QuoteGuru Gobind Singh Ji was a great warrior, philosopher poet and guru: PM Modi
QuoteGuru Gobind Singh Ji fought against oppression and injustice. His teachings to people focused on breaking the barriers of religion and caste: PM
QuoteGuru Gobind Singh Ji’s values and teachings will continue to be the source of inspiration and the guiding spirit for the mankind in years to come: PM

ୱାହେ ଗୁରୁ ଜୀ କା ଖାଲସା.. ୱାହେ ଗୁରୁ ଜୀ କୀ ଫତେହ!!

ଦେଶର ଭିନ୍ନ ଭିନ୍ନ କୋଣରୁ ଏଠାରେ ଉପସ୍ଥିତ ଆପଣମାନେ ସମସ୍ତ ମହାନୁଭବମାନଙ୍କୁ ମୁଁ ସ୍ୱାଗତ କରୁଛି । ଆପଣମାନଙ୍କୁ ସମସ୍ତଙ୍କୁ, ସମଗ୍ର ଦେଶକୁ ଲୋହରିର ମଧ୍ୟ ଅନେକ ଅନେକ ଶୁଭକାମନା । ବିଶେଷ କରି ମୁଁ ମୋ ଦେଶର ଅନ୍ନଦାତା ସାଥୀମାନଙ୍କ ପାଇଁ ଫସଲ ଅମଳର ଏ ଋତୁ ଅନନ୍ତ ଖୁସି ନେଇ ଆସିଛି, ସେଥିପାଇଁ ମଙ୍ଗଳକାମନା କରୁଛି ।

ସାଥୀଗଣ, ଆଜି ଗୁରୁ ଗୋବିନ୍ଦ ସିଂ ମହାରାଜଙ୍କ ପ୍ରକାଶ ପର୍ବ ଦେଶ ପାଳନ କରୁଛି । ଖାଲସା ପନ୍ଥର ସ୍ରଷ୍ଟା, ମାନବତାର ପାଳନକର୍ତ୍ତା, ଭାରତୀୟ ମୂଲ୍ୟବୋଧ ପ୍ରତି ସମର୍ପିତ, ଗୁରୁ ଗୋବିନ୍ଦ ସିଂଙ୍କୁ ମୋର ଶ୍ରଦ୍ଧାପୂର୍ବକ ପ୍ରଣାମ । ଗୁରୁ ଗୋବିନ୍ଦ ସିଂଙ୍କ ପ୍ରକାଶୋତ୍ସବରେ ଆପଣ ସମସ୍ତ ସାଥୀମାନଙ୍କ ସହିତ,ଦେଶ ଏବଂ ସାରା ବିଶ୍ୱରୁ ଶିଖ ପନ୍ଥ ସହ ଜଡ଼ିତ ଏବଂ ଭାରତୀୟ ସଂସ୍କୃତି ଲାଗି ସମର୍ପିତ ଜନସାଧାରଣଙ୍କୁ ମୁଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ସାଥୀଗଣ, ଗତ ବର୍ଷକୁ ଆମେ ଗୁରୁ ଗୋବିନ୍ଦ ସିଂ ମହାରାଜଙ୍କ 350ତମ ଜନ୍ମଜୟନ୍ତୀ ବର୍ଷ ଭାବେ ପାଳନ କରିଥିଲୁ । ଶିଖ ପନ୍ଥର ଏହି ଗୁରୁତ୍ୱପୂର୍ଣ୍ଣ ଅବସରକୁ ଆହୁରି ସ୍ମରଣୀୟ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋତେ ଗୋଟିଏ 350 ଟଙ୍କାର ସ୍ମାରକୀ ମୁଦ୍ରା ଦେଶବାସୀଙ୍କୁ ସମର୍ପିତ କରିବାର ସୌଭାଗ୍ୟ ମିଳିଛି ।

