We are working towards ensuring that income of our hardworking farmers double by 2022: PM Modi
For the first time we have decided that MSP will be 1.5 times the input cost of farmers: PM Modi
The country has seen record production of pulses, fruits, vegetables and milk: PM Modi
Due to blue revolution, pisciculture has seen a jump of 26%: PM Modi
We are focussing on 'Beej Se Bazar Tak'. We are creating a system which benefits farmers from the time of sowing the seeds till selling the produce in markets: PM
Neem coating of urea has benefitted the farmers immensely, says PM Modi
Through e-NAM, farmers can now directly sell their produce in the markets; this has eliminated middlemen: PM Modi
We are promoting organic farming across the country, especially the eastern region: PM Modi

ନମସ୍ତେ, ମୋର କୃଷକ ଭାଇ ଓ ଭଉଣୀମାନେ ।

ନମସ୍ତେ – ନମସ୍ତେ ।

ମୋ ପାଇଁ ଖୁସିର କଥା ହେଉଛି କି ଆଜି ମୋତେ ସାରା ଦେଶର 600 ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର, କେ.ବି.କେ ଏବଂ ଦେଶର ବିଭିନ୍ନ ଭାଗରେ ଥିବା 2 ଲକ୍ଷ ସାଧାରଣ ଜନସେବା କେନ୍ଦ୍ରରେ ଆମର ଯେଉଁ କୃଷକ ଭାଇ-ଭଉଣୀମାନେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଆଜି ଆମ ସହିତ ଯୋଡି ହୋଇଛନ୍ତି, ସେମାନଙ୍କଠାରୁ ସେମାନଙ୍କ ଅନୁଭବ ଜାଣିବାର, ସେମାନଙ୍କର କଥା ସିଧାସଳଖ ଶୁଣିବାର ଏକ ଦୁର୍ଲଭ ସୁଯୋଗ ଆଜି ମୋତେ ପ୍ରାପ୍ତ ହୋଇଛି ।

ଆପଣମାନେ ସମୟ ବାହାର କରି ଆସିଲେ, ଏକ ଉତ୍ସବର ପରିବେଶ ସୃଷ୍ଟି କରି ବସିଛନ୍ତି, ଆଉ ମୁଁ ଏଠାରେ ମୋ ଟିଭି ପରଦାରେ ଦେଖି ପାରୁଛି ଆପଣଙ୍କ ମୁଖମଣ୍ଡଳର ହସ, ଆପଣମାନଙ୍କର ଉଦ୍ଦୀପନା-ଉତ୍ସାହ; ମୋ ପାଇଁ ଆଜି ହିଁ ହେଉଛି ବହୁତ ଖୁସିର ଦିନ । କୃଷକମାନେ ହେଉଛନ୍ତି ଆମର ଅନ୍ନଦାତା – ସେମାନେ ଲୋକଙ୍କୁ ଭୋଜନ ଦେଉଛନ୍ତି, ପଶୁମାନଙ୍କୁ ଗୋ-ଖାଦ୍ୟ ଦେଉଛନ୍ତି, ସମସ୍ତ ଉଦ୍ୟୋଗ ଗୁଡିକୁ କଂଚା ମାଲ ଦେଉଛନ୍ତି, ଦେଶର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାର ସଂମ୍ପୂର୍ଣ୍ଣ ଶ୍ରେୟ ଆମର କୃଷକ ଭାଇ ଓ ଭଉଣୀମାନଙ୍କୁ ଯାଇଥାଏ ।

