Today, we are the fastest growing economy in the world. Powered by the 125 crore people of India, we will grow even faster: PM
Young India feels - “Anything is possible! Everything is achievable.” This spirit will drive India’s growth: PM Modi
India needs to go digital in public service delivery– JAM trinity got us there: Prime Minister
India needs a unified and simplified tax structure– GST was for that: PM Narendra Modi
We are future-proofing India in every way, enabling New India to take off: PM Modi
When development is our only aim, we remain sensitive to people’s concerns and aspirations: PM
When the future of every citizen improves, the future of India and stature of India in the world improves: PM Modi

ମଂଚରେ ଉପସ୍ଥିତ ଡାଲମିୟାଁ ଭାରତ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ (ଏମଡି) ଭାଇ ଡାଲମିୟାଁ,Youth for Developmentର ମାର୍ଗଦର୍ଶକ ମୃତ୍ୟୁଞୟ ସିଂହ ମହାଶୟ, ଅଧ୍ୟକ୍ଷ ଭାଇ ପ୍ରଫୁଲ ନିଗମ ମହାଶୟ, Rural Achiever ଶ୍ରୀ ଚୈତ ରାଜ ପାୱାର ମହାଶୟ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତସଜ୍ଜନମଣ୍ଡଳୀ ଏବଂ ମୋର ଶ୍ରଦ୍ଧେୟ ଯୁବ ସାଥୀମାନେ  । ଏଠାରେ ମୋତେ ଦେଶର କିଛି କୃତି ବ୍ୟକ୍ତିଙ୍କୁ, ଯେଉଁମାନେ ଏହି ବିଶେଷ ପଦକ୍ଷେକୁ ସହଯୋଗ କରୁଛନ୍ତି ସେମାନଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଛି । ଗୋଟିଏ ଲାଇବ୍ରେରୀର ଶୁଭାରମ୍ଭ କରାଯାଇଛି ଏବଂ ଗ୍ରାମୀଣ ଭାରତକୁ ନେଇ ଏକ ଶ୍ଵେତପତ୍ର ମଧ୍ୟ ଜାରି କରାଯାଇଛି । ମୋତେ ଖୁସି ଲାଗୁଛି ଯେ ଆପଣମାନେ ଦେଶର ଆବଶ୍ୟକତାକୁ ଦେଖି, ସେହି ଆବଶ୍ୟକତାକୁ ପ୍ରାଥମିକତା ପ୍ରଦାନ କରି ନିଜ ନିଜର କାର୍ଯ୍ୟ କରୁଛନ୍ତି । ଆପଣମାନେ ସମସ୍ତେ ଏ ପର୍ଯ୍ୟନ୍ତ ଯାହା ହାସଲ କରିଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଏବଂ ଏହି ପ୍ରୟାସ ସଫଳତାର ସହ ନିରନ୍ତର ଆଗକୁ ଅଗ୍ରସର ହେଉ ସେଥିପାଇଁ ସରକାରଙ୍କ ସହଯୋଗ ମଧ୍ୟ ରହିବ ଏବଂ ମୋର ଶୁଭକାମନା ମଧ୍ୟ ରହିବ ।

ବନ୍ଧୁଗଣ, ଏହି ସମୟରେ ଦେଶ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି । ବିଗତ ଚାରି ବର୍ଷରେ ମଧ୍ୟ ଆପଣମାନେ ଅନୁଭବ କରିଥିବେ ଯେ କିଭଳି ଭାବେ ଦେଶ ଏକବିଂଶ ଶତାବ୍ଦୀର ନୂତନ ଶୃଙ୍ଗରେ ପହଂଚିବା ଦିଗରେ ଅଗ୍ରସର ହେଉଛି । ଚାରି ବର୍ଷରେ ଦେଶର ଗୌରବ ମହତ୍ତ୍ୱ ବୃଦ୍ଧି ପାଇଛି, ଗୌରବ ବୃଦ୍ଧି ପାଇଛି ଏବଂ 125 କୋଟି ଭାରତୀୟ ବିଶ୍ୱ ଦରବାରରେ ଇଣ୍ଡିଆ ଟେକଅଫଭାବେ ନିଜର ଉପସ୍ଥିତି ଜାହିର କରିପାରିଛି ।

ବନ୍ଧୁଗଣ, ସେହି ଦିନ ସବୁ ବିତିଯାଇଛି, ଯେତେବେଳେ ଭାରତ ‘କ୍ଷଣଭଙ୍ଗୁର 5’ ଭାବେ ପରିଗଣିତ ହେଉଥିଲା । ଆଜି, ବିଶ୍ୱରେ ଦୃତ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଆମେ ସର୍ବାଗ୍ରେ । 125 କୋଟି ଜନସାଧାରଣଙ୍କ ଏହି ଦେଶରେ ଆମେ ଆହୁରୀ ଅଧିକ ଦୃତ ଗତିରେ ଅଗ୍ରସର ହୋଇପାରିବୁ । ଏକ ଅନ୍ତରାଷ୍ଟ୍ରୀୟ ରିପୋର୍ଟ ଅନୁସାରେ ଭାରତରେ ଦାରିଦ୍ର୍ୟତା ହାର ଦୃତ ଗତିରେ ହ୍ରାସ ପାଉଛି । 5 କୋଟି ଲୋକ ବିଗତ ଦୁଇ ବର୍ଷ ମଧ୍ୟରେ ଦାରିଦ୍ର୍ୟ ମୁକ୍ତ ହୋଇପାରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆପଣମାନେ ଭାବୁଛନ୍ତି କାହା ପାଇଁ ଏହା ସମ୍ଭବ ହୋଇପାରିଛି ? ଏହାର କାରଣ ହେଉଛନ୍ତି ଭାରତର ଜନସାଧାରଣ  । ସରକାର କେବଳ ଏହାକୁ ସମର୍ଥନ କରିବାର ଭୂମିକା ଗ୍ରହଣ କରିଛନ୍ତି । ଯୁବଗୋଷ୍ଠି, ଉପଲବ୍ଧ ହେଉଥିବା ସୁଯୋଗର ପୂରା ଲାଭ ଉଠାଇବା ସହ ତାଙ୍କ ଭିତରେ ଥିବା ନୂତନତ୍ୱକୁ ସୃଷ୍ଟି କରିପାରିଛନ୍ତି । ଏହା ହେଉଛି “ହଁ ଚଳିଯାଉଛି” ମନୋବୃତ୍ତିକୁ ଭାରତ ଆଜି ବହୁ ପଛରେ ପକାଇ ଆଗକୁ ବଢି ଚାଲିଛି  । ଏହା ହେଉଛି ଆମ ନୂତନ ଭାରତ  ।

