ଆସାମ ବିକାଶର ଏକ ନୂତନ ଗତିକୁ ଗ୍ରହଣ କରିଛି: ପ୍ରଧାନମନ୍ତ୍ରୀ
ଆମ ସରକାର କୃଷକ କଲ୍ୟାଣକୁ ନିଜର ସମସ୍ତ ପ୍ରୟାସର କେନ୍ଦ୍ରରେ ରଖିଛନ୍ତି: ପ୍ରଧାନମନ୍ତ୍ରୀ
କୃଷିକୁ ପ୍ରୋତ୍ସାହନ ଦେବା ଏବଂ କୃଷକମାନଙ୍କୁ ସହାୟତା କରିବା ପାଇଁ ପିଏମ ଧନ ଧାନ୍ୟ କୃଷି ଯୋଜନା ଏବଂ ଦଲହନ ଆତ୍ମନିର୍ଭରତା ମିଶନ ଭଳି ପଦକ୍ଷେପମାନ ଆରମ୍ଭ କରାଯାଇଛି: ପ୍ରଧାନମନ୍ତ୍ରୀ
'ସବକା ସାଥ, ସବକା ବିକାଶ’ ର ପରିକଳ୍ପନା ଦ୍ୱାରା ପରିଚାଳିତ ହୋଇ ଆମର ପ୍ରୟାସ ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିଛି: ପ୍ରଧାନମନ୍ତ୍ରୀ

ଉଜ୍ଜନୀର ରାୟଜ କେନେ ଆସେ ? ଅପୁନାଲୁକୋଲୋଇ ମୁର ଆନ୍ତରିକ ମୋରୋମ ଆରୁ ଶ୍ରଦ୍ଧା ଜାସିସୁ । 

ଆସାମର ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ସରକାରରେ ମୋର ସାଥୀ ଏବଂ ଏଠାରେ ଉପସ୍ଥିତ ଆପଣମାନଙ୍କର ପ୍ରତିନିଧି, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଆସାମ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକବୃନ୍ଦ, ଅନ୍ୟ ମହାନୁଭବଗଣ, ଏବଂ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ସମସ୍ତ ଭାଇ ଓ ଭଉଣୀମାନେ । ମୁଁ ସେଠାରେ ଏହାଠାରୁ ଅଧିକ ଉତ୍ସାହୀ ଲୋକମାନଙ୍କୁ ଦେଖିପାରୁଛି ।

ଉଜାନି ଆସାମର ଏହି ମହାନ ମାଟିକୁ, ସୌଲୁଙ୍ଗ ସୁକଫା ଏବଂ ମହାବୀର ଲସିତ ବୋରଫୁକାନ, ଭୀମବର ଦେଉରୀ, ଶହୀଦ କୁଶଲ କୁଭାର, ମୋରାନ ରାଜା ବୋଡୋସା, ମାଳତୀ ମେମ୍, ଇନ୍ଦିରା ମିରି, ସ୍ୱର୍ଗଦେଓ ସର୍ବାନନ୍ଦ ସିଂହ ଏବଂ ବୀରାଙ୍ଗନା ସତୀ ସାଧୋନୀଙ୍କ ଭଳି ବୀରମାନଙ୍କର ଏହି ମାଟିକୁ ମୁଁ ଆଦରପୂର୍ବକ ପ୍ରଣାମ କରୁଛି ।

ସାଥୀଗଣ,

ମୁଁ ଦେଖୁଛି ଯେ ଆପଣମାନେ ସମସ୍ତେ ଏତେ ବିପୁଳ ସଂଖ୍ୟାରେ ଦୂର ଦୂରାନ୍ତରୁ ନିଜର ଉତ୍ସାହ, ଉଦ୍ଦୀପନା ଏବଂ ନିଜର ସ୍ନେହ ଆମମାନଙ୍କ ଉପରେ ଅଜାଡ଼ି ଦେଉଛନ୍ତି । ଆଉ ବିଶେଷ କରି ମୋର ମାଆ ଓ ଭଉଣୀମାନେ, ଏତେ ସଂଖ୍ୟାରେ ଆପଣମାନଙ୍କର ଏହି ଭଲ ପାଇବା, ଯେଉଁ ଆଶୀର୍ବାଦ ନେଇ ଆସିଛନ୍ତି, ତାହା ହେଉଛି ଆମର ବହୁତ ବଡ଼ ଶକ୍ତି, ସବୁଠାରୁ ବିରାଟ ସାମର୍ଥ୍ୟ । ଏହା ଆମମାନଙ୍କ ପାଇଁ ହେଉଛି ଅଦ୍ଭୁତ ଅନୁଭୂତି । ଆସାମର ଚା' ବଗିଚାର ସୁଗନ୍ଧ ନେଇ ଅନେକ ଭଉଣୀ ଏଠାରେ ଉପସ୍ଥିତ ଅଛନ୍ତି । ଚା'ର ଏହି ସୁଗନ୍ଧ ମୋର ଏବଂ ଆସାମର ସମ୍ପର୍କକୁ ଏକ ଭିନ୍ନ ଅନୁଭବ ଦେଇଥାଏ । ମୁଁ ଆପଣ ସମସ୍ତଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି । ଏହି ଭଲପାଇବା ପାଇଁ, ଏହି ସ୍ନେହ ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

 