ଭାରତ ଖାଦ୍ୟ ଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉ, ଏଥିପାଇଁ ଆମର କୃଷକ ଭାଇ-ଭଉଣୀମାନେ ନିଜ ରକ୍ତ-ଝାଳକୁ ଏକାଠି କରିଦେଲେ, କିନ୍ତୁ ସମୟ ସହିତ କୃଷକଙ୍କର ନିଜର ବିକାଶ ଧୀରେ-ଧୀରେ ସଂକୁଚିତ ହୋଇ ଚାଲିଲା । ଆରମ୍ଭରୁ ହିଁ ଦେଶର କୃଷକମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ଦିଆଗଲା । ପ୍ରତ୍ୟେକ ଚିନ୍ତାଧାରାକୁ ବଦଳାଇବା ପାଇଁ ଗୋଟିଏ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଥିଲା, ବୈଜ୍ଞାନିକ ପ୍ରୟାସର ଆବଶ୍ୟକତା ଥିଲା । ପ୍ରଗତିଶୀଳ କୃଷକମାନଙ୍କୁ ଆଗକୁ ଆଣି କୃଷକମାନଙ୍କ ମଧ୍ୟରେ ବଦଳୁଥିବା ଯୁଗ ଅନୁସାରେ ପରିବର୍ତ୍ତନ ପାଇଁ ପ୍ରୟାସ କରିବାର ଆବଶ୍ୟକତା ଥିଲା, କିନ୍ତୁ ସେହି କାମରେ ଆମେ ବହୁତ ବର୍ଷ ଡେରି କରିଦେଇଛୁ । ବିଗତ ଚାରି ବର୍ଷରେ ଆମେ ବିଲବାଡ଼ିର ରକ୍ଷଣା-ବେକ୍ଷଣ ଠାରୁ ଆରମ୍ଭ କରି ଉତ୍ତମ ଗୁଣାତ୍ମକ, ଭଲ ମାନର ବିହନ ପ୍ରସ୍ତୁତ ହେଉ, କୃଷକମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ହେଉ, ବିଜୁଳି ପାଣି ଠାରୁ ଆରମ୍ଭ କରି ବଜାର ଉପଲବ୍ଧ କରାଇବା ପର୍ଯ୍ୟନ୍ତ ଏକ ସନ୍ତୁଳିତ ଏବଂ ବ୍ୟାପକ ଯୋଜନା ଅନୁସାରେ କାର୍ଯ୍ୟ କରିବାର ଆମେ ଭରପୂର ପ୍ରୟାସ କରିଛୁ । ଆଉ ଆମେ ସ୍ଥିର କରିଛୁ କି 2022 ପର୍ଯ୍ୟନ୍ତ କୃଷକ ମାନଙ୍କର ଆୟ ଦୁଇଗୁଣା କରିବାର ଲକ୍ଷ୍ୟକୁ ନେଇ ଆଗକୁ ବଢ଼ିବାର ଅଛି । କୃଷକ ମାନଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ଅଛି । ସରକାରଙ୍କର ପୁରୁଣା ନୀତିକୁ ବଦଳାଇ ଆଗକୁ ଚାଲିବାର ଅଛି । ଯେଉଁଠି-ଯେଉଁଠି ସମସ୍ୟା ରହିଛି, ସେଗୁଡ଼ିକୁ ଦୂର କରି ଆଗକୁ ବଢ଼ିବାର ଅଛି । ଯେଉଁଠି-ଯେଉଁଠି ପ୍ରତିବନ୍ଧକ ରହିଛି, ସେଗୁଡ଼ିକୁ ଶେଷ କରି ଆଗକୁ ବଢ଼ିବାର ଅଛି ।

ଆଉ ଯେତେବେଳେ ଆମେ କୃଷକଙ୍କର ଆୟ ଦୁଇଗୁଣ କରିବାର କଥା କହିଛୁ ତ, ବହୁତ ଲୋକ ଏପରି ଅଛନ୍ତି, ଯେଉଁମାନେ ତାହାକୁ ଥଟ୍ଟା ପରିହାସ କରି ଉଡାଇ ଦେଇଥିଲେ, ଏହା ତ’ ସମ୍ଭବ ନୁହେଁ, ଏହା ତ’ କଷ୍ଟକର, ଏହା କିପରି ହୋଇ ପାରିବ; ନିରାଶ କରିବା ଭଳି ଏକ ବାତାବରଣ ସୃଷ୍ଟି କରିଦେଲେ, କିନ୍ତୁ ଆମେ ସ୍ଥିର କଲୁ । ଦେଶର କୃଷକମାନଙ୍କ ଉପରେ ମୋର ଭରସା ଥିଲା ଯଦି ଆମ ଦେଶର କୃଷକ ମାନଙ୍କ ସମ୍ମୁଖରେ କୌଣସି ଲକ୍ଷ୍ୟ ରଖାଯାଏ, ଆବଶ୍ୟକ ବାତାବରଣ ସୃଷ୍ଟି କରାଯାଏ, ପରିବର୍ତ୍ତନ ଅଣାଯାଏ ତ ମୋ ଦେଶର କୃଷକ ଆହ୍ୱାନର ମୁକାବିଲା କରିବାକୁ ପ୍ରସ୍ତୁତ ଥାଆନ୍ତି, ପରିଶ୍ରମ କରିବାକୁ ପ୍ରସ୍ତୁତ ଥାଆନ୍ତି, ପରିଣାମ ଆଣିବାକୁ ପ୍ରସ୍ତୁତ ଥାଆନ୍ତି ଆଉ ଅତୀତରେ ସେମାନେ କରି ଦେଖାଇଛନ୍ତି ।