ଏମିତି ତ' ଗୁରୁ ଗୋବିନ୍ଦ ସିଂଙ୍କ ମୁଦ୍ରା ଆମମାନଙ୍କ ହୃଦୟକୁ ଶତାଧିକ ବର୍ଷ ଧରି ପ୍ରଭାବିତ କରି ଆସିଛି ଏବଂ ଆଗକୁ ମଧ୍ୟ ଅନେକ ଶହ ବର୍ଷ ପର୍ଯ୍ୟନ୍ତ ଚାଲିବ । ସେଥିପାଇଁ ଯାହାର କୃତିତ୍ୱ ଏକ ମୂଲ୍ୟ ହୋଇ ଆମ ଜୀବନରେ ଚାଲିଆସିଛି, ଆମମାନଙ୍କୁ ପ୍ରେରଣା ଦେଇଆସିଛି, ତା'କୁ ସବୁବେଳେ ମନେ ରଖିବା ପାଇଁ ଆମେ ଏକ ଛୋଟ ପ୍ରୟାସ କରୁଛୁ । ଏହା ତାଙ୍କ ପ୍ରତି ଆଦର ଏବଂ ଶ୍ରଦ୍ଧା ବ୍ୟକ୍ତ କରିବାର ଏକ ଛୋଟ ପ୍ରୟାସ ମାତ୍ର ଏବଂ ଏଥିପାଇଁ ଆମେ ସମସ୍ତେ  ଏକ ପ୍ରକାରେ ସନ୍ତୋଷ ଅନୁଭବ କରିପାରୁଛୁ ।

|

ସାଥୀଗଣ, ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ବ୍ୟକ୍ତିତ୍ୱ ଅନେକ ପ୍ରତିଭାର ସଂଗମ ଥିଲା । ସେ ଗୁରୁ ତ' ଥିଲେ,ଭକ୍ତମାନଙ୍କ ମଧ୍ୟରେ ବି ଶ୍ରେଷ୍ଠ ଥିଲେ ।

ସେ ଯେତେ ଭଲ ଯୋଦ୍ଧା ଥିଲେ ସେତେ ଚମତ୍କାର କବି ଏବଂ ସାହିତ୍ୟକାର ମଧ୍ୟ ଥିଲେ । ଅନ୍ୟାୟ ବିରୋଧରେ ତାଙ୍କର ଯେତେ କଡ଼ା ଆଭିମୁଖ୍ୟ ଥିଲା, ଶାନ୍ତି ପାଇଁ ସେ ସେତିକି ଆଗ୍ରହୀ ଥିଲେ ।

ମାନବତାର ରକ୍ଷା ନିମନ୍ତେ, ରାଷ୍ଟ୍ରର ରକ୍ଷା ନିମନ୍ତେ, ଧର୍ମର ରକ୍ଷା ନିମନ୍ତେ, ତାଙ୍କର ସର୍ବୋଚ୍ଚ ବଳିଦାନ ବିଷୟରେ ଦେଶ ଏବଂ ଦୁନିଆ ପରିଚିତ ।

ଇନ ପୁତ୍ରନ କେ କାରନ, ୱାର ଦିଏ ସୂତ ଚାର ।

ଚାର ମୁଏ ତୋ କ୍ୟା ହୁଆ, ଜୀବିତ କଇଁ ହଜାର । ।

ହଜାର ହଜାର ସନ୍ତାନଙ୍କ ରକ୍ଷା ଲାଗି ନିଜ ସନ୍ତାନମାନଙ୍କୁ, ନିଜ ବଂଶର ହିଁ ବଳିଦାନ ଯିଏ ଦେଇଥିଲେ । ରାଷ୍ଟ୍ରର ରକ୍ଷା ଲାଗି, ଧର୍ମର ରକ୍ଷା ଲାଗି, ତ୍ୟାଗ ଏବଂ ବଳିଦାନର ଏହାଠାରୁ ବଡ଼ ଉଦାହରଣ ଆଉ କ'ଣ ହୋଇପାରେ ।