ସାଥୀଗଣ,

ଆଜିର ଦିନ ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ପାଇଁ ହେଉଛି ବହୁତ ସ୍ମରଣୀୟ ଦିନ । ନାମରୂପ ଏବଂ ଦିବ୍ରୁଗଡ଼ର ବହୁ ପ୍ରତୀକ୍ଷିତ ସ୍ୱପ୍ନ ମଧ୍ୟ ଆଜି ପୂରଣ ହେବାକୁ ଯାଉଛି । ଆଜି ଏହି ସମଗ୍ର କ୍ଷେତ୍ରରେ ଔଦ୍ୟୋଗିକ ପ୍ରଗତିର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏବେ କିଛି ସମୟ ପୂର୍ବରୁ ମୁଁ ଏଠାରେ ଆମୋନିଆ-ୟୁରିଆ ସାର କାରଖାନାର ଶିଳାନ୍ୟାସ କରିଛି । ଦିବ୍ରୁଗଡ଼ ଆସିବା ପୂର୍ବରୁ ଗୌହାଟୀରେ ବିମାନ ବନ୍ଦରର ନୂତନ ଟର୍ମିନାଲର ମଧ୍ୟ ଲୋକାର୍ପଣ କରାଯାଇଛି । ଆଜି ସମସ୍ତେ କହୁଛନ୍ତି ଯେ ଆସାମ ବିକାଶର ଏକ ନୂତନ ଗତି ହାସଲ କରିଛି । ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି, ଆପଣମାନେ ଏବେ ଯାହା ଦେଖୁଛନ୍ତି, ଯାହା ଅନୁଭବ କରୁଛନ୍ତି, ତାହା କେବଳ ଆରମ୍ଭ ମାତ୍ର । ଆମକୁ ଆସାମକୁ ବହୁତ ଦୂର ନେଇଯିବାକୁ ହେବ, ଆପଣ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ହେବ । ବିକଶିତ ଭାରତରେ ଆସାମ ସେହି ଶକ୍ତିଶାଳୀ ଭୂମି ସୃଷ୍ଟି କରିବ ଯାହା ଓହୋମ ସାମ୍ରାଜ୍ୟ ସମୟରେ ଥିଲା । ନୂତନ ଉଦ୍ୟୋଗର ପ୍ରଚଳନ, ଆଧୁନିକ ଭିତ୍ତିଭୂମିର ନିର୍ମାଣ, ସେମି-କଣ୍ଡକ୍ଟରର ନିର୍ମାଣ, ଏହାର ଉତ୍ପାଦନ, କୃଷି କ୍ଷେତ୍ରରେ ନୂତନ ସୁଯୋଗ, ଚା' ବଗିଚା ଏବଂ ସେଠାକାର ଶ୍ରମିକମାନଙ୍କର ବିକାଶ, ପର୍ଯ୍ୟଟନ କ୍ଷେତ୍ରରେ ସମ୍ଭାବନା ବୃଦ୍ଧି, ପ୍ରତ୍ୟେକ କ୍ଷେତ୍ରରେ ଆସାମ ଆଗକୁ ବଢ଼ୁଛି । ଏହି ଆଧୁନିକ ସାର କାରଖାନା ନିମନ୍ତେ ମୁଁ ଆପଣ ସମସ୍ତଙ୍କୁ, ଦେଶର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ମୁଁ ଆପଣଙ୍କୁ ଗୁଆହାଟୀ ବିମାନବନ୍ଦରର ନୂତନ ଟର୍ମିନାଲ ପାଇଁ ମଧ୍ୟ ଅଭିନନ୍ଦନ ଜଣାଉଛି । ଭାଜପାର ଡବଲ ଇଞ୍ଜିନ ସରକାରରେ ଉଦ୍ୟୋଗ ଏବଂ ଯୋଗାଯୋଗର ଏହି ଯୁଗଳବନ୍ଦୀ ଆସାମର ସ୍ୱପ୍ନକୁ ସାକାର କରୁଛି, ଏହା ସହିତ ଆମର ଯୁବକମାନଙ୍କୁ ନୂତନ ସ୍ୱପ୍ନ ଦେଖିବା ପାଇଁ ଉତ୍ସାହିତ କରୁଛି ।

ସାଥୀଗଣ,

ବିକଶିତ ଭାରତର ନିର୍ମାଣରେ ଦେଶର କୃଷକ ଏବଂ ଏଠାକାର କୃଷକମାନଙ୍କର ବହୁତ ବଡ଼ ଭୂମିକା ରହିଛି । ଏଥିପାଇଁ ଆମ ସରକାର କୃଷକଙ୍କ ହିତକୁ ସର୍ବୋପରି ରଖି ଦିନରାତି କାର୍ଯ୍ୟ କରୁଛନ୍ତି । ଏଠାରେ ଆପଣ ସମସ୍ତଙ୍କୁ କୃଷକ ଅନୁକୂଳ ଯୋଜନାଗୁଡ଼ିକର ଲାଭ ଦିଆଯାଉଛି । କୃଷି କଲ୍ୟାଣର ଯୋଜନା ମଧ୍ୟରେ, ଏହା ମଧ୍ୟ ଆବଶ୍ୟକ ଯେ ଆମର କୃଷକମାନଙ୍କୁ ସାରର ନିରନ୍ତର ଯୋଗାଣ ଜାରି ରହୁ । ଆଗାମୀ ଦିନରେ ଏହି ୟୁରିଆ କାରଖାନା ଏହାକୁ ସୁନିଶ୍ଚିତ କରିବ । ଏହି ସାର ପ୍ରକଳ୍ପରେ ପ୍ରାୟ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଠାରେ ପ୍ରତିବର୍ଷ ୧୨ ଲକ୍ଷ ମେଟ୍ରିକ ଟନରୁ ଅଧିକ ସାର ଉତ୍ପାଦନ ହେବ । ଯେତେବେଳେ ଉତ୍ପାଦନ ଏଠାରେ ହେବ, ଯୋଗାଣ ଦ୍ରୁତତର ହେବ । ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ ପାଇବ ।

 

ସାଥୀଗଣ,

ନାମରୂପର ଏହି ୟୁନିଟ୍ ମଧ୍ୟ ହଜାର ହଜାର ନୂତନ ରୋଜଗାର ଏବଂ ସ୍ୱ-ରୋଜଗାରର ସୁଯୋଗ ସୃଷ୍ଟି କରିବ । କାରଖାନା ଆରମ୍ଭ ହେବା ମାତ୍ରେ ଅନେକ ଲୋକଙ୍କୁ ଏଠାରେ ସ୍ଥାୟୀ ଚାକିରି ମଧ୍ୟ ମିଳିବ । ଏହା ବ୍ୟତୀତ ପ୍ଲାଣ୍ଟ, ମରାମତି, ଯୋଗାଣ ଏବଂ ନିର୍ମାଣ କାର୍ଯ୍ୟ ସହିତ ଜଡ଼ିତ କାର୍ଯ୍ୟ ବ୍ୟାପକ ସ୍ତରରେ କରାଯିବ, ଅର୍ଥାତ ବହୁତ ଅଧିକ କାର୍ଯ୍ୟ ହେବ ଏବଂ ଏଠାକାର ଲୋକମାନଙ୍କୁ, ବିଶେଷ କରି ମୋର ଯୁବକମାନଙ୍କୁ ଏହି ସମସ୍ତ କାର୍ଯ୍ୟରେ ରୋଜଗାର ମିଳିବ ।