ଆମେ ଏହାକୁ ହାସଲ କରିବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ କଲୁ ଆଉ ସେହି ଦିଗରେ ଆପଣ ସମସ୍ତଙ୍କୁ କୃଷକମାନଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବା ପାଇଁ ନିରନ୍ତର ପ୍ରୟାସ ଚଲାଇଛୁ । ଏହି କାର୍ଯ୍ୟକୁ ପ୍ରାପ୍ତ କରିବା ପାଇଁ ମୁଖ୍ୟତଃ ଚାରୋଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଥମଟି ହେଉଛି – କୃଷକମାନଙ୍କର ଯେଉଁ ଖର୍ଚ୍ଚ ହୋଇଥାଏ, କଂଚାମାଲ ପାଇଁ ଖର୍ଚ୍ଚ ହୋଇଥାଏ; ତାହା କିପରି କମରୁ ଅତି କମ୍ ହେବ । ଦ୍ୱିତୀୟରେ – ସେ ଯାହା ଉତ୍ପାଦନ କରିଥାଏ, ଯାହା ଅମଳ କରିଥାଏ, ତାହାର ଉଚିତ ମୂଲ୍ୟ ମିଳୁ । ତୃତୀୟରେ – କୃଷକ ଯାହା ଉତ୍ପାଦନ କରିଥାଏ, ଯାହା ଅମଳ କରିଥାଏ, ତାହାକୁ ନଷ୍ଟ ହେବାରୁ ରୋକାଯାଉ, ଆଉ ଚତୁର୍ଥରେ ଚାଷବାସ ବ୍ୟତୀତ କୃଷକର ଆୟ ବୃଦ୍ଧି ପାଇଁ ବିକଳ୍ପ ସ୍ରୋତ ପ୍ରସ୍ତୁତ ହେଉ ।

ଦେଶର କୃଷକମାନଙ୍କୁ ଫସଲର ଉଚିତ ମୂଲ୍ୟ ମିଳୁ – ଏଥିପାଇଁ ଚଳିତ ବଜେଟରେ ସରକାର ଏକ ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ଥିର କରିଛନ୍ତି କି ଅଧିସୂଚିତ ଫସଲ ଗୁଡ଼ିକ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ସେମାନଙ୍କ ଖର୍ଚ୍ଚର ଅତି କମ୍ ରେ ଦୁଇ ଗୁଣ ଘୋଷଣା କରାଯିବ । ଏଥିରେ ବହୁତ ଗୁଡ଼ିଏ ଜିନିଷର ସମାବେଶ କରାଯାଇଛି । ଆଉ ମୁଁ ଆପଣମାନଙ୍କୁ ଜଣାଉଛି କି ସର୍ବନିମ୍ନ ସମର୍ଥନ ମୂଲ୍ୟ ପାଇଁ ଯେଉଁ ଖର୍ଚ୍ଚ ଯୋଡ଼ାଯିବ ସେଥିରେ ଅନ୍ୟ ଶ୍ରମିକ ମାନଙ୍କ ପରିଶ୍ରମର ମୂଲ୍ୟ ଯୋଡ଼ା ଯିବ, ଗୃହପାଳିତ ପଶୁ ଏବଂ ଯନ୍ତ୍ରପାତି ଉପରେ ଯେଉଁ ଖର୍ଚ୍ଚ କରାଯିବ, ତାହାକୁ ମଧ୍ୟ ଯୋଡ଼ାଯିବ, ମଞ୍ଜି ଏବଂ ସାରରେ ଯେଉଁ ଯେଉଁ ଖର୍ଚ୍ଚ କରାଯିବ, ତାହାକୁ ମଧ୍ୟ ଯୋଡ଼ାଯିବ, ଜଳସେଚନ ଖର୍ଚ୍ଚକୁ ମଧ୍ୟ ଯୋଡ଼ାଯିବ, ରାଜ୍ୟ ସରକାରଙ୍କୁ ଯେଉଁ-ଯେଉଁ ରାଜସ୍ୱ ଦେଉଛନ୍ତି ତାହାକୁ ମଧ୍ୟ ଯୋଡ଼ାଯିବ, କୃଷି କାର୍ଯ୍ୟ ପାଇଁ ପୁଞ୍ଜି ଉପରେ ଯେଉଁ ସୁଧ ଦେବାକୁ ପଡ଼ୁଛି ତାହା ମଧ୍ୟ ଯୋଡ଼ାଯିବ, ଲିଜ୍ ରେ ନିଆ ଯାଇଥିବା ଜମି ପାଇଁ ଭଡ଼ା ମଧ୍ୟ ସେଥିରେ ଯୋଡ଼ାଯିବ, ଏ ସବୁକୁ ସର୍ବନିମ୍ନ ସମର୍ଥନ ମୂଲ୍ୟରେ ସାମିଲ କରାଯାଇଛି । କେବଳ ଏତିକି ହିଁ ନୁହେଁ, କୃଷକ ନିଜର ଯେଉଁ ପରିଶ୍ରମ କରୁଛି ଆଉ ତାଙ୍କର ପରିବାରର ସଦସ୍ୟମାନେ ଯେଉଁ ପରିଶ୍ରମ କରୁଛନ୍ତି, ସେହି ପରିଶ୍ରମର ମଧ୍ୟ ମୂଲ୍ୟ ନିର୍ଦ୍ଧାରିତ କରି ଖର୍ଚ୍ଚ ମଧ୍ୟରେ ତାହାକୁ ମଧ୍ୟ ଯୋଡ଼ାଯିବ, ଆଉ ସେହି ଆଧାରରେ MSP ସ୍ଥିର କରାଯିବ ।