|

ସାଥୀଗଣ, ବୀରତ୍ୱର ସହିତ ତାଙ୍କ ଠାରେ ଯେଉଁ ସ୍ଥିରତା ଥିଲା, ଧୈର୍ଯ୍ୟ ଥିଲା, ତାହା ଅଦ୍ଭୂତ ଥିଲା । ସେ ସଂଘର୍ଷ କରୁଥିଲେ କିନ୍ତୁ ତ୍ୟାଗର ପରାକାଷ୍ଠା ଅଦ୍ଭୂତ ଥିଲା । ସେ ସମାଜର କଳୁଷତା ବିରୋଧରେ ଲଢ଼ୁଥିଲେ । ଉଚ୍ଚ-ନୀଚ ଭେଦଭାବ, ଜାତିବାଦର ବିଷ, ଏହା ବିରୋଧରେ ମଧ୍ୟ ଗୁରୁ ଗୋବିନ୍ଦ ସିଂ ସଂଘର୍ଷ କରିଥିଲେ । ଏ ସମସ୍ତ ମୂଲ୍ୟବୋଧ ନୂତନ ଭାରତ ନିର୍ମାଣର ଆଧାରରେ ରହିଛି ।

ସାଥୀଗଣ, ଗୁରୁ ସାହେବ ଜ୍ଞାନକୁ କେନ୍ଦ୍ରରେ ରଖି ଗୁରୁ ଗ୍ରନ୍ଥ ସାହିବର ପ୍ରତ୍ୟେକ ଶବ୍ଦକୁ ଜୀବନ-ମନ୍ତ୍ର ଭାବେ ଗ୍ରହଣ କରିଥିଲେ । ସେ କହିଥିଲେ ଯେ ଏବେ ଗୁରୁ ଗ୍ରନ୍ଥ ସାହିବ ହିଁ, ଏହାର ପ୍ରତ୍ୟେକ ଶବ୍ଦ,ଏହାର ପ୍ରତ୍ୟେକ ପୃଷ୍ଠା ଆଗାମୀ ଯୁଗ ଯୁଗ ପର୍ଯ୍ୟନ୍ତ ଆମକୁ ପ୍ରେରଣା ଦେଇଚାଲିବ । ପରବର୍ତ୍ତୀସମୟରେ ଯେତେବେଳେ ପଞ୍ଚ ପ୍ୟାରେ ଏବଂ ଖାଲସା ପନ୍ଥର ସୃଷ୍ଟି ହେଲା, ଏଥିରେ ମଧ୍ୟ ସାରା ଭାରତକୁ ଯୋଡ଼ିବା ଲାଗି ତାଙ୍କର ପ୍ରୟାସ ରହିଥିଲା ।

ଖାଲସା ପନ୍ଥର ବିକାଶ ଗୁରୁ ସାହେବ ଦୀର୍ଘ ସମୟର ଗଭୀର ଚିନ୍ତନ-ସ୍ମରଣ ଏବଂ ଅଧ୍ୟୟନର ପରିଣାମ ଥିଲା । ସେ ବେଦ, ପୁରାଣ ଏବଂ ଅନ୍ୟ ପ୍ରାଚୀନ ଗ୍ରନ୍ଥର ଜ୍ଞାତା ଥିଲେ । ଗୁରୁ ସାହେବଙ୍କୁ ଗୁରୁ ନାନକ ଦେବଙ୍କଠାରୁ ଆରମ୍ଭ କରି ଗୁରୁ ତେଗ ବାହାଦୂରଙ୍କ ପର୍ଯ୍ୟନ୍ତ ଶିଖ ପନ୍ଥର ପରମ୍ପରା, ମୋଗଲ ଶାସନର କାଳରେ ଶିଖ ପନ୍ଥ ସହ ଜଡ଼ିତ ଘଟଣାର ବ୍ୟାପକ ସୂଚନା ତାଙ୍କୁ ଜଣାଥିଲା । ଦେଶ-ସମାଜରେ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ସେ ନିଜର ବିଚାର ରଖିଥିଲେ ।

ସାଥୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ "ଶ୍ରୀ ଦଶମଗ୍ରନ୍ଥ ସାହେବ'କୁ ପଢ଼ିଥିବେ । ଭାଷା ଏବଂ ସାହିତ୍ୟ ଉପରେ ଯେଉଁ ନିୟନ୍ତ୍ରଣ ତାଙ୍କର ରହିଥିଲା ତାହା ଅଦ୍ଭୂତ ଥିଲା । ଜୀବନର ପ୍ରତ୍ୟେକ ରସର ବ୍ୟାଖ୍ୟାନ ସେ ଏପରି କରିଥିଲେ ତାହା ସାଧାରଣରୁ ସାଧାରଣ ବ୍ୟକ୍ତିକୁ ମଧ୍ୟ ଛୁଇଁ ଯାଉଥିଲା । ଅଳଙ୍କାର ହେଉ, ପଦଶୈଳୀ ହେଉ, ଛନ୍ଦ ହେଉ, ପ୍ରବାହ ହେଉ, ମନ୍ତ୍ରମୁଗ୍ଧକାରୀ ଥିଲା । ଭାରତୀୟ ଭାଷାକୁ ନେଇ ତାଙ୍କର ଜ୍ଞାନ ଏବଂ ତାଙ୍କର ମୋହ ଅତୁଳନୀୟ ଥିଲା ।

|

ସାଥୀଗଣ, ଗୁରୁ ଗୋବିନ୍ଦ ସିଂଙ୍କ କାବ୍ୟ ଭାରତୀୟ ସଂସ୍କୃତିର ପ୍ରତ୍ୟେକ ବିନ୍ଦୁ, ଆମ ଜୀବନ ଦର୍ଶନର ସରଳ ଅଭିବ୍ୟକ୍ତି ଅଟେ । ଯେପରିକି ତାଙ୍କର ବ୍ୟକ୍ତିତ୍ୱ ବହୁମୁଖୀ ରହିଥିଲା, ସେପରି ତାଙ୍କର କାବ୍ୟ ମଧ୍ୟ ଅନେକ ଏବଂ ବିବିଧ ବିଷୟକୁ ସମାହିତ କରି ରଖିଥିଲା । ସାହିତ୍ୟର ଅନେକ ବିଦ୍ୱାନ ତ' ତାଙ୍କୁ ସାହିତ୍ୟିକମାନଙ୍କ ପ୍ରେରଣାଦାତା ଏବଂ ପୃଷ୍ଠପୋଷକ ବୋଲି ବିବେଚନା କରିଥାନ୍ତି ।

ସାଥୀଗଣ, କୌଣସି ଦେଶର ସଂସ୍କୃତି ତାର ମହିମାକୁ ଉଜ୍ଜ୍ୱଳ କରିଥାଏ । ମାର୍ଜିତ କରିଥାଏ । ସଂସ୍କୃତିକୁ ସମୃଦ୍ଧ କରିବା ଏବଂ ଏହାର ପ୍ରଚାର-ପ୍ରସାର କରିବା ସବୁବେଳେ ବିଶ୍ୱର ଶକ୍ତିଶାଳୀ ସଭ୍ୟତାଗୁଡ଼ିକର ପ୍ରାଥମିକତା ଭାବେ ରହିଆସିଛି । ଏହି ପ୍ରୟାସ ଗତ ସାଢ଼େ 4 ବର୍ଷ ଧରି ଆମ ସରକାର କରୁଛନ୍ତି ।

ଭାରତ ନିକଟରେ ଯେଉଁ ସାଂସ୍କୃତିକ ଏବଂ ଜ୍ଞାନର ଐତିହ୍ୟ ରହିଛି, ତା'କୁ ବିଶ୍ୱର କୋଣ ଅନୁକୋଣରେ ପହଁଚାଇବା ଲାଗି ବ୍ୟାପକ ପ୍ରୟାସ କରାଯାଉଛି । ଯୋଗଠାରୁ ଆରମ୍ଭ କରି ଆୟୁର୍ବେଦ ପର୍ଯ୍ୟନ୍ତ ନିଜର ପ୍ରତିଷ୍ଠାକୁ ପୁନଃସ୍ଥାପିତ କରିବାରେ ଦେଶ ସଫଳ ହୋଇଛି । ଏହି କାମ ନିରନ୍ତର ଜାରି ରହିଛି ।