କିନ୍ତୁ ଭାଇ ଓ ଭଉଣୀମାନେ,

ଆପଣ ଚିନ୍ତା କରନ୍ତୁ, ବିଜେପି ସରକାର ଆସିବା ପରେ ହିଁ କୃଷକଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କାହିଁକି ହେଉଛି ? ଦଶନ୍ଧି ଦଶନ୍ଧି ଧରି ଆମର ନାମରୂପ ରାସାୟନିକ ସାର ଉତ୍ପାଦନର କେନ୍ଦ୍ର ଥିଲା  । ଏପରି ଏକ ସମୟ ଥିଲା, ଯେତେବେଳେ ଏଠାରେ ଉତ୍ପାଦିତ ହେଉଥିବା ସାର ସମଗ୍ର ଉତ୍ତର-ପୂର୍ବାଞ୍ଚଳର କ୍ଷେତକୁ ଶକ୍ତି ପ୍ରଦାନ କରୁଥିଲା । କୃଷକଙ୍କ ଫସଲକୁ ସହାୟତା କରାଯାଇଥିଲା । ଦେଶର ଅନେକ ଭାଗରେ ଯେତେବେଳେ ସାରର ଯୋଗାଣ ଏକ ଆହ୍ୱାନ ପାଲଟିଥିଲା, ସେତେବେଳେ ନାମରୂପ ଚାଷୀଙ୍କ ପାଇଁ ଆଶା ସୃଷ୍ଟି ହୋଇଥିଲା । କିନ୍ତୁ, ପୁରୁଣା କାରଖାନାଗୁଡ଼ିକର ପ୍ରଯୁକ୍ତିର ପରିବର୍ତ୍ତନ ଓ ପ୍ରଗତି ସହିତ ପୁରୁଣା ହୋଇଗଲା ଏବଂ କଂଗ୍ରେସ ସରକାର ଏହା ଉପରେ  ଧ୍ୟାନ ଦେଲେ ନାହିଁ । ଫଳସ୍ୱରୂପ ଏହି କାରଣରୁ ନାମରୂପ ପ୍ଲାଣ୍ଟର ଅନେକ ୟୁନିଟ୍ ବନ୍ଦ ହୋଇଯାଇଥିଲା । ସମଗ୍ର ଉତ୍ତର - ପୂର୍ବାଞ୍ଚଳର କୃଷକମାନେ ଅନେକ କଷ୍ଟ ପାଇଲେ, ଦେଶର କୃଷକମାନଙ୍କର ମଧ୍ୟ କଷ୍ଟ ହେଲା, ସେମାନଙ୍କର ଆୟ କ୍ଷତି ହେଉଥିଲା, ଚାଷବାସରେ ସମସ୍ୟା ବଢ଼ିବାରେ ଲାଗିଲା, କିନ୍ତୁ କଂଗ୍ରେସୀ ଲୋକମାନେ ଏହି ସମସ୍ୟାର କୌଣସି ସମାଧାନ ଖୋଜିଲେ ନାହିଁ, ସେମାନେ ଆନନ୍ଦ ନେଇ ଚାଲିଲେ । ଆଜି ଆମର ଡବଲ ଇଞ୍ଜିନ ସରକାର କଂଗ୍ରେସ ଦ୍ୱାରା ସୃଷ୍ଟି ହୋଇଥିବା ସେହି ସମସ୍ୟାର ମଧ୍ୟ ସମାଧାନ କରୁଛନ୍ତି ।

ସାଥୀଗଣ,

ଆସାମ ଭଳି ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅନେକ ସାର କାରଖାନା ବନ୍ଦ ହୋଇ ଯାଇଥିଲା । ଆପଣମାନଙ୍କର ସ୍ମରଣ ଥିବ, ସେତେବେଳେ କୃଷକମାନଙ୍କର ଅବସ୍ଥା କ'ଣ ଥିଲା ? ୟୁରିଆ ପାଇଁ କୃଷକମାନଙ୍କୁ ଘଣ୍ଟା ଘଣ୍ଟା, ଦିନ ଦିନ ଧରି ଧାଡ଼ିରେ ଠିଆ ହେବାକୁ ପଡୁଥିଲା । ୟୁରିଆ ଦୋକାନରେ ପୋଲିସ ମୁତୟନ କରିବାକୁ ପଡିଲା । ପୁଲିସ ଚାଷୀଙ୍କୁ ବାଡ଼ିରେ ପିଟୁଥିଲା ।

 

ଭାଇ ଓ ଭଉଣୀମାନେ,

କଂଗ୍ରେସ ଯେଉଁ ପରିସ୍ଥିତିକୁ ନଷ୍ଟ କରିଥିଲା, ସେଥିରେ ସୁଧାର ଆଣିବା ସକାଶେ ଆମ ସରକାର ସମ୍ପୂର୍ଣ୍ଣ ପ୍ରୟାସ କରୁଛନ୍ତି ଏବଂ ସେମାନେ ଏତେ ଖରାପ, ଏତେ ଖରାପ କାର୍ଯ୍ୟ କଲେ ଯେ ୧୧ ବର୍ଷ କଠିନ ପରିଶ୍ରମ କରିବା ପରେ ସୁଦ୍ଧା ମୋର ଆହୁରି ଅନେକ କିଛି କରିବାକୁ ବାକି ଅଛି । କଂଗ୍ରେସ ସମୟରେ ସାର କାରଖାନା ବନ୍ଦ ହେଉଥିଲା । ଯେତେବେଳେ କି ଆମ ସରକାର ଗୋରଖପୁର, ସିନ୍ଦ୍ରି, ବରୌନୀ, ରାମାଗୁଣ୍ଡମ ଭଳି ଅନେକ କାରଖାନା ଆରମ୍ଭ କରିଛନ୍ତି । ଏଥିରେ ଘରୋଇ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଆଜି ଏହାର ପରିଣାମ ସ୍ୱରୂପ ଆମେ ଆଗାମୀ ଦନରେ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଦୃଢ଼ ପଦକ୍ଷେପ ନେଉଛୁ ।