ବନ୍ଧୁଗଣ, ନିଉ ଇଣ୍ଡିଆର ହକଦାର ହେଉଛନ୍ତି 125 କୋଟି ଭାରତବାସୀ, କିନ୍ତୁ ତାହାର ଆଧାର ହେଉଛି ୟଂଗ ଇଣ୍ଡିଆ । ଯୁବଗୋଷ୍ଠିଙ୍କର ଯୁବଶକ୍ତି, ପୂରୁଣା ବ୍ୟବସ୍ଥାରୁ, କାର୍ଯ୍ୟ ପ୍ରଣାଳୀରୁ, ପୁରୁଣା କାର୍ଯ୍ୟଶୈଳୀରୁ, ପୁରୁଣା ଚିନ୍ତାଧାରାଠାରୁ ମୁକ୍ତ ହୋଇପାରିଛନ୍ତି । ଏମାନେ ସେହି ଯୁବଗୋଷ୍ଠି,ଯେଉଁମାନେ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ପ୍ରେରଣା ଦେଇଛନ୍ତି । ଯୁବ ଗୋଷ୍ଠିଙ୍କର ଏହି ଦଳ ଆଜି ଉଦିତ ଭାରତର ପରିଚୟ ହୋଇପାରିଛନ୍ତି । କିଛି ଲୋକ ପରିବର୍ତ୍ତନ ପାଇଁ ଋତୁ ପରିବର୍ତ୍ତନର ଅପେକ୍ଷା କରନ୍ତି । କିଛି ଲୋକ ପରିବର୍ତ୍ତନର ସଂକଳ୍ପ କରି ପାଣିପାଗ ବଦଳାଇ ଦିଅନ୍ତି । ଆପଣମାନେ ଅପେକ୍ଷା କରନ୍ତୁ ନାହିଁ, ପାଣିପାଗ ପରିବର୍ତ୍ତନ କରିପାରୁଥିବା ଯୁବଗୋଷ୍ଠି । କାରଣ ଆପଣମାନଙ୍କ ପାଖରେ ପରିବର୍ତ୍ତନ ଆଣିବାର ମାନସିକତା ରହିଛି ଲକ୍ଷ୍ୟ ରହିଛି, କିଛି କରି ଦେଖାଇବା ପାଇଁଅନୁକୂଳ ପରିବେଶ ନୁହେଁ ମାନସିକତାର ଆବଶ୍ୟକତା ରହିଛି, ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ଆଜି ଦେଶରେ ଏହି ଦୃଢ ଇଚ୍ଛାଶକ୍ତିକୁ ନେଇ ଯୁବଗୋଷ୍ଠି ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ।

ବନ୍ଧୁଗଣ, ସଂପ୍ରତି ଭାରତ କିଛି ଛୋଟ କାର୍ଯ୍ୟ କରୁନାହିଁ  । ବରଂ ଯୁବଗୋଷ୍ଠିଙ୍କ ଆକାଂକ୍ଷା ଏବଂ ଶକ୍ତି ଭଳି, ଭାରତ ବଡ ବଡ ପରିବର୍ତ୍ତନୀୟ କାର୍ଯ୍ୟ କରୁଛି । 3 କୋଟିରୁ ଅଧିକ ପିଲାଙ୍କ ଟୀକାକରଣ କରାଯାଇଛି ଯାହାଦ୍ୱାରା ଭାରତର ସୁସ୍ଥ ଭବିଷ୍ୟତ ହେବ । ଏହା ଏକ ବହୁତ ବଡ ସଂଖ୍ୟା । ଏହାର ନେତୃତ୍ୱ କିଏ ନେଉଛି ? ଯୁବ ଡାକ୍ତର, ନର୍ସ, ସହାୟକ କର୍ମୀ ଏବଂ ସ୍ୱୟଂସେବକ ।  ଭାରତ 1.75 ଲକ୍ଷକିଲୋମିଟର ରାସ୍ତା ନିର୍ମାଣ ବିଗତ 4 ବର୍ଷ ମଧ୍ୟରେ କରିଛି । ଏହାର ନିର୍ମାଣ କିଏ କରିଛି ? ଯୁବ ଶ୍ରମିକ ଏବଂ କର୍ମଚାରୀ । ଭାରତର ପ୍ରତ୍ୟେକ ଗାଁରେ ବିଗତ ଚାରି ବର୍ଷ ମଧ୍ୟରେ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି ଏବଂ ଏଥିପାଇଁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟ ସମୟ ଅନୁସାରେ ସଂପୂର୍ଣ୍ଣ ହୋଇଛି । ପ୍ରତ୍ୟେକ ଘରକୁ ବିଜୁଳି ସଂଯୋଗ ପ୍ରଦାନ କରାଯାଉଛି । 2017 ଅକ୍ଟୋବରରୁ ଏ ପର୍ଯ୍ୟନ୍ତ 85 ଲକ୍ଷ ଘରକୁ ବିଜୁଳି ସଂଯୋଗ ପ୍ରଦାନ କରାଯାଇଛି । କିଏ ନିଜ ସାଥୀ ନାଗରିକଙ୍କ ଘରକୁ ଆଲୋକିତ କରିଛି? ଯୁବ ଇଲେକ୍ଟ୍ରିସିଆନ ଏବଂ ଟେକ୍ନିସିଆନମାନେ । 4 କୋଟି 65 ଲକ୍ଷ ଗରିବଙ୍କ ଘରେ କିଏ ଗ୍ୟାସ ସଂଯୋଗ କରିଛି? ପୁଣି ଥରେ, ଭାରତର ଯୁବଶକ୍ତି । ଏବଂ ସେମାନେ ନିଜ ପାଇଁ ଏହା କରିନାହାଁନ୍ତି ବରଂ ଗରିବ ମହିଳା, ଅନେକ ଗ୍ରାମାଂଚଳରେ ବସବାସ କରୁଥିବା ମହିଳାମାନଙ୍କ ପାଇଁ କରିଛନ୍ତି । ବିଗତ ଚାରି ବର୍ଷ ମଧ୍ୟରେ ଏକ କୋଟିରୁ ଅଧିକ ଗୃହ ଗରିବଙ୍କ ପାଇଁ ନିର୍ମାଣ କରାଯାଇଛି । ଏହା କିଏ କରିଛି? ଯୁବ ଇଂଜିନିୟର, ମିସ୍ତ୍ରୀ ଏବଂ ଶ୍ରମିକମାନେ ଏହାକୁ ସଫଳ କରିଛନ୍ତି । ଏହି ସଂଖ୍ୟା କେବଳ କୋଟିରେ ରହିଛି । ସେହିସବୁ ବଡ ସଂଖ୍ୟାରେ ରହିଛି । କାହିଁକି ଏହି ବଡ ସଂଖ୍ୟା ସମ୍ଭବ ହୋଇପାରିଛି? କାରଣ ଭାରତରେ 35 ବର୍ଷରୁ କମ ବୟସର 800 ନିୟୁତ ଲୋକ ଅଛନ୍ତି ।