କୃଷି ପାଇଁ ସରକାର ବଜେଟରେ ଏକ ନିଶ୍ଚିତ ପାଣ୍ଠି ଆବଂଟିତ କରି ଥାଆନ୍ତି । ବିଗତ ସରକାରଙ୍କ ପାଞ୍ଚ ବର୍ଷରେ କୃଷି ପାଇଁ ବଜେଟରେ ଆବଣ୍ଟନ ଏକ ଲକ୍ଷ 21 ହଜାର କୋଟି ଟଙ୍କା କରିଥିଲେ ଯାହାକୁ 2014 ରୁ 19 ପର୍ଯ୍ୟନ୍ତ ବୃଦ୍ଧି କରି ପ୍ରାୟ ଆମେ ଏହି ପାଞ୍ଚ ବର୍ଷ ପାଇଁ ଏହାକୁ 2 ଲକ୍ଷ 12 ହଜାର କୋଟି ଟଙ୍କା କରି ଦେଇଛୁ । ଅର୍ଥାତ୍ କୃଷି ପାଇଁ ବଜେଟ ପ୍ରାୟ ଦୁଇ ଗୁଣା କରି ଦେଇଛୁ । ଏହା ହେଉଛି କୃଷକଙ୍କ କଲ୍ୟାଣ ପ୍ରତି ଆମ ସରକାରଙ୍କର ପ୍ରତିବଦ୍ଧତାକୁ ସ୍ପଷ୍ଟ ଭାବେ ପରିଦୃଶ୍ୟ କରାଉଛି ।

ଆଜି ଦେଶରେ ନା କେବଳ ଖାଦ୍ୟ ଶସ୍ୟର ବରଂ ଫଳ, ପନିପରିବା ଏବଂ ଦୁଗ୍ଧର ରେକର୍ଡ ସ୍ତରର ଉତ୍ପାଦନ ହେଉଛି । ଆମର କୃଷକ ଭାଇମାନେ ବିଗତ 70 ବର୍ଷର ସମସ୍ତ ରେକର୍ଡ ଅତିକ୍ରମ କରି ଦେଇଛନ୍ତି, ଏକ ନୂତନ ରେକର୍ଡ ତିଆରି କରିଛନ୍ତି । ବିଗତ 48 ମାସରେ କୃଷି କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି ହୋଇଛି । 2017-18 ଆର୍ଥିକ ବର୍ଷରେ ଖାଦ୍ୟାନ୍ନ ଉତ୍ପାଦନ ପ୍ରାୟ 280 ନିୟୁତ ଟନ୍ ରୁ ଅଧିକ ହୋଇଛି, ଯେତେବେଳେ କି 2010 ରୁ 2014 ପର୍ଯ୍ୟନ୍ତ ବିଗତ ସରକାରଙ୍କ ମଧ୍ୟରେ ହାରାହାରି ପରିସଂଖ୍ୟାନ ବଢ଼ି ତାହା ଅଢ଼େଇ ଶହ ନିୟୁତ ଟନ୍ ପାଖାପାଖି ଥିଲା । ଏହି ଭଳି ଭାବେ ଡାଲି ଜାତୀୟ ଶସ୍ୟର ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଉତ୍ପାଦନ ହାରାହାରି 10.5 ପ୍ରତିଶତ, ଦଶ ଦଶମିକ ପାଞ୍ଚ ପ୍ରତିଶତ ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ 15 ପ୍ରତିଶତ ଅର୍ଥାତ୍ ପନ୍ଦର ପ୍ରତିଶତର ବୃଦ୍ଧି ରେକର୍ଡ କରାଯାଇଛି ।