ସାଥୀଗଣ,

୨୦୧୪ ମସିହାରେ ଦେଶରେ କେବଳ ୨୨୫ ଲକ୍ଷ ମେଟ୍ରିକ ଟନ ୟୁରିଆ ସାର ଉତ୍ପାଦନ ହେଉଥିଲା । ପରିସଂଖ୍ୟାନ ମନେ ଅଛି ତ ? ପରିସଂଖ୍ୟାନ ମନେ ଅଛି କି ? ୧୦-୧୧ ବର୍ଷ ତଳେ ମୁଁ ଆପଣମାନଙ୍କୁ କାମ ଦେଇଥିଲି, ସେତେବେଳେ ଉତ୍ପାଦନ ୨୨୫ ଲକ୍ଷ ମେଟ୍ରିକ ଟନ ହେଉଥିଲା । ଏହି ପରିସଂଖ୍ୟାନକୁ ମନେ ରଖନ୍ତୁ । ଗତ ୧୦-୧୧ ବର୍ଷର କଠିନ ପରିଶ୍ରମରେ ଆମେ ସାର ଉତ୍ପାଦନ ବୃଦ୍ଧି କରି ପ୍ରାୟ ୩୦୬ ଲକ୍ଷ ମେଟ୍ରିକ ଟନ ପର୍ଯ୍ୟନ୍ତ ବୃଦ୍ଧି କରିଛୁ । କିନ୍ତୁ ଆମକୁ ଏହିଠାରେ ଅଟକି ଯିବାର ନାହିଁ, କାରଣ ଏବେ ବହୁତ କିଛି କରିବାକୁ ବାକି ଅଛି । ସେହି ସମୟରେ ଯେଉଁ କାମ କରିବାର ଥିଲା, ସେତିକି କାମ ସେମାନେ କଲେ ନାହିଁ, ତେଣୁ ମୋତେ ଟିକେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଆଉ ଏବେ ପ୍ରତି ବର୍ଷ ପ୍ରାୟ ୩୮୦ ଲକ୍ଷ ମେଟ୍ରିକ ଟନ ୟୁରିଆର ଆବଶ୍ୟକତା ରହିଛି । ଆମେ ୩୦୬ରେ ପହଞ୍ଚିଛୁ, ଆଗକୁ ଆହୁରି, ୭୦-୮୦ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କରିବାର ଅଛି । କିନ୍ତୁ ମୁଁ ଦେଶବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଛି ଯେ ଯେଉଁଭଳି ଭାବେ ଆମେ କଠିନ ପରିଶ୍ରମ କରୁଛୁ, ଯୋଜନା ପ୍ରସ୍ତୁତ କରୁଛୁ, ମୋର କୃଷକ ଭାଇ ଓ ଭଉଣୀମାନେ ଯେଉଁଭଳି ଭାବେ ଆମକୁ ଆଶୀର୍ବାଦ ଦେଉଛନ୍ତି, ଆମେ ଏହି ଅଭାବକୁ ଯଥାଶୀଘ୍ର ପୂରଣ କରିବାରେ କୌଣସି ଅବହେଳା କରିବୁ ନାହିଁ ।

ଏବଂ ଭାଇ ଓ ଭଉଣୀମାନେ,

ମୁଁ ଆପଣମାନଙ୍କୁ ଆଉ ଗୋଟିଏ କଥା କହିବାକୁ ଚାହୁଁଛି, ଆପଣଙ୍କ ସ୍ୱାର୍ଥ ପ୍ରତି ଆମ ସରକାର ଅତ୍ୟନ୍ତ ସମ୍ବେଦନଶୀଳ ଅଟନ୍ତି । ଯେଉଁ ୟୁରିଆ ଆମକୁ ବିଦେଶରୁ ଅଧିକ ମୂଲ୍ୟରେ ଆମଦାନୀ କରିବାକୁ ପଡ଼େ, ଆମେ ତାହାକୁ ଆମର କୃଷକମାନଙ୍କୁ କଷ୍ଟ ହେବାକୁ ଦେଉନାହୁଁ । ବିଜେପି ସରକାର ସବସିଡି ଦେଇ ଏହି ବୋଝ ନିଜେ ବହନ କରୁଛନ୍ତି । ଭାରତର କୃଷକମାନଙ୍କୁ ୟୁରିଆ ବସ୍ତାପିଛା ମାତ୍ର ୩୦୦ ଟଙ୍କାରେ ମିଳିଥାଏ, କିନ୍ତୁ ସେହି ଗୋଟିଏ ବସ୍ତା ପାଇଁ ଭାରତ ସରକାରଙ୍କୁ ଅନ୍ୟ ଦେଶକୁ ପ୍ରାୟ ୩ ହଜାର ଟଙ୍କା ଦେବାକୁ ପଡୁଛି । ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ, ଆମେ ଏହାକୁ ୩୦୦୦ ଟଙ୍କାରେ ଆଣିଥାଉ ଏବଂ ୩୦୦ ଟଙ୍କାରେ ଯୋଗାଇଥାଉ । ଆମେ ଏହି ସମସ୍ତ ବୋଝକୁ ଦେଶର କୃଷକମାନଙ୍କ ଉପରେ ପଡ଼ିବାକୁ ଦେଉନାହୁଁ । ସରକାର ଏହି ସମସ୍ତ ବୋଝ ନିଜ ଉପରେ ବହନ କରନ୍ତି । ଫଳରେ ମୋ ଦେଶର କୃଷକ ଭାଇ ଓ ଭଉଣୀମାନଙ୍କ ଉପରେ ବୋଝ ନ ପଡେ । କିନ୍ତୁ ମୁଁ କୃଷକ ଭାଇ ଓ ଭଉଣୀମାନଙ୍କୁ ମଧ୍ୟ କହିବି ଯେ ଆପଣଙ୍କୁ ମଧ୍ୟ ମୋତେ ସାହାଯ୍ୟ କରିବାକୁ ପଡ଼ିବ । କେବଳ ଏତିକି ନୁହେଁ, ମୋର କୃଷକ ଭାଇ ଓ ଭଉଣୀମାନେ ମଧ୍ୟ ଆପଣଙ୍କର ସାହାଯ୍ୟ କରୁଛନ୍ତି ଏବଂ ତାହା ହେଉଛି ଧରିତ୍ରୀ ମା'କୁ ବଞ୍ଚାଇବା ପାଇଁ । ଯଦି ଆମେ ଧରିତ୍ରୀ ମା'କୁ ବଞ୍ଚାଇବା ନାହିଁ, ଆମେ ଯେତେ ବସ୍ତା ୟୁରିଆ ପକାଇବା ନା କାହିଁକି, ଧରଣୀ ମାତା ଆମକୁ କିଛି ଦେବ ନାହିଁ ଏବଂ ସେଥିପାଇଁ ଯଦି ଶରୀରରେ କୌଣସି ରୋଗ ହୁଏ ତେବେ ଆମକୁ ସେହି ଅନୁଯାୟୀ ଔଷଧ ଖାଇବାକୁ ପଡ଼ିବ ଏବଂ ଯଦି ଆମକୁ ଦୁଇଟି ବଟିକାର ଆବଶ୍ୟକତା ଅଛି, ଚାରିଟି ବଟିକା ଅଛି, ତେବେ ଶରୀରକୁ କଷ୍ଟ ହୁଏ, ଲାଭ ହୁଏ ନାହିଁ । ସେହିଭଳି, ଯଦି ଆମେ ଧରିତ୍ରୀ ମା'କୁ ଆବଶ୍ୟକତାଠାରୁ ଅଧିକ ବସ୍ତା ଦେବା, ତେବେ ଏହା ଦ୍ୱାରା ତା'ର କ୍ଷତି ହିଁ ଘଟିବ । ଯଦି ଆମେ ଏମିତି କରିବା ତେବେ ଧରିତ୍ରୀ ମାତା ଆମ ଉପରେ ବିରକ୍ତ ହୋଇଯିବ । ଧରିତ୍ରୀ ମା'କୁ ୟୁରିଆ ପିଆଇ ମା'କୁ ମାରିବାର ଆମର କୌଣସି ଅଧିକାର ନାହିଁ । ଏହା ହେଉଛି ଆମର ମାଆ ଏବଂ ସେହି ମାଆଙ୍କୁ ମଧ୍ୟ ବଞ୍ଚାଇବାକୁ ପଡ଼ିବ ।