ଯେଉଁ ଦେଶରେ ଏତେ ଅପାର ଯୁବଶକ୍ତି ରହିଛି, ଏବଂ ଏହାଦ୍ୱାରା ଅନ୍ୟମାନଙ୍କୁ ଇର୍ଷା ହେବା ସ୍ୱାଭାବିକ । ଏବଂ ଏଥିପାଇଁ ମୋର ବିଶ୍ୱାସ ଯେ ଆପଣମାନେ ଏହି କାର୍ଯ୍ୟକ୍ରମର ସଠିକ ଟ୍ୟାଗଲାଇନ ଚୟନ କରିଛନ୍ତି  । ଏବଂ ଆପଣମାନେ କହିଛନ୍ତି ଯେ ଏବେ ଆମର ପାଳି  । ଏବଂ ଆମର ମାନେ ଗୋଟିଏ ନାଗରିକର ମଧ୍ୟ ଏବଂ ପୂରା ହିନ୍ଦୁସ୍ଥାନର ମଧ୍ୟ । ବନ୍ଧୁଗଣ ଗୋଟେ ସମୟ ଥିଲା,ଯେତେବେଳେ ଶାସନ କେବଳ ରାଜ ପରିବାରମାନଙ୍କର ଥିଲା । ଶତାବ୍ଦୀ ପୂର୍ବରୁ ଏହିଭଳି ଥିଲା । ସ୍ୱତନ୍ତ୍ରତା ପରେ, ବାବା ସାହେବ ଆମ୍ବେଦକର ସମ୍ବିଧାନ ପ୍ରଣୟନ କରିଥିଲେ, ଏହାପରେ ଜନତନ୍ତ୍ର ଏବଂ ପରେ ପରେ ନୂତନ ଭାବେ ରାଜ ପରିବାର ଉଦ୍ଭାବନ ହେଲା । ସ୍ୱାଧୀନତା ପରେ ରାଜନୀତିରେ ମଧ୍ୟ ତିନି ତିନି ପିଢି ପର୍ଯ୍ୟନ୍ତ ରାଜୁତି ଚାଲିଲା । ଶାସନ କିଛି ପରିବାରଙ୍କ ନିୟନ୍ତ୍ରଣାଧୀନ ରହିଲା । କିନ୍ତୁ ଆଜି ସ୍ଥିତିରେ ପରିବର୍ତ୍ତନ ଆସିଛି ଏବଂ ଏହା ଆପଣମାନେ ଦେଶବାସୀ ପରିବର୍ତ୍ତନ କରିଛନ୍ତି । ଆପଣମାନେ ଦେଖନ୍ତୁ ରାଷ୍ଟ୍ରପତି ମହାଶୟ, ଉପରାଷ୍ଟ୍ରପତି ମହାଶୟ ଏବଂ ମୁଁ ନିଜେ, ଛୋଟ ଛୋଟ ଜାଗାରୁ ଆସିଛୁ । ଆମ ପୂର୍ବ ପୁରୁଷରେ ନାଁ କିଏ ଥିଲେ । ଆପଣମାନଙ୍କ ଭଳି ପରିବାରୁ ଆସିଛୁ । ଜନତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଛୁ ଏବଂ ଏହା କେଉଁଭଳି ଭାବେ ଦେଶର ଜନମନରେ ପରିବର୍ତ୍ତନ ଆସିଛି ତାହା ପ୍ରଦର୍ଶୀତ କରୁଛି । ଏହି କଥା କେବଳ ତିନୋଟି ପଦରେ ଲାଗୁ ହେଉନି ।ଆପଣମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଦେଖନ୍ତୁ । ଯୋଗୀ ଆଦିତ୍ୟନାଥ ମହାଶୟ,ତ୍ରିପୁରାର ବିପ୍ଲବ ଦେବ, ଉତ୍ତରାଖଣ୍ଡର ତ୍ରିବେନ୍ଦ୍ର ସିଂହ ରାୱତ, ମଧ୍ୟପ୍ରଦେଶର ଶିବରାଜ ସିଂହ ଚୈାହାନ, ବିହାରର ଆମ ନିତିଶ ମହାଶୟ, ହରିଆନାର ମନୋହର ଲାଲ ମହାଶୟ, ଝାଡଖଣ୍ଡର ରଘୁବର ଦାସ ମହାଶୟ, ଏହିସବୁ ଲୋକମାନେ ସାଧାରଣ ପରିବାରରୁ ଆସି ଏହିଭଳି ପଦବୀରେ ଜନସାଧାରଣଙ୍କ ଦ୍ୱାରା ଚୟନିତ ହୋଇ ଅବସ୍ଥାପିତ ହୋଇପାରିଛନ୍ତି । ସେମାନେ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଇଛନ୍ତି ଏବଂ ସେଥିପାଇଁ ଆଜି ମଧ୍ୟ ଏମାନେ ପ୍ରତ୍ୟେକ ଗରିବଙ୍କ ପ୍ରତି,ସେମାନଙ୍କ ସମସ୍ୟାଗୁଡିକ ପ୍ରତି ଅଧିକ ସମ୍ବେଦନଶୀଳ । ସେମାନେ ନିଜ ଜୀବନ ଯୁବଗୋଷ୍ଠିଙ୍କ ସହିତ କାର୍ଯ୍ୟ କରି, ସେମାନଙ୍କ ଆଶା, ଆକାଂକ୍ଷା ଅନୁରୂପ କାର୍ଯ୍ୟ କରିଚାଲିଛନ୍ତି । ସେ ବୁଝିପାରିଛନ୍ତି ଯେ ନିଉ ଇଣ୍ଡିଆର ଯୁବଗୋଷ୍ଠି କ’ଣ ଚାହାଁନ୍ତି ।