ସାଥୀଗଣ, ବୈଶ୍ୱିକ ଆରୋଗ୍ୟ, ସମୃଦ୍ଧି ଏବଂ ଶାନ୍ତିକୁ ନେଇ ଆମର ଋଷି, ମୁନି ଏବଂ ଗୁରୁମାନେ ଯେଉଁ ବାର୍ତ୍ତା ଦେଇଛନ୍ତି ସେ ବାର୍ତ୍ତା ଦ୍ୱାରା ବିଶ୍ୱ ଲାଭାନ୍ୱିତ ହେବ, ଏହାର ପ୍ରୟାସ କରାଯାଉଛି । ଗୁରୁ ଗୋବିନ୍ଦ ସିଂ ଜୀଙ୍କ 350ତମ ପ୍ରକାଶ ପର୍ବ ତ' ଆମେ ପାଳନ ତ' କରୁଛି, ଏବେ ଗୁରୁ ନାନକ ଦେବଜୀଙ୍କ 550ତମ ଜନ୍ମ ଜୟନ୍ତୀ ସମାରୋହର ପ୍ରସ୍ତୁତି ମଧ୍ୟ ଜାରି ରହିଛି । ଏହା ଆମ ସରକାରଙ୍କ ସୌଭାଗ୍ୟ ଯେ ଆମକୁ ଏବେ ଏସବୁ ପବିତ୍ର ଅବସର ସହ ଯୋଡ଼ି ହେବାର ସୌଭାଗ୍ୟ ବିଶେଷ ଭାବେ ମିଳୁଛି ।

ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏହି ପ୍ରକାଶୋତ୍ସବ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ତ' ପାଳନ ହିଁ କରାଯିବ, ସାରା ବିଶ୍ୱରେ ଥିବା ଆମର ଦୂତାବାସରେ ମଧ୍ୟ ଆୟୋଜିତ ହେବ ।

କେବଳ ସେତିକି ନୁହେଁ, ଆପଣମାନେ ଏହା ଭଲ ଭାବେ ଜାଣନ୍ତି ଯେ ଏବେ କେନ୍ଦ୍ର ସରକାର ନିରନ୍ତର ଏବଂ ଅଭୂତପୂର୍ବ ପ୍ରୟାସ ଦ୍ୱାରା କରତାରପୁର କରିଡର ନିର୍ମାଣ ହେବାକୁ ଯାଉଛି । ଏବେ ଗୁରୁ ନାନକଙ୍କ ପ୍ରଦର୍ଶିତ ମାର୍ଗରେ ଚାଲୁଥିବା ପ୍ରତ୍ୟେକ ଭାରତୀୟ, ପ୍ରତ୍ୟେକ ଶିଖ, ଦୂରବୀକ୍ଷଣ ବଦଳରେ ନିଜ ଆଖିରେ ନାରୋବାଲ ଯାଇପାରିବ ଏବଂ ବିନା ଭିସାରେ ଗୁରୁଦ୍ୱାରା ଦରବାର ସାହିବର ଦର୍ଶନ କରିପାରିବ ।

|

ଅଗଷ୍ଟ 1947ରେ ଯେଉଁ ଭୁଲ ହୋଇଥିଲା, ଏହା ତାହାର ପ୍ରାୟଶ୍ଚିତ ଅଟେ । ଆମ ଗୁରୁଙ୍କ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥଳ କେବଳ କିଛି କିଲୋମିଟର ଦୂରରେ ହିଁ ଥିଲା, କିନ୍ତୁ ତା'କୁ ମଧ୍ୟ ଆପଣ ସାଥୀରେ ଆଣିପାରିଲେ ନାହିଁ । ଏହି କରିଡର ସେହି କ୍ଷତିକୁ କମ କରିବା ଲାଗି ଏକ ପ୍ରାମାଣିକ ପ୍ରୟାସ ଅଟେ ।