ନୀଳ ବିପ୍ଳବ ଅର୍ଥାତ ନୀଳ କ୍ରାନ୍ତି ଅଧିନରେ ମତ୍ସ୍ୟ ପାଳନ କ୍ଷେତ୍ରରେ 26 ପ୍ରତିଶତ, ଛବିଶ ପ୍ରତିଶତ ବୃଦ୍ଧି ହୋଇଛି ତ ଅନ୍ୟପକ୍ଷରେ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ପ୍ରାୟ 24 ପ୍ରତିଶତ, ଚବିଶ ପ୍ରତିଶତ ବୃଦ୍ଧି ହୋଇଛି । ଆମର ପ୍ରୟାସ ହେଉଛି କି କୃଷକମାନଙ୍କୁ ଚାଷବାସର ସଂପୂର୍ଣ୍ଣ ପ୍ରକ୍ରିୟାରେ ପ୍ରତ୍ୟେକ ପଦକ୍ଷେପରେ ସାହାଯ୍ୟ ମିଳୁ ଅର୍ଥାତ୍ ବୁଣିବା ପୂର୍ବରୁ ଏବଂ ବୁଣିବା ପରେ ଏବଂ ଫସଲ କାଟିବା ପରେ ମଧ୍ୟ । ସିଧା ସଳଖ ଭାବେ କହିବା ତ’ ଫସଲ ପ୍ରସ୍ତୁତ ହେବାଠାରୁ ନେଇ ବଜାରରେ ତାହାର ବିକ୍ରି ହେବା ପର୍ଯ୍ୟନ୍ତ ଅର୍ଥାତ୍ ବିହନରୁ ନେଇ ବଜାର ପର୍ଯ୍ୟନ୍ତ ସରକାର କିଭଳି ଭାବେ ସାହାଯ୍ୟକାରୀ ହୋଇ ପାରିବେ, କିଭଳି ଭାବେ ସୁବିଧା ବୃଦ୍ଧି କରି ପାରିବେ, କିଭଳି ଭାବେ କୃଷକଙ୍କୁ ନ୍ୟାୟ ପ୍ରଦାନ କରାଇବାରେ ସାହାଯ୍ୟ କରି ପାରିବେ, ଏଇଥିପାଇଁ ନିର୍ଣ୍ଣୟ କରାଯାଉଛି, ଯୋଜନା ମାନ ପ୍ରସ୍ତୁତ କରାଯାଉଛି ।

କୃଷକ କଲ୍ୟାଣ ପାଇଁ ଏକ ସଂପୂର୍ଣ୍ଣ ବ୍ୟବସ୍ଥା ପ୍ରସ୍ତୁତ ହୋଇ ରହୁ, ସେହି ଦିଗରେ ଆମେ ଆଗକୁ ବଢୁଛୁ । ବୁଣିବା ପୂର୍ବରୁ କୃଷକ ଏହା ଜାଣି ପାରୁ କି କେଉଁ ପ୍ରକାରର ମାଟିରେ କେଉଁ ପ୍ରକାରର ଫସଲ ଚାଷ କରିବା ଦରକାର, ସେଥିପାଇଁ ମୃତିକ ସ୍ୱାସ୍ଥ୍ୟ କାର୍ଡ ଆରମ୍ଭ କରାଯାଇଛି । ଥରେ ଯେତେବେଳେ ଏହା ଜଣା ପଡ଼ିଯିବ କି କେଉଁ ଫସଲ ଚାଷ କରିବାର ଅଛି ତ ପୁଣି କୃଷକଙ୍କୁ ଭଲ ଗୁଣାତ୍ମକ ମାନର ବିହନ ମିଳୁ ଏବଂ ପୁଞ୍ଜି ସମସ୍ୟା ଦେଇ ଗତି କରିବାକୁ ନ ପଡ଼ୁ, ଏଥିପାଇଁ କୃଷି ଋଣ ବ୍ୟବସ୍ଥା କରାଯାଇଛି, କିଷାନ କ୍ରେଡିଟ୍ କାର୍ଡର ପରିସର ବୃଦ୍ଧି କରାଯାଇଛି ।

ଆଗରୁ ସାର ପାଇଁ ଲମ୍ବା-ଲମ୍ବା ଧାଡ଼ି ଲାଗୁଥିଲା, କିନ୍ତୁ ଏବେ କୃଷକ ମାନଙ୍କୁ ୟୁରିଆ ଏବଂ ଅତିରିକ୍ତ ସାର ନେବା ପାଇଁ, ତାହା ଖୁବ୍ ସହଜରେ ପ୍ରାପ୍ତ ହେଉଛି, କଳାବଜାରୀ କରିବାକୁ ପଡ଼ୁ ନାହଁଶ । ଆଜି କୃଷକମାନଙ୍କ ପାଇଁ 100 ପ୍ରତିଶତ- ଶତ ପ୍ରତିଶତ – ଶତ ପ୍ରତିଶତ ନିମ ଲେପିତ ୟୁରିଆ ଦେଶରେ ଉପଲବ୍ଧ ହେଉଛି ।

