍ଳା:ଧନ୍ୟବାଦ ପ୍ରଧାନମନ୍ତ୍ରୀ ଜୀ ! ଏଠାକୁ ଆସିବାର ଯେଉଁ ପୁରା ଯାତ୍ରା-ଏହି ମହାକାଶକୁ ଆସିବାର, ଟ୍ରେନିଂ ନେବାର ଓ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ପହଞ୍ଚିବାର-ଏଥିରେ ବହୁତ କିଛି ଶିଖିବାକୁ ମିଳିଛି। ଏଠାକୁ ପହଞ୍ଚିବାରେ ବ୍ୟକ୍ତିଗତ ଭାବେ ଏହା ତ ମୋ ପାଇଁ ଏକ ବହୁତ ବଡ଼ ସଫଳତା, ତା ସହିତ କେଉଁଠି ନା କେଉଁଠି ମତେ ଲାଗେ ଏହା ଆମର ଦେଶ ପାଇଁ ମଧ୍ୟ ଏକ ବହୁତ ବଡ଼ ସାମଗ୍ରିକ ସଫଳତା। ଏହାକୁ ଦେଖୁଥିବା ପ୍ରତ୍ୟେକ ପିଲା, ଏହାକୁ ଦେଖୁଥିବା ପ୍ରତ୍ୟେକ ଯୁବକଙ୍କୁ ମୁଁ ଏକ ବାର୍ତ୍ତା ଦେବାକୁ ଚାହୁଁଛି ଯେ, ଯଦି ଆପଣ ମନ ଲଗାଇ ଚେଷ୍ଟା କରିବେ, ଆପଣ ଭଲ ଭାବେ ନିଜର ଭବିଷ୍ୟତ ନିର୍ମାଣ କରୁଛନ୍ତି, ତେବେ ଆପଣଙ୍କ ଭବିଷ୍ୟତ ତ ନିହାତି ଭାବେ ଭଲ ହେବ, ତା ସହିତ ଦେଶର ଭବିଷ୍ୟତ ମଧ୍ୟ ବହୁତ ଭଲ ହେବ। କେବଳ ଗୋଟିଏ କଥା ନିଜ ମନରେ ରଖନ୍ତୁ, ଆକାଶର ସୀମା ନାହିଁ-ଆପଣଙ୍କ ପାଇଁ, ମୋ ପାଇଁ, ଭାରତ ପାଇଁ। ଏହି କଥା ଯଦି ଆପଣ ସବୁବେଳେ ନିଜ ମନରେ ରଖିବେ, ତେବେ ଆପଣ ଆଗକୁ ବଢ଼ିବେ। ଆପଣ ନିଜର ଭବିଷ୍ୟତ ନିର୍ମାଣ କରିପାରିବେ ଏବଂ ଆପଣ ଆମ ଦେଶର ଭବିଷ୍ୟତକୁ ମଧ୍ୟ ନିର୍ମାଣ କରିପାରିବେ। ଏହା ହିଁ ହେଉଛି ମୋର ବାର୍ତ୍ତା ପ୍ରଧାନମନ୍ତ୍ରୀ ଜୀ- ଏବଂ ମୁଁ ଆଜି ବହୁତ ବହୁତ ଭାବପ୍ରବଣ ହୋଇ ଯାଇଛି, ମୁଁ ଆଜି ବହୁତ ଖୁସି ଯେ, ଆପଣଙ୍କ ସହିତ କଥା ହେବାକୁ, ଆପଣଙ୍କ ଜରିଆରେ ଦେଶବାସୀଙ୍କ ସହିତ କଥା ହେବାକୁ ମତେ ସୁଯୋଗ ମିଳିଲା। ମୋ ପଛରେ ଥିବା ଯେଉଁ ତ୍ରିରଙ୍ଗା ପତାକାକୁ ଆପଣ ଦେଖିପାରୁଛନ୍ତି, ଏହା ଆଗରୁ ନ ଥିଲା। ଗତକାଲି ମୁଁ ଏଠାକୁ ଆସିବା ପରେ ପ୍ରଥମ ଥର ପାଇଁ ଏଠାରେ ଏହି ପତାକା ଲଗାଯାଇଛି। ଏହା ମତେ ବହୁତ ଭାବପ୍ରବଣ କରିଦେଇଛି ଏବଂ ଏହା ଦେଖି ମତେ ବହୁତ ଖୁସି ଲାଗୁଛି ଯେ, ଭାରତ ଆଜି ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପହଞ୍ଚି ଯାଇଛି।