 

ସାଥୀମାନେ,

ଆଜି ବିଜୟରୁ ନେଇ ବଜାର ପର୍ଯ୍ୟନ୍ତ ବିଜେପି ସରକାର କୃଷକମାନଙ୍କ ସହିତ ଠିଆ ହୋଇଛନ୍ତି । କୃଷି କାର୍ଯ୍ୟ ପାଇଁ ସିଧାସଳଖ ବ୍ୟାଙ୍କ ଖାତାକୁ ଟଙ୍କା ହନ୍ତାନ୍ତରଣ କରାଯାଉଛି । ଏପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ପିଏମ କିଷାନ ସମ୍ମାନ ନିଧି ରାଶି କୃଷକମାନଙ୍କ ଜମାଖାତାକୁ ହସ୍ତାନ୍ତର କରାଯାଇଛି । ଏହି ପରିସଂଖ୍ୟାନକୁ ମନେ ରଖିବେ ? ଭୁଲିଯିବେ କି ? ମୋ ଦେଶର କୃଷକମାନଙ୍କ ଖାତାରେ ସିଧାସଳଖ ୪ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି । ଚଳିତ ବର୍ଷ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ୩୫ ହଜାର କୋଟି ଟଙ୍କାର ଦୁଇଟି ନୂତନ ଯୋଜନା ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ମନ କୃଷି ଯୋଜନା ଏବଂ ଡାଲି ଜାତୀୟ ଶସ୍ୟ ଆତ୍ମନିର୍ଭରଶୀଳତା, ଏହା ଚାଷକୁ ଶକ୍ତି ପ୍ରଦାନ କରିବ ।

ସାଥୀଗଣ,

ଆମେ କୃଷକମାନଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ମନରେ ରଖି କାର୍ଯ୍ୟ କରୁଛୁ । ଖରାପ ପାଗ କାରଣରୁ ଫସଲ ନଷ୍ଟ ହେଲେ କୃଷକମାନଙ୍କୁ ଫସଲ ବୀମା ଯୋଜନାରୁ ସହାୟତା ମିଳିପାରୁଛି । ଫସଲର ଉଚିତ ମୂଲ୍ୟ ମିଳୁ, ଏଥିପାଇଁ କ୍ରୟ ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି । ଆମ ସରକାର ସ୍ପଷ୍ଟ ଭାବେ ବିଶ୍ୱାସ କରନ୍ତି ଯେ ମୋର କୃଷକ ଭାଇଭଉଣୀମାନେ ସଶକ୍ତ ହେବା ପରେ ହିଁ ଦେଶର ବାସ୍ତବ ପ୍ରଗତି ହୋଇପାରିବ । ଏଥି ନିମନ୍ତେ ଯଥାସମ୍ଭବ ପ୍ରୟାସ କରାଯାଉଛି ।

ସାଥୀଗଣ,

କେନ୍ଦ୍ରରେ ଆମ ସରକାର ଆସିବା ପରେ ଆମେ ପଶୁପାଳକ ଏବଂ ମତ୍ସ୍ୟ ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡର ସୁବିଧା ସହିତ ମଧ୍ୟ ଯୋଡ଼ିଛୁ । କେ.ସି.ସି.ର ସୁବିଧା ମିଳିବା ପରେ ଆମର ପଶୁପାଳକ ଏବଂ ମତ୍ସ୍ୟ ଚାଷୀମାନେ କିଷାନ କ୍ରେଡିଟ କାର୍ଡର ସୁବିଧାର ସମ୍ପୂର୍ଣ୍ଣ ଲାଭ ନେଇ ପାରୁଛନ୍ତି । ଏହି ପରିସଂଖ୍ୟାନକୁ ମନେ ରଖନ୍ତୁ, ଚଳିତ ବର୍ଷ କେସିସିରେ ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କା କୃଷକମାନଙ୍କୁ ପ୍ରଦାନ କରାଯାଇଛି । ୧୦ ଲକ୍ଷ କୋଟି ଟଙ୍କା । ଜୈବିକ ସାର ଉପରେ ବସ୍ତୁ ଓ ସେବା କର (ଜି.ଏସ.ଟି.) ହ୍ରାସ ହେବା ଦ୍ୱାରା ମଧ୍ୟ କୃଷକମାନେ ଢେର ମାତ୍ରାରେ ଉପକୃତ ହୋଇପାରୁଛନ୍ତି । ବିଜେପି ସରକାର ଭାରତର କୃଷକମାନଙ୍କୁ ପ୍ରାକୃତିକ ଚାଷ ପାଇଁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି । ଏବଂ ମୁଁ ଚାହିଁବି ଆସାମର କିଛି ତହସିଲ ଆଗକୁ ଆସନ୍ତୁ ଯେଉଁମାନେ ଶତ ପ୍ରତିଶତ ପ୍ରାକୃତିକ ଚାଷ କରନ୍ତି । ଆପଣ ଦେଖନ୍ତୁ, ଆସାମ ଭାରତକୁ ଦିଗ ଦେଖାଇ ପାରିବ । ଆସାମର କୃଷକମାନେ ଦେଶକୁ ଦିଗ ଦେଖାଇ ପାରିବେ । ଆମେ ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନ ଆରମ୍ଭ କରିଥିଲୁ, ଆଜି ଲକ୍ଷ ଲକ୍ଷ କୃଷକ ଏହା ସହିତ ଯୋଡ଼ି ହୋଇଛନ୍ତି । ବିଗତ ବର୍ଷମାନଙ୍କରେ ଦେଶରେ ୧୦ ହଜାର କୃଷକ ଉତ୍ପାଦକ ସଂଗଠନ ଗଠନ କରାଯାଇଛି । ଉତ୍ତର-ପୂର୍ବାଞ୍ଚଳକୁ ଧ୍ୟାନରେ ରଖି ଆମ ସରକାର ଖାଇବା ତେଲ, ଅଏଲ ଆମ ସହିତ ଜଡ଼ିତ ମିଶନ ମଧ୍ୟ ଆରମ୍ଭ କରିଛନ୍ତି । ଏହି ମିଶନ କେବଳ ଭାରତକୁ ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ ନାହିଁ ବରଂ ଏଠାକାର କୃଷକଙ୍କ ଉପାର୍ଜନ  ମଧ୍ୟ ବୃଦ୍ଧି କରିବ ।