ବୁଣିବା ପରେ ଆବଶ୍ୟକତା ରହିଥାଏ ସିଂଚନ ବା ଜଳସେଚନର । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ମାଧ୍ୟମରେ ଆଜି ସମଗ୍ର ଦେଶରେ ପ୍ରାୟ 100 ସିଂଚାଇ ପ୍ରକଳ୍ପକୁ ସଂପୂର୍ଣ୍ଣ କରାଯାଇଛି । ପ୍ରତ୍ୟେକ କ୍ଷେତକୁ ପାଣି ମିଳୁ – ଏହି ଲକ୍ଷ୍ୟ ସହିତ ଆଗକୁ ବଢ଼ୁଛୁ । କୃଷକମାନଙ୍କୁ ଫସଲ ଉତ୍ପାଦନ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼ୁ, ଏଥିପାଇଁ ଆଜି ଫସଲ ବୀମା ଯୋଜନା ରହିଛି । ଫସଲ କଟା ହେବା ପରେ ଯେତେବେଳେ କୃଷକଙ୍କର ଉତ୍ପାଦ ବଜାରରେ ପହଂଚୁଛି, ସେଥିରେ ତାଙ୍କୁ ନିଜ ଉତ୍ପାଦିତ ଦ୍ରବ୍ୟର ସଠିକ୍ ମୂଲ୍ୟ ମିଳୁ- ଏଥିପାଇଁ ଅନଲାଇନ୍ ପ୍ଲାଟଫର୍ମ ଇ-ନାମ ଆରମ୍ଭ କରାଯାଇଛି, ଫଳରେ କୃଷକ ମାନଙ୍କୁ ନିଜ ଉତ୍ପାଦିତ ଦ୍ରବ୍ୟର ସଂପୂର୍ଣ୍ଣ ଅର୍ଥ ମିଳିପାରୁ । ଆଉ ସବୁଠାରୁ ବଡ଼ କଥା ହେଉଛି କି ଏବେ ମଧ୍ୟସ୍ଥି କୃଷକମାନଙ୍କ ଲାଭକୁ ହଜମ କରି ପାରିବେ ନାହିଁ, ମାରି ଖାଇ ପାରିବେ ନାହିଁ, କାଟି କରି ରଖି ପାରିବେ ନାହିଁ । ଆସନ୍ତୁ ଦେଖିବା ଏହି ଯୋଜନା ଗୁଡ଼ିକ ଦ୍ୱାରା ଆମ କୃଷକ ଭାଇ ଭଉଣୀ ମାନଙ୍କୁ କ’ଣ ଲାଭ ମିଳିଲା, ସେମାନଙ୍କ ଜୀବନରେ କ’ଣ ପରିବର୍ତ୍ତନ ଆସିଲା ଆଉ ତାଙ୍କରି ମୁହଁରୁ ଶୁଣିବା, ସେମାନଙ୍କର ନିଜର ଅନୁଭବରୁ ଶୁଣିବା ତ ବୋଧ ହୁଏ ଦେଶର ଅନ୍ୟ କୃଷକ ମାନଙ୍କୁ ମଧ୍ୟ ଗୋଟିଏ ସୁଯୋଗ ମିଳିବ କି ହଁ, ଯଦି ସେଠାକାର କୃଷକ ଏହା କରି ପାରୁଛନ୍ତି ତ ମୁଁ ମଧ୍ୟ କରି ପାରିବି ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଯେଉଁ ଲୋକମାନେ ଏହି ସଂପୂର୍ଣ୍ଣ ବାର୍ତ୍ତାଳାପକୁ ଦେଖୁଛନ୍ତି, ସେମାନଙ୍କୁ ଖୁବ୍ ଗର୍ବ ଅନୁଭବ ହେଉଥିବ ଆମର ଏହି କୃଷକମାନଙ୍କ ଉପରେ, ଏମାନଙ୍କର ପରିଶ୍ରମ ଉପରେ, ଏମାନଙ୍କର ପ୍ରଗତି ଉପରେ ଆଉ ଏମାନଙ୍କର ନୂତନ ପ୍ରୟୋଗ ଉପରେ । ମୁଁ ମାନୁଛି କି ଯେତେବେଳେ ଦେଶର ଗାଁର, କୃଷକଙ୍କର ଉଦୟ ହେବ ସେତେବେଳେ ହିଁ ଭାରତର ମଧ୍ୟ ଉଦୟ ହେବ । ଯେତେବେଳେ ଆମ ଦେଶର କୃଷକ ସଶକ୍ତ ହେବ, ସେତେବେଳେ ଦେଶ ସଶକ୍ତ ହେବ ।