ପ୍ରଧାନମନ୍ତ୍ରୀ : ଶୁଭାଂଶୁ,

ମୁଁ ଆପଣଙ୍କୁ ଓ ଆପଣଙ୍କର ସମସ୍ତ ସାଥୀଙ୍କ ଆପଣମାନଙ୍କ ମିଶନର ସଫଳତା ପାଇଁ ବହୁତ ବହୁତ ଶୁଭକାମନା ଦେଉଛି। ଶୁଭାଂଶୁ, ଆମେ ସମସ୍ତେ ଆପଣଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛୁ। ଆପଣ ନିଜର ଯତ୍ନ ନିଅନ୍ତୁ, ଭାରତ ମାତାର ସମ୍ମାନ ବୃଦ୍ଧି କରୁଥାନ୍ତୁ। ଅନେକ ଅନେକ ଶୁଭକାମନା, ୧୪୦ କୋଟି ଦେଶବାସୀଙ୍କ ଶୁଭକାମନା ଓ ଏତେ କଠିନ ପରିଶ୍ରମ କରି ଆପଣ ଯେଉଁ ଶିଖରରେ ପହଞ୍ଚିଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି। ଭାରତ ମାତା କୀ ଜୟ !

ଶୁଭାଂଶୁ ଶୁକ୍ଳା :ଧନ୍ୟବାଦ ପ୍ରଧାନମନ୍ତ୍ରୀ ଜୀ ଧନ୍ୟବାଦ ଏବଂ ସମସ୍ତ ୧୪୦ କୋଟି ଦେଶବାସୀଙ୍କୁ ମଧ୍ୟ ମହାକାଶରୁ ଧନ୍ୟବାଦ। ଭାରତ ମାତା କି ଜୟ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s visit to Indonesia, Australia and New Zealand
July 03, 2026

At the invitation of the President of the Republic of Indonesia, H.E. Mr. Prabowo Subianto, Prime Minister Shri Narendra Modi will pay a visit to Indonesia from 6-8 July, 2026. This will be Prime Minister’s fourth visit to Indonesia and his first bilateral visit since the elevation of India-Indonesia ties to the level of Comprehensive Strategic Partnership in May 2018. During the visit, Prime Minister will hold bilateral discussions with President Prabowo and review the progress made in the partnership. In Jakarta, Prime Minister will address a large gathering of the Indian Diaspora. India and Indonesia share historical and warm people-to-people ties. In keeping with these special bonds, Prime Minister will visit the Prambanan Temple complex at Yogyakarta, a prominent UNESCO world heritage site in Indonesia.

From Indonesia, at the invitation of the Prime Minister of Australia, the Honourable Anthony Albanese MP, Prime Minister will travel to Melbourne from 8-10 July, 2026. In Melbourne, Prime Minister will hold bilateral discussions with Prime Minister Albanese. He will also call on the Governor General of Australia, the Honourable Ms Sam Mostyn AC. During his visit, Prime Minister will also participate in the India-Australia CEOs Forum, where he will address a gathering of top business leaders from both countries. Prime Minister will also address a large gathering of the Indian Diaspora, who constitute a strong pillar of the India-Australia relationship.

From Melbourne, at the invitation of the Prime Minister of New Zealand, Rt Honourable Christopher Luxon, Prime Minister will travel to Auckland for a state visit from 10-11 July, 2026. This will be the first state visit of an Indian Prime Minister to New Zealand in four decades. In Auckland, Prime Minister will hold bilateral discussions with Prime Minister Luxon and review the entire gamut of the bilateral relationship, which has seen significant progress in the last two years, especially in the areas of trade and commerce and defence. While in Auckland, Prime Minister will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, Prime Minister will address a large gathering of the Indian Diaspora during the visit.