ସାଥୀଗଣ,

ଆମର ଚା' ବଗିଚା ଶ୍ରମିକମାନେ ମଧ୍ୟ ବହୁ ସଂଖ୍ୟାରେ ଏହି କ୍ଷେତ୍ରରେ ଅଛନ୍ତି । ଇଏ ହେଉଛି ବିଜେପି ସରକାର ଯିଏ ଆସାମର ସାଢ଼େ ସାତ ଲକ୍ଷ ଚା' ବଗିଚା ଶ୍ରମିକଙ୍କ ଜନଧନ ବ୍ୟାଙ୍କ ଖାତା ଖୋଲିଛନ୍ତି । ଏବେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହିତ ଯୋଡ଼ି ହେବା କାରଣରୁ ଏହି ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବାର ସୁବିଧା ମିଳିପାରିଛି । ଚା' ବଗିଚା ଅଞ୍ଚଳରେ ଆମ ସରକାର ସ୍କୁଲ, ସଡ଼କ, ବିଜୁଳି, ପାଣି ଏବଂ ହସ୍ପିଟାଲ ଭଳି ସୁବିଧାଗୁଡ଼ିକୁ ବୃଦ୍ଧି କରୁଛନ୍ତି ।

 

ସାଥୀଗଣ,

ଆମ ସରକାର ସବକା ସାଥ୍, ସବକା ବିକାଶର ମନ୍ତ୍ର ସହିତ ଆଗକୁ ବଢୁଛି । ଆମର ଏହି ଦୃଷ୍ଟିଭଙ୍ଗୀ ଦେଶର ଗରିବ ବର୍ଗଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣିଛି । ବିଗତ ୧୧ ବର୍ଷ ମଧ୍ୟରେ ଆମର ପ୍ରୟାସ କାରଣରୁ, ଆମର ଯୋଜନା ଦ୍ୱାରା, ଆମର କାର୍ଯ୍ୟାନ୍ୱୟନ କାରଣରୁ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରକୁ ବାହାରି ଆସିଛନ୍ତି । ଦେଶରେ ଏକ ନବ୍ୟ-ମଧ୍ୟବିତ୍ତ ଶ୍ରେଣୀ ସୃଷ୍ଟି ହୋଇଛି । ଏହା ଏଥିପାଇଁ ଘଟିଛି କାରଣ ବିଗତ ବର୍ଷମାନଙ୍କରେ ଭାରତର ଗରିବ ପରିବାରଙ୍କ ଜୀବନଧାରଣ ମାନରେ କ୍ରମାଗତ ଉନ୍ନତି ଆସିଛି । କିଛି ନୂତନ ପରିସଂଖ୍ୟାନ ଆସିଛି, ଯାହା ଭାରତରେ ହେଉଥିବା ପରିବର୍ତ୍ତନର ପ୍ରତୀକ ଅଟେ ।

ସାଥୀଗଣ,

ଗଣମାଧ୍ୟମରେ ଏହି ସମସ୍ତ ଜିନିଷ ବହୁତ ଉପଯୋଗୀ ହୋଇଥାଏ ଏବଂ ସେଥିପାଇଁ ମୋର ଅନୁରୋଧ ଯେ ମୁଁ ଯାହା କହୁଛି ତାହା ମନେ ରଖନ୍ତୁ ଏବଂ ଅନ୍ୟମାନଙ୍କ ସହିତ ଏହି ଅନୁଭୂତିକୁ ବାଣ୍ଟନ୍ତୁ ।

ସାଥୀଗଣ,

ପୂର୍ବରୁ ଗ୍ରାମାଞ୍ଚଳର ସବୁଠାରୁ ଗରିବ ପରିବାରରେ ପ୍ରତି ୧୦ଟି ପରିବାରରେ ଗୋଟିଏ ପରିବାର ନିକଟରେ ବାଇକ୍ ମଧ୍ୟ ନ ଥିଲା । ୧୦ ଜଣଙ୍କ ମଧ୍ୟରୁ  ଜଣଙ୍କର ଗୋଟିଏ ମଧ୍ୟ ନ ଥିଲା । ସର୍ଭେ ଅନୁଯାୟୀ, ଗାଁରେ ରହୁଥିବା ପ୍ରାୟ ଅଧା ପରିବାର ପାଖରେ ବର୍ତ୍ତମାନ ବାଇକ୍ କିମ୍ବା କାର୍ ଅଛି । କେବଳ ଏତିକି ନୁହେଁ, ପ୍ରାୟ ପ୍ରତ୍ୟେକ ଘରେ ମୋବାଇଲ ଫୋନ ପହଂଚିଛି । ରେଫ୍ରିଜରେଟର ଭଳି ଜିନିଷ, ଯାହାକୁ ପୂର୍ବରୁ ‘ବିଳାସପୂର୍ଣ୍ଣ’ ବୋଲି ବିବେଚନା କରାଯାଉଥିଲା, ତାହା ବର୍ତ୍ତମାନ ଆମର ନବ୍ୟ-ମଧ୍ୟବିତ୍ତ ଘରେ ମଧ୍ୟ ଦେଖାଯାଉଛି । ଆଜି ଏହା ଗାଁର ରୋଷେଇ ଘରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରିଛି । ନୂଆ ପରିସଂଖ୍ୟାନ ଦର୍ଶାଉଛି ଯେ ସ୍ମାର୍ଟଫୋନ ସତ୍ତ୍ୱେ ଗାଁରେ ଟେଲିଭିଜନ ରହିବାର ଧାରା ମଧ୍ୟ ବୃଦ୍ଧି ପାଇ ଚାଲିଛି । ଏହି ପରିବର୍ତ୍ତନ ଆପେ ଆପେ ହୋଇ ନ ଥିଲା । ଏହି ପରିବର୍ତ୍ତନ ଏଥିପାଇଁ ହୋଇଛି କାରଣ ଆଜି ଦେଶର ଗରିବ ସଶକ୍ତ ହେଉଛି ଏବଂ ବିକାଶର ଲାଭ ଦୂର-ଦୂରାନ୍ତରେ ରହୁଥିବା ଗରିବଙ୍କ ନିକଟରେ ପହଂଚୁଛି ।