ମୋର କୃଷକ ଭାଇ ଓ ଭଉଣୀମାନେ, ମୁଁ କ୍ରମାଗତ ଭାବେ ଏହି ଟେକ୍ନୋଲଜିର ଉପଯୋଗ କରି ଦେଶର ଭିନ୍ନ-ଭିନ୍ନ ଲୋକଙ୍କ ସହିତ କଥାବାର୍ତ୍ତା କରୁଛି । ଆଜି ମଧ୍ୟ ଲକ୍ଷ-ଲକ୍ଷ ଲୋକ ଲକ୍ଷ-ଲକ୍ଷ କୃଷକ ମୋ ସହିତ ଯୋଡ଼ି ହୋଇଛନ୍ତି । ଆପଣ ମାନଙ୍କର କଥା କେବଳ ମୁଁ ନୁହେଁ ସମଗ୍ର ହିନ୍ଦୁସ୍ଥାନ ଶୁଣୁଛି, ପ୍ରତ୍ୟେକ କୃଷକ ଶୁଣୁଛି, ଆପଣଙ୍କ ଠାରୁ ସେ ମଧ୍ୟ ଶିଖୁଛି । ସରକାରରେ ବସିଥିବା ଲୋକ ମଧ୍ୟ ଶୁଣୁଛନ୍ତି । ଆପଣଙ୍କର କଥାକୁ ସେମାନେ ମଧ୍ୟ ପଞ୍ଜିକରଣ କରୁଛନ୍ତି । ଆପଣ ମାନଙ୍କର ପ୍ରୟୋଗର ସେମାନେ ମଧ୍ୟ ଚର୍ଚ୍ଚା କରିବେ । ଏହି ଜିନିଷ ଗୁଡ଼ିକୁ ଆଗକୁ ଲାଗୁ କରିବା ପାଇଁ ପ୍ରୟାସ କରିବେ । ଆଉ ମୋର ଏହି କ୍ରମ ଚାଲୁ ରହିବ କାରଣ ମୋ ପାଇଁ ଏହି କାର୍ଯ୍ୟକ୍ରମ ଏକ ବିଶ୍ୱବିଦ୍ୟାଳୟ ଭଳି ହୋଇ ଯାଇଛି ଯାହା ମୋତେ ପ୍ରତି ସପ୍ତାହରେ କିଛି ନା କିଛି ଶିଖାଉଛି । ଦେଶବାସୀଙ୍କଠାରୁ ଶିଖାଉଛି, ହିନ୍ଦୁସ୍ଥାନର ଦୂର-ଦୂରାନ୍ତର ଲୋକଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ଦେଉଛି, କଥାବାର୍ତ୍ତା କରିବାର ସୁଯୋଗ ମିଳୁଛି । ଟେକ୍ନୋଲଜି ମାଧ୍ୟମରେ ମୁଁ ଆପଣ ମାନଙ୍କଠାରୁ ବହୁତ କିଛି ଶିଖୁଛି, ବୁଝୁଛି ଆଉ ଦେଶର ଭିନ୍ନ-ଭିନ୍ନ ଭାଗରେ କ’ଣ କ’ଣ ହେଉଛି, କିପରି ହେଉଛି, ତାହାର ସିଧା ସଳଖ ସୂଚନା ମୋତେ ଆପଣ ମାନଙ୍କ ମାଧ୍ୟମରେ ମିଳୁଛି ।