ସାଥୀଗଣ, ଗୁରୁ ଗୋବିନ୍ଦ ସିଂ ହୁଅନ୍ତୁ କିମ୍ବା ପୁଣି ଗୁରୁ ନାନକ ଦେବ, ଆମର ପ୍ରତ୍ୟେକ ଗୁରୁ ନ୍ୟାୟ ସହିତ ଛିଡ଼ା ହେବା ଲାଗି ଶିକ୍ଷା ଦେଇଛନ୍ତି । ତାଙ୍କର ପ୍ରଦର୍ଶିତ ମାର୍ଗରେ ଚାଲି ଆଜି କେନ୍ଦ୍ର ସରକାର 1984ରେ ଆରମ୍ଭ ହୋଇଥିବା ଅନ୍ୟାୟର ପର୍ଯ୍ୟାୟକୁ ନ୍ୟାୟ ପର୍ଯ୍ୟନ୍ତ ପହଁଚାଇବାରେ ଲାଗି ରହିଛି । ଦଶନ୍ଧି ଧରି ମା'ମାନେ, ଭଉଣୀମାନେ, ପୁଅ-ଝିଅମାନେ, ଯେତେ ଲୁହ ଗଡ଼ାଇଛନ୍ତି, ତା'କୁ ପୋଛିବାର କାମ, ସେମାନଙ୍କୁ ନ୍ୟାୟ ଦେବାର କାମ ଏବେ ଆଇନ କରିବ ।

ସାଥୀଗଣ, ଆଜି ଏହି ପବିତ୍ର ଦିନରେ ଗୁରୁ ଗୋବିନ୍ଦ ସିଂ ମହାରାଜଙ୍କ ପ୍ରଦର୍ଶିତ 11 ସୂତ୍ରୀୟ ମାର୍ଗରେ ଚାଲିବା ଲାଗି ପୁଣିଥରେ ସଂକଳ୍ପ ନେବାର ଆବଶ୍ୟକତା ରହିଛି । ଆଜି ଯେତେବେଳେ ଭାରତ ଏକ ସଶକ୍ତ ରାଷ୍ଟ୍ର ରୂପରେ ପ୍ରତିଷ୍ଠିତ ହେବାର ମାର୍ଗରେ ଚାଲିବା ଆରମ୍ଭ କରିଛି, ସେତେବେଳ ଭାରତର ଭାବନାକୁ ଆହୁରି ସଶକ୍ତ କରିବାର ଆବଶ୍ୟକତା ରହିଛି ।

ମୋର ବିଶ୍ୱାସ ଅଛି ଯେ ଆମେ ସମସ୍ତେ ଗୁରୁଜୀଙ୍କ ପ୍ରଦର୍ଶିତ ମାର୍ଗରେ ନୂଆ ଭାରତକୁ ଆପଣାଇବାର ସଂକଳ୍ପକୁ ଆହୁରି ମଜଭୁତ କରିବୁ ।

ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରକାଶ ପର୍ବର ଶୁଭକାମନା । ଆପଣମାନଙ୍କ ପାଇଁ ନୂଆ ବର୍ଷ ଅନେକ ଖୁସି ନେଇକି ଆସୁ, ଏହି କାମନା ସହିତ-

ଜୋ ବୋଲେ, ସୋ ନିହାଲ!… ସତ୍ ଶ୍ରୀ ଅକାଲ!

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Marhowrah factory in Bihar to export 150 railway advanced locomotives to Guinea in Rs 3,000-crore deal

Media Coverage

Marhowrah factory in Bihar to export 150 railway advanced locomotives to Guinea in Rs 3,000-crore deal
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Alberta, Canada
June 17, 2025

Prime Minister Narendra Modi arrived in Canada a short while ago. He will take part in the G7 Summit.