ସାଥୀଗଣ,

ଭାଜପାର ଡବଲ ଇଞ୍ଜିନ ସରକାର ଗରିବ, ଆଦିବାସୀ, ଯୁବକ ଏବଂ ମହିଳାମାନଙ୍କର ସରକାର । ଏଥିପାଇଁ ଆମ ସରକାର ଆସାମ ଏବଂ ଉତ୍ତର ପୂର୍ବରେ ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଥିବା ହିଂସାକୁ ଶେଷ କରିବାରେ ଲାଗି ପଡ଼ିଛନ୍ତି । ଆସାମର ପରିଚୟ ଏବଂ ସଂସ୍କୃତିକୁ ଆମ ସରକାର ସର୍ବଦା ସର୍ବୋପରି ରଖିଛନ୍ତି । ଭାଜପା ସରକାର ପ୍ରତ୍ୟେକ ମଞ୍ଚରେ ଆସାମର ଗୌରବର ପ୍ରତୀକଗୁଡ଼ିକୁ ଉଜାଗର କରୁଛନ୍ତି । ଏଥିପାଇଁ ଆମେ ଗର୍ବର ସହିତ ମହାବୀର ଲସିତ ବଡ଼ଫୁକନଙ୍କର ୧୨୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମା ନିର୍ମାଣ କରୁଛୁ, ଆସାମର ଗୌରବ ଭୂପେନ ହଜାରିକାଙ୍କ ଜନ୍ମ ଶତାବ୍ଦୀ ପାଳନ କରୁଛୁ । ଆମେ ଆସାମର କଳା ଏବଂ ହସ୍ତଶିଳ୍ପକୁ, ଆସାମର ଗମୋଶାକୁ ବିଶ୍ୱରେ ପରିଚୟ ଦେଇଥାଉ ଏବଂ ବର୍ତ୍ତମାନ କିଛି ଦିନ ପୂର୍ବରୁ ଋଷର ରାଷ୍ଟ୍ରପତି ଶ୍ରୀମାନ ପୁଟିନ ଏହି ସ୍ଥାନକୁ ଆସିଥିଲେ, ଯେତେବେଳେ ସେ ଦିଲ୍ଲୀ ଆସିଥିଲେ, ସେତେବେଳେ ମୁଁ ତାଙ୍କୁ ଆସାମର କଳା ଚା' ଉପହାର ଦେଇଥିଲି । ଆସାମର ପ୍ରତିଷ୍ଠା ବୃଦ୍ଧି କରୁଥିବା ପ୍ରତ୍ୟେକ କାର୍ଯ୍ୟକୁ ଆମେ ପ୍ରାଥମିକତା ଦେଉଛୁ ।

କିନ୍ତୁ ଭାଇ ଓ ଭଉଣୀମାନେ,

ଯେତେବେଳେ ବିଜେପି ଏହି କାମ କରେ, ସେତେବେଳେ ସବୁଠାରୁ ଅଧିକ କ୍ଷତି କଂଗ୍ରେସକୁ ହୋଇଥାଏ । ଆପଣଙ୍କର ସ୍ମରଣ ଥିବ, ଯେତେବେଳେ ଆମ ସରକାର ଭୂପେନ ଦାଙ୍କୁ ଭାରତ ରତ୍ନ ଦେଇଥିଲେ, ସେତେବେଳେ କଂଗ୍ରେସ ଖୋଲାଖୋଲି ଭାବରେ ଏହାର ବିରୋଧ କରିଥିଲା । କଂଗ୍ରେସର ରାଷ୍ଟ୍ରୀୟ ସଭାପତି କହିଥିଲେ ଯେ ନାଚିବା ଏବଂ ଗୀତ ଗାଉଥିବା ଲୋକଙ୍କୁ ମୋଦୀ ଭାରତ ରତ୍ନ ଦେଉଛନ୍ତି । ମୋତେ କୁହନ୍ତୁ, ଏହା ଭୂପେନ ଦାଙ୍କ ପ୍ରତି ଅପମାନ କି ନୁହେଁ ? ଏହା କଳା ସଂସ୍କୃତିର ଅପମାନ କି ନୁହେଁ ? ଏହା ଆସାମର ଅପମାନ କି ନୁହେଁ ? ଏହି କଂଗ୍ରେସ ଦିନରାତି ଏହି କାର୍ଯ୍ୟ କରୁଛି, ଏହାକୁ ଅପମାନିତ କରୁଛି । ଆସାମରେ ଆମେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରିଥିଲୁ । କିନ୍ତୁ ସେତେବେଳେ ମଧ୍ୟ କଂଗ୍ରେସ ଏହାକୁ ବିରୋଧ କରିଥିଲା । ଭୁଲନ୍ତୁ ନାହିଁ, କଂଗ୍ରେସ ସରକାର ଥିଲେ ଯିଏ ଏତେ ଦଶନ୍ଧି ଧରି ଚା' ସମାଜର ଭାଇ ଓ ଭଉଣୀମାନଙ୍କୁ ଜମି ଅଧିକାର ପାଇବାକୁ ଦେଇ ନଥିଲେ ! ବିଜେପି ସରକାର ସେମାନଙ୍କୁ ଜମିର ଅଧିକାର ଦେଇଥିଲେ ଏବଂ ସେମାନଙ୍କୁ ସମ୍ମାନଜନକ ଜୀବନ ମଧ୍ୟ ଦେଇଥିଲେ ଏବଂ ମୁଁ ଜଣେ ଚା' ବିକ୍ରେତା, ଯଦି ମୁଁ ଏହା କରିବି ନାହିଁ, ତେବେ କିଏ କରିବ ? ଏହି କଂଗ୍ରେସ ଆଜି ମଧ୍ୟ ଦେଶ ବିରୋଧୀ ଚିନ୍ତାଧାରାକୁ ଆଗକୁ ବଢାଉଛି । ଏହି ଲୋକମାନେ ସେହି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆସାମର ଜଙ୍ଗଲ ଜମିରେ ଥଇଥାନ କରିବାକୁ ଚାହୁଁଛନ୍ତି । ସେମାନଙ୍କର ଭୋଟ ବ୍ୟାଙ୍କକୁ ମଜବୁତ କରୁଥିବା ଲୋକମାନଙ୍କର ଚିନ୍ତା ନାହିଁ, ଆପଣ ବରବାଦ କରୁଛନ୍ତି, ସେମାନଙ୍କୁ ନିଜର ଭୋଟ ବ୍ୟାଙ୍କକୁ ମଜବୁତ କରିବାକୁ ପଡିବ ।