ମୋର ଯୁବ ବନ୍ଧୁଗଣ କ’ଣ ଏହା ପରିବର୍ତ୍ତନ ନୁହେଁ ଏବଂ ଏହା ଆମ ଦେଶର ଜନତନ୍ତ୍ର ପାଇଁ ମୁଁ ଭାବେ ଯେ ବହୁତ ବଡ ସକାରାତ୍ମକ ପୁଞ୍ଜି, ଏକ ବହୁତ ବଡ ସକାରାତ୍ମକ ସଙ୍କେତ, ଏବେ ଏହିଭଳି ବାତାବରଣ ରାଜନୀତି ନୁହେଁ ବରଂ ପ୍ରତ୍ୟେକ କ୍ଷେତ୍ରରେ ପରିଲକ୍ଷିତ ହେଉଛି । ଗ୍ରାମାଂଚଳରେ ଏବଂ ଛୋଟ ସହରରୁ ଆଇଏଏସ, ଆଇପିଏସ ହେଉଥିବା ଯୁବକ ଯୁବତୀମାନେ, ପ୍ରଶାସନିକ ସେବାରେମନୋନୀତ ଯୁବକ ଯୁବତୀମାନଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଛୋଟ ଛୋଟ ସହରର ଲୋକମାନଙ୍କର ବଡ ବଡ ସ୍ୱପ୍ନ, ଏବେ ପୂରା ହେବାକୁ ଯାଉଛି । ଏହି ପରିବର୍ତ୍ତନ ଯାହା ନିଉ ଇଣ୍ଡିଆର ପରିଚୟ ହୋଇଛି । ଆଜି ଆପଣ କ୍ରୀଡା କ୍ଷେତ୍ର ଦେଖନ୍ତୁ, ଦଶମ ଏବଂ ଦ୍ଵାଦଶ ଟପର ଦେଖନ୍ତୁ, ଏବେ ବଡ ସହର କିମ୍ବା ବଡ ସ୍କୁଲରୁ କେହି ନୁହେଁ ବରଂ ଛୋଟ ଛୋଟ ସହର, ଛୋଟ ସରକାରୀ ସ୍କୁଲର ପିଲାମାନେ ଦଶମ, ଦ୍ଵାଦଶ ସ୍ଥାନରେ ରହି ଟପର ହେଉଛନ୍ତି । କ୍ରୀଡା କ୍ଷେତ୍ରରେ ଦେଖନ୍ତୁ ବଡ ବଡ ସହର, ବଡ ବଡ ଗାଁରୁ ନୁହେଁ ବରଂ ଛୋଟ ଛୋଟ ଗାଁରୁ ପ୍ରତିଭାମାନେ ନାଁ ରଖୁଛନ୍ତି । ଏହି ପରିବର୍ତ୍ତନ ହେଉଛି ।

ବନ୍ଧୁଗଣ, କିଛି ଦିନ ପୂର୍ବେ, ଆସାମର 18 ବର୍ଷ ବୟସ୍କା ପୂରା ବିଶ୍ୱର ଧ୍ୟାନ ଆକର୍ଷିତ କରିପାରିଛି । ମୁଁ ହିମା ଦାସଙ୍କ ବିଷୟରେ କହୁଛି । ତାଙ୍କର ଅଭୂତପୂର୍ବ ଦୌଡରେ ଆପଣ ଶକ୍ତିକୁ ଦେଖିପାରିବେ । ବାସ୍ତବରେ, ଏଭଳି ଯୁବକ ଯୁବତୀ ଘରକୁ ମେଡାଲ ଏବଂ ରେକର୍ଡ ଆଣିପାରନ୍ତି । ସେମାନେ ନିଉ ଇଣ୍ଡିଆକୁ ପ୍ରତିନିଧିତ୍ୱ କରନ୍ତି । ସେମାନେ ବିଭିନ୍ନ ବାଧାବିଘ୍ନକୁ ପାର କରିପାରନ୍ତି, ମହାନ ଦୃଢ ସଂକଳ୍ପ ପ୍ରଦର୍ଶୀତ କରିଛନ୍ତି ଏବଂ ଉଚ୍ଚତମ ଶୃଙ୍ଗରେ ପହଂଚି ପାରିଛନ୍ତି । ଆମେ ବ୍ୟାଡମିଣ୍ଟନ କ୍ଷେତ୍ରରେ ଏକ ଶୀର୍ଷ ଶକ୍ତି, ସୁଟିଂଗ, ଭାର ଉତ୍ତୋଳନ ଏବଂ ଅନ୍ୟ ଅନେକ କ୍ରୀଡା କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି । ଯେଉଁମାନେ ଘରକୁ ମେଡାଲ ଆଣନ୍ତି ସେମାନେ ଛୋଟ ଛୋଟ ସହରରୁ ଆସିଥାନ୍ତି । ସେମାନେ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର କିମ୍ବା ନବ-ମଧ୍ୟବିତ୍ତ ଶ୍ରେଣୀ ପରିବାରରୁ ଆସିଥାନ୍ତି । ଯୁବ ଭାରତ‘ଅନୁଭବ କରେ ଯେ ସବୁକିଛି ସମ୍ଭବ । ସବୁକିଛି ହାସଲ କରିହେବ’ । ଏହି ଭାବନା ଭାରତର ବୃଦ୍ଧିକୁ ପ୍ରୋତ୍ସାହିତ କରିବ ।