ଏବେ ତ’ ମୁଁ ଆଗାମୀ ବୁଧବାର ପୁଣି ଆପଣମାନଙ୍କୁ ସାକ୍ଷାତ କରିବି । ଆସନ୍ତା ବୁଧବାର ଅର୍ଥାତ୍ 27 ଜୁନ । ଆଉ ମୁଁ 27 ଜୁନରେ ଆମର ଗରିବ ଲୋକ, ଆମର ନିମ୍ନ ମଧ୍ୟମ ବର୍ଗର ଲୋକ, ଆମର ମଧ୍ୟମ ବର୍ଗର ଲୋକ, ଆମର କୃଷକ ଭାଇ ଭଉଣୀ, ଆମର କାରିଗର ଭାଇ ଭଉଣୀ, ଯେଉଁମାନେ ସାମାଜିକ ସୁରକ୍ଷା ନେଇ ଯେଉଁ ବୀମା ଯୋଜନା ଚାଲୁଛି, ସେଗୁଡ଼ିକ ବିଷୟରେ ମୁଁ ସେମାନଙ୍କ ସହିତ କଥାବାର୍ତ୍ତା କରିବି । ସୁରକ୍ଷା ବୀମା ଯୋଜନା ଦ୍ୱାରା ସେମାନଙ୍କର କ’ଣ ଲାଭ ହୋଇଛି, କାରଣ ବହୁତ ବଡ଼ ବ୍ୟାପକ ସ୍ତରରେ ଆମେ କାମ କରିଛୁ । ଆଉ ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଆପଣ ସମସ୍ତେ କୃଷକ, ମୋର ଭଉଣୀ ଓ ଭାଇମାନେ, ଏହି ଯୋଜନାଗୁଡ଼ିକୁ ଆପଣାଇ ଥିବେ । ଆପଣ ମଧ୍ୟ ସୁରକ୍ଷା ବୀମା ଯୋଜନାର ଲାଭ ନେଇଥିବେ ଆଉ ମୋତେ ଏହି କଥା ଉପରେ ଖୁସି ଲାଗୁଛି କି ଆଜି ମୋ ଦେଶର ସମସ୍ତ କୃଷକମାନଙ୍କୁ ଦର୍ଶନ କରିବାର ସୁଯୋଗ ମୋତେ ମିଳିଲା, ସେମାନଙ୍କର ଆଶୀର୍ବାଦ ପ୍ରାପ୍ତ କରିବାର ମୋତେ ସୁଯୋଗ ମିଳିଲା, ସେମାନଙ୍କର ପରିଶ୍ରମର ଗାଥା ଶୁଣିବାର ମୋତେ ସୁଯୋଗ ମିଳିଲା, ମନଯୋଗ ସହକାରେ ସେମାନଙ୍କର, ସେମାନଙ୍କର ତପସ୍ୟା ଏହା ଆଜି ଦେଶକୁ ନୂତନ ଶିଖରକୁ ନେଇ ଯାଉଛି ।

ମୁଁ ପୁଣି ଆଉ ଥରେ ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ପ୍ରଣାମ କରୁଛି । ଆପଣମାନେ ସମୟ ବାହାର କଲେ, ମୋତେ ବହୁତ କିଛି କଥା ଜଣାଇଲେ । ମୁଁ ଆପଣମାନଙ୍କ ନିକଟରେ ବହୁତ-ବହୁତ କୃତଜ୍ଞ । ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s visit to Indonesia, Australia and New Zealand
July 03, 2026

At the invitation of the President of the Republic of Indonesia, H.E. Mr. Prabowo Subianto, Prime Minister Shri Narendra Modi will pay a visit to Indonesia from 6-8 July, 2026. This will be Prime Minister’s fourth visit to Indonesia and his first bilateral visit since the elevation of India-Indonesia ties to the level of Comprehensive Strategic Partnership in May 2018. During the visit, Prime Minister will hold bilateral discussions with President Prabowo and review the progress made in the partnership. In Jakarta, Prime Minister will address a large gathering of the Indian Diaspora. India and Indonesia share historical and warm people-to-people ties. In keeping with these special bonds, Prime Minister will visit the Prambanan Temple complex at Yogyakarta, a prominent UNESCO world heritage site in Indonesia.

From Indonesia, at the invitation of the Prime Minister of Australia, the Honourable Anthony Albanese MP, Prime Minister will travel to Melbourne from 8-10 July, 2026. In Melbourne, Prime Minister will hold bilateral discussions with Prime Minister Albanese. He will also call on the Governor General of Australia, the Honourable Ms Sam Mostyn AC. During his visit, Prime Minister will also participate in the India-Australia CEOs Forum, where he will address a gathering of top business leaders from both countries. Prime Minister will also address a large gathering of the Indian Diaspora, who constitute a strong pillar of the India-Australia relationship.

From Melbourne, at the invitation of the Prime Minister of New Zealand, Rt Honourable Christopher Luxon, Prime Minister will travel to Auckland for a state visit from 10-11 July, 2026. This will be the first state visit of an Indian Prime Minister to New Zealand in four decades. In Auckland, Prime Minister will hold bilateral discussions with Prime Minister Luxon and review the entire gamut of the bilateral relationship, which has seen significant progress in the last two years, especially in the areas of trade and commerce and defence. While in Auckland, Prime Minister will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, Prime Minister will address a large gathering of the Indian Diaspora during the visit.