ଭାଇ ଓ ଭଉଣୀମାନେ,

ଆସାମ ଏବଂ ଏଠାକାର ଲୋକମାନଙ୍କ ସହିତ, ଆପଣଙ୍କ ପରିଚୟ ସହିତ କଂଗ୍ରେସର କୌଣସି ସମ୍ପର୍କ ନାହିଁ । ସେମାନଙ୍କର କେବଳ କ୍ଷମତା, ସରକାର ଏବଂ ପୂର୍ବରୁ ସେମାନେ କରୁଥିବା କାମରେ ଆଗ୍ରହ ରହିଛି । ସେଥିପାଇଁ ସେମାନେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପସନ୍ଦ କରନ୍ତି । ଅବୈଧ ଅନୁପ୍ରବେଶକାରୀଙ୍କୁ କଂଗ୍ରେସ ସମାଧାନ କରିଛି, କଂଗ୍ରେସ ସେମାନଙ୍କୁ ସୁରକ୍ଷା ଦେଉଛି । ସେଥିପାଇଁ ଭୋଟର ତାଲିକାର ଶୁଦ୍ଧିକରଣକୁ କଂଗ୍ରେସ ବିରୋଧ କରୁଛି । କଂଗ୍ରେସର ତୁଷ୍ଟୀକରଣର ବିଷ ଏବଂ ଭୋଟ ବ୍ୟାଙ୍କରୁ ଆସାମକୁ ଆମକୁ ରକ୍ଷା କରିବାକୁ ପଡ଼ିବ । ମୁଁ ଆଜି ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି । ଆସାମର ପରିଚୟ ଏବଂ ସମ୍ମାନର ରକ୍ଷା ପାଇଁ ବିଜେପି ଆପଣଙ୍କ ସହିତ ଇସ୍ପାତ ପରି ଛିଡା ହୋଇଛି ।

ସାଥୀଗଣ,

ଆପଣମାନଙ୍କ ଆଶୀର୍ବାଦ ହିଁ ଏକ ବିକଶିତ ଭାରତ ନିର୍ମାଣରେ ମୋର ଶକ୍ତି । ଆପଣମାନଙ୍କର ସ୍ନେହ ମୋର ପୁଞ୍ଜି ଅଟେ ଏବଂ ସେଥିପାଇଁ ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଆପଣଙ୍କ ପାଇଁ ବଞ୍ଚିବାକୁ ଉପଭୋଗ କରେ । ବିକଶିତ ଭାରତର ନିର୍ମାଣରେ ପୂର୍ବ ଭାରତର, ଆମର ଉତ୍ତର-ପୂର୍ବର ଭୂମିକା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମୁଁ ପୂର୍ବରୁ ମଧ୍ୟ କହିଛି ଯେ ପୂର୍ବ ଭାରତ ଭାରତର ବିକାଶର ଅଭିବୃଦ୍ଧି ଇଞ୍ଜିନ ହେବ । ନାମରୂପର ଏହି ନୂତନ ୟୁନିଟ୍ ଏହି ପରିବର୍ତ୍ତନର ଏକ ଉଦାହରଣ ଅଟେ । ଏଠାରେ ଯେଉଁ ସାର ପ୍ରସ୍ତୁତ ହେବ, ତାହା କେବଳ ଆସାମର କ୍ଷେତରେ ଅଟକି ଯିବ ନାହିଁ । ଏହା ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଏବଂ ପୂର୍ବ ଉତ୍ତର ପ୍ରଦେଶରେ ପହଞ୍ଚିବ । ଏହା କୌଣସି ଛୋଟ କଥା ନୁହେଁ । ଏହା ହେଉଛି- ଦେଶର ସାର ଆବଶ୍ୟକତାରେ ଉତ୍ତର-ପୂର୍ବାଞ୍ଚଳର ଭାଗିଦାରୀ । ନାମରୂପ ଭଳି ପ୍ରକଳ୍ପ ଏହା ଦର୍ଶାଉଛି ଯେ ଆଗାମୀ ସମୟରେ ଉତ୍ତର- ପୂର୍ବାଞ୍ଚଳ ଆତ୍ମନିର୍ଭର ଭାରତର ଏକ ବଡ଼ କେନ୍ଦ୍ର ଭାବେ ଉଭା ହେବ । ପ୍ରକୃତ ଅର୍ଥରେ, ଆପଣ ଅଷ୍ଟଲକ୍ଷ୍ମୀ ଭାବରେ ରହିବେ । ଏହି ନୂତନ ସାର କାରଖାନା ପାଇଁ ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ମୋ ସହିତ କୁହନ୍ତୁ-

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଆଉ ଚଳିତ ବର୍ଷ ବନ୍ଦେ ମାତରମର ୧୫୦ ବର୍ଷ ହେଉଛି ଆମ ସମସ୍ତଙ୍କର ଗୌରବର ମୁହୂର୍ତ୍ତ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

ବନ୍ଦେ ମାତରମ୍ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UP's exports to BRICS nations, partners cross $5.36 billion in FY26: Govt

Media Coverage

UP's exports to BRICS nations, partners cross $5.36 billion in FY26: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to President of India, Smt. Droupadi Murmu
June 20, 2026

The Prime Minister, Shri Narendra Modi has extended warm birthday greetings to the President of India, Smt. Droupadi Murmu.

The Prime Minister said that her journey, marked by courage, simplicity, humility and unwavering commitment to public service, continues to inspire people across the country.

Shri Modi noted that through her many years in public life, the President has served the nation in an outstanding manner and has been especially passionate about the wellbeing of the underprivileged and marginalised.

The Prime Minister stated that her steadfast dedication to India’s development is very motivating.

Shri Modi prayed for her long and healthy life in the service of the nation and said that he looks forward to meeting her later in the day at a programme in Odisha.

The Prime Minister wrote on X;

“Warm birthday greetings to the President of India, Smt. Droupadi Murmu Ji. Her journey, marked by courage, simplicity, humility and unwavering commitment to public service, continues to inspire people across the country.

Through her many years in public life, she has served the nation in an outstanding manner, especially passionate about the wellbeing of the underprivileged and marginalised. Her steadfast dedication to India’s development is very motivating.

May she be blessed with a long and healthy life in the service of the nation. I look forward to meeting her later today at the programme in Odisha.

@rashtrapatibhvn”