ଆଜି ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଭାରତର ସ୍ଥିତି ଯେଉଁଭଳି ଭାବେ ବୃଦ୍ଧି ହୋଇଛି, ପ୍ରତିଷ୍ଠା ପୁଣି ଥରେ ସ୍ଥାପିତ ହୋଇପାରିଛି । ତାହାଦ୍ୱାରା ଯୁବବର୍ଗଙ୍କ ମଧ୍ୟରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି ।ସୁଯୋଗର ସମାନତା ରହିଛି । ପାରଦର୍ଶିତା, ପ୍ରତିଭାର ଚିହ୍ନଟ, ଏବଂ ସମ୍ମାନର ହିଁ ଏହା ପରିଣାମ ।ନୂତନ ପଦକ୍ଷେପଗୁଡିକ ସହ ସ୍କିଲ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ, ଷ୍ଟାଣ୍ଡ ଅପ ଇଣ୍ଡିଆ, ଖେଲୋ ଇଣ୍ଡିଆ,ଡିଜିଟାଲ ଇଣ୍ଡିଆ ଏହିଭଳି ଅନେକ ପ୍ରଚେଷ୍ଟା ଦ୍ୱାରା ନିଉ ଇଣ୍ଡିଆର ମୂଳଦୂଆ ମଜବୁତ ହୋଇ ପ୍ରସ୍ତୁତ ହେଉଛି । ଏବେ ସୀମାବଦ୍ଧତାକୁ ସମାପ୍ତ କରିବାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି । ଦେଶର କଣ ଆବଶ୍ୟକତା ରହିଛି ଏବଂ ସେହି ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯାଉଛି । ଯୁବବର୍ଗଙ୍କର,ଉଦ୍ୟୋଗୀମାନଙ୍କର, ମହିଳାମାନଙ୍କର, କୃଷକମାନଙ୍କର, ମଧ୍ୟବିତ୍ତଙ୍କର, ଛୋଟ ଛୋଟ ସମସ୍ୟା ଦୂର କରିବା ପାଇଁ ସେମାନଙ୍କ ଜୀବନକୁ ସରଳ କରିବାର କାର୍ଯ୍ୟ କରାଯାଉଛି  ।

ବନ୍ଧୁଗଣ, ଭାରତକୁ ମହାନ ସଡକ ଭିତ୍ତିଭୂମିର ଆବଶ୍ୟକତା ରହିଛି, ଏଥିପାଇଁ ଭାରତମାଳାପରିଯୋଜନାରେ ହଜାର ହଜାର କିଲୋମିଟର ସଡକ ନିର୍ମାଣ କରାଯାଉଛି । ଭାରତକୁ ବନ୍ଦରଭିତ୍ତିକ ବିକାଶର ଆବଶ୍ୟକତା ରହିଛି ଏହାର ଭିତ୍ତିଭୂମି ନିର୍ମାଣ ପାଇଁ ସାଗରମାଳା ସହାୟକ ହେଉଛି ।ଭାରତକୁ ସାର୍ବଜନୀନ ସେବା ପ୍ରଦାନରେ ଡିଜିଟାଲ ହେବାର ଆବଶ୍ୟକତା ରହିଛି, ଜାମ(JAM) – ଜନଧନ, ଆଧାର, ମୋବାଇଲ ଏହି ତିନୋଟି ଉପାଦାନ ଆମକୁ ସେଠାରେ ପହଂଚାଇପାରିଛି । ଭାରତକୁ ସ୍ୱଚ୍ଛ ଅର୍ଥବ୍ୟବସ୍ଥାର ଆବଶ୍ୟକତା ରହିଛି ଡିଜିଟାଲ ଦେୟ କ୍ଷେତ୍ରରେ ବୃଦ୍ଧି ଏବଂ BHIM  ଆପ ଭଳି ଉଦ୍ଭାବନ ଆମକୁ ଏଥିରେ ସହାୟକ ହୋଇଛି  । ଭାରତକୁ ଏକ ଏକୀକୃତ ଏବଂ ସରଳୀକୃତ କର ସଂରଚନାର ଆବଶ୍ୟକତତା ରହିଛି GST ଏଥିପାଇଁ ସହାୟକ ହୋଇଛି । ଭାରତକୁ ବିମାନ ଯାତ୍ରାର ଶକ୍ତିକୁ ଖୋଲାରଖିବା ପାଇଁ,  ଗରିବ ଲୋକମାନେ ବିମାନ ଯାତ୍ରା କରିବା କ୍ଷେତ୍ରରେଉଡାଣ ସହାୟକ ହୋଇଛି । ଭାରତକୁ ଅଧିକ କୁଶଳୀ ମାନବସମ୍ବଳର ଆବଶ୍ୟକତା ରହିଛି ଏ କ୍ଷେତ୍ରରେ ସ୍କିଲ ଇଣ୍ଡିଆ ସହଯୋଗ କରୁଛି । ଭାରତରେ ଗ୍ରାମାଂଚଳଗୁଡିକ i-ways ସହିତ ସଂଯୋଗ କରିବାର ଆବଶ୍ୟକତା ରହିଛି, ଏଥିପାଇଁ ଆମେ 2.7 ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ନେଟୱାର୍କ ବ୍ୟବସ୍ଥା କରିଛୁ ଯାହା 1 ଲକ୍ଷରୁ ଅଧିକ ଗ୍ରାମ ପଂଚାୟତକୁ ସଂଯୋଗ କରୁଛି । ଭାରତରେ ଅଧିକ ଉଦ୍ୟୋଗୀମାନଙ୍କର ଆବଶ୍ୟକତା ରହିଛି ମୁଦ୍ରା ଏବଂ  ଷ୍ଟାଣ୍ଡଅପ ଇଣ୍ଡିଆ ଏଥିରେ ସହଯୋଗ କରୁଛନ୍ତି । ଭାରତରେ କମ ଦରରେ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ରହିଛି ଆୟୁଷ୍ମାନ ଭାରତ ଏହି କାର୍ଯ୍ୟକୁ ସୁଗମ କରିଛି । ଭାରତକୁ ଆଜି ମଧ୍ୟ ସମୃଦ୍ଧ ହେବା ପାଇଁ  ନିଜର ଷ୍ଟାର୍ଟ ଅପ ପିଢିର ଆବଶ୍ୟକତା ରହିଛି, ଆପଣମାନେ ଅତିଶୀଘ୍ର ନିଜର ଷ୍ଟାର୍ଟ ଅପ କୁ ପଞ୍ଜିକୃତ କରିପାରିବେ । ସାଧାରଣ ବା ସାର୍ବଜନୀକ ସାମଗ୍ରୀ ସଂଗ୍ରହ/ଆହରଣ କ୍ଷେତ୍ରରେ ଷ୍ଟାର୍ଟ-ଅପମାନଙ୍କ ପାଇଁ ଉନ୍ନତ ପ୍ରତିଯୋଗୀତା ଭିତ୍ତିକ ପରିବେଶ ସୃଷ୍ଟି କରାଯାଇଛି । ଆମେ ଭାରତକୁ ପ୍ରତିଟି ଦିଗରେ ଭବିଷ୍ୟତ ଆଡକୁ ଅଗ୍ରସର ହେବାରେ ସକ୍ଷମ କରାଉଛୁ, ଯଦ୍ୱାରା ନିଉ ଇଣ୍ଡିଆ ଉପରକୁ ଉଠିବ ।

ବନ୍ଧୁଗଣ, ପରିକଳ୍ପନା ଏବଂ ନବସୃଜନ ସର୍ବଦା ଭାରତର ସାଧାରଣ ଜୀବନର ଅଂଶବିଶେଷ ହୋଇପାରିଛି, କିନ୍ତୁ ଯୁବଶକ୍ତିର ରାଷ୍ଟ୍ର ନିର୍ମାଣରେ ଅଧିକ ବିନିଯୋଗ ହେଉ, ସେଥିପାଇଁ ଉପଯୁକ୍ତ ବାତାବରଣ ବର୍ତ୍ତମାନ ପ୍ରସ୍ତୁତ କରାଯାଉଛି । ଦେଶର ଯୁବଗୋଷ୍ଠିଙ୍କ ଆକାଂକ୍ଷା ଏବଂ ଅସୀମ କ୍ଷମତାକୁ ହିଁ ସରକାର ନବସୃଜନ ଏବଂ ଅନୁସନ୍ଧାନକୁ ପ୍ରୋତ୍ସାହିତ କରୁଛନ୍ତି । ସ୍କୁଲରେ ଅଭିନବୀକରଣର ପରିବେଶ ସୃଷ୍ଟି ହେଉ ସେଥିପାଇଁ ଅଟଳ ନବସୃଜନ ମିଶନ ଆରମ୍ଭ କରାଯାଇଛି, ଦେଶର ସ୍କୁଲଗୁଡିକରେ, କଲେଜଗୁଡିକରେ ଇନୋଭେସନର ଇକୋ ସିଷ୍ଟମ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଛାତ୍ରମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି କରିବା ଏବଂ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଉଚିତ ପ୍ଲାଟଫର୍ମ ପ୍ରଦାନ କରିବା ପାଇଁ ଦେଶରେ 2400ରୁ ଅଧିକ ଅଟଳ ଡିଜିଟାଲ Lab ଖୋଲିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ଏଠାରେ ଛାତ୍ରମାନଙ୍କୁ ଭବିଷ୍ୟତର ଯେଉଁ ଟେକ୍ନୋଲଜି ସହ ପରିଚିତ କରାଯାଉଛି  । ନବସୃଜନ ପରିକଳ୍ପନାକୁ ଆଗକୁ ନେବା ପାଇଁ Smart India Hackathon ଭଳି କାର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ଯୁବକ ଯୁବତୀଙ୍କୁ ଦେଶର ସମସ୍ୟାଗୁଡିକର ସମାଧାନ ପାଇଁ ସିଧାସଳଖ ଭାବେ ସଂଯୁକ୍ତ କରାଯାଉଛି । ଏହି ମାର୍ଗରେ ଯିବା ପାଇଁ ଯୁବ ଷ୍ଟାର୍ଟ ଅପ ଦୁନିଆରେ ପାଦ ଥାପିବୁ ।

ଆମେ ଦେଖିବାକୁ ପାଉଛୁ ଯେ କଳାଧନ ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ସରକାରଙ୍କ ପଦକ୍ଷେପ ଏବଂ ଜିଏସଟିର ଉପସ୍ଥିତି କିଭଳି ଭାବେ ରେକର୍ଡ ସଂଖ୍ୟାରେ  ଲୋକମାନେ ଟେଷ୍ଟ ଦେବା ପାଇଁ ଆଗକୁ ଆସୁଛନ୍ତି । ଏହା ହେଉଛି ପରିବର୍ତ୍ତିତ ପରିବେଶର ପ୍ରମାଣ । ମୋର ସ୍ମରଣ ଅଛି ଯେ ଯେତେବେଳେ ଡିଜିଟାଲ ପେମେଣ୍ଟର କଥା ଉଠେ, କିଭଳି ଭାବେ ବଡ ବଡ ଲୋକ କହିଥିଲେ ଯେ ଭାରତ ଭଳି ଗରିବ ଦେଶ ଡିଜିଟାଲ ପେମେଣ୍ଟ କରିବା ପାଇଁ ଆଗକୁ ଯାଇପାରିବ ନାହିଁ  । କିନ୍ତୁ ଆଜି ଡିଜିଟାଲ ପେମେଣ୍ଟର ପ୍ରଗତି ଦେଖନ୍ତୁ ଏହି ଯୁବଗୋଷ୍ଠିଙ୍କ ପାଇଁ ଆଜି ଦେଶର ପ୍ରତି ଗାଁରେ ଡିଜିଟାଲ ପେମେଣ୍ଟର ବ୍ୟବସ୍ଥା ପହଂଚିପାରିଛି । ଲୋକମାନେ ଡିଜିଟାଲ ପେମେଣ୍ଟ କରିବାକୁ ଆରମ୍ଭ କରିସାରିଲେଣି  ।

ବନ୍ଧୁଗଣ, ଯେତେବେଳେ ବିକାଶ ହେଉଛି ଆମର ଏକମାତ୍ର ଲକ୍ଷ୍ୟ, ଆମେ ସେତେବେଳେ ଜନସାଧାରଣଙ୍କ ଆବଶ୍ୟକତା ଏବଂ ଆକାଂକ୍ଷା ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ଯେତେବେଳେ ଆମେ ଲୋକମାନଙ୍କ ପ୍ରତି ଗ୍ରହଣଶୀଳ ହେବା, ସେତେବେଳେ ଏହା ସରକାରୀ ନୀତିକୁ ସହଜସାଧ୍ୟ କରିପାରିବ । ଯେତେବେଳେ ଆମେ ନାଲି ଫିତା ହଟେଇଦେବା ଏବଂ ସରକାରୀ ନୀତି ସରଳ କରିବା, ଆମେ ଅଧିକ ବିଦେଶୀ ପୁଞ୍ଜି ନିବେଶ ଅଧିକ କରିପାରିବା । ଯେତେବେଳେ ଆମେ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ଆକର୍ଷିତ କରିପାରିବା, ସେତେବେଳେ ଆମେ ଭାରତରେ ଅଧିକ ଉଦ୍ୟୋଗ ପ୍ରତିଷ୍ଠା କରିପାରିବା । ଯେତେବେଳେ ଆମେ ଅଧିକ ଉଦ୍ୟୋଗ ପ୍ରତିଷ୍ଠା କଲେ, ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବା । ଯେତେବେଳେ ଆମେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବା, ସେତେବେଳେ ଆାମେ ଯୁବଗୋଷ୍ଠିଙ୍କୁ ତାଙ୍କ ଭବିଷ୍ୟତ ବିକାଶ ଦିଗରେ ସହାୟକ ହେବ  । ଯେତେବେଳେ ସମସ୍ତ ନାଗରିକଙ୍କ ଭବିଷ୍ୟତରେ ଉନ୍ନତି ହେବ, ଭାରତର ଭବିଷ୍ୟତ ଏବଂ ପ୍ରତିଷ୍ଠାରେ ଉନ୍ନତି ହେବ  ।

ବନ୍ଧୁଗଣ, ଆମ ପାଖରେ ଆଜି ଏକ ଉତ୍ତମ ସୁଯୋଗ ଅଛି ଯେ ଆମେ ସେହି ପିଢିର, ଯେଉଁମାନଙ୍କୁ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ଉତ୍ସର୍ଗ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇନଥିଲା କିନ୍ତୁ ରାଷ୍ଟ୍ର ନିର୍ମାଣ ପାଇଁ ବଂଚିବା ଏବଂ ଦେଶ ପାଇଁ କିଛି କରିବାର ସୁଯୋଗ ଆମକୁ ନିଶ୍ଚିତ ମିଳିଛି । ଇତିହାସ ସାକ୍ଷୀ ରହିଛି, ଯେ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ, ଯୁବଶକ୍ତି ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।ଯୁବ ଆବେଗ ଏବଂ ଇଚ୍ଛାଶକ୍ତି ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଜି ନିଉ ଇଣ୍ଡିଆ ପାଇଁ ସେହି ଭୂମିକା ଆପଣମାନେ ଗ୍ରହଣ କରିବାକୁ ଯାଉଛନ୍ତି । ଆପଣମାନଙ୍କୁ ଏକତ୍ରିତ ହୋଇ ଏକ ଏଭଳି ନିଉ ଇଣ୍ଡିଆର ନିର୍ମାଣ କରିବାକୁ ହେବ ଯାହାର ସ୍ୱପ୍ନ ଆମ ସ୍ୱାଧୀନତାର ବୀର ପୁରୁଷମାନେ ଦେଖିଥିଲେ । ଦେଶ ପାଇଁ ନିଜକୁ ଉତ୍ସର୍ଗ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ଦେଖିଥିଲେ ।

ବନ୍ଧୁଗଣ, ନିଉ ଇଣ୍ଡିଆ ହେଉଛି ସେହି ଭୂମି, ଯେଉଁଠାରେ ଆପଣମାନେ ଆପଣଙ୍କ ପରିଚୟ ସୃଷ୍ଟି କରିବେ । ଯେଉଁଠାରେ ଆପଣମାନଙ୍କ ବିଚାର ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ ପ୍ରଭାବ ନୁହେଁ । ଯେଉଁଠାରେ ଅସୁବିଧା ବଦଳରେ ଭରପୂର ସୁଯୋଗ ଥିବ  । ଯେଉଁଠାରେ ଶତକୋଟି ଆକାଂକ୍ଷା ବିଚାର ଶକ୍ତି ରଖିବା ପାଇଁ ମୁକ୍ତ ବ୍ୟବସ୍ଥା ଥିବ ଯେଉଁଠାରେ ବିକାଶର ଲାଭ କିଛି ମୁଷ୍ଟିମେୟ ଲୋକଙ୍କ ବଦଳରେ ସମସ୍ତଙ୍କୁ ମିଳିବ । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ପ୍ରକ୍ରିୟାଗୁଡିକୁ ପ୍ରଭାବିତ କରୁଥିବା ଲୋକମାନଙ୍କ ପରିବର୍ତ୍ତେ ପ୍ରକ୍ରିୟାଗୁଡିକ ପ୍ରଗତି କରେ । ଯେଉଁଠାରେ ସରକାରଙ୍କର ସବୁକିଛି ପରିବର୍ତ୍ତେ ସମସ୍ତଙ୍କ ପାଇଁ ସରକାର ଥିବ । ଯେଉଁଠାରେ ଅଶା ଓ ଆକାଂକ୍ଷାର ଶକ୍ତି ଘୃଣା ଉପରେ ବିଜୟ ଲାଭ  କରୁଥିବ ।  ଯେଉଁଠାରେ 125 କୋଟି ଭାରତୀୟ ନିଜ ଭାଗ୍ୟ ଉପରେ ନିର୍ଭର ନ କରି ନିଜ ଭାଗ୍ୟ ନିଜ ହାତରେ ଲେଖିବେ । ଏହାହିଁ ହେଉଛି ନିଉ ଇଣ୍ଡିଆ ।

ବନ୍ଧୁଗଣ, ଆପଣ ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତ । ଭାରତକୁ ଆପଣମାନଙ୍କ ଭାଗିଦାରୀର ଆବଶ୍ୟକତା ରହିଛି, କେବଳ ଶ୍ରବଣ ପାଇଁ ନୁହେଁ, ଆମକୁ ନୂତନ ପଥପ୍ରଦର୍ଶନ କରୁଥିବା, ଆମ ସହିତ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରିପାରୁଥିବା, ଯୁବକଯୁବତୀଙ୍କର ଆବଶ୍ୟକତା ରହିଛି ।

ଆପଣମାନେ ସଫଳ ହେଲେ ଦେଶ ସଫଳ ହେବ । ଆପଣଙ୍କ ସଂକଳ୍ପ ସିଦ୍ଧ ହେଲେ ଦେଶର ସଂକଳ୍ପ ସିଦ୍ଧ ହେବ । ପୁଣିଥରେ ଏହି ଉଚ୍ଚାଭିଳାଷୀ ପଦକ୍ଷେପ ପାଇଁ, Youth for Developmentର ପୂରା ଟିମକୁ ଅନେକ ଅନେକ ଶୁଭକାମନା ଦେଉଛି ଏବଂ ଯେଉଁମାନେ ଆଜି ସମ୍ମାନ ହାସଲ କରିଛନ୍ତି ସେମାନଙ୍କର ବିଶେଷ ଭାବେ ଅଭିନନ୍ଦନ କରୁଛି । କାରଣ ସେମାନଙ୍କ ପ୍ରତ୍ୟେକ କାର୍ଯ୍ୟ ତାଙ୍କର ପ୍ରତ୍ୟେକ ପ୍ରଚେଷ୍ଟାର ଆଲୋଚନା କରାଯିବ । ସେମାନଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପ୍ରେରଣାଦାୟୀ ହେବ । ଏବଂ ମୋର ବିଶ୍ୱାସ ଯେ କୃତିର ଶକ୍ତି ଶବ୍ଦଠାରୁ ଅଧିକ । ଏବଂ ଆପଣମାନେ ସେହି ଲୋକ,ଆପଣମାନେ ସେହି କର୍ମଯୋଗୀ ଯେଉଁମାନେ ଦୂରଦୂରାନ୍ତରୁ କୌଣସି ବସ୍ତିରେ, କୌଣସି ଗାଁରେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ନିଜକୁ ନିୟୋଜିତ କରିଛନ୍ତି, ଗୋଟିଏ କାମ ହାତକୁ ନେଇ ତାକୁ ପୂରା କରି ଦେଖାଇଛନ୍ତି । ଏବଂ ତାହାର ପରିଣାମ ହେଉଛି ଆଜି ଆପଣମାନେ ସନ୍ତୋଷ ଅନୁଭବ କରିପାରୁଛନ୍ତି । ଏବଂ ସ୍ୱାନ୍ତଃ ସୁଖାଏ, ଯେଉଁ କାର୍ଯ୍ୟକୁ ସ୍ୱାନ୍ତଃ ସୁଖାଏ କରୁଛନ୍ତି, ତାହାର ପ୍ରେରଣାଆଧ୍ୟାତ୍ମିକ ଶକ୍ତିରୁ ମଧ୍ୟ ଅନେକ ଗୁଣ ଅଧିକ । ମୁଁ ଏହି ସ୍ଥିତିକୁ ହାସଲ କରିଥିବା ସେହିସବୁ ଯୁବଗୋଷ୍ଠିଙ୍କୁ ହୃଦୟର ସହିତ ଅନେକ ଅନେକ ଶୁଭେଚ୍ଛା ଜଣାଉଛି  ।

ଅନେକ ଅନେକ ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Housing ministry raises EWS housing target under PMAY 2.0 by 350%

Media Coverage

Housing ministry raises EWS housing target under PMAY 2.0 by 350%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Invites everyone to Join #ParikshaPeCharcha26
February 05, 2026

Prime Minister Shri Narendra Modi invited everyone to join #ParikshaPeCharcha26 to be held tomorrow, 6th February at 10 AM. He highlighted that this year’s edition will feature very interesting topics relating to examinations, notably the importance of remaining stress free and focusing on learning. The Prime Minister emphasized that this platform has always been one he enjoys, as it provides him with the opportunity to interact with bright minds from across the country.

In a post on X, Shri Modi said:

"Do watch #ParikshaPeCharcha26 tomorrow, 6th February at 10 AM. This year’s PPC features very interesting topics relating to examinations, notably the need to remain stress free, focus on learning and more. This is a platform I’ve always enjoyed, as it gives me an opportunity to interact with bright minds from across